- 
	1. ବିଶ୍ବର ୧୩ଟି ରାଷ୍ଟ୍ରରେ ଏମ୍ପକ୍ସ (ପୂର୍ବରୁ ମଙ୍କିପକ୍ସ ନାମରେ ପରିଚିତ) ଆତଙ୍କ ସୃଷ୍ଟି କରିଛି। ଏହାର ପ୍ରକୋପକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ନିକଟରେ ଏମ୍ପକ୍ସକୁ ବୈଶ୍ବିକ ସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ଘୋଷଣା କରିବା ସହ ସମସ୍ତ ରାଷ୍ଟ୍ର ଏ ଦିଗରେ ଯଥୋଚିତ ସତର୍କତା ଅବଲମ୍ବନ ପାଇଁ ପରାମର୍ଶ ଦେଇଛି। ଆଫ୍ରିକୀୟ ଦେଶମାନଙ୍କରେ ଏମ୍ପକ୍ସ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। 
- 
	2. କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ସପ୍ତମ ବେତନ ଆୟୋଗର ସୁପାରିସ ଅନୁଯାୟୀ ୨୦୧୬ ଜାନୁଆରି ପହିଲାରୁ ଦରମା ପାଉଛନ୍ତି। ତେଣୁ ଅଷ୍ଟମ ବେତନ କମିସନ ଗଠନ ସହିତ ଏହାର ସୁପାରିସକୁ ୨୦୨୬ ଜାନୁଆରି ପହିଲାରୁ ମୋଦୀ ସରକାର କାର୍ଯ୍ୟକାରୀ କରିବେ ବୋଲି ଆଶା କରାଯାଉଛି। 
- 
	3.ଭାରତର ବିକାଶ ହାରକୁ ଆହୁରି ବଢ଼ାଇବାକୁ ହେଲେ ଆର୍ଥିକ ସଂସ୍କାରକୁ ଆହୁରି ବ୍ୟାପକ କରିବାକୁ ହେବ। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ଡେପୁଟି ଏମ୍ଡି ଗୀତା ଗୋପୀନାଥ ଏହା କହିଛନ୍ତି। 
- 
	4.ବିହାରରେ ଦୀର୍ଘଦିନ ଧରି ଚର୍ଚ୍ଚାରେ ରହି ଆସିଥିବା ଭାଗଲପୁର-ସୁଲତାନଗଞ୍ଜ ଆଗଓ୍ବାନି ବ୍ରିଜ୍ ଭଶୁଡ଼ି ପଡ଼ିଛି।  ଗଙ୍ଗା ନଦୀରେ ନିର୍ମାଣାଧୀନ ୪ ଲେନ୍ ବିଶିଷ୍ଟ ଏହି ବ୍ରିଜ୍ ଶନିବାର ତୃତୀୟ ଥର ପାଇଁ ଭୁଶୁଡ଼ି ପଡ଼ିଛି। 
- 
	5.ବାରାଣସୀ-ଅହମଦାବାଦ ସାବରମତୀ ଏକ୍ସପ୍ରେସର ୨୨ଟି ବଗି ଶନିବାର ଭୋର ସମୟରେ ଉତ୍ତରପ୍ରଦେଶର କାନପୁର ନିକଟରେ ଲାଇନଚ୍ୟୁତ ହୋଇଛି। ଭୀମସେନ ନିକଟରେ ଟ୍ରେନ୍(୧୯୧୬୮) କାନପୁର ଛାଡ଼ିବାର କିଛି ସମୟ ପରେ ଏହି ଦୁର୍ଘଟଣା ଘଟିଛି। 
- 
	6.ମ୍ୟାମାରରେ ରୋହିଙ୍ଗ୍ୟାଙ୍କ ପ୍ରତି ହିଂସା ବଢ଼ିଛି ଏବଂ ୭ ଲକ୍ଷ ୩୦ ହଜାରରୁ ଅଧିକ ରୋହିଙ୍ଗ୍ୟା ଦେଶଛାଡ଼ି ପଳାଇଥିବା ରିପୋର୍ଟ ମିଳିଛି। ଅଧିକାଂଶ ରୋହିଙ୍ଗ୍ୟା ବାଂଲାଦେଶରେ ପ୍ରବେଶ କରିଥିବା ରିପୋର୍ଟ ମିଳିଛି। 
- 
	7.ଦକ୍ଷିଣ ଲେବାନନ୍ରେ ଇସ୍ରାଏଲ ଆଜି ବିମାନ ଆକ୍ରମଣ କରିଛି। ଇସ୍ରାଏଲର ଆକ୍ରମଣରେ ୨ ଶିଶୁଙ୍କ ସମେତ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ପ୍ରକାଶ। 
- 
	8.ରାଜଧାନୀ ଭୁବନେଶ୍ୱରରେ ୭ଟି ସିମ୍ ବକ୍ସ ଠାବ ହୋଇଛି। ଯାହାକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ପୋଲିସ କମିଶନର ସଞ୍ଜୀବ ପଣ୍ଡା ସିମ ବକ୍ସ ଜବତ ଘଟଣାରେ ବାଂଲାଦେଶ ଲିଙ୍କ ରହିଥିବା ସ୍ପଷ୍ଟ କରିଛନ୍ତି। 
- 
	9.ଚମ୍ପାଇ ସୋରେନଙ୍କ ବ୍ୟତୀତ ପୂର୍ବତନ ବିଧାୟକ ଲୋବିନ ହେମ୍ବ୍ରମ ମଧ୍ୟ ଭାଜପାରେ ଯୋଗ ଦେଇ ପାରନ୍ତି। ଚମ୍ପାଇ ଆହୁରି କହିଛନ୍ତି, ଆମେ ଯେଉଁଠାରେ ଅଛୁ, ସେଠାରେ ହିଁ ଅଛୁ। ଗୁଜବକୁ ଖାରଜ କରିବା ପ୍ରଶ୍ନରେ ସେ କହିଛନ୍ତି , ଆମେ ନିଜେ ଜାଣି ନାହୁଁ ଆମେ କେଉଁଠାକୁ ଯାଉଛୁ ଏବଂ କେଉଁଠାକୁ ଯାଉନାହୁଁ। 
- 
	10.ଲକ୍ଷ୍ନୌ ବିମାନବନ୍ଦରର କାର୍ଗୋରେ ରେଡିଓଆକ୍ଟିଭ ସାମଗ୍ରୀ ଲିକ ହେବାପରେ ଏକ ଭୟର ବାତାବରଣ ଦେଖାଦେଇଥିଲା। ଏହି ଲିକ୍ କାରଣରୁ ଦୁଇଜଣ କାର୍ଗୋ କର୍ମଚାରୀ ଚେତାଶୂନ୍ୟ ହୋଇପଡିଥିଲେ। 
- 
	11.କୋଲକାତାର ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ପୀଡିତାଙ୍କ ମାତାପିତାଙ୍କ ଯନ୍ତ୍ରଣା ପୁଣି ଥରେ ବଢି ଯାଇଛି। ଲେଡି ଡାକ୍ତରଙ୍କ ପିତା ତାଙ୍କ ‘ଝିଅର ନାମ’ ନ ନେବାକୁ ଲୋକଙ୍କୁ ନିବେଦନ କରିଛନ୍ତି। 
- 
	12.ଏଣିକି ସବୁ ରାଜ୍ୟପ୍ରତି ଦୁଇ ଘଣ୍ଟାରେ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ରିପୋର୍ଟ ଦେବେ। ନିଜ ନିଜ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ରାଜ୍ୟ ସରକାର କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ସବିଶେଷ ତଥ୍ୟ ଜଣାଇବେ। 
- 
	13.୨୬/୧୧ ମୁମ୍ବଇ ଆତଙ୍କବାଦୀ ଆକ୍ରମଣ ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ପାକିସ୍ତାନୀ-କାନାଡ଼ା ବ୍ୟବସାୟୀ ତହଉର ହୁସେନ ରାଣାକୁ ବଡ଼ ଝଟ୍କା ଲାଗିଛି। ଭାରତ ପ୍ରତ୍ୟର୍ପଣ ନ କରିବାକୁ ଆମେରିକାର ଏକ କୋର୍ଟରେ ତହଉର କରିଥିବା ଆବେଦନକୁ ଅଦାଲତ ଖାରଜ କରିଦେଇଛନ୍ତି। 
- 
	14.କଟକ ବଡ ଡାକ୍ତରଖାନାରେ ୨ଜଣ ମହିଳା ରୋଗୀଙ୍କୁ ଡାକ୍ତରଙ୍କ ବଳାତ୍କାର ଘଟଣାରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ ଶେଷ ହୋଇଛି। ଡିଏମଇଟି ସନ୍ତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ କମିଟି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛି। 
- 
	15.ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ(ଡବ୍ଲ୍ୟୁଓଡିସି)ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାକୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି।