# |
Date |
Type |
Current Affairs |
No. Of Views |
Status |
Action |
2361 |
22-04-2022 |
Odia |
- ୫ରୁ୧୨ ବର୍ଷ ବୟସ ପିଲାମାନଙ୍କୁ କୋର୍ବେଭାକ୍ସ ଟିକା ଦେବା ପାଇଁ ଏସଇସି ପକ୍ଷରୁ ସୁପାରିଶ କରାଯାଇଛି।
- ମେ’ ୨୭ରେ ନିର୍ବାଚନ ସ୍ଥଗିତ ଥିବା ସ୍ଥାନରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। ଏପ୍ରିଲ ୨୬ରେ ଏ ନେଇ ନିର୍ବାଚନ ଅଧିକାରୀଙ୍କ ଦ୍ବାରା ବିଜ୍ଞପ୍ତି ପ୍ରକାଶ ପାଇବ।
- ସୁପ୍ରିମକୋର୍ଟ ଦିଲ୍ଲୀ ଜାହାଙ୍ଗୀରପୁରୀ ଜବରଦଖଲ ଉଚ୍ଛେଦ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ସପ୍ତାହ ପରେ କୋର୍ଟ ଏହି ମାମଲା ଉପରେ ଶୁଣାଣି କରିବାକୁ ସମୟ ଧାର୍ଯ୍ୟ କରିଛନ୍ତି।
- ସାଧାରଣ ପ୍ରଶାସନ କ୍ଷେତ୍ରରେ ‘ପ୍ରଧାନମନ୍ତ୍ରୀଙ୍କ ଉତ୍କର୍ଷ ପୁରସ୍କାର’ ପ୍ରଦାନ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଭଳି ଏକ ଗଣତାନ୍ତ୍ରିକ ଦେଶରେ ପ୍ରଶାସନିକ ସେବା ଅଫିସରଙ୍କ ପ୍ରମୁଖ କର୍ତ୍ତବ୍ୟ ସାଧାରଣ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ।
- ରାଜ୍ୟ ପୁଲିସରେ ୨୮ଟି ସ୍ଥାୟୀ ପୁଲିସ ଆଉଟପୋଷ୍ଟ ପାଇଁ ୨୮ଟି ସବ୍ଇନ୍ସପେକ୍ଟର ଓ ୧୬୮ଟି କନଷ୍ଟେବଳ ପଦବୀ ମଞ୍ଜୁର କରିଛନ୍ତି। ପୁଲିସ ବିଭାଗର ଅନ୍ୟାନ୍ୟ ପଦବୀଗୁଡିକର ପୁନଃ-ବଣ୍ଟନ ଦ୍ବାରା ଏହି ପଦବୀଗୁଡିକ ସୃଷ୍ଟି କରାଯାଇଛି। ଏହାଦ୍ବାରା ସମୁଦାୟ ୧୯୬ଟି ନୂତନ ପଦବୀ ସୃଷ୍ଟି ହୋଇଛି।
- କଟକ ମେୟର ହେବା ପରେ ସୁବାସ ସିଂ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟସଭାରେ ଓଡ଼ିଶାର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବାକୁ ସେ ଉଦ୍ୟମ କରିଥିଲେ ।
- ୫-ଟି ସଚିବ ଭି-କେ ପାଣ୍ଡିଆନ୍ କଟକ ଗସ୍ତରେ ଯାଇ ସେଠାରେ ମା’ କଟକଚଣ୍ଡୀଙ୍କ ଦର୍ଶନ କରିଥିଲେ । ଦର୍ଶନ ସାରିବା ପରେ ମନ୍ଦିରର ମୁଖ୍ୟ ପୁଜାରୀଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସହ ମନ୍ଦିରର ବଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ମଧ୍ୟ କରିଥିଲେ ।
- ମହାରାଷ୍ଟ୍ରର ମନ୍ତ୍ରୀ ନୱାବ ମଲିକଙ୍କ ବିରୁଦ୍ଧରେ ଗୁରୁବାର ଚାର୍ଜସିଟ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ୫୦୦ ପୃଷ୍ଠାର ମନି ଲଣ୍ଡ୍ରିଂ ଅଭିଯୋଗ ପତ୍ର ଦାଖଲ କରିଛି। ୫୦ରୁ ଅଧିକ ଲୋକଙ୍କ ବୟାନକୁ ଏହି ଚାର୍ଜସିଟରେ ରେକର୍ଡ କରାଯାଇଛି।
- ନାଟୋ ପଟୁ ଥିବା ବିପଦ ଦୂର କରିବା ଓ ନାଟୋ ନିୟନ୍ତ୍ରଣରୁ ୟୁକ୍ରେନକୁ ମୁକ୍ତ କରିବା ପରେ ହିଁ ସାମରିକ ଅଭିଯାନ ଶେଷ କରାଯିବ । ଏପର୍ଯ୍ୟନ୍ତ ଏହି ସାମରିକ ଅଭିଯାନର ଅଗ୍ରଗତି ସନ୍ତୋଷଜନକ ରହିଛି ବୋଲି ରୁଷ କହିଛି ।
- ପ୍ରଶଂସକମାନେ ତୀବ୍ର ସମାଲୋଚନା କରିବାରୁ ଗୋଟାଏ ପାନ ମସଲା କମ୍ପାନିର ବିଜ୍ଞାପନରୁ ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଓହରି ଯାଇଛନ୍ତି।
- ଗତ ଆର୍ଥିକ ବର୍ଷ (୨୦୨୧-୨୨)ରେ ଡିଜିଜିଆଇ ଗୁଇନ୍ଦା ସଂସ୍ଥା ପକ୍ଷରୁ ୭୫୦୦ କୋଟି ଟଙ୍କା ମୂଲ୍ୟର ଜିଏସ୍ଟି ଚୋରିକୁ ଧରାଯାଇଛି ଯାହା ୨୦୨୦-୨୧ ତୁଳନାରେ ୪୦୦ ପ୍ରତିଶତ ଅଧିକ।
- ପଙ୍କଜ କୁମାର ନାୟକ ଓଡିଶା ରାଜ୍ୟ ପାଇଁ ରିଜର୍ଭ ବ୍ୟାଙ୍କ ଲୋକପାଳ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ଗତ ତିନି ବର୍ଷ ହେଲା ଉତ୍ତର ପ୍ରଦେଶ ପାଇଁ ରିଜର୍ଭ ବ୍ୟାଙ୍କ ଲୋକପାଳ ଭାବେ କାର୍ଯ୍ୟ କରୁଥିଲେ।
- ରିଲାଏନ୍ସ ରିଟେଲ୍ ପକ୍ଷରୁ “ହ୍ୟାଣ୍ଡ୍ମେଡ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମର ଘୋଷଣା କରାଯାଇଛି । ଏହା ଜରିଆରେ ଅସଲି ହାତ ତିଆରି ଉତ୍ପାଦକୁ ପ୍ରଦର୍ଶିତ କରିବା ଏବଂ ବିଶ୍ୱ ସ୍ତରରେ ସମୃଦ୍ଧ ଭାରତୀୟ କଳାକୁ ଆଗକୁ ବଢ଼ାଇବା ପାଇଁ ରିଲାଏନ୍ସ ରିଟେଲ୍ ପକ୍ଷରୁ “ସ୍ୱଦେଶ’ ନାମରେ ରିଟେଲ୍ ଷ୍ଟୋର ସମୂହ ଖୋଲାଯିବ ।
- ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଆସି ଅହମ୍ମଦାବାଦ ବିମାନ ବନ୍ଦରରେ ପହଞ୍ଚିବା ପରେ ଜନସନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିମାନ ବନ୍ଦରରୁ ବାହାରି ଅହମ୍ମଦାବାଦସ୍ଥିତ ସାବରବତି ଆଶ୍ରମରେ ପହଞ୍ଚିଥିଲେ । ସେଠାରେ ଗାନ୍ଧିଜୀଙ୍କ ଅରଟ ଚଲାଇ ସୂତା କାଟିଥିଲେ ।
- ଆସନ୍ତା ୨୩ ତାରିଖରୁ ରାଜ୍ୟ ସ୍ତରୀୟ ଆଦିବାସୀ ମେଳା ଆରମ୍ଭ ହୋଇ ମେ ୨ରେ ସରିବ । ଖାରବେଳ ନଗର ପ୍ରଦର୍ଶନୀ ପଡିଆରେ ୧୦ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଆଦିବାସୀ ମେଳା ଅପରାହ୍ନ ୩:୩୦ ରୁ ୯:୩୦ ପର୍ଯ୍ୟନ୍ତ ଖୋଲା ରହିବ ।
- ଚଳିତ ଖରାଦିନେ ୩୦୦ମେଗାୱାଟ୍ ଜଳ ବିଦ୍ୟୁତ ଉତ୍ପାଦନ କମ୍ ହେଉଛି। ସେଥିପାଇଁ ଅସ୍ଥାୟୀ ଭାବେ ଦିନକୁ ରାଜ୍ୟର କେତେକ ଅଞ୍ଚଳରେ ଅଧଘଣ୍ଟାରୁ ୪୫ ମିନିଟ୍ ପର୍ଯ୍ୟନ୍ତ ପାୱାର କଟ୍ ହେବ । ଏନେଇ ଟିପିସିଓଡିଏଲ୍ ସିଇଓ ସ୍ପଷ୍ଟ କରିଛନ୍ତି।
- ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୨୦୧୮-୧୯ ବର୍ଷ ପାଇଁ ୧,୪୦,୨୭,୧୦୩ ଟଙ୍କା ଲାଭାଂଶ ବାବଦରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଓଡିଶା କ୍ଷଦ୍ରଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁ ଏହି ପରିମାଣର ଚେକ୍ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ପ୍ରଦାନ କରିଥିଲେ।
- ରାଜ୍ୟରେ ଥିବା ୬୭୯୪ ପଞ୍ଚାୟତ ମଧ୍ୟରୁ ଏବେବି ୪୫୦୦ରୁ ଊର୍ଦ୍ଧ୍ବ ପଞ୍ଚାୟତରେ ବ୍ୟାଙ୍କ ସେବା ପହଞ୍ଚି ପାରିନ ଥିବା ଅର୍ଥବିଭାଗ ତଥ୍ୟରୁ ଜଣାଯାଇଛି।
- ଦେଶରେ କୋଭିଡ-୧୯ ମାମଲା ବୃଦ୍ଧି ହେତୁ ପଞ୍ଜାବ ସରକାର ଆଜି ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଘୋଷଣା କରିଛନ୍ତି।
- ସ୍ନାନକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ବହୁତ ଶୀଘ୍ର କମନ୍ ୟୁନିଭର୍ସିଟି ପ୍ରବେଶିକା ପରୀକ୍ଷା (ସିୟୁଇଟି) ହେବ ବୋଲି ୟୁନିଭର୍ସିଟି ଗ୍ରାଣ୍ଟ କମିଶନ(ୟୁଜିସି)ର ଅଧ୍ୟକ୍ଷ ଜଗଦେଶ କୁମାର ଗୁରୁବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି । ସିୟୁସିଇଟି ପରୀକ୍ଷା ବର୍ଷକୁ ଦୁଇ ଥର ଅନୁଷ୍ଠିତ ହେବାନେଇ ବିଚାରବିମର୍ଶ କରାଯାଉଛି ବୋଲି ଜଗଦେଶ କୁମାର କହିଛନ୍ତି।
|
539 |
Y |
|
2362 |
22-04-2022 |
English |
- India on Thursday said it has delivered one more consignment of 40,000 MT of diesel to Sri Lanka under the Indian credit line to help ease the acute power crisis in the island nation.
- The CBI has filed its charge sheet against former NSE MD and CEO Chitra Ramkrishna and ex-Group Operating Officer Anand Subramanian in connection with its probe into a co-location scam case, officials said Thursday.
- Hemant Soren, the Chief Minister of Jharkhand, faces huge trouble and a threat to his job with the Election Commission investigating allegations of corruption that could potentially get him disqualified as an MLA.
- Noting that several incidents involving electric scooters have taken place over the last two months, Transport Minister Nitin Gadkari on Thursday said an expert committee will look into the matter and also talked about heavy fines.
- Projecting itself as the lone alternative to the BJP, the AAP on Thursday launched a nationwide survey seeking people's opinion on the two parties.
- PM Modi confers Awards for Excellence in Public Administration 2021 on Civil Services Day; Says civil servant needs to lead India to newer heights.
- Assam govt has decided to submit an interlocutory application to the Supreme Court to pave way for issuance of Aadhaar cards to nearly 28 lakh people of the state
- Union Minister for Road Transport and Highways Nitin Gadkari on 21 Apr laid foundation stones and also dedicated new roads involving 1017-kilometre long stretches of 33 different projects being developed at a cost of 9,240 crore rupees in Chhattisgarh.
- Lieutenant Governor of Delhi Anil Baijal on Thursday administered the oath of the office to retired IAS officer Vijay Kumar Dev as new Election Commissioner of the State Election Commission of the National Capital Territory of Delhi.
- JD(S) leader and former CM HD Kumaraswamy asked Karnataka CM Basavaraj Bommai to call a meeting of religious leaders of all communities of the state amid recent communal tensions
- Cabinet approves revision of fares of buses, taxis, auto-rickshaws, and state carriages.
- Uttar Pradesh CM Yogi Adityanath has ordered the construction of new jails and more barracks in old jails to solve the issue of overcrowding.
- Boris Johnson spent his first day in India in Gujarat with dancers and giant billboards lining his paths from the airport and back.
- A speech at an Hindu Yuva Vahini event in Delhi that called for a "Hindu Rashtra (Hindu nation)" at all costs was "not hate speech", the Delhi Police had told the Supreme Court last week. The Supreme Court today expressed dissatisfaction at the Delhi Police statement and called for a "better affidavit".
- The Orissa High Court granted Thursday two more weeks to the Archaeological Survey of India (ASI) to file a report in connection with a PIL claiming ‘illegal’ constructions close to the Srimandir complex in Puri have affected the health of the 12th century shrine.
- The Cuttack Chandi Temple in the Silver City is set for a makeover with the state government deciding to prepare a master plan for development of the shrine within a week. The master plan would be submitted to the Chief Minister for his approval, said an official.
- Chairperson and members of Odisha Lokayukta met Governor Ganeshi Lal Thursday and presented the Annual Report for the year 2021.
- The Transport department Thursday slapped a penalty of over Rs 2.33 lakh on a school bus for flouting a host of norms under the amended Motor Vehicles Act 2019.
- Chief Minister Naveen Patnaik Thursday met two-and-a-half-year-old child prodigy Anvi Agrawal. At this age, she has received much recognition for her paintings including one from Book of Records, London
- The mystical Chandipur beach in Balasore district will soon be upgraded into a model beach with the state government sanctioning `30 crore for its development, a report said Thursday.
|
525 |
Y |
|
2363 |
21-04-2022 |
Odia |
- ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ତାତିନେନି ରାମା ରାଓଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଧରି ଅସୁସ୍ଥ ଥିଲେ ।ତାଙ୍କ ଫିଲ୍ମଗୁଡିକ ମଧ୍ୟରେ ‘ନବରାତ୍ରୀ’, ‘ବ୍ରହ୍ମଚାରୀ’, ‘ଇଲାଲୁ’, ‘ପାଣ୍ଡାନି ଜୀବିତମ୍’, ‘ଅନ୍ଧା କାନୁନ’, ‘ନାଚେ ମୟୁରୀ’ ଏବଂ ‘ମୁକାବଲା’ ବେଶ୍ ଲୋକପ୍ରିୟ।
- ଟାଟା ଷ୍ଟିଲ୍ର ଋଷ୍ରେ କୌଣସି ପରିଚାଳନା ନାହିଁ । କି ସେଠାରେ ତାଙ୍କର କର୍ମଚାରୀ ମଧ୍ୟ ନାହାନ୍ତି । ଆମେ ଋଷ୍ ସହିତ କାରବାର ବନ୍ଦ କରିବା ପାଇଁ ନିଷ୍ପତ୍ତି ବୁଝି ବିଚାରି ନେଇଛୁ । କମ୍ପାନୀ କହିଛି କାରବାରରେ ନିରନ୍ତରତା ପାଇଁ କମ୍ପାନୀର ଭାରତ, ବ୍ରିଟେନ୍ ଏବଂ ନେଦରଲ୍ୟାଣ୍ଡର ସମସ୍ତ ଇସ୍ପାତ କାରଖାନାରେ କଞ୍ଚାମାଲ୍ର ବିକଳ୍ପର ବ୍ୟବସ୍ଥା କରିଛି ।
- ରୁଷ ନିଜର ନୂତନ ଇଣ୍ଟରକଣ୍ଟିନେଣ୍ଟାଲ ବାଲେଷ୍ଟିକ ମିସାଇଲ ସରମତର ସଫଳ ପରୀକ୍ଷଣ କରିଛି। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାର ସୂଚନା ଦେଇଛି। ମନ୍ତ୍ରଣାଳୟ କହିଛି, କାସ୍ମୋଡ୍ରୋମରେ ଏହି ମିସାଇଲର ପରୀକ୍ଷଣ କରାଯାଇଛି ।
- ଭାରତ ନିକଟରେ ୩୦ ଦିନରୁ ଅଧିକ ଆବଶ୍ୟକତା ପୂରଣ କରିବା ପାଇଁ ପର୍ଯ୍ୟାପ୍ତ କୋଇଲା ଗଚ୍ଛିତ ରହିଛି । ସରକାରୀ ସୂତ୍ରରୁ ଅଧାର କରି ଏହି ସୂଚନା ଦେଇଛି ସମ୍ୱାଦ ସରବହାର ସଂସ୍ଥା ଏଏନଆଇ । ସୂଚନା ଅନୁସାରେ କୋଲ ଇଣ୍ଡିଆ ନିକଟରେ ୭୨.୫ ମିଲିୟନ ଟନ କୋଇଲା ଗଚ୍ଛିତ ରହିଛି।
- ପ୍ରଫେସର ଅଜୟ କୁମାର ସୁଦଙ୍କୁ ଦେଶର ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତାଙ୍କ ନିଯୁକ୍ତି ଉପରେ ମୋହର ମାରିଛି କେନ୍ଦ୍ରୀୟ କ୍ୟାବିନେଟର ନିଯୁକ୍ତି କମିଟି। ଏହି ନିଯୁକ୍ତି ପରେ ଅଜୟ କୁମାର ସୁଦ ଆସନ୍ତା ତିନି ବର୍ଷ ଯାଏଁ ଏହି ପଦରେ ରହିବେ।
- ଦେଶର ସବୁଠୁ ବଡ଼ ଇଞ୍ଜିନିୟର କମ୍ପାନୀ ଲାର୍ସନ ଆଣ୍ଡ ଟୁବ୍ରୋ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। କମ୍ପାନୀର ଇଞ୍ଜିନିୟରମାନେ କେବଳ ୨୬ ଦିନରେ ପାହାଡକୁ ଚିରି ଏକ କିଲୋମିଟରରୁ ଅଧିକ ଲମ୍ୱା ସୁଡଙ୍ଗ ନିର୍ମାଣ କରିଛନ୍ତି । ଏହି ସୁଡଙ୍ଗ ଉତ୍ତରାଖଣ୍ଡର ଋଷିକେଶ-କର୍ଣ୍ଣ ପ୍ରୟାଗ ରେଳ ମାର୍ଗରେ ତିଆରି କରାଯାଇଛି।
- ସୁପ୍ରିମକୋର୍ଟ ମିଡିଆ ଏବଂ ପୋଲିସକୁ ଚେତାବନୀ ଦେଇ କହିଛନ୍ତି, ଏହା କର୍ତ୍ତବ୍ୟର ଉଲ୍ଲଂଘନ ଅଟେ ଏବଂ ଏହି ପରି ମାମଲା ଗୁଡିକୁ ଗ୍ରହଣ କରାଯିବ ନାହିଁ। ୧୯୯୯ ମସିହାରେ କର୍ଣ୍ଣାଟକରେ ଏକ ଡକାୟତି ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହି ଟିପ୍ପଣୀ କରିଛନ୍ତି।
- ଆସନ୍ତା ଏକ ଦଶନ୍ଧିରେ ପଶ୍ଚିମବଙ୍ଗରେ ୧୦ ହଜାର କୋଟି ଟଙ୍କା ନିବେଶ କରିବ ଆଦାନୀ ଗ୍ରୁପ । ବୁଧବାର ଏଠାରେ ଆୟୋଜିତ ବେଙ୍ଗଲ ଗ୍ଲୋବାଲ ଟ୍ରେଡ୍ ସମ୍ମିଳନୀ-୨୦୨୨ର ଉଦଘାଟନୀ ସମାରୋହରେ ଏହି ଘୋଷଣା କରିଛନ୍ତି ଗ୍ରୁପର ମୁଖ୍ୟ ଗୌତମ ଆଦାନୀ।
- ୟୁକ୍ରେନ୍ରୁ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଏବଂ ମାନବୀୟ ସହଯୋଗ ପଠାଇବା ପାଇଁ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗଟର୍ସ ୪ ଦିନ ଯୁଦ୍ଧବିରତି ପାଇଁ କହିଥିଲେ। କିନ୍ତୁ ରୁଷ୍ ଜାତିସଂଘ ମୁଖ୍ୟଙ୍କ ଏହି ଯୁଦ୍ଧବିରତି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି।
- ଯେଉଁ ବିଦେଶୀମାନେ ପାରମ୍ପରିକ ଚିକିତ୍ସା ପାଇଁ ଭାରତ ଆସିବାକୁ ଚାହାନ୍ତି ସେମାନଙ୍କ ଲାଗି ଭାରତ ଏକ ସ୍ବତନ୍ତ୍ର ଆୟୁଷ୍ ଭିସା ପ୍ରଚଳିନ କରିବାକୁ ନିଷ୍ପତ୍ତି ନେଇଛି।
- ଭାରତୀୟ ଇସ୍ପାତ ପ୍ରାଧିକରଣ ଲିମିଟେଡ୍ (ସେଲ୍)କୁ ଖଣି ଖନନ ପାଇଁ ଆଜି ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି।
- ଗଛ ଲଗାଇବେ ବୋଲି ସର୍ତ୍ତ ରଖି ନରହତ୍ୟା ଉଦ୍ୟମ କରିଥିବା ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ପ୍ରଦେଶ ହାଇକୋର୍ଟଙ୍କ ଗ୍ବାଲିୟର୍ ବେଞ୍ଚ୍ ଜାମିନ ମଞ୍ଜୁର କରିଛନ୍ତି। ଗତ ସପ୍ତାହରେ ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ବିଚାରପତି ଆନନ୍ଦ ପାଠକ ଅଭିଯୁକ୍ତ ରିଙ୍କୁ ଶର୍ମାଙ୍କୁ ଉପରୋକ୍ତ ଜାମିନ ମଞ୍ଜୁର କରିଛନ୍ତି। ଫଳଗଛ ହେଉ, ନିମଗଛ ହେଉ କି, ଅଶ୍ବସ୍ତଗଛ ହେଉ- ୧୦ଟି ଚାରା ଲଗାଇ ତା’ର ଦେଖାଶୁଣା କରିବା ଲାଗି ଏପ୍ରିଲ୍ ୧୩ ତାରିଖ ଦିନ ଜାରି ଆଦେଶନାମାରେ ହାଇକୋର୍ଟ ଶର୍ମାଙ୍କୁ ନିର୍ଦେଶ ଦେଇଛନ୍ତି।
- ରୁଷ୍-ୟୁକ୍ରେନ ଯୁଦ୍ଧ ପ୍ରଭାବରେ ସିମେଣ୍ଟ୍ ଶିଳ୍ପରେ ବ୍ୟବହାର ହେଉଥିବା ଅନେକ ଗୁରୁତ୍ବପୂର୍ଣ୍ଣ କଞ୍ଚାମାଲ ଯଥା ଆମଦାନି ହେଉଥିବା କୋଇଲା, ପେଟ୍ କୋକ୍ ଓ ଅଶୋଧିତ ତୈଳ ମହଙ୍ଗା ହୋଇଛି। ତେଣୁ ସିମେଣ୍ଟ୍ ବସ୍ତା ପିଛା ଉତ୍ପାଦନ ଖର୍ଚ୍ଚ ୭୦-୭୫ ଟଙ୍କା ବଢ଼ିଗଲାଣି।
- ଜଣାଶୁଣା କମ୍ପାନି ନେଟଫ୍ଲିକ୍ସ ଏବେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ପ୍ରାୟ ୧୦୦ଦିନ ମଧ୍ୟରେ ନେଟଫ୍ଲିକ୍ସ ନିଜର ୨ଲକ୍ଷ ଗ୍ରାହକଙ୍କୁ ହରାଇଛି। ଏହାର ଅର୍ଥ ହେଉଛି କମ୍ପାନି ଏକ ଚତୁର୍ଥାଂଶ ଅଂଶ ହରାଇଛି।
- ଗତ ଆର୍ଥିକ ବର୍ଷ (୨୦୨୧-୨୨)ରେ ଓଡ଼ିଶାରେ ମୋଟ ୪୪,୩୩୪.୬୭ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ସଂଗ୍ରହ ହୋଇଛି ଯାହା ୨୦୨୦-୨୧ରେ ହୋଇଥିବା ୨୯,୮୫୨.୭୬ କୋଟି ଟଙ୍କା ତୁଳନାରେ ୪୯% ଅଧିକ।
- ଆଜିଠୁ ଓମଫେଡ କ୍ଷୀରର ନୂଆ ଦର ଲାଗୁ । ଲିଟର ପିଛା ୨ ଟଙ୍କା ବଢ଼ିଛି ଓମଫେଡ କ୍ଷୀର ।
- ବିଶିଷ୍ଟ ନାଟ୍ୟକାର ତଥା କଥାକାର ରବୀନ୍ଦ୍ରନାଥ ଦାସଙ୍କ ପରଲୋକ । ରାଜଧାନୀ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ରବୀନ୍ଦ୍ରନାଥ ଦାସଙ୍କ ଦେହାନ୍ତ ହୋଇଥିବା ଜଣା ପଡ଼ିଛି । ସ୍ୱର୍ଗତ ଦାସ ଜଣେ ଉଚ୍ଚକୋଟୀର ଗାଳ୍ପିକ ଭାବେ ବେଶ୍ ଜଣାଶୁଣା ଥିଲେ । ତାଙ୍କ ଲିଖିତ ବିଷର୍ଣ୍ଣ ପୃଥିବା ପାଇଁ ରବିନ୍ଦ୍ରନାଥଙ୍କ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ପୁରସ୍କୃତ କରାଯାଇଛି ।
- ଶୀଲା ଟାଓ୍ୱାରର ଜଣେ କର୍ମଚାରୀ ୩୯ ଲକ୍ଷ ଟଙ୍କା ଚୋରି କରି ଦେବଗଡ ଜିଲ୍ଲାକୁ ନେଇ ପଳାଇଥିବା ସୂଚନା ମିଳିଛି ।ସେପଟେ ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ପୋଲିସ ତଦନ୍ତ କରି ୩୨ ଲକ୍ଷ ୧୦ ହଜାର ଟଙ୍କା ଜବତ କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସିସିଟିଭି ଫୁଟେଜ୍ ଆଧାରରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସମ୍ୱଲପୁର ପୋଲିସ ଏହି ଘଟଣାରେ ସଫଳ ହୋଇଛି ।
- ଦିଲ୍ଲୀ ଜାହାଙ୍ଗୀରପୁରୀରେ ପ୍ରଶାସନ ଦ୍ୱାରା ଅବୈଧ ଘର ଭାଙ୍ଗିବା ଘଟଣା: ରୋକ୍ ଲଗାଇଲେ ସୁପ୍ରିମକୋର୍ଟ ।
- ଗୁରୁବାର ନୂଆଦିଲ୍ଲୀର ଲାଲ କିଲ୍ଲାରେ ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କର ୪୦୦ ତମ ପ୍ରକାଶ ପର୍ବ ଉତ୍ସବରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
|
549 |
Y |
|
2364 |
21-04-2022 |
English |
- India on Wednesday recorded at least 2,067 new Covid cases - a 65 per cent jump from yesterday. According to the Union Ministry of Health and Family Welfare, the country's active caseload stood at 12,340.
- British Prime Minister Boris Johnson's two-day visit to India from Thursday is aimed at ramping up the overall ties between the two countries, especially in the areas of defence and security and trade.
- The Supreme Court Wednesday allowed the Steel Authority of India Ltd (SAIL) to resume mining operations in Odish
- 400th Prakash Guruparab Utsav of Guru Tegh Bahadur ji to begin at Red Fort. PM Modi will participate in the event today and will address the gathering. He will also release a commemorative coin and postage stamp on the occasion.
- PM Modi will confer Awards for Excellence in Public Administration 2021 on Civil Services Day today. The awards has been instituted with a view to recognize the extraordinary and innovative work done by districts and organizations of the Central and State governments for the welfare of the people.
- The Supreme Court ordered a status quo on the demolition drive in the north Delhi's Jahangirpuri. The North Delhi Municipal Corporation conducted an anti-encroachment drive in Jahangirpuri area.
- PM Modi inaugurates development projects worth Rs 22,000 crore at Adijati Maha Sammelan in Dahod, Gujarat on 20 Apr. This includes the manufacturing project of 9,000 HP Electric Locomotives at the Railway Production Unit in Dahod.
- Punjab Police has summoned Congress leader Alka Lamba in connection with her alleged derogatory statements against Delhi Chief Minister Arvind Kejriwal before the Punjab state elections. After she received the summons, Lamba tweeted, saying she was not afraid of threats from AAP government in Punjab. This comes after former AAP leader Kumar Vishwas was booked by Punjab Police.
- Adani Group Chairman and Founder Gautam Adani has announced that the company will invest around ₹10,000 crore in West Bengal in the next few years to create 25,000 jobs.
- Well-known physicist Ajay Kumar Sood was appointed as the Principal Scientific Advisor (PSA) to the government.
- Lieutenant General Manoj Kumar Katiyar has been appointed as the next Director General of Military Operations (DGMO). He will be taking over the new office on May 1.
- Gujarat MLA Jignesh Mevani, who had extended support to the Congress in September 2021, was arrested by Assam Police from a Circuit House in Gujarat's Palanpur late last night. He was taken to Ahmedabad last night and shall be taken to Assam.
- Odisha clocked the highest temperature of the season for the second consecutive day as the sweltering heat drove the mercury to 40 degrees Celsius or above in at least 19 places Wednesday, the MeT office said.
- Noted writer, playwright and former Odisha Sahitya Akademi Secretary Rabindranath Das passed away at a private hospital here Wednesday. He was 80. He had won the Odisha Sahitya Academy Award for his book ‘Bistirna Pruthibi’.
- Women and Child Development (W&CD) Minister Tukuni Sahu Wednesday launched ‘Advika’ mobile app, an initiative of the state government for the development and empowerment of adolescent girls and boys, at Lok Seva Bhawan here.
- India's effective reproduction number (R) for Covid, an indicator of how quickly the infection is spreading, has increased to over one for the first time since January, estimates a researcher from Chennai's Institute of Mathematical Sciences
- The Punjab Police Wednesday visited homes of former AAP leader Kumar Vishwas and Alka Lamba of the Congress in connection with a case registered over “inflammatory statements” against Delhi CM Arvind Kejriwal. Both leaders have been booked and summoned for questioning April 26.
- West Bengal Chief Minister Mamata Banerjee urging Governor Jagdeep Dhankar to ensure that industrialists are not disturbed by central agencies created political ripples in the state Wednesday
- The Yogi Adityanath government in Uttar Pradesh will bring further refinement to Khadi which is a symbol of self-reliance, self-respect and self-employment and offers promises, possibilities and potential.
- The Mazagon Dock Shipbuilders here on Wednesday launched INS Vagsheer, the last of the six submarines under Project 75
|
595 |
Y |
|
2365 |
20-04-2022 |
English |
- Eminent laureate Prof Dr. Prafulla Kumar Mohanty has been nominated to receive the prestigious Sarala Samman for the year 2021. He will be receiving the award during the 41st anniversary of Sarala Sahitya Sansad to be celebrated at Cuttack April 23.
- IPL match between DC and PBKS was shifted to Mumbai from Pune following a virus outbreak in the DC camp.
- The International Monetary Fund (IMF) Tuesday slashed India's gross domestic product (GDP) forecast by 80 percentage points to 8.2 per cent for financial year 2022-23.
- The intelligence agencies have reported a cyber-security breach in the military and a high-level probe has been ordered, sources said here Tuesday. According to the sources, some military officials involved in this breach are suspected to have links with the enemy countries.
- As per NHRC guidelines, the Investigating Officer SK Behera has been transferred Tuesday in connection with the alleged custodial death of a man at Badagada police station here in the Capital City.
- Odisha simmered Tuesday recording the highest temperature of the season as unbearable hot weather and intense humidity continued and Subarnapur in the western part of the state became the hottest place in the state at 44.4 degrees Celsius, the Bhubaneswar meteorological centre said.
- Amid incidents of violence during festivals in some states, Uttar Pradesh Chief Minister Yogi Adityanath has directed that no religious procession should be taken out without permission and that usage of loudspeakers should not inconvenience others.
- The Delhi High Court Tuesday expressed serious concern over the condition of an ashram, a spiritual place in north Delhi’s Rohini run by an absconding self-styled godman who was allegedly holding a number of girls captive in animal-like conditions.
- Covid-19 cases are rising in more than half of all US states due to the new coronavirus subvariant, said a report of the US business magazine Forbes.
- Luxury car maker Volvo Cars India Tuesday said it has increased the prices of its entire model range. The prices have been increased in the range of `1 lakh to `3 lakh.
- India on Tuesday reported 1,247 new Covid cases - a 43 per cent decline from yesterday. According to the Union Ministry of Health and Family Welfare, the country's active caseload stood at 11,860.
- The Calcutta High Court on Tuesday directed the West Bengal government to produce before it progress reports and case diaries of five recent cases of rape, gang rape and attempts to rape in different parts of the state.
- Senior IAS officer Naresh Kumar has been appointed as the chief secretary of Delhi, a home ministry order issued on Tuesday said.
- The "bane of live-in relationship", a "byproduct" of rights conferred under Article 21 of the Constitution, is leading to a rise in sexual offences and promiscuity, the Madhya Pradesh High Court has said.
- Whether poll strategist Prashant Kishor will join the Congress and what his role will be in the 2024 national election will be decided by party chief Sonia Gandhi, top leaders said.
- Bihar Govt decides to give free booster dose to state people aged above 18 years.
- PM Modi laid the foundation stone of WHO Global Centre for Traditional Medicine (GCTM) in Jamnagar Gujarat. PM of Mauritius Pravind Kumar Jugnauth and Director-General of World Health Organisation Dr. Tedros Ghebreyesus were also present on this occasion.
- World's highest tunnel connecting Ladakh and Himachal Pradesh to be built by BRO. The tunnel will be built by Border Road Organisation at a height of 16,580 feet. It is expected to be operational for commute by 2025.
- The University Grants Commission (UGC) has allowed academic collaboration between the Indian and foreign colleges to offer three different types of degree programmes — dual, joint and twinning degree programmes — to students from India and abroad.
- Russia is seeking more medical equipment from India after sanctions and logistical logjams following President Vladimir Putin’s invasion of Ukraine have sharply reduced imports from Europe and China.
|
555 |
Y |
|
2366 |
20-04-2022 |
Odia |
- ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍ (ପିଏମ୍ଜିକେପି) : କୋଭିଡ-୧୯ ମୁକାବିଲା କରୁଥିବା ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ବୀମା ଯୋଜନା’ ଅବଧି ୧୯ ଏପ୍ରିଲ ୨୦୨୨ ଠାରୁ ଆଗାମୀ ୧୮୦ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
- ୨୦୨୩ ଏପ୍ରିଲ ପହିଲାରୁ ୧୫ ବର୍ଷ ପୂରଣ କରିଥିବା ବ୍ୟବସାୟିକ ବଡ଼ ଯାନବାହନକୁ ଆଉ ନବୀକରଣ ପାଇଁ ଅନୁମତି ମିଳିବ ନାହିଁ। ସେହି ଯାନଗୁଡ଼ିକୁ ୪ ମାସ ପାଇଁ ଅସ୍ଥାୟୀ ଅନୁମତି( ଟେମ୍ପରାରି ପର୍ମିଟ) ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
- ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଅଧ୍ୟକ୍ଷ ପ୍ରବୀଣ ତୋଗଡ଼ିଆଙ୍କ ଲାଉଡସ୍ପିକରକୁ ନେଇ ଦେଇଥିବା ବୟାନ ସାମ୍ନାକୁ ଆସିଛି। ସେ ବିଜେପିକୁ ପରାମର୍ଶ ଦେଇ କହିଛନ୍ତି ସେମାନେ ଯେଉଁ ରାଜ୍ୟରେ କ୍ଷମତାରେ ଅଛନ୍ତି ସେହି ରାଜ୍ୟରେ ପ୍ରଥମେ ଲାଉଡସ୍ପିକର ବ୍ୟବହାର ବନ୍ଦ କରନ୍ତୁ।
- ସୁପ୍ରିମକୋର୍ଟଙ୍କ ରିଟାୟାର୍ଡ ଜଷ୍ଟିସ୍ ରୋହିଂଟନ ଫଲୀ ନରିମନଏକ ଅଧିକାରୀକ ୟୁଟ୍ୟୁବ୍ ଚାନେଲ ଆରମ୍ଭ କରିଛନ୍ତି। ‘ଜଷ୍ଟିସ୍ ନରିମନ ଅଫିସିଆଲ’ ନାମକ ଏହି ଚାନେଲ ଆଇନ, ଇତିହାସ ଓ ଧର୍ମ ସମ୍ପର୍କିତ ବିଷୟ ଉପରେ ଆଧାରିତ।
- ପାନ ମସଲା ବିଜ୍ଞାପନ କରିବା ମୋର ବ୍ୟକ୍ତିଗତ ନିଷ୍ପତ୍ତି, ଏତେ ଖରାପ ହୋଇଥିଲେ ବିକ୍ରି ହୁଅନ୍ତାନି: ଅଜୟ ଦେବଗନ ।
- ଜାହାଙ୍ଗିରପୁରୀ ସାମ୍ପ୍ରଦାୟିକ ହିଂସାର ଖୋଲୁଛି ଗୁମର: ପୋଲିସ ହାତରେ ଲାଗିଲା ଦଙ୍ଗା ପୂର୍ବ ରାତିର ସିସିଟିଭି ଫୁଟେଜ୍ ।
- ଭାରତଠାରୁ ଅତିରିକ୍ତ ମେଡିକାଲ ସହାୟତା ମାଗିଲା ରୁଷ: କଟକଣା ପାଇଁ ଦେଶରେ ମିଳୁନି ଆବଶ୍ୟକୀୟ ମେଡିକାଲ ଉପକରଣ।
- ସାରା ରାଜ୍ୟରେ ସୋନପୁର ସବୁଠାରୁ ଉତ୍ତପ୍ତ ସହର ହୋଇଛି । ଏଠାରେ ତାପମାତ୍ରା ୪୪.୪ ଡିଗ୍ରୀ ରହିଛି । ଏହାଛଡ଼ା ଆଜି ରାଜ୍ୟର ୨୦ଟି ସହରରେ ୪୦ ଡିଗ୍ରୀ ଡେଇଁଛି ତାପମାତ୍ରା । ବଲାଙ୍ଗୀରରେ ମଧ୍ୟ ୪୪.୩ ଡିଗ୍ରୀ ତାପମାତ୍ରା ରହିଛି । ଟିଟିଲାଗଡ଼ରେ ୪୩.୫, ଅନୁଗୋଳରେ ୪୩.୧, ବୌଦ୍ଧରେ ୪୩, ଝାରସୁଗୁଡ଼ା ୪୨.୮, ସୁନ୍ଦରଗଡ଼ରେ ୪୨.୫, ସମ୍ୱଲପୁରରେ ୪୨.୪, ଭବାନୀପାଟଣାରେ ୪୨ ଡିଗ୍ରୀ ତାପମାତ୍ରା ରହିଛି ।
- ସୁପ୍ରିମକୋର୍ଟଙ୍କ ରିଟାୟାର୍ଡ ଜଷ୍ଟିସ୍ ରୋହିଂଟନ ଫଲୀ ନରିମନଏକ ଅଧିକାରୀକ ୟୁଟ୍ୟୁବ୍ ଚାନେଲ ଆରମ୍ଭ କରିଛନ୍ତି। ‘ଜଷ୍ଟିସ୍ ନରିମନ ଅଫିସିଆଲ’ ନାମକ ଏହି ଚାନେଲ ଆଇନ, ଇତିହାସ ଓ ଧର୍ମ ସମ୍ପର୍କିତ ବିଷୟ ଉପରେ ଆଧାରିତ। ଗତ ଏପ୍ରିଲ ୧୬ ତାରିଖରେ ଆରମ୍ଭ ହୋଇଥିବା ଏହି ୟୁଟ୍ୟୁବ ଚାନେଲର ୩ ହଜାର ସବସ୍କ୍ରାଇବର ହୋଇସାରିଲେଣି।
- ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦଣ୍ଡ ପ୍ରକ୍ରିୟା ଚିହ୍ନଟ ବିଧେୟକକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏଥିରେ କୌଣସି ଅପରାଧିକ ମାମଲାରେ ଗିରଫ ବ୍ୟକ୍ତି ଏବଂ ଦୋଷୀଙ୍କ ଅପରାଧ ରେକର୍ଡ ରଖିବା ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ ଉପଯୋଗକୁ ଅନୁମତି ଦେବାର ପ୍ରାବଧାନ ରହିଛି।
- ରାଜ୍ୟରେ ନିୟନ୍ତ୍ରଣରେ ରହିଛି କରୋନା ସଂକ୍ରମଣ । ଦୈନିକ ମାତ୍ର ୧୦ରୁ ୨୦ ଜଣ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ସମସ୍ତେ କୋଭିଡ ନିୟମ ପାଳନ କଲେ ରାଜ୍ୟରେ ସ୍ଥିତି ନିୟନ୍ତ୍ରଣରେ ରହିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସେହିପରି ମାସ୍କ ପିନ୍ଧିବା କଟକଣା ରାଜ୍ୟରୁ ହଟିନାହିଁ । ଏବେ ବି ମାସ୍କ ପିନ୍ଧିବା ପାଇଁ ସମସ୍ତଙ୍କୁ କୁହାଯାଉଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।
- ୨୦୧୯ରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସ୍ବାକ୍ଷରିତ ରାଜିନାମାର ଏକ ଅଂଶ ଭାବେ ଆସନ୍ତା ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ପ୍ୟାରିସର ବିଶ୍ବ ପୁସ୍ତକ ମେଳାରେ ସମ୍ମାନିତ ଅତିଥି ରାଷ୍ଟ୍ରଭାବେ ଭାରତ ଯୋଗ ଦେଉଛି। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବିଭିନ୍ନ ଭାରତୀୟ ଭାଷାରୁ ୨୦ଜଣ ଲେଖକ ଲେଖିକା ଆଜି ପ୍ୟାରିସ ଗସ୍ତ କରିଛନ୍ତି। ଓଡ଼ିଶାରୁ ଏହି ଲେଖକ ପ୍ରତିନିଧି ଦଳରେ ବିଶିଷ୍ଟ କଥାକାର ଏବଂ ‘ସମ୍ବାଦ’ର ଫିଚର୍ ସଂପାଦକ ଡ. ଗୌରହରି ଦାସ ଭାଗ ନେଇଛନ୍ତି।
- ଆଭିଯାନିକ ପ୍ରସ୍ତୁତି ପ୍ରଦର୍ଶନ କରିବା ଲାଗି ମଙ୍ଗଳବାର ଦିନ ଭାରତୀୟ ବାୟୁସେନା ପୂର୍ବାଞ୍ଚଳ ସମୁଦ୍ରରେ ସୁଖୋଇ ଲଢୁଆ ବିମାନରୁ ‘ବ୍ରହ୍ମୋସ୍’ ସୁପର୍ସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରିଛି।
- ଚଳିତମାସ ୨୧ରେ ଦେଶର ୭୦୦ରୁ ଅଧିକ ସ୍ଥାନରେ ଦିନିକିଆ ଜାତୀୟ ଆପ୍ରେଣ୍ଟିସିପ୍ (ଶିକ୍ଷାନବୀସ) ମେଳା ଆୟୋଜିତ ହେବ । ସ୍କିଲ ଇଣ୍ଡିଆ ଏହି କାର୍ଯ୍ୟକ୍ରମକୁ ଡାଇରେକ୍ଟୋରେଟ ଜେନେରାଲ ଅଫ ଟ୍ରେନିଂ (ଡିଜିଟି) ସହଯୋଗରେ ଆୟୋଜନ କରୁଛି।
- ମଙ୍ଗଳବାର ଗୁଜରାଟର ଜାମନଗରଠାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ର ଗ୍ଲୋବାଲ ସେଣ୍ଟର ଫର୍ ଟ୍ରାଡିସନାଲ ମେଡିସିନ (ଜିସିଟିଏମ୍)ର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଯାଇଛି। ପାରମ୍ପରିକ ଔଷଧ ପାଇଁ ସାରା ବିଶ୍ବରେ ଏହା ହେବ ହୁ’ର ପ୍ରଥମ ଏବଂ ଏକମାତ୍ର କେନ୍ଦ୍ର।
- ସୁପ୍ରିମକୋର୍ଟରେ ଓଡ଼ିଶା ସଂପର୍କିତ ତିନି ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି ହେବ। ଏହା ମଧ୍ୟରେ ରହିଛି ବଂଶଧାରା ଜଳ ବିବାଦ, ଖନନ ପରେ ପଡ଼ିରହିଥିବା ଖଣିଜ ସାମଗ୍ରୀ ଉଠାଣ ଓ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲା।
- ପୋଖରୀ ପୁନରୁଦ୍ଧାର କାର୍ଯ୍ୟକ୍ରମରେ ଦେଶର ୬ଟି ପ୍ରକଳ୍ପ ମଧ୍ୟରୁ ଭୁବନେଶ୍ୱର ସ୍ମାର୍ଟ ସିଟି ପ୍ରକଳ୍ପ ପ୍ରଥମ ସ୍ଥାନ ଅଧିକାର କରିଛି । ମାଆ ମଙ୍ଗଳା ବସ୍ତିରେ ଥିବା ଏକ ପୋଖରୀକୁ ମାତ୍ର ୭୫ ଘଣ୍ଟା ମଧ୍ୟରେ ପୁନରୁଦ୍ଧାର କରାଯାଇଛି । ଏଥି ସହିତ ବସ୍ତିରେ ଅବ୍ୟବହୃତ ହୋଇ ପଡ଼ି ରହିଥିବା ଏକ ଖୋଲାସ୍ଥାନକୁ ସର୍ବସାଧାରଣଙ୍କ ବ୍ୟବହାର ଉପଯୋଗୀ କରାଯାଇଛି ।
- ୟୁକ୍ରେନର ଡୋନବାସ୍ ଅଞ୍ଚଳ ଉପରେ କବଜା ପାଇଁ ଋଷ ତୀବ୍ର କରିଛି ଯୁଦ୍ଧ ଅଭିଯାନ । ଡୋନବାସ ସହ ୟୁକ୍ରେନର ସଂପୂର୍ଣ୍ଣ ଇଷ୍ଟର୍ଣ୍ଣ ଫ୍ରଣ୍ଟଲାଇନ୍ ଦଖଲ କରିବାକୁ ଋଷ ଉଦ୍ୟମ ଆରମ୍ଭ କରିଦେଇଛି ବୋଲି ରାଷ୍ଟ୍ରପତି ଭ୍ଲୋଦିମିର ଜେଲେନ୍ସକି କହିଛନ୍ତି । ରାଜଧାନୀ କିଭ୍ ଦଖଲ କରିବାରେ ବିଫଳ ହେଲା ପରେ ୟୁକ୍ରେନର ପ୍ରମୁଖ ସହରଗୁଡ଼ିକୁ ଅକ୍ତିଆର କରିବା ଅଭିଯାନ ଜୋରଦାର କରିଛି ପୁଟିନ ବାହିନୀ ।
- ଭାରତୀୟ ବଂଶୋଦ୍ଭବ ଶାନ୍ତି ସେଠୀ ଆମେରିକାର ଉପାରଷ୍ଟ୍ରପତି କମଳା ହାରିସ୍ଙ୍କର ପ୍ରତିରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି । କମଳା ହାରିସ୍ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେ କାର୍ଯ୍ୟନିର୍ବାହୀ ସଚିବ ଭାବେ ନିଯୁକ୍ତି ପାଇଥିବା ସୂଚନା ଦିଆଯାଇଛି ।
- ବଲିଉଡ଼ ଅଭିନେତା ରଣବୀର ସିଂହଙ୍କ ଆଗାମୀ ଚଳଚ୍ଚିତ୍ର ‘ଜୟେଶଭାଇ ଜୋରଦାର’ର ଟ୍ରେଲର ମଙ୍ଗଳବାର ରିଲିଜ୍ ହୋଇଛି। ଏଥିରେ ରଣବୀରଙ୍କ ଭିନ୍ନ ଅନ୍ଦାଜ୍ ଦେଖିବାକୁ ମିଳିଛି। ଫିଲ୍ମରେ ସେ ଜଣେ ଗୁଜରାଟୀ ବ୍ୟକ୍ତି ଭୂମିକାରେ ଅଭିନୟ କରିଛନ୍ତି।
|
548 |
Y |
|
2367 |
19-04-2022 |
Odia |
- ଭାରତୀୟ ଆର୍ମୀର ନୂଆ ସ୍ଥଳସେନା ମୁଖ୍ୟ ହେବେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ । ସେନାର କୋର୍ ଅଫ ଇଞ୍ଜିନିୟର ଅଫିସର ହେଉଛନ୍ତି ମନୋଜ । ସେ ୨୯ତମ ସେନାମୁଖ୍ୟ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ । ବର୍ତ୍ତମାନର ସ୍ଥଳସେନା ମୁଖ୍ୟ ଏମ.ଏମ. ନରଓ୍ବାଣେଙ୍କ ସ୍ଥାନ ନେବେ ମନୋଜ ।
- ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବରେ ଘାଇଲା ଅଧିକାଂଶ ଦେଶର ଅର୍ଥନୀତି । ଆଗକୁ ଆସୁଛି ଘନସଙ୍କଟ । ଯୁଦ୍ଧକୁ ନେଇ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ଚେତାବନୀ । ବିଶ୍ବ ଜନସଂଖ୍ୟାର ଏକପଞ୍ଚମାଂଶ ଅର୍ଥାତ ୧୭୦ କୋଟି ଲୋକ ଠେଲି ହୋଇଯିବେ ଦାରିଦ୍ର୍ୟ ଓ କ୍ଷୁଧାର ବଳୟ ଭିତରକୁ ।
- ଦୁଇ ବର୍ଷ ପରେ ଆଜିଠୁ ପୁଣି ଖୋଲିଲା ଅଭିଯୋଗ ପ୍ରକୋଷ୍ଠ । ସବୁ ସରକାରୀ କାର୍ଯ୍ୟାଳୟରେ ଆଜିଠୁ ହୋଇଛି ପ୍ରତ୍ୟକ୍ଷ ଅଭିଯୋଗ ଶୁଣାଣି । ପୂର୍ବ ପରି ପ୍ରତି ସୋମବାର ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣି କରାଯିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର ପକ୍ଷରୁ ସବୁ ବିଭାଗୀୟ ମୁଖ୍ୟ, ପୋଲିସ ମହାନିର୍ଦ୍ଦେଶକ, ଜିଲ୍ଲାପାଳ ଓ ଏସପିଙ୍କୁ ଅବଗତ କରିଛନ୍ତି ।
- କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର କଟକଣା କଡ଼ାକଡ଼ି କରିଛନ୍ତି । ଉତ୍ତରପ୍ରେଦଶ ରାଜଧାନୀ ଲକ୍ଷ୍ନୌ ଏବଂ ଦିଲ୍ଲୀ ଏନସିଆାରର ୬ଜିଲ୍ଲାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଗାଜିଆାବାଦ, ମିରଠ, ବୁଲନ୍ଦସହର, ବାଘପତ ସମେତ ଲକ୍ଷ୍ନୌର ସବର୍ସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।
- ଭାରତରେ ପ୍ରତିବର୍ଷ ୫ ଲକ୍ଷ ଦୁର୍ଘଟଣା ଘଟୁଛି । ଏହି ଦୁର୍ଘଟଣାରେ ୧.୫ ଲକ୍ଷରୁ ଅଧିକଙ୍କ ମୃତ୍ୟୁ ହେଉଛି ।
- ସଂଘର୍ଷ ହିଁ ଜନ୍ମଦିଏ ଆଉ ଏକ ସଫଳତାକୁ । ରାଜସ୍ଥାନର ଫତେପୁର ଶେଖାବଟୀରେ ମଧ୍ୟ ଦେଖିବାକୁ ମିଳିଛି ସେହିଭଳି ଏକ ଘଟଣା । ଯେଉଁଥିରେ ଜଣେ ମହିଳା ନିଜ ପେନସନ୍ ଏବଂ ଜମା ରଖିଥିବା କିଛି ଟଙ୍କାରେ ଗାଁ ଲୋକଙ୍କ ପାଇଁ ୧୦ ଲକ୍ଷର ଆମ୍ବୁଲାନ୍ସ କିଣିଛନ୍ତି, କେବଳ ଅନ୍ୟର ସସମ୍ୟାକୁ ସୁଧାରିବା ପାଇଁ ।
- ହନୁମାନ ଜୟନ୍ତୀରେ ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ହୋଇଥିବା ଶୋଭାଯାତ୍ରା ପାଇଁ ପୁଲିସ ଅନୁମତି ନିଆଯାଇ ନଥିଲା। ଏଥିପାଇଁ ବଜରଙ୍ଗ ଦଳ ଦିଲ୍ଲୀ ଶାଖା ଏବଂ ବିଶ୍ବ ହିନ୍ଦୁ ପରିଷଦ ବିରୋଧରେ ପୁଲିସରେ ମାମଲା ରୁଜୁ ହୋଇଛି ଏବଂ ଜଣକୁ ଗିରଫ କରାଯାଇଛି।
- ହିଂସା ଦେଶର ବିଭିନ୍ନ ସ୍ଥାନକୁ ବ୍ୟାପିଯାଇଛି। ଦେଶରେ ୧୦ ଟି ରାଜ୍ୟରେ ପ୍ରାୟ ୧୫ରୁ ଅଧିକ ହିଂସା ଉପୁଜିଲାଣି। ଏପ୍ରିଲ ୧୦ ତାରିଖରେ ଗୁଜରାଟ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ ହିଂସା ଉପୁଜିଥିଲା। ୧୬ ତାରିଖରେ ଦିଲ୍ଲୀ, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶରେ ହିଂସା ହୋଇଥିଲା।
- ବାୟୁ ପ୍ରଦୂଷଣ ରୋକିବାକୁ କାଠର ବିକଳ୍ପ ଭାବେ ବିଜୁଳି କିମ୍ବା ପିଏନ୍ଜି ବ୍ୟବସ୍ଥା ଥିବା ଶବ ଦାହ ଗୃହ ସ୍ଥାପନ କରିବା ଦିଗରେ ବିଚାର କରିବା ପାଇଁ ଜାତୀୟ ଗ୍ରିନ ଟ୍ରିବ୍ୟୁନାଲ (ଏନ୍ଜିଟି) କହିଛନ୍ତି।
- ଗତକାଲି ରାତିସାରା ରୁଷ୍ ୟୁକ୍ରେନ୍ର ବିଭିନ୍ନ ସାମରିକ ପ୍ରତିଷ୍ଠାନ ଉପରେ ଜୋରଦାର ଆକ୍ରମଣ କରିଛି। ରାତିକରେ ରୁଷ୍ ୟୁକ୍ରେନ୍ର ୧୬ ସାମରିକ ପ୍ରତିଷ୍ଠାନ ଧ୍ବଂସ କରିଦେଇଛି। ଏଥିରେ ୫ କମାଣ୍ଡ ପୋଷ୍ଟ, ତୈଳ ଡିପୋ ଆଦି ରହିଛି।
- ଓଡ଼ିଶା କୃଷି ବିଶ୍ବବିଦ୍ୟାଳୟ ପକ୍ଷରୁ ୨ଟି ନୂଆ କପା ବିହନ ପ୍ରସ୍ତୁତ କରାଯାଇଛି। ଅଣ ବିଟି କଟନର ବିକଳ୍ପ ଭାବରେ ବିଏସ-୨୭୯ ଓ ବିଏସ-୩୦ ବିହନ ଚାଷୀଙ୍କୁ ଉପାଦେୟ ହେବ।ଓଡ଼ିଶାର ଏକମାତ୍ର କପା ଗବେଷଣା କେନ୍ଦ୍ର ଭବାନୀପାଟଣା ସହରରେ ଥିବାବେଳେ ଏହି କେନ୍ଦ୍ର ପକ୍ଷରୁ ଏହି ଦୁଇଟି ବିହନ ପ୍ରକାଶ ପାଇବା ଘଟଣା ଚାଷୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।
- ଇଲେକ୍ଟ୍ରିକ ଗାଡ଼ିରେ ନିଆଁ ଲାଗିବା ଘଟଣା ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି। ତେବେ ଇଲେକ୍ଟିକ୍ ସ୍କୁଟର ତିଆରି କରୁଥିବା କମ୍ପାନି ଓକିନାୱା ଅଟୋଟେକର ଏକ ସୋ’ରୁମରେ ନିଆଁ ଲାଗି ଯାଇଛି। ଏହି ନିଆଁରେ ୧୭ଟି ଇଲେକ୍ଟ୍ରିକ ସ୍କୁଟର ଜଳି ପାଉଁଶ ହୋଇଯାଇଛି।
- ମହାରାଷ୍ଟ୍ରର ସମସ୍ତ ଧାର୍ମିକ ସ୍ଥାନରେ ଲାଉଡସ୍ପିକର ଲଗାଇବା ପୂର୍ବରୁ ବର୍ତ୍ତମାନ ସରକାରଙ୍କ ଅନୁମତି ଆବଶ୍ୟକ ହେବ। ବିନା ଅନୁମତିରେ ଲାଉଡସ୍ପିକର ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।
- ଶ୍ରୀଲଙ୍କାରେ ଏବେ ଭୟଙ୍କର ଅର୍ଥନୈତିକ ସଙ୍କଟ ଦେଖାଦେଇଛି।ଏହା ମଧ୍ୟରେ ରାଷ୍ଟ୍ରପତି ଗୋତବାୟା ରାଜପେକ୍ଷ ୧୭ଜଣ ନୂଆ କ୍ୟାବିନେଟ ମନ୍ତ୍ରୀଙ୍କୁ ନିଯୁକ୍ତ କରିଛନ୍ତି।
- ରାଜସ୍ଥାନର ମେହନ୍ଦୀପୁର ବାଲାଜୀରେ ଏସବିଆଇ ଶାଖାରୁ ୧୧ କୋଟି ଟଙ୍କାର କଏନ ଗାଏବ ହେବା ଘଟଣାର ତଦନ୍ତ ଆରମ୍ଭ କରିଛି ସିବିଆଇ । ସୋମବାର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି ।
- ଜିଏସଟି ଟ୍ୟାକ୍ସ ସ୍ଲାବରେ ପରିବର୍ତ୍ତନ ନେଇ ଜାରି ରହିଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସରକାର । ଜିଏସଟି ସ୍ଲାବ ୫ ପ୍ରତିଶତରୁ ୮ ପ୍ରତିଶତକୁ ବୃଦ୍ଧି କରିବା ନେଇ ଜିଏସଟି ପରିଷଦ ବିଚାର କରୁଥିବା ଖବରକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି ମୋଦୀ ସରକାର। ଏହାସହ ଖବରରେ କୌଣସି ସତ୍ୟତା ନଥିବା ସରକାର କହିଛନ୍ତି।
- ସୋମବାର ଦ୍ଵୈତନଗରୀ ନଗରୀ ଭୁବନେଶ୍ବର ଓ କଟକର ତାପମାତ୍ରା ୪୦ଡିଗ୍ରୀ ଅତିକ୍ରମ କରିଛି।
- ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ଏଥର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଗ୍ରୀଷ୍ଣ ଅବକାଶ ଜୁନ ୧ରୁ ୧୬ ପର୍ଯ୍ୟନ୍ତ ହେବ। ମାତ୍ର ୧୫ଦିନ ଗ୍ରୀଷ୍ଣ ଅବକାଶ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
- ଲଖିମପୁର ଖେରୀ ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଝଟ୍କା ଲାଗିଛି। ଆଶିଷ ମିଶ୍ରଙ୍କ ଜାମିନ ଆବେଦନକୁ ସୁପ୍ରିମ କୋର୍ଟ ଖାରଜ କରି ଦେଇଛନ୍ତି। ସପ୍ତାହେ ମଧ୍ୟରେ ଆତ୍ମସମର୍ପଣ କରିବାକୁ ଆଶିଷଙ୍କୁ ନିର୍ଦେଶ ଦେଇଛନ୍ତି ସୁପ୍ରିକୋର୍ଟ।
- ଡ୍ରାଇଭର ମହାସଂଘର ୧୦ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି। ବିଭିନ୍ନ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଡ୍ରାଇଭର ଆସି ଏକତ୍ରିତ ହେବାରୁ ରସୁଲଗଡ,ବାଣୀବିହାର ରାଜମହଲ,ଆଚାର୍ଯ୍ୟ ବିହାର,ଜୟଦେବ ବିହାର ଆଦି ଛକରେ ରାସ୍ତାଜାମ୍ ହୋଇଛି।
|
576 |
Y |
|
2368 |
19-04-2022 |
English |
- Lt Gen Manoj Pande will be the next Army chief succeeding Gen MM Naravane whose tenure ends by the end of this month, officials said Monday
- The Supreme Court Monday cancelled the bail granted to Ashish Mishra, son of Union Minister Ajay Mishra in the Lakhimpur Kheri violence case and asked him to surrender in a week, observing the Allahabad High Court had shown “tearing hurry” in giving relief and adopted a “myopic view of the evidence”.
- The Enforcement Directorate (ED) has attached assets worth over `757 crore of one of the country’s most known multi-level marketing (MLM) and direct-selling companies, Amway India, as part of a money-laundering investigation
- In May, the NITI Aayog plans to launch the National Data and Analytics Platform (NDAP), which would give government data in a user-friendly manner and encourage data-driven decision-making and research
- From 18th April 2022, block level health melas began by the Union Health Ministry at more than one lakh Ayushman Bharat-Health and Wellness Centres across India.
- The Vande Bharat Express train will operate between Khajuraho and Delhi soon, Railway Minister Ashwini Vaishnaw has announced.
- The Indian Institute of Technology, Guwahati, has teamed up with the National Thermal Power Corporation (NTPC) to design and construct a highly energy-efficient CO2 collection system from power plants.
- Delhi Auto, taxi unions on strike in Delhi demanding CNG subsidy, fare hike.
- India’s first-ever radio channel for the visually impaired, named 'Radio Aksh' has been launched in Nagpur, Maharashtra.
- Nashik Police Commissioner Deepak Pandey on Monday issued a directive stating that no one will be allowed to play bhajan or other songs on loudspeaker 15 minutes before and after the call of azaan. This is applicable for areas within a 100-metre radius of any mosque.
- The Appointments Committee of the Cabinet, approved Vikram Dev Dutt’s appointment as the Chairman and Managing Director (CMD) of Air India Asset Holding (AIAHL),
- India and Finland announced the decision to establish an Indo-Finnish Virtual Network Centre on Quantum Computing. Science and Technology Minister Dr Jitendra Singh and visiting Finland Minister of Economic Affairs Mika Lintila, who is currently in India, announced.
- Indonesia has stopped imports of agricultural products from India, citing a failure by New Delhi officials to register laboratories that evaluate food safety and issue certificates of analysis (COA),
- India gets two months extension for the transportation of 50,000 Metric Tons (MTs) of wheat and life-saving medicines as humanitarian assistance to Afghanistan via the Attari-Wagah integrated check-post.
- Sri Lankan President Gotabaya Rajapaksa appointed a new Cabinet on 18 Apr. The authorities said that a total of 17 members including many former Cabinet Ministers were sworn in.
- Russian President Vladimir Putin held a phone call with his Palestinian counterpart Mahmoud Abbas and discussed the ongoing conflict in Ukraine.
- India on Monday reported at least 2,183 fresh Covid cases--- nearly 90 per cent jump compared to Sunday. According to the Union Ministry of Health and Family Welfare, the country also reported 214 more Covid-related deaths, bringing the total number.
- U.S. President Joe Biden will on Tuesday hold a call with allies to discuss the Ukraine crisis, including on how to coordinate on holding Russia accountable, the White House said.
- The Ukrainian military has launched an online crowdfunding campaign to buy fighter jets. Titled "Buy Me A Fighter Jet," the campaign seeks funds from the public for new fighter aircraft to repel the Russian advance.
- The Odisha Government has initiated steps for supplementing power supply to health service institutions through rooftop solar projects in a bid to ensure that hospitals do not face electricity problems across the state.
|
570 |
Y |
|
2369 |
18-04-2022 |
Odia |
- ସଙ୍ଗୀତ ସାଧକ, ପ୍ରଚ୍ଛଦପଟ ଗାୟକ, ଗୀତିକାର ଓ ସ୍ତମ୍ଭକାର ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କର ୮୩ ବର୍ଷ ବୟସରେ ରବିବାର ରାତିରେ ଭୁବନେଶ୍ବର ବାସଭବନରେ ତାଙ୍କର ପରଲୋକ ହୋଇଥିବା ପୁତ୍ର ମହାପ୍ରସାଦ କର ସୂଚନା ଦେଇଛନ୍ତି।
- ୟୁକ୍ରେନ୍ ପରେ ରୁଷ୍ ଲିଥୁଆନିଆକୁ ଟାର୍ଗେଟ୍ କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଉଭୟ ଲିଥୁଆନିଆ ଏବଂ ରୁଷ୍ ସୋଭିଏତ୍ ସଂଘରେ ଥିଲେ। ଲିଥୁଆନିଆ ସ୍ବାଧୀନତା ହାସଲ କରିବା ପରେ ୨୦୦୪ରେ ନାଟୋରେ ଯୋଗ ଦେଇଥିଲା।
- ବିଭିନ୍ନ ଦେଶରେ କୋଭିଡ୍ଜନିତ ମୃତ୍ୟୁସଂଖ୍ୟାର ହିସାବ କରିବା ଲାଗି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଯେଉଁ ପଦ୍ଧତି ଅବଲମ୍ବନ କରୁଛି, ଭାରତ ତାହାର ପ୍ରତିବାଦ କରିଛି।
- ଭାରତର ଦୈନିକ କୋଭିଡ୍ ସଂକ୍ରମଣ ତୃତୀୟ ଥର ପାଇଁ ୧,୦୦୦ ଅତିକ୍ରମ କରିଛି ଏବଂ ରବିବାର ଗତ ୨୪ ଘଣ୍ଟାରେ ୧,୧୫୦ଟି ନୂଆ ମାମଲା ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି।
- ଉତ୍ତରପ୍ରଦେଶ ବିଧାନସଭା ଏବଂ ପରେ ବିଧାନ ପରିଷଦ ନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇଥିବା ସମାଜବାଦୀ ପାର୍ଟି(ଏସପି) ଅଧ୍ୟକ୍ଷ ଅଖିଳେଶ ଯାଦବ ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ପରାଜୟ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ର ବିଜୟକୁ ନେଇ ଖୁସିରେ ଗଦଗଦ ହୋଇଯାଇଛନ୍ତି
- ଭାରତ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ପଦକ୍ଷେପର ପ୍ରଭାବ ଯୋଗୁଁ ୨୦୧୧ରୁ ୨୦୧୯ ମଧ୍ୟରେ ଉତ୍କଟ ଦାରିଦ୍ର୍ୟ ହାର ୧୨.୩% ହ୍ରାସ ପାଇଛି। ବିଶ୍ବବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରେ ଏହା କୁହାଯାଇଛି।
- ସରକାରୀ ବୀମା କଂପାନି ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ରେ ୨୦ ପ୍ରତିଶତ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍ଡିଆଇକୁ ଅନୁମତି ଦେବା ଲାଗି ବୈଦେଶିକ ମୁଦ୍ରା ପରିଚାଳନା ନିୟମ (ଫେମା)ରେ ସଂଶୋଧନ କରାଯାଇଛି। ସ୍ବୟଂକ୍ରିୟ ରୁଟ୍ରେ ଏଲ୍ଆଇସିକୁ ବିଦେଶୀ ପୁଞ୍ଜି ଆସିପାରିବ।
- ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁଯାୟୀ, ଏପ୍ରିଲ ୮ ତାରିଖରେ ଶେଷ ହୋଇଥିବା ସପ୍ତାହରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୨.୪୭ ବିଲିଅନ ଡଲାର ହ୍ରାସ ଘଟି ୬୦୦.୦୦୪ ବିଲିଅନ ଡଲାରରେ ରହିଛି।
- ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏପ୍ରିଲ ପ୍ରଥମଭାଗରେ ଦେଶରେ ପେଟ୍ରୋଲ ବ୍ୟବହାର ୧୦ ପ୍ରତିଶତ ଓ ଡିଜେଲ ବ୍ୟବହାର ୧୫.୬ ପ୍ରତିଶତ ହ୍ରାସ ପାଇଥିଲା । ପୂର୍ବରୁ ଗତ ୨୦୨୦ରେ ଲକଡାଉନ ଯୋଗୁଁ ଦେଶରେ ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ ପାଇଥିଲା ।
- ଦେଶର ବୃହତ୍ତମ ଆଇଟି କମ୍ପାନି ଟିସିଏସ୍ ଚଳିତ ଆର୍ଥକ ବର୍ଷରେ ୪୦ ହଜାର ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛି ।
- ଲୋକପ୍ରିୟ ମେସେଜିଂ ଅାପ୍ ହ୍ବାଟ୍ସଆପ୍ ଏକ ନୂଆ ଫିଚର୍ର ଘୋଷଣା କରିଛି। ଏହି ଫିଚର୍ ଜରିଆରେ ଏଣିକି ହ୍ବାଟ୍ସଆପ୍ ଗ୍ରୁପ୍ କଲ୍ରେ ୩୨ ଜଣ ଯୋଡ଼ି ହୋଇପାରିବେ। ଏବେ ଗ୍ରୁପ୍ କଲ୍ରେ ସର୍ବାଧିକ ୮ ଜଣ କଥା ହୋଇ ପାରୁଛନ୍ତି।
- ଗେମିଂ ଷ୍ଟାର୍ଟଅପ୍ ଓ୍ଵିଞ୍ଜୋ(Winzo) ଆଗାମୀ ଗୋଟିଏ ବର୍ଷରେ ଏକ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତ ଦେବ ବୋଲି ଆଶା ପ୍ରକାଶ କରିଛି। କମ୍ପାନୀର ବରିଷ୍ଠ ଅଧିକାରୀ ହିଁ ଏହାର ସୂଚନା ଦେଇଛନ୍ତି।
- କୃଷି ମନ୍ତ୍ରଣାଳୟ ଅନୁଯାୟୀ, ଆର୍ଥିକ ବର୍ଷ ୨୦୨୧-୨୨ରେ ମୋଟ୍ ଗହମ ରପ୍ତାନୀ ୫୪.୫୦ ପ୍ରତିଶତ ବୃଦ୍ଧି ଘଟିଛି। ଭାରତର ଗହମ ରପ୍ତାନୀ ରେକର୍ଡ ସ୍ତର ୧୫,୪୨୮ କୋଟି ଟଙ୍କା ମୂଲ୍ୟରେ ପହଞ୍ଚି ଯାଇଛି, ଯାହା ଗତ ବର୍ଷ ତୂଳନାରେ ୩.୪୫ ପ୍ରତିଶତ ଅଧିକ। ଚଳିତ ଆର୍ଥିକ ବର୍ଷରେ ଗହମ ରପ୍ତାନୀ ୭୦ ଲକ୍ଷ ଟନରୁ ବୃଦ୍ଧି ଘଟି ୧୦୦ ଲକ୍ଷ ଟନରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି।
- ନୂଆକରି କରାଯାଉଥିବା ପାଠ୍ୟକ୍ରମରେ ପିଲାମାନଙ୍କୁ ସ୍କୁଲ ସମୟରୁ ପହଁରା ଶିଖାଯିବ। ଏହାଛଡା ପ୍ରାକୃତିକ ବିପର୍ଯ୍ୟୟ ବେଳେ କେଉଁ ଭଳି ଉପାୟରେ ନିଜକୁ ଓ ନିଜ ପାଖାପାଖି ଲୋକଙ୍କୁ ଉଦ୍ଧାର କରିବେ ସେ ବାବଦରେ ସ୍ୱତନ୍ତ୍ର ତାଲିମ ଦିଆଯିବ। ରାଜ୍ୟ ସରକାରଙ୍କ ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀ, କ୍ରୀଡା ଶିକ୍ଷକମାନେ ପିଲାମାନଙ୍କୁ ଏହି ପ୍ରଶିକ୍ଷଣ ଦେବେ।
- ପ୍ରବାଦ ପୁରୁଷ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧ ଦିବସ । ଆଜି ତାଙ୍କ ଶ୍ରାଦ୍ଧ ବାର୍ଷିକୀରେ ରାଜ୍ୟର କୋଣ ଅନୁକୋଣରେ ହେଉଛି ତାଙ୍କ ସ୍ମୃତିଚାରଣ । ଏହି ଅବସରରେ ବିଧାନସଭା ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
- ସେନାର ବରିଷ୍ଠ କମାଣ୍ଡରମାନଙ୍କର ସମ୍ମିଳନୀ ଆସନ୍ତାକାଲିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେବ। ସେନା କମାଣ୍ଡରମାନଙ୍କର ଏହି ସମ୍ମିଳନୀ ବର୍ଷରେ ଦୁଇଥର ଅପ୍ରେଲ ଏବଂ ଅକ୍ଟୋବର ମାସରେ ହୋଇଥାଏ। ଏହି ସମ୍ମିଳନୀରେ ଭାରତୀୟ ସେନା ସମ୍ପର୍କରେ ବ୍ୟାପକ ସ୍ତରରେ ବିଚାର ବିମର୍ଷ କରାଯିବା ସହ ବିଭିନ୍ନ ନୀତିକୁ ଚୂଡ଼ାନ୍ତ କରାଯିବ।
- ଅଶୋଧିତ ତୈଳ ଏବଂ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଓ ବିଶ୍ୱରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତା ସତ୍ୱେ ଭାରତରେ ଏକକ ମାଲିକାନା କମ୍ପାନୀ ସମେତ ୧୫ ହଜାରରୁ ଅଧିକ କମ୍ପାନୀ ପଞ୍ଜିକରଣ ହୋଇଥିବା ସରକାର ସୂଚନା ଦେଇଛନ୍ତି। ଏହାର ପରିମାଣ ପ୍ରାୟ ୧୯ ହଜାର କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି।
- ଉପହାର ସିନେମା ହଲରେ ଅଗ୍ନିକାଣ୍ଡ ଘଟିଛି। ୨୫ ବର୍ଷ ପରେ ଉପହାର ସିମେନ ହଲରେ ଏହି ଅଗ୍ନିକାଣ୍ଡ ଘଟିଥିବା ଦିଲ୍ଲୀ ଅଗ୍ନିଶମ ସେବା ପକ୍ଷରୁ କୁହାଯାଇଛି। ଦିଲ୍ଲୀ ଅଗ୍ନିଶମ ସେବା ବିଭାଗ ଆଜି ଭୋର ସମୟ ପ୍ରାୟ ୪.୪୮ ମିନିଟ ବେଳେ ଉପହାର ସିନେମା ହଲ ଭିତରେ ନିଆଁକୁ ଆୟତ୍ତ କରିବା ପାଇଁ ଏକ କଲ ପାଇଥିଲା।
- କର୍ଣ୍ଣାଟକର ହୁବଲି ଥାନା ଅଞ୍ଚଳରେ ହିଂସାକାଣ୍ଡ ଘଟିଛି। ଏହି ହିଂସାକାଣ୍ଡରେ ୧୨ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ହିଂସାକୁ ନେଇ ପୁଲିସ ୬ଟି ମାମଲା ରୁଜୁ କରିବା ସହିତ ୪୬ଜଣଙ୍କୁ ଗିରଫ କରିଛି।
- ୧୨୪କୋଟି ଜିଏସଟି ଜିଏସଟି ଫାଙ୍କି ଅଭିଯୋଗରେ ୪ଜଣଙ୍କୁ ଗିରଫ କରାଯାଇଛି। ରାଉରକେଲାରୁ ୪ଜଣଙ୍କୁ ସମ୍ବଲପୁର ପୁଲିସ କରିଛି। ଗିରଫଙ୍କ ମଧ୍ୟରେ ୨ଜଣ ବ୍ୟାଙ୍କ କର୍ମଚାରୀ ରହିଛନ୍ତି।
|
561 |
Y |
|
2370 |
18-04-2022 |
English |
- The Chairman of the Russian parliament’s lower house, Vyacheslav Volodin, on Sunday said that Volodymyr Zelenskyy, who recently expressed his alleged readiness to discuss the Crimean issue and Ukraine’s refusal to join NATO with Russia, actually wants to buy time by turning to NATO for military assistance.
- India logged 1,150 fresh Covid infections, 175 more than Saturday, according to the Union Ministry of Health and Family Welfare on Sunday. The active cases in the country increased to 11,558 which accounts for 0.03 per cent of the total cases.
- Bharatiya Janata Party chief JP Nadda, who is on a two-day visit to Karnataka, on Sunday said that the central government has approved 10 railway projects in Karnataka and the work will begin soon.
- Former Assam Congress president Ripun Bora on Sunday joined the Trinamool Congress in the presence of party's national general secretary Abhishek Banerjee in Kolkata.
- Noted Odia musician and Padma Shri Prafulla Kar passed away following a cardiac arrest at his Satya Nagar residence here Sunday night. He was 83
- Pakistan Prime Minister Shehbaz Sharif has written a letter to his Indian counterpart, Narendra Modi, pitching for "meaningful" engagement between the two countries, people familiar with the development said Sunday
- Retail online transaction platform UPI will likely continue to dominate the digital payments space in the country even as newer methods such as BNPL and digital currency are expected to define the future of payments, a study has said.
- Seven of the 10 most valued firms suffered a combined erosion of `1,32,535.79 crore in market valuation last week, with Reliance Industries emerging as the worst hit.
- Union government has incorporated as many as 96 CPSEs since 2014, as per official data. 69 of these Central Public Sector Enterprises have their registered offices in Delhi. T
- While rainfall in the southern peninsular India is set to reduce, some states in the northeast would continue to witness heavy-to-very heavy rainfall for the next two days, the India Meteorological Department (IMD) has said
- About 3,000 delegates will attend the plenary session of Telangana's ruling party Telangana Rashtra Samithi (TRS) scheduled to be held in Hyderabad April 27
- Extreme poverty in India declined by 12.3 percentage points to 10.2 per cent in 2019, from 22.5 per cent in 2011, according to a working paper of the World Bank.
- The government has amended rules of the Foreign Exchange Management Act (FEMA), paving the way for up to 20 per cent foreign direct investment in the insurance behe - moth LIC.
- Commuters in Delhi may face problems as various unions of auto, taxi and mini bus drivers have decided to go on strike on Monday. The unions have been demanding hike in fare rates and slashing of CNG prices. While most unions said they will be on one-day strike, the Sarvodaya Driver Association Delhi, which has members who drive for cab aggregators, said it will go an “indefinite” strike from Monday.
- Over 26.6 million systematic investment plans (SIPs) were registered in 2021-22 (FY22) — a jump of 88 per cent over the preceding fiscal year (2020-21, or FY21) — reveals data from the Association of Mutual Funds in India. The past 10 months have seen new SIP registrations upwards of 2 million.
|
540 |
Y |
|