# |
Date |
Type |
Current Affairs |
No. Of Views |
Status |
Action |
1711 |
09-04-2023 |
Odia |
- କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ସାମୂହିକ ଭାବେ ପ୍ରଚାରପ୍ରସାର କରାଯାଉଥିବା ‘ଭାରତର ସପ୍ତ ମୁକ୍ତିସ୍ଥଳ’ରେ ଶ୍ରୀଜଗନ୍ନାଥଙ୍କ ଧାମ ଶ୍ରୀକ୍ଷେତ୍ର ପୁରୀ ସ୍ଥାନ ପାଇଛି । ଏଣିକି ପୁରୀ ସମ୍ପର୍କରେ ଘରୋଇ ଓ ବିଶ୍ୱ ବଜାରରେ ପ୍ରଚାର ପ୍ରସାର କରାଯିବ । ଏଥିସହ ପ୍ରସାଦ ଓ ସ୍ୱଦେଶ ଦର୍ଶନ ଯୋଜନାରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ହେବ । ଜଗନ୍ନାଥ ଧାମ ପୁରୀ ସହ ଅଯୋଧ୍ୟା, ମଥୁରା, ହରିଦ୍ବାର, ବାରଣାସୀ, ଉଜ୍ଜୈନ ଓ ଦ୍ବାରକା ଏହି ସପ୍ତ ମୁକ୍ତିସ୍ଥଳରେ ରହିଛି।
- ଦେଶର ଶ୍ରେଷ୍ଠ ଜିଲା ପରିଷଦ ଭାବେ ଗଞ୍ଜାମ ଜିଲା ପରିଷଦକୁ ୫ କୋଟି ଟଙ୍କାର ଅର୍ଥରାଶି ଏବଂ ହିଞ୍ଜିଳିକାଟୁ ପଞ୍ଚାୟତ ସମିତିକୁ ପୁରସ୍କାର ବାବଦରେ ୨ କୋଟି ଟଙ୍କାର ଅର୍ଥରାଶି ମିଳିବ ।
- ଦେଶର ପ୍ରଧାନ ବିଚାରପତି (ସିଜେପି)ଙ୍କ କ୍ଷମତାକୁ ହ୍ରାସ କରିବା ଲାଗି ଉଦ୍ଦିଷ୍ଟ ଏକ ପ୍ରସ୍ତାବକୁ ପାକିସ୍ତାନର ରାଷ୍ଟ୍ରପତି ଆରିଫ ଅଲଭି ସଂସଦକୁ ପୁନର୍ବିଚାର ପାଇଁ ଫେରସ୍ତ କରିଛନ୍ତି।
- ଆମେରିକା ମେରିଲ୍ୟାଣ୍ଡ ରାଜ୍ୟରୁ ବିଚଳିତ କରିବା ଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାକାର ଏକ କ୍ୟାଥୋଲିକ ଚର୍ଚ୍ଚରେ ୬୦୦ରୁ ଉର୍ଦ୍ଧ୍ୱ ଶିଶୁଙ୍କୁ ଯୌନ ଉତ୍ପୀଡନ ଦିଆଯାଇଛି। ୮୦ ବର୍ଷ ମଧ୍ୟରେ ତଥା ୧୯୪୦ରୁ ଏ ପର୍ଯ୍ୟନ୍ତ ଅନ୍ୟଲୋକମାନଙ୍କ ସହ ମିଶି ୧୫୬ ପାଦ୍ରୀ ଏହି ଶିଶୁମାନଙ୍କୁ ଯୌନ ଉତ୍ପୀଡ଼ନ ଦେଇଛନ୍ତି।
- କୋଭିଡ୍ ଭୂତାଣୁର ନୂଆ ଉପ-ପ୍ରଜାତି ଏକ୍ସବିବି–ପଏଣ୍ଟ ୱାନ ପଏଣ୍ଟ ୱାନ ସିକ୍ସ ପଏଣ୍ଟ ୱାନ ଭାରତରୁ ଚିହ୍ନଟ ହୋଇଛି । ଏହି ନୂଆ ପ୍ରଜାତି ଦ୍ୱାରା ଦେଶରେ ଏପର୍ଯ୍ୟନ୍ତ ୧୧୩ ଜଣ ସଂକ୍ରମିତ ହୋଇଛନ୍ତି । ବିଶେଷକରି ଗୁଜୁରାଟ ଓ ମହାରାଷ୍ଟ୍ରରେ ନୂଆ ପ୍ରଜାତି ଦ୍ୱାରା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି ।
- ଶ୍ରୀଲଙ୍କାକୁ ଋଣଯନ୍ତାରେ ଫସାଇ ଚୀନ୍ ନିଜର କୁଟିଳ କାର୍ଯ୍ୟ ସାଧନ କରିବାରେ ଲାଗିଛି। ହମ୍ବନଟୋଟା ବନ୍ଦର ପରେ ରଣନୈତିକ ଦୃଷ୍ଟିରୁ ଅନେକ ଗୁରୁତ୍ବବହନ କରୁଥିବା ଭାରତ ମହାସାଗରର ଏହି ରାଷ୍ଟ୍ରର ଜଙ୍ଗଲରେ ସାମ୍ରାଜ୍ୟବାଦୀ ଚୀନ୍ ମହାଶକ୍ତିଶାଳୀ ରାଡାର ପ୍ରତିଷ୍ଠା କରିବାକୁ ଚାହୁଁଛି।
- ନୀଳ ପକ୍ଷୀ ବଦଳରେ ‘ଡଗି’ ନୂଆ ଲୋଗୋ ରଖିଥିଲେ। ଏହି ‘ଡଗି’ ଲୋଗୋଟି କ୍ରିପ୍ଟୋକରେନ୍ସିର ଡଜ କଏନ ସହିତ ସମାନ ରହିଥିଲା। ପୁଣି ଥରେ ଏହି ‘ଡଗି’ ଲୋଗୋକୁ ହାଟାଇ ଦେଇଛନ୍ତି ଏଲନ ମସ୍କ। ପୁଣି ଆଉ ଥରେ ‘ନୀଳ ଚଢେଇ’କୁ ଟ୍ବିଟରର ଲୋଗ ରଖାଯାଇଛି।
- ପାରାଦୀପରେ ବିଜୁ ପଟ୍ଟନାୟକ ଓ ଜବାହରଲାଲ ନେହେରୁଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଯାଇଛି । ଦୁଇଟିଯାକ ପ୍ରତିମୂର୍ତ୍ତି ଭାଙ୍ଗି ଅଳିଆ ଗଦାରେ ଫିଙ୍ଗାଯାଇଛି।
- ଏଣିକି ରାଜଧାନୀର କୌଣସି ଛାତ ଉପରେ ରହିବନି ହୋର୍ଡିଂ । ବେନିୟମ ହୋର୍ଡିଂ ଯୋଗୁଁ ବିଏମସିକୁ ମଧ୍ୟ ରାଜସ୍ୱ କ୍ଷତି ସହିବାକୁ ପଡୁଥିଲା । ବିଳମ୍ବରେ ହେଲେ ବି ପଦକ୍ଷେପ ନେଇଛି ବିଏମସି । ହୋର୍ଡିଂ ହଟାଇବା ନେଇ ଏକ ଘରୋଇ ସଂସ୍ଥାକୁ ଦିଆଯାଇଛି ଦାୟିତ୍ୱ ।
- ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଉତ୍ତରପ୍ରଦେଶର ବରିଷ୍ଠ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍ କହିଛନ୍ତି।
- ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ହେବାର ନାମ ନେଉନାହିଁ। ଏପରିସ୍ଥଳେ ୟରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ତାଙ୍କ ହତ୍ୟା ସହିତ କରୋନା ସଂକ୍ରମଣ ଭୟ ଘରିବା ଆରମ୍ଭ କରିଛି।
- ନ୍ୟୁଜିଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ନ ରାଜନୀତିରୁ ବିଦାୟ ନେଇଛନ୍ତି। ଦେଶର ସଙ୍କଟ ସମୟରେ ଜେସିଣ୍ଡା ନେତୃତ୍ୱ ନେଇଥିଲେ। ତାଙ୍କର ୫ ବର୍ଷର ନେତୃତ୍ୱ ଜଣେ ସଙ୍କଟ ପରିଚାଳକ ଭାବେ ସ୍ମରଣୀୟ ହୋଇ ରହିବ।
- ଏପ୍ରିଲ ୧ରୁ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପାଳନ ହେଉଥିବା ଦୁର୍ଘଟଣାଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ ଶୁକ୍ରବାର ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲାରେ ଦୁର୍ଘଟଣାଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ ମଧ୍ୟରେ ମୋଟ ୧୨ଟି ସଡକ ଦୁର୍ଘଟଣା ଘଟିଥିବା ବେଳେ ୯ଜଣଙ୍କ ମୃତ୍ୟୁ ହୋଇଥିବା ଆଞ୍ଚଳିକ ପରିବହନ ଅଧିକାରୀ ଗୋପାଳ କୃଷ୍ଣ ଦାସ ସୂଚନା ଦେଇଛନ୍ତି।
- ସାଲେପୁର , ପ୍ରସାଦ ଖାଇ ୫ଟି ଗ୍ରାମର ଶହେରୁ ଅଧିକ ଲୋକ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । କାନପୁର, ରମକାପୁର, ଦେଉଳି,ଜୟୀରାମପୁର ଏବଂ ଗୁଆଳିପୁରରେ ଅନେକ ଲୋକ ଅସୁସ୍ଥ ହୋଇଥିବା ପ୍ରାଥମିକ ସୂଚନା ।
- ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମ୍ଏମ୍ୱାଇ)କୁ ୮ ବର୍ଷ ପୂରଣ ହୋଇଛି। ଆରମ୍ଭରୁ ଚଳିତବର୍ଷ ମାର୍ଚ୍ଚ ୨୪ ତାରିଖ ମଧ୍ୟରେ ଉକ୍ତ ଯୋଜନାରେ ୪୦.୯୨ କୋଟି ଲୋକଙ୍କୁ ୨୩.୨ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଛି।
- ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳର ନେତା ଅଜିତ ପାୱାର ଇଭିଏମକୁ ନେଇ ଭିନ୍ନ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, 'ମୋର ବ୍ୟକ୍ତିଗତ ଭାବେ ଇଭିଏମ୍ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି।
- ୨୦୨୧-୨୨ ଆର୍ଥିକ ବର୍ଷରେ ଓଏମ୍ସି ୨୫.୩୧ ନିୟୁତ ଟନ୍ ଲୁହାପଥର ଉତ୍ପାଦନ କରିଥିଲା। ଏଣୁ ୨୦୨୧-୨୨ ତୁଳନାରେ ୨୦୨୨-୨୩ ଆର୍ଥିକ ବର୍ଷରେ କଂପାନି ୧୭ ପ୍ରତିଶତ ଅଧିକ ଲୁହାପଥର ଉତ୍ପାଦନ କରିବାରେ ସକ୍ଷମ ହୋଇଛି।
- ୩୨୫୦ କୋଟି ଟଙ୍କାର ଋଣ ଠକେଇ ମାମଲାରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଚନ୍ଦା କୋଚ୍ଚର, ତାଙ୍କ ସ୍ୱାମୀ ଦୀପକ କୋଚ୍ଚର ଏବଂ ଭିଡିଓକନ୍ ଗ୍ରୁପ୍ ପ୍ରତିଷ୍ଠାତା ବେଣୁଗୋପାଳ ଧୁତଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି
- ସିଏନ୍ଜି ମୂଲ୍ୟ କିଲୋଗ୍ରାମ ପିଛା ୯୪ ଟଙ୍କା ୭୬ ପଇସାରୁ ୮୯ ଟଙ୍କା ୭୬ ପଇସାକୁ ହ୍ରାସ କରାଯାଇଛି। ୯ ତାରିଖ ଠାରୁ ଏହାକୁ କାର୍ଯ୍ୟକାରୀ କରାଯିବ। ସେହିଭଳି ପାଇପ ଯୋଗେ ଲୋକଙ୍କୁ ଯୋଗାଇ ଦିଆଯାଉଥିବା ରନ୍ଧନ ଗ୍ୟାସ (ପିଏନ୍ଜି) ମୂଲ୍ୟ ମଧ୍ୟ ଷ୍ଟାଣ୍ଡାର୍ଡ ଘନ ମିଟର ପିଛା ୬୨ ଟଙ୍କା ୧୮ ପଇସାରୁ ହ୍ରାସ କରାଯାଇ ୫୭ ଟଙ୍କା ୧୮ ପଇସା ରଖାଯାଇଛି। ଏହାଦ୍ବାରା କଟକ ଓ ଭୁବନେଶ୍ବରରେ ୧୧ ହଜାରରୁ ଅଧିକ ପିଏନଜି ଗ୍ରାହକ ଉପକୃତ ହେବେ।
- ଆଇପିଏଲ ସିରିଜ ୧୬ର ୧୨ ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ)କୁ ୭ ଓ୍ବିକେଟରେ ପରାଜିତ କରିଛି ।
|
452 |
Y |
|
1712 |
08-04-2023 |
Odia |
-
ରାଜ୍ୟରେ କରୋନା ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି । ଦୈନିକ ସଂକ୍ରମଣଙ୍କ ସଂଖ୍ୟା ୧୦୦ ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
-
ବିଭିନ୍ନ ଦେଶର ଜେଲରେ ମୋଟ ୮ ହଜାର ୪୩୭ ଜଣ ଭାରତୀୟ ବନ୍ଦୀ ରହିଛନ୍ତି। ତେବେ ମିଳିତ ଆରବ ଏମିରାତ୍ରେ ସର୍ବାଧିକ ୧୯୬୬ ଜଣ ବନ୍ଦୀ ରହିଥିଲା ବେଳେ ଏହାପଚକୁ ୧୩୬୨ ଜଣ ସାଉଦି ଆରବ ଏବଂ ନେପାଳରେ ୧୨୨୨ ଜଣ ଭାରତୀୟ ବନ୍ଦୀ ରହିଛନ୍ତି।
-
ଓଡ଼ିଶାର ସମସ୍ତ ଦୋକାନ ଓ ବ୍ୟବସାୟୀକ ଅନୁଷ୍ଠାନରେ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ । ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ତରଫରୁ ଏହାର କଡ଼ାକଡ଼ି ନିରୀକ୍ଷଣ କରାଯିବ ।
-
ଶ୍ରମିକଙ୍କ ମଜୁରୀ ବଢାଇଲେ ରାଜ୍ୟ ସରକାର । ମଜୁରୀରେ ୧୨ଟଙ୍କା ବୃଦ୍ଧି କରିଛନ୍ତି ସରକାର । ଏନେଇ ଶ୍ରମ ଆୟୁକ୍ତଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୩୩ ରୁ ୩୪୫ ଟଙ୍କାକୁ ବୃଦ୍ଧି ହୋଇଥିବାବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ୩୭୩ରୁ ୩୮୫ ଟଙ୍କାକୁ ବୃଦ୍ଧି ହୋଇଛି ।
-
ସୁନାମଧନ୍ୟ ଚିତ୍ର ଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁଙ୍କର ଏକକ ଚିତ୍ର କଳା ପ୍ରଦର୍ଶନୀ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ହାବିଟାଟ୍ ସେଣ୍ଟରର ଭିଜୁଆଲ ଆର୍ଟ ଗ୍ୟାଲେରୀଠାରେ ଉଦଘାଟିତ ହୋଇଯାଇଛି। ଶ୍ରୀ ସାହୁଙ୍କର ଦୀର୍ଘ ୪୫ ବର୍ଷର କଳାକୃତି ଓ ସୃଜନଶୀଳ ଉପଲବ୍ଧିକୁ ଏଠାରେ ପ୍ରଦର୍ଶନ କରଯାଇଛି।
-
ଚଳିତବର୍ଷ ମାର୍ଚ୍ଚରେ ରୁଷ ଦିନକୁ ୧.୬୪ ନିୟୁତ ବ୍ୟାରେଲ ଅଶୋଧିତ ତେଲ ଭାରତକୁ ଯୋଗାଇ ଦେଇଛି। ମାର୍ଚ୍ଚ ମାସରେ ଭାରତ ଏହାର ମୋଟ ଅଶୋଧିତ ତେଲର ୩୩.୯ ପ୍ରତିଶତ ଉକ୍ତ ଦେଶରୁ ଆଣିଛି।
-
ବଲିଉଡ ସୁପରଷ୍ଟାର ସଲମାନ ଖାନ୍ ଗତ କିଛି ଦିନ ମଧ୍ୟରେ ବାରମ୍ବାର ହତ୍ୟା ଧମକ ପାଇଛନ୍ତି। ଦବଙ୍ଗ ଅଭିନେତା ସଲମାନଙ୍କୁ ହତ୍ୟା ଧମକ ମିଳିବାପରେ ମୁମ୍ବାଇ ପୁଲିସ ପକ୍ଷରୁ ତାଙ୍କ ସୁରକ୍ଷା ବୃଦ୍ଧି କରାଯାଇଥିଲା।
-
ବରିଷ୍ଠ କଂଗ୍ରେସ ନେତା ତଥା ଅବିଭାଜିତ ଆନ୍ଧ୍ରପ୍ରଦେଶର ଶେଷ ମୁଖ୍ୟମନ୍ତ୍ରୀ ଏନ୍ କିରଣ କୁମାର ରେଡ୍ଡି ବିଜେପିରେ ଯୋଗ ଦେଇଛନ୍ତି।
-
ପୁଲିସ ହାତରେ ଏପର୍ଯ୍ୟନ୍ତ ଧରା ପଡ଼ି ନଥିବା ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଅମୃତପାଲ ସିଂହ ଜର୍ଣ୍ଣେଲ ସିଂହ ଭିନ୍ଦ୍ରନୱାଲେଙ୍କ ଭଳି ଦେଖାଯିବା ପାଇଁ ଜର୍ଜିଆରେ ନିଜ ଆଖିର ପ୍ଲାଷ୍ଟିକ ସର୍ଜରି କରିଥିଲା। ୨୦୨୨ ମସିହାରେ ଭାରତ ଫେରିବା ପୂର୍ବରୁ ସେ ଏହା କରିଥିଲା।
-
ମୁସଲିମ ସଂରକ୍ଷଣ କର୍ଣ୍ଣାଟକ ନିର୍ବାଚନରେ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି । ବିଜେପି ସରକାର ମୁସଲିମ ସଂରକ୍ଷଣକୁ ଉଚ୍ଛେଦ କରିଥିବାବେଳେ କ୍ଷମତାକୁ ଫେରିଲେ ପୁଣି ସଂରକ୍ଷଣ ଲାଗୁ କରିବ ବୋଲି କଂଗ୍ରେସ ପ୍ରତିଶ୍ରୁତି ଦେଇଛି ।
-
ସୂଚନା ପ୍ରଯୁକ୍ତି ବିଦ୍ୟା ନିୟମରେ ଅଣାଯାଇଥିବା ସଂଶୋଧନକୁ ନେଇ ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆ ଚିନ୍ତା ପ୍ରକଟ କରିଛି । ଏହି ସଂଶୋଧନ ମାଧ୍ୟମରେ ମିଥ୍ୟା ଓ ଭ୍ରମାତ୍ମକ ଖବର ନିର୍ଦ୍ଧାରଣ କ୍ଷମତା ଏକ ସରକାରୀ କମିଟିକୁ ଦିଆଯାଇଛି ।
-
ଓଡ଼ିଶାରେ ରହିଛି ୧,୮୧,୮୩୭ ଜଳାଶୟ। କେନ୍ଦ୍ର ଜଳଶକ୍ତି, ନଦୀ ବିକାଶ ଓ ଗଙ୍ଗା ପୁନରୁଦ୍ଧାର ମନ୍ତ୍ରାଳୟ ପକ୍ଷରୁ ହୋଇଥିବା ଦେଶର ପ୍ରଥମ ଜଳାଶୟ ଗଣନା ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି।
-
ଓପନ୍ଏଆଇର ଚାଟ୍ଜିପିଟି ବିପୁଳ ଲୋକପ୍ରିୟତା ହାସଲ କରିବା ପରେ ସେହି ଧରଣର ଭାବ ବିନିମୟ ଭିତ୍ତିକ ଏଆଇ ପ୍ରଯୁକ୍ତିକୁ କଂପାନି ଏହାର ସର୍ଚ୍ଚ ଇଞ୍ଜିନ୍ରେ ଯୋଡ଼ିବାକୁ ଚାହୁଛି। ଏହା ଦ୍ବାରା ଗୁଗୁଲ୍ ସର୍ଚ୍ଚରେ ଲୋକମାନେ ଚାଟ୍ଜିପିଟି ମାନର ଉତ୍ତର ପାଇବାକୁ ସମର୍ଥ ହେବେ। ଗୁଗୁଲ୍ ସର୍ଚ୍ଚ ସହ ଏଆଇକୁ ଶୀଘ୍ର ଯୋଡ଼ାଯିବ ବୋଲି ଏକ ସାକ୍ଷାତକାରରେ କଂପାନିର ସିଇଓ ସୁନ୍ଦର ପିଚ୍ଚାଇ କହିଛନ୍ତି।
-
ବିଶ୍ଵର ୨ୟ ବୃହତ୍ତମ ଚିନି ଉତ୍ପାଦନକାରୀ ଦେଶ ଭାରତରେ ଉତ୍ପାଦନ କମିବାରୁ ସମଗ୍ର ବିଶ୍ଵରେ ଚିନି ଦର ବଢିଯାଇଛି । ଚିନି ଦର ଗତ ୬ ବର୍ଷର ରେକର୍ଡ ଭାଙ୍ଗିଛି। ନ୍ୟୁୟର୍କରେ ଚିନି ଦର ୬ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।
-
ସାରା ବିଶ୍ଵର ଅର୍ଥନୀତି ପାଇଁ ଆଗାମୀ ପାଞ୍ଚ ବର୍ଷର ସମ୍ଭାବନା ଏତେ ଉଜ୍ଜ୍ବଳ ନୁହେଁ। ପ୍ରାୟ ୯୦ ପ୍ରତିଶତ ବିକାଶଶୀଳ ଦେଶର ଅଭିବୃଦ୍ଧି ହାର କମିବ। ସାରା ବିଶ୍ବ ମନ୍ଥର ଗତିରେ ଆଗକୁ ବଢ଼ିବ ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ସତର୍କ କରାଇଛି।
-
କାଜିରଙ୍ଗାରେ ‘ଗଜ ଉତ୍ସବ’ ଉଦ୍ଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଜିପ୍ରେ ବସି କଲେ ଜଙ୍ଗଲ ସଫାରି l
-
ଅଲ୍ଲୁଙ୍କ ଜନ୍ମଦିନରେ ରିଲିଜ୍ ହେଲା ‘ପୁଷ୍ପା-୨’ର ଟିଜର, ରିଲିଜ୍ ହେଉ ହେଉ ଏହା ହେଲା ଭାଇରାଲ l
-
ଟ୍ଵିଟରର ପୁରୁଣା ଲୋଗୋ ପୁଣି ଫେରିଲା l କିଛି ଦିନ ତଳେ କଂପାନିର ନୂଆ ମାଲିକ ଏଲନ୍ ମସ୍କ ଲୋଗୋକୁ ବଦଳାଇ ଚଢ଼େଇ ସ୍ଥାନରେ କ୍ରିପ୍ଟୋକରେନ୍ସି ଡୋଜ୍କଏନ୍ରେ ଥିବା କୁକୁର ଛବି ସ୍ଥାନିତ କରିଥିଲେ।
-
ନୁ୍ୟୟର୍କରେ ରେକର୍ଡ କଲା ଚିନି ଦର, ଏହି ଦର ୬ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ନୁ୍ୟୟର୍କରେ ଅଶୋଧିତ ଚିନି ଦର ୨.୨% ବୃଦ୍ଧି ପାଇ ପାଉଣ୍ଡ ପିଛା ୨୩.୪୬ ଡଲାରରେ ପହଞ୍ଚିଲା ।
-
ଆଇପିଏଲ୍ ଦଶମ ମ୍ୟାଚ : ନିଜ ଘରେ ତୃତୀୟରୁ ଦ୍ବିତୀୟ ମ୍ୟାଚ୍ ଜିତି ଶୀର୍ଷକୁ ଉଠିଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍।
|
453 |
Y |
|
1713 |
08-04-2023 |
English |
- President Droupadi Murmu has stressed on making justice inclusive and accessible to all. She was speaking at an event in Guwahati, marking the completion of 75 years of the Gauhati High Court on Friday.
- India, the world’s largest producer of milk, may have to import the dairy product amid a spurt in demand and almost stagnant output over the last one year, with industry experts warning that rates may go up further this summer.
- The Editors Guild of India Friday said it was ‘deeply disturbed’ by the ‘draconian’ amendments to the Information Technology Rules that gave the government ‘absolute power’ to determine fake news.
- Union Health Minister Dr. Mansukh Mandaviya on Friday reviewed public health preparedness for management of COVID-19 with states in view of the recent upsurge in some states. Dr Mandaviya virtually interacted with State Health Ministers and Principal Secretaries from New Delhi.
- The Union Cabinet on Thursday approved the Indian Space Policy 2023, which aims to boost the country's space department's role and give a larger participation to research, academia, start-ups, and industry.
- Madhya Pradesh CM Chouhan to inaugurate & lay foundation stone of construction & development works worth Rs1,350 crore at Ratlam.
- GCCI to organize the second Textile Leadership Conclave in Ahmedabad where Gujarat-based textile associations & 80 national textile associations to raise issues with Union MoS textiles Darshana Jardosh.
- Bihar Chief Minister Nitish Kumar on Friday urged the Centre to provide fresh stocks of COVID vaccine vials so that administering of jabs, which is currently on hold, could be resumed
- Kenichi Umeda has been appointed as the new Managing Director of Suzuki Motorcycle India Pvt. Ltd.
- Recently Neyveli Lignite Corporation India Limited (NLCIL) has generated 3,008 crore units of power in the financial year 2022-23, which is the highest for any financial year since its inception.
- The RBI said on Friday that India's foreign exchange reserves dropped by $329 million to $578.449 billion in the week ended March 31. The reserves had risen in the previous two weeks, and rose by $5.977 billion to $578.778 billion in the week ended March 24.
- British Prime Minister Rishi Sunak and his wife, Akshata Murty, have spoken of their pride in author and philanthropist Sudha Murty being conferred the Padma Bhushan at Rashtrapati Bhavan in New Delhi.
- As part of its crackdown against single-use plastic, the central enforcement team of the Bhubaneswar Municipal Corporation (BMC), Friday, seized more than 1.5 tonne of the banned materials from near Damana market here.
- In a continuing effort to be the country’s leading investment destination, the high-level delegation led by Chief Minister Naveen Patnaik continued its deep foray into hard selling Odisha to a plethora of business delegations in Tokyo, Japan for the third day.
- Eminent educationist Narasingha Charan Panda has taken over as the Internal Quality Assurance Cell (IQAC) director of the Central University of Odisha.
- The Pakistan High Commission Friday said it issued 2,856 visas to Sikh pilgrims from India for their participation in annual festivals relating to Baisakhi celebrations in Pakistan from April 9 to 18.
- The Pondicherry administration Friday made mask wearing compulsory in the union territory with immediate effect owing to the rise in number of Covid-19 cases.
- The much publicized ongoing exercise of the headcount of social groups in Bihar by the state government has run into fresh controversy over enumeration of members of 'third gender' as a separate caste.
- Explicit tests and exams are completely inappropriate assessment tools for children up to Class 2 and written tests should be introduced from Class 3 onwards, the draft National Curriculum Framework (NCF) has recommended.
- Renowned Australian coach Anthony Farry has been appointed as the analytical coach of the Indian women’s hockey team while South African Rhett Halkett will perform the same role with the men’s team, Hockey India (HI) announced Friday. The national hockey body also announced other support staff members for both the squads.
|
463 |
Y |
|
1714 |
07-04-2023 |
Odia |
-
ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତାକୁ ନେଇ ଗୁଗ୍ଲର ପୂର୍ବତନ ସିଇଓ ଏରିକ୍ ସ୍ମିଡ୍ଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଏହାର ବିପଦ ସମ୍ପର୍କରେ ଏଆଇ ଗବେଷକ ଆଉ ପାଦେ ଆଗକୁ ଯାଇ କହିଛନ୍ତି ‘ପୃଥିବୀର ପ୍ରତ୍ୟେକ ବ୍ୟକ୍ତିଙ୍କର ବାସ୍ତବରେ ମୃତ୍ୟୁ ହେବ’। ଏହା ମଣିଷକୁ ବି ପଛରେ ପକାଇଦେଇପାରେ।
-
ଓଡ଼ିଶାର ସମସ୍ତ ଦୋକାନ ଓ ବ୍ୟବସାୟୀକ ଅନୁଷ୍ଠାନରେ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ । ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ତରଫରୁ ଏହାର କଡ଼ାକଡ଼ି ନିରୀକ୍ଷଣ କରାଯିବ । ପୂର୍ବରୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାର ନାମଫଳକ ଲେଖିବା ବାଧ୍ୟତାମୂଳକ କରାଯାଇଥିଲା ।
-
ରେପୋରେଟ ଅପରିବର୍ତ୍ତିତ ରଖିଲା ଆରବିଆଇ। ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ନୂତନ ମୁଦ୍ରା ନୀତି ଘୋଷଣା କରିଛି। ଆରବିଆଇ ଏମପିସି ଏଥର ରେପୋ ରେଟରେ କୌଣସି ପରିବର୍ତ୍ତନ କରିନାହିଁ।
-
ଚଳିତ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀରେ ନାମଲେଖା ବୟସକୁ ନେଇ ରହିଥିବା ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଜାରି ହୋଇଛି । ଚଳିତ ଶିକ୍ଷାବର୍ଷରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ପିଲାଙ୍କ ବୟସ ଚଳିତବର୍ଷ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ୫ରୁ ୭ବର୍ଷ ଧାର୍ଯ୍ୟ କରାଯାଇଛି । ତେବେ କେନ୍ଦ୍ର ସରକାର ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ସର୍ବନିମ୍ନ ବୟସ ୬ବର୍ଷ ଧାର୍ଯ୍ୟ କରିଛନ୍ତି ।
-
ଅଗ୍ନିବୀରମାନଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ସହ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ)ରେ ପ୍ରାୟ ୧.୩୦ ଲକ୍ଷ କନଷ୍ଟେବଳ ପଦବୀରେ ନୂତନ ନିଯୁକ୍ତି ଦେବା ପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ଏକ ବିଜ୍ଞପ୍ତି ଜାରି କରାଯାଇଛି।
-
ଅରବିନ୍ଦ କେଜ୍ରିଓ୍ଵାଲଙ୍କ ନେତୃତ୍ୱାଧୀନ ଆମ୍ ଆଦମୀ ପାର୍ଟି (ଆପ୍) କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ବିଧାନସଭା ନିର୍ବାଚନ ପୂର୍ବରୁ ଏହାକୁ ଜାତୀୟ ଦଳ ଭାବେ ମାନ୍ୟତା ଦେବା ପାଇଁ ନିର୍ଦ୍ଦେଶ ମାଗିଛି।
-
ଚଳିତବର୍ଷରୁ କଳାହାଣ୍ଡି ଭବାନୀପାଟଣାସ୍ଥିତ ସରକାରୀ ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢ଼ା । ୧୦୦ଟି ଏମବିବିଏସ୍ ସିଟ୍ ଲାଗି ଅନୁମତି ମିଳିଛି। ଏନେଇ ସୂଚନା ଦେଇଛି ନ୍ୟାସନାଲ ମେଡିକାଲ କମିଶନ୍ ମେଡିକାଲ ଆସେସମେଣ୍ଟ ଆଣ୍ଡ ରେଟିଂ ବୋର୍ଡ ।
-
ଭାରତର ପ୍ରତିଷ୍ଠିତ ଶିଳ୍ପଦ୍ୟୋଗୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ବିଶ୍ବର ୧୦ ପ୍ରମୁଖ ବିତ୍ତଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି।
-
ଶ୍ରମିକଙ୍କ ମଜୁରୀ ବଢାଇଲେ ରାଜ୍ୟ ସରକାର । ମଜୁରୀରେ ୧୨ଟଙ୍କା ବୃଦ୍ଧି କରିଛନ୍ତି ସରକାର । ଏନେଇ ଶ୍ରମ ଆୟୁକ୍ତଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୩୩ ରୁ ୩୪୫ ଟଙ୍କାକୁ ବୃଦ୍ଧି ହୋଇଥିବାବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ୩୭୩ରୁ ୩୮୫ ଟଙ୍କାକୁ ବୃଦ୍ଧି ହୋଇଛି ।
-
୨୦୧୫ ବ୍ୟାଚ୍ର ଆଇଏଏସ୍ ଅବୋଲି ସୁନୀଲ ନରଭଣେ ହେଲେ ଝାରସୁଗୁଡାର ନୂଆ ଜିଲ୍ଲାପାଳ। ନରଭଣେ ପୂର୍ବରୁ ସୁବର୍ଣ୍ଣପୁର ଜିଲ୍ଲାରେ ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଉଥିଲେ।
-
ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ ଝିଙ୍କିରିଆ ଅଞ୍ଚଳରୁ ଏମିତି ଘଟଣା ଘଟିଛି । ଝିଙ୍କିରିଆ ଗାଁର ୪ ଜଣ ଛୋଟ ପିଲା ବିଲରେ ଖେଳୁଥିଲେ । ବିଲରେ ପଡିଥିଲା ଆକ୍ଟିଭ ୮୦ ନାମକ ଏକ ହର୍ବାଲ ପଏଜନକୁ ୪ ଶିଶୁ ପିଇ ଦେଇଥିଲେ । ତେବେ ସ୍ଥାନୀୟ ଲୋକେ ଶିଶୁଙ୍କ ଅସ୍ୱାଭାବିକ ଆଚରଣ ଦେଖି ମେଡିକାଲ ଆଣିଥିଲେ । ସେମାନଙ୍କୁ ପ୍ରଥମେ ତିହିଡି ଓ ପରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।
-
ଆସନ୍ତା ଜୁନ୍ ମାସ ପରେ ବ୍ୟବସାୟୀମାନେ ପୁରୁଣା ସୁନା ଅଳଙ୍କାର ବିକ୍ରି କରିପାରିବେନାହିଁ। କାରଣ ଏହି ସମୟ ପରେ ବ୍ୟବସାୟୀମାନଙ୍କୁ ବିନା ହଲମାର୍କ ସୁନା ଅଳଙ୍କାର ବିକ୍ରି ପାଇଁଁ ଅନୁମତି ମିଳିବନାହିଁ। ଏଣିକି ସୁନା ଅଳଙ୍କାରରେ ୬ ଅଙ୍କ ବିଶିଷ୍ଟ ହଲମାର୍କ ୟୁନିକ୍ ଆଇଡେଣ୍ଟିଫିକେସନ୍ (ଏଚ୍ୟୁଆଇଡି) ନମ୍ବର ରହିବା ଆବଶ୍ୟକ।
-
ଜଳବାୟୁ ସ୍ଥିତିର ପ୍ରତିକୂଳ ପ୍ରଭାବ ସତ୍ତ୍ୱେ ୨୦୨୪ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ହାର ୫.୨ ପ୍ରତିଶତ ରହିବ ବୋଲି ଭାରତର ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଆକଳନ କରିଛି।
-
ଅକ୍ସଫାମ୍ ଦ୍ୱାରା ବିଦେଶୀ ପାଣ୍ଠି ଆଇନ ଉଲ୍ଲଂଘନ ହୋଇଥିବା ଅଭିଯୋଗ ପରେ କେନ୍ଦ୍ର ସରକାର ଏହାର ସିବିଆଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
-
ଆଇନ ମନ୍ତ୍ରୀ କିରନ ରିଜିଜୁ ଗୁଆହାଟି ହାଇକୋର୍ଟର ପ୍ଲାଟିନମ ଜୁବଲି କାର୍ଯ୍ୟକ୍ରମରେ ଯୋଗ ଦେଇ ବୁଧବାର କେନ୍ଦ୍ର ନ୍ୟାୟ ପାଳିକାକୁ ସ୍ବତନ୍ତ୍ର କରି ରଖିବାକୁ ଓ ଏହାପ୍ରତି ନିଜର ପୂର୍ଣ୍ଣ ସମର୍ଥନ ଦେବାକୁ କହିଛନ୍ତି।
-
ଆଧାର କାର୍ଡ ଅପଡେଟ୍ କରିବା ଜରୁରୀ। ପ୍ରତ୍ୟେକ ୧୦ ବର୍ଷ ଅନ୍ତରରେ ଆଧାରକାର୍ଡ ଅପଡେଟ କରିବା ନେଇ ନିୟମ ରଖାଯାଇଛି।
-
କେନ୍ଦ୍ରୀୟ କ୍ୟାବିନେଟ୍ ଭାରତୀୟ ମହାକାଶ ନୀତି ୨୦୨୩କୁ ଅନୁମୋଦନ କରିଛି। ମହାକାଶ କ୍ଷେତ୍ରରେ ଘରୋଇ କମ୍ପାନିଗୁଡ଼ିକୁ ଅଂଶ ଗ୍ରହଣ କରିବା ଲାଗି ଏହି ନୀତିରେ ସ୍ବୀକୃତି ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟି’ ଭାରତୀୟ ମହାକାଶ ନୀତିକୁ ଅନୁମୋଦନ କରିଛି।
-
ରୁଷ୍-ୟୁକ୍ରେନ୍ ଯୁଦ୍ଧ ପରେ ଦରଦାମ୍ରେ ହୋଇଥିବା ବୃଦ୍ଧିର ମୁକାବିଲା ଲାଗି ୨୦୨୨ ମେ’ ପରଠାରୁ ବାରମ୍ବାର ସୁଧ ବଢ଼ାଉଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ଏଥର ସେହି ଧାରାରେ ବ୍ରେକ୍ ଲଗାଇଛି।
-
ପ୍ରକୃତିର ବିକଟାଳ ରୂପ ଆଜି ଦେଖିଛି କୋରାପୁଟ ଜିଲ୍ଲା। ମାତ୍ର ଅଧଘଣ୍ଟା ମଧ୍ୟରେ ୩୭୭୨ଥର ବଜ୍ରପାତ ଘାତକ ପରିସ୍ଥିତି ସୃଷ୍ଟି କରିଛି। ଅଧିକାଂଶ ସ୍ଥାନରେ ପବନ ସହ ବର୍ଷା ହୋଇଥିବାରୁ ଯୋଗାଯୋଗ ଏକପ୍ରକାର ବିଚ୍ଛିନ୍ନ ହୋଇଛି।
-
କୋଲକାତାର ଇଡେନ୍ ଗାର୍ଡେନ୍ସରେ ଅନୁଷ୍ଠିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ନବମ ମ୍ୟାଚରେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ କୋଲକାତା ନାଇଟ ରାଇଡର୍ସ(କେକେଆର) ଚମତ୍କାର ପ୍ରଦର୍ଶନ କରି ୮୧ ରନ୍ରେ ବିଜୟୀ ହୋଇଛି।
|
476 |
Y |
|
1715 |
07-04-2023 |
English |
-
The Union Home Ministry Thursday recommended a CBI probe into the affairs of the Indian arm of the global NGO Oxfam for alleged violation of the Foreign Contribution (Regulation) Act, sources said.
-
Jharkhand minister Jagarnath Mahto died Thursday at a hospital in Chennai where he was undergoing treatment, a senior doctor of the health facility said. He was 56.
-
The Enforcement Directorate Thursday filed a supplementary charge sheet before a court here in a money laundering case related to the alleged Delhi excise policy scam in which former deputy chief minister Manish Sisodia is also an accused.
-
The Supreme Court Thursday closed activist Tushar Gandhi's contempt plea against the Delhi Police after taking note of submissions that a charge sheet in a case of hate speeches made at religious assemblies in the national capital in 2021 was filed in a court here.
-
After raising interest rate by a cumulative 250 basis points in 11 months, the Reserve Bank of India (RBI) unexpectedly kept Thursday the benchmark rate unchanged as global banking woes added uncertainty to the economic outlook.
-
A sub-inspector (SI) of Khandagiri police station was caught red-handed Thursday along with an accomplice while receiving a bribe of `50,000.
-
The Odisha government Thursday, appointed 2015-batch IAS officer Aboli Sunil Naravane as the new District Collector and Magistrate of Jharsuguda.
-
Chief Minister Naveen Patnaik Thursday visited the Kimitsu Steel Works of Nippon Steel Corporation (NSC) in Japan.
-
The National Medical Commission (NMC) has approved opening of a Government Medical College in Odisha's Kalahandi district headquarters town with 100 MBBS seats from the academic session 2023-24.
-
The manager of a public sector bank was arrested in Odisha's Kandhamal district for allegedly misappropriating Rs 8 crore, officials said.
-
The state government has asked the National Highways Authority of India (NHAI) to ensure regular patrolling on NH stretches in Odisha and immediate removal of break-down and accident-hit vehicles from roads.
-
The Centre told the Supreme Court Thursday that 15 states have participated in a meeting convened by a committee headed by former apex court judge A M Sapre and apprised the panel about the steps taken with regard to road safety, including the aspect of monitoring enforcement of safety norms by electronic means.
-
China's Xi Jinping expressed willingness to speak to Ukraine's President Volodymyr Zelenskyy, the head of the EU said Thursday, after French President Emmanuel Macron urged Beijing to talk sense to Russia over the war in Ukraine.
-
Shardul Thakur (68, 29b, 9x4, 3x6) smashed a counterattacking half century before the spinners played their part to perfection as Kolkata Knight Riders made a memorable homecoming with an 81-run win over Royal Challengers Bangalore in the IPL here Thursday.
-
Chief Minister Arvind Kejriwal reviewed the education system in MCD schools on Thursday and said they will be upgraded on the lines of Delhi government schools in the next five years.
-
ISRO on Thursday said it had completed the final long-duration hot test of human-rated L110-G Vikas engine for the planned qualification duration of 240 seconds, marking a major milestone in the launch of the Gaganyaan human spaceflight programme.
-
Natural gas produced from legacy old fields, known as APM gas, will now be linked to crude oil price instead of gas prices in surplus nations such as the US, Canada and Russia, Union Minister Anurag Thakur said.
-
The Union Cabinet on Thursday approved the Indian Space Policy, 2023 under which roles and responsibilities of organisations such as ISRO, NewSpace India Limited and private sector entities have been laid down.
-
The Centre on Thursday extended the ceasefire agreement signed with three Naga insurgent groups for another year.
-
The High Court of Karnataka on Thursday directed the Election Commission to consider the representation made by the Aam Aadmi Party for recognition as a national party as per law, and take a decision by April 13.
|
448 |
Y |
|
1716 |
06-04-2023 |
Odia |
- ଭାରତରେ ୬ଟି ଶାସ୍ତ୍ରୀୟ ଭାଷା ହେଲା ତାମିଲ, ତେଲୁଗୁ, ସଂସ୍କୃତ, କନ୍ନଡ଼, ମାଲୟାଲମ୍ ଏବଂ ଓଡ଼ିଆ। ଭାରତର ମାତ୍ର ୧୫ ହଜାର ଲୋକ କହୁଥିବା ସଂସ୍କୃତ ଭାଷାର ବିକାଶ ପାଇଁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୬୪୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ତାମିଲ ଭାଷାର ବିକାଶ ଲାଗି ମାତ୍ର ୨୪ କୋଟି, ତେଲୁଗୁ ପାଇଁ ୩ କୋଟି ଏବଂ କନ୍ନଡ଼ ଭାଷାର ଉନ୍ନତି ସକାଶେ ୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। କିନ୍ତୁ ଏହି ଅବଧି ମଧ୍ୟରେ ଓଡ଼ିଆ ଓ ମାଲୟାଲମ ଭାଷା ପାଇଁ ଟଙ୍କାଏ ମଧ୍ୟ ବ୍ୟୟବରାଦ କରାଯାଇ ନାହିଁ।
- ଏକ ମୁକ୍ତ ପ୍ରେସ୍ ସର୍ବଦା ନାଗରିକମାନଙ୍କ ବାସ୍ତବ ସ୍ଥିତି ଉପସ୍ଥାପନ କରିବା ସହ ରାଷ୍ଟ୍ରର କାର୍ଯ୍ୟଶୈଳୀ ଉପରେ ଆଲୋକପାତ କରିଥାଏ ବୋଲି ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୨ ଜଣିଆ ଖଣ୍ଡପୀଠ କହିଛନ୍ତି।
- ମାଲାୟାଲମ୍ ନ୍ୟୁଜ୍ ଚ୍ୟାନେଲ ମିଡିଆଓ୍ବାନ୍ ଉପରେ କେନ୍ଦ୍ର ସରକାର ଜାରି କରିଥିବା ପ୍ରସାରଣ କଟକଣାକୁ ବୁଧବାର ସୁପ୍ରିମକୋର୍ଟ ହଟାଇଦେଇଛନ୍ତି। ଏଥିସହ ଉକ୍ତ ଚ୍ୟାନେଲର ଲାଇସେନ୍ସକୁ ୪ ସପ୍ତାହ ମଧ୍ୟରେ ନବୀକରଣ କରିବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ନ୍ୟୁଜ୍ ଚ୍ୟାନେଲ ଯୋଗୁ ଜାତୀୟ ନିରାପତ୍ତା ପ୍ରତି ବିପଦ ସୃଷ୍ଟି ହେଉଛି ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଯୁକ୍ତିକୁ ଶୀର୍ଷ ଅଦାଲତ ନିନ୍ଦା କରିଛନ୍ତି।
- ବ୍ରିଟେନର ରାଜା ଚାଲର୍ସ ତୃତୀୟଙ୍କ ସ୍ତ୍ରୀ କାମିଲାଙ୍କୁ ସରକାରୀ ଭାବେ ‘ମହାରାଣୀ କାମିଲା’ ମାନ୍ୟତା ଦିଆଯାଇଛି। ବକିଂହାମ ପ୍ୟାଲେସ୍ କାମିଲାଙ୍କ ନାମ ଆଗରେ ‘ମହାରାଣୀ’ ଶବ୍ଦ ବ୍ୟବହାର କରିଛନ୍ତି।
- ତାଇଓ୍ବାନ୍କୁ ବଳପୂର୍ବକ ଦଖଲ ଉଦ୍ୟମ ଜାରି ରଖିଥିବା ଚାଇନା ଏହି ସ୍ଵାଧୀନ ଦ୍ୱୀପରାଷ୍ଟ୍ରକୁ ୫ଟି ଯୁଦ୍ଧବିମାନ ଓ ୫ ନୌସେନା ଜାହାଜ ପଠାଇଛି।
- ଗିରଫ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଜାମିନ୍ ମିଳିଯାଇଛି। ପର୍ଣ୍ଣଷ୍ଟାର୍ ଷ୍ଟର୍ମି ଡାନିଏଲ୍ସଙ୍କ ସହ ସମ୍ପର୍କ ରଖିବା ଓ ଲାଞ୍ଚ ଦେଇ ତାଙ୍କ ମୁହଁ ବନ୍ଦ କରିବା ଭଳି ମାମଲାରେ ଗତକାଲି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଲିସ୍ ଗିରଫ କରିଥିଲା।
- ସାହିତ୍ୟ ଓ ଶିକ୍ଷା ପାଇଁ ପଣ୍ଡିତ ଅନ୍ତର୍ଯ୍ଯାମୀ ମିଶ୍ର, ରଙ୍ଗବତୀର ଗାୟିକା କ୍ରିଷ୍ଣା ପଟେଲ ଓ କୃଷି ପାଇଁ ପଟାୟତ ସାହୁଙ୍କୁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି। । ସେହିପରି କଣ୍ଢେଇ ନୃତ୍ୟ ପାଇଁ ପରିଚିତ ମାଗୁଣି ଚରଣ କୁଅଁର ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରି ସାରିଛନ୍ତି।
- ଓଡ଼ିଶା ବିଧାନସଭା ସମ୍ମୁଖ ଭାଗରେ ପ୍ରତିଷ୍ଠିତ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ଢାଞ୍ଚାରେ ଅନୁଗୁଳ ଲାଗି ନୂତନ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ନିର୍ମାଣ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
- ପାରାଦୀପ ଜିଏସଟି ଅଧିକାରୀ ଚିତ୍ତରଂଜନ ମହାନ୍ତିଙ୍କ ଘରୁ ରେଡ୍ ବେଳେ ଜବତ ହୋଇଛି ୫ ଲକ୍ଷ ୪୦ ହଜାର ନଗଦ ଟଙ୍କା ସହ ୧ କିଲୋ ୬୦ ଗ୍ରାମ ସୁନା । କାର୍ଯ୍ଯାଳୟରେ ଥିବା ଆଲମାରିରୁ ବି ଏକ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ ।
- ମେ ୧୫ ତାରିଖରୁ ଦୁବାଇକୁ ବିମାନ ଉଡିବା କାର୍ଯ୍ୟସୂଚୀ ଚୂଡାନ୍ତ ହୋଇ ଟିକେଟ ବିକ୍ରି ହେଉଛି। ଇଣ୍ଡିଗୋ ଏୟାର ଲାଇନ୍ସ ଏହି ସେବା ଯୋଗାଇବ। ଏହା ବ୍ୟତୀତ ଖୁବଶୀଘ୍ର ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ଇଣ୍ଡିଗୋ ଏୟାର ଲାଇନ୍ସ ବିମାନ ଚଳାଚଳ କରିବାକୁ ଅନୁମତି ଲୋଡିଛି।
- ଇଣ୍ଟରନ୍ୟାସନାଲ ୱାଟର ଆସୋସିଏସନ (ଆଇଡବ୍ଲ୍ୟୁଏ)ର ଉପଦେଷ୍ଟା ପରିଷଦରେ ବରିଷ୍ଠ ଆଇଏଏସ ଅଫିସର ତଥା ରାଜ୍ୟ ଗୃହ ର୍ନିମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥି ଭାଥନନଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଛି ।
- ରାଜ୍ୟରେ ବିକାଶମୂଳକ କାର୍ଯ୍ୟ କେତେଦୂର ସଫଳ ରୂପାୟନ ହେଉଛି ସେ ବିଷୟ ତଦାରଖ ପାଇଁ ସରକାରୀସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଅଫିସରମାନଙ୍କୁ ଏଣିକି ପ୍ରତିମାସରେ କରିବାକୁ ପଡିବ ଫିଲ୍ଡ ଭିଜିଟ।
- ପାରାଦୀପ ଓ ଗୋପାଳପୁର ଠାରେ ଅକ୍ଷୟ ଶକ୍ତି ହବ୍ ପ୍ରତିଷ୍ଠା ପାଇଁ ଗ୍ରୀଡ୍କୋ ପକ୍ଷରୁ ପ୍ରସ୍ତୁତ ହୋଇଛି ମାଷ୍ଟରପ୍ଲାନ୍। ୨୦୩୦ ସୁଦ୍ଧା ୩୨ରୁ ୪୩% ଶକ୍ତି ଅକ୍ଷୟଶକ୍ତି ଉତ୍ସରୁ ସଂଗ୍ରହ ପାଇଁ ଲକ୍ଷ୍ୟ ରହିଛି।
- ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନରେ ବିଜେଡିର ବାଜିମାତ । ଅତାବିରାରେ ୧୨ଟି ୱାର୍ଡରୁ ୧୧ଟି ୱାର୍ଡରେ ବିଜେଡି ବିଜୟୀ ହୋଇଥିବା ବେଳେ ହିନ୍ଦୋଳରେ ୧୬ଟି ୱାର୍ଡରୁ ୧୧ଟି ବିଜୟୀ ହୋଇଛି ଦଳ ।
- ଏନ୍ସିଇଆରଟି ପାଠ୍ୟପୁସ୍ତକରୁ ବିନା ବିଜ୍ଞପ୍ତିରେ ମହାତ୍ମା ଗାନ୍ଧୀଙ୍କ ହତ୍ୟା ସଂକ୍ରାନ୍ତ କେତେକ ବିଷୟବସ୍ତୁକୁ ପାଠ୍ୟକ୍ରମରୁ ବାଦ୍ ଦିଆଯିବା ଘଟଣାକୁ କେନ୍ଦ୍ରକରି ବିବାଦ ଲାଗି ରହିଥିବା ବେଳେ ଏନ୍ସିଇଆରଟି ମୁଖ୍ୟ ଦୀନେଶ ସାକଲାନି ବୁଧବାର କହିଛନ୍ତି ଯେ ‘ଅଣଦେଖା’ କାରଣରୁ ଏପରି ଘଟିଛି।
- କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିଗୁଡ଼ିକର ଅପବ୍ୟବହାର ହେଉଥିବା ଅଭିଯୋଗ କରି କଂଗ୍ରେସ ସମେତ ୧୪ଟି ରାଜନୈତିକ ଦଳ ଦାଖଲ କରିଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମ୍ କୋର୍ଟ ମନା କରିଦେଇଛନ୍ତି।
- ଚଳଚ୍ଚିତ୍ର ନିର୍ମାତା ଏସ୍ଏସ୍ ରାଜାମୌଲିଙ୍କ ସୁପରହିଟ୍ ଫିଲ୍ମ ‘ଆର୍ଆର୍ଆର୍’ରିଲିଜ ହେବାର ୭ ମାସ ପରେ ବି ଜାପାନରେ ଏହାର କ୍ରେଜ୍ କମିନାହିଁ। ଏହି ଚଳଚ୍ଚିତ୍ରଟି ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି।
- ରିଏଲିଟି ଶୋ ‘ଲକ ଅପ ସିଜନ ୨’ ଖୁବ ଶୀଘ୍ର ଧମାଲ କରିବାକୁ ଆସୁଛି। ବଲିଉଡ ଆକ୍ଟ୍ରେସ କଙ୍ଗନା ରାନାଓ୍ବତଙ୍କ ଦ୍ୱାରା ହୋଷ୍ଟ କରାଯାଉଥିବା ‘ଲକ ଅପ’ ବାସ କିଛି ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି।
- ଏସ୍ଏସ୍ସି(ମାଧ୍ୟମିକ ବିଦ୍ୟାଳୟ ସାର୍ଟିଫିକେଟ) ପେପର୍ ଲିକ୍ ମାମଲାରେ ଗିରଫ ହୋଇଥିବା ତେଲଙ୍ଗାନା ଭାଜପା ସଭାପତି ବନ୍ଦି ସଞ୍ଚୟ କୁମାରଙ୍କୁ ବୁଧବାର ଏପ୍ରିଲ ୧୯ ଯାଏ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି।
- କେରଳର କୋଝିକୋଡ଼ଠାରେ ବୁଧବାର ଶେଷ ହୋଇଥିବା ଜାତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାକୁ ମୋଟ ୫ଟି ପଦକ ମିଳିଛି। ଓଡ଼ିଶା ମହିଳା ଦଳ ଓଭରଅଲ୍ ରନରଅପ୍ ହୋଇଛି।
|
470 |
Y |
|
1717 |
06-04-2023 |
English |
- The Odisha government received Wednesday investment intents of over `26,000 crore during the Odisha Business Meet, 2023 at Tokyo.
- In a bid to ensure effective monitoring and review of programmes, and delivery of critical public services in Odisha , Development Commissioner (DC) Anu Garg has asked all secretaries and senior officials to ensure extensive field visits and night stays in rural and remote areas of the state during the third week of every month
- A special POCSO court and Court of the Additional District and Sessions judge sentenced a retired headmaster Debanand Patel, 62, of Raidihi Upper Primary school School under Lephripada block in this district to 10 years in jail for raping and sexually abusing 11 girl students in 2015.
- The Biju Janata Dal (BJD) registered landslide victories Wednesday in the elections to Attabira and Hindol Notified Area Councils (NACs). While polling was held April 3 in the two NACs, the results were declared .
- The state Vigilance Wednesday claimed to recovered bank, insurance deposits and investments in mutual funds worth over `1.04 crore and 1.135 kg gold from the possession of a CT&GST officer at the enforcement unit in Paradip of Jagatsinghpur district.
- Despite finding a place in the list of classical languages in India, the Centre has not spent anything for popularising Odia. On the other hand, over `640 crore has been spent for increasing the popularity and spread of Sanskrit.
- The NCERT has dropped from its Class-XII history textbook certain portions on Mahatma Gandhi and how his pursuit of Hindu-Muslim unity ‘provoked Hindu extremists’, and on a ‘ban on the RSS’. The move triggered a row, with the Congress accusing the Centre of ‘whitewashing’ and ‘distorting’ history.
- The Supreme Court quashed Wednesday the Centre’s telecast ban on Malayalam news channel ‘MediaOne’, and pulled up the Ministry of Home Affairs for raising national security claims from ‘thin air’ without facts.
- Indian-origin Anu Aiyengar from JP Morgan, Ariel Investment’s Rupal J Bhansali, Sonal Desai of Franklin Templeton, Goldman Sachs’ Meena Flynn and Savita Subramanian from Bank of America are among the 100 women who were named in the fourth annual version of the prestigious list, Barron’s is a sister publication of the Wall Street Journal, published by Dow Jones and Company.
- Odisha Human Rights Commission (OHRC) has passed an order directing the special secretary to government, Home Department of Odisha to make an enquiry into a petition claiming illegalities and irregularities committed at the Biju Patnaik Open Air Ashram Jail at Jamujhari in Khurda.
- Central Armed Police Forces have been deployed in West Bengal to assist the state police during Hanuman Jayanti, announced the Union home ministry, which on Wednesday also asked all states to ensure law and order during the festival in the wake of communal violence in Bengal and Bihar during Ram Navami. Hanuman Jayanti will be observed Thursday
- The Union government has sanctioned Z+ category VIP security cover to Jammu and Kashmir politician and Apni Party president Altaf Bukhari, sources said Wednesday.
- A division bench of the Calcutta High Court Wednesday directed the West Bengal government to deploy central armed forces on the auspicious occasion of Hanuman Jayanti April 6 to avoid repetition of violence witnessed during Ram Navami processions.
- The government has no plan to use Aadhaar data for census, Minister of State for Electronics and IT Rajeev Chandrasekhar told Lok Sabha Wednesday.
- The Supreme Court Wednesday refused to entertain a plea by 14 political parties led by the Congress alleging arbitrary use of central probe agencies against opposition leaders, asserting that laying down guidelines without facts of a criminal case will be “dangerous”
- India has been elected to the highest statistical body of the United Nations for a four-year term beginning January 1 next year.
- The US has recognised Arunachal Pradesh as an integral part of India and strongly opposes any unilateral attempts to advance territorial claims by renaming localities, the White House has said.
- The growth in world trade is expected to grow by a meagre 1.7 per cent in 2023 due to global uncertainties, the World Trade Organisation (WTO) said Wednesday. The 1.7 per cent forecast is up from the previous estimate of 1 per cent last October.
- The Nagaland government's decision to indefinitely cancel the election to 36 town councils and three municipal councils, due on May 16, was put on hold by the Supreme Court on Wednesday.
- Hit by injuries and unavailability of key players, two-time champions Kolkata Knight Riders will seek home comfort and look to return to winning ways when they face a star-studded Royal Challengers Bangalore in the IPL, here Thursday.
|
456 |
Y |
|
1718 |
05-04-2023 |
Odia |
- ଭାରତ ଅଧିନରେ ଥିବା ଅରୁଣାଚଳପ୍ରଦେଶରେ ୧୧ଟି ସ୍ଥାନର ନାମ ପରିବର୍ତ୍ତନ କରିଛି ଚୀନ୍ । ଚୀନ ପରିବର୍ତ୍ତନ କରିଥିବା ଅଞ୍ଚଳ ଗୁଡିକରେ ପାଞ୍ଚଟି ପାର୍ବତ୍ୟ ଅଞ୍ଚଳ, ଦୁଇଟି ସମତଳ ଅଞ୍ଚଳ, ଦୁଇଟି ଜନବସତି ଅଞ୍ଚଳ ଏବଂ ଦୁଇଟି ନଦୀ ରହିଛି ।
- କପା ଉତ୍ପାଦନ ହେଉଥିବା ଓଡ଼ିଶାର ୧୧ଟି ଜିଲ୍ଲା ପାଇଁ ସମବାୟ ବିଭାଗ ପକ୍ଷରୁ ନୋଡାଲ୍ ଅଫିସର ନିଯୁକ୍ତ ହୋଇ ସାରିଛନ୍ତି। କପା ଚାଷୀମାନଙ୍କୁ ନେଇ ୧୦୯ଟି କୃଷକ ଉତ୍ପାଦକ ସଂଗଠନ ଗଠନ ନେଇ ନିଷ୍ପତ୍ତି ହୋଇଥିବା ବେଳେ ସମ୍ପ୍ରତି ୬୧ଟି କୃଷକ ଉତ୍ପାଦକ ସଂଗଠନ ଗଠନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
- ପୂର୍ବ ସିକ୍କିମର ନାଥୁଲାରେ ଘଟିଛି ଭୟଙ୍କର ହିମସ୍ଖଳନ । ହିମସ୍ଖଳନ ଯୋଗୁଁ ବରଫ ତଳେ ଚାପି ହୋଇ ୬ ଜଣ ପର୍ଯ୍ୟଟକ ମୃତ୍ୟୁବରଣ କରିଥିବାବେଳେ ପ୍ରାୟ ୧୫୦ ରୁ ଅଧିକ ଫସି ରହିଛନ୍ତି ।
- ଧାମରା ବନ୍ଦରରେ ଲାଗିଲା ପ୍ରଥମ ସିଏନଜି କାର୍ଗୋ ଜାହାଜ । ମିଲାହା ରାସ୍ ଲାଫନ୍ ନାମକ ଜାହାଜ ସିଏନଜି ନେଇ ପ୍ରଥମ ଥର ପାଇଁ ଧାମରା ବନ୍ଦରରେ ଲାଗିଛି । ଏହି ଜାହାଜଟି ୨୬ ମିଲିୟନ ପ୍ରାକୃତିକ ଫ୍ରୋଜନ୍ ଗ୍ୟାସ୍ ନେଇ ଧାମରା ବନ୍ଦରରେ ପହଞ୍ଚିଛି ।
- ଏପ୍ରିଲ୍ ୧୨ ତାରିଖକୁ ସମସ୍ତ ବିଦ୍ୟାଳୟରେ ‘ପୂର୍ଣ୍ଣ ଉପସ୍ଥାନ ଦିବସ’ ପାଳନ କରାଯିବ। ପିଲାମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯିବା ସହ ମାଗଣା ପାଠ୍ୟପୁସ୍ତକ ବଣ୍ଟନ କରାଯିବ। ଶିକ୍ଷା ଅଧିକାର ଅଧିନିୟମ ଅନୁଯାୟୀ ୬ରୁ ୧୪ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ସୁନିଶ୍ଚିତ ଶିକ୍ଷା ଯୋଗାଇ ଦିଆଯିବ।
- ୫୦ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବେ ମଣିଷ। ଏ ନେଇ ନାସା ପକ୍ଷରୁ ୨୦୨୪ ମସିହାରେ ଆର୍ଟେମିସ୍- ୨ ଚନ୍ଦ୍ରକୁ ପଠାଯିବ । ଏଥିରେ ଜଣେ ମହିଳା ଏବଂ ତିନି ଜଣ ପୁରୁଷ ଅଛନ୍ତି । ନାସା ପକ୍ଷରୁ ଚୟନ କରାଯାଇଥିବା ମହାକାଶଚାରୀଙ୍କ ମଧ୍ୟରେ ତିନି ଜଣ ଆମେରିକୀୟ ଏବଂ ଜଣେ କାନାଡିୟ ଅଛନ୍ତି। ସେମାନେ ହେଉଛନ୍ତି ଆମେରିକାର ଖ୍ରୀଷ୍ଟିନା କୋଚ, ଆମେରିକୀୟ ନାଗରିକ ଭିକ୍ଟର ଗ୍ଲୋଭର, ରିଡ ୱିସମାନ ଏବଂ କାନାଡାର ଜେରେମି ହେନସନ୍ ଅଛନ୍ତି।
- ଭାରତ ବିରୋଧୀଙ୍କ ଗଡ଼ ପାଲଟି ଥିବା କାନାଡାରେ ସର୍ବାଧିକ ୯ ଗ୍ୟାଙ୍ଗଷ୍ଟର ଅଛନ୍ତି। ଆମେରିକାରେ ମଧ୍ୟ ୫ ଜଣ ରହିଛନ୍ତି। ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନ୍ଆଇଏ) ଏଭଳି ୨୮ ଗ୍ୟାଙ୍ଗଷ୍ଟରଙ୍କ ତାଲିକା ପ୍ରସ୍ତୁତ କରିଛି।
- ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲ୍ସଙ୍କ ସହ ସଂପର୍କ ଏବଂ ତାଙ୍କୁ ଅନୁଚିତ ଭାବେ ବିପୁଳ ଅର୍ଥ ପ୍ରଦାନ କରିଥିବା ମାମଲାରେ ଦୋଷୀ ସାବ୍ୟସ୍ତ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆଜି ନ୍ୟୁୟର୍କର ଏକ ଅଦାଲତରେ ପହଞ୍ଚିବା ପରେ ତାଙ୍କୁ ଗିରଫ କରାଯାଇଛି
- ଦେଶର ମୋଟ ଗ୍ରାମର ୨୫% ଅର୍ଥାତ୍ ୧.୫୫ ଲକ୍ଷରୁ ଅଧିକ ଗାଁକୁ ‘ହର୍ ଘର୍ ଜଲ୍’ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ।
- ଚୀନ୍ ସହ ସୀମାରେ ଉତ୍ତେଜନା ଭଳି ସ୍ଥିତି ଲାଗି ରହୁଥିବା ବେଳେ ପ୍ରତିରକ୍ଷାରେ ଭାରତ ସରକାରଙ୍କ ବ୍ୟୟ ସେହି ଅନୁସାରେ ବଢ଼ିନାହିଁ। ଏକ ଅନୁଶୀଳନରୁ ଜଣାପଡ଼ିଛି ଯେ ୨୦୧୮-୧୯ ପରଠାରୁ ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ପ୍ରତିରକ୍ଷା ବ୍ୟୟର ଭାଗ କମିବାରେ ଲାଗିଛି।
- ଆନ୍ଧ୍ରର ଅନନ୍ତପୁର ଜିଲ୍ଲାରେ ମିଳିଥିବା ଏହି ବିରଳ ମୃତ୍ତିକା ଉପାଦାନ ମଧ୍ୟରେ ଆଲାନାଇଟ, ସେରିଏଟ, ଥୋରାଇଟ, କଲୁମ୍ବାଇଟ, ଟାଣ୍ଟାଲାଇଟ, ଆପାଟାଇଟ, ଜିରକନ, ମୋନାଜାଇଟ, ପାଇରୋକ୍ଲୋର, ଇଉଜେନାଇଟ ଏବଂ ଫ୍ଲୁରାଇଟ ଆଦି ରହିଛି। ଲାନ୍ଥାନାଇଡ୍ ସିରିଜ୍ର ଉକ୍ତ ବିରଳ ମୃତ୍ତିକା ଉପାଦାନ ଗୁଡ଼ିକ ସେଲଫୋନ, ଟେଲିଭିଜନ, କମ୍ପ୍ୟୁଟର, ଅଟୋମୋବାଇଲ ଭଳି ଅନେକ ଇଲେକ୍ଟ୍ରୋନିକ୍ସ ଉପକରଣ ନିର୍ମାଣରେ ଆବଶ୍ୟକ ହୋଇଥାଏ।
- ଚାଟ୍ଜିପିଟି ଭଳି ଚାଟ୍ବଟ୍ ଗ୍ରାହକ ସେବା କ୍ଷେତ୍ରରେ ବିପ୍ଳବ ଆଣିବାକୁ ଯାଉଛି। କୃତ୍ରିମ ବୁଦ୍ଧିମତା (ଏଆଇ) ଆଧାରରେ ପ୍ରସ୍ତୁତ ଉକ୍ତ ପ୍ରଯୁକ୍ତି ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ପାଇଁ ବିଶେଷ ସହାୟକ ହେଉଛି। ବିନା ଅସୁବିଧାରେ ଗ୍ରାହକଙ୍କୁ ୨୪ ଘଣ୍ଟିଆ ସେବା ଯୋଗାଇ ଦେବାରେ ସେମାନେ ସମର୍ଥ ହେଉଛନ୍ତି।
- ଫୋର୍ବସ୍ ପ୍ରକାଶିତ ବିଶ୍ବ ଧନୀ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନି ପୁଣି ଥରେ ଏସିଆର ଏକ ନମ୍ବର ଧନୀ ମୁକୁଟ ହାସଲ କରିଥିବା ବେଳେ ଭାରତର ଏକ ନମ୍ବର ଓ ବିଶ୍ବର ନବମ ବଡ଼ ଧନୀ ଭାବେ ଉଭା ହୋଇଛନ୍ତି। ତେବେ ହିଣ୍ଡେନ୍ବର୍ଗର ଗମ୍ଭୀର ଅଭିଯୋଗକୁ ସାମ୍ନା କରି ତଳିତଳାନ୍ତ ହୋଇପଡ଼ିଥିବା ଆଦାନି ଗ୍ରୁପ୍ର ମୁଖ୍ୟ ଗୌତମ ଆଦାନି ୨୪ତମକୁ ଖସିଆସିଛନ୍ତି।
- ଟ୍ବିଟରର ନୂଆ ମାଲିକ ଏଲନ ମସ୍କ ଏହାର ଲୋଗୋ ଆଜି ବଦଳାଇ ଦେଇଛନ୍ତି। ନୀଳ ଚଢ଼େଇ ବଦଳରେ ଏକ କୁକୁରକୁ ଲୋଗୋ ରଖିଛନ୍ତି। ମସ୍କ ଜଣେ ବ୍ୟକ୍ତିଙ୍କର ପୁରୁଣା ଟ୍ବିଟ୍ର ଉତ୍ତର ରଖିବାକୁ ଯାଇ କହିଛନ୍ତି ଯାହା ପ୍ରତିଶ୍ରୁତି ଦେଇଥିଲି ତାହା ପୂରଣ କରିଛି।
- ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଲାଗି ଆମେରିକୀୟ ଡଲାର ଅତ୍ୟନ୍ତ ମହଙ୍ଗା ହୋଇପଡ଼ିଛି। ଏକ ଡଲାର କିଣିବା ଲାଗି ପାକିସ୍ତାନକୁ ୨୮୭.୨୯ ପାକିସ୍ତାନୀ ଟଙ୍କା ଗଣିବାକୁ ପଡ଼ୁଛି।
- ଓଡ଼ିଶାର ସର୍ବବୃହତ ଇସ୍ପାତ କାରଖାନା ସ୍ଥାପନ କରିବ ଜାପାନୀ କମ୍ପାନି ତଥା ବିଶ୍ବର ଚତୁର୍ଥ ବୃହତ୍ତମ ଷ୍ଟିଲ କମ୍ପାନି ନିପ୍ପନ୍ ଷ୍ଟିଲ । ଏହି ଇସ୍ପାତ ପ୍ରକଳ୍ପର କ୍ଷମତା ବାର୍ଷିକ ୩୦ ନିୟୁତ ଟନ ରହିବ ।
- ଉତ୍ତରପ୍ରଦେଶ ଗୌତମବୁଦ୍ଧ ନଗରର ବାସିନ୍ଦାମାନେ ୨୦୨୨-୨୩ ଆର୍ଥିକ ବର୍ଷରେ ୧,୬୫୨ କୋଟି ଟଙ୍କାର ମଦ ପିଇଛନ୍ତି। ଯାହାକି ୨୦୨୦ରେ କୋଭିଡ୍-୧୯ ବ୍ୟାପିବା ପରଠାରୁ ଗୋଟିଏ ଆର୍ଥିକ ବର୍ଷରେ ସର୍ବାଧିକ ରାଜସ୍ୱ।
- ମାରୁତି ସୁଜୁକି ନିଜର ଲୋକପ୍ରିୟ କାର ଅଲଟୋ ୮୦୦ର ଉତ୍ପାଦନ ବନ୍ଦ କରିଦେଇଛି । ବିଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଏହା ଭାରତର ସବୁଠାରୁ ଅଧିକ ବିକ୍ରି ହେଉଥିବା କାର ଥିଲା । ଏହା ବଦଳରେ କମ୍ପାନି ଅଲଟୋ କେ-୧୦ ଉପରେ ଅଧିକ ଫୋକସ କରିବ ।
- ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ଖେଳାଯାଉଥିବା ଆଇପିଏଲର ସପ୍ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସ ଆଗରେ ୧୬୩ ରନର ବିଜୟ ଲକ୍ଷ୍ୟ ରଖିଛି ଦିଲ୍ଲୀ କ୍ୟାପିଟାଲ୍ସ।
- ବିଶ୍ୱର ସବୁଠାରୁ ଲୋକପ୍ରିୟ ତଥା ବିତ୍ତଶାଳୀ ଟି-୨୦ କ୍ରିକେଟ ପ୍ରତିଯୋଗିତା ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ଷୋଡଶ ସଂସ୍କରଣ ଗତ ମାର୍ଚ୍ଚ ୩୧ଠୁ ଆରମ୍ଭ ହୋଇଛି। ପ୍ରଥମ ୨୦୨୩ ଆଇପିଏଲ ବେଶ ରୋମାଞ୍ଚକର ହେବାରେ ଲାଗିଛି।
|
461 |
Y |
|
1719 |
05-04-2023 |
English |
-
The US has recognised Arunachal Pradesh as an integral part of India and strongly opposes any unilateral attempts to advance territorial claims by renaming localities, the White House has said.
-
India has abstained from voting on the United Nations Human Rights Council (UNHRC) resolution for an extension of the mandate of the investigation into alleged war crimes by a year.
-
World’s first 7.2-metre high Vande Bharat Express undergoes trial run on Delhi-Jaipur-Ajmer route.
-
The Indian Institute of Technology, IIT Kanpur will host the Youth20 Consultation under the G20 Presidency of India, from Wednesday.
-
Gauhati High Court will celebrate its Platinum Jubilee, with a host of activities today. President Droupadi Murmu, PM Modi and Chief Justice of India Justice DY Chandrachud will be among others to grace the platinum jubilee celebrations. The Gauhati High Court was established on 5th April, 1948.
-
A Jaipur school becomes fully digitised by going bagless : Adarsh Vidya Mandir School in Rajasthan's Jaipur district became India's first digitised school where students will not need to carry textbooks and heavy bags when they go to study.It is the first school to offer a STEM Robotics & AI Programme with the US curriculum and certifications which is the first of its kind in India.
-
Telangana BJP president and MP Bandi Sanjay Kumar was detained after midnight on Wednesday from his residence in Karimnagar ahead of Prime Minister Narendra Modi's visit to the state.
-
The ruling Trinamool Congress in Bengal has stepped up the attack on BJP after the arrest of a man identified as Sumit Shaw, who has been accused of brandishing a gun during the Ram Navami procession in Howrah.
-
Three coal/lignite mining blocks in Tamil Nadu's Cauvery delta region proposed for auction by the Centre should be excluded from the process, Chief Minister MK Stalin urged, writing to Prime Minister Narendra Modi.
-
Congress leader in Lok Sabha Adhir Ranjan Chowdhury wrote to Speaker Om Birla on Tuesday demanding a debate on whether Rahul Gandhi's disqualification was "a disproportionate punishment".
-
: Twitter CEO Elon Musk Tuesday replaced the micro-blogging platform's blue bird homepage logo with the 'Doge' meme.
-
A bilingual poetry book titled “My World of Words (MoMoSabdaVishwam)”, originally written in English by Bishnupada Sethi and translated into Sanskrit by Rabindra Kumar Panda was released by Governor Ganeshi Lal in Raj Bhavan.
-
Taking a jump of one notch, the state of Odisha ranked 10th among the 18 large and mid-sized states in India Justice Report (IJR), 2022, which ranks the states on the parameters of justice delivery in the country. In 2020, Odisha was ranked 11.
-
School and Mass Education (SME) department of the Odisha government has suspended a total of 12 teachers in Kandhamal district for allegedly using fake certificates during the recruitment process, a source said here Tuesday.
-
After Union Home Minister Amit Shah claimed that his party will contest all 40 Lok Sabha seats of Bihar in 2024, Lok Janshakti Party Ram Vilas LJP (R) supremo Chirag Paswan hinted that his party will also contest on all 40 seats as well.
-
Around 17.5 per cent of the adult population -- roughly 1 in 6 worldwide -- experience infertility in their lifetime, according to a new report published on Tuesday by the World Health Organisation (WHO).
-
The celebrated Banarasi Paan has received the geographical indication (GI) tag.
-
The Indian Institute of Technology (IIT) Kanpur will be hosting the Youth20 (Y20) Consultation under the G20 Presidency of India, April 5 and 6.
-
Finland joined the NATO military alliance Tuesday, dealing a major blow to Russia with a historic realignment of the continent triggered by Moscow's invasion of Ukraine.
-
Madhya Pradesh and Odisha more than doubled their gross state domestic product (GSDP) on a nominal basis in six years to FY22 despite the pandemic, a report said Tuesday.
|
453 |
Y |
|
1720 |
04-04-2023 |
Odia |
-
ଓଡ଼ିଶାରେ କୋଭିଡ୍-୧୯ ମହାମାରୀରେ ୨୦୧୩ ମାର୍ଚ ୨୭ ସୁଦ୍ଧା ୯୨୦୫ ଜଣଙ୍କ ମୃତ୍ୟୁହୋଇଛି। ଓଡ଼ିଶାରେ ଏହି ରୋଗ ପାଇଁ ମୋଟ ୩,୪୦,୫୭,୩୪୭ଟି ଟେଷ୍ଟ କରାଯାଇଥିଲା ଓ ୧୩,୩୬,୮୧୪ କୋଭିଡ ମାମଲା ଦୃଷ୍ଟିକୁ ଆସିଥିଲା।
-
ଏପ୍ରିଲ ୧୨ , ନୂଆ ଆଡମିଶନ ନେଇଥିବା ପିଲାଙ୍କୁ ଫୁଲ ଓ ଚନ୍ଦନ ଦେଇ ସ୍ୱାଗତ କରାଯିବ l ଏହି ଦିନକୁ ପୂର୍ଣ୍ଣ ଉପସ୍ଥାନ ଦିବସ ଭାବେ ପାଳନ କରାଯିବା ନେଇ ସବୁ ଜିଲ୍ଲାପାଳଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଚିଠି l
-
ଓଡ଼ିଆ ସମେତ ଅନ୍ୟ ୧୫ଟି ଭାଷାରେ ଶିକ୍ଷାଦାନ ଲାଗି ରାଜ୍ୟରେ ଅଛନ୍ତି ୩ ଲକ୍ଷରୁ ଅଧିକ ଭାଷା ଶିକ୍ଷକ l ଏ ନେଇ କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଲୋକସଭାରେ ଦେଲେ ସୂଚନା l
-
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସର୍ଭର ଡାଉନ ହେବା କାରଣରୁ ନେଟ୍ ବ୍ୟାଙ୍କିଙ୍ଗ,UPI ସେବା,ଅଫିସିଆଲ୍ SBI ଆପ୍ (YONO) କାର୍ଯ୍ୟ କରୁନାହିଁ। ଯାହା ଫଳରେ ଏସବିଆଇର ଗ୍ରାହକ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହାପୂର୍ବରୁ ଏପ୍ରିଲ ୧ ତାରିଖ ଦିନ ମଧ୍ୟ ଏସବିଆଇର ଅନଲାଇନ୍ ସେବା ପ୍ରଭାବିତ ହୋଇଥିଲା।
-
ଭୁବନେଶ୍ୱର ରୁ ରଙ୍ଗେଇଲୁଣ୍ଡା, ମାସକୁ ମାସର ପ୍ରତି ବୁଧବାର ଓ ରବିବାର ଦିନ ୯ଦିନ ବିମାନ ଉଡିବ, ତାରିଖ ସମୟ ଧାର୍ଯ୍ୟ କଲେ ବିମାନ ନିର୍ଦ୍ଦେଶକ l
-
ଆଉ ଥରେ ସୁଟିଂ ହେବ ପୁଷ୍ପା-୨, ୨୦୨୩ରେ ରିଲିଜ ହେବନି ଫିଲ୍ମ lକାରଣ ନିର୍ଦ୍ଦେଶକ ସନ୍ତୁଷ୍ଟ ନୁହନ୍ତି ।
-
ଚନ୍ଦ୍ରକୁ ଯିବାରେ ପୃଥିବୀର ପ୍ରଥମ ମହିଳା ହେବେ ମହାକାଶଚାରୀ କ୍ରିଷ୍ଟିନା କୋଚ୍ , ଆମେରିକୀୟ ମହାକାଶ ଏଜେନ୍ସି ନାସା କଲା ଘୋଷଣା l
-
ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳଲାଇନ ପ୍ରକଳ୍ପକୁ ଆଗକୁ ବଢ଼ାଇବା ଲାଗି ରାଜ୍ୟ ସରକାର ୩୦୦ କୋଟି ଟଙ୍କା କଲେ ମଞ୍ଜୁର l
-
ଓଡ଼ିଶାରେ ଜିଏସ୍ଟି ସଂଗ୍ରହ ପରିମାଣ କ୍ରମାଗତ ଭାବେ ବଢ଼଼ି ଚାଲିଥିବା ବେଳେ ଜାତୀୟ ସ୍ତରରେ ପ୍ରଦର୍ଶନ ଭଲ ରହିଛି। ଜିଏସ୍ଟି ସଂଗ୍ରହରେ ଓଡ଼ିଶା ବହୁ ବିକଶିତ ରାଜ୍ୟକୁ ପଛରେ ପକାଉଛି। ଚଳିତ ବର୍ଷ ମାର୍ଚ୍ଚ ମାସରେ ଓଡ଼ିଶା ମୋଟ ୪୭୪୯.୦୨ କୋଟି ଟଙ୍କା ଜିଏସ୍ଟି ସଂଗ୍ରହ କରିଛି।
-
ଜାତୀୟ ରାଜପଥର ଦୁର୍ଘଟଣା ପ୍ରବଣ ଅଞ୍ଚଳକୁ ଚିହ୍ନଟ କରାଯାଇ ତାହାର ୫୦ କିମି ବ୍ୟବଧାନରେ ଗୋଟିଏ ଲେଖାଏଁ ଟ୍ରମା କେୟାର ପ୍ରତିଷ୍ଠା ପାଇଁ ଯୋଜନା ହୋଇଛି। ରାଜ୍ୟ ସରକାରଙ୍କର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ସବ୍ ଡିଭିଜନ୍ ହସ୍ପିଟାଲରେ ଟ୍ରମା କେୟାର ୟୁନିଟ୍ ସ୍ଥାପନ କରାଯିବ। ସେହିପରି ଏଥିରେ ଘରୋଇ ଡାକ୍ତରଖାନାକୁ ସାମିଲ କରାଯାଇ ରାଜ୍ୟ ସରକାର ସେଠାରେ ଟ୍ରମା କେୟାର ଭିତ୍ତିଭୂମି ସ୍ଥାପନରେ ସହଯୋଗ କରିବେ।
-
ଓଡିଶାରେ ‘ଡେଲିଭରୀ ବୟ’ ଚଳଚ୍ଚିତ୍ର ଉପରୁ ପ୍ରମୋଦକର ଛାଡ କଲେ ରାଜ୍ୟ ସରକାର l
-
ଦେଶରେ ୫ ବର୍ଷରେ ଆତ୍ମହତ୍ୟା କରିଛନ୍ତି ୧୩ ହଜାର ୮୯ ଜଣ ଛାତ୍ରଛାତ୍ରୀ l ଲୋକସଭାରେ କହିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l
-
୩୧ତମ ରାଷ୍ଟ୍ର ଭାବେ ନାଟୋର ସାମିଲ ହେବ ଫିନଲାଣ୍ଡ, ଗ୍ରହଣ କରିବ ସଦସ୍ୟତା l
-
ଓଡ଼ିଶାରେୁ ୨୦୧୭ ରୁ ୨୦୨୧ ମଧ୍ୟରେ ମୋଟ ୧୪୯ ବାଲ୍ୟ ବିବାହର ମାମଲା ରୁଜୁହୋଇଛି। ସୋମବାର ଦିନ ସଂସଦରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଲିଖିତ ଉତ୍ତରରୁ ଏହି ସୂଚନା ମିଳିଛି।
-
ଚୀନ୍ ନିର୍ମିତ ବିଭିନ୍ନ ମାଇକ୍ରୋ ଏବଂ ଇଲୋକ୍ଟ୍ରନିକ୍ସ୍ ଚିପ୍ର ସମାଗ୍ରୀ ଉପରେ ପ୍ରତିବନ୍ଧକ ଲଗାଇଲା ଜାପାନ l
-
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ l ଜଣେ ପର୍ଣ୍ଣ ଷ୍ଟାରଙ୍କୁ ଟଙ୍କା ଦେବା ଅଭିଯୋଗରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ ହୋଇପାରନ୍ତି l
-
ଦକ୍ଷିଣପନ୍ଥୀ ନ୍ୟାସନାଲ କୋଆଲିସନ ପାର୍ଟି (ଏନ୍ସିପି) ସହ କଡ଼ା ମୁକାବିଲା ସତ୍ତ୍ବେ ବାମପନ୍ଥୀ ନେତ୍ରୀ ତଥା ପ୍ରଧାନମନ୍ତ୍ରୀ ସାନ୍ନା ମାରିନଙ୍କ ଦଳ ଅଳ୍ପକେ ହାରିଯାଇଛି। ସଦ୍ୟ ଅନୁଷ୍ଠିତ ପାର୍ଲାମେଣ୍ଟ ନିର୍ବାଚନରେ ସାନ୍ନା ନିଜର ପରାଜୟ ସ୍ବୀକାର କରିଛନ୍ତି।
-
ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଛି ଆଶ୍ବସ୍ତି। ସୁରଟ ସେସନ୍ସ କୋର୍ଟ ରାହୁଲଙ୍କୁ ପ୍ରଦାନ କରିଛନ୍ତି ଜାମିନ । ଜାମିନ ଅବଧିକୁ ୧୩ ଏପ୍ରିଲ ପର୍ଯ୍ୟନ୍ତ ବଢ଼ାଇଲେ ସୁରଟ ସେସନ କୋର୍ଟ । ତେଣୁ ଏହି ମାମଲାର ଆଗାମୀ ଶୁଣାଣି ଏପ୍ରିଲ ୧୩ରେ ହେବ । ମେ ୩ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି l
-
ଆଇପିଏଲ୍ର ଷଷ୍ଠ ଲିଗ୍ ମୁକାବିଲାରେ ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ସୁପରକିଙ୍ଗ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ମଧ୍ୟରେ ଅନୁଷ୍ଠିତ ହୋଇଛି । ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଫଳରେ ଚେନ୍ନାଇ ସୁପରକିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ ହରାଇ ୨୧୭ ରନ କରିଛି।
-
ଆସାମର ଗୁଆହାଟୀଠାରେ ଆୟୋଜିତ ହୋଇଥିବା ଭାରତୀୟ ହ୍ୟାଣ୍ଡ୍ବଲ୍ ରେଫରି ପାଠ୍ୟକ୍ରମରେ ଓଡ଼ିଶାରୁ ୪ ଜଣ ହେଲେ ଉତ୍ତୀର୍ଣ୍ଣ l
|
448 |
Y |
|