-
1.ମାଇକ୍ରୋ-ଆର୍ଏନ୍ଏ ଆବିଷ୍କାର ଏବଂ ପୋଷ୍ଟ୍-ଟ୍ରାନ୍ସକ୍ରିପ୍ସନାଲ୍ ଜିନ୍ ପରିଚାଳନାରେ ଏହାର ଭୂମିକା ସଂପର୍କରେ ଗବେଷଣା ପାଇଁ ଦୁଇ ଆମେରିକୀୟ ଭିକ୍ଟର ଆମ୍ବ୍ରୋସ୍ ଓ ଗ୍ୟାରି ରୁଭକୁନ୍ଙ୍କୁ ୨୦୨୪ ମସିହା ଲାଗି ଭେଷଜରେ ନୋବେଲ ପୁରସ୍କାର ଦିଆଯିବ।
-
2.‘ଷ୍ଟେଟ ଅଫ୍ ଗ୍ଲୋବାଲ ଓ୍ବାଟର ରିସୋର୍ସେସ୍ ୨୦୨୩’ ରିପୋର୍ଟରେ ଭୂତଳ ଜଳସ୍ତର ହ୍ରାସ, ବରଫ ହ୍ରାସ, ଜଳବାୟୁ ପରିବର୍ତ୍ତନ ଆଦି ଯୋଗୁ ବଢ଼ୁଥିବା ଜଳ ସଙ୍କଟକୁ ନେଇ ବିଶ୍ଳେଷଣ କରାଯାଇଛି। ୩୩ ବର୍ଷ ମଧ୍ୟରେ ନଦୀଗୁଡ଼ିକ ପାଇଁ ୨୦୨୩ ସବୁଠାରୁ ଶୁଷ୍କ ବର୍ଷ ଥିବା ରିପୋର୍ଟ ପ୍ରକାଶ କରିଛି।
-
3.ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ପ୍ରଭାବରେ ଆମେରିକା, ୟୁରୋପ ସମେତ ଏସିଆ ପୁଞ୍ଜି ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ସୋମବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ସୁଚକାଙ୍କ ସେନସେକ୍ସ ୬୩୮ ପଏଣ୍ଟ ହ୍ରାସ ପାଇଛି। ଫଳରେ ଗୋଟିଏ ଦିନରେ ନିବେଶକମାନେ ୮.୯୯ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି।
-
4.ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତନ କରିବାକୁ ପ୍ରସ୍ତୁତ ହେଉଥିଲା ବେଳେ ଆସନ୍ତା ପର୍ଯ୍ୟଟନ ଋତୁ ୨୦୨୪-୨୫ ପାଇଁ ଅକ୍ଟୋବର ୧୦ ତାରିଖରୁ ପର୍ଯ୍ୟଟକଙ୍କ ଲାଗି ଖୋଲିବାକୁ ଯାଉଛି ଶିମିଳିପାଳ ଜାତୀୟ ଅଭ୍ୟାୟାରଣ୍ୟ।
-
5.ସୋମବାର ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଦ୍ୱି-ମାସିକ ମୁଦ୍ରା ନୀତି ସମୀକ୍ଷା ବୈଠକରେ ପ୍ରମୁଖ ସୁଧ ହାର ରେପୋ ହାରରେ ହ୍ରାସ ହେବାର ସମ୍ଭାବନା କମ୍ ରହିଛି।
-
6.ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାସ୍ଥିତ ଏକ କୋଇଲାଖଣିରେ ବିସ୍ଫୋରଣ ଘଟି ୭ଜଣଙ୍କର ମୃତ୍ୟୁ ହୋଇଛି। ୩ଜଣ ଗୁରୁତର ଆହତ ହୋଇଛନ୍ତି।
-
7.ଆମାଜନ୍ରେ ମିଳିବ ଏନ୍ସିଇଆରଟି ପୁସ୍ତକ। ଓଡ଼ିଶା ସମେତ ଦେଶର ୨୦ ହଜାର ପିନ୍କୋଡ୍ରେ ପୁଠ୍ୟପୁସ୍ତକ ଉପଲବ୍ଧ ହେବ। ଯେଉଁ ସ୍ଥାନରେ ରହିଲେ ମଧ୍ୟ ପିଲାମାନେ ସହଜରେ ବହି ପାଇପାରିବେ।
-
8.ଶାଗୁଣା ସଂଖ୍ୟା କ୍ରମାଗତ ଭାବରେ ହ୍ରାସ ପାଉଥିବାରୁ ଏହା ପରିବେଶ ପ୍ରତି ବିପଦ ସୃଷ୍ଟି କରୁଛି। ଭାରତୀୟ ପକ୍ଷୀ ସଂରକ୍ଷଣ ସୋସାଇଟି ପକ୍ଷରୁ ଆୟୋଜିତ ଜାତୀୟ ଶାଗୁଣା ସଂରକ୍ଷଣ ସମ୍ମିଳନୀ- ୨୦୨୪ରେ ବିଶେଷଜ୍ଞମାନେ ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି।
-
9.ଓଡିଶାର ସମସ୍ତ ସରକାରୀ କୋଠାର ବାହାର କାନ୍ଥ ନାରଙ୍ଗୀ ରଙ୍ଗର ହେବ। କାନ୍ଥର ଧାର ନାଲି ରଙ୍ଗର ହେବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
-
10.ସୋମବାର ସୁଦ୍ଧା ଓଡ଼ିଶାର ୧ କୋଟି ୨୦ ହଜାର ମହିଳା ହିତାଧିକାରୀ ସୁଭଦ୍ରା ଯୋଜନାରେ ପଞ୍ଜୀକରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଥିବା “ସୁଭଦ୍ରା” ଯୋଜନାରେ ଏକ କୋଟିରୁ ଅଧିକା ହିତାଧିକାରୀଙ୍କୁ ପଞ୍ଜୀକୃତ କରିଛନ୍ତି।
-
11.ଇତିହାସ ରଚିବାକୁ ଯାଉଛନ୍ତି ମହାକାଶଚାରୀ ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ। ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରୁ ସେ ତାଙ୍କ ମାନବିକ ଅଧିକାର ସାବ୍ୟସ୍ତ କରିବେ। ଅର୍ଥାତ୍ ମହାକାଶରୁ ଦେବେ ଭୋଟ୍।
-
12.ସୋଶାଲ ମିଡିଆରେ ଏକ ଆବାସିକ ଭବନ (ଆପାର୍ଟମେଣ୍ଟ)ର ଭିଡିଓ ଖୁବ୍ ଭାଇରାଲ୍ ହେଉଛି। ଏହାକୁ ବିଶ୍ୱର ସର୍ବବୃହତ ଆପାର୍ଟମେଣ୍ଟ ବୋଲି କୁହାଯାଉଛି। ଏଠାରେ ୨୦ ହଜାର ଲୋକ ବାସ କରୁଥୁବା ସୋଶାଲ ମିଡିଆ ପୋଷ୍ଟରେ ଦାବି କରାଯାଇଛି
-
13.ଦୁର୍ଗାପୂଜା ପାଇଁ ଟୁଇନ ସିଟିରେ ଲାଗୁ ହେବ ଟ୍ରାଫିକ କଟକଣା। ଆସନ୍ତା କାଲିଠୁ ୧୩ ତାରିଖ ଯାଏଁ କଟକ ଏବଂ ଭୁବନେଶ୍ୱରରେ ଟ୍ରାଫିକ କଟକଣା ଲାଗୁ ହେବ । ଏନେଇ ବିଜ୍ଞପ୍ତି ଜାରି କରିଛି କମିଶନରେଟ୍ ପୁଲିସ। କଟକରେ ଅପରାହ୍ନ ୪ରୁ ରାତି ୧ ପର୍ଯ୍ୟନ୍ତ କଟକଣା ଲାଗୁ ହେବ। ସେହିପରି ଭୁବନେଶ୍ୱରରେ ଅପରାହ୍ନ ୪ରୁ ରାତି ୨ଟା ପର୍ଯ୍ୟନ୍ତ କଟକଣା ରହିବ।
-
14.ଗୁଗୁଲ ଆପଣଙ୍କ ଆଣ୍ଡ୍ରଏଡ ସ୍ମାର୍ଟଫୋନକୁ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ କରିଛି। ଯଦି ଆପଣଙ୍କର ଫୋନ୍ ଚୋରି ହୋଇଯାଉଛି, ତେବେ ନୂଆ ‘ଥେଫ୍ଟ ଡିଟେକ୍ସନ ଲକ୍’ ଏହା ସୁନିଶ୍ଚିତ କରିବ ଯେ, ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ ରହିବ ଏବଂ ଫୋନ୍ ଚୋର ପାଇଁ ଅଦରକାରୀ ହୋଇଯିବ।
-
15.ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନସିପରେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଲେ ଓଡିଆ ପୁଅ ରୋହିତ ପାତ୍ର । ରୋହିତ୍ ହେଉଛନ୍ତି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ଗଣିତ ବିଭାଗର ପ୍ରଥମ ବର୍ଷର ଛାତ୍ର ।