-
ବର୍ଷା ଦିନ ଆରମ୍ଭ ହେଉଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଶିମିଳିପାଳ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି । ଆଜିଠୁ ୪ ମାସ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ । ଏହାପରେ ଶୀତ ଆଗମନ ହେଲେ ନଭେମ୍ବର ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଥାଏ ଶିମିଳିପାଳ ଗେଟ୍ ।
-
ଭାରତରେ ଆକ୍ରମଣ ପାଇଁ ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍ ଏକ ଭିଡଓ ଜାରି କରି ଧମକ ଦେଇଛି । ପ୍ରଫେଟ୍ ମହମ୍ମଦଙ୍କୁ ନେଇ ଦିଆଯାଇଥିବା ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ ଆତଙ୍କବାଦୀ ସଙ୍ଗଠନ ଇସାଲାମିକ୍ ଷ୍ଟେଟ୍ ଖୋରସାନ ପକ୍ଷରୁ ଏହି ଧମକ ଦିଆଯାଇଛି ।
-
ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପକ୍ଷରୁ ସ୍ୱଦେଶୀ ଜ୍ଞାନ କୌଶଳରେ କ୍ୟାନସର ପାଇଁ ଟିକା ପ୍ରସ୍ତୁତ କରାଯାଇଥିବା ଜଣାପଡିଛି । ବିଶେଷକରି ଏହି ଟିକା ମହିଳାମାନଙ୍କର ଜରାୟୁ ଗ୍ରୀବା କର୍କଟ, ପୁରୁଷଙ୍କ ଯୌନାଙ୍ଗ କର୍କଟ ଏବଂ ମୁଖଗହ୍ୱର କର୍କଟ ରୋଗ ପାଇଁ ପ୍ରତିଷେଧକ ରୂପେ କାର୍ଯ୍ୟକରିବ ବୋଲି ଜଣାପଡିଛି ।
-
ଓଡିଶା ପୁଲିସ ରିକ୍ୟୁଟମେଣ୍ଟ ବୋର୍ଡ଼ ଦ୍ଵାରା ପରିଚାଳିତ ମିଳିତ ପୁଲିସ ସେବା ପରୀକ୍ଷା (CPSE)-୨୦୧୮ବର୍ଷ ପାଇଁ କମ୍ପ୍ୟୁଟର ଭିତ୍ତିକ ଲିଖିତ ପରୀକ୍ଷା (online) ଆସନ୍ତା ଜୁଲାଇ ୨ ତାରିଖରୁ ୯ତାରିଖ ଏବଂ ୧୧ , ୧୨ ତାରିଖରେ ଅନୁଷ୍ଠିତ ହେବ । ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ।
-
୮୦ଫୁଟ ଭିତରେ ଫସି ରହିଥିବା ରାହୁଲକୁ ଉଦ୍ଧାର କରିବା ପାଇଁ ଛତିଶଗଡ଼ ପ୍ରଶାସନର ଉଦ୍ୟମକୁ ସାରା ଭାରତବାସୀ ପ୍ରଶଂସା କରୁଛନ୍ତି। ଏନଡିଆରଏଫ, ଏସଡିଆରଏଫ ଓ ଭାରତୀୟ ସେନାବାହିନୀ ଦୀର୍ଘ ୧୦୮ଘଣ୍ଟା ପରିଶ୍ରମ କରି ରାହୁଲକୁ ଉଦ୍ଧାର କରିଛନ୍ତି । ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ଥିଲେ କେନ୍ଦୁଝର ଜିଲ୍ଲା ବାରିଆ ଥାନା ଫୁଲକଅଁଳେଈ ଗ୍ରାମର ଯୁବ ଇଞ୍ଜିନିୟର ଜ୍ଞାନେନ୍ଦ୍ର କର।
-
ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ପ୍ରତିରକ୍ଷା ଘାଟିର ୩ ନଂ ଲଞ୍ଚ ପ୍ୟାଡ୍ରୁ ବୁଧବାର ରାତି ୭ଟା ୩୦ରେ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥ୍ୱୀ-୨ର ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି ।ଭୂ-ପୃଷ୍ଠରୁ ଭୂ-ପୃଷ୍ଠକୁ ଉତ୍କ୍ଷେପଣ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ର ୩୫୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ ।
-
ଉତ୍ତର ଅଭ୍ୟନ୍ତର ଓଡ଼ିଶାର କେତେକ ଜିଲ୍ଲା, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ସୋନପୁର, ବଲାଙ୍ଗୀର, ନୂଆପଡ଼ା, ବାଲେଶ୍ବର ଏବଂ ଭଦ୍ରକ ଆଦି ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସଙ୍ଗେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କହିଛି।
-
ବିମାନ ଇନ୍ଧନ ଦର ବୃଦ୍ଧି ଓ ଡଲାର୍ ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ କଥା କହି ସର୍ବନିମ୍ନ ବିମାନ ଯାତ୍ରା ଶୁଳ୍କ ୧୦%ରୁ ୧୫% ବୃଦ୍ଧି କରିବା ଲାଗି ‘ସ୍ପାଇସ୍ଜେଟ୍’ କହିଛି। ସୁରୁଖୁରୁରେ ବିମାନ ଚଳାଚଳ ବଜାୟ ରଖିବା ପାଇଁ ଯାତ୍ରୀ ଭଡ଼ା ବୃଦ୍ଧି ଅପରିହାର୍ଯ୍ୟ ବୋଲି ଏୟାର୍ ଲାଇନ୍ ପକ୍ଷରୁ ସୂଚନା ଦିଆଯାଇଛି।
-
୩ ଦିନରେ ସମୁଦାୟ ୩୦ ଘଣ୍ଟା ଜେରା କରିବା ପରେ ‘ନ୍ୟାସ୍ନାଲ୍ ହେରାଲଡ୍’ ମାମଲାରେ ଚତୁର୍ଥ ପର୍ଯ୍ୟାୟ ଜେରା ନିମନ୍ତେ ଶୁକ୍ରବାର ଦିନ ହାଜର ହେବା ଲାଗି ପ୍ରବର୍ତ୍ତନ ନିର୍ଦେଶାଳୟ ରାହୁଲ୍ ଗାନ୍ଧୀଙ୍କୁ ସମନ୍ ଜାରି କରିଛି।
-
ଆଜି ଦେଶରେ ୧୨ ହଜାର କରୋନା ଦୈନିକ ସଂକ୍ରମଣ ପାର୍ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୧୨ହଜାର ୨୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ସଂକ୍ରମଣ ଜାରି ରହିଥିବାରୁ କିଛି ଆକ୍ରାନ୍ତଙ୍କ ମଧ୍ୟ ମୃତ୍ୟୁ ହେଉଛି । କରୋନା ଯୋଗୁ ଗତ ୨୪ ଘଣ୍ଟାରେ ଆଉ ୧୧ଜଣଙ୍କ ମୃତ୍ୟୁ ହୋଇଛି ।
-
ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ଭାରତର ତାରକା ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା ନିଜ ଜାତୀୟ କୀର୍ତ୍ତିମାନକୁ ଭାଙ୍ଗିଛନ୍ତି। ୨୦୨୧ ମାର୍ଚ୍ଚରେ ପତିଆଲାରେ ନୀରଜ ୮୮.୦୭ ମିଟର ଥ୍ରୋ କରି ନୂତନ ଜାତୀୟ କୀର୍ତ୍ତିମାନ ସୃଷ୍ଟି କରିଥିଲେ।
-
ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ବିମନ ବାନାର୍ଜୀ ଗୁରୁବାର ଦିନ ଗୃହରେ ଦୁଇ ଜଣ ବିଜେପି ବିଧାୟକଙ୍କ ଦ୍ୱାରା ଆଗତ ପୃଥକ ପ୍ରସ୍ତାବକୁ ବିଚାରକୁ ନେଇ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ସମେତ ସାତ ଜଣ ବିଜେପି ବିଧାୟକଙ୍କ ନିଲମ୍ବନକୁ ପ୍ରତ୍ୟାହାର କରିଛନ୍ତି।
-
ବିହାରରେ ଅଗ୍ନିପଥ ସ୍କିମକୁ ନେଇ ଆରମ୍ଭ ହୋଇଥିବା ବିରୋଧ ପ୍ରଦର୍ଶନକୁ ନେଇ ପୂର୍ବ କେନ୍ଦ୍ରୀୟ ରେଳବାଇର ୨୨ଟି ଟ୍ରେନ୍ ବାତିଲ ହୋଇଛି ଏବଂ ୨୯ଟି ଟ୍ରେନ୍ ପ୍ରଭାବିତ ହୋଇଛି। ଏହା ବ୍ୟତୀତ ୫ଟି ଟ୍ରେନର ସମୟ ବଦଳାଇ ଦିଆଯାଇଛି।
-
ରାଜନୈତିକ ପ୍ରତିଶୋଧ ନେବା ପାଇଁ ଉତ୍ତରପ୍ରଦେଶ ସରକାର ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନଙ୍କ ଘର ଭାଙ୍ଗୁଥିବା ଅଭିଯୋଗ କରି ଜମାଏତ-ଉଲେମା-ଇ-ହିନ୍ଦ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା । ଏହି ମାମଲାର ଶୁଣାଣିକରି ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ଏକ ନୋଟିସ ଜାରି କରିଛନ୍ତି । ବେଆଇନ ନିର୍ମାଣ ଉଚ୍ଛେଦ ସଂପର୍କରେ ଆସନ୍ତା ତିନିଦିନ ମଧ୍ୟରେ ଏକ ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ଏକ ନୋଟିସ ଜାରି କରିଛନ୍ତି ।
-
ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ପକ୍ଷରୁ ନିକଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ୫୭ ଜଣ ସାଂସଦଙ୍କ ଅପରାଧିକ ଓ ଆର୍ଥିକ ପୃଷ୍ଠଭୂମି ସଂପର୍କରେ ଏକ ବିଶ୍ଳେଷଣାତ୍ମକ ରିପୋର୍ଟ ପ୍ରକାଶ ପାଇଛି ।
-
ଅପରିହାର୍ଯ୍ୟ ମହାମାରୀ ରୋଗର ମୁକାବିଲା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଭାରତ ନିମନ୍ତେ ୧୨୨ ନିୟୁତ ଡଲାର ଘୋଷଣା କରିଛି। ଶୀଘ୍ର ବେମାରୀର ବିପଦ ଆକଳନ କରିବା, ମହାମାରୀକୁ ରୋକିବା ଓ ତ୍ୱରିତ ପ୍ରତିକ୍ରିୟା ଲାଗି ଏହି ଅର୍ଥ ଦେଶର ୩ ପ୍ରମୁଖ ଚିକିତ୍ସା ଗବେଷଣା ସଂସ୍ଥା ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର), ନ୍ୟାସନାଲ ଇନିଷ୍ଟିଚ୍ୟୁଟ ଅଫ ଭାଇରୋଲଜି (ଏନଆଇଭି) ଓ ନ୍ୟାସନାଲ ଇନିଷ୍ଟେଚ୍ୟୁଟ ଅଫ ଇପିଡେମିୟୋଲଜି (ଏନଆଇଇ) ଙ୍କୁ ପ୍ରଦାନ କରାଯିବ।
-
ଶ୍ରୀବତ୍ସ ଜେନାଙ୍କ ଭୁବନେଶ୍ବର ବରମୁଣ୍ଡା ସ୍ଥିତ ହାଉସିଂବୋର୍ଡ ସି/୧୭ ଘରେ ଚଢାଉ ଜାରି ରହିଛି । ଚଢାଉରେ ସ୍ଥାନୀୟ ତହସିଲଦାରଙ୍କ ସହ ଅନେକ ସରକାରୀ କର୍ମଚାରୀ ସାମିଲ ଅଛନ୍ତି । ତେବେ ଯାଜପୁର ଡଙ୍କାରି ପାହାଡ଼ରୁ ପଥର ଖୋଳା ମାମଲା ଚଢାଉ କରାଯାଇଥିବା ସୂଚନା ମିଳୁଛି । ବିନା ନିଲାମରେ ଡଙ୍କାରି ପାହାଡ଼ରୁ ଖୋଳା ଚାଲିଥିଲା । ୫୯ କୋଟି ଟଙ୍କାର ଅଧିକ ପଥର ଖୋଳି ଚାଲାଣ କରିଥିବା ଅଭିଯୋଗ ହୋଇଥିଲା ।
-
ବିହାର ଜେଡିୟୁ ଅଧ୍ୟକ୍ଷ ଉମେଶ କୁଶୱାହ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ନୀରଜଙ୍କୁ ଗତ ଜୁନ ୧୪ ତାରିଖରେ ଦଳରୁ ବହିଷ୍କାର କରିଥିଲେ । ଦଳରୁ ବହିଷ୍କାର ହେବା ପରେ ଏବେ ସେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି ।ସାରା ରାଜ୍ୟରେ ପାର୍ଟି ଛୋଡୋ ଆନ୍ଦୋଳନ କରିବା ନେଇ ଘୋଷଣା କରିଛନ୍ତି ଜେଡିୟୁର ପୂର୍ବତନ ମୁଖପାତ୍ର ଜିତେନ୍ଦ୍ର ନୀରଜ।
-
ସାତକୋଶିଆରେ ଗୁରୁବାରଠାରୁ ଆରମ୍ଭ ହୋଇଛି ବାଘ ଗଣନା । ୭ ଦିନ ପର୍ଯ୍ୟନ୍ତ ସର୍ଭେ ଚାଲିବ । ସେପଟେ କିନ୍ତୁ ସାତକୋଶିଆରେ ଥିବା ଏକମାତ୍ର ବାଘୁଣୀର ଦୀର୍ଘ ୬ ମାସ ହେବ ମିଳୁନାହିଁ ପତ୍ତା ।
-
ଗୁରୁବାରଠାରୁ ନୂଆ ଏଲପିଜି କନେକ୍ସନ ନେବା ଲାଗି ପ୍ରତି କନେକ୍ସନ ପିଛା ଗ୍ରାହକଙ୍କୁ ଅଧିକ ୭୫୦ ଟଙ୍କା ଦେବାକୁ ପଡିବ। ଏଲପିଜି ନୂଆ କନେକ୍ସନ ମୂଲ୍ୟବୃଦ୍ଧି ହେବା ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବୋଲି ଏବେ ବୁଝା ଯାଉଛି। ପୂର୍ବରୁ ନୂଆ କନେକ୍ସନ ନେବାକୁ ହେଲେ ଗ୍ରାହକଙ୍କୁ ୧୪୫୦ ଟଙ୍କା ଦେବାକୁ ପଡୁଥିଲା।