-
ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ ସମ୍ପର୍କିତ ସମସ୍ତ ମାମଲାକୁ ଆଲ୍ଲାହାବାଦ ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଛି। ମଥୁରା ଜିଲା କୋର୍ଟରେ ଶୁଣାଣି ହେଉଥିବା ଉକ୍ତ ମାମଲାଗୁଡ଼ିକୁ ଏଣିକି ହାଇକୋର୍ଟ ଶୁଣାଣି କରିବେ।
-
ଶୁକ୍ରବାର ଦିନ ରୁଷ୍ର ଗୋଟାଏ କ୍ଷେପଣାସ୍ତ୍ର ପୂର୍ବାଞ୍ଚଳ ୟୁକ୍ରେନ୍ ସହର ନିପ୍ରୋରେ ଥିବା ଏକ କ୍ଲିନିକ୍ରେ ପଡ଼ିବାରୁ ୨ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଓ ୩୦ଜଣ ଆହତ ହୋଇଛନ୍ତି।
-
ଆଇଆଇଟିଟିଏମ୍ କୋଣାର୍କ ସୂର୍ଯ୍ୟ ମନ୍ଦିର ସମେତ ଦେଶର ୪୦ଟି ପ୍ରମୁଖ ଐତିହ୍ୟ ସ୍ଥଳର ନିକଟରେ ସର୍ଭେ କରାଯାଇଥିଲା। ଏହି ସର୍ଭେରୁ ଜଣାପଡ଼ିଛି ଯେ ୨୦୧୪ରୁ ଲଗାତାର ସ୍ମାରକୀଗୁଡ଼ିକୁ ଘରୋଇ ଓ ବିଦେଶୀ ପର୍ଯ୍ୟଟକମାନଙ୍କ ସଂଖ୍ୟା ହ୍ରାସ ପାଉଛି।
-
ଗ୍ରାମୀଣ ଗରିବଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଅକ୍ଟୋବର ୨୦୨୦ରେ ଦେଶରେ ଆରମ୍ଭ ହୋଇଥିଲା ସ୍ବାମିତ୍ବ ଯୋଜନା। ୨୦୨୨ ଡିସେମ୍ବର ସୁଦ୍ଧା ଏହି ଯୋଜନାରେ ଦେଶର ୩୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଏକ କୋଟି ୭ ଲକ୍ଷ ୧୬ ହଜାର ୧୩ ସମ୍ପତ୍ତି କାର୍ଡ ପ୍ରସ୍ତୁତ କରାଯାଇଛି। ଓଡିଶାରେ ଏହି ସଂଖ୍ୟା ରହିଛି ମାତ୍ର ୩୧୬।
-
ଗତବର୍ଷଠାରୁ ଷ୍ଟାର୍ଟଅପ୍ ଜଗତରେ ଆରମ୍ଭ ହୋଇଥିବା ଛଟେଇ ଧାରା ଏବେବି ଜାରି ରହିଛି। ଇତିମଧ୍ୟରେ ୨୭ ହଜାରରୁ ଅଧିକ କର୍ମଚାରୀ ଚାକିରି ହରାଇଛନ୍ତି। ସେମାନଙ୍କ ଭିତରୁ ୮୦୦୦ରୁ ଅଧିକ କର୍ମଚାରୀ ୨୦୨୩ରେ ଛଟେଇ ହୋଇଛନ୍ତି।
-
ଜଳବାୟୁ ପରିବର୍ତ୍ତନକୁ ନେଇ ଜାତିସଂଘ ପକ୍ଷରୁ ଗଠନ କରାଯାଇଥିବା ଉପଦେଷ୍ଟା କମିଟିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନିଙ୍କୁ ସାମିଲ କରାଯାଇଛି। ଏହି କମିଟିରେ ଭାରତର ସୁନିତା ନାରାୟଣ ମଧ୍ୟ ରହିଛନ୍ତି।
-
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ନବୀକରଣ କାର୍ଯ୍ୟ ପାଇଁ ମୋଟ୍ ୫୨.୭୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଦିଲ୍ଲୀ ସରକାରଙ୍କ ଭିଜିଲାନ୍ସ ବିଭାଗ ଦ୍ବାରା ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କ ନିକଟରେ ଆଜି ଏନେଇ ଏକ ରିପୋର୍ଟ ଦାଖଲ କରାଯାଇଛି।
-
ସାରା ଦେଶରେ ମୌସୁମୀ ପ୍ରଥମ ମାସରେ ନିଅଣ୍ଟିଆ ବର୍ଷା ହେବାକୁ ଥିବା ବେଳେ ଓଡ଼ିଶାରେ ମଧ୍ୟ ବର୍ଷାର ପରିମାଣ କମ୍ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ କୁହାଯାଇଛି। ରାଜ୍ୟରେ ଜୁନ୍ ମାସରେ ନିଅଣ୍ଟିଆ ବର୍ଷା ହେବ। ଦେଶରେ ହାରାହାରି ବର୍ଷା ଦୀର୍ଘକାଳୀନ ପରିମାଣର ୯୪ ପ୍ରତିଶତ ପଶ୍ଚିମ ଭାରତରେ ୯୨ ପ୍ରତିଶତ ଏବଂ ଓଡ଼ିଶାରେ ୯୫-୯୬ ପ୍ରତିଶତ ହେବାର ସମ୍ଭାବନା ରହିଛି।
-
କୋଭିଡ୍ ମହାମାରୀ ଜନିତ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ନିୟୋଜିତ ହୋଇଥିବା କର୍ମଚାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ ବନ୍ଦ ହେବ। ସୂଚନାଯୋଗ୍ୟ ଯେ କୋଭିଡ୍ ମହାମାରୀ ପରିଚାଳନା ପାଇଁ ସ୍ୱାସ୍ଥ୍ୟ ବିଭାଗ ନର୍ସିଂ ଅଫିସର, ଫାର୍ମାସିଷ୍ଟ, ଲ୍ୟାବ୍ ଟେକ୍ନିସିଆନ୍, ରେଡିଓଗ୍ରାଫର, ବହୁମୁଖୀ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ସେମାନଙ୍କ ନିଷ୍ଠାପର ଉଦ୍ୟମ ହେତୁ ସରକାରୀ ନିଯୁକ୍ତି ପରୀକ୍ଷାରେ ସେମାନଙ୍କୁ ଅତିରିକ୍ତ ୫% ମାର୍କ ଦେବା ପାଇଁ ସରକାର ଗତବର୍ଷ ଘୋଷଣା କରିଛନ୍ତି।
-
ଏମ୍ସ ଭୁବନେଶ୍ୱରରେ ଏମ୍ବିବିଏସ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗବେଷଣା ଏବଂ ନବସୃଜନ ଦିଗରେ ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ସହିତ ସକ୍ରିୟ ଭାଗିଦାରୀତା ତଥା ସହଯୋଗ ନିମନ୍ତେ ଟିଚିଙ୍ଗ୍ ଆସିଷ୍ଟାଣ୍ଟ୍(ଟିଏ) ଏବଂ ରିସର୍ଚ୍ଚ ଆସିଷ୍ଟାଣ୍ଟ୍(ଆର୍ଏ) କାର୍ଯ୍ୟକ୍ରମ ଆରମ୍ଭ ହେବ।
-
ହରେକୃଷ୍ଣ ମହତାବ ରାଜ୍ୟ ଲାଇବ୍ରେରୀରେ ୱାଇଫାଇ ବ୍ୟବସ୍ଥା ଉପଲ୍ବଧ କରାଯିବ। ରାଜ୍ୟ ପାଠାଗାରରେ ଭିଡ କମାଇବା ପାଇଁ ବାପୁଜୀ ନଗରରେ ଜନ ଲାଇବ୍ରେରୀ ଖୋଲାଯିବ। ସେଠାରେ ଅତ୍ୟାଧୁନିକ ସୁବିଧା ସୁଯୋଗର ବିକାଶ କରାଯିବ। ସେଠାରେ ମଧ୍ୟ ଫୁଡକୋର୍ଟର ବ୍ୟବସ୍ଥା ରଖାଯିବ।
-
କାଳବୈଶାଖୀଜନିତ ବର୍ଷାକୁ ଦୃଷ୍ଟିରେ ରଖି ଆଗାମୀ ୫ ଦିନ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବର୍ଷା ସମୟରେ ଘଣ୍ଟାପ୍ରତି ୩୦ ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
-
ଭୁବନେଶ୍ୱରରେ ମେଟ୍ରୋ କାମ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜୁନ ମାସରେ ମେଟ୍ରୋ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବ । ଭିତ୍ତିପ୍ରସ୍ତରର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
-
ଜାତୀୟ ଶିକ୍ଷା ନୀତି କ୍ରୀଡାକୁ ଏକ ବିଷୟ ଭାବେ ସାମିଲ କରିବା ପାଇଁ ପ୍ରସ୍ତାବ ଦେଇଛି ଯାହା ପାଠ୍ୟକ୍ରମର ଏକ ଅଂଶ ହେବ। ଦେଶର ପ୍ରଥମ ଜାତୀୟ କ୍ରୀଡା ବିଶ୍ୱବିଦ୍ୟାଳୟ ନିର୍ମାଣ ଏହି ଲକ୍ଷ୍ୟକୁ ଆହୁରି ମଜ୍ବୁତ କରିବ।
-
ଜଣେ ବ୍ୟକ୍ତି ଆମେରିକାରେ ୩୩ ବର୍ଷ ସଜ୍ଜା କାଟିବା ପରେ ଏବେ ନିର୍ଦୋଷରେ ଖଲାସ ହୋଇଛନ୍ତି । ସେ ଏକ ହତ୍ୟା ଉଦ୍ୟମ ମାମଲାରେ ଜେଲ୍ରେ ଥିଲେ । ମାତ୍ର ଏହି ଘଟଣା ବେଳେ ସେ ଉପସ୍ଥିତ ନଥିବା ଏବେ ପ୍ରମାଣିତ ହୋଇଛି ।
-
ଖୋର୍ଦ୍ଧା ଜିଲାର ଟାଙ୍ଗୀ ବ୍ଲକସ୍ଥିତ ଲେଣ୍ଡ ଗ୍ରାମରୁ ଏକ ମୁଣ୍ଡ ବିହୀନ ବୁଦ୍ଧମୂର୍ତ୍ତି ଓ ପଥର ନିର୍ମିତ ୨ଟି ଆଙ୍କୋର ଉଦ୍ଧାର କରାଯାଇଛି। ଏହି ମୂର୍ତ୍ତି କାରୁକାର୍ଯ୍ୟ ଶୈଳୀକୁ ଅନୁଧ୍ୟାନ ପରେ ଏହା ଅଷ୍ଟମ ଶତାବ୍ଦୀରେ ନିର୍ମାଣ କରାଯାଇଥିବା ଜଣାପଡ଼ିଛି।
-
ସତ୍ୟେନ୍ଦ୍ର ଜୈନଙ୍କୁ ଆଜି ସୁପ୍ରିମକୋର୍ଟ ସ୍ୱାସ୍ଥ୍ୟଗତ ଆଧାରରେ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ଜେ.କେ. ମାହେଶ୍ୱରୀ ଓ ପି.ଏସ. ନରସିମ୍ହାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ଜୈନଙ୍କୁ ନିଜ ପସନ୍ଦର ହସ୍ପିଟାଲରେ ଚିକିତ୍ସିତ ହେବାକୁ ଅନୁମତି ଦେଇଛନ୍ତି। ଜୁଲାଇ ୧୦ ସୁଦ୍ଧା ଚିକିତ୍ସା ସମ୍ପର୍କିତ ସମସ୍ତ ଦସ୍ତାବିଜ ଦାଖଲ କରିବାକୁ କୋର୍ଟ କହିଛନ୍ତି।
-
ଚାଇନାରେ ପୁଣିଥରେ ଆସିପାରେ କରୋନାର ଲହର। ଆଉ ଏହି ଲହର ଏତେ ବିପଦଜନକ ଯେ ଆଶଙ୍କା କରାଯାଉଛି କି ଜୁନରେ ପ୍ରତି ସପ୍ତାହରେ ସାଢେ ୬ କୋଟି ଲୋକ କରୋନାର ଏହି ଲହରରେ ସଂକ୍ରମିତ ହୋଇପାରନ୍ତି।
-
ବମ୍ବେ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ରମେଶ ଦେବକୀନନ୍ଦନ ଧନୁକାଙ୍କୁ ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ମିଳିଛି। ସେ ଆସନ୍ତା ୩୦ରେ ୬୨ ବର୍ଷରେ ପଦାର୍ପଣ କରିବା ସହ ଅବସର ନେବେ।
-
ଉରୁଗୁଏ ବିପକ୍ଷରେ ୩-୨ ଗୋଲ୍ରେ ବିଜୟ ହାସଲ କରି ଇଂଲଣ୍ଡ ୨୦ବର୍ଷରୁ କମ୍ ଫୁଟ୍ବଲ ବିଶ୍ୱକପ୍ ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଏଥିସହିତ ଦଳ ଅନ୍ୟତମ ଟାଇଟଲ ଫେଭରାଇଟ୍ ହୋଇ ଉଭା ହୋଇଛି।