# |
Date |
Type |
Current Affairs |
No. Of Views |
Status |
Action |
1411 |
11-09-2023 |
Odia |
-
ଅକ୍ଷରଧାମ ମନ୍ଦିରରେ ପହଞ୍ଚି ସ୍ୱାମୀ ନାରାୟଣଙ୍କୁ ଦର୍ଶନ କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ୍ । ଅକ୍ଷରଧାମ ମନ୍ଦିରରେ ପୂଜା ଓ ଆଳତି କରିବା ସହ ମନ୍ଦିରରେ ବିତାଇଥିବା ପ୍ରତି ମୂହୁର୍ତ୍ତକୁ ସେ ଉପଭୋଗ କରିଥିଲେ । ସୁନକଙ୍କ ପତ୍ନୀ ଅକ୍ଷତା ମଧ୍ୟ ଅକ୍ଷରଧାମ ଦର୍ଶନ କରିବା ପରେ ବେଶ ଖୁସି ଥିଲେ ।
-
ଜି-୨୦ ସମ୍ମିଳନୀ ଆଜି ଶେଷ ହୋଇଥିବା ବେଳେ ଦ୍ବିତୀୟ ଦିନରେ ବିଶ୍ବ ନେତାମାନେ ପ୍ରଥମେ ରାଜଘାଟ ଯାଇ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସ୍ମାରକସ୍ଥଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
-
ନୂଆଦିଲ୍ଲୀଠାରେ ସଫଳ ଶିଖର ସମ୍ମିଳନୀ ସହିତ ଭାରତର ଜି-୨୦ ଅଧ୍ୟକ୍ଷତା ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭାଙ୍କୁ ଆନୁଷ୍ଠାନିକ ଭାବେ ଜି୨୦ ଅଧ୍ୟକ୍ଷତାର ପ୍ରତୀକ ଗାଭେଲ (ହାତୁଡ଼ି) ହସ୍ତାନ୍ତର କରିଛନ୍ତି।
-
ସବୁଜ ଜଳବାୟୁ ପାଣ୍ଠିକୁ ୨୦୦ କୋଟି ଡଲାର ଦେବା ବିଷୟରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ଜି୨୦ ଶିଖର ସମ୍ମିଳନୀର ଶେଷ ଦିନରେ ଘୋଷଣା କରିଛନ୍ତି। ଜଳବାୟୁ ପରିବର୍ତ୍ତନର ମୁକାବିଲା ଲାଗି ୧୯୪ଟି ଦେଶ ମିଶି ଏହି ପାଣ୍ଠି ସ୍ଥାପନ କରିଛନ୍ତି।
-
ଭାରତ ୫ଜିରେ ଆଗୁଆ ରହିଥିବା ବେଳେ ପରବର୍ତ୍ତୀ ପିଢ଼ିର ମୋବାଇଲ୍ ପ୍ରଯୁକ୍ତି ୬ଜିରେ ମଧ୍ୟ ଆଗରେ ରହିବା ଲାଗି ଉଦ୍ୟମ ଆରମ୍ଭ କରିଛି। ୬ଜି କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଭାରତ ଓ ଆମେରିକା ପରସ୍ପର ସହ ହାତ ମିଳାଇଛନ୍ତି। ଏନେଇ ଜି୨୦ ଶିଖର ସମ୍ମିଳନୀ ଅବସରରେ ଉଭୟ ଦେଶ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି।
-
ଭାରତ ଅଧ୍ୟକ୍ଷତାରେ ହୋଇଥିବା ଜି-୨୦ ସମ୍ମିଳନୀ ଆଜି ସଫଳତାର ସହ ସଂପନ୍ନ ହୋଇଥିବା ବେଳେ ଏହା ବୈଶ୍ବିକସ୍ତରରେ ଭାରତର ପ୍ରାଧାନ୍ୟ ବଢ଼ାଇଛି। ଭାରତର ଜି-୨୦ ଅଧ୍ୟକ୍ଷତାକୁ ବିଶ୍ବ ନେତାମାନେ ଭୂୟସୀ ପ୍ରଶଂସା କଲେ ।
-
ମରକ୍କୋର ମର୍ମନ୍ତୁଦ ଭୂକମ୍ପରେ ୨,୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି ଅଧିକାରୀମାନେ ଶନିବାର କହିଛନ୍ତି।
-
‘ଜି୨୦’ ଶିଖର ସମ୍ମିଳନୀ ଅବସରରେ ଆୟୋଜିତ ରାତ୍ରଭୋଜିରେ ବିଶ୍ବନେତାମାନଙ୍କୁ ସୁନା ଓ ରୁପା ଥାଳିରେ ଖାଦ୍ୟ ପରିବେଷଣ କରିଥିବାରୁ ‘ଏନ୍ସିପି’ ନେତା ଶରଦ ପାୱାର ବିସ୍ମିତ ହେବା ସହିତ ରବିବାର ଦିନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।
-
ପୋଲାଣ୍ଡର ଜିଡାଂସ୍କ ସହରରେ ଥିବା ବିଚିତ୍ର ତରଙ୍ଗାୟିତ ଅଟ୍ଟାଳିକା ସମୂହ ପର୍ଯ୍ୟଟକମାନଙ୍କ ଲାଗି ଅନ୍ୟତମ ଆକର୍ଷଣ ହୋଇ ରହିଛି। ୧୯୭୦ ଦଶକର ପ୍ରଥମାର୍ଦ୍ଧରେ ବାସଗୃହର ଘୋର ଅଭାବ ଥିବା ସମୟରେ ଏହି କୋଠାଗୁଡ଼ିକର ନିର୍ମାଣ କରାଯାଇଥିଲା।
-
ଅଣ୍ଡା ସଦୃଶ ଏକ ରହସ୍ୟମୟ ସୁବର୍ଣ୍ଣ ପେଣ୍ଡୁ ଆଲାସ୍କା ଉପକୂଳବର୍ତ୍ତୀ ପ୍ରଶାନ୍ତ ମହାସାଗର ଚଟାଣରେ ଥିବା ଦେଖିବାକୁ ମିଳିଛି। ଏହା କ’ଣ ବୋଲି ଜାଣିବା ପାଇଁ ବୈଜ୍ଞାନିକମାନଙ୍କ ମନରେ କୌତୂହଳ ଜାତ ହୋଇଛି। ଆଲାସ୍କା ଜାତୀୟ ମହାସାଗର ଓ ବାୟୁମଣ୍ଡଳ ପ୍ରଶାସନ (ନୋଆ)ର ଏକ ଅନୁସନ୍ଧାନକାରୀ ଦଳ ପ୍ରଥମେ ଅଗଷ୍ଟ ୩୦ରେ ଏହି ଅଜବ ସୁନେଲି ବସ୍ତୁ ଦେଖିବାକୁ ପାଇଥିଲେ।
-
୩୭୧ କୋଟି ଟଙ୍କାର ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
-
ଆସନ୍ତାବର୍ଷ ରିଓ ଡି ଜେନିରୋରେ ହେବାକୁ ଥିବା ‘ଜି୨୦’ ଶିଖର ସମ୍ମଳନୀରେ ଯଦି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ଯୋଗ ଦିଅନ୍ତି, ତାଙ୍କୁ ସେଠାରେ ଗିରଫ କରାଯାଇ ପାରିବ ନାହିଁ ଶନିବାର ଦିନ ବ୍ରାଜିଲ୍ର ରାଷ୍ଟ୍ରପତି ଲୁଇ ଇନାସିଓ ଲୁଲା ଦା ସିଲ୍ଭା କହିଛନ୍ତି।
-
ଆସନ୍ତା ୧୩ରେ ଲୋକସେବା କନଭେନସନରେ ସମସ୍ତ ସରକାରୀ ଓ ବେସରକାରୀ କଲେଜ ଅଧ୍ୟକ୍ଷମାନଙ୍କ କର୍ମଶାଳା ବସିବ । ଏଥିରେ ଉଚ୍ଚଶିକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯିବ ।
-
କଟକର ପ୍ରସିଦ୍ଧ ଦୁର୍ଗାପୂଜା ପାଇଁ ରବିବାର ସମସ୍ତ ୧୭୦ ପୂଜା କମିଟିକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ପୂଜା କମିଟି ଗୁଡିକ ପକ୍ଷରୁ ନିଶାମୁକ୍ତ ଓ ଡିଜେ ମୁକ୍ତ ଭସାଣ ପାଇଁ ପ୍ରସ୍ତାବ ଦେଇଥିବାରୁ ପୋଲିସ କମିଶନର ସମସ୍ତଙ୍କୁ ପ୍ରଶଂସା କରିଛନ୍ତି ।
-
ଭୁବନେଶ୍ବର ପୁଲିସ ୬୦ ଗାଡିରୁ ସାଇଲେନ୍ସର କାଢ଼ି ଜବତ କରିଛି । ରୋଡ଼ ରୋମିଓଙ୍କ ଉପରେ ପୁଲିସ ନେଇଛି ଆକ୍ସ । ଆଗକୁ ମଡିଫାଏଡ଼ ସୋରୁମରେ ମଧ୍ୟ ଚଢ଼ାଉ ହେବ । ଟ୍ରାଫିକ ଖିଲାପକାରୀଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଆପଣା ଯିବ। ଏ ନେଇ ଟ୍ରାପିକ ଏସିପି ଜୟନ୍ତ ଦୋରା ସୂଚନା ଦେଇଛନ୍ତି।
-
ଯକୃତ ଔଷଧ ଡିଫେଟେଲିୟୋ ଓ କ୍ୟାନସର (କର୍କଟ) ରୋଗୀ ପାଇଁ ବ୍ୟବହାର ହେଉଥିବା ଔଷଧ ଏଡ୍ସେଟ୍ରିସ୍ର ନକଲି ଔଷଧ ଦେଶରେ ବିକ୍ରି ହେଉଛି। ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ଏହି ସୂଚନା ଦେଇଛି।
-
ଚୀନର ଏକ ସଂସ୍ଥା ଭାରତ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି। ଆୟୋଜକ ଭାବେ ଭାରତ ଜି ୨୦ ସମ୍ମିଳନୀର ଫାଇଦା ନେଇଛି। ଅନ୍ୟପକ୍ଷରେ ଚୀନର ସ୍ବାର୍ଥକୁ କ୍ଷତି ପହଞ୍ଚାଇଛି। ଚୀନର ରାଷ୍ଟ୍ରୀୟ ସୁରକ୍ଷା ମନ୍ତ୍ରାଳୟ ସହ ଅନୁବନ୍ଧିତ ଚୀନ ଇନଷ୍ଟିଚ୍ୟୁଟ୍ ଅଫ କଣ୍ଟେମ୍ପୋରାରି ଇଣ୍ଟରନ୍ୟାସନାଲ ରିଲେସନ୍ସ ନାମକ ସଂସ୍ଥା ପକ୍ଷରୁ ଏଭଳି ଅଭିଯୋଗ କରାଯାଇଛି।
-
ଆସନ୍ତା ବର୍ଷରୁ ଶିକ୍ଷା ଋଣ ପାଇବା ସହଜ ହେବ। ଭାରତୀୟ ରିଜର୍ଭ ବ୍ୟାଙ୍କ ‘ଫ୍ରିକ୍ସନଲେସ୍ କ୍ରେଡିଟ୍’ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି। ଏହା ଦ୍ବାରା ଋଣ ପାଇଁ ଆବେଦନ ପ୍ରକ୍ରିୟା ବେଶ ସଂଗଠିତ ଓ ସହଜ ହେବ।
-
ଭାରତ-ପାକିସ୍ତାନ ହାଇଭୋଲଟେଜ ଲଢ଼େଇରେ ପୁଣି ବର୍ଷା ସାଜିଛି ବାଧକ। ଶ୍ରୀଲଙ୍କାର ଆର ପ୍ରେମାଦାସା ଷ୍ଟାଡିୟମରେ ହଠାତ୍ ବର୍ଷା ମାଡ଼ି ଆସିବାରୁ ମ୍ୟାଚ୍କୁ ଅଧାରୁ ସ୍ଥଗିତ ରଖାଯାଇଛି। ଆଜିର ମ୍ୟାଚ ରିଜର୍ଭ ଡେ’ ରେ ଖେଳାଯିବ।
-
ଗୁରୁବାର ରିଲିଜ୍ ହୋଇଥିଲା ଫିଲ୍ମ ‘ଯବାନ’। ରିଲିଜର ୩ଦିନ ମଧ୍ୟରେ ହିଁ ଶାହରୁଖଙ୍କ ଫିଲ୍ମ ୩୫୦କୋଟି ଟଙ୍କା ଆୟ କରିସାରିଛି। ୧୦୦କୋଟି କ୍ଲବରେ ସାମିଲ ହେବା ପାଇଁ କିଛି ଫିଲ୍ମକୁ ୧୫ଦିନରୁ ଅଧିକ ସମୟ ଲାଗୁଥିବା ବେଳେ ଶାହରୁଖଙ୍କ ଫିଲ୍ମ ୩ଦିନରେ ୩୫୦କୋଟି ଆୟ କରିବାଟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
|
422 |
Y |
|
1412 |
11-09-2023 |
English |
-
Odishaborn scientist of Bhabha Atomic Research Centre (BARC), Mumbai, Jyotirmayee Mohanty has received the IUPAC (International Union of Pure and Applied Chemistry) 2023 Distinguished Women in Chemistry or Chemical Engineering award.
-
The Uttar Pradesh education department will now teach the basics of coding, computational thinking and artificial intelligence (AI) to over 50 lakh students of Classes 6-8 in around 45,000 state-run schools.
-
INDIA alliance is very strong. This is the reason for the BJP’s panic. This is the reason that the BJP wants to change the name of the country said Arbind Kejriwal
-
DCGI directs states and UTs to keep vigil on sale of falsified versions of Defitelio and Adcetris
-
Drone attack on an open market south of Sudan’s capital, Khartoum, kills at least 43 people.
-
Morocco has declared three days of national mourning after a devastating earthquake late Friday night claimed the lives of 2,000 people.
-
Aditya L1 spacecraft, India’s first space-based mission to study the Sun, successfully underwent its third earth-bound manoeuvre in the early hours of Sunday, ISRO said.
-
Prime Minister Narendra Modi Sunday made a renewed push for expansion of the UN Security Council (UNSC) and reforms in global institutions to reflect world's "new realities", as the G20 Summit concluded here with world leaders lauding India's presidency for ensuring several tangible outcomes.
-
After a local court in Vijayawada remanded TDP chief N Chandrababu Naidu in judicial custody for 14 days in an alleged multi-crore corruption scam Sunday, he is being taken amid tight security to Rajamahendravaram Central Prison, 200 km away from Vijayawada.
-
US President Joe Biden secured deals with Vietnam on semiconductors and minerals as the strategic Southeast Asian nation elevated Washington to its highest diplomatic status alongside China and Russia.
-
The Reserve Bank is likely to launch the pilot of Central Bank Digital Currency (CBDC) for transactions for interbank borrowing or call money market by October, central bank Executive Director Ajay Kumar Choudhary said Sunday.
-
Billionaire Gautam Adani-led promoter group has increased stake in two of the group’s listed companies, as the ports-to-energy conglomerate continues to work on a claw back strategy after being hit by damaging reports.
-
India has produced 66.14 MT crude steel in January-June 2023, registering a 5 per cent year-on-year growth and the uptrend is likely to continue in second half of the year as well, according to SteelMint.
-
Tesla’s $25,000 car and the company’s dedicated robotaxi will feature a futuristic design -- inspired by the Cybertruck, according to Elon Musk biographer Walter Isaacson.
-
India’s external debt of USD 624.7 billion at March-end 2023 with a debtservice ratio of 5.3 per cent is within the comfort zone and modest from a cross-country perspective, Finance Minister Nirmala Sitharaman has said.
-
ONGC Sunday said there was no damage to either farmers or fishermen due to last week’s minor oil spill near Uran in Mumbai. Undersea pipelines bring crude oil from ONGC's fields in the Arabian Sea to Uran before it is transferred to refineries.
-
Myanmar has received the first shipment of two Russian Su-30 fighter jets, Charlie Than, Myanmar’s trade minister, told the Russian RIA state news agency in remarks published Sunday
-
The Allahabad High Court has formed a committee to look into the recent incident of police lathi charge on lawyers in Uttar Pradesh's Hapur district.
-
The second day of IIA leadership conclave & design carnival organised by the Indian Institute of Architects (IIA), concluded Sunday. In the conclave, the Otto Koeinisberger Lifetime Achievement Award was conferred upon Geeta Patnaik, the first woman practicing architect in Odisha.
-
Coco Gauff becomes 3rd teenager to win US Open women’s singles title after Tracy, Serena.
|
459 |
Y |
|
1413 |
10-09-2023 |
Odia |
-
ଜି-୨୦ ସମ୍ମିଳନୀର ପ୍ରଥମ ଦିନ ଶନିବାର ନୂଆଦିଲ୍ଲୀରେ ଜି-୨୦ ଘୋଷଣା ପତ୍ରକୁ ମଞ୍ଜୁରୀ ମିଳିଛି। ନୂଆଦିଲ୍ଲୀ ଘୋଷଣାପତ୍ରକୁ ସବୁ ସଦସ୍ୟ ରାଷ୍ଟ୍ର ଗ୍ରହଣ କରିଛନ୍ତି।
-
ରାଜଧାନୀରେ ଦିଲ୍ଲୀରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀର ଆଜି ଦ୍ୱିତୀୟ ତଥା ଅନ୍ତିମ ଦିନ। ଆଜି ମଧ୍ୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ଗତକାଲି ପ୍ରଥମ ଦିନରେ ୱାନ୍ ଆର୍ଥ, ୱାନ୍ ଫ୍ୟାମିଲି ଅର୍ଥାତ ଗୋଟିଏ ପୃଥିବୀ, ଗୋଟିଏ ପରିବାର ବିଷୟବସ୍ତୁ ଉପରେ ବିଶ୍ୱନେତା ମାନେ ଆଲୋଚନା କରିଥିବା ବେଳେ ଆଜି ୱାନ୍ ଫ୍ୟୁଚର ଅର୍ଥାତ ଗୋଟିଏ ଭବିଷ୍ୟତ ବିଷୟବସ୍ତୁ ଉପରେ ମାନସ ମନ୍ଥନ ହେବ।
-
ଶନିବାର ରାତିରେ ‘ଇସ୍ରୋ ଟେଲିମେଟ୍ରି, ଟ୍ରାକିଙ୍ଗ୍ ଆଣ୍ଡ୍ କମାଣ୍ଡ୍ ନେଟ୍ୱାର୍କ’ର (ଇଷ୍ଟ୍ରାକ୍) ବୈଜ୍ଞାନିକମାନେ ସମ୍ପ୍ରତି ପୃଥିବୀ ଚତୁଃପାର୍ଶ୍ବରେ ପରିକ୍ରମଣ କରୁଥିବା ଭାରତର ପ୍ରଥମ ସୌର ମଣ୍ଡଳ ପର୍ଯ୍ୟବେକ୍ଷଣ ଅଭିଯାନରେ ଯାଇଥିବା ମହାକାଶଯାନ ‘ଆଦିତ୍ୟ-ଏଲ୍୧’କୁ ତା’ର ତୃତୀୟ କକ୍ଷପଥ ପ୍ରବେଶ କରାଇବାରେ ସଫଳ ହୋଇଛନ୍ତି।
-
ଭାରତ ପେଟ୍ରୋଲରେ ଇଥାନଲ ମିଶ୍ରଣକୁ ୨୦ ପ୍ରତିଶତ କରିବାପାଇଁ ବିଶ୍ଵସ୍ତରରେ ପ୍ରସ୍ତାବ ଦେଉଛି। ପରିବେଶ ଓ ଜଳବାୟୁ ଅବଲୋକନପାଇଁ ଜି-୨୦ ଉପଗ୍ରହ ମିଶନ ଆରମ୍ଭ କରିବାକୁ ଭାରତ ପ୍ରସ୍ତାବ ଦେଉଛି।
-
ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ମରକ୍କୋରେ ହୋଇଥିବା ୬.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଝଟକାରେ ମୃତ୍ୟୁସଂଖ୍ୟା ୬୩୨କୁ ବୃଦ୍ଧି ପାଇଛି। ଭୂମିକମ୍ପ ଯୋଗୁଁ ଭୁଶୁଡ଼ି ଯାଇଛି ବଡ଼ ବଡ଼ କୋଠା । କୋଠାତଳେ ଅନେକ ଜୀବନ ଚାପି ହୋଇ ରହିଥିବାର ଅନୁମାନ କରାଯାଉଛି ।
-
ଆସନ୍ତା ୧୨ ତାରିଖ ବେଳକୁ ଉତରପଶ୍ଚିମ ପାର୍ଶ୍ୱବର୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୨ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ। ରାଜ୍ୟରେ ୩ ଦିନ ଧରି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
-
ଭାରତ ମଣ୍ଡପମର ସ୍ୱାଗତ ସ୍ଥଳରେ ଶୋଭାପାଉଛି ଓଡ଼ିଶାର ଐତିହ୍ୟ କୋଣାର୍କ ଚକ୍ର । ଯାହାକି ବେଶ ସୁନ୍ଦର ଦିଶିବା ସହ ଓଡ଼ିଶାର ଗୌରବ ସାରା ବିଶ୍ବ ମଧ୍ୟ ଦେଖୁଛି । କୋଣାର୍କ ଚକ୍ର ସାମ୍ନାରେ ଛିଡା ହୋଇ ବିଶ୍ୱନେତାଙ୍କୁ ସ୍ୱାଗତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
-
ନୂଆଦିଲ୍ଲୀ ଘୋଷଣାନାମାରେ ୪ ପି – ପ୍ଲାନେଟ୍ (ଗ୍ରହ), ପିପୁଲ୍ (ଲୋକ), ପିସ୍ (ଶାନ୍ତି) ଏବଂ ପ୍ରସ୍ପରିଟି (ସମୃଦ୍ଧି) ଉପରେ ଫୋକସ୍ କରାଯାଇଛି। ଭାରତ ମଣ୍ଡପମରେ ଆଜି ସମ୍ମିଳନୀର ଦ୍ବିତୀୟ ଅଧିବେଶନରେ ଉଦ୍ବୋଧନ ଦେବା ସମୟରେ ମୋଦୀ ନୂଆଦିଲ୍ଲୀ ଘୋଷଣାନାମା ଗୃହୀତ କରାଇବାକୁ ପ୍ରସ୍ତାବ ଆଣିଥିଲେ।
-
କାହାର ନିୟନ୍ତ୍ରଣରେ ନଥିବା କ୍ରିପ୍ଟୋକରେନ୍ସିର ମୁକାବିଲା ଲାଗି ଜି୨୦ ଦେଶଗୁଡ଼ିକ ସହମତ ହୋଇଛନ୍ତି। ବିଶେଷ କରି ଏହି ମୁଦ୍ରାର ଅପବ୍ୟବହାରକୁ ରୋକିବା ଲାଗି ଏହି ଦେଶଗୁଡ଼ିକ ମିଳିତ ପ୍ରୟାସ କରିବେ।
-
ବିଶ୍ବ ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଲାଗି ଜି୨୦ ରାଷ୍ଟ୍ରଗୁଡ଼ିକ ସହମତ ହୋଇଛନ୍ତି। ଏକ ବିଶ୍ବସ୍ତରୀୟ ଟିକସ ବୁଝାମଣା ଲାଗି ଭାରତ ସମେତ ୧୪୦ଟି ଦେଶ ସହମତ ହୋଇଛନ୍ତି।
-
ବିଶ୍ବରେ ପରମାଣୁ ଅସ୍ତ୍ରର ବ୍ୟବହାର କିମ୍ବା ପରମାଣୁ ଅସ୍ତ୍ରର ଧମକ ଆଦୌ ଗ୍ରହଣଯୋଗ୍ୟ ନୁହେଁ।
-
ଆଫ୍ରିକୀୟ ସଂଘ ଆଜି ଜି-୨୦ରେ ସ୍ଥାୟୀ ସଦସ୍ୟ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଏନେଇ ପ୍ରସ୍ତାବ ଆଣିଥିଲେ ଏବଂ ପରେ ସମସ୍ତ ସଦସ୍ୟ ରାଷ୍ଟ୍ର ଏହାକୁ ସ୍ବାଗତ କରିଥିଲେ।
-
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ଦାୟିତ୍ବବାନ ବ୍ୟବହାର ନେଇ ଜି୨୦ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସହମତି ହୋଇଛି।
-
ମଧ୍ୟପ୍ରଦେଶ ପନ୍ନାର ପୂର୍ବତନ ରାଜ ପରିବାରର ସଦସ୍ୟା ରାଣୀ ଜିତେଶ୍ୱରୀ ଦେବୀଙ୍କୁ ଶୁକ୍ରବାର ଜନ୍ମାଷ୍ଟମୀ ଉତ୍ସବ ସମୟରେ ନିୟମ ଉଲ୍ଲଂଘନ କରି ମନ୍ଦିରର ଗର୍ଭଗୃହରେ ପ୍ରବେଶ କରିବା ଅଭିଯୋଗରେ ଗିରଫ କରାଯାଇଥିଲା।
-
ଭାରତ ସରକାର ଜି୨୦ ଅଧ୍ୟକ୍ଷ ଭାବେ ଜି୨୦ ଶିଖର ସମ୍ମିଳନୀ ଆୟୋଜନ କରିଛନ୍ତି। ଏଥିପାଇଁ ପ୍ରସ୍ତୁତିରେ ସରକାର ୪୧୦୦ କୋଟି ଟଙ୍କା ବ୍ୟୟ କରିଛନ୍ତି।
-
ଭାରତ ଜି୨୦ ବୈଠକ ଆୟୋଜନ କରିବା ଏକ ଐତିହାସିକ ମୁହୂର୍ତ ହୋଇଥିବା ବେଳେ ଚମତ୍କାର ସଂଯୋଗ ଭାବେ ଭାରତୀୟ ଷ୍ଟକ ବଜାର ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଭାରତର ଷ୍ଟକ ବଜାର ଚଳିତ ସପ୍ତାହରେ ୩.୮ ଲକ୍ଷ କୋଟି ଡଲାର କ୍ଲବ୍ରେ ସାମିଲ ହୋଇଛି।
-
ବ୍ରିଟେନର ଦ୍ବିତୀୟ ବଡ଼ ସହର ବର୍ମିଂହାମ୍ ଦେବାଳିଆ ହୋଇଯାଇଛି। ସହରରେ ଏହା ଚିନ୍ତାର କାରଣ ପାଲଟିଛି। ଏଥିପାଇଁ ସହର ପ୍ରଶାସନ ପକ୍ଷରୁ ୧୧୪ ଧାରାରେ ନୋଟିସ ଜାରି କରାଯାଇଛି। ଏଥିରେ ଖର୍ଚ୍ଚ ଉପରେ କଟକଣା ଲଗାଯାଇଛି।
-
ଭାରତର ସାର୍ବଜନୀନ ଡିଜିଟାଲ୍ ଭିତ୍ତିଭୂମିକୁ ବିଶ୍ବବ୍ୟାଙ୍କ ପ୍ରଶଂସା କରିବା ସହ ସରକାରଙ୍କ ଅଧୀନରେ ମାତ୍ର ଛଅ ବର୍ଷରେ ଯେଉଁ ସଫଳତା ମିଳିଛି ସେଥିପାଇଁ ସାଧାରଣ ବାଟରେ ପାଞ୍ଚ ଦଶନ୍ଧି ସମୟ ଲାଗିଥାନ୍ତା ବୋଲି କହିଛି।
-
ବ୍ୟବସାୟିକ ସମ୍ପର୍କକୁ ଆହୁରି ଦୃଢ଼ ଓ ସହଜ କରିବା ପାଇଁ ଲଞ୍ଚ ହୋଇଛି ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ କରିଡର। ଦିଲ୍ଲୀରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଶ୍ୱର ଅନ୍ୟ ନେତାମାନେ ମିଳିତ ଭାବେ ଏହି ବଡ଼ ପ୍ରକଳ୍ପକୁ ଆରମ୍ଭ କରିଛନ୍ତି। ବିଶ୍ୱର ୩ ପ୍ରାନ୍ତ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଏହି କରିଡରକୁ କାର୍ଯ୍ୟକ୍ଷମ କରାଯିବ
-
ଏସିଆ କପ୍ରେ ଆଜି ହେବ ମହା ମୁକାବିଲା। ମୁହାଁମୁହିଁ ହେବେ ଦୁଇ ପାରଂପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ। କଲମ୍ବୋର ଆର ପ୍ରେମାଦାସ ଷ୍ଟାଡିୟମରେ ଦେଖିବାକୁ ମିଳିବ ହାଇଭୋଲଟେଜ୍ ଟକ୍କର। ଭାରତୀୟ ସମୟ ଦିନ ୩ଟାରେ ମ୍ୟାଚ୍ ଖେଳାଯିବ।
|
444 |
Y |
|
1414 |
10-09-2023 |
English |
-
Prime Minister Narendra Modi on Saturday said that as the 'mother of democracy' India's belief in dialogue and democratic principles has been unwavering since time immemorial.
-
G20 Summit 2023: The G20 warned on Saturday of significant headwinds and "cascading crises" buffeting the global economy, while saying more pain could be on the way.
-
The Commissionerate Police Saturday arrested a cyber criminal on charges of duping a citybased engineer of more than `34 lakh after he entrapped the latter by posing as a female MBBS student in a fake facebook account.
-
India Saturday pulled off a big diplomatic win after the G20 Summit adopted a consensus declaration overcoming major differences on the Russia-Ukraine war, as PM Narendra Modi called for ending “global trust deficit”. Modi also announced that African Union was admitted as G20's permanent member.
-
The Supreme Court is scheduled to hear September 12 a batch of petitions challenging the constitutional validity of colonial-era provision of sedition under the Indian Penal Code (IPC).
-
Telugu Desam Party (TDP) chief and former Andhra Pradesh Chief Minister N Chadrababu Naidu was arrested Saturday in connection with an alleged fraud case involving misappropriation of funds from the Skill Development Corporation, leading to a loss of `300 crore to the state government, AP CID Chief N Sanjay said.
-
Even though the Union government is launching a slew of initiatives to address malnutrition among children, nearly 6 in 10 female teens in India were found to be anaemic, if a research analysis on National Family Health Surveys (NFHS) data is to be believed.
-
The Odisha chapter of Indian Institute of Architects (IIA) organised a two-day IIA leadership conclave & design carnival 2023 with the theme ‘SamarthEmpowering Architecture’
-
The outstanding academic achievement award ceremony of Sahodaya Schools Complex, Bhubaneswar Chapter was held Saturday on the premises of Unit-VIII DAV Public School to honour academic achievers of SSE and SSCE 2023.
-
A delegation of the Rourkela Chamber of Commerce and Industries (RCCI) met Nandan Kumar Karar, divisional head, IDCO here and discussed several issues plaguing industries these days. The team was led by RCCI president Sunil Kayal, VP Gurmeet Singh, GS PK Tiberwal and others.
-
A 22-km line made with 3.5 lakh saplings was launched here at the first event for creating a Guinness World Record of tree plantation by Assam Environment and Forest minister Chandramohan Patowary Saturday.
-
The West Bengal education department has decided to make CCTV cameras compulsory at all girls’ schools, state-run or private, in the state.
-
India Saturday pulled off a big diplomatic win after the G20 summit adopted a consensus declaration overcoming major differences on the Russia-Ukraine war, as Prime Minister Narendra Modi called for ending "global trust deficit". Modi also announced that African Union was admitted as G20's permanent member.
-
The Congress Saturday constituted several panels for poll-bound Telangana with Damodar Raja Narasimha, former deputy chief minister of united Andhra Pradesh, appointed as chairman of the election management committee.
-
India Saturday launched the Global Biofuels Alliance with Prime Minister Narendra Modi urging the G20 nations to join the initiative with a plea to take ethanol blending with petrol globally to 20 per cent.
-
The G20 nations on Saturday resolved to promote faster, cheaper, more transparent and inclusive cross-border payments as envisaged in the G20 roadmap for enhancing cross-border payments.
-
The Supreme Court has awarded life imprisonment to former Lok Sabha MP from Bihar Prabhunath Singh for the killing of two persons on polling day during assembly elections in Saran district in 1995.
-
As PC and laptop makers urge the government to rethink its decision on import licensing requirements accompanied by a quota, the industry stakeholders have met IT Ministry officials to seek solutions on the matter.
-
India and the US have settled the last trade dispute at the World Trade Organization (WTO) over poultry products, according to a joint statement released Friday.
-
The Indian team management’s predicament to choose between KL Rahul and Ishan Kishan will be the dominating theme amid the usual edgy emotional quotient, when they face arch-rivals Pakistan in the most-awaited Super 4 match of the Asia Cup here Sunday
|
438 |
Y |
|
1415 |
09-09-2023 |
Odia |
-
ଭାରତ ଆୟୋଜନ କରୁଥିବା ଜି୨୦ ସମ୍ମିଳନୀକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଥିବା ଏକ ଦସ୍ତାବିଜରେ ବିଶ୍ବବ୍ୟାଙ୍କ ଜଣାଇଛି ଯେ ୟୁପିଆଇ, ଜନଧନ, ଆଧାର, ଓଏନ୍ଡିସି ଓ କୋୱିନ୍ ଜରିଆରେ ଭାରତ ଏକ ଦୃଢ଼ ସାର୍ବଜନୀନ ଡିଜିଟାଲ୍ ଭିତିଭୂମି ବିକାଶ କରିପାରିଛି।
-
‘ଇଣ୍ଡିଆ’ର ନାମ ପରିବର୍ତ୍ତନ କରି ‘ଭାରତ’ କରିବାପାଇଁ ଯଦି ସମସ୍ତ ଔପଚାରିକତା ପୂର୍ଣ୍ଣ ହେବ ଏବଂ ଆନୁଷ୍ଠାନିକ ବ୍ୟବସ୍ଥା ଅନୁଯାୟୀ ସମସ୍ତ କାର୍ଯ୍ୟ ଶେଷ ହେବ ତେବେ ଆମେ ‘ଇଣ୍ଡିଆ’କୁ ‘ଭାରତ’ ଭାବେ ଗ୍ରହଣ କରିବୁ।
-
ଶନିବାରଠାରୁ ନୂଆଦିଲ୍ଲୀରେ ବହୁ ପ୍ରତୀକ୍ଷିତ ଦୁଇ ଦିନିଆ ଜି-୨୦ ଶିଖର ସମ୍ମିଳନୀ ଆରମ୍ଭ ହେବ। ଏଥିପାଇଁ ଜି-୨୦ ସଦସ୍ୟ ରାଷ୍ଟ୍ର ସମେତ ବିଶ୍ବ ବ୍ୟାଙ୍କ ଓ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଭଳି ସଂସ୍ଥାର ମୁଖ୍ୟମାନେ ଭାରତ ପହଞ୍ଚିଛନ୍ତି।
-
ଜି-୨୦ ଶିଖର ସମ୍ମିଳନୀ ଅବ୍ୟବହିତ ପୂର୍ବରୁ ରୁଷ୍କୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ୟୁରୋପୀୟ ରାଷ୍ଟ୍ରସଂଘ ଅଧ୍ୟକ୍ଷ ଚାର୍ଲ୍ସ ମିସେଲ ଦିଲ୍ଲୀରେ ପହଞ୍ଚିବା ପରେ ରୁଷ୍କୁ କଡ଼ା ସମାଲୋଚନା କରିବା ସହ ପୂରା ବିଶ୍ବକୁ ରୁଷ୍ ଅସ୍ଥିର କରିବାକୁ ଯୋଜନା କରୁଥିବା କହିଛନ୍ତି।
-
ଜି-୨୦ ପ୍ରତିନିଧିଙ୍କ ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ଆୟୋଜିତ ନୈଶ ଭୋଜନ କାର୍ଯ୍ୟକ୍ରମକୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ନିମନ୍ତ୍ରିତ ହୋଇଛନ୍ତି।
-
ଛତ୍ରପତି ଶିବାଜୀ ମହାରାଜ ବ୍ୟବହାର କରିଥିବା ବାଘର ପଂଝା ପରି ସ୍ବତନ୍ତ୍ର ଅସ୍ତ୍ର ‘ବାଘ ନଖ’ ଭାରତ ଫେରିବ। ବ୍ରିଟେନରେ ଥିବା ଏହି ବାଘ ନଖ ଭାରତ ଫେରିବ ବୋଲି ଆଜି ସ୍ପଷ୍ଟ ହୋଇଛି ।
-
ଉପନିର୍ବାଚନରେ ଇଣ୍ଡିଆ ମେଣ୍ଟକୁ ସଫଳତା ମିଳିଛି। ୭ଟି ଆସନରୁ ଇଣ୍ଡିଆ ମେଣ୍ଟ ୪ଟି ଆସନରେ ଜିତିଥିବା ବେଳେ ବିଜେପି ୩ଟି ଆସନରେ ଜିତିଛି।
-
ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ‘ସିଆଇଡି’ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ତେଲୁଗୁ ଦେଶମ୍ ପାର୍ଟି’ର ମୁଖ୍ୟ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରିଥିବା କଥା ଦଳର ଜଣେ ମୁଖପାତ୍ର କହିଛନ୍ତି।
-
ଖୋର୍ଦ୍ଧା ଜିଲ୍ଲାରେ ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ। ଏହାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ରାଜ୍ୟର ଗୌରବମୟ ପାଇକ ପରମ୍ପରାର ସାମୁହିକ ବିକାଶ ନିମନ୍ତେ ଏହି କେନ୍ଦ୍ର ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଢାଞ୍ଚାରେ ପ୍ରତିଷ୍ଠା ହେବ ।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୮୧ଟି ଭେଟେରିନାରି ମୋବାଇଲ ୟୁନିଟ୍ ଗାଡ଼ିର ଶୁଭାରମ୍ଭ କରିଛନ୍ତି। ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଗାଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।
-
୫ଟି ସଚିବ ଭିକେ ପାଣ୍ଡିଆନ ୩୦ଟି ଜିଲ୍ଲା ଗସ୍ତ କରିଛନ୍ତି।୩୦ଟି ଜିଲ୍ଲାରୁ ମୋଟ ୫୬ ହଜାର ୪୨୪ଟି ଅଭିଯୋଗପତ୍ର ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୩୪ ହଜରା ୨୬୦ଟି ଅଭିଯୋଗର ସମଧାନ କରାଯାଇଥିବା ବେଳେ ୨୨ ହଜାର ୧୬୪ଟି ଅଭିଯୋଗର ସମାଧାନ ପାଇଁ କାର୍ଯ୍ୟ ଚାଲିଛି। ଏଥିସହ ମୋଟ ଅଭିଯୋଗର ୬୦ ପ୍ରତିଶତରୁ ଉର୍ଦ୍ଧ୍ବ ସମାଧାନ ହୋଇସାରିଛି।
-
ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ମିଶ୍ରଣ କରାଯାଇ ଗୋଟିଏ ବିଭାଗ ଗଠନ କରାଯିବ। ଏହି ବିଭାଗ ଅଧୀନରେ ଥିବା ଛାପାଖାନା ନିର୍ଦ୍ଦେଶାଳୟକୁ ଅଲଗା କରାଯିବ। ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିସାରିଛି। ଆସନ୍ତା ବର୍ଷରୁ ଉଭୟ ବିଭାଗ ପାଇଁ ଗୋଟିଏ ବଜେଟ୍ ବ୍ୟୟବରାଦ କରାଯିବ।
-
ଏୟାରପୋର୍ଟ ପରି ଅନୁଭୂତି ପାଇବେ ଯାତ୍ରୀ ଓ କର୍ମଚାରୀ। କଟକବାସୀଙ୍କ ଅପେକ୍ଷାର ହେବ ଅନ୍ତ। ସେପ୍ଟେମ୍ବର ୧୬ରୁ କାର୍ଯ୍ୟକ୍ଷମ ହେବ କଟକ ନେତାଜୀ ବସ ଟର୍ମିନାଲ। ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
-
ଜି ୨୦ ସମ୍ମିଳନୀରେ ସାମିଲ୍ ହେବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଭିକେ ସିଂ ବିମାବନ୍ଦରରେ ପହଞ୍ଚି ବାଇଡେନଙ୍କୁ ସ୍ବାଗତ କରିଥିଲେ।
-
ଗୋପାଳପୁର ଶିଳ୍ପ ପାର୍କରେ ଏକ ଗ୍ରୀନ୍ ହାଇଡ୍ରୋଜେନ୍ ଓ ଗ୍ରୀ୍ ଆମୋନିଆ ପ୍ରକଳ୍ପ ସ୍ଥାପନ କରିବା ଲାଗି ଟାଟା ଷ୍ଟିଲ୍ ସ୍ପେସିଆଲ ଇକୋନମିକ୍ ଜୋନ୍ ଲିମିଟେଡ୍ (ଟିଏସ୍ଏସ୍ଇଜେଡ୍ଏଲ୍)ଏବଂ ସମନ୍ବିତ ଶକ୍ତି ସଂସ୍ଥା ଆଭାଡା ଗ୍ରୁପ୍ର ଗ୍ରୀନହାଇଡ୍ରୋଜେନ୍ ଶାଖା-ଆଭାଡା ଗ୍ରିନ୍ଏଚ୍୨ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର ହୋଇଛି।
-
ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢ଼େଇ (୫୨) ଦୃଦ୍ଘାତରେ ପ୍ରାଣ ହରାଇଛନ୍ତି। ଗୁରୁବାର ପ୍ରାୟ ରାତି ୧୦ଟା ବେଳେ ଭୁବନେଶ୍ବରସ୍ଥିତ ଏକ ଘରୋଇ ମେଡିକାଲରେ ତାଙ୍କର ପରଲୋକ ଘଟିଛି।
-
ମୁମ୍ବାଇ ଦେଇ ଯାଉଥିବା ମସ୍କାଟ୍-ଢାକା ବିମାନରେ ଜଣେ ଏୟାର୍ ହୋସ୍ଟେସ୍ଙ୍କୁ ଯୌନଉତ୍ପୀଡ଼ନ ଦେଇଥିବା ଅଭିଯୋଗରେ ଜଣେ ୩୦ ବର୍ଷିୟ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରାଯାଇଥିବା କଥା ଆଜି ଜଣେ ପୁଲିସ ଅଧିକାରୀ କହିଛନ୍ତି।
-
ଲଗାତାର ୪ ଦିନ ଧରି ଟଙ୍କା ମୂଲ୍ୟ ହ୍ରାସ ପାଉଛି। ଗତକାଲି ତୁଳନାରେ ଆଜି ଟଙ୍କା ମୂଲ୍ୟ ୧୫ ପଇସା ଦୁର୍ବଳ ହୋଇଛି। ଫଳରେ ୧ ଡଲାର ମୂଲ୍ୟ ୮୩ ଟଙ୍କା ୨୨ ପଇସା ରହିଛି, ଯାହାକି ସର୍ବକାଳୀନ ନିମ୍ନ ବୋଲି କୁହାଯାଇଛି।
-
ଇଂଲଣ୍ଡରେ କମାଲ ଦେଖାଇଲେ ୪ ଓଡ଼ିଆ ଝିଅ । ଓଡ଼ିଶାକୁ ଗର୍ବିତ କରିଥିବା ଏହି ୪ ଦୃଷ୍ଟିବାଧିତ ମହିଳା ଓ ୩ ଜଣ ପୁରୁଷ କ୍ରିକେଟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏତେ ବଡ଼ ସଫଳତା ପାଇଁ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଭଲ କ୍ୟାରିଅର ଗଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
-
ଚଳିତ ଏସିଆ କପ୍ର ଶନିବାର ସୁପର-୪ର ଦ୍ବିତୀୟ ମ୍ୟାଚ କଲମ୍ବୋରେ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ।
|
416 |
Y |
|
1416 |
09-09-2023 |
English |
-
CM Naveen Patnaik is scheduled to flag off Odisha Startup Yatra and Startup Express 2023 in Bhubaneswar Sept 11
-
In an attempt to promote and spread the valour of Paikas, Chief Minister Naveen Patnaik Friday approved a proposal to set up Odisha Paika Academy and Research Centre in Khurda district.
-
As world leaders converge at the G20 Summit here, hosts India Friday said the New Delhi Leaders' Declaration will reflect the voice of global south and Prime Minister Narendra Modi expressed confidence that the conclave will chart a new path in the human-centric and inclusive development.
-
Biden and Modi hold wide ranging bilateral talks on the eve of the G20 Summit.
-
Renowned cartoonist Ajit Ninan, best known for the ‘Centrestage’ series in ‘India Today’ magazine and ‘Ninan’s World’ in ‘Times of India’, died at his flat here Friday.
-
Two days after urging the Centre to declare lightning a natural disaster that has claimed a staggering 923 lives in Odisha in last three years, the state government Friday asked the Forest and Agriculture departments to take up massive palm tree plantation as an effective mitigation measure to avoid injury and fatality due to thunderbolt strikes in rural areas.
-
The byelection results for seven assembly seats in six states declared Friday were a mixed bag for the BJP and the Opposition INDIA bloc, with the saffron party winning three seats and one each going to its rivals Congress, JMM and TMC and Samajwadi Party.
-
There is no end to violence in Manipur as two more persons were killed and nearly 50 injured in two separate incidents of firing at Pallel in Manipur’s Tengnoupal district Friday, officials said.
-
To ensure health services to livestock animals under the Mukhyamntri Bhramyaman Pranichikitsa Seva (MBPS) initiative, Chief Minister Naveen Patnaik launched 181 mobile veterinary units (MVUs) here at Kalinga Stadium Friday.
-
The BJP will have an understanding with former Prime Minister HD Deve Gowda-led JD(S) for the 2024 Lok Sabha elections, former Chief Minister BS Yediyurappa said Friday, an announcement that shot up political temperature in the state.
-
Deputy Chief Minister DK Shivakumar Friday gave a clear hint about some prominent leaders of the BJP and JD(S) joining Congress, and said that he was “looking for an auspicious time to facilitate their joining his party.”
-
The ‘wagh nakh’, an iron weapon shaped like tiger claws that was used by Chhatrapati Shivaji Maharaj to kill Bijapur sultanate’s general Afzal Khan in 1659, is likely to be brought to Maharashtra from London in November, state Culture Minister Sudhir Mungantiwar said Friday.
-
A sessions court in Ahmedabad Friday reserved its order on the pleas filed by AAP leaders Arvind Kejriwal and Sanjay Singh, challenging the summons issued to them by a local magistrate in a criminal defamation case over comments about Prime Minister Narendra Modi's educational qualification.
-
The 2022 heatwave was unprecedented and the most intense in the last 70 years, severely affecting millions of people in South Asia, according to new research from India.
-
Ukrainian President Volodymyr Zelenskyy said Friday Russian leader Vladimir Putin was behind the death of mutinous mercenary boss Yevgeny Prigozhin, who died in an unexplained plane crash with his top lieutenants last month.
-
Oil India Ltd (OIL) aims to invest Rs 165 billion in clean energy projects to meet its 2040 net zero carbon emissions goal, said two sources. State-run energy companies - Indian Oil Corp, Bharat Petroleum Corp, Hindustan Petroleum Corp, GAIL (India) Ltd, Oil and Natural Gas Corp have already announced their net zero goal
-
Benchmark BSE Sensex rallied further 333 points Friday to extend its winning run to a sixth straight session driven by buying in index heavyweights HDFC Bank, Larsen & Toubro and Reliance Industries.
-
The Reserve Bank of India (RBI) Friday said the issue price for the next tranche of Sovereign Gold Bond has been fixed at Rs 5,923 per gram and will open for subscription from September 11.
-
In view of the prevailing weather conditions, the Asian Cricket Council (ACC) Friday decided to add an exclusive reserve day for the Super 4 match between India and Pakistan, which is scheduled for September 10, here Sunday.
-
India produced a dominant show to crush Maldives 8-0 in the semifinal and qualify for the SAFF U16 Championship summit clash, here Friday.
|
453 |
Y |
|
1417 |
08-09-2023 |
Odia |
-
ଖୁବ୍ ଶୀଘ୍ର ସମସ୍ତ ସରକାରୀ ଦସ୍ତାବିଜ୍ରେ ଦେଶର ନାମ ‘ଭାରତ’ ସ୍ଥାନ ପାଇବ। କୌଣସିଥିରେ ‘ଇଣ୍ଡିଆ’ ଲେଖାଯିବ ନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ସମସ୍ତ ବିଭାଗକୁ ଅଲିଖିତ ନିର୍ଦେଶ ଦିଆଯାଇଥିବା ସରକାରୀ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି।
-
ଗୁରୁବାର ଜାପାନ ଏକ ସ୍ବଦେଶନିର୍ମିତ ମହାକାଶଯାନ ‘ସ୍ଲିମ୍’କୁ ଚନ୍ଦ୍ର ଉଦ୍ଦେଶ୍ୟରେ ପ୍ରେରଣ କରିଛି। ସ୍ବଦେଶୀ ଏଚ୍-ଆଇଆଇଏ ରକେଟ୍ରୁ ଉତ୍କ୍ଷେପିତ ଏହି ଯାନ ୨୦୨୪ ଫେବ୍ରୁଆରି ମାସରେ ଚନ୍ଦ୍ରରେ ପଦାର୍ପଣ କରିବା ଆଶା କରାଯାଉଛି।
-
ଶନିବାର ନୂଆଦିଲ୍ଲୀରେ ହେବାକୁ ଥିବା ‘ଜି୨୦’ ଶିଖର ସମ୍ମିଳନୀର ନୈଶ୍ୟଭୋଜିକୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଏଚ୍. ଡି. ଦେବେଗୌଡ଼ାଙ୍କୁ ନିମନ୍ତ୍ରଣ କରାଯାଇଛି।
-
ଆସନ୍ତା ସେପ୍ଟେମ୍ବର ୨୦ରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପର୍ବ ପାଳନ କରାଯିବ। ସକାଳ ୧୦.୨୭ ରୁ ୧୦.୪୨ ମଧ୍ୟରେ ମାଁ ସମଲେଶ୍ବରୀଙ୍କ ନିକଟରେ ଲାଗିହେବ ନବାନ୍ନ। ଏହି ଲଗ୍ନ ଅନୁସାର ପଶ୍ଚିମ ଓଡିଶା ବାସୀ ନୂଆ ଖାଇବେ ।
-
ବ୍ୟାଙ୍କଗୁଡ଼ିକ ସ୍ଥାପନ କରିଥିବା ଏଟିଏମ୍ରୁ ଟଙ୍କା ଉଠାଇବାକୁ ହେଲେ ଡେବିଟ୍ କାର୍ଡ ବ୍ୟବହାର କରିବାକୁ ପଡ଼ୁଛି। ମାତ୍ର ଦେଶରେ ପ୍ରଥମ ଥର ପାଇଁ ୟୁପିଆଇ ଏଟିଏମ୍କୁ ଉନ୍ମୋଚନ କରାଯାଇଛି ଯେଉଁଥିରେ ବିନା କାର୍ଡରେ ଟଙ୍କା ଉଠାଇହେବ।
-
ରହସ୍ୟମୟ ବିଦେଶୀ ଫଣ୍ଡ୍ ଜରିଆରେ ଆଦାନି ଗ୍ରୁପ୍ ନିଜେ ନିଜ କଂପାନିର ସେୟାର କିଣିଥିବା ଅଭିଯୋଗ ରହିଛି। ପ୍ରାୟ ଆଠଟି ଫଣ୍ଡ୍କୁ ଏଥିପାଇଁ ବ୍ୟବହାର କରାଯାଇଥିବା କୁହାଯାଇଥିବା ବେଳେ ସେଥିରୁ ୬ଟି ଫଣ୍ଡ୍ ବନ୍ଦ ହୋଇଯାଇଛି।
-
ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ମହଙ୍ଗା ହେବା ପରେ ଆମେରିକୀୟ ଡଲାର ଦାମ୍ ବି ବଢ଼ିଛି। ଡଲାର ତୁଳନାରେ ଭାରତୀୟ ଟଙ୍କା ଦୁର୍ବଳ ହୋଇପଡ଼ିଛି। ଡଲାର ଦାମ୍ ୮୩ ଟଙ୍କା ୧୫ ପଇସା ହୋଇଯାଇଛି। ଶେଷ ଥର ପାଇଁ ଚଳିତ ବର୍ଷ ଅଗଷ୍ଟ ୨୧ରେ ଟଙ୍କା ଏଭଳି ଦୁର୍ବଳ ସ୍ଥିତିରେ ଥିଲା।
-
ଟାଟା ଗ୍ରୁପ୍ ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ୮.୨ ଲକ୍ଷ କୋଟି ଟଙ୍କାର ରିଲାଏନ୍ସ ରିଟେଲ ସହ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା କରିପାରେ! କାରଣ ଏହା ଲୋକପ୍ରିୟ ଭାରତୀୟ ନମକିନ୍ ଖାଦ୍ୟ ନିର୍ମାତା ହଲଦୀରାମସ୍’ର ୫୧% ଅଂଶଧନ ଅଧିଗ୍ରହଣ କରିବାକୁ କଥାବାର୍ତ୍ତା ଆରମ୍ଭ କରିଛି।
-
ଚନ୍ଦ୍ରରେ ‘ଚନ୍ଦ୍ରଯାନ-୩’ର ସଫଳ ନରମ ଅବତରଣ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସେପ୍ଟେମ୍ବର ୨ରେ ଏହାର ପ୍ରଥମ ସୌର ମିସନ ଆରମ୍ଭ କରିଛି। ଦେଶର ପ୍ରଥମ ସୌରଯାନ ଅଦିତ୍ୟ-ଏଲ୍୧ ଏବେ ପୃଥିବୀର ୧.୫ ଲକ୍ଷ କିଲୋମିଟର ଦୂରରେ ରହିଛି।
-
ଭାରତ ଚନ୍ଦ୍ରରେ ସଫଳତାର ସହ ‘ଚନ୍ଦ୍ରଯାନ-୩’ର ବିକ୍ରମ ଲ୍ୟାଣ୍ଡର୍କୁ ଅବତରଣ କରାଇବା ପରେ ଏବେ ଜାପାନ ମଧ୍ୟ ଚନ୍ଦ୍ରକୁ ଏକ ଲ୍ୟାଣ୍ଡର୍ ପଠାଇଛି। ପୂର୍ବରୁ ୩ ଥର ଚିନ୍ତା କରିଥିବା ଜାପାନ ଶେଷରେ ଏକ୍ସ-ରେ ଟେଲିସ୍ପୋପ୍ ଥିବା ଏକ ରକେଟ୍ ଲଞ୍ଚ୍ କରିଛି।
-
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ (ଏସ୍ଏସ୍ଇପିଡି) ବିଭାଗ ପକ୍ଷରୁ ସମ୍ପୃକ୍ତ ସଂଘକୁ ଏକକାଳୀନ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ।
-
ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଅକ୍ଟୋବର ପହିଲାରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ରନୱେ ମରାମତି କାମ ପାଇଁ ଦିନକୁ ୮ ଘଣ୍ଟା ବନ୍ଦ ରହିବ ବିମାନ ସେବା। ରନୱେ ରିକାର୍ପେଟିଂ ପାଇଁ ୭୨ କୋଟି ଓ କ୍ୟାଟ୍ ୨ ଲାଇଟ ପାଇଁ ୧୯ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମାନବନ୍ଦରର ନିର୍ଦ୍ଦେଶକ ପ୍ରଶାନ୍ତ ପ୍ରଧାନ କହିଛନ୍ତି।
-
ଅବକାରୀ ସବଇନ୍ସପେକ୍ଟରମାନଙ୍କ ଦକ୍ଷତା ବୃଦ୍ଧି ଲାଗି ବିଭାଗ ଇତିହାସରେ ପ୍ରଥମଥର ପାଇଁ ସେମାନଙ୍କୁ ଅବକାରୀ ଆଇନ୍, ଏଥିରେ ଥିବା ବିଭିନ୍ନ ଧାରା, ଏନ୍ଡିପିଏସ୍ ଆଇନ୍ ସହିତ ଅବକାରୀ ମାନୁଆଲ ସଂକ୍ରାନ୍ତରେ ତାଲିମ ଦିଆଯାଉଛି । ପ୍ରଥମ ଦଫାରେ ୪୮ ଜଣ ଅବକାରୀ ସବ୍-ଇନ୍ସପେକ୍ଟରଙ୍କୁ ତାଲିମ ପ୍ରଦାନ ଆରମ୍ଭ ହୋଇଛି ।
-
ଅକ୍ଟୋବର ୪ ତାରିଖରୁ ଆରମ୍ଭ ହେବ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ଷାଣ୍ମାସିକ ପରୀକ୍ଷା ସୂଚୀ ଜାରି କରିଛି । ସୂଚୀ ଅନୁସାରେ ଦିନ ୧୦ଟାରୁ ୧୨ଟା ୩୦ ପ୍ରଥମ ସିଟିଂ, ସାଢ଼େ ୧ଟାରୁ ୪ଟା ଯାଏଁ ୨ୟ ସିଟିଂ ପରୀକ୍ଷା ହେବ ।
-
ଭୁବନେଶ୍ୱର ରେ ଚାଲୁଛି ୫୦ ଇ-ବସ୍ ଓ ୫୦ ଟି ଇ-ରିକ୍ସା ୧୦ ଟି ରୁଟରେ ଚାଲିଛି ଇଲେକ୍ଟ୍ରି ଭେଇକିଲ୍ । ରାଜଧାନୀରେ ପ୍ରଦୂଷଣ କମାଇବାକୁ ଯୋଜନା କରାଯାଇଛି ।
-
ଭାରତ ଇଣ୍ଡୋନେସିଆକୁ ସୁପ୍ରସୋନିକ ମିସାଇଲ ଦେବାକୁ ପ୍ରସ୍ତୁତ ଅଛି। ଫିଲିପାଇନ୍ସକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ଦେବା ପାଇଁ ୩୧ ହଜାର କୋଟିର ଚୁକ୍ତି କରିଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏହାର ଯୋଗାଣ ଆରମ୍ଭ ହେବ। ଏହି ସବୁ କ୍ଷେପଣାସ୍ତ୍ର ଏବଂ ଅସ୍ତ୍ରଶସ୍ତ୍ରକୁ ଦକ୍ଷିଣ ଚୀନ୍ ସାଗର ନିକଟରେ ମୁତୟନ କରାଯିବ।
-
୨୦୨୪ ସାଧାରଣ ନିର୍ବାଚନକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଦେଖାଯାଇଥିବା ଉଷ୍ମତା ଏବେ ଆହୁରି ବଢିଛି। ବିଶେଷତଃ ଅପ୍ରତ୍ୟାଶିତ ଭାବେ କେନ୍ଦ୍ର ସରକାରଙ୍କ ଦ୍ବାରା ଆସନ୍ତା ୧୮ ତାରିଖରୁ ଡକାଯାଇଥିବା ସ୍ବତନ୍ତ୍ର ଅଧିବେଶନକୁ ନେଇ ଉଭୟ ଶାସକ ଏବଂ ବିରୋଧୀ ଦଳଙ୍କ ମଧ୍ୟରେ ଏହି ଉଷ୍ମତା ଦେଖାଯାଇଛି।
-
ଦେଶର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ୍୧ ଧୀରେ ଧୀରେ ଏହାର ଗନ୍ତବ୍ୟ ସ୍ଥଳକୁ ଗତି କରୁଛି। ସୂର୍ଯ୍ୟ-ପୃଥିବୀ ଏଲ୍୧ ପଏଣ୍ଟକୁ ଯାଉଥିବା ଆଦିତ୍ୟ ଏଲ୍୧ ପୃଥିବୀ ଏବଂ ଚନ୍ଦ୍ରର ସେଲଫି ନେଇଛି।
-
ଭାରତ ଓ ପାକିସ୍ତାନ ମଧ୍ୟରେ ରବିବାର କଲମ୍ବୋର ଆର୍ ପ୍ରେମାଦାସା ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ଏସିଆ କପ୍ ସୁପର-୪ ମ୍ୟାଚ୍ ପୂର୍ବରୁ ଭାରତୀୟ ଖେଳାଳିମାନେ ଗୁରୁବାର ଇନ୍ଡୋରରେ ଅଭ୍ୟାସ କରିଛନ୍ତି।
-
ନିୟମିତ ଅଧିନାୟକ ସୁନିଲ ଛେତ୍ରୀଙ୍କ ବିନା କିଙ୍ଗ୍ସ କପ୍ରେ ଭାଗ ନେଇଥିବା ଭାରତୀୟ ଦଳ ପ୍ରଥମରୁ ପରାଜୟର ସାମ୍ନା କରିଛି। ଇରାକ ବିପକ୍ଷ ଏହି ମ୍ୟାଚ୍ରେ ଭାରତ ୪-୫ ପେନାଲ୍ଟି ସୁଟଆଉଟ୍ରେ ପରାସ୍ତ ହୋଇଛି। ନିର୍ଦ୍ଧାରିତ ସମୟରେ ମ୍ୟାଚ୍ ୨-୨ ଗୋଲ୍ରେ ଶେଷ ହୋଇଥିଲା।
|
409 |
Y |
|
1418 |
08-09-2023 |
English |
-
Japan launched its lunar exploration spacecraft Thursday aboard a homegrown H-IIA rocket, clearing a path to become the world’s fifth country to land on the Moon early next year.
-
The Directorate of Revenue Intelligence (DRI) under Ministry of Finance has seized 465 kg foreign origin gold biscuits worth over several crores of rupees reportedly from a businessman here, an official said Thursday.
-
Noted Odia educationist and IIT Mandi Director Laxmidhar Behera has stirred a controversy after he asked students to take a pledge not to eat meat while claiming that landslides and cloudbursts in Himachal Pradesh are happening because of cruelty on animals.
-
The Special Task Force (STF) of Odisha Police Thursday destroyed brown sugar weighing over 1 kg, as per instructions of the state government, officials said. The contraband was earlier seized by the STF.
-
Railway Board has sanctioned two infrastructure-related railway projects worth Rs 11.92 crore for Odisha, East Coast Railway (ECoR) said Thursday
-
The MS Swaminathan Research Foundation (MSSRF) at Jeypore town in this district has raised objection to a recent advertisement published by the Geographical Indicator (GI) authorities regarding the formal granting of the GI tag to Koraput’s renowned ‘Kala Jeera Rice’, often referred to as the ‘Prince of Rice’.
-
Hundreds of stray dogs that roam the streets of the Indian capital Delhi are being rounded up by authorities and moved to shelters in the run-up to the G20 summit this weekend, according to animal activists and Reuters witnesses.
-
ISRO Thursday released a “selfie” and images of the Earth and the Moon -- the first of the images taken by the camera on-board Aditya-L1 solar mission spacecraft, which on reaching its intended orbit would begin sending as many as 1,440 images a day to the ground station for analysis.
-
Prime Minister Narendra Modi Thursday presented a 12-point proposal to expand cooperation between India and 10-nation ASEAN in a range of areas such as connectivity, trade and digital transformation even as he called for building a rules-based post-COVID world order.
-
India is seeking additional volumes of natural gas and has asked utilities to expedite completion of power plant maintenance, as part of emergency steps to stop electricity outages, according to a government note seen by Reuters.
-
India will get its first Airbus C-295 tactical military transport aircraft this month, an official of the European aircraft manufacturer said Thursday.
-
The consumption of diesel rose 5% while that of petrol increased 3% in August over last year on increased mobility and economic activity, according to the oil ministry data.
-
The rupee depreciated for the fourth straight day and settled 10 paise lower at its lifetime low of 83.23 against the US dollar Thursday amid a firm American currency and elevated crude oil prices
-
Chief Minister Mamata Banerjee Thursday announced a hike of Rs 40,000 per month in salaries of MLAs of West Bengal.
-
The United Nations considers requests from countries to change their names as and when the world body receives them, a top UN official has said, amid a row over President Droupadi Murmu’s G20 dinner invites referring to her as ‘President of Bharat’ instead of 'President of India’.
-
Amid the ongoing ‘India vs Bharat’ debate in the country, the JD-U in Patna has come up with posters featuring leaders of 14 political parties who are part of the Opposition INDIA bloc.
-
Courts must be on guard and test evidence meticulously to rule out possibility of embellishments in the prosecution’s story when an FIR is delayed and there is absence of proper explanation, the Supreme Court has said.
-
Spain's President Pedro Sanchez has announced that he tested positive for COVID-19 on Thursday and will not be able to attend the G20 Summit in New Delhi.
-
At least 107 'Govindas', youngsters involved in the formation of multi-storeyed human pyramids as part of 'Dahi Handi' celebrations associated with Janmashtami, were injured in Mumbai on Thursday.
-
The leaders of the International Monetary Fund and World Bank announced Thursday that the two institutions will collaborate more closely to tackle the "existential threat" posed by climate change.
|
435 |
Y |
|
1419 |
07-09-2023 |
Odia |
-
ଜି -୨୦ ଶିଖର ସମ୍ମିଳନୀରେ ଯୋଗ ଦେଇଥିବା ରାଷ୍ଟ୍ରାଧ୍ୟକ୍ଷ ତଥା ଅନ୍ୟ ବିଶ୍ୱର ନେତାମାନଙ୍କୁ ଭାରତର ସାଂସ୍କୃତିକ ଐତିହ୍ୟ ଦ୍ୱାରା ଅନୁପ୍ରାଣିତ କଳାକୃତି ସହିତ ସ୍ବତନ୍ତ୍ର ରୂପା ବାସନରେ ଖାଦ୍ୟ ପରିବେଷଣ କରାଯିବ।
-
ରାଜଧାନୀ ଦିଲ୍ଲୀରେ ଚଳିତ ସପ୍ତାହରେ ୯-୧୦ ସେପ୍ଟେମ୍ବରକୁ ଜି-୨୦ ଶିଖର ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ବୈଦେଶିକ ମନ୍ତ୍ରଣାଳୟ ଏହି ଶିଖର ସମ୍ମିଳନୀ ପୂର୍ବରୁ ‘ଜି ୨୦ ଇଣ୍ଡିଆ’ ଆପ ନାମକ ମୋବାଇଲ ଆପ୍ଲିକେଶନ ଲଞ୍ଚ କରିଛି।
-
ସଂସଦର ବିଶେଷ ଅଧିବେଶନ ନୂଆ ସଂସଦ ଭବନରେ ବା ପାର୍ଲାମେଣ୍ଟ ହାଉସରେ ନ ହୋଇ ପୁରୁଣା ବିଲଡିଂରେ ହେବ। ଏହାପରେ ୧୯ ସେପ୍ଟେମ୍ବର ଅର୍ଥାତ୍ ଗଣେଶ ଚତୁର୍ଥୀରେ ଏହା ନୂଆ ସଂସଦ ଭବନକୁ ସିପ୍ଟ କରାଯିବ।
-
ଏକ ଅଧ୍ୟୟନରୁ ଜଣାପଡିଛି କି, କ୍ୟାନସରରେ ଅଧିକ ଯୁବକମାନେ ଶିକାର ହେଉଛନ୍ତି। ତିନି ଦଶନ୍ଧି ମଧ୍ୟରେ ୫୦ ବର୍ଷରୁ କମ ଲୋକଙ୍କୁ କ୍ୟାନସର ହେବାର ଦେଖାଯାଉଛି।
-
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ଚନ୍ଦ୍ର କୁମାର ବୋଷ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି। ବୁଧବାର ସେ କହିଛନ୍ତି ଯେ ମୋର ଶୁଭେଚ୍ଛା ଦଳ ସହିତ ରହିଛି।
-
ଜି -୨୦ ରାତ୍ରୀ ଭୋଜନ ନିମନ୍ତ୍ରଣରେ ରାଷ୍ଟ୍ରପତିଙ୍କୁ ‘ପ୍ରେସିଡେଣ୍ଟ ଅଫ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ ଭାରତ’ ଲେଖିବା ନେଇ ଏକ ବିବାଦ ଲାଗି ରହିଛି।
-
ଭାରତରେ ବଢୁଥିବା ଅନଲାଇନ ସ୍କାମକୁ ହଟାଇବା ପାଇଁ ହ୍ବାଟସ ଆପ ଏକ ବଡ ପଦକ୍ଷେପ ନେଇଛି। ଜୁଲାଇ ମାସ ମଧ୍ୟରେ ହ୍ବାଟସ ଆପ ୭୨ ଲକ୍ଷରୁ ଅଧିକ ଆକାଉଣ୍ଟ ନିଷେଧ କରିଦେଇଛି। ଏହି ସୂଚନା ହ୍ବାଟସ ଆପ ଦ୍ୱାରା ଶେୟାର କରାଯାଇଛି।
-
ସନାତନ ଧର୍ମ ସମ୍ବନ୍ଧରେ ଦେଇଥିବା ବୟାନ ଉପରେ ଡିଏମକେ ନେତା ତଥା ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ତାମିଲନାଡୁ ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ କ୍ଷମା ମାଗିବାକୁ ମନା କରି ଦେଇଛନ୍ତି।
-
ମୋବାଇଲ ଫୋନରୁ ୟୁପିଆଇ ମାଧ୍ୟମରେ ପେମେଣ୍ଟ ଦେବା ପୁରୁଣା ହୋଇଗଲାଣି। ନୂତନ ଟେକ୍ନୋଲୋଜି ଅନୁଯାୟୀ, ଆପଣ ଡିଜିଟାଲ ରିଙ୍ଗ ମାଧ୍ୟମରେ କ୍ୟୁଆର କୋଡ ସ୍କାନ କରି ୟୁପିଆଇ ପେମେଣ୍ଟ ମଧ୍ୟ କରିପାରିବେ।
-
ଦେଶର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସ୍ବତନ୍ତ୍ର ସୁରକ୍ଷା ଗୋଷ୍ଠୀ (ଏସପିଜି) ର ନିର୍ଦ୍ଦେଶକ ଅରୁଣ କୁମାର ସିହ୍ନାଙ୍କର ବୁଧବାର ସକାଳେ ଦେହାନ୍ତ ହୋଇଛି। ପ୍ରକାଶ ଯେ,୬୧ ବର୍ଷିୟା ସିହ୍ନା ଅସୁସ୍ଥତା କାରଣରୁ
-
ଚନ୍ଦ୍ରୟାନ-୩ର ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠ ଏବଂ ଲ୍ୟାଣ୍ଡର ବିକ୍ରମର ଫଟୋ ପଠାଇଥିଲା। ଇସ୍ରୋ ଉକ୍ତ ଫଟୋର ୩ଡି ଭିଜୁଆଲାଇଜେଶନ ମଙ୍ଗଳବାର ଛାଡ଼ିଛି।
-
ଲାଞ୍ଚ ନେବା ମାମଲାରେ କେନ୍ଦ୍ରୀୟ ଅପରାଧ ତଦନ୍ତ ବ୍ୟୁରୋ(ସିବିଆଇ) ଗ୍ୟାସ୍ ଅଥରଟି ଅଫ୍ ଇଣ୍ଡିଆ ଲିମିଟେଡ୍(ଜିଏଆଇଏଲ୍)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେ.ବି. ସିଂଙ୍କ ସମେତ ଅନ୍ୟ ୪ ଜଣଙ୍କୁ ଗିରଫ କରିଛି। ଦୁଇ ପାଇପ୍ ଲାଇନ ପ୍ରୋଜେକ୍ଟର କଣ୍ଟ୍ରାକ୍ଟ ଦେବା ଲାଗି ଘରୋଇ କମ୍ପାନୀଠାରୁ ୫୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା।
-
ଟାଟା ଗ୍ରୁପ୍ ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ୮.୨ ଲକ୍ଷ କୋଟି ଟଙ୍କାର ରିଲାଏନ୍ସ ରିଟେଲ ସହ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା କରିପାରେ! କାରଣ ଏହା ଲୋକପ୍ରିୟ ଭାରତୀୟ ନମକିନ୍ ଖାଦ୍ୟ ନିର୍ମାତା ହଲଦୀରାମସ୍’ର ୫୧% ଅଂଶଧନ ଅଧିଗ୍ରହଣ କରିବାକୁ କଥାବାର୍ତ୍ତା ଆରମ୍ଭ କରିଛି।
-
ପ୍ୟାକେଟ ଉପରେ ଲେଖାଥିବା ବିସ୍କୁଟ ସଂଖ୍ୟାଠାରୁ ଗୋଟିଏ ବିସ୍କୁଟ କମ ଥିବାରୁ ଏବେ ଏଥିପାଇଁ ସଂପୃକ୍ତ ବିସ୍କୁଟ କମ୍ପାନିକୁ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ପଡ଼ିଛି। ବିସ୍କୁଟ୍ର ସଂଖ୍ୟାଠାରୁ ଗୋଟିଏ ବିସ୍କୁଟ କମ୍ ଥିବା ଅଭିଯୋଗ ଆସିିବା ପରେ ତିରୁଭାଲ୍ଲାର ଜିଲ୍ଲା ଉପଭୋକ୍ତା ଫୋରମ୍ ଆଇଟିସି ଲିମିଟେଡ୍ ଫୁଡ୍ ଡିଭିଜନକୁ ଅନ୍ୟାୟ ବାଣିଜ୍ୟ ଅଭ୍ୟାସ ପାଇଁ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
-
ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ହେଉଛନ୍ତି ଓଡ଼ିଆ । କଟକରେ ଜନ୍ମିତ ମାଇକେଲ୍ ଦେବବ୍ରତ ପାତ୍ର ଏବେ ରିଜର୍ଭ ବ୍ୟାଙ୍କର ଡେପୁଟୀ ଗଭର୍ଣ୍ଣର ଅଛନ୍ତି ।୨୦୨୦ ମସିହାରେ ତାଙ୍କୁ ରିଜର୍ଭ ବ୍ୟାଙ୍କର ଡେପୁଟୀ ଗଭର୍ଣ୍ଣର ଭାବେ ନିଯୁକ୍ତି ମିଳିଛି । ଶକ୍ତିକାନ୍ତ ଦାସଙ୍କ ସହ ସେ କାର୍ଯ୍ୟ କରୁଛନ୍ତି ।
-
ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ୮୭ ବର୍ଷରେ ପରଲୋକ ହୋଇଛିା
-
ମଣିପୁର ହିଂସା ଘଟଣାରେ ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆର ୪ ଜଣ ସଦସ୍ୟଙ୍କୁ ସୁପ୍ରିମକୋର୍ଟ ସୁରକ୍ଷା ଦେଇଛନ୍ତି। ମଣିପୁର ହିଂସା ଘଟଣାକୁ ନେଇ ସେମାନଙ୍କ ନାଁରେ ଦୁଇଟି ଲେଖାଏ ଏଫଆଇଆର ହୋଇଥିଲା।
-
ୟୁକ୍ରେନ୍ ଉପରେ ଲଗାତାର ଭାବେ ରୁଷିଆ ଆକ୍ରମଣ କରିଚାଲିଛି । ବୁଧବାର ୟୁକ୍ରେନ୍ର ଏକ ସହର ଉପରେ ରକେଟ୍ ଦ୍ୱାରା ରୁଷିଆ ଆକ୍ରମଣ କରିଛି।
-
ବାଣିଜ୍ୟ ଚୁକ୍ତିନାମା (ଏଫ୍ଟିଏ) ଉପରେ ବ୍ରିଟେନ ସହ ଭାରତର ଆଲୋଚନା ଜାରି ରହିଛି। ତେବେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ମୁକ୍ତ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।
-
ଜି-୨୦ ସମ୍ମିଳନୀ ଅବସରରେ ସ୍ଥାପତ୍ୟ କଳାରେ ଦେଶ ଓ ବିଦେଶରେ ଖ୍ୟାତି ଅର୍ଜନ କରିଥିବା ପଦ୍ମ ବିଭୁଷଣ ସୁର୍ଦଶନ ସାହୁଙ୍କ ସ୍ଥାପତ୍ୟ କଳା ବର୍ତ୍ତମାନ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ଏବଂ ବିଭିନ୍ନ ସ୍ଥାନରେ ପ୍ରର୍ଦଶୀତ କରାଯାଇଛି।
|
397 |
Y |
|
1420 |
07-09-2023 |
English |
- India has arrived at the global high table and is positioning itself as a country that brings other nations together, according to experts.
- The DCGI has cautioned against the consumption of Abbott’s antacid Digene gel citing safety concerns, even as the US-based drugmaker recalled several batches of the medicine manufactured at its Goa facility.
- The Odisha government has not sent a complete proposal yet for the establishment of Orissa High Court benches in the western and southern parts of the state, Union Law and Justice Minister Arjun Ram Meghwal said.
- As the national capital gears up to host the G20 Leaders Summit September 9-10, traders in the city are going to bear the brunt of the closing down of all the major markets in Lutyens’ Delhi.
- An Earth-like ‘Planet Nine’ may be hiding in our solar system, behind Neptune, Japanese astronomers have found. The study, published in the Astronomical Journal, comes amidst ongoing debate on the existence of a so-called ‘Planet Nine’, after Pluto was declared a dwarf planet 2006.
- With an aim to boost innovation and entrepreneurship, the Odisha state government has approved a grant of `1.28 crore to 10 high-potential startups.
- Odisha The state government has notified a new Public Private Partnership (PPP) Policy, 2023 to attract private investment in the construction of public infrastructure.
- A 36-year-old tribal woman farmer from Bhumia community has received invitation to participate in the upcoming G20 summit scheduled to be held in New Delhi September 9 and 10.
- US space agency NASA has released an image of Chandrayaan-3 lander ‘Vikram’ on the lunar surface, which was captured by its Lunar Reconnaissance Orbiter spacecraft. The Chandrayaan-3 lander is in the centre of the image, and its dark shadow is visible against the bright halo surrounding the Vikram.
- In a relief to four members of the Editors Guild of India (EGI), the Supreme Court Wednesday directed the Manipur police not to take any coercive steps against them till September 11 in connection with two FIRs lodged for offences including promoting enmity between two communities.
- The upcoming Parliament session September 18 is likely to begin in the old building and shift to the new structure the next day, officials said Wednesday.
- The Supreme Court Wednesday refused to entertain a petition seeking a direction to the Centre to take steps to curb fraudulent religious conversions in the country.
- Netaji Subhas Chandra Bose’s grandnephew Chandra Kumar Bose, who had been a leading face of the BJP in West Bengal, resigned from the primary membership of the party Wednesday.
- The summer of 2023 was the hottest on record, according to data from the European Union Climate Change Service released Wednesday.
- China has ordered officials at central government agencies to not use Apple’s iPhones and other foreignbranded devices for work or bring them into the office, the Wall Street Journal reported Wednesday, citing people familiar with the matter.
- The government Wednesday approved `3,760 crore for viability gap funding of up to 40 per cent of total capital cost to set up 4,000 MWh battery energy storage system in the country, Union minister Anurag Thakur said.
- In a recent ruling by a consumer court in Chennai, ITC has been ordered to compensate a consumer with a hefty sum of `1 lakh.
- Chinese Premier Li Qiang said Wednesday it is important to avoid a “new Cold War” when dealing with conflicts between countries as world leaders gathered in Indonesia amid sharpening geopolitical rivalries across the Indo-Pacific region
- The Odisha government has written to the Centre demanding that lightning be declared as a natural disaster, Revenue and Disaster Management Minister Pramila Mallick said Wednesday
- Coco Gauff knows what it takes to reach a Grand Slam final. Been there, done that. What she hasn’t experienced is winning a major championship. So her first trip to the semifinals at the US Open does not leave her satisfied at all, no matter how dominant the performance was that got her to that stage.
|
418 |
Y |
|