Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
1381 27-09-2023 Odia

 

  1. ଚଳିତବର୍ଷର ଦାଦା ସାହେବ ଫାଲକେ ଜୀବନବ୍ୟାପୀ ସଫଳତା ପୁରସ୍କାର ପାଇବେ ବଲିଉଡ୍ ଅଭିନେତ୍ରୀ ୱହିଦା ରେହମାନ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ମଙ୍ଗଳବାର ଏହି ଘୋଷଣା କରିଛନ୍ତି।

  2. ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କର ଆଜି ଜାତିସଂଘ ମହାସଭାରେ ଉଦ୍‌ବୋଧନ ଦେଇ ଏଜେଣ୍ଡାଧାରୀ ରାଷ୍ଟ୍ରମାନଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି। ଜୟଶଙ୍କର କହିଛନ୍ତି, କିଛି ନିର୍ଦ୍ଦିଷ୍ଟ ରାଷ୍ଟ୍ରଙ୍କ ଏଜେଣ୍ଡାରେ ଆଉ ବିଶ୍ବ ଚାଲିବ ନାହିଁ।

  3. ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡ. ପିକେ ମିଶ୍ର ଯୋଗ ଦେଇ କହିଛନ୍ତି ଯେ ଭାରତର ଜି-୨୦ ଅଧ୍ୟକ୍ଷତାରେ ଜନ ଭାଗିଦାରୀ ଉପରେ ଗୁରୁତ୍ବ ଦିଆଯାଇଛି। ଦେଢ଼ କୋଟିରୁ ଅଧିକ ନାଗରିକ ସିଧାସଳଖ ଜି-୨୦ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ସଚେତନତା ଶୋଭାଯାତ୍ରା, ସ୍ମାରକୀ ସହ ସେଲ୍‌ଫି, ପ୍ରବନ୍ଧ ଓ କୁଇଜ୍‌ ପ୍ରତିଯୋଗିତା, କର୍ମଶାଳ, ମାରାଥନ୍‌, ସ୍ବଚ୍ଛତା ଅଭିଯାନ, ଯୁବା ସମ୍ବାଦ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଜି-୨୦ର ଉଦ୍ଦେଶ୍ୟକୁ ଅନ୍ତିମ ସୋପାନ ପର୍ଯ୍ୟନ୍ତ ନିଆଯାଇଛି।

  4. ଗତ ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲୁଥିବା ସ୍ୱଚ୍ଛତା ହିଁ ସେବା ଅଭିଯାନର ଏକ ଅଂଶ ଭାବରେ, ଭାରତୀୟ ରେଳବାଇ ଅନେକ କାର୍ଯ୍ୟକଳାପ ମାଧ୍ୟମରେ ଏକ ସ୍ୱଚ୍ଛ ରେଳ ବ୍ୟବସ୍ଥା ଦିଗରେ କାର୍ଯ୍ୟ କରୁଛି। ଚଳିତ ବର୍ଷ ଷ୍ଟେସନଗୁଡ଼ିକରେ ସ୍ୱଚ୍ଛତା ଓ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ହଟାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହି ଅଭିଯାନରେ ସ୍ୱଚ୍ଛ ସମ୍ବାଦ (ସ୍ୱଚ୍ଛ ସଂଳାପ), ସ୍ୱଚ୍ଛ ରେଳଗାଡି, ସ୍ୱଚ୍ଛ ଷ୍ଟେସନ, ସ୍ୱଚ୍ଛ ପରିସର, ସ୍ୱଚ୍ଛ ଆହାର ଏବଂ ସ୍ୱଚ୍ଛ ପ୍ରସାଧନ (ସ୍ୱଚ୍ଛ ପାଣ୍ଟ୍ରି) ଆଦି ଅନ୍ତର୍ଭୁକ୍ତ।

  5. ଦୀର୍ଘ ଅବଧି ପରେ ସୁପ୍ରିମକୋର୍ଟ ଆଜି ବିଚାରପତି ନିଯୁକ୍ତି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ମନ୍ଥରତା ପାଇଁ ଚିନ୍ତା ପ୍ରକଟ କରିଛନ୍ତି। ହାଇକୋର୍ଟରେ ବିଚାରପତି ନିଯୁକ୍ତିରେ ସରକାର ବିଳମ୍ବ କରୁଛନ୍ତି। ହାଇକୋର୍ଟ ଦ୍ବାରା ହୋଇଥିବା ୭୦ଟି କଲେଜିୟମ ସୁପାରିସ ଦୀର୍ଘ ୧୦ ମାସ ଧରି ସରକାରଙ୍କ ନିକଟରେ ପଡ଼ି ରହିଛି।

  6. କାନାଡ଼ା ସଂସଦରେ ୟୁକ୍ରେନର ଜଣେ ପୂର୍ବତନ ନାଜି ସୈନିକଙ୍କୁ ସମ୍ମାନିତ କରିବା ପ୍ରସଙ୍ଗରେ କାନାଡ଼ାକୁ ଏବେ ପ୍ରବଳ ଅନ୍ତର୍ଜାତୀୟ ସମାଲୋଚନାର ଶିକାର ହେବାକୁ ପଡ଼ିଛି।

  7. ବ୍ରିଟେନର ଜନୈକ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି, ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ (ହୁ) ଗୋଟିଏ ଅଜଣା ରୋଗର ନାଁ ଦେଇଛି ଡିଜିଜ୍ ଏକ୍ସ। ଏହି ରୋଗ କୋଭିଡ୍‌-୧୯ ଅପେକ୍ଷା ଆହୁରି ଭୟଙ୍କର ମହାମାରୀର କାରଣ ହୋଇପାରେ।

  8. ୧୯ ମାସ ବିତିଯାଇଥିଲେ ବି ରୁଷ-ୟୁକ୍ରେନ ଯୁଦ୍ଧ ଜାରି ରହିଛି । ପୂର୍ବରୁ ୟୁକ୍ରେନର ବିଦ୍ୟୁତ ଶକ୍ତି କେନ୍ଦ୍ର ଉପରେ ବୋମା ଓ କ୍ଷେପଣାସ୍ତ୍ର ମାଡ କରୁଥିଲା ରୁଷ, କିନ୍ତୁ ଏବେ ୟୁକ୍ରେନ ମଧ୍ୟ ସମାନ ଧରଣର ଆକ୍ରମଣ ରୁଷ ଉପରେ କରୁଛି ।

  9. ନିଖୋଜ ଛାତ୍ରଛାତ୍ରୀଙ୍କୁ ହତ୍ୟା କରାଯାଇଥିବାର ଫଟୋ ଭାଇରାଲ ହେବାରୁ ମଣିପୁରରେ ୫ଦିନ ପାଇଁ ବନ୍ଦ ହେଲା ଇଣ୍ଟରନେଟ। ଆଜିଠାରୁ ୫ ଦିନ ପାଇଁ ମଣିପୁରରେ ଇଣ୍ଟରନେଟ୍ ସେବା ସ୍ଥଗିତ ରହିବ।

  10. ଅଯୋଧ୍ୟାରେ ନିର୍ମାଣାଧୀନ ତିନି ମହଲା ବିଶିଷ୍ଟ ରାମ ମନ୍ଦିରର ତଳ ମହଲାର ନିର୍ମାଣ କାର୍ଯ୍ୟ ଡିସେମ୍ବର ଶେଷ ସୁଦ୍ଧା ଶେଷ ହେବ ଏବଂ ଆସନ୍ତା ବର୍ଷ ଜାନୁଆରି ୨୨ ତାରିଖରେ ମନ୍ଦିରର ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ।

  11. ‘ବେଙ୍ଗାଲୁରୁ ବନ୍ଦ’ରେ ନିୟୋଜିତ ପୁଲିସକର୍ମୀଙ୍କୁ ମଲା ମୂଷା ପଡ଼ିଥିବା ଖାଦ୍ୟ ଦେଇ ବନ୍ଧାହେଲେ ହୋଟେଲ ମାଲିକ। ଯଶୱନ୍ତପୁର ଟ୍ରାଫିକ ପୁଲିସ ଷ୍ଟେସନରେ କାର୍ଯ୍ୟରତ ଥିବା ଜଣେ ପୁଲିସ କର୍ମଚାରୀ ମଙ୍ଗଳବାର ଦିନ ‘ବେଙ୍ଗାଲୁରୁ ବନ୍ଦ’ ଡ୍ୟୁଟି କରୁଥିଲେ।

  12. ସମ୍ପତ୍ତି କିଣାରେ ଅନିୟମିତତାକୁ ନେଇ ପଞ୍ଜାବର ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ୍‌ ସିଂ ବାଦଲଙ୍କ ବିରୋଧରେ ରାଜ୍ୟ ଭିଜିଲାନ୍ସ ବ୍ୟୁରୋ ମାମଲା ରୁଜୁ କରିଥିବାବେଳେ ମଙ୍ଗଳବାର ଏକ ଅଦାଲତ ତାଙ୍କ ନାଁରେ ଗିରଫ ପରଓ୍ବାନା ଜାରି କରିଛନ୍ତି।

  13. ତାମିଲନାଡୁକୁ କାବେରୀ ଜଳ ଛାଡ଼ିବାକୁ ବିରୋଧକରି କର୍ନାଟକ ଜଳ ସଂରକ୍ଷଣ ସମିତି (କେଜେଏସ୍‌ଏସ୍‌) ପକ୍ଷରୁ ମଙ୍ଗଳବାର ବେଙ୍ଗାଲୁରୁ ବନ୍ଦ ଡାକରା ଦିଆଯାଇଥିଲା। ଏହି ବନ୍ଦକୁ ଜନସାଧାରଣ ସ୍ବେଚ୍ଛାକୃତ ଭାବେ ସମର୍ଥନ ଜଣାଇଛନ୍ତି।

  14. ଭାରତର ପ୍ରଥମ ସୂର୍ଯ୍ୟ ମିଶନରେ ଯାଇଥିବା ଆଦିତ୍ୟ-ଏଲ୍‌୧ ମହାକାଶ ଯାନ ଏହାର ଗନ୍ତବ୍ୟ ସ୍ଥଳ ଲାଗ୍ରାଞ୍ଜ ପଏଣ୍ଟ ୧ (ଏଲ୍‌୧) ଅଭିମୁଖେ ଅଗ୍ରସର ହେଉଛି।

  15. ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସେନା କ୍ରମାଗତ ଭାବେ ଅପରେଶନ ଜାରି ରଖିଛି। ରାଜ୍ୟର ବାରମୁଳା ଜିଲାରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ସେମାନଙ୍କ ସମର୍ଥନ ନେଟୱାର୍କରେ ଥିବା ୬ ଜଣଙ୍କୁ ସେନା ଗିରଫ କରିଛି।

  16. ଇନକମ ଟ୍ୟାକ୍ସ ବିଭାଗ ନିବେଶକମାନଙ୍କୁ ଷ୍ଟାର୍ଟଅପ କମ୍ପାନୀ ଦ୍ୱାରା ଦିଆଯାଇଥିବା ଶେୟାରର ମୂଲ୍ୟ ନିର୍ଦ୍ଧାରଣ ସହିତ ଜଡିତ ନୂତନ ଏଞ୍ଜଲ ଟ୍ୟାକ୍ସ ନିୟମ ସମ୍ପର୍କରେ ସୂଚିତ କରିଛି।

  17. କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ଦାବି କରିଛି ଦେଶରେ ଯକ୍ଷ୍ମା ନିରୋଧୀ ଔଷଧର ଅଭାବ ନାହିଁ। ସମସ୍ତ ଔଷଧ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଏବଂ ପ୍ରାୟ ୬ମାସ କିମ୍ବା ଅଧିକ ସମୟ ପାଇଁ ଷ୍ଟକ ରହିଛି।

  18. ଉତ୍ତରପ୍ରଦେଶର ଲଖିମପୁର ଖେରୀରେ ଆଠ ଜଣ ଚାଷୀଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର ସୁପ୍ରିମକୋର୍ଟଙ୍କଠାରୁ କିଛି ମାତ୍ରାରେ ଆଶସ୍ତି ପାଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷଙ୍କୁ ଦିଲ୍ଲୀରେ ରହିବାକୁ ଅନୁମତି ଦିଆଯାଇଛି।

  19. ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ବାବର ଖାଲ୍‌ସା ଇଣ୍ଟରନ୍ୟାଶନାଲର ସଦସ୍ୟ କରନବୀର ସିଂଙ୍କ ବିରୋଧରେ ଇଣ୍ଟରନ୍ୟାଶନାଲ କ୍ରିମିନାଲ ପୋଲିସ ଅର୍ଗାନାଇଜେଶନ (ଇଣ୍ଟରପୋଲ୍‌) ରେଡ୍‌ କର୍ନର ନୋଟିସ୍‌ ଜାରି କରିଛି।

  20. ପଞ୍ଜାବର ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ ସିଂ ବାଦଲଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର୍ (ଏଲ୍ଓସି) ଜାରି କରାଯାଇଛି । ବଠିଣ୍ଡାରେ ସମ୍ପତ୍ତି କିଣାରେ ଅନିୟମିତତା ଅଭିଯୋଗରେ ବାଦଲଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପଞ୍ଜାବ ଭିଜିଲାନ୍ସ ବ୍ୟୁରୋର ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି।

367 Y
1382 27-09-2023 English
  1. In a partial modification of its earlier notification, Odisha government Tuesday declared September 28 as a holiday to mark the birthday of Prophet Muhammad. “The Government of Odisha is pleased to declare a holiday of September 28 instead of September 29 on account of the birthday of Prophet Muhammad for state government offices as well as the Revenue and Magisterial courts,” it said.
  2. Altogether 45 students, many of them girls, were injured in Manipur's Imphal Valley Tuesday as the police fired tear gas shells and batoncharged protesters demonstrating against the killing of two youths who were allegedly kidnapped in July, officials said.
  3. In a partial modification of its earlier notification, Odisha government Tuesday declared September 28 as a holiday to mark the birthday of Prophet Muhammad. “The Government of Odisha is pleased to declare a holiday of September 28 instead of September 29 on account of the birthday of Prophet Muhammad for state government offices as well as the Revenue and Magisterial courts,” it said.
  4. A day after its introduction, the state Assembly Tuesday passed the Odisha Apartment (Ownership and Management) Bill, 2023 to regulate apartment ownership and management, replacing the Odisha Apartment (Ownership and Management) Ordinance, 2023.
  5. After remaining paralysed since Monday, normalcy returned to the Odisha Assembly Tuesday evening and the House passed six bills.
  6. Over 28,000 villages in the state are yet to g et piped water supply, Drinking Water Minister Pradip Kumar Amat told the Assembly Tuesday.
  7. AIIMSBhubaneswar will soon get three more departments that will help in enhancing patient care, its executive director Ashutosh Biswas said Tuesday
  8. A highlevel delegation of the Nigerian government arrived in Odisha Tuesday to learn the state’s experience in rice fortification.
  9. The Supreme Court has expressed dissatisfaction over the non-appearance of a standing counsel of the Odisha government in a matter of personal liberty despite the notice being served.
  10. The Trinamool Congress will send more than 50 lakh letters from people denied MGNREGA benefits in West Bengal to Prime Minister Narendra Modi ahead of the party's much-touted protests in New Delhi next month against the alleged withholding of funds by the Centre.
  11. The Supreme Court asked the Enforcement Directorate (ED) Tuesday to not summon BRS leader K Kavitha in the Delhi excise policy case till it hears her plea November 20.
  12. The Delhi High Court Tuesday rejected a plea by climate activist Disha Ravi, who is facing prosecution for her alleged involvement in sharing a toolkit linked to the 2021 farmers' protest, seeking modification of the bail condition where she needs prior permission of the trial court before travelling abroad.
  13. India will set carbon emission reduction targets for four fossil fuel dependent sectors, as the country looks to align its industry with the country’s greenhouse emissions reduction target, two government officials said.
  14. The GST Council, chaired by Union finance minister and comprising state ministers, will meet October 7. “The 52nd meeting of the GST Council will be held on 7th October, 2023 at Vigyan Bhawan, New Delhi,”
  15. Skipper Rohit Sharma would fancy a perfect culmination to Indian team’s World Cup preparations as hosts eye a rare clean sweep of Australia in the third and final ODI here Wednesday.
  16. The International Society for Krishna Consciousness (ISKCON) is the "biggest cheat" in the country as they sell cows from their gaushalas (cowsheds) to butchers, BJP MP Maneka Gandhi said in a scathing attack on the religious organization.
  17. The Rajasthan Police has raided a factory in Chittorgarh district and seized fake gutkha, equipment and raw material having a total face value of ₹ 25 crore, officials said on Tuesday.
  18. The Supreme Court on Tuesday directed both the Indian Army and the Indian Air Force to pay ₹ 1.54 crore in compensation for their medical negligence to the ex-Air Force officer who contracted HIV/AIDS during a blood transfusion in 2002.
  19. A CBI team will visit the Manipur capital tomorrow to expedite the investigation in the case of brutal murder of two minors who went missing in July, announced Chief Minister N Biren Singh in a late night post.
  20. Singapore Airlines on Tuesday said it aims to complete the merger of Vistara with Air India "as soon as possible" subject to remaining approvals from relevant authorities.
418 Y
1383 26-09-2023 Odia

 

  1. ଆମେରିକା ମହାକାଶ ଏଜେନ୍ସି ନାସାର ଏକ କ୍ୟାପ୍‌ସୁଲ ୭ ବର୍ଷ ପରେ ପୃଥିବୀକୁ ଫେରିଛି। ଏହି ଯାନ ଗ୍ରହାଣୁପୁଞ୍ଜ ବେଣୁରୁ ନମୁନା ସଂଗ୍ରହ କରି ଆଣିଛି। ଏହି ନମୁନା ଦ୍ବାରା ପୃଥିବୀର ରହସ୍ୟ ଉନ୍ମୋଚନ ହୋଇପାରେ। ୪.୫ ଅରବ ବର୍ଷ ତଳେ ସୂର୍ଯ୍ୟ ଏବଂ ଗ୍ରହଗୁଡିକର ସୃଷ୍ଟି, ଜୀବନ କେମିତି ଆରମ୍ଭ ହୋଇଥିଲା ତାହାର ସୂଚନା ମିଳିପାରେ। ଏହି ଅଭିଯାନର ନାମ ଓସିରିସ-ଆରଇଏକ୍ସ ରଖାଯାଇଥିଲା। ୨୦୧୬ ସେପ୍ଟେମ୍ବର ୮ରେ ଏହାର ଉତ୍‌କ୍ଷେପଣ ହୋଇଥିଲା।

  2. ଆନୁଷ୍ଠାନିକ ଭାବେ ଭାରତୀୟ ବାୟୁସେନାରେ ସାମିଲ ହେଲା ଅତ୍ୟାଧୁନିକ C-295 MW ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତରପ୍ରଦେଶ ହିଣ୍ଡନ ଏୟାରବେସରେ ଏହାକୁ ସାମିଲ କରିଛନ୍ତି ।

  3. ଭାରତର ଏକ ବଡ଼ ଉପଲବ୍ଧି ଭାବେ ବିଚାର କରାଯାଉଥିବା ସ୍ବତନ୍ତ୍ର ପରିଚୟପତ୍ର ଆଧାର ଉପରେ ବିଶ୍ବସ୍ତରୀୟ ରେଟିଂ ଏଜେନ୍ସି ମୁଡିସ୍‌ ଇନଭେଷ୍ଟର୍ସ ସଭିସ୍‌ ପ୍ରଶ୍ନ ଉଠାଇଛି। ଉତ୍ତପ୍ତ ଓ ଆର୍ଦ୍ରତା ଅଧିକ ରହୁଥିବା ସ୍ଥାନଗୁଡ଼ିକରେ ଆଧାର ଭରସାଯୋଗ୍ୟ ନୁହେଁ। ଏଥିପାଇଁ ଏହି ଅଂଚଳର ଲୋକମାନେ ‌ସେବା ପାଇବାରୁ ବଞ୍ଚିତ ହେ‌େବ ବୋଲି ମୁଡିସ୍‌ ଆଶଙ୍କା ପ୍ରକାଶ କରିଛି।

  4. ପୁରୁଣା ଆଣ୍ଡ୍ରଏଡ୍‌ ଫୋନ୍‌ରେ ଆସନ୍ତା ମାସ ୨୪ରୁ ହ୍ବାଟସ୍‌ଆପ୍ କାମ କରିବ ନାହିଁ। କେବଳ ଆଣ୍ଡ୍ରଏଡ୍ ୫.୦ ଓ ତା’ଠାରୁ ଅଧିକ ଭର୍ସନର ଫୋନ୍‌ରେ ହ୍ବାଟସ୍‌ଆପ୍ କାମ କରିବ। ତା’ଠାରୁ କମ୍ ଭର୍ସନ ଓଏସ୍‌ ଥିବା ଫୋନ୍‌ରେ ଏହି ମେସେଜିଂ ଆପ୍ କାମ କରିବ ନାହିଁ।

  5. ଚନ୍ଦ୍ରର ଦକ୍ଷିଣ ମେରୁରେ ସୂର୍ଯ୍ୟୋଦୟ ହୋଇଥିଲେ ମଧ୍ୟ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ସୁପ୍ତ ଅବସ୍ଥାରୁ ଜାଗ୍ରତ ହୋଇପାରୁ ନାହିଁ। ଇସ୍ରୋ ଉଠାଇବା ପାଇଁ ଉଦ୍ୟମ ଜାରି ରଖିଛି।

  6. ଗତ ୩ ବର୍ଷରେ କେବଳ ଟ୍ବିନ୍‌ ସିଟି କଟକ-ଭୁବନେଶ୍ବରରେ ଅମାନିଆ ଗାଡିଚାଳକ ୧୮୬ କୋଟି ଟଙ୍କା ଜରିମାନା ଗଣିଛନ୍ତି। ଯାହା ଆଜି ବିଧାନସଭାରେ କଟକ-ଚୌଦାର ବିଧାୟକ ସୈଭିକ ବିଶ୍ବାଳଙ୍କ ପ୍ରଶ୍ନର ଉତ୍ତର ଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି।

  7. ୨୦୨୪ ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ବଡ଼ ଝଟକା। ତାମିଲନାଡୁର ଅଖିଳ ଭାରତୀୟ ଆନ୍ନା ଦ୍ରାବିଡ଼ ମୁନେତ୍ରା କଜଗମ (ଏଆଇଏଡିଏମକେ) ସୋମବାର ବିଜେପି ଏବଂ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ(ଏନଡିଏ)ସହିତ ସମ୍ପର୍କକୁ ସମାପ୍ତ କରିଛି ।

  8. ରାହୁଲ ବିଳାସପୁରରେ ରାଜ୍ୟ ସରକାରଙ୍କ ‘ଆୱାସ ନ୍ୟାୟ ସମ୍ମିଳନୀ’ରେ ଯୋଗ ଦେଇ କହିଛନ୍ତି, କଂଗ୍ରେସ ଯଦି ଛତିଶଗଡ଼ରେ ଆଗାମୀ ନିର୍ବାଚନରେ କ୍ଷମତାକୁ ଆସିବ ତେବେ ଏହା ଜାତିଗତ ଜନଗଣନା କରିବ।

  9. କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ ସୋମବାର ଦିନ ଭାରତର ପ୍ରଥମ ସବୁଜ ହାଇଡ୍ରୋଜେନ ଚାଳିତ ବସ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି | ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରତା କମାଇବାରେ ଏହି ବସ ବେଶ ସହାୟକ ହେବ |

  10. ଆସନ୍ତା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଶନିବାର ୩୯ ଜଣିଆ ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୩ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୭ ଜଣ ସାଂସଦଙ୍କୁ ଟିକେଟ୍ ଦିଆଯାଇଛି।

  11. ଆଗାମୀ ବିଶ୍ବକପ୍ ପାଇଁ ପାକିସ୍ତାନ ଦଳ ଆସନ୍ତା ୨୯ ତାରିଖରୁ ହାଇଦ୍ରାବାଦରେ ଅଭ୍ୟାସ ମ୍ୟାଚ ଖେଳିବ । କିନ୍ତୁ ଭିସା ମିଳୁନଥିବାରୁ ଦଳ ଏପର୍ଯ୍ୟନ୍ତ ଭାରତ ଆସିପାରୁନାହିଁ ।

  12. ମନି ଲଣ୍ଡରିଂ ମାମଲାରେ ସୋମବାର ସୁପ୍ରିମକୋର୍ଟ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ବସ୍ତି ଦେଇଛନ୍ତି। ଚିକିତ୍ସା ଆଧାରରେ ସତ୍ୟେନ୍ଦ୍ରଙ୍କୁ ଦିଆଯାଇଥିବା ମଧ୍ୟବର୍ତ୍ତୀକାଳୀନ ଜାମିନକୁ ଅକ୍ଟୋବର ୮ ପର୍ଯ୍ୟନ୍ତ କୋର୍ଟ ବୃଦ୍ଧି କରିଛନ୍ତି।

  13. ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ସର୍କୁଲାର ଜାରି କରିଛି। ଏହି ସର୍କୁଲାରରେ ବ୍ୟାଙ୍କ କହିଛି ଜାଣିଶୁଣି ଋଣ ପରିଶୋଧ କରୁ ନ ଥିବା ଋଣଦାତାଙ୍କୁ ଏକ ପୃଥକ ଶ୍ରେଣୀରେ ବିଭକ୍ତ କରାଯିବ।

  14. ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ନେତା ରାଘବ ଚଢ଼ା ଏବଂ ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବେ ସ୍ବାମୀ ଓ ସ୍ତ୍ରୀ। ରାଜସ୍ଥାନର ଉଦୟପୁରରେ ଏହି ହାଇପ୍ରୋଫାଇଲ ଯୋଡ଼ି ରବିବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

  15. ମାହାଙ୍ଗା ଡବଲ ମର୍ଡର: ବିଧାୟକ ପ୍ରତାପ ଜେନାଙ୍କ ନାଁରେ ମାମଲା ଚାଲୁ ରଖିବାକୁ କୋର୍ଟଙ୍କ ନିର୍ଦେଶ। ଧର୍ତ୍ତବ୍ୟ ଅପରାଧ ଭାବେ ମାମଲା ଚାଲୁ ରଖିବାକୁ ସାଲେପୁର ଜେଏମଏଫସି କୋର୍ଟଙ୍କ ନିର୍ଦେଶ।

  16. ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ପୂଜାରୀ ଆଜି ବିଧାନସଭାରେ ଲିଖିତ ଉତ୍ତରରେ କହିଛନ୍ତି ଯେ, ରାଜ୍ୟରେ ମୋଟ ୨୮୨୮୫ଟି ମଞ୍ଜୁରୀପ୍ରାପ୍ତ ନର୍ସିଂ ଅଫିସର ପଦବୀ ରହିଛି । ସେଥିରୁ ୧୦୯୨୭ଟି ପଦବୀରେ କାର୍ଯ୍ୟରତ ଥିବାବେଳେ ବାକି ୧୭୩୫୮ଟି ପଦବୀ ଖାଲି ପଡ଼ିଛି ।

  17. ଖଲିସ୍ତାନୀ ଆତଙ୍କବାଦୀ ଲଖବୀର ସିଂହ ଲାଣ୍ଡା ଓ ଏହାର ସହଯୋଗୀମାନଙ୍କର ପ୍ରାୟ ୪୮ଟି ଠିକଣାରେ ଆଜି ପଞ୍ଜାବ ପୁଲିସ ଏକକାଳୀନ ରେଡ କରିଛି। ଫିରୋଜପୁର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଖଲିସ୍ତାନୀ ସପକ୍ଷବାଦୀଙ୍କ ଠିକଣାରେ ଏପରି ଚଢ଼ଉ କରାଯାଇଛି।

  18. ଉତ୍ତର ପ୍ରଦେଶର ଏକ ବିଦ୍ୟାଳୟରେ ଜଣେ ମୁସଲିମ ଛାତ୍ରଙ୍କୁ ଅନ୍ୟ ଛାତ୍ର ମାଡ ମାରିବା ଘଟଣାକୁ ଗୁରୁତର ସହ ନେଲେ ସୁପ୍ରିମକୋର୍ଟ। ଧର୍ମ ନାମରେ ପିଲାମାନଙ୍କ ସହ ଏପରି ଘଟଣା ଘଟିବା ଅତ୍ୟନ୍ତ ନିନ୍ଦନୀୟ। ଯଦି ଅଭିଯୋଗ ସତ ହୋଇଥାଏ ତେବେ ଏହା ରାଜ୍ୟ ସରକାରଙ୍କ ବିବେକକୁ ବାଧିବା ଉଚିତ୍। ତୁରନ୍ତ ସରକାର ଏ ଉପରେ ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ କରନ୍ତୁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

  19. ବେଆଇନ ଖଣି କାରବାରରେ ସମ୍ପୃକ୍ତ ଥିବା ଖଣି ଲିଜ୍‌ଧାରୀ କମ୍ପାନୀଗୁଡ଼ିକ ପ୍ରତି ରାଜ୍ୟ ସରକାରଙ୍କ ଦରଦ ଯୋଗୁ ଦୀର୍ଘ ପ୍ରାୟ ୭ବର୍ଷ ପରେ ବି ୨୬ଟି ଖିଲାପୀ ଖଣି କମ୍ପାନୀଠୁ ୨୯୬୫.୨୮କୋଟି ଟଙ୍କାର ଜୋରିମାନା ଆଦାୟ ସମ୍ଭବପର ହୋଇନି ।

  20. ପାରିବାରିକ ଅଡୁଆ ସୂତାରେ ଛନ୍ଦି ହୋଇପଡ଼ିଥିବା ଅନୁଭବ ମହାନ୍ତିଙ୍କୁ ଆଟାକିଂ ମୁଡ୍‌ରେ ଦେଖିବାକୁ ମିଳିଛି। କଟକ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହୋଇ ବାହାରିବା ପରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଉପରେ ବର୍ଷିଛନ୍ତି ଅନୁଭବ। କହିଛନ୍ତି, ନିଜର ରିଜେକ୍‌ସନ୍‌କୁ ସେଲିବ୍ରେସନ୍‌ କରୁଛନ୍ତି ବର୍ଷା। ସୋଶାଲ୍‌ ମିଡିଆ ଆକାଉଣ୍ଟରେ ଲେଖୁଛନ୍ତି- ଧର୍ମର ଜୟ ହେଲା

389 Y
1384 26-09-2023 English
  1.  The first C-295 medium tactical transport aircraft was inducted into the Indian Air Force (IAF) Monday, boosting its logistics capabilities. The induction ceremony took place at the Hindan Air Force Station here in the presence of Defence Minister Rajnath Singh.

  2. Chief Minister Naveen Patnaik Monday asserted that no ministers-versus-officers issue exists in the state, dismissing criticisms from various quarters over holding of people’s grievance meetings by a controversial CMO official.

  3. Monsoon started withdrawing from India Monday, eight days after the normal date of September 17, the India Meteorological Department said.

  4. Ending its four year-old ties with the BJP, the AIADMK Monday announced walking out of the National Democratic Alliance (NDA) and said it would lead a separate front for the 2024 Lok Sabha polls.

  5. Odisha recorded 1,771 deaths due to drowning in rivers and other water bodies in the last three years, with an average of 590 fatalities annually, Minister of State (MoS) for Home Tusharkanti Behera told the Assembly while replying to a question by BJD MLA Mousadhi Bag.

  6. The Commissionerate Police has collected `91,26,01,740 from the twin city of Cuttack and Bhubaneswar as penalty from traffic offenders in three years – 2020, 2021 and 2022, Minister of State (MoS) Home Tusharkanti Behera told the House Monday. Responding to a query of Choudwar-Cuttack MLA Souvic Biswal, Behera said `14,52,18,800 has been collected from violators in Bhubaneswar and `76,73,82,940 from Cuttack during the period.

  7. The HR head of EML/Sambad Baijayanti Kar moved the Orissa High Court Monday seeking anticipatory bail to evade arrest in connection with the loan fraud case which is being investigated by the Economic Offences Wing (EOW) of the Odisha Crime Branch.

  8. Health and Family Welfare Minister of State SP Singh Baghel urged the state government to join the Ayushman Bharat Pradhan Mantri Jan Arogya Yojana (ABPMJAY) scheme for the benefit of the state’s poor people.

  9. The Gujarat government Monday sought time from the high court to submit before it the final report of the special investigation team (SIT) probing the collapse of a suspension bridge at Morbi town in October last year, in which 135 people were killed.

  10. Ahmedabad, a city where time seems to stand still, boasts of rich history, culture, and architecture. Cross the Sabarmati River, and you find yourself in old Amdavad, a place where every lane whispers tales of the past.

  11. Bihar Chief Minister Nitish Kumar Monday ruled out returning to the NDA, an alliance he parted with a year ago, to which the BJP retorted he would not be welcome even if he begged for another chance.

  12. Gujarat was born liquor ‘dry’ and remains so till this day. That is for the record. In actual fact, it remains as ‘wet’ as a watermelon fuelling a multi-crore rupee, wholly illegal, black money spewing industry that oils cop capers and political ‘padrones’ besides lots others.

  13. India’s top oil firm IOC Monday unveiled the nation’s first green hydrogenpowered bus that emits just water as it takes the lead in bringing out unrivaled tools to replace fossil fuels.

  14. Moody’s Investors Service Monday upgraded Tata Steel’s long-term issuer rating on the back of the company’s solid market position and expectation of an increase in profitability

  15. S&P Global Ratings Monday retained India’s growth forecast for current fiscal at 6 per cent citing slowing world economy, rising risk of subnormal monsoons and delayed effect of rate hike.

  16. The Allahabad High Court on Monday granted bail to gangster-politician and former MLA Mukhtar Ansari in a 2007 case registered under the Gangsters Act.

  17. Indian shooters made a telling statement at the Asian Games, winning three medals, including a team gold, as the country’s marksmen asserted their class by grabbing five podium finishes in just two days of competition here.

  18. Online submission of documents for admission to World Skill Center (WSC) 2023-24 Batch will start from 11.00 AM of September 26 (Tuesday) and continue till 11.00 PM of September 30.

  19. Railway Minister Ashwini Vaishnaw has approved the extension of Varanasi-Sambalpur Express up to Visakhapatnam in Andhra Pradesh to enhance train services in western and southern Odisha.

  20. As many as 355 Professor, Associate Professor and Assistant Professor posts are currently lying vacant in government medical colleges in Odisha, said Health and Family Welfare Minister Niranjan Pujari in the Assembly 

412 Y
1385 25-09-2023 Odia
  1. ଆସନ୍ତା ୨୭ ତାରିଖରେ କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ମହଙ୍ଗା ଭତ୍ତା ଏବଂ ମହଙ୍ଗା ଆଶ୍ବସ୍ତିରେ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ନୂଆ ସୂଚନା ଦେଇପାରନ୍ତି। ଯଦି ଏହା ହୁଏ ତେବେ ନବରାତ୍ରୀ ପୂର୍ବରୁ ହିଁ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏହା ଏକ ବଡ଼ ଉପହାର ହେବ।

  2. ଆମେରିକାର ମେରିଲାଣ୍ଡରେ ସର୍ଜନମାନେ ଜଣେ ମୁମୂର୍ଷୁ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କଠାରେ ଏକ ଘୁଷୁରିର ହୃଦୟ ପ୍ରତିରୋପଣ କରିଛନ୍ତି। ଏହା ହେଉଛି ଆମେରିକାରେ ଦ୍ବିତୀୟ ଘୁଷୁରି ହୃଦୟ ପ୍ରତିରୋପଣ ଘଟଣା, ଯାହା ପରୀକ୍ଷାମୂଳକ ଭାବେ କରାଯାଇଛି। ଦୁଇ ଦିନ ପରେ ଉକ୍ତ ବ୍ୟକ୍ତି ଏକ ଚେୟାରରେ ବସିବାକୁ ସକ୍ଷମ ହୋଇଥିଲେ ବୋଲି ମେରିଲ୍ୟାଣ୍ଡ ଡାକ୍ତରମାନେ ଶୁକ୍ରବାର କହିଛନ୍ତି।

  3. ଚଳିତ ବର୍ଷ ଜୁନ୍ ୧୯ରେ କାନାଡୀୟ ଶିଖ୍ ଆତଙ୍କବାଦୀ ହରଦୀପ ସିଂହ ନିଜାରକୁ ହତ୍ୟା କରାଯିବା ପରେ ଆମେରିକାର ଗୁଇନ୍ଦା ସଂସ୍ଥା ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ଏଫ୍‌ବିଆଇ)ର ଅଧିକାରୀମାନେ ଆମେରିକାର ଶିଖ୍ କାର୍ଯ୍ୟକର୍ତ୍ତାଙ୍କୁ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ବିଷୟରେ ଚେତାବନୀ ଦେଇଥିଲେ।

  4. ଭାରତ ବାହାରେ ବିଶ୍ବର ଏ ଯୁଗର ବୃହତ୍ତମ ହିନ୍ଦୁ ମନ୍ଦିର ଆମେରିକାର ନ୍ୟୁଜର୍ସିରେ ଆସନ୍ତା ଅକ୍ଟୋବର ୮ ତାରିଖରେ ଉଦ୍‌ଘାଟିତ ହେବାକୁ ଯାଉଛି।

  5. ୯ ବର୍ଷ ପୂର୍ବେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛତା ପାଇଁ ଆହ୍ୱାନ ଦେଇଥିଲେ। ସ୍ୱଚ୍ଛ ଭାରତର ବାର୍ତ୍ତା ନେଇ ସବୁ ବର୍ଗର ନାଗରିକମାନେ ଅତ୍ୟନ୍ତ ଉତ୍ସାହର ସହ ପ୍ରତିକ୍ରିୟା ପ୍ରକାଶ କରିଥିଲେ।

  6. ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ମାନବ ସମାଜକୁ ଗୁରୁତର ଭାବେ ପ୍ରଭାବିତ କରିବା ଆଶଙ୍କା ଥିବା ବେଳେ ପୋଲାଣ୍ଡର ଏକ କଂପାନି ସିଇଓ ଭାବେ ଏକ ଏଆଇ ରୋବଟ୍‌କୁ ନିଯୁକ୍ତ କରିଛି।

  7. ସ୍ଥାନୀୟ ଇନ୍ଦିରା ଗାନ୍ଧି ନ୍ୟାସନାଲ ସେଣ୍ଟର ଫର ଆର୍ଟ (ଆଇଜିଏନସିଏ)ରେ ଆୟୋଜିତ ଚତୁର୍ଥ ନଦୀ ଉତ୍ସବରେ ଓଡ଼ିଆ ବୃତ୍ତଚିତ୍ର ‘ମହାନଦୀ-କବିଙ୍କ କଳ୍ପନାରେ ନଦୀ’ ପୁରସ୍କୃତ ହୋଇଛି। ପୁରସ୍କାର ସ୍ବରୂପ ବୃତ୍ତଚିତ୍ରର ପ୍ରଯୋଜକ ଡ.ଅଶୋକ କୁମାର ପଣ୍ଡାଙ୍କୁ ୨୫ ହଜାର ଟଙ୍କାର ନଗଦ ଅର୍ଥରାଶି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଛି।

  8. ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ଏକ ଗୁରୁତର ସମସ୍ୟା ହୋଇଥିବାବେଳେ ଏହି ପ୍ରସଙ୍ଗରେ କେନ୍ଦ୍ର ଏବଂ ଏନସିଟି ଦିଲ୍ଲୀ ସରକାର ମଧ୍ୟ ଚିନ୍ତିତ ଅଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏହି ପ୍ରୟାସରେ ଖୁବ ଶୀଘ୍ର ଆମେରିକାରେ ନିର୍ମିତ ୧୦ ହଜାର ଇଲେକ୍ଟ୍ରିକ୍ ବସ୍ (ଇ-ବସ୍) ଦିଲ୍ଲୀ ରାସ୍ତାରେ ଚାଲୁଥିବା ଦେଖିବାକୁ ମିଳିବ |

  9. ଦିଲ୍ଲୀପୁଲିସ ବ୍ରିଜ ଭୂଷଣଙ୍କ ବିରୋଧରେ ଏକ ଅଭିଯୋଗ ଆଣିଛି। ଦିଲ୍ଲୀ ପୁଲିସର କହିବାନୁସାରେ, ‘ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ପୂର୍ବତନ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କୁ ଯେତେବେଳେ ବି ସୁଯୋଗ ମିଳିଥାଏ ‌ସେ ମହିଳା କୁସ୍ତିଯୋଦ୍ଧଙ୍କୁ ‌‌ଯୌନ ନିର୍ଯାତନା ଦେଇଥାଆନ୍ତି।

  10. ପୂର୍ବତନ ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ତତ୍କାଳୀନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କୁ 'ଟଙ୍କା ଗଦା ଉପରେ ବସିଥିବା ସାପ' ସହିତ ତୁଳନା କରିଥିଲେ ।

  11. ୟୁକ୍ରେନ୍‌କୁ ସହଯୋଗ କରି ପାଶ୍ଚାତ୍ୟ ଶକ୍ତିମାନେ ମସ୍କୋ ସହିତ ପ୍ରତ୍ୟକ୍ଷ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଛନ୍ତି ବୋଲି ଶନିବାର ଦିନ ରୁଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍‌ରୋଭ୍‌ କହିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏଫ୍‌ପି’ ରିପୋର୍ଟ କରିଛି।

  12. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ୱର ରେଳ ଷ୍ଟେସନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଓଡ଼ିଶାବାସୀଙ୍କ ପାଇଁ ପୁରୀ-ରାଉରକେଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

  13. ଭାରତ ଓ କାନାଡ଼ା ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ମଧ୍ୟରେ ଏକ ଚମକାଇବା ଭଳି ତଥ୍ୟ ସାମ୍ନାକୁ ଆସିଛି। କାନାଡ଼ା ଅର୍ଥନୀତିରେ ଭାରତୀୟମାନଙ୍କ ବଡ଼‌ ଯୋଗଦାନ ରହିଛି। ସେଠାରେ ବାସ କରୁଥିବା ପ୍ରାୟ ୨୦ ଲକ୍ଷ ଭାରତୀୟଙ୍କ କାନାଡ଼ା ଜିଡିପି ପ୍ରତି ୩ ଲକ୍ଷ କୋଟି ଟଙ୍କାର ଅବଦାନ ରହିଛି। କାନାଡ଼ାରେ ୩ ଲକ୍ଷ ୪୦ ହଜାର ପଞ୍ଜାବୀ ଛାତ୍ରଛାତ୍ରୀ ପାଠପଢ଼ୁଛନ୍ତି।

  14. ଆମେରିକୀୟ କଂପାନି ଆପଲ୍‌ ଭାରତରେ ଏହାର ଆଇଫୋନ୍ ଉତ୍ପାଦନ ବଢ଼ାଇବା ଉପରେ ବିଚାର କରୁଛି। ଆସନ୍ତା ୪-୫ ବର୍ଷ ଭିତରେ ଆଇଫୋନ୍‌ ଉତ୍ପାଦନ ୫ ଗୁଣା ବଢ଼ାଇବାକୁ କଂପାନି ଚାହୁଛି। ଭାରତରୁ ସର୍ବାଧିକ ଫୋନ୍ ରପ୍ତାନି କରୁଥିବା ସଂସ୍ଥା ଭା‌ବେ ଆପଲ୍ ପ୍ରଥମ ସ୍ଥାନ ଅଧିକାର କରିଛି।

  15. ଚୀନ୍‌ର ପରିସଂଖ୍ୟାନ ବ୍ୟୁରୋର ପୂର୍ବତନ ଉପ ମୁଖ୍ୟ ହେ କେଙ୍ଗ୍‌ କହିଛନ୍ତି ଯେ ଚୀନ୍‌ରେ ୩୦୦ କୋଟିରୁ ଅଧିକ ଘର ଖାଲିପଡ଼ିଛି। ଦେଶର ଜନସଂଖ୍ୟା ହେଉଛି ୧୪୦ କୋଟି। ପ୍ରକୃତରେ ଚୀନ୍‌ରେ ଖାଲି ଘର ସଂଖ୍ୟା କେତେ ତାହାକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସୁଛି।

  16. ଦେଶରେ ଏକକାଳୀନ ନିର୍ବାଚନ କରାଇବା ଓ ଏହା ଉପରେ ସୁପାରିସ କରିବା ପାଇଁ ୨୦୨୩ ସେପ୍ଟେମ୍ବର ୨ ତାରିଖର ବିଜ୍ଞପ୍ତି ମାଧ୍ୟମରେ ଗଠିତ ଉଚ୍ଚସ୍ତରୀୟ କମିଟିର ପ୍ରାଥମିକ ବୈଠକ ଆଜି ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି ।

  17. ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ହାଇକୋର୍ଟ ଆଦେଶ ବିରୋଧରେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (ଟିଡିଏସ୍) ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡୁ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ।

  18. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀ ଗସ୍ତରେ ଯାଇ ସେଠାରେ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି ।ଷ୍ଟାଡିୟମ ପାଇଁ ୩୦ ଏକର ଜମି ଉତ୍ତର ପ୍ରଦେଶ ସରକାର ପ୍ରାୟ ୧୨୧ କୋଟି ଟଙ୍କାରେ ଯୋଗାଇ ଦେଇଛନ୍ତି। ଷ୍ଟାଡିୟମ ନିର୍ମାଣ ପାଇଁ ୩୩୦ କୋଟି ଟଙ୍କା ବିସିସିଆଇ ଦେବ। ଗଞ୍ଜାରୀ ଠାରେ ନିର୍ମାଣ ହେବାକୁ ଥିବା ଷ୍ଟାଡିୟମର ସୁନ୍ଦରତା ବୃଦ୍ଧି କରିବା ପାଇଁ ଡମ୍ବୁରୁ ଆକାରର କାଚ ଲାଗିବ।

  19. ଦୀର୍ଘ ୧୪ ଦିନର ରାତି ପରେ ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟ ଉଦୟ ହୋଇଛି। ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଏବଂ ରୋଭର ଉପରେ ସୂର୍ଯ୍ୟକିରଣ ପଡ଼ିବାରେ ଲାଗିଛି। ନୂଆ କିରଣ ସହିତ ନିଦରୁ ଉଠାଇବା ପାଇଁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ଶୁକ୍ରବାର ବିକ୍ରମ ଏବଂ ପ୍ରଜ୍ଞାନ ସହ ଯୋଗାଯୋଗ କରିବାକୁ ପ୍ରୟାସ କରାଯାଇଛି।

  20. ଚଳିତ ଏସିଆନ ଗେମ୍ସରେ ଦମ୍‌ଦାର ପ୍ରଦର୍ଶନ ସହ ଭାରତ ଅଭିଯାନ ଆରମ୍ଭ କରିଛି। ରବିବାର ଇଭେଣ୍ଟ ଆରମ୍ଭର ପ୍ରଥମ ଦିବସରେ ଭାରତ ୩ ରୌପ୍ୟ ଓ ୨ ବ୍ରୋଞ୍ଜ ପଦକ ହାସଲ କରିଛି।

396 Y
1386 25-09-2023 English
  1. Prime Minister Narendra Modi Sunday flagged off a Vande Bharat Express on the Puri–Rourkela route through video conferencing from Delhi. This was Odisha’s second Vande Bharat Express as the first semi-high-speed train service from Puri to Howrah was inaugurated in May.

  2. The Supreme Court on Monday directed the Unique Identification Authority of India and the Manipur government to take steps to ensure that Aadhaar cards are provided to people displaced due to the ethnic conflict.

  3. The AIADMK-BJP alliance has been on the brink last after the Tamil Nadu party's anger over BJP state boss K Annamalai's comments about late former chief ministers CN Annadurai and J Jayalalithaa.

  4. Congress leader Rahul Gandhi on Monday travelled by a train from Chhattisgarh's Bilaspur district, where he addressed an event, to state capital Raipur and interacted with passengers on board.

  5. The centre is considering spending ₹ 60,000 crores ($7.2 billion) to provide subsidised loans for small urban housing over the next five years, two government sources told Reuters.

  6. Rajasthan’s Bharatpur and Uttar Pradesh’s Mathura have replaced Jharkhand’s Jamtara and Haryana’s Nuh as the infamous hotspots of cybercrime in India, according to a new study by an IIT Kanpur-incubated start-up. The study also revealed that just the top 10 districts collectively contribute to 80 per cent of cybercrimes in the country.

  7. NASA’s first asteroid samples fetched from deep space parachuted into the Utah desert Sunday to cap a seven-year journey.

  8. Alleging medical negligence, an irate mob Sunday vandalised a community health centre in Jajpur district after the death of a five year-old girl.

  9. Chief Minister and BJD president Naveen Patnaik Sunday heaped praises on Prime Minister Narendra Modi and appreciated his ‘steps to eradicate corruption’. Patnaik was participating in an interactive session at the Odisha Literary Festival organised here by The New Indian Express group.

  10. Another wet spell is likely in the state next week due to the formation of low pressure area over the Bay of Bengal (BoB), according to the India Meteorological Department forecast Sunday. The low pressure area is likely to cause a fresh cyclonic circulation over the north Andaman Sea and neighbourhood September 29.

  11. Kendrapara has an agrarian economy. Nowadays, kharif paddy is being cultivated here widely, while in the past, during this time of the year, one could see wide swathes of white jute and tossa jute cultivation. However, jute farming is at an all-time low this year in the coastal district.

  12. when the Sunderbans National Park in West Bengal received the status of natural UNESCO World Heritage Site, many were unaware of the technical reasons behind this pride of Bengal getting the prestigious accreditation.

  13. A local court in Vijayawada Sunday extended TDP chief N Chandrababu Naidu's judicial remand in the Skill Development Corporation Scam case till October 5, following the expiry of judicial remand and police custody.

  14. The Reserve Bank is likely to maintain status quo on policy rates for the fourth time in a row at its bi-monthly monetary policy review meeting early next month, as retail inflation continues to remain high and the US Federal Reserve has decided to keep a hawkish stance for some more time, according to experts.

  15. To mark its 24th Foundation Day September 27, which is also coinciding with the World Tourism Day, IRCTC will be offering a slew of offers to customers booking air tickets from it. IRCTC will not be charging any convenience fees from the customers booking international as well as domestic flight tickets on its website from September 25 to 27.

  16. In a rematch of the World Championship final, top Indian boxer Nikhat Zareen outclassed Vietnam’s Thi Tam Nguyen 5-0 to move to the women’s 50kg pre-quarterfinals while Preeti Pawar (54kg) sealed a place in the quarterfinals of the Asian Games here Sunday. Zareen controlled the proceedings from the word go to emerge winner by a unanimous verdict.

  17. Authorities in Iran have neutralised 30 bombs meant to go off simultaneously in Tehran and detained 28 terrorists linked to Islamic State, Iran’s Tasnim news agency reported Sunday, citing the intelligence ministry.

  18. YSR Telangana Party founder YS Sharmila on Monday said any possibility of working with the Congress will be finalised by the end of this month.

  19. The Supreme Court for the first time heard a case argued by a deaf and mute lawyer via an interpreter using sign language.

  20. The Supreme Court on Monday extended further interim bail granted to former Delhi minister Satyendar Jain on medical grounds till October 8 in a money laundering case.

392 Y
1387 23-09-2023 Odia
  1. ବିଶ୍ବକପ୍‌ ପୂର୍ବରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍‌‌ ବିଶିଷ୍ଟ ଦିନିକିଆ ସିରିଜ୍‌‌ର ପ୍ରଥମ ମୁକାବିଲା ବିଜୟ ସହ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି ଟିମ୍‌ ଇଣ୍ଡିଆ।  ଆଜି ମୋହାଲିରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ୫ ୱିକେଟ୍‌ରେ ହରାଇଛି ଭାରତ।

  2. ଏସିଆନ ଗେମ୍ସ ପୂର୍ବରୁ ଭାରତର ପ୍ରତିନିଧିତ୍ୱ କରିବାକୁ ଅରୁଣାଚଳ ପ୍ରଦେଶର ୩ ଜଣ ଖେଳାଳି ଚାଇନା ଯିବାର ଥିଲା। ତେବେ ଚାଇନା ସେମାନଙ୍କୁ ଭିସା ଦେବାକୁ ବାରଣ କରିବା ସହ ପ୍ରବେଶ ଉପରେ କଟକଣା ଲଗାଇ ଦେଇଛି।

  3. ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ବଢୁଛି ହୀରାକୁଦ ଜଳ ଭଣ୍ଡାର‘ର ଜଳସ୍ତର। ଯାହାକୁ ନଜରରେ ରଖି ଦିନକ ପୂର୍ବର ବନ୍ଦ କରାଯାଇଥିବା ହୀରାକୁଦ ଜଳ ଭଣ୍ଡାର‘ର ଗେଟ୍‌ ଗୁଡିକୁ ପୁଣିଥରେ ଖୋଲାଯାଉଛି।

  4. ସେପ୍ଟେମ୍ବର ମାସର ଶେଷ ଆଡ଼କୁ ଗୋଟିଏ ଘୂର୍ଣ୍ଣିବଳୟ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ। ଏହା କ୍ରମଶଃ ଘନୀଭୂତ ହୋଇ ଅକ୍ଟୋବର-୧ ରେ ଗୋଟିଏ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ। ଏହା ଧିରେଧିରେ ପଶ୍ଚିମରୁ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭବନା ରହିଛି।

  5. ଦେଶର ମେଡିକାଲ ଛାତ୍ରଛାତ୍ରୀ ଏବେ ବିଦେଶରେ ଡାକ୍ତରୀ ପ୍ରାକ୍ଟିସ କରିପାରିବେ। ୱାର୍ଲ୍ଡ ଫେଡେରେସନ ଫର ମେଡିକାଲ ଏଜୁକେଶନ (ଡବ୍ଲ୍ୟୁଏଫ୍‌ଏମଇ) ପକ୍ଷରୁ ନ୍ୟାସନାଲ ମେଡିକାଲ କମିଶନ (ଏନ୍‌ଏମ୍‌ସି)କୁ ଏହି ମାନ୍ୟତା ମିଳିଛି। ପ୍ରଥମେ ୧୦ ବର୍ଷ ପାଇଁ ଏହି ମାନ୍ୟତା ମିଳିଛି। ଏଥିରେ ଭାରତର ୭୦୬ ମେଡିକାଲ କଲେଜର ଛାତ୍ରଛାତ୍ରୀ ସାମିଲ ଅଛନ୍ତି।

  6. ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଏମିତି କିଛି କଟକଣା ଜାରି କରିବାକୁ ବିଚାର କରୁଛନ୍ତି ଯଦ୍ଦ୍ବାରା ଇଂଲଣ୍ଡ୍‌ର ଆଗାମୀ ପିଢ଼ି ଆଉ ସିଗାରେଟ୍‌ କିଣିବା ପାଇଁ ସମର୍ଥ ହେବେନାହିଁ ବୋଲି ସରକାରୀ ସୂତ୍ରରୁ ସୂଚନା ସଂଗ୍ରହ କରି ଶୁକ୍ରବାର ଦିନ ‘ଦି ଗାର୍ଡିଆନ୍‌’ ରିପୋର୍ଟ କରିଛି।

  7. କାନାଡ଼ା ଛାଡ଼ିବା ପାଇଁ ସେଠାରେ ବସବାସ କରୁଥିବା ହିନ୍ଦୁମାନଙ୍କୁ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁନ୍‌ କହିବା ପରେ କାନାଡ଼ାର ସାଂସଦମାନେ ତାଙ୍କର ଏଭଳି ବିବୃତି ଏବଂ ହିନ୍ଦୁ ସଂପ୍ରଦାୟ ବିରୋଧରେ କୌଣସି ପ୍ରକାର ଘୃଣାକୁ ନିନ୍ଦା କରିଛନ୍ତି।

  8. ସବୁଜ ବାଣ ବିକ୍ରି କରିବାପାଇଁ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିନାହାନ୍ତି। ବାରିୟମ ସଲ୍ଟ ବ୍ୟବହାର ହେଉଥିବା ସବୁଜ ବାଣ ବିକ୍ରି କରିବାକୁ ଅନୁମତି ଦେବାପାଇଁ ବାଣ ପ୍ରସ୍ତୁତକାରୀ ସଂଗଠନ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା।

  9. ୟୁକ୍ରେନର ଜଣେ ଦୃଢ଼ ସମର୍ଥକ ହେଉଛି କାନାଡ଼ା। ୟୁକ୍ରେନରେ ରୁଷ୍‌ ଚଳାଇଥିବା ସାମରିକ ଆକ୍ରମଣକୁ କାନାଡ଼ା ନିନ୍ଦା କରିଆସୁଛି। ଏଭଳି ସ୍ଥିତିରେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ୟୁକ୍ରେନକୁ ପ୍ରଥମ ଥର ପାଇଁ ଗସ୍ତ କରିଛନ୍ତି।

  10. ଭାରତୀୟ ମହକାଶ ଗବେ‌ଷଣା ପ୍ରତିଷ୍ଠାନ (ଇସ୍ରୋ) ଆଜି ଚନ୍ଦ୍ରଯାନ ୩ର ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞା ରୋଭର ସହ ଯୋଗାଯୋଗ ପୁନଃସ୍ଥାପନ କରିବାକୁ ପ୍ରୟାସ କରିଛି। ତେବେ ଆଜି ରାତିସୁଦ୍ଧା ଏନେଇ କୌଣସି ସଫଳତା ମିଳିନଥିବା ଇସ୍ରୋ କହିଛି।

  11. ବିଧାନସଭାରେ ଚଳିତ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ବିପର୍ଯ୍ୟୟ ପରିଚାଳନା ପାଇଁ ସର୍ବାଧିକ ୪୬୯୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ପଞ୍ଚାୟତି ରାଜ ବିଭାଗ ପାଇଁ ୪୦୯୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

  12. ହେନ୍‌ଲି ଆଣ୍ଡ୍‌ ପାର୍ଟନର୍ସ ଏହାର ରିପୋର୍ଟରେ ଆକଳନ କରିଛି ଯେ ୨୦୨୩ରେ ଭାରତ ଦ୍ବିତୀୟ ସର୍ବାଧିକ ଧନୀଙ୍କୁ ହରାଇବ। ଗତବର୍ଷ ଏହା ୭୫୦୦ ଧନୀଙ୍କୁ ହରାଇଥିଲା। ଚଳିତ ବର୍ଷ ସର୍ବାଧିକ ୧୩,୫୦୦ ଧନୀଙ୍କୁ ହରାଇବ ଚୀନ୍। ଗତବର୍ଷ ସେହି ଦେଶରୁ ୧୦,୮୦୦ ଧନୀ ବିଦେଶରେ ବସବାସ କରିବାକୁ ଯାଇଥିଲେ।

  13. ଜେପି ମୋର୍ଗାନ ଚେଜ୍ ଆଣ୍ଡ୍ କମ୍ପାନି ଏହାର ବେଞ୍ଚମାର୍କ ଉଦୀୟମାନ ବଜାର ସୂଚକାଙ୍କରେ ଭାରତର ସରକାରୀ ବଣ୍ଡ୍‌କୁ ଅନ୍ତର୍ଭୁକ୍ତ କରିବ। ୨୦୨୪ ଜୁନ୍ ୨୮ରୁ ଭାରତକୁ ଜିବିଆଇ-ଇଏମ୍ ଇଣ୍ଡେକ୍ସରେ ଅନ୍ତର୍ଭୁକ୍ତ କରାଯିବ।

  14. ଆମେରିକାର ବିଶିଷ୍ଟ ଉଦ୍ୟୋଗୀ ଏଲନ ମସ୍କଙ୍କ ନ୍ୟୁରାଲିଙ୍କ୍‌ କମ୍ପାନି ଶୀଘ୍ର ମାନବ ମସ୍ତିଷ୍କରେ ଚିପ୍‌ ପ୍ରତିରୋପଣ କରିବ। ପକ୍ଷାଘାତ ରୋଗୀର ମସ୍ତିଷ୍କରେ ଏହି ପ୍ରତିରୋପଣ ପାଇଁ ନ୍ୟୁରାଲିଙ୍କଙ୍କୁ ଆମେରିକାର ଏକ ସ୍ବାଧୀନ ସମୀକ୍ଷା ବୋର୍ଡ ଅନୁମତି ଦେଇଛି।

  15. ଆଇନ ବ୍ୟବସ୍ଥା ପ୍ରତି ଧ୍ୟାନ ନ ଦେଇ ତୁରନ୍ତ ନ୍ୟାୟ ଦେଉଥିବା ‘ହିରୋ ପୁଲିସ’ ଚରିତ୍ର ପ୍ରଦର୍ଶନ କରୁଥିବା ‘ସିଂଘମ୍‌’ ପରି ସିନେମା ସବୁ ଅତ୍ୟନ୍ତ କ୍ଷତିକାରକ ବାର୍ତ୍ତା ପ୍ରସାରଣ କରୁଛନ୍ତି ବୋଲି ଶୁକ୍ରବାର ଦିନ ବମ୍ବେ ହାଇକୋର୍ଟର ବିଚାରପତି ଗୌତମ ପଟେଲ୍‌ କହିଛନ୍ତି।

  16. ସନାତନ ଧର୍ମ ଟିପ୍ପଣୀ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆଜି ତାମିଲନାଡ଼ୁ ସରକାର, ମନ୍ତ୍ରୀ ଉଦୟନିଧି ଷ୍ଟାଲିନ, ଡିଏମ୍‌କେ ସାଂସଦ ଏ ରାଜା ଏବଂ ଅନ୍ୟ ୧୨ ଜଣଙ୍କୁ ନୋଟିସ୍‌ କରିଛନ୍ତି। ଉଦୟନିଧି ସନାତନ ଧର୍ମକୁ ନେଇ ଅତ୍ୟନ୍ତ ଉତ୍ତେଜକ ଓ ଘୃଣା ସୃଷ୍ଟିକାରୀ ଟିପ୍ପଣୀ ଦେଇଥିବାରୁ ତାଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ସୁପ୍ରିମକୋର୍ଟ‌ରେ ଏକ ଆବେଦନ ହୋଇଥିବାବେଳେ କୋର୍ଟ ଆଜି ଏହି ଆବେଦନ ଉପରେ ୧୪ ଜଣଙ୍କୁ ନୋଟିସ୍‌ କରିଛନ୍ତି।

  17. ରାଜ୍ୟରେ ଗରିବ ଲୋକମାନଙ୍କୁ ମିଳୁଥିବା ମାସିକ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତାର ପରିମାଣ ଏବେ ବଢ଼ିବାର ସମ୍ଭାବନା ନାହିଁ । ପଡ଼ୋଶୀ ରାଜ୍ୟଗୁଡ଼ିକରେ ଏହି ସାମାଜିକ ସୁରକ୍ଷା ଭତ୍ତା ପରିମାଣ ଅପେକ୍ଷାକୃତ ଅଧିକ ଥିଲେ ମଧ୍ୟ ଓଡ଼ିଶା ସରକାରଙ୍କର ଏହି ମାସିକ ଭତ୍ତା ବଢ଼ାଇବାର ଏବେ କୌଣସି ଯୋଜନା ନାହିଁ ବୋଲି ରୋକଠୋକ୍ ମନା କରିଦେଇଛନ୍ତି ।

  18. ବାରିପଦା ସ୍ଥିତ ପିଆରଏମ ମେଡିକାଲ କଲେଜର ହଷ୍ଟେଲ ରୁମ୍‌ରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି ଜଣେ ଡାକ୍ତରଙ୍କ ମୃତଦେହ। ମୃତ ଡାକ୍ତରଙ୍କ ନାଁ ସଚିନ ସାହୁ। ଘର କେନ୍ଦୁଝରର.

  19. ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ ଗୁରୁତର ଅସୁସ୍ଥ ଅଛନ୍ତି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶାନ୍ତିଲତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ନେଇ ତାଙ୍କର ସଂପର୍କୀୟ।

  20. ଲୋକସଭାରେ ବିଏସ୍‌ପି ସାଂସଦ ଦାନିଶ ଅଲୀଙ୍କ ପ୍ରତି ଅଣସଂସଦୀୟ ଶବ୍ଦ ପ୍ରୟୋଗ କରିଥିବା ବିଜେପି ସାଂସଦ ରମେଶ ବିଧୁରୀଙ୍କୁ ଆଜି ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି

406 Y
1388 23-09-2023 English
  1. Finance Minister Bikram Keshari Arukha tabled a supplementary budget of `28,200 crore for 2023-24 fiscal in the Odisha Assembly on the first day of the Monsoon Session Friday, with the highest allocation of `4,697.62 crore towards disaster management.

  2. The Supreme Court Friday agreed to hear a plea seeking registration of an FIR against Tamil Nadu minister Udhayanidhi Stalin and others over his “eradicate Sanatan Dharma” remark, which the petitioner likened to ‘hate speech’.

  3. In a boost to the BJP in Karnataka ahead of the 2024 Lok Sabha polls, Janata Dal (Secular) has decided to ally with the party following a meeting of its leader H D Kumaraswamy with Home Minister Amit Shah and party president J P Nadda.

  4. A family court here Friday quashed petitions filed by actor turned-politician Anubhav Mohanty and his spouse Varsha Priyadarshini who are locked in a protracted marital dispute. The court dismissed the divorce petition filed by Anubhav and another plea by Varsha seeking restitution of her conjugal rights.

  5. Thousands of Anganwadi workers demonstrated outside the Assembly here Friday over a host of issues, including a hike in pay and retirement benefits, as the proceedings began for the Monsoon Session.

  6. Senior Biju Janata Dal (BJD) leader Pramila Mallik was Friday elected unopposed as the Speaker of the Odisha Legislative Assembly (OLA), becoming the first woman to occupy the prestigious post.

  7. The India Meteorological Department (IMD) Friday forecast some parts of Odisha will experience heavy rain accompanied by thunderstorm and lightning.

  8. The diagnosed prevalent cases of heart failure are set to register an annual growth rate of 1.68 per cent from 13.76 million in 2022 to 16.07 million in 2032, according to a report released Friday.

  9. The southwest monsoon is likely to begin its retreat from northwest India around September 25, the India Meteorological Department (IMD) said Friday. It starts retreating from northwest India around September 17, withdrawing entirely by October 15

  10. A parliamentary panel has underlined that a large number of historical monuments are "not under any sort of protection" and asked about the procedure through which requests for restoration of "unprotected monuments" is made to the ASI.

  11. ISRO Friday said it has made efforts to establish communication with its lunar mission Chandrayaan-3’s lander Vikram and rover Pragyan to ascertain their ‘wake-up condition’ after they had been put into sleep mode early this month -- but no signals have been received from them as of now.

  12. The Supreme Court Friday refused to entertain a PIL seeking an independent audit of source code of the electronic voting machines (EVMs) used by the Election Commission, saying no “actionable material” was placed to indicate that the poll panel was in breach of its “constitutional mandate”.

  13. A small but restive volcano near the Philippine capital Manila spewed above average sulfur dioxide and volcanic smog Friday, prompting authorities to close schools in dozens of cities and towns and to urge people to stay indoors.

  14. JPMorgan will include India in its widely tracked emerging market debt index, setting the stage for billions of dollars of inflows into the world’s fifth-largest economy and helping it finance its current account and fiscal deficits.

  15. The finance ministry Friday exuded confidence that the country will achieve 6.5 per cent growth in FY24 on the back of improved corporate profitability, private capital formation and bank credit growth, notwithstanding the risks of rising crude oil prices and monsoon deficit.

  16. Odisha FC will host Chennaiyin FC (CFC) for their electrifying home opener of the Indian Super League (ISL) 2023-24 season at the Kalinga Stadium here Saturday.

  17. The Enforcement Directorate (ED) on Friday said that it has filed a Prosecution Complaint in a special PMLA court here against GDS Builders Pvt Ltd Director Uma Sankar Patro, Union Bank of India Nayapally Branch’s erstwhile Assistant Manager Ashwini Kumar Patra, and Dwarka Jewellers.

  18. The cinematic image of a "hero cop" delivering quick justice without bothering about the due process of law, as shown in blockbuster films like "Singham", sends out a very harmful message, Bombay High Court said here on Friday.

  19. The strong remarks came a day after Pakistan's caretaker Prime Minister Anwarul Haq Kakar raised the Kashmir bogey at the 78th session of the United Nations General Assembly.

  20. BJP leader Vasundhara Raje met with Rajasthan Chief Minister Ashok Gehlot after the inauguration of the Constitution Club of Rajasthan in Jaipur.

421 Y
1389 22-09-2023 Odia
  1. ରାଜ୍ୟସଭାରେ ପାସ୍ ହେଲା ମହିଳା ସଂରକ୍ଷଣ ବିଲ୍ (ନାରୀ ଶକ୍ତି ବନ୍ଦନ ବିଧେୟକ) । ବିଲ୍ ସପକ୍ଷରେ ୨୧୫ ଭୋଟ୍ ପଡିଥିବା ବେଳେ ବିପକ୍ଷରେ ଗୋଟିଏ ବି ଭୋଟ୍  ପଡ଼ିଲାନାହିଁ । ଗତକାଲି ଲୋକସଭାରେ ପାସ୍ ହୋଇଥିଲା ମହିଳା ସଂରକ୍ଷଣ ବିଲ୍ । ଫଳରେ ସଂସଦର ଉଭୟ ଗୃହରେ ବହୁମତରେ ପାସ୍ ହୋଇଛି ମହିଳା ସଂରକ୍ଷଣ ବିଲ୍।

  2. ଅର୍ଥନୈତିକ ସ୍ବାଧୀନତା ସୂଚୀରେ ଭାରତ ଗୋଟିଏ ପାହାଚ ତଳକୁ ଖସିଛି। ବିଶ୍ବର ୧୬୫ଟି ଦେଶ ମଧ୍ୟରେ ଭାରତ ୮୭ତମ ସ୍ଥାନରେ ରହିଛି। ଗତବର୍ଷ ଭାରତ ୮୬ତମ ସ୍ଥାନରେ ଥିଲା। ଭାରତୀୟ ସଂସ୍ଥା ସେଣ୍ଟର ଫର ସିଭିଲ୍ ସୋସାଇଟି ସହଯୋଗରେ କାନାଡାର ଫ୍ରେଜର ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଏହି ରିପୋର୍ଟ ଜାରି କରାଯାଇଛି।

  3. ଆଇଏମଡି ଦ୍ୱାରା ପ୍ରକାଶିତ  ଦୀର୍ଘ ମିଆଦୀ ଆକଳନ ଅନୁସାରେ ୨୨-୨୮ ସେପ୍ଟେମ୍ବର ମଧ୍ୟରେ କୌଣସି ସିଷ୍ଟମର ସମ୍ଭାବନା ନ ଥିବା ବେଳେ, ୨୯ ସେପ୍ଟେମ୍ବର ରୁ ୫ ଅକ୍ଟୋବର ମଧ୍ୟରେ ସାଇକ୍ଲୋଜେନେସିସ ଅର୍ଥାତ ଅବପାତ ହେବାର ସମ୍ଭାବନା (୧-୩୩ ପ୍ରତିଶତ) କମ ଦର୍ଶାଯାଇଛି।

  4. ୨୦୨୪ ଜାନୁଆରୀ ଶେଷ ସପ୍ତାହରେ ଦେଶରେ ସାଧାରଣ ନିର୍ବାଚନ ହେବ ବୋଲି ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି) ଗୁରୁବାର ଘୋଷଣା କରିଛନ୍ତି।

  5. ରେଳ ଦୁର୍ଘଟଣା ଏବଂ ଅନ୍ୟ ରେଳ ଜନିତ ଅଘଟଣରେ ମିଳୁଥିବା ଅନୁକମ୍ପା ରାଶିକୁ ବୃଦ୍ଧି କରିଛି ରେଲୱେ ବୋର୍ଡ। ପୂର୍ବ ରାଶି ତୁଳନାରେ ଏହା ୧୦ ଗୁଣା ଅଧିକ ବୋଲି କୁହାଯାଇଛି। ଏଥିପାଇଁ ରେଳ ବିଭାଗ ଗତ ୧୮ ତାରିଖରେ ଏକ ସର୍କୁଲାର ଜାରି କରିଥିଲା।

  6. ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ବିଜେଡିରୁ ବିଦା। ଏନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

  7. ବଲିଉଡ଼ ଜଗତରେ ଦୁଃଖର ଛାୟା । ଭେଟେରାନ ଅଭିନେତା ଅଖିଳ ମିଶ୍ରାଙ୍କ ପରଲୋକ ହୋଇଯାଇଛି। ୬୭ ବର୍ଷିୟ ଅଖିଳ ମିଶ୍ରା ଫିଲ୍ମ ‘ଥ୍ରୀ ଇଡିୟଟ୍ସ’ରେ ଲାଇବ୍ରେରିଆନ୍‌ ଭୂମିକାରେ ଅଭିନୟ କରି ବେଶ ଲୋକପ୍ରିୟ ହୋଇଥିଲେ ।

  8. ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଗୁରୁବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ଦାୟିତ୍ୱ ମିଳିଛି। ପ୍ରମିଳା ମଲ୍ଲିକଙ୍କ ଇସ୍ତଫା ପରେ ସୁଦାମ ମାର୍ଣ୍ଡିଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଦାୟିତ୍ୱ ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୁଦାମ ମାର୍ଣ୍ଡି କୃତଜ୍ଞତା ଜଣାଇଛନ୍ତି।

  9. ବରିଷ୍ଠ ବିଜେଡି ବିଧାୟିକା ତଥା ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବିଧାନସଭାର ବାଚସ୍ପତି ପଦ ଲାଗି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପ୍ରଥମ ମହିଳା ବାଚସ୍ପତି ହେବେ ପ୍ରମିଳା ମଲ୍ଲିକ। ବିଧାନସଭା ସଚିବଙ୍କ ନିକଟରେ ମନ୍ତ୍ରୀ ଓ ବିଧାୟକଙ୍କ ଗହଣରେ  ନାମାଙ୍କନ ଦାଖଲ କରିଛନ୍ତି।

  10. ମଧ୍ୟପ୍ରଦେଶରେ ଦେଶରେ ସନାତନ ଧର୍ମ ପ୍ରତିଷ୍ଠା କରିଥିବା ଆଦି ଶଙ୍କରାଚାର୍ଯ୍ୟଙ୍କ ସମ୍ମାନାର୍ଥେ ଖଣ୍ଡଓ୍ବା ଜିଲ୍ଲାରେ ୧୦୮ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମାଚିତ । ଏହା ଅଷ୍ଟଧାତୁରେ ନିର୍ମାଣ ହୋଇଛି ।

  11. ଷୋଡ଼ଶ ବିଧାନସଭାର ତ୍ରୟୋଦଶ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେବ। ପୂର୍ବାହ୍ନ ସାଢ଼େ ୯ଟାରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ପ୍ରମିଳା ମଲ୍ଲିକ ବିଧିବଦ୍ଧ ଭାବେ ବାଚସ୍ପତି ଆସନରେ ଅଳଙ୍କୃତ ହେବା ପରେ ପୂର୍ବତନ ବାଚସ୍ପତି ତଥା ବିଧାୟକ ସ୍ବର୍ଗତ ସୂର୍ଯ୍ୟନାରାୟଣ ପାତ୍ର ଓ ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ କରାଯିବ। ଏହି ସ୍ବଳ୍ପକାଳୀନ ଅଧିବେଶନରେ ମାତ୍ର ୮ଟି କାର୍ଯ୍ୟ ଦିବସ ରହିଛି। ଶୁକ୍ରବାରରୁ ଆରମ୍ଭ ହୋଇ ଅକ୍ଟୋବର ୪ ପର୍ଯ୍ୟନ୍ତ ଅଧିବେଶନ ଚାଲିବ।

  12. ଓଡ଼ିଶାରେ ଚାଲିଥିବା ୨୪ ଘଣ୍ଟିଆ ଜଳ ଯୋଗାଣ ଓ ‘ଡ୍ରିଙ୍କ୍‌‌ଫ୍ରମ ଟ୍ୟାପ’ ଯୋଜନା ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ମଡେଲ୍‌‌ ସାଜିଛି। ଦେଶର ବିଭିନ୍ନ ରାଜ୍ୟ ଓଡ଼ିଶା ଭଳି ନିଜ ରାଜ୍ୟରେ ଡ୍ରିଙ୍କ ଫ୍ରମ୍‌‌ ଟ୍ୟାପ୍‌‌ ପଦ୍ଧତି ଆପଣାଇ ଲୋକମାନଙ୍କୁ ସିଧା ସଳଖ ଟ୍ୟାପ୍‌‌ରୁ ବିଶୁଦ୍ଧ ପାଣି ଯୋଗାଇବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି।

  13. ଭାରତ ଓ କାନାଡ଼ା ଭିତରେ ଚାଲିଥିବା କୂଟନୈତିକ ବିବାଦ ପରିପ୍ରେକ୍ଷୀରେ ଭାରତ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ କାନାଡ଼ା ନାଗରିକଙ୍କ ପାଇଁ ଭିସା ସେବା ବନ୍ଦ ଘୋଷଣା କରିଛି।

  14. ଜାତିସଂଘ ଜଳବାୟୁ ଶିଖର ସମ୍ମିଳନୀରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ବୁଧବାର କହିଛନ୍ତି ଯେ, ଯଦି ବିଶ୍ୱନେତାମାନେ ବର୍ତ୍ତମାନ ପଦକ୍ଷେପ ନ ନିଅନ୍ତି ତେବେ ବିଶ୍ୱ ୨.୮ ଡିଗ୍ର ସେଲସିୟସ୍ ତାପମାତ୍ରା ବୃଦ୍ଧି ଆଡ଼କୁ ଗତି କରିବ।

  15. ନିଜ ଇଲେକ୍ଟ୍ରିକ୍ କାର୍‌କୁ ଭାରତରେ ବିକ୍ରି କରିବା ଲାଗି ଜୋରଦାର ଉଦ୍ୟମ କରୁଥିବା ବିଶ୍ବର ଏକ ନମ୍ବର ଧନୀ ଏଲନ୍‌ ମସ୍କଙ୍କ କଂପାନି ଟେସ୍‌ଲା ଏକ ବ୍ୟାଟେରି ସଂରକ୍ଷଣ କାରଖାନା ନିର୍ମାଣ କରିବା ଉପରେ ବିଚାର କରୁଛି।

  16. ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ (ଏମବିଏସ୍) ବୁଧବାର ଆମେରିକାର ଫକ୍ସ ନ୍ୟୁଜ୍କୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ଯଦି ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଇରାନ୍ ପ୍ରଥମେ ପରମାଣୁ ବୋମା ତିଆରି କରେ, ତେବେ ତାଙ୍କ ଦେଶ ମଧ୍ୟ ପରମାଣୁ ବୋମା ତିଆରି କରିବ।

  17. ‘ଅଟୋମେଟେଡ୍‌ ଇମିଗ୍ରେସନ୍‌ କ୍ଲିଅରାନ୍‌ସ୍‌’ ଲାଗୁ କରାଯାଉଥିବାରୁ ୨୦୨୪ ପ୍ରାରମ୍ଭରୁ ସିଙ୍ଗାପୁରସ୍ଥିତ ଚାଙ୍ଗି ବିମାନବନ୍ଦର ‘ପାସ୍‌ପ‌ୋର୍ଟ-ମୁକ୍ତ’ ହେବ ବୋଲି ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି।

  18. ଫ୍ଲିପ୍‌କାର୍ଟର ବିଗ୍‌ ବିଲିୟନ୍‌ ଡେଜ୍‌ ସେଲ୍‌ ସଂପର୍କରେ ଖୁଲାସା ହୋଇସାରିଛି। ଏହି ସେଲ୍‌ରେ ଗ୍ରାହକଙ୍କୁ ଖୁବ୍ ଆକର୍ଷଣୀୟ ଅଫର୍‌ ସବୁ ମିଳିବାକୁ ଯାଉଛି।

  19. ବିଶ୍ବ ବିଜେତା ଆର୍ଜେଣ୍ଟିନା ଫିଫା ପୁରୁଷ ଫୁଟବଲ ମାନ୍ୟତାର ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ସଦ୍ୟ ପ୍ରକାଶିତ ଫିଫା ମାନ୍ୟତାରେ ଆର୍ଜେଣ୍ଟିନା ଫ୍ରାନ୍‌ସକୁ ପଛରେ ପକାଇ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।

  20.  ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ ଶୁକ୍ରବାର ମୋହାଲିରେ ଖେଳାଯିବ। ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଥିବା ଦିନିକିଆ କ୍ରିକେଟ ବିଶ୍ବକପ ପୂର୍ବରୁ ଉଭୟ ଦଳଙ୍କ ପାଇଁ ଏହା ଶେଷ ପ୍ରସ୍ତୁତି। 

428 Y
1390 22-09-2023 English
  1. It was a historic moment for the Odisha Legislative Assembly as Binjharpur MLA Pramila Mallik became the first woman Speaker of the House, today.The BJD legislator was elected unopposed as Opposition BJP and Congress hadn’t fielded any candidate for the Speaker election.

  2. Odisha-born filmmaker and festival director Jitendra Mishra has been selected as a jury member for multiple international film festivals and forums in September 2023. He will participate as a juror for two major sections of the renowned 28th Schlingel International Film Festival in Ger many, scheduled for September 23, and for Animasyros, a leading film festival in Syros, Iceland Greece, set to take place from September 26 .

  3. 12 migrant workers from Kalahandi die in last 4 months due to inhuman working conditions at their places of work

  4. Pakistan’s election commission announces that polls will be held in the last week of January, next year.

  5. The Centre unveiled Thursday a new set of national awards in science, technology and innovation, called the ‘Rashtriya Vigyan Puraskar’, and scrapped nearly 300 awards by various science departments.

  6. An official statement said the ‘Rashtriya Vigyan Puraskar’ will be one of the highest recognitions in science, technology and innovation, to be given across four categories – Vigyan Ratna, Vigyan Shri, Vigyan Yuva-Shanti Swarup Bhatnagar and Vigyan Team. Scientists will be selected across 13 domains by a committee headed by principal scientific advisor to the government, the release added..

  7.  In a series of flip-flops, a private agency hired by India to carry out initial scrutiny of visa applications of Canadians put out a note Thursday on its website on suspension of visa services due to ‘operational reasons’, withdrew it within hours and then again put it back online.

  8.  Extending its support to Women’s Reservation Bill in Rajya Sabha, Biju Janata Dal (BJD) Thursday requested the Union government to extend the benefits of reservation to women belonging to minority community too.

  9. Mystery shrouds the death of assistant collector Susmita Minz whose dead body was found floating in the Century Park pond Tuesday in a suspicious condition in front of Rourkela Steel Plant (RSP) here.

  10.  DMK President and Tamil Nadu Chief Minister M K Stalin Thursday slammed the BJP-led Centre on NEET saying it has accepted that the test’s benefit is zero and it has nothing to do with merit.

  11. More than 10 people were injured when Manipur security forces fired tear gas shells on protesters for trying to storm police stations and court arrest demanding the unconditional release of the five arrested youths Thursday

  12. The 108 feet tall statue of Hindu saint Adi Shankaracharya, named ‘Ekatmata Ki Pratima’ (Statue of Oneness), was unveiled at Omkareshwar in Khandwa district, Madhya Pradesh.

  13. With dawn breaking on the Moon, ISRO is now gearing up to try to reestablish communication with its lunar mission Chandrayaan-3's solar-powered lander Vikram and rover Pragyan, to revive them so that they can continue with scientific experiments.

  14.  Russian missiles and artillery pounded cities across Ukraine early Thursday, sparking fires, killing at least three people and trapping others under the rubble of destroyed buildings, authorities said, as Poland said it would stop providing weapons to its ally amid a trade dispute.

  15. The Election Commission has told the Supreme Court that it would make "clarificatory" changes in its forms meant for adding new voters and updating records of old ones in the electoral roll, keeping in mind that providing Aadhaar numbers for voter ID cards is optional.

  16. Rajasthan Chief Minister Ashok Gehlot on Thursday said the women's reservation bill has been welcomed by everyone but is incomplete without OBC reservation and the caste census.

  17. The Aam Aadmi Party on Thursday accused Lt Governor V K Saxena of "illegally" expelling fellows of the Delhi Assembly to stop the work being done in people's interest.

  18. Ms Nayak is the South Asia Lead for Seed System and Product Management at the IRRI in New Delhi.

  19. Nirav Modi, the fugitive diamond merchant wanted in India to stand trial on fraud and money laundering charges, has been transferred out of one of the largest and most overcrowded prisons in the UK to a privately-run facility in London.

  20. The Indian football team rode on a late Sunil Chhetri strike to beat Bangladesh by a solitary goal and stay alive for a place in the knockouts of the Asian Games here Thursday.

417 Y