Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
1331 22-10-2023 Odia
  1. କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନିଜକୁ ‘ରିପବ୍ଲିକ୍ ଅଫ୍ ଇଣ୍ଡିଆ’ କହିପାରିବ ନାହିଁ ବୋଲି ଶୁକ୍ରବାର ସୁପ୍ରିମ୍‌କୋର୍ଟ କହିଛନ୍ତି। ସିବିଆଇ ଏକ ମାମଲାରେ ନିଜକୁ ‘ରିପବ୍ଲିକ୍ ଅଫ୍ ଇଣ୍ଡିଆ’ର ପ୍ରତିନିଧି ଦର୍ଶାଇ ଆବେଦନ କରିଥିବାରୁ ଖଣ୍ଡପୀଠ ଏହା କହିଛନ୍ତି।

  2. ଦୀର୍ଘ ୧୫ ଦିନର ଅପେକ୍ଷା ପ‌ରେ ଯୁଦ୍ଧଗ୍ରସ୍ତ ଗାଜାରେ ମାନବୀୟ ସହାୟତା ପହଞ୍ଚିଛି। ଖାଦ୍ୟାଭାବ ଓ ଅତ୍ୟାବଶ୍ୟକ ଔଷଧ ଅଭାବରେ ଛଟପଟ ହେଉଥିବା ଗାଜାବାସୀଙ୍କୁ ଆଜି ସାମାନ୍ୟ ଆଶ୍ବସ୍ତି ମିଳିଛି।

  3. ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଯୁଦ୍ଧ ଆଜି ୧୫ ଦିନରେ ପହଞ୍ଚିଥିବାବେଳେ ଉଭୟ ପକ୍ଷ ମଧ୍ୟରେ ଆକ୍ରମଣ ଓ ପ୍ରତ୍ୟାକ୍ରମଣ ଜାରି ରହିଛି।

  4. ଦେଶର ବିଭିନ୍ନ ଅଦାଲତମାନଙ୍କରେ ଦୀର୍ଘ ସମୟ ଧରି ମାମଲା ଗଡ଼ୁଥିବାରୁ ସର୍ବୋଚ୍ଚ ଅଦାଲତ ଚିନ୍ତାବ୍ୟକ୍ତ କରିଛନ୍ତି। ଏସବୁ ମାମଲାର ଶୀଘ୍ର ଫଇସଲା ପାଇଁ ସୁପ୍ରିମକୋର୍ଟ ହାଇକୋର୍ଟମାନଙ୍କ ପାଇଁ ୧୨ଟି ନିର୍ଦ୍ଦେଶନାମା ଜାରି କରିଛନ୍ତି।

  5. ସୂଚନା ଅନୁଯାୟୀ, ୨୦୨୨-୨୩ରେ ଆମ ରାଜ୍ୟରୁ ପ୍ରାୟ ୮୫ ହଜାର ୩୦୮ ଟନ୍ ଚିଙ୍ଗୁଡ଼ି ଓ ଅନ୍ୟାନ୍ୟ ସାମୁଦ୍ରିକ ଉତ୍ପାଦ ବିଦେଶକୁ ରପ୍ତାନି ହୋଇଛି, ଯାହାକି ୨୦୨୧-୨୨ ତୁଳନାରେ ପ୍ରାୟ ୧୪୫୭ ଟନ୍ କମ୍।

  6. ବେଦାନ୍ତ ଆଲୁମିନିୟମ ଓଡ଼ିଶାର ଔଦ୍ୟୋଗିକ କ୍ଷେତ୍ରରେ ଏକ ଅଗ୍ରଣୀ ସଂସ୍ଥା। ଏହା ଭାରତ ତଥା ବିଶ୍ୱରେ ଓଡ଼ିଶାକୁ ଆଲୁମିନିୟମ କ୍ୟାପିଟାଲରେ ପରିଣତ କରିବା ପାଇଁ ସଂକଳ୍ପବଦ୍ଧ।

  7. ଅବପାତର ରୂପ ନେଲା ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଏହା ବର୍ତ୍ତମାନ ପାରାଦୀପ ଠାରୁ ଦକ୍ଷିଣରେ ୬୧୦ କିମ ଦୂରରେ କେନ୍ଦ୍ରୀଭୂତ ହୋଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତର ରୂପନେବା ସମ୍ଭାବନା ରହିଛି। 

  8. ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ବିଶ୍ୱକପ କ୍ରିକେଟର ୨୦ ତମ ମ୍ୟାଚରେ ଇଂଲଣ୍ଡକୁ ଦକ୍ଷିଣ ଆଫ୍ରିକା ୨୨୯ ରନରେ ପରାଜିତ କରିଛି। ଦକ୍ଷିଣ ଆଫ୍ରିକା ବୋଲିଂ ସମ୍ମୁଖରେ ଇଂଲଣ୍ଡ ଧରାଶାୟୀ ହୋଇଛି।

  9. ସୁଦୂର ଉତ୍ତମ ପ୍ରଦେଶରୁ ଛୁଟି ଆସିଛନ୍ତି ମା ଉଗ୍ରତାରାଙ୍କୁ ଦର୍ଶନ କରିବା ପାଇଁ ଉତ୍ତର ପ୍ରଦେଶର ଉପ ମୁଖ୍ୟ ମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ । ମହାଷ୍ଟମୀରେ ମା ଉଗ୍ରତାରାଙ୍କୁ ଦର୍ଶନ କରିଛନ୍ତି ଉପ ମୁଖ୍ୟ ମନ୍ତ୍ରୀ କେଶବ ପ୍ରସାଦ । ମାଙ୍କୁ ଗୌରୀ ବେଶରେ ଦର୍ଶନ କରି ଆଶୀର୍ବାଦ ଲାଭ କରିଛନ୍ତି ।

  10. ଭାରତର ଚିନ୍ତା ବଢାଇଛି ଆମେରିକା ରକ୍ଷା ବିଭାଗ ପେଣ୍ଟାଗନର‌ ଏକ ରିପୋର୍ଟ। ଏହି ରିପୋର୍ଟରେ କୁହାଯାଇଛି ଯେ ସୀମାରେ ପୁଣି ଚୀନ୍‌ ସେନାର ଗତିବିଧି ବଢ଼ିଛି। ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍ଏସି) ନିକଟରେ ମୁତୟନ ହୋଇଥିବା ଚୀନୀ ସୈନ୍ୟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । 

  11. ଫାଇଜରର କରୋନା ଟିକାରେ କର୍କଟ ସୃଷ୍ଟିକାରୀ ସିମିୟନ ଭୂତାଣ ୪୦ (ଏସ୍‌ଭି-୪୦) ଡିଏନ୍‌ଏ ସିକ୍ବେନ୍ସ ମିଳିଛି। ହେଲ୍‌ଥ କାନାଡ଼ା ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ତେବେ ପୂର୍ବରୁ ଫାଇଜର ପକ୍ଷରୁ ଏହି ଡିଏନ୍‌ଏ ନେଇ କୌଣସି ସୂଚନା ଦିଆଯାଇ ନ ଥିଲା।

  12. ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ତଥା ସାଧାରଣ ନାଗରିକଙ୍କୁ ମାନବିକ ସହାୟତା ପ୍ରସଙ୍ଗରେ କୂଟନୈତିକ ପ୍ରୟାସ ମଧ୍ୟରେ ଗତକାଲି ଆତଙ୍କବାଦୀ ସଂଗଠନ ହମାସ ଦୁଇ ଜଣ ଆମେରିକୀୟ ବନ୍ଧକଙ୍କୁ ମୁକ୍ତ କରିଛି। ଅକ୍ଟୋବର ୭ରେ ଦକ୍ଷିଣ ଇସ୍ରାଏଲ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ବନ୍ଧକ ମା’ ଏବଂ ଝିଅକୁ ଅପହରଣ କରାଯାଇଥିଲା।

  13. ଗଗନଯାନର ଟିଭି-ଡି୧ର ପରୀକ୍ଷାମୂଳକ ଉତ୍‌କ୍ଷେପଣ ସଫଳ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ଆଣବିକ ଶକ୍ତି ଓ ମହାକାଶ ରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥାର ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। 

  14. ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ। ଏଥର ସେ ତାଙ୍କର ଚିରାଚରିତ ଆସନ ଝାଲରାପାଟନରୁ ନିର୍ବାଚନ ଲଢ଼ିବେ। ଏଥିପାଇଁ ବିଜେପି ତାଙ୍କୁ ଟିକେଟ୍‌ ଦେଇଛି।

  15. ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫଙ୍କ ଘର ବାହୁଡ଼ା। ୪ ବର୍ଷ ପରେ ସେ ଆଜି ସ୍ୱଦେଶ ଫେରୁଛନ୍ତି। ସେ ଗତ ୪ ବର୍ଷ ହେଲା ଲଣ୍ଡନରେ ଥିଲେ। ନିର୍ବାଚନର ଠିକ୍‌ ପୂର୍ବରୁ ନୱାଜ ସରିଫଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ରାଜନୀତି ଜୋର ଧରିଛି। ସେ ପୁଣି ଥରେ ରାଜନୀତିକୁ ଫେରିବେ ବୋଲି ମଧ୍ୟ କୁହାଯାଛି

  16. ପାଲେଷ୍ଟାଇନ-ଇସ୍ରାଏଲ ଯୁଦ୍ଧରେ ଏଯାଏଁ ଗଲାଣି ୨୨ ଜଣ ସାମ୍ବାଦିକଙ୍କ ଜୀବନ। ଅକ୍ଟୋବର ୭ରେ ହାମାସ, ଇସ୍ରାଏଲ ଉପରେ ରକେର୍ଟ ମାଡ କରିବା ପରଠାରୁ ଅତିକମରେ ୨୨ ଜଣଙ୍କ ଜୀବନ ଯାଇଥିବା କୁହାଯାଉଛି। 

  17. ଜି-୨୦ ବୈଠକରେ ଯୋଗ ଦେବାକୁ ଭାରତ ଆସିବା ପରେ ଚର୍ଚ୍ଚାର କେନ୍ଦ୍ରରେ ଥିବା ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ସେ ୧୦ ବର୍ଷ ହେଲା ବାହା ନ ହୋଇ ଯେଉଁ ଟିଭି ଉପସ୍ଥାପକଙ୍କ ସହ ଜୀବନ କାଟୁଥିଲେ, ତାଙ୍କ ଠାରୁ ମେଲୋନି ଅଲଗା ହୋଇ ଯାଇଛ

  18. ଅକ୍ଟୋବର ୨୬ ତାରିଖରୁ ଗୋଆରେ ଆରମ୍ଭ ହେବ ୩୭ତମ ଜାତୀୟ କ୍ରୀଡ଼ା। ଏଥିରେ ଓଡ଼ିଶାରୁ ୩୦୦ରୁ ଅଧିକ ଆଥ୍‌ଲେଟ୍ ଭାଗ ନେବେ। ସେମାନଙ୍କ ମଧ୍ୟରେ ୧୮୦ ଜଣ ମହିଳା ଅଛନ୍ତି।

  19. ୟେମେନ-ଓମାନ ମୁହାଁ ସାମୁଦ୍ରିକ ଝଡ଼ ‘ତେଜ' l ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଲା ‘ତେଜ୍’, ଆଗାମୀ ୨୪ ଘଣ୍ଟାରେ ହେବ ଆହୁରି ଭୟଙ୍କର l ବୁଧବାର କରିବ ଲ୍ୟାଣ୍ଡଫଲ୍। ୧୫୦ କିଲୋମିଟର ବେଗରେ ବହିବ ପବନ। ୨୬ଯାଏ ସମୁଦ୍ରକୁ ନଯିବାକୁ ପରାମର୍ଶ l

  20. ବହୁ ପ୍ରତିକ୍ଷୀତ ଓଡ଼ିଆ ଚଳଚ୍ଚିତ୍ର ରାମ୍ ସାରା ଓଡିଶାର ୫୧ଟି ପ୍ରେକ୍ଷାଳୟରେ କଲା ମୁକ୍ତିଲାଭ l ଓଲିଉଡ଼ ର ଦୁଇ ମେଗା ଆକ୍ସନ ଷ୍ଟାର ଅରିନ୍ଦମ ଏବଂ ଅନୁଭବ ନଜର ଆସିଥିବାରୁ ପ୍ରଥମ ଦିନରେ ଓଡ଼ିଶାର ପ୍ରାୟ ସବୁ ପ୍ରେକ୍ଷାଳୟ ଫୁଲ୍ ରହିଲା।

411 Y
1332 22-10-2023 English
  1.  The Odisha judiciary has a humongous task of over 5 lakh cases to deal with after the Supreme Court’s directions to the High Courts to form committees for disposal of cases pending for more than five years.

  2. Overcoming initial hiccups including a monitoring anomaly, the ISRO Saturday successfully launched a test vehicle with payloads related to the country's ambitious human space flight programme, Gaganyaan.

  3. Odisha Chief Minister Naveen Patnaik Saturday congratulated the team of scientists involved in the successful launch of first test flight of India's Gaganyaan mission. It is a proud moment for Indians, Patnaik said in a post on X.

  4. Odisha Startup Investor Connect Event Fundstack is back with its 3rd Edition, Fundstack 3.0. The 2-day event, to be held November 21, will be state’s largest congregation of renowned investors who will pitch in ideas for supporting startups to raise funds from angel networks and venture capitalist firms.

  5. The BJP Saturday named 83 more candidates for the Rajasthan Assembly polls, including former chief minister Vasundhara Raje from her traditional Jhalrapatan seat.

  6. The National Green Tribunal (NGT) has observed the cleaning of Yamuna “is far from satisfactory.”

  7. Prime Minister Narendra Modi has approved the appointment of former Vice President M Venkaiah Naidu as a nominated member in the existing jury of the prestigious Gandhi Peace Prize, according to Union minister G Kishan Reddy.

  8. As many as 188 policemen laid down their lives in the line of duty while maintaining law and order in the past one year, Union Home Minister Amit Shah said Saturday.

  9. A group of former judges Saturday praised the Supreme Court verdict refusing to grant legal recognition to same-sex marriage, saying it is a blend of interpretation of statutory provisions, culture and morality.

  10. US President Joe Biden joined others Friday in welcoming the stunning news from Israel that Hamas had freed an American woman and her teenage daughter it had held hostage in Gaza for two weeks. An Israeli army spokesman said the two Americans, Judith Raanan and her 17-yearold daughter Natalie, were out of the Gaza Strip and with the Israeli military.

  11. The United States and Britain Friday urged New Delhi not to insist Canada reduce its diplomatic presence in India and expressed concern after Ottawa pulled out 41 diplomats amid a dispute over the murder of a Sikh separatist.

  12. Pakistan’s former prime minister Nawaz Sharif returned home Saturday on a special flight after a four-year self-imposed exile in the UK to head his party and try to secure a record fourth term in the general elections expected to be held in January.

  13. The US has imposed sanctions on three China-based companies for supplying missile-applicable items and technology for Pakistan’s ballistic missile programme, the US State Department said.

  14. China stepped up its military presence and infrastructure build-up along the Line of Actual Control (LAC) in 2022 amid the border tension with India, a Pentagon report has said

  15. The CBI has booked Bipin Batra for allegedly illegally occupying the post of Additional Director of the National Board of Examinations in Medical Sciences (NBEMS), which establishes standards for post-graduate examinations in modern medicines.

  16.  E-commerce companies registered around 19 per cent increase in gross sales to almost `47,000 crore in the first week of the festive season, which concluded earlier this week, a report said Friday

  17. Samsung maintained its top position in the India smartphone market in the third quarter (Q3) with a market share of 18 per cent and a shipment of 7.9 million units, according to a new report.

  18. Services on a priority section of India's first Regional Rapid Transit System (RRTS) corridor began on Saturday and the ridership is expected to cross the 10,000-mark on day one, a senior official of the NCRTC said.

  19. Struggling Indian shuttler PV Sindhu lost to her old nemesis Carolina Marin of Spain in three games in an ill-tempered semifinal of the Denmark Open Super 750 tournament, which saw both players receive yellow cards for verbal exchanges here, Saturday

  20. The Indian women’s hockey team failed to book an automatic berth for 2024 Paris Olympics after finishing third in the Hangzhou Asian Games but it will get another chance to make the cut as the country is hosting the qualifying tournament in Ranchi next year

417 Y
1333 21-10-2023 Odia
  1. ‘ଭାରତ ୨୦୩୫ ସୁଦ୍ଧା ସ୍ପେଶ୍ ଷ୍ଟେସନ୍ ଓ ୨୦୪୦ ସୁଦ୍ଧା ଚନ୍ଦ୍ରମାକୁ ମାନବ ପଠାଇବ । ଏହା ବ୍ୟତୀତ ଶୁକ୍ର ଓ ମଙ୍ଗଳ ଗ୍ରହ ମିଶନ ମଧ୍ୟ ଆରମ୍ଭ କରିବ ଇସ୍ରୋ । ତେଣୁ ଏବେଠାରୁ ତତ୍ପର ହୋଇଛନ୍ତି ଇସ୍ରୋ ବୈଜ୍ଞାନିକ ।

  2. ୟେମେନରୁ ଇସ୍ରାଏଲ ଉପରକୁ ଛଡ଼ାଯାଇଥିବା ୩ଟି କ୍ଷେପଣାସ୍ତ୍ର ଏବଂ ଅନେକ ଡ୍ରୋନ୍‌କୁ ଆମେରିକା ନୌସେନାର ଯୁଦ୍ଧ ଜାହାଜ ଖସାଇ ଦେଇଛି। ଉତ୍ତର ଲୋହିତ ସାଗରରେ ଆମେରିକା ନୌସେନାର ଏକ ଯୁଦ୍ଧଜାହାଜ ୟେମେନର ହାଉଥି ବାହିନୀ ଦ୍ବାରା ଛଡ଼ାଯାଇଥିବା ୩ଟି କ୍ରୁଜ୍‌ ‌କ୍ଷେପଣାସ୍ତ୍ର ଏବଂ ଅନେକ ଡ୍ରୋନ୍‌କୁ ସଫଳତାର ସହ ନଷ୍ଟ କରିଛି।

  3. ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ମିଜୋରାମ ଆଦି‌ରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ପ୍ରଚାର ଲାଗି ନେତାମାନେ ବିଭିନ୍ନ ସ୍ଥାନ ଯିବା ପାଇଁ ଘରୋଇ ଚାର୍ଟର୍ଡ ହେଲିକପ୍ଟର ବୁକିଂ କରୁଛନ୍ତି।

  4. ବନ୍ଦେ ଭାରତ ପରେ ଦେଶରେ ଆଜି ନମୋ ଭାରତ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି। ନମୋ ଭାରତ ଟ୍ରେନ ଦେଶର ପ୍ରଥମ ରିଜିଓନାଲ ରାପିଡ୍‌ ଟ୍ରେନ୍ ସର୍ଭିସ (ଆର୍‌ଆର୍‌ଟିଏସ୍‌)। ଉତ୍ତର ପ୍ରଦେଶରେ ପ୍ରଧାନମନ୍ତ୍ରୀ ଉକ୍ତ ରେଳ ସେବାକୁ ପତାକା ଦେଖାଇ ଉଦ୍‌ଘାଟନ କରିଛନ୍ତି।

  5. ଘରୋଇ ବସ୍‌ ମାଲିକ ସଂଘ ଦେଇଥିବା ବସ୍‌ ଧର୍ମଘଟ ସ୍ଥଗିତ ରହିଛି। ସରକାରଙ୍କ ସହ ଅଲୋଚନା ପରେ ବସ୍‌ ମାଲିକ ସଂଘ ବସ୍‌ ଧର୍ମଘଟକୁ ୩୧ ତାରିଖ ଯାଏଁ ସ୍ଥଗିତ ରଖିବା ନେଇ ଘୋଷଣା କରିଛି। 

  6. ବଜ୍ରପାତର ସର୍ତକତା ସଂକ୍ରାନ୍ତରେ ଲୋକଙ୍କୁ ପ୍ରଶିକ୍ଷଣ ଦିଆଯିବ । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଓସଡମା)ର ୩୬ତମ ପରିଚାଳନା କମିଟି ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି ।

  7. ୧୨ଶହ ବର୍ଷ ଏହି ପୂରାତନ ଖିଚିଂ ମନ୍ଦିରକୁ ଦେଶ ବିଦେଶରୁ ପର୍ଯ୍ୟଟକ ଓ ଭକ୍ତ ଆସିଥାନ୍ତି । ଖିଚିଂ ମନ୍ଦିରରଟି ବିଶ୍ୱରେ ଏକ ମାତ୍ର ମନ୍ଦିର ଯାହାକି ସମ୍ପୂର୍ଣ୍ଣ କଳା ମୁଗୁନି ପଥରେ ନିମାର୍ଣ କରାଯାଇଛି । ଏହି ମନ୍ଦିର ଟି ୯୨୦ରୁ ୯୨୬ ଖ୍ରୀଷ୍ଟାଦ୍ଦ ସ୍ଥାପନ କରାଯାଇଥିବାର ସରକାରୀ ଭାବେ ଘୋଷଣା କରାଯାଇଛି ।ଓଟିଡିସି ତରଫରୁ ୧୨ ଲକ୍ଷ ବ୍ୟୟରେ ରଙ୍ଗିନ ଆଲୋକ ଲଗା ଯାଇଛି । ପ୍ରତି ଦୁଇ ମିନିଟରେ ଥରେ ତାର ରଙ୍ଗ ବଦଳୁଛି ।

  8. ୧୯୯୬ ମସିହା ଜୁଲାଇ ୧୧ ତାରିଖରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୁବନେଶ୍ୱରର ବରମୁଣ୍ଡାରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଥିଲା । ଯେଉଁଥିରେ ୩ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ଅଭିଯୁକ୍ତ । ଏହି ମାମଲାରେ ରାୟ ଆସିବା ସହ ୩ ଅଭିଯୁକ୍ତଙ୍କୁ ଦଣ୍ଡ ମିଳିଛି । ମାନ୍ୟବର କୋର୍ଟ ୩ ଅଭିଯୁକ୍ତ ରୁଦ୍ର, ଜିତୁ ଓ ଚିତ୍ତକୁ ଆଜୀବନ ସଜା ଦେଇଛନ୍ତି ।

  9. ଏସିଆନ ପାରା ଗେମ୍ସରେ ଭାଗ ନେଇଥିବା ଓଡ଼ିଶାର ଆଥଲେଟ୍ସଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୭ ଜଣ ଓଡ଼ିଆ ଆଥଲେଟଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଁଏ ସହାୟତା ଘୋଷଣା କରିଛନ୍ତି।

  10. ଖଲିସ୍ତାନୀ ସମର୍ଥକ ନିଜ୍ଜର ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ଭାରତରୁ ୪୧ କୁଟନୀତିଜ୍ଞଙ୍କୁ ଫେରାଇନେଇଛି କାନାଡ଼ା । ନିଜ୍ଜର ହତ୍ୟାକାଣ୍ଡ ପରେ ଦୁଇ ଦେଶ ମଧ୍ୟରେ ଚାଲିଥିବା କୂଟନୀତିଜ୍ଞ ବିବାଦ କାରଣରୁ ନିଜ ଦେଶକୁ ୪୧ ଜଣ କୂଟନୀତିଜ୍ଞଙ୍କୁ ଫେରାଇ ନେଇଛି।

  11. ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ତାଙ୍କ ପତ୍ରକାର ସାଥୀ ଆଣ୍ଡ୍ରେଆ ଜିଆମବ୍ରୁନୋଙ୍କ ଠାରୁ ବିଧିବଦ୍ଧ ଭାବେ ଅଲଗା ହୋଇଛନ୍ତି । ଫଳରେ ୧୦ ବର୍ଷର ସମ୍ପର୍କ ଏବେ ଚ୍ଛିନ୍ନ ହୋଇଛି । ୪୬ ବର୍ଷୀୟର ମେଲାନୀ କିଛି ଦିନ ତଳେ ଅବଶ୍ୟ ଏ ସମ୍ପର୍କରେ ସୂଚନା ଦେଇଥିଲେ ।

  12. ହମାସ୍ ଆତଙ୍କବାଦୀଙ୍କୁ ନିର୍ମୂଳ କରିବା ଲକ୍ଷ୍ୟରେ ଇସ୍ରାଏଲୀ ସେନା ଗାଜା ଅଞ୍ଚଳରେ ଆକ୍ରମଣ ଆହୁରି ତୀବ୍ର କରିଛି। ଇସ୍ରାଏଲ ସୀମାକୁ ଲାଗି ରହିଥିବା ଗାଜାର ବିଭିନ୍ନ ସହରରେ ଇସ୍ରାଏଲର ଲକ୍ଷାଧିକ ସେନା ଆକ୍ରମଣ ଜାରି ରଖିବା ସହ ହମାସ୍ ଆତଙ୍କବାଦୀଙ୍କୁ ନିପାତ କରିବାରେ ଲାଗିଛନ୍ତି।

  13. ୨୦୧୬ ମେ’ ୧ରେ ମୋଦୀ ସରକାରଙ୍କ ଦ୍ବାରା ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ଆରମ୍ଭ କରାଯାଇଥିଲା। ଗତ ମାସରେ କେନ୍ଦ୍ର କ୍ୟାବିନେଟ ଏହି ‌ଯୋଜନାକୁ ୨୦୨୫ -୨୬ ପର୍ଯ୍ୟନ୍ତ ସଂପ୍ରସାରଣ କରିଛି। ଏହା ଅନ୍ତର୍ଗତ ଆଗାମୀ ୩ ବର୍ଷରେ କେନ୍ଦ୍ର ସରକାର ଆଉ ୭୫ ଲକ୍ଷ ମାଗଣା ଏଲ୍‌ପିଜି ସଂଯୋଗ ଯୋଗାଇଦେବେ।

  14. ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କ ଗୋଟିଏ ଦିନରେ ୧,୩୩,୮୦୦ କୋଟି ଟଙ୍କା (୧୬.୧ ବିଲିଅନ ଡଲାର) ହରାଇଛନ୍ତି। ଟେସ୍‌ଲାର ତୃତୀୟ ତ୍ରୈମାସିକ ଫଳାଫଳ ନିରୁତ୍ସାହଜନକ ରହିବା ପରେ କଂପାନିର ସେୟ‌ାର ମୂଲ୍ୟ ହ୍ରାସ ପାଇଥିଲା।

  15. ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର ଦିନ କହିଛନ୍ତି ଯେ ୨୦୦୦ ଟଙ୍କିଆ ନୋଟ୍ ଫେରିବାରେ ଲାଗିଛି ଏବଂ ବର୍ତ୍ତମାନ କେବଳ ୧୦୦୦୦ କୋଟି ଟଙ୍କା ମୂଲ୍ୟର ନୋଟ୍ ଲୋକଙ୍କ ପାଖରେ ଅଛି ।

  16. ରାଜ୍ୟର ଜଣେ ମହିଳା ଡାକ୍ତର ଏକ ଅଭିନବ ନିଦାନ ଉତ୍ପାଦ ବିକାଶ କରିଛନ୍ତି ଯାହା ମୁଖଗହ୍ବର କ୍ୟାନସର ନିଦାନରେ ବୈପ୍ଳବିକ ପରିବର୍ତ୍ତନ ଆଣିବ। ସେ ହେଉଛନ୍ତି ଡାକ୍ତର ସ୍ବାଗତିକା ପଣ୍ଡା। ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଡେଣ୍ଟାଲ୍‌ ସାଇନ୍‌ସେସ୍‌ରେ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ସ୍ବାଗତିକାଙ୍କ ସେହି ଉତ୍ପାଦକୁ ଦେଶର ଅଗ୍ରଣୀ ଔଷଧ କଂପାନି ସୁପ୍ରିୟା ଲାଇଫ୍‌ ସାଇନ୍‌ସେସ୍‌ କିଣିଛି।

  17. ବିଶ୍ବ ଅର୍ଥନୀତି ପ୍ରତି ଭାରତର ଯୋଗଦାନ ବଢ଼ିବ। ଏବେ ବିଶ୍ବ ଅର୍ଥନୀତିରେ ଭାରତର ଭାଗ ୧୬ ପ୍ରତିଶତ ରହିଛି। ଆସନ୍ତା ୫ ବର୍ଷରେ, ଅର୍ଥାତ ୨୦୨୮ ସୁଦ୍ଧା ତାହା ୧୮ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍) ପକ୍ଷରୁ ଆକଳନ କରାଯାଇଛି। ଆଇଏମ୍ଏଫ୍‌ର ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ବିଭାଗର ନିର୍ଦ୍ଦେଶକ କ୍ରିଷ୍ଣା ଶ୍ରୀନିବାସନ ଏହି ସୂଚନା ଦେଇଛନ୍ତି।

  18. ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ତ୍ରୟୋଦଶତମ ସଂସ୍କରଣରେ ଅଷ୍ଟ୍ରେଲିଆ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି। ଶୁକ୍ରବାର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ଖେଳାଯାଇଥିବା ୧୮ତମ ମ୍ୟାଚରେ ଅଷ୍ଟ୍ରେଲିଆ ୬୨ ରନରେ ପାକିସ୍ତାନକୁ ପରାସ୍ତ କରିଛି।

  19. ରାଷ୍ଟ୍ରୀୟ ସଂୟ ସେବକ ସଂଗଠନ (ଆରଏସଏସ)କୁ ମସଜିଦ-ଚର୍ଚ୍ଚ ଥିବା ରାସ୍ତାରେ ରାଲି କିମ୍ବା ପଦଯାତ୍ରା କରିବାକୁ ଅନୁମତି ମଳିଛି। ୨୨ରୁ ୨୯ଅକ୍ଟୋବର ତାମିଲନାଡୁର ୩୫ଟି ସ୍ଥାନରେ ପଦଯାତ୍ରା ଆୟୋଜନ କରିବାକୁ ମାଡ୍ରାସ ହାଇକୋର୍ଟ ଆରଏସଏସକୁ ଅନୁମତି ଦେଇଛନ୍ତି।

  20. ମାମଲାର ଶୁଣାଣିରେ ବିଳମ୍ବକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ। କୋର୍ଟ ଶୁକ୍ରବାର କହିଛନ୍ତ, ଯଦି ନ୍ୟାୟିକ ବ୍ୟବସ୍ଥାରେ ଆଇନଗତ ପ୍ରକ୍ରିୟା ଏପରି ମନ୍ଥର ହୁଏ ତେବେ ଆବେଦନକାରୀମାନେ ନିରାଶ ହୋଇପାରନ୍ତି।

416 Y
1334 21-10-2023 English
  1. Chief Minister Naveen Patnaik Friday announced a four per cent hike in Dearness Allowance (DA) and Dearness Relief (DR) for state government employees and pensioners. With this raise, the rate of DA for Odisha government employees and DR for pensioners has now increased to 46 per cent from 42 per cent, an official said.

  2. Chief Minister Naveen Patnaik Friday inaugurated Location Accessible Multimodal Initiative (LAccMI), the affordable transportation scheme, in Gajapati district

  3.  Chief Minister Naveen Patnaik Friday announced a cash incentive of `10 lakh each for the seven paraathletes from Odisha who will be participating in the Hangzhou Asian Para Games beginning October 22.

  4. A local court here Friday awarded life imprisonment to three persons after convicting them for murder here in 1996.

  5. Keeping in mind the sufferings of thousands of home-bound commuters during the Puja holidays and, following intense parleys with the government, the striking private bus operators in the state blinked Friday evening and put their agitation on hold till October 31.

  6. Observing that litigants may become disillusioned if the legal process moves at a snail’s pace, the Supreme Court Friday issued directions, including a few to the High Courts, for ensuring speedy trial and disposal of old cases.

  7. Consistently sleeping less than five hours a night might raise the risk of developing depressive symptoms, according to a new genetic study. Both sleep duration and depression are partly inherited from one generation to the next, according to researchers. The study led by UCL (University College London) researchers and published in the journal Translational Psychiatry, analysed data from people with an average age of 65 and found short sleep was associated with the onset of depressive symptoms.

  8. Observing that manual scavengers have lived in bondage, systematically trapped in inhuman conditions for a long time, the Supreme Court Friday asked the Centre and state governments to completely eradicate manual scavenging across the country.

  9. As electric scooters become an increasingly popular mode of transportation, new research led by an Indianorigin scientist finds a 71 per cent increase in injuries reported in children and teens aged 18 and younger, with limited use of helmets resulting in the head as the most injured body part.

  10. Justice Siddharth Mridul was Friday sworn in as the Chief Justice of Manipur High Court during a ceremony held at the Raj Bhavan in Imphal. Manipur Governor Anusuiya Uikey administered the oath of office to Justice Mridul.

  11. Maharashtra Assembly Speaker Rahul Narwekar Friday decided to club the cross-petitions filed by the rival Shiv Sena factions seeking disqualification of each other's MLAs after a split in the party last year, and hear them together, an opposition legislator said after attending a hearing on the matter.

  12. Elon Musk said Friday social media platform X, formerly known as Twitter, will soon launch two new tiers of premium subscriptions. “One is lower cost with all features, but no reduction in ads, and the other is more expensive, but has no ads,” Musk said on a post on X

  13. The share of Russian oil in India’s overall imports rose to about two-fifths in the first half of fiscal 2023/24, consolidating Moscow’s position as the top supplier as refiners curbed purchase from the Middle East, industry data showed.

  14. Attempting to prepare for every possibility, which is now a part of its ethos, the Indian Space Research Organisation (ISRO) will carry out an abort test for the human space mission, Gaganyaan,

  15. Accusing the BJP-led government at the centre of misusing its power as well as central agencies, Chhattisgarh CM Bhupesh Baghel on Friday alleged that the central government will immediately take action against him on getting an opportunity.

  16. The two-day Punjab assembly session was cut short on its first day Friday with the AAP government announcing it would move the Supreme Court against the governor for not approving the three Bills that were to be tabled in the House.

  17. The CBI has unearthed a sophisticated network involving foreign elements which cheated Indians of hundreds of crore by luring them with job and loan offers as well as fooling them into investing in Ponzi schemes.

  18. Union Minister of Housing and Urban Affairs Hardeep Singh Puri on Friday said that India will have the world's second-largest operational urban transport metro system in a year and a half.

  19. A central air quality panel announced on Friday that starting November 1, only electric, CNG and BS VI-compliant diesel buses will be allowed to operate between Delhi and cities and towns in Haryana, Uttar Pradesh and Rajasthan falling within NCR.

  20. Taking a grim view of incidents of sewer deaths in the country, the Supreme Court today said government authorities will have to pay ₹ 30 lakh as compensation to the family of those who die while cleaning sewers.

412 Y
1335 20-10-2023 Odia
  1. ପାଲେଷ୍ଟିନୀୟ ଆତଙ୍କବାଦୀ ଗୋଷ୍ଠୀ ହମାସ୍‌ ଇସ୍ରାଏଲ ଉପରେ ଶତାଧିକ ରକେଟ୍‌ ମାଡ଼ କରିବା ପରେ ସ୍ଥିତି ବିସ୍ଫୋରକ ରହିଛି। ଅନ୍ୟପକ୍ଷେ ଇସ୍ରାଏଲ ସେନା ମଧ୍ୟ ଗାଜାରେ ହମାସ୍‌ର ବିଭିନ୍ନ ଠିକଣା ଏବଂ ହମାସ ସହ ସମ୍ବନ୍ଧିତ ପ୍ରତିଷ୍ଠାନଗୁଡ଼ିକ ଉପରେ ବୋମାମାଡ଼ କରିଛି। 

  2. ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଯୁଦ୍ଧଗ୍ରସ୍ତ ଇସ୍ରାଏଲ ଯିବାର ଦିନକ ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଆଜି ଇସ୍ରାଏଲ ଗସ୍ତ କରିଛନ୍ତି। ୨ ଦିନିଆ ମଧ୍ୟପ୍ରାଚ୍ୟ ଗସ୍ତରେ ଥିବା ସୁନକ ଆଜି ଇସ୍ରାଏଲରେ ପହଞ୍ଚିବାପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଇସ୍ରାଏଲର ସବୁଠୁ ଖରାପ୍‌ ସମୟରେ ବ୍ରିଟେନ୍‌ ଇସ୍ରାଏଲ ସହ ରହିବ ‌ବୋଲି ସୁନକ ନେତାନ୍ୟାହୁଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। 

  3. ଦିଲ୍ଲୀ ହାଇକୋର୍ଟ ଗୁରୁବାର କହିଛନ୍ତି ଯେ, ମନିଲଣ୍ଡରିଂ ନିରୋଧ ଆଇନ (ପିଏମ୍‌ଏଲ୍‌ଏ)ର ଧାରା ୧୯ ଅନୁସାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଗିରଫ କରିବାର ଅଧିକାର ଅସୀମିତ ନୁହେଁ। ଅର୍ଥାତ୍ ଇଡି ମନଇଚ୍ଛା ବା ନିଜର ଖିଆଲଖୁସି ଅନୁସାରେ କାହାକୁ ଗିରଫ କରିପାରିବନି।

  4. ଅପ‌ରେସନ ଅଜୟ ଅଧୀନରେ ଭାରତ ସରକାର ଯୁଦ୍ଧଗ୍ରସ୍ତ ଇସ୍ରାଏଲରୁ ୧୨୦୦ ଭାରତୀୟଙ୍କୁ ଫେରାଇ ଆଣିଲେଣି। ୫ଟି ବିମାନରେ ୧୨୦୦ ଭାରତୀୟ ଇସ୍ରାଏଲରୁ ସ୍ବଦେଶକୁ ଫେରିଛନ୍ତି। 

  5. ଓଡ଼ିଶାରେ ୨୦୨୨-୨୩ ଆର୍ଥିକବର୍ଷରେ ସର୍ବାଧିକ କୋଇଲା ଉତ୍ପାଦନ ହୋଇଛି। ଓଡ଼ିଶାରେ କୋଇଲା ଉତ୍ପାଦନ ପରିମାଣ ୨୧୮.୯୮୧ ନିୟୁତ ଟନ୍‌ (ଏମ୍‌ଟି) ରହିଛି। ଛତିଶଗଡ଼ ୧୫୬.୪୫୫ ଏମ୍‌ଟି ସହ ଦ୍ବିତୀୟ ସ୍ଥାନରେ ଥିବାବେଳେ ଝାଡ଼ଖଣ୍ଡ ୧୫୬.୪୪୫ ଏମ୍‌ଟି ସହ ତୃତୀୟ ସ୍ଥାନରେ ରହିଛି।

  6. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ରାଜ୍ୟ କ୍ୟାବିନେଟ ବୈଠକ । ଏହି ବୈଠକରେ ୭ ବିଭାଗର ୧୬ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ମୁଣ୍ଡାରୀ ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ସେହିପରି ସଂଗ୍ରହାଳୟର ସୁପରିଚାଳନା, ପ୍ରତ୍ନତତ୍ବ ଓ ଗ୍ରନ୍ଥାଳୟ ପାଇଁ ଗଠନ ହେବ ୩ଟି ସ୍ବତନ୍ତ୍ର ନିର୍ଦ୍ଦେଶାଳୟ । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଅଧିନରେ ଏହି ନିର୍ଦ୍ଦେଶାଳୟ କାର୍ଯ୍ୟ କରିବ ।

  7. ରାଜ୍ୟ ସରକାର ଦ୍ବିତୀୟ ପର୍ଯ୍ୟାୟରେ ପାର୍ବତୀ ଗିରି ବୃହତ ଉଠା ଜଳସେଚନ ଯୋଜନାକୁ ଅନୁମୋଦନ ପ୍ରଦାନ କରି ଉକ୍ତ ଯୋଜନା ମାଧ୍ୟମରେ ୧୦,୭୫୯ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ ନଦୀ, ଜଳଭଣ୍ଡାର ଏବଂ କେନାଲରୁ ଜଳ ଉତ୍ତୋଳନ କରାଯାଇ ୨,୬୩,୮୦୧ ହେକ୍ଟର ଜମିକୁ ଜଳସେଚନର ସୁବିଧା ଯୋଗାଇ ଦିଆଯିବା

  8. ଆଇସିସି ଦିନିକିଆ ବିଶ୍ୱକପ୍‌ ୨୦୨୩ । ପୁନେରେ ଆଜି ଭାରତ ଓ  ବାଂଲାଦେଶ ମଧ୍ୟରେ ହାଇଭୋଲଟେଜ୍‌ ମ୍ୟାଚ୍‌ ଖେଳାଯାଇଥିଲା। ଟସ୍‌ ଜିତି ବାଂଲାଦେଶର ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୨୫୬ ରନ କରିଥିଲା ।

  9. ଦଶହରା ପାଇଁ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି ହେବ । ଷଷ୍ଠୀରୁ ଭସାଣୀ, ରାଜଧାନୀ ହେବ ପୋଲିସ ଛାଉଣୀ । ମୁତୟନ ହେବେ ୩୧ ପ୍ଲାଟୁନ ଫୋର୍ସ, ସିସିଟିଭି ନଜରରେ ରହିବ ରାସ୍ତାଘାଟ ଓ ଗଳିକନ୍ଦି । ରାଜଧାନୀରେ ଏଥର ୧୮୮ ଟି ମେଢ଼ ପୂଜା ପାଇବେ । 

  10. ଚଳିତ ବର୍ଷ କଟକ ଦୁର୍ଗା ପୂଜା ପାଇଁ ସହରରେ ମୋଟ ୫୫ ପ୍ଲାଟୁନ ପୁଲିସ ଫୋର୍ସ, ୬୩୬ ହୋମଗାର୍ଡ, ୮ ଶହରୁ ଉର୍ଦ୍ଧ୍ବ କନେଷ୍ଟବଳ, ୧୪୦ ଜଣ ହାବିଲଦାର, ୩୫୦ ସବ ଇନେସ୍ପେକ୍ଟର, ୫୦ରୁ ଉର୍ଦ୍ଧ୍ବ ଇନିସପେକଟର, ୩୪ ଜଣ DSP, ୮ ଜଣ ଅତିରିକ୍ତ ଡିସିପି ନିୟୋଜିତ ହେବେ ବୋଲି ସୂଚନା ଦିଆ ଯାଇଛି । ଏହା ସହିତ ୬ ଶହ ସିସିଟିଭିକୁ ନିୟୋଜିତ କରାଯାଇଛି।

  11. ଦ୍ରୁତ ଗତିରେ ଗାଡ଼ି ଚଳାଉଥିବାରୁ ଭାରତୀୟ କ୍ରିକେଟ୍ ଅଧିନାୟକ ରୋହିତ ଶର୍ମାଙ୍କ ଚାଲାଣ କଟିଛି।  ଘଣ୍ଟା ପ୍ରତି ୨୦୦କିଲୋମିଟର ବେଗରେ ଗାଡ଼ି ଚଳାଉଥିବାରୁ ୩ଥର ରୋହିତଙ୍କ ନାଁରେ ଚାଲାଣ କଟିଛି। ପୁଣେ-ମୁମ୍ବଇ ଏକ୍ସପ୍ରେସ୍‌ ୱେରେ ଅତ୍ୟନ୍ତ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ବେଳେ ଏହି ଚାଲାଣ କଟିଛି।

  12. ୨୦୨୭ ସୁଦ୍ଧା ଭାରତ ବିଶ୍ବର ତୃତୀୟ ବୃହତ ଅର୍ଥନୀତି ବିଶିଷ୍ଟ ରାଷ୍ଟ୍ରରେ ପରିଣତ ହେବ। ତେବେ ୨୦୩୦ ସୁଦ୍ଧା ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ଦ୍ୱିଗୁଣିତ ହୋଇ ୭ ଟ୍ରିଲିୟନ ଡଲାରରେ ପହଞ୍ଚିବ ବୋଲି ଜେପି ମୋର୍ଗାନ୍‌ ପକ୍ଷରୁ ପୂର୍ବନୁମାନ କରାଯାଇଛି। 

  13. ଭାରତୀୟ ମେଡିକାଲ ରିସର୍ଚ୍ଚ କାଉନସିଲ (ଆଇସିଏମ୍‌ଆର୍‌) ପ୍ରଥମ ଥର ପାଇଁ ଏକ ପୁରୁଷ ଗର୍ଭନିରୋଧକର ସଫଳ ପରୀକ୍ଷା କରିଛି। ଏହି ଗର୍ଭନିରୋଧକ ପୁରୁଷଙ୍କଠାରେ ଦୀର୍ଘକାଳୀନ ପ୍ରଭାବ ରଖୁଛି। ଆଇସିଏମ୍‌ଆର୍ ୭ ବର୍ଷ ଧରି ଗବେଷଣା କରିବା ପରେ ଏହି ସଫଳତା ପାଇଛି।

  14. ଗୁଜରାଟ ହାଇକୋର୍ଟ ଚାରିଜଣ ଗୁଜରାଟୀ ପୁଲିସଙ୍କୁ ୧୪ ଦିନର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ସେମାନେ ଗତବର୍ଷ ଅକ୍ଟୋବର ମାସରେ ଖେଦା ଜିଲ୍ଲାର ଉନଦେଲାଠାରେ ତିନିଜଣ ମୁସଲମାନ ବ୍ୟକ୍ତିଙ୍କୁ ଏକ ଖୁଣ୍ଟରେ ବାନ୍ଧି ସର୍ବସାଧାରଣରେ ପିଟିଥିଲେ। 

  15. ୟୁଟ୍ୟୁବ୍‌ର ନୂଆ ଲୁକ୍‌ ଓ ନୂଆ ଫିଚର୍‌ ପାଇଁ ଏବେ ଯୋଜନା ଆରମ୍ଭ ହୋଇଛି। ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ କମ୍ପାନି ଏବେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ)ର ଉପଯୋଗ କରି ଅନେକ ଫିଚର ଲଞ୍ଚ୍‌ କରିବାକୁ ଯାଉଛି।

  16. ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ହ୍ୱାଟସଆପ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର ଆସିଛି । ଖୁବଶୀଘ୍ର ଗୋଟିଏ ଆପରେ ଦୁଇଟି ହ୍ୱାଟସଆପ ଆକାଉଣ୍ଟ ବ୍ୟବହାର କରିବା ସମ୍ଭବ ହେବାକୁ ଯାଉଛି ।

  17. ଗୁଗୁଲ୍ ଚଳିତ ସପ୍ତାହରେ ଏହାର ନ୍ୟୁଜ୍‌ ଡିଭିଜନରେ କାର୍ଯ୍ୟରତ ଅନେକ କର୍ମଚାରୀଙ୍କୁ ଛଟେଇ କରିଛି। ଆଲଫାବେଟ୍‌ ୱାର୍କର୍ସ ୟୁନିୟନର ମୁଖପାତ୍ରଙ୍କ କହିବା ଅନୁସାରେ, ଗୁଗଲ୍ ନ୍ୟୁଜରେ କାର୍ଯ୍ୟରତ ଆନୁମାନିକ ୪୦ରୁ ୪୫ ଜଣ କର୍ମଚାରୀ ଚାକିରି ହରାଇଛନ୍ତି। 

  18. ଗୁଜରାଟର ସୁରଟରେ ଜଣେ ୪ ଦିନର ବ୍ରେନ୍‌ଡେଡ୍‌ ନବଜାତ ଅଙ୍ଗଦାନ କରିଛନ୍ତି। ଏହି ଅମୂଲ୍ୟ ଦାନ କେତେଜଣ ଶିଶୁଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇପାରିବ ବୋଲି ଡାକ୍ତରମାନେ ପ୍ରକାଶ କରିଛନ୍ତି।

  19. ଦେଶର ପ୍ରଥମ ରାପିଡଏକ୍ସ ଟ୍ରେନ ‘ନାମୋ ଭାରତ’ ନାମରେ ପରିଚିତ ହେବ। ଅକ୍ଟୋବର ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ।

  20. ସାଇବର ଅପରାଧକୁ ଦମନ କରିବା ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ବୁଧବାର ରେ ଦେଶବ୍ୟାପୀ ଅଭିଯାନ ‘ଅପରେସନ ଚକ୍ର ୨’ ଆରମ୍ଭ କରିଛି।

446 Y
1336 20-10-2023 English
  1. Prime Minister Narendra Modi Thursday conveyed his condolences to President of Palestinian Authority Mahmoud Abbas over the deaths of civilians at a hospital in Gaza and reiterated India’s long-standing “principled position” on the Israel-Palestine issue.

  2. Canada said Thursday it had withdrawn 41 diplomats from India -- fallout from a bitter row over the killing of a Khalistani terrorist on Canadian soil.

  3. Sri Lanka’s anti-graft commission drops case against Gotabaya Rajapaksa in which over `17 million was discovered

  4. Virat Kohli’s 48th ODI ton helps India secure a comfortable 7-wicket victory over B’desh in the ongoing World Cup.

  5. The Indian Council of Medical Research (ICMR) has completed the clinical trials of the world's first injectable male contraceptive which showed that it is safe and highly efficacious without any serious side effects. The findings of the phase-III clinical trial, which involved 303 candidates aged 25-40 years, were published in the international open access Andrology journal last month.

  6. Creation of three new directorates for the promotion and preservation of Odisha’s cultural, archaeological and literary heritage is among the 16 proposals approved by the state Cabinet, chaired by Chief Minister Naveen Patnaik, Thursday.

  7. Odisha will soon have its first narco analysis test centre at Capital Hospital here, the facility’s director Laxmidhar Sahoo said after a meeting with State Forensic Science Laboratory (SFSL) officials, Thursday.

  8. The Supreme Court Thursday directed the Principal Secretaries of the Ministry of Women and Child Development of all states to ensure appointment of an officer in every district within four weeks to oversee effective implementation of the Sexual Harassment at Workplace (Prevention, Prohibition and Redressal) Act.

  9. Troublemakers better take note as the Commissionerate Police has decided to throw a thick blanket of security on City thoroughfares by deploying 31 platoons of police force during the Durga Puja from October 20 to 25.

  10. Determining whether a person is diabetic could be as easy as having them speak a few sentences into their smartphone, according to a groundbreaking study that combines voice technology with artificial intelligence in a major step forward in diabetes detection.

  11. The CBI has conducted searches at 76 locations across the country under Operation Chakra-2 after registering five separate cases of cyber-enabled financial fraud, including a `100-crore crypto scam, officials said Thursday.

  12. The Supreme Court Wednesday sought response of the Delhi Police on pleas of NewsClick founder Prabir Purkayastha and its HR head Amit Chakravarty against their arrest under anti-terror law UAPA.

  13.  Trains of the Regional Rapid Transit System (RRTS), to be inaugurated by Prime Minister Narendra Modi Friday, will be known as ‘Namo Bharat’, Union Minister Hardeep Singh Puri announced. The 17-km priority section of the Delhi-Ghaziabad-Meerut RRTS Corridor is slated to be opened for passengers October 21

  14. China has more than 500 nuclear bombs in its arsenal and is developing new Inter-Continental Ballistic Missiles (ICBMs) that will significantly improve its nuclear-capable missile forces, the Pentagon said Thursday.

  15. The country spent more than `3.85 lakh crore on coal imports last year, the government said Thursday.

  16. GST Intelligence Officers have detected GST evasion of `1.36 lakh crore in the current fiscal, the finance ministry said Wednesday.

  17. The Indian government Thursday decided to allow restriction-free imports of laptops and tablets, and launched a new system of “authorization” aimed at monitoring shipments of such hardware without hurting market supply.

  18. US encouraged India to work towards offering equal legal protection to same-sex couples and was "closely monitoring follow-up steps" from the Indian government after the Court declined to legalize same-sex marriage, the U.S. State Department said.

  19. Spiritual guru Bangaru Adigalar, popularly known as 'Amma', who brought in revolutionary reforms such as paving the way for women to enter the sanctum sanctorum of Shakti temples, passed away near here on Thursday, sources said.

  20. Vande Bharat services are expected to be introduced in Srinagar within this financial year after the Jammu-Srinagar line becomes functional, Railway Minister Ashwini Vaishnaw said here on Thursday.

423 Y
1337 19-10-2023 Odia
  1. ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଉପସଭାପତି ରଘୁବର ଦାସ ହେବେ ଓଡ଼ିଶାର ନୂଆ ରାଜ୍ୟପାଳ। ପ୍ରଫେସର ଗଣେଶୀ ଲାଲଙ୍କ ଉତ୍ତରାଧିକାରୀ ଭାବରେ ଶ୍ରୀ ଦାସଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଯୁକ୍ତି ଦେଇଛନ୍ତି। ରାଷ୍ଟ୍ରପତି ଭବନରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ରଘୁବର ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବରେ ଅବସ୍ଥାପିତ ହେବେ।

  2. କେନ୍ଦ୍ର ସରକାର ତା’ର କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୪ପ୍ରତିଶତ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ମହଙ୍ଗା ଭତ୍ତା ଅର୍ଥାତ୍‌ ‘ଡିଏ’ ହାର ୪୨ପ୍ରତିଶତରୁ ୪୬ ପ୍ରତିଶତକୁ ବୃଦ୍ଧି ପାଇଛି।

  3. ଗାଜାରେ ଗତକାଲି ଏକ ହସ୍ପିଟାଲରେ ହୋଇଥିବା ବିସ୍ଫୋରଣରେ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ବିସ୍ଫୋରଣ ପାଇଁ ହମାସ ଇସ୍ରାଏଲକୁ ଦାୟୀ କରିଥିଲା

  4. ମିଳିତ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ବୁଧବାର କହିଛନ୍ତି ଯେ, ଇସ୍ରାଏଲ ଉପରେ ହମାସ୍‌ର ଆକ୍ରମଣ ପାଇଁ ପାଲେଷ୍ଟାଇନବାସୀଙ୍କୁ ସାମୂହିକ ଦଣ୍ଡ ଦେବା ଯୁକ୍ତିଯୁକ୍ତ ନୁହେଁ ଏବଂ ତୁରନ୍ତ ଅସ୍ତ୍ରବିରତି ଲାଗୁ ହେବା ଜରୁରୀ।

  5. ୨୦୨୨ ଓ ୨୦୨୩ରେ ଦୁଇଟି ଘଟଣାରେ ଜୟନାରାୟଣ ମିଶ୍ରଙ୍କ ବିରୋଧରେ ସମ୍ବଲପୁରରେ ଦୁଇଟି ମାମଲା ହୋଇଥିଲା । ଏହି ଦୁଇଟି ମାମଲାରେ ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି।

  6. ଆଇସିସି ବିଶ୍ବକପ୍‌-୨୦୨୩ର ୧୬ତମ ମ୍ୟାଚ୍‌ରେ ବୁଧବାର ଦିନ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମୁହାଁମୁହିଁ ହୋଇଥିଲେ। ସ୍ଥାନୀୟ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଆଫଗାନିସ୍ତାନ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ନ୍ୟୁଜିଲାଣ୍ଡ ଦଳ ବ୍ୟାଟିଂ କରିଥିଲା।  ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ ହରାଇ ୨୮୮ ରନ୍‌ ସଂଗ୍ରହ କରିିଥିଲା।

  7. ପୂଜା ବଜାରକୁ ସରଗରମ କରିବା ପାଇଁ ରିଲିଜ ଅପେକ୍ଷାରେ ୩ଟି ନୂଆ ଫିଲ୍ମ । ରାମ, ମାଲ୍ୟାଗିରୀ କୁ ଟକ୍କର ଦେବ ଓଡ଼ିଆ ଫିଲ୍ମ କଟକ । ପୂଜାରେ ଅରିନ୍ଦମ, ବାବୁସନ, ସିଦ୍ଧାନ୍ତ, ଅନୁଭବ, ଦେବାଶିଷ, ଅମ୍ଳାନଙ୍କ ସହ ବଲିଉଡ ଅଭିନେତା ରାହୁଲ ଦେବଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମର ସଫଳତା ପାଇଁ ଆଶାବାଦୀ ପୂରା ଟିମ୍ ।

  8. ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର ୧୧.୦୭ ଲକ୍ଷରୁ ଅଧିକ ରେଳ କର୍ମଚାରୀ ମାନଙ୍କ ପାଇଁ ବଡ଼ ନିଷ୍ପତି ନେଇଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ନନ-ଗାଜେଟଡ କର୍ମଚାରୀ ମାନଙ୍କୁ ୭୮ ଦିନର ପ୍ରଡକ୍ଟିଭିଟି ବୋନସ ଦେବାକୁ ଘୋଷଣା କରିଛନ୍ତି।

  9. ଅତ୍ୟାଧନିକ ଓପିଟିସିଏଲ ( ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିଃ )  ଟେକ ଟାୱାର ଲୋକାର୍ପିତ । ଆଜି  ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୫୫ କୋଟି ଟଙ୍କାରେ ନିର୍ମିତ ହୋଇଛି ଏହି ଟେକ ଟାୱାର। ଭୁବନେଶ୍ବର ସହିଦ ନଗରରେ ଏହି ଓପିଟିସିଏଲ ଟେକ ଟାୱାର ରହିଛି।

  10. କୋରାପୁଟ ଜିଲ୍ଲା ଜୟପୁର ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ବିଇଡି ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତ ଶିକ୍ଷା ବର୍ଷରେ ମୋଟ ୫୦ଟି ସିଟ୍‌‌ରେ ନାମଲେଖା ହେବ। ଯେଉଁମାନେ ଚଳିତଥର ବିଇଡି ପ୍ରବେଶିକା ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଛନ୍ତି, ସେମାନେ ନାମଲଖା ପାଇଁ ଆବେଦନ କରିପାରିବେ।

  11. ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ବୁଧବାର କଂଗ୍ରେସ ଦ୍ୱିତୀୟ ପର୍ଯ୍ୟାୟରେ ୫୩ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି।

  12. ସୁନା ମୂଲ୍ୟରେ ପୁଣି ବୃଦ୍ଧି ଘଟିଛି। ବୁଧବାର ୫୦୦ ଟଙ୍କା ବୃଦ୍ଧି ସହ ସୁନା ୧୦ ଗ୍ରାମ ପିଛା ୬୦,୬୫୦ ଟଙ୍କାରେ ପହଞ୍ଚିଛି। ବିଶ୍ୱ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ମଧ୍ୟ ଦେଖାଯାଉଛି।

  13. ଓଡ଼ିଶା ହାଇକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି ଡା. ଏସ. ମୁରଲୀଧର ପୁଣିଥରେ ଓକିଲାତି ପେଶାକୁ ଫେରିବେ। 

  14.  ଚିନି ରପ୍ତାନି ସମ୍ପର୍କରେ ବୁଧବାର କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି। ଅକ୍ଟୋବର ୩୧, ୨୦୨୩ ପରେ ମଧ୍ୟ ଦେଶରୁ ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଜାରି ରହିବ।

  15. ମାଳଦ୍ବୀପର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ମହମ୍ମଦ ମୁଇଜୁ ଦ୍ବୀପଦେଶରୁ ଭାରତୀୟ ସେନାକୁ ତଡ଼ିବା ତାଙ୍କର ପ୍ରଥମ ପ୍ରାଥମିକତା ହେବ ବୋଲି ଦୋହରାଇଛନ୍ତି।

  16. ଖୁବ୍‌ଶୀଘ୍ର ଚିଲିକା ଜଳରାଶିରେ ଭାସିବ ବିଳାସପୂର୍ଣ୍ଣ ରେସ୍ତୋରାଁ। ଏଥିପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ସବୁପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରାୟ ସାଢ଼େ ୬ କୋଟି ଟଙ୍କା ଖର୍ଚ୍ଚ‌ରେ ହେବାକୁ ଥିବା ଏହି ରେସ୍ତୋରାଁ‌ରେ ପର୍ଯ୍ୟଟକମାନେ ବିଭିନ୍ନ ରାଜକୀୟ ସେବା ପାଇବେ। ଏଥିରେ ପର୍ଯ୍ୟଟକମାନେ ଚିଲିକା ବୁଲିବା ସହ ରାତ୍ରିଯାପନ ବି କରିପାରିବେ।

  17. ୨୦୧୯ ନକଲି ଜନ୍ମ ପ୍ରମାଣପତ୍ର ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌, ତାଙ୍କ ପତ୍ନୀ ତାଜିନ ଫାତିମା ଓ ପୁଅ ଅବଦୁଲ୍ଲା ଆଜମଙ୍କୁ ଦୋଷୀ ସାବ୍ୟସ୍ତ କରି ରାମପୁରର ଏକ ଅଦାଲତ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

  18. ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୱେଲ୍‌ସ୍ପନ୍‌ର ଅଧ୍ୟକ୍ଷ ବାଲ୍‌କ୍ରିଷ୍ଣ ଗୋଏଙ୍କା ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି।

  19. ଇସ୍ରାଏଲ୍‌-ହମାସ ଲଢ଼େଇ ଜୋରଦାର ହେବା ପରେ ଭାରତୀୟ ଷ୍ଟକ୍‌ବଜାର ଉପରେ ତାହାର ପ୍ରଭାବ ପଡ଼ିଛି। ଆଜି ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ସେନ୍‌ସେକ୍ସ ୫୫୧ ପଏଣ୍ଟ ହ୍ରାସ ପାଇ ୬୫,୮୭୭ ପଏଣ୍ଟ୍‌ରେ ବନ୍ଦ ହୋଇଛି।

  20. ଚଳିତ ଆର୍ଥିକ ବର୍ଷରେ ଜିଏସ୍‌ଟି ଗୁଇନ୍ଦା ଅଧିକାରୀମାନେ ୧.୩୬ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଠାବ କରିଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଜିଏସଟି ଗୁଇନ୍ଦା ମହାନିର୍ଦ୍ଦେଶାଳୟ ଉନ୍ନତ ଡାଟା ଆନାଲିଟିକ୍ସକୁ ବ୍ୟବହାର କରି ଠକେଇ ଧରିବାକୁ ଉଦ୍ୟମ କରୁଛି।

395 Y
1338 19-10-2023 English
  1. The Rashtrapati Bhavan announced Wednesday that former Chief Minister of Jharkhand, Raghubar Das has been appointed as the Governor of Odisha. He replaces Professor Ganeshi Lal who assumed the Governor’s office in the state May 29, 2018. His tenure ended earlier this year.

  2. The Union Cabinet on Wednesday approved release of an additional installment of dearness allowance (DA) to central government employees and dearness relief (DR) to pensioners from July 1, 2023 onwards, representing an increase of 4 per cent over the existing rate of 42 per cent of the basic pay and pension, to compensate against price rise.

  3. Ahead of Assembly polls in key wheat growing states, the government announced Wednesday an increase in the minimum support price (MSP) of wheat by `150 to `2,275 per quintal for the 2024-25 marketing season.

  4. Chief Minister Naveen Patnaik inaugurated Odisha Power Transmission Corporation Limited (OPTCL) Tech Tower, the public enterprise’s corporate office, in Saheed Nagar area of the City, Wednesday

  5. Passengers are in for a tough time during the festive season as the Private Bus Owners’ Association has decided to keep vehicles off the roads from October 20 protesting against the state government’s Location Accessible Multi-modal Initiative (LAccMI) programme.

  6. A Delhi court convicted Wednesday five people for the murder of television journalist Soumya Vishwanathan, who was shot dead 15 years ago while she was returning home from work.

  7. Odisha has come up with SOPs to meet the challenges of drinking water across the state, especially in villages, before the onset of next year’s summer

  8. Medical instruments worth over Rs 60 lakh have been stolen from the Capital Hospital here Tuesday night, an official said Wednesday. Some employees and security personnel are suspected to have been involved in it, he said.

  9. Former chief justice of Orissa High Court Justice Dr S Muralidhar is slated to begin practice law before the Supreme Court as he was designated as senior advocate October 16.

  10. India's fastest woman Dutee Chand has expressed optimism that same-sex marriage will become a reality one day. Chand made the remark while expressing her views on the apex court's judgment on the legality of same-sex marriage.

  11. Tribal dominated Mayurbhanj district got three of the four pairs of trains that were recently approved by the Indian Railways in the South Eastern Railway jurisdiction, officials said Wednesday.

  12. A building of the newly established Odisha University of Health Sciences (OUHS) in Ekamra Kshetra here was unveiled by Health Minister Niranjan Pujari Wednesday.

  13. Revenue Divisional Commissioner (RDC) (Central Division) Suresh Chandra Dalai has appealed to the devotees to donate mature Phasi, Asan and Dhaura timber for construction of chariots of Lord Jagannath and His siblings, Lord Balabhadra and Devi Subhadra, for the annual Rath Yatra in Puri.

  14. Tamil Nadu Tourism department, in association with the state IT department, is developing a tourism app that will cater to all the needs of both domestic and international tourists wishing to explore the state.

  15. The Income Tax department has seized unaccounted cash of Rs 32 crore and gold bullion worth Rs 28 crore after its recent searches against two business groups, including one linked to DMK MP S Jagathrakshakan, in Tamil Nadu and Pondicherry.

  16. The government Wednesday approved setting up of a Rs 20,773.70 croretransmission line for evacuation of solar power from a 13 GW renewable energy project in Ladakh to Kaithal in Haryana.

  17. Walmartowned PhonePe said Wednesday its consolidated revenue for financial year 2023 surged 77%, as more customers used its platform to send and receive money in India’s booming digital payments market.

  18. Going by the current form of the teams, the popular pre-match prediction of India’s World Cup game against Bangladesh here Thursday will be a romp for Rohit Sharma’s men.

  19. The extraordinary powers of the Enforcement Directorate will come under the scanner of the Supreme Court again with the judges agreeing to hear another batch of petitions challenging them.

  20. A police sub-inspector posted in Pune district who recently shot to fame after winning ₹ 1.5 crore on a fantasy sports platform was suspended for alleged misconduct on Wednesday, an official said.

413 Y
1339 18-10-2023 Odia
  1. ମୋଦୀ ସରକାର ଦୀପାବଳୀ ଅବସରରେ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ବଡ଼ ଉପହାର ଦେଇଛନ୍ତି। ସରକାର ମଙ୍ଗଳବାର (୧୭ ଅକ୍ଟୋବର) ଦୀପାବଳୀ ବୋନସ ଦେବାକୁ ଘୋଷଣା କରିଛନ୍ତି। ଏହାରି ମାଧ୍ୟମରେ ଗ୍ରୁପ -ବି ଏବଂ ଗ୍ରୁପ -ସି ବର୍ଗର କର୍ମଚାରୀଙ୍କୁ ୩୦ ଦିନର ଅତିରିକ୍ତ ଦରମା ମିଳିବ।

  2. ରିଉଟର୍ସ ରିପୋର୍ଟ ଅନୁଯାୟୀ ଦିଲ୍ଲୀରେ ମଙ୍ଗଳବାର ୧୭ ଅକ୍ଟୋବରକୁ ଗହମର ଦାମ୍ ୧.୬ ପ୍ରତିଶତ ବୃଦ୍ଧି ପାଇଁ ୨୭,୩୯୦ ଟଙ୍କା ପ୍ରତି ମେଟ୍ରିକ ଟନରେ ପହଞ୍ଚିଛି, ଯାହା ୧୦ ଫେବୃଆରୀ ୨୦୨୩ ପରେ ସବୁଠୁ ମହଙ୍ଗା ଅଟେ।

  3. ଓଡ଼ିଶାର ଜାଭେଲିନ୍ ତାରକା କିଶୋର କୁମାର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରିଛନ୍ତି। କିଶୋର ସେଠାରେ ବ୍ୟକ୍ତିଗତ ଶ୍ରେଷ୍ଠ ୮୭.୫୪ ମିଟର ହାସଲ କରି ରୌପ୍ୟ ପଦକ ହାସଲ କରିଥିଲେ।

  4. ହମାସ୍ ଆତଙ୍କବାଦୀଙ୍କୁ ନିର୍ମୂଳ କରିବା ଲକ୍ଷ୍ୟରେ ଇସ୍ରାଏଲୀ ସେନା ଗାଜା ଅଞ୍ଚଳରେ ଆକ୍ରମଣ ଆହୁରି ତୀବ୍ର କରିଛି। ଏପରିକି ସୁଡ଼ଙ୍ଗ ମଧ୍ୟରେ ଆତ୍ମଗୋପନ କରିଥିବା ଆତଙ୍କବାଦୀଙ୍କୁ ମଧ୍ୟ ନିସ୍ତାର ମିଳିନାହିଁ। ପ୍ରାୟ ୧୦ ହଜାରରୁ ଅଧିକ ସୈନିକ ହମାସ୍ ସୁଡ଼ଙ୍ଗ ମଧ୍ୟରେ ପଶି ହମାସ୍ ଆତଙ୍କବାଦୀଙ୍କୁ ନିପାତରେ ଲାଗିଛନ୍ତି ବୋଲି ସୂଚନା ମିଳିଛି।

  5. ଚନ୍ଦ୍ରଯାନ-୩ର ସଫଳତା ପରେ ଭାରତୀୟ ବୈଜ୍ଞାନିକମାନଙ୍କ ମଧ୍ୟରେ ମହାକାଶ ପ୍ରତି ଉତ୍ସାହ ଅଧିକ ରହିଛି। ଚନ୍ଦ୍ରଯାନ-୩ ମିଶନ ପରେ ଆଦିତ୍ୟ L1 ର ସଫଳତା ସମଗ୍ର ବିଶ୍ୱକୁ ଚକିତ କରିଛି। ମହାକାଶରେ ଏକ ଦୃଢ ଉପସ୍ଥିତି ବଜାୟ ରଖିବା ପାଇଁ ଭାରତ ଏହିପରି ମିଶନ ଜାରି ରଖିବ। ଏହି କ୍ରମରେ ଏବେ ଗଗନଯାନ ମିଶନରେ ଜୁଟିଯାଇଛନ୍ତି ଇସ୍ରୋ ବୈଜ୍ଞାନିକ ।

  6. ଦିଲ୍ଲୀର ବିଜ୍ଞାନ ଭବନରେ ୬୯ତମ ଜାତୀୟ ଚଳଚିତ୍ର ପୁରଷ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି । ପୁଷ୍ପା ଚଳଚିତ୍ର ପାଇଁ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ‘ପୁଷ୍ପା ଦି ରାଇଜ୍ ‘ ଦର୍ଶକଙ୍କୁ ଆକର୍ଷିତ କରିଥିଲା ।  ‌କ୍ରୀତି ସନନ‌ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ସମ୍ମାନୀତ କରାଯାଇଛି ।

  7. ଚଳଚିତ୍ର ମିମି ପାଇଁ କ୍ରୀତି ସାନନ ଏବଂ ଗଙ୍ଗୁବାଇ କାଠିଆୱାଡି ଫିଲ୍ମ ପାଇଁ ଆଲିଆଙ୍କୁ ପୁରସ୍କୃତ କରାଯାଇଛି । ସେହିପରି ଓ୍ବାହିଦା ରେହମାନ୍ ପାଇଲେ ଦାଦା ସାହେବ୍ ଫାଲକେ ପୁରସ୍କାର । ଭାରତୀୟ ଚଳଚିତ୍ର ଜଗତର ସର୍ବଶ୍ରେଷ୍ଠ ପୁରସ୍କାର ହେଉଛି ଫାଲକେ ଆଓ୍ବାର୍ଡ ।

  8. ଜାତୀୟ ସଂହତି ପାଇଁ ବେଷ୍ଟ ଫିଚର୍‌ ଫିଲ୍ମ ଭାବେ ‘ଦି କଶ୍ମୀର ଫାଇଲ୍ସ’କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି।

  9. ‘ପ୍ରତୀକ୍ଷା’କୁ ଶ୍ରେଷ୍ଠ ଓଡ଼ିଆ ସିନେମା ଭାବେ ଜାତୀୟ ପୁରସ୍କାର ମିଳିଛି। ଏହି ଫିଲ୍ମର ପ୍ରଯୋଜନା ଅମୀୟ ପଟ୍ଟନାୟକ କରିଥିବା ବେଳେ ନିର୍ଦ୍ଦେଶକ ଥିଲେ ଅନୁପମ ପଟ୍ଟନାୟକ। ଫିଲ୍ମଟି ରିଲିଜ ହେବା ପରେ ବେଶ ସଫଳତା ସାଉଁଟି ଥିଲା।

  10. ଆଇଏମ୍‌‌ଡି ପକ୍ଷରୁ ମଙ୍ଗଳବାର ସୂଚନା ମିଳିଛି। ୨୦ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଲଘୁଚାପ ସୃଷ୍ଟି ସମ୍ଭାବନା ପରେ ଏ ବର୍ଷ ପୂଜାକୁ ଲଘୁଚାପ ଭସାଇବା ନେଇ ଆଶଙ୍କା ବଢିଛି। ୨୦ ତାରିଖରେ ମହାଷଷ୍ଠୀ,୨୪ରେ ଦଶହରା ଓ ୨୫ରେ ଭସାଣ। ଲଘୁଚାପ ସମ୍ଭାବନା ପରେ ପୂଜା ଭିଜା ଭିଜା ନେଇ ଆଶଙ୍କା ବଢିଯାଇଛି।

  11. ତାମିଲନାଡୁର ଭିରୁଧୁନଗର ଜିଲାର ଶିବକାଶୀ ନିକଟରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

  12. ଅକ୍ଟୋବର ୨୯ରୁ ଆରମ୍ଭ ହେବ ଭୁବନେଶ୍ୱରରୁ ଗୌହାଟୀ ଡାଇରେକ୍ଟ ଫ୍ଳାଇଟ୍ । ସପ୍ତାହକୁ ସାତଦିନ ଇଣ୍ଡିଗୋ ଯୋଗାଇବ ବିମାନ ସେବା ।  ଦେଢ ଘଣ୍ଟାରେ ଭୁବନେଶ୍ୱରରୁ ଗୌହାଟୀ ପହଞ୍ଚିବେ ଯାତ୍ରୀ । ଆଗକୁ ଜମ୍ମୁ, ଚଣ୍ଡିଗଡ ଏବଂ ସୁରଟକୁ ସିଧାସଳଖ ଉଡିପାରେ ବିମାନ ।

  13. ସମଲିଙ୍ଗୀ ବିବାହର ଆଇନଗତ ବୈଧତା ସମ୍ପର୍କରେ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ଐତିହାସିକ ରାୟ ୫ ଜଣିଆ ଖଣ୍ଡପୀଠ ଶୁଣାଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡି.ଓ୍ବାଇ.ଚନ୍ଦ୍ରଚୁଡ଼ କହିଛନ୍ତି ଯେ,  କୋର୍ଟ ଆଇନ ତିଆରି କରିପାରିବେ ନାହିଁ ।  ଏହା କେବଳ ଏହାର ବ୍ୟାଖ୍ୟା ଏବଂ କାର୍ଯ୍ୟକାରୀ କରିପାରିବ। ସ୍ୱତନ୍ତ୍ର ବିବାହ ଆଇନର ବ୍ୟବସ୍ଥାରେ ପରିବର୍ତ୍ତନର ଆବଶ୍ୟକତା ଅଛି କି ନାହିଁ ତାହା ସ୍ଥିର କରିବା ସଂସଦର କାର୍ଯ୍ୟ।

  14. ଭୁବନେଶ୍ୱରକୁ ଭିକାରୀମୁକ୍ତ କରିବାକୁ ବିଏମସିର ଜୋରଦାର ପ୍ରୟାସ । ମନ୍ଦିର ବାହାରେ କିମ୍ବା ରାସ୍ତାରେ ଭିକାରି ଦେଖିଲେ ଉଠାଇନେବ ବିଏମସି ସ୍କ୍ୱାର୍ଡ । ଭିକାରୀ ମୁକ୍ତ ଭୁବନେଶ୍ବର ପାଇଁ ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି ।

  15. ଏକଦା ଦେଶ ତଥା ବିଦେଶରେ ‘ଭୋକର ଭୂଗୋଳ’ ଓ ‘ଅନାହାର ପର୍ଯ୍ୟଟନ ଭୂମି’ କୁହାଯାଉଥିବା ଓଡ଼ିଶା ଏବେ ଦେଶ ପାଇଁ ପାଲଟିଛି ଖାଦ୍ୟ ଭଣ୍ଡାର।ପରିଣତିସ୍ୱରୂପ ରାଜ୍ୟରେ ଗତ ୫ ବର୍ଷ ମଧ୍ୟରେ ଦାରିଦ୍ର୍ୟ ହାର ୧୪% ହ୍ରାସ ପାଇଛି।

  16. ଭୀମସାରରେ ହୃଦ୍‌‌ରୋଗ ଚିକିତ୍ସା ପାଇଁ ଷ୍ଟେମି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାଦ୍ବାରା ହୃଦ୍‌‌ରୋଗୀଙ୍କୁ ଉତ୍ତମ ଚିକିତ୍ସା ମିଳିବା ସହ ହୃଦ୍‌‌ରୋଗରେ ମୃତ୍ୟୁହାର ସଂଖ୍ୟା ହ୍ରାସ ପାଇବ ବୋଲି ଭୀମସାର ଅଧୀକ୍ଷକ ଡାକ୍ତର ଲାଲମୋହନ ନାଏକ କହିଛନ୍ତି।

  17. ମାସ୍‌ ଆକ୍ରମଣରେ ଇସ୍ରାଏଲରେ ୧୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଯାଇଛି।ଅଧ୍ୟୟନରୁ ଜଣାପଡ଼ିଛି ଯେ ହମାସ୍‌ ଆତଙ୍କବାଦୀମାନେ ବ୍ୟକ୍ତିଙ୍କୁ ବାନ୍ଧି ସେମାନଙ୍କୁ ଜିଅନ୍ତା ଜାଳି ଦେଇଛନ୍ତି। ସେହିପରି ଆହୁରି ଅନେକଙ୍କ ହାତ ବାନ୍ଧି ବ୍ଲେଡ୍‌ରେ କାଟି ଦେଇଥିବା ଜଣାପଡ଼ିଛି। ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି ଏବଂ ନିର୍ମମ ନିର୍ଯାତନା ଦିଆଯାଇଛି।

  18. ଆପ୍‌ ସାଂସଦ ରାଘବ ଚଢ଼ାଙ୍କୁ ଦିଲ୍ଲୀ ହାଇକୋର୍ଟ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ରାଘବ ଚଢ଼ା ତାଙ୍କ ଟାଇପ୍‌-୭ ସରକାରୀ ବଙ୍ଗଳାରେ ରହିପାରିବେ। ରାଘବଙ୍କ ବଙ୍ଗଳା ଖାଲି କରିବା ସଂକ୍ରାନ୍ତ ରାଜ୍ୟସଭା ସଚିବାଳୟ ନିଷ୍ପତ୍ତି ଉପରେ ପୂର୍ବରୁ ଗତ ଟ୍ରାଏଲ କୋର୍ଟ ରୋକ୍‌ ଲଗାଇଥିଲେ। ଏହି ରାୟ ବଳବତ୍ତର ରହିବ ବୋଲି ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

  19. କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ତାଙ୍କ ବିରୋଧରେ ଥିବା ଏକ ମାନହାନି ମାମଲା ରଦ୍ଦ କରିବାପାଇଁ ମୁମ୍ବାଇର ବୋରିଭଲି କୋର୍ଟ ମନା କରିଦେବା ପ‌ରେ ସେ ଏହାକୁ ଚ୍ୟାଲେଂଜ କରି ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋ‌ଇଛନ୍ତି।

  20. ପାଲେଷ୍ଟାଇନ ଚରମପନ୍ଥୀ ସଂଗଠନ ହମାସ ବିରୋଧରେ ଇସ୍ରାଏଲ ଚଳାଇଥିବା ଯୁଦ୍ଧରେ ଏକ ବଡ଼ ସଫଳତା ମିଳିଛି । ଇସ୍ରାଏଲ ବାୟୁ ସେନାର ଆକ୍ରମଣରେ ହମାସର ସେଣ୍ଟ୍ରାଲ ବ୍ରିଗେଡର ମୁଖ୍ୟ ଆୟମାନ ନୋଫେଲ ନିହତ ହୋଇଛି ।

431 Y
1340 18-10-2023 English
  1. Hamas’ military wing, the Qassam Brigades, says that an Israeli airstrike in the central Gaza Strip has killed one of its top militant commanders. Ayman Nofal is the most high-profile Hamas militant to be killed so far in Israeli bombardment on the Gaza Strip. Nofal, known by his nom de guerre Abu Mohammed, was killed on Tuesday in Israeli strikes that targeted the Bureij camp in the central Gaza Strip, the militant group said in a statement.

  2. The 69th National Film Awards ceremony was a grand celebration of outstanding achievements in Indian cinema, held at the prestigious Vigyan Bhavan in Delhi today, October 17. The star-studded event honoured some of the most talented individuals in the film industry, including acclaimed actors Alia Bhatt and Kriti Sanon who jointly bagged Best Actress awards for their movies Mimi and Gangubai Kathiawadi.

  3. Solicitor General Tushar Mehta Tuesday welcomed the Supreme Court judgement refusing to accord legal recognition to same-sex marriage under the Special Marriage Act and leaving the issue for Parliament to decide.

  4. Chief Minister Naveen Patnaik Tuesday felicitated javelin star Kishore Kumar Jena with a cash award of `1.5 crore for his stellar performance in the recently-concluded Asian Games in China.

  5. The administration in this district held Monday a public hearing for Vedanta Limited’s proposed Sijimali bauxite mining project, amid protests by those opposed to it. While more than 150 armed police personnel were guarding the venue at a school at Sunger under Kashipur block, hundreds of men and women assembled to participate in the discussions

  6. Chief Minister Naveen Patnaik launched the ‘Ama Odisha Nabin Odisha’ programme in Mayurbhanj, Bargarh and Deogarh districts through virtual mode from Bhubaneswar, Tuesday

  7. In a significant judgment, the Supreme Court Tuesday refused to grant legal recognition to the marriages and civil unions between same-sex couples and left it to the Parliament to decide on enacting laws with respect to the matter. It, however, held that same-sex couples have the right to cohabit.

  8. Buoyed by the success of the Chandrayaan mission, Prime Minister Narendra Modi Tuesday set ambitious goals for ISRO, asking them to set up an Indian Space Station by 2035 and send the first Indian to the Moon by 2040.

  9. The Vedvyas Dham will soon see a complete image transformation as the government has sanctioned additional funds for the project. This famous religious tourism destination is a leading Shaivite shrine. The shrine is witnessing massive development work and the additional state government funds will only spur the process.

  10.  The Forest department Tuesday launched the tiger census at Similipal National Park amidst suspicion over the number of big cats in Odisha. The state government decided to go for the tiger census after the AllIndia Tiger Estimation (AITE) 2022 released in July this year said that the total number of tigers in Odisha has gone down to 20 during the year from 45 in 2006.

  11. The Supreme Court Tuesday reserved its verdict on the regular bail pleas of former Delhi Deputy Chief Minister and Aam Aadmi Party (AAP) leader Manish Sisodia in corruption and money laundering cases arising out of the Delhi excise policy ‘scam’

  12. The Supreme Court Tuesday granted Maharashtra assembly Speaker Rahul Narwekar a final opportunity to give it a realistic timeframe for deciding the cross-petitions filed by the rival factions of the Shiv Sena seeking disqualification of each other’s MLAs following a split in the party.

  13. The National Green Tribunal (NGT) has issued notices to the chief secretaries of all states and the Union Ministry of Jal Shakti (MoJS) in a matter regarding non-compliance with the tribunal's order regarding the pollution of various river stretches across the country.

  14. Hamas’ military wing, the Qassam Brigades, says that an Israeli airstrike in the central Gaza Strip has killed one of its top militant commanders. Ayman Nofal is the most high-profile Hamas militant to be killed so far in Israeli bombardment on the Gaza Strip.

  15. Ukraine Tuesday claimed to have carried out one of the most destructive attacks on Russian air assets since the beginning of the war, as a US official revealed that the longerrange ballistic missiles sought for months by Kyiv had been delivered quietly and are in battlefield use.

  16. The US, China, Korea and Chinese Taipei have raised concerns on India’s decision to impose import restrictions on laptops, and computers, in a meeting of the World Trade Organisation (WTO), an official said.

  17.  Even as India’s retirement system has improved to some extent from last year, the country ranked 45 out of the 47 retirement income systems analysed, a report said Tuesday

  18. The Central government on Tuesday has revived the Diwali bonus for its employees belonging to group C and Group D and certain categories of group B.

  19. Ahead of the Durga Puja festival, the Assam government on Tuesday has decided to provide ₹ 10,000 to each 6953 puja pandals across the state as grants-in-aid.

  20. The Supreme Court collegium headed by Chief Justice D Y Chandrachud on Tuesday recommended the names of seven judicial officers for appointment as judges of the Patna and Madhya Pradesh High Courts.

471 Y