# |
Date |
Type |
Current Affairs |
No. Of Views |
Status |
Action |
1161 |
20-01-2024 |
Odia |
-
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସ ୨୨ରେ ୧୯ ଜଣ ଅସାଧାରଣ ଶିଶୁଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିବେ।
-
ଚଳିତ ବର୍ଷ ଜାନୁଆରୀ ୨୬ରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ୭୫ତମ ଗଣତନ୍ତ୍ର ଦିବସ ପରେଡ ମହିଳା-କେନ୍ଦ୍ରିତ ହେବ, ଯେଉଁଥିରେ ‘ବିକଶିତ ଭାରତ’ ଏବଂ ‘ଭାରତ – ଗଣତନ୍ତ୍ର ମା’ ବିଷୟ ରହିବ।
-
ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆଜି କହିଛନ୍ତି ଯେ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ – ଏନଡିଆରଏଫ ଚଳିତ ବର୍ଷ ଶେଷ ସୁଦ୍ଧା ୭୦ ହଜାରରୁ ଅଧିକ ଲୋକଙ୍କୁ ବିପର୍ଯ୍ୟୟ ପରିଚାଳନାରେ ତାଲିମ ଦେବ।
-
ସରକାର କହିଛନ୍ତି ଯେ ବିକଶିତ ଭାରତ ସଂକଳ୍ପ ଯାତ୍ରା ସମୟରେ ୫ କୋଟିରୁ ଅଧିକ ଲୋକ ମାଗଣା ସ୍ୱାସ୍ଥ୍ୟ ସେବା ପାଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରାମ ପଞ୍ଚାୟତ ଏବଂ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ପ୍ରାୟ ଦୁଇ ଲକ୍ଷ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି।
-
ଆବୁଧାବିର ଏମିରେଟ୍ସରେ ଶାସନ କରୁଥିବା ଏବଂ ୩୦୫ ବିଲିୟନ ଡଲାର (୨୫,୩୮,୬୬୭ କୋଟି ଟଙ୍କା) ସମ୍ପତ୍ତିର ମାଲିକ ଅଲ୍ ନାହ୍ୟାନ ରାଜପରିବାର ୨୦୨୩ରେ ୱାଲମାର୍ଟ ଇଙ୍କ୍ର ଉତ୍ତରାଧିକାରୀମାନଙ୍କୁ ପଛରେ ପକାଇ ବିଶ୍ୱର ସବୁଠାରୁ ଧନୀ ପରିବାରରେ ପରିଣତ ହୋଇଛି, ଯାହାର ସମ୍ପତ୍ତି ୨୩୨.୨ ବିଲିୟନ ଡଲାର (୧୯,୩୧,୩୭୪ କୋଟି ଟଙ୍କା) ବୋଲି ବ୍ଲୁମ୍ବର୍ଗ ରିପୋର୍ଟ କରିଛି।
-
ଗୁରୁବାର ରାମଲାଲାଙ୍କ ମୂର୍ତ୍ତିକୁ ଗର୍ଭଗୃହରେ ସ୍ଥାପନ କରାଯାଇଥିଲା। ଆଜି ପ୍ରଥମ ଥର ପାଇଁ ସୁନ୍ଦର ମୁଖମଣ୍ଡଳ ଓ ଅବୟବର ଫଟୋ ସାଧାରଣରେ ଦେଖିବାକୁ ମିଳିଛି।
-
ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ୨୨ ତାରିଖରେ ସଂପନ୍ନ ହେବାପରେ ୨୩ ତାରିଖରୁ ସର୍ବସାଧାରଣଙ୍କ ପାଇଁ ମନ୍ଦିରରେ ରାମଲାଲାଙ୍କ ଦର୍ଶନ ପାଇଁ ଖୋଲି ଦିଆଯିବ ।
-
ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍ସି) ପଶ୍ଚିମବଙ୍ଗରେ କଂଗ୍ରେସ ସହିତ କୌଣସି ଆସନ ବୁଝାମଣା କରିବ ନାହିଁ। ସମସ୍ତ ୪୨ଟି ଯାକ ଆସନରେ ଏକା ଲଢ଼ିବ।
-
୨୦୨୪ ସାଧାରଣ ନିର୍ବାଚନ ପୁର୍ବରୁ ଇଭିଏମ୍ ଏବଂ ନିର୍ବାଚନ ପ୍ରକ୍ରିୟାକୁ ନେଇ ଇଣ୍ଟରନେଟ୍ ମିଡିଆର ଅପପ୍ରଚାର ଉପରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ଆୟୋଗ ଯୋଜନା ପ୍ରସ୍ତୁତ କରୁଥିବା ସୂତ୍ରରୁ ଜଣାପଡ଼ିଛି।
-
ଚଳିତବର୍ଷ ଗଣତନ୍ତ୍ର ଦିବସ ପରେଡ୍ରେ ଭାରତୀୟ ବାୟୁସେନାର ମୋଟ ୫୧ଟି ବିମାନ ସାମିଲ ହେବ। ଏଥିରେ ୨୯ଟି ଯୁଦ୍ଧ ବିମାନ, ୮ଟି ପରିବହନ ବିମାନ, ୧୩ଟି ହେଲିକପ୍ଟର ଏବଂ ଗୋଟିଏ ଐତିହ୍ୟ ବିମାନ ଅଂଶଗ୍ରହଣ କରିବ।
-
ମହାକାଶ ଗବେଷଣା କ୍ଷେତ୍ରରେ ଜାପାନ ଆଜି ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ବିଶ୍ବର ପଞ୍ଚମ ଦେଶ ଭାବେ ଜାପାନ ଚନ୍ଦ୍ରପୃଷ୍ଠରେ ଯାନ ଅବତରଣ କରାଇ ଏହି ବିରଳ ସଫଳତା ହାସଲ କରିଛି।
-
ବିଲକିସ୍ ବାନୋ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣ ବ୍ୟକ୍ତିଙ୍କୁ ଆସନ୍ତା ୨ ଦିନ ମଧ୍ୟରେ ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
-
ଡାକ୍ତରମାନେ ଏଣିକି ଆଣ୍ଟିବାୟୋଟିକ ଲେଖିବା ବେଳେ ସେମାନଙ୍କୁ କାରଣ ସ୍ପଷ୍ଟ କରିବାକୁ ପଡ଼ିବ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି ମେଡିକାଲ କଲେଜ ଏବଂ ମେଡିକାଲ ଆସୋସିଏସନର ସମସ୍ତ ଡାକ୍ତରଙ୍କୁ ଏଭଳି ପରାମର୍ଶ ଦେଇଛି।
-
୨୦୨୧-୨୨ ତୁଳନାରେ ୨୦୨୨-୨୩ରେ ରାଜ୍ୟରେ ଟ୍ରକ୍ ବିକ୍ରି ୧୦୦ ପ୍ରତିଶତ ବଢ଼ିଥିଲା। ୨୦୨୩-୨୪ ଆର୍ଥିକ ବର୍ଷରେ ୧୩ ହଜାରରୁ ଅଧିକ ଟ୍ରକ୍ ବିକ୍ରି ହୋଇଛି ବୋଲି ଅଶୋକ ଲେଲ୍ୟାଣ୍ଡ୍ର ସଭାପତି ସଞ୍ଜୀବ କୁମାର କହିଛନ୍ତି।
-
ପଶ୍ଚିମ ଓଡ଼ିଶାର ତିନିଟି ଜିଲ୍ଲା ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ୨୩,୩୮୯.୪୩ କୋଟି ଟଙ୍କା ନିବେଶ ହେବ। ଆଜିଠାରୁ ଝାରସୁଗୁଡ଼ାରେ ଆରମ୍ଭ ହୋଇଥିବା ତିନିଦିନିଆ ୨୪ତମ ସିଆଇଆଇ ଏଣ୍ଟରପ୍ରାଇଜ୍ ଓଡ଼ିଶାରେ ଏନେଇ ଓଡ଼ିଶା ସରକାରଙ୍କ ସହ ୧୧ଟି କଂପାନି ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର କରିଛନ୍ତି।
-
କନ୍ଧମାଳ ହଳଦୀକୁ କୃଷି ଉତ୍ପାଦ ବର୍ଗରେ ଚଳିତବର୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ ମର୍ଯ୍ୟାଦାଜନକ ଏକ ଜିଲ୍ଲା ଏକ ଉତ୍ପାଦ ( ଓଡିଓପି) ପୁରସ୍କାର ମିଳିଛି। କନ୍ଧମାଳ ହଳଦୀ ଦେଶରେ ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ପାଇଛି।
-
ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମ ସିଂ ପୁଣି ଥରେ ପାରୋଲ ପାଇଛନ୍ତି। ଏଥର ରାମ ରହିମଙ୍କୁ ୫୦ ଦିନ ପାଇଁ ପାରୋଲ ମିଳିଛି।
-
ବରିଷ୍ଠ ଆଇପିଏସ ଅଧିକାରୀ ଦଲଜିତ ସିଂ ଚୌଧୁରୀଙ୍କୁ ସଶସ୍ତ୍ର ସୀମା ବଳର ମହାନିର୍ଦ୍ଦେଶକ ପଦରେ ଅବସ୍ଥାପିତ କରାଯାଇଛି।
-
ଚୀନ୍ ଉପରେ ପାକିସ୍ତାନ କ୍ରୋଧିତ ବୋଲି କୁହାଯାଉଛି। ଇରାନ ଆକ୍ରମଣକୁ ନେଇ ଚୀନ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ନ ମିଳିବା ହେଉଛି ଏହାର କାରଣ। ଇରାନ ମଙ୍ଗଳବାର ପାକିସ୍ତାନର ଆତଙ୍କବାଦୀ ସଂଗଠନ ଉପରେ ଡ୍ରୋନ୍ ଆକ୍ରମଣ କରିଥିଲା।
-
ଶୁକ୍ରବାର ସମାପ୍ତ ହୋଇଥିବା ପ୍ରଥମ ଟେଷ୍ଟମ୍ୟାଚ୍କୁ ଘରୋଇ ଅଷ୍ଟ୍ରେଲିଆ ସହଜରେ ଜିତିନେଇଛି। ୱେଷ୍ଟଇଣ୍ଡିଜ୍କୁ ୧୦ ୱିକେଟ୍ରେ ହରାଇ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ଅପରାଜେୟ ୧-୦ ଲିଡ୍ ନେଇପାରିଛି ଅଷ୍ଟ୍ରେଲିଆ।
|
345 |
Y |
|
1162 |
20-01-2024 |
English |
-
Eleven convicts in the case of gangrape of Bilkis Bano and the murder of seven of her family members during the 2002 riots in Gujarat will have to surrender January 21 as the Supreme Court Friday dismissed their plea seeking an extension of time to surrender.
-
Minor girls at an Indore orphanage narrated tales of abuse and alleged horrifying ways of punishment, including branding with hot tongs, hanging upside down and forcing to inhale smoke from burning red chillies, prompting the local administration to seal the facility and the police to file an FIR against five women.
-
The Budget Session of the Odisha Assembly will begin February 5, a notification said Friday.
-
The world’s richest family owns a `4,078 crore presidential palace (three times the size of Pentagon), eight private jets and a popular football club, according to a report by GQ.
-
A con artist, who fleeced a man to the tune of `3.18 lakh by posing as a prospective bride on a matrimonial website, was arrested by the Commissionerate Police, Friday.
-
The state government inked pacts with 11 companies for different projects to the tune of `23,389 crore during the Enterprise Odisha Summit held at Jharsuguda Friday.
-
Housing and Urban Development department Friday issued guidelines for the state-wide awareness programme Ama Odisha Nabin Odisha (Sahari), being undertaken from January 22 to inform people about benefits offered under various government schemes.
-
Police have seized 23 illegal arms from various places in and around the Similipal Tiger Reserve (STR) in Mayurbhanj district in the last few months and arrested eight people in this connection.
-
Twenty of the 35 works under the 'Imagine Panaji' Smart City project have been completed, a senior official said Thursday.
-
The Samajwadi Party and the Rashtriya Lok Dal Friday announced their alliance for the Lok Sabha polls, with the RLD saying that the other party will leave seven seats in western Uttar Pradesh for its nominees. SP president Akhilesh Yadav.
-
Expelled Lok Sabha MP Mahua Moitra Friday vacated her government bungalow here, a day after the Delhi High Court dismissed her plea for a stay on eviction proceedings.
-
Dera Sacha Sauda chief and rape convict Gurmeet Ram Rahim Singh has been granted 50-day parole, official sources said Friday.
-
In a first, the Supreme Court Friday designated 11 women lawyers as senior advocates in one go.
-
The first made-in-India chip will be out by December, Union Minister Ashwini Vaishnaw said, crediting Prime Minister Narendra Modi for developing a very strong semiconductor industry in the country in a short span of time with focus on the entire ecosystem.
-
The Centre has issued a notice to Amazon, accusing the e-commerce giant of engaging in "deceptive trade practices" related to the sale of sweets under the name 'Shri Ram Mandir Ayodhya Prasad.'
|
362 |
Y |
|
1163 |
19-01-2024 |
Odia |
-
ଫେସବୁକ୍ ଏବଂ ଇନଷ୍ଟାଗ୍ରାମର ମୂଳ କମ୍ପାନି ମେଟା ପକ୍ଷରୁ ଆକଳନ କରାଯାଇଛି ଯେ ଦିନକୁ ୧ ଲକ୍ଷରୁ ଅଧିକ ଶିଶୁଙ୍କ ନିକଟକୁ ଅଶ୍ଳୀଳ ଫଟେ ଏବଂ ଭିଡିଓ ପଠାଯାଉଛି। ୨୦୨୧ ମସିହାରେ କମ୍ପାନି ପକ୍ଷରୁ କରାଯାଇଥିବା ଏକ ଆଭ୍ୟନ୍ତରୀଣ ଉପସ୍ଥାପନା ସମୟରେ ଏହା କୁହାଯାଇଛି।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଅଯୋଧ୍ୟାରେ ରାମ ମନ୍ଦିରକୁ ସମର୍ପିତ ସ୍ମାରକୀ ଡାକଟିକଟର ଏକ ସିରିଜ୍ ଏବଂ ଏକ ୪୮ ପୃଷ୍ଠାର ପୁସ୍ତିକା ଉନ୍ମୋଚନ କରିଛନ୍ତି। ପୁସ୍ତିକାଟି ହେଉଛି ଭଗବାନ ଶ୍ରୀରାମଙ୍କୁ ସମ୍ମାନ ଜଣାଇ ସାରା ବିଶ୍ୱରେ ପ୍ରଚଳିତ ଥିବା ଡାକଟିକଟ ବା ଷ୍ଟାମ୍ପଗୁଡ଼ିକର ଏକ ସଂକଳନ।
-
କେରଳର ପ୍ରସିଦ୍ଧ ଶ୍ରୀପଦ୍ମନାଭସ୍ୱାମୀ ମନ୍ଦିର ପକ୍ଷରୁ ଅଯୋଧ୍ୟା ରାମମନ୍ଦିରକୁ ଉପହାର ସ୍ୱରୂପ ପାରମ୍ପରିକ ଧନୁ ‘ଓନାଭିଲୁ’ ପ୍ରଦାନ କରାଯିବ।
-
ପାକିସ୍ତାନ ଓ ଇରାନ ପରସ୍ପରର ସୀମା ଅଞ୍ଚଳରେ କ୍ଷେପଣାସ୍ତ୍ର ଆକ୍ରମଣ କରିବା ନେଇ ବିସ୍ଫୋରକ ସ୍ଥିତି ଉପୁଜିଛି।
-
ଗୁଜରାଟର ବଡ଼ୋଦରା ଜିଲ୍ଲା ନିକଟରେ ଥିବା ହରନୀ ମୋତନାଥ ହ୍ରଦରେ ଆଜି ଡଙ୍ଗା ବୁଡ଼ିଯିବା ଯୋଗୁ ୧୬ ଜଣ ସ୍କୁଲ୍ ଛାତ୍ର ଓ ୨ ଜଣ ଶିକ୍ଷକଙ୍କ ମୃତ୍ୟୁ ଘଟିଛି।
-
ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ସଂସଦରୁ ବହିଷ୍କୃତ ହୋଇଥିବା ଟିଏମସି ନେତ୍ରୀ ମହୁଆ ମୈତ୍ରଙ୍କୁ ଧକ୍କା ଲାଗିଛି । ତାଙ୍କୁ ଏବେ ସରକାରୀ ବଙ୍ଗଳା ଖାଲି କରିବାକୁ ପଡ଼ିବ ।
-
ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିସର ବଢୁଥିବାବେଳେ ଓ ହୁତି ବିଦ୍ରୋହୀମାନେ ଜାହାଜଗୁଡ଼ିକ ଉପରେ ଆକ୍ରମଣ କରୁଥିବାବେଳେ ସତର୍କ ହୋଇଉଠିଛି ଭାରତୀୟ ନୌସେନା ।
-
ଅଯୋଧ୍ୟାରେ ଗର୍ଭଗୃହରେ ରାମଲାଲାଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି। ୪ ଘଣ୍ଟାର ପୂଜା ପରେ ଭଗବାନ ଶ୍ରୀରାମଙ୍କ ମୂର୍ତ୍ତି ନୃତ୍ୟ ମଣ୍ଡପରେ ପହଞ୍ଚିଥିଲା। ବୈଦିକ ବିଧି ଅନୁଯାୟୀ ରାମଲାଲାଙ୍କ ମୂର୍ତ୍ତି ସ୍ଥାପନ କରାଯାଇଥିଲା।
-
ରାମ ମନ୍ଦିରର ଉଦ୍ଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ବଡ଼ ଉପହାର ଦେଇଛନ୍ତି। ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଦିନ ଅର୍ଥାତ ଜାନୁଆରି ୨୨ ତାରିଖରେ ସମ୍ପୂର୍ଣ୍ଣ ଦେଶରେ ଅଧାଦିନର ଛୁଟି ଘୋଷଣା କରିଛନ୍ତି କେନ୍ଦ୍ର ସରକାର।
-
ଏୟାର ଇଣ୍ଡିଆ, ଇଣ୍ଡିଗୋ ଓ ଆକାଶ ଏୟାର ମିଳିତ ଭାବେ ୧୧୨୦ଟି ବିମାନ କିଣିବେ। ୨୦୨୩ରେ ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ୯୭୦ଟି ବିମାନ କିଣିବା ବରାଦ ଦେଇଥିଲେ।
-
ରାଷ୍ଟ୍ରାୟତ୍ତ କୋଇଲା କମ୍ପାନି ମହାନଦୀ କୋଲଫିଲ୍ଡ ଲିମିଟେଡ୍ (ଏମ୍ସିଏଲ୍)ର ସହାୟକ ସଂସ୍ଥା ମହାନଦୀ ବେସିନ୍ ପାୱାର ଲିମିଟେଡ୍ (ଏମ୍ବିପିଏଲ୍) ପକ୍ଷରୁ ସୁନ୍ଦରଗଡ଼ରେ ଏକ ୧୬୦୦ ମେଗାୱାଟ୍ର ଥର୍ମାଲ୍ ପାୱାର ପ୍ଲାଣ୍ଟ୍ ସ୍ଥାପନ କରାଯିବ।
-
ବଜାଜ ଅଟୋ ପକ୍ଷରୁ ନୂଆ ତିନିଚକିଆ ମାଲବାହୀ ଇଲେକ୍ଟ୍ରିକ୍ ଯାନ ଏକ୍ସଏଲ୍ କାର୍ଗୋ ଇ-ଟେକ୍ ୧୨.୦କୁ ଉନ୍ମୋଚନ କରାଯାଇଛି। ଭୁବନେଶ୍ବର ମେୟର ସୁଲୋଚନା ଦାସ ଓ କମ୍ପାନିର ଭିପି-ସେଲ୍ସ ରାଜୀବ ବର୍ମା ତାହାକୁ ଉନ୍ମୋଚନ କରିଥିଲେ।
-
ସ୍ମାର୍ଟଫୋନ ନିର୍ମାତା ସାମସଙ୍ଗ ଏକ ବଡ ଘୋଷଣା କରିଛି । ସାମସଙ୍ଗ ଏହାର ନୋଇଡା କାରଖାନାରେ ଅତ୍ୟାଧୁନିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ରେ ସଜ୍ଜିତ ଗାଲାକ୍ସି ଏସ୨୪ ସିରିଜ୍ ସ୍ମାର୍ଟଫୋନ୍ ତିଆରି କରିବ।
-
ମଙ୍ଗଳବାର ପ୍ରସ୍ତୁତ ହୋଇଥିବା କୋଚିଂ ସେଣ୍ଟର ୨୦୨୪ ରେଜିଷ୍ଟ୍ରେସନ ଏବଂ ରେଗୁଲେସନ ପାଇଁ ନିର୍ଦ୍ଦେଶାବଳୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କ ନିକଟକୁ ପଠାଯାଇଛି। ନୂଆ ନିୟମ ଅନୁଯାୟୀ ଏଣିକି ବୃତ୍ତିଗତ ପାଠ୍ୟକ୍ରମ ପାଇଁ ତାଲିମ ପ୍ରଦାନ କରୁଥିବା କୋଚିଂ ପ୍ରତିଷ୍ଠାନଗୁଡିକ ବର୍ତ୍ତମାନ ପଞ୍ଜୀକୃତ ହେବା ଆବଶ୍ୟକ। ସେହିପରି ୧୬ ବର୍ଷରୁ କମ୍ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇ ପାରିବେ ନାହିଁ କିମ୍ବା ଅତିରିକ୍ତ ଫି ଆଦାୟ କରିପାରିବେ ନାହିଁ ଏବଂ ନୂତନ ନିର୍ଦ୍ଦେଶାବଳୀରେ କୁହାଯାଇଛି।
-
ଆମ ଆଦମୀ ପାର୍ଟି (ଏଏପି) ନେତା ଅଶୋକ ତନୱାର ଗୁରୁବାର ଦଳରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସରେ ଯୋଗଦେବା କାରଣରୁ ଦଳ ଛାଡିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଲେଖିଥିବା ଚିଠିରେ ତନୱାର କହିଛନ୍ତି।
-
ଭବିଷ୍ୟତରେ ଭାରତୀୟ ରେଲଓ୍ବେ, ସ୍ବିଜରଲ୍ୟାଣ୍ଡ ରେଲଓ୍ବେ ଏକତ୍ର କାର୍ଯ୍ୟ କରିବେ। ଘଟଣାହେଲା, ଭାରତୀୟ ରେଲଓ୍ବେ ସ୍ବିଜରଲ୍ୟାଣ୍ଡର ରେଲଓ୍ବେ ସହିତ ଏକ ଏମଓୟୁ ସ୍ବାକ୍ଷର କରିବାକୁ ଯୋଜନା ପ୍ରସ୍ତୁତ କରୁଛି।
-
ଦେଶରେ ଆଣ୍ଟିବାୟୋଟିକ କିମ୍ବା ଆଣ୍ଟିମାଇକ୍ରୋବାୟଲ ଔଷଧର ଅପବ୍ୟବହାରକୁ ରୋକିବା ପାଇଁ କେନ୍ଦ୍ର ସରକାର ଡାକ୍ତରମାନଙ୍କୁ ଏହି ଔଷଧ ଲେଖିବାବେଳେ ‘ସଠିକ ସୂଚକ’ ଲେଖିବା ବାଧ୍ୟତାମୂଳକ କରିଛନ୍ତି।
-
ଅଯୋଧ୍ୟାରେ ନବ ନିର୍ମିତ ରାମମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ସାରା ଦେଶରେ ଉତ୍ସାହର ପରିବେଶ। ତେବେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ଅଧା ଦିନ ଅର୍ଥାତ ‘ହାଫ୍ ଡ଼େ’ ଛୁଟି ଘୋଷଣା କରିଛନ୍ତି ଉଭୟ କେନ୍ଦ୍ର ସରକାର ଓ ଓଡିଶା ସରକାର।
-
ଚନ୍ଦ୍ରଯାନ-୩ ଏବଂ ଆଦିତ୍ୟ ଏଲ୍-୧ର ସଫଳତା ପରେ ଏବେ ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ଇସ୍ରୋ ମହାକାଶରେ ଆଉ ଏକ ସ୍ୱତନ୍ତ୍ରକାର୍ଯ୍ୟ କରିବା ପାଇଁ ଯାଉଛି । ଗଗନ ଯାନରେ ମହାକାଶକୁ ମାନବ ପଠାଇବ ଇସ୍ରୋ ।
-
କେନ୍ଦ୍ର କ୍ୟାବିନେଟ ଷୋଡଶ ଅର୍ଥ ଆୟୋଗ ନିମନ୍ତେ ଯୁଗ୍ମ ସଚିବ ସ୍ତରରେ ତିନୋଟି ପଦବୀ ସୃଷ୍ଟି କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଯୁଗ୍ମ ସଚିବ ସ୍ଥରରେ ଦୁଇଟି ପଦବୀ ଏବଂ ଗୋଟିଏ ଅର୍ଥନୈତିକ ପରାମର୍ଶଦାତା ପଦବୀ ସୃଷ୍ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।
|
397 |
Y |
|
1164 |
19-01-2024 |
English |
-
In a move aimed at curbing the rising incidents of student suicides, especially in Rajasthan’s Kota, the Ministry of Education (MoE) has issued guidelines barring coaching centres from enrolling students below 16 years of age and making misleading promises for success in entrance examinations.
-
Government offices across the country, including Odisha, will remain closed for half a day January 22, due to the Ram temple consecration ceremony in Ayodhya, official sources said, Thursday.
-
Chief Minister Naveen Patnaik launched Shree Jagannath Express bus services under the state government’s Location Accessible Multimodal Initiative (LAccMI) here, Thursday.
-
Under Jagannath Express Bus Services, women of the state can avail 50 per cent fare concession during their journey from district headquarters, major subdivisions to the Pilgrim City of Puri, announced Chief Minister Naveen Patnaik while launching the special-purpose public transportation service under the government’s flagship scheme Location Accessible Multi-modal Initiative (LAccMI) here Thursday.
-
Delhi University Vice-Chancellor Yogesh Singh Thursday said the varsity would continue to keep under its affiliation 12 of its colleges that are fully funded by the state government.
-
Battery-operated carts will be made available for devotees visiting Ayodhya to offer prayers at the Ram temple and the Hanuman Garhi temple, officials said Thursday.
-
Bilkis Bano Case Convicts Ordered To Surrender, Supreme Court Rejects Their Request
-
Japan signed a deal with the United States Thursday to purchase up to 400 Tomahawk cruise missiles as part of its ongoing military buildup in response to increased regional threats
-
An Israeli airstrike on a home killed 16 people, half of them children, in the southern Gaza town of Rafah, medics said early Thursday. The military continued to strike targets in areas of the besieged territory where it has told civilians to seek refuge.
-
With Akasa Air announcing an order for 150 aircraft Thursday, three Indian carriers together have ordered a total of 1,120 planes in less than one year as they expand their presence in the country’s fast growing civil aviation market.
-
The Indian women’s hockey team fought with tigerish resolve but lost its nerves in the most crucial phase of the penalty shootout, going down to Germany 3-4 in the second semifinal of the FIH Olympic Qualifier here Thursday.
-
Chhattisgarh Chief Minister Vishnu Deo Sai announced on Thursday that all government offices will remain closed on January 22 till 2:30 pm, given the Pran Pratishtha ceremony of the Ram Temple in Ayodhya
-
Twelve students and two teachers drowned after a boat overturned in a lake on the outskirts of Vadodara city in Gujarat on Thursday, officials said.
-
The Enforcement Directorate (ED) on Thursday raided eight places in and around Kolkata in connection with its probe into alleged irregularities in recruitment in state-run and-aided schools of West Bengal, a senior officer said.
-
In a setback to INDIA bloc, several Arvind Kejriwal-led Aam Admi Party and Congress workers joined the Bharatiya Janata Party in Chandigarh on Thursday ahead of the upcoming Lok Sabha polls.
|
369 |
Y |
|
1165 |
18-01-2024 |
Odia |
-
ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପଣ କରିଛନ୍ତି। ଯାହାକୁ ନେଇ ଓଡ଼ିଶାବାସୀଙ୍କ ସହ ଦେଶ ଓ ବିଦେଶରେ ଥିବା ଜଗନ୍ନାଥ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।
-
ଭାରତର ମୁଦ୍ରାସ୍ଫିତି କେନ୍ଦ୍ରୀୟ ବ୍ୟାଙ୍କର ସ୍ଥିରୀକୃତ ୪% ଲକ୍ଷ୍ୟ ହାସଲ ଆଡକୁ ଅଗ୍ରସର ହେଉଥିବା ବେଳେ ଅଭିବୃଦ୍ଧି ଆଶା ଦୃଢ଼ ରହିଛି ବୋଲି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୁଖ୍ୟ ଶକ୍ତିକାନ୍ତ ଦାସ କହିଛନ୍ତି।
-
ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି ଯେ ଆମେରିକା ଭାରତକୁ ଏକ ‘ଅସାଧାରଣ ସଫଳତାର କାହାଣୀ’ ଭାବରେ ଦେଖୁଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଅନେକ ସହଯୋଗୀ ଦେଶକୁ ଲାଭାନ୍ବିତ କରିଛି।
-
କାନାଡାର ଜଣେ ଶୀର୍ଷ ଅଧିକାରୀ କହିଛନ୍ତି ଯେ ଭାରତ ଅନୁମତି ପ୍ରକ୍ରିୟା କରିବାକୁ ଥିବା କାନାଡାର କୂଟନୀତିଜ୍ଞମାନଙ୍କୁ ବହିଷ୍କାର କରିବା ପରେ ଭାରତରୁ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ିବା ପାଇଁ ଦିଆଯାଇଥିବା ପରମିଟ୍ ମଧ୍ୟ ହ୍ରାସ ପାଇଛି।
-
ବୁଧବାର ପ୍ରକାଶିତ ସଦ୍ୟତମ ବାର୍ଷିକ ଶିକ୍ଷା ସ୍ଥିତି ରିପୋର୍ଟ (ଏଏସ୍ଇଆର୍) ସର୍ଭେ ଅନୁଯାୟୀ, ୧୪ରୁ ୧୮ ବର୍ଷ ବୟସର ପ୍ରାୟ ଏକଚତୁର୍ଥାଂଶ କିଶୋର ସେମାନଙ୍କ ଆଞ୍ଚଳିକ ଭାଷାରେ ଦ୍ବିତୀୟ ଶ୍ରେଣୀର ବହି ପଢ଼ି ପାରନ୍ତି ନାହିଁ ଏବଂ ଅତି କମ୍ରେ ୪୨.୭% ଇଂରାଜୀରେ ବାକ୍ୟ ପଢ଼ିପାରନ୍ତି ନାହିଁ।
-
: ଭାରତୀୟ ସେନାର ସାହସିକତା ପୁରସ୍କାର ପ୍ରମାଣପତ୍ରରୁ ମିଳିଥିବା ନୂଆ ତଥ୍ୟ ଅନୁଯାୟୀ, ୨୦୨୨ରେ ହିମାଳୟ ସୀମାରେ ଭାରତ ଓ ଚୀନ୍ ସୈନିକମାନେ ଅତି କମ୍ରେ ଦୁଇଥର ମୁହାଁମୁହିଁ ହୋଇଥିଲେ।
-
ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେବାକୁ ଯାଉଛନ୍ତି। ମୋଦି ସରକାର ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଯୋଜନାର ବୀମା ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ପ୍ରସ୍ତୁତି ଚଳାଇଛନ୍ତି ।
-
ପଶ୍ଚିମବଙ୍ଗରେ ଇଡି ଅଧିକାରୀଙ୍କୁ ହୋଇଥିବା ଆକ୍ରମଣ ମାମଲାରେ କାଲକାଟା ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ମିଳିତ ତଦନ୍ତ ସିବିଆଇ ଓ ପୁଲିସର ଏସଆଇଟି ଦ୍ୱାରା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
-
ଆଦାନୀ ଗ୍ରୁପ୍ ତେଲେଙ୍ଗାନା ରାଜ୍ୟ ସରକାରଙ୍କ ସହଯୋଗରେ ଏକାଧିକ କ୍ଷେତ୍ରରେ ୧୨,୪୦୦ କୋଟି ଟଙ୍କା (୧.୪୯ ବିଲିୟନ ଡଲାର)ରୁ ଅଧିକ ପୁଞ୍ଜି ନିବେଶ କରିବାକୁ ୪ଟି ଚୁକ୍ତି ସ୍ୱାକ୍ଷର କରିଛି।
-
ଦେଶର ସବୁଠୁ ମୂଲ୍ୟବାନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାବେ ଉଭା ହୋଇଛି ‘ଭାରତୀୟ ଜୀବନବୀମା ନିଗମ’। ତାଲିକାର ଶୀର୍ଷ ସ୍ଥାନରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କକୁ ଏହା ହଟାଇ ଦେଇଛି।
-
ଓଡ଼ିଶାରେ ଲୁହାପଥର ଖନନ ସୀମା ନିର୍ଧାରଣର ଆବଶ୍ୟକତା ନାହିଁ ବୋଲି ସୁପ୍ରିମ୍କୋର୍ଟଙ୍କୁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଗଚ୍ଛିତ ଲୁହାପଥର ସୀମିତ ଥିବାରୁ ଖନନର ସୀମା ଧାର୍ଯ୍ୟ କରିବା ଉପରେ ସୁପ୍ରିମକୋର୍ଟ ଗତ ଡିସେମ୍ବର ୪ରେ କେନ୍ଦ୍ରର ମତାମତ ଲୋଡ଼ିତିଲେ।
-
ଓଡ଼ିଶାର ଲୋକମାନଙ୍କୁ ଯେତେ ପ୍ରକାରର ରୋଗ ହୁଏ ତାହା ମଧ୍ୟରୁ ୨୭.୧୯ ପ୍ରତିଶତ ଉଚ୍ଚ ରକ୍ତଚାପ, ମଧୁମେହ, ଶ୍ୱାସରୋଗ, ପାଚନ ରୋଗ ଓ ସ୍ନାୟୁ ରୋଗ ଭଳି ପ୍ରମୁଖ ଅଣସଂକ୍ରାମକ ରୋଗ (ଏନସିଡି)।
-
ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ (ଶ୍ରୀସେତୁ) ଏବଂ ଜଗନ୍ନାଥ ବଲ୍ଲଭ ପରିସରରୁ ଦୋଳବେଦୀକୁ ସଂଯୋଗ କରୁଥିବା ନୂଆରାସ୍ତା (ଶ୍ରୀମାର୍ଗ) ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି। ଭକ୍ତଙ୍କୁ ଶ୍ରୀମନ୍ଦିର ନିକଟରେ ନେଇ ସୁବିଧାରେ ପହଞ୍ଚାଇବାର ଏହି ଦୁଇ ମାଧ୍ୟମ।
-
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ପୁରୀ ସୁରକ୍ଷା ବ୍ୟବସ୍ଥାରେ ସାମିଲ ହୋଇଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ସିସିଟିଭି ସହ ଲିଙ୍କ୍ ହୋଇଛି AI । ଫେସରିଡିଂ ବ୍ୟବସ୍ଥାରେ ହାର୍ଡକୋର୍ ଅପରାଧୀଙ୍କୁ ଚିହ୍ନଟ କରାଯିବ ।
-
କେନ୍ଦ୍ର ସରକାରଙ୍କ ରାଜ୍ୟ ଷ୍ଟାର୍ଟଅପ ତାଲିକାର ତାଜା ରିପୋର୍ଟରେ ଓଡିଶା ଟପ ପରଫର୍ମର ଭାବେ ଉଭା ହୋଇଛି । ବିଭିନ୍ନ ମାନଦଣ୍ଡ ଆଧାରରେ ଓଡ଼ିଶା ବଡ଼ ବଡ଼ ରାଜ୍ୟ ମାନଙ୍କ ଗ୍ରୁପରେ ସ୍ଥାନ ପାଇଛି ।
-
ପାକିସ୍ତାନ ଆକାଶ ସୀମା ଉଲ୍ଲଂଘନ କରିବା ପରେ ଇସଲାମାବାଦ ଆଜି (ବୁଧବାର) ଇରାନର ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିଛି। ଏହା ଛଡା ତେହେରାନରୁ ନିଜ ରାଷ୍ଟ୍ରଦୂତଙ୍କୁ ମଧ୍ୟ ଫେରାଇ ଆଣିବା ବିଷୟ ଘୋଷଣା କରିଛି।
-
ଚେସ୍ ଖେଳାଳି ଆର. ପ୍ରଜ୍ଞାନ ନନ୍ଦା ଆଉ ଏକ ସଫଳତା ହାସଲ କରିଛନ୍ତି। ସେ ବିଶ୍ୱ ଚାମ୍ପିୟନ ଡିଙ୍ଗ ଲାଇରେନଙ୍କୁ ପରାସ୍ତ କରିଛନ୍ତି। ଫଳରେ ସେ ବିଶ୍ୱନାଥ ଆନନ୍ଦଙ୍କୁ ପଛରେ ପକାଇ ଏକ ନମ୍ବର ଭାରତୀୟ ଚେସ ଖେଳାଳି ହୋଇପାରିଛନ୍ତି।
-
ରାମ ମନ୍ଦିରରେ ସ୍ଥାପନ ହେବାକୁ ଥିବା ରାମଲାଲାଙ୍କ ପ୍ରତିମୂର୍ତ୍ତି କଡ଼ା ସୁରକ୍ଷା ମଧ୍ୟରେ ମନ୍ଦିର ପରିସରରେ ପହଞ୍ଚିଛି।
-
ଆଧାର କାର୍ଡ ସମ୍ବନ୍ଧରେ ଇପିଏଫଓ ଏକ ବଡ ନିଷ୍ପତ୍ତି ନେଇଛି । ଜନ୍ମ ତାରିଖକୁ ଅପଡେଟ କିମ୍ବା ସଂଶୋଧନ କରିବା ପାଇଁ ଆଧାର କାର୍ଡ ବ୍ୟବହାର କରାଯାଇପାରିବ ନାହିଁ।
-
ସ୍ପାଇସଜେଟ ଏୟାରଲାଇନ୍ସର ମୁମ୍ବାଇ-ବାଙ୍ଗାଲୋର ବିମାନରେ ଥିବା ଜଣେ ଯାତ୍ରୀ ୧ଘଣ୍ଟା ୩୦ ମିନିଟ ପାଇଁ ଶୌଚାଳୟରେ ଅଟକି ରହିଥିଲେ। ଯାନ୍ତ୍ରିକ ତ୍ରୁଟି ହେତୁ ଟଏଲେଟ ଗେଟ ଖୋଲା ନ ଥିବାରୁ ଯାତ୍ରୀ ବାହାରକୁ ଯାଇପାରିନଥିଲେ।
|
495 |
Y |
|
1166 |
18-01-2024 |
English |
-
A golden chapter was added to the Srimandir history Wednesday when Chief Minister Naveen Patnaik inaugurated the `800-crore heritage corridor project, mooted in 2019, to provide unobstructed and expansive pathways around the 12th century shrine, enabling devotees to experience a seamless perambulation of the temple.
-
Teenaged Indian chess superstar R Praggnanandhaa defeated world champion Ding Liren of China in the fourth round of the Tata Steel Chess Tournament here, a win which also helped him surpass the legendary Viswanathan Anand as the top-rated Indian player.
-
Former Odisha Chief Minister Giridhar Gamang Wednesday joined the Congress along with his wife and son almost nine years after he quit the party. “Congress is the only party in the country that does principled politics,” said the former nine-time MP from Koraput.
-
Two persons, including a woman, were arrested in Balasore district after brown sugar worth around `80,000 was seized from their possession, police said.
-
A prolonged dry spell is sweeping across Kashmir during the harshest phase of winter, leaving many people sick and farmers worried about impending water shortages.
-
The death toll in the gunfight between state security forces and militants at Moreh in Manipur’s Tengnoupal district rose to two after another security personnel was shot dead Wednesday evening, officials said.
-
Former Haryana chief minister and senior Congress leader Bhupinder Singh Hooda was Wednesday questioned by the Enforcement Directorate in a money laundering case, official sources said.
-
India has topped a global indoor air pollution chart with the highest average annual PM2.5 levels followed by China, Turkey, UAE and South Korea, according to a study.
-
The government has disbursed Rs 4,415 crore under Production-Linked Incentive (PLI) schemes for eight sectors, including electronics and pharma, till October this fiscal, an official said Wednesday.
-
Billionaire Gautam Adani’s apples-to-airport conglomerate will invest Rs 62,400 crore in the next 10 years in setting up data centres in Maharashtra and Telangana to provide infrastructure for the booming digital services demand in the country.
-
Delhi Chief Minister Arvind Kejriwal has replied to the Enforcement Directorate, asking why summonses were issued to him if he was not an accused in the excise policy-linked money laundering case, the AAP said today.
-
The Punjab government suffered a major setback in the Supreme Court on Wednesday after its plea to cancel Congress MLA Sukhpal Singh Khaira's bail - in a criminal intimidation case - was rejected.
-
Veteran Congress leader Sushilkumar Shinde has claimed that he and his daughter MLA Praniti Shinde got an offer to join the BJP, but maintained that he is a Congress loyalist and will not quit the party.
-
Forty-two per cent of children in the age group of 14 to 18 years in rural India cannot read easy sentences in English, while more than half of them struggle with simple division problems, according a report.
-
Adani Enterprises, a subsidiary of the Adani Group, will invest ₹ 50,000 crore to set up 1 GW hyperscale data centres in Maharashtra over the next 10 years, the company said on Wednesday.
|
397 |
Y |
|
1167 |
17-01-2024 |
Odia |
-
ଇରାନର ସେନା ରିଭଲ୍ୟୁସନାରୀ ଗାର୍ଡସ କହିଛି ଯେ ସେମାନେ ଇରାକର ଅର୍ଦ୍ଧ-ସ୍ୱୟଂଶାସିତ କୁର୍ଦିସ୍ତାନ ଅଞ୍ଚଳରେ ଥିବା ଇସ୍ରାଏଲର ମୋସାଦ ଗୁପ୍ତଚର ମୁଖ୍ୟାଳୟ ଉପରେ ଆକ୍ରମଣ କରିଛନ୍ତି।
-
ରିପବ୍ଲିକାନ୍ ପ୍ରାର୍ଥୀ ବିବେକ ରାମାସ୍ୱାମୀ ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥିତ୍ବରୁ ଓହରି ଯାଇଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଇଓୱା କାକସ୍ ଜିତିବା ପରେ ୩୮ ବର୍ଷୀୟ ଶିଳ୍ପୋଦ୍ୟୋଗୀ ମଙ୍ଗଳବାର ଏହି ଘୋଷଣା କରିଛନ୍ତି।
-
ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ କ୍ରମାଗତ ଭାବରେ ଭାରତ ବିରୋଧୀ ଟିପ୍ପଣୀ ଦେବା ସହ କାର୍ଯ୍ୟଧାରା ଜାରି ରଖିଛନ୍ତି। ଏହିକ୍ରମରେ ଆଗକୁ ଯାଇ ମାଳଦ୍ୱୀପ ବର୍ତ୍ତମାନ ତୁର୍କୀ ସହିତ ଏକ ଘାତକ ଡ୍ରୋନ କିଣିବା ପାଇଁ ଚୁକ୍ତି କରିଛି।
-
ଆମ ଆଦମୀ ପାର୍ଟି (ଏଏପି) ର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଙ୍ଗଳବାର ରୋହିଣୀ ଅଞ୍ଚଳରେ ସୁନ୍ଦରକାଣ୍ଡ ପାଠ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
-
ଓ୍ବାଇଏସ ଶର୍ମିଳା ରେଡ୍ଡୀ ଆନ୍ଧ୍ରପ୍ରଦେଶ କଂଗ୍ରେସର ସଭାପତି ଭାବରେ ନିଯୁକ୍ତ ହୋଇଛନ୍ତି।
-
ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାର ମୃତ୍ୟୁ ହୋଇଛି। ୨୦୨୨ରେ ନାମିବିୟାରୁ ଅଣାଯାଇଥିବା ଚିତା ଶୌର୍ଯ୍ୟ ଆଜି ଆଖି ବୁଜିଦେଇଛି। ବର୍ଷକ ମଧ୍ୟରେ ଏ ପର୍ଯ୍ୟନ୍ତ ୭ଟି ବୟସ୍କ ଚିତା ଓ ୩ଟି ଶାବକଙ୍କ ମୃତ୍ୟୁ ଘଟିଛି।
-
ଇରାନ ଇରାକ ସୀମା ଅତିକ୍ରମ କରି ଇସ୍ରାଏଲର ମୋସାଦ୍ ମୁଖ୍ୟାଳୟରେ ଏକ ବାଲାଷ୍ଟିକ୍ ମିଶାଇଲ୍ ନିକ୍ଷେପ କରିଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଇରାନର ରିଭୋଲ୍ୟୁସାରୀ ଗାର୍ଡମାନେ ଏହି ଆକ୍ରମଣ ବିଷୟରେ ସୂଚନା ଦେଇଛନ୍ତି।
-
ଫୋନ୍ରେ ସିମ୍ ନଥିଲେ ବି ଟିଭି ଦେଖିହେବ। ସରକାର ଏବେ ଡାଇରେକ୍ଟ-ଟୁ-ମୋବାଇଲ୍ ପ୍ରସାରଣ ଉପରେ କାମ କରୁଛନ୍ତି। ଏ ସମ୍ପର୍କରେ ସୂଚନା ଓ ପ୍ରସାରଣ ସଚିବ ଅପୂର୍ବ ଚନ୍ଦ୍ରା କହିଛନ୍ତି ଯେ ଖୁବ୍ଶୀଘ୍ର ଦେଶର ୧୯ଟି ସହରରେ ଡାଇରେକ୍ଟ-ଟୁ-ମୋବାଇଲ୍ ପ୍ରସାରଣର ପରୀକ୍ଷଣ ଆରମ୍ଭ କରାଯିବ।
-
ମଥୁରାର କୃଷ୍ଣ ଜନ୍ମଭୂମି ମନ୍ଦିର ନିକଟରେ ଥିବା ଶାହି ଇଦଗାହ ମସଜିଦର ସର୍ଭେକୁ ମଙ୍ଗଳବାର ସୁପ୍ରିମ୍କୋର୍ଟ ସ୍ଥଗିତ ରଖିବା ସହ କହିଛନ୍ତି ଯେ ଏହି ସର୍ଭେ ପାଇଁ ଜଣେ ଆଡ୍ଭୋକେଟ୍-କମିସନର ନିଯୁକ୍ତ କରିବା ପାଇଁ ହିନ୍ଦୁ ପକ୍ଷ କରିଥିବା ଆବେଦନ ଅତ୍ୟନ୍ତ ଅସ୍ପଷ୍ଟ ଏବଂ ଏହି ମାମଲାରେ କେତେକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ସମସ୍ୟା ମଧ୍ୟ ଉପୁଜିଛି।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ଡିଗ୍ରି ଉପରେ ଆପତ୍ତିଜନକ ଓ ବିବାଦୀୟ ବୟାନ ଦେଇଥିବା ଅଭିଯୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆପ୍ ସାଂସଦ ସଞ୍ଜୟ ସିଂହଙ୍କ ବିରୋଧରେ ଗୁଜରାଟ ହାଇକୋର୍ଟରେ ଚାଲିଥିବା ମାନହାନି ପ୍ରକ୍ରିୟା ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି।
-
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ନବୀନ କାର୍ଡ ପାଇଁ ଆବେଦନ କ୍ଷେତ୍ରରେ ଦୃତ ଅଗ୍ରଗତି ପରିଲକ୍ଷିତ ହୋଇଛି ।ଜନସାଧାରଣଙ୍କ ଠାରୁ ମିଳିଥିବା ମତାମତକୁ ବିଚାର କରି ରାଜ୍ୟ ସରକାର ଆଜି ଅନଲାଇନ ଦରଖାସ୍ତ ପଞ୍ଜୀକରଣ ସମୟସୀମାକୁ ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।
-
ରାଜ୍ୟର ପ୍ରତି ଯୁକ୍ତ ତିନି କଲେଜରେ ଛାତ୍ରୀମାନଙ୍କ ପାଇଁ ଖୋଲିବ ସେଲଫ୍ ଡିଫେନସ୍ କ୍ଲବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୨୦୦ କଲେଜକୁ ଚିହ୍ନଟ କରାଯାଇଛି । ଯେଉଁଥିରେ ୪୩ ସରକାରୀ କଲେଜ ଥିବାବେଳେ ୧୫୨ ଟି ଏଡେଡ କଲେଜ ସାମିଲ ଅଛି ।
-
ଜିଲ୍ଲା ମୁଖ୍ୟାଳୟରୁ ପୁରୀ ଯାଏ ଗଡ଼ିବ ବିଳାସମୟ ବସ୍ । ଲକ୍ଷ୍ମୀ ୩ୟ ଟାଇଆରରେ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ । ଏସି ଡିଲକ୍ସ ବସରେ ଜିଲ୍ଲା ମୁଖ୍ୟାଳୟରୁ ପୁରୀ ଆସି ଜଗନ୍ନାଥ ଦର୍ଶନ କରି ଫେରିବେ ଲୋକେ। ପ୍ରଥମ ପର୍ଯ୍ୟାୟରେ ୧୫ ଜିଲ୍ଲାରେ ଆରମ୍ଭ ହେବ। ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ।
-
ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଧୋନିଙ୍କ ନାଁରେ ମାନହାନୀ ମକଦ୍ଦମା କରିଛନ୍ତି ତାଙ୍କର ପୂର୍ବତନ ବ୍ୟବସାୟିକ ପାର୍ଟନର ମିହିର ଦିବାକର ଏବଂ ଦିବାକରଙ୍କ ପତ୍ନୀ ସୌମ୍ୟ ଦାସ
-
ବର୍ତ୍ତମାନ ୟୁଜିସି ନିଷ୍ପତ୍ତି ନେଇଛି ଯେ, ଅଫଲାଇନ୍ ଭଳି ଅନଲାଇନ ପାଠ୍ୟକ୍ରମ ସାର୍ଟିଫିକେଟକୁ ମଧ୍ୟ ସମାନ କ୍ରେଡିଟ୍ ଦିଆଯିବ। ସେହିପରି ଚାକିରି କରୁଥିବା ଲୋକମାନେ ଯଦି କୌଣସି ଅନୁଷ୍ଠାନରୁ ଅନଲାଇନ୍ କୋର୍ସ କରନ୍ତି, ତେବେ ସେମାନଙ୍କ ସାର୍ଟିଫିକେଟ୍ ଅଫଲାଇନ୍ ପରି ସମାନ ସ୍ୱୀକୃତି ପ୍ରାପ୍ତ ହେବ।
|
395 |
Y |
|
1168 |
17-01-2024 |
English |
-
A large number of devotees from across Odisha and the country started arriving Tuesday at this seaside pilgrim town, a day ahead of the muchawaited grand opening of the ‘Srimandir Parikrama Prakalpa’ or the Jagannath Temple heritage corridor project.
-
The state government Tuesday urged private establishments in the state to make arrangements for screening the inauguration ceremony of the Puri heritage corridor project.
-
The state government Tuesday extended the deadline for submission of applications for Biju Swasthya Kalyan Yojana (BSKY) Nabin Card by 10 days, according to a notification.
-
Senior BJP leader and Leader of the Opposition (LoP) in Odisha Assembly Jaya Narayan Mishra urged Chief Minister Naveen Patnaik Tuesday to declare January 22 a public holiday in the state.
-
The Supreme Court Tuesday allowed a plea moved by Hindu women plaintiffs for cleaning the water tank in the Gyanvapi mosque in Varanasi that is located in an area that has been sealed.
-
The Congress Tuesday appointed YS Sharmila, the daughter of former Chief Minister Y S Rajasekhar Reddy, as the new president of the party’s Andhra Pradesh unit.
-
Congress leader Rahul Gandhi Tuesday alleged that the Ram temple consecration event in Ayodhya has been made into a "Narendra Modi and RSS-BJP function" with an "election flavour", as he strongly defended the decision of his party's top leaders to decline the invite to the ceremony.
-
West Bengal Chief Minister Mamata Banerjee announced Tuesday that she will lead a 'rally for harmony' in Kolkata January 22, the day on which the Ram temple consecration ceremony will be held in Ayodhya.
-
Over 5,000 dengue cases have been reported in Sri Lanka so far in January, according to the latest update released by the National Dengue Control Unit (NDCU) Tuesday.
-
The US launched a new strike against the Yemen-based Houthis Tuesday, hitting anti-ship missiles in the third assault on the Iranianbacked group in recent days, a US official said.
-
Iran fired missiles late Monday at what it claimed were Israeli “spy headquarters” near the US consulate in the northern Iraqi city of Irbil, and at targets linked to the extremist group Islamic State in northern Syria.
-
A Reserve Bank working group has suggested that state governments should charge a minimum fee for guarantees extended by them on loans taken by their enterprises, local bodies, and cooperative institution.
-
The domestic insurance sector is on course to log in over 7 per cent annual growth over the next decade and the premium income is likely to double to around USD 450 billion by financial year 2033- 34, an industry report said Tuesday.
-
Indian tennis ace Sumit Nagal stunned World No.27 Alexander Bublik of Kazakhstan in straight sets to enter the Australian Open second round for the first time in his career here Tuesday.
-
Udita Duhan capped her milestone 100th international appearance with a double strike that took India closer to a Paris ticket after hosts thrashed Italy 5-1 to enter the semifinal of the FIH Olympic Qualifier here Tuesday.
|
362 |
Y |
|
1169 |
16-01-2024 |
Odia |
-
ତାମିଲନାଡୁର ଜଣେ ମହିଳା ତାଙ୍କ ଝିଅର ସ୍ମୃତିରେ ଏକ ସରକାରୀ ବିଦ୍ୟାଳୟର ସମ୍ପ୍ରସାରଣ ପାଇଁ ୪ କୋଟି ଟଙ୍କା ମୂଲ୍ୟର ଏକ ଜମି ଦାନ କରିଛନ୍ତି। ଆୟୀ ଅମ୍ମାଲ ନାମରେ ମଧ୍ୟ ପରିଚିତ ପୂରନମ୍ ଚାହୁଛନ୍ତି ଯେ ଦୁଇବର୍ଷ ତଳେ ମୃତ୍ୟୁବରଣ କରିଥିବା ତାଙ୍କ ଝିଅ ନାମରେ ବିଦ୍ୟାଳୟର ନାମକରଣ କରାଯାଉ।
-
ମନ୍ଦିର ସହର ଅଯୋଧ୍ୟାରେ ଦେଶର ପ୍ରଥମ ୭ ତାରକା ବିଳାସପୂର୍ଣ୍ଣ ହୋଟେଲ ହେବାକୁ ଯାଉଛି, ଯେଉଁଠାରେ କେବଳ ନିରାମିଷ ଖାଦ୍ୟ ପରିବେଷଣ କରାଯିବ। ଏହି ସହରରେ ଆସନ୍ତା ସୋମବାର ଭବ୍ୟ ରାମମନ୍ଦିର ଉନ୍ମୋଚନ ହେବାକୁ ଯାଉଛି।
-
ଜାନୁଆରି ୨୨ରେ ଭଗବାନ ରାମ ଆମକୁ ଦର୍ଶନ ଦେବେ ଏବଂ ମୁଁ ଭାଗ୍ୟବାନ୍ ଯେ ମୋତେ ଅଯୋଧ୍ୟା ରାମମନ୍ଦିରରେ ପ୍ରାଣପ୍ରତିଷ୍ଠା ସମାରୋହକୁ ନିମନ୍ତ୍ରଣ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କହିଛନ୍ତି।
-
ଗାଜାରେ ଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ଏବଂ ସ୍ଥଳ ଅପରେସନ ଯୋଗୁଁ ୧୦୦ ଦିନରେ ୧୦,୦୦୦ରୁ ଅଧିକ ଶିଶୁ ପ୍ରାଣ ହରାଇଛନ୍ତି ଏବଂ ହଜାର ହଜାର ପିଲା ନିଖୋଜ ଅଛନ୍ତି।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଜନଜାତି ନ୍ୟାୟ ମହା ଅଭିଯାନ (ଜନମନ) ଅଧୀନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମ୍ଏୱାଇ-ଜି)ର ୧ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନ କରିଛନ୍ତି।
-
ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ସପକ୍ଷରେ ମହାରାଷ୍ଟ୍ର ବାଚସ୍ପତିଙ୍କ ନିଷ୍ପତ୍ତି ବିରୋଧରେ ଉଦ୍ଧବ ଥାକରେ ଗୋଷ୍ଠୀ ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।
-
ବହୁଜନ ସମାଜ ପାର୍ଟି (ବିଏସ୍ପି) ସୁପ୍ରିମୋ ମାୟାବତୀ ସୋମବାର କହିଛନ୍ତି ଯେ ଆଗାମୀ ଲୋକସଭା ନିର୍ବାଚନରେ ତାଙ୍କ ଦଳ ଏକାକୀ ନିର୍ବାଚନ ଲଢ଼ିବ। ତେବେ ନିର୍ବାଚନ ପରବର୍ତ୍ତୀ ମେଣ୍ଟକୁ ସେ ଅସ୍ୱୀକାର କରିନାହାନ୍ତି।
-
ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିର ଗର୍ଭଗୃହ ପାଇଁ କର୍ଣ୍ଣାଟକର ପ୍ରସିଦ୍ଧ ମୂର୍ତ୍ତିଶିଳ୍ପୀ ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ରାମଲଲାଙ୍କ ମୂର୍ତ୍ତି ଚୟନ କରାଯାଇଛି। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ସୋମବାର ଏହି ସୂଚନା ଦେଇଛନ୍ତି।
-
ୟୁକ୍ରେନ କହିଛି ଯେ ରବିବାର ରାତିରେ ଆଜୋଭ ସାଗରରେ ଏକ ସୁପରିକଳ୍ପିତ ଏବଂ କାର୍ଯ୍ୟକାରୀ ଅପରେସନରେ ରୁଷିଆର ଏକ ବହୁମୂଲ୍ୟ ଗୁପ୍ତଚର ବିମାନକୁ ଖସାଇ ଦିଆଯାଇଛି। ଏହି ଗୁପ୍ତଚର ବିମାନର ମୂଲ୍ୟ ପ୍ରାୟ ୨୭୪ ନିୟୁତ ପାଉଣ୍ଡ (୨,୭୯୨.୮ କୋଟି ଟଙ୍କା) ହେବା ଅନୁମାନ କରାଯାଉଛି ।
-
ଦେଶରେ ଦାରିଦ୍ର୍ୟକୁ ନେଇ ନୀତି ଆୟୋଗ ଏକ ରିପୋର୍ଟ ଜାରି କରିଛନ୍ତି । ଆୟୋଗ ପକ୍ଷରୁ ୨୦୨୨-୨୩ ପାଇଁ ଜାରି ହୋଇଥିବା ରିପୋର୍ଟରେ କୁହାଯାଇଛି ଯେ ଗତ ୯ ବର୍ଷମଧ୍ୟରେ ୨୪.୮୨ କୋଟି ଲୋକ ବହୁମୁଖୀ ଦାରିଦ୍ର୍ୟ ସୀମାରେଖାରୁ ବାହାରକୁ ଆସିଛନ୍ତି।
-
ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ର ମୁଖ୍ୟ କ୍ରିଷ୍ଟାଲିନା ଜୋର୍ଜିଭାଙ୍କ ଏକ ମନ୍ତବ୍ୟ ଚିନ୍ତା ଆହୁରି ବଢ଼ାଇ ଦେଇଛି। ଏଆଇ ବିଶ୍ବର ୪୦ ପ୍ରତିଶତ ଚାକିରିକୁ ପ୍ରଭାବିତ କରିବ ବୋଲି ସେ କହିଛନ୍ତି।
-
ବର୍ତ୍ତମାନ ଫାସ୍ଟ୍ୟାଗ୍ ଜରିଆରେ ଟୋଲ୍ ସଂଗ୍ରହ କରାଯାଉଥିବା ବେଳେ ସେହି ସ୍ଥାନରେ ଜିପିଏସ୍ଭିତ୍ତିକ ବ୍ୟବସ୍ଥା ଲାଗୁ କରିବା ଉପରେ ବିଚାର କରଯାଉଛି। ଏହି ନୂଆ ବ୍ୟବସ୍ଥାର ପରୀକ୍ଷଣ ଆରମ୍ଭ ହୋଇଛି। ବୈଧ ବାଲାନ୍ସ ଥାଇ ମଧ୍ୟ KYC ସମ୍ପୂର୍ଣ୍ଣ ହୋଇ ନ ଥିଲେ ଜାନୁଆରୀ ୩୧ ପରେ ବ୍ୟାଙ୍କଗୁଡ଼ିକ ଫାସ୍ଟାଗ୍କୁ ଅକାମୀ କରିଦେବେ କିମ୍ବା ଏହାକୁ କଳା ତାଲିକାଭୁକ୍ତ କରିବେ।
-
ବିଦେଶରେ ଲିଥିଅମ୍ ଖଣି ଅନୁସନ୍ଧାନ ଓ ଉତ୍ତୋଳନ ପାଇଁ ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ୍ (କାବିଲ୍) ଓ ଆର୍ଜେଣ୍ଟିନାର କାଟାମାର୍କା ପ୍ରଦେଶର କଂପାନି କେମେନ୍ ଏସ୍ଇ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି।
-
ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପ୍ରତିଷ୍ଠାର ୧୫୦ତମ ବର୍ଷ ଅବସରରେ କୃଷକମାନଙ୍କ ପାଇଁ ପାଣିପାଗ ପୂର୍ବାନୁମାନ ପୋର୍ଟାଲ ‘ପଞ୍ଚାୟତ ମୌସମ ସେବା’ର ଶୁଭାରମ୍ଭ କରାଯାଇଛି।
-
ଜାନୁଆରୀ ୨୨ରେ ଭଗବାନ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କରାଯିବ। ରାମ ମନ୍ଦିରର ଗର୍ଭ ଗୃହ ଏବେ ପ୍ରସ୍ତୁତ। ଯାହାର କିଛି ଫଟୋ ଏବେ ସାମ୍ନାକୁ ଆସିଛି ।
-
୨୦୨୦ ଠାରୁ ବିଶ୍ବର ୫ଜଣ ଶ୍ରେଷ୍ଠ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ୨ଗୁଣରୁ ଅଧିକ ହୋଇଥିବା କଥା ଆଜି ଦାତବ୍ୟ ସଙ୍ଗଠନ ‘ଅକ୍ସଫାମ୍’ କହିଛି। ସେମାନେ ହେଉଛନ୍ତି, ଏଲନ୍ ମସ୍କ୍, ବର୍ଣ୍ଣାର୍ଡ ଆର୍ଣ୍ଣନଲ୍ଟ୍, ଜେଫ୍ ବେଜୋସ୍, ୱାରେନ୍ ବଫେଟ୍ ଓ ଲେରି ଏଲିସନ୍ସ୍।
-
ଲୋହିତ ସାଗରରେ ଆମେରିକାର ଏକ ଯୁଦ୍ଧଜାହାଜକୁ ୟେମେନ୍ର ହୋଉଥି ବିଦ୍ରୋହୀମାନେ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି।
-
ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ପାଇଁ ଏକ ଖୁସି ଖବର ଆସିଛି। ସୂଦୂର ପୂର୍ବର ସବୁଠାରୁ ବଡ ସୁନା ଖଣି ଏଠାରେ ମିଳିଛି ।
-
ଶ୍ରୀଲଙ୍କା ନୌସେନା ୧୨ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ସେମାନେ ଦ୍ୱୀପ ଦେଶର ଜଳରେ ମାଛ ଧରିବା ଅଭିଯୋଗ ହୋଇଛି।
-
ଭାରତୀୟ ବାସୁମତି ଚାଉଳକୁ ବିଶ୍ୱର ଶ୍ରେଷ୍ଠ ଚାଉଳ ମାନ୍ୟତା ମିଳିଛି। ଲୋକପ୍ରିୟ ଖାଦ୍ୟ ବିଶ୍ଳେଷଣକାରୀ ସଂସ୍ଥା ‘ଟେଷ୍ଟ ଆଟ୍ଲାସ୍’ ପକ୍ଷରୁ ବାସୁମତି ଚାଉଳକୁ ବର୍ଷ ୨୦୨୩-୨୪ ପାଇଁ ବିଶ୍ୱର ସର୍ବୋତ୍ତମ ଚାଉଳ ମାନ୍ୟତା ପ୍ରଦାନ କରାଯାଇଛି। ନିକଟରେ ଏହି ସଂସ୍ଥା ବିଶ୍ୱର ୧୦୦ ଶ୍ରେଷ୍ଠ ବ୍ୟଞ୍ଜନ ତାଲିକାରେ ଭାରତକୁ ୧୧ ତମ ସ୍ଥାନରେ ରଖିଥିଲା।
|
361 |
Y |
|
1170 |
16-01-2024 |
English |
-
Jatin Das Centre of Arts (JDCA), in collaboration with Odisha Sahitya Akademi (OSA), released the Poster Poems of eminent Odia poets at an event held here on the premises of JDCA, Monday
-
Chief Minister Naveen Patnaik urged Monday the people of Odisha to light diyas (lamp), blow conch shells, beat cymbals, recite devotional hymns and perform kirtans to celebrate the inauguration of the much-awaited Temple Heritage Corridor Project in Puri, January 17
-
Several pregnant women admitted to a hospital here want to have their deliveries January 22 to coincide with the inauguration of the Ram Temple in Ayodhya.
-
Acknowledging the contributions of farmers in the water sector, the state government will observe Pani Panchayat Pakhya (Pani Panchayat Fortnight) from January 16 to 30.
-
: Researchers from the Central University of Odisha (CUO) have identified a number of nutrition-rich little millets (Suan) cultivated by tribals of Koraput hills in Eastern Ghats that can be used to create high-value functional foods according to them.
-
Citizens of Mayurbhanj and Keonjhar districts, mostly tribal communities, have welcomed the Geographical Indication (GI) tagging of Kai Chutney from Mayurbhanj district. The Kai or Nali Pimpudi (red ant) Chutney received the prestigious GI tag along with others indigenous items January 2.
-
The AAP and the Congress forged an alliance Monday for the upcoming Chandigarh mayoral polls. Under the arrangement, the Aam Aadmi Party (AAP) will fight for the mayor's seat while the Congress will contest the posts of senior deputy mayor and deputy mayor, senior Congress leader Pawan Kumar Bansal said
-
The Uddhav Thackeray faction of the Shiv Sena Monday moved the Supreme Court challenging Maharashtra Legislative Assembly Speaker Rahul Narwekar’s order declaring the Sena bloc led by Chief Minister Eknath Shinde as the “real political party” after its split in June 2022.
-
The Enforcement Directorate has summoned BRS leader K Kavitha for a fresh round of questioning in connection with its probe into the Delhi excise policylinked money laundering case, official sources said Monday.
-
A missile fired from Yemen struck a USowned ship just off the coast of Yemen in the Gulf of Aden, less than a day after Yemen's Houthi rebels fired an anti-ship cruise missile toward an American destroyer in the Red Sea, officials said.
-
Ukraine said Monday it had destroyed a Russian Beriev A-50 spy plane and an Ilyushin Il-22 airborne command post in the Sea of Azov area, dealing a blow to Russian military operations in occupied southern Ukraine
-
From Uttar Pradesh's Pakhawaj to Tamil Nadu's Mridang, different classical instruments from across the country will be played to celebrate the Ram Mandir consecration ceremony in Ayodhya, the temple trust has said.
-
Anybody who wants to board Rahul Gandhi's 'Mohabbat ki Dukaan' bus for the Bharat Jodo Nyay Yatra must get a 'special ticket' which has a picture of the former Congress president in his yatra avatar printed on it.
-
Jharkhand Chief Minister Hemant Soren told the Enforcement Directorate (ED) that it can record his statement in a money laundering case at his secretariat on January 20, sources said on Monday night.
-
YouTube on Monday sought more time from the National Commission For Protection of Child Rights (NCPCR) to comply with the top child rights body's directions to remove videos portraying sexual abuse acts involving women and minors
|
393 |
Y |
|