# |
Date |
Type |
Current Affairs |
No. Of Views |
Status |
Action |
841 |
29-06-2024 |
Odia |
-
1. କେନ୍ଦ୍ର ସରକାର ଦେଶର ପରବର୍ତ୍ତୀ ବୈଦେଶିକ ସଚିବ ଭାବେ ଉପ ଜାତୀୟ ସୁରକ୍ଷା ପରାମର୍ଶଦାତା (ଡେପୁଟି ଏନଏସଏ) ୧୯୮୯ ବ୍ୟାଚ୍ ଆଇଏଫ୍ଏସ୍ (ଭାରତୀୟ ବିଦେଶ ସେବା) ଅଫିସର ବିକ୍ରମ ମିଶ୍ରିଙ୍କୁ ନିଯୁକ୍ତ କରିଛନ୍ତି
-
2.ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଜାତୀୟ ଯୋଗ୍ୟତା ପରୀକ୍ଷା (ୟୁଜିସି-ନେଟ୍) କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ହେବ। ପୂର୍ବରୁ ଏହି ପରୀକ୍ଷା ପେନ୍ ଓ ପେପର୍ ଆଧାରିତ ଥିଲା । ୟୁଜିସି ନେଟ୍ ପରୀକ୍ଷା ଚଳିତ ବର୍ଷ ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ ଅନୁଷ୍ଠିତ ହେବ। ସେହିପରି ଜୁଲାଇ ୨୫ରୁ ଜୁଲାଇ ୨୭ ମଧ୍ୟରେ ସିଏସ୍ଆଇଆର-ନେଟ୍ ପରୀକ୍ଷା ଶେଷ ହେବ।
-
3.ମହାକାଶ ବୈଜ୍ଞାନିକ ନମ୍ବି ନାରାୟଣନଙ୍କୁ ୧୯୯୪ ଇସ୍ରୋ ଗୁପ୍ତଚର ମାମଲାରେ ଫସାଇବା ଅଭିଯୋଗରେ କେରଳର ଦୁଇ ପୂର୍ବତନ ଡିଜିପି ସିବି ମାଥ୍ୟୁସ୍ ଓ ଗୁଜରାଟର ଆରବି ଶ୍ରୀକୁମାରଙ୍କ ସମେତ ଅନ୍ୟ ତିନି ଜଣ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି
-
4.ଏପ୍ରିଲ ୨୦୨୩ ସୁଦ୍ଧା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏବଂ ବିଭିନ୍ନ କର୍କଟ ଗବେଷଣା ଏଜେନ୍ସିର ତଥ୍ୟ ଅନୁଯାୟୀ, ବିଶ୍ୱରେ ମହିଳାମାନଙ୍କ କ୍ଷେତ୍ରରେ ସ୍ତନ କର୍କଟ ସବୁଠାରୁ ସାଧାରଣ କର୍କଟ ଅଟେ |
-
5.ମହାରାଷ୍ଟ୍ରର ୪୪ ଲକ୍ଷ ଚାଷୀଙ୍କ ବିଦ୍ୟୁତ୍ ବିଲ୍ ଦେୟ ଛାଡ କରାଯିବ। ଶୁକ୍ରବାର ବିଧାନସଭାରେ ୨୦୨୪-୨୫ ବଜେଟ୍ ସମୟରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ଅଜିତ ପାୱାର ଏ ସମ୍ପର୍କରେ ଘୋଷଣା କରିଛନ୍ତି।
-
6.ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଜି ଜେଲ୍ରୁ ମୁକୁଳିଛନ୍ତି। ଜମି ଦୁର୍ନୀତି ମାମଲା ସହ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲାରେ ସୋରେନ ଦୀର୍ଘ ୫ ମାସ ହେବ ଜେଲ୍ରେ ଥିଲେ। ଝାଡ଼ଖଣ୍ଡ ହାଇକୋର୍ଟ ଆଜି ହେମନ୍ତ ସୋରେନଙ୍କୁ ଜାମିନ ମଂଜୁର କରିବାପରେ ସେ ଜେଲ୍ରୁ ବାହାରିଛନ୍ତି।
-
7.ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗତକାଲି ସକାଳ ସାଢ଼େ ୮ଟାରୁ ଆଜି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଦିଲ୍ଲୀରେ ୨୨୮ ମିଲିମିଟର ବର୍ଷା ହୋଇଛି, ଯାହା କି ୧୯୩୬ ପରଠାରୁ ଜୁନ୍ ମାସରେ ସର୍ବାଧିକ ଦୈନିକ ବର୍ଷା।
-
8.ଜିଓ ଏହାର ଟାରିଫ୍ ବଢ଼ାଇବା ପରେ ଶୁକ୍ରବାର ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ଟାରିଫ୍ ବଢ଼ାଇଛନ୍ତି। ଏହି ତିନି କମ୍ପାନିର ପଦକ୍ଷେପ ରାଜ୍ୟର ୨ କୋଟି ୮୩ ଲକ୍ଷ ୮୦ ହଜାର ୪୭୭ ଜଣ ମୋବାଇଲ୍ ଗ୍ରାହକଙ୍କୁ ପ୍ରଭାବିତ କରିବ।
-
9.ଦେଶର ଅନ୍ୟତମ ଅଗ୍ରଣୀ ଲଜିଷ୍ଟିକ୍ସ କମ୍ପାନି ଏଭିଜି ଲଜିଷ୍ଟିକ୍ସକୁ ରାଜ୍ୟ ସରକାର ଖୋର୍ଦ୍ଧାରେ ୪ ଏକର ଜମି ଆବଣ୍ଟନ କରିଛନ୍ତି।
-
10.ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହିଳା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ(୫୮) ନିଜ ମହାକାଶ ସହଯାତ୍ରୀ ବୁଚ୍ ଓ୍ବିଲମୋର୍ଙ୍କ ସହ ଇଣ୍ଟରନ୍ୟାଶନାଲ ସ୍ପେସ୍ ଷ୍ଟେଶନ୍ (ଆଇଏସ୍ଏସ୍)ରେ ଫସିଯାଇଛନ୍ତି।
-
11.ଚଳିତ ଜୁନ୍ରେ ୯ ଦିନରୁ ଊର୍ଦ୍ଧ୍ୱ ପ୍ରଚଣ୍ଡ ଗ୍ରୀଷ୍ମ ଲହର ଅନୁଭୂତ ହୋଇଥିଲା। ସାରା ବିଶ୍ୱର ପ୍ରାୟ ୫୦୦ କୋଟି ଲୋକ ପ୍ରଚଣ୍ଡ ଗ୍ରୀଷ୍ମର ଯନ୍ତ୍ରଣା ସହିଥିବାବେଳେ ସେମାନଙ୍କ ମଧ୍ୟରେ ଭାରତର ୬୧.୯ କୋଟି ରହିଛନ୍ତି।
-
12.ସଂସଦର ନିୟମ ଅନୁଯାୟୀ, ଗୃହରେ ପ୍ରତ୍ୟେକ ଏମପିଙ୍କ ସାମ୍ନାରେ ଏକ ମାଇକ ରହିଛି। ଯାହାକୁ ସାଉଣ୍ଡ ଇଞ୍ଜିନିୟରମାନେ ଏହାକୁ ଅନ କିମ୍ବା ଅଫ କରନ୍ତି।
-
13.ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ମନୋଜ ଆହୁଜାଙ୍କୁ ବଡ଼ ଦାୟିତ଼୍ବ ଦେଇଛନ୍ତି ରାଜ୍ୟ ସରକାର । ସେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
-
14.ଆସନ୍ତା ୩୦ରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣଙ୍କ ସମେତ ସମସ୍ତ ନବନିର୍ବାଚିତ ସାଂସଦ ଓ ବିଧାୟକମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ବୋଲି ଭାଜପା ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି।
-
15.ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା କଟକର ଟାଙ୍ଗୀ ନିକଟସ୍ଥ ଡ୍ରିମ୍ସ ୟୁନିଭର୍ସିଟର ଛାତ୍ରୀଛାତ୍ରମାନେ ସର୍ବଭାରତୀୟ ହାକାଥନ୍ ପ୍ରତିଯୋଗିତାରେ ସାମିଲହୋଇ ଚାମ୍ପିୟନ (ପ୍ରଥମ) ହୋଇଛନ୍ତି।
|
299 |
Y |
|
842 |
29-06-2024 |
English |
-
1.The Railways has planned to run 315 special trains to and from Puri during Rath Yatra for hasslefree travel and convenience of pilgrims, from July 6 to 19. The Rath Yatra, also known as Gundicha Yatra, is being celebrated for two days this year.
-
2.Manoj Ahuja, a 1990-batch IAS officer, has been appointed as the new Chief Secretary (CS) of Odisha. He succeeds Pradeep Kumar Jena, whose term ends June 30.
-
3.Deputy National Security Adviser Vikram Misri, widely regarded as an expert on China, was Friday appointed as India’s next Foreign secretary.
-
4.The High Court of Jharkhand Friday granted bail to former Chief Minister Hemant Soren in a money laundering case linked to a land scam.
-
5.A day after the Home department sought information from the director general of police (DGP) regarding the leave availed by IPS officer Ashish Kumar Singh, DGP Arun Kumar Sarangi Friday said that the 2004-batch officer had resumed duty June 3.
-
6.Ousted from power in Odisha by the BJP, the Biju Janata Dal (BJD) joined the Opposition ranks Friday and protested, demanding a discussion on NEET in Rajya Sabha.
-
7.Nearly 80 per cent of inservice math teachers across India and the Middle East falter on basic concepts such as ratio, proportional reasoning, algebraic reasoning, estimation and logical reasoning, according to a new study.
-
8.Delhi recorded a sizable jump in temperature-related electricity demand in the last 12 months, with peak demand rising by an average of 711 megawatts (MW) on the hottest and most humid days, according to a new analysis published Friday.
-
9.All 17,500 police stations in the country will hold a special event July 1 involving women, youth, students, senior citizens and eminent personalities to apprise them the key features of the new criminal laws, which will come into force on that day, official sources said.
-
10.The first batch of pilgrims for the annual Amarnath Yatra reached the Kashmir valley Friday amid stringent security arrangements, officials said.
-
11.The Tamil Nadu Assembly Friday once again passed a unanimous resolution urging the Centre to exempt the state from National Eligibility-cum-Entrance Test and allow it to admit students to medical courses based on Plus Two exam marks.
-
12.Nearly five billion people globally, including 619 million from India, experienced climate-changedriven extreme heat over nine days in June, according to a new analysis by an independent group of scientists based in the US.
-
13.The government Friday left the interest rates on various small savings schemes unchanged for the quarter beginning July 1, 2024.
-
14.The central government’s fiscal deficit was only at 3 per cent of the annual estimates at May-end 2024- 25, the first two months of the financial year during which model code of conduct was in place due to Lok Sabha elections.
-
15.European Union leaders agreed Friday to nominate Ursula von der Leyen of Germany for a second five-year term as President of the European Commission, the EU’s powerful executive body.
|
277 |
Y |
|
843 |
28-06-2024 |
Odia |
-
1.ବୁକର ପୁରସ୍କାର ବିଜେତା ଲେଖିକା ଅରୁନ୍ଧତୀ ରାୟଙ୍କୁ ମର୍ଯ୍ୟାଦାଜନକ ପେନ୍ ପିଣ୍ଟର ପ୍ରାଇଜ୍ରେ ସମ୍ମାନିତ କରାଯାଇଛି। ତାଙ୍କର ଅଦମ୍ୟ ଏବଂ ଦୃଢ଼ ଲେଖା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ନିଜର ପ୍ରଥମ ଉପନ୍ୟାସ ‘ଦି ଗଡ୍ ଅଫ୍ ସ୍ମଲ୍ ଥିଙ୍ଗ୍ସ’ ପାଇଁ ବୁକର ପୁରସ୍କାର ପାଇଥିଲେ ଅରୁନ୍ଧତୀ।
-
2.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମିଳିତ ଅଧିବେଶନରେ ଉଦ୍ବୋଧନ ଦେଇ କହିଛନ୍ତି ଯେ ୧୯୭୫ ମସିହାରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ସମ୍ବିଧାନ ଉପରେ ସିଧାସଳଖ ଆକ୍ରମଣ ଥିଲା।
-
3.ଓଏମ୍ଆର୍ ସିଟ୍ରେ ମାର୍କ ଗଣନାରେ ଅସଙ୍ଗତି ଅଛି ବୋଲି ଦାବି କରୁଥିବା ଏକ ଲର୍ଣ୍ଣିଂ ଆପ୍ ଦ୍ୱାରା ଦାଖଲ ପିଟିସନର ଶୁଣାଣି କରି ସୁପ୍ରିମ୍କୋର୍ଟ ଗୁରୁବାର ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ)କୁ ନୋଟିସ୍ ଜାରି କରିଛନ୍ତି।
-
4.ଦେଶର ବୃହତ୍ତମ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଇନଫୋକମ୍ ମୋବାଇଲ୍ ଶୁଳ୍କ ବୃଦ୍ଧି କରି ଏକ ନୂତନ ଶୁଳ୍କ ପ୍ଲାନ ଜାରି କରିଛି | କରିଛି। ଜିଓର ନୂତନ ଶୁଳ୍କ ପ୍ଲାନ ଜୁଲାଇ ୩, ୨୦୨୪ରୁ କାର୍ଯ୍ୟକାରୀ ହେବ। ବିଭିନ୍ନ ପ୍ରକାର ରିଚାର୍ଜ ପ୍ଲାନ୍ର ମୂଲ୍ୟରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରାଯାଇଛି।
-
5.କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ୍ ୟେଦୁରପ୍ପାଙ୍କ ସମସ୍ୟା ବଢ଼ିଛି। ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ କର୍ଣ୍ଣାଟକ ସିଆଇଡି ତାଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଅନୁଯାୟୀ ଚାର୍ଜସିଟ୍ ଦାଖଲ କରିଛି।
-
6.ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁସାରେ ୨୦୨୨-୨୩ରେ ପରିବାର ସଞ୍ଚୟ ପରିମାଣ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୧୮.୪%କୁ ହ୍ରାସ ପାଇଛି। ୨୦୧୩-୨୨ ପର୍ଯ୍ୟନ୍ତ ଏହି ହାର ୨୦% ଭଳି ଉଚ୍ଚ ସ୍ତରରେ ଥିଲା। ପରିବାରଗୁଡ଼ିକର ଆର୍ଥିକ ଦେୟ ବଢ଼ୁଥିବା ବେଳେ ସେମାନଙ୍କ ଉପରେ ଋଣକୁ ନେଇ ଯେଉଁ ଚାପ ରହିଛି ତାହା ଉପରେ ତୀକ୍ଷ୍ଣ ନଜର ରଖିବାର ଆବଶ୍ୟକତା ରହିଛି ବୋଲି ରିଜର୍ଭ ବ୍ୟାଙ୍କ ଜଣାଇଛି।
-
7.ରାଞ୍ଚିର ଏକ ସ୍ୱତନ୍ତ୍ର ପିଏମଏଲଏ କୋର୍ଟ ଜେଲରେ ଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଚାର ବିଭାଗୀୟ ହାଜତକୁ ୧୪ ଦିନ ବୃଦ୍ଧି କରିଛନ୍ତି।
-
8.କଲକାତା ଓ ପଶ୍ଚିମବଙ୍ଗର ଅନ୍ୟ ଜିଲାରେ ଥିବା ବିଜେପି ଅଫିସ ଭାଙ୍ଗିଲା ପ୍ରଶାସନ। ବିଜେପି କର୍ମୀଙ୍କ ବିରୋଧ।
-
9.ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ.. ଆଗାମୀ ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା.. ଗତ ୨୪ ଘଣ୍ଟାରେ ୮ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି।
-
10.ଦିଲ୍ଲୀ ସମେତ ଦେଶର ୬୧ ରେଳ ଷ୍ଟେସନରେ ଜନୌଷଧି କେନ୍ଦ୍ର ଖୋଲିବ।
-
11.ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ ଅଚାନକ ଭୁଶୁଡିବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ଜଣ ଆହତ ହୋଇଛନ୍ତି ।
-
12.ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଅନୁସାରେ ବିଶ୍ୱରେ ବର୍ଷକୁ ପ୍ରାୟ ୩୦ ଲକ୍ଷ ଲୋକ ମଦ ପିଇ ପ୍ରାଣ ହରାଉଛନ୍ତି ।
-
13.ଉତ୍ତର କୋରିଆ ସଫଳତାର ସହ ଏକାଧିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଏହି ସଫଳ ପରୀକ୍ଷଣ ସହିତ ଉତ୍ତର କୋରିଆ ଗୁରୁବାର ଦକ୍ଷିଣ କୋରିଆର ଦାବିକୁ ଖଣ୍ଡନ କରିଛି।
-
14.ପୂର୍ବ ଆମେରିକୀୟ ଦେଣ ହଣ୍ଡୁରାସର ପୂର୍ବତନ ରାଷ୍ଟ୍ରପତି ଜୁଆନ ଅର୍ଲାଣ୍ଡୋ ହର୍ନାଡେଜଙ୍କୁ ଆମେରିକାର ଏକ କୋର୍ଟ ୪୫ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
-
15.ଇଂଲଣ୍ଡକୁ ହରାଇ ଟି-୨୦ ବିଶ୍ବକପ୍ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ। ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଇଂଲଣ୍ଡକୁ ୬୮ ରନ୍ରେ ହରାଇଲା ଭାରତ।
|
297 |
Y |
|
844 |
28-06-2024 |
English |
-
1.Booker Prizewinning author Arundhati Roy, currently facing the threat of prosecution over historic comments on Kashmir 14 years ago, was Thursday honoured with the prestigious Pen Pinter Prize 2024 for her “unflinching and unswerving” writings.
-
2.The family of late media baron Ch Ramoji Rao on Thursday donated ₹ 10 crore to the Andhra Pradesh government for the development of Amaravati city.
-
3.The Delhi airport roof collapse that killed one and injured six was a "very serious incident" and the aviation regulation DGCA will look into the matter thoroughly, Civil Aviation Minister Ram Mohan Naidu Kinjarapu told reporters today.
-
4.Amid student protests over alleged irregularities in the medical entrance exam NEET (National Eligibility cum Entrance Test) and other competitive exams, the opposition INDIA bloc is set to raise the issue in both houses of Parliament today.
-
5.Chief Minister Mohan Charan Majhi met President Droupadi Murmu and Vice President Jagdeep Dhankhar in New Delhi, Thursday.
-
6.President Droupadi Murmu Thursday termed the 1975 decision as the biggest and darkest chapter of direct attack on the Constitution.
-
7.The government is aiming to strengthen institutions like IITs, NITs, IIMs and AIIMS and increase their numbers as per requirement, President Droupadi Murmu said Thursday.
-
8.All citizens aged above 70 will be provided free treatment under the Ayushman Bharat, President Droupadi Murmu said.
-
9.Sara that had been a cherished wild tigress and an integral part of Nandankanan family died at the age of 18 Thursday, said reports.
-
10.The Single Window Committee (SWC) chaired by state energy secretary Vishal Kumar Dev Thursday approved an investment proposal of `903.41 crore to generate 102-MW renewable energy in Odisha.
-
11.A landmark ruling by the Supreme Court of India which recognised the right against adverse effects of climate change as a distinct fundamental right could drive more climate litigation in the country, according to a global report released Thursday.
-
12.Three personnel from Chandbali police station in Bhadrak have been transferred to the district police headquarters for allegedly assaulting a woman.
-
13.A chapter explaining the excesses and repression committed during the 1975-77 Emergency in the country and a spirited fight by those opposed to the drastic measure will be included in the school curriculum in Madhya Pradesh, Chief Minister Mohan Yadav has said.
-
14.Nobel laureate Amartya Sen has asserted the recent Lok Sabha poll results point to the fact that India is not a ‘Hindu Rashtra’.
-
15.Delhi Police is all set to implement the three criminal laws in the national capital starting July 1, with the completion of training of 25,000 personnel, officials said Thursday.
-
16.The Supreme Court Thursday asked the National Testing Agency (NTA) to apprise it whether there is any time limit for raising grievances regarding the OMR sheets provided to the candidates who appeared in NEET-UG 2024.
-
17.The country’s top telecom operator Jio will increase mobile services rates by 12-27 per cent from July 3 and at the same time restrict the access of unlimited free 5G services for customers, according to a company statement.
-
18.The decline in bad assets of banks to a 12-year low of 2.8 per cent and strong GDP numbers will help in sustaining the growth momentum and withstanding global shocks, said the Reserve Bank’s Financial Stability Report (FSR) released Thursday.
-
19.A city court on Thursday dismissed bail petitions of three suspended police officers who are accused in the alleged phone tapping case.
-
20.Parts of Delhi-NCR received heavy rain for the second consecutive day today with the India Meteorological Department (IMD) predicting more showers during the day.
|
305 |
Y |
|
845 |
27-06-2024 |
Odia |
-
1.ସଂସଦର ମିଳିତ ଅଧିବେଶନକୁ ଆଜି ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅଷ୍ଟାଦଶ ଲୋକସଭା ଏବଂ ୨୬୪ତମ ରାଜ୍ୟସଭା ର ମିଳିତ ଅଧିବେଶନରେ ଉଦବୋଧନ ରଖିବେ ।
-
2.ଶାସକ ବିଜେପି ନେତୃତ୍ୱାଧୀନ ମେଣ୍ଟ ପାଖରେ ଯଥେଷ୍ଟ ସଂଖ୍ୟା ଥିବାରୁ ଓମ୍ ବିର୍ଲା ଲୋକସଭା ବାଚସ୍ପତି ଭାବେ ପୁନଃନିର୍ବାଚିତ ହୋଇଛନ୍ତି। ଏହାପରେ କଂଗ୍ରେସର ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ନେତାମାନେ ବିର୍ଲାଙ୍କୁ ଅଭିନନ୍ଦନ ଜଣାଇବା ସହ ନିରପେକ୍ଷ ଗୃହ ପରିଚାଳନା ପାଇଁ ଅନୁରୋଧ ଜଣାଇଛନ୍ତି।
-
3.ଦୀର୍ଘ ୧୪ ବର୍ଷର ଦେଶାନ୍ତର, ବନ୍ଦୀ ଜୀବନ ଓ ଆଇନଗତ ସଂଘର୍ଷ ପରେ ବହୁ ଚର୍ଚ୍ଚିତ ଗୁପ୍ତ ତଥ୍ୟ ପ୍ରକାଶନ ସଂସ୍ଥା ୱିକିଲିକ୍ସର ପ୍ରତିଷ୍ଠାତା ଜୁଲିଆନ୍ ଆସାଞ୍ଜ ଅଷ୍ଟ୍ରେଲିଆ ସ୍ଥିତ ନିଜ ଘରକୁ ମୁକ୍ତ ନାଗରିକ ଭାବେ ଫେରିଛନ୍ତି।
-
4.ଶାରୀରିକ କାର୍ଯ୍ୟକଳାପ ଦୃଷ୍ଟିରୁ ଭାରତର ଜନସଂଖ୍ୟା ବିଶ୍ୱରେ ଦ୍ୱାଦଶ ସ୍ଥାନରେ ରହିଛି। ଦି ଲାନସେଟ୍ ଗ୍ଲୋବାଲ୍ ହେଲ୍ଥ ଜର୍ଣ୍ଣାଲ୍ ଅନୁଯାୟୀ ଭାରତର ୫୭ ପ୍ରତିଶତ ମହିଳା ଶାରୀରିକ ଦୃଷ୍ଟିରୁ ଅଳସୁଆ। ୪୨ ପ୍ରତିଶତ ଭାରତୀୟ ପୁରୁଷ ଅଳସୁଆ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି।
-
5.ଆସନ୍ତା ସପ୍ତାହରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ (ଏମଏଚଏ) ତିନୋଟି ନୂତନ ଅପରାଧିକ ଆଇନ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ ୪୦ ଲକ୍ଷ ତୃଣମୂଳସ୍ତରର ଅଧିକାରୀଙ୍କୁ ତାଲିମ ଦିଆଯାଇଛି।
-
6.କ୍ରମାଗତ ଦ୍ୱିତୀୟ ଥର ପାଇଁ ଓମ ବିର୍ଲା ଲୋକସଭା ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। ଏହା ପରେ ଲୋକସଭା ବାଚସ୍ପତି ଓମ ବିର୍ଲା ରାହୁଲ ଗାନ୍ଧୀଙ୍କୁ ୧୦ ବର୍ଷ ପରେ ବିରୋଧୀ ଦଳର ନେତା ଭାବରେ ସ୍ୱୀକୃତି ଦେଇଛନ୍ତି।
-
7.ମଦ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବୁଧବାର ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍ (ସିବିଆଇ) ଗିରଫ କରିଥିଲା
-
8.ଟେଲିକମ୍ ବିଭାଗ ସୂଚନା ଅନୁସାରେ ଓଡ଼ିଶାରେ କେବଳ ଭାରତୀ ଏୟାରଟେଲ୍ ସ୍ପେକ୍ଟ୍ରମ୍ କିଣିବା ଲାଗି ବିଡ୍ ଦାଖଲ କରିଥିଲା। ଏହା ୯୦୦ ମେଗାହର୍ଜ ଓ ୧୮୦୦ ମେଗାହର୍ଜ ବ୍ୟାଣ୍ଡ୍ରେ ବିଡ୍ ଦାଖଲ କରି ସ୍ପେକ୍ଟ୍ରମ୍ ହାସଲ କରିଛି।
-
9.ଖାଲଖମା ଓ କାଦୁଅ ଥିବା ଖରାପ ରାସ୍ତା ଲାଗି ଟୋଲ ଶୁଳ୍କ ଆଦାୟ କରାଯିବା ଅନୁଚିତ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି। ଟୋଲ୍ ଶୁଳ୍କ ସଂଗ୍ରହ କରିବା ପୂର୍ବରୁ ରାଜପଥ ଏଜେନ୍ସିଗୁଡ଼ିକ ଭଲ ରାସ୍ତା ଯୋଗାଇଦେବା ଦରକାର।
-
10.ଜୁଲାଇ ପହିଲାରୁ ସବୁ ଜିଲା ଏବଂ ସରକାରଙ୍କର ସମସ୍ତ ବିଭାଗର ମିଳିତ ଜନ ଶୁଣାଣି ଆରମ୍ଭ ହେବ। ପ୍ରତି ସୋମବାର ସାଧାରଣ ଅଭିଯୋଗ ଲାଗି ବୁଧବାର ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦେଇଛନ୍ତି।
-
11.ପାରାଦୀପ ବନ୍ଦର ପିଆଇସିଟି ବର୍ଥରେ ୨୦୨୩ ନଭେମ୍ବର ୩୦ରେ ୨୨୦ କୋଟି ଟଙ୍କାର କୋକେନ୍ ଜବତ ହୋଇଥିଲା।
-
12.ଟିଟିଲାଗଡରେ ଏକ ରେଳ ଫ୍ଲାଏ ଓଭର ନିର୍ମାଣ କରାଯିବ। ଏହି ପ୍ରକଳ୍ପ ପାଇଁ ଭାରତୀୟ ରେଳାବାଈ ୧୮୩.୮୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ରେଳବାଇର ଶକ୍ତି କରିଡର ସ୍କିମ୍ ଅଧୀନରେ କାର୍ୟ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପ, ଏହି ବ୍ୟସ୍ତବହୁଳ ବିଭାଗରେ ଟ୍ରେନ୍ ଚଳାଚଳର ଦକ୍ଷତା ଏବଂ ଦକ୍ଷତା ବୃଦ୍ଧି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
-
13.ଘରୋଇ ଶେୟାର ବଜାର କାରବାରରେ ଉଭୟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ଏବଂ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ) ନୂତନ ରେକର୍ଡ ସହ ସର୍ବୋଚ୍ଚ ସ୍ତରରେ ରହିଛନ୍ତି।
-
14.ମାଳଦ୍ୱୀପର ଜଣେ ବରିଷ୍ଠ ମନ୍ତ୍ରୀ ତାଙ୍କର ପ୍ରଥମ ଚାଇନା ଗସ୍ତରେ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ନିକଟରେ ଭାରତ ଗସ୍ତ ଏବଂ ତାଙ୍କ ଦେଶର ପର୍ଯ୍ୟଟନ ନିର୍ଭରଶୀଳ ଅର୍ଥନୀତି ପାଇଁ ଭାରତର ମହତ୍ତ୍ୱ ବିଷୟରେ କହିଛନ୍ତି।
-
15.ଟି-୨୦ ବିଶ୍ୱକପରେ ପ୍ରଥମ ସେମିଫାଇନାଲ ମ୍ୟାଚ୍ ଗୁରୁବାର ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଆଫଗାନିସ୍ତାନ ବିପକ୍ଷରେ ସହଜ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି।
|
289 |
Y |
|
846 |
27-06-2024 |
English |
-
1.National Democratic Alliance (NDA) nominee Om Birla was elected Lok Sabha Speaker Wednesday.
-
2.President Droupadi Murmu is scheduled to visit Odisha July 6, officials said Wednesday. The President is likely to attend Rath Yatra in Puri July 7.
-
3.A Delhi court Wednesday sent Chief Minister Arvind Kejriwal to three-day custody of Central Bureau of Investigation (CBI) .
-
4.The Gujarat government has set up a high-level committee tasked with framing modalities for unhindered movement of Asiatic lions in and around the Gir sanctuary area to protect them from railway accidents, the High Court was told Wednesday
-
5.Congress president Mallikarjun Kharge Wednesday reappointed Sam Pitroda as chairman of the Indian Overseas Congress.
-
6. A Bangalore court Wednesday rejected the bail plea of former JD(S) MP Prajwal Revanna, who is facing charges of rape and sexual harassment in multiple cases.
-
7.A staggering 80 per cent of marginal farmers in India have suffered crop losses due to adverse climatic events over the past five years, according to a report released Tuesday
-
8.Five people were killed and three others sustained injuries in separate incidents of lightning in Bargarh and Bolangir districts.
-
9. The Ministry of Railways has sanctioned Rs 183.89 crore towards construction of a flyover that would help ease train traffic issues at Titlagarh Junction under Sambalpur
-
10.Odisha may go Bihar way soon as the newly-elected Mohan Charan Majhi government reportedly plans to ban liquor sale and consumption in the state.
-
11.Odisha Police is prepared to implement the three new criminal laws — Bharatiya Nyaya Sanhita (BNS), Bharatiya Nagarik Suraksha Sanhita (BNSS) and Bharatiya Sakshya Adhiniyam (BSA), director general of police (DGP) Arun Sarangi said, Wednesday.
-
12.The state government has made elaborate arrangements to ensure devotees have a smooth darshan of Srimandir deities during the Rath Yatra.
-
13.In a welcoming step for waste management during the Rath Yatra, Puri district administration and municipality, in partnership with Hindustan CocaCola Beverages (HCCB), announced ‘used PET bottle-free’ initiative.
-
14.A defamation suit filed by noted Odia poet Haraprasad Das against the publisher and the editor of an Odia daily was dismissed by a local court here.
-
15.The Talibanordered crash in opium production in Afghanistan, long the world’s dominant supplier, could drive up overdose deaths as heroin users switch to synthetic opioids already proving deadly in Europe, a UN report said Wednesday.
|
325 |
Y |
|
847 |
26-06-2024 |
Odia |
-
1.ଚାଇନାର ଚାଙ୍ଗ’ଇ-୬ ମହାକାଶ ଯାନ ପ୍ରଥମଥର ପାଇଁ ଚନ୍ଦ୍ରପୃଷ୍ଠରୁ ୨ କିଲୋଗ୍ରାମର ମାଟି ଓ ପଥରର ନମୁନା ଏକତ୍ର କରି ମଙ୍ଗଳବାର ପୃଥିବୀକୁ ଫେରି ଉତ୍ତର ଚାଇନାରେ ଅବତରଣ କରିଛି।
-
2.ଜୁଲାଇ ୧ରୁ ବଦଳିପାରେ କ୍ରେଡିଟ୍ କାର୍ଡ ସଂପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ନିୟମ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଜୁଲାଇ ୧ରୁ ଆଣିବାକୁ ଯାଉଛନ୍ତି ଏହି ନୂଆ ନିୟମ। ଏହି ନୂଆ ନିୟମ ଅନୁସାରେ,ବିଲ୍ ପେମେଣ୍ଟ ଏବେଠୁ BBPS ଜରିଆରେ ହେବ। BBPS ହେଉଛି ଭାରତ ବିଲ୍ ପେମେଣ୍ଟ ସିଷ୍ଟମ।
-
3.ବ୍ୟାଙ୍କ ଅଫ୍ ବରୋଦା (ବିଓବି) ର ନୂତନ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ଭାରତୀୟ ଟେନିସ୍ ଖେଳାଳି ସୁମିତ ନାଗଲଙ୍କୁ ନିଯୁକ୍ତି ଦିଆଯାଇଛି।
-
4.ସଂସଦର ଅଧିବେଶନରେ ଭାଗ ନେଲେ ଏମ୍ପିମାନଙ୍କୁ ଦୈନିକ ପାଉଣା ମିଳିଥାଏ। ସଦସ୍ୟ ଭାବେ(ବେତନ,ଭତ୍ତା,ପେନସନ) ଅଧିନିୟମ୧୯୫୪ ମୁତାବକ ଏମ୍ପିଙ୍କୁ ଦରମା ଏବଂ ଅନ୍ୟ ସୁବିଧା ମିଳିଥାଏ। କେବଳ ଦରମା କଥା କହିଲେ ଏମ୍ପିମାନଙ୍କୁ ମାସକୁ ୧ ଲକ୍ଷ ଟଙ୍କା ମିଳିଥାଏ। ଏହାଛଡ଼ା ବିଭିନ୍ନ ପ୍ରକାର ଭତ୍ତା ଏବଂ ପେନସନ ସୁବିଧା ମିଳିଥାଏ।
-
5.ମଧ୍ୟପ୍ରଦେଶ ରାଜ୍ୟର ମନ୍ତ୍ରିପରିଷଦ ସଦସ୍ୟମାନେ ନିଜର ଆୟ ଉପରେ କୌଣସି କର ଦେଉନଥିଲେ। ନୂତନ ନିୟମାନୁସାରେ, ସମସ୍ତ ମନ୍ତ୍ରୀ ନିଜ ନିଜର ଆୟ ଉପରେ ନିଜେ କର ପୈଠ କରିବେ। ଆଜି ମଧ୍ୟପ୍ରଦେଶ କ୍ୟାବିନେଟ୍ରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ୧୯୭୨ ମସିହାରୁ ମନ୍ତ୍ରିମଣ୍ଡଳ ସଦସ୍ୟଙ୍କୁ ଦିଆଯାଉଥିବା ସ୍ବତନ୍ତ୍ର ଆୟକର ସହାୟତାକୁ ବିଲୋପ କରାଯାଇଛି।
-
6.ଜଳବାୟୁ ପରିବର୍ତ୍ତନ କାରଣରୁ ଭାରତରେ ୨୦୧୮ରୁ ଗ୍ରୀଷ୍ମଋତୁରେ ପ୍ରତିବର୍ଷ ୨୫ ଡିଗ୍ରି ସେଲସିୟସରୁ ଅଧିକ ତାପମାତ୍ରା ସହ ଅତି କମ୍ରେ ୫୦ରୁ ୮୦ ଅଧିକ ଗରମ ରାତିସଂଖ୍ୟା(‘ନିଦ୍ରାହୀନ ରାତି’) ବଢ଼ୁଛି।
-
7.ବିରୋଧୀ ଦଳର ନେତା ହେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇବା ପରେ ରାହୁଲ ବିରୋଧୀ ଦଳର ନେତା ହେବା ପାଇଁ ସହମତି ହୋଇଛନ୍ତି।
-
8.ଶନିବାର ସୂର୍ଯ୍ୟକାନ୍ତା ଭାଜପାର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେ ଏନସିପିର ଶରଦ ପାୱାର ଗୋଷ୍ଠୀରେ ମିଶିଛନ୍ତି। ସୂର୍ଯ୍ୟକାନ୍ତାଙ୍କ ଫେରିବା ଶରଦ ପାୱାରଙ୍କ ଦଳକୁ ଆଗାମୀ ବିଧାନସଭା ନିର୍ବାଚନରେ ସହାୟକ ହେବ ବୋଲି କୁହାଯାଉଛି।
-
9.ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଫଳରେ ଆଗାମୀ ୫ ଦିନ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ ।
-
10.କେନ୍ଦ୍ରୀୟ ଡେପୁଟେଶନରେ ଥିବା ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଫିସର ମନୋଜ ଆହୁଜା ଓଡ଼ିଶାକୁ ଫେରୁଛନ୍ତି।
-
11.ବଦଳିବ ସ୍କୁଲ ୟୁନିଫର୍ମ ? ଗଣଶିକ୍ଷା ମନ୍ତ୍ରୀଙ୍କ ବୟାନ ପରେ ଜୋର ଧରିଲା ଚର୍ଚ୍ଚା । ଗତବର୍ଷ ନବମ ଓ ଦଶମ ପିଲାଙ୍କ ୟୁନିଫର୍ମର ରଙ୍ଗ ବଦଳିଥିଲା । ଗାଢ଼ ନୀଳ ରଙ୍ଗକୁ ବଦଳାଇ ସବୁଜ ପ୍ୟାଣ୍ଟ ଓ ଚେକ ସାର୍ଟ କରାଯାଇଥିଲା। ପୋଷାକର ଛାତିରେ ଲେଖା ହୋଇଥିଲା ‘ଆମେ ଗଢିବୁ ନୂଆ ଓଡ଼ିଶା’।
-
12.ଦିଲ୍ଲୀ ଜଳ ସଙ୍କଟକୁ ନେଇ ଅନଶନରେ ବସିଥିବା ମନ୍ତ୍ରୀ ଆତୀଶି ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ସେ ନିଜର ଅନଶନ ଭାଙ୍ଗିଛନ୍ତି। ଏନେଇ ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟ ସିଂହ ଘୋଷଣା କରିଛନ୍ତି।
-
13.ଗୁଜରାଟ ସରକାର ଏନ୍ଇଇଟି-ୟୁଜି ପରୀକ୍ଷା ଦୁର୍ନୀତି ମାମଲାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)କୁ ହସ୍ତାନ୍ତର କରିବାର ଦିନକ ପରେ ଏହାର ଏକ ଟିମ୍ ସୋମବାର ଗୋଧ୍ରାରେ ପହଞ୍ଚତ୍ ସ୍ଥାନୀୟ ପୋଲିସଠାରୁ ୧୦୦୦ ପୃଷ୍ଠାରୁ ଊର୍ଦ୍ଧ୍ୱ କାଗଜପତ୍ର ଗ୍ରହଣ କରିଛି।
-
14.ତିହାର ଜେଲରୁ ମୁକୁଳି ପାରିବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ଗୁରୁବାର ଦିଲ୍ଲୀର ଗୋଟିଏ ଟ୍ରାଏଲ କୋର୍ଟ ଜାମିନ ଦେଇଥିଲେ। ହେଲେ ଜାମିନ ଉପରେ ରୋକ ଲଗାଇ ଦେଇଛନ୍ତି ଦିଲ୍ଲୀ ହାଇକୋ
-
15.ବିଶ୍ୱରେ ଆଫଗାନିସ୍ତାନ କ୍ରିକେଟ ଟିମ ଟି -୨୦ ବିଶ୍ୱକପ ୨୦୨୪ର ସେମିଫାଇନାଲରେ ପ୍ରବେଶ କରିଛି। ରସିଦ ଖାନଙ୍କ ଅଧିନାୟକତ୍ୱ ଦଳ ପ୍ରଥମେ ସୁପର- ୮ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ତା’ପରେ ଏହି ଦଳ ବାଂଲାଦେଶକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲା। ଆଫଗାନିସ୍ତାନ ପ୍ରଥମ ଥର ପାଇଁ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଛି।
|
320 |
Y |
|
848 |
26-06-2024 |
English |
-
1.Afghanistan qualify for their maiden semifinal in the T20 World Cup with an 8-run victory over Bangladesh SPO
-
2.Devotees this year will be deprived of having Nabajouban darshan of Lord Jagannath and His siblings, held a day before Rath Yatra.
-
3.Agriculture Secretary Manoj Ahuja, a 1990- batch IAS officer of Odisha cadre, was Tuesday sent back to his cadre state, where he may be appointed as the next Chief Secretary.
-
4.Wikileaks Founder Julian Assange, who has been fighting against his extradition to the US on espionage charges for over a decade, has been freed from prison and flown out of the UK under a plea deal with the American authorities.
-
5.The National Human Rights Commission (NHRC) has directed the state government to pay `4 lakh as compensation to a woman who suffered serious health complications due to medical negligence by an Ayush doctor at the community health centre (CHC) in Keonjhar in 2022.
-
6.Tourism Minister Pravati Parida, under ‘Ek Ped Maa Ke Naam’ campaign, planted a ‘Baula’ sapling in Paryatan Bhawan and Panthanivas here, Tuesday.
-
7.In yet another incident of embezzlement of depositors’ money by postal staffers, the postmaster of Kumjharia post office under Biramitrapur police station is allegedly absconding after siphoning off over `50 lakh from different postal savings accounts.
-
8.All school buses and pool cars transporting children in Kolkata should be fitted with vehicle location tracking devices, panic buttons and speed limiting devices, according to an advisory issued by the West Bengal government.
-
9.In a blow to Delhi Chief Minister Arvind Kejriwal, the Delhi High Court Tuesday stayed the trial court order granting him bail in the money laundering case arising from the alleged excise scam.
-
10.Observing that bail matters should not be adjourned unnecessarily, the Supreme Court Tuesday said it hoped the Delhi High Court will decide the bail plea of jailed former AAP minister Satyendar Jain in a money laundering case at the next hearing.
-
11.The Karnataka Milk Federation (KMF) Tuesday announced a hike in milk prices with effect from June 26.
-
12.Benchmark Sensex breached the historic 78,000 level for the first time while Nifty settled at a new record high Tuesday on buying in blue-chip bank stocks and Reliance Industries.
-
13.State-owned power giant NTPC on Tuesday said its board June 29 will consider a proposal to raise up to `12,000 crore through the issuance of bonds.
-
14.Just like the post-pandemic recovery, the Indian inflation story is also ‘Kshaped’ and is hurting certain sections more than others, a foreign brokerage said Tuesday.
-
15.The Uttar Pradesh Cabinet Tuesday cleared an Ordinance to prevent question paper leaks and use of unauthorised means in exams, awarding jail term of two years to life imprisonment and fines up to `1 crore.
|
330 |
Y |
|
849 |
25-06-2024 |
Odia |
-
1.ପ୍ରଥମ ଦିନରେ ପ୍ରାୟ ୨୮୦ ଜଣ ଲୋକସଭା ସାଂସଦ ଶପଥ ନେଇଛନ୍ତି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସହିତ ଅବଶିଷ୍ଟ ପ୍ରାୟ ୨୬୦ ସାଂସଦ ଆସନ୍ତାକାଲି ଶପଥ ନେବେ। ସଂସଦ ଭିତରକୁ ପ୍ରବେଶ କରିବା ପୂର୍ବରୁ ଗଣମାଧ୍ୟମକୁ ଉଦ୍ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ସମାଲୋଚନା କରିଛନ୍ତି।
-
2.ଶିଳ୍ପ ପ୍ରକଳ୍ପ ସ୍ଥାପନ ଲାଗି ନିବେଶ ପ୍ରସ୍ତାବ ହାସଲ କରିବାରେ ଓଡ଼ିଶା ସାରା ଦେଶରେ ଏକ ନମ୍ବର ସ୍ଥାନରେ ରହିଛି। ୨୦୨୩ରେ ଓଡ଼ିଶା ୨,୧୦,୮୩୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ କରିଥିଲା। ସାରା ଦେଶରେ ଏହି ସମୟରେ ୧୨୬୭ଟି ନିବେଶ ପ୍ରସ୍ତାବ ଆସିଥିବା ବେଳେ ତାହା ଦୁଇ ପଞ୍ଚାମାଂଶ ଭାଗ ଓଡ଼ିଶାକୁ ମିଳିଥିଲା।
-
3.ଧନୀକ ଶ୍ରେଣୀ ସହ ମଧ୍ୟ ଜାତିର ପ୍ରାସଙ୍ଗିକତା ରହିଛି। ଏକ ଆକଳନରୁ ଜଣାପଡ଼ିଛି ଯେ ଭାରତରେ ୮୫ ପ୍ରତିଶତରୁ ଅଧିକ ଧନୀ ହେଉଛନ୍ତି ଉଚ୍ଚ ଜାତିର ଲୋକ। ବିଲିଓନେୟାର ଧନୀଙ୍କ ମଧ୍ୟରେ ଅନୁସୂଚିତ ଜାତି (ଏସ୍ସି)ଙ୍କ ଭାଗ ମାତ୍ର ୨.୬ ପ୍ରତିଶତ ରହିଥିବା ବେଳେ ଅନୂସୂଚିତ ଜନଜାତି (ଏସ୍ଟି) ଭାଗ ପ୍ରାୟ ଶୂନ ରହିଛି। ୱାର୍ଲଡ୍ ଇନ୍ଇକ୍ବାଲିଟି ଲ୍ୟାବ୍ ତଥ୍ୟ ଅନୁଯାୟୀ ଭାରତରେ ୯ ପ୍ରତିଶତ ଧନୀ ହେଉଛନ୍ତି ଅନ୍ୟାନ୍ୟ ପଛୁଆ ବର୍ଗର ଲୋକ।
-
4.ତେଲେଙ୍ଗାନା ସରକାର କୃଷି ଋଣ ଛାଡ଼ କରିବା ପରେ ବିଭିନ୍ନ ରାଜ୍ୟରେ ଋଣ ଛାଡ଼ ଦାବି ଜୋର ଧରିଛି। ତେଲେଙ୍ଗାନାରେ ୩୧,୦୦୦ କୋଟି ଟଙ୍କାର କୃଷି ଋଣ ଛାଡ଼ କରାଯାଇଛି। ଚାଷୀମାନଙ୍କ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ଼ ହୋଇଛି।
-
5.ଲୋକସଭା ନିର୍ବାଚନରେ ମୋଟ ୭୪ ଜଣ ମହିଳା ବିଜୟୀ ହୋଇଛନ୍ତି, ଯାହା କି ୨୦୧୯ରେ ନିର୍ବାଚିତ ହୋଇଥିବା ୭୮ ଜଣ ମହିଳାଙ୍କ ତୁଳନାରେ କମ୍। ନିମ୍ନ ସଦନକୁ ନିର୍ବାଚିତ ହୋଇଥିବା ସମସ୍ତ ମହିଳା ସାଂସଦଙ୍କ ମଧ୍ୟରେ ପଶ୍ଚିମବଙ୍ଗ ୧୧ ଜଣ ମହିଳା ସାଂସଦଙ୍କ ସହ ଆଗରେ ରହିଛି।
-
6.ବମ୍ବେ ହାଇକୋର୍ଟ ସୋମବାର କହିଛନ୍ତି ଯେ ଯଦି ଗୋଟିଏ ଦିନ ପାଇଁ ପ୍ରଧାନମନ୍ତ୍ରୀ ଓ ଅନ୍ୟ ଭିଭିଆଇପିଙ୍କ ପାଇଁ ରାସ୍ତା ଓ ଫୁଟପାଥ୍ ସଫା ହୋଇପାରୁଛି, ତେବେ ଅନ୍ୟ ସମସ୍ତଙ୍କ ପାଇଁ ଏହା ଦୈନିକ କାହିଁକି ସଫା କରାଯାଇ ପାରିବ ନାହିଁ?
-
7.ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଜନସାଧାରଣଙ୍କ ସୁବିଧାରେ ଅଭାବ ନେଇ ବିଧାୟକ, ଅମଲାତନ୍ତ୍ର ଏବଂ ପୋଲିସ କର୍ମଚାରୀଙ୍କୁ ତାଗିଦ୍ କରିଛନ୍ତି। ମୁଖ୍ୟମନ୍ତ୍ରୀ ସମସ୍ତ ମନ୍ତ୍ରୀ, ବିଧାୟକ ଏବଂ ଅମଲାତନ୍ତ୍ରଙ୍କୁ ପଚାରିଥିଲେ, ଆପଣମାନେ ଆଶା କରୁଛନ୍ତି କି ମୁଁ ରାଜ୍ୟର ରାସ୍ତା ସଫା କରିବି? ମୁଁ ରାସ୍ତାରେ ଝାଡୁ ଦେବି କି?
-
8.ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଦ୍ୱାରା ନିଟ୍-ୟୁଜି ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ଚାଲିଥିବା ବିବାଦ ସମ୍ପର୍କରେ ସରକାରଙ୍କ ନିକଟରେ ଲୁଚାଇବାକୁ କିଛି ନାହିଁ ବୋଲି ସୋମବାର କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନ କହିଛନ୍ତି।
-
9.ମାତୃତ୍ୱ ଅବକାଶରେ ହୋଇଛି ବଡ଼ ପରିବର୍ତ୍ତନ। ସରୋଗେସୀ ସହ ଜଡ଼ିତ ନିୟମରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର। ସରକାରଙ୍କ ଏହି ନିଷ୍ପତ୍ତି ପରେ ଏଣିକି ସରକାରୀ କର୍ମଚାରୀମାନଙ୍କୁ ୧୮୦ ଦିନ ପର୍ଯ୍ୟନ୍ତ ଛୁଟି ମିଳିପାରିବ। ଜୁନ୍ ୧୮ରେ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।
-
10.ଲକ୍ଷ୍ମୀ ବସ୍ ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ବିଭୁତି ଜେନା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଲକ୍ଷ୍ମୀ ବସ୍ ସେବା ନେଇ ଅଧିକ ତର୍ଜମା ଚାଲିଛି। ଯେଉଁ ସ୍ଥାନରୁ ବସ୍ ସେବା ନାହିଁ, ସେ ସ୍ଥାନର ଲୋକେ ସୁବିଧା ପାଇବେ।
-
11.ଗୃହ ଓ ନଗର ଉନ୍ନୟନ ବିଭାଗ ଡେପୁଟି ସେକ୍ରେଟାରୀ ଦେବୀ ପ୍ରସାଦ ମିଶ୍ରଙ୍କୁ ସୋମବାର ବଦଳି କରାଯାଇଛି। ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଡେପୁଟି ସେକ୍ରେଟାରୀ ଭାବେ ନିଯୁକ୍ତି ଦିଆଯାଇଛି।ଏ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
-
12.କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସୋମବାର କହିଛନ୍ତି ଯେ ପାସପୋର୍ଟ ଆବେଦନକାରୀଙ୍କ ପୋଲିସ ଯାଞ୍ଚରେ ନିଆଯାଇଥିବା ସମୟ ହ୍ରାସ କରିବାକୁ ବୈଦେଶିକ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି। ଏଥିପାଇଁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ପୋଲିସ ସହ ସମନୱୟ ରକ୍ଷା କରିବାକୁ ଏମଇଏ ଉଦ୍ୟମ କରୁଛି।
-
13.ସଂପର୍କୀୟଙ୍କ ବାହାଘର ସାରି ଫୋରୁଥିବା ବେଳେ ଟ୍ରକ୍ ଧକ୍କା ଦେବାରୁ ୫ଜଣଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଏହି ଘଟଣା ଉତ୍ତର ପ୍ରଦେଶର ପ୍ରୟାଗରାଜ ଅଞ୍ଚଳରେ ଘଟିଛି ।
-
14.ଦକ୍ଷିଣ କୋରିଆର ଲିଥିୟମ ବ୍ୟାଟେରୀ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଅତି କମରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ପାଞ୍ଚ ଜଣ ନିଖୋଜ ଅଛନ୍ତି। ସ୍ଥାନୀୟ ଅଗ୍ନିଶମ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସକାଳ ୧୦ଟା ୩୦ରେ ଏହି ଅଗ୍ନିକାଣ୍ଡ ଘଟିଥିଲା।
-
15.ସୋମବାର ପାର୍ଲାମେଣ୍ଟ ଅଧିବେଶନ ଆରମ୍ଭ ହେବା ପରେ କାଚଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଏମ୍ପିମାଙ୍କ ଶପଥପାଠ କରାଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ମାତୃଭାଷା ଓଡ଼ିଆରେ ଆଜି ଶପଥ ନେଇଛନ୍ତି।
-
16.ଭାରତୀୟ ଛାତ୍ରଛାତ୍ରୀମାନଙ୍କ ପାଇଁ କାନାଡ଼ାରୁ ଖରାପ ଖବର ଆସିଛି। ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ସରକାର ସ୍ନାତକୋତ୍ତର ୱାର୍କ ପରମିଟ୍ ପ୍ରବେଶ ନେଇ ନୂଆ ଆଇନ ଆଣିଛନ୍ତି। ସ୍ନାତକୋତ୍ତର ୱାର୍କ ପରମିଟ୍ (ପିଜିଡବ୍ଲୁପି ) ଆଉ କାନାଡ଼ା ପ୍ରବେଶ ପାଇଁ ବୈଧ ହେବ ନାହିଁ ।
-
17.ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ନିଜର ଦୀର୍ଘ ଦିନ ବନ୍ଧୁ ଜହିର ଇକବାଲଙ୍କ ସହ ପ୍ରଥମେ କୋର୍ଟରେ ବିବାହ କରିବା ପରେ ହିନ୍ଦୁ ରୀତିନୀତିରେ ବି ବାହାଘର ହୋଇଛି।
-
18.ପାକିସ୍ତାନରେ ରହୁଥିବା ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନେ ଆଦୌ ସୁରକ୍ଷିତ ନୁହନ୍ତି। ଧର୍ମ ନାଁରେ ସେମାନଙ୍କୁ ଟାର୍ଗେଟ କରାଯାଉଛି ଓ ଦେଶ ସେମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି। ଏମିତି କିଛି ଆଜି ସ୍ୱୀକାର କରିଛନ୍ତି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ।
-
19.ନୟାପଲ୍ଲୀର ସ୍ମିତା ଚୌଧୁରୀ ନାମକ ମହିଳା ଟେଲିଗ୍ରାମ ଗ୍ରୁପରେ କିଛି ରେଟିଙ୍ଗ ଦେଇଥିଲେ। ଗୋଟେ ରେଟିଙ୍ଗରେ ୫୦ ଟଙ୍କାର ପାଇବେ ବୋଲି ସାଇବର ଠକ ଲୋଭ ଦେଖାଇଥିଲେ। ପର୍ଯ୍ୟାୟ କ୍ରମେ ୨ ହାଜର ଟଙ୍କା ଦେଲେ ମୂଳ ଟଙ୍କା ସହ ରେଟିଙ୍ଗ ଟଙ୍କା ଡବଲ ହେଇଯିବ। ଏମିତି ଲୋଭ ଦେଖାଇ ପର୍ଯ୍ୟାୟ କ୍ରମେ ମହିଳାଙ୍କ ଠାରୁ ୩ ଲକ୍ଷ ୩୬ ହାଜର ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ। ଏନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ମହିଳା।
-
20.ସେଣ୍ଟ ଲୁସିଆସ୍ଥିତ ଡାରେନ ସାମି ଜାତୀୟ କ୍ରିକେଟ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଟି୨୦ କ୍ରିକେଟ ବିଶ୍ୱକପର ଶେଷ ସୁପର-୮ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ୨୪ ରନ୍ରେ ପରାସ୍ତ କରି ଭାରତ ଅପରାଜେୟ ଭାବେ ସେମିଫାଇନାଲରେ ପହଞ୍ଚିଛି।
|
311 |
Y |
|
850 |
25-06-2024 |
English |
-
1.A staggering 113 countries worldwide have never had a woman serve as head of state or government, and only 26 countries are led by women as of Monday, according to UN Women's global data on Women Political Leaders 2024.
-
2.Srinagar, the summer capital of Jammu and Kashmir, has been officially recognised as a ‘World Craft City’ by the World Crafts Council, an official spokesman said here.
-
3.The Kerala Assembly Monday unanimously adopted a resolution urging the Centre to officially change the state’s name to ‘Keralam’.
-
4.Kozhikode in north Kerala, known for its rich cultural heritage, has been officially declared as India’s first UNESCO ‘City of Literature’.
-
5.In a move to ensure the safety and comfort of women during office hours, the West Bengal Transport Department is set to introduce two exclusive ladies’ special buses in Kolkata starting June 25, a senior state official said Monday.
-
6.Minister of Food Supplies and Consumer Welfare department, Krushna Chandra Patra said Monday that the Odisha government is planning to construct cold storage facilities in every block of the state.
-
7.The Opposition BJD Monday rejected Chief Minister Mohan Charan Majhi’s claim that he was lured with a ministerial berth and a mineral block by the previous Naveen Patnaik government.
-
8.Minister of Science and Technology Krushna Chandra Patra has suggested officials that the Pathani Samanta Planetarium here be renovated into a world-class standard institution with new features in galleries.
-
9.Intense spell of rain with thundershower is likely to occur across the state from June 26 due to active monsoon, the India Meteorological Department (IMD) said Monday.
-
10.In order to enhance the efficiency and capacity of train movements at Khurda Road station, the Ministry of Railways, under the leadership of Union Railway Minister Ashwini Vaishnaw, has sanctioned the construction of a flyover, East Coast Railways (ECoR) officials said Monday
-
11.The sarpanch of Bayangdihi panchayat under Dhamnagar block in Bhadrak district had to let go of her post as she could not read or write Odia, sources said Monday.
-
12.The Supreme Court Monday termed as “unusual” the Delhi High Court’s decision of reserving the order while granting interim stay on the operation of the trial court’s order granting bail to Delhi Chief Minister Arvind Kejriwal in a money laundering case linked to the alleged excise scam.
-
13.A suspected Chinese state-sponsored hacking group has stepped up its targeting of Taiwanese organisations, particularly those in sectors such as government, education, technology and diplomacy, according to cyber security intelligence company Recorded Future.
-
14.Srimandir Ratna Bhandar (treasury) will be reopened soon, Law Minister Prithiviraj Harichandan said, Monday.
-
15.The Lok Sabha witnessed a display of linguistic diversity Monday, with the newly-elected MPs taking their oaths in English and Indian languages, including Sanskrit, Hindi, Dogri, Bengali, Assamese and Odia.
-
16.India recorded a current account surplus of USD 5.7 billion or 0.6 per cent of GDP in the March quarter, the Reserve Bank of India said Monday.
-
17.Meta Monday announced the availability of its AI assistant ‘Meta AI’ in India on WhatsApp, Facebook, Messenger, Instagram, and meta.ai portal.
-
18.Spectrum worth over `96,000 crore will be on the block as auctions across eight bands will begin Tuesday, with telecom operators Reliance Jio, Bharti Airtel and Vodafone Idea vying for radio waves crucial for 5G mobile services.
-
19.Tapan Kumar Deka, known as the ‘superspy’ with commendable expertise in handling terrorism and radicalisation related cases, was Monday given a one-year extension till June 2025 as the chief of the Intelligence Bureau (IB).
-
20.The Ministry of External Affairs (MEA) rendered 1.65 crore passport-related services to citizens in 2023, registering an annual growth of nearly 15 per cent.
|
324 |
Y |
|