# |
Date |
Type |
Current Affairs |
No. Of Views |
Status |
Action |
1401 |
16-09-2023 |
Odia |
-
ବିଶ୍ୱକର୍ମା ଜୟନ୍ତୀ ଅବସରରେ ଆସନ୍ତା ୧୭ ତାରିଖରେ ପାରମ୍ପରିକ କାରିଗର ଏବଂ ଶିଳ୍ପୀ ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପିଏମ୍ ବିଶ୍ୱକର୍ମା’ ଯୋଜନାର ଶୁଭାରମ୍ଭ କରିବେ ।ପିଏମ୍ ବିଶ୍ୱକର୍ମା’ ଯୋଜନା ପାଇଁ କେନ୍ଦ୍ର ସରକାର ୧୩,୦୦୦ କୋଟି ଟଙ୍କାର ସମ୍ପୂର୍ଣ୍ଣ ପାଣ୍ଠି ଯୋଗାଇ ଦେବେ। ‘ପିଏମ୍ ବିଶ୍ୱକର୍ମା’ ର ପରିସର ବେଶ ବ୍ୟାପକ ଏବଂ ଏହା ୧୮ଟି କାରିଗରୀ ଶିଳ୍ପକୁ ଅନ୍ତର୍ଭୁକ୍ତ କରିବ ।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ବିଶ୍ବ ନେତାମାନଙ୍କ ମଧ୍ୟରେ ଗ୍ଲୋବାଲ୍ ରେଟିଂରେ ଶୀର୍ଷରେ ରହିଛନ୍ତି। ‘ମର୍ଣ୍ଣିଂ କନ୍ସଲ୍ଟ’ର ସର୍ଭେ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ୭୬ ପ୍ରତିଶତ ରେଟିଂ ସହ ସର୍ବାଧିକ ଲୋକପ୍ରିୟ ବିଶ୍ବନେତା ହୋଇଛନ୍ତି।
-
କେରଳ ନିପା ଭାଇରସର ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି।ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ କେରଳରେ ସତର୍କତା ବୃଦ୍ଧି କରାଯାଇଛି।
-
ମାଲି ଦେଶରେ ସୁଲତାନଙ୍କ ପାଖରେ ଅନେକ ସୁନା ଖଣି ଥିଲା । ପଶ୍ଚିମ ଆଫ୍ରିକାର ଏହି ଦେଶରେ ଏତେ ସୁନା ଥିଲା ଯେ ସାରା ବିଶ୍ୱରୁ ବ୍ୟବସାୟୀଙ୍କ ଭିଡ ଲାଗି ରହିଥିଲା । ଅନେକ ୟୁରୋପୀୟ ଦେଶର ଲୋକ ଏଠାର ପଡି ରହୁଥିଲେ । ମାତ୍ର ଏବେ ନାଁ କୁ ମାତ୍ର ସୁଲତାନ ରହିଛନ୍ତି । ଦେଶର ଅଧା ଲୋକ ଅତ୍ୟଧିକ ଗରିବ । ଖାଇବା ପାଇଁ ପାଉ ନାହାନ୍ତି ।
-
ଦୂରଦର୍ଶନ ୬୪ ବର୍ଷ ପୂରଣ କରି ୬୫ ବର୍ଷରେ ପଦାର୍ପଣ କରିଛି । ୧୯୫୯ ମସିହା ଆଜିର ଦିନରେ ଦୂରଦର୍ଶନ ପ୍ରଥମଥର ଲାଗି ତା’ର ପ୍ରସାରଣ ଆରମ୍ଭ କରିଥିଲା । ଦୂରଦର୍ଶନ ଲୋକମାନଙ୍କୁ ସଠିକ୍ ତଥ୍ୟ ଓ ସୂଚନା ଏବଂ ବିଶ୍ୱସନୀୟ ସମ୍ବାଦ ପରିବେଷଣ କରି ଆସୁଛି।
-
ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-୧କୁ ଆଉ ଏକ ସଫଳତା ମିଳିଛି । ଆଦିତ୍ୟ ଏଲ-୧, ୪ର୍ଥ କକ୍ଷପଥ ପରିବର୍ତ୍ତନ କରିଛି ।
-
ଚନ୍ଦ୍ରାୟାନ ୩ର ସଫଳ ଅବତରଣ ପରେ ସାରାବିଶ୍ୱର ନଜର ଭାରତ ଉପରେ ରହିଛି। ତେବେ ଚନ୍ଦ୍ରାୟାନର ପ୍ରଜ୍ଞାନ ନିଜ ଗବେଷଣାରେ ଚନ୍ଦ୍ରରେ ଅମ୍ଲଜାନ ଥିବା ନେଇ ସ୍ପଷ୍ଟ କରିଛି।
-
ଏକ ଐତିହାସିକ ଘଟଣାକ୍ରମରେ ତାମିଲନାଡୁର ୩ ମହିଳା ପୂଜାରୀ ହେବାକୁ ଯାଉଛନ୍ତି। ସେମାନେ ସଫଳତାର ସହ ପ୍ରଶିକ୍ଷଣ ସମାପ୍ତ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି।
-
ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ବିଆରଏସ ନେତା କବିତା ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇଛନ୍ତି। ସୁପ୍ରିମକୋର୍ଟ ଇଡିର ସମନ ବିରୋଧରେ କବିତାଙ୍କ ପିଟିଶନ ଉପରେ ଶୁଣାଣି ସେପ୍ଟେମ୍ବର ୨୬ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।
-
ମିଜୋରାମର ଚମ୍ପାଇ ଜିଲାର ଜୋଖୱାଥର୍ ଅଞ୍ଚଳରୁ ଆସାମ ରାଇଫଲ୍ସ ଅଧିକାରୀ ପ୍ରାୟ ୧.୬୫ କୋଟି ଟଙ୍କା ମୂଲ୍ୟର ୨୩୭ ଗ୍ରାମ ହେରୋଇନ୍ ଜବତ କରିଛନ୍ତି।
-
ଇଡି ମୁଖ୍ୟ ସଞ୍ଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ଶୁକ୍ରବାର ଅର୍ଥାତ୍ ୧୫ ସେପ୍ଟେମ୍ବରରେ ଶେଷ ହୋଇଛି। ବର୍ତ୍ତମାନ ଇଡିର ସ୍ବତନ୍ତ୍ର ନିର୍ଦ୍ଦେଶକ ରାହୁଲ ନବିନଙ୍କୁ ଇଡିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି।
-
ବିଧାନସଭାଗୁଡ଼ିକ ପେପରଲେସ୍ ହେବାରୁ ପ୍ରତିବର୍ଷ ୩୪୦କୋଟିରୁ ଅଧିକ ଟଙ୍କା ସଞ୍ଚୟ କରାଯାଉଛି।
-
ଏସ୍ବିଆଇ ଜେନେରାଲ ଇନ୍ସ୍ୟୁରାନ୍ସର ନୂତନ ଉତ୍ପାଦ ‘ସୁପର ହେଲ୍ଥ ଇନ୍ସ୍ୟୁରାନ୍ସ’କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି।
-
ଚଳିତ ବର୍ଷ ଡିସେମ୍ବରରେ ଉତ୍ତରାଖଣ୍ଡର ଡେରାଡୁନ୍ଠାରେ ହେବାକୁ ଥିବା ଡେଷ୍ଟିନେସନ୍ ଉତ୍ତରାଖଣ୍ଡ-ଗ୍ଲୋବାଲ୍ ଇନ୍ଭେଷ୍ଟର୍ସ ସମ୍ମିଳନୀ-୨୦୨୩ରେ ରାଜ୍ୟ ସରକାର ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗର ଲକ୍ଷ୍ୟ ରଖିଛନ୍ତି।
-
ଗତ ୪ ମାସ ଭିତରେ ମଣିପୁର ଜାତିଆଣ ହିଂସାରେ ୧୭୫ ଜଣଙ୍କ ଜୀବନ ଗଲାଣି ଏବଂ ୯୬ଟି ମୃତ ଶରୀର ପଡ଼ିରହିଛି, ଯାହାକୁ ଏପର୍ଯ୍ୟନ୍ତ କେହି ଦାବି କରିନାହାନ୍ତି। ଗୁରୁବାର ମଣିପୁର ପୁଲିସ ମୃତ ଓ ଆହତମାନଙ୍କ ତଥ୍ୟ ପ୍ରଦାନ କରିବା ବେଳେ ଏହା କହିଛି।
-
ବ୍ୟାଟେରି ଦାମ୍ କମିବା ପରେ ୨୦୨୪ ସୁଦ୍ଧା ୟୁରୋପ, ୨୦୨୬ ସୁଦ୍ଧା ଆମେରିକା ଏବଂ ୨୦୩୦ ସୁଦ୍ଧା ସାରା ବିଶ୍ବରେ ପେଟ୍ରୋଲ୍ କାର୍ ଦାମ୍ରେ ଇଲେକ୍ଟ୍ରିକ୍ କାର୍ ମିଳିବ।
-
ଏସିଆର ୮୨ ପ୍ରତିଶତ କର୍ମଚାରୀଙ୍କର ମଧ୍ୟମରୁ ଗୁରୁତର ମାନସିକ ସ୍ବାସ୍ଥ୍ୟ ସମସ୍ୟା ରହିଛି ବୋଲି ଗୁରୁବାର ପ୍ରକାଶିତ ଏକ ଅଧ୍ୟୟନ ରିପୋର୍ଟରୁ ଜଣାପଡିଛି।
-
ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ କେନ୍ଦ୍ର ‘ସଙ୍ଗୀତ ନାଟକ ଏକାଡେମି ଅମୃତ ପୁରସ୍କାର’ ପାଇଁ ଦେଶର ମୋଟ୍ ୮୪ ଜଣ ବର୍ଷୀୟାନ କଳାକାରଙ୍କୁ ମନୋନୀତ କରାଯାଇଛି। ଏଥିରେ ଓଡ଼ିଶାର ୪ ଜଣ କଳାକାର ସାମିଲ ଅଛନ୍ତି। ସେମାନେ ହେଲେ ୯୪ ବର୍ଷୀୟ ସିଦ୍ଧେଶ୍ବର ଦାଶ (ଛଉ ନୃତ୍ୟ), ୮୬ ବର୍ଷୀୟ ଅନନ୍ତ ମହାପାତ୍ର (ଥିଏଟର-ସାମଗ୍ରିକ ଅବଦାନ), ୮୨ ବର୍ଷୀୟ ଆନନ୍ଦ ବାଗ (ଲୋକସଙ୍ଗୀତ -ବ୍ରହ୍ମା ବୀଣା) ଓ ୭୬ ବର୍ଷୀୟ ଗୋବିନ୍ଦ ଚନ୍ଦ୍ର ପାଲ (ଗୋଟିପୁଅ)।
-
ଉଛୁଳା ନଦୀରେ ଫସିଲା ଭାରତରୁ ନେପାଳକୁ ଯାଉଥିବା ବସ | ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ସୀମାରେ ଥିବା କୋତୱାଲି ନଦୀରେ ବସଟି ଫସିଯାଇଥିଲା | ବସରେ ୫୩ ଜଣ ଯାତ୍ରୀ ଥିଲେ |
-
ଭାରତୀୟ ବାୟୁସେନାର ଘାତକ କ୍ଷମତା ଆହୁରି ବଢିବାକୁ ଯାଉଛି । ଦେଶର ଆକାଶମାର୍ଗକୁ ଅଧିକ ସୁରକ୍ଷିତ କରିବା ପାଇଁ ଭାରତୀୟ ବାୟୁସେନା ପାଇଁ ୧୨ଟି ସୁଖୋଇ ୩୦ ଏମକେଆଇ ଲଢୁଆ ବିମାନ କିଣିବାକୁ ମଞ୍ଜୁରୀ ଦେଇଛି ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ
|
427 |
Y |
|
1402 |
16-09-2023 |
English |
-
IRS officer Rahul Navin was appointed as in-charge director of the Enforcement Directorate (ED) Friday on the completion of tenure of the incumbent Sanjay Kumar Mishra.
-
The Supreme Court Friday sought the response of all the high courts and some tribunals on whether they have disbanded the hybrid mode of hearing cases, allowing lawyers and litigants to appear in a matter through video-conferencing as well.
-
Aditya L1 spacecraft, India’s first spacebased mission to study the Sun, during the early hours Friday, underwent the fourth Earthbound manoeuvre successfully, ISRO said
-
Housing and Urban Development Minister Usha Devi emphasised expediting transformation of urban areas of the state under the 5T initiative at the 22nd governing body meeting of State Urban Development Agency (SUDA) here Friday.
-
Former tehsildar of Buguda in Ganjam district Sangram Keshari Jena was arrested by the Vigilance officials Friday for possessing disproportionate assets (DA) to the tune of 187 per cent excess of his known sources of income.
-
The National Human Rights Commission (NHRC) has issued summons to Balsore SP to appear in person before the commission November 2 regarding the death of a fisherman inside DRDO range.
-
Twelve former vice-chancellors of different state universities in West Bengal Thursday sent legal notice to Governor C.V. Ananda Bose, who by virtue of his chair is also the chancellor of all state universities. These 12 former vice-chancellors are those who were recently cited by the governor as those who had to resign as per the order of the Supreme Court because their appointments were not as per norms.
-
The Manipur government has approved a compensation scheme for women victims of sexual assault and other crimes, an official order said.
-
Representatives of COCOMI, an umbrella body of Imphal valley-based civil society organisations, met Defence Minister Rajnath Singh and demanded the withdrawal of Assam Rifles from the state, alleging that the force was acting in a biased way.
-
India Thursday cleared nine procurement proposals of around `45,000 crore including ones to acquire 12 Su-30 MKI fighter jets as well as Dhruvastra air-to-surface missiles and upgrade of Dornier aircraft.
-
In some relief to BRS leader K Kavitha, the Enforcement Directorate Friday told the Supreme Court it will extend by 10 days the summons issued to her for appearance in the Delhi excise policy case.
-
The Supreme Court Friday termed the complaint against the Editors Guild of India (EGI) and its four members a “counter-narrative of the government” and asked as to how the offence of promoting enmity between different groups was made out against the journalists' body which merely gave a report at Army's request.
-
President Joe Biden announced new US sanctions Friday on “some of Iran's more egregious human rights abusers” as he marked the anniversary of the death of 22-year-old Mahsa Amini, who died while being held by the country's morality police’
-
Vice President Jagdeep Dhankhar on Friday criticised those who "taint, tarnish and demean" the image of the country abroad, especially at a time when the world is praising its development.
-
Prime Minister Narendra Modi continues to top global ratings among world leaders with an approval rating of 76 per cent, according to a survey by Morning Consult.
-
Mizoram Chief Minister Zoramthanga on Friday said his government cannot act as it wishes due to financial constraints with funds of ₹ 3,500 crore due from the Centre.
-
The Defence Ministry on Friday cleared procurement of various weapons systems and platforms including Dhruvastra short range air-to-surface missile and 12 Su-30 MKI fighter jets at a cost of around ₹ 45,000 crore.
-
Politics took a (brief) backseat Friday as Punjab Chief Minister Bhagwant Mann took a playful dig at Aam Aadmi Party colleague Raghav Chadha, who is to wed actor Parineeti Chopra later this month.
-
The Calcutta High Court on Friday imposed a penalty of ₹ 50 lakh on the West Bengal government for failing to implement its order for handing over the investigation from the CID to CBI and ED into alleged irregularities in a women's
-
Shubman Gill gave an awesome display of his talent while registering his fifth ODI hundred, but Bangladesh managed to eke out an unexpected six-run win over India in an Asia Cup Super Four match here Friday.
|
432 |
Y |
|
1403 |
15-09-2023 |
Odia |
-
ଜାତୀୟ ନ୍ୟାୟିକ ତଥ୍ୟ ଗ୍ରିଡ୍ (ଏନ୍ଜେଡିଜି) ପ୍ଲାଟଫର୍ମରେ ଖୁବ୍ଶୀଘ୍ର ସୁପ୍ରିମକୋର୍ଟ ଯୋଡ଼ିହେବ। ଗୁରୁବାର ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏହି ଯୁଗାନ୍ତକାରୀ ଘୋଷଣା କରିଛନ୍ତି।
-
ବ୍ୟାଙ୍କ ଦୁର୍ନୀତି ସମ୍ପର୍କିତ ମନିଲଣ୍ଡରିଂ ମାମଲାରେ ଜେଟ୍ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଗୁରୁବାର ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି।
-
ପାର୍ବଣ ପୂର୍ବରୁ ଘରୋଇ ଚାହିଦା ପୂରଣ କରିବା ପାଇଁ ନେପାଳ ସରକାର ଭାରତରୁ ୨୦ହଜାର ମେଟ୍ରିକ ଟନ ଚିନି ଆମଦାନୀ କରିବାକୁ ଯାଉଛନ୍ତି।
-
ଭାରତର ୩୦୧ଟି ଜିଲ୍ଲାରୁ ୩୧ହଜାର ଲୋକଙ୍କ ଠାରୁ ପ୍ରତିକ୍ରିୟା ନିଆଯାଇଥିଲା। ସେଥିମଧ୍ୟରୁ ୬୭ଶତକଡା ପୁରୁଷ ହୋଇଥିବାବେଳେ ୩୩ଶତକଡା ମହିଳା ଥିଲେ। ସର୍ଭେରେ ଜଣାପଡିଥିଲା କି ପ୍ରାୟ ୪୧ଶତକଡା ଲୋକ ଅନଲାଇନରେ ଆକାଉଣ୍ଟ କରିଚାଳନା କରିପାରନ୍ତି ନାହିଁ।
-
ଜନ୍ମ ଏବଂ ମୃତ୍ୟୁ ପଞ୍ଜିକରଣ (ସଂଶୋଧନ) ଅଧିନିୟମ, ୨୦୨୩ ଅକ୍ଟୋବର ୧, ୨୦୨୩ ଠାରୁ ସାରା ଦେଶରେ ଲାଗୁ ହେବାକୁ ଯାଉଛି।ବର୍ତ୍ତମାନ ଜନ୍ମ ପ୍ରମାଣପତ୍ରର ଗୁରୁତ୍ୱ ବୃଦ୍ଧି ପାଇବ। ବିଦ୍ୟାଳୟ, କଲେଜରେ ଆଡମିଶନ, ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ, ଭୋଟର ତାଲିକାରେ ନାମ ଯୋଡିବା, ଆଧାର ପଞ୍ଜୀକରଣ, ବିବାହ ପଞ୍ଜୀକରଣ କିମ୍ବା ସରକାରୀ ଚାକିରି ଆବେଦନ ଭଳି ଅନେକ ଉଦ୍ଦେଶ୍ୟରେ ଆପଣ ଏହି ଏକକ ଡକ୍ୟୁମେଣ୍ଟ ବ୍ୟବହାର କରିବାରେ ସକ୍ଷମ ହେବେ।
-
ଅନନ୍ତନାଗ ଏନ୍କାଉଣ୍ଟରରେ ଗତକାଲି ଜଣେ ମେଜର, ଜଣେ କର୍ନେଲ ଏବଂ ଜଣେ ଡିଏସ୍ପି ସହିଦ ହୋଇଯାଇଛନ୍ତି। ଏଥିସହ ଦେଶ ୩ ଜଣ ବୀର ଯୋଦ୍ଧାଙ୍କୁ ହରାଇ ଦେଇଛି।
-
ବିରୋଧୀ 'ଇଣ୍ଡିଆ' ମେଣ୍ଟ ୧୪ ଜଣ ଆଙ୍କରଙ୍କ ଶୋ'କୁ ବୟକଟ୍ କରିବାକୁ ନିଷ୍ପତ୍ତି ନେଇଛି। ବୟକଟ୍ର ଘୋଷଣାର ଦିନକ ପରେ ତାଲିକା ପ୍ରକାଶ ଇଣ୍ଡିଆ ମେଣ୍ଟ। ଏହି ତାଲିକାରେ ଅଛନ୍ତି ଦେଶର ପ୍ରମୁଖ ଚାନେଲର ଆଙ୍କର।
-
ଭାରତୀୟ ବାୟୁସେନା ମାଲବାହୀ ବିମାନରୁ ‘ଟାଇପ୍ ଭି ହେଭି ଡ୍ରପ୍ ସିଷ୍ଟମ୍’ର ସଫଳ ପରୀକ୍ଷଣ କଲା ।
-
ଓଡ଼ିଶାର ଜିଏସ୍ଟି ଆପିଲିଟ୍ ଟ୍ରିବ୍ୟୁନାଲ୍କୁ କଟକରେ ସ୍ଥାପନ କରାଯିବ। କେନ୍ଦ୍ର ସରକାର ଆଜି ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି। ଦୀର୍ଘ ସାଢ଼େ ଛଅ ବର୍ଷର ପ୍ରତୀକ୍ଷା ପରେ ଜିଏସ୍ଟି ଆପିଲିଟ୍ ଟ୍ରିବ୍ୟୁନାଲ୍ ସ୍ଥାପନ ସମ୍ପର୍କିତ ବିଜ୍ଞପ୍ତି ଜାରି ହୋଇଛି।
-
ମିଛ ସଂସ୍ଥା ନାମରେ କେନ୍ଦ୍ର ଦେଇଥିବା ସବସିଡି ଅଭିଯୋଗକୁ ନେଇ ଏବେ ଆସାମ ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ନେତା ଗୌରବ ଗୋଗୋଇ ମୁହାଁମୁହିଁ ହୋଇଛନ୍ତି | କଂଗ୍ରେସର ଅଭିଯୋଗକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱସର୍ମା କହିଛନ୍ତି ଯେ ଯଦି ତାଙ୍କ ପତ୍ନୀଙ୍କ ବିରୁଦ୍ଧରେ ଅଭିଯୋଗ ପ୍ରମାଣିତ ହୁଏ ତେବେ ସେ ସାଧାରଣ ଜୀବନରୁ ସନ୍ୟାସ ନେଇଯିବେ |
-
ଏସଏସଆଇ ସର୍ଭେରୁ ମିଳିଥିବା ପ୍ରମାଣ ସୁରକ୍ଷିତ ରଖାଯିବ, ଜ୍ଞାନବ୍ୟାପୀ ମାମଲାରେ କୋର୍ଟଙ୍କ ଆଦେଶ ।
-
ସେପ୍ଟେମ୍ବର ୨୪ରେ ବିବାହ ବନ୍ଧନରେ ବାନ୍ଧି ହେବେ ଆପ ସାଂସଦ ଓ ବଲିଉଡ ଅଭିନେତ୍ରୀ । ରାଜସ୍ଥାନ ଉଦୟପୁରରେ ହେବ ରାଘବ ଚଢ଼ା ଓ ପରିଣୀତି ଚୋପ୍ରାଙ୍କ ବାହାଘର ।
-
ମେକ୍ସିକୋ ସାଂସଦରେ ପ୍ରଦର୍ଶିତ ହେଲା ଏଲିଅନ୍ କଙ୍କାଳ । ପ୍ରଖ୍ୟାତ ସାମ୍ବାଦିକ ଜେମେ ମୌସାନ୍ ଏଲିଏନଙ୍କ କଙ୍କାଳ ପ୍ରଦର୍ଶନ କରି ଦେଲେ ନୂଆ ତଥ୍ୟ ।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ମା’, କିଶୋରୀ ଝିଅ ଓ ଶିଶୁମାନଙ୍କ ଉପଯୁକ୍ତ ପୁଷ୍ଟିସାଧନ ଉଦ୍ଦେଶ୍ୟରେ ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ‘ପଡା ପୁଷ୍ଟି’ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଥିଲେ। ।
-
ମାଷ୍ଟରକାର୍ଡ ଇଣ୍ଡିଆ ଚେୟାରମ୍ୟାନ ଭାବରେ ନିଯୁକ୍ତ ହେଲେ ରଜନୀଶ କୁମାର। ଗୁରୁବାର ମାଷ୍ଟରକାର୍ଡ ଇଣ୍ଡିଆ, ଏସବିଆଇର ପୂର୍ବତନ ମୁଖ୍ୟ ରଜନୀଶ କୁମାରଙ୍କୁ କମ୍ପାନିର ଚେୟାରମ୍ୟାନ୍ ନିଯୁକ୍ତ କରିଛି।
-
ବିଶ୍ୱର ସବୁଠୁ ବଡ଼ ଟେକ୍ କମ୍ପାନୀ ମଧ୍ୟରେ ଅନ୍ୟତମ ‘ଗୁଗଲ’ ପୁଣି ଥରେ କର୍ମଚାରୀ ଛଟେଇ ଆରମ୍ଭ କରିଛନ୍ତି। ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ର ଗ୍ଲୋବାଲ ରିକ୍ରୁଇଟମେଣ୍ଟ ଟିମ୍ରୁ ଏହି ଛଟେଇ ଆରମ୍ଭ ହୋଇଛି।
-
ଅପରାଧିକ ମାମଲାରେ ଦଣ୍ଡିତ ସାଂସଦ ଓ ବିଧାୟକମାନଙ୍କୁ ସ୍ଥାୟୀ ରୂପେ ଅଯୋଗ୍ୟ ଘୋଷିତ କରିବା ପାଇଁ ସୁପ୍ରିମକୋର୍ଟ ନିଯୁକ୍ତ ଆମିକସ କ୍ୟୁରି ବିଜୟ ହଂସାରିଆ ତାଙ୍କର ଉନ୍ନବିଂଶତମ ରିପୋର୍ଟରେ ସମର୍ଥନ କରିଛନ୍ତି।
-
ବେଶୀ ରାତି ଯାଏ ଅନିଦ୍ରା ରହିଲେ, ମଧୁମେହ ଆଶଙ୍କା ବଢ଼ିଥାଏ ବୋଲି ଏକ ନୂତନ ଅଧ୍ୟୟନରୁ ଜଣାଯାଇଛି। ଡେରିରେ ଶୋଇ ଡେରିରେ ଉଠିବାର ଶୟନ ଅଭ୍ୟାସ ‘କ୍ରୋନୋଟାଇପ୍’ ନାମରେ ପରିଚିତ। କ୍ରୋନୋଟାଇପ୍ ସହ ଟାଇପ୍-୨ ମଧୁମେହ ଅଧିକ ସଂପୃକ୍ତ ଏବଂ ତାହା ଅସ୍ବାସ୍ଥ୍ୟକର ଜୀବନଶୈଳୀ ସହ ଜଡ଼ିତ ବୋଲି ଏହି ଅଧ୍ୟୟନରୁ ପ୍ରକାଶ ପାଇଛି।
-
ମଣିପୁର ହିଂସା ଘଟଣାରେ ପୋଲିସ୍ର ତଥ୍ୟ ଜାରି: ଏବେବି ମିଳିନି ୯୬ ଶବର ପରିଚୟ, ଅନେକ ନିଖୋଜ ।
-
ଆସନ୍ତା ବର୍ଷ କାତାରରେ ହେବାକୁ ଥିବା ପୁରୁଷ ଏସୀୟ କପ୍ ଫୁଟବଲ୍ ପ୍ରତିଯୋଗିତାରେ ଜାପାନର ୟୋସିମି ୟମସିତା ପ୍ରଥମ ମହିଳା ରେଫରି ଭାବେ ମ୍ୟାଚ୍ ପରିଚାଳନା କରିବେ।
|
433 |
Y |
|
1404 |
15-09-2023 |
English |
-
Odisha ranks third in the country in terms of pendency of cases against legislators for over five years, amicus curiae Vijay Hansaria told the Supreme Court, Thursday
-
The state government has directed 1.30 lakh agitating primary teachers to call off strike and resume duty at the earliest.
-
Three Indians – cricketer Harmanpreet Kaur, advocate Nandita Venkatesan and artist Vinu Daniel – were named by TIME magazine in its list of top 100 emerging leaders shaping the world.
-
People who sleep late and wake up late could be at an increased risk of developing diabetes than those who sleep early, according to a study. Researchers from Brigham and Women's Hospital in Boston, US, studied the relationship between chronotype (a person's preferred timing of sleep and waking) and diabetes risk and looked at the role of lifestyle factors as well and found it associated with 19 per cent increased risk of diabetes.
-
Investigation into the sensational kidnapping and extortion case involving a city doctor has opened a Pandora’s box with the police learning about the devious modus operandi of the blackmailer couple who had fleeced many unsuspecting victims through entrapment.
-
MLC K Kavitha of the ruling BRS Thursday said the Enforcement Directorate notice issued to her in the Delhi Excise Policy case is politically motivated, and that the party's legal team would decide the future course of action on it.
-
One of the major reasons behind poor mental health of students in this coaching hub that often prompts them to take the extreme step is ‘parents telling them there is no going back’, according to police and district officials attempting preventive measures as record student suicides rock ‘Kota factory’.
-
INDIA announces boycott of shows of 14 TV anchors.
-
Assam Chief Minister Himanta Biswa Sarma’s wife Riniki Bhuyan Sarma Wednesday said that she will file a defamation suit of `10 crore against Congress Deputy leader in Lok sabha Gaurav Gogoi for his alleged 'slanderous campaign' against the company with which she is associated.
-
Slamming Union Home Minister Amit Shah for his remark that "Hindi unites", Tamil Nadu Minister Udhayanidhi Stalin Thursday said it is "absurd" to claim that Hindi, spoken in just four to five states, unites the entire Indian union.
-
A new amended law will facilitate use of birth certificate as a single document for a host of works and services like admission to educational institutes, issuance of driving licences, applying for Aadhaar card or passport and registration of marriage and will come into effect from October 1. The Parliament passed the Registration of Births and Deaths (Amendment) Act, 2023 in the last monsoon session while President Droupadi Murmu gave her assent August
-
In a departure from global trends, India has recorded a substantial 76 per cent drop in solar module imports from China during the first half of 2023 which reflects New Delhi’s resolute shift towards self-sufficiency in solar manufacturing, a new report said Thursday.
-
A special Central Bureau of Investigation) court on Thursday awarded life imprisonment to three former Punjab police officers convicted for conspiracy, murder, and fabrication of record in a 1992 police encounter case.
-
Rajasthan minister Shanti Dhariwal has said love affair was a reason behind many suicide cases among students, including a 16-year-old girl who died at her hostel recently, provoking her father to ask him for evidence.
-
Having already sealed a place in the final, India will be tempted to test their fringe players when they face an already knocked out Bangladesh in a Super 4 match of the Asia Cup here Friday.
|
466 |
Y |
|
1405 |
14-09-2023 |
Odia |
-
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭର୍ଚୁଆଲ୍ ମାଧ୍ୟମରେ ଦେଶବ୍ୟାପୀ ‘ଆୟୁଷ୍ମାନ ଭବ’ ଅଭିଯାନର ଶୁଭାରମ୍ଭ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଗାନ୍ଧିନଗରସ୍ଥିତ ରାଜଭବନଠାରୁ ଏହାର ଶୁଭାରମ୍ଭ କରାଯାଇଛି।
-
ଯାଜପୁର ମେଡିକାଲ କଲେଜ ଏବଂ ଡାକ୍ତରଖାନାର ନାମ ଯଯାତି କେଶରୀଙ୍କ ନାମରେ ନାମିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।
-
ଧୀରେଧୀରେ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଥିବାରୁ ୨ଟି ଗେଟ ଖୋଲାଯାଇଛି। ପ୍ରତି ସେକେଣ୍ଡରେ ୭୩ ହଜାର ୩୦୮ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଛି।
-
ଚଳିତ ବର୍ଷ ପର୍ଯ୍ୟାୟକ୍ରମେ ସରକାରୀ ଓ ବେସରକାରୀ କଲେଜ ଗୁଡ଼ିକୁ ୱାଇଫାଇ ଦିଆଯିବ। ଏଥି ସହ ସବୁ କଲେଜ ରେଡ଼କ୍ରସ ଶାଖା ରହିବ। ସେଥିରେ ଛାତ୍ରଛାତ୍ରୀ ସାମିଲ ହେବେ।
-
ଜାମ୍ମୁ- କାଶ୍ମୀର ଅନନ୍ତନାଗରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିୟ ଘଟିଛି। ଏନକାଉଣ୍ଟରରେ ସେନାର ଜଣେ କର୍ଣ୍ଣେଲ, ମେଜର ଏବଂ ଜଣେ ଡିଏସପି ସହିଦ ହୋଇଛନ୍ତି।
-
ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସେପ୍ଟେମ୍ବର ୧୭ରେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ସ୍ୱତନ୍ତ୍ର ଅଧିବେଶନ ୧୮ ରୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ସ୍ୱତନ୍ତ୍ର ଅଧିବେଶନର ଏଜେଣ୍ଡା ସର୍ବଦଳୀୟ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି।
-
ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିବସରେ ୭୫ ବର୍ଷର ସଂସଦୀୟ ଯାତ୍ରା, ଉପଲବ୍ଧି, ଅନୁଭବ ଓ ସ୍ମୃତିକୁ ନେଇ ଚର୍ଚ୍ଚା ହେବ। ରାଜ୍ୟସଭାରେ ପୋଷ୍ଟ୍ ଅଫିସ ବିଲ୍-୨୦୨୩ ଏବଂ ମୁଖ୍ୟ ନିର୍ବାଚନ କମିସନର ଏବଂ ଅନ୍ୟ ନିର୍ବାଚନ କମିସନରଙ୍କ ନିଯୁକ୍ତି ସଂକ୍ରାନ୍ତ ବିଲ୍ ଆଗତ ହେବ। ଏହା ସହିତ ଲୋକସଭାରେ ଏଡ୍ଭୋକେଟ୍ସ ଆମେଣ୍ଡ୍ମେଣ୍ଟ୍ ବିଲ୍-୨୦୨୩ ଏବଂ ପ୍ରେସ୍ ଓ ରେଜିଷ୍ଟ୍ରେସନ ଅଫ୍ ପିରିଓଡିକାଲ ବିଲ୍-୨୦୨୩ ଆଗତ ହେବ।
-
ରାଜ୍ୟ ସରକାର ନ୍ୟାସନାଲ ଇନଲ୍ୟାଣ୍ଡ ୱାଟରୱେଜ୍ ୬୫ ଓ ୫ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଯାଉଛନ୍ତି। ଏଥିପାଇଁ ଭାରତ ସରକାରଙ୍କ ଅନୁମୋଦନ ମିଳିସାରିଛି। ଦୁଇ ପର୍ଯ୍ୟାୟ ଜଳପଥ ପ୍ରକଳ୍ପ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ମଙ୍ଗଳାଗଡ଼ିରୁ ପାରାଦ୍ୱୀପ ୬୭ କିମି, ମଙ୍ଗଳଗଡ଼ିରୁ ଧାମରା ୨୮ କିମି ଓ ମଙ୍ଗଳଗଡ଼ିରୁ ପଙ୍କପାଳ ୧୧୭ କିମି ଜଳପଥରେ ସଂଯୋଗ ସ୍ଥାପନ କରାଯିବ।
-
ଭାରତର ବିଦେଶୀ କରଜ ବା ବୈଦେଶିକ ଋଣ ପରିମାଣ ଇତି ମଧ୍ୟରେ ୬୨୪ ବିଲିୟନ୍ ଡଲାର ଟପିଛି। ବୈଦେଶିକ ମୁଦ୍ରା ଭଣ୍ଡାର ଦେଶର ମୋଟ ଋଣର ୯୨ ପ୍ରତିଶତ। ଏହାଛଡା ଭାରତର ମୋଟ ଜାତୀୟ ଆୟ ତୁଳନାରେ ବିଦେଶୀ ଋଣ ପରିମାଣ ବହୁ ଅଧିକ ରହିଥିବା ଜଣାଯାଇଛି। ଏକ ହିସାବ ଅନୁସାରେ ଦେଶରେ ଲୋକଙ୍କ ମୁଣ୍ଡ ପିଛା ଋଣ ପରିମାଣ ବିଗତ ୯ ବର୍ଷରେ ଦୁଇ ଗୁଣ ବୃଦ୍ଧି ପାଇଛି।
-
ସୁପ୍ରିମ୍କୋର୍ଟ ‘ମିଡିଆ ଟ୍ରାଏଲ’କୁ ନେଇ ଆଜି କଡ଼ା ଟିପ୍ପଣୀ ରଖିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ପକ୍ଷପାତପୂର୍ଣ୍ଣ ରିପୋର୍ଟଂ ପାଇଁ ଲୋକଙ୍କ ନିକଟକୁ ଭୁଲ୍ ବାର୍ତ୍ତା ଯାଉଛି
-
ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ସଦ୍ୟତମ ଫିଲ୍ମ ଯବାନକୁ ବୁଧବାର ପ୍ରଶଂସା କରିଛି ଭାରତୀୟ ଜନତା ପାର୍ଟି (ବିଜେପି)। ଏହି ଚଳଚ୍ଚିତ୍ରରେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସର ୧୦ ବର୍ଷର କୁଶାସନର ମୁଖା ଖୋଲି ଦିଆଯାଇଛି ବୋଲି ବିଜେପି କହିଛି।
-
ଦିଲ୍ଲୀ-ଏନସିଆର ସମେତ କେତେକ ରାଜ୍ୟରେ ବାଣ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଉପରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି।
-
ବିଶ୍ବବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୯୨ ଡଲାର ଅତିକ୍ରମ କରିଛି।
-
ଅଗଷ୍ଟ ମାସର ଖୁଚୁରା ମୁଦ୍ରାସ୍ଫୀତି ରିପୋର୍ଟ ଆଜି ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଛି। ଚଳିତବର୍ଷ ଜୁଲାଇରେ ଏହା ୭.୪୪ ପ୍ରତିଶତ ଥିବାବେଳେ ଅଗଷ୍ଟରେ ଏହା ୬.୮୩ ପ୍ରତିଶତକୁ ହ୍ରାସ ପାଇଛି।
-
ଦେଶରେ ଗତ ୪ ବର୍ଷ ଅର୍ଥାତ ୨୦୧୯-୨୦ ଆର୍ଥିକବର୍ଷରୁ ୨୦୨୨-୨୩ ଆର୍ଥିକବର୍ଷ ମଧ୍ୟରେ ୫.୨ କୋଟି ନିଯୁକ୍ତି ସୃଷ୍ଟି ହୋଇଛି। ଇପିଏଫଓ ଓ ଏନପିଏସ୍ ତଥ୍ୟକୁ ଆଧାର କରି ଭାରତୀୟ ଷ୍ଟେଟ ବ୍ୟାଙ୍କର ଅର୍ଥନୈତିକ ଗବେଷଣା ବିଭାଗ ରିପୋର୍ଟରେ ଏହା କୁହାଯାଇଛି।
-
ସମାଜବାଦୀ ପାର୍ଟି ନେତା ଆଜମ ଖାଁ, ତାଙ୍କ ପରିବାରର ସଦସ୍ୟ ଓ ତାଙ୍କର ସହଯୋଗୀମାନଙ୍କ ଦ୍ୱାରା ଟିକସ ଫାଙ୍କିବା ସମ୍ବନ୍ଧୀୟ ତଦନ୍ତ ମାମଲାରେ ଆୟକର ବିଭାଗ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ମୁମ୍ବାଇର ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି ।
-
ବୀରବଲ ନାମରେ ଜଣାଶୁଣା ବର୍ଷୀୟାନ ଅଭିନେତା ସତୀନ୍ଦର କୁମାର ଖୋସ୍ଲାଙ୍କ ପରଲୋକ ଘଟିଛି। ୮୦ ବର୍ଷିୟ ସତୀନ୍ଦର ମଙ୍ଗଳବାର ରାତିରେ ମୁମ୍ବଇର କୋକିଲାବେନ୍ ହସ୍ପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ସେ ହିନ୍ଦୀ, ପଞ୍ଜାବୀ, ଭୋଜପୁରୀ ଓ ମରାଠୀ ଆଦି ଭାଷାରେ ୫୦୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି।
-
ଭାରତରେ ଜି-୨୦ ସମ୍ମିଳନୀ ସର୍ବକାଳୀନ ମହଙ୍ଗା ବିଶ୍ୱସ୍ତରୀୟ ବୈଠକରେ ପରିଣତ ହୋଇଛି ଯେଉଁଥିରେ ମୋଟ ବ୍ୟୟ ୪ ହଜାର ୧୦୦ କୋଟିରୁ ଅଧିକ ହେବ। ତେବେ ‘ଦ ଇକୋନୋମିଷ୍ଟ’ର ଏକ ରିପୋର୍ଟ ଅନୁଯାୟୀ ଚୀନ୍ ଏପର୍ଯ୍ୟନ୍ତ ସବୁଠାରୁ ଦାମୀ ଜି-୨୦ ଶିଖର ସମ୍ମିଳନୀ ଆୟୋଜନ କରିଛି। ଚାଇନାର ହାଙ୍ଗଜୋ ସହରରେ ୨୦୧୬ରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀ ସବୁଠାରୁ ମହଙ୍ଗା ଜି-୨୦ ପାଲଟିଛି। ସେଥିରେ ଚୀନ ୧.୯ ଲକ୍ଷ କୋଟି ଖର୍ଚ୍ଚ ହୋଇଥିଲା।
-
ଭାରତ ପ୍ରଥମ ସି-୨୯୫ ଏମଡବ୍ଲ୍ୟୁ ପରିବହନ ବିମାନ ଗ୍ରହଣ କରିଛି। ବିମାନ ବାହିନୀ ମୁଖ୍ୟ ମାର୍ଶାଲ୍ ଭି.ଆର୍. ଚୌଧୁରୀ, ସ୍ପେନ୍ର ସେବିଲ୍ ଠାରେସି-୨୯୫ ଏମଡବ୍ଲ୍ୟୁ ପରିବହନ ବିମାନ ହସ୍ତାନ୍ତର କାର୍ଯ୍ୟକ୍ରମରେ ଆଜି ଅଂଶ ଗ୍ରହଣ କରିଛନ୍ତି।
-
ଏସିଆନ ଗେମ୍ସରେ ଚୟନ ହୋଇଥିବା ୧୩ ଓଡ଼ିଆ ଖେଳାଳିଙ୍କୁ ସହାୟତା। ପ୍ରତି ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ସହାୟତା ଘୋଷଣା କରାଯାଇଛି। ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ ପର୍ୟ୍ୟନ୍ତ ଚାଲିବ ଏସିଆନ୍ ଗେମ୍ସ।
|
442 |
Y |
|
1406 |
14-09-2023 |
English |
-
Three Army personnel, including a Colonel commanding a battalion and a Major and a deputy superintendent of J&K Police were killed in a gunfight with terrorists in the higher reaches of Kokorenag area in the valley while one soldier went missing, officials said here Wednesday.
-
The government will not make six airbags mandatory for cars, Union Road Transport and Highways Minister Nitin Gadkari said Wednesday.
-
Odisha Chief Minister Naveen Patnaik approved Wednesday a proposal to name the Jajpur Medical College and Hospital after Jajati Keshari, the famous Somavansi ruler of ancient Odisha.
-
The government Wednesday listed a special discussion on Parliament's journey of 75 years starting from the Samvidhan Sabha on the first day of the five-day session of Parliament beginning September 18.
-
The Election Commission Wednesday asked district Collectors to focus on the special summary revision of electoral rolls, and ensure that names of ‘3.45 lakh deceased people’ are deleted from the voters’ list, an official said.
-
A media trial may result in "deflection of cause of justice", the Supreme Court observed Wednesday and directed the union home ministry to prepare within three months a comprehensive manual on how police should brief journalists about criminal cases.
-
A workshop-cum-orientation programme for principals of government and non-government aided colleges, and teachers of educational institutions was held at the Convention Hall of Lok Seva Bhawan here, Wednesday. Vice-Chancellors of three universities, 370 principals of government aided and non-government aided colleges participated in the workshop.
-
As the indefinite ceasework by primary teachers of state-run schools in the state entered the sixth day Wednesday, about 1.30 lakh teachers took mass leave after closing down about 54,000 schools across the state.
-
An estimated 1,23,867 monsoon birds were sighted and 26,118 nests were spotted by forest enumeration teams during the monsoon bird census this year in Bhitarkanika National Park in this district. Park sources Tuesday said 7,797 more residential birds thronged Bhitarkanika National Park this year for the nesting process. This year, 1,654 more nests were reported in comparison to last year.
-
Taking another step in its strategic plan to take on the BJP in the 2024 Lok Sabha polls, Opposition bloc INDIA Wednesday decided to hold their first joint public meeting in Bhopal in poll-bound Madhya Pradesh in the first week of October, and said the constituent parties will start seat-sharing talks “at the earliest.”
-
The government Wednesday allocated `1,650 crore towards the release of additional 75 lakh free LPG connections under the Pradhan Mantri Ujjwala Yojana (PMUY) over three years ending March 2026.
-
Senior TMC leader Abhishek Banerjee was Wednesday questioned by the Enforcement Directorate (ED) for a marathon nine hours in connection with the West Bengal teacher recruitment scam, officials said.
-
Conflict-torn Manipur witnessed a fresh incident of violence as unidentified gunmen, suspected to be cadres of banned terror groups, attacked people and hurled bombs at a village in Imphal West district, bordering Kangpokpi where three persons were killed a day before, officials said Wednesday
-
Personnel of Assam Rifles have recovered 2 lakh tablets of methamphetamine worth ₹ 60 crore and heroin valued at around ₹ 27.8 crore in East Mizoram's Champhai district near the Myanmar border, officials said.
-
North Korean leader Kim Jong Un and Russian President Vladimir Putin met for a rare summit on Wednesday at which they discussed military matters, the war in Ukraine and possible Russian help for the secretive Communist state’s satellite programme.
-
Ukraine said it struck Russian naval targets and port infrastructure early Wednesday in the Crimean city of Sevastopol, in what appeared to be the biggest attack of the war on the home of the Russian navy’s Black Sea Fleet.
-
Japan’s Sumitomo Realty & Development Company will buy a 22-acre land parcel in central Mumbai from Bombay Dyeing for Rs 5,200 crore, the Wadias-run company said Wednesday. The sale of the land parcel in Worli is one of the biggest land sale transactions in the history of the financial capital.
-
More than 6,300 petrol pumps in Rajasthan remained closed from 10 am to 6 pm on Wednesday as part of a strike called by operators against high Value Added Tax (VAT) on diesel and petrol.
-
Ahead of the Hangzhou Asian Games in China, Chief Minister Naveen Patnaik announced Wednesday financial support for the state’s athletes who will be representing India at the continental showpiece event. Each Asian Games-bound athlete will receive `10 lakh, to support their training and preparation in the prestigious sporting event. The Games will be held September 23 to October 8.
-
Spain’s men restored normal service on the field, beating Cyprus 6-0 in a European Championship qualifying game two days after disgraced football federation president Luis Rubiales resigned
|
419 |
Y |
|
1407 |
13-09-2023 |
Odia |
- ଜୁନ୍ ୨୦୨୦ରେ ଗଲୱାନ୍ ସଂଘର୍ଷ ପରେ ଭାରତ ଓ ଚୀନ୍ ସୀମାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ବିଜେପି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଦାବି କରିଛନ୍ତି ଯେ ଲଦାଖରେ ଚୀନ୍ ୪୦୬୭ ବର୍ଗ କିଲୋମିଟର ଜମି ହଡ଼ପ କରିନେଇଛି। ତଥାପି ସରକାର ଏହାକୁ ମାନିବାକୁ ନାରାଜ । ସ୍ବାମୀ କହିଛନ୍ତି, ସତ କ’ଣ ତାହା ଜାଣିବାକୁ ସେ ସୁପ୍ରିମକୋର୍ଟ ଯିବେ ।
- ଭାରତୀୟ କାର୍ କମ୍ପାନିଙ୍କୁ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ବିଭାଗ ମନ୍ତ୍ରୀ ନୀତୀନ ଗଡ଼କରୀ ସତର୍କ କରାଇ ଦେଇଛନ୍ତି। ଯଦି କମ୍ପାନିଗୁଡ଼ିକ ଡିଜେଲ ଗାଡ଼ିର ବିକ୍ରି ନକମାଇବେ ତାହେଲେ ସେ ବାଧ୍ୟ ହୋଇ ଏହି ଗାଡ଼ି ଉପରେ ଟିକସ ବଢ଼ାଇବାକୁ ଅର୍ଥମନ୍ତ୍ରୀଙ୍କୁ ପ୍ରସ୍ତାବ ଦେବେ।
- ମଣିପୁରରେ ପୁଣି ଘଟିଛି ରକ୍ତପାତ । ରାଜ୍ୟର କାଙ୍ଗପୋକପି ଜିଲ୍ଲାରେ ମଙ୍ଗଳବାର ଗୁଳି ବିନିମୟରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ପୁଲିସର ସୂଚନା ଅନୁଯାୟୀ ଏହି ଆକ୍ରମଣରେ ନିହତ ଲୋକମାନେ କୁକି-ଜୋ ସମ୍ପ୍ରଦାୟର ।
- ୧୫୨ ବର୍ଷ ପୁରୁଣା ଦେଶଦ୍ରୋହ ଆଇନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ମଙ୍ଗଳବାର ଭାରତୀୟ ପିଙ୍ଗଳ କୋଡ୍ (ଆଇପିସି) ଅଧୀନରେ ଉପନିବେଶକାଳୀନ ରାଜଦ୍ରୋହ ଆଇନ ସମ୍ବନ୍ଧୀୟ ବ୍ୟବସ୍ଥାର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡ଼ିକୁ ସୁପ୍ରିମ୍ କୋର୍ଟ ୫ ବିଚାରପତିଙ୍କୁ ନେଇ ଗଠିତ ସମ୍ବିଧାନିକ ଖଣ୍ଡପୀଠକୁ ପଠାଇଦେଇଛନ୍ତି ।
- ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଲାଲୁଙ୍କ ବିରୋଧରେ ମକଦ୍ଦମା ଚଳାଇବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସିବିଆଇକୁ ଅନୁମତି ଦେଇଛି । ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟକୁ ଏନେଇ ଅବଗତ କରିଛି ସିବିଆଇ ।
- କେରଳରେ ପୁଣି ନିପାହ ଭାଇରସ୍ ବ୍ୟାପୁଥିବା ନେଇ ଖବର ସାମ୍ନାକୁ ଆସିଛି । କୋଝିକୋଡ଼ ଜିଲ୍ଲାରେ ଜ୍ୱରରେ ପୀଡିତ ଦୁଇ ରୋଗୀଙ୍କ ମୃତ୍ୟୁ ହୋଇଯାଇଛି । ଆଶଙ୍କା କରାଯାଉଛି ଯେ ନିପାହ ଭାଇରସ୍ ଯୋଗୁଁ ଉଭୟଙ୍କ ମୃତ୍ୟୁ ହୋଇଛି ।
- ସ୍ବଦେଶୀ ଜ୍ଞାନକୌଶଳରେ ୨ ବର୍ଷ ଧରି ନିର୍ମାଣ ଚାଲିଥିବା ‘ମତ୍ସ୍ୟ ୬୦୦୦’ର ପ୍ରଥମ ସାମୁଦ୍ରିକ ବ୍ୟବହାରିକ ପରୀକ୍ଷଣ ୨୦୨୪ ପ୍ରାରମ୍ଭରେ ଚେନ୍ନାଇ ଉପକୂଳ ଅନ୍ତର୍ଗତ ବଙ୍ଗୋପସାଗରରେ କରାଯିବ ବୋଲି ସୋମବାର ସୂଚନା ଦିଆଯାଇଛି। ଏଥିରେ ୩ଜଣ ଅନୁସନ୍ଧାନକାରୀ ମଧ୍ୟ ଯିବେ।
- ପର୍ତ୍ତୁଗାଲର ସାଓ ଲରେନକୋ ଡି ବାଇରୋ ରବିବାର ଏକ ଛୋଟ ସହରର ରାସ୍ତାରେ ରେଡ୍ ୱାଇନ୍ର ନଦୀ ପ୍ରବାହିତ ହେବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ୨.୨ ନିୟୁତ ଲିଟରରୁ ଅଧିକ ରେଡ୍ ୱାଇନ୍ ଥିବା ବ୍ୟାରେଲ ବୋଝେଇ ଟାଙ୍କି ଅପ୍ରତ୍ୟାଶିତ ଭାବରେ ଫାଟି ଯାଇଥିଲା।
- ସେପ୍ଟେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେନ୍ଦ୍ରୀୟ ଓ ପୂର୍ବ ଭାରତରେ ସକ୍ରିୟ ରହିବ ଏବଂ ବ୍ୟାପକ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୋମବାର କହିଛି।
- ନିଷିଦ୍ଧ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ସଂଗଠନ ଶିଖ୍ସ ଫର୍ ଜଷ୍ଟିସ୍ (ଏସ୍ଏଫ୍ଜେ)ର ମୁଖ୍ୟ ତଥା ଆତଙ୍କବାଦୀ ଗୁରପତୱନ୍ତ ସିଂହ ପାନୁନ ଭାରତ ସରକାରଙ୍କୁ ନୂଆ ଧମକ ଦେଇଛି। ଖଲିସ୍ତାନୀ ଆତଙ୍କବାଦୀ ଏକ ନୂଆ ଅଡିଓରେ ଏହି ଧମକ ଦେଇଛି।
- ସଂସଦରେ ମୋଟ୍ ୭୬୩ ସାଂସଦଙ୍କ ମଧ୍ୟରୁ ୩୦୬ ଜଣ ତଥା ୪୦ ପ୍ରତିଶତ ସାଂସଦଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ଏଡିଆର (ଆସୋସିଏସନ ଫର୍ ଡିମୋକ୍ରାଟିକ ରିଫର୍ମସ) ଏବଂ ଏନ୍ଇଡବ୍ଲ୍ୟୁ (ନେସନାଲ ଇଲେକ୍ସନ୍ ୱାଚ) ଦ୍ବାରା ଜାରି ହୋଇଥିବା ରିପୋର୍ଟରୁ ଏହା ଜଣାପଡ଼ିଛି।
- କୋଟିଆ ବିବାଦରେ ସମ୍ବିଧାନର ଧାରା ୧୩୧ ଉଚ୍ଛେଦ ପାଇଁ ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ମୂଳ ମାମଲାରେ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ଜବାବ ଦାଖଲ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
- ପ୍ରସ୍ତାବିତ ୟୁନିଫର୍ମ ସିଭିଲ କୋଡ୍ (ୟୁସିସି)ରେ ନାଗାଲାଣ୍ଡ ରାଜ୍ୟକୁ ରିହାତି (ବାଦ ଦେବା) ପାଇଁ ଏକ ସଂକଳ୍ପ ନାଗାଲାଣ୍ଡ ବିଧାନସଭାରେ ମଙ୍ଗଳବାର ସର୍ବସମ୍ମତିକ୍ରମେ ପାରିତ ହୋଇଛି।
- ଫ୍ଲାଟ୍ ବିକ୍ରୟ ଦୁର୍ନୀତିରେ ସମ୍ପୃକ୍ତି ଥିବା ଅଭିଯୋଗରେ ସମନ୍ ପାଇଥିବା ‘ତୃଣମୂଳ କଂଗ୍ରେସ’ (ଟିଏମ୍ସି) ସାଂସଦ ନୁସ୍ରତ୍ ଜହାଁ ଆଜି କୋଲ୍କାତାସ୍ଥିତ ‘ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟ’ରେ ହାଜର ହୋଇଥିବା କଥା ‘ପିଟିଆଇ’ ରିପୋର୍ଟ କରିଛି।
- ହରିୟାଣାର ନୁହରେ ଘଟିଥିବା ହିଂସା ଅଭିଯୋଗରେ ମୋନୁ ମାନେସରଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି। ହରିୟାଣା ପୋଲିସ ଦ୍ୱାରା ଅଟକ ରହିବା ପରେ ବଜରଙ୍ଗ ଦଳର ମୋନୁ ମାନେସରଙ୍କୁ ଗିରଫ କରାଯାଇଥିଲା।
- ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-୨୦ ବୈଠକ ପରେ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ସ୍ବଦେଶକୁ ଫେରିଛନ୍ତି। ତେବେ ଜି-୨୦ସମ୍ମିଳନୀରେ ତାଙ୍କୁ ଅଣଦେଖା କରାଯାଇଛି ବୋଲି ବ୍ରିଟିଶ୍ ଗଣମାଧ୍ୟମ ଭାରତକୁ ଟାର୍ଗେଟ କରିଛି।
- ଭାରତର ତାରକା ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟର ଶ୍ରୀଲଙ୍କା ବିପକ୍ଷ ମ୍ୟାଚରୁ ବାଦ୍ ପଡିନ୍ତି। ବିସିସିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି।
- କେନ୍ଦ୍ର ସରକାରଙ୍କ ସ୍ବଚ୍ଛତା ଅଭିଯାନର ତୃତୀୟ ସଂସ୍କରଣ ଅକ୍ଟୋବର ୨ରେ ଆରମ୍ଭ ହେବ। ଏଥିରୁ ସରକାର ୧ ହଜାର କୋଟି ଆୟ କରିବାକୁ ଲକ୍ଷ୍ୟ ରଖିଛନ୍ତି।
- କେରଳ ହାଇକୋର୍ଟ ନିଜ ମୋବାଇଲ ଫୋନରେ ଅଶ୍ଳୀଳ ଭିଡ଼ିଓ ଦେଖୁଥିବା ସମୟରେ ଗିରଫ କରାଯାଇଥିବା ଜଣେ ବ୍ୟକ୍ତିଙ୍କ ମାମଲାକୁ ଖାରଜ କରିଦେଇଛନ୍ତି। ସେ ଭିଡ଼ିଓ ଦେଖୁଥିବା ସମୟରେ ପୋଲିସ ତାଙ୍କୁ ଗିରଫ କରିଥିଲା।
- ଭାରତୀୟ ଜନତା ପାର୍ଟି(ଭାଜପା)ର ଫାୟାର ବ୍ରାଣ୍ଡ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ୨୦୨୪ମସିହାରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରିଛନ୍ତି।
|
398 |
Y |
|
1408 |
13-09-2023 |
English |
-
Emergency workers uncovered hundreds of bodies as they dug through the wreckage of Libya's eastern city of Derna Tuesday, and 10,000 people were reported still missing after floodwaters broke through dams and smashed through the city, washing away entire neighbourhoods.
-
About 40 per cent of sitting MPs have criminal cases registered against them out of which 25 per cent have declared serious criminal cases under charges of murder, attempt to murder, kidnapping and crimes against women, according to poll rights body ADR
-
Two deaths reported from Kerala's Kozhikode district were caused by Nipah virus, Union Health Minister Mansukh Mandaviya said Tuesday
-
The Supreme Court Tuesday sternly remarked that judicial work cannot be brought to a standstill, how unfortunate the incident might be, and issued notice to the president and secretary of Rayagada bar association for abstention of court work on account of death of an advocate.
-
Manipur witnessed fresh violence Tuesday as unidentified armed men, suspected to be cadres of banned terror groups, attacked people from the tribal community, killing three of them in Kangpokpi district, officials said.
-
In a significant development, the Union government has allocated `2.4 crore for feasibility study of Jajpur Keonjhar-Dhamra Railway project.
-
A fresh low-pressure area (Lopar) is brewing over the Bay of Bengal and due to it, heavy rains are likely in parts of Odisha till September 15, the India Meteorological Department (IMD) said Tuesday
-
During a high-level meeting to review the status of several industrial and infrastructure projects, the Chief Minister Office (CMO) Tuesday decided to explore alternative options for utilising industrial land lying vacant in state to set up projects that will generate employment.
-
Odisha Starup Yatra embarked on a journey from Khurda with enthusiastic participation from the more than 1,500 students. During the occasion, a total of 107 innovative ideas were generated from across 15 colleges. The Yatra has laid solid foundation to materialising state government’s ambition of creating 5,000 startups by 2025.
-
BJD vice-president Soumya Ranjan Patnaik was removed from his post Tuesday, for allegedly writing critical editorials about the government in an Odia daily. The party has, however, not cited any reason for removing him from the post.
-
West Bengal Chief Minister Mamata Banerjee Tuesday left for a 12-day tour of Spain and United Arab Emirates to seek investments for the state.
-
The Supreme Court Tuesday referred to a constitution bench of at least five judges a batch of pleas challenging the constitutional validity of the IPC provision on sedition, a month after the Centre introduced in Parliament bills to replace the colonial-era penal statutes IPC, CrPC and the Evidence Act, proposing among other things the repeal of the sedition law.
-
TMC MP and actor Nusrat Jahan was Tuesday grilled by Enforcement Directorate (ED) sleuths for nearly six hours at its office in a case linked to alleged duping of senior citizens by promising them flats in New Town area here, a senior official of the probe body said.
-
North Korean leader Kim Jong Un arrived in Russia Tuesday where he is expected to hold talks with Russian President Vladimir Putin in Russia’s far east amid warnings from the US and South Korea against a potential arms transfer.
-
India's road transport minister Tuesday said he will propose an additional 10% tax on diesel vehicles and warned automakers of even higher levies to come to force them away from dieselburners and cut fuel emissions and pollution.
-
ReRetail inflation declined to 6.83 per cent in August after touching a 15- month high of 7.44 per cent in July, mainly due to softening prices of vegetables, but still remains above the Reserve Bank's comfort zone
-
Russian companies have ceased offering fertiliser such as di-ammonium phosphate (DAP) to India at discounted prices due to tightening global supplies after becoming the biggest suppliers to the country last year, three industry sources told Reuters.
-
The RBI Tuesday issued revised norms for classification, valuation, and operation of investment portfolios of commercial banks, aligning them with global standards and best practices.
-
Seasoned umpire Raghu Prasad is the lone Indian match official selected by the International Hockey Federation (FIH) for the Paris Olympic Games 2024. The FIH confirmed Tuesday the names of the technical delegates, officials, umpire managers, umpires and medical officers who have been appointed to the Paris Olympic Games
-
Aahan of Odisha won a double crown in the 3rd Ganeswar Memorial AITA-OTA All India Super Series U-12 and U-14 ranking tennis tournament, which ended here recently. The tournament was conducted at the Kalinga Stadium tennis complex in the Odisha capital.
|
421 |
Y |
|
1409 |
12-09-2023 |
Odia |
-
ବେଙ୍ଘାଜି- ଭୀଷଣ ବାତ୍ୟା ଓ ବର୍ଷା ଯୋଗୁଁ ଡେର୍ନା ନଗରୀକୁ ପ୍ରଳୟଙ୍କରୀ ବନ୍ୟା ଆସିବାରୁ ଅନ୍ୟୂନ ୨୦୦୦ ଲୋକଙ୍କର ମୃତ୍ୟୁ ଘଟିଛି ଓ ଆହୁରି ଅସଂଖ୍ୟ ଲୋକ ନିଖୋଜ ହୋଇ ଯାଇଥିବା କଥା ପୂର୍ବାଞ୍ଚଳ ଲିବ୍ୟାର ସରକାରୀ କର୍ତ୍ତୃପକ୍ଷମାନେ ସୋମବାର ଦିନ କହିଛନ୍ତି।
-
ଭ୍ଲାଦିଭୋସ୍ତୋକ୍ରେ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ସହିତ ବିଶେଷ ଶିଖର ସମ୍ମିଳନୀ କରିବା ନିମନ୍ତେ ନିଜସ୍ବ ଟ୍ରେନ୍ରେ ପ୍ୟୋଙ୍ଗ୍ୟାଙ୍ଗ୍ରୁ ଯାତ୍ରା ଆରମ୍ଭ କରିଥିବା ଉତ୍ତର କୋରିଆରର ନେତା କିମ୍ ଜୋଙ୍ଗ୍ ଉନ୍ ରୁଷ୍ରେ ପହଞ୍ଚିଥିବା କଥା ଜାପାନୀ ଗଣମାଧ୍ୟମ ସବୁ ରିପୋର୍ଟ କରିଛନ୍ତି।
-
ଏସିଆ କପ ସୁପର ଫୋରରେ ପାକିସ୍ତାନ ବିପକ୍ଷରେ ଭାରତର ଐତିହାସିକ ବିଜୟ । ପାକିସ୍ତାନକୁ ୨୨୮ ରନରେ ହରାଇ ବିଶାଳ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ବିରାଟ କୋହଲି ଓ କେଏଲ୍ ରାହୁଲଙ୍କ ଅପରାଜିତ ଶତକୀୟ ପାଳି ପରେ କୁଲଦୀପ ଯାଦବଙ୍କ ଯାଦୁକରୀ ବୋଲିଂ ବଳରେ ଭାରତ ଏସିଆ କପ୍ର ସୁପର-୪ ମ୍ୟାଚ୍ରେ ପାକିସ୍ତାନକୁ ୨୨୮ ରନ୍ରେ ହରାଇ ଦେଇଛି ।
-
ଆଇଟି କ୍ଷେତ୍ରରେ ରାଜ୍ୟର ଯୁବପିଢ଼ିଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଟେକ୍ ମହିନ୍ଦ୍ରା ଲିମିଟେଡ୍ ସହଯୋଗରେ ପ୍ରଶିକ୍ଷଣ ଆରମ୍ଭ ହୋଇଥିବା ବେଳେ ସହଯୋଗୀ ଭାବେ ଟାଟା ଷ୍ଟିଲ ରହିଛି । ସମ୍ପୂର୍ଣ୍ଣ ମାଗଣାରେ ପ୍ରଶିକ୍ଷଣ ସହ ମାଗଣା ଲଜିଂ, ବୋର୍ଡିଂ ଓ ପରିବହନ ବ୍ୟବସ୍ଥା ରହିଛି । ପ୍ରଥମ ବ୍ୟାଚରେ ସାରା ଓଡ଼ିଶାରୁ ୧୮୦ ଜଣ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ନେଉଛନ୍ତି।
-
ଓଡ଼ିଆ ପିଲାଙ୍କୁ ଉଦ୍ୟୋଗୀ ହେବାର ପୁଣି ଏକ ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର । ଆଜିଠୁ ସାରା ରାଜ୍ୟରେ ବୁଲିବ ଷ୍ଟାର୍ଟ ଅପ୍ ଯାତ୍ରା ଗାଡ଼ି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷ୍ଟାର୍ଟ୍ ଅପ୍ ଯାତ୍ରାର ଆପ୍ ଓ ଦୁଇଟି ପୋର୍ଟାଲ ଉନ୍ମୋଚନ କରିବା ସହ ୪ଟି ଷ୍ଟାର୍ଟ୍ ଅପ୍ ଗାଡ଼ିକୁ ଫ୍ଲାଗ୍ ଅଫ୍ କରିଛନ୍ତି । ସବୁ ଜିଲ୍ଲାରେ ୩୦ରୁ ୪୦ ଦିନ ଧରି ବୁଲିବ ଏହି ଷ୍ଟାର୍ଟ୍ ଅପ୍ ଯାତ୍ରା ଗାଡ଼ି ।
-
ଶୀତଦିନେ ପ୍ରଦୂଷଣ ସ୍ତରକୁ ହ୍ରାସ କରିବା ପାଇଁ ଦିଲ୍ଲୀ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜଧାନୀରେ ସମସ୍ତ ପ୍ରକାର ବାଣ ଉତ୍ପାଦନ, ବିକ୍ରି, ସଂରକ୍ଷଣ ଏବଂ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି.
-
ବନ ବିଭାଗରେ କାର୍ଯ୍ୟରତ କର୍ମଚାରୀମାନେ ନିଜ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି। ଗତ ୨୦ ବର୍ଷ ମଧ୍ୟରେ ମାଓବାଦୀଙ୍କ ଗୁଳିରେ ବହୁ ବନ କର୍ମଚାରୀ ଜୀବନ ଯାଇଥିବା ବେଳେ ଏବେ ଶିକାରୀ ଓ କାଠ ମାଫିଙ୍କ ଦ୍ୱାରା ବନ କର୍ମଚାରୀଙ୍କ ଜୀବନ ଯାଉଥିବା ଅଭିଯୋଗ ହୋଇଛି।
-
‘ୱାନ୍ ନେସନ୍ ୱାନ୍ କାର୍ଡ ରେ ପାର୍କିଂ, ଟୋଲ୍, ମେଟ୍ରୋ, ଟ୍ରେନ୍ ଟିକେଟ୍, ବସ୍ ଟିକେଟ୍ ଭଳି ଅନେକ ସ୍ଥାନରେ ଆପଣ ଏହି କାର୍ଡ ବ୍ୟବହାର କରିପାରିବେ।
-
ରାଜ୍ୟର ବିଭିନ୍ନ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଖୁବ ଶୀଘ୍ର ୨୦ହଜାର ପ୍ରାଥମିକ (ସ୍କିମାଟିକ) ଶିକ୍ଷକ ନିଯୁକ୍ତି ପାଇବେ । ଓସେପା ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୩ ତାରିଖରୁ ଅନଲାଇନ ଆବେଦନ ଆରମ୍ଭ ହୋଇ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଲିଖିତ ପରୀକ୍ଷା କମ୍ପ୍ୟୁଟର ବେସଡ ଟେଷ୍ଟ (ସିବିଟି) ମାଧ୍ୟମରେ ହେବ।
-
ସୁପ୍ରିମକୋର୍ଟର ଜଣେ ମହିଳା ଓକିଲଙ୍କୁ ହତ୍ୟା କରାଯାଇଛି। ଓକିଲଙ୍କ ସ୍ବାମୀ ତାଙ୍କୁ ହତ୍ୟା କରିଛନ୍ତି। ଉକ୍ତ ଓକିଲଙ୍କ ନାଁ ରେଣୁ ସିହ୍ନା ଏବଂ ତାଙ୍କ ବୟସ ୬୧।
-
ଚୀନ ବିଦେଶ ମନ୍ତ୍ରୀ କିନ୍ ଗାଙ୍ଗ୍ଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳି ନଥିବାବେଳେ ଏବେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁ ନିଖୋଜ ହୋଇଯାଇଥିବା ଶୁଣିବାକୁ ମିଳୁଛି।
-
ଚନ୍ଦ୍ର ମିସନର ସଫଳତା ଓ ସୌରଯାନର ସଫଳ ଉତ୍କ୍ଷେପଣ ପରେ ଭାରତୀୟ ବୈଜ୍ଞାନିକମାନେ ଏକ ସମୁଦ୍ରଯାନ ପ୍ରକଳ୍ପ ଆରମ୍ଭ କରିଛନ୍ତି।
-
ମରକ୍କୋ ପରେ ୬ତୀବ୍ରତାର ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ । ହଲମାହେରା ଦ୍ୱୀପପୁଞ୍ଜରେ ଭୂକମ୍ପର ଝଟକା ଲାଗିଥିବା ଜଣାଯାଇଛି। ଭୂକମ୍ପର ଉତ୍ପତ୍ତିସ୍ଥଳ ଟର୍ନେଟ ଦ୍ୱୀପପୁଞ୍ଜର ଉତ୍ତର-ଉତ୍ତରପୂର୍ବଠାରୁ ପ୍ରାୟ ୩୯କିଲୋମିଟର ଦୂରରେ ଥିଲା।
-
ବିଶ୍ୱର ଅନ୍ୟତମ ସକ୍ରିୟ ଆଗ୍ନେୟଗିରି ହାୱାଇର କିଲାଉଆ ଆଗ୍ନେୟଗିରିରେ ପୁଣି ଥରେ ବିସ୍ଫୋରଣ ହୋଇ ୮୦ ଫୁଟରୁ ଅଧିକ ଉଚ୍ଚତାର ଲାଭା ଉଦଗୀରଣ ହୋଇଛି ।
-
ତୃଣମୂଳ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ ଚାକିରି ପାଇଁ ଟଙ୍କା ମାମଲାରେ ଜେରା କରିବା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆସନ୍ତା ୧୩ ତାରିଖ ଦିନ ହାଜର ହେବା ପାଇଁ ସମନ ଜାରି କରିଛି।
-
ମଣିପୁରରେ ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ (ଇଜିଆଇ) ସଦସ୍ୟଙ୍କ ବିରୋଧରେ ଦୁଇଟି ଏଫ୍ଆଇଆର୍ ରୁଜୁ କରାଯାଇଥିବା ବେଳେ ସୁପ୍ରିମ୍କୋର୍ଟ ସେମାନଙ୍କ ଅନ୍ତରୀଣ ସୁରକ୍ଷାକୁ ସେପ୍ଟେମ୍ବର ୧୫ ଯାଏ ବୃଦ୍ଧି କରିଛନ୍ତି।
-
ଜଗତସିଂହପୁରର ଜଟାଧାରରେ ଜେଏସ୍ଡବ୍ଲୁ ଗ୍ରୁପ୍ ସ୍ଥାପନ କରିବାକୁ ଥିବା ଜେଏସ୍ଡବ୍ଲୁ ଉତ୍କଳ ଇସ୍ପାତ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଉଚ୍ଚ ସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (ଏଚ୍ଏଲ୍ସିଏ) ଅନୁମୋଦନ ପ୍ରଦାନ କରିଛନ୍ତି।
-
ଜିନ୍ଦଲ ଫେରସ ଲିମିଟେଡ୍ ୩,୪୪୯ କୋଟି ଟଙ୍କା ନିବେଶ କରି ଯାଜପୁରର କଳିଙ୍ଗନଗରରେ ଏକ କାର୍ବନ ଷ୍ଟିଲ୍ ପ୍ଲାଣ୍ଟ୍ ସ୍ଥାପନ କରିବ
-
ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ) ଏକ ଐତିହାସିକ ଉପଲବ୍ଧି ହାସଲ କରିଛି। ଏହାର ସୂଚକାଙ୍କ ନିଫ୍ଟି ପ୍ରଥମ ଥର ପାଇଁ ଆଜି ୨୦,୦୦୦ ପଏଣ୍ଟ୍ ଅତିକ୍ରମ କରିଥିଲା।
-
କାର୍ଡ, ଫୋନ୍ ଓ ସ୍ମାର୍ଟୱାଚ୍ ପରେ ଲୋକମାନେ ଆଗକୁ ନିଜ କାର୍ ଜରିଆରେ ଡିଜିଟାଲ୍ ପେମେଣ୍ଟ୍ କରିପାରିବେ। ଆମାଜନ ଓ ଟୋନ୍ଟ୍ୟାଗ୍ ମିଳିତ ଭାବେ ଏହି ଜ୍ଞାନକୌଶଳ ବିକାଶ କରିଛନ୍ତି।
|
488 |
Y |
|
1410 |
12-09-2023 |
English |
-
Nifty scaled the record 20,000 mark for the first time while benchmark Sensex jumped by 528 points to regain the 67,000 level as robust buying by domestic investors helped equity markets extend the winning run to the seventh straight session Monday.
-
The Supreme Court ruled Monday a provision of the Delhi Special Police Establishment (DSPE) Act, which made the Centre’s approval mandatory before launching a probe in corruption cases against officers of the rank of joint secretary and above in the Central government, will stand nullified since the date of its insertion September 11, 2003.
-
North Korean leader Kim Jong Un will visit Russia and he is expected to hold a highly anticipated meeting with Putin.
-
Terrorists belonging to banned groups United National Liberation Front (UNLF) and People’s Liberation Army (PLA) were allegedly part of the mob from which gunshots were fired at an army officer that left him severely injured in Manipur, officials said Monday.
-
The Supreme Court Monday extended till September 15 the protection from coercive action it has granted to four members of the Editors Guild of India (EGI) in connection with two FIRs lodged against them.
-
The state government Monday approved nine industrial projects involving a cumulative investment of Rs 1,01,804 crore. The projects are expected to create employment for over 28,000 people.
-
The Department of Higher Education (DHE) Monday released the revised timeline for phase II UG and PG admission for the academic year 2023-24. According to the notification issued by DHE, the last date for applying through the common application form (CAF) for UG is September 16.
-
India and Saudi Arabia Monday decided to expedite implementation of the $ 50 billion West Coast refinery project, and identified energy, defence, semiconductor and space as areas for intensified cooperation during talks between Prime Minister Narendra Modi and Saudi Crown Prince Mohammed Bin Salman Bin Abdulaziz Al-Saud.
-
India and the UK Monday expressed their commitment to an early conclusion of the free trade agreement (FTA) between the two countries. Addressing a joint press conference with UK Chancellor of Exchequer Jeremy Hunt, Finance Minister Nirmala Sitharaman said both sides intend to expedite the free trade agreement.
-
India’s New Delhi has reimposed a ban on firecrackers ahead of the Diwali festival to curb air pollution in the winter, when air quality reaches hazardous levels, the capital city’s environment minister said Monday.
-
Senior TMC leader Abhishek Banerjee Monday confirmed that he will appear before the ED September 13 as summoned by the central agency.
-
Altogether 3,907 people have been arrested in Assam in cases relating to child marriage in the past five years, the state Assembly was informed Monday
-
Tamil Nadu Chief Minister MK Stalin was the only Chief Minister from South India to attend the G20 dinner in New Delhi hosted by the President of India. Stalin shared pictures of his meeting with US President Joe Biden and Prime Minister Narendra Modi on his social media accounts.
-
Forest department personnel belonging to the Rajnagar range in this district rescued Monday a four feet long estuarine crocodile which had got entangled in a fishing net at Kulasahi ghat.
-
Noted physician Professor Dr Rajkishore Das breathed his last at his Biju Patnaik Chhak residence here around 10am Monday. He was 87.
-
The four vacant Lok Sabha seats are Chandrapur and Pune in Maharashtra, Ghazipur in Uttar Pradesh and Ambala in Haryana. Electoral law stipulates that a bypoll has to be held within six months of a seat falling vacant.
-
American citizens and leaders across the US Monday paid tributes and honoured the memories of the nearly 3,000 people who died in the horrific September 11 terrorist attacks as the US commemorates 22 years of the tragedy
-
India’s top court Monday directed SpiceJet to pay $1.5 million in a case related to unpaid dues to Credit Suisse by September 15 and warned the budget airline of unspecified “drastic action” at the next hearing if it failed to do so.
-
Hypermarket chain and mall operator Lulu Group International expects to launch its initial public offering (IPO) in the first half of 2024, its chairman said Monday, adding that the company’s shares will be listed in gulf. Regarding investments in India, Ali said the company has invested `200 billion so far and intends to raise this number to `500 billion by 2025
-
Virat Kohli’s supreme fitness was evident in his 47th ODI century (122 n o, 94b, 9x4, 3x6) while comeback man KL Rahul produced an equally engaging ton (111 n o, 106b, 12x4, 2x6) on comeback as India thrashed a listless Pakistan by record 228-run margin in a rain-marred Super 4 game of the Asia Cup here Sunday
|
424 |
Y |
|