# |
Date |
Type |
Current Affairs |
No. Of Views |
Status |
Action |
1211 |
21-12-2023 |
Odia |
-
ପବ୍ଲିକାନ ପାର୍ଟି ନେତା ଡୋନାଲ୍ଡ ଟ୍ରମ୍ପ ତାଙ୍କ ବିରୋଧରେ ଥିବା ଅଭିଯୋଗ ପାଇଁ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି କଲରାଡୋ ରାଜ୍ୟର ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେଇଥିବାରୁ ଏହାକୁ ନେଇ ଆମେରିକା ରାଜନୀତି ସରଗରମ ହୋଇଉଠିଛି।
-
ଜଣେ ଭାରତୀୟ-ଆମେରିକୀୟ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁକୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗର ଯାଞ୍ଚ କରାଯିବ, କିନ୍ତୁ ଗୋଟିଏ ଦୁଇଟି ଘଟଣା ଭାରତ-ଆମେରିକା ସମ୍ପର୍କକୁ ପ୍ରଭାବିତ କରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କହିଛନ୍ତି।
-
ଭାରତର ବହୁ ଚର୍ଚ୍ଚିତ ପ୍ରଥମ ସୂର୍ଯ୍ୟ ଅଭିଯାନ ଆଦିତ୍ୟ-ଏଲ୍-୧ ଜାନୁଆରୀ ପ୍ରଥମ ସପ୍ତାହରେ ଲ୍ୟାଗ୍ରେଞ୍ଜ ପଏଣ୍ଟ-୧ରେ ପହଞ୍ଚିବ।
-
ଦିଲ୍ଲୀରେ ଥିବା ବେଆଇନ ବସ୍ତି ଉଚ୍ଛେଦ ନିମନ୍ତେ ସମୟ ସୀମାକୁ ପୁଣି ତିନି ବର୍ଷ ବୃଦ୍ଧି କରାଯାଇଛି। ଏନେଇ ମଙ୍ଗଳବାର ସଂସଦରେ ବିଲ୍ ପାରିତ ହେବା ସହ ଗୃହୀତ ହୋଇଛି।
-
ଦୁର୍ନୀତି ମାମଲାରେ ଉଚ୍ଚଶିକ୍ଷା ମନ୍ତ୍ରୀ କେ ପୋନମୁଡ଼ି ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବାକୁ ତାମିଲନାଡୁ ରାଜ୍ୟପାଳ ଆର୍ଏନ୍ ରବି ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନଙ୍କୁ କହିଛନ୍ତି
-
୩ଟି ଗୁରୁତ୍ବପୂର୍ଣ୍ଣ ବିଲ୍ ଆଜି ଲୋକସଭାରେ ଗୃହୀତ ହୋଇଛି। ଅନେକ ପୁରୁଣା ବ୍ୟବସ୍ଥାକୁ ହଟାଇ ଦିଆଯାଇଛି। ନୂତନ ବ୍ୟବସ୍ଥା ଅନୁଯାୟୀ ଲିଖିତ ଏତଲା ଦାଖଲ ହେବାର ତିନି ଦିନ ମଧ୍ୟରେ ଏଫ୍ଆଇଆର୍ ପଞ୍ଜୀକୃତ ହେବ। ପ୍ରାଥମିକ ଅନୁସନ୍ଧାନ ରିପୋର୍ଟ ୧୪ ଦିନ ମଧ୍ୟରେ ଶେଷ ହେବ। କେବଳ ଏତିକି ନୁହେଁ, ତଦନ୍ତ ରିପୋର୍ଟ ୨୪ ଘଣ୍ଟା ମଧ୍ୟରେ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ଦାଖଲ ହେବ। ତଦନ୍ତ ଶେଷ ହୋଇନଥିଲେ ମଧ୍ୟ ଚାର୍ଜସିଟ୍ ଦାଖଲ ସମୟ ୧୮୦ ଦିନରୁ ଅଧିକ ହେବନାହିଁ।
-
ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଦେଶର ମୋଟ ଋଣ ପରିମାଣ ୨୦୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏପ୍ରିଲ୍-ଜୁନ୍ ତ୍ରୈମାସିକରେ ତାହା ୨୦୦ ଲକ୍ଷ କୋଟି ଟଙ୍କା ଥିଲା। ମୋଟ ଋଣରେ କେନ୍ଦ୍ର ସରକାରଙ୍କ ଭାଗ ୧୬୧.୧ ଲକ୍ଷ କୋଟି ଟଙ୍କା ରହିଛି।
-
ଫେବ୍ରୁଆରିରେ ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଯାଇଛି। ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି) ବୁଧବାର ସମ୍ଭାବ୍ୟ ପ୍ରାର୍ଥୀଙ୍କ ଠାରୁ ନାମାଙ୍କନ ପତ୍ର ଗ୍ରହଣ କରିବା ଆରମ୍ଭ କରିଛନ୍ତି।
-
ଚଳିତ ବର୍ଷର ସେପ୍ଟେମ୍ବର ରାଜ୍ୟ ଟେଲିକମ୍ ଶିଳ୍ପ ଲାଗି ଏକ ଖରାପ ମାସ ସାବ୍ୟସ୍ତ ହୋଇଛି। ବହୁ ସଂଖ୍ୟାରେ ଗ୍ରାହକ ମୋବାଇଲ୍ ନେଟ୍ୱର୍କଠାରୁ ଦୂରେଇ ଯାଇଛନ୍ତି। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ତଥ୍ୟ ଅନୁସାରେ ସେପ୍ଟେମ୍ବରରେ ଓଡ଼ିଶା ପ୍ରାୟ ୫ ଲକ୍ଷ ପୁରୁଣା ମୋବାଇଲ୍ ଗ୍ରାହକଙ୍କୁ ହରାଇଛି।
-
ସବୁଠୁ ୫୦ ପ୍ରଭାବଶାଳୀ ଭାରତୀୟଙ୍କ ମଧ୍ୟରେ ଓଡ଼ିଶାର ପ୍ରୀତି ପଲ୍ଲବୀ ପଟ୍ଟନାୟକଙ୍କୁ ସ୍ଥାନ ମିଳିଛି। ଫୋର୍କ ମିଡିଆ ଗ୍ରୁପ୍ ସହଯୋଗରେ ଏଲିଟ୍ ପତ୍ରିକା ପକ୍ଷରୁ ଐତିହାସିକ ଷ୍ଟାଚ୍ୟୁ ଅଫ୍ ଲିବର୍ଟିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରୀତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
-
ଫ୍ରାନ୍ସ ସରକାର ବିଦେଶୀମାନଙ୍କ ପାଇଁ ସେଠାରେ ପରିବାର ସହ ରହିବା ଓ ତାହା ସହ ଜଡିତ କେତେକ ନିୟମକୁ କଠୋର କରିଛନ୍ତି। ଫ୍ରାନ୍ସ ସଂସଦ ଇମିଗ୍ରେସନ ନୀତିକୁ କଡାକଡି କରି ଏକ ଆଇନ ପ୍ରଣୟନ କରିଛି। ନୂତନ ନିୟମ ଅନୁଯାୟୀ ପ୍ରବାସୀମାନଙ୍କ ପାଇଁ ପରିବାର ସଦସ୍ୟଙ୍କୁ ଫ୍ରାନ୍ସକୁ ଆଣିବା ଅଧିକ କଷ୍ଟସାଧ୍ୟ ହେବ
-
ରାଜ୍ୟସଭାରେ କେନ୍ଦ୍ରୀୟ ଦ୍ରବ୍ୟ ଏବଂ ସେବା କର ସଂଶୋଧନ ବିଲ୍ – ୨୦୨୩ ଆଗତ କରାଯାଇଛି। ଏହି ବିଲ୍ ପାରିତ ହେଲେ କେନ୍ଦ୍ରୀୟ ଦ୍ରବ୍ୟ ଏବଂ ସେବା କର ବିଧେୟକ ୨୦୧୭ର ବ୍ୟବସ୍ଥାରେ ସଂଶୋଧନ ହୋଇପାରିବ।
-
ଚୀନ ତା’ର କାର୍ଯ୍ୟକଳାପରୁ ନିବୃତ ହେଉନାହିଁ। ଏବେ ପୁଣି ଥରେ ଚୀନ୍ ବେଲୁନ ତାଇୱାନ ସୀମା ଅତିକ୍ରମ କରିଛି।
-
ରାଷ୍ଟ୍ରୀୟ ଖେଳ ପୁରସ୍କାର ୨୦୨୩ ପାଇଁ ଖେଳାଳିଙ୍କ ନାଁ ଘୋଷଣା ହୋଇଛି । ଭାରତୀୟ ଟିମ୍ର ଷ୍ଟାର ବୋଲର ମହମ୍ମଦ ଶାମିଙ୍କ ସମେତ ମୋଟ ୨୬ ଖେଳାଳିଙ୍କୁ ଅର୍ଜ୍ଜୁନ ପୁରସ୍କାର ମିଳିବ । ଅନ୍ୟପଟେ ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନ ଷ୍ଟାର ସାତ୍ତ୍ୱିକ ସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କ ଯୋଡିକୁ ମେଜର ଧ୍ୟାନଚନ୍ଦ ଖେଳ ରତ୍ନ ସମ୍ମାନ ମିଳିବ ।
-
ବିଶିଷ୍ଟ କବି ଆଶୁତୋଷ ପରିଡା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । କବିତା ସଂକଳନ ‘ଅପ୍ରସ୍ତୁତ ମୃତ୍ୟୁ’ ପାଇଁ ଆଶୁତୋଷ ପରିଡାଙ୍କୁ ମିଳିବ ସମ୍ମାନ । ୨୦୨୩ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି । ୨୪ ଟି ଭାରତୀୟ ଭାଷା ପାଇଁ ପୁରସ୍କାର ଘୋଷିତ ହୋଇଛି ।
-
ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୫୦୭ଟି ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି।
-
ସାହାରା ଗ୍ରୁପରୁ ଅଧିକ ଟଙ୍କା ପାଇବାକୁ ଏବଂ ଏହାକୁ ନିବେଶକଙ୍କ ନିକଟକୁ ଫେରାଇବାକୁ ସରକାର ପୁଣି ଥରେ ସୁପ୍ରିମକୋର୍ଟଙ୍କ ନିକଟକୁ ଯିବେ।
-
ବୁଧବାର, ବାଣିଜ୍ୟ ସପ୍ତାହର ତୃତୀୟ ଦିନରେ ଷ୍ଟକ ମାର୍କେଟରେ ଭୂକମ୍ପ ହୋଇଛି। ବଜାର ଖୋଲିବା ମାତ୍ରେ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଥିଲା। କାରବାରର ଶେଷ ଘଣ୍ଟାରେ ହଠାତ ଶେୟାର ବଜାର ଭୁଶୁଡି ପଡିଥିଲା
-
ମୋବାଇଲ ଏବଂ ସିମ କାର୍ଡ ସହ ଜଡିତ ନିୟମକୁ ସରକାର ପରିବର୍ତ୍ତନ କରିଛନ୍ତି। ପୁରୁଣା ନିୟମରେ ସହଜ ଥିଲା, ଯାହା ଦ୍ୱାରା ବେଆଇନ ସିମ କାର୍ଡ କିଣି ବିଭିନ୍ନ ଅପରାଧ କରାଯାଇ ପାରୁଥିଲା।
-
ସ୍ମାର୍ଟଫୋନ ଯୋଗୁ ଲୋକଙ୍କ ପାଇଁ ଅନେକ ଜିନିଷ ସହଜ ହୋଇଯାଇଛି । କିନ୍ତୁ କିଛି ଜିନିଷ ମଧ୍ୟ କଷ୍ଟସାଧ୍ୟ ହୋଇଛି । ଏକ ଫୋନ କଲ ଗ୍ରାହକଙ୍କୁ ବିଚଳିତ କରିବା ସହିତ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ନିମିଷକେ ଖାଲି କରି ଦେଇପାରେ। ତେଣୁ ସ୍ମାଟଫୋନ ୟୁଜର ସବୁବେଳେ କେତେକ ବିଷୟଗୁଡ଼ିକୁ ଧ୍ୟାନରେ ରଖିବା ଉଚିତ।
|
394 |
Y |
|
1212 |
21-12-2023 |
English |
-
The Union government will introduce new technologies, including GPSbased toll collection systems, by March next year to replace existing highway toll plazas, Union Minister Nitin Gadkari said Wednesday.
-
Amid suspension of 143 Opposition members following protests over the recent security breach in Parliament, three crucial Bills - Bharatiya Nyaya (Second) Sanhita, 2023, the Bharatiya Nagarik Suraksha (Second) Sanhita, 2023 and the Bharatiya Sakshya (Second) Bill, 2023 - that will replace Indian Penal Code (IPC) of 1860, Code of Criminal Procedure (CrPC) of 1973 and Indian Evidence Act, of 1872 were passed in Lok Sabha Wednesday.
-
As many as 21 cases of Covid-19 sub-variant JN.1 have been detected across the country till now, NITI Aayog member (Health) VK Paul said Wednesday but asserted that there was no need to panic.
-
Cold wave continues to sweep Odisha, with 14 places in the state recording minimum temperatures at or below 10 degrees Celsius
-
The state government Wednesday said the state hasn’t reported any Covid case over the past week, amid an uptick in infections in various parts of the country.
-
Eminent Odia poet Ashutosh Parida is among the 24 recipients of Sahitya Akademi Awards 2023, the organisation announced, Wednesday
-
Kalahandi district, once infamous for starvation deaths and child sale, is experiencing a turnaround in its fortune through fish cultivation.
-
Paradip Port has proved its efficiency and achieved yet another 100 Million Metric Tonnes (MMT) of cargo handling in the shortest time in its history.
-
The controversy over a TMC MP mimicking Vice President Jagdeep Dhankhar took political centrestage Wednesday with the issue playing out both inside and outside Parliament and President Droupadi Murmu joining Prime Minister Narendra Modi in expressing dismay.
-
The Enforcement Directorate has summoned Bihar deputy chief minister Tejashwi Yadav and his father and RJD chief Lalu Prasad for questioning in the railways land-for-jobs money laundering case probe, official sources said Wednesday.
-
The European Union reached agreement early Wednesday on new rules designed to share out the cost and work of hosting migrants more evenly and to limit the numbers of people coming in.
-
Ukraine’s President Volodymyr Zelenskyy said Tuesday the military had proposed mobilising 450,000-500,000 more Ukrainians into the armed forces in what would mark a dramatic step up of Kyiv’s war with Russia.
-
The government will approach the Supreme Court again to get more funds from the Sahara Group, as three crore investors have sought a refund of `80,000 crore stuck with the company’s cooperative societies.
-
An army truck was ambushed by terrorists in Jammu and Kashmir's Poonch district today. This was the second terror attack on the army in the region in less than a month.
-
There are a total of 10 "black tigers" in India, all exclusively found in Odisha's Similipal, the government informed the Parliament on Thursday.
|
386 |
Y |
|
1213 |
20-12-2023 |
Odia |
-
ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ପାଇଁ ପ୍ରଥମ ଥର ପାଇଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରିବା ପାଇଁ ନିଷ୍ପତ୍ତି ହୋଇଛି। ୨୦୨୪ ଫେବୃଆରୀ ମାସରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ପାଇଁ ଐତିହ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି।
-
ଗୁଜୁରାଟର ଜଣେ ଭକ୍ତ ମଙ୍ଗଳବାର ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ପ୍ରଶାସନକୁ ସ୍ୱର୍ଣ୍ଣ ଅଳଙ୍କାର ସମର୍ପଣ କରିଛନ୍ତି ।ଦୈନନ୍ଦିନ ବେଶରେ ଲାଗୁଥିବା ସୂବର୍ଣ୍ଣ ଚିତା ବା ତିଲକ ଦୁଇଟି ପ୍ରଦାନ କରିଛନ୍ତି । ଏହାର ଓଜନ ପ୍ରାୟ ୧କିଗ୍ରା ୭୫ଗ୍ରାମ ରହିଛି । ଏଥିସହିତ ଶ୍ରୀମନ୍ଦିର ଭିତରେ ନାରାୟଣ, ସାକ୍ଷୀଗୋପାଳଙ୍କ ପାଇଁ ୩ଟି ରୂପା ମୁକୁଟ ଦେଇଛନ୍ତି ଗୁଜୁରାଟ ଅହମ୍ମଦାବାଦର ଭକ୍ତ ଚିରାଗ ଚିନୁଭାଇ ପଟେଲ
-
ଚୀନର ଗାଂସୁ ପାନ୍ତରେ ସୋମବାର ବିଳମ୍ବିତ ରାତିରେ ଭୟଙ୍କର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ରହିଛି । ଚୀନର ଭୂକମ୍ପ ନେଟୱର୍କ କେନ୍ଦ୍ର ଅନୁସାରେ, ସୋମବାର ୧୧ଟା ୫୯ ମିନିଟରେ ଉତ୍ତର ପଶ୍ଚିମୀ ଚୀନର ଗାଂସୁ ପ୍ରାନ୍ତରେ ଜୋରଦାର ଭୂକମ୍ପ ଅନୁଭୂତ ହୋଇଛି ।
-
ତିନି ଦିନ ଧରି ଚାଲିଥିବା ଏହି ଧାରାରେ କୌଣସି ବିରାମ ଲାଗୁନାହିଁ। ଆଜି ବିରୋଧୀ ଦଳର ଆଉ ୪୯ ସାଂସଦଙ୍କୁ ନିଲମ୍ବନ କରାଯାଇଛି। ଏହାସହିତ ନିଲମ୍ବିତ ସାଂସଦମାନଙ୍କ ସଂଖୃା ୧୪୧ରେ ପହଞ୍ଚିଛି। ଏହି ନିଲମ୍ବନର ପ୍ରତିବାଦରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଅସନ୍ତା ୨୨ ତାରିଖରେ ଦେଶବ୍ୟାପୀ ପ୍ରତିବାଦ କାର୍ଯ୍ୟକ୍ରମ କରାଯିବ ବୋଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଘୋଷଣା କରିଛନ୍ତି।
-
ପୃଥିବୀର କକ୍ଷ ପକ୍ଷରେ ୬ ରହସ୍ୟମୟ ଓ ଅପରିଚିତ ବସ୍ତୁକୁ ଚୀନର ମହାକାଶ ଯାନ ସେନ୍ଲଙ୍ଗ୍ (ଦୈବୀ ଡ୍ରାଗନ) ସ୍ଥାପିତ କରିଛି। ଏହି ଘଟଣା ପରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ସମେତ ବିଭିନ୍ନ ରାଷ୍ଟ୍ରର ମହାକାଶ ଗବେଷଣା ସଂସ୍ଥାନଗୁଡ଼ିକ ମଧ୍ୟରେ ଚହଳ ସୃଷ୍ଟି ହୋଇଛି।
-
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଆଗମୀ ଦିନରେ ତାଙ୍କ ପିଉସୀଙ୍କଠାରୁ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ ବୋଲି ତୃଣମୂଳ କଂଗ୍ରେସ (ଟିଏମ୍ସି) ମୁଖପାତ୍ର କୁନାଲ ଘୋଷ ସୋମବାର କହିଛନ୍ତି।
-
ଶ୍ରୀଲଙ୍କାର ସାମୁଦ୍ରିକ ସୀମାରେ ଚୀନର ଗୁଇନ୍ଦା ଓ ଗବେଷଣା ଜାହଜ ସ୍ଥାପନ ଉପରେ ଶ୍ରୀଲଙ୍କା ସରକାର ପ୍ରତିବନ୍ଧକ ଲଗାଇଛି। ଶ୍ରୀଲଙ୍କା ସରକାର ଚୀନର ଜଳପୋତ ଉପରେ ୧ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଥିବା
-
ଇତିମଧ୍ୟରେ ଇସ୍ରାଏଲ ସେନା ଅଦ୍ୟାବଧି ୧୦୦୦ରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କୁ ବନ୍ଦୀ କରିଛି। ଆଇଡିଏଫ୍ ମୁଖ୍ୟ କହିଛନ୍ତି ଯେ ଯେତେବେଳେ ଲଢୁଆମାନେ ଅସ୍ତ୍ରଶସ୍ତ୍ର ତଳେ ଥୋଇଦେଇ ହାତ ଉଠାନ୍ତି, ଆମେ ସେମାନଙ୍କୁ ଗିରଫ କରୁ, ଆମେ ସେମାନଙ୍କୁ ଗୁଳି କରୁନାହିଁ।
-
ବୁକିଂ ଡଟ୍ କମ୍ ଜାରି କରିଥିବା ରିପୋର୍ଟ ଅନୁସାରେ ଛୁଟିଦିନରେ ଲୋକମାନେ ଭ୍ରମଣ କରିବା ଲାଗି ପସନ୍ଦ କରୁଥିବା ସ୍ଥାନ ମଧ୍ୟରେ ପୁରୀ ଦ୍ବିତୀୟ ସ୍ଥାନରେ ଥିଲା। ଏବେ ରିତେଶ ଅଗ୍ରୱାଲଙ୍କ କଂପାନି ଓୟୋ ଜାରି କରିଥିବା ରିପୋର୍ଟ ଅନୁସାରେ ଧାର୍ମିକ ସ୍ଥଳ ମଧ୍ୟରେ ବୁକିଂରେ ପୁରୀ ଏକ ନମ୍ବର ସ୍ଥାନରେ ରହିଛି।
-
ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଘରୋଇ ଏୟାରଲାଇନ୍ସ ସ୍ପାଇସ୍ଜେଟ୍ରେ ମୁମ୍ବାଇରେ ବାସ କରୁଥିବା ଓଡ଼ିଆ ଦମ୍ପତି ହରିହର ମହାପାତ୍ର ଓ ପ୍ରୀତି ମହାପାତ୍ର ୧୧୦୦ କୋଟି ଟଙ୍କା ନିବେଶ କରିଛନ୍ତି। ସେମାନେ ସ୍ପାଇସ୍ଜେଟ୍ର ୧୯ ପ୍ରତିଶତ ଅଂଶଧନ ହାସଲ କରିଛନ୍ତି।
-
ନିଜର ସମ୍ପତ୍ତି ବଢ଼ାଇବାରେ ଓପି ଜିନ୍ଦଲ ଗ୍ରୁପ୍ର ଅଧ୍ୟକ୍ଷା ସାବିତ୍ରୀ ଜିନ୍ଦଲ ଆଗରେ ରହିଛନ୍ତି। ବ୍ଲୁମ୍ବର୍ଗ ବିଲିଓନେୟାର ସୂଚୀ ଅନୁସାରେ ଦେଶର ଏକ ନମ୍ବର ଧନୀ ମୁକେଶଠାରୁ ତାଙ୍କ ସମ୍ପତ୍ତି ଅଧିକ ବଢ଼ିଛି।
-
ଦିଲ୍ଲୀରେ ଅନଧିକୃତ ଭାବେ ଗଢ଼ିଉଠିଥିବା କୋଠାଗୁଡ଼ିକ ବିରୋଧରେ ଦଣ୍ଡମୂଳକ କାର୍ଯ୍ୟାନୁଷ୍ଠାନ ବିରୋଧରେ ସୁରକ୍ଷାକୁ ଡିସେମ୍ବର ୩୧ ସମୟସୀମା ଶେଷ ହେବା ପରେ ଆଉ ୩ ବର୍ଷ ବଢ଼ାଇବାକୁ ଏକ ବିଲ୍ ମଙ୍ଗଳବାର ଲୋକ ସଭାରେ ଗୃହୀତ ହୋଇଛି।
-
ଯଦି କେହି ବିନା କାରଣରେ କଲ କରି ହଇରାଣ କରୁଛନ୍ତି, ତା’ହେଲେ ତାଙ୍କ ଉପରେ ୫୦ ହଜାରରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଯାଇପାରିବ।
-
୨୦୨୦ରୁ ୨୦୨୩ ଗତ ୩ ବର୍ଷ ମଧ୍ୟରେ ୨୦୬ ସିଆରପିଏଫ ଯବାନ ଆତ୍ମହତ୍ୟା କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ସୂଚନା ପ୍ରଦାନ କରିଛନ୍ତି।
-
ଉତ୍ତରପ୍ରଦେଶର ବାରାଣାସୀରେ ଅବସ୍ଥିତ କାଶୀ ବିଶ୍ୱନାଥ-ଜ୍ଞାନଵାପି ଜମି ମାଲିକାନା ବିବାଦ ମାମଲାରେ ଆହ୍ଲାବାଦ ହାଇକୋର୍ଟ ମଙ୍ଗଳବାର ବଡ଼ ରାୟ ଦେଇଛନ୍ତି। ବିଚାରପତି ରୋହିତ ରଂଜନ ଅଗ୍ରୱାଲଙ୍କ ଖଣ୍ଡପୀଠ ମାଲିକାନା ବିବାଦ ମାମଲାକୁ ଚ୍ୟାଲେଞ୍ଜ କରି ଅଞ୍ଜୁମାନ ଇଣ୍ଟେଜାମିଆ ମସଜିଦ କମିଟି ଦାଖଲ କରିଥିବା ଆବେଦନକୁ ଖାରଜ କରିଛନ୍ତି।
-
ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧୀନରେ ମହିଳା ଉଦ୍ୟୋଗୀଙ୍କୁ ୩୦ କୋଟିରୁ ଅଧିକ ବନ୍ଧକ ମୁକ୍ତ ଋଣ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା କେବଳ ଉଦ୍ୟୋଗୀ ଅଭିଳାଷକୁ ବୃଦ୍ଧି କରିନାହିଁ ବରଂ ଦେଶର ଉନ୍ନତ ବିକାଶକୁ ମଧ୍ୟ ସୁନିଶ୍ଚିତ କରିଛି।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଜି -୨୦ ଅଧ୍ୟକ୍ଷତା ମାଧ୍ୟମରେ ଭାରତ ଭିନ୍ନ ଭିନ୍ନ ଦାୟିତ୍ୱ ଏବଂ ସମ୍ପୃକ୍ତ ସାମର୍ଥ୍ୟ ଆଧାରରେ ଜଳବାୟୁ କାର୍ଯ୍ୟକୁ ଏକ ସହଯୋଗୀ ପ୍ରକ୍ରିୟା କରିବାକୁ ପ୍ରତିଶୃତି ଦେଇଛି। ସେ କହିଛନ୍ତି ଯେ ଭାରତକୁ କେବଳ ବିଶ୍ୱର ଦେଶମାନେ ଗ୍ରହଣ କରି ନ ଥିଲେ ବରଂ ଏହାକୁ ୟୁଏଇର ଘୋଷଣାପତ୍ରରେ ମଧ୍ୟ ସାମିଲ କରିଛନ୍ତି।
-
ପ୍ରଶାନ୍ତ ଶର୍ମାଙ୍କ ଦ୍ବାରା ନିର୍ଦେଶିତ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ‘ହନୁମାନ’କୁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି।ଇତି ମଧ୍ୟରେ ଫିଲ୍ମର ହିନ୍ଦୀ ଟ୍ରେଲର ରିଲିଜ୍ ହୋଇଛି, ଯାହା ସାମାଜିକ ଗଣମାଧ୍ୟମରେ ହଇଚଇ ସୃଷ୍ଟି କରିଛି।
-
ଦୁବାଇର କୋକାକୋଲା ଆରେନାରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୪ ନିଲାମ ଚାଲିଛି। ବିଶ୍ୱକପ ତାରକା ମିଚେଲ ଷ୍ଟାର୍କ ଏବଂ ପ୍ୟାଟ୍ କମିନ୍ସ ଏହି ନିଲାମରେ ସବୁଠୁଁ ଆଗରେ ରହିଛନ୍ତି।
-
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚଳିତ ଦିନିକିଆ ସିରିଜ୍ର ଦ୍ୱିତୀୟ ମୁକାବିଲା ସ୍ଥାନୀୟ ସେଣ୍ଟ ଜର୍ଜସ ପାର୍କରେ ଖେଳାଯାଉଛି। ଆଜିର ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୪୬.୨ ଓଭରରେ ୨୧୧ ରନ କରି ଅଲଆଉଟ ହୋଇଯାଇଛି ।
|
370 |
Y |
|
1214 |
20-12-2023 |
English |
-
The Odisha government Tuesday decided to organise a World Odia Language Conference in February next year to further strengthen, spread and popularise the language in the state and outside.
-
A day after 78 suspensions in both the Houses, Lok Sabha Tuesday suspended 49 more Opposition MPs for unruly behaviour, including Koraput MP Saptagiri Ulaka, as the turmoil continued in the Parliament over the security breach in Lok Sabha December 13. The INDIA bloc’s strength has reduced to almost one third in the Lok Sabha
-
The Odisha government Tuesday claimed that the dropout rate in Class X was 27 per cent in the state in 2021-22 and not 49.9 per cent as stated by Union Education Minister Dharmendra Pradhan in the Lok Sabha a day before.
-
A nine-year-old girl was allegedly abducted, raped and then murdered by her 52-year-old landlord, who dumped her body in a canal in outer Delhi's Swaroop Nagar, police said, Tuesday.
-
West Bengal Chief Minister and TMC supremo Mamata Banerjee and Delhi Chief Minister Arvind Kejriwal Tuesday proposed Congress president Mallikarjun Kharge's name as the opposition INDIA bloc's PM candidate, saying he could be the ‘first Dalit prime minister’ of the country, but no decision was taken on it.
-
Cold wave continues to sweep Odisha with 11 places in the state recording minimum temperatures below 10 degrees Celsius, the India Meteorological Department (IMD) said Tuesday.
-
INDIA bloc leaders Tuesday sought the intervention of President Droupadi Murmu over the suspension of 141 opposition MPs from Parliament.
-
Governor Raghubar Das has drawn the attention of Chief Minister Naveen Patnaik to certain issues faced by the people of Angul and Dhenkanal districts
-
The Orissa Botanical Society (OBS) conferred Prof Gadadhara Mishra Memorial Plant Physiology Award 2023 on Debabrata Panda of Central University of Odisha (CUO) at the 46th annual conference of OBS organised on the premises of Dhenkanal Auonomous College, Monday.
-
The Orissa Botanical Society (OBS) conferred Prof Gadadhara Mishra Memorial Plant Physiology Award 2023 on Debabrata Panda of Central University of Odisha (CUO) at the 46th annual conference of OBS organised on the premises of Dhenkanal Auonomous College, Monday.
-
The Calcutta High Court Tuesday refused to grant a prayer by BJP MP Dilip Ghosh and another person for change of date of a Teachers’ Eligibility Test (TET) in West Bengal since it coincides with the December 24 Bhagavad Gita chant programme, scheduled to be attended by Prime Minister Narendra Modi.
-
Enforcement Directorate (ED) Tuesday conducted raids at the West Bengal Forest Department office. Minister Jyotipriya Mallick has already been arrested by the ED in October this year for his alleged involvement in the case.
-
Senior BJP MLA and former Chhattisgarh Chief Minister Raman Singh was Tuesday unanimously elected as the Speaker of Chhattisgarh Assembly. The first session of the newly-elected Assembly began Tuesday
-
Suspended from Parliament, opposition leaders Tuesday staged protests on the stairs of the building with Trinamool Congress leader Kalyan Banerjee breaking into an impromptu skit mocking Vice President Jagdeep Dhankhar and Rahul Gandhi making a video of the performance, sparking a political controversy
-
The Gujarat High Court Tuesday rejected the bail application of Oreva Group CMD Jaysukh Patel, the main accused in the October 2022 Morbi suspension bridge collapse that killed 135 persons.
|
405 |
Y |
|
1215 |
19-12-2023 |
Odia |
-
ଦେଶରେ ଚାଳକବିହୀନ କାର୍ ଚଳାଚଳକୁ ଅନୁମତି ମିଳିବନି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ ଏହା କହିଛନ୍ତି। ଏହା ପଛର କାରଣ ସମ୍ପର୍କରେ ସେ କହିଛନ୍ତି ଯେ ଚାଳକବିହୀନ କାର୍ ଚାଲିଲେ ବହୁ ଚାଳକ ବେରୋଜଗାର ହୋଇପଡ଼ିବେ।
-
ନାଗରିକଙ୍କ ସୁରକ୍ଷା ଓ ଜାତୀୟ ନିରାପତ୍ତା ଦୃଷ୍ଟିରୁ ଡାକ କର୍ମଚାରୀମାନେ ଯେକୌଣସି ଜିନିଷକୁ ଖୋଲିପାରିବେ। ଡାକଘର ନିୟମ ୧୮୯୮ ସ୍ଥାନରେ ଏହି ନୂଆ ବିଧେୟକ ଲାଗୁ ହେବ।
-
୧୯୯୩ ମୁମ୍ବାଇ ବିସ୍ଫୋରଣ ମାମଲାର ମାଷ୍ଟରମାଇଣ୍ଡ୍ ତଥା ଭାରତର ମୋଷ୍ଟ ୱାଣ୍ଟେଡ ଅପରାଧୀ ଦାଉଦ ଇବ୍ରାହିମ ଅସୁସ୍ଥ ହୋଇଛି। ତାକୁ କରାଚୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
-
ଦୂରସଂଚାର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ସଂସଦରେ ନୂଆ ଦୂରସଂଚାର ବିେଧୟକ ୨୦୨୩କୁ ଆଗତ କରିଛନ୍ତି। ୧୩୮ ବର୍ଷ ପୁରୁଣା ଭାରତୀୟ ଟେଲିଗ୍ରାଫ ନିୟମ ସ୍ଥାନରେ ଏହା ଲାଗୁ ହେବ। ଏହି ବିଧେୟକର ସବୁଠୁ ଗୁରୁତ୍ବପୂର୍ଣ୍ଣ ବ୍ୟବସ୍ଥାଟି ହେଉଛଇ ଜରୁରୀକାଳୀନ ସମୟରେ ସରକାର ମୋବାଇଲ୍ ସେବାକୁ ନିଜ ନିୟନ୍ତ୍ରଣକୁ ନେଇ ତାହାର ପରିଚାଳନା କରିପାରିବେ ଏବଂ ଦରକାର ପଡ଼ିଲେ ସେବା ବାତିଲ କରିଦେଇପାରିବେ।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣସୀ ଗସ୍ତର ଦ୍ବିତୀୟ ଦିନରେ ସୋମବାର ଉମରାହା ଅଞ୍ଚଳରେ ଅବସ୍ଥିତ ଏକ ଭବ୍ୟ ସାତ ମହଲାବିଶିଷ୍ଟ ସ୍ୱରବେଦ ମହାମନ୍ଦିରକୁ ଉଦ୍ଘାଟନ କରିଛନ୍ତି।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବାରାଣସୀଠାରେ ୧୯,୧୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ବା ଲୋକାର୍ପଣ କରିଛନ୍ତି।
-
ଭାରତ ସୋମବାର ଉତ୍ତର ମେରୁ ଅଞ୍ଚଳ (ଆର୍କଟିକ୍)କୁ ଏହାର ପ୍ରଥମ ଶୀତକାଳୀନ ଅଭିଯାନ ଆରମ୍ଭ କରିଛି। ଆଜି କେନ୍ଦ୍ର ଭୂବିଜ୍ଞାନ ମନ୍ତ୍ରୀ କିରଣ ରିଜିଜୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏ ନେଇ ସୂଚନା ଦେଇଛନ୍ତି।
-
ସଂସଦର ଚଳିତ ଶୀତ ଅଧିବେଶନରେ ସୁରକ୍ଷା ଭଙ୍ଗ ପ୍ରସଙ୍ଗରେ ବର୍ତ୍ତମାନ ସୁଦ୍ଧା ୯୨ ଜଣ ସାଂସଦ ନିଲମ୍ବିତ ହୋଇଛନ୍ତି।
-
ନିକଟରେ ଭାରତର କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଇବା ସହ ଦେଶରେ କୋଭିଡ୍-୧୯ର ନୂତନ ଜେଏନ୍.୧ ଭାରିଆଣ୍ଟର ପ୍ରଥମ ମାମଲା ଚିହ୍ନଟ।
-
ଦୀର୍ଘ ସାଢ଼େ ୩ ମାସ ପରେ ମଙ୍ଗଳବାର (ଡିସେମ୍ବର ୧୯) ସନ୍ଧ୍ୟାରେ ଦିଲ୍ଲୀରେ ଇଣ୍ଡିଆ ଆଲାଏନ୍ସର ଚତୁର୍ଥ ବୈଠକ ହେବାକୁ ଯାଉଛି। ବୈଠକରେ ଲୋକସଭା ନିର୍ବାଚନ ପାଇଁ ଆସନ ବଣ୍ଟନ ଓ ସାଧାରଣ ଘୋଷଣା ଉପରେ ଆଲୋଚନା ହୋଇଛି।
-
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୁଣି ସମନ୍ କରିଛି। ତାଙ୍କୁ ଆସନ୍ତା ୨୧ ତାରିଖ (ଗୁରୁବାର) ହାଜର ହେବାକୁ କୁହାଯାଇଛି।
-
ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ପ୍ରତି ଓଡ଼ିଶା ଅର୍ଥନୀତିର ଅବଦାନ ବୃଦ୍ଧି ପାଇଛି। ସଦ୍ୟତମ ତଥ୍ୟ ଅନୁସାରେ ଦେଶର ଜିଡିପିକୁ ଓଡ଼ିଶାର ଅବଦାନ ୨.୯ ପ୍ରତିଶତ ହୋଇଛି। ରାଜ୍ୟ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ୨୦୨୨-୨୩ରେ ଏହି ହାର ୨.୮ ପ୍ରତିଶତ ଥିଲା।
-
ଜୟଦେବ ବିହାରରେ ଓଡ଼ିଶା ଖଣି ନିଗମ (ଓଏମ୍ସି)ର ନୂଆ କର୍ପୋରେଟ୍ କାର୍ଯ୍ୟାଳୟର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଛଅ ଏକରରୁ ଅଧିକ ଜମିରେ ଏକ ପ୍ଲାଟିନମ୍ ମାନ୍ୟତାପ୍ରାପ୍ତ ସବୁଜ କୋଠା ନିର୍ମାଣ କରାଯିବ।
-
ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ସୋମବାର ଅପରାହ୍ନରେ ଜ୍ଞାନବାପି ମସ୍ଜିଦ ପରିସରର ବିଜ୍ଞାନସମ୍ମତ ସର୍ଭେ ରିପୋର୍ଟ ଜଉମୁଦ ଲଫାପାରେ ଉତ୍ତରପ୍ରଦେଶର ବାରାଣସୀ ଜିଲା ଜଜ୍ କୋର୍ଟରେ ଦାଖଲ କରିଛି।
-
କରୋନା ମାମଲା କେରଳରେ ପୁଣି ଥରେ ବୃଦ୍ଧି ପାଇଛି। ସୋମବାର ସୁଦ୍ଧା ଗୋଟିଏ ଦିନରେ ୧୧୧ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।
-
ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ଭବ୍ୟ ଉତ୍ସବ ସହିତ ଭଗବାନ ରାମ ଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ହେବ। ରାମ ମନ୍ଦିର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଗଣମାଧ୍ୟମକୁ କହିଛନ୍ତି ଯେ, ”ଉଭୟ ପରିବାରର ଏହି ଆନ୍ଦୋଳନର ମୁଖ୍ୟ ପୁରୋଧା କିନ୍ତୁ ସେମାନଙ୍କ ବୟସକୁ ଦୃଷ୍ଟିରେ ରଖି ସେମାନଙ୍କୁ ନ ଆସିବାକୁ ଅନୁରୋଧ କରାଯାଇଥିଲା, ଯାହାକୁ ଦୁହେଁ ଗ୍ରହଣ କରିଛନ୍ତି।”
-
ଟେକ୍ନିକାଲ ସମସ୍ୟା ପାଇଁ ହଜାର ହଜାର ଆକାଉଣ୍ଟକୁ ଭୁଲରେ ୮୨୦ କୋଟି ପଠାଇ ଦେଇଥିବା ୟୁକୋ ବ୍ୟାଙ୍କ ୭୦୫ କୋଟି ଟଙ୍କା ଫେରାଇ ଆଣିବାରେ ସଫଳ ହୋଇଛି।
-
ଏନସିପି ସଭାପତି ଶରଦ ପାୱାରଙ୍କର ଏକ ଭିନ୍ନ ଶୈଳୀ ଦେଖିବାକୁ ମିଳିଛି। ସେ ପୁତୁରା ଅଜିତ ପାୱାରଙ୍କ ନାଁ ନେଇ ତାଙ୍କୁ ଟାର୍ଗେଟ୍ କରିଛନ୍ତି। ମୁଁ ଏଯାଏ ବୁଢ଼ା ହୋଇନାହିଁ, ଏବେ ବି ବଡ଼ବଡ଼ିଆଙ୍କୁ ବି ସାବାଡ୍ କରିପାରେ।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାର ଅମଳରେ ଭାରତ ୩ୟ ବୃହତ୍ ଅର୍ଥନୀତି ପାଲଟିବ ବୋଲି ରବିବାର ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
-
ଭାରତର ପ୍ରମୁଖ କଂକ୍ରିଟ ଉପାଦାନ (ଇକ୍ୟୁପ୍ମେଣ୍ଟସ) ନିର୍ମାଣକାରୀ ଆଜାକ ଇଞ୍ଜିନିୟରିଂର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘୩ଡି କଂକ୍ରିଟ ପ୍ରିଣ୍ଟିଂ ମେଶିନ’ର ସର୍ବଭାରତୀୟ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି।
|
395 |
Y |
|
1216 |
19-12-2023 |
English |
-
The Centre tabled Monday the new telecom bill in the Lok Sabha. The Telecommunications Bill, 2023, proposes that the Centre will take temporary possession of telecom networks in case of any public emergency or in the interest of public safety. The Bill was tabled by Union Minister Ashwini Vaishnaw.
-
Enforcement Directorate issues fresh summons to Delhi Chief Minister Arvind Kejriwal for questioning him December 21 in the excise policylinked money laundering case.
-
A total of 78 Opposition MPs were suspended Monday from the Lok Sabha and Rajya Sabha for raising slogans and demanding a statement from Home Minister Amit Shah on the security breach in Lok Sabha, December 1
-
The body of a youth was found hanging from one of the galleries of Eden Gardens here Monday, police said. The deceased was identified as 21-year-old Dhananjay Barik, son of a groundsman, they informed. Police said that the deceased was a resident of Bhadrak district.
-
Orissa High Court-appointed amicus curiae NK Mohanty Monday told the court that the Archeological Survey of India (ASI) needs 120 days to fix the cracked beam of Srimandir Natamandapa.
-
The Odisha Mining Corporation (OMC) has produced over 30 million tonnes of ores in the last fiscal with a turnover of over Rs 14,000 crore, Chief Minister Naveen Patnaik said while laying foundation for the corporate office of the state PSU in the Capital city here, Monday.
-
With almost 50 per cent of Class X students dropping out in Odisha, the state recorded the highest dropout rate for 10th standard in the country as per data for the 2021-22 academic year shared by the Union Education Minister Dharmendra Pradhan in Lok Sabha Monday.
-
The sleuths of West Bengal Forest department Monday arrested three people from Odisha and seized leopard skin worth `10 lakh in Madhyamgram in West Bengal’s North 24 Parganas district.
-
The National Federation of State Cooperative Banks (NAFSCOB) has allowed District Central Cooperative Banks (DCCBs) to enroll as its associate members. This was stated here by Ambika Prasad Das, one of the directors of NAFSCOB.
-
The leaders of various political parties held a meeting here Monday and later staged a demonstration, demanding immediate restoration of statehood, assembly elections and extension of Article 371 to Jammu and Kashmir.
-
To promote self-employment opportunities in Himachal Pradesh and to provide livelihood to the local youth by encouraging entrepreneurship, the state government has initiated the Rajiv Gandhi Swarozgaar Yojna 2023 (RGSY) with an outlay of Rs 680 crore, a statement said.
-
Delhi Police has written to Meta to access social media accounts of the six accused arrested in the Parliament security breach case and details of the now-deleted Facebook page 'Bhagat Singh Fan Club', where they met each other, according to sources.
-
Punjab Chief Minister Bhagwant Mann Monday announced a 4 per cent hike in dearness allowance for government employees with effect from December 1. With this, the DA has increased from 34 per cent to 38 per cent. A decision in this regard was taken following a meeting with the representatives of Punjab State Ministerial Services Union (PSMSU) here.
-
A day before opposition INDIA bloc's meeting here, AAP national convener and Delhi Chief Minister Arvind Kejriwal met his West Bengal counterpart Mamata Banerjee and Shiv Sena (UBT) president Uddhav Thackeray Monday. Kejriwal did not comment on the discussions at the around 45- minute meeting at the residence of Abhishek Banerjee.
-
CBI Director Praveen Sood reached Imphal Monday to take stock of the investigations related to the Manipur ethnic violence, officials said. The agency had taken over 27 cases of violence that were earlier probed by the state police, they said and added that the violence has claimed over 175 lives and left thousands displaced since May.
-
The Archeological Survey of India (ASI) Monday submitted a survey report in a sealed cover on the Gyanvapi mosque complex in the district court, which scheduled the next hearing for December 21
-
Over 7.40 crore persons filed income tax returns in the 2022-23 fiscal, of which 5.16 crore showed zero tax liability, the Finance Ministry said Monday. Minister of State for Finance Pankaj Chaudhary informed the Lok Sabha there has been an increase in the number of returns filed in the last five years. The number of persons filing ITRs increased from 6.28 crore in fiscal 2018-19, to 6.47 crore in 2019-20, to 6.72 crore in 2020-21
-
Unified Payments Interface (UPI) has been the major driving force in the overall growth of digital payment, and helped in reducing bank notes in circulation to 7.8 per cent in the last financial year, the government said Monday.
-
Reigning champions Odisha FC were Monday clubbed with last edition runners-up Bengaluru FC (BFC) in the same group for the Super Cup football tournament to be played in Bhubaneswar from January 9 to 28.
-
Mansi Joshi and Thulasimathi Murugesan emerged champions in women’s doubles, while Tokyo Paralympic champion Pramod Bhagat signed off with two silver medals at the 5th Fazza Dubai Para Badminton International 2023 here. The event was held in UAE from December 11 to December 17.
|
387 |
Y |
|
1217 |
18-12-2023 |
Odia |
-
ପ୍ରାକୃତିକ ବିପର୍ଯ୍ୟୟର ଚିର ସହଚର ଓଡ଼ିଶା ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର କ୍ଷତି ସହୁଛି। ନିଜ ସାମର୍ଥ୍ୟ ବଳରେ ଓଡ଼ିଶା ନିୟମିତ ଭାବେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରୁଥିବା ବେଳେ ଏନେଇ ପର୍ଯ୍ୟାପ୍ତ ଅର୍ଥ ମଧ୍ୟ ଖର୍ଚ୍ଚ କରୁଛି।
-
ବଲାଙ୍ଗୀର ଜିଲା ପାଟଣାଗଡ଼ ସରମୂହାଣ ଏସ୍ବିଆଇ ଏଟିଏମ୍ କାଉଣ୍ଟରରୁ ଏକ ବଡ଼ ଧରଣର ଲୁଟ ହୋଇଛି। କେତେକ ଦୁବୃର୍ତ୍ତ ଏଟିଏମ୍ କାଉଣ୍ଟରକୁ କଟର ମେଶିନ୍ରେ କାଟି ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେଇଥିବା ଜଣାପଡିଛି।
-
ତାପମାତ୍ରା ହ୍ରାସ ଯୋଗୁଁ ଅନେକ ସ୍ଥାନରେ ଥଣ୍ଡା ବଢ଼ିଛି। ତାପମାତ୍ରା ହ୍ରାସ ହେବା କାରଣରୁ ଗତ ୨୪ ଘଣ୍ଟାରେ ରାଜ୍ୟର ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି।
-
କୋଭିଡ୍ ମହାମାରୀ ପାଇଁ ରାଜ୍ୟର ଏମ୍ଏସ୍ଏମ୍ଇ କ୍ଷେତ୍ର ବେଶ୍ କ୍ଷତିର ସମ୍ମୁଖୀନ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ସେମାନଙ୍କର କ୍ଷତିଭରଣା ପାଇଁ ସରକାର ସୁଧ ଫେରସ୍ତ ବ୍ୟବସ୍ଥା କରିଛନ୍ତି। ଚଳିତ ମାସ ୧୫ ତାରିଖରୁ ସୁଧ ଫେରସ୍ତ ପାଇବା ପାଇଁ ଆବେଦନ ଗ୍ରହଣ ଆରମ୍ଭ ହୋଇଛି। ମାର୍ଚ୍ଚ ୩୧, ୨୦୨୦ ପୂର୍ବରୁ କାର୍ଯ୍ୟକ୍ଷମ ହୋଇଥିବା ଏମ୍ଏସ୍ଏମ୍ଇ ୟୁନିଟ୍ ଏଥିପାଇଁ ଆବେଦନ କରିପାରିବେ।
-
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ପରୀକ୍ଷା ଫର୍ମ ପୂରଣ ପାଇଁ ଛାତ୍ରଛାତ୍ରୀଙ୍କୁ ପୁଣି ସୁଯୋଗ ଦିଆଯାଇଛି। ବିଜ୍ଞାନ, ବାଣିଜ୍ୟ, କଳା, ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ପାଇଁ ଯେଉଁ ଛାତ୍ରୀଛାତ୍ରମାନେ ଫର୍ମପୂରଣ କରିନାହାନ୍ତି, ସେମାନେ ଆସନ୍ତା ୨୦ରୁ ୨୨ ତାରିଖ ମଧ୍ୟରେ ଧାର୍ଯ୍ୟ ଫି’ ଦେଇ ଫର୍ମ ପୂରଣ କରିପାରିବେ।
-
ଣିକି ବିନା ପ୍ରେସ୍କ୍ରିପ୍ଶନରେ ଏମ୍ଆର୍ଆଇ କିମ୍ବା ସିଟି ସ୍କାନ୍ ହୋଇପାରିବ ନାହିଁ। ଏନେଇ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଏସ୍ଓପି ଜାରି ହୋଇଛି। ଡାକ୍ତରମାନେ ଯାଞ୍ଚ ନକରି ଏମ୍ଆର୍ଇ କିମ୍ବା ସିଟି ସ୍କାନ୍ ପାଇଁ ଲେଖିପାରିବେ ନାହିଁ।
-
ମହାରାଷ୍ଟ୍ର ଥାନେ ଅଞ୍ଚଳରେ ଘଟିଛି ଲୋମଟାଙ୍କୁରା ଘଟଣା । ବାନ୍ଧବୀଙ୍କ ଉପରେ କାର୍ ଚଢାଇ ଦେଇଛି ବୟଫେଣ୍ଡର ଡ୍ରାଇଭର। ଗୁରୁତର ଅବସ୍ଥାରେ ଯୁବତୀଙ୍କ ଚାଲିଛି ଚିକିତ୍ସା । ଅଭିଯୁକ୍ତ ବୟଫ୍ରେଣ୍ଡ ଅଶ୍ବଜିତ ଗାଏକଓ୍ବାଡ ହେଉଛି ମହାରାଷ୍ଟ୍ର ରାଜ୍ୟ ସଡ଼କ ବିକାଶ ନିଗମର ପରିଚାଳନା ନିର୍ଦ୍ଦେଶକ.
-
ଗତ ବିଳମ୍ବିତ ରାତ୍ରରେ ଏକ ସ୍ବଳ୍ପ-ଦୂରଗାମୀ କ୍ଷେପଣାସ୍ତ୍ର ନିକ୍ଷେପ କରିବାର କିଛି ସମୟ ପରେ ଆଜି ପ୍ରତ୍ୟୁଷରେ ପୁଣି ଉତ୍ତର କୋରିଆ ଅନ୍ୟୂନ ଗୋଟାଏ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଦକ୍ଷିଣ କୋରିଆ ସେନା କହିଛି।
-
କ୍ୟାପ୍ଟେନ ଫାତିମା ୱାସିମ୍ ଭାରତୀୟ ସେନାର ପ୍ରଥମ ମହିଳା ମେଡିକାଲ ଅଫିସର ଭାବେ ଦେଶର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ୍ ଗ୍ଲାସିଅରର ଅପରେସନ୍ ପୋଷ୍ଟରେ ନିଯୁକ୍ତି ପାଇଛନ୍ତି।
-
ପଳାତାକ ‘ଅଣ୍ଡର୍ୱାର୍ଲଡ୍ ଡନ୍’ ଦାଉଦ୍ ଇବ୍ରାହିମ୍ଙ୍କୁ ପାକିସ୍ତାନରେ ବିଷ ଦିଆଯାଇଛି ଓ ସମ୍ପ୍ରତି ସେ କରାଚୀର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା କଥା କେତେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
-
ଓଡ଼ିଶାରେ ସ୍ନାତକ ପାଠପଢ଼ିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଯୁକ୍ତି ଏତେଟା ଉତ୍ସାହଜନକ ନାହିଁ। ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟର ସ୍ନାତକଙ୍କ (୧୫ ବର୍ଷ କିମ୍ବା ତା’ଠାରୁ ଅଧିକ ବର୍ଷ) ମଧ୍ୟରେ ବେକାରୀ ହାର ୨୧.୯ ପ୍ରତିଶତ ରହିଛି।
-
ସଂସଦ ସୁରକ୍ଷା ଭଙ୍ଗ ଘଟଣା ପରେ ନୂଆ ସଂସଦ ଭବନର ସୁରକ୍ଷାର ମାନକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ସମଗ୍ର ପରିସରର ସୁରକ୍ଷା ଦାୟିତ୍ୱରେ ଥିବା ଯୁଗ୍ମ ସଚିବ (ସୁରକ୍ଷା) ପଦବୀ ଗତ ୪୫ ଦିନ ହେଲା ଖାଲି ପଡ଼ିଥିବା ଜଣାପଡ଼ିଛି।
-
ସଂସଦ ସୁରକ୍ଷା ଭଙ୍ଗ ଘଟଣା ପରେ ନୂଆ ସଂସଦ ଭବନର ସୁରକ୍ଷାର ମାନକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ସମଗ୍ର ପରିସରର ସୁରକ୍ଷା ଦାୟିତ୍ୱରେ ଥିବା ଯୁଗ୍ମ ସଚିବ (ସୁରକ୍ଷା) ପଦବୀ ଗତ ୪୫ ଦିନ ହେଲା ଖାଲି ପଡ଼ିଥିବା ଜଣାପଡ଼ିଛି।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟରେ ବିଶ୍ବର ବୃହତ୍ତମ ଅଫିସ୍ ଅଟ୍ଟାଳିକା ‘ସୁରତ ଡାଇମଣ୍ଡ୍ ବୁଅର୍ସ’ ଉଦ୍ଘାଟନ କରିଛନ୍ତି।
-
ଗଣମାଧ୍ୟମ କ୍ଷେତ୍ରରେ ଆଦାନି ଗ୍ରୁପ୍ର ପତିଆରା ବଢ଼ିବାରେ ଲାଗିଛି। କ୍ବିଣ୍ଟିଲିୟନ ବିଜନେସ୍ ମିଡିଆ ଓ ଏନଡିଟିଭିକୁ କିଣିବା ପରେ ଏବେ ଖବର ପ୍ରେରଣକାରୀ ଏଜେନ୍ସି ଆଇଏଏନଏସ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡରେ ୫୦.୫୦ ପ୍ରତିଶତ ଅଂଶଧନ ଗୌତମ ଆଦାନିଙ୍କ କମ୍ପାନି କିଣିଛି।
-
ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନ ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ଭୁବନେଶ୍ବର ମାଉସୀ ମାଆ ମନ୍ଦିର ଅଞ୍ଚଳରେ ଥିବା ବାସ ଭବନରେ ତାଙ୍କର ପରଲୋକ ହୋଇଛି।
-
ସାକ୍ଷୀଗୋପାଳ ମନ୍ଦିରରୁ ଚୋରି ଘଟଣାରେ ଚୋରକୁ ଗିରଫ କରିବା ସହ ଚୋରି ସାମଗ୍ରୀ ଉଦ୍ଧାର କରିଛି ପୁଲିସ। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ସତ୍ୟବାଦୀ ଥାନା ଅନ୍ତର୍ଗତ ବାଲିସାହି ଗ୍ରାମର ମୁନା ମିଶ୍ର(୨୩) ଓ ବିଶ୍ୱନାଥପୁର ଗ୍ରାମର ଶ୍ରୀଧର ମିଶ୍ର(ଲିପା)। ସାକ୍ଷୀଗୋପାଳ ମନ୍ଦିରରୁ ଶନିବାର ରାତିରେ ଚୋରି ହୋଇଥିଲା।
-
ଅଭିନେତ୍ରୀ କଙ୍ଗନା ରାଣାୱତ କୁଲୁରେ ଭାଜପା ଅଧ୍ୟକ୍ଷ ଜେପି ନଡାଙ୍କୁ ଭେଟିଛନ୍ତି। ଯଦିଓ ଏହା ଏକ ସୌଜନ୍ୟମୂଳକ କଲ ବୋଲି କୁହାଯାଉଛି, କିନ୍ତୁ କଙ୍ଗନାଙ୍କ ସହିତ ଭାଜପା ଅଧ୍ୟକ୍ଷଙ୍କ ଏହି ବୈଠକରୁ ଅନେକ ଅର୍ଥ ଅନୁମାନ କରାଯାଉଛି।
-
୨୦୨୪ ଲୋକସଭା ନିର୍ବାଚନରେ ଭାଜପା ସହିତ ଲଢ଼େଇ କରିବା ପାଇଁ କଂଗ୍ରେସ ଦଳ ଏକ ଦାନ ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛି। ଦଳ ପକ୍ଷରୁ ସାଧାରଣ ଲୋକଙ୍କ ଦାନ ସହାୟତା ଲୋଡିଛି। ଦଳର ୧୩୮ ବର୍ଷର ଏକ ସମୃଦ୍ଧ ଇତିହାସ ସହିତ, ଦଳ ବ୍ୟକ୍ତିବିଶେଷଙ୍କୁ ସହଯୋଗ କରିବାକୁ ଉତ୍ସାହିତ କରୁଛି। ଲୋକେ ୧୩୮,୧୩୮୦, ୧୩୮୦୦, ୧୩୮୦୦୦ ଟଙ୍କା ଦାନ କରିପାରିବେ। ଏହି ଅଭିଯାନ ଦ୍ୱାରା କଂଗ୍ରେସ ଲୋକଙ୍କ ନିକଟତର ହେବାର ଲକ୍ଷ୍ୟ ରଖିଛି।
-
ବିଶ୍ବକପ୍-୨୦୨୩ ପରେ ଭାରତୀୟ କ୍ରିକେଟ୍ ଦଳ ପ୍ରଥମ ଥର ପାଇଁ ଖେଳିଥିବା ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍କୁ ସହଜରେ ବିଜୟ ହାସଲ କରିଛି। ଜୋହାନ୍ସବର୍ଗରେ ପ୍ରଥମ ଦିନିକିଆରେ ଭାରତର ସହଜ ବିଜୟ ହୋଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ୮ୱିକେଟରେ ଜିତିଛି ଭାରତ। ମାତ୍ର ୧୬.୪ ଓଭରରେ ମ୍ୟାଚ ଜିତିଲା ଭାରତୀୟ ଦଳ।
|
409 |
Y |
|
1218 |
18-12-2023 |
English |
-
Prime Minister Narendra Modi Sunday inaugurated the Surat Diamond Bourse, the world’s largest and modern centre for international diamond and jewellery business.
-
A 30-year-old woman has accused industrialist Sajjan Jindal of raping her after promising to marry her, a charge denied Sunday by the billionaire.
-
Prime Minister Narendra Modi called for a detailed investigation into last week’s major security breach of Parliament, countering demands from protesting Opposition parties for a debate in the House on the incident.
-
A boat carrying dozens of migrants trying to reach Europe capsized off the coast of Libya, leaving more than 60 people dead, including women and children, the UN migration agency said.
-
Kremlin chief Vladimir Putin dismissed as complete nonsense remarks by US President Joe Biden that Russia would attack a NATO country if it won the war in Ukraine, adding that Russia had no interest in fighting the NATO military alliance.
-
North Korea fired an unidentified ballistic missile Sunday, Japan’s Coast Guard and the South Korean military said, as Pyongyang condemned US-led military shows of force as tantamount to “a preview of a nuclear war”.
-
A top staterun Chinese think-tank warned China of a potential “middletechnology trap” unless it opens doors “wide open” for new investments and scientific innovation to deal with increasing containment in the ongoing tech war with the US.
-
The number of GST return filers rose about 65 per cent to 1.13 crore in 5 years till April 2023 as compliance by taxpayers improved, the finance ministry said Sunday. Also, the number of active taxpayers registered under GST increased from 1.06 crore as of April 2018, to 1.40 crore.
-
Around 6,000 people from Myanmar have taken shelter in Manipur after violence in the neighbouring country, Chief Minister N Biren Singh said on Sunday, adding that more refugees are likely to reach the state soon.
-
The meeting of opposition INDIA bloc parties on Tuesday is likely to focus on seat-sharing in key states, with some leaders pushing for an agreement before December 31, and on redrawing the joint strategy to take on the BJP.
-
The Supreme Court has asked all High Courts to ensure listing and disposal of bail and anticipatory bail applications expeditiously, saying they concern the liberty of individuals.
-
The anti-terror agency NIA raided 19 locations across four states this morning in connection with the ISIS terror module case.
-
Reliance Industries Ltd was the biggest wealth creator during the fiveyear period from 2018 to 2023 while Adani Enterprises Ltd was the top all-round wealth creator, according to a study by Motilal Oswal Financial Services.
-
Sathish Kumar Karunakaran of India and former World Champion Nozomi Okuhara of Japan bagged the men’s and women’s singles titles at the BWF Super 100 Odisha Masters badminton tournament which concluded at the JN Stadium here Sunday
|
351 |
Y |
|
1219 |
17-12-2023 |
Odia |
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଜିଲ୍ଲାର ୪ ଟି ବ୍ଲକର ୭ଟି ଗ୍ରାମପଞ୍ଚାୟତରେ ୭ଟି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।
-
ଇଣ୍ଟରନେଟ୍ର ବ୍ୟାପକତା ପରେ ନେଟିଜନ୍ସଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଛୋଟଠାରୁ ବଡ଼ ସମସ୍ତେ ଇଣ୍ଟରନେଟ୍ରେ କିଛି ନା କିଛି ସର୍ଚ୍ଚ କରିବାରେ ବ୍ୟସ୍ତ। ତେବେ ୨୦୨୩ରେ ଭାରତରେ ସର୍ବାଧିକ ଟ୍ରେଣ୍ଡ୍ କରିଥିବା ସର୍ଚ୍ଚ ହେଉଛି ‘ହାଓ ଟୁ’।
-
ରାଜ୍ୟରେ ଖସୁଛି ପାରଦ, ଧୀରେଧୀରେ ବଢୁଛି ଶୀତ। ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ଲଗାତାର ତାପମାତ୍ରା କମିବାରେ ଲାଗିଛି। ୧୦ ଡିଗ୍ରୀ ଓ ୧୦ ଡିଗ୍ରୀ ତଳେ ୧୧ ସହରର ରାତ୍ରି ତାପାମାତ୍ରା ରହିଛି।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ରମରେ ରାଜ୍ୟର ୧୩ଟି ଜିଲ୍ଲାରେ ୫୯ଟି ମେଗା ଲିଫ୍ଟ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି। ଏହା ଦ୍ୱାରା ୮୦ ହଜାର ହେକ୍ଟର ଢିପ ଜମିକୁ ଜଳସେଚନର ସୁବିଧା ମିଳି ପାରିଛି।
-
ବିଏସଏଫର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ପ୍ରାୟ ୨୫୦ ରୁ ୩୦୦ ଆତଙ୍କବାଦୀ ପାକିସ୍ତାନ ସୀମାରୁ ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି। ଏହି ଆତଙ୍କବାଦୀମାନେ ସୀମା ପାର୍ଶ୍ୱରେ ଥିବା ଲଞ୍ଚପ୍ୟାଡରେ ସୁଯୋଗକୁ ଅପେକ୍ଷା କରି ରହିଛନ୍ତି।
-
ନିକଟରେ ଅନୁଷ୍ଠିତ ରାଜସ୍ଥାନ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ମିଜୋରାମ ବିଧାନସଭା ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କ ଆର୍ଥିକ ପୃଷ୍ଠଭୂମି ଏବଂ ଅନ୍ୟାନ୍ୟ ବିବରଣୀକୁ ବିଶ୍ଳେଷଣ କରି ନ୍ୟାସନାଲ ଇଲେକ୍ସନ ୱାଚ୍ ଆଣ୍ଡ ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ଏକ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ, ୬୭୮ ଜଣ ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରୁ ୫୯୫ ଜଣ (୮୮ ପ୍ରତିଶତ) କୋଟିପତି।
-
ଶନିବାର ଦିନ ଲିବ୍ୟା ଉପକୂଳଠାରୁ ଦୂର ଭୂମଧ୍ୟସାଗରରେ ଗୋଟାଏ ଜାହାଜ ଦୁର୍ଘଟଣାଗ୍ରସ୍ତ ହେବାରୁ ମହିଳା ଓ ଶିଶୁଙ୍କ ସମେତ ଅନ୍ୟୂନ ୬୧ଜଣ ଶରଣାର୍ଥୀ ଓ ରାଜନୈତିକ ଆଶ୍ରୟ ଆଶାୟୀ ବୁଡ଼ିଯାଇଥିବା କଥା ‘ଇଣ୍ଟର୍ନ୍ୟାସ୍ନାଲ୍ ଅର୍ଗାନାଇଜେସନ୍ ଫର୍ ମାଇଗ୍ରେସନ’ (ଆଇଓଏମ୍) କହିଛି।
-
ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପ୍ରଦେଶ କଂଗ୍ରେସ ସଭାପତି କମଲନାଥଙ୍କୁ ମହଙ୍ଗା ପଡ଼ିଛି। ଆଜି କମଳନାଥଙ୍କୁ ତାଙ୍କ ପଦରୁ ହଟାଇ ଜିତୁ ପଟୱାରୀଙ୍କୁ ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ନିଯୁକ୍ତି ଦିଆଯାଇଛି।
-
ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆଜି ସମସ୍ତ ସାଂସଦଙ୍କୁ ପତ୍ର ଲେଖି ଡିସେମ୍ବର ୧୩ ତାରିଖରେ ସଂସଦରେ ହୋଇଥିବା ସୁରକ୍ଷା ଉଲ୍ଲଂଘନ ନେଇ ଉଦ୍ବେଗ ପ୍ରକାଶ କରିବା ସହ ସାଂସଦଙ୍କ ନିଲମ୍ବନ ମାମଲାରେ ମଧ୍ୟ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।
-
ମାଲ୍ଟାର ଏକ ଜାହାଜ ସୋମାଲିଆ ଉପକୂଳ ଆଡ଼କୁ ଯାଉଥିବା ବେଳେ ଆରବ ସାଗରରେ ଏହାକୁ ଅପହରଣ କରାଯାଇଥିଲା। ଏହା ଜଣାପଡ଼ିବା ପରେ ତୁରନ୍ତ ଜବାବ ଦେଇଛି ଭାରତୀୟ ନୌସେନା।
-
ଅତ୍ୟନ୍ତ ସୁରକ୍ଷିତ ମନେ କରାଯାଉଥିବା ଦିଲ୍ଲୀ ମେଟ୍ରୋ ଟ୍ରେନରେ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି । ମେଟ୍ରୋର କବାଟରେ ଶାଢ଼ି ଫସିଯିବାରୁ ଜଣେ ୩୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି ।
-
ଡିସେମ୍ବର ୧୮ରୁ 'ଦେଶ ପାଇଁ ଦାନ' ନାମରେ ଏକ ଅନଲାଇନ୍ କ୍ରାଉଡଫଣ୍ଡିଂ ଅଭିଯାନର ଶୁଭାରମ୍ଭ କରିବାକୁ କଂଗ୍ରେସ ଶନିବାର ଘୋଷଣା କରିଛି । ଦଳ କହିଛି ଯେ ଏହି ଅଭିଯାନ ୧୯୨୦-୨୧ରେ ମହାତ୍ମା ଗାନ୍ଧୀଙ୍କ ଐତିହାସିକ 'ତିଲକ ସ୍ୱରାଜ ପାଣ୍ଠି'ରୁ ଅନୁପ୍ରାଣିତ ହୋଇ ଆରମ୍ଭ କରାଯାଇଛି ।
-
କାର୍ ଭିତରେ ହାଇସ୍କୁଲ୍ ଶିକ୍ଷୟିତ୍ରୀଙ୍କ ସହିତ ଶାରୀରିକ ସମ୍ପର୍କରେ ଲିପ୍ତ ଥିବା ପୁଅକୁ ଆମେରିକୀୟ ପ୍ରଦେଶ ଉତ୍ତର କାରୋଲିନାର ଜଣେ ମାଆ ଏକ ଜନପ୍ରିୟ ତଥା ବିବାଦୀୟ ‘ଟ୍ରାକିଙ୍ଗ୍ ଆପ୍’ ସହାୟତାରେ ଧରିଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍’ ରିପୋର୍ଟ କରିଛି।
-
ଇସ୍ରାଏଲ୍ ନିମନ୍ତେ ୧୦,୦୦୦ କୁଶଳୀ ଶ୍ରମିକ ଚୟନ କରିବ ବୋଲି ଶୁକ୍ରବାର ଦିନ ‘ହରିୟାଣା କୌଶଳ ରୋଜଗାର ନିଗମ’ (ଏଚ୍କେଆର୍ଏନ୍) ବିଜ୍ଞପ୍ତି ପ୍ରକାଶ କରିଛି।
-
‘ଇଲେକ୍ଟୋରାଲ୍ ବଣ୍ଡ୍’ ଜରିଆରେ ବର୍ଷ ୨୦୨୨-୨୩ରେ ‘ବିଜେଡ଼ି’ ସମେତ ୫ଟି ଆଞ୍ଚଳିକ ରାଜନୈତିକ ଦଳ ସମୁଦାୟ ୧,୨୪୩ କୋଟି ଟଙ୍କା ସଂଗ୍ରହ କରିଥିବା କଥା ସେମାନଙ୍କ ସଦ୍ୟତମ ବାର୍ଷିକ ଅଡିଟ୍ ରିପୋର୍ଟରୁ ଜଣାପଡ଼ିଛି।
-
‘ଅନ୍ଲାଇନ୍ ଫୁଡ୍ ଡେଲିଭରି ପ୍ଲାଟ୍ଫର୍ମ’ ‘ସ୍ବିଗି’ରେ ୮.୫ ନିୟୁତ ‘କେକ୍’ ବରାଦ ଦେଇଥିବାରୁ ବେଙ୍ଗାଲୁରୁ ସହର ବର୍ଷ ୨୦୨୩ ଲାଗି ଦେଶର ‘କେକ୍ କ୍ୟାପିଟାଲ୍’ ମାନ୍ୟତା ପାଇଛି।
-
କଦା ଆମେରିକାର ରିୟଲିଟି ଟେଲିଭିଜନ୍ ସୋ’ ‘ଗଟ୍ ଟାଲେଣ୍ଟ୍’ରେ ଭାଗ ନେଇ ଖ୍ୟାତି ଅର୍ଜନ କରିଥିବା ୭ ଫୁଟ୍ ୬ ଇଞ୍ଚ୍ ଡେଙ୍ଗା ପଞ୍ଜାବ ପୁଲିସର ଜଣେ ପୂର୍ବତନ କନେଷ୍ଟବଳଙ୍କୁ ‘ହେରୋଇନ୍’ ରଖିଥିବା ଅଭିଯୋଗରେ ଗିରଫ କରାଯାଇଛି।
-
କୁଏତର ଶାସକ ଆମୀର ଶେଖ ନୱାଫ ଅଲ ଅହମ୍ମଦ ଅଲ ସବାଙ୍କ ଦେହାନ୍ତରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।
-
ଡିସେମ୍ବର ୨୦୨୨ ଶେଷ ଏବଂ ୨୦୨୩ ଆରମ୍ଭ ମଧ୍ୟରେ ଗୁଗଲରୁ ପ୍ରାୟ ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା। ଗୁଗଲ କମ୍ପାନୀର ଇତିହାସରେ ଏହା ସବୁଠାରୁ ବଡ ଛଟେଇ ଥିଲା।
-
ଦକ୍ଷିଣ ଆଫ୍ରିକା ଗସ୍ତରୁ ‘ଟିମ୍ ଇଣ୍ଡିଆ’ର ୨ଜଣ ଅଭିଜ୍ଞ ‘ପେସ୍ ବୋଲର୍’ ମହମ୍ମଦ୍ ଶାମି ଓ ଦୀପକ ଚହର ବାଦ ପଡ଼ିଥିବା କଥା ‘ଇଣ୍ଡିଆ ଡୁଟେ’ ରିପୋର୍ଟ କରିଛି।
|
369 |
Y |
|
1220 |
16-12-2023 |
Odia |
-
ଧନୁ ମାସର ପ୍ରଥମ ଦିନକୁ ଧନୁ ସଂକ୍ରାନ୍ତି ଭାବେ ପାଳନ କରାଯାଏ। ଏହି ଦିନ ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କରିଥାନ୍ତି। ଧନୁ ରାଶି ଦେବଗୁରୁ ବୃହସ୍ପତିଙ୍କ ରାଶି ହୋଇଥିବାରୁ ଏଥିିରେ ସୂର୍ଯ୍ୟଙ୍କ ପ୍ରବେଶ ବିଶେଷ ପ୍ରଭାବ ଆଣିଥାଏ। କୃଷିପ୍ରଧାନ ରାଜ୍ୟ ଓଡ଼ିଶା ପାଇଁ ପୌଷ ମାସ ହେଉଛି ସମୃଦ୍ଧିର ମାସ।
-
ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦରେ ବିବାଦୀୟ ପରିସରର ସର୍ଭେ ପାଇଁ ଆହ୍ଲାବାଦ ହାଇକୋର୍ଟ କୋର୍ଟ ଦେଇଥିୂବା ରାୟରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି।
-
ଏକାମ୍ର ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହେଲା ବିକାଶର ନୂଆ ଅଧ୍ୟାୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ୧୫୯.୨୯କୋଟି ଟଙ୍କାର ୪ଟି ପ୍ରକଳ୍ପକୁ ଶୁକ୍ରବାର ଶିଳାନ୍ୟାସ କରିଛନ୍ତି
-
୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ୨୦୨୪ ନିର୍ବାଚନ ଲଢ଼ିବେ ନାହିଁ। ଏନେଇ ସେ ନିଜେ ବଜୁ ଜନତା ଦଳର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଘୋଷଣା କରିଛନ୍ତି।
-
୨୦୨୪ ଜାନୁଆରୀ ପହିଲାରୁ ପଞ୍ଜିକୃତ ହେବାକୁ ଥିବା ସମସ୍ତ ନୂଆ ଯାତ୍ରୀବାହୀ ଗାଡ଼ିରେ ଭେହିକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ (VLTD) ଲାଗିବ। ଏନେଇ ଆଜି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
-
ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାରେ ରାଜ୍ୟର ୩,୧୪,୯୨୩ ପରିବାରର ୯,୯୭,୦୫୫ ଜଣ ବ୍ୟକ୍ତି ଅନ୍ତର୍ଭୁକ୍ତ ହୋଇଛନ୍ତି। ସେମାନେ ପ୍ରତ୍ୟେକ ମାଗଣାରେ ମାସକୁ ୫ କେଜି ଲେଖାଏ ଚାଉଳ ପାଉଛନ୍ତି। ଯୋଜନାର ଅବଧି ଆଉ ୫ ବର୍ଷ ବଢିବା ଦ୍ୱାରା ଏହି ହିତାଧିକାରୀମାନେ ୨୦୨୪ ଜାନୁଆରୀ ୧ ଠାରୁ ୨୦୨୮ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ସୁବିଧା ପାଇବେ।
-
ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ଯାଏଁ ଚାଲିବ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି।
-
ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ଯାଏଁ ଚାଲିବ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି।
-
ଗାଜାର ଶେଜୈୟା ଜିଲ୍ଲାରେ ଯୁଦ୍ଧ କରୁଥିବା ବେଳେ ‘ବିପଦ’ ବା ଶତ୍ରୁପକ୍ଷ ଲୋକ ମନେକରି ଶନିବାର ଦିନ ୩ଜଣ ଇସ୍ରାଏଲୀ ପଣବନ୍ଦୀଙ୍କୁ ଗୁଳି ମାରି ହତ୍ୟା କରିଥିବା କଥା ‘ଇସ୍ରାଏଲ୍ ଡିଫେନ୍ସ୍ ଫୋର୍ସ’ (ଆଇଡିଏଫ୍) କହିଛି।
-
ସଂସଦରେ ସୁରକ୍ଷା ଭଙ୍ଗ ମାମଲାରେ ଆଜି ଆଉ ଏକ ରହସ୍ୟର ପର୍ଦ୍ଦାଫାସ ହୋଇଛି। ଲୋକସଭାରେ ପଶି ଗ୍ୟାସ୍ ସ୍ପ୍ରେ କରିଥିବା ଅନୁପ୍ରବେଶକାରୀ ସାଗର ଶର୍ମାର ଡାଏରିକୁ ପୁଲିସ ଜବତ କରିଛି।
-
ଅମିତାଭ ବଚ୍ଚନଙ୍କ ପରିବାରରେ ଏବେ ସବୁ କିଛି ଠିକ୍ ନାହିଁ। କୁହାଯାଉଛି ଯେ ଅଭିଷେକ ବଚ୍ଚନ ଏବଂ ପତ୍ନୀ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ମଧ୍ୟରେ ବିବାଦ ବଢ଼ିଯାଇଛି। ସେହିଭଳି ଶାଶୂ ଜୟା ବଚ୍ଚନ ଏବଂ ବୋହୂ ଐଶ୍ବର୍ଯ୍ୟାଙ୍କ ମଧ୍ୟରେ ମଧ୍ୟ ସଂପର୍କ ବିଗିଡ଼ି ଯାଇଛି।
-
ଫ୍ରାନ୍ସର ବିଳାସମୟ ପ୍ରସାଧନ ସାମଗ୍ରୀ କମ୍ପାନି ‘ହର୍ମସ’ର ଉତ୍ତରାଧିକାରୀ ୮୦ ବର୍ଷୀୟ ନିକୋଲାସ ପ୍ୟୁକ୍ ତାଙ୍କର ୫୧ ବର୍ଷୀୟ ମାଳୀକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ବାରା ସଂପୃକ୍ତ ମାଳୀ ୧,୧୦୦ କୋଟି ଡଲାର ବା ପ୍ରାୟ ୯୧,୦୦୦ କୋଟି ଟଙ୍କା ସମ୍ପତ୍ତିର ଉତ୍ତରାଧିକାରୀ ହେବେ।
-
ଷ୍ଟକ ବଜାରରେ ଦେଖାଦେଇଥିବା ଉତ୍ସାହ ଆଜି ମଧ୍ୟ ବଜାୟ ରହିଛି। ଆମେରିକାର ଫେଡେରାଲ୍ ରିଜର୍ଭ ସୁଧ ବୃଦ୍ଧି ଧାରାରେ ବ୍ରେକ୍ ଲଗାଇବା ପରେ ନିବେଶକମାନେ ବେଶ ଉତ୍ସାହିତ ଅଛନ୍ତି।
-
ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ଏହି ଲକ୍ଷ୍ୟ ପୂରଣ ପାଇଁ ରାଜ୍ୟର ୩୦ଟି ଜିଲ୍ଲାରେ ୮୨ଟି ଶିଳ୍ପପାର୍କ ନିର୍ମାଣ କରାଯିବା ନେଇ ନିଷ୍ପତ୍ତି ହୋଇଛି ।
-
ଦେଶରେ ୧୧୦ରୁ ଅଧିକ ୟୁନିକର୍ଣ୍ଣ ମଧ୍ୟରୁ ୪ଟି ସଂସ୍ଥାକୁ ଓଡ଼ିଆମାନେ ସ୍ଥାପନା କରିଛନ୍ତି। ସେମାନେ ହେଉଛନ୍ତି ଓୟୋର ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ୍, ଅଫ୍ବିଜନେସ୍ର ପ୍ରତିଷ୍ଠାତା ଆଶିଷ ମହାପାତ୍ର, ପର୍ପଲର ପ୍ରତିଷ୍ଠାତା ରାହୁଲ ଦାଶ ଓ ଜେଟ୍ୱେର୍କର ପ୍ରତିଷ୍ଠାତା ଅମୃତ ଆଚାର୍ଯ୍ୟ।
-
ନୂଆବର୍ଷ ପହିଲାରେ ଦେଶରେ ନୂତନ ତମ୍ବା କାରଖାନା ଆରମ୍ଭ କରିବାକୁ ଯାଉଛନ୍ତି ଶିଳ୍ପପତି ଗୌତମ ଆଦାନୀ |
-
ଓଡ଼ିଶାରେ ଅଦାଲତ ପରିସରରେ ଆଇନୀଜୀବୀଙ୍କ ଆନ୍ଦୋଳନ ଉପରେ ଅଙ୍କୁଶ ଲଗାଇଥିବା ସର୍ବୋଚ୍ଚ ନ୍ୟାୟାଳୟର ବରିଷ୍ଠ ବିଚାରପତି ସଞ୍ଜୟ କିଷନ କୌଲଙ୍କ ଶୁକ୍ରବାର ଦିନ ଅନ୍ତିମ କାର୍ଯ୍ୟ ଦିବସ ଥିଲା।
-
ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ(ଟିଏମସି) ନେତ୍ରୀ ତଥା କ୍ରୀଷ୍ଣାନଗର ଲୋକସଭା ସାଂସଦ ମହୁଆ ମୈତ୍ରଙ୍କ ଆବେଦନର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ସୁପ୍ରୀମକୋର୍ଟଙ୍କ ଶୁଣାଣୀ ୩ ଜାନୁଆରୀ, ୨୦୧୪କୁ ଘୁଞ୍ଚାଇ ଦିଆଯାଇଛି ।
-
୨୦୨୪ ଆଇପିଏଲ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସରେ ବଡ଼ ପରିବର୍ତ୍ତନ କରାଯାଇଛି। ଚଳିତ ଆଇପିଏଲ ସିଜିନ୍ ପାଇଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଭାବେ ଦାୟିତ୍ବ ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ।
-
ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ବିସିସିଆଇର ବଡ ସମ୍ମାନ। ଧୋନିଙ୍କ ୭ ନଂ ଜର୍ସିକୁ ଅବସର ଦେଲା ଭାରତୀୟ କ୍ରିକେଟ୍ ଅଫ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)। ୭ ନଂ ଥିବା ଜର୍ସି ନ ପିନ୍ଧିବାକୁ ଖେଳାଳିମାନଙ୍କୁ ଜଣାଇଛି ବିସିସିଆଇ।
|
348 |
Y |
|