# |
Date |
Type |
Current Affairs |
No. Of Views |
Status |
Action |
2611 |
20-12-2021 |
Odia |
- ରାଜ୍ୟର ୯ଟି ସ୍ଥାନର ତାପମାତ୍ରା ୧୨ଡିଗ୍ରୀ ତଳେ ରହିଛି । ୮.୫ ଡିଗ୍ରୀ ତାପମାତ୍ରା ସହ ଦାରିଙ୍ଗବାଡି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବରେ ରେକର୍ଡ କରିଥିବା ବେଳେ ବଲାଙ୍ଗୀର ୯ ଡିଗ୍ରୀ, କୋରାପୁଟ ଏବଂ ଫୁଲବାଣୀରେ ୯.୫ ଡିଗ୍ରୀ, ସୁନ୍ଦରଗଡରେ ୧୦ ଡିଗ୍ରୀ, ଟିଟିଲାଗଡ ଏବଂ ସୋନପୁରରେ ୧୦.୮ ଡିଗ୍ରୀ, ଝାରସୁଗୁଡାରେ ୧୧.୨, ଭବାନୀପାଟଣାରେ ୧୧.୬ ଏବଂ ନୟାଗଡରେ ୧୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
- ମହାନଦୀ ଉପରେ ନିର୍ମିତ ଏହି ସେତୁର ଲମ୍ବ ୩ ହଜାର ୧୩୯ ମିଟର ରହିଛି । ଏଥିପାଇଁ ଖର୍ଚ୍ଚ ହୋଇଛି ୧୩୧ କୋଟି ଟଙ୍କା । କଟକ ବଡ଼ମ୍ବା ନରସିଂହପୁରରୁ ବାଙ୍କି ବୈଦେଶ୍ବରକୁ ସଂଯୋଗ କରୁଛି ଏହି ସେତୁ । ଆଜି ରାଜ୍ୟ ପାଇବ ଦୀର୍ଘତମ ସେତୁ । ଏହା ଦେଖିବାକୁ ଇଂରାଜୀ ଅକ୍ଷର ଟି ପରି ହୋଇଥିବାରୁ ଏହାର ନା ରଖାଯାଇଛି ‘ଟି-ସେତୁ।
- ଭବାନୀପାଟଣା ଆକାଶବାଣୀ କେନ୍ଦ୍ର ଅଧୀନରେ ଜୟପୁର ଆକାଶବାଣୀ କେନ୍ଦ୍ରକୁ ରଖାଯିବ ନେଇ ନିଷ୍ପତ୍ତି ନେଇଛି ପ୍ରସାର ଭାରତୀ ।ସ୍ଥାନୀୟ ଲୋକେ ଏଭଳି ନିଷ୍ପତ୍ତିକୁ ନାପସନ୍ଦ କରିବା ସହ ଆଞ୍ଚଳିକ ଭାଷା ଓ କାଳସଂସ୍କୃତିର ସୁରକ୍ଷା ପାଇଁ ନିଷ୍ପତିର ପୁନର୍ବିଚାର ହେବା ଆବଶ୍ୟକ ବୋଲି କହିଛନ୍ତି ଲୋକେ ।
- ଧାର୍ମିକ ଅବମାନନାକୁ ନେଇ ପଞ୍ଜାବରେ ଦୁଇ ଦିନରେ ହୋଇଛି ଦୁଇଟି ହତ୍ୟା । ଅମୃତସର ସ୍ଥିତ ସ୍ବର୍ଣ୍ଣ ମନ୍ଦିର ଭିତରେ ଗୁରୁ ଗ୍ରନ୍ଥ ସାହିବଙ୍କୁ ଅସମ୍ମାନ ଅଭିଯୋଗରେ ଶନିବାର ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯିବାର ମାତ୍ର କେଇ ଘଣ୍ଟା ପରେ କପୁରତାଲାରେ ଆଉ ଜଣେ ଯୁବକଙ୍କୁ ସମାନ ଅଭିଯୋଗରେ ହତ୍ୟା କରାଯାଇଛି ।
- ବଡ଼ ବଜେଟର ଫିଲ୍ମ RRR ରିଲିଜ ହେବା ପୂର୍ବରୁ ଏକ ସାଉଥ ଫିଲ୍ମ ବକ୍ସ ଅଫିସରେ ଧମାଲ କରିଛି । ଏହି ଫିଲ୍ମର ନାମ ହେଉଛି ପୁଷ୍ପା: ଦ ରାଇଜ୍ । ଯାହାର ଅଭିନେତା ହେଉଛନ୍ତି ଅଲ୍ଲୁ ଅର୍ଜୁନ । ଅଲ୍ଲୁ ଅର୍ଜୁନ ଷ୍ଟାରର ଏହି ଫିଲ୍ମ ବକ୍ସ ଅଫିସରେ ଦୁଇ ଦିନରେ ୧୦୦ କୋଟିରୁ ଅଧିକ ରୋଜଗାର କରିଛି
- ରାଉରକେଲା ବନଖଣ୍ଡରେ ଗଣନା ହେବ ବାଘ ସଂଖ୍ୟା । ଆସନ୍ତା ୨୫ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ବାଘ ଗଣନା ଅନୁଷ୍ଠିତ ହେବ।
- ଭାରତରେ ବଢୁଛି ସ୍ପାମ୍ କଲ ସଂଖ୍ୟା । ପ୍ରତିଦିନ ଆସୁଛି ୬.୬୪ ଲକ୍ଷ ମିଛ କଲ, ଟାର୍ଗେଟରେ ରହୁଛି ବ୍ୟାଙ୍କ ଠକେଇ।
- ବନ୍ୟଜନ୍ତୁଙ୍କ ସହ ମୁହାଁମୁହିଁରେ ୪ ବର୍ଷରେ ଗଲାଣି ୫ଶହ ଜୀବନ, ବିକଳାଙ୍ଗ ହେଲେଣି ହଜାରେରୁ ଅଧିକ ।
- ଶିବସେନାକୁ ଚ୍ୟାଲେଞ୍ଜ ଦେଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା । କହିଲେ, ସାହସ ଅଛି ତ ଇସ୍ତଫା ଦେଇ ଆଉ ଥରେ ନିର୍ବାଚନ ଲଢ ।
- ନିର୍ବାଚନ ଉପରେ ଓମିକ୍ରନର କଳାବାଦଲ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହୁଛି, ଅଯଥା ଗହଳି ଓ ସମାଗମ ବନ୍ଦ କରାଯାଉ, ହେଲେ ନିର୍ବାଚନ ରାଲିରେ ସବୁକିଛିର ହେଉଛି ଉଲ୍ଲଂଘନ ।
- ଅଣ୍ଡର-୧୯ ବିଶ୍ଵ କପ୍ ପାଇଁ ଭାରତୀୟ ଦଳ ଘୋଷଣା, ୟଶ ଧୁଲ ହେଲେ ଅଧିନାୟକ ।
- ସୋମବାର ଠାରୁ ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ସେବାର ଶୁଭାରମ୍ଭ କରିବେ ।
- ଭାରତୀୟ କ୍ରିକେଟ୍ ଟିମ୍ର ୱିକେଟ୍କିପର ଓ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଭଲ ପ୍ରଦର୍ଶନ କରିବା ସହିତ ୩ଟି ଯାକ ଫର୍ମାଟରେ ନିଜର ସ୍ଥାନକୁ ସୁରକ୍ଷିତ ରଖିଛନ୍ତି। ଏବେ ଋଷଭ ପନ୍ତଙ୍କୁ ଉତ୍ତରାଖଣ୍ଡ ସରକାର ନିଜ ରାଜ୍ୟ ପାଇଁ ବ୍ରାଣ୍ଡ ଆମ୍ବାସଡ଼ର ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି।
- ୫୩ ବର୍ଷୀୟ କାର୍ଲୋସ ଅନେକ ଦିନରୁ କୋମାରେ ଥିଲେ। ସଂଗୀତ ପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର ଆସିଛି। ସ୍ପେନିଶ ଷ୍ଟାର କାର୍ଲୋସ ମେରିନଙ୍କ ପରଲୋକ ହୋଇଯାଇଛି। କୋଭିଡ-୧୯ କାରଣରୁ କାର୍ଲୋସଙ୍କ ରବିବାର ରାତିରେ ମଞ୍ଚେଷ୍ଟର ହସ୍ପିଟାଲରେ ମୃତ୍ୟୁ ହୋଇଛି। କାର୍ଲୋ
- ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବାତ୍ୟାରେ ଏପର୍ଯ୍ୟନ୍ତ ୨୦୮ ଜଶଙ୍କା ମୃତ୍ୟୁ ହୋଇସାରିଛି। ବିଧ୍ବସ୍ତ ଦ୍ବୀପ ‘ଫିଲିପ୍ପିନ୍ସ୍’ରେ ଏବେ ପାଣି ଓ ଖାଦ୍ୟର ଅଭାବ ଦେଖାଯାଇଛି। ଲକ୍ଷାଧିକ ଲୋକ ବାତ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି।
- ଓଡିଶା ସରକାର ଡିସେମ୍ବର ୨୦ ରୁ ଚାରିଟି ଜିଲ୍ଲାକୁ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ କରିବେ। ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, ନବରଙ୍ଗପୁର, ନୁଆପଡା ଏବଂ କାଲାହାଣ୍ଡି ଜିଲ୍ଲାରେ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ ହେବ। ସ୍ୱାସ୍ଥ୍ୟମନ୍ତ୍ରୀ ନବା କିଶୋର ଦାସ କହିଛନ୍ତି ଯେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆଜି ମୁଖ୍ୟମନ୍ତ୍ରୀ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ କରିବେ।
- ରାଜ୍ୟରେ ୧୮୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିନକ ମଧ୍ୟରେ ୨୫୮ ଜଣ ସୁସ୍ଥ ହୋଇଛନ୍ତି। ୧୮ ବର୍ଷରୁ କମ୍ ବୟସର ୩୯ ଜଣ ଚିହ୍ନଟ ହୋଇଛନ୍ତି। ସଂଗରୋଧରୁ ୧୦୯ ଏବଂ ସ୍ଥାନୀୟ ସଂକ୍ରମିତ ୭୭ ଜଣ ଚିହ୍ନଟ ହୋଇଥିବା ଜଣାଯାଇଛି।
- ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧ରେ ପହଞ୍ଚିଛି। ଇତିମଧ୍ୟରେ ୧୧ଟି ରାଜ୍ୟରେ ଓମିକ୍ରନ ଭୂତାଣୁ ପାଦ ଥାପିଛି। ରବିବାର ମହାରାଷ୍ଟ୍ରରେ ଆଉ ୬ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
- ଭାରତ ସାମଗ୍ରିକ ବିକାଶକୁ ପ୍ରାଧାନ୍ୟ ଦେବା ଲକ୍ଷ୍ୟରେ ‘୪ସି’ ଆଧାରିତ ବାଣିଜ୍ୟ, ଦକ୍ଷତା ବୃଦ୍ଧି, ସଂଯୋଗୀକରଣ ଏବଂ ଯୋଗାଯୋଗ ବୃଦ୍ଧି ଭଳି ପାଞ୍ଚଟି ରଣନୀତିକ ବିଷୟକୁ ଗ୍ରହଣ କରି ମଧ୍ୟ ଏସୀୟ ଦେଶ ସହ ପରବର୍ତ୍ତୀ ସ୍ତରକୁ ଯିବାକୁ ପ୍ରସ୍ତୁତ ଅଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି।
- ଭାରତୀୟ ରଗ୍ବୀ ଫୁଟବଲ ୟୁନିୟନ, ଓଡ଼ିଶା ସରକାର ଓ ଓଡ଼ିଶା ରଗ୍ବୀ ଆସୋସିଏସନ ଆନୁକୂଲ୍ୟରେ କିଟ୍ ବିଶ୍ବବିଦ୍ୟାଳୟରେ ଚାଲିଥିବା ଅଷ୍ଟମ ଜାତୀୟ ବରିଷ୍ଠ ରଗ୍ବୀ ସେଭେନ୍ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ଏଥିରେ ଓଡ଼ିଶା ମହିଳା ଦଳ ସ୍ବର୍ଣ୍ଣ ଓ ପୁରୁଷ ଦଳ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି।
|
598 |
Y |
|
2612 |
19-12-2021 |
English |
- India reported 7,145 fresh COVID-19 cases and 289 deaths in the last 24 hours, informed the Ministry of Health and Family Welfare on Saturday. The country's active caseload currently stands at 84,565, the lowest in 569 days.
- Former Supreme Court judge Justice Girish Thakorlal Nanavati breathed his last on Saturday at the age of 86, news agency PTI reported. He had investigated the 1984 anti-Sikh and the 2002 Godhra riots.
- Around Rs 7 crore were defrauded from the people of the Bhubaneswar urban police district (UPD) area through cyber platforms till December 15, 2021, informed Deputy Police Commissioner (DCP) Uma Shankar Dash .
- Odisha Government has added Ethics and Values, a new subject, to Undergraduate (UG) programme for students.
- Odisha Government has added Ethics and Values, a new subject, to Undergraduate (UG) programme for students. India today successfully test-fired Agni P missile from Dr APJ Abdul Kalam Island here off the coast of Odisha.
- The new cases of Omicron have been detected after five cases were reported in the state on Thursday.
- China's oldest person, Alimihan Seyiti, died at the age of 135 on Thursday in Xinjiang Uygur Autonomous Region, local authorities said.
- Shahjahanpur, Uttar Pradesh
- Prime Minister Narendra Modi today laid the foundation stone of the 594-km Ganga Expressway in Uttar Pradesh's Shahjahanpur district.
- Goa Forward Party and Congress announced their alliance on Friday ahead of Goa Elections 2022.
- Chief Minister Naveen Patnaik today released the book titled,” Gajapati: A king without A Kingdom’. Written by Ashok Bal, the book deals with the fascinating history of Gajapatis beginning from Suryavanshi Gajapati Kapilendra Deb.
- Chief Minister Naveen Patnaik today inaugurated O-Hub, a flagship initiative of Government of Odisha, to support start-up formation and subsequent scale-up.
- The All-India Senior selection committee has named KL Rahul as vice-captain for the upcoming 3-match Test series against South Africa. KL Rahul replaced Rohit Sharma as vice-captain, who was ruled out of the Test series owing to a hamstring injury.
- Senior IPS officer Suhant Nath’s wife, a doctor by profession, lost Rs 10 lakh from her salary account which was withdrawn by unidentified cyber criminals over a period of two years.
- Odisha Staff Selection Commission (OSSC) is inviting online applications from intending candidates to fill up 140 posts of Junior Assistants as Initial Appointees under different heads of departments of the State government.The online registration for the recruitment drive will commence on December 22, 2021 and continue till January 24, 2022.
- The Odisha government on Friday approved steelmaker AMNS India's proposal to set up a 24 mtpa integrated steel plant in Kendrapara district at an investment of Rs 1.02 lakh crore, officials said.
- The hearing of Mahanadi water dispute between Odisha and Chhattisgarh has been rescheduled for February first week.
- National Aluminium Company Limited (Nalco) is inviting applications for various awards to be handed over to the winners in its upcoming Foundation Day-2022. The last date of submission of applications is 31st December 2021
- Several districts of Odisha reported cold waves on Saturday, with temperature recording as low as seven degrees Celsius in Phulbani and Kandhamal districts.
- Subhranshu Senapati, who captained the Odisha team in the recently concluded group stage of the BCCI Vijay Hazare Trophy, has been called up for trials for the Chennai Super Kings franchise in the Indian Premier League
|
620 |
Y |
|
2613 |
19-12-2021 |
Odia |
- ମହିଳାଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନେଇଛି ଭାରତୀୟ ରେଳବାଇ । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଦୂରଗାମୀ ଟ୍ରେନରେ ଏହି ବ୍ୟବସ୍ଥା କରାଯିବା ସହ ଅନ୍ୟାନ୍ୟ ସୁରକ୍ଷା ଉପରେ ଗୁରୁତ୍ବ ଦିଆଯିବ । ଦୂରଗାମୀ ମେଲ ଓ ଏକ୍ସପ୍ରେସ ଟ୍ରେନ, ଗରିବ ରଥ, ରାଜଧାନୀ ଏକ୍ସପ୍ରେସର ସ୍ଲିପର କୋଚରେ ୬ଟି ବର୍ଥ ମହିଳାଙ୍କ ଲାଗି ସଂରକ୍ଷିତ ରହିବ ।
- ଗତ ୬ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳରେ ବିଭିନ୍ନ ଗୃହ ନିର୍ମାଣ ଯୋଜନା ଅଧିନରେ ମୋଟ ୩୧.୦୮ ଲକ୍ଷ ଗୃହ ନିର୍ମାଣ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗ୍ରାମାଞ୍ଚଳରେ ଗୃହ ନିର୍ମାଣ ଯୋଜନା ସମ୍ପର୍କିତ ସମୀକ୍ଷା ବୈଠକରୁ ପ୍ରକାଶ ।
- ଗତ ୬ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳରେ ବିଭିନ୍ନ ଗୃହ ନିର୍ମାଣ ଯୋଜନା ଅଧିନରେ ମୋଟ ୩୧.୦୮ ଲକ୍ଷ ଗୃହ ନିର୍ମାଣ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗ୍ରାମାଞ୍ଚଳରେ ଗୃହ ନିର୍ମାଣ ଯୋଜନା ସମ୍ପର୍କିତ ସମୀକ୍ଷା ବୈଠକରୁ ପ୍ରକାଶ ।
- ଷ୍ଟାର୍ଟଅପ୍ କ୍ଷେତ୍ରରେ ଆଗଉଛି ଓଡ଼ିଶା । ଓ-ହବ୍ ଷ୍ଟାର୍ଟଅପ୍ ଓଡ଼ିଶା ଇନ୍କ୍ୟୁବେସନର ଶୁଭାରମ୍ଭ । ଚନ୍ଦ୍ରଶେଖରପୁରରେ ଓ-ହବ୍ ଷ୍ଟାର୍ଟଅପ୍ ସେଣ୍ଟରକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
- ଷ୍ଟାର୍ଟଅପ୍ ପାଇଁ ରାଜ୍ୟ ସରକାର ଏକ ନୂଆ ଡ୍ରାଫ୍ଟ ପଲିସି ଆଣିବେ । ଏଥିରେ ସ୍କୁଲ ପାଠ୍ୟକ୍ରମରେ ଏଣ୍ଟରପ୍ରେନରସିପ୍କୁ ନେଇ ସ୍ୱତନ୍ତ୍ର ପାଠ୍ୟକ୍ରମ ସ୍ଥାନ ପାଇବ ।
- ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଦୂରଗାମୀ ଟ୍ରେନରେ ଏହି ବ୍ୟବସ୍ଥା କରାଯିବା ସହ ଅନ୍ୟାନ୍ୟ ସୁରକ୍ଷା ଉପରେ ଗୁରୁତ୍ବ ଦିଆଯିବ । ଦୂରଗାମୀ ମେଲ ଓ ଏକ୍ସପ୍ରେସ ଟ୍ରେନ, ଗରିବ ରଥ, ରାଜଧାନୀ ଏକ୍ସପ୍ରେସର ସ୍ଲିପର କୋଚରେ ୬ଟି ବର୍ଥ ମହିଳାଙ୍କ ଲାଗି ସଂରକ୍ଷିତ ରହିବ ।
- ସଂଯୁକ୍ତ ସଂଘର୍ଷ ପାର୍ଟି ନାମରେ ନୂଆ ଦଳ ଘୋଷଣା କରିଛନ୍ତି ଗୁରନାମ । ବିଧାନସଭା ନିର୍ବାଚନରେ ପଞ୍ଜାବର ସମସ୍ତ ଆସନରେ ଦଳ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛନ୍ତି ଗୁରନାମ । ରାଜନୀତି ଏବେ ପ୍ରଦୂଷିତ ହେବାରେ ଲାଗିଛି । ଏହାକୁ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି ।
- ଶନିବାର ସଫଳତାର ସହ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ଭାରତ । ଆଜି ଓଡିଶାର ଧାମରା ଅବଦୁଲ୍ କାଲାମ ଦ୍ୱୀପରୁ ଭାରତ ଆଣବିକ କ୍ଷମତାସମ୍ପନ୍ନ ଅଗ୍ନି ପ୍ରାଇମ୍ ମିସାଇଲର ସଫଳ ପରୀକ୍ଷଣ କରିଛି ।
- ଶୁକ୍ରବାର ଦ୍ବିତୀୟାର୍ଦ୍ଧରେ ଲଖିମପୁର ଖେରୀ ଘଟଣାରେ ବିରୋଧୀ ଦଳ ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ଲାଗି ଜୋରଦାର ଦାବି କରୁଥିବା ବେଳେ ତା’ ଭିତରେ କେନ୍ଦ୍ର ସରକାର ଲୋକସଭାରେ ୩ଟି ବିଲ୍ ପାସ୍ କରାଇ ନେଇଛନ୍ତି।
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ୫୯୪ କିମି ଦୀର୍ଘ ଛଅ ଲେନ୍ ବିଶିଷ୍ଟ ଗଙ୍ଗା ଏକ୍ସପ୍ରେସ୍ୱେ ୩୬,୨୦୦ କୋଟି ଟଙ୍କା ଅଟକଳ ମୂଲ୍ୟ ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
- ଏକ ସଭ୍ୟ ସମାଜରେ ତାହାର ସ୍ଥାନ ନାହିଁ ବୋଲି ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି)ର ଅଧ୍ୟକ୍ଷ ଜଷ୍ଟିସ ଅରୁଣ ମିଶ୍ର କହିଛନ୍ତି । ଦେଶର ପାଞ୍ଚଟି ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ମାନବାଧିକାର ସମ୍ପର୍କିତ ଅଭିଯୋଗଗୁଡିକ ସମ୍ପର୍କରେ ଦୁଇ ଦିନିଆ ଜନଶୁଣାଣି କରିବା ଅବସରରେ ଜଷ୍ଟିସ ମିଶ୍ର ଏହା କହିଛନ୍ତି ।
- ପ୍ରସିଦ୍ଧ ଟିକା ନିର୍ମାତା ଫାଇଜର କମ୍ପାନୀ ଚେତାବନୀ ଦେଇଛି ଯେ କରୋନା ମହାମାରୀର ପ୍ରଭାବ ୨୦୨୪ ବର୍ଷ ପର୍ଯ୍ୟନ୍ତ ରହିପାରେ। ବିଶ୍ବର ଅନେକ ଦେଶରେ ନୂତନ ଭାରିଆଣ୍ଟ ଓମିକ୍ରନ୍ ର ସଂକମଣକୁ ଦୃଷ୍ଟିରେ ରଖି ଏହା କୁହାଯାଇଛି ।
- ଲଦାଖରେ କିଛି ଅଞ୍ଚଳରେ ଉଭୟ ଦେଶର ସୈନ୍ୟ ପଛକୁ ହଟିଛନ୍ତି, କିନ୍ତୁ ତାହା ସମ୍ପୂର୍ଣ୍ଣ ଭାବରେ ହୋଇପାରିନାହିଁ ବୋଲି ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଭି ଆର ଚୌଧରୀ କହିଛନ୍ତି । ସେ କହିଛନ୍ତି, ପାକିସ୍ତାନ ଓ ଚୀନ ପଟୁ ଭାରତ ପ୍ରତି ସୃଷ୍ଟି ହେଉଥିବା ସମ୍ପର୍କରେ ଦେଶର ବାୟୁସେନା ଭଲ ଭାବରେ ଅବଗତ ଅଛି ।
- ପାକିସ୍ତାନର ବନ୍ଦର ସହର କରାଚୀର ଶେରଶାହ ସ୍ତିତ ପାରାଚା ଛକ ଅଞ୍ଚଳରେ ଏକ ଡ୍ରେନ ଦେଇ ଯାଉଥିବା ଗ୍ୟାସ ପାଇପ ଲାଇନରେ ବିସ୍ଫୋରଣ ଘଟି ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।
- ଆସନ୍ତା ବର୍ଷ ୨୦୨୨ରେ ୟୁପି, ପଞ୍ଜାବ, ଉତ୍ତରାଖଣ୍ଡ. ମଣିପୁର ଓ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଶାସକ ଦଳ ପୁଣି କ୍ଷମତାକୁ ଫେରିବା କଷ୍ଟ କରହୋଇପାରେ ବୋଲି ଅନୁମାନ କରାଯାଉଛି ।
- ୨୧ ତାରିଖ ଯାଏଁ ଶୀତ ଲହରୀ ଆଲର୍ଟ। ହାଡଭଙ୍ଗା ଶୀତରେ ଜମାଟ ବାନ୍ଧିଛି ଦେଶର ୫ ରାଜ୍ୟ । ପଞ୍ଚାବ, ହରିୟାଣା ଏବଂ ରାଜସ୍ଥାନ ପାଇଁ ପାଣିପାଗ ବିଭାଗର ଅରେଞ୍ଜ ଆଲର୍ଟ । ରାଜସ୍ଥାନ ସିକରର ଫତେପୁରରେ ପାରଦ ଛୁଇଁଛି ମାଇନସ୍ ୩.୩ ଡିଗ୍ରୀ ।
- ଚୀନର ସବୁଠାରୁ ବୟସ୍କ ବ୍ୟକ୍ତି ଅଲିମିହାନ ସେୟତିଙ୍କର ଶିନଜିୟାଙ୍ଗ ଉଇଗୁର ସ୍ୱାସ୍ଥ୍ୟ କ୍ଷେତ୍ରରେ ୧୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି। ଦେଶର ପ୍ରଚାର ବିଭାଗ ଅନୁଯାୟୀ କାଶଗର ପ୍ରାନ୍ତରେ ଶୁଲେ କାଉଣ୍ଟିର କୋମକ୍ସରିକ ଟାଉନଶିପ ନିବାସୀ ସେୟତି ୧୮୮୬ ଜୁନ ୨୫ରେ ଜନ୍ମ ହୋଇଥିଲେ।
- ବ୍ଲୁମବର୍ଗ ବିଲେନିୟର ଇନଡେକସରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଧନଶାଳୀ ବ୍ୟକ୍ତିଙ୍କ ତାଲିକାରେ ଗୌତମ ଗୋଟିଏ ସ୍ଥାନ ତଳକୁ ଖସିଥିବା ବେଳେ ଏବେ ତାଙ୍କର ସର୍ବମୋଟ ୭୬.୦୩ ବିଲିୟନ ଡଲାରର ସମ୍ପତ୍ତି ରହିଛି। ସେ ଏବେ ଦୁନିଆର ୧୪ତମ ଧନୀ ଶାଳୀ ବ୍ୟକ୍ତି ତାଲିକାରେ ଅଛନ୍ତି।
- ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ତଥା ସାଂସଦ ବୃଜଭୂଷଣ ଶରଣ ସିଂହ ଜଣେ ଯୁବ ପହିଲମାନଙ୍କୁ ଚାପୁଡା ମାରିବାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି।
- ବରିଷ୍ଠ ପୋଲିସ ଅଧିକାରୀଙ୍କ କନ୍ଫରେନ୍ସ-୨୦୨୧ର ଉଦ୍ଯାପନୀ ଅବସରରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଯୋଗଦେଇ ବର୍ଷ ୨୦୨୧ରେ ମଧ୍ୟ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତପୂର୍ଣ୍ଣ ଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଏଥିସହିତ ମାଓ ଦମନ କ୍ଷେତ୍ରରେ ଓଡ଼ିଶା ପୋଲିସର ଉଲ୍ଲେଖନୀୟ କାର୍ଯ୍ୟ ଫଳରେ ବିଗତ ୫ବର୍ଷ ମଧ୍ୟରେ ଅନୁଗୁଳ, ବୌଦ୍ଧ, ଦେବଗଡ଼, ନୟାଗଡ଼ ଏବଂ ସମ୍ୱଲପୁର ଜିଲ୍ଲାକୁ ମାଓ ମୁକ୍ତ ହୋଇପାରିଥିବା କହିଛନ୍ତି ।
|
586 |
Y |
|
2614 |
18-12-2021 |
Odia |
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିବ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯିବ । ଭୁଟାନର ସରକାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମ୍ମାନିତ କରିବାକୁ ଘୋଷଣା କରିଛନ୍ତି।
- ୩୦ ଜଣ ଇଲେକ୍ଟ୍ରିକାଲ ଇଞ୍ଜିନିୟରଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୦ ଜଣଙ୍କ ନିଯୁକ୍ତି ପରେ ବିଦ୍ୟୁତ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସଂଖ୍ୟା ୧୧୬ରେ ପହଞ୍ଚିଛି ।
- କେନ୍ଦ୍ରାପଡାର ମହାକାଳପଡାରେ ବାର୍ଷିକ ୨୪ ନିୟୁତ ଟନ କ୍ଷମତାସମ୍ପନ୍ନ ସମନ୍ବିତ ଇସ୍ପାତ କାରଖାନା ପ୍ରତିଷ୍ଠା କରିବ ଆର୍ସେଲର । ଏଥିରେ ୧ ଲକ୍ଷ ୨ ହଜାର ୨୭୫ କୋଟି ଟଙ୍କା ନିବେଶ କରାଯିବ । ଏହି ପ୍ରକଳ୍ପ ଯୋଗୁ ପ୍ରତ୍ୟକ୍ଷ ଭାବେ ୧୬ ହଜାରରୁ ଅଧିକ କର୍ମନିଯୁକ୍ତି ହେବା ସହ ଅନେକ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ ।
- ଯାଜପୁର ଜିଲ୍ଲାର ପ୍ରଥମ କରି ଧର୍ମଶାଳା ମହାବିଦ୍ୟାଳୟର ଶ୍ରେଣୀ ଗୃହକୁ ରୂପାନ୍ତରିତ କରାଯାଇଛି । କଲେଜ ଛାତ୍ର ଛାତ୍ରୀଙ୍କ ପାଇଁ ସ୍ମାର୍ଟ କ୍ଲାସ ରୁମ କରାଯାଇଛି । ଅତ୍ୟାଧୁନିକ ଜ୍ଞାନ କୌଶଳରେ ଚକା ଚକ ସ୍ମାର୍ଟ କ୍ଲାସ ରୁମ ହୋଇଛି । ଛାତ୍ର ଛାତ୍ରୀଙ୍କ ପାଇଁ ଡିଜିଟାଲ ବ୍ଲାକ ବୋର୍ଡ, ଅନଲାଇନ ରେ ପାଠ ପଢିବା ପାଇଁ ଏଲିଡି ବ୍ୟବସ୍ଥା ମଧ୍ୟ କରାଯାଇଛି ।
- ରାଉରକେଲା ସହରର ଉନ୍ନତି ପାଇଁ ୫୦ କୋଟି ଟଙ୍କା ଅନୁଦାନ ଯୋଗାଇ ଦେବାକୁ ୫ଟି ସଚିବ ଭି.କେ. ପାଣ୍ଡିଆନ ପ୍ରତିଶ୍ରୁତି ଦେଇଛନ୍ତି ।
- ଏକ ପ୍ରବନ୍ଧରେ ଓକିଲଙ୍କୁ ‘ଥାର୍ଡ-ରେଟ୍ ଓକିଲ’ ବୋଲି କହିବା ଜଣେ ସାମ୍ବାଦିକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହାକୁ ଏକ ଅପରାଧ ରୂପେ ବିବେଚନା କରି ଶୁକ୍ରବାର ସୁପ୍ରିମକୋର୍ଟ ଏପରି ଲେଖିଥିବା ଜଣେ ସାମ୍ବାଦିକଙ୍କୁ ଏକ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
- ଜାପାନର ଓସାକା ସହରର ଏକ କୋଠାରେ ଅଗ୍ନିକାଣ୍ଡ ଘଟି ୨୭ ଜଣଙ୍କର ମୃତ୍ୟୁ ହୋଇଛି | ମିଳିଥିବା ସୂଚନା ମୁତାବକ ଓସାକା ବଜାରରେ ଥିବା ଏକ ଆଠ ମହଲା କୋଠାର ଚତୁର୍ଥ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଥିଲା |
- ପଞ୍ଚଭୂତରେ ଲୀନ ହେଲେ ଗ୍ରୁପ କ୍ୟାପଟେନ ବରୁଣ ସିଂ । ମଧ୍ୟପ୍ରଦେଶର ଭୋପାଳରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।
- ଆସନ୍ତା ବର୍ଷ ହେବାକୁ ଯାଉଛି ପଞ୍ଜାବରେ ବିଧାନସଭା ନିର୍ବାଚନ । ନିର୍ବାଚନ ପୂର୍ବରୁ ପଞ୍ଜାବରେ ରାଜନୈତିକ ମାହୋଲ ସରଗରମ ହୋଇସାରିଛି ।
- ଦେଶର ୧୧ଟି ରାଜ୍ୟରୁ ଏପର୍ଯ୍ୟନ୍ତ ୧୦୧ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି କହିଛନ୍ତି ଲବ୍ ଅଗ୍ରଓ୍ୱାଲ । ଦେଶର ମହାରାଷ୍ଟ୍ରରୁ ସର୍ବାଧିକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
- ଭାରତର ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ) ଏହି ଟିକାକୁ ତିଆରି କରିଛି । ଆମେରିକାର କମ୍ପାନୀ ନୋଭାଭାକ୍ସର ଲାଇେସନ୍ସ ଅଧୀନରେ ଏସଆଇଆଇ ଏହି ଟିକା ତିଆରି କରିଛି । କୋଭୋଭାକ୍ସକୁ ହୁ’ରୁ ମାନ୍ୟତା ପରେ ଏହାକୁ ବିଶ୍ବର ଅନ୍ୟାନ୍ୟ ରାଷ୍ଟ୍ରକୁ ବଣ୍ଟନ କରାଯିବ ଲାଗି ଉଦ୍ୟମ କରାଯିବ।
- ଲୋକସଭାରେ ନ୍ୟାସନାଲ୍ ଆଣ୍ଟି ଡୋପିଙ୍ଗ୍ ବିଲ୍ ୨୦୨୧, ବନ୍ୟ ଜନ୍ତୁ ସଂରକ୍ଷଣ ସଂଶୋଧନ ବିଲ୍ ୨୦୨୧ ଓ ଆପ୍ରୋପିଏସନ୍ ବିଲ୍ ୨୦୨୧ ଉପସ୍ଥାପନ ହୋଇଥିଲା। ଏହାଛଡ଼ା ସରୋଗେସି ବିଲ୍ ୨୦୧୯ରେ ସଂଶୋଧନ ସଭାର ଅନୁମୋଦନ ଲାଭ କରିଛି।
- ଉତ୍ତର କୋରିଆରେ ହସିବା ଉପରେ କଟକଣା । ୧୦ ଦିନ ପାଇଁ ଦେଶରେ ହସିବା ଉପରେ ନିଷେଧାଦେଶ ଜାରି କରିଛନ୍ତି ସୁପ୍ରିମ ଲିଡର କିମ୍ ଜଙ୍ଗ ଉନ୍ । ପୂର୍ବତନ ଶାସକ କିମ ଜଙ୍ଗ ଇଲଙ୍କ ଦଶମ ମୃତ୍ୟୁବାର୍ଷିକୀ ପାଳନ ଲାଗି ଦେଶରେ ଏହି କଟକଣା ଜାରି କରାଯାଇଛି । କେବଳ ହସିବା ଉପରେ ନୁହେଁ ବରଂ ମଦ୍ୟପାନ କରିବା, ଗ୍ରୋସରୀ ସାମଗ୍ରୀ କ୍ରୟ, ଅବସରକାଳୀନ କାର୍ଯ୍ୟକଳାପ ଆଦି ଉପରେ ମଧ୍ୟ କଟକଣା ଜାରି କରାଯାଇଛି ।
- ଆମେରିକା ବିଦେଶ ମନ୍ତ୍ରଣାଳୟ ଆତଙ୍କବାଦୀଙ୍କ ଉପରେ ଜାରି କରିଥିବା ନୂଆ ରିପୋର୍ଟରେ ଏହା ଦାବି କରିଛି କି ଭାରତର ୬୬ ଜଣ ଯୁବକ ISISରେ ସାମିଲ ଅଛନ୍ତି ।
- ଓମିକ୍ରନ ଟାର୍ଗେଟରେ ଜାନୁଆରୀ । ଏହି ମାସରେ ସାରା ବିଶ୍ବରେ ଗଭୀର ସଙ୍କଟର କାରଣ ହୋଇପାରେ ଓମିକ୍ରନ।
- ଭାରତ ସମେତ ସମଗ୍ର ବିଶ୍ବକୁ କରୋନା ଭାଇରସ ମହାମାରୀ ଡରାଉଛି। ଏହି ସଂକ୍ରମଣ ଯୋଗୁଁ ୫୩.୬୦ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଆକ୍ରାନ୍ତଙ୍କ ସଂଖ୍ୟା ୨୭.୩୯ କୋଟି ଅତିକ୍ରମ କରିସାରିଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ବରେ ୭ ଲକ୍ଷ ୧୮ ହଜାର ୫୭୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୬ ହଜାର ୮୦୮ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।
- ରେଳବାଇ ଯଥାଶୀଘ୍ର ଫେରସ୍ତ ଲାଗି ନୂଆ ସେବା ଦେଉଛି। IRCTC ନିଜର ପେମେଣ୍ଟ ଗେଟୱେର IRCTC-iPay ନାମରେ ଏକ ପ୍ଲାଟଫର୍ମ ଶୁଭାରମ୍ଭ କରିଥିଲା।
- ହାଇଦ୍ରାବାଦ୍ର ଏକ ବଡ଼ ଡାକ୍ତରଖାନାରେ ଗୁରୁବାର ଏକ ବିରଳ ଚିକିତ୍ସା କରାଯାଇଛି। ଏଠାକାର ଡାକ୍ତରୀ ଟିମ୍ ଜଣେ ମହିଳା କିଡ଼୍ନୀରୁ ୧୫୬ ଖଣ୍ଡ ପଥର ଖଣ୍ଡ ବାହାର କରିଛନ୍ତି। ଡାକ୍ତରଙ୍କ କହିବା ଅନୁସାରେ ଦେଶରେ ପ୍ରଥମ ଥର ଜଣେ ରୋଗୀଙ୍କ କିଡ୍ନୀରୁ ଏତେ ପରିମାଣରେ ଷ୍ଟୋନ୍ ବାହାରିଛି।
- ସମ୍ଭାବ୍ୟ ତୃତୀୟ ଲହର ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି। ସମସ୍ତ କୋଭିଡ ହସ୍ପିଟାଲକୁ ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ସହଭାଗିତାରେ ଚାଲିଥିବା ଘରୋଇ କୋଭିଡ ହସ୍ପିଟାଲ ଗୁଡିକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି।
- ପେଗାସସ୍ ଗୁଇନ୍ଦାଗିରି ପ୍ରସଙ୍ଗ ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ବଡ଼ ଝଟକା । ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏମ.ବି. ଲୋକୁରଙ୍କ ନେତୃତ୍ୱରେ ଚାଲିଥିବା ତଦନ୍ତ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ ।
|
603 |
Y |
|
2615 |
18-12-2021 |
English |
- India reported 7,447 new coronavirus cases in the last 24 hours, said a health ministry update on Friday morning. Besides, 391 related fatalities took the death count to 4,76,869 in the country.
- Prime Minister Narendra Modi will lay the foundation stone of Ganga Expressway in Shahjahanpur, Uttar Pradesh at around 1 pm on Saturday.
- Telugu star Prabhas has teamed up with ‘Mahanati’ director Nag Ashwin for the upcoming ‘Project-K’. Bollywood actress Deepika Padukone will star opposite Prabhas with megastar Amitabh Bachchan.
- Closing of schools across the world should be the last resort in the fight against the fast-spreading Omicron Covid-19 variant, outgoing Unicef Executive Director Henrietta Fore said.
- Cold wave continues to grip several parts of the state with Daringbadi, considered as the Kashmir of Odisha, recording the lowest minimum temperature of 6.5 degree Celsius in the last 24 hours.
- The Supreme Court on Friday requested Delhi High Court to dispose of expeditiously, preferably within three months, a plea seeking registration of FIRs against some politicians for alleged hate speeches that purportedly triggered the Delhi riots last year in which 53 people died.
- CAQM allows reopening of schools for students in class VI and above and colleges in Delhi-NCR with immediate effect.
- Senior Congress MLA and former Karnataka Assembly Speaker K R Ramesh Kumar, who had courted controversy by saying "enjoy rape when it is inevitable" inside the Karnataka Assembly, apologised for his 'off the cuff remark' on Friday.
- Tax searches are being carried out this morning at the home of Samajwadi Party leader Rajeev Rai, who is also an aide of former Uttar Pradesh Chief Minister Akhilesh Yadav.
- Four Bills including the National Anti-Doping Bill 2021, the Wild Life (Protection) Amendment Bill 2021 were introduced in the Lok Sabha on 17 Dec.
- Centre approves to set up 100 Sainik Schools in partnership with NGOs, Private Schools & state govts.
- Haryana govt has started Khel Nursery Scheme to promote sports in the state.
- The NCB informed on Friday that its Mumbai Zonal Director Sameer Dnyandev Wankhede's tenure will end on December 31 and he won't seek an extension.
- Siddharth Chattopadhyaya has replaced Iqbal Preet Singh Sahota as the Director-General of Police, Punjab.
- Commerce and Industry Minister Piyush Goyal urged Indian industry to think big and set accelerated and aggressive targets, with a vision to achieve transformative changes by 2047 when India would be celebrating hundred years of independence.
- Vice Admiral Sanjay Vatsayan AVSM NM is new Chief of Staff of the Eastern Naval Command.
- These 1,002 women candidates will now appear for the Service Selection Board and their medical tests, after which 19 of them will be shortlisted for next year’s NDA course.
- Without taking any names, Naidu pointed out that members who do not attend the Parliament session or the committee meetings would not have the right to criticise others.
- There were 66 known Indian-origin fighters affiliated with terrorist group Islamic State, a latest US report said.
- The Union government Friday said that no detailed proposal for setting up of a bench of Orissa High Court has been pending with it. the state government has requested for setting up of Orissa High Court Bench in western and southern region of Odisha
|
619 |
Y |
|
2616 |
17-12-2021 |
Odia |
- ୧୯୭୧ ଯୁଦ୍ଧରେ ବିଜୟ ଏବଂ ବାଂଲାଦେଶର ସ୍ବାଧୀନତା ଦିବସ ଅବସରରେ ବିଜୟ ଦିବସ ପାଳନ କରାଯାଏ। ୧୯୭୧ ଯୁଦ୍ଧରେ ପାକିସ୍ତାନ ଉପରେ ଭାରତ ବିଜୟ ହାସଲ କରିବାର ୫୦ ବର୍ଷ ପୂରୁଥିବାରୁ ୨୦୨୧କୁ ‘ସ୍ବର୍ଣ୍ଣିମ ବିଜୟ ଦିବସ ବର୍ଷ’ ଭାବେ ପାଳନ କରାଯାଉଛି।ଏ ସଂକ୍ରାନ୍ତରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ୫୦ତମ ବିଜୟ ଦିବସ ଅବସରରେ ମୁଁ ମୁକ୍ତିଯୋଦ୍ଧା, ବୀରାଙ୍ଗନା ଏବଂ ଭାରତୀୟ ସଶସ୍ତ୍ର ବାହିନୀର ଯବାନମାନଙ୍କର ଶୌର୍ଯ୍ୟ ଓ ଆତ୍ମବଳୀ ସ୍ମରଣ କରୁଛି।
- ଆଜି କଳିଙ୍ଗ ଷ୍ଟାଡିୟମରେ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ନବନିଯୁକ୍ତ ଶିକ୍ଷକମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକାଥରେ ୧୧ ହଜାର ୪ ଶହ ଶିକ୍ଷକ ନିଯୁକ୍ତି ଯୋଜନା ଥିଲା । କିନ୍ତୁ ସଂରକ୍ଷିତ ବର୍ଗରେ ଉତ୍ତୀର୍ଣ୍ଣ ହୋଇନଥିବାରୁ ବଳକା ୪ହଜାର ୪ଶହ ପଦବୀ ସପ୍ତାହକ ମଧ୍ୟରେ ପୂରଣ ହେବ ।
- ବିଭିନ୍ନ ଜିଲ୍ଲାରେ କ୍ରୀଡ଼ା ପ୍ରକଳ୍ପ ସମୂହର ଉଦ୍ଘାଟନ ଓ ଭତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଉପଲକ୍ଷେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
- କୋଟି ହୃଦୟର ଆରାଧ୍ୟ ‘ସତସଙ୍ଗ’ର ଆଚାର୍ଯ୍ୟଦେବ ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କର ମହାପ୍ରୟାଣ ହୋଇଛି। ଆଜି ସକାଳ ୯ଟା ୪୦ ମିନିଟରେ ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ମିଶନ୍ ହସ୍ପିଟାଲରେ ଶ୍ରୀଶ୍ରୀଦାଦା ଇହଲୀଳା ସମ୍ବରଣ କରିଛନ୍ତି। ଗତ କିଛିଦିନ ଧରି ସେ ଅସୁସ୍ଥତା ହେତୁ ମିଶନ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ।
- ମେଟ୍ରୋ ମ୍ୟାନ ଶ୍ରୀଧରନ୍ କହିଛନ୍ତି କି ମୋର ବୟସ ୯୦ ଛୁଇଁଲାଣି । ଏହି ବୟସରେ ରାଜନୀତି କରିବା ଏବଂ ରାଜନୀତିରେ ଆଗକୁ ଜାରି ରଖିବା ସମ୍ଭବପର ନୁହେଁ । ସେ ଆହୁରି କହିଥିଲେ କି ରାଜନୀତିରେ ରହିବା ମୋ ସ୍ୱପ୍ନ ମଧ୍ୟ ନଥିଲା
- ଦିଲ୍ଲୀରେ ପ୍ରଦୂଷଣ କମାଇବାକୁ କେଜ୍ରିୱାଲ ସରକାରଙ୍କ ନୂଆ ଉପାୟ: ୧୦ ବର୍ଷର ପୁରୁଣା ଡିଜେଲ ଗାଡ଼ିକୁ କରାଯିବ ଅଣପଂଜୀକୃତ, ୧୫ ବର୍ଷର ଗାଡ଼ିକୁ ମିଳିବନି ଏନଓସି ।
- ବାହାରଦେଶରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ କଡାନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ । ଓମିକ୍ରନ୍ ପଜିଟିଭଙ୍କ ପାଇଁ ସରକାରୀ ବ୍ୟବସ୍ଥା ଥିବା ହସ୍ପିଟାଲରେ କରାଯିବ ସ୍ୱତନ୍ତ୍ର ବ୍ଲକ । ଯେପରି ଅନ୍ୟ ରୋଗୀଙ୍କ ସହ ସଂସ୍ପର୍ଶରେ ନଆସିବେ ବ୍ୟବସ୍ଥା କରାଯିବ । ସେମାନଙ୍କ ପାଇଁ ହୋମ ଆଇସୋଲେସନ୍ ବ୍ୟବସ୍ଥା ନଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
- ଳିଙ୍ଗା ଘାଟିରେ ପୁଣି ଦୁର୍ଘଟଣା । ୩୦ ଜଣ ଯାତ୍ରୀ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ ଘାଟିର ଓ୍ଵାଲ ଉପରେ ବସିଟି ଚଢିଯାଇଥିଲା ।
- ମହାରାଷ୍ଟ୍ରର ରାଇଗଡ଼ରୁ ଟ୍ରେନିଂ ପାଇଁ ଆସିଥିବା ପ୍ରତିନିଧି ଦଳକୁ ରାଜ୍ୟ ମୁକାବିଲା କରିଥିବା ବାତ୍ୟା ସମ୍ପର୍କରେ ଅବଗତ କରାଯାଇଥିଲା । ତିନି ଦିନ ପାଇଁ ଆୟୋଜନ ହୋଇଛି ଏହି ଟ୍ରେନିଂ କ୍ୟାମ୍ପ । ରାଜ୍ୟ ସରକାର ବିପର୍ଯ୍ୟୟ ମୁକାବିଲା ପାଇଁ ଆନ୍ତର୍ଜତୀୟ କ୍ଷେତ୍ରରେ ସୁନାମ ଅର୍ଜନ କରିଛନ୍ତି ।
- ଅନୁଗୁଳ ସୁଇମିଂ ପୁଲ୍, ବାରିପଦା ସୁଇମିଂ ପୁଲ୍, କଳିଙ୍ଗ ଷ୍ଟାଡିୟମର ନୂତନ ଛାତ୍ରାବାସ ଓ କଳିଙ୍ଗ ଷ୍ଟାଡିୟମର ବିଜୁ ପଟ୍ଟନାୟକ ଭାରୋତ୍ତୋଳନ ହଲକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି । ୮୯ଟି ଇନଡୋର ଷ୍ଟାଡିୟମ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଥିବା ବେଳେ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ୫୦ଟି କ୍ଷେତ୍ରରେ ଖୁବଶୀଘ୍ର କାମ ଆରମ୍ଭ ହେବ ।
- ଗୁଜରାଟର ପଞ୍ଚମହଲ ଜିଲ୍ଲାରେ ଏକ ବଡ଼ ଅଘଟଣ ଘଟିଛି। ଏଠାରେ ଥିବା ଏକ ରାସାୟନିକ କାରଖାନାରେ ବଡ଼ ଧରଣର ବିସ୍ଫୋରଣ ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି।
- ତାମିଲନାଡୁର କୁନ୍ନୁରରେ ନୀଳଗିରିର ଘଞ୍ଚ ଜଙ୍ଗଲରେ ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତଙ୍କୁ ନେଇ ଯାଉଥିବା ଭାରତୀୟ ବାୟୁସେନାର ହେଲିକପ୍ଟର ଡିସେମ୍ବର ୮ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ସେନା କହିଛି, ଗାଁର ଅନେକ ଲୋକ ପୀଡିତଙ୍କୁ ସାହାଯ୍ୟ କରିଛନ୍ତି। ଗାଁ ଲୋକଙ୍କ ବିନା ସହାୟତାରେ ୧୪ ଜଣଙ୍କୁ ଠିକ୍ ସମୟରେ ହସ୍ପିଟାଲ ନିଆଯାଇ ପାରିନଥାନ୍ତା। ଏଥିପାଇଁ ବାୟୁସେନାର ଦକ୍ଷିଣ ଭାରତୀୟ ମୁଖ୍ୟାଳୟ ଉକ୍ତ ଗାଁକୁ ପୋଷ୍ୟ ଗାଁ ଭାବେ ଗ୍ରହଣ କରିବାକୁ ଘୋଷଣା କରିଛି।
- ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପ୍ର ମହିଳା ସିଙ୍ଗଲ୍ସ କ୍ବାର୍ଟରଫାଇନାଲରେ ଭାରତର ବ୍ୟାଡମିଣ୍ଟନ ତାରକା ପି.ଭି ସିନ୍ଧୁ ପ୍ରବେଶ କରିଛନ୍ତି। ଗୁରୁବାର ପ୍ରିକ୍ବାର୍ଟରଫାଇନାଲରେ ସିନ୍ଧୁ ଥାଇଲାଣ୍ଡର ପୋନ୍ପାୱେ ଚୋଚୁୱେଙ୍ଗଙ୍କୁ ୨୧-୧୪ ଓ ୨୧-୧୮ରେ ପରାସ୍ତକରି କ୍ବାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି।
- ଭାରତରେ ଅତିକମ୍ରେ ଗୋଟିଏ ଡୋଜ୍ କରୋନା ଟିକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୪୮.୭ ପ୍ରତିଶତ ହେଉଛନ୍ତି ମହିଳା। ଡିସେମ୍ବର ୮ ତାରିଖ ସୁଦ୍ଧା ଏହି ସ୍ଥିତି ରହିଛି ବୋଲି ସଂସଦରେ ଗତ ମଙ୍ଗଳବାର ସରକାର ସୂଚନା ଦେଇଛନ୍ତି।
- ଫିଲିପାଇନ୍ସ: ଗୁରୁବାର ଏକ ଶକ୍ତିଶାଳୀ ଟାଇଫୁନ୍ (ସାମୁଦ୍ରିକ ଝଡ଼) ‘ରାଇ’ ଆସୁଥିବାରୁ ଫିଲିପାଇନ୍ସ ଉପକୂଳବର୍ତ୍ତୀ ଅଞ୍ଚଳରୁ ଏବଂ ସମୁଦ୍ରକୂଳିଆ ରିସର୍ଟଗୁଡ଼ିକରୁ ହଜାର ହଜାର ଲୋକ ଦୂର ନିରାପଦ ସ୍ଥାନକୁ ପଳାୟନ କରୁଥିବା ଦେଖିବାକୁ ମିଳିଛି
- ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ବଂଶଧାରା ଜଳ ବିବାଦ ମାମଲାର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ପାଇଁ କେନ୍ଦ୍ର ସରକାର ଖର୍ଚ୍ଚ କଲେଣି ୩୫୫୫.୬୯ ଲକ୍ଷ ଟଙ୍କା। ଡିସେମ୍ବର ୨୦୨୦ ସୁଦ୍ଧା ଗତ ୯ ବର୍ଷରେ ଏହି ଖର୍ଚ୍ଚ ହୋଇଛି। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଦ୍ବାରା ସଦ୍ୟ ପ୍ରକାଶିତ ୨୦୨୦-୨୧ ବାର୍ଷିକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।
- କେତେକ ବିବାଦୀୟ ରାୟ ଶୁଣାଇଥିବା ବମ୍ବେ ହାଇକୋର୍ଟର ବିଚାରପତି ପୁଷ୍ପା ଭି. ଗନେଡିଓ୍ବାଲାଙ୍କୁ ଏକ ଶକ୍ତ ଧକ୍କା ଲାଗିଛି । ତାଙ୍କୁ ହାଇକୋର୍ଟର ଜଣେ ସ୍ଥାୟୀ ଜଜ୍ ନ କରିବାକୁ ସୁପ୍ରିମକୋର୍ଟ କଲେଜିୟମ ନିଷ୍ପତ୍ତି ନେଇଛନ୍ତି ।
- ୨୦୨୦ରେ ଆର୍କଟିକ୍ ଏବଂ ଆଣ୍ଟାର୍କଟିକା ଅଞ୍ଚଳରେ ଜାତିସଂଘର ଅନ୍ୟତମ ସଂସ୍ଥାନ ‘ୱାର୍ଲଡ୍ ମେଟେରୋଲୋଜିକାଲ୍ ଅର୍ଗାନାଇଜେସନ୍’ (ଡବ୍ଲୁଏମ୍ଓ) ଯଥାକ୍ରମେ ୩୮ ଏବଂ ୧୮.୩ ଡିଗ୍ରି ତାପମାତ୍ରା ରେକର୍ଡ କରିଛି।
- କରୋନା ଭାଇରସ ମହାମାରୀ କାରଣରୁ ୫୩.୫୧ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଆକ୍ରାନ୍ତଙ୍କ ସଂଖ୍ୟା ୨୭.୩୧ କୋଟି ଅତିକ୍ରମ କରିସାରିଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ବରେ ୬ ଲକ୍ଷ ୯୦ ହଜାର ୭୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୬ ହଜାର ୩୪୭ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।
- ଆଉ କିଛି ଦିନ ଥରାଇବ ଶୀତ ବରଂ ଆଉ ଦୁଇ ଦିନ ପରେ ଏହା ଅଧିକ ଅନୁଭୁତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛନ୍ତି । ଆସନ୍ତା ୨୧ ତାରିଖବେଳକୁ ପ୍ରଚଣ୍ଡ ଜାଡ଼ରେ ଥରୁଥିବ ସାରା ଓଡ଼ିଶା । ରାଜ୍ୟର ୧୫ଟି ଅଞ୍ଚଳରେ ରାତି ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍ ତଳକୁ ଖସି ଯାଇଥିଲା ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରେକର୍ଡ ହୋଇଛି । ଫୁଲବାଣୀ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ଥିଲା ।
|
573 |
Y |
|
2617 |
17-12-2021 |
English |
- With the administration of more than 62 lakh COVID-19 vaccination doses on Thursday, India's cumulative vaccination coverage has exceeded the mark of 135.91 crore doses, informed the Union Ministry of Health and Family Welfare.
- Karnataka, Delhi and Gujarat together reported 10 new cases of Omicron variant taking the countrywide tally of this strain to 83 even as the national capital with a total of 85 new Covid cases recorded its highest single-day rise in the last 137 days
- Union Minister Jitendra Singh said on Thursday said that the Indian Space Research Organisation (ISRO) has signed six agreements with four countries for launching foreign satellites during 2021-2023.
- PM Modi has emphasised on various issues of agriculture and food processing including Zero budget natural farming.
- Rural Development Minister Giriraj Singh launches Management Information System (MIS) portal for rankings of States/UTs in Land Acquisition Projects.
- Coal Minister Pralhad Joshi launches fourth tranche of auction of 99 coal mines including 24 new mines in Delhi.
- The Union Cabinet on 15 Dec cleared the proposal to raise the legal minimum age of marriage for women from 18 to 21.
- Ministry of Jal Shakti has said that 2836 industrial entities have been identified as Grossly Polluting Industries (GPIs) in the Country by Central Pollution Control Board ( CPCB) which are discharging their effluents in various water bodies including rivers.
- Minister of State for Atomic Energy and Space Dr. Jitendra Singh has said that Indian Space Research Organisation, ISRO has signed six agreements with four countries for launching foreign satellites during 2021-2023.
- Delhi's Ghazipur border was partially reopened for traffic on Thursday after remaining closed for more than a year due to the farmers' stir.
- E Sreedharan popularly known as Metro man announced that he is quitting active politics.
- Odisha Govt appointed 1987 batch IPS officer Sunil Kumar Bansal as the next director general of police (DGP).
- Hindustan Aeronautics Limited on 16 Dec signed a contract with Bharat Electronics Limited for development and supply of 20 types systems for the LCA Tejas Mk1A programme.
- IMF chief economist Gita Gopinath has said emerging economies should regulate crypto assets rather than a complete ban.\
- Tom Holland-starrer 'Spider-Man: No Way Home' released on Thursday across 3,264 screens in India recording the highest count for a Hollywood film.
- On the occasion of 50th Vijay Diwas, PM Modi participated in the Homage and Reception Ceremony of Swarnim Vijay Mashaals at National War Memorial in New Delhi on 16 Dec
- Tajikistan Foreign Minister Sirojiddin Muhriddin to visit India from 18th to 20th December.
- The United States will expand its military and economic relationships with partners in Asia to push back against China's increasing assertiveness in the Indo-Pacific, US Secretary of State Antony Blinken said.
- PV Sindhu reached the women's singles quarterfinals of the BWF World Championships with a straight-game win over Pornpawee Chochuwong of Thailand.Sindhu will face top seed Tai Tzu Ying of Chinese Taipei in quarterfinals
- The Delhi High Court today stayed the prohibition on cross-gender massage services in the city, saying there was no reasonable connection between the absolute ban and preventing prostitution at spas.
|
586 |
Y |
|
2618 |
16-12-2021 |
Odia |
- ଶ୍ରୀମନ୍ଦିରକୁ ଯାଇ ଠାକୁରଙ୍କୁ ଦର୍ଶନ ପାଇଁ ବୁଧବାର ନୂଆ ମାର୍ଗଦର୍ଶିକା (ଏସ୍ଓପି) ଜାରି କରିଛି ମନ୍ଦିର ପ୍ରଶାସନ। ଦର୍ଶନ ସମୟ ବୃଦ୍ଧି କରାଯାଇଛି। ସକାଳ ୫ଟା ୩୦ରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରକୁ ଯାଇ ଠାକୁରଙ୍କୁ ଦର୍ଶନ କରିପାରିବେ। ଏହି ବ୍ୟବସ୍ଥା ଗୁରୁବାରଠାରୁ କାର୍ଯ୍ୟକାରୀ ହେବ।
- ତାମିଲନାଡୁରେ ‘ଏମ୍ଆଇ-୧୭’ ହେଲିକପ୍ଟର୍ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧୀନ ଥିବା ଗ୍ରୁପ୍ କ୍ୟାପ୍ଟେନ୍ ବରୁଣ ସିଂହଙ୍କର ଦେହାନ୍ତ ହୋଇଥିବା କଥା ଭାରତୀୟ ବାୟୁସେନା ଘୋଷଣା କରିଛି । ବେଙ୍ଗାଲୁରୁସ୍ଥିତ କମାଣ୍ଡ୍ ହସ୍ପିଟାଲ୍ରେ ତାଙ୍କର ଚିକିତ୍ସା ଚାଲିଥିଲା ବେଳେ ପରଲୋକ ଘଟିଛି।
- ଅଦାଲତରେ କେସ୍ ଡାଏରୀ ଠାରୁ ନେଇ ଚୂଡ଼ାନ୍ତ ଫର୍ମ ଓ ଅନ୍ୟ ତଦନ୍ତ କାଗଜପତ୍ର ଓଡ଼ିଆ ଭାଷାରେ ଦାଖଲ କରିପାରିବ ପୋଲିସ । ପୂର୍ବରୁ କେବଳ ଇଂରାଜୀ ଭାଷାରେ କେସ୍ ଡାଏରୀ ଦାଖଲ କରୁଥିଲେ ତଦନ୍ତକାରୀ ଅଧିକାରୀ । ଏବେ ଓଡ଼ିଆ ଭାଷାରେ କେସ୍ ଡାଏରୀ ଦାଖଲ ନେଇ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି ।
- ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ବୈଠକରେ ୭ଟି ପ୍ରସ୍ତାବିତ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ୫୧୧.୧୯ କୋଟି ମୂଲ୍ୟର ୭ଟି ପ୍ରକଳ୍ପରେ ୬ ହଜାର ୪୦୨ ଜଣଙ୍କୁ କର୍ମ ନିଯୁକ୍ତି ମିଳିବ । ଗତ ୨୩ ଦିନ ମଧ୍ୟରେ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ବୈଠକରେ ୨,୩୮୩.୩୦ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଥିବା ବେଳେ ୯ ହଜାର ୮୬୩ ଜଣ ନିଯୁକ୍ତି ପାଇବେ ।
- ଆସନ୍ତା ଜାନୁଆରୀ ୮ରୁ ୧୬ ତାରିଖ ଯାଏ ଏହି ପ୍ରତିଯୋଗିତା ଭୁବନେଶ୍ୱରେ ଖେଳାଯିବ । ଏହି ଜାତୀୟ ପ୍ରତିଯୋଗିତା ପାଇଁ ଆଜି ଟିମ୍ ଘୋଷଣା କରିଛି ଓଡ଼ିଶା ।
- ଗତବର୍ଷ ପରି ୫ଟି ସ୍ଥାନ ସହ ଚଳିତ ବର୍ଷ ଆଉ ୨ଟି ସ୍ଥାନରେ ପର୍ଯ୍ୟଟକଙ୍କୁ ମିଳିବ ଇକୋ ରିଟ୍ରିଟର ମଜା । ପ୍ରଥମ କରି କୋରାପୁଟ ଓ ଗଞ୍ଜାମରେ ଇକୋ ରିଟ୍ରିଟ୍ ଓଡ଼ିଶା-୨୦୨୧ର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । କୋଣାର୍କ, ଦାରିଙ୍ଗବାଡ଼ି, ଭିତରକନିକା, ସମ୍ବଲପୁର, ସାତକୋଶିଆ ସମେତ କୋରାପୁଟ ଓ ଗଞ୍ଜାମରେ ନିଆରା ଉତ୍ସବର ମଜା ନେଇ ପାରିବେ ।
- ମୁମ୍ବାଇ ଏନସିବି ଅଫିସରେ ଏଣିକି ପ୍ରତି ଶୁକ୍ରବାର ହାଜର ହେବେ ନାହିଁ ଜୁନିଅର ଖାନ । କ୍ରୁଜ ଜାହାଜ ରେଭପାର୍ଟି ରେଡ ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନଙ୍କୁ ନେଇ ଏହି ନିଷ୍ପତ୍ତି ଶୁଣାଇଛନ୍ତି ବମ୍ବେ ହାଇକୋର୍ଟ । ତାଙ୍କ ଆବେଦନର ଶୁଣାଣି କରି ଜାମିନ ସର୍ତ୍ତାବଳୀରେ ପରିବର୍ତ୍ତନ କରିଛନ୍ତି ହାଇକୋର୍ଟ । ତେବେ ସ୍ବତନ୍ତ୍ର ତଦନ୍ତକାରୀ ଟିମର ଆବଶ୍ୟକତା ଅନୁସାରେ ସେ ଦିଲ୍ଲୀ ଯାଇ ତଦନ୍ତର ସମ୍ମୁଖୀନ ହେବାକୁ ପଡିବ ବୋଲି କୋର୍ଟ କହିଛନ୍ତି ।
- ଗୁଗୁଲ ପକ୍ଷରୁ ନିଜ କର୍ମଚାରୀଙ୍କ ଉଦ୍ଦେଶ୍ୟରେ କୁହାଯାଇଛି, ଯଦି ଟିକା ନେଇନାହଁ ଶୀଘ୍ର ନେଇଯାଆ । ଟିକା ନିୟମ ଉଲ୍ଲଂଘନ କଲେ ହେବ ଦରମା ବନ୍ଦ । କେବଳ ଏତିକି ନୁହେଁ, ପରବର୍ତ୍ତୀ ଅବସ୍ଥାରେ ଚାକିରି ବି ହରାଇବାକୁ ପଡ଼ିପାରେ ।
- ୟୁନେସ୍କୋ ଭାରତୀୟ ପର୍ବ ଦୁର୍ଗା ପୂଜାକୁ ‘ମାନବିକତାର ସାଂସ୍କୃତିକ ଐତିହ’ ତାଲିକାରେ ଅନ୍ତର୍ଭୁକ୍ତ କରିଛି। ଏହି ନିଷ୍ପତ୍ତି ପରେ ସମଗ୍ର ଦେଶରେ ବିଶେଷ କରି ପଶ୍ଚିମବଙ୍ଗରେ ଖୁସିର ଲହରୀ ଖେଳିଯାଇଛି |
- ଦିଲ୍ଲୀ ପୁଲିସ ଓ ନ୍ୟାସନାଲ ଲ ୟୁନିଭର୍ସିଟି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି | ଆଉ ଏହି ବୁଝାମଣାପତ୍ର ମୁତାବକ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଆଇନ ଆଧାରିତ ପାଠ୍ୟକ୍ରମ ବାବଦରେ ନ୍ୟାସନାଲ ଲ ୟୁନିଭର୍ସିଟିର ପ୍ରଫେସରମାନେ ପାଠ ପଢ଼ାଇବେ |
- ପଶ୍ଚିମବଙ୍ଗରେ ଚିହ୍ନଟ ହେଲା ପ୍ରଥମ ‘ଓମିକ୍ରନ୍’ ଆକ୍ରାନ୍ତ, ୭ ବର୍ଷର ଛୁଆ ସଂକ୍ରମିତ ହୋଇଥିବା ସୂଚନା ।
- ଏବେ ଭୋଟର ପରିଚୟ ପତ୍ର ସହ ଲିଙ୍କ୍ ହେବ ଆଧାର ।
- ସରକାରଙ୍କ ଚିନ୍ତା ବଢାଇଲେ ଡାକ୍ତର, ୧୭ରୁ ଧର୍ମଘଟ ପାଇଁ ଚେତାବନୀ । ଏନଇଇଟି-ପିଜି ୨୦୨୧ କାଉନସେଲିଂ ଓ ନାମଲେଖା ପ୍ରକ୍ରିୟାକୁ ତ୍ବରାନ୍ବିତ ନକଲେ ଆସନ୍ତା ୧୭ ତାରିଖରୁ ରେସିଡେଣ୍ଟ ଡାକ୍ତରମାନେ କାମ ବନ୍ଦ କରିବେ ।
- ସିଆର ଏଣ୍ଟରଟେନମେଣ୍ଟ ଓ ଅର୍ଚ୍ଚନା ମ୍ୟୁଜିକ୍ ସହଭାଗିତାରେ ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଓମ ସ୍ୱାହା’ ।
- ବିଶ୍ୱର ଶ୍ରେଷ୍ଠ ୨୦ ପ୍ରଶଂସନୀୟ ବ୍ୟକ୍ତିଙ୍କ ତାଲିକାରେ ୮ମ ସ୍ଥାନରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
- ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ 4 ଲେନ ବିଶିଷ୍ଟ କେସିଙ୍ଗା ଆରଓବି 4 ଲେନ ସଡ଼କ ପ୍ରକଳ୍ପ ନିର୍ମାଣକୁ ମଞ୍ଜୁରି ଦେଇଛନ୍ତି । ଓଡ଼ିଶାର କଳାହାଣ୍ଡି ଜିଲ୍ଲା କେସିଙ୍ଗାର 201 ନମ୍ବର ଜାତୀୟ ରାଜପଥ (ବର୍ତ୍ତମାନର ଜାତୀୟ ରାଜପଥ ସଂଖ୍ୟା 26)ର 176 କିମି ଠାରେ ଲେଭେଲ କ୍ରସିଂ ସଂଖ୍ୟା ଆରଭି-172 ପାଇଁ ଭୂମି ଅଧିଗ୍ରହଣକୁ ମଧ୍ୟ ମଞ୍ଜୁର କରାଯାଇଛି । ଏହି ପ୍ରକଳ୍ପ ପାଇଁ 324.09 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
- ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇ କ୍ୱାରେଂଟାଇନରେ ରହିବ ଟିମ ଇଣ୍ଡିଆ । ୨୬ରୁ ୩୦ ଡିସେମ୍ବର ପର୍ଯ୍ୟନ୍ତ ସେଂଚୁରିଆନରେ ପ୍ରଥମ ଟେଷ୍ଟ ଖେଳାଯିବ । ଦ୍ୱିତୀୟ ଟେଷ୍ଟ ୩ରୁ ୭ ଜାନୁୟାରୀ (ଜୋହାନ୍ସବର୍ଗ), ଓ ତୃତୀୟ ଟେଷ୍ଟ ୧୧ରୁ ୧୫ ଜାନୁୟାରୀ (କେପଟାଉନ)ରେ ଖେଳାଯିବ । ସେହିପରି ପ୍ରଥମ ଦିନିକିଆ ୧୯ ଜାନୁୟାରୀ (ପାର୍ଲ), ଦ୍ୱିତୀୟ ଦିନିକିଆ ୨୧ ଜାନୁୟାରୀ (ପାର୍ଲ) ଓ ତୃତୀୟ ଦିନିକିଆ ୨୩ ଜାନୁୟାରୀରେ କେପଟାଉନରେ ଖେଳାଯିବ ।
- ମହାରାଷ୍ଟ୍ର ଓ କେରଳରୁ ବୁଧବାର ଆଉ ୪ ଜଣ ଲେଖାଏ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ତାମିଲନାଡ଼ୁରୁ ଆସିଛି ଓମିକ୍ରନର ପ୍ରଥମ ମାମଲା । ଏଥିସହ ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୭୩କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରୁ ସର୍ବାଧିକ ୩୨ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
- ଗଣମାଧ୍ୟମରେ ଆଉ ଅନୁସନ୍ଧାନମୂଳକ ସାମ୍ବାଦିକତା ଦେଖିବାକୁ ମିଳୁନାହିଁ। ଭାରତୀୟ ଗଣମାଧ୍ୟମରୁ ଏହା ଗାଏବ ହୋଇଯାଇଛି ବୋଲି ପ୍ରଧାନ ବିଚାରପତି ଏନ୍ ଭି ରମଣା କହିଛନ୍ତି। ବୁଧବାର ଦିନ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ପ୍ରଧାନ ବିଚାରପତି ଏଭଳି ମତ ରଖିଛନ୍ତି।
- ଓଡ଼ିଶାର ୨୪ ହଜାର ହେକ୍ଟର ଜମିରେ ପ୍ରାକୃତିକ କୃଷି କରାଯିବ। ଏଥି ପାଇଁ କୃଷି ମନ୍ତ୍ରାଳୟ ମଂଜୁରି ପ୍ରଦାନ କରିଛି। ଓଡ଼ିଶା ସମେତ ଦେଶର ୮ ଟି ରାଜ୍ୟରେ ମୋଟ ଚାରି ଲକ୍ଷ ହେକ୍ଟର ଜମିରେ ଏହି କୃଷି ହେବ। ଅଳ୍ପ ନିବେଶରେ ଅଧିକ ଲାଭ ଓ ରାସାୟନିକ ଦ୍ରବ୍ୟ ମୁକ୍ତ କୃଷିର ଉନ୍ନତି ପାଇଁ ଏହାକୁ କେନ୍ଦ୍ର ସରକାର ପ୍ରୋତ୍ସାହିତ କରୁଛନ୍ତି।
|
576 |
Y |
|
2619 |
16-12-2021 |
English |
- The proposal to raise the minimum age of marriage for women from 18 to 21 was cleared by the Union Cabinet on Wednesday.
- India reported 6,984 new coronavirus cases on Wednesday. The number of active cases in the country declined to 87,562, according to the Union health ministry.
- Bharatiya Kisan Union (BKU) leader Rakesh Tikait on Wednesday said that he is not going to contest any elections and urged the political parties to not make use of his name or photos in their posters.
- Goa's Urban Development Minister and BJP legislator Milind Naik tendered his resignation from the state cabinet on Wednesday after the Congress alleged that he was involved in a sexual exploitation case.
- The government expects investments of around ₹ 1.7 lakh crore and 1.35 lakh jobs to be created in the next four years under the incentive scheme for semiconductors approved by the Cabinet on Wednesday, Union Minister Ashwini Vaishnaw said.
- Union Cabinet has approved implementation of Pradhan Mantri Krishi Sinchayee Yojana for 2021-26. The scheme will benefit about 22 lakh farmers.
- Chief Minister Naveen Patnaik launched distribution of the smart health card under the Biju Swasthya Kalyan Yojana in Jajpur and Kendrapara districts, the campaign started on August 20 from Malkangiri district reached its conclusion.
- Odisha Chief Minister Naveen Patnaik today appointed IPS officer Sunil Kumar Bansal as the new Director General of Police (DGP) of the state.
- On December 14, 2021, Supreme Court directed the central government to start the process of issuing voter ID, Aadhaar and ration cards to sex workers. Supreme court also directed centre to keep providing dry ration to sex workers.
- The Ministry of Tourism has approved Rs49.51 crore for the development of Gurdwara Nada Sahib, Panchkula, and the Mansa Devi temple under the “Pilgrimage Rejuvenation and Spiritual Augmentation Drive” (PRASAD) scheme of the Centre.
- Ladakh received its first ever FM radio station in the capital city Leh. The frequency for Leh & Kargil will be 91.1 FM. It will cover 50 kilometres aerial distance in radius.
- Chief Justice NV Ramana said., "You (ED) are diluting the Act (Prevention of Money Laundering Act)...If you start using it as a weapon against 10,000 rupees case and 100 rupees case, what will happen,"
- Ranbir Kapoor-starrer 'Brahmāstra' will release on September 9, 2022 in five Indian languages including Hindi, Tamil, Telugu, Malayalam and Kannada. .
- Indian Army chief General MM Naravane has taken over as the Chairman of the Chiefs of Staff Committee.
- Decorated air warrior Group Captain Varun Singh passed away at a military hospital in Bengaluru on 15 Dec ( Wednesday).
- The 16th Committee of UNESCO for safeguarding of the Intangible Cultural Heritage (ICH) in its meeting held in Paris has inscribed DURGA PUJA in KOLKATA on the representative list of Intangible Cultural Heritage of Humanity. This is the 1st festival in Asia to achieve recognition as UNESCO ICH of Humanity.
- For the first time in history, a spacecraft has touched the Sun. NASA’s Parker Solar Probe has now flown through the Sun’s upper atmosphere -- the corona
- The Higher Education (HE) department Wednesday directed the colleges and universities in the state to conduct all the examinations (annual/semester) in offline mode with strict adherence to the Covid19 protocols.
- The Srimandir here will remain open for devotees from 5:30am to 9:30pm from Thursday, marking the beginning of ‘Pahili Bhoga’ rituals of the sibling deities in the 12th century shrine
- Ganjam district will be free of child marriage from January. An announcement to this effect will be made soon. Local officials will be held responsible for any child marriage at any place in the district
|
598 |
Y |
|
2620 |
15-12-2021 |
Odia |
- 6 ମାସ ମଧ୍ୟରେ 3 ବର୍ଷ ଓ ତାଠାରୁ ଅଧିକ ବୟସ୍କ ପିଲାଙ୍କ ପାଇଁ ମିଳିବ କରୋନା ଟିକା । ଏନେଇ ଘୋଷଣା କରିଛନ୍ତି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ମୁଖ୍ୟ ତଥା ସିଇଓ ଅଦର ପୁନାଓ୍ବାଲା।
- ବର୍ତ୍ତମାନ ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରରେ କାର୍ଯ୍ୟ କରୁଥିବା ୩ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନାର ନୂଆ ବ୍ୟବସ୍ଥା ସହ ମିଶିଯିବ। ଏହାଦ୍ଵାରା ଥାନ ସଂଖ୍ୟା ୧୪ରେ ପହଞ୍ଚିଛି । କଟକ, ଭୁବବନେଶ୍ବର, କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା, ଅନୁଗୁଳ, ବାଲେଶ୍ବର, ମୟୁରଭଂଜ, ପୁରୀ, କୋରାପୁଟ, ଭବାନୀପାଟଣା, ବଲାଙ୍ଗୀର ଓ କନ୍ଧମାଳରେ ଏହି ଥାନା ପ୍ରତିଷ୍ଠା କରାଯିବ ।
- ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ସେ ଆଲୋଚନା କରିବେ । ଏହି ସମୟରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ଦାବି ରଖିବେ ରାଜ୍ୟ ସରକାର । ଓଡ଼ିଶାକୁ ଫୋକସ ଷ୍ଟେଟ୍ର ମାନ୍ୟତା ଦେବା ପାଇଁ ଦୀର୍ଘଦିନ ହେଲା ଦାବି କରିଆସୁଛନ୍ତି ମୁଖ୍ୟମନ୍ତ୍ରୀ।
- କେନ୍ଦ୍ରମନ୍ତ୍ରୀ ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ହେଉଛି ଏହି ଷଡଯନ୍ତ୍ରର ମାଷ୍ଟରମାଇଣ୍ଡ । ଖେରି ମାମଲାର ତଦନ୍ତ କରୁଥିବା ସ୍ବତନ୍ତ୍ର ତଦନ୍ତକାରୀ ଦଳ ଏହାର ଖୁଲାସା କରିଛି । ଜିଲ୍ଲା ମୁଖ୍ୟ ନ୍ୟାୟାଳୟରେ ତଦନ୍ତକାରୀ ଟିମ୍ ଦାଖଲ କରିଥିବା ଲିଖିତ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି ।
- ମହମବତୀ କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ଘଟଣାସ୍ଥଳରେ ୧୩ ଦମକଳ ଗାଡ଼ି ନିୟୋଜିତ । ଘଟଣା ଘଟିଛି ପଶ୍ଚିମବଙ୍ଗର ହାୱଡା ସ୍ଥିତ ଚାମରାଇଲର ଲିଲୁଆରେ । ଭୋର ସମୟରେ ହଠାତ୍ କୌଣସି କାରଣରୁ କାରଖାନାରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ବ୍ୟାପକ ଭାବେ ମାଡ଼ି ଚାଲିଥିଲା ।
- ସ୍ପାଇଓ୍ୱେର ପେଗାସସ୍ ୟୁନିଟକୁ ବନ୍ଦ କରିବ ଏନଏସଓ ଗ୍ରୁପ । ଅନେକ ସ୍କାଣ୍ଡାଲ ଭିତରେ କମ୍ପାନୀ ଛନ୍ଦି ହୋଇଥିବା ସହ ଏହାର ଅତ୍ୟଧିକ ଋଣ ଭାର ଯୋଗୁ ପେଗାସସ ୟୁନିଟକୁ ବନ୍ଦ କରିବାକୁ ଯୋଜନା କରିଛି ଏନଏସଓ ଗ୍ରୁପ । ଏପରିକି ସମୁଦାୟ କମ୍ପାନୀକୁ ବି ବିକ୍ରି କରାଯାଇପାରେ ବୋଲି ସୂଚନା ମିଳିଛି । ଏନେଇ ଦୁଇଟି ଆମେରିକୀୟ ନିବେଶକ କମ୍ପାନୀ ସହ କଥାବାର୍ତ୍ତା ହୋଇଛି ଏବଂ ଖୁବ୍ ଶୀଘ୍ର ନିଷ୍ପତ୍ତି କାର୍ଯ୍ୟକାରୀ ହେବ ।
- ଗତ ୭ ବର୍ଷ ମଧ୍ୟରେ ୮ ଲକ୍ଷ ଭାରତୀୟ ସେମାନଙ୍କର ନାଗରିକତା ତ୍ୟାଗ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପାଖରେ ଉପଲବ୍ଧ ଥିବା ସୂଚନା ଅନୁଯାୟୀ ଗତ ସାତ ବର୍ଷ ମଧ୍ୟରେ ମୋଟ ୮,୮୧,୨୫୪ ଜଣ ଭାରତୀୟ ନାଗରିକ ସେମାନଙ୍କ ନାଗରିକତ୍ୱ ତ୍ୟାଗ କରିଛନ୍ତି। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଙ୍ଗଳବାର ଦିନ ଲୋକସଭାରେ ଏହି ସୂଚନା ଦେଇଛନ୍ତି।
- ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀଙ୍କ ବକ୍ତବ୍ୟ ଅନୁଯାୟୀ, ଟିକାକରଣ ପାଇଁ ଯୋଗ୍ୟ ଜନସଂଖ୍ୟାର ୫୫.୫୨ ପ୍ରତିଶତ ଲୋକଙ୍କୁ ଟିକା ପ୍ରଦାନ କରାଯାଇଛି ଏବଂ ୮୭ ପ୍ରତିଶତ ଲୋକ ଟିକାର ପ୍ରଥମ ଡୋଜ୍ ଗ୍ରହଣ କରିଛନ୍ତି।
- ଲଖିମପୁର ଖେରୀ ହିଂସାଘଟଣାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର ଏବଂ ତାଙ୍କର ଅନ୍ୟ ସହଯୋଗୀମାନେ ହତ୍ୟା ଏବଂ ଷଡଯନ୍ତ୍ର ଅଭିଯୋଗର ସମ୍ମୁଖୀନ ହୋଇସାରିଛନ୍ତି। ଉଲ୍ଲେଖଯୋଗ୍ୟ, ଲଖିମପୁର ଖେରୀ ହିଂସାଘଟଣାରେ ଘଟଣାସ୍ଥଳରେ ଯେଉଁ ଗୁଳିଚାଳନା ଘଟଣା ଘଟିଥିଲା, ସେଥିରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳିଚାଳନା ହୋଇଥିବା ଫୋରେନସିକ୍ ଟିମ୍ ପୂର୍ବରୁ ନିଜ ରିପୋର୍ଟରେ କହିସାରିଛି।
- ଯମୁନୋତ୍ରୀ-ଗଙ୍ଗୋତ୍ରୀ-କେଦାରନାଥ-ବଦ୍ରୀନାଥକୁ ସଂଯୋଗ କରୁଥିବା ଚାରଧାମ ସ୍ଥାୟୀ ରାସ୍ତା ପ୍ରକଳ୍ପକୁ ସୁପ୍ରିମକୋର୍ଟ ଅନୁମୋଦନ କରିଛନ୍ତି। ଏ ସଂକ୍ରାନ୍ତରେ ସେପ୍ଟେମ୍ବର୮, ୨୦୨୦ରେ ସୁପ୍ରିମକୋର୍ଟ ଦେଇଥିବା ଆଦେଶର ସଂଶୋଧନ ନେଇ ଆବେଦନ କରିଥିଲା କେନ୍ଦ୍ର।
- ୨୦୨୨ ପହିଲା ମାସରେ ହୋଇପାରେ ୫ ରାଜ୍ୟର ବିଧାନସଭା ନିର୍ବାଚନ । ଉତ୍ତର ପ୍ରଦେଶ ଏବଂ ପଞ୍ଜାବ ସମେତ ଅନ୍ୟ ୩ ରାଜ୍ୟର ବିଧାନସଭା ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା ପଦକ୍ଷେପ ନେଇଛି ନିର୍ବାଚନ ଆୟୋଗ।
- ରାତି ୧୦ଟା ପରେ ବିବାହ ପ୍ରସେସନରେ ଡିଜେ ବଜାଇ ପାରିବେନି । ଏହାସହିତ ବାଣ ମଧ୍ୟ ଫୁଟାଇ ପାରିବେନି । ଏନେଇ କମିଶନରେଟ୍ ପୋଲିସ୍ ପକ୍ଷରୁ କଟକଣା କଡାକଡି କରାଯାଇଛି । ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
- ଲୋକସଭା ସଦସ୍ୟା ସଂଗୀତା ସିଂଦେଓଙ୍କ ଉଦ୍ୟମରେ ପାଟଣାଗଡରେ ଏକ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରିବାକୁ ଲୋକସଭାରେ ଆଗତ କରିଥିଲେ । ଫଳରେ କଉଡିଆଠାରେ ଥିବା ୧୦ ଏକର ସରକାରୀ ଜାଗା ବୁଲି ଦେଖିଛନ୍ତି ପାଟଣାଗଡରେ ଭୁବନେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟର ଅତିରିକ୍ତ କମିଶନର ଏ ଜ୍ୟୋତିକୁମାରଙ୍କ ନେତୃତ୍ବରେ ୩ ଜଣିଆ ପ୍ରତିନିଧି ବିଦ୍ୟାଳୟ ପାଇଁ ଆବଶ୍ୟକ ପଡୁଥିବା ସ୍ଥାନ ବୁଲି ଦେଖିଛନ୍ତି ।
- ଜଗତସିଂହପୁରର ପ୍ରାୟ ୯ ଲକ୍ଷ ଲୋକ ସ୍ମାର୍ଟ କାର୍ଡ ସୁବିଧା ପାଇବେ । ଏହି ଅବସରରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍ଥ କାର୍ଡ ରାଜ୍ୟର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରୂପାନ୍ତର ଆଣିପାରିବ।
- ରାଜଧାନୀ ଦିଲ୍ଲୀରୁ ଆଉ ୪ ଜଣ ଓମିକ୍ରନ୍ ଭ୍ୟାରିଆଣ୍ଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜଧାନୀରେ ମୋଟ ମାମଲା୬ କୁ ବୃଦ୍ଧି ପାଇଛି। ସମସ୍ତ ୬ ଜଣ ରୋଗୀଙ୍କ ସାମାନ୍ୟ ଲକ୍ଷଣ ଥିବା ଜଣାପଡ଼ିଛି ଏବଂ ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ମଧ୍ୟ ହୋଇଥିବା ସୂଚନା ମିଳିଛି। ସେହିପରି ରାଜସ୍ଥାନରୁ ଆଉ ୮ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
- ତେଜସ୍ୱୀ ଯାଦବ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନିଜ ଦୀର୍ଘ ଦିନର ବାନ୍ଧବୀ ରିଚେଲଙ୍କୁ ନୂଆ ଦିଲ୍ଲୀରେ ବିବାହ କରି ପାଟନା ଫେରିଛନ୍ତି ତେଜସ୍ୱୀ ଯାଦବ । ଏହି ଆୟୋଜନକୁ ବହୁତ ଛୋଟ ରଖାଯାଇଥିବା ବେଳେ ଏଥିରେ କେବଳ ଉଭୟ ପରିବାର ସଦସ୍ୟ ସାମିଲ ହୋଇଥିଲେ ।
- ଦେଶର ତିନି ସେନାରେ ୯,୩୬୨ ଅଫିସର ଏବଂ ୧୧୩ ଲକ୍ଷ ସୈନିକ ପଦ ଖାଲି ରହିଛି। ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ କହିଛନ୍ତି ଯେ ସେନାରେ ୭୪୭୬ ଅଫିସର ଏବଂ ଜୁନିୟର କମିଶନଡ ଅଫିସର ସହିତ ୯୭୧୭୭ ସୈନିକ ପଦ ଖାଲି ପଡିଛି ।
- ଓଡ଼ିଶା ହାଇକୋର୍ଟରେ ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦ ମାମଲାର ଶୁଣାଣି ହୋଇଛି । ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ହାଇକୋର୍ଟ ।ପୁରସ୍କାର ପ୍ରଦାନ ପାଇଁ ପୁନର୍ବିଚାର ଓ ଚୟନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ୨୭ଟି ଯାକ ବର୍ଗରେ ପୁରସ୍କାର ଚୟନର ପୁନର୍ବିଚାର ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି ।
- ଓଲା ଭାରତରେ ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ୍ କରିଛି । ଅନେକ ଏହାର ବୁକ୍ କରିଥିବା ବେଳେ ଡିସେମ୍ବର ମାସ ୧୫ ତାରିଖରୁ ଏହା ଗ୍ରାହକମାନଙ୍କୁ ପର୍ଯ୍ୟାୟ କ୍ରମେ ମିଳିବ ବୋଲି ଓଲା ଇଲେକ୍ଟ୍ରିକ୍ର ସିଇଓ ଭବିଶ ଅଗ୍ରଓ୍ୱାଲ କହିଛନ୍ତି ।
- ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସେରିଲ୍ ରାମଫୋସା କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କଠାରେ କରୋନାର ସାମନ୍ୟ ଲକ୍ଷଣ ପ୍ରକାଶ ପାଇଥିବାବେଳେ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ ରହିଛି।
|
551 |
Y |
|