# |
Date |
Type |
Current Affairs |
No. Of Views |
Status |
Action |
701 |
09-09-2024 |
Odia |
-
1.ରୁଷ୍ର କୁର୍ସ୍କ ଅଂଚଳରେ ୟୁକ୍ରେନ ସେନାର ଅତିକ୍ରମଣ ଓ ରୁଷୀୟ ଅଂଚଳ ଦଖଲ ଜବାବରେ ପଶ୍ଚିମ ୟୁକ୍ରେନ୍ରେ ରୁଷ୍ ସେନା ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଛି।
-
2.ଭାରତ ଜିମ୍ବାୱେ ଓ ମାଲାୱିକୁ ମାନବୀୟ ସହାୟତା ଭାବେ ୧ହଜାର ମେଟ୍ରିକ୍ ଟନ୍ ଲେଖାଏଁ ଚାଉଳ ପଠାଯାଇଛି। ସେହପରି ଜାମ୍ବିଆକୁ ୧୩ଶହ ମେଟ୍ରିକ ଟନ୍ ମକା ପଠାଇଛି ।
-
3.ଆମେରିକା, ଜାପାନ, ଭାରତ ଏବଂ ଅଷ୍ଟ୍ରେଲିଆକୁ ନେଇ ଗଠିତ ‘କ୍ୱାଡ୍’ର ଶିଖର ସମ୍ମିଳନୀ ସେପ୍ଟେମ୍ବର ୨୧ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିଜ ସହର ଡେଲାୱେରର ୱିଲ୍ମିଙ୍ଗଟନରେ ଅନୁଷ୍ଠିତ ହେବ।
-
4.କେନିଆର ଏକ ପ୍ରାଥମିକ ବୋର୍ଡିଂ ସ୍କୁଲରେ ଅଗ୍ନିକାଣ୍ଡରେ ୧୭ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।
-
5.ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପଶ୍ଚିମବଙ୍ଗ ସରକାରଙ୍କ ‘ବେପରୁଆ ପଦକ୍ଷେପ’କୁ ବିରୋଧ କରି ତୃଣମୂଳ କଂଗ୍ରେସ (ଟିଏମ୍ସି)ର ରାଜ୍ୟସଭା ସାଂସଦ ଜହର ସରକାର ରବିବାର ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି।
-
6.ଦେଶର ଜରୁରୀକାଳୀନ ପରିସ୍ଥିତି, ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକା ଆଦିକୁ ନେଇ ନିର୍ମିତ ଚଳଚ୍ଚିତ୍ର ‘ଇମର୍ଜେନ୍ସି’କୁ କେନ୍ଦ୍ର ଚଳଚ୍ଚିତ୍ର ପ୍ରମାଣ ବୋର୍ଡ (ସିବିଏଫ୍ସି) ପକ୍ଷରୁ ଅନୁମତି ମିଳିଛି। ସିବିଏଫ୍ସି ଫିଲ୍ମରେ ୧୦ଟି ସଂଶୋଧନ ପାଇଁ ଦେଇଥିବା ପ୍ରସ୍ତାବକୁ ମଧ୍ୟ ନିର୍ମାତା ଗ୍ରହଣ କରିଛନ୍ତି।
-
7.ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଗଣହତ୍ୟା ଅଭିଯୋଗ ସଂକ୍ରାନ୍ତ ବିଚାରର ସମ୍ମୁଖୀନ ହେବେ। ଏଥିପାଇଁ ବାଂଲାଦେଶ ତାଙ୍କୁ ଭାରତରୁ ପ୍ରତ୍ୟର୍ପଣ କରିବାକୁ ଅନୁରୋଧ ପଠାଇବା ପାଇଁ ଯୋଜନା କରୁଛି ।
-
8.ଏକ ଦେଶରୁ ଭାରତ ଆସିଥିବା ଜଣେ ଯୁବ ପୁରୁଷ। ତାଙ୍କର ଭ୍ରମଣ ଇତିହାସରୁ ଜଣାପଡ଼ିଛି ଯେ ଏମ୍ପକ୍ସ ସଂକ୍ରମଣର ସମ୍ମୁଖୀନ ହୋଇ ଫେରିଛନ୍ତି। ଚିହ୍ନଟ ରୋଗୀଙ୍କୁ ଏକ ନିର୍ଦ୍ଦିଷ୍ଟ ଡାକ୍ତରଖାନାରେ ପୃଥକ ବ୍ୟବସ୍ଥାରେ ରଖାଯାଇଛି।
-
9.ବିହାରର ବକ୍ସର-ପାଟନା ରେଳ ସେକ୍ସନର ରଘୁନାଥପୁର ଷ୍ଟେସନ ନିକଟରେ ଏକ ଯାତ୍ରୀବାହୀ ଟ୍ରେନ୍ର କପ୍ଲିଂ ଭାଙ୍ଗିଯିବାରୁ ଟ୍ରେନ୍ଟି ଦୁଇ ଭାଗରେ ବିଭକ୍ତ ହୋଇଯାଇଛି।
-
10ଶନିବାର ଭିନେଶ ହରିୟାଣା ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଡାଙ୍କୁ ଭେଟି କହିଥିଲେ ଯେ ତାଙ୍କର ନୂତନ ଯାତ୍ରା କେବଳ ରାଜନୀତି ନୁହେଁ ବରଂ ଏକ ନୂତନ ପ୍ଲାଟଫର୍ମରେ ସେବା ଏବଂ ନ୍ୟାୟ ପାଇଁ ଲଢ଼େଇ।
-
11.ଓଡ଼ିଶାରେ ବର୍ତ୍ତମାନ ୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ୧୯ଟି ଘରୋଇ ବ୍ୟାଙ୍କ, ୨ଟି ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ, ୫ଟି ସ୍ମଲ ଫାଇନାନ୍ସ ବ୍ୟାଙ୍କ ଏବଂ ଗୋଟିଏ ରାଜ୍ୟ ସମବାୟ ବ୍ୟାଙ୍କକୁ ମିଶାଇ ମୋଟ ୩୯ଟି ବ୍ୟାଙ୍କ ବ୍ୟବସାୟ କରୁଛନ୍ତି। କିନ୍ତୁ ଉଦ୍ବେଗର ବିଷୟ ହେଲା ଏଥିରୁ ୧୬ଟି ବ୍ୟାଙ୍କ ଚଳିତ ଆର୍ଥିକବର୍ଷର ପ୍ରଥମ ୩ ମାସରେ ଟଙ୍କାଟିଏ ଶିକ୍ଷା ଋଣ ପ୍ରଦାନ କରିନାହାନ୍ତି।
-
12.୨୦୨୫ ପରୀକ୍ଷାକୁ ସ୍ବଚ୍ଛ ଓ ସହଜ କରିବାକୁ ପରିଚାଳନା ହବ୍, କେନ୍ଦ୍ର ସୁପରିଟେଣ୍ତେଣ୍ଟଙ୍କ କାର୍ଯ୍ୟାଳୟ, ପରୀକ୍ଷା ହଲ୍, ସେଲ୍ଫ ଫାଇନାନ୍ସିଂ କଲେଜର ସମସ୍ତ ଲାବରେଟୋରିରେ ସିସିଟିଭି ବାଧ୍ୟତାମୂଳକ ହୋଇଛି।
-
13.ବହୁ ପ୍ରତିକ୍ଷିତ ସି.ଏମ୍. କିଷାନ ଯୋଜନାର ଶୁଭାରମ୍ଭ କରିଛନ୍ତି। ସମ୍ବଲପୁରସ୍ଥିତ ତପସ୍ୱିନୀ ପ୍ରେକ୍ଷାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୪୬ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନଙ୍କୁ ୯୨୫ କୋଟିରୁ ଊଦ୍ଧ୍ୱର୍ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।
-
14.ଚଳିତବର୍ଷ ଦୁର୍ଗାପୂଜା ଭସାଣି ସମୟରେ ଡିଜେ ନ ବଜାଇବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏବେ ଲେଜର୍ ଲାଇଟ୍ ଓ ଫାୟାର୍ ଗନ୍ ଉପରେ କଟକଣା ଲାଗିଛି । ନିଶାମୁକ୍ତ ଭସାଣି, ଡିଜେ ମୁକ୍ତ ରୋଷଣି ଉପରେ ପୁଣି ଗୁରୁତ୍ବ ଦିଆଯାଇଛି ।
-
15.ଦମ୍ପତି ହେଉଛନ୍ତି ସି ଜୀଭା ଏବଂ ଜେ ଡାଏନା। ଉଭୟଙ୍କର ୨ ବର୍ଷର ଏକ ଝିଅ ଥିଲା। ଅଗଷ୍ଟ ୨୭ରେ ତାମିଲନାଡ଼ୁ ଭେଲୋରର ଏକ ହସ୍ପିଟାଲରେ ଆଉ ଏକ ଝିଅ ଜନ୍ମ ହୋଇଥିଲା। ଝିଅ ହେବାରୁ ନବଜାତ ଶିଶୁଟିକୁ ବିଷ ଦେଇ ମାରିବା ପରେ ଘର ପଛପଟେ ପୋତି ଦେଇଥିଲେ।
-
16.ବଲିଉଡର ମସ୍ତାନୀ ଗାର୍ଲ ଦୀପିକା ପାଦୁକୋନ। ତାଙ୍କ ଘରକୁ ଲକ୍ଷ୍ମୀ ଆସିଛନ୍ତି। ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।
-
17.ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଟାଇମ୍ ମାଗାଜିନ୍ ଟେକ୍ନୋଲୋଜି ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଅନ୍ୟତମ ପ୍ରଭାବଶାଳୀ ବ୍ୟକ୍ତି ଭାବେ ମନୋନୀତ କରିଛି। ଏହି ତାଲିକାର “ଶେପର” ବର୍ଗରେ ଶ୍ରୀ ବୈଷ୍ଣବଙ୍କ ନାମ ରହିଛି।
-
18.୨୦୩୦ରେ ଯୁବ ଅଲିମ୍ପିକ୍ସ ଓ ୨୦୩୬ରେ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତ ବିଡ୍ କରିବ ବୋଲି ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡବ୍ୟ କହିଛନ୍ତି।
-
19.ପ୍ୟାରିସ ପାରାଲିମ୍ପିକ୍ସରେ ଭାରତ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗି ଏଥର ସର୍ବାଧିକ ପଦକ ହାସଲ କରି ଅଭିଯାନ ସାରିଛି । ମୋଟ ୨୯ଟି ପଦକ ମଧ୍ୟରେ ୭ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଏବଂ ୧୩ଟି ବ୍ରୋଞ୍ଜ ପଦକ ରହିଛି। ଏହି ବିଜୟ ସହ ଭାରତ ପଦକ ତାଲିକାରେ ୧୮ ନଂ ସ୍ଥାନ ଅଳଙ୍କୃତ କରିଛି।
-
20.ବାଂଲାଦେଶ ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ରବିବାର ଭାରତୀୟ ଦଳ ଘୋଷଣା କରାଯାଇଛି। ପ୍ରଥମ ଟେଷ୍ଟ ପାଇଁ ଘୋଷଣା କରାଯାଇଥିବା ଦଳକୁ ଉଇକେଟ କିପର ବ୍ୟାଟର ରିଷଭ ପନ୍ତ ପ୍ରତ୍ୟାବର୍ତ୍ତନ କରିଛନ୍ତି।
|
343 |
Y |
|
702 |
08-09-2024 |
Odia |
-
1.ପ୍ରତିବର୍ଷ ୮ ସେପ୍ଟେମ୍ବରରେ ବିଶ୍ୱ ସାକ୍ଷରତା ଦିବସ ପାଳନ କରାଯାଉଛି।୧୯୬୬ରେ ୟୁନେସ୍କୋ ଶିକ୍ଷା ପ୍ରତି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନେଇ ସାରା ବିଶ୍ୱରେ ସାକ୍ଷରତା ଦିବସ ପାଳନ ନିମନ୍ତେ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତି ୭ ନଭେମ୍ବର ୧୯୬୫ରେ ନିଆଯାଇଥିଲା।
-
2.ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮ ସେପ୍ଟେମ୍ବର)ରେ ଦୁଇ ଦିନିଆ ଗସ୍ତରେ ଆସି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବେ।
-
3.ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଭାରତୀୟ ନାଗରିକମାନେ ମଧ୍ୟ ଆଗ ଧାଡ଼ିରେ ଲଢ଼ିବାକୁ ବାଧ୍ୟ ହେଉଛନ୍ତି। ଏହି ସଂଗ୍ରାମରେ ଏପର୍ଯ୍ୟନ୍ତ ଅନେକ ଭାରତୀୟ ପ୍ରାଣ ହରାଇଛନ୍ତି। ଏହି ସମୟରେ ଯେଉଁମାନେ ରୁଷିଆ ସେନାରେ ନିଯୁକ୍ତ ହୋଇଥିଲେ ଏବଂ ୟୁକ୍ରେନରେ ଯୁଦ୍ଧ କରିବାକୁ ବାଧ୍ୟ ହୋଇଥିଲେ, ସେମାନଙ୍କୁ ରୁଷିଆର ସୀମା ଭିତରକୁ ଅଣାଯାଇଛି।
-
4.ବାଂଲାଦେଶରେ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ କହିଛି ଯେ ସେପ୍ଟେମ୍ବରର ପ୍ରଥମ ୬ ଦିନରେ ସାରା ଦେଶରେ ଅତି କମରେ ୯ ଜଣ ଡେଙ୍ଗୁରେ ପ୍ରାଣ ହରାଇଛନ୍ତି ଏବଂ ୧ ହଜାର ୯୬୩ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
-
5.ପାକିସ୍ତାନର ଜଳସୀମାରେ ବିପୁଳ ପରିମାଣର ତୈଳ ଓ ପ୍ରାକୃତିକ ଗ୍ୟାସ୍ ମହଜୁଦ ଥିବା ଜଣାଯାଇଛି। ଏପରିକି ଏହା ବିଶ୍ବର ଚତୁର୍ଥ ବୃହତ୍ ତୈଳ ଓ ପ୍ରାକୃତିକ ଗ୍ୟାସ୍ ଭଣ୍ଡାର ହୋଇପାରେ ବୋଲି ଆକଳନ କରାଯାଉଛି।
-
6.ନାସା ଶେଷରେ ନିଷ୍ପତ୍ତି ନେଇଥିଲା ଯେ ବୁଚ୍ ୱିଲ୍ମୋର ଓ ସୁନୀତା ୱିଲିୟମ୍ସଙ୍କୁ ଷ୍ଟାର୍ଲାଇନର୍ ବଦଳରେ ସ୍ପେସ୍ ଏକ୍ସର କ୍ରୁ ଡ୍ରାଗନ୍ରେ ଫେରାଇ ଆଣିବା ଅଧିକ ସୁରକ୍ଷିତ ହେବ। ଏଥିପାଇଁ ସେମାନଙ୍କୁ ଫେବ୍ରୁଆରି ୨୦୨୫ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ।
-
7.ନିବେଶ ଓ ସାର୍ବଜନୀନ ସମ୍ପତ୍ତି ପରିଚାଳନା ବିଭାଗ (ଡିଆଇପିଏଏମ୍) ସଚିବ ତୁହିନ କାନ୍ତ ପାଣ୍ଡେଙ୍କୁ ଭାରତର ଅର୍ଥ ସଚିବ ଭାବେ ନିଯୁକ୍ତ କରାଯାଇଛି। ଟିଭି ସୋମନାଥନଙ୍କ ସ୍ଥାନରେ ପାଣ୍ଡେଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।
-
8.କାଉଣ୍ଟରପଏଣ୍ଟ ରିସର୍ଚ୍ଚ ରିପୋର୍ଟ ଅନୁସାରେ ୨୦୨୪ର ପ୍ରଥମ ୬ ମାସରେ ଭାରତ ବିଶ୍ଵର ଦ୍ଵିତୀୟ ବୃହତ୍ ୫ଜି ସ୍ମାର୍ଟଫୋନ୍ ବଜାରରେ ପରିଣତ ହେବ। ଆମେରିକାକୁ ପଛରେ ପକାଇ ଭାରତ ଏହି ସ୍ଥାନ ଦଖଲ କରିବ।
-
9.ଟାଟା ସନ୍ସ ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ୍ ୨୦୨୩-୨୪ ଆର୍ଥିକବର୍ଷରେ ୧୩୫ କୋଟି ଟଙ୍କାର ବେତନ ପାଇଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷ ତୁଳନାରେ ଏହା ୨୦ ପ୍ରତିଶତ ଅଧିକ। ଯେକୌଣସି ଭାରତୀୟ କମ୍ପାନିର ସର୍ବାଧିକ ବେତନ ପାଉଥିବା ପ୍ରଫେସନାଲ ବ୍ୟକ୍ତିଙ୍କ ମଧ୍ୟରେ ଚନ୍ଦ୍ରଶେଖରନ୍ ସବୁଠୁ ଆଗରେ ଅଛନ୍ତି।
-
10.ଜନ୍ମ ତାରିଖ ଏବଂ ନାମ ସଂଶୋଧନ କରିବା ପାଇଁ ଆଧାର କାର୍ଡ ତିଆରି କରୁଥିବା ଘରୋଇ କମ୍ପାନୀଗୁଡିକ ପାଇଁ UIDAI ଦ୍ୱାରା ନୂଆ ନିୟମ ଜାରି କରାଯାଇଛି। ବର୍ତ୍ତମାନ ଜନ୍ମ ପ୍ରମାଣପତ୍ର ଏବଂ ହାଇସ୍କୁଲ ସାର୍ଟିଫିକେଟ ବିନା ଆଧାର କାର୍ଡରେ କୌଣସି ବ୍ୟକ୍ତିର ଜନ୍ମ ତାରିଖ ସଂଶୋଧନ କରିପାରିବେ ନାହିଁ।
-
11.ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ (ଜେଏସ୍ଏଲ୍)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍ ଗ୍ରେଡ୍ ଅଷ୍ଟେନିଟିକ୍ ଷ୍ଟେନ୍ଲେସ୍ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ କମ୍ପାନୀ ନିକଟରେ ଆଉ ଏକ ନୂଆ ମାଇଲଷ୍ଟୋନ ହାସଲ କରିଛି।
-
12.କେନ୍ଦ୍ର ସରକାର ୨୦୨୩ ବ୍ୟାଚ୍ ଆଇଏଏସ୍ ପ୍ରୋବେସନର ପୂଜା ଖେଡକରଙ୍କୁ ଭାରତୀୟ ପ୍ରଶାସନିକ ସେବାରୁ ତୁରନ୍ତ ହଟାଇ ଦେଇଛନ୍ତି।
-
13.ଉତ୍ତରପ୍ରଦେଶର ରାଜଧାନୀ ଲଖନଉର ଟ୍ରାନ୍ସପୋର୍ଟ ନଗରରେ ଏକ ବଡ କୋଠା ଭୁଶୁଡ଼ିବା କାରଣରୁ ବଡ଼ ଦୁର୍ଘଟଣାରେ ଅନେକ ଲୋକ ମାଟି ତଳେ ପୋତି ହୋଇଯାଇଥିବାର ଆଶଙ୍କା କରାଯାଉଛି | ଏହି ଘଟଣାରେ ଏପର୍ଯ୍ୟନ୍ତ ୪ ଜଣଙ୍କର ମୃତ୍ୟୁ ଘଟିଛି।
-
14.ସୋମନାଥ ଏକ୍ସପ୍ରେସ ଜବଲପୁର ଷ୍ଟେସନରେ ପ୍ଲାଟଫର୍ମ ନମ୍ବର ୬କୁ ଯାଉଥିବା ବେଳେ ଦୁଇଟି ବଗି ଲାଇନଚ୍ୟୁତ ହୋଇଛି।
-
15.କୋଲକାତାର ଆର୍ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସଂଜୟ ରାୟର ଜାମିନ ଆବେଦନର ଶୁଣାଣି ସମୟରେ ଶୁକ୍ରବାର ସିଅଲଦା କୋର୍ଟ ସିବିଆଇ ଉପରେ ବର୍ଷିଛନ୍ତି।
-
16.ମଣିପୁରରେ ଗତବର୍ଷ ମେ’ରୁ ଆରମ୍ଭ ହୋଇଥିବା ଜାତିଆଣ ହିଂସା ଥମିବାର ନାଁ ନେଉନାହିଁ। ରାଜ୍ୟରେ ଆତଙ୍କର ବାତାବରଣ ଦେଖିବାକୁ ମିଳିଥିବା ବେଳେ ସଦ୍ୟ ହିଂସାରେ ମଣିପୁରର ଜିରିବାମ୍ ଜିଲ୍ଲାରେ ୬ ଜଣଙ୍କର ମୃତ୍ୟୁ ହୋଇଯାଇଛି।
-
17.ଓଡିଶାରେ ୩ ମାସରେ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ ପୂରଣ ହେବ । ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା ଦେଇଛନ୍ତି।
-
18.ଗତ ୭ ବର୍ଷର ଚିତ୍ରକୁ ଅନୁଧ୍ୟାନ କଲେ, ଘୁମୁସର ବନଖଣ୍ଡର ବିଭିନ୍ନ ବନାଞ୍ଚଳରେ ହାତୀ ଆକ୍ରମଣରେ ୭ ଜଣ ପ୍ରାଣ ହରାଇସାରିଲେଣି। ସେହିପରି ସଂଘର୍ଷରେ ଓ ଶିକାରୀଙ୍କ କବଳରେ ପଡ଼ି ହାତୀ ମଧ୍ୟ ମୃତ୍ୟୁମୁଖରେ ପଡ଼ୁଥିବାର ନଜିର୍ ରହିଛି। ଘୁମୁସର ବନଖଣ୍ଡରେ ୨୦୨୨ ଜୁଲାଇରୁ ଆଜି ସୁଦ୍ଧା ୮ଟି ହାତୀ ମରିଥିବା ସରକାରୀ ତଥ୍ୟ କହୁଛି।
-
19.ନୂଆଦିଲ୍ଲୀ ଫେରିଥିବା ପ୍ୟାରିସ୍ ପାରାଲିମ୍ପିକ୍ କ୍ରୀଡ଼ାବିତ ମାନଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ଶ୍ରୀ ମାଣ୍ଡବ୍ୟ ଏହା କହିଛନ୍ତି। ସ୍ବର୍ଣ୍ଣ ପଦକ ବିଜେତା ଅବନୀ ଲେଖରା, ରୌପ୍ୟ ପଦକ ବିଜେତା ମନୀଷ ନରଓ୍ଵାଲ ଓ ପ୍ରଣବ ସୁରମା ଏବଂ କାଂସ୍ୟ ପଦକ ବିଜେତା ମୋନା ଅଗ୍ରୱାଲ, ରୁବିନା ଫ୍ରାନ୍ସିସ୍ ଓ ରାକେଶ କୁମାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
-
20.ଆସନ୍ତା ୪ ଦିନ ମଧ୍ୟରେ ଓଡ଼ିଶା, ଉପକୂଳ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରବିବାର ଦିନ ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ୟାନାମରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
|
306 |
Y |
|
703 |
08-09-2024 |
English |
-
1.Pakistani army chief, General Asim Munir has mentioned the involvement of Pakistan army in the Kargil war as he listed the 1999 conflict with India among the major wars fought with the eastern neighbour.
-
2.1987- batch Odisha cadre IAS officer Tuhin Kanta Pandey was appointed the Union Finance Secretary, official sources said Saturday.
-
3.The formal exercise for holding the Delhi Assembly polls, due early next year, will begin with a special summary revision of the electoral rolls from next month, officials said.
-
4.Seers of Haridwar on Thursday pitched for removal of Urdu words like 'shahi' used in Hindu religious contexts and suggested replacing them with their Hindi or Sanskrit substitutes.
-
5.Arun Goel has been appointed as India's next ambassador to Croatia, the Ministry of External Affairs said Saturday.
-
6.As many as 258 officer cadets and 39 women officer cadets were commissioned into various arms and services of the Indian Army at an impressive ceremony at the Officers Training Academy, Chennai, Saturday.
-
7.All new applicants for Aadhaar cards in Assam need to submit their NRC application receipt number (ARN), Chief Minister Himanta Biswa Sarma said Saturday.
-
8.Tata Groupowned Air India shaved off its losses by 60 per cent to Rs 4,444.10 crore in FY24 over the previous year, according to the Tata Sons annual report for 2023-24.
-
9. Banks are mulling to hire graduates under 25 years of age as apprentices in a month, a top industry official said Friday.
-
10.Vigilance sleuths Saturday arrested Keonjhar district jail superintendent Satya Prakash Swain after finding him in possession of disproportionate assets (DA) to the tune of 89 per cent of his known sources of income, official sources said
-
11.A Motor Vehicle Inspector (MVI) of Nuapada was caught with ‘ill-gotten’ cash to the tune of Rs 1.32 lakh, Saturday. Vigilance sleuths intercepted Bijay Kumar Behuria near Khurda Hospital Square while he was proceeding towards the City from Nuapada in a
-
12.Tata Power-led Odisha Discoms have awarded contracts worth `11,481 crore to local contractors and suppliers, an official said.
-
13.India’s Navdeep Singh claimed silver medal with a personal best effort of 47.32 metres in a dramatic men’s javelin throw F41 final at Paris Paralympics Saturday.
-
14.Veteran sports administrator Randhir Singh is set to be elected as the first Indian president of the Olympic Council of Asia (OCA) in the 44th General Assembly of the Asian body here Sunday.
-
15.The Odisha state is bracing for a wet spell for the next four days as the low-pressure area in the Bay of Bengal is set to intensify into a depression Sunday, the India Meteorological Department (IMD) said, Saturday.
|
267 |
Y |
|
704 |
07-09-2024 |
Odia |
- 1.ଭାଦ୍ରବ ଶୁକ୍ଳ ଚତୁର୍ଥୀ, ଆଜି ହେଉଛି ଗଣେଶ ଚତୁର୍ଥୀ। ଗଜାନନଙ୍କ ପୂଜା ପାଇଁ ଗାଁଠୁ ସହର ସବୁଠି ଉତ୍ସାହ ଉଦ୍ଦିପନା ସହ ପୂଜା ପାଇବେ ଗଜାନନ।
-
2.ଅବଦୁଲ କଲାମ ଦ୍ୱୀପରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ଅଗ୍ନି-୪ ମିଜାଇଲର ୯ ନମ୍ବର ଭର୍ସନର ରାତ୍ରିକାଳୀନ ପରୀକ୍ଷଣ ହୋଇଛି। ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୪ ହଜାର କିଲୋମିଟର ରହିଛି।
-
3.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇନ୍ଫୋଭ୍ୟାଲିର ଇଏମ୍ସି ପାର୍କରେ ‘ଆର୍ଆଇଆର୍ ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡ୍’ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହା ହେଉଛି ଦେଶର ପ୍ରଥମ ସିଲିକନ୍ କାର୍ବାଇଡ୍ ଉତ୍ପାଦନ କାରଖାନା।
-
4.ଭୌଗୋଳିକ ସ୍ଥିତି, ଦକ୍ଷ ମାନବ ସମ୍ବଳ, ଲଜିଷ୍ଟିକ୍ସ ଭିତ୍ତିଭୂମି ଦୃଷ୍ଟିରୁ ଦେଶର ପେଟ୍ରୋକେମିକାଲ୍ସ ହବ୍ ହେବା ଲାଗି ଓଡ଼ିଶା ପାଖରେ ବ୍ୟାପକ ସୁଯୋଗ ରହିଛି ବୋଲି କେନ୍ଦ୍ର ରସାୟନ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ୍ କହିଛନ୍ତି।
-
5.ରାଜ୍ୟରେ ବିଗତ ୫ବର୍ଷ ମଧ୍ୟରେ ମୋଟ ୫୭୨ଜଣ ଆଦିବାସୀ ମହିଳା ଓ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଛନ୍ତି । ଅର୍ଥାତ୍ ପ୍ରତିବର୍ଷ ହାରାହାରି ୧୧୪ଜଣ ଆଦିବାସୀ ବର୍ଗର ଛାତ୍ରୀ ଓ ମହିଳା ଦୁଷ୍କର୍ମର ଶିକାର ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି ।
-
6.କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜରାପୁ ରାମମୋହନ ନାଇଡୁ ବିଶାଖାପାଟଣା ଅନ୍ତର୍ଜାତୀୟ ବିମାନବନ୍ଦରରେ ୯ଟି ବିମାନବନ୍ଦର ପାଇଁ ଡିଜି ଯାତ୍ରା ସୁବିଧାର ଉଦଘାଟନ କରିବା ସହ ଅନ୍ୟ ୮ଟି ବିମାନବନ୍ଦର କୋଏମ୍ବାଟୁର, ଡାବୋଲିମ୍, ଇନ୍ଦୋର, ବାଗଡୋଗ୍ରା, ରାଞ୍ଚି, ପାଟନା, ରାୟପୁର ଏବଂ ଭୁବନେଶ୍ୱର ବିମାନବନ୍ଦର ପାଇଁ ଏହି ସୁବିଧାର ଭର୍ଚୁଆଲ ଶୁଭାରମ୍ଭ କରିଛନ୍ତି।
-
7ଜାତୀୟ କ୍ରୀଡ଼ା ଦିବସ ୨୦୨୪ ପାଳନ ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଅଗଷ୍ଟ ୨୭, ୨୦୨୪ଠାରୁ ଅଗଷ୍ଟ ୩୦, ୨୦୨୪ ପର୍ଯ୍ୟନ୍ତ ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ ଏବଂ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳ ଉତ୍ସବ-୨୦୨୪ ଅନୁଷ୍ଠିତ ହୋଇଯାଇଛି।
-
8.ଅନୀଲ ଅମ୍ବାନୀଙ୍କ ମାଲିକାନାରେ ଥିବା ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର ଇଲେକ୍ଟ୍ରୋନିକ୍ କାର୍ ବଜାରରେ ଧମାଲ ମଚାଇବାକୁ ପ୍ରସ୍ତୁତି ଆରମ୍ଭ କରିଛି। ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର ଇଲେକ୍ଟ୍ରିକ୍ କାର୍ ସମେତ ବ୍ୟାଟେରୀ ତିଆରି କରିବାକୁ ଯୋଜନା ପ୍ରସ୍ତୁତ କରିଛି।
-
9.ମୁମ୍ବାଇରୁ ଫ୍ରାଙ୍କଫର୍ଟ ଯାଉଥିବା ଭିସ୍ତାରା ଏୟାରଲାଇନ୍ସର ଏକ ବିମାନକୁ ସୁରକ୍ଷା କାରଣରୁ ତୁର୍କୀର ଏର୍ଜୁରମ୍ ବିମାନବନ୍ଦରକୁ ଡାଇଭର୍ଟ କରାଯାଇଛି। ବୋମା ଆତଙ୍କ ପରେ ବିମାନର ଜରୁରୀକାଳୀନ ଅବତରଣ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା ।
-
10.କୋଲକାତା ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯିବା ଘଟଣାର ତଦନ୍ତ କରୁଥିବା ସିବିଆଇ ପକ୍ଷରୁ ବଡ଼ ସୂଚନା ମିଳିଛି। ମହିଳା ଡାକ୍ତରଙ୍କୁ ହସ୍ପିଟାଲରେ କୌଣସି ପ୍ରକାରର ଗଣଦୁଷ୍କର୍ମ କରାଯାଇ ନାହିଁ। ତଦନ୍ତ ବେଳେ ମିଳିଥିବା ପ୍ରମାଣରୁ ସ୍ପଷ୍ଟ ହୋଇଛି ଯେ ସଞ୍ଜୟ ରୟ ହିଁ ପୂରା ଘଟଣାର ଏକମାତ୍ର ଅଭିଯୁକ୍ତ।
-
11.ଜମ୍ମୁ ଓ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଇଥିବା ବିଚ୍ଛିନ୍ନତାବାଦୀ ଧାରା ୩୭୦ ଏବେ ଇତିହାସ ପାଲଟି ଯାଇଛି। କୌଣସି ମତେ ଏହା ଆଉ ଫେରିପାରିବ ନାହିଁ ବୋଲି ଜମ୍ମୁ ଓ କଶ୍ମୀର ନିର୍ବାଚନ ନିମନ୍ତେ ଦଳୀୟ ଇସ୍ତହାର ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।
-
12.ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ କୋର୍ ଏରିଆ ମଧ୍ୟରେ ରହୁଥିବା ଗ୍ରାମବାସୀଙ୍କୁ ସ୍ଥାନାନ୍ତର କରାଯିବା ସହ ବନ୍ୟଜନ୍ତୁଙ୍କ ସଂଖ୍ୟା ବୃଦ୍ଧି ଦିଗରେ ପଦକ୍ଷେପ ନିଆଯାଇଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ପ୍ରାୟ ୨୦୦ ହରିଣ/କୁଟୁରା/ସମ୍ବରଙ୍କୁ ସାତକୋଶିଆର କୋର୍ ଏରିଆକୁ ସ୍ଥାନାନ୍ତର କରାଯିବ। ତା’ପୂର୍ବରୁ ସାତକୋଶିଆ ଅଭୟାରଣ୍ୟରେ ସ୍ବତନ୍ତ୍ର ବ୍ୟାଘ୍ର ସୁରକ୍ଷା ବଳ(ଏସ୍ଟିପିଏଫ୍)ଙ୍କୁ ନିୟୋଜିତ ହୋଇଛନ୍ତି।
-
13.ସମଗ୍ର ଭାରତରେ ଜଳବାୟୁ ପରିବର୍ତ୍ତନଜନିତ ପ୍ରଭାବ ଯୋଗୁ କେତେକ ବନ୍ୟାପ୍ରବଣ ଅଞ୍ଚଳରେ ମରୁଡ଼ି ପଡ଼ିବା ସହ ମରୁଡ଼ିପ୍ରବଣ ଅଞ୍ଚଳରେ ବନ୍ୟା ହେଉଛି ବୋଲି ଶୁକ୍ରବାର ଏକ ଗ୍ଲୋବାଲ ଆଡ୍ଭାଇଜରି ଆଣ୍ଡ୍ ଇମ୍ପ୍ଲିମେଣ୍ଟେସନ୍ ସର୍ଭିସ୍ ଗ୍ରୁପ୍ ଓ ଜିଓଗ୍ରାଫିକ୍ ଇନ୍ଫର୍ମେସନ୍ ସିଷ୍ଟମ୍ ସଲ୍ୟୁସନ୍ ପ୍ରୋଭାଇଡର୍ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି।
-
14.ରେସଲର ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ ଶୁକ୍ରବାର କଂଗ୍ରେସରେ ଯୋଗ ଦେଇଛନ୍ତି। ତେବେ କଂଗ୍ରେସରେ ଯୋଗ ଦେବା ପୂର୍ବରୁ ଭିନେଶ ରେଳବାଇରୁ ଇସ୍ତଫା ଦେଇଥିଲେ |
-
15.କ୍ରିକେଟ ତାରକା ଇରଫାନ ପଠାନଙ୍କ ନେତୃତ୍ବରେ ‘କୋଣାର୍କ ସୂର୍ଯ୍ୟସ’ ନାମରେ ଏକ ଦଳ ଗଠନ କରାଯାଇଛି। ନୂତନ ଦଳ ‘କୋଣାର୍କ ସୂର୍ଯ୍ୟସ’ ଘୋଷଣା କାର୍ଯ୍ୟକ୍ରମରେ ଯୋଗଦେଇ ଟିମକୁ ଶୀର୍ଷରେ ପହଞ୍ଚାଇବା ସହ ଓଡ଼ିଶା କ୍ରିକେଟକୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଏକ ନୂଆ ପରିଚୟ ଦେବାକୁ ଲକ୍ଷ୍ୟ ରହିଥିବା ପ୍ରକାଶ କରିଥିଲେ।
|
305 |
Y |
|
705 |
07-09-2024 |
English |
-
1.Former BJD Rajya Sabha MP Sujeet Kumar joined the BJP in the presence of senior party leaders here Friday. The move came after the BJD expelled Kumar for anti-party activities earlier in the day. He subsequently resigned from his Rajya Sabha membership.
-
2.As many as 572 students and women belonging to tribal community have become victims of rape during the last five years in the state while trials have been completed in only 32 cases, Minister Nityananda Gond told the Assembly.
-
3.Even as the government mulls demolition of 191 illegal apartments in the City, a private person and his aides bulldozed portions of a residential building in Patia, under Infocity police limits, here in a bid to take forceful possession of the property by evicting the occupants.
-
4.Chief Minister Mohan Charan Majhi Friday laid the foundation stone for India’s ‘first’ silicon carbide manufacturing facility, at Infovalley, on the outskirts of the City, a statement said.
-
5.Union Minister Anupriya Patel Friday said Odisha is ready to become a leader in the petrochemical sector which is projected to be a USD 1 trillion industry by 2047.
-
6.More than 60 per cent of the districts in 10 states including Odisha are experiencing more than one extreme climate events such as floods, droughts and cyclones, according to a study conducted by IPE Global and Esri India.
-
7.A seven-member team from the Vigilance department raided the office and government quarters of Keonjhar Jail Superintendent Satya Prakash Swain, Friday morning. It is reported that the raid was conducted on the allegation of possession of disproportionate assets (DA).
-
8.West Bengal Governor C V Ananda Bose Friday referred the anti-rape Bill passed by the Assembly to President Droupadi Murmu for her consideration, a Raj Bhavan official said.
-
9.Applications of over 2,000 women have been rejected for a pension of Rs1,500 per month under the “Pyari Behna Sukh Samman Rashi” scheme as these applicants were found ineligible during verification, Social Justice and Empowerment Minister Dr Dhani Ram Shandil said Friday.
-
10. Public Accounts Committee (PAC) Chairman KC Venugopal said Friday it is for the panel to take a call on whether to ask SEBI chairperson Madhabi Buch, who is facing allegations of conflict of interest, to appear before it or not.
-
11. Union Home Minister Amit Shah unequivocally said Friday that India is not in favour of talks with Pakistan until terrorism ceases, emphasising that “talks and bombs cannot go together”.
-
12.Two-time Olympic medal-winning javelin throw star Neeraj Chopra qualifies for the Diamond League final later this month.
-
13.Wrestlers Vinesh Phogat and Bajrang Punia joined the Congress Friday ahead of the Haryana Assembly polls. Late in the evening, the Congress nominated Vinesh as its candidate from the Julana Assembly constituency.
-
14.Telugu Desam Party state president P Srinivas Rao has suspended party MLA, K Adimulam, over allegations of sexually harassing a woman. Adimulam represents the SC-reserved Satyavedu Assembly constituency.
-
15.Israeli forces appeared to have withdrawn from three refugee camps in the occupied West Bank by Friday morning, after a more than weeklong military operation that left dozens dead and a trail of destruction.
-
16.Asia’s strongest storm this year, Super Typhoon Yagi, landed in China's Hainan Friday, bringing violent gales and heavy rain that triggered widespread power outages, paralysing the tourist island province known as “China’s Hawaii”.
-
17.Effective Friday, Nepal has lifted the ban on popular social media App TikTok with some preconditions. Nepal had banned TikTok on November 12 last year, arguing that the social networking site was responsible for disturbing social harmony in the country, which invited widespread criticism from the general public.
-
18.Pakistan’s Supreme Court Friday reinstated the changes in the country’s anti-corruption laws that had benefited several leading politicians, including Prime Minister Shehbaz Sharif and his elder brother Nawaz Sharif, with jailed former premier Imran Khan also emerging as an unlikely beneficiary.
-
19.India’s Reliance Infrastructure is considering plans to manufacture electric cars and batteries, and has hired a former India executive at China’s BYD Co to advise on its plans, two sources briefed on the matter told Reuters.
-
20.London Games bronze medallist shooter and India’s Chef de Mission at the Paris Olympics, Gagan Narang Friday heaped praise on the country’s para athletes for their performance in the ongoing Paralympics.
|
278 |
Y |
|
706 |
06-09-2024 |
Odia |
-
1.ମାନ୍ୟବର ରାଷ୍ଟ୍ରପତି ଗୁରୁବାର ବିଜ୍ଞାନ ଭବନ ଠାରେ ୫୦ ଜଣ ମନୋନୀତ ପୁରସ୍କାର ବିଜେତାଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୪ ପ୍ରଦାନ କରିଛନ୍ତି । ପ୍ରତ୍ୟେକ ପୁରସ୍କାରରେ ମେରିଟ୍ ସାର୍ଟିଫିକେଟ୍, ନଗଦ ୫୦ ହଜାର ଟଙ୍କା ଓ ରୌପ୍ୟ ପଦକ ପ୍ରଦାନ କରାଯାଇଛି।
-
2.ଓଡ଼ିଶାର ଦୁଇ ଶିକ୍ଷକ। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଏକ ଭବ୍ୟ ସମାରୋହରେ ଏହି ସମ୍ମାନସ୍ଫଦ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଶାର ଦୁଇ ଯଶସ୍ବୀ ଶିକ୍ଷକ। କଳାହାଣ୍ଡି ଜିଲାର ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ସର୍ଗୀକୃତ ନର୍ଲାସ୍ଥିତ ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର କର ଓ ରାୟଗଡ଼ା ଜିଲାର ଜନଜାତି ପିଲାମାନଙ୍କ ଶିକ୍ଷାର ବିକାଶ ପାଇଁ ସମର୍ପିତ ବିଲେଷୁ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଦ୍ବିତୀଚନ୍ଦ୍ର ସାହୁ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି।
-
3.ଚଳିତ ବର୍ଷରୁ ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଲାଗୁ ହେବ। ଏସ୍ସି/ଏସ୍ଟି ଛାତ୍ରୀଛାତ୍ରଙ୍କୁ ମିଳିବ ବାର୍ଷିକ ୫ ହଜାର ଟଙ୍କା ମିଳିବ। କ୍ୟାବିନେଟ ନିଷ୍ପତ୍ତି ନେଇ ଗୃହରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷ ୧୫୬ କୋଟି ଖର୍ଚ୍ଚ ହେବ
-
4.ପଶ୍ଚିମବଙ୍ଗ ରାଜ୍ୟପାଳ ଆନନ୍ଦ ବୋଷ କହିଛନ୍ତି ଯେ ମମତା ସରକାରଙ୍କ କାରଣରୁ ଅପାରାଜିତା ବିଲ ବିଚାରାଧୀନ ଅଛି। ମମତା ସରକାର ଏହି ବିଲ ସହିତ ବୈଷୟିକ ରିପୋର୍ଟ ପଠାଇ ନାହାଁନ୍ତି। ବୈଷୟିକ ରିପୋର୍ଟ ବିନା ଅପରାଜିତା ବିଲ ଅନୁମୋଦନ ହୋଇପାରିବ ନାହିଁ।
-
5.ୟୁନୁସ କହିଛନ୍ତି ଯେ ପର୍ଯ୍ୟନ୍ତ ବାଂଲାଦେଶ ସରକାର ତାଙ୍କୁ ନ ଡାକିଛନ୍ତି ସେ ପର୍ଯ୍ୟନ୍ତ ଭାରତ ଶେଖ ହାସିନାଙ୍କୁ ନିଜ ପାଖରେ ରଖିବାକୁ ଚାହୁଁଛି। ତେବେ ସର୍ତ୍ତ ରହିବ ଯେ ହାସିନାଙ୍କୁ ଚୁପ ରହିବାକୁ ପଡ଼ିବ।
-
6.ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାଁକର ଗୁରୁବାର ୟୁରୋପୀୟ ସଂଘର ପୂର୍ବତନ ବ୍ରେକ୍ଜିଟ୍ ମଧ୍ୟସ୍ଥ ମିଶେଲ ବାର୍ନିୟରଙ୍କୁ ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି।
-
7.ରୁଷ୍-ୟୁକ୍ରେନ୍ ସମ୍ଭାବ୍ୟ ଶାନ୍ତି ଆଲୋଚନା ନେଇ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଗୁରୁତ୍ବପୂର୍ଣ୍ଣ ଘୋଷଣ କରିଛନ୍ତି। ଏହି ଶାନ୍ତି ଆଲୋଚନାରେ ଭାରତ, ଚୀନ୍ ଓ ବ୍ରାଜିଲ୍ ମଧ୍ୟସ୍ଥି ଭାବେ କାର୍ଯ୍ୟ କରିପାରିବେ ଏବଂ ଏଥିପାଇଁ ଆମେ ସଂପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି ରୁଷ୍ ରାଷ୍ଟ୍ରପତି ବୟାନ ଜାରି କରିଛନ୍ତି।
-
8.ସାଂଘାତିକ ଭାବେ ମାଟି ଦବୁଥିବାରୁ ୪୫୦ରୁ ଅଧିକ ଘର ଭୁଶୁଡ଼ି ପଡ଼ିବା ଆଶଙ୍କା କରାଯାଉଛି। ବାଗେଶ୍ବର ଜିଲ୍ଲାର କୁମାଓଁରେ ଘର, ରାସ୍ତା ଏବଂ ଜମିବାଡ଼ି ସବୁଠି ବଡ଼ ବଡ଼ ଫାଟ ଦେଖିବାକୁ ମିଳିଛି।
-
9.ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି।
-
10.ସାଇଣ୍ଟିଫିକ ରିପୋର୍ଟସ ନାମକ ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନରେ ସ୍ଵଚ୍ଚ ଭାରତ ମିଶନ ଅଧୀନରେ ନିର୍ମିତ ଶୌଚାଳୟ ଯୋଗୁଁ ଏବଂ ୨୦୦୦ ରୁ ୨୦୨୦ ପର୍ଯ୍ୟନ୍ତ ପାଞ୍ଚ ବର୍ଷରୁ କମ୍ ପିଲାମାନଙ୍କ ମଧ୍ୟରେ ମୃତ୍ୟୁହାର ହ୍ରାସ ପାଇଛି।
-
11.ଦେଶର ଚତୁର୍ଥ ଧନୀ ମହିଳା ପୂର୍ବତନ ମନ୍ତ୍ରୀ ସାବିତ୍ରୀ ଜିନ୍ଦଲ ହିସାରରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି।
-
12.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଞ୍ଜି ନିବେଶ, ଭିତ୍ତିଭୂମି, ଉତ୍ପାଦନ, ଶକ୍ତି, ସ୍ଥାୟୀତା ଏବଂ ଲଜିଷ୍ଟିକ୍ସ ସମେତ ସିଙ୍ଗାପୁରର ବିଭିନ୍ନ କ୍ଷେତ୍ରର ଅଗ୍ରଣୀ ସିଇଓମାନଙ୍କର ଏକ ଦଳ ସହିତ ଆଲୋଚନା କରିଛନ୍ତି ।
-
13.ଫୋନ୍ପେ’ ନାଁରେ ନକଲି କମ୍ପାନି ଦର୍ଶାଇ ୧୬୧ ଜଣ ନକଲି କର୍ମଚାରୀଙ୍କ ନାଁରେ ଏସ୍ବିଆଇର ୪ ଶାଖାକୁ ୧୬ କୋଟି ୭୧ଲକ୍ଷ ଟଙ୍କାର ଋଣ ନେଇଥିବା ମାଷ୍ଟରମାଇଣ୍ଡ ଦମ୍ପତିଙ୍କ ସମେତ ୬ଜଣଙ୍କୁ କ୍ରାଇମ୍ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) କୋର୍ଟ ଚାଲାଣ କରିଛି।
-
14.ଆଧାର କାର୍ଡ ସବୁଥିରେ ଆବଶ୍ୟକ ପଡୁଥିବାରୁ ଏହାର ଅପ୍ଡେଟ୍ ଜରୁରୀ। ୧୦ ବର୍ଷ କିମ୍ବା ଏହା ପୂର୍ବରୁ ଆଧାର କାର୍ଡ ଯଦି ଆଧାର ଅପଡେଟ୍ କରିନାହାନ୍ତି ତେବେ ଏହାକୁ ତୁରନ୍ତ ଅପ୍ଡେଟ୍ କରିନିଅନ୍ତୁ।
-
15.ଆଫ୍ରିକାର ସ୍କଟ୍ସବର୍ଗସ୍ଥିତ ‘କ୍ରୋକ୍ ୱାଲର୍ଡ କଞ୍ଜରଭେଶନ୍ ସେଣ୍ଟର’ରେ ରହୁଥିବା ହେନ୍ରୀ ନାମକ ଏକ କୁମ୍ଭୀର ବିଶ୍ୱର ସବୁଠୁ ବୟସ୍କ ଜୀବନ୍ତ କୁମ୍ଭୀରର ଆଖ୍ୟା ପାଇଛି। ଏହି କୁମ୍ଭୀରର ଓଜନ ପ୍ରାୟ ୭୫୦ କିଲୋଗ୍ରାମ। ଏହାର ୬ଟି ସ୍ତ୍ରୀ ଓ ୧୦ ହଜାର ସନ୍ତାନ ରହିଛନ୍ତି।
|
289 |
Y |
|
707 |
06-09-2024 |
English |
-
1.Dharambir bags India’s 5th gold medal in the club throw event at the ongoing Paralympic Games in Paris.
-
2.Passenger vehicle (PV) retail sales in India witness a 5 per cent decline in August on account of delayed customer purchases .
-
3.The state government Thursday announced an annual financial assistance of `5,000 under Madho Singh Haath Kharch Yojana to around three lakh tribal students for their studies.
-
4.Leader of Opposition in the state Assembly Naveen Patnaik Thursday asserted that his party, the BJD, would “strongly oppose” the Waqf (Amendment) Bill if it is tabled in Parliament.
-
5.The Odisha government has decided to set up a model school in each panchayat of the state, Chief Minister Mohan Charan Majhi.
-
6.The state government has so far provided subsidy of Rs154.27 crore to electric vehicle (EV) owners since the 2022-23 financial year, Transport Minister Bibhuti Bhusan Jena said .
-
7. On the occasion of Teachers’ Day, President Droupadi Murmu conferred the National Teachers’ Award 2024 on 82 distinguished educators including 50 teachers from across the country at an event helt at Vigyan Bhawan in New Delhi.
-
8.In an ecological disaster, an estimated 50,000 trees spread over about 500 acres in the forests of Mulugu district in Telangana were uprooted following a huge gale and a sudden cloud burst.
-
9. The Supreme Court Thursday directed Sahara Group to deposit Rs1,000 crore in a separate escrow account within 15 days and allowed it to enter into a joint venture for developing its land at Versova in Mumbai to realise Rs10,000 crore.
-
10.Fifteen out of 24 cities in Haryana ranked among India’s 100 most polluted cities based on PM2.5 levels in the first half of 2024, according to a new analysis.
-
11.The Election Commission of India Thursday issued a notification for the third and final phase of the Legislative Assembly polls for Jammu and Kashmir.
-
12.Russian President Vladimir Putin Thursday named India among the three countries he is constantly in touch over the Ukraine conflict and said they are sincerely making efforts to resolve it, TASS news agency reported.
-
13.A large number of Sebi employees protested outside the capital markets regulator’s headquarters Thursday, seeking chairperson Madhabi Puri Buch’s resignation.
-
14.International Master (IM) Sekhar Chandra Sahu won the gold medal in the veteran’s category (60 years-plus) in the Commonwealth Chess Championships 2024 which ended at Waskaduwa in Sri Lanka.
-
15.Paralympics gold medallist in men’s club throw F51 event Dharambir has dedicated his medal to teammate and coach Amit Kumar Saroha.
|
267 |
Y |
|
708 |
05-09-2024 |
Odia |
-
1. ଆଜି ସେପ୍ଟେମ୍ବର ୫ ତାରିଖ। ମହାନ୍ ଦାର୍ଶନିକ, ଶିକ୍ଷାବିତ୍ ତଥା ଭୂତପୂର୍ବ ରାଷ୍ଟ୍ରପତି, ପ୍ରଫେସର୍ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ଜନ୍ମତିଥିକୁ ଗୁରୁଦିବସ ବୋଲି ପାଳନ କରାଯାଏ।
-
2. ଦୁନିଆର ସବୁଠୁ ବଡ ନଦୀ ମଧ୍ୟରେ ଗଣାଯାଉଥିବା ଆମାଜନ ଶୁଖିବାରେ ଲାଗିଛି | ବର୍ତ୍ତମାନ ନଦୀ ୧୨୧ ବର୍ଷରେ ସବୁଠାରୁ ବଡ ଜଳାଭାବର ସମ୍ମୁଖୀନ ହୋଇଛି
-
3.ବମ୍ବେ ହାଇକୋର୍ଟ ବୁଧବାର ଦିନ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଭିନୀତ ଚଳଚ୍ଚିତ୍ର 'ଏମର୍ଜେନ୍ସି'କୁ ତୁରନ୍ତ ସାର୍ଟିଫିକେଟ୍ ଦେବାକୁ କେନ୍ଦ୍ରୀୟ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି)କୁ ମନା କରିଦେଇଛନ୍ତି।
-
4.ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନକୁ ଭଙ୍ଗାରୁଜା କରିବା ଅଭିଯୋଗରେ କୋଲକାତା ପୋଲିସ ୫ ଜଣଙ୍କୁ ଗିରଫ କରିଛି। ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କୁ ପଦରୁ ହଟାଇବା ପାଇଁ ଏକ ହ୍ବାଟସଅରପ୍ ଗ୍ୟାଙ୍ଗ କାମ କରୁଥିଲା ବୋଲି ପୋଲିସ କହିଛି।
-
5.‘ଓ୍ବି ଓ୍ବାଣ୍ଟ ଜଷ୍ଟିସ’ ନାମରେ ଏକ ହ୍ବାଟସଆପ୍ ଗ୍ରୁପ୍ ରହିଛି। ଏହି ଗ୍ରୁପ୍ର ସଦସ୍ୟମାନେ ଦକ୍ଷିଣ କୋଲକାତାର କାଳିଘାଟ ଠାରେ ଏକତ୍ରିତ ହୋଇ ଏହି ବିରୋଧ ପ୍ରଦର୍ଶନ କରିବାକୁ ପ୍ଲାନିଂ କରିଥିଲେ।
-
6.ଚଳିତବର୍ଷ ଜୁଲାଇ ମାସରେ ପ୍ରଳୟଙ୍କରୀ ବନ୍ୟା ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବାରୁ ଉତ୍ତର କୋରିଆର ନେତା କିମ୍ ଜଙ୍ଗ୍ ଉନ୍ ୩୦ ଜଣ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଦେଇଛନ୍ତି।
-
7.ଅଭିଯୁକ୍ତଙ୍କୁ ଦସ୍ତାବିଜ ପ୍ରଦାନ କରିବା ସମୟରେ ଇଡି ବିରକ୍ତ ହେବା ଉଚିତ ନୁହେଁ। ଏହା କ’ଣ ସମ୍ବିଧାନର ଧାରା ୨୧ ଅଧୀନରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଧିକାରର ଉଲ୍ଳଂଘନ କରୁନାହିଁ କି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ୨୦୨୨ ସରଳା ଗୁପ୍ତା ବନାମ ଇଡି ମାମଲାର ଶୁଣାଣି ସମୟରେ କୋର୍ଟ ଏହି ଟିପ୍ପଣୀ ଦେଇଛନ୍ତି।
-
8.ନୂଆଦିଲ୍ଲୀରେ କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଭାରତ ସରକାର, ତ୍ରିପୁରା ସରକାର, ଏନ୍.ଏଲ୍.ଏଫ୍ ଟି. ଏବଂ ଏ.ଟି.ଟି.ଏଫ୍. ମଧ୍ୟରେ ଏକ ଶାନ୍ତି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।
-
9.ଆମେରିକାର ସର୍ଜନ ଜେନେରାଲ ଡକ୍ଟର ବିବେକ ମୁର୍ତ୍ତୀ ପିଲାମାନଙ୍କୁ ସେମାନଙ୍କର ପିଲାଦିନରୁ ବଞ୍ଚାଇବା ପାଇଁ ସୋସିଆଲ ମିଡ଼ିଆରୁ ଦୂରେଇ ରଖିବାକୁ ପରାମର୍ଶ ଦେଇଥିଲେ। ଏହି କାରଣରୁ ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟ ଖରାପ ହେବାରେ ଲାଗିଛି ବୋଲି ସେ କହିଛନ୍ତି। ଯେପରି ସିଗାରେଟ୍ ଏବଂ ମଦ୍ୟପାନ ଉପରେ ଚେତାବନୀ ଲେଖାଯାଇଛି, ସେହିଭଳି ସୋସିଆଲ୍ ମିଡ଼ିଆ ଆପ୍ସରେ ମଧ୍ୟ ଚେତାବନୀ ଲେଖାଯିବା ଉଚିତ୍ ବୋଲି ସେ କହିଥିଲେ।
-
10.ଚଳିତ ବର୍ଷ ଶେଷରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ସେପଟେ ଏନସିପି (ଶରଦ ପାୱାର ଦଳ) ସଭାପତି ତଥା ବରିଷ୍ଠ ନେତା ଶରଦ ପାୱାର କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିବାର ମହାବିକାଶ ଅଘାଡି (ଏମଭିଏ) ର କୌଣସି ଆବଶ୍ୟକତା ନାହିଁ।
-
11.ସିଙ୍ଗାପୁରର ଅଗ୍ରଣୀ ରିଏଲ୍ ଇଷ୍ଟେଟ୍ କମ୍ପାନୀ ୨୦୨୮ ସୁଦ୍ଧା ଭାରତରେ ପୁଞ୍ଜି ବିନିଯୋଗକୁ ଦ୍ୱିଗୁଣିତ କରିବାକୁ ଘୋଷଣା କରିଛନ୍ତି। ସିଙ୍ଗାପୁରର କ୍ୟାପିଟାଲଣ୍ଡ , ଯାହା ଏସିଆର ସର୍ବବୃହତ ରିଅଲ୍ ଇଷ୍ଟେଟ୍ ଗ୍ରୁପ, ତାହା ଆଗାମୀ ଚାରି ବର୍ଷରେ ଭାରତରେ ୪୫,୦୦୦ କୋଟି ଟଙ୍କା ବିନିଯୋଗ କରିବ ଏବଂ ଏହା ପରେ ଭାରତରେ ଏହି ଗ୍ରୁପ୍ ର ମୋଟ ପୁଞ୍ଜିନିବେଶ ୯୦୨୮୦ କୋଟି ଟଙ୍କାକୁ ବୃଦ୍ଧି ପାଇବ |
-
12.୧୪ ସେପ୍ଟେମ୍ବରରେ ସମସ୍ତ ସହରରେ ଜାତୀୟ ଲୋକ ଅଦାଲତ ଆୟୋଜିତ ହେବ। ଏଥିପାଇଁ ଟ୍ରାଫିକ୍ ଚାଲାଣ କଟିଥିବା ଗାଡ଼ି ଚାଳୂକଙ୍କୁ ସେପ୍ଟେମ୍ବର ୯ ସୁଦ୍ଧା ଆବେଦନ କରିବାକୁ ପଡିବ। ଆବେଦନ କରିବା ପରେ ଚାଳକଙ୍କୁ ଏକ ଟୋକନ୍ ନମ୍ବର ଦିଆଯିବ। ଏହି ଆଧାରରେ ୧୪ ତାରିଖ ଦିନ ଶୁଣାଣି ହେବ। ପଞ୍ଜିକରଣ ବିନା କାହାରି ଟ୍ରାଫିକ୍ ଚାଲାଣର ଶୁଣାଣି ହେବ ନାହିଁ।
-
13.ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରା ନଭେମ୍ବର ୧୫ରୁ ଆରମ୍ଭ ହେବାକୁ ଯାଉଛି।
-
14.ବିକାଶମୂଳକ ପ୍ରକଳ୍ପର ସମୀକ୍ଷା ଏବଂ ସରକାରଙ୍କ କଲ୍ୟାଣ ଯୋଜନାର କାର୍ଯ୍ୟକାରିତା ସମୀକ୍ଷା କରିବା ପାଇଁ ନିୟମିତ ବ୍ୟବଧାନରେ ବିଭିନ୍ନ ଜିଲା ପରିଦର୍ଶନ କରିବେ ସମସ୍ତ ବିଭାଗର ସଚିବ।
-
15.ରାଜ୍ୟର ସମସ୍ତ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଭଙ୍ଗ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ମୋହନ ଚରଣ ମାଝି ଅନୁମୋଦନ କରିଛନ୍ତି। ଏହା ଦ୍ୱାରା ରାଜ୍ୟରେ ଥିବା ସମସ୍ତ ୨୩ଟି ସ୍ବତନ୍ତ୍ର ଉନ୍ନୟନ ପରିଷଦର କାର୍ଯ୍ୟକାରିତା ଶେଷ ହୋଇଛି।
-
16.ଚଳିତ ବର୍ଷ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳନ ଅବସରରେ ୦୯.୦୯.୨୦୨୪ ରିଖ (ସୋମବାର) ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ ଛୁଟି ଘୋଷଣା କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
-
17.ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ରାଜୀବ ଭଟ୍ଟାଚାର୍ଯ୍ୟ ମଙ୍ଗଳବାର ତ୍ରିପୁରାରୁ ରାଜ୍ୟ ସଭାର ଏକମାତ୍ର ଆସନରେ ୩୭ ଭୋଟ ବ୍ୟବଧାନରେ ଜିତିଛନ୍ତି। ଭାଜପା ରାଜ୍ୟ ୟୁନିଟ ସଭାପତି ଭଟ୍ଟାଚାର୍ଯ୍ୟ ୪୭ଜଣ ବିଧାୟକଙ୍କ ସମର୍ଥନ ପାଇଥିବାବେଳେ ୧୦ ଜଣ ବିଧାୟକ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ-ମାର୍କ୍ସବାଦୀ (ସିପିଆଇ-ଏମ) ପ୍ରାର୍ଥୀ ସୁଦର୍ଶନ ଦାସଙ୍କୁ ଭୋଟ ଦେଇଛନ୍ତି।
-
18.ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କରିଥିବା ଏର ନୂତନ ସମୀକ୍ଷାରୁ ଜଣାପଡିଛି ଯେ, ୱାୟାରଲେସ୍ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାର ସତ୍ତ୍ୱେ ମସ୍ତିଷ୍କ କର୍କଟ ରୋଗର ବୃଦ୍ଧି ଘଟି ନାହିଁ। ଏପରିକି ଯେଉଁମାନେ ଦୀର୍ଘ ସମୟ ଧରି ଫୋନ୍ କଲରେ କଥା ହୁଅନ୍ତି କିମ୍ବା ଫୋନର ବହୁଳ ବ୍ୟବହାର କରୁଛନ୍ତି, ସେମାନଙ୍କର ମଧ୍ୟ ମସ୍ତିଷ୍କ କର୍କଟ ବୃଦ୍ଧି ଘଟି ନାହିଁ।
-
19.୨୨ ଶହ କୋଟି ଟଙ୍କା ଅନଲାଇନ ସ୍କାମର ପର୍ଦ୍ଦାଫାସ କରିଛି ଆସାମ ପୁଲିସ। ଅନଲାଇନ ଷ୍ଟକ୍ ମାର୍କେଟରେ ଟଙ୍କା ଇନଭେଷ୍ଟ (ପୁଞ୍ଜି ନିବେଶ) କଲେ ଦୁଇ ଗୁଣା ଟଙ୍କା ଫେରି ପାଇବା ଲୋଭ ଦେଖାଇ ବିପୁଳ ପରିମାଣର ଅର୍ଥ ସ୍କାମର୍ ଲୁଟି ନେଇଛନ୍ତି ।
-
20.ପ୍ୟାରିସ ପାରାଲିମ୍ପିକ୍ସରେ ବଢିଲା ଭାରତର ଆଉ ଏକ ପଦକ ସଂଖ୍ୟା। ସଟ ପୁଟ୍ (F46) ଇଭେଣ୍ଟରେ ଭାରତକୁ ରୌପ୍ୟ ପଦକ ମିଳିଛି। ବିଶ୍ୱ ଚାମ୍ପିଅନ୍ ସଚିନ ଖିଲାରୀ ଏହି ସଫଳତା ଭେଟି ଦେଇଛନ୍ତି। ସଟ୍ ପୁଟରେ ରୌପ୍ୟ ସହ ଭାରତର ପଦକ ସଂଖ୍ୟା ୨୧ରେ ପହଞ୍ଚିଲା ।
|
332 |
Y |
|
709 |
05-09-2024 |
English |
-
1.India contributed USD 28 billion in climate finance through multilateral development banks (MDBs) in 2022, surpassing the contributions of many developed countries.
-
2.The Himachal Pradesh Assembly Wednesday passed a Bill which will bar the members of the House who are disqualified under Tenth Schedule of the Constitution (anti-defection law) from drawing pension.
-
3.India remains the fastest-growing paper market in the world with domestic consumption of packaging paper and paperboard growing at 8.2 per cent in 2023-24.
-
4.Chief Minister Mohan Charan Majhi Wednesday decided to dissolve all Special Development Councils (SDCs) in the state.
-
5.Projecting the UNESCO Kalinga Prize as a symbol of Odia pride, Opposition BJD Wednesday demanded passage of a resolution in the Assembly supporting the continuation of the international science award.
-
6.Chief Minister Mohan Charan Majhi Wednesday announced a grant of Rs 5 crore each for Kerala and Tripura to support recovery efforts following natural disasters in both states.
-
7.The Odisha state’s first band of musicians with disabilities will make their debut in the Capital city.
-
8.Deputy Chief Minister KV Singh Deo flagged off the first consignment of dragon fruit from Biju Patnaik International Airport .Four quintal of dragon fruit was exported to Dubai through Indigo Cargo.
-
9.The Khurda District Legal Services Authority (KDLSA) will hold the Lok Adalat September 14. Pending cases like civil disputes, cheque bounce and banking will be heard during the session.
-
10Forest officials Wednesday seized 500 turtles and arrested four smugglers near Motu-Chintur road in bordering Andhra Pradesh under Kalimela block of this district.
-
11. The Central University of Odisha (CUO) in Koraput has been awarded with a grant of `23 lakh by the Indian Council of Social Science Research (ICSSR), New Delhi for a collaborative research project on ‘Viksit Bharat@2047’.
-
12.The Supreme Court Wednesday put tough questions to the Enforcement Directorate (ED) over its submission that an accused cannot seek each and every document seized by the central agency in the course of the investigation, at a pre-trial stage.
-
13.The National Medical Commission (NMC) has reintroduced sodomy and lesbianism as unnatural sexual offences in the forensic medicine and toxicology curriculum for undergraduate medical students.
-
14.The rupee breached the crucial 84-mark second time within a month and settled 3 paise lower at 84.01 Wednesday amid a sharp decline in the domestic equity markets as investors stayed away from riskier assets.
-
15.Tokyo Games bronze-winner Harvinder Singh became the first Indian archer to win a gold medal at the Paralympics, beating Poland’s Lukasz Ciszek in a lop-sided final.
|
267 |
Y |
|
710 |
04-09-2024 |
Odia |
- 1.ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାର ମଙ୍ଗଳବାର ପଶ୍ଚିମବଙ୍ଗ ବିଧାନସଭାରେ ମହିଳାଙ୍କ ସୁରକ୍ଷା ଉପରେ ଏକ ବିଲ ଆଗତ କରିଛନ୍ତି। ଏହା ମାଧ୍ୟମରେ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ଲୋକଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଟିଏମସି ସରକାର ବିଧାନସଭାରେ ‘ଅପରାଜିତା ମହିଳା ଏବଂ ଶିଶୁ ବିଲ’ ପ୍ରଣୟନ କରିଛନ୍ତି
-
2.୨.୪୪ ଲକ୍ଷ ରାଜ୍ୟ କର୍ମଚାରୀଙ୍କ ଅଗଷ୍ଟ ମାସର ଦରମା ବନ୍ଦ କରିଦେଇଛନ୍ତି ଉତ୍ତରପ୍ରଦେଶ ସରକାର। ଯେଉଁମାନେ ଦେଶରେ ସେମାନଙ୍କର ସମ୍ପତ୍ତିର ସବିଶେଷ ତଥ୍ୟ ଦେଇନାହାଁନ୍ତି ସେମାନଙ୍କ ଦରମା ବନ୍ଦ କରିଦିଆଯାଇଛି।
-
3.କେନ୍ଦ୍ର ସରକାର କୃଷକମାନଙ୍କ ସହ ଜଡିତ ୭ଟି ଯୋଜନାକୁ ଅନୁମୋଦନ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, କୃଷକଙ୍କ ଜୀବନରେ ଉନ୍ନତି ଆଣିବା ଏବଂ ସେମାନଙ୍କ ଆୟ ବୃଦ୍ଧି ପାଇଁ ସୋମବାର କ୍ୟାବିନେଟ ୭ଟି ପ୍ରମୁଖ ନିଷ୍ପତ୍ତି ନେଇଛି।.
-
4.ହିମାଚଳ ପ୍ରଦେଶ ସରକାର ଏକ ଦଳ ବଦଳ ବିଲ୍ ଆଣିଛନ୍ତି ଯାହା ବିଧାୟକଙ୍କୁ ଏକ ବଡ଼ ଝଟକା ଦେବ। ଏହି ବିଲ୍ ମାଧ୍ୟମରେ ହିମାଚଳ ପ୍ରଦେଶର କଂଗ୍ରେସ ସରକାର ସେହି ବିଧାୟକଙ୍କ ପେନସନ୍ ବନ୍ଦ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଏହି ବିଲ୍ ପାରିତ ହେବା ମାତ୍ରେ ସରକାର ଏଭଳି ଦଳ ବଦଳ କରୁଥିବା ବିଧାୟକଙ୍କ ପେନସନ୍ ବନ୍ଦ କରିବେ।
-
5.ସ୍ଥାନୀୟ ପ୍ରତିରକ୍ଷା ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସରକାର ଭାରତୀୟ ସେନାର ଟ୍ୟାଙ୍କ ଫ୍ଲିଟ୍ ର ଆଧୁନିକୀକରଣ ପାଇଁ ୧,୪୪,୭୧୬ କୋଟି ଟଙ୍କାର ୧୦ଟି କ୍ରୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ଏହି ୧୦ଟି କ୍ରୟ ପ୍ରସ୍ତାବ (ଏଓଏନ୍)କୁ ଅନୁମୋଦନ କରିଛି।
-
6.୧୦ ବର୍ଷ ବିତିଗଲାଣି, ୧୦ ହଜାର କୋଟି ଦେଉନ, ସାହାରା-ସେବି ମାମଲାରେ ସାହାରା ଇଣ୍ଡିଆକୁ ସୁପ୍ରିମ୍କୋର୍ଟ କଡ଼ା ସମାଲୋଚନା କରିଛନ୍ତି। ନିବେଶକଙ୍କୁ ପାଣ୍ଠି ଫେରସ୍ତ କରିବା ଲାଗି ସେବି ଖାତାରେ ୨୫ ହଜାର କୋଟି ଟଙ୍କା ଜମା କରିବାକୁ ସାହାରାକୁ ସୁପ୍ରିମ୍କୋର୍ଟ ୨୦୧୨ରେ ନିର୍ଦ୍ଦେଶ ଦେଇଥିଲେ।
-
7.ଆଇଏମ୍ଏଫ୍ କହିଥିଲା ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତି ୭ ପ୍ରତିଶତ ହାରରେ ଆଗକୁ ବଢ଼ିବ ଯାହା ଏହାର ପୂର୍ବ ଆକଳନ ୬.୮ ପ୍ରତିଶତ ତୁଳନାରେ ଅଧିକ।
-
8.ଅବାଞ୍ଛିତ କଲ୍ ସମସ୍ୟାର ସମାଧାନ କରିବା ଲାଗି ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଦେଶରେ ୨.୭୫ ଲକ୍ଷ ଟେଲିଫୋନ୍ ନମ୍ବରକୁ ବ୍ଲକ୍ କରାଯାଇଥିବା ବେଳେ ୫୦ଟି ସଂସ୍ଥା ଉପରେ କଟକଣା ଲଗାଯାଇଛି।
-
9.ପୂର୍ବ ଚୀନ୍ର ତାଇଆନ୍ ସହରର ସାନ୍ଡୋଂ ଠାରେ ଆଜି ଏକ ଦୁଃଖଦ ଘଟଣାକ୍ରମେ ସ୍କୁଲ ବାହାରେ ନିଜ ସନ୍ତାନଙ୍କୁ ନେଇ ଠିଆ ହୋଇଥିବା ପିତାମାତା, ଅଭିଭାବକଙ୍କ ଉପରେ ଏକ ସ୍କୁଲ ବସ୍ ମାଡ଼ିଯାଇଛି। ଫଳରେ ଘଟଣାସ୍ଥଳରେ ୧୧ଜଣଙ୍କ ମୃତ୍ୟୁ ଘଟିବା ସହ ୧୩ଜଣ ଆହତ ହୋଇଛନ୍ତି।
-
10.କେନ୍ଦ୍ର ସରକାରଙ୍କ ତାଗିଦ୍ ପରେ ୧୯୯୯ରେ ଯାତ୍ରୀବାହୀ ବିମାନ ଆଇସି ୮୧୪ର ଅପହରଣ ଘଟଣାକୁ ନେଇ ନିର୍ମିତ ନେଟ୍ଫ୍ଲିକ୍ସ ସିରିଜ୍ ‘ଆଇସି-୮୧୪: ଦି କାନ୍ଦାହାର ହାଇଜାକ୍’ରେ ଥିବା ଆତଙ୍କବାଦୀ ଚରିତ୍ରର ନାମକୁ ପରିବର୍ତ୍ତନ କରାଯାଇଛି।
-
11.ରୁଷ୍ କ୍ଷେପଣାସ୍ତ୍ର ମାଡ଼ରେ ୫୧ ଜଣ ଲୋକଙ୍କ ଜୀବନ ଯାଇଥିବାବେଳେ ୨୧୯ ଲୋକ ଆହତ ହୋଇଥିବାରୁ ପୋଲଟଭା ଗଭର୍ଣ୍ଣର ଫିଲିପ ପ୍ରୋନିନ ୩ ଦିନିଆ ଶୋକ ଘୋଷଣା କରିଛନ୍ତି।
-
12.ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହ ମଙ୍ଗଳବାର ରାଜ୍ୟର ସାଧାରଣ ଅଞ୍ଚଳରେ ବୋମାମାଡ଼ ପାଇଁ ଡ୍ରୋନ୍ ବ୍ୟବହାରକୁ ନିନ୍ଦା କରିବା ସହ ଏହାକୁ ଆତଙ୍କବାଦୀ କାର୍ଯ୍ୟ ବୋଲି କହିଛନ୍ତି।
-
13.ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଜଣେ ୯ ବର୍ଷୀୟା ଶିଶୁକନ୍ୟାଙ୍କୁ ୫୫ ବର୍ଷୀୟ ପଡୋଶୀ ବ୍ୟକ୍ତି ବଳାତ୍କାର କରିଛନ୍ତି। ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ମଙ୍ଗଳବାର ଗିରଫ କରିଛି।
-
14.ରାଜ୍ୟସରକାରଙ୍କ ବେଆଇନ ମଦ ଭାଟି ଓ ବିକ୍ରୟ କେନ୍ଦ୍ର ଗୁଡିକୁ ଅବକାରୀ ବିଭାଗର ବିଭିନ୍ନ ଟିମ ପକ୍ଷରୁ ଖୋଜି ବାହାର କରିବା ସହିତ ସମ୍ପୂର୍ଣ୍ଣ ରୂପେ ଭଙ୍ଗା ଯାଉଛି। ଏହି କ୍ରମରେ ସମଗ୍ର ରାଜ୍ୟର ୧୪୪୩ଟି ବେଆଇନ ମଦ ଭାଟିକୁ ଭାଙ୍ଗି ନଷ୍ଟ କରାଯିବା ସହ ପାଖାପାଖି ୧୦ ଟିରୁ ଉର୍ଦ୍ଧ ଭାଟିକୁ ବୁଲଡୋଜର ଯୋଗେ ସମ୍ପୂର୍ଣ୍ଣ ରୂପେ ଧୂଳିସାତ କରାଯାଇଛି। ଏଥିମଧ୍ୟରୁ କେବଳ ରାଜଧାନୀର ୫୧ ଟି ବେଆଇନ ମଦ ଭାଟିକୁ ନଷ୍ଟ କରାଯାଇଛି।
-
15.ଛତିଶଗଡର ଦାନ୍ତେୱାଡା ଏବଂ ବିଜାପୁରର ସୀମାନ୍ତ ଅଞ୍ଚଳରେ ସୁରକ୍ଷାବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି। ସୁରକ୍ଷାବାହିନୀ ଗୁଳିରେ ୯ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି।
-
16.୨୦୨୪ ଏପ୍ରିଲରୁ ଅଗଷ୍ଟ ଶେଷ ସୁଦ୍ଧା ଏଚ୍ଏମ୍ଏସଆଇ ଗାଡ଼ିର ଘରୋଇ ବିକ୍ରି ସଂଖ୍ୟା ୨୩,୪୫,୦୨୮ ଓ ରପ୍ତାନି ସଂଖ୍ୟା ୨,୨୯,୭୧୬ ୟୁନିଟ ରହିଛି। ଚଳିତ ବର୍ଷ ଅଗଷ୍ଟରେ କମ୍ପାନୀ ମଧ୍ୟପ୍ରଦେଶରେ ୩୦ ଲକ୍ଷ ଗାଡ଼ି ବିକ୍ରି କରିବା ମାଇଲଖୁଣ୍ଟ ହାସଲ କରିଛି ଯାହା ରାଜ୍ୟରେ କମ୍ପାନୀକୁ ସବୁଠୁ ପସନ୍ଦର ଦୁଇଚକିଆରେ ପରିଣତ କରିଛି।
-
17.କଙ୍ଗନାଙ୍କ ଫିଲ୍ମ ଏମରଜେନ୍ସି ରିଲିଜ୍ ଉପରେ ରୋକ୍ ଲଗାଇଛନ୍ତି ସେନ୍ସର ବୋର୍ଡ।
-
18.ଅଭିନେତା ନିଭିନ ପାଉଲିଙ୍କ ନାମରେ ରୁଜୁ ହୋଇଛି ଯୌନ ନିର୍ଯାତନା ମାମଲା। ଚଳଚ୍ଚିତ୍ରରେ ସୁଯୋଗ ଦେବାର ପ୍ରଲୋଭନ ଦେଖାଇ ନିଭିନ ଜଣେ ଯୁବତୀଙ୍କୁ ଯୌନ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଛି।
-
19.ତାମିଲ, କନ୍ନଡ଼, ତେଲୁଗୁ ସମେତ ୧୨ଟି ଆଞ୍ଚଳିକ ଭାଷାରେ କ୍ରିକେଟ ମ୍ୟାଚ୍ର ଧାରା ବିବରଣୀ ପ୍ରସାରଣ କରି ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ଏକ ବୈପବ୍ଳିକ ପରିବର୍ତ୍ତନ ଆଣିଛି। ଆଇପିଏଲରେ ଅନ୍ୟ ଭାଷାଗୁଡ଼ିକ ପରି ସଂସ୍କୃତ ଭାଷାରେ ଧାରା ବିବରଣୀ ବ୍ୟବସ୍ଥା କରିବାକୁ ପ୍ରଶଂସକମାନେ ଦାବି କରିଛନ୍ତି।
-
20.ଗତ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ତାରିଖ ପର୍ଯ୍ୟନ୍ତ କଟକର ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ କନ୍ଧମାଳ ଜିଲାକୁ ବେଶ୍ ସଫଳତା ମିଳିଛି।
|
260 |
Y |
|