# |
Date |
Type |
Current Affairs |
No. Of Views |
Status |
Action |
2591 |
29-12-2021 |
Odia |
- ଜାନୁଆରୀ ୩ରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ । କରୋନାର ସମସ୍ତ ଗାଇଡ ଲାଇନକୁ ମାନି କ୍ଲାସ ରୁମରେ ପଢ଼ିବେ ପ୍ରଥରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ । ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଥିବା ଗାଇଡ ଲାଇନ ଅନୁସାରେ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ । ସାରା ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଥିବା ପ୍ରାୟ ୨୭ ହଜାର ବିଦ୍ୟାଳୟକୁ ଜାନୁୟାରୀ ୩ରୁ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।
- ୧୫-୧୮ ବୟସ୍କଙ୍କ ଟିକାକରଣ ପ୍ରସ୍ତୁତି, ପିଲାଙ୍କ ନିମନ୍ତେ ସମର୍ପିତ ଟିକାକରଣ କେନ୍ଦ୍ର ଲାଗି ରାଜ୍ୟଙ୍କୁ କେନ୍ଦ୍ରର ନିର୍ଦ୍ଦଶ ।
- ଦିଲ୍ଲୀରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅର୍ଥାତ ଆଗାମୀ ସୂଚନା ନ ମିଳିବା ଯାଏଁ ସ୍କୁଲଗୁଡ଼ିକ ବନ୍ଦ ରହିବ । ଓମିକ୍ରନ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ମଙ୍ଗଳବାର ଏପରି ନିଷ୍ପତ୍ତି ନେଇଛନ୍ତି ।
- ଆଲ୍ଜେରିଆର ଏକ ୨ୟ ଡିଭିଜନ୍ ଫୁଟ୍ବଲ ମ୍ୟାଚ୍ରେ ଅଘଟଣ ଘଟିଛି। ଶନିବାର ମ୍ୟାଚ୍ ଖେଳୁଥିବା ବେଳେ ସୋଫିଆନ୍ ଲୌକାର ନାମକ ଜଣେ ଖେଳାଳି ଗୋଲ୍ରକ୍ଷକଙ୍କ ସହ ଧକ୍କା ଖାଇଥିଲେ। ଯନ୍ତ୍ରଣା ହେବାରୁ ପଡ଼ିଆରେ ଲୌକାରଙ୍କ ଚିକିତ୍ସା କରା ଯାଇଥିଲା। ହେଲେ ୧୦ ମିନିଟ ପରେ ଲୌକାରଙ୍କ ହୃଦ୍ଘାତ ହୋଇଥିଲା।
- ମଧ୍ୟପ୍ରଦେଶରେ ବାତିଲ ହେଲା ପଞ୍ଚାୟତ ନିର୍ବାଚନ । ନିର୍ବାଚନ୍ ବାତିଲ କଲେ ମଧ୍ୟପ୍ରଦେଶ ନିର୍ବାଚନ କମିଶନ ।
- ଦୁଇ ବର୍ଷରେ ପାଦ ଦେଲା ‘ମୋ ସରକାର’: ସାଧାରଣ ଜନତାଙ୍କ ମନରେ ଏକ ବିଶ୍ୱାସ ଜନ୍ମ ନେଇଛି ।
- ବ୍ରିଟେନ ରାଣୀ ଏଲିଜାବେଥଙ୍କୁ ହତ୍ୟା ଉଦ୍ୟମ । ଖ୍ରୀଷ୍ଟମାସରେ ରାଣୀ ଏଲିଜାବେଥଙ୍କୁ ହତ୍ୟା କରିବା ପାଇଁ ଜଣେ ଶିଖ୍ ଯୁବକ ମହାରାଣୀଙ୍କ ପ୍ରସାଦରେ ପଶିଥିଲେ ।
- ଭୁବନେଶ୍ବର ଏକାମ୍ର ଅଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୧୦୩ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ : ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ୍ ଟ୍ୟାପ ୧୩ଟି ପ୍ରକଳ୍ପର ଶୁଭାରମ୍ଭ ।
- ଆହୁରି ୨ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ବର୍ଷା । ବର୍ଷା ସହ ଘନ କୁହୁଡିରେ ଅସ୍ତବ୍ୟସ୍ତ ହେବ ଜନଜୀବନ ।
- ୩୫୦୦୦ ଫୁଟ୍ ଉପରେ ଉଡୁଥିବା ବ୍ରିଟିସ୍ଏୟାର୍ୱେଜ୍ର ଗୋଟାଏ ବିମାନ ଉପରେ ତା’ଠାରୁ ୧୦୦୦ ଫୁଟ୍ ଉପରେ ଉଡୁଥିବା ଆଉ ଏକ ଜେଟ୍ ବିମାନରୁ ଖଣ୍ଡେ ବରଫ ଖସି ପଡ଼ିବାରୁ ତା’ର ସାମ୍ନା କାଚ ଚଡ଼କି ଯାଇଥିବା ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।
- ଭାରତର କରୋନା ବିରୋଧୀ ଲଢ଼େଇକୁ ଅଧିକ ମଜବୁତ କରିବା ପାଇଁ କେନ୍ଦ୍ର ସରକାର ଆଉ ୨ଟି କୋଭିଡ ଟିକା ଏବଂ ଗୋଟିଏ ଆଣ୍ଟିଭାଇରାଲ୍ ଔଷଧର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଦେଶବ୍ୟାପୀ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଆଜି ଏ ସଂକ୍ରାନ୍ତରେ ଟୁଇଟ୍ କରି ସୂଚନା ଦେଇଛନ୍ତି।
- ବିଶ୍ବରେ ରେକର୍ଡ କୋଭିଡ୍ ସଂକ୍ରମଣ ଚିହ୍ନଟ ହୋଇଛି । ବିଶ୍ବରେ ଗତକାଲି ଦିନକରେ ୧୦ ଲକ୍ଷ ୪୪ ହଜାର ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ପୂର୍ବ ରେକର୍ଡକୁ ଏହା ଭାଙ୍ଗି ଦେଇଛି
- ଓଡ଼ିଆ ଝିଅ ଅନନ୍ତିନୀ (ଝୁମ୍ପା) ମିଶ୍ରଙ୍କୁ ସମ୍ମାନଜନକ ଅନ୍ତର୍ଜାତୀୟ ସାହିତ୍ୟ ସମାରୋହରେ ସର୍ବ କନିଷ୍ଠ ବକ୍ତା (ୟଙ୍ଗେଷ୍ଟ ସ୍ପିକର୍) ଭାବେ ଆମନ୍ତ୍ରିତ କରାଯାଇଛି। ଏହି ସମାରୋହ ଆସନ୍ତା ବର୍ଷ ଜାନୁଆରି ୧ ରୁ ୩୦ ପର୍ଯ୍ୟନ୍ତ ‘ଭର୍ଚୁଆଲ୍ ମୋଡ୍’ରେ ଚାଲିବ।
- ଏମ୍ସ ଦିଲ୍ଲୀ ରେସିଡେଣ୍ଟ ଡାକ୍ତର ସଂଘ ପକ୍ଷରୁ ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଥିବା ଧର୍ମଘଟକୁ ପ୍ରତ୍ୟାହାର କରିନିଆଯାଇଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖଲାଲ ମାଣ୍ଡଭିଅଙ୍କ ସହ ଆଲୋଚନା ପରେ ସଂଘ ପକ୍ଷରୁ ଧର୍ମଘଟକୁ ପ୍ରତ୍ୟାହାର କରିନିଆଯାଇଛି
- ଭାରତୀୟ ସେନାର ଯବାନଙ୍କୁ ଅତ୍ୟଧିକ ଥଣ୍ଡାରୁ ରକ୍ଷା କରିବା ପାଇଁ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଏକ ସ୍ୱତନ୍ତ୍ର ପ୍ରକାରର ପୋଷାକ ଡିଜାଇନ୍ କରିଛି | ପ୍ରତିରକ୍ଷା ମନ୍ତ୍ରାଳୟ ମଙ୍ଗଳବାର ଦିନ ଏହି ସୂଚନା ଦେଇଛି।
- ଦୂରସଂଚାର ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ହେଉଥିବା ୫ଜି ପରୀକ୍ଷଣ ଯୋଜନା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି | ଡିସେମ୍ବର ୩୧, ୨୦୨୧ ସୁଦ୍ଧା ଏହି ପରୀକ୍ଷଣ ଶେଷ ହେବ ବୋଲି ଆଶା କରାଯାଉଛି |
- ପଞ୍ଜାବରେ ନିର୍ବାଚନ ପୂର୍ବରୁ କଂଗ୍ରେସର ଦୁଇ ଜଣ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି । ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟ ଖେଳାଳୀ ଦିନେଶ ମୋଙ୍ଗିଆ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।
- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ଏକାମ୍ର ଅଞ୍ଚଳରେ ୧୦୩ କୋଟି ଟଙ୍କା ବିନିଯୋଗରେ ୧୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏକାମ୍ର ଅଞ୍ଚଳର ବିକାଶ ପାଇଁ ପୁରୁଣା ଭୁବନେଶ୍ୱରରେ ୨୪ ଘଣ୍ଟିଆ ଗୁଣାତ୍ମକ ପାନୀୟ ଜଳ ଯୋଗାଣ, ଧଉଳି ଶାନ୍ତିସ୍ତୂପର ପୁନରୁଦ୍ଧାର ଓ ସୌନ୍ଦର୍ୟ୍ୟକରଣ, କେଦାରଗୌରୀ ପାଣିର ବିଶୁଦ୍ଧକରଣ ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଆରମ୍ଭ କରାଯାଇଛି ।
- ଆପଲ୍ ଏପରି ଏକ ଆଇଫୋନ୍ ଆଣିବାକୁ ଯାଉଛି। ଯେଉଁଥିରେ ସିମ୍ କାର୍ଡ ଭର୍ତ୍ତି କରିବା ପାଇଁ କୌଣସି ସ୍ଲଟ ରହିବ ନାହିଁ। ଅର୍ଥାତ୍ ଏହି ଫୋନ୍ ଇ-ସିମରେ ଚାଲିବ। ଆପଲ୍ ଆଇଫୋନ୍ ୧୫ ସିରିଜରେ ଏହି ସ୍ୱତନ୍ତ୍ର ବ୍ୟବସ୍ଥା ଆଣିବାକୁ ଯାଉଛି । ଏହି ଆଇଫୋନ୍ ୨୦୨୩ରେ ଆସିବା। ଯାହାକି ପ୍ରଥମ ବିନା ସିମ୍ର ଆଇଫୋନ୍ ହେବ।
- ୨୦୨୨ ଫେବ୍ରୁଆରୀ-ମାର୍ଚ୍ଚରେ ଗୋଆ, ମଣିପୁର, ପଞ୍ଜାବ, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।
|
628 |
Y |
|
2592 |
28-12-2021 |
Odia |
- ନୀତି ଆୟୋଗର ଚତୁର୍ଥ ସୂଚକାଙ୍କ ଅନୁସାରେ ସମସ୍ତ ମାନକ ଆଧାରରେ ବଡ଼ରାଜ୍ୟମାନଙ୍କ ଭିତରେ କେରଳ ପ୍ରଥମ ହୋଇଥିବା ବେଳେ ଉତ୍ତରପ୍ରଦେଶ ସବୁଠୁ ନିମ୍ନରେ ରହିଛି କିନ୍ତୁ ସୁଧୁରିଥିବା ରାଜ୍ୟମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ନମ୍ବର ୧ ରହିଛି।
- ଚତୁର୍ଥ ସଂସ୍କରଣ ସ୍ୱାସ୍ଥ୍ୟ ସୂଚକାଙ୍କରେ ୨୦୧୯-୨୦ ବର୍ଷକୁ ଧ୍ୟାନ ଦିଆଯାଇଛି। ନୀତି ଆୟୋଗର ରିପୋର୍ଟରେ କୁହାଯାଇଛି ତେଲେଙ୍ଗାନା ଓ ତାମିଲନାଡ଼ୁ କ୍ରମଶଃ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।
- ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ମିସରୀଙ୍କୁ ଆଜି ରାଷ୍ଟ୍ରୀୟ ସୁରକ୍ଷା ସଚିବାଳୟରେ ରାଷ୍ଟ୍ରୀୟ ଉପ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି। ୧୯୮୯ ମସିହାର ଏହି ଆଇଏଫଏସ ଅଧିକାରୀ ଏବେ ପଙ୍କଜ ସରନଙ୍କ ସ୍ଥାନ ନେବେ।
- ଉତ୍ତରପ୍ରଦେଶରେ ମଧ୍ୟ ଅତ୍ୟଧିକ ଥଣ୍ଡା ଅନୁଭୂତ ହେଇଛି । ଏହାକୁ ନେଇ ସରକାର ପ୍ରାଇମେରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ପଦକ୍ଷେପ ନେଇଛନ୍ତି । ସ୍କୁଲକୁ ୧୫ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି । ୩୧ ଡିସେମ୍ୱର ଠାରୁ ୧୪ ଜାନୁଆରୀ ୨୦୨୨ ପର୍ଯ୍ୟନ୍ତ ଶୀତ କାଳୀନ ଅବକାଶ ରହିବ ।
- ବର୍ତ୍ତମାନ ୧୫ରୁ ୧୮ ବର୍ଷୀୟଙ୍କୁ କୋରନା ଭ୍ୟାକ୍ସିନ୍ ଦିଆଯିବା ପ୍ରସ୍ତୁତି ଚାଲିଛି । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୋମବାର ପଞ୍ଜୀକରଣ ଏବଂ ଟୀକାକରଣକୁ ନେଇ ନିର୍ଦ୍ଦେଶନାମା ଜାରି କରିଛି ।
- ଉଠା ଦୋକାନୀଙ୍କୁ ସହାୟତା କରିବାକୁ କେନ୍ଦ୍ରର ମୋଦି ସରକାର ଘୋଷଣା କରିଛନ୍ତି । ଅର୍ଥାଭାବରୁ ଷ୍ଟଲ ଲଗାଇପାରୁନଥିବା କ୍ଷୁଦ୍ର ବ୍ୟବସାୟୀ ମାନେ ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନା ମାଧ୍ୟମରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ । ଏଥିପାଇଁ ଆପଣଙ୍କୁ ନିକଟସ୍ଥ ବ୍ୟାଙ୍କୁ ଯାଇ ଏହି ଯୋଜନା ଆଧାରରେ ୧୦ ହଜାର ଟଙ୍କା ଋଣ ଆକାରରେ ନେଇ ବ୍ୟବସାୟ ଆରମ୍ଭ କରିପାରିବେ ।
- ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନରେ ଆପ୍ର ବିଜୟ , ରାଜ୍ୟ ନିର୍ବାଚନ ଆୟୋଗ ଅନୁସାରେ, ୧୪ଟି ୱାର୍ଡରେ ଆମ୍ ଆଦ୍ମି ପାର୍ଟି ଜିତି ଥିବା ବେଳେ, ୧୨ଟି ୱାର୍ଡକୁ ବିଜେପି କବ୍ଜା କରିଛି । ଏହାଛଡ଼ା ୮ଟି ୱାର୍ଡରେ କଂଗ୍ରେସ ଏବଂ ଗୋଟିଏ ୱାର୍ଡରେ ଶିରୋମଣି ଅକାଳି ଦଳ ବଜୟ ଲାଭ କରିଛି ।
- ଅଭିନୟ ଏବଂ ଗୀତ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିଥିବା ମଣିକ୍କା ବିନୟାଗମଙ୍କର ଦେହାନ୍ତ ହୋଇଛି। ବିନୟାଗମ ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ଥିଲେ ଏବଂ ଅନେକ ଦିନ ଧରି ଚିକିତ୍ସିତ ହେଉଥିଲେ। ହୃଦଘାତ ହେତୁ ତାଙ୍କର ୭୮ ବର୍ଷ ବୟସରେ ଦେହାନ୍ତ ହୋଇଛି।
- ଜନତା ଦଳ ୟୁନାଇଟେଡ ରାଜ୍ୟସଭା ସାଂସଦ ତଥା ଶିଳ୍ପପତି ମହେନ୍ଦ୍ର ପ୍ରସାଦଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା।
- ଆହ୍ଲାବାଦ ହାଇକୋର୍ଟ ୫ ରାଜ୍ୟରେ ନିର୍ବାଚନ ସ୍ଥଗିତ ରଖିବାପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ନିର୍ବାଚନ କମିସନ୍ ୫ ରାଜ୍ୟରେ କୋଭିଡ୍ ସ୍ଥିତି ସମୀକ୍ଷା କରିବାପରେ ନିର୍ବାଚନ ସ୍ଥଗିତ ନହେବା ଭଳି ମନେ ହେଉଛି। ନିର୍ବାଚନ କମିସନଙ୍କ ସମୀକ୍ଷା ପରେ କେନ୍ଦ୍ର ସରକାର ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟକୁ କରୋନା ପାଇଁ ନମୁନା ପରୀକ୍ଷା ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
- ଦେଶର ପ୍ରତି ଜିଲ୍ଲାରେ ସ୍ଥାପନ ହେବ ଡ୍ରାଇଭିଂ ପ୍ରଶିକ୍ଷଣ କେନ୍ଦ୍ର। ଏ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
- ଶ୍ରୀଅରବିନ୍ଦଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ ଆସନ୍ତା ବର୍ଷ ଜାନୁଆରି ପହିଲାରୁ ଜନ୍ମ ବାର୍ଷିକୀ ପାଳନ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହା ମାର୍ଚ ୨୦୨୪ ପର୍ଯ୍ୟନ୍ତ ଚାଲିବ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ସୂତ୍ରରୁ ସୂଚନା ମିଳିଛି।
- ଖ୍ରୀଷ୍ଟମାସରେ କେରଳରେ ରେକର୍ଡ ୨୧୫ କୋଟି ଟଙ୍କାକ ବିକ୍ରି ହୋଇଛି । ଏଥିରେ ଖ୍ରୀଷ୍ଟମାସ ସମୟରେ ଚାରି ଦିନ ମଧ୍ୟରେ କେରଳ ଷ୍ଟେଟ ବେଭେରେଜ୍ କର୍ପୋରେସନ୍ ଲିମିଟେଡ୍ (ବିଇଭିସିଓ) ଦୋକାନ ଏବଂ ଉପଭୋକ୍ତା ପୋଷିତ ଦୋକାନ ମାଧ୍ୟମରେ ବିକ୍ରୟ ଅନ୍ତର୍ଭୁକ୍ତ।
- ଛତିଶଗଡ଼ର ରାଜଧାନୀ ରାୟପୁରରେ ନିକଟରେ ଅନୁଷ୍ଠିତ ଧର୍ମ ସଂସଦରେ ଧର୍ମଗୁରୁ କାଳୀଚରଣ ମହାରାଜ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ଅପଶବ୍ଦ କହିଥିଲେ। ଏଥି ସହିତ ସେ ଗାନ୍ଧିଜୀଙ୍କ ହତ୍ୟା ପାଇଁ ନାଥୁରାମ ଗୋଡସେଙ୍କ ପ୍ରଶଂସା କରିଥିଲେ। ଏହି ମାମଲାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି।
- ଆଜି ସକାଳ ୬ଟା ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୨୮ କୋଟି ୧୬ ଲକ୍ଷ ୨୯ ହଜାର ୧୭୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ୫୪ ଲକ୍ଷ ୨୨ ହଜାର ୫୮ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏବେ ବିଶ୍ବରେ ୨୫ କୋଟି ୮ ଲକ୍ଷ ୫୩ ହଜାର ୩୫୯ ଜଣ କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୨ କୋଟି ୫୩ଲକ୍ଷ ୫୩ ହଜାର ୭୫୩ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ୮୮ ହଜାର ୭୬୩ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି।
- ବାତ୍ୟା ଜୱାଦ କ୍ଷତିଗ୍ରସ୍ତଙ୍କ ପାଇଁ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୱାଦ ପାଇଁ ମୋଟ୍ ୫୦୭କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
- ପୁରୀରେ ଖୁବ୍ ଶୀଘ୍ର ହେବ ଗ୍ରୀନଫିଲ୍ଡ ଏୟାରପୋର୍ଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ସହ ସର୍ବାଙ୍ଗୀନ ଉନ୍ନତି ପାଇଁ ଦୃଢ ସଂକଳ୍ପବୋଧ । ଏନେଇ ପୁରୀ ସାଂସଦ ପିନାକୀ ମିଶ୍ର ସୂଚନା ଦେଇଛନ୍ତି ।
- କମିଶନରେଟ୍ ପୋଲିସ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୂଯାଇ ଚଳିତ ବର୍ଷ ନଭେମ୍ବର ୩୦ ସୁଦ୍ଧା କେବଳ ଭୁବନେଶ୍ୱରରେ ୨୭୭ ଜଣ ଆତ୍ମହତ୍ୟା କରିଛନ୍ତି ।
- ୨୦୧୫ ମସିହାର ଏହି ଘଟଣା ପୁରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଚୌଦ୍ୱାରା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ କରି ଗିରଫ ହୋଇଥିଲା ସେହି ଅଞ୍ଚଳର ସୁରେନ୍ଦ୍ର ପିଙ୍ଗୁଆ ଓରଫ୍ ଚଣା ।ଆସିଲା ରାୟ, ଦୋଷୀ ଚଣାକୁ ୧୪ ବର୍ଷ ଜେଲ୍ ଦଣ୍ଡ ଶୁଣାଇଲେ ପୋକ୍ସୋ କୋର୍ଟ ।
- ୨୦ ବର୍ଷ ତଳେ ରାଜ୍ୟରେ ଦାରିଦ୍ର୍ୟ ହାର ଥିଲା ୬୨ ପ୍ରତିଶତ । ଏବେ ଏହା ଖସି ୨୯ ପ୍ରତିଶତରେ ପହଞ୍ଚିଛି । ଏ ହେଉଛି ବିକାଶ, ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ହୋଇଛି । ଏହି ରିପୋର୍ଟ ନୀତି ଆୟୋଗ । କରୋନା ସମୟରେ ରାଜ୍ୟରେ ୪ ଲକ୍ଷ କୋଟି ପୁଞ୍ଜିନିବେଶ ବଡ଼ ଉପଲବ୍ଧି ବୋଲି କହିଛନ୍ତି ବିଜେଡି ସାଂସଦ ସୁବାସ ସିଂ ।
|
692 |
Y |
|
2593 |
28-12-2021 |
English |
- India reported 6,531 new coronavirus cases and 315 deaths on Monday, according to the health ministry, pushing its active caseload to 75,841 and the death count to 4,79,997.
- Aam Aadmi Party has emerged as the leading outfit in the Chandigarh Municipal Corporation (MC) polls, winning 14 of 35 wards in the final results declared Monday.
- Chief Minister Naveen Patnaik Monday announced a special relief package of `507 crore for farmers affected by the remnants of cyclone Jawad that blew past Odisha coast in the first week of this month.
- The vaccine option against COVID-19 for children in the age group of 15-18 years, who will be inoculated from January 3, would be Covaxin only, according to new guidelines issued by the Union health ministry Monday.
- Kerala has again emerged as the top performer in terms of overall health performance among larger states, while Uttar Pradesh is the worst, according to the fourth Health Index launched by Niti Aayog.
- Electric vehicle (EV) charging stations of Bhubaneswar Smart City Limited (BSCL) will come up at seven places in the state capital by April-end next year.
- In 2021, charge-sheets were filed only in 9 out of 32 murder cases against 39 out of 49 in 2020
- Seventy-six lawyers have written to Chief Justice N V Ramana, requesting him to take suo motu cognisance of hate speeches allegedly made at separate events organised in Delhi and Haridwar.
- Considering the demand of seamless internet connection among small businesses or new startups, the experts said that 200 Mbps unlimited data plans can be sufficient for these small workspaces.
- Uttar Pradesh has emerged as the top performer in terms of incremental health performance among larger states, while Mizoram performed well in the smaller states category, according to the fourth Health Index launched by Niti Aayog.
- Former Mohali mayor and realtor Kulwant Singh on Monday joined the Aam Aadmi Party ahead of the Punjab Assembly polls next year.
- Vikram Misri has been appointed as the Deputy National Security Advisor in the National Security Council Secretariat.
- The West Bengal State Election Commission on Monday announced that polls to four municipal corporations -- Siliguri, Chandannagar, Bidhannagar, Asansol -- will be held on January 22.
- Engineering education in local languages and mother tongue to be an instrument of empowerment, said Union Education Minister Dharmendra Pradhan at the valedictory session of the 36th India Engineering Congress (IEI).
- Children whose birth year is 2007 or earlier will be eligible for Covid-19 vaccines from January 3, the Union health ministry said on Monday.
- Kerala has again emerged as the top ranking state in terms of overall health performance among larger states, while Uttar Pradesh is the worst, according to the fourth Health Index launched by Niti Aayog.The fourth round of the Health Index took into account the period 2019-20 (reference year).
- Rajya Sabha MP from the Janata Dal(United) and industrialist Mahendra Prasad died at a private hospital here, his party said on Monday. The 81-year-old Prasad passed away on Sunday night after battling prolonged illness.
- According to the crime statistics released by the Commissionerate Police on Monday, 32 murder, 108 rape and 1,880 theft cases have been registered in Bhubaneswar in the last 11 months.
- The ongoing protests by resident doctors over the delay in conducting the NEET-PG exam took a dramatic turn on Monday evening as medics and police personnel faced off in streets.
- The assembly elections are scheduled for five states - Uttar Pradesh, Manipur, Uttarakhand, Goa, and Punjab in 2022. The dates could be announced in the first week of January, said the source.
|
823 |
Y |
|
2594 |
27-12-2021 |
Odia |
- ୨୦୨୨ ଅକ୍ଟୋବରରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଅଣ୍ଡର- ୧୭ ଫିଫା ମହିଳା ବିଶ୍ୱକପ୍ । ଯାହାକୁ ନେଇ କଳିଙ୍ଗ ଷ୍ଟାଡିୟମ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି ।
- ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଓ ନେସନାଲ୍ ବୁକ୍ ଟ୍ରଷ୍ଟ ପକ୍ଷରୁ ୩୦ ବର୍ଷ ବୟସ ଭିତରେ ଥିବା ଯୁବ ଲେଖକଙ୍କ ଠାରୁ ପାଣ୍ଡୁଲିପି ଆହ୍ୱାନ କରାଯାଇଥିଲା।
- ବ୍ରିଟିସ୍ କନ୍ସଲଟେନ୍ସି ‘ସେବର୍’ ପ୍ରସ୍ତୁତ କରିଥିବା ଉକ୍ତ ରିପୋର୍ଟରେ ପୂର୍ବାନୁମାନ କରାଯାଇଛି ଯେ, ୨୦୩୦ ବେଳକୁ ଡଲାର୍ ହିସାବରେ ଚୀନ୍ ବିଶ୍ବର ପ୍ରଥମ ଅର୍ଥନୀତି ହେବ।
- ଆସନ୍ତା ବର୍ଷ ବିଶ୍ବ ଅର୍ଥନୈତିକ ଉତ୍ପାଦନ ୧୦୦ ନିୟୁତ ଟ୍ରିଲିୟନ୍ ଡଲାର୍ ଟପିବ ବୋଲି ଆଜି ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି।
- ମୋବାଇଲ୍ କଲ୍ ରେକର୍ଡକୁ ଟେଲିକମ୍ କଂପାନିଗୁନିକ ଦୁଇ ବର୍ଷ ପୂର୍ବରୁ ଡିଲିଟ୍ କରିପାରିବେ ନାହିଁ। ପୂର୍ବରୁ ସେମାନେ ଏକ ବର୍ଷ ପାଇଁ ଏହି ତଥ୍ୟ ନିଜ ପାଖରେ ରଖୁଥିଲେ। କେନ୍ଦ୍ର ସରକାର ଲାଇସେନ୍ସ ନିୟମରେ ସଂଶୋଧନ କରି ସେହି ଅବଧିକୁ ଦୁଇ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
- ଅନ୍ଲାଇନ୍ ଆର୍ଥିକ ଠକେଇ ରୋକିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ବଡ଼ ପଦକ୍ଷେପ ଗ୍ରହଣ କରି ଅନ୍ଲାଇନ୍ କାର୍ଡ କାରବାରରେ ଟୋକନ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିୟମ ୨୦୨୨ ଜାନୁଆରି ୧ରୁ ଲାଗୁ ହେବାର ଥିଲା। କିନ୍ତୁ ଆଜି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ନିୟମ ଲାଗୁ କରିବାର ସମୟ ସୀମାକୁ ଆଉ ୬ ମାସ ବଢ଼ାଇ ଦିଆଯାଇଛି। ୨୦୨୨ ଜୁଲାଇ ୧ରୁ ନୂଅା ନିୟମ ଲାଗୁ ହେବ।
- ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ବ୍ୟାଟେରି କଂପାନି ଟେସ୍ଲା ପାୱାର ୟୁଏସ୍ଏ ପକ୍ଷରୁ ୨୦୨୫ ସୁଦ୍ଧା ଭାରତରେ ୫୦୦୦ ଦୁଇ ଚକିଆ ଇଲେକ୍ଟ୍ରିକ ଯାନ ଚାର୍ଜିଂ ଷ୍ଟେସନ ‘ଟେସ୍ଲା ପାୱାର ସପ୍’ ସ୍ଥାପନ କରାଯିବ।
- ମୁଜାଫରପୁରର ଏକ ନୁଡୁଲ୍ସ ଫ୍ୟାକ୍ଟ୍ରୀରେ ବିସ୍ଫୋରଣ । ବିସ୍ଫୋରଣରେ ଫ୍ୟାକ୍ଟ୍ରୀର ୧୦ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଚିକିତ୍ସାଧୀନ ଅବସ୍ଥାରେ ୩ଜଣଙ୍କ ମୃତ୍ୟୁ ହୋଇଛି ।
- ଆତଙ୍କବାଦକୁ ପ୍ରୋତ୍ସାହିତ ଅଭିଯୋଗରେ ଗୁଗୁଲ ଓ ଇନଷ୍ଟାଗ୍ରାମକୁ ଜୋରିମାନା କରିଛନ୍ତି ଋଷ କୋର୍ଟ । ଶକ୍ରବାର ଦିନ ଋଷ କୋର୍ଟ ଗୁଗୁଲ ଉପରେ ୯୮ ମିଲିୟନ ଡଲାର ଅର୍ଥାତ ପ୍ରାୟ ୭୩୯ କୋଟି ଟଙ୍କା ଜୋରିମାନା କରିଛନ୍ତି ।
- 2021ରେ ୨୦ଟି ସିନେମା ବଡ଼ ପରଦାରେ ରିଲିଜ୍ ହୋଇଥିବା ବେଳେ ୩୦ଟି ଓଟିଟି ଫ୍ଲାଟଫର୍ମରେ ରିଲିଜ୍ ହୋଇଛି ।ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ସିଲଭର ସ୍କ୍ରିନ ସମ୍ପୂର୍ଣ୍ଣ ରୂପ ବନ୍ଦ ହୋଇଯିବା ନେଇ ଆଶଂକା ପ୍ରକଟ କରିଛନ୍ତି ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ।
- ବର୍ଣ୍ଣବୈଷମ୍ୟବାଦ ବିରୋଧରେ ଆଜୀବନ ସଂଘର୍ଷ କରିଥିବା ଦକ୍ଷିଣ ଆଫ୍ରିକାର ମହାନ ନେତା ଡେସମଣ୍ଡ ଟୁଟୁଙ୍କର ଆଜି ୯୦ ବର୍ଷ ବୟସରେ ପରଲୋକ ହୋଇଛି।
- ଶନିବାର ମ୍ୟାଚ୍ ଖେଳୁଥିବା ବେଳେ ସୋଫିଆନ୍ ଲୌକାର ନାମକ ଜଣେ ଖେଳାଳି ଗୋଲ୍ରକ୍ଷକଙ୍କ ସହ ଧକ୍କା ଖାଇଥିଲେ। ଯନ୍ତ୍ରଣା ହେବାରୁ ପଡ଼ିଆରେ ଲୌକାରଙ୍କ ଚିକିତ୍ସା କରା ଯାଇଥିଲା। ହେଲେ ୧୦ ମିନିଟ ପରେ ଲୌକାରଙ୍କ ହୃଦ୍ଘାତ ହୋଇଥିଲା। ଗୁରୁତର ଅବସ୍ଥାରେ ଥିବା ଲୌକାରଙ୍କୁ ତୁରନ୍ତ ଡାକ୍ତରଖାନା ନିଆ ଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
- ଦୈନିକ ସଂକ୍ରମଣ ଫ୍ରାନ୍ସରେ ରେକର୍ଡ ଭାଙ୍ଗିଛି । ଓମିକ୍ରନ୍ ଯୋଗୁ ଫ୍ରାନ୍ସରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଉପରମୁହାଁ ହୋଇଛି । ଗୋଟିଏ ଦିନରେ ଫ୍ରାନ୍ସରେ ଏକ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟାରେ ଫ୍ରାନ୍ସରୁ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୪ହଜାର ୬୧୧ ନୂଆ ଆକ୍ରାନ୍ତ ।
- ଓଡ଼ିଶା ଖଣି ନିଗମକୁ ପୁଣି ଏକ ସମ୍ମାନ ମିଳିଛି। କରୋନା ମହାମାରୀ ସମୟରେ ଶିଳ୍ପାନୁଷ୍ଠାନଗୁଡିକର ସାମାଜିକ ଦାୟିତ୍ବବୋଧ (ସିଏସଆର)କାର୍ଯ୍ୟକ୍ରମରେ ଉତ୍ତମ ପ୍ରଦର୍ଶନ ଲାଗି ଏସିଆ ମହାଦେଶର ଅଗ୍ରଣୀ ଅନୁଷ୍ଠାନ ‘ପିପୁଲ ଫାଷ୍ଟ’ ପକ୍ଷରୁ ‘ମାନବସମ୍ବଳ ଏକ୍ସଲେନ୍ସ ଆୱାର୍ଡ -୨୦୨୧’ ହାସଲ କରିଛି।
- ଜାନୁଆରୀ ୫ରୁ ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ସଂକ୍ଷିପ୍ତ ମୂଲ୍ୟାଙ୍କନ (ସମେଟିଭ୍ ଆସେସ୍ମେଣ୍ଟ) ପରୀକ୍ଷା ଅନୁଷ୍ଠିତ ହେବ। ମାଧ୍ୟମିକ ଶିକ୍ଷା ପରିଷଦ(ବିଏସଇ) ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
- ଅମେରିକୀୟ ଅନ୍ତରୀକ୍ଷ ସଂସ୍ଥାନ ‘ନାସା’ ମହାକାଶ ଗବେଷଣା କ୍ଷେତ୍ରରେ ଶନିବାର ନୂଆ କିର୍ତ୍ତିମାନ ସ୍ଥାପନ କରିଛନ୍ତି। ନାସା ପକ୍ଷରୁ ସର୍ବବୃହତ୍ ଦୂରବିକ୍ଷଣ ଯନ୍ତ୍ର (ଟେଲିସ୍କୋପ) ‘ଜେମସ୍ ୱେବ୍’କୁ ଶନିବାର ମହାକାଶକୁ ସଫଳତାର ସହ ପ୍ରେରଣ କରାଯାଇଛି। ଫ୍ରେଞ୍ଚ ଗୁଏନାସ୍ଥିତ କୋରଉ ଲଞ୍ଚ ଷ୍ଟେସନରୁ ଏରିୟନ-୫ ଇସିଏ ରକେଟ ମାଧ୍ୟମରେ ଏହାର ଉତ୍କ୍ଷେପଣ ହୋଇଛି।
- ଶିଖ ସମ୍ପ୍ରଦାୟର ଲୋକେ ଧାରଣ କରୁଥିବା କୃପାଣ (ଛୋଟ ଖଣ୍ଡା) ପାଇଁ ଲାଇସେନ୍ସ ଜରୁରୀ ବୋଲି ପାକିସ୍ତାନର ପେଶୱାର ଉଚ୍ଚ ଅଦାଲତ ନିର୍ଦେଶ ଦେଇଛନ୍ତି।
- ଦେଶର ବିଚାରପତିମାନେ ବିଚାରପତିଙ୍କୁ ନିଯୁକ୍ତ କରୁଥିବା ନେଇ ହେଉଥିବା ଅଭିଯୋଗକୁ ମିଥ୍ୟା ଦର୍ଶାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଏନଭି ରମଣା। କଲେଜିୟମ୍ ବ୍ୟବସ୍ଥା ମାଧ୍ୟମରେ ବିଚାରପତି ନିଯୁକ୍ତିକୁ ସେ ଯଥାର୍ଥ ବୋଲି ଦର୍ଶାଇଛନ୍ତି।
- ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପରେ ରାଜ୍ୟରେ ପ୍ରାୟ ୫୭ ହଜାର ୬୦୨ ଆସନ ଖାଲି ରହିଛି। ୧୦୨୫ ମହାବିଦ୍ୟାଳୟରେ କଳା,ବାଣିଜ୍ୟ, ବିଜ୍ଞାନ, ସଂସ୍କୃତ ଓ ସେଲ୍ଫ ଫାଇନାନ୍ସିଂ(ନିଜସ୍ବ ଦେୟ) ପାଠ୍ୟକ୍ରମରେ ମୋଟ ୨ ଲକ୍ଷ ୫୦ ହଜାର ୧୩୯ ଆସନ ରହିଛି।
- ନାଗାଲାଣ୍ଡରେ ସେନା ଗୁଳିକାଣ୍ଡ ଯୋଗୁ ୧୪ ଜଣ ନାଗରିକଙ୍କ ମୃତ୍ୟୁ ପରେ କେନ୍ଦ୍ର ସରକାର ପ୍ରଦେଶରେ ଲାଗୁ ଥିବା ଆର୍ମଡ ଫୋର୍ସେସ୍ ପ୍ରିଭିଲେଜ ଆକ୍ଟ (ଏଏଫଏସପିଏ) ହଟାଇ ଦେବାକୁ ବିଚାର କରୁଛନ୍ତି। ଏଥିଲାଗି ଖୁବ ଶୀଘ୍ର ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ ବୋଲି ଜଣାପଡିଛି।
|
620 |
Y |
|
2595 |
27-12-2021 |
English |
- COVID vaccination for children between 15 and 18 years of age to begin from Jan 3.
- The BJD supremo said poverty in the state has come down from 63 per cent to 29 per cent. As many as 80 lakh people have gone above the poverty line.
- The notion that “judges are themselves appointing judges” is a myth as the judiciary is just one of the many players involved in the process of selecting judicial officers, Chief Justice of India NV Ramana said Sunday
- A day after PM Narendra Modi announced beginning of vaccination of children against Covid-19 from January, the state government Sunday said it has already started preparations for inoculation of those in the 15-18 age group.
- Andhra Pradesh Governor Bishwabhushan Harichandan Sunday hosted high tea honouring Chief Justice of India N V Ramana at Raj Bhavan here.
- Airtel Payments Bank crossed one billion transactions volume milestone on its platform during September quarter 2021-22, according to sources.
- At least six people were killed after a boiler exploded at a factory in Bihar’s Muzaffarpur on Sunday morning, The explosion at the noodles factory located in Muzaffarpur’s Bela Industrial area, Phase-II, took place around 10 am. Chief Minister Nitish Kumar has announced a compensation of Rs 4 lakh each to the families of those who died in the accident.
- Mharastra Governor Bhagat Singh Koshyari felicitated 44 eminent personalities from various walks of life with ‘Maharashtrachi Girishikhare’ awards at a function held at Rangsharada Auditorium in Mumbai on 26 Dec.
- The Drug Controller General of India (DGCI) on Saturday granted emergency use authorisation to Bharat Biotech's Covaxin for children in the 12-18 years age group
- According to the depositories data, Foreign Portfolio investors, pulled out 17,825 crore rupees from the equities markets, and 5,708 crore rupees from the debt market, resulting into a net withdrawal of 23,533 crore rupees from the Indian capital markets in December 2021.
- Kanpur-based businessman Piyush Jain has been arrested on charges of tax evasion, days after over ₹200 crore cash was seized from his residence during a raid. Jain is a businessman who deals in pan masala and perfumes.
- Defence Minister Rajnath Singh lays foundation stone for Defence Technology, Test Centre & BRAHMOS Manufacturing Centre of DRDO in Lucknow on 26 Dec.
- China's Communist Party has replaced its head, Chen Quanguo, in the country's northwestern province of Xinjiang.
- In Hockey, Uttar Pradesh were crowned the winners of the 11th Junior National Men’s Championship following a 3-1 victory over Chandigarh in the final at Kovilpatti, Tamil Nadu.
- Pakistan defeated India by two wickets in the Group A match of ACC Under - 19 Asia Cup in Dubai this evening. Chasing a target of 238 runs, Pakistan finished the game.
- Tokyo Paralympics gold medallist Pramod Bhagat lost in semi-finals of men's singles SL3 category at fourth National Para Badminton Championship in Bhubaneswar on 26 Dec (Sunday). Haryana's Nitesh Kumar beat Pramod 21-17, 21-19
- Defence Minister Rajnath Singh said here Sunday that India was not making BrahMos missiles to attack any country in the world.
- Agriculture Minister Narendra Singh Tomar Sunday clarified that the government has no plans to bring back the recently repealed farm laws, and urged farmers to be wary of “confusion” being created by the Congress on this issue.
- A Delhi-based lawyer has filed a complaint against actress Sunny Leone, among others, seeking a ban on her latest video album “Madhuban Me Radhika Nache” as her dance performance “hurts religious sentiments”.
- Airlines continued to cancel hundreds of flights Saturday because of staffing issues tied to COVID-19, disrupting holiday celebrations during one of the busiest travel times of the year.
|
616 |
Y |
|
2596 |
26-12-2021 |
Odia |
- ଜାନୁଆରୀ ୩ ତାରିଖରୁ ପିଲାଙ୍କୁ ଟିକା । ୧୫ରୁ ୧୮ ବର୍ଷର ପିଲାଙ୍କୁ ଟିକାକରଣରେ ସାମିଲ କରାଯିବ । ଜାନୁଆରୀ ୧୦ ତାରିଖରୁ ଦେଶର ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ବୁଷ୍ଟୋର ଡୋଜ୍ । ଏହା ସହିତ ୬୦ରୁ ଅଧିକ ବୟସର ବ୍ୟକ୍ତିଙ୍କୁ ମଧ୍ୟ ବୁଷ୍ଟର ଡୋଜରେ ସାମିଲ କରାଯିବ ।
- ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୁବାଇରେ ଖେଳାଯାଇଥିବା ଅଣ୍ଡର-୧୯ ଏସିଆ କପ୍ର ରୋମାଞ୍ଚକର ମୁକାବିଲାରେ ବିଜୟୀ ହୋଇଛି ପାକିସ୍ତାନ । ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ଓଭରରେ ୨୩୭ ରନକରିଥିଲା ଭାରତ । ଜବାବରେ ଶେଷ ବଲରେ ଚୌକା ମାରି ବିଜୟୀ ହୋଇଛି ପାକିସ୍ତାନ ଟିମ । ଶେଷ ଓଭରରେ ପାକିସ୍ତାନକୁ ବିଜୟ ପାଇଁ ୮ରନ ଆବଶ୍ୟକ ଥିବାବେଳେ ହାତରେ ଥିଲା ୩ଟି ଓ୍ବିକେଟ୍ ।
- ଓଡିଶାର ପ୍ରଥମ ମିଶନ ଶକ୍ତି କାଫେ ଉଦଘାଟିତ ହୋଇଯାଇଛି । ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହିକୁଡି ଛକ ମହାନଦୀ ବ୍ରିଜ ନିକଟରେ ମହିଳା ସ୍ବୟଂ ସହାୟକ ଗୋଷ୍ଟୀ ଦ୍ବାରା ପରିଚାଳିତ ଓଡିଶାର ପ୍ରଥମ ମିଶନ ଶକ୍ତି କାଫେକୁ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓ ଅର୍ଥ, ଅବକାରୀ ମନ୍ତ୍ରୀ ନିରଞ୍ଜନ ପୁଜାରୀ ଉଦଘାଟନ କରିଛନ୍ତି ।
- ରାଜ୍ୟରେ ଆସନ୍ତା ଜାନୁଆରୀ ୫ତାରିଖରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆସେସମେଣ୍ଟ ପରୀକ୍ଷା ହେବ । ଯଦି ମାର୍ଚ୍ଚରେ ବାର୍ଷିକ ପରୀକ୍ଷା ନହୁଏ, ଏହି ଆସେସମେଣ୍ଟ ମାର୍କ ଆଧାରରେ ମାର୍କିଂ କରାଯିବ । କୋଭିଡ୍ ନିୟମ ମାନି କରାଯିବ ପରୀକ୍ଷା । ଯେଉଁ ପର୍ଯ୍ୟନ୍ତ କୋର୍ସ ପଢ଼ାଯାଇଛି, ସେତିକି ଯାଏ ପରୀକ୍ଷା ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।
- ଲୋକସଭା ଓ ବିଧାନସଭା ଭଳି ପଞ୍ଚାୟତ ନିର୍ବାଚନରେ ମଧ୍ୟ ପ୍ରାର୍ଥିପତ୍ର ଦାଖଲ ସମୟରେ ପ୍ରାର୍ଥୀ ସତ୍ୟପାଠ ଦେବେ । ଏଣିକି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଭୁଲ୍ ତଥ୍ୟ ଦେଲେ ୬ମାସ ଜେଲ୍ ଦଣ୍ଡ ଭୋଗିବା ସହ ଜରିମାନା ଦେବାକୁ ପଡ଼ିବ । ପ୍ରାର୍ଥୀଙ୍କ ଅପରାଧିକ ମାମଲା, ସମ୍ପତ୍ତି ଓ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କିତ ତଥ୍ୟ ସତ୍ୟପାଠରେ ରହିବ । ନାମାଙ୍କନ ଦାଖଲ ବେଳେ ପ୍ରାର୍ଥୀ ଏସବୁ ତଥ୍ୟ ଦେବେ ।
- ସୂଚନା ଅନୁସାରେ ୩୨ କୃଷକ ସଂଗଠନରୁ ୨୮ କୃଷକ ସଂଗଠନ ଚାହୁଁଛନ୍ତି କି ସଂଯୁକ୍ତ କିଷାନ ମୋର୍ଚ୍ଚା ପଞ୍ଜାବ ବିଧାନସଭା ନିର୍ବାଚନ ଆମ ଆଦମୀ ପାର୍ଟି ସହ ମେଣ୍ଟ କରି ଲଢ଼ିବାକୁ । ଭାରତୀୟ କୃଷକ ସଂଗଠନ ମୁଖ୍ୟ ବଲବୀର ସିଂ ରାଜଓ୍ୱାଲ ପଞ୍ଜାବ ବିଧାନସଭା ନିର୍ବାଚନରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ମୁଖ୍ୟମନ୍ତ୍ରୀ ଚେହେରା ହେବେ
- ବ୍ୟାସକବିଙ୍କ ଆତ୍ମଜୀବନୀ ପ୍ରକାଶନ ଉପରେ ଲାଗିଲା ରୋକ୍ । ଅଣନାତୁଣୀ ମିନାକ୍ଷୀ ଦତ୍ତଙ୍କ ସପକ୍ଷରେ ରାୟ ଦେଲେ କୋର୍ଟ ।
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଲେ ଘୋଷଣା । ୧୫-୧୮ ବର୍ଷ ପିଲାଙ୍କୁ ଜାନୁଆରୀ ୩ରୁ ଦିଆଯିବ ଟିକା, ସେହିପରି ସ୍ୱାସ୍ଥ୍ୟକର୍ମୀଙ୍କୁ ଜାନୁଆରୀ ୧୦ରୁ ଦିଆଯିବ ପ୍ରିକସନ୍ ଡୋଜ୍ ।
- ବିଜେଡି ରାଜ୍ୟ କାର୍ଯ୍ୟକାରୀଣିରେ ଐତିହାସିକ ନିଷ୍ପତ୍ତି : ଏଥର ତ୍ରି-ସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆ ବର୍ଗରୁ ଦିଆଯିବ ୪୦ ପ୍ରତିଶତ ପ୍ରାର୍ଥୀ ।
- ବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରୁ ପରଦା ହଟାଇବା ପାଇଁ ବୈଜ୍ଞାନିକମାନେ ନେଲେ ଆଉ ଏକ ଐତିହାସିକ ପଦକ୍ଷେପ । ବିଶ୍ୱର ସବୁଠୁ ଶକ୍ତିଶାଳୀ ଏବଂ ବୃହତ୍ତମ ସ୍ପେସ୍ ଟେଲିସ୍କୋପ୍ ଜେମ୍ସ ଓ୍ବେବ୍କୁ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ୟୁରୋପୀୟ ଆରିଏନ୍-୫ ରକେଟ ମାଧ୍ୟମରେ କଲା ପ୍ରେରଣ ।
- ଦୀର୍ଘ ୨୨ ବର୍ଷ ପରେ ପୁଣି ଆବିଷ୍କାର ହେଲା ଅଷ୍ଟ୍ରେଲିଆର ତସ୍ମାନିଆ ଉପକୂଳରେ ବିଲୁପ୍ତ ହୋଇଯାଇଥିବା ଦୁର୍ଲଭ ମାଛ। ଏହା ହେଉଛି ହାତରେ ଚାଲୁଥିବା ପ୍ରଥମ ଗୋଲାପୀ ରଙ୍ଗର ମାଛ ।୧୯୯୯ ମସିହାରେ ଶେଷ ଥର ପାଇଁ ଏହି ମାଛ ତସ୍ମାନିଆରେ ଦେଖାଯାଇଥିଲା ।
- ମହାକାଶକୁ ପ୍ରଥମ ଥର ପାଇଁ ଗଲା ଭାରତର ପୂର୍ବତନ କ୍ରିକେଟର ଯୁବରାଜ ସିଂହଙ୍କ ଐତିହାସିକ ବ୍ୟାଟ୍ । ଯେଉଁ ବ୍ୟାଟରେ ଯୁବରାଜ ୨୦୦୩ ରେ ଢାକାରେ ବାଂଲାଦେଶ ବିପକ୍ଷ ଦିନିକିଆରେ ନିଜର ପ୍ରଥମ ଶତକ ହାସଲ କରିଥିଲେ ।
- ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସେଞ୍ଚୁରିଅନ୍ ସୁପରସ୍ପୋର୍ଟ ପାର୍କ କ୍ରିକେଟ୍ ଷ୍ଟାଡିୟମରେ ଆରମ୍ଭ ହେବ ପ୍ରଥମ ଟେଷ୍ଟ । ଏହି ମ୍ୟାଚ ଷ୍ଟାର୍ ସ୍ପୋର୍ଟସର ବିଭିନ୍ନ ଚ୍ୟାନେଲରେ ସିଧା ପ୍ରସାରଣ ହେବ।
- ଅଣ୍ଡର ୧୯ ଏସିଆ କପ୍: ଶେଷ ବଲରେ ଭାରତକୁ ହରାଇଲା ପାକିସ୍ତାନ । ଏହି ବିଜୟ ପରେ ପାକିସ୍ତାନ ଏସିଆ କପ ଗ୍ରୁପ୍ ଏ’ର ଟେବୁଲ ଶୀର୍ଷରେ ପହଞ୍ଚି ଯାଇଛି। ଭାରତ ୨ଟି ମ୍ୟାଚ୍ରୁ ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ସହ ଦ୍ୱିତୀୟ ସ୍ଥାନରେ ରହିଛି।
- ସମସ୍ତ ପ୍ରକାର କ୍ରିକେଟରୁ ହରଭଜନ ସିଂ ନେଲେ ଅବସର ।୨୩ ବର୍ଷ ଧରି ଭାରତୀୟ କ୍ରିକେଟ ଦଳ ପାଇଁ ଖେଳିଥିବା ହରଭଜନ ମୋଟ ୭୧୧ଟି ୱିକେଟ ନେଇଛନ୍ତି।
- ଫ୍ରେଞ୍ଚ ଗୁଏନା ସ୍ପେସପୋର୍ଟରୁ ଲଞ୍ଚ ହେଲା ଜେମସ ଓ୍ୱେବ ଟେଲିସ୍କୋପ । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଟେଲିସ୍କୋପକୁ ଛାଡିଛି ଆମେରିକା ମହାକାଶ ଗବେଷଣା ସଂସ୍ଥା । ୧୦ ବିଲିୟନ ଡଲାର ବ୍ୟୟରେ ନିର୍ମିତ ଏହି ଟେଲିସ୍କୋପ ହେଉଛି ହବଲ ଟେଲିସ୍କୋପଠାରୁ ଅଧିକ ଶକ୍ତିଶାଳୀ । ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ଅପରେଟ କରିବ ଜେମସ ଓ୍ୱେବ ଟେଲିସ୍କୋପ । ବିଶ୍ୱ ବ୍ରହ୍ମାଣ୍ଡ ସମ୍ପର୍କରେ ଅଧିକ ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିବା ସହ ପ୍ରଥମ ଗାଲାକ୍ସିର ସୃଷ୍ଟି ସମ୍ପର୍କରେ ତଥ୍ୟ ସଂଗ୍ରହ କରିବ ।
- ଅର୍ଜୁନ ଭଲ୍ଲାଙ୍କ ସହିତ ଝିଅ ଶୈନେଲ୍ଙ୍କର ନିର୍ବନ୍ଧ ହୋଇଥିବା କଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଶନିବାର ଦିନ ସାମାଜିକ ଗଣମାଧ୍ୟମରେ ଘୋଷଣା କରିଛନ୍ତି।
- ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ପିଏମ ଯୁବା ମେଣ୍ଟରଶିପ୍ ବା ପ୍ରଶିକ୍ଷଣ ଯୋଜନା ଅଧୀନରେ ସାରା ଦେଶରୁ ଚୟନ କରାଯାଇଥିବା ୭୫ ଜଣ ଶ୍ରେଷ୍ଠ ଯୁବ ଲେଖକଙ୍କ ନାମ ଘୋଷଣା କରାଯାଇଛି। ଏହି ୭୫ ଜଣ ଶ୍ରେଷ୍ଠ ଯୁବ ଲେଖକଙ୍କ ମଧ୍ୟରେ ୩ ଜଣ ଓଡ଼ିଆ ଲେଖକ ଅଛନ୍ତି। ସେମାନେ ହେଲେ- ଅନିନ୍ଦ୍ୟ ନାରାୟଣ ସିଂ, ଦିଲେଶ୍ବର ରଣା, ଓମ ପ୍ରିୟଦର୍ଶୀ ଛୋଟରାୟ।
- ଆମେରିକୀୟ ଇଣ୍ଟରନେଟ୍ କମ୍ପାନି ଗୁଗୁଲକୁ କାଟି ବିଶ୍ବରେ ନଂ୧ ସ୍ଥାନରେ ପହଞ୍ଚିଛି ଚୀନର କ୍ଷୁଦ୍ର ଭିଡିଓ ଆପ୍ ଟିକଟକ୍ । ୨୦୨୧ରେ ବିଶ୍ବର ସର୍ବାଧିକ ଲୋକ ଟିକଟକକୁ ଦେଖିଛନ୍ତି, ଫଳରେ ଏହା ବିଶ୍ବର ସବୁଠାରୁ ଲୋକପ୍ରିୟ ଇଣ୍ଟରନେଟ ସାଇଟରେ ପରିଣତ ହୋଇଛି ବୋଲି ଏକ ରିପୋର୍ଟରୁ ଜଣାପଡିଛି ।
- ପ୍ରଧାନ ବିଚାରପତି ଏନ୍ଭି ରମଣା ଆନ୍ଧ୍ରପ୍ରଦେଶର କ୍ରୀଷ୍ଣା ଜିଲ୍ଲା ଅଧୀନସ୍ଥ ତାଙ୍କ ପୈତୃକ ଗ୍ରାମ ପୁନ୍ନଭରମକୁ ଆଜି ବଳଦ ଗାଡ଼ିରେ ଯାତ୍ରା କରିଛନ୍ତି। ଚଳିତ ବର୍ଷ ଏପ୍ରିଲରେ ରମଣା ପ୍ରଧାନ ବିଚାରପତି ହେବାପରେ ପ୍ରଥମ ଥର ନିଜ ଗ୍ରାମକୁ ଯାଇଛନ୍ତି ।
|
604 |
Y |
|
2597 |
26-12-2021 |
English |
- India reported 7,189 fresh coronavirus infections and 387 new fatalities, which pushed the national tally to 3,47,79,815 and the total death count to 4,79,520, according to the health ministry.
- The world’s largest and most powerful space telescope rocketed away Saturday on a high-stakes quest to behold light from the first stars and galaxies and scour the universe for hints of life
- Prime Minister Narendra Modi on Saturday said that the nasal vaccine and the world's first DNA vaccine against the COVID-19 will soon be available for the inoculation drive.
- Union Agriculture Minister Narendra Singh Tomar on Saturday clarified that the Centre will not reintroduce farm laws in an amended form.
- Odisha may experience rainfall over the next few days that can again lead to a fall in the minimum temperature after a spell of cold wave gripped the state last week, the Met office said Sunday
- Ahead of Panchayat elections in Odisha next year, the State Government promulgated an ordinance to amend existing panchayat laws. With amendment of panchayat laws, a candidate may face six-month jail term with fine for giving false information or concealing any information in the affidavit.
- Precautionary Dose of COVID Vaccine will be started from Jan 10 for Healthcare, Frontline Workers and for Citizens above 60 years with co-morbidities. PM Modi has announced that the COVID-19 vaccination for children aged 15-18 years will start from 3rd of next month.
- 405 of Omicron have been reported in the country so far. Out of the total Omicron cases, Maharashtra has reported highest number of one hundred eight cases, followed by Delhi 79 and Gujarat 43 cases.
- Gujarat has topped the 'Good Governance Index' 2021 rankings for states and Union Territories prepared by the government. Maharashtra and Goa have secured the second and third-highest spots respectively in the rankings prepared by covering 10 sectors and 58 indicators. Delhi has ranked first among the Union Territories, while UP showed an incremental growth of 8.9 %,
- Utter Pradesh govt launched the distribution of tablets and smartphones to 1 crore students, to mark the birth anniversary of former PM Atal Bihari Vajpayee.
- National Book Trust announced the results of the all-India contest organized on the theme ‘National Movement of India’ under PM-YUVA Mentorship Scheme. As per the Scheme, 75 Authors were to be selected through this contest for a Scholarship-cum-Mentorship Scheme for young authors below the age of 30 years.
- Indian Navy Ship Sudarshini Docks At Iran Port As Part Of Gulf Deployment. The Indian Navy said its sail training ship Sudarshini docked at Bandar Abbas port in Iran as part of its deployment in the Gulf region. The ship will stay at Bandar Abbas for three days and visit the naval base there.
- French firm & HAL in talks to make new indigenous chopper engine. French defence major Safran and the state-run Hindustan Aeronautics Limited (HAL) are in talks to jointly and indigenously manufacture a new engine that will power India’s plans to have its own medium weight military helicopters. These new rotary aircraft will replace the Russian Mi-17 transport helicopters in the coming years.
- World's 1st DNA COVID-19 vaccine & nasal vaccine to be launched in India soon.
- The world's most powerful space telescope on Saturday blasted off into orbit, headed to an outpost 1.5 million kilometres (930,000 miles) from Earth, left Earth enclosed in its Ariane 5 rocket from Kourou Space Centre in French Guiana.
- The United Nations have allocated a package of $8 billion for the resumption of the economy of Afghanistan.
- The ruling BJD in Odisha Saturday announced that it will nominate at least 40 per cent candidates from the Other Backward Caste (OBC) category for the approaching elections to panchayats and urban local bodies.
- The speaker had earlier expressed anguish over Mr Dhankhar's insistence to administer the oath to Trinamool Congress MLAs, including CM Mamata Banerjee, after the September 30 elections.
- Uttar Pradesh Chief Minister Yogi Adityanath on Saturday began the campaign to distribute free tablets and smartphones to one crore students of the state on the birth anniversary of former Prime Minister Atal Bihari Vajpayee.
- At least 17 girls of Classes VIII and X of Jawahar Navodaya Vidyalaya in Bhupdevpur in Chhattisgarh's Raigarh district have tested positive for COVID-19, an official said on Saturday.
|
594 |
Y |
|
2598 |
25-12-2021 |
Odia |
- ୟୁରୋପ, ଆମେରିକା ଓ ଆଫ୍ରିକାରେ ବଢିଚାଲିଛି କରୋନା ସଂକ୍ରମଣ: କେନ୍ଦ୍ର କରାଇଲା ସତର୍କ, ଟିକା ନେଉଥିବା ବ୍ୟକ୍ତି ବି ହେଉଛନ୍ତି ସଂକ୍ରମିତ ।
- ଶ୍ରୀମନ୍ଦିର ପ୍ରଶାସନକୁ ୧୦ ଲକ୍ଷ ଟଙ୍କା ଦାନ କଲେ ଜଗନ୍ନାଥ ପ୍ରେମୀ । ଡ. ସୌମେନ୍ଦ୍ର ମହାନ୍ତି ଏସ ଏମ କନସଲଟାଣ୍ଟ ପ୍ରଶାସନକୁ ଏହି ଦାନ ରାଶି ପ୍ରଦାନ କରିଛନ୍ତି ।
- ଭୁବନେଶ୍ବର ରେଳବାଇ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି ଜାତୀୟ ପାରା ବ୍ୟାଡ଼ମିଣ୍ଟନ ଚାମ୍ପିଆନସିପ୍ ।
- ଲୋ ଭୋଲଟେଜ ସମସ୍ୟା ଦୂର ପାଇଁ ୨୬୦କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ ହୋଇଛି । ଆଠମଲ୍ଲିକ, ଏମ-ରାମପୁର, ଚିତାଳୋ, ଆଗଲପୁରରେ ଗ୍ରୀଡ ସବଷ୍ଟେସନ ହେବ ।
- ନିୟମିତ ହେବେ ୩ ହଜାର ୩୨୮ ବହୁଭାଷୀ ଶିକ୍ଷା ସହାୟକ । ୬ବର୍ଷ ପରେ ସେମାନଙ୍କୁ ସହକାରୀ ଶିକ୍ଷକ ମାନ୍ୟତା ମିଳିବ ।
- SCB ମେଡିକାଲ କଲେଜ ଡାକ୍ତରଙ୍କ କ୍ବାର୍ଟର୍ସ ପାଇଁ ୮୮୮କୋଟି ଖର୍ଚ୍ଚ ହେବ । ୬୦୦ରୁ ଅଧିକ ଡାକ୍ତରଙ୍କ ପାଇଁ ୨ବର୍ଷରେ ସରିବ କ୍ବାର୍ଟର୍ସ ନିର୍ମାଣ କାମ ।
- ସହରାଞ୍ଚଳର କାଉନସିଲର ଓ ମହାନଗର ନିଗମର କର୍ପୋରେଟର ପଦବୀ ଥିବା ସଂରକ୍ଷଣ ବ୍ୟବସ୍ଥାରେ ହେବ ସଂଶୋଧନ । ଏହାସହ ଏଥର ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହେବାକୁ ଯାଉଥିବା ପୌରଧ୍ୟକ୍ଷ ଓ ମେୟରଙ୍କ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥାରେ ମଧ୍ୟ ସଂଶୋଧନ କରାଯିବ ।
- ପଞ୍ଚାୟତ ନିର୍ବାଚନ ଲାଗି ପ୍ରକାଶ ପାଇଲା ସାନି ଚିଠା ବିଜ୍ଞପ୍ତି । ବଦଳିଲା ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା । ପୂର୍ବରୁ ଥିବା ସଂରକ୍ଷଣ ତାଲିକାରେ ପରିବର୍ତ୍ତନ । ନୂତନ ପ୍ରକାଶିତ ଚିଠା ବିଜ୍ଞପ୍ତିରେ ଅନୁସୂଚିତ ଜନଜାତି ପାଇଁ ୭ଜିଲ୍ଲା ପରିଷଦ ଆସନ ସଂରକ୍ଷିତ ରହିଛି । ଅନୁସୂଚିତ ଜାତି ପାଇଁ ୫ଜିଲ୍ଲା ପରିଷଦ ଆସନ ସଂରକ୍ଷିତ ରହିଛି । ସେହିପରି ୧୦ଜିଲ୍ଲା ପରିଷଦ ଆସନ ଅଣସଂରକ୍ଷିତ ରହିଛି ।
- ଭାରତୀୟ ବାୟୁ ସେନାର ଆଉ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରତ-ପାକିସ୍ତାନ ସୀମା ଜୈସଲମର ନିକଟରେ ଭାରତୀୟ ବାୟୁସେନାର ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।
- କ୍ରିକେଟକୁ ବାଏ ବାଏ କହିଲେ ବିଶ୍ୱକପ ବିଜେତା ସ୍ପିନର ହରଭଜନ ସିଂ । କ୍ରିକେଟର ସବୁ ଫର୍ମାଟକୁ ଅଲବିଦା କହିଛନ୍ତି ହରଭଜନ ।
- ସେବାରୁ ବିଦାୟ ନେଲା ଆଇଏନଏସ ଖୁକ୍ରି । ଦୀର୍ଘ ୩୨ ବର୍ଷର ଅତୁଳନୀୟ ତ୍ୟାଗ ପରେ ଶେଷରେ ନୌସେନାରୁ ଅବସର ନେଇଛି ଖୁକ୍ରି ।
- ପଞ୍ଜାବ ଚାଷୀଙ୍କ ୨ ଲକ୍ଷ ପର୍ଯ୍ୟନ୍ତ କୃଷି ଋଣ ଛାଡ କରିବା ନିଷ୍ପତ୍ତି ନେଇଛନ୍ତି ପଞ୍ଜାବ ସରକାର । ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ।
- ତାଲିବାନ ଶାସନ ପ୍ରତିଷ୍ଠା ହେବା ପରଠାରୁ ବିପନ୍ନ ହୋଇଛି ଗଣମାଧ୍ୟମ । ୨୩୧ରୁ ଅଧିକ ସଂସ୍ଥା ବନ୍ଦ ହୋଇଯିବା ସହ ଚାକିରି ହରାଇଛନ୍ତି ୬ ହଜାର ୪୦୦ରୁ ଅଧିକ ସାମ୍ବାଦିକ । ରିପୋଟର୍ସ ଓ୍ବି ଦ ଆଉଟ ବର୍ଡର୍ସ ବା ଆରଏସଏଫ ଏବଂ ଆଫଗାନ ଇଣ୍ଡିପେଣ୍ଡେଣ୍ଟ ଜର୍ଣ୍ଣାଲିଷ୍ଟସ ଆସୋସିଏସନ ବା ଏଆଇଜେଏ ପକ୍ଷରୁ କରାଯାଇଥିବା ସର୍ଭେରେ ଏହି ତଥ୍ୟ ଦିଆଯାଇଛି ।
- ଉତ୍ତରପ୍ରଦେଶରେ ଜଣେ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ହୋଇଛି। ପର୍ଫ୍ୟୁମ୍ ବ୍ୟବସାୟରେ ସମ୍ପୃକ୍ତ ଜଣେ କାନପୁର ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉରେ ୧୬୦ କୋଟି ନଗଦ ଟଙ୍କା ଜବତ ହୋଇଛି।
- ସମସ୍ତ ସ୍ପା ଏବଂ ମାଲିସ କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦେଲେ ମାଡ୍ରାସ ହାଇକୋର୍ଟ ।
- ସରକାର କହିଲେ ଫାଇଦା ନେଉଛନ୍ତି ମିଛ ଚାଷୀ । ୨୬ ହଜାର ନକଲି ଚାଷୀ ଚିହ୍ନଟ ହୋଇଥିବା ସୂଚନା ଦେଲେ ଯୋଗାଣ ମନ୍ତ୍ରୀ ।
- ବିଗତ ୨୦ ବର୍ଷ ମଧ୍ୟରେ ୯୦୯ ମହିଳାଙ୍କ ସମେତ ୪୭୩୯ ନକ୍ସଲଙ୍କ ମୃତ୍ୟୁ ।
- ୩ ହଜାର ଲୋକଙ୍କ ଉପରେ ହେବ ବୁଷ୍ଟର ଡୋଜ ପରୀକ୍ଷଣ , ୬ ମାସ ପୂର୍ବରୁ ଟିକା ନେଇଥିବା ଲୋକେ ହେବେ ସାମିଲ ।
- ଦେଶ-ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ପୁରୀ ବେଳାଭୂମିରେ ନିର୍ମିତ ବିଶାଳ ସାଣ୍ଟାକ୍ଲଜ ମୂର୍ତ୍ତି ।
- ମୋବାଇଲ୍ କଲ୍ ରେକର୍ଡକୁ ଟେଲିକମ୍ କଂପାନିଗୁନିକ ଦୁଇ ବର୍ଷ ପୂର୍ବରୁ ଡିଲିଟ୍ କରିପାରିବେ ନାହିଁ। ପୂର୍ବରୁ ସେମାନେ ଏକ ବର୍ଷ ପାଇଁ ଏହି ତଥ୍ୟ ନିଜ ପାଖରେ ରଖୁଥିଲେ। କେନ୍ଦ୍ର ସରକାର ଲାଇସେନ୍ସ ନିୟମରେ ସଂଶୋଧନ କରି ସେହି ଅବଧିକୁ ଦୁଇ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
|
610 |
Y |
|
2599 |
25-12-2021 |
English |
- President of India, Ram Nath Kovind has extended his heartfelt greetings on the eve of Merry Christmas.
- India reported 6,650 fresh coronavirus infections and 374 deaths on Friday, said the health ministry. This pushed the national tally to 3,47,72,626 and death count to 4,79,133. The active cases stand at 77,516.
- The Odisha cabinet on Friday approved to amend the provisions pertaining to reservation of seats of the Chairperson/Mayor in favour of Backward Class Citizens (BCC) in the Odisha Municipal Act, 1950 and Odisha Municipal Corporation Act, 2003.
- The State Cabinet today approved the implementation of five transmission projects in low voltage pockets in the State with 30% equity support from the State Govt.
- Former Minister and Veteran politician Ramakrushna Patnaik passed away in Bhubaneswar.
- Odisha Hydro Power Corporation Ltd (OHPC) Chairman Bishnupada Sethi received the Kalinga Excellence Award-2021 in Best Corporate Governance-PSU category at Odisha State Safety Conclave-2021 held here on December 22.
- Tata Steel Bhubaneswar Literary Meet is back again to celebrate literature and allied cultural activities including music and theatre over the weekend of January 8-9, 2022.
- India’s Covid vaccination coverage has crossed 140 crore 93 lakh mark. The cumulative figure stands at 140 crore 93 lakh 45 thousand and 905 so far. Out of the total vaccination, more than 83 crore 42 lakh vaccine doses have been administered as first dose, while over 57 crore 50 lakh doses have been administered as second dose.
- Delhi has administered first dose of Covid vaccine to 100 per cent eligible people. Delhi Chief Minister Arvind Kejriwal said, one crore 48 lakh 33 thousand beneficiaries were administered first dose.
- Manipur Chief Minister N. Biren Singh handed over financial assistance to fifteen football clubs participating in the Manipur State League. This is the first time in the State that financial assistance is being provided to the football clubs participating in the Manipur State League.
- Chief Election Commissioner of India Sushil Chandra informed that the term of the Uttarakhand State Legislative Assembly is ending on 23 March 2022. There will also be a system of voting at home for the voters above 80 years. VVPATs will be installed at all polling booths. 11,647 polling booths, including 623 new one will be set up.
- Former Gorkha Territorial Administration (GTA) Chairman and ex-Gorkha Janmukti Morcha (GJM) leader Binay Tamang joined Trinamool Congress (TMC) in Kolkata on Friday.
- Foreign investors pulled out over 17,500 crore rupees from the Indian capital markets so far in December. According to the depositories data, Foreign Portfolio Investors pulled out 13,470 crore rupees from the equities markets, and 4,066 crore rupees from the debt market, resulting in a net withdrawal of 17,536 crore rupees from the Indian capital markets in December.
- Kannada filmmaker KV Raju passes away of heart attack aged 67 due to prolonged illness, Karnataka Film Chamber of Commerce President DR Jairaj said on Friday. Raju began his career as an assistant director in 'Baadada Hoo' (1982). In 1984, he made his directorial debut in 'Olave Baduku'. He made his Bollywood debut with Amitabh Bachchan-Jaya Prada starrer 'Indrajeet' (1991).
- Air Force's MiG-21 fighter jet crashes in Rajasthan's Jaisalmer, pilot martyred. A MiG-21 aircraft of the Indian Air Force crashed during a training sortie in Rajasthan's Jaisalmer on Friday and Wing Commander Harshit Sinha was martyred.
- World's first dual-mode vehicle (DMV) that can run on both roads and railway tracks is set to make debut in Japan's Kaiyo on Saturday. The vehicle runs on rubber tyres on road and steel wheels descend from its underbelly when it arrives at an interchange. It runs at a speed of 60km/h on rail tracks and around 100km/h on roads.
- On the eve of the Christmas, international sand artist Sudarshan Pattnaik has created a huge sand sculpture of Santa Claus at Puri beach with about 5,400 roses.
- Six persons, including a college principal, were arrested for their alleged involvement in leaking the question paper of the Final Year B.Com examination of Saurashtra University in Gujarat's Rajkot city, police said on Friday.
- In a bid to cool down the domestic prices of Soya Meal, Government of India has issued an Order by which it has imposed stock limits on Soya Meal for a period upto June 30, 2022.
- INS Khukri, the first of the indigenously built Missile Corvettes, was decommissioned after 32 years of glorious service on Thursday (Dec 23).
|
627 |
Y |
|
2600 |
24-12-2021 |
Odia |
- ଭାରତ ସମେତ ସମଗ୍ର ବିଶ୍ବ ପାଇଁ କୋଭିଡ-୧୯ ଚିନ୍ତାର କାରଣ ହୋଇଛି। ଆକ୍ରାନ୍ତଙ୍କ ସଂଖ୍ୟା ୨୭.୮୪ କୋଟି ଅତିକ୍ରମ କରିସାରିଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ବରେ ୯ ଲକ୍ଷ ୪୭ ହଜାର ୨୪୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୬ ହଜାର ୪୨୯ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।
- ରାଜ୍ୟର 22ଟି ଜିଲ୍ଲାର 55ଟି ବସ୍ ଷ୍ଟାଣ୍ଡ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସବୁ ଅତ୍ୟାଧୁନିକ ବସଷ୍ଟାଣ୍ଡରେ ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ରହିବ । ସବୁଜ ନିର୍ମାଣ କୌଶଳରେ ଯୁଗୋପଯୋଗୀ ପ୍ଲାନିଂ ଆଣ୍ଡ୍ ଡିଜାଇନ ଦ୍ୱାରା ଆରାମଦାୟକ ପ୍ରତୀକ୍ଷାଳୟ, ବର୍ଷାଜଳ ଅମଳ ବ୍ୟବସ୍ଥା ରହିବ ।
- ଆମ ରାଜ୍ୟ ଓଡ଼ିଶାରେ ୨୦୨୦ ମସିହାରେ ମୋଟରେ ୪୭୩୮ ଜଣ ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ପ୍ରାୟ ୫ ହଜାର ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରକାଶ କରିଛନ୍ତି ।
- ଆଉ ୧୧ ହଜାର ୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ଅପ୍ରେଲ ୨୦୨୨ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଶେଷକରି ବିଦ୍ୟାଳୟ ମାନଙ୍କରେ ନୂତନ ଶିକ୍ଷକ ନିଯୁକ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି । 5-T ରୂପାନ୍ତର କାର୍ଯ୍ୟକ୍ରମରେ ଶିକ୍ଷକ ନିଯୁକ୍ତି ପାଇଁ ଏହି ବଡ଼ ପଦକ୍ଷେପ ନିଆଯାଇଛି । ପୂବର୍ରୁ ଗୋଟିଏ ଦିନରେ ୬ ହଜାର ୧୩୧ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା ।
- ରାଜ୍ୟର ୭୩୦୦ ହକର ମାନଙ୍କ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡିଜିଟାଲ ଡାଟା ବେସ୍ ପ୍ରସ୍ତୁତ କରାଯାଇ ପଞ୍ଜିକୃତ କରାଯାଇଛି । ପ୍ରତ୍ୟେକ ପଞ୍ଜିକୃତ ହକର ୬୦୦୦ ଟଙ୍କା ଲେଖାଏ ସହାୟତା ପାଇଛନ୍ତି । ସମୁଦାୟ ୪ କୋଟି ୩୮ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଏହା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି । ଏହି ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯାଇଛି ।
- କରୋନାର ଉତ୍ପତି ସ୍ଥଳ ଚୀନରେ ପୁଣି ଥରେ ଲକଡାଉନ୍ ଘୋଷଣା କରିଛନ୍ତି ରାଷ୍ଟ୍ରପତି ସି-ଜିନପିଙ୍ଗ । ଚୀନର ସହର ସିଆନରେ ଲକଡାଉନ୍ କଟକଣା ଜାରି କରାଯାଇଛି । ୧୨୭ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ ଗ୍ରହଣ କରିଛନ୍ତି ଚୀନ୍ ରାଷ୍ଟ୍ରପତି। ଜାରି ହୋଇଥିବା ଏହି କଟକଣାରେ ୧୩ ମିଲିୟନ୍ ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ସି-ଜିନପିଙ୍ଗ ।
- କର୍ଣ୍ଣାଟକ ବିଧାନସଭା ଗୁରୁବାର ଦିନ ବିବାଦୀୟ ଧର୍ମାନ୍ତରୀକରଣ ବିରୋଧୀ ବିଲ୍ ପାରିତ କରିଛି। ଯେଉଁମାନେ ଧର୍ମ ପରିବର୍ତ୍ତନ କରାଇବାରେ ଲିପ୍ତ ଅଛନ୍ତି ସେମାନଙ୍କୁ ଜେଲ ଦଣ୍ଡ ଦେବା ପାଇଁ ଧର୍ମାନ୍ତରୀକରଣ ବିଲରେ ବ୍ୟବସ୍ଥା ରହିଛି।
- ଓଡ଼ିଶାସ୍ଥିତ ‘ଏପିଜେ ଅବ୍ଦୁଲ୍ କଲାମ୍ ଦ୍ବୀପ’ରୁ ଭାରତ ତା’ର ପାରମ୍ପରିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ପ୍ରଳୟ’କୁ ଦ୍ବିତୀୟ ବାର ପରୀକ୍ଷା କରିଛି।
- ଫାଇଜର୍ କମ୍ପାନି ନିର୍ମିତ ପ୍ରଥମ କୋଭିଡ୍-୧୯ ନିରୋଧୀ ବଟିକା ‘ପ୍ୟାକ୍ସ୍ଲୋଭିଡ୍’କୁ ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ‘ହେଲ୍ଥ୍ ରେଗୁଲେଟର୍’ ସ୍ବୀକୃତି ଦେଇଛି। ୧୨ ବର୍ଷରୁ ଊର୍ଦ୍ଧ୍ବ ବୟସ୍କମାନେ ଏହି ବଟିକା ଖାଇ ପାରିବେ।
- ଭାରତ ସରକାରଙ୍କ ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ (ଏନଏସଆଇସି)ର ସ୍ୱାଧୀନ ନିର୍ଦ୍ଦେଶକ ଭାବେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ଚରଣ ସାମଲଙ୍କୁ ନିଯୁକ୍ତି ଦିଆଯାଇଛି ।
- 'ଇଟ୍ ରାଇଟ୍ ଷ୍ଟେସନ୍' ମାନ୍ୟତା ପାଇଲା ଭୁବନେଶ୍ୱର ରେଳ ଷ୍ଟେସନ। ଭୁବନେଶ୍ୱର ଷ୍ଟେସନକୁ ଦେଶର ଷଷ୍ଠ 'ଇଟ୍ ରାଇଟ୍ ଷ୍ଟେସନ୍' ଭାବେ ମାନ୍ୟତା ଦେଇଛି ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ।
- ନୂତନ ଭାରିଆଣ୍ଟ ଓମିକ୍ରନର ବଢୁଥିବା ମାମଲାକୁ ଦେଖି ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ଗୁରୁବାର ପ୍ରଧାନମନ୍ତ୍ରୀ ଏବଂ ନିର୍ବାଚନ ଆୟୋଗଙ୍କୁ ୟୁପି ବିଧାନସଭା ନିର୍ବାଚନ କିଛି ସମୟ ପାଇଁ ଘୁଞ୍ଚାଇବାକୁ ଅପିଲ୍ କରିଛନ୍ତି।
- ଆମେରିକା ଏବଂ ବ୍ରିଟେନ୍ବାସୀଙ୍କୁ ଅଧିକ ପ୍ରଭାବିତ କରିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୨ ଲକ୍ଷ ୫୦ ହଜାର ୬୧୮ ଜଣ ଲୋକ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜବାବରେ ୫୩ ହଜାର ୯୮୯ଜଣ କରୋନାରୁ ସୁସ୍ଥ ହୋଇଥିଲା ବେଳେ ୧୦୮୮ ଜଣଙ୍କର ମୃତ୍ୟୁ ହୋଇଛି। ବ୍ରିଟେନ୍ରେ ୧ ଲକ୍ଷାଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି।
- ଜୀବନରେ ସଂସ୍କାରର ଗୁରୁତ୍ୱକୁ ହୃଦୟଙ୍ଗମ କରି ଓଡ଼ିଶା ସରକାର ନୂତନ ବର୍ଷର ପ୍ରଥମ ଦିନରୁ ସାରା ରାଜ୍ୟରେ କଲେଜରେ ‘ଯୁବ ସଂସ୍କାର’ କ୍ଲାସ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି।
- ନିଜର ସଂସଦୀୟ କ୍ଷେତ୍ର ବାରାଣାସୀରେ ୨,୦୯୫ କୋଟି ଟଙ୍କା ମୂଲ୍ୟର ୨୭ ଟି ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
- ଜାନୁୟାରୀ ୧ରୁ ରାଜ୍ୟର ବିଭିନ୍ନ ରୁଟରେ ବସ୍ ସେବାକୁ ସ୍ଥଗିତ ରଖିବାକୁ ଓଡିଶା ବସ୍ ମାଲିକ ସଂଘ ଆଜି ଚେତାବନୀ ଦେଇଛି। ଏନ୍-୫୫ ର ତୁରନ୍ତ ମରାମତି ଦାବିରେ ଆସୋସିଏସନ ଭୁବନେଶ୍ୱର ଏବଂ ସମ୍ବଲପୁର ମଧ୍ୟରେ ବସ୍ ସେବାକୁ ସକାଳ ୬ ଟାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।
- ପୁରୀ ଜିଲା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ ।
- ବିଶ୍ବର ପ୍ରଥମ ଡୁଆଲ ମୋଡ୍ ବସ୍ ଓ ଟ୍ରେନ ସେବା ବଡ଼ଦିନରୁ ଜାପାନରେ ଆରମ୍ଭ ହେବାକୁ ଯାଉଛି ।
- ଲୁଧିଆନା ଜିଲ୍ଲା କୋର୍ଟରେ ଗୁରୁବାର ଏକ ବିସ୍ଫୋରଣ ହୋଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଏକାଧିକ ଲୋକ ଆହତ ହୋଇଛନ୍ତି। ୫ ଜଣଙ୍କ ଅବସ୍ଥା ଅତି ଗୁରୁତର ଅଛି।
- ହରିଦ୍ଵାରରେ ଡିସେମ୍ବର ୧୭ରୁ ୧୯ ମଧ୍ୟରେ ଚାଲିଥିବା ଧର୍ମ ସଂସଦରେ ସଂଖ୍ୟା ଲଘୁ ସମ୍ପଦାୟ ବିରୋଧରେ ଘୃଣା ଓ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦିଆଯାଇଥିବା ଅଭିଯୋଗ କରି ମାମଲା ରୁଜୁ କରିଛନ୍ତି ତୃଣମୂଳ କଂଗ୍ରେସ ପ୍ରବକ୍ତା ସକେତ ଗୋଖଲେ ।
|
586 |
Y |
|