# |
Date |
Type |
Current Affairs |
No. Of Views |
Status |
Action |
1421 |
07-09-2023 |
Odia |
-
ଜି -୨୦ ଶିଖର ସମ୍ମିଳନୀରେ ଯୋଗ ଦେଇଥିବା ରାଷ୍ଟ୍ରାଧ୍ୟକ୍ଷ ତଥା ଅନ୍ୟ ବିଶ୍ୱର ନେତାମାନଙ୍କୁ ଭାରତର ସାଂସ୍କୃତିକ ଐତିହ୍ୟ ଦ୍ୱାରା ଅନୁପ୍ରାଣିତ କଳାକୃତି ସହିତ ସ୍ବତନ୍ତ୍ର ରୂପା ବାସନରେ ଖାଦ୍ୟ ପରିବେଷଣ କରାଯିବ।
-
ରାଜଧାନୀ ଦିଲ୍ଲୀରେ ଚଳିତ ସପ୍ତାହରେ ୯-୧୦ ସେପ୍ଟେମ୍ବରକୁ ଜି-୨୦ ଶିଖର ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ବୈଦେଶିକ ମନ୍ତ୍ରଣାଳୟ ଏହି ଶିଖର ସମ୍ମିଳନୀ ପୂର୍ବରୁ ‘ଜି ୨୦ ଇଣ୍ଡିଆ’ ଆପ ନାମକ ମୋବାଇଲ ଆପ୍ଲିକେଶନ ଲଞ୍ଚ କରିଛି।
-
ସଂସଦର ବିଶେଷ ଅଧିବେଶନ ନୂଆ ସଂସଦ ଭବନରେ ବା ପାର୍ଲାମେଣ୍ଟ ହାଉସରେ ନ ହୋଇ ପୁରୁଣା ବିଲଡିଂରେ ହେବ। ଏହାପରେ ୧୯ ସେପ୍ଟେମ୍ବର ଅର୍ଥାତ୍ ଗଣେଶ ଚତୁର୍ଥୀରେ ଏହା ନୂଆ ସଂସଦ ଭବନକୁ ସିପ୍ଟ କରାଯିବ।
-
ଏକ ଅଧ୍ୟୟନରୁ ଜଣାପଡିଛି କି, କ୍ୟାନସରରେ ଅଧିକ ଯୁବକମାନେ ଶିକାର ହେଉଛନ୍ତି। ତିନି ଦଶନ୍ଧି ମଧ୍ୟରେ ୫୦ ବର୍ଷରୁ କମ ଲୋକଙ୍କୁ କ୍ୟାନସର ହେବାର ଦେଖାଯାଉଛି।
-
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ଚନ୍ଦ୍ର କୁମାର ବୋଷ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି। ବୁଧବାର ସେ କହିଛନ୍ତି ଯେ ମୋର ଶୁଭେଚ୍ଛା ଦଳ ସହିତ ରହିଛି।
-
ଜି -୨୦ ରାତ୍ରୀ ଭୋଜନ ନିମନ୍ତ୍ରଣରେ ରାଷ୍ଟ୍ରପତିଙ୍କୁ ‘ପ୍ରେସିଡେଣ୍ଟ ଅଫ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ ଭାରତ’ ଲେଖିବା ନେଇ ଏକ ବିବାଦ ଲାଗି ରହିଛି।
-
ଭାରତରେ ବଢୁଥିବା ଅନଲାଇନ ସ୍କାମକୁ ହଟାଇବା ପାଇଁ ହ୍ବାଟସ ଆପ ଏକ ବଡ ପଦକ୍ଷେପ ନେଇଛି। ଜୁଲାଇ ମାସ ମଧ୍ୟରେ ହ୍ବାଟସ ଆପ ୭୨ ଲକ୍ଷରୁ ଅଧିକ ଆକାଉଣ୍ଟ ନିଷେଧ କରିଦେଇଛି। ଏହି ସୂଚନା ହ୍ବାଟସ ଆପ ଦ୍ୱାରା ଶେୟାର କରାଯାଇଛି।
-
ସନାତନ ଧର୍ମ ସମ୍ବନ୍ଧରେ ଦେଇଥିବା ବୟାନ ଉପରେ ଡିଏମକେ ନେତା ତଥା ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ତାମିଲନାଡୁ ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ କ୍ଷମା ମାଗିବାକୁ ମନା କରି ଦେଇଛନ୍ତି।
-
ମୋବାଇଲ ଫୋନରୁ ୟୁପିଆଇ ମାଧ୍ୟମରେ ପେମେଣ୍ଟ ଦେବା ପୁରୁଣା ହୋଇଗଲାଣି। ନୂତନ ଟେକ୍ନୋଲୋଜି ଅନୁଯାୟୀ, ଆପଣ ଡିଜିଟାଲ ରିଙ୍ଗ ମାଧ୍ୟମରେ କ୍ୟୁଆର କୋଡ ସ୍କାନ କରି ୟୁପିଆଇ ପେମେଣ୍ଟ ମଧ୍ୟ କରିପାରିବେ।
-
ଦେଶର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସ୍ବତନ୍ତ୍ର ସୁରକ୍ଷା ଗୋଷ୍ଠୀ (ଏସପିଜି) ର ନିର୍ଦ୍ଦେଶକ ଅରୁଣ କୁମାର ସିହ୍ନାଙ୍କର ବୁଧବାର ସକାଳେ ଦେହାନ୍ତ ହୋଇଛି। ପ୍ରକାଶ ଯେ,୬୧ ବର୍ଷିୟା ସିହ୍ନା ଅସୁସ୍ଥତା କାରଣରୁ
-
ଚନ୍ଦ୍ରୟାନ-୩ର ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠ ଏବଂ ଲ୍ୟାଣ୍ଡର ବିକ୍ରମର ଫଟୋ ପଠାଇଥିଲା। ଇସ୍ରୋ ଉକ୍ତ ଫଟୋର ୩ଡି ଭିଜୁଆଲାଇଜେଶନ ମଙ୍ଗଳବାର ଛାଡ଼ିଛି।
-
ଲାଞ୍ଚ ନେବା ମାମଲାରେ କେନ୍ଦ୍ରୀୟ ଅପରାଧ ତଦନ୍ତ ବ୍ୟୁରୋ(ସିବିଆଇ) ଗ୍ୟାସ୍ ଅଥରଟି ଅଫ୍ ଇଣ୍ଡିଆ ଲିମିଟେଡ୍(ଜିଏଆଇଏଲ୍)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେ.ବି. ସିଂଙ୍କ ସମେତ ଅନ୍ୟ ୪ ଜଣଙ୍କୁ ଗିରଫ କରିଛି। ଦୁଇ ପାଇପ୍ ଲାଇନ ପ୍ରୋଜେକ୍ଟର କଣ୍ଟ୍ରାକ୍ଟ ଦେବା ଲାଗି ଘରୋଇ କମ୍ପାନୀଠାରୁ ୫୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା।
-
ଟାଟା ଗ୍ରୁପ୍ ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ୮.୨ ଲକ୍ଷ କୋଟି ଟଙ୍କାର ରିଲାଏନ୍ସ ରିଟେଲ ସହ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା କରିପାରେ! କାରଣ ଏହା ଲୋକପ୍ରିୟ ଭାରତୀୟ ନମକିନ୍ ଖାଦ୍ୟ ନିର୍ମାତା ହଲଦୀରାମସ୍’ର ୫୧% ଅଂଶଧନ ଅଧିଗ୍ରହଣ କରିବାକୁ କଥାବାର୍ତ୍ତା ଆରମ୍ଭ କରିଛି।
-
ପ୍ୟାକେଟ ଉପରେ ଲେଖାଥିବା ବିସ୍କୁଟ ସଂଖ୍ୟାଠାରୁ ଗୋଟିଏ ବିସ୍କୁଟ କମ ଥିବାରୁ ଏବେ ଏଥିପାଇଁ ସଂପୃକ୍ତ ବିସ୍କୁଟ କମ୍ପାନିକୁ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ପଡ଼ିଛି। ବିସ୍କୁଟ୍ର ସଂଖ୍ୟାଠାରୁ ଗୋଟିଏ ବିସ୍କୁଟ କମ୍ ଥିବା ଅଭିଯୋଗ ଆସିିବା ପରେ ତିରୁଭାଲ୍ଲାର ଜିଲ୍ଲା ଉପଭୋକ୍ତା ଫୋରମ୍ ଆଇଟିସି ଲିମିଟେଡ୍ ଫୁଡ୍ ଡିଭିଜନକୁ ଅନ୍ୟାୟ ବାଣିଜ୍ୟ ଅଭ୍ୟାସ ପାଇଁ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
-
ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ହେଉଛନ୍ତି ଓଡ଼ିଆ । କଟକରେ ଜନ୍ମିତ ମାଇକେଲ୍ ଦେବବ୍ରତ ପାତ୍ର ଏବେ ରିଜର୍ଭ ବ୍ୟାଙ୍କର ଡେପୁଟୀ ଗଭର୍ଣ୍ଣର ଅଛନ୍ତି ।୨୦୨୦ ମସିହାରେ ତାଙ୍କୁ ରିଜର୍ଭ ବ୍ୟାଙ୍କର ଡେପୁଟୀ ଗଭର୍ଣ୍ଣର ଭାବେ ନିଯୁକ୍ତି ମିଳିଛି । ଶକ୍ତିକାନ୍ତ ଦାସଙ୍କ ସହ ସେ କାର୍ଯ୍ୟ କରୁଛନ୍ତି ।
-
ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ୮୭ ବର୍ଷରେ ପରଲୋକ ହୋଇଛିା
-
ମଣିପୁର ହିଂସା ଘଟଣାରେ ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆର ୪ ଜଣ ସଦସ୍ୟଙ୍କୁ ସୁପ୍ରିମକୋର୍ଟ ସୁରକ୍ଷା ଦେଇଛନ୍ତି। ମଣିପୁର ହିଂସା ଘଟଣାକୁ ନେଇ ସେମାନଙ୍କ ନାଁରେ ଦୁଇଟି ଲେଖାଏ ଏଫଆଇଆର ହୋଇଥିଲା।
-
ୟୁକ୍ରେନ୍ ଉପରେ ଲଗାତାର ଭାବେ ରୁଷିଆ ଆକ୍ରମଣ କରିଚାଲିଛି । ବୁଧବାର ୟୁକ୍ରେନ୍ର ଏକ ସହର ଉପରେ ରକେଟ୍ ଦ୍ୱାରା ରୁଷିଆ ଆକ୍ରମଣ କରିଛି।
-
ବାଣିଜ୍ୟ ଚୁକ୍ତିନାମା (ଏଫ୍ଟିଏ) ଉପରେ ବ୍ରିଟେନ ସହ ଭାରତର ଆଲୋଚନା ଜାରି ରହିଛି। ତେବେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ମୁକ୍ତ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।
-
ଜି-୨୦ ସମ୍ମିଳନୀ ଅବସରରେ ସ୍ଥାପତ୍ୟ କଳାରେ ଦେଶ ଓ ବିଦେଶରେ ଖ୍ୟାତି ଅର୍ଜନ କରିଥିବା ପଦ୍ମ ବିଭୁଷଣ ସୁର୍ଦଶନ ସାହୁଙ୍କ ସ୍ଥାପତ୍ୟ କଳା ବର୍ତ୍ତମାନ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ଏବଂ ବିଭିନ୍ନ ସ୍ଥାନରେ ପ୍ରର୍ଦଶୀତ କରାଯାଇଛି।
|
397 |
Y |
|
1422 |
07-09-2023 |
English |
- India has arrived at the global high table and is positioning itself as a country that brings other nations together, according to experts.
- The DCGI has cautioned against the consumption of Abbott’s antacid Digene gel citing safety concerns, even as the US-based drugmaker recalled several batches of the medicine manufactured at its Goa facility.
- The Odisha government has not sent a complete proposal yet for the establishment of Orissa High Court benches in the western and southern parts of the state, Union Law and Justice Minister Arjun Ram Meghwal said.
- As the national capital gears up to host the G20 Leaders Summit September 9-10, traders in the city are going to bear the brunt of the closing down of all the major markets in Lutyens’ Delhi.
- An Earth-like ‘Planet Nine’ may be hiding in our solar system, behind Neptune, Japanese astronomers have found. The study, published in the Astronomical Journal, comes amidst ongoing debate on the existence of a so-called ‘Planet Nine’, after Pluto was declared a dwarf planet 2006.
- With an aim to boost innovation and entrepreneurship, the Odisha state government has approved a grant of `1.28 crore to 10 high-potential startups.
- Odisha The state government has notified a new Public Private Partnership (PPP) Policy, 2023 to attract private investment in the construction of public infrastructure.
- A 36-year-old tribal woman farmer from Bhumia community has received invitation to participate in the upcoming G20 summit scheduled to be held in New Delhi September 9 and 10.
- US space agency NASA has released an image of Chandrayaan-3 lander ‘Vikram’ on the lunar surface, which was captured by its Lunar Reconnaissance Orbiter spacecraft. The Chandrayaan-3 lander is in the centre of the image, and its dark shadow is visible against the bright halo surrounding the Vikram.
- In a relief to four members of the Editors Guild of India (EGI), the Supreme Court Wednesday directed the Manipur police not to take any coercive steps against them till September 11 in connection with two FIRs lodged for offences including promoting enmity between two communities.
- The upcoming Parliament session September 18 is likely to begin in the old building and shift to the new structure the next day, officials said Wednesday.
- The Supreme Court Wednesday refused to entertain a petition seeking a direction to the Centre to take steps to curb fraudulent religious conversions in the country.
- Netaji Subhas Chandra Bose’s grandnephew Chandra Kumar Bose, who had been a leading face of the BJP in West Bengal, resigned from the primary membership of the party Wednesday.
- The summer of 2023 was the hottest on record, according to data from the European Union Climate Change Service released Wednesday.
- China has ordered officials at central government agencies to not use Apple’s iPhones and other foreignbranded devices for work or bring them into the office, the Wall Street Journal reported Wednesday, citing people familiar with the matter.
- The government Wednesday approved `3,760 crore for viability gap funding of up to 40 per cent of total capital cost to set up 4,000 MWh battery energy storage system in the country, Union minister Anurag Thakur said.
- In a recent ruling by a consumer court in Chennai, ITC has been ordered to compensate a consumer with a hefty sum of `1 lakh.
- Chinese Premier Li Qiang said Wednesday it is important to avoid a “new Cold War” when dealing with conflicts between countries as world leaders gathered in Indonesia amid sharpening geopolitical rivalries across the Indo-Pacific region
- The Odisha government has written to the Centre demanding that lightning be declared as a natural disaster, Revenue and Disaster Management Minister Pramila Mallick said Wednesday
- Coco Gauff knows what it takes to reach a Grand Slam final. Been there, done that. What she hasn’t experienced is winning a major championship. So her first trip to the semifinals at the US Open does not leave her satisfied at all, no matter how dominant the performance was that got her to that stage.
|
419 |
Y |
|
1423 |
06-09-2023 |
Odia |
- କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜରୁ ମାଇନିଂ ଇଞ୍ଜିନିୟରିଂରେ ସଫଳତାର ସହ ବିଟେକ୍ ପାସ କରିଥିବା 5 ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଅଷ୍ଟ୍ରେଲିଆ ପଠାଯିବ। ସେମାନେ ବିଶ୍ୱର ଅନ୍ୟତମ ସୁନାମଧନ୍ୟ କର୍ଟିନ୍ ବିଶ୍ୱବିଦ୍ୟାଳୟରେ ମାଇନିଂ ଇଞ୍ଜିନିୟରିଂ କ୍ଷେତ୍ରରେ ଉଚ୍ଚଶିକ୍ଷା ଲାଭ କରିବାର ସୁଯୋଗ ପାଇବେ ଓ ଏଥିପାଇଁ ସେମାନଙ୍କ ପାଠପଢ଼ା, ଅଷ୍ଟ୍ରେଲିଆରେ ରହଣୀ ଏବଂ ଯାତାୟାତ ବାବଦକୁ ସମସ୍ତ ଖର୍ଚ୍ଚ କେନ୍ଦୁଝର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବହନ କରିବ।
- ଜି-୨୦ ଶିଖର ସମ୍ମିଳନୀ ଅବସରରେ ନୂଆଦିଲ୍ଲୀ ପ୍ରଗତି ମୈଦାନର ଭାରତ ମଣ୍ଡପମ ଠାରେ ଆସନ୍ତା ୮ରୁ ୧୦ ତାରିଖ ପର୍ୟ୍ୟନ୍ତ ଏକ ହସ୍ତଶିଳ୍ପ ବଜାର ତଥା ପ୍ରଦର୍ଶନୀ ଓ ବିକ୍ରି ମେଳା ଆୟୋଜନ କରାଯିବ । ଏଥିରେ ଓଡ଼ିଶାର ପଟ୍ଟଚିତ୍ର କଳା ପ୍ରଦର୍ଶନୀ ଏବଂ ବିକ୍ରି ପାଇଁ ବ୍ୟବସ୍ଥା କରାଯାଇଛି।
- ବିଶ୍ଵ ଜାଣିବ ଓଡ଼ିଶା ରାଜ୍ୟର ମିଲେଟ୍ ମିଶନର ସଫଳତା। ଏହି ସଫଳତା ବଖଣିବା ପାଇଁ ଜି-୨୦ ସମ୍ମିଳନୀରେ ଯୋଗ ଦେବେ ମୟୂରଭଞ୍ଜ ଜିଲ୍ଲାର ସଫଳ ମହିଳା ମାଣ୍ଡିଆ ଚାଷୀ ସୁବାସା ମହାନ୍ତ ଚୟନ ହୋଇଛନ୍ତି। ଆସନ୍ତା ୯ ତାରିଖ ଠାରୁ ନୂଆଦିଲ୍ଲୀ ଠାରେ ଜି-୨୦ ସମ୍ମିଳନୀ ଆରମ୍ଭ ହେଉଛି।
- ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ଜାମ୍ମୁ କାଶ୍ମୀରରୁ ଧାରା-୩୭୦ ଉଚ୍ଛେଦ ମାମଲାର ଶୁଣାଣି କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଉଭୟ ପକ୍ଷର ଯୁକ୍ତିକୁ ୧୬ ଦିନ ଧରି ଶୁଣାଣି କରି ଆଜି ରାୟ ସଂରକ୍ଷିତ ରଖିଛନ୍ତି।
- ରାଷ୍ଟ୍ରପତି ଭବନ ପକ୍ଷରୁ ଜି-୨୦ ଶିଖର ସମ୍ମିଳନୀର ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ ପତ୍ରକୁ ନେଇ ବିବାଦ ସୃଷ୍ଟି ହୋଇଛି । ସେପ୍ଟେମ୍ବର ୯ରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ଜି-୨୦ ରାତ୍ରୀ ଭୋଜନ ନିମନ୍ତ୍ରଣ ପତ୍ରରେ ‘ପ୍ରସିଡେଣ୍ଟ ଅଫ୍ ଇଣ୍ଡିଆ’ ପରିବର୍ତ୍ତେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ବୋଲି ଉଲ୍ଲେଖ ରହିଛି ।
- ମଣିପୁର ହିଂସାକାଣ୍ଡ ଘଟଣାରେ ତଦନ୍ତ ଟିମରେସାମିଲ ହେଲେ ମୟୂରଭଞ୍ଜ ଜିଲ୍ଲାର ପୁଲିସ ଅଧିକାରୀ। ତଦନ୍ତ କରୁଥିବା ସିବିଆଇ ଟିମରେ ସାମିଲ ହେଲେ ଓଡ଼ିଆ ପୁଲିସ ଅଫିସର ବିଶ୍ଵ ପ୍ରକାଶ ରାଉତ। ବିଶ୍ୱପ୍ରକାଶ ଏବେ ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି।
- ଅଣ ପଞ୍ଜୀକୃତ ସିମ୍ ବିକ୍ରି ପ୍ରମାଣିତ ହେଲେ ୧୦ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଦେବାକୁ ପଡ଼ିବ। ଟେଲିକମ୍ ଜାଲିଆତି ରୋକିବା ପାଇଁ ମନ୍ତ୍ରାଳୟ ପକ୍ଷରୁ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି।
- କ୍ରିକେଟ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା । ୧୫ ଜଣିଆ ଟିମ୍ ଘୋଷଣା କଲେ ମୁଖ୍ୟ ଚୟନକର୍ତା ଅଜିତ ଅଗରକର
- ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ମହଙ୍ଗା ପ୍ରଭାବକୁ ନେଇ ସେଣ୍ଟ୍ରାଲ ବ୍ୟାଙ୍କ ପ୍ରସ୍ତୁତ ରହିଛି । ସେମାନେ କହିଛନ୍ତି ଯେ, ସବୁଜ ପନିପରିବା ଦରରେ ବୃଦ୍ଧି ହେତୁ ଜୁଲାଇ ୨୦୨୩ରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭.୪୪ ପ୍ରତିଶତରେ ପହଁଚିଛି, କିନ୍ତୁ ବର୍ତ୍ତମାନ ପନିପାରିବା ଦର ହ୍ରାସ ପାଇବାରେ ଲାଗିଛି । ।
- ଗୁରୁ ଦିବସରେ ‘ମାଲବୀୟ ମିଶନ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ।
- ସ୍ବତନ୍ତ୍ର ଅଧିବେଶନରେ ସରକାର ‘ଇଣ୍ଡିଆ’ ନାମ ପରିବର୍ତ୍ତନ କରି ‘ଭାରତ’ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି। ଯଦି ତାହା ହୁଏ, ତେବେ .ଇନ୍ ଡୋମେନ ବ୍ୟବହାର କରୁଥିବା ୱେବ୍ସାଇଟ୍ଗୁଡ଼ିକ ପରିଚୟ ସଂକଟରେ ପଡ଼ିପାରନ୍ତି।.ଇନ୍ ଭାରତୀୟ ୱେବ୍ସାଇଟ୍କୁ ବୁଝାଉଥିବା ବେଳେ .ସିଏନ୍ ଚାଇନିଜ୍, .ୟୁଏସ୍ ଆମେରିକୀୟ ଓ .ୟୁକେ ଇଂଲଣ୍ଡର ୱେବ୍ସାଇଟ୍କୁ ବୁଝାଇଥାଏ।
- ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଲୋକପ୍ରିୟତା ବଢ଼ୁଛି। ସୋସିଆଲ ମିଡିଆ ସାଇଟ୍ ଏକ୍ସ ଦ୍ବାରା ଜାରି ହୋଇଥିବା ସଦ୍ୟ ତଥ୍ୟ ଅନୁଯାୟୀ ମାତ୍ର ମାସକ ମଧ୍ୟରେ ଏକ୍ସରେ ଯୋଗୀଙ୍କ ଅନୁଗାମୀ ସଂଖ୍ୟା ୨. ୬୭ ଲକ୍ଷରୁ ଅଧିକ ବଢ଼ିଛି।
- ଭାରତର ‘ଚନ୍ଦ୍ରଯାନ-୩’ କିଛି ଦିନ ତଳେ ଚନ୍ଦ୍ରର ଦକ୍ଷିଣମେରୁରେ ସଫଳଭାବେ ଅବତରଣ କରିଥିଲା। ଏହାଫଳରେ ଆମେରିକା, ଚୀନ୍ ଏବଂ ପୂର୍ବତନ ସୋଭିଏତ୍ ୟୁନିୟନ ପରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଭାରତ ଚତୁର୍ଥ ଦେଶରେ ପରିଣତ ହୋଇଥିଲା।
- ଛତିଶଗଡ଼ର ରାଜଧାନୀ ରାୟପୁରରେ ଗତସପ୍ତାହରେ ଦୁଇଭଉଣୀ ଗଣଦୁଷ୍କର୍ମର ଶିକାର ହୋଇଥିବାର ଏକ ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାରେ ସାମିଲ ଥିବା ୧୦ଜଣ ଦୁଷ୍କର୍ମକାରୀଙ୍କ ମଧ୍ୟରେ ଜଣେ ପୁଲିସ ଅଧିକାରୀଙ୍କ ପୁଅ ଥିବା ଜଣାପଡ଼ିଥିଲା।
- ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ‘ସନାତନ ଧର୍ମ’କୁ ବିରୋଧ କରି ଦେଇଥିବା ବୟାନକୁ ଜୋରଦାର ବିରୋଧ କରାଯାଇଛି। ଉଦୟନିଧିଙ୍କ ଟିପ୍ପଣୀ ପାଇଁ ତାଙ୍କ ମୁଣ୍ଡକାଟ କରିଦେବାକୁ ବି ଧମକ ମିଳିଛି।
- ଦିଲ୍ଲୀର ପ୍ରଗତି ମଇଦାନରେ ନବନିର୍ମିତ ଭାରତ ମଣ୍ଡପମରେ ଜି-୨୦ ସମ୍ମିଳନୀ ହେବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ହୋଇସାରିଛି। ଯେକୌଣସି ପ୍ରକାର ଜରୁରୀ ସ୍ଥିତିର ମୁକାବିଲା ପାଇଁ ପଦକ୍ଷେପ ଗ୍ରହଣ ହୋଇଛି।
- କନିଷ୍ଠ ବାଳକ ଜାତୀୟ ଫୁଟ୍ବଲ୍ ପ୍ରତିଯୋଗିତା ‘ବିସି ରାୟ ଟ୍ରଫି’ ମଙ୍ଗଳବାରଠୁ ଭୁବନେଶ୍ବରର ବିଭିନ୍ନ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଏହି ପ୍ରତିଯୋଗିତାରେ ଆୟୋଜକ ଓଡ଼ିଶା ବିଜୟରୁ ଅଭିଯାନ ଆରମ୍ଭ କରିଛି
- ଚାଉଳ, ଗହମ, ଅଟା, ଡାଲି, ଟମାଟୋ, ପିଆଜ ପରେ ଏବେ ଚିନି ଦାମ୍ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏଥି ସହିତ ଆଜି ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ମଧ୍ୟ ୯୦ ଡଲାରରୁ ଅଧିକ ହୋଇଛି,
- ଆମେରିକ, ଜାପାନ, ଚୀନ୍, କାନାଡା ଓ ଅଷ୍ଟ୍ରେଲିଆ ଭଳି ବିତ୍ତଶାଳୀ ଦେଶଗୁଡ଼ିକରେ ସମ୍ପତ୍ତି ବଢ଼ିବା ବଦଳରେ ହ୍ରାସ ପାଇଛି। କିନ୍ତୁ ଭାରତରେ ତାହାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ଭାରତୀୟମାନଙ୍କ ସମ୍ପତ୍ତିରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି।
- ଆୟକରର ପ୍ରତିଟି ସ୍ଲାବ୍ରେ ଟିକସଦାତାଙ୍କ ସଂଖ୍ୟାରେ ପ୍ରାୟ ତିନି ଗୁଣା ବୃଦ୍ଧି ହୋଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଆୟକରଦାତାଙ୍କ ସଂଖ୍ୟା ୭ କୋଟି ଥିବା ବେଳେ ୨୦୪୭ ସୁଦ୍ଧା ତାହା ୪୮.୨ କୋଟିରୁ ଅଧିକ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି
|
403 |
Y |
|
1424 |
06-09-2023 |
English |
- President Droupadi Murmu Tuesday conferred the National Teachers’ Award 2023 to four teachers of Odisha on the occasion of the National Teachers’ Day at Vigyan Bhawan here. The President conferred awards to Shashi Sekhar Kar Sharma of Kenduapada Nodal High School, Bhadrak, Subhash Chandra Rout of Brundaban government High School Jagatsinghpur, Rabinarayan Sahu, Training Officer at Special ITI for PwDs in Jatani and Sunita Singh, Assistant Training Officer at Govt. Industrial Training Institute, Bhubaneswar.
- Aditya L1, the first space based Indian mission to study the Sun, underwent the second earth-bound manoeuvre successfully during the early hours Tuesday, ISRO said. ISRO's Telemetry, Tracking and Command Network (ISTRAC) carried out the operation.
- Director General of Police (DGP) Sunil Kumar Bansal Tuesday inaugurated the ‘1930 cyber helpline call centre’ at Cyber Complex here for the victims of online financial frauds
- The state government has decided to send five meritorious B. Tech passouts to Australia for higher education, the Chief Minister’s office said in a statement.
- A G20 dinner invitation from President Droupadi Murmu describing her position as 'President of Bharat' triggered massive debate on Tuesday, with the opposition alleging that the government is planning to drop India and stay with just Bharat as the country's name.
- The world's tallest Nataraja statue has been installed at Bharat Mandapam, the venue of the G20 summit in Delhi.
- A ‘Crafts Bazaar’ (Exhibition-cum-Sale) is being set up in Bharat Mandapam at Pragati Maidan from 8th to 10th September on the sidelines of the G20 Summit in New Delhi.
- The National Gallery of Modern Art will host an exhibition - Roots and Routes, on the sidelines of the G20 summit to showcase rare antiquities from across the country.
- Union Minister for Education Dharmendra Pradhan launched the Malaviya Mission- Teachers Training Programme by the University Grants Commission at Kaushal Bhawan in New Delhi.
- Union Ministry for Education launches 3-year partnership with Meta, ‘Education to Entrepreneurship: Empowering a generation of students, educators and entrepreneurs’.
- Supreme Court on Tuesday reserved verdict on a batch of pleas challenging abrogation of Article 370 of the Constitution which conferred special status on the erstwhile State of Jammu and Kashmir. The five-judge bench of the Supreme Court reserved its order after 16 days of marathon hearings.
- Andhra Pradesh government has won first place in the country in giving the highest number of agriculture power connections in the 2022-23 financial year. AP is followed by Rajasthan in the second place and Telangana in the third place.
- After 16 days of marathon arguments, a five-judge Bench led by Chief Justice DY Chandrachud on Tuesday reserved its verdict on petitions challenging the nullification of Article 370 and bifurcation of Jammu and Kashmir into two union territories – Jammu and Kashmir; and Ladakh.
- Shyam Sunder Gupta takes over as Principal Chief Operations Manager of Central Railway.
- Andhra Pradesh CID begins probe into Rs 118 cr construction scam : Amaravati construction scam and income-tax notices issued to Telugu Desam chief Nara Chandrababu Naidu.
- Telangana High Court on Tuesday penalised BJP’s Karimnagar MP Bandi Sanjay Kumar Rs 50,000 for failing to appear before the advocate commissioner for recording his evidence in an election petition filed against minister Gangula Kamalakar.
- Paytm unveiled a soundbox device that lets merchants accept both mobile and card payments across networks.
- Chinese Premier and second-ranked leader Li Qiang has been deputed to attend the G-20 meet in New Delhi.
- US President Joe Biden has tested negative for COVID-19 and will travel to India on Thursday to attend the G20 Summit.
- The inclusion of wicketkeeperbatter KL Rahul, whose fitness was under scrutiny, headlined the announcement of India’s 15- member World Cup squad Tuesday, as the selectors strived for all-round balance.
|
397 |
Y |
|
1425 |
05-09-2023 |
Odia |
ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର ,ଗୁରୁ ସାକ୍ଷାତ୍ ପରଂବ୍ରହ୍ମଂ ତସ୍ମୈଶ୍ରୀ ଗୁରବେ ନମଃ। ନମସ୍କାର । ଜ୍ଞାନର ମାର୍ଗରେ ପରିଚାଳିତ କରିବାରେ ଆପଣଙ୍କର ଭୂମିକା ଅତୁଳନୀୟ । ପବିତ୍ର ଗୁରୁଦିବସ ଅବସରରେ ପ୍ରଣାମ , ଶୁଭେଚ୍ଛା ଓ ଅଭିନନ୍ଦନ ।
-
ଜି-୨୦ର ଅଧ୍ୟକ୍ଷ ଭାବେ ଭାରତ ସେପ୍ଟେମ୍ବର ୯ ଓ ୧୦ତାରିଖରେ ଏହି ପ୍ରଭାବଶାଳୀ ଗୋଷ୍ଠୀର ବାର୍ଷିକ ଶିଖର ସମ୍ମିଳନୀ ଆୟୋଜନ କରୁଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଦୁଇ ଡଜନରୁ ଅଧିକ ବିଶ୍ୱ ନେତା ଏଥିରେ ଅଂଶଗ୍ରହଣ କରିବାକୁ ଭାରତ ଆସୁଛନ୍ତି ।
-
ସୋମବାର ଇସ୍ରୋ ପକ୍ଷରୁ ଟ୍ବିଟ କରି କୁହାଯାଇଛି କି ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡରକୁ ଚନ୍ଦ୍ରପୃଷ୍ଠରେ କିକ୍ ଷ୍ଟାର୍ଟ କରାଯାଇଛି। ଇସ୍ରୋ କମାଣ୍ଡ୍ ବା ଆଦେଶ ଅନୁସାରେ, ‘ଲାଣ୍ଡର୍ ବିକ୍ରମ’ ତା’ର ଇଞ୍ଜିନ୍ଗୁଡ଼ିକୁ ‘ଫାୟାର୍’ କରି ନିଜେ ପ୍ରାୟ ୪୦ ସେଣ୍ଟିମିଟର୍ ଉପରକୁ ଉଠି ୩୦ରୁ ୪୦ ସେଣ୍ଟିମିଟର୍ ଦୂରରେ ନିରାପଦରେ ଅବତରଣ କରିଛି।
-
ଗ୍ରିନ୍ କାର୍ଡ ପ୍ରଦାନ ପ୍ରକ୍ରିୟାରେ ବ୍ୟାକ୍ଲଗ୍ ଯୋଗୁଁ ଆମେରିକାରେ ଏକ ଲକ୍ଷରୁ ଅଧିକ ଭାରତୀୟ ପିଲା ସେମାନଙ୍କ ପିତାମାତାଙ୍କଠାରୁ ଅଲଗା ହେବା ଆଶଙ୍କା ରହିଛି।
-
ଆସନ୍ତା ସେପ୍ଟେମ୍ବର ୮ରୁ ୧୦ ତାରିଖ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ବିଭିନ୍ନ ଦେଶର ରାଷ୍ଟ୍ର ମୁଖ୍ୟ ଦିଲ୍ଲୀ ଆସୁଥିବାରୁ ରାଜଧାନୀକ କଡ଼ା ସୁରକ୍ଷା ବଳୟ ଭିତରେ ରଖାଯାଇଛି। ଦିଲ୍ଲୀରେ ସ୍କୁଲ କଲେଜ୍ ସମେତ ସମସ୍ତ ଅଫିସ୍ ବନ୍ଦ ରଖାଯାଇଛି। ସେପ୍ଟେମ୍ବର ୮-୧୦ ତାରିଖ ଦିଲ୍ଲୀରେ ଅନ୍ଲାଇନ୍ ଫୁଡ୍ ଡେଲିଭରି ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି।
-
ଚଳିତମାସ ୯ ଓ ୧୦ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଥିବା ଜି-୨୦ ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଯୋଗଦେବେ ନାହିଁ। ଚୀନ ସରକାରଙ୍କ ପକ୍ଷରୁ ଆଜି ବିଧିବଦ୍ଧ ଭାବେ ଏହା ଘୋଷଣା କରାଯାଇଛି।
-
ରିଲିଜ ପୂର୍ବରୁ ଆଡଭାନ୍ସ ବୁକିଂରେ ରେକର୍ଡ କଲେକ୍ସନ କଲାଣି ଫିଲ୍ମ ‘ଯବାନ’ । ଆଡଭାନ୍ସ ବୁକିଂରେ ୯ କୋଟି ଟଙ୍କା କମାଇଲାଣି ଶାହାରୁଙ୍କ ‘ଯବାନ’ ଫିଲ୍ମ । ଏବେସୁଦ୍ଧା ପ୍ରାୟ ୫ଲକ୍ଷରୁ ଅଧିକ ଟିକେଟ ବୁକିଂ ହୋଇଛି । ସାରାଦେଶରେ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଥିବା ବେଳେ କିଛି ହଲରେ ଟିକେଟ ୨୪ଶହ ଟଙ୍କାରେ ବିକ୍ରି ହେଉଛି।
-
ଶିବଲିଙ୍ଗର ଅର୍ଘରେ ହାତଧୋଇ ବିବାଦରେ ୟୁପିର ଖାଦ୍ୟ ଓ ଯୋଗାଣ ରାଷ୍ଟ୍ରମନ୍ତ୍ରୀ। ବାରବାଙ୍କିର ଲୋଧେଶ୍ୱର ମହାଦେବ ମନ୍ଦିରରେ ଥିବା ଶିବଲିଙ୍ଗର ଅର୍ଘରେ ହାତ ଧୋଇବାର ଭିଡିଓ ଭାଇରାଲ ହେବାରୁ ଉତ୍ତରପ୍ରଦେଶ ମନ୍ତ୍ରୀ ସତୀଶ ଶର୍ମା ଆଜି ବିରୋଧୀ ଦଳର ଟାର୍ଗେଟକୁ ଆସିଛନ୍ତି।
-
ଜଟଣୀ ତହସିଲରେ ଖାସମାହଲ ସମସ୍ୟା, ଦୀର୍ଘ ବର୍ଷର ସମସ୍ୟା ।ତିନି ମାସ ମଧ୍ୟରେ ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ କରାଯାଇ ଆଗାମୀ ଡିସେମ୍ବରରେ ଲୋକଙ୍କୁ ପଟ୍ଟା ବଣ୍ଟନ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ଦ୍ୱାରା ୫୩୭ ପରିବାର ଉପକାର ପାଇବେ।
-
ଏଣିକି ଟୁଇନ୍ ସିଟି ମଧ୍ୟରେ ଯାଇଥିବା NH ଓ ରାଜ୍ୟ ରାଜପଥରେ ସନ୍ଧ୍ୟା ୫ଟାରୁ ୭ଟା ୩୦ ପର୍ଯ୍ୟନ୍ତ ଅଢେଇ ଘଣ୍ଟା ପାଇଁ ଭାରି ଯାନ ' ୬ ଚକିଆ ' ଚଳାଚଳ ଉପରେ ଲାଗୁ ହେବ କଟକଣା l
-
ରାଜ୍ୟରେ ସ୍ନେକ ହେଲପ ଲାଇନ ସଦସ୍ୟ ବୁଲି ବୁଲି ସାପ ଧରୁଛନ୍ତି । ତେଣୁ ଏହି ସାପ ଧରାଳିଙ୍କ ପାଇଁ ବୀମା ସୁବିଧା ଯୋଗାଇ ଦେବା ରାଜ୍ୟ ସରକାର। ଏଥି ସହିତ ସାପ ଧରାଳିଙ୍କ ବୀମା ପ୍ରିମିୟମ ଭରିବ ଜଙ୍ଗଲ ଓ ପରିବେଶ ବିଭାଗ ।
-
୨୦୨୦-୨୧ ତୁଳନାରେ ୨୦୨୧-୨୨ରେ ପ୍ରମୁଖ ରାଜନୈତିକ ଦଳଗୁଡ଼ିକର ସମ୍ପତ୍ତି ବଢ଼ିଛି। ୨୦୨୧-୨୨ରେ ୮ଟି ରାଜନୈତିକ ଦଳ ଦ୍ବାରା ଘୋଷଣା କରାଯାଇଥିବା ମୋଟ୍ ସମ୍ପତ୍ତିର ମୂଲ୍ୟ ୮,୮୨୯.୧୬ କୋଟି ଟଙ୍କା।
-
ଦେଶର ଅନ୍ୟତମ ଦାମୀ ଓକିଲ ତଥା ଭାରତର ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ ତୃତୀୟ ଥର ବିବାହ କରିଛନ୍ତି। ସେ ଲଣ୍ଡନରେ ୬୮ ବର୍ଷ ବୟସରେ ରବିବାର ତୃତୀୟ ଥର ପାଇଁ ବିବାହ କରିଛନ୍ତି। ଗତକାଲି ଲଣ୍ଡନର ଏକ ବିଳାଶପୂର୍ଣ୍ଣ ହୋଟେଲରେ ତ୍ରିନାଙ୍କୁ ବିବାହ କରିଛନ୍ତି ହରିଶ ସାଲଭେ। ତ୍ରିନା ବ୍ରିଟିଶର ମୂଳ ବାସିନ୍ଦା ।
-
କେନ୍ଦ୍ରୀୟ ବ୍ୟାଙ୍କ ପ୍ରସ୍ତୁତ କରିଥିବା ଡିଜିଟାଲ ମୁଦ୍ରା ସୀମାପାର ପେମେଣ୍ଟ୍ରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ। ଏହା ଜରିଆରେ ଶୀଘ୍ର ଓ ସୁଲଭ ମୂଲ୍ୟରେ ସୀମାପାର ପେମେଣ୍ଟ୍ ହୋଇପାରିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି।
-
ବର୍ତ୍ତମାନ ବିଶ୍ବ ବଜାରରେ ଚାଉଳ ଦର ରେକର୍ଡ ସ୍ତରରେ ରହିଛି। ଏଭଳି ପରିସ୍ଥିତି ଜାରି ରହିଲେ ଚାଉଳ ଟନ୍ ପିଛା ୧୦୦୦ ଡଲାର ଛୁଇଁବ ବୋଲି ଆଶଙ୍କା କରାଯାଉଛି।
-
ବିଭିନ୍ନ ଅର୍ଥନୈତିକ ଓ ବ୍ୟାବସାୟିକ ମାନଦଣ୍ଡ ଆଧାରରେ ଚୀନ୍ଠାରୁ ଭାରତ ୧୬.୫ ବର୍ଷ ପଛୁଆ ଥିବା ବର୍ଣ୍ଣଷ୍ଟିନ୍ ରିସର୍ଚ୍ଚ ରିପୋର୍ଟରେ କୁହାଯାଇଛି।
-
ଏବେ ୟୁପିଆଇ ଦ୍ବାରା ହୋଇପାରିବ ଡିଜିଟାଲ ମୁଦ୍ରାର ନେଣ ଦେଣ, ଗ୍ରାହକଙ୍କ ପାଇଁ ଏସବିଆଇ ଆଣିଲା ସୁବିଧା l ଗ୍ରାହକ ଏବେ ୟୋନୋ ଆପ୍ ମାଧ୍ୟମରେ ଡିଜିଟାଲ ମୁଦ୍ରା କିଣିପାରିବେ ଏବଂ ଗ୍ରାହକ ବିନା କୌଣସି ଅସୁବିଧାରେ ୟୁପିଆଇ କ୍ୟୁଆର କୋଡକୁ ସ୍କାନ କରି ସହଜରେ ପେମେଣ୍ଟ କରିପାରିବେ।
-
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ)କୁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କୁହାଯାଉଛି। ଏହା ପଛରେ ଦୃଢ଼ କାରଣ ମଧ୍ୟ ରହିଛି। ବିଏସ୍କେୱାଇ କେବଳ ଓଡ଼ିଶାରେ ରହୁଥିବା ଲୋକଙ୍କୁ ନୂଆ ଜୀବନ ଦେଉନାହିଁ; ବରଂ ରାଜ୍ୟ ବାହାରେ ମଧ୍ୟ ହଜାର ହଜାର ଲୋକଙ୍କ ପାଇଁ ଆଶୀର୍ବାଦ ସାଜିଛି।
-
୬ ରାଜ୍ୟର ୭ ବିଧାନସଭା ଆସନରେ ଆଜିହେବ ଉପନିର୍ବାଚନ l ଉତ୍ତରପ୍ରଦେଶର ଘୋଷି ନିର୍ବାଚନ ମଣ୍ଡଳୀ, ଝାଡ଼ଖଣ୍ଡର ଡୁମରି, ତ୍ରିପୁରାର ଧାନପୁର ଓ ବକ୍ସନଗର, ଉତ୍ତରାଖଣ୍ଡର ବାଗେଶ୍ବର, ପଶ୍ଚିମବଙ୍ଗର ଧୁପଗୁଡ଼ି ଏବଂ କେରଳର ପୁଥୁପ୍ପଲ୍ଲି ରେ ହେବ ଉପନିର୍ବାଚନ l ଆସନ୍ତା ୮ ତାରିଖରେ ନିର୍ବାଚନ ଫଳ ପ୍ରକାଶ ପାଇବ।
-
ଟିମ୍ ଇଣ୍ଡିଆ ଦ୍ରୁତ ବୋଲର ଯଶପ୍ରୀତ ବୁମରା ବାପା ହୋଇଛନ୍ତି। ବୁମରାଙ୍କ ପତ୍ନୀ ସଞ୍ଜନା ଗଣେସନ ସୋମବାର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ବୁମରା ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି।
-
ଏସିଆ କପ୍ରେ ବଡ଼ ପରିବର୍ତ୍ତନ, ଫାଇନାଲ୍ ସହ ସୁପର-୪ର ସମସ୍ତ ମ୍ୟାଚ୍ ହମ୍ବନଟୋଟା ଗ୍ରାଉଣ୍ଡରେ ଖେଳାଯିବ
|
418 |
Y |
|
1426 |
05-09-2023 |
English |
-
President Droupadi Murmu Monday said teachers' contribution to building an equitable and inclusive society and transforming India into the world's knowledge hub is more important than ever.
-
Deeper and more entrenched divisions over Russia’s war in Ukraine risk derailing progress on issues such as food security, debt distress and global cooperation on climate change when the world’s most powerful nations meet this weekend in New Delhi
-
The Narendra Modi-led Central government is reportedly planning to remove the word ‘India’ from the Constitution, sources in the know of things claimed, adding that a preparation pertaining to the proposal is underway.
-
The total assets declared by the eight national political parties increased to `8,829.16 crore during FY 2021-22 from `7,297.62 crore in 2020-21 and the highest assets were declared by the Bharatiya Janata Party (BJP) at `6,046.81 crore during FY 2021-22, poll rights body ADR said in its report Monday.
-
Bodies of 28 passengers remain unclaimed and unidentified though three months have elapsed since the tragic triple train disaster near Bahanaga Bazar railway station in Odisha, an official said here Monday.
-
Former Indian hockey captain Prabodh Tirkey Monday joined the Congress at the party’s Odisha unit headquarters here and expressed his desire to contest the Assembly elections next year.
-
A waterfall approximately 1,115 feet in height has been found inside the dense Similipal forest. It is five kilometres away from Subarnamanjari village near Basipitha in Mayurbhanj district .
-
Free mobiles, free ration kits and free power till 100 units…Rajasthan Chief Minister Ashok Gehlot has announced a series of freebies as assembly polls approach near, aiming to make a comeback in the state for next tenure.
-
Poor rainfall during August has raised worries of a possible drought-like situation across Madhya Pradesh as 26 of the state’s 52 districts have received around 20 per cent deficient rain, and nine, including capital Bhopal, around 30 per cent, according IMD reports.
-
ISRO scientist N Valarmathi who did the countdown for a number of missions including the Chandrayaan3 died in Chennai on September 2 following cardiac arrest, an official said here Monday.
-
After a successful hopping experiment where the Vikram lander was elevated and soft landed again on the Moon, ISRO Monday said it has exceeded its objectives and now its payloads have been switched off.
-
India has stepped up the use of coal to generate electricity in a bid to stop outages caused by lower hydroelectricity output, and as an increase in renewables is struggling to keep pace with record power demand.
-
Fintech firm Paytm Monday launched a soundbox device that lets merchants accept both mobile and card payments across networks -- from home-grown RuPay to Visa, Mastercard and American Express.
-
Novak Djokovic did not encounter any of the sort of trouble he did in his previous match, eliminating qualifier Borna Gojo 6-2, 7- 5, 6-4 to reach the US Open quarterfinals.
-
The State Bank of India (SBI) Monday said it has implemented UPI interoperability in its digital rupee, called Central Bank Digital Currency (CBDC).
-
Implementation of multiple proposed regulatory specifications can push up commercial vehicle prices by 10-12 per cent, ratings agency ICRA said Monday.
-
The Supreme Court criticised the Telangana police for using preventive detention law at the drop of a hat and said while the nation celebrates 'Azadi Ka Amrit Mahotsav' to commemorate 75 years of Independence.
-
ISRO's Telemetry, Tracking and Command Network (ISTRAC) carried out the operation.
-
The Bihar education department has withdrawn its controversial order curtailing the holidays of school teachers on Diwali, Durga Pooja, Raksha Bandhan, and other festivals, as per a government order.
-
The high-profile G20 summit will be held in Delhi over the weekend. From physical security cover, Delhi Police has also chosen Sandes app to communicate about the event's security and other things.
|
415 |
Y |
|
1427 |
04-09-2023 |
Odia |
-
ଆଜିଠାରୁ ଗୁଗୁଲ୍କୁ ୨୫ ବର୍ଷ ଚାଲିବ। ୧୯୮୮ ସେପ୍ଟେମ୍ବର ୪ରେ ଆମେରିକାର କାଲିଫର୍ଣ୍ଣିଆସ୍ଥିତ ଷ୍ଟାନ୍ଫୋର୍ଡ ବିଶ୍ବବିଦ୍ୟାଳୟର ଦୁଇ ଜଣ ପିଏଚ୍ଡି ଛାତ୍ର ଲାଜି ପେଜ୍ ଓ ସର୍ଜି ବ୍ରିନ୍ ଗୁଗୁଲ୍କୁ ସ୍ଥାପନ କରିଥିଲେ। ଏକ ସର୍ଚ୍ଚ ଇଞ୍ଜିନ ଭାବେ ସୁସାନ ୱଜସିକିଙ୍କ ଗ୍ୟାରେଜ୍ରୁ କଂପାନି ଏହାର ଯାତ୍ରା ଆରମ୍ଭ କରିଥିଲା। ଇତି ମଧ୍ୟରେ ଗୁଗୁଲ୍ ବିଶ୍ବବ୍ୟାପୀ ଏହାର ପ୍ରଭାବ ବିସ୍ତାର କରିପାରିଛି।
-
ରିଅଲ ଇଷ୍ଟେଟ୍ କ୍ଷେତ୍ରକୁ ବ୍ୟାଙ୍କ ଦେଉଥିବା ଋଣ ୩୮ ପ୍ରତିଶତ ବୃଦ୍ଧି ପାଇଛି। ଜୁଲାଇ ଶେଷ ସୁଦ୍ଧା ଏହି ଶିଳ୍ପ ଉପରେ ବ୍ୟାଙ୍କଗୁଡ଼ିକର ୨୮ ଲକ୍ଷ କୋଟି ଟଙ୍କାର ବକେୟା ରହିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ତଥ୍ୟରୁ ଜଣାପଡ଼ିଛି।
-
ଶ୍ରୀହରିକୋଟାରେ ରକେଟ୍ ଉତ୍କ୍ଷେପଣ କରାଯାଉଥିବା ବେଳେ ‘କାଉଣ୍ଟ୍ଡାଉନ୍’ ବା ‘ଓଲଟ ଗଣନା’ କରୁଥିବା ‘ଇସ୍ରୋ’ ବୈଜ୍ଞାନିକା ଏନ୍. ବାଲାର୍ମାତିଙ୍କର ହୃଦ୍ଘାତରେ ମୃତ୍ୟୁ ଘଟିଥିବା କଥା ‘ଇଣ୍ଡିଆ ଟୁଡେ’ ଓ ଅନ୍ୟାନ୍ୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
-
ଓଡ଼ିଶାରେ ୨୦୦୧ରୁ ୨୦୨୧ ପର୍ଯ୍ୟନ୍ତ ବଜ୍ରପାତରେ ୫୧୬୪ ଜଣଙ୍କର ମୂତ୍ୟୁ ଘଟିଛି। କ୍ଲାଇମେଟ ରେଜିଲିଏଣ୍ଟ ଅବଜର୍ଭିଂ ସିଷ୍ଟମ୍ସ ପ୍ରମୋସନ କାଉନସିଲ ପକ୍ଷରୁ ସଦ୍ୟ ପ୍ରକାଶିତ ବାର୍ଷିକ ବଜ୍ରପାତ ରିପୋର୍ଟ ୨୦୨୨-୨୩ରେ ଏହା କୁହାଯାଇଛି।
-
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ)କୁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କୁହାଯାଉଛି। ଏହା ପଛରେ ଦୃଢ଼ କାରଣ ମଧ୍ୟ ରହିଛି। ବିଏସ୍କେୱାଇ କେବଳ ଓଡ଼ିଶାରେ ରହୁଥିବା ଲୋକଙ୍କୁ ନୂଆ ଜୀବନ ଦେଉନାହିଁ; ବରଂ ରାଜ୍ୟ ବାହାରେ ମଧ୍ୟ ହଜାର ହଜାର ଲୋକଙ୍କ ପାଇଁ ଆଶୀର୍ବାଦ ସାଜିଛି।
-
ମୁମ୍ବାଇ ସ୍ଥିତ ଭାବା ଆଣବିକ ଅନୁସନ୍ଧାନ କେନ୍ଦ୍ରର ଓଡିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମାହନ୍ତି ଆଇୟୁପିଏସି ପୁରସ୍କାର ଗ୍ରହଣ କରିଛନ୍ତି । ରସାୟନ ଶାସ୍ତ୍ରରେ ଉଚ୍ଚ କୋଟିର ଗବେଷଣା ପାଇଁ ତାଙ୍କୁ ଏହି ପୁରସ୍ଖାର ମିଳିଥିବା ସୂଚନା ମିଳିଛି । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ତିତିରାର ବାସିନ୍ଦା ବୈଜ୍ଞାନିକ ଶ୍ରୀମତୀ ମହାନ୍ତି ଦେଶର ପ୍ରଥମ ମହିଳା ଭାବରେ ସେ ଏହି ପୁରସ୍କାର ଗ୍ରହଣ କରିଥିବାରୁ ଏହାକୁ ନେଇ ସାଧାରଣରେ ସନ୍ତୋଷ ପ୍ରକାଶ ପାଇଛି ।
-
ବେଙ୍ଗାଲୁରୁରେ ଆଦିତ୍ୟ-ଏଲ୍୧ ସୌର ମିସନର ମୁଖ୍ୟ ପେଲୋଡ୍ ପାଇଁ କାମ କରୁଥିବା ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆଷ୍ଟ୍ରୋଫିଜିକ୍ସ (ଆଇଆଇଏ)ର ବୈଜ୍ଞାନିକ ଓ ଇଂଜିନିୟରଙ୍କ ପାଇଁ ପର୍ଫ୍ୟୁମ୍ ଓ ସ୍ପ୍ରେ ବ୍ୟବହାର କରିବା ମନା।
-
ବରିଷ୍ଠ ବିଧାୟକ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର କପାମଣ୍ଡି ନିକଟରେ ଶୋକାକୁଳ ପରିବେଶରେ ଚିରକାଳ ପାଇଁ ବିଦାୟ ନେଇଛନ୍ତି ସୂର୍ଯ୍ୟନାରାୟଣ ପାତ୍ର । ଗାର୍ଡ ଅଫ ଅନର ଦିଆଯିବା ପରେ ପୁଅ ବିପ୍ଳବ ପାତ୍ର ମୁଖାଗ୍ନି ଦେଇଥିଲେ ।
-
ଅମର ରହିବେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଶେଷ ଇଚ୍ଛା ଓ ପରିବାର ଲୋକଙ୍କ ସହମତିରେ ସୂର୍ଯ୍ୟ ପାତ୍ରଙ୍କ ଚକ୍ଷୁ ଦାନ କରାଯାଇଛି । ତାଙ୍କରି ଆଖିରେ ଦୁନିଆ ଦେଖିପାରିବେ ଆଉ ଜଣେ ବ୍ୟକ୍ତି ।
-
ଘୁଞ୍ଚିଲା ‘ସାଲାର’ର ରିଲିଜ୍ ତାରିଖ, ବୁକ୍ ହୋଇ ସାରିଥିଲା ୪ଲକ୍ଷ ଡଲାରର ଟିକେଟ
-
ଅରୁଣାଚଳ ହେଉ ବା କଶ୍ମୀର, ଯେଉଁଠାରେ ଇଚ୍ଛା ସେଠାରେ କରିବୁ ଜି-୨୦ ବୈଠକ, ଚୀନ, ପାକିସ୍ତାନକୁ ମୋଦୀଙ୍କ ଟାର୍ଗେଟ୍
-
ରାଜ୍ୟର ବିଭିନ୍ନ ସ୍ଥାନରେ ଶନିବାର ଦିନ ଅପରାହ୍ଣ ସମୟରେ ଘଡ଼ଘଡ଼ି ବର୍ଷା ସହିତ ବଜ୍ରପାତ ହେବାରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ବଜ୍ରପାତରେ ୧୪ ଜଣ ଲୋକ ଆହତ ହୋଇଛି। ।
-
ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ଏକ ବିବାଦୀୟ ବୟାନ ଦେଇଛନ୍ତି। ସନାତନ ଧର୍ମକୁ ‘ମ୍ୟାଲେରିଆ’ ଏବଂ ‘ଡେଙ୍ଗୁ’ ସହ ତୁଳନା କରି ଉଦୟନିଧି ବଡ଼ ବିବାଦ ସୃଷ୍ଟି କରିଛନ୍ତି।
-
ଚୀନର ବେଲ୍ଟ ଆଣ୍ଡ ରୋଡ ଇନସିଏଟିଭ୍ (ବିଆରଆଇ) ପ୍ରକଳ୍ପରେ ସାମିଲ ହୋଇଥିବା ଜି-୭ ଶିଳ୍ପ ରାଷ୍ଟ୍ରଗୋଷ୍ଠୀର ସଦସ୍ୟ ଇଟାଲୀ ଏବେ ଏଥିରୁ ଓହରିଯିବାକୁ ଯୋଜନା କରିଛି।
-
ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଅଧ୍ୟାପକଙ୍କ ଚାକିରି ଫେରାଇଲେ ସରକାର: ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ଭୋଗିଥିଲେ ଦଣ୍ଡ ।
-
ଦେଶର ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣିବା ସହିତ ‘ ଏକ ରାଷ୍ଟ୍ର, ଏକ ନିର୍ବାଚନ’ ନୀତି ପ୍ରଚଳନ କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି। ଆସନ୍ତା ୧୮ ରୁ ୨୨ ତାରିଖ ଯାଏଁ ଡକାଯାଇଥିବା ସଂସଦର ସ୍ବତନ୍ତ୍ର ଅଧିବେଶନରେ ଏହି ପ୍ରସଙ୍ଗରେ ବିଲ୍ ଅଣାଯାଇ ଆଲୋଚନା କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି।
-
ବ୍ରିଟିଶ ଅମଳର ଅମର୍ଦ୍ଦାରୋଡ୍ସ୍ଥିତ ରାସଗୋବିନ୍ଦପୁର ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ଉଡ଼ାଣ ସ୍ୱପ୍ନ ସାକାର ହେବାକୁ ଯାଉଛି। ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନରେ ଥିବା ବିମାନବନ୍ଦର ଜମିକୁ ରାଜ୍ୟ ସରକାର ନିଜ ଅଧୀନକୁ ଆଣିବା ଲାଗି ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ବିମାନବନ୍ଦରର ମୋଟ ଏଥିପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରାଳୟକୁ ୨୬ କୋଟି ୩ ଲକ୍ଷ ୧୦ ହଜାର ୪୩୮ ଟଙ୍କା ପ୍ରଦାନ କରାଯାଇଛି।
-
ଶସ୍ତାରେ ରୁଷରୁ ଭାରତର ତୈଳ ଆମଦାନୀ ୭ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ମୌସୁମୀ ବର୍ଷା ଯୋଗୁ ଦେଶରେ ତୈଳ ଚାହିଦା ହ୍ରାସ କାରଣରୁ ଅଗଷ୍ଟ ମାସରେ ରୁଷରୁ ଅଶୋଧିତ ତୈଳ ଆମଦାନୀ ହ୍ରାସ ପାଇଥିଲା। ଏହା ୭ ମାସର ସର୍ବନିମ୍ନ ସ୍ତରକୁ ପହଞ୍ଚି ଯାଇଥିବା ଜଣାପଡିଛି।
-
ଚଳିତ ଏସିଆ କପ୍ର ଲିଗ୍ ପର୍ଯ୍ୟାୟରେ ସମସ୍ତ କ୍ରିକେଟ୍ପ୍ରେମୀଙ୍କ ନଜର ଥିଲା ଭାରତ-ପାକିସ୍ତାନ ମୁକାବିଲା ଉପରେ। କାରଣ ଗ୍ରୁପ୍ ‘ଏ’ରୁ କେଉଁ ୨ଟି ଦଳ ସୁପର-୪ରେ ପହଞ୍ଚିବେ; ତାହା ଆଗରୁ ଜଣାଥିଲା।
-
ଶ୍ରୀଲଙ୍କାରେ ଏସିଆ କପ୍ ଖେଳୁଥିବା ଟିମ୍ ଇଣ୍ଡିଆକୁ ଝଟକା। ଭାରତର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରା ଅଚାନକ ଶ୍ରୀଲଙ୍କାରୁ ମୁମ୍ବାଇ ଫେରିଛନ୍ତି। ସୋମବାର କ୍ୟାଣ୍ଡୀର ପାଲିକଲ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ନେପାଳ ବିପକ୍ଷ ମ୍ୟାଚରେ ସେ ଖେଳି ପାରିବେ ନାହିଁ।
|
404 |
Y |
|
1428 |
04-09-2023 |
English |
-
The Odisha government Sunday said that the death toll in lightning strikes that occurred across the state a day before rose to 12. The government also announced an ex gratia of `4 lakh for the next of kin of each deceased.
-
Toothpastes, chocolates, washing powders and deodorants -- everyday products are increasingly under lock and key at US retailers, as petty theft and organised shoplifting rise while consumers grapple with a high cost of living.
-
In a spectacular show of talent and charm, the inaugural Mr. India 2023 competition, organized by Global Handsome Treasure, recently concluded with Sharang Patro, a native of Bhubaneswar, Odisha, emerging as the victor.
-
Bus services from Baramunda Inter-State Bus Terminal (ISBT) here will commence in October, Bhubaneswar Development Authority (BDA) vice-chairman Balwant Singh said, Sunday.
-
The mortal remains of former Assembly Speaker and minister Surjya Narayan Patro was consigned to flames with full state honours at his native place at Digapahandi.
-
In a bid to protect the coastlines and strengthen the saline embankments, the state Water Resources department had signed a memorandum of understanding (MoU) with National Institute of Ocean Technology (NIOT) August 10 last year.
-
Hill cutting for any kind of private development and construction activity except for rebuilding disaster-affected buildings and roads have been banned in Himachal Pradesh for two weeks up to September 16, a spokesperson.
-
Government has constituted an eight member high level committee to examine ONE NATION, ONE ELECTION. Former President Ram Nath Kovind has been appointed as Chairman of the committee.
-
PM Modi has said, India will be a developed nation by 2047 where corruption, casteism and communalism will have no place.
-
A special Session of Parliament has been convened from the 18th to 22nd of September.
-
The fourth and final Sherpa meeting of the G20 Summit began on Sunday in Haryana’s Mewat and will continue until September 7
-
Northern Railways has decided to cancel 40 mail and Express trains due to the upcoming G20 Summit in Delhi from the 9th to the 10th of September. It has also diverted 64 trains.
-
ISRO scientist Valarmathi, who lent her voice on countdowns for rocket launches, including the Chandrayaan-3 mission, has passed away due to cardiac arrest. She was a project director of RISAT-1, India's first indigenously-developed Radar Imaging Satellite.
-
Shri Kantha Rao assumed charge as the new Secretary of the Ministry of Mines, on 1 September 2023.
-
Former Chief Justice of India (CJI) N.V. Ramana has been appointed as member of the International Mediator Panel of Singapore International Mediation Centre
-
Punjab Police issues advisory regarding fake social media platforms.
-
Tamil Nadu chief minister MK Stalin's son and state minister Udhayanidhi, triggered a political row Saturday by equating 'Sanatana' (Sanatan Dharma) with "mosquitoes, Dengue, Malaria, fever and Corona", adding that it should be stamped out like these ailments.
-
Rajinikanth's film 'Jailer' has been a huge success, grossing Rs 640 crore in just 23 days. As a result, the film's producer has gifted Rajinikanth a new BMW car and a cheque for Rs 100 crore.
-
Recently the Manipur government appointed Colonel (retired) Nectar Sanjenbam as senior superintendent (combat) in Manipur police department for a five-year tenure.
-
Having received a clearance certificate on his fitness from the NCA, KL Rahul is set to be included in India’s 15-member provisional ICC Men’s Cricket World Cup (CWC) squad, which will be announced by Tuesday.
|
441 |
Y |
|
1429 |
03-09-2023 |
Odia |
-
ଲଞ୍ଚ ହେଲା ‘ଆଦିତ୍ୟ ଏଲ-୧’ । ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ କରିବାକୁ ଦେଶର ପ୍ରଥମ ସୂର୍ଯ୍ୟ ଅଭିଯାନ ଆରମ୍ଭ ହୋଇଛି । ଶ୍ରୀହରିକୋଟା ସ୍ପେସ୍ ସେଣ୍ଟରରୁ ଉତ୍କ୍ଷେପଣ ହେଲା ‘ଆଦିତ୍ୟ L1’। PSLV-C57ରେ ‘ଆଦିତ୍ୟ L1’ର କରାଗଲା ଉତ୍କ୍ଷେପଣ। ସୂର୍ଯ୍ୟଠାରୁ ୧୪.୮୫ କୋଟି କିଲୋମିଟର ଦୂରତାରେ ରହି ଏହାର ଫେସ୍ ରିଡିଙ୍ଗ କରିବ ଆଦିତ୍ୟ ଏଲ୍-୧ ।
-
ସଫଳତାର ସହିତ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ କରିଥିବା ‘ଚନ୍ଦ୍ରଯାନ-୩’ର ‘ରୋଭର୍ ପ୍ରଜ୍ଞାନ’କୁ ଚନ୍ଦ୍ରପୃଷ୍ଠରେ ନିରାପଦରେ ‘ପାର୍କିଙ୍ଗ୍’ କରାଇ ‘ସ୍ଲିପ୍ ମୋଡ୍’ରେ (ନିଷ୍କ୍ରିୟ ଅବସ୍ଥା) ରଖାଯାଇଥିବା କଥା ଶନିବାର ରାତିରେ ଭାରତୀୟ ମହାକାଶ ଏଜେନ୍ସି ‘ଇସ୍ରୋ’ କହିଛି।
-
ଦେଶର ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣିବା ସହିତ ‘ ଏକ ରାଷ୍ଟ୍ର, ଏକ ନିର୍ବାଚନ’ ନୀତି ପ୍ରଚଳନ କରିବାକୁ କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଆସନ୍ତା ୧୮ ରୁ ୨୨ ତାରିଖ ଯାଏଁ ଡକାଯାଇଥିବା ସଂସଦର ସ୍ବତନ୍ତ୍ର ଅଧିବେଶନରେ ଏହି ପ୍ରସଙ୍ଗରେ ବିଲ୍ ଅଣାଯାଇ ଆଲୋଚନା କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି।
-
ପୁଲିସ ବିଭାଗର କାର୍ଯ୍ୟକୁ ଆହୁରି ସହଜ କରିବା ପାଇଁ ଆଜି ୧୯୦ଟି ପୁଲିସ ଯାନର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଓ.ଏସ.ଏ.ପି ୭ମ ବାଟାଲିୟନଠାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ୧୯୦ଟି ପୁଲିସ ଯାନର ଶୁଭାରମ୍ଭ କରିଛନ୍ତି।
-
ଓଡ଼ିଶା ବିଧାନସଭାରେ ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡିର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ। ଗତକାଲି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସନ୍ଧ୍ୟା ୭.୩୧ରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା।
-
ଟ୍ରେନ୍ ଦୁର୍ଘଟଣା ମାମଲାରେ ଗିରଫ ୩ ରେଳ ଅଧିକାରୀଙ୍କ ନାଁରେ ଭୁବନେଶ୍ୱରରେ ସ୍ପେଶାଲ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ତଦନ୍ତକାରୀ ସଂସ୍ଥା ସିବିଆଇ ।
-
ନ୍ୟାୟପାଳିକାରେ ‘ଦୁର୍ନୀତି’ ମନ୍ତବ୍ୟ ପାଇଁ ହାଇକୋର୍ଟ ନିଜ ଆଡୁ ଗେହଲଟ୍ଙ୍କ ବିରୋଧରେ ଅପରାଧିକ ଅବମାନନା ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁରୋଧ କରି ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା । ଶିବଚର ଗୁପ୍ତା ନାମକ ଜଣେ ଓକିଲ ଏହି ମାମଲା ଦାୟର କରିଥିଲେ । ଜଷ୍ଟିସ ଏମ୍.ଏମ୍ ଶ୍ରୀବାସ୍ତବ ଏବଂ ଜଷ୍ଟିସ ଆଶୁତୋଷ କୁମାରଙ୍କ ଏକ ଖଣ୍ଡପୀଠ ଶନିବାର ଏହି ପିଟିସନର ଶୁଣାଣି ବେଳେ ମୁଖ୍ୟମନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।
-
ଝାରସୁଗୁଡା ଜିଲ୍ଲାରେ ହୀରାକୁଦ ବନ୍ଧ ବିସ୍ଥାପିତ ମାନଙ୍କର ସମସ୍ୟା ୫୦ ବର୍ଷରୁ ଅଧିକ ସମୟର। ଲଖନପୁର ତହସିଲର ୧୮ଟି ଗାଁ ଓ ଝାରସୁଗୁଡା ତହସିଲର ଗୋଟିଏ ଗାଁ, ଏହିପରି ୧୯ଟି ଗାଁର ଜମି ସମସ୍ୟାର ସମାଧାନ ପାଇଁ ବୈଠକରେ ନିଷ୍ପତ୍ତି କରାଯାଇଛି । ୧୭୪୯ଟି ପରିବାରକୁ ପ୍ରାୟ ୩୨୩୧ ଏକର ଜମି ଉପରେ ଅଧିକାର ଦିଆଯିବ। ଡିସେମ୍ବର ମାସରୁ ଲିମେଇତିକ୍ରା, ସାହାସବାଗ, ଲାଛିପଲ୍ଲୀ, ପାତ୍ରପଲ୍ଲୀ ଓ ଡୁଆଁମୁଣ୍ଡା – ଏହି ୫ଟି ଗାଁରେ ପଟ୍ଟା ବଣ୍ଟନ ଆରମ୍ଭ ହେବ ।
-
ଭୟଙ୍କର ବଜ୍ରପାତ ସହ ପ୍ରବଳ ବର୍ଷାରେ ବେହାଲ ହେଲା ରାଜଧାନୀ ଭୁବନେଶ୍ୱର । ୨୧ ମିନିଟରେ ୬ ହଜାର ୯୦୬ ଥର ବିଜୁଳି ଘଡ଼ଘଡ଼ି ମାରିଲା । ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ଲହଡ଼ି ମାରିଲା ଆଣ୍ଠୁଏ ଉଚ୍ଚର ପାଣି ।
-
ପିପିଲି ଟୋଲଗେଟ ନିକଟରୁ ୧ କେଜି ୮୦ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଏହି ମାମଲାରେ ଦୁଇ ଜଣ ଡ୍ରଗ୍ସ ମାଫିଆଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ଜବତ ବ୍ରାଉନସୁଗାରର ମୂଲ୍ୟ ଆନୁମାନିକ ୧ କୋଟି ୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।
-
ଜେଟ ଏୟାରୱେଜର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଗିରଫ କଲା ଇଡି । କାନାରା ବ୍ୟାଙ୍କରେ ୫୩୮ କୋଟି ଟଙ୍କାର ଠକେଇ ଅଭିଯୋଗରେ ଜେଟ୍ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି।
-
ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ବିଶିଷ୍ଟ ଆଇନଜୀବୀ ଶିବ ଶଙ୍କର ମିଶ୍ର ଓ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ନିଯୁକ୍ତି ମିଳିଛି।
-
ଚଳିତ ବର୍ଷ ପ୍ରଦାନ ହେବାକୁ ଥିବା ଜାତୀୟ ଶିକ୍ଷକ ପୁରସ୍କାର ଘୋଷଣା କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେପ୍ଟେମ୍ବର ୫ରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଏହି ୭୫ ଜଣ ମନୋନୀତ ଶିକ୍ଷକଙ୍କୁ ୨୦୨୩ ବର୍ଷ ପାଇଁ ଜାତୀୟ ପୁରସ୍କାର ପ୍ରଦାନ କରିବେ।
-
ଚଳିତବର୍ଷ ମୋଟ ୫୦ଜଣ ସ୍କୁଲ ଶିକ୍ଷକ, ୧୩ ଜଣ ଉଚ୍ଚ ଶିକ୍ଷାନୁଷ୍ଠାନ ଶିକ୍ଷକ ଓ ଦକ୍ଷତାବୃଦ୍ଧି ମନ୍ତ୍ରଣାଳୟର ୧୨ ଜଣ ଶିକ୍ଷକ ଏହି ପୁରସ୍କାର ଲାଭ କରିବେ। ଚଳିତବର୍ଷ ଓଡ଼ିଶାରୁ ଶଶି ଶେଖର କର ଶର୍ମା, ସୁଭାଷ ଚନ୍ଦ୍ର ରାଉତ, ରବି ନାରାୟଣ ସାହୁ ଏବଂ ସୁନିତା ସିଂହ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି
-
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ 'ଇଣ୍ଡିଆ' ପରିବର୍ତ୍ତେ 'ଭାରତ' ନାମ ବ୍ୟବହାର କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ଭାରତ ଆମର ପ୍ରାଚୀନ ଓ ବହୁପ୍ରଚଳିତ ନାମ ।
-
ଗତମାସ ୨୧ ତାରିଖରେ ରୁଷ୍ର ମହାକାଶ ଗବେଷଣା ସଂସ୍ଥା ରସକସମସ ପକ୍ଷରୁ ଚନ୍ଦ୍ରର ଦକ୍ଷିଣ ମେରୁକୁ ପ୍ରେରଣ କରାଯାଇଥିବା ଲୁନା-୨୫ ଯାନ ଲକ୍ଷ୍ୟ ହାସଲ କରି ନପାରି ସେଠାରେ ଖସି ପଡ଼ିଥିଲା।
-
ଉତ୍ତର କୋରିଆ କୋରୀୟ ଉପଦ୍ବୀପର ପଶ୍ଚିମ ଉପକୂଳରେ ଥିବା ପୀତ ସାଗର (ୟେଲୋ ସି) ମଧ୍ୟକୁ ଏକାଧିକ କ୍ରୁଜ୍ ମିସାଇଲ୍ ନିକ୍ଷେପ କରିଥିବା କଥା ଦକ୍ଷିଣ କୋରିଆ ସେନା କହିଛି।
-
ବିଶ୍ବବିଦ୍ୟାଳୟଗୁଡ଼ିକ ଦ୍ବାରା ପ୍ରଦାନ କରାଯାଉଥିବା ପ୍ରୋଭିଜିନାଲ ସାର୍ଟିଫିକେଟ୍ ଏବଂ ଡିଗ୍ରୀରେ ଛାତ୍ରଛାତ୍ରୀଙ୍କ ଆଧାର ନମ୍ବର ପ୍ରଦର୍ଶନ ହୋଇପାରିବନି। ୟୁଆଇଡିଏଆଇର ନିୟମାବଳୀକୁ କଡ଼ାକଡ଼ି ପାଳନ କରିବାକୁ ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଏବଂ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦେଇଛି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)।
-
ଭାରତୀୟ ଅଟୋମୋବାଇଲ କମ୍ପାନିଗୁଡ଼ିକ ଅଗଷ୍ଟ ମାସରେ ଦେଶରେ ରେକର୍ଡ ୩,୬୦,୮୯୭ ୟୁନିଟ୍ କାର୍ ବିକ୍ରି କରିଛି। ଗତବର୍ଷ ଅଗଷ୍ଟ ମାସର ବିକ୍ରି ତୁଳନାରେ ଏହା ୧୦.୪ ପ୍ରତିଶତ ଅଧିକ।
-
ବର୍ଷା ଯୋଗୁଁ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍ରେ ଖେଳାଯାଇଥିବା ମ୍ୟାଚ୍ ଅଧାରୁ ବାତିଲ୍ ହୋଇଛି। ଏହି ମ୍ୟାଚ୍ରେ ଭାରତ ଟସ୍ ଜିତି ବ୍ୟାଟିଂ କରିଥିଲା ବେଳେ ସମସ୍ତ ୱିକେଟ୍ ବିନିମୟରେ ୨୬୬ ରନ୍ ସଂଗ୍ରହ କରିଥିଲା।
|
410 |
Y |
|
1430 |
03-09-2023 |
English |
-
The Chandrayaan-3 mission's rover Pragyan has completed its assignments, the Indian Space Research Organisation (ISRO) said today. The rover has been safely parked and put into sleep mode, ISRO said in a post on X, formerly Twitter.
-
India’s maiden solar mission ‘Aditya L1’, Saturday set off on a 125- day journey to the Sun in its attempt to study various elements relating to Earth’s nearest star, after being put into the orbit by a PSLV rocket that touched a new technical milestone in the launch vehicle segment.
-
President Droupadi Murmu has appointed Advocate Sibo Sankar Mishra and judicial officer Ananda Chandra Behera as judges of the Orissa High Court, Union MoS Law and Justice (I/C) Minister Arjun Ram Meghwal said Saturday
-
In a programme held at 7th Battalion Ground Saturday here, Chief Minister Naveen Patnaik dedicated 190 new police vehicles to enhance operational capacities of the law enforcement agency
-
As many as 91,000 families of kendu leaf workers will be benefitted as the state government is all set provide scholarships to the wards of kendu leaf workers in the state, a report said Saturday.
-
A total of 75 teachers from across the country have been selected for the National Teachers’ Award which will be conferred upon them by President Droupadi Murmu September 5, according to Ministry of Education officials
-
The leader of the Congress party in the Lok Sabha Adhir Ranjan Chowdhury has declined to be part of the eight-member committee headed by ex President Ram Nath Kovind to see whether India could hold parliamentary and state assembly elections together.
-
As the national capital gears up for the G20 Summit, Northern Railways has decided to cancel and divert over 200 passenger trains temporarily from September 8 to 11 here, a notification stated on Saturday.
-
Hill cutting for any kind of private development and construction activity except for rebuilding disaster-affected buildings and roads have been banned in Himachal Pradesh for two weeks up to September 16, a spokesperson of the state government said.
-
A session of both Houses of Parliament will be held from September 18-22 without Question Hour or private members' business, the Lok Sabha and the Rajya Sabha secretariats said on Saturday.
-
Former Assembly Speaker and Digapahandi MLA Surjya Narayan Patro passed away at a private hospital here Saturday due to protracted illness. He was 75.
-
The Nobel Foundation Saturday withdrew its invitation for representatives of Russia, Belarus and Iran to attend this year’s Nobel Prize award ceremonies after the decision announced a day earlier “provoked strong reactions.”
-
The Biden administration will for the first time send controversial armorpiercing munitions containing depleted uranium to Ukraine, according to a document seen by Reuters and separately confirmed by two US officials.
-
The government has cut the windfall profit tax on crude oil produced in the country while the levy on exports of diesel and ATF has been hiked, an official notification said. The tax, levied in the form of special additional excise duty or SAED, on domestically produced crude oil was reduced to Rs 6,700 per tonne from Rs 7,100 a tonne
-
The iconic Kalinga Stadium here will play host to the much-anticipated India versus Qatar match, a critical fixture in the FIFA World Cup 2026 and AFC Asian Cup 2027 joint qualifiers. The match will be played November 21, the All India Football Federation (AIFF) announced Saturday.
|
394 |
Y |
|