Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
1731 30-03-2023 Odia

 

  1. କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ମେ' ୧୦ତାରିଖରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ୧୩ ତାରିଖରେ ଭୋଟ୍ ଗଣତି ହେବ।

  2. ଜୟପୁର ବୋମା ବିସ୍ଫୋରଣ ମାମଲାରେ ଫାଶୀ ଦଣ୍ଡାଦେଶ ପାଇଥିବା ୪ ଦୋଷୀଙ୍କୁ ଦୋଷମୁକ୍ତ କରିଛନ୍ତି ରାଜସ୍ଥାନ ହାଇକୋର୍ଟ । ନିମ୍ନ ଅଦାଲତ ୪ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ସମସ୍ତ ପ୍ରମାଣକୁ ଖାରଜ କରି ହାଇକୋର୍ଟ ୪ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି।

  3. ଖାଲିସ୍ତାନ ସମର୍ଥକ ବିଚ୍ଛିନ୍ନତାବାଦୀ ତଥା 'ୱାରିସ୍ ପଞ୍ଜାବ ଦେ' ମୁଖ୍ୟ ପଳାତକ ଅମୃତପାଲ ସିଂହର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି, । ଏହି ଭିଡିଓରେ ସେ କହୁଛି ଯେ ତାର କେହି କିଛି କରିପାରିବେ ନାହିଁ ।

  4. ସାହାରା ଇଣ୍ଡିଆରେ ଟଙ୍କା ଜମାରଖିଥିବା ଲୋକମାନଙ୍କ ପାଇଁ ବଡ଼ ଖବର । ସେମାନଙ୍କର ବର୍ଷ ବର୍ଷ ଧରି ଫସି ରହିଥିବା ଟଙ୍କା ଫେରସ୍ତ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

  5. ୱାୟନାଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଘୋଷଣା କରିବା ଲାଗି ନିର୍ବାଚନ କମିସନ୍‌ରେ ତତ୍ପରତା ନ ଥିବା ଭାରତର ମୁଖ୍ୟ ନିର୍ବାଚନ କମିସନର୍‌ ରାଜୀବ କୁମାର କହିଛନ୍ତି।

  6. କେନ୍ଦ୍ରୀୟ ଏଜେନ୍‌ସିଗୁଡ଼ିକୁ ବିରୋଧୀ ନେତାଙ୍କ ବିପକ୍ଷରେ ଲଗାଇ ଆପଣ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିମାନଙ୍କ ମେଣ୍ଟର ନେତୃତ୍ବ ନେଉଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି।

  7. ଓଡିଶା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ଲାଗି ରହିଥିବା ବେଳେ 29.03.23 ଅପରାହ୍ଣରେ ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଞ୍ଚଳରେ ଅଧଘଣ୍ଟା ଭିତରେ ୫ ହଜାରରୁ ଅଧିକ ଥର ବିଜୁଳି ମାରିଥିବା ସୂଚନା ମିଳିଛି । ୩୦ ମିନିଟରେ ବାସୁଦେବପୁର ଅଞ୍ଚଳରେ ୫ ହଜାର ୪ ଶହ ଥର ବିଜୁଳି ମାରିଛି । ତେବେ ଏହି ବିଜୁଳି ଓ ବଜ୍ରପାତରେ ୫ ଜଣଙ୍କ ମୃତ୍ଯୁ ଘଟିଥିବା ସୂଚନା ।

  8. ଓଡ଼ିଶା କ୍ରୀଡ଼ା ଇତିହାସରେ ଯୋଡି ହୋଇଛି ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ । ଦେଶର ପ୍ରମୁଖ କ୍ରୀଡା କେନ୍ଦ୍ର ଭାବେ ମୁଣ୍ଡ ଟେକିଥିବା ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସ୍ପୋର୍ଟସ କମ୍ପ୍ଲେକ୍ସରେ ଏବେ ଏକ ଆନ୍ତର୍ଜାତିକ ସ୍ତରର ଟେନିସ ସେଣ୍ଟର ଯୋଡି ହୋଇଛି।

  9. ଝାରସୁଗୁଡା ସରବାହାଲର ବ୍ୟବସାୟୀ ସୁନିତ ଅଗ୍ରଓ୍ବାଲଙ୍କ ୧୫ ବର୍ଷର ପୁଅ ସମର୍ଥ ଅଗ୍ରଓ୍ବାଲଙ୍କୁ ଗତ ୨୭ ତାରିଖ ଦିନ ସନ୍ଧ୍ୟାରେ ଅପହରଣ କରାଯାଇଥିଲା । ଅପରାଧୀ ମାନେ ନାବାଳକର ପିତାଙ୍କୁ ୫୦ ଲକ୍ଷ ଟଙ୍କା ମାଗିଥିଲେ । ତାହା ନମିଳିବାରୁ ୨୮ ତାରିଖ ରାତିରେ ସମର୍ଥଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

  10. ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ନାମିବ୍ୟାରୁ ଆସିଥିବା ଚିତାଙ୍କ ମଧ୍ୟରୁ ସିୟାୟା ନାମକ ଏକ ଚିତା ଜନ୍ମଦେଇଛି ୪ ଛୁଆ । କିଡନି ସଂକ୍ରମଣ କାରଣରୁ ଏକ ଚିତା ମଧ୍ୟରୁ ତିନିଦିନ ତଳେ ସାସା ନାମକ ଏକ ମାଈ ଚିତାର ମୃତ୍ୟୁ ପରେ ଏହି ଖୁସି ଖବର ଆସିଛି ।

  11. ଗତ ୫ ଦଶନ୍ଧି ମଧ୍ୟରେ ୩୫ ଥର ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ସହ ଜୁଝିଛି, ବିପୁଳ କ୍ଷତିର ସମ୍ମୁଖୀନ ହୋଇଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ୧୦ଟି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ସହ ୬ ବର୍ଷ ମରୁଡ଼ି ଓ ଭୟଙ୍କର ବନ୍ୟା ଯୋଗୁଁ ବିପୁଳ କ୍ଷତିଗ୍ରସ୍ତ ହୋଇଛି।

  12. ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ରାଜ୍ୟ ସରକାର ଭିତ୍ତିଭୂମିକୁ ଉନ୍ନତ କରୁଥିବା ବେଳେ ଏବେ ବିଶ୍ବବ୍ୟାଙ୍କ ପକ୍ଷରୁ ଓଡ଼ିଶାକୁ ୧୦୦ ମିଲିୟନ ଡଲାର ସହାୟତା ମିଳିଛି।

  13. ଏପ୍ରିଲ ପହିଲାଠାରୁ ପେନ୍‌କିଲର (ଯନ୍ତ୍ରଣା ନିବାରକ)ଠାରୁ ଆରମ୍ଭ କରି ଆଣ୍ଟିବାୟୋଟିକ୍ ସମେତ କିଛି ଜରୁରୀ ଔଷଧ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇବାକୁ ଯାଉଛି।

  14. ପୁରୀର ପେଣ୍ଠକଟାରେ ୧୩.୬୭୦ ଏକର ଜମିରେ ଶ୍ରୀଜଗନ୍ନାଥ କ୍ରିକେଟ୍‌‌ ଷ୍ଟାଡିୟମର ଭିତ୍ତିପ୍ରସ୍ତର ପଡ଼ିଥିଲା। ୨୦୧୮ରେ ଏହି ଷ୍ଟାଡିୟମ କାମ ଆରମ୍ଭ କରାଯାଇଥିଲା।ପ୍ରାରମ୍ଭିକ ଭାବେ ୩୪ କୋଟି ୨୭ ଲକ୍ଷ ଟଙ୍କା ବ୍ୟୟବରାଦରେ କାମ ଆରମ୍ଭ ହୋଇଥିବା ବେଳେ ଏହା ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୭୦ କୋଟିରୁ ଊର୍ଦ୍ଧ୍ବ ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି।

  15. ଭାରତୀୟ ନିର୍ବାଚନ ଆୟୋଗ ଆଜି ଉପନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡାରେ ଉପ-ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ କରାଯିବ ଏବଂ ମେ’ ୧୩ରେ ଫଳାଫଳ ପ୍ରକାଶ ପାଇବ। ଏନେଇ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର।

  16. ଓଡିଶାର କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି , ରାଜ୍ୟରେ ଏବେ ୯୭ଟି ଶୀତଳ ଭଣ୍ଡାର ଅଚଳ ହେଇ ପଡିଥିବାବେଳେ, ୩୬ଟି ଶୀତଳ ଭଣ୍ଡାର ସଚଳ ଅବସ୍ଥାରେ ଅଛି । ଅଚଳ ହୋଇ ପଡିଥିବା ଶୀତଳ ଭଣ୍ଡାରକୁ ସଚଳ କରିବା ସମ୍ଭବ ନୁହେଁ । ଅଚଳରୁ ସଚଳ କରିବା ବ୍ୟୟବହୁଳ ତେଣୁ ସେହି ଟଙ୍କାରେ ନୂଆ ଶୀତଳ ଭଣ୍ଡାର ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି ।

  17. ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରାଯାଇଛି। ଜଣେ ମହିଳା ବିଚାରପତିଙ୍କୁ ଧମକ ଦେବା ଅଭିଯୋଗରେ ଦେଶର ଏକ କୋର୍ଟ ଏହି ଓ୍ବାରେଣ୍ଟ ଜାରି କରିଛନ୍ତି।

  18. ପୁଣେର ଲୋକସଭା ଏମ୍‌ପି ତଥା ଭାଜପା ନେତା ଗିରିଶ ବାପଟଙ୍କର ପୁଣେର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା।

  19. ମହାରାଷ୍ଟ୍ର ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ତାନାଜୀ ଓସମାନାବାଦରେ ଏକ ସାଧାରଣ ସଭାରେ ଯୋଗ ଦେଇ ମୁଁ ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଉଦ୍ଧବଙ୍କୁ କ୍ଷମତାଚ୍ୟୁତ କରିବା ଲାଗି ଫଡନଭିସଙ୍କ ନେତୃତ୍ୱରେ ଦୁଇ ବର୍ଷରେ ୧୦୦ ରୁ ୧୫୦ ବୈଠକ କରିଥିଲୁ। ଏହା ପରେ ଫଡନାଭିସଙ୍କ ନିର୍ଦ୍ଦେଶରେ ଶିବସେନା ଏବଂ ଭାଜପା ଓସମାନାବାଦ ଜିଲା ପରିଷଦ ନିର୍ବାଚନରେ ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ସେଠାରୁ ମିଳିତ ମଞ୍ଚ ଆରମ୍ଭ ହୋଇଥିଲା।

  20. ଆଇପିଏଲ ସିଜନ ୧୬ ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ମୁହାଁମୁହିଁ ହେବେ।

466 Y
1732 29-03-2023 Odia
  1. ରୁଷିଆରୁ ୟୁରୋପ ଯାଇଥିବା ନର୍ଡ ଷ୍ଟ୍ରିମ- ୧ ଏବଂ ନର୍ଡ ଷ୍ଟ୍ରିମ-୨ ଗ୍ୟାସ ପାଇପ ଲାଇନଗୁଡିକରେ ଭଙ୍ଗାରୁଜା ସମ୍ପର୍କରେ ରୁଷିଆ ଏକ ଅନ୍ତର୍ଜାତୀୟ ତଦନ୍ତ ଦାବି କରିଥିଲା । ଏଥିପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ଏକ ପ୍ରସ୍ତାବ ମଧ୍ୟ ଆଣିଥିଲା। କିନ୍ତୁ ୟୁଏନଏସସି ଏହି ପ୍ରସ୍ତାବକୁ ସମର୍ଥନ କରି ନାହିଁ। ।

  2. ଫ୍ରାନ୍ସରେ ଏଣିକି ପିଲାଙ୍କ ଫଟୋ ବା ଭିଡିଓକୁ ବାପା ଓ ମା’ମାନେ ସୋସିଆଲ ମିଡିଆରେ ସେୟାର କରିପାରିବେ ନାହିଁ । ଏମିତି ଏକ କଟକଣା ଲାଗୁ କରାଯାଇଛି ।

  3. ୟୁକ୍ରେନ ଓ ଚୀନରୁ ଫେରୁଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଶ୍ବସ୍ତିଭରା ଖବର । କେନ୍ଦ୍ର ସରକାର ମଙ୍ଗଳବାର ସୁପ୍ରିମ୍ କୋର୍ଟଙ୍କୁ ଜଣାଇଛନ୍ତି ଯେ ଏସବୁ ଛାତ୍ରଛାତ୍ରୀଙ୍କୁ ଏମବିବିଏସ୍ ଫାଇନାଲ୍ ପରୀକ୍ଷା (ଭାଗ ୧ ଏବଂ ଭାଗ ୨ ଥିଓରି ଓ ପ୍ରାକ୍ଟିକାଲ )ରେ ଉତ୍ତୀର୍ଣ୍ଣ ହେବାର ସୁଯୋଗ ଦିଆଯିବ।

  4. ଉମେଶ ପାଲ ଅପହରଣ ମାମଲାରେ ଆଜି ପ୍ରୟାଗରାଜର ଏମପି-ଏମଏଲଏ କୋର୍ଟ ମାଫିଆ ଅତୀକ ଅହମ୍ମଦ ସମେତ ତିନିଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଆଉ ଏହାର କିଛି ସମୟ ପରେ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

  5. ନକଲି ଔଷଧ ପ୍ରସ୍ତୁତ କରୁଥିବା ଅଭିଯୋଗରେ ୧୮ଟି ଔଷଧ କମ୍ପାନୀର ଲାଇସେନ୍ସ ବାତିଲ କଲେ କେନ୍ଦ୍ର ସରକାର | ଆଜି ଭାରତ ସରକାର ୧୮ଟି ଫାର୍ମା କମ୍ପାନୀ ଉପରେ ଆକ୍ସନ ନେଇ ଲାଇସେନ୍ସ ବାତିଲ କରିବା ସହ ଔଷଧ ନିର୍ମାଣ ଉପରେ ରୋକ ଲଗାଇଛନ୍ତି |

  6. ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡା ଭାଷାରେ ଆକ୍ରମଣ କରିଥିଲେ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ପରିବାର ପାଇଁ କିଛି କରିନାହାଁନ୍ତି, କିନ୍ତୁ ତାଙ୍କ ସାଙ୍ଗମାନଙ୍କ ପାଇଁ ବହୁତ କିଛି କରିଛନ୍ତି | ଆଦାନୀ ମାମଲାକୁ ନେଇ ସେ ମୋଦୀଙ୍କୁ ଟାର୍ଗେଟ କରି ଏହା କହିଛନ୍ତି।

  7. ଏକ ମାସବ୍ୟାପୀ କାର୍ଯ୍ୟକ୍ରମ ସମୟରେ ମାସେବ୍ୟାପୀ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରତିଯୋଗିତା ଆୟୋଜନ ସହ ଏପ୍ରିଲ ୨୭ ରୁ ୨୯ ତାରିଖ ତିନି ଦିନ ପର୍ଯ୍ୟନ୍ତ ଭୁବନେଶ୍ୱର ମେ’ ଫେୟାର ହୋଟେଲରେ ‘ଶିକ୍ଷା ଓ୍ୱାର୍କିଂ ଗ୍ରୁପ’ର ତୃତୀୟ ବୈଠକ ଆୟୋଜନ କରାଯିବ। ଏଥିରେ ଜି-୨୦ ସମୂହ ଦେଶର ପ୍ରତିନିଧିମଣ୍ଡଳୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

  8. ପଶ୍ଚିମବଙ୍ଗର କୋଲକାତା ହାଇକୋର୍ଟ କେନ୍ଦ୍ର ଗୃହ ଓ କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ ନିଶିଥ ପରମାଣିକଙ୍କ କାରକେଡ ଉପରେ ହୋଇଥିବା ଆକ୍ରମଣକୁ ନେଇ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

  9. କେନ୍ଦ୍ର ସରକାରଙ୍କ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ  ଏକ ପ୍ରେସ ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ, ଟିକସଦାତାଙ୍କୁ କିଛିଟା ଆଶ୍ୱସ୍ତି ଦେଇ ପାନ୍ ସହ ଆଧାର ଲିଙ୍କ୍ କରିବାର ଶେଷ ତାରିଖକୁ ଜୁନ୍ ୩୦, ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପୂର୍ବରୁ ପାନ୍ କାର୍ଡ ଓ ଆଧାର କାର୍ଡ ଲିଙ୍କ୍ କରିବାର ଶେଷ ତାରିଖ ମାର୍ଚ୍ଚ ୩୧, ୨୦୨୩ ଥିଲା। 

  10. ଏଣିକି କେଦାରନାଥ ଓ ବଦ୍ରିନାଥଙ୍କ ସ୍ୱତନ୍ତ୍ର ଦର୍ଶନ ପାଇଁ ୩୦୦ଟଙ୍କା ଦେବାକୁ ପଡିବ । ଶ୍ରୀବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ଏହି ଘୋଷଣା କରିଛନ୍ତି ।  ଏଥିସହିତ କେଦାରନାଥରେ ୧୦୦ କିଲୋଗ୍ରାମର ଏକ ତ୍ରିଶୁଳ ସ୍ଥାପନା କରାଯିବା ମଧ୍ୟ ସୂଚନା ରହିଛି ।

  11. ରାହୁଲ ଗାନ୍ଧୀଙ୍କ ଦ୍ୱାରା ରାଜନୀତିରେ ସବରକରଙ୍କ ନାମ କିପରି ବଦନାମ ହେଉଛି ତାହା ଦେଖିବା ଅତ୍ୟନ୍ତ ଦୁଃଖଦାୟକ। ମହାରାଷ୍ଟ୍ରରେ ମଧ୍ୟ ସବରକାରଙ୍କ ନାମରେ ରାଜନୀତି ଚାଲିଛି। ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଆପଣଙ୍କ ସ୍ୱାର୍ଥ ପାଇଁ ସବରକର ନାମ ବ୍ୟବହାର କରନ୍ତୁ ନାହିଁ ବୋଲି ରଣଜିତ୍ ସବରକର କହିଛନ୍ତି।

  12. ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ୨୦୨୩ ବିଲ୍‌‌ ଗତକାଲି ଅର୍ଥାତ ସୋମବାର ବିଧାନସଭାରେ ଆଗତ ହୋଇଛି। ଆଗକୁ ଘର କିଣାବିକା କ୍ଷେତ୍ରରେ ଆପାର୍ଟମେଣ୍ଟ୍‌‌ ମାଲିକାନା ଆଇନ ୧୯୮୨ ବଦଳରେ ଏହି ନୂଆ ଅଧିନିୟମ ଲାଗୁ ହେବ।

  13. ସୋମବାର ଟେନେସିର ନ୍ୟାସଭିଲେରେ ଏକ ସ୍କୁଲରେ ଆକ୍ରମଣକାରୀ ଆଖିବୁଜା ଗୁଳିମାଡ଼ କରିଥିଲା ଯେଉଁଥିରେ ୩ ଶିଶୁଙ୍କ ସମେତ ମୋଟ ୬ ଜଣ ମୃତ୍ୟୁବରଣ କରିଛନ୍ତି ।

  14. କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫଓ) କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ୍‌‌ (ଇପିଏଫ)ର ସୁଧ ହାର ୨୦୨୨-୨୩ ପାଇଁ ୮.୧୫ ପ୍ରତିଶତ ବୃଦ୍ଧି ପାଇଛି । ପୂର୍ବରୁ ଇପିଏଫଓର ସୁଧ ହାର ୮.୦୧ ପ୍ରତିଶତ  ଥିଲା।

  15. ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଭୁବନେଶ୍ବରସ୍ଥିତ କ୍ୟାପିଟାଲ ହସ୍‌ପିଟାଲ ଓ ରାଉରକେଲା ସରକାରୀ ହସ୍‌ପିଟାଲର ନିର୍ଦ୍ଦେଶକଙ୍କ ସମେତ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏବଂ ସରକାରୀ ମେଡିକାଲ କଲେଜ ହସ୍ପିଟାଲର ଅଧୀକ୍ଷକଙ୍କୁ ଚିଠି ଲେଖି କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

  16. ରୁଷିଆର ମାନବ ବିହୀନ ସ୍ପେସ କ୍ୟାପସୁଲ ସୋୟୁଜ ଏମଏସ -୨୨ ନିରାପଦରେ ପୃଥିବୀକୁ ଫେରିଛି। ଏହି କ୍ୟାପସୁଲର କୁଲାଣ୍ଟ ଲିକ ହୋଇଯାଇଥିଲା। ଏହା ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନ ସହିତ ସଂଯୁକ୍ତ ଥିଲା।

  17. ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି କାନାଡାର ବର୍ନାବିସ୍ଥିତ ଏକ ବିଶ୍ୱବିଦ୍ୟାଳୟ ପରିସରରେ ଭଙ୍ଗାରୁଜା କରାଯାଇଥିଲା। ଭାନକୋଭରରେ ଥିବା ଭାରତୀୟ ଦୂତାବାସ ମଙ୍ଗଳବାର ଏ ବିଷୟରେ ସୂଚନା ଦେଇଛନ୍ତି।

  18. ଆମେରିକା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମାମଲା ଉପରେ ନଜର ରଖିଛି ବୋଲି ଆମେରିକାର ବୈଦେଶିକ ବିଭାଗର ଉପମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି।

  19. ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମା(୮୭) ଜଣେ ୮ ବର୍ଷୀୟ ବାଳକଙ୍କୁ ଜଣେ ଆଧ୍ୟାତ୍ମିକ ନେତାଙ୍କ ଅବତାର ମାନ୍ୟତା ପ୍ରଦାନ କରିଛନ୍ତି।

  20. ମୁମ୍ବାଇ ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ପ୍ରଥମ ସଂସ୍କରଣରେ ଚମ୍ପିଆନ୍‌ ହୋଇଥିବା ମୁମ୍ବଇ ଇଣ୍ଡିଆନ୍‌ସ ଦଳର ଅଧିନାୟିକା ହରମନପ୍ରୀତ ନିଜ ପ୍ରତିକ୍ରିୟାରେ କହିଛନ୍ତି ଏହା ତାଙ୍କୁ ଏକ ସ୍ବପ୍ନ ପରି ଲାଗୁଛି।

 

502 Y
1733 29-03-2023 English
  1. The Election Commission of India will announce the schedule for the 2023 Karnataka Assembly elections today.
  2. New NCERT textbooks revised in accordance with the new National Education Policy (NEP) are likely to be introduced in schools from 2024-25 academic session, Education Ministry officials said on Monday.
  3. The Delhi government will provide new tablets to all teachers, principals and vice-principals, besides setting up new computers in 350 schools in the national capital in 2023-24.
  4. "Cyber security is no longer limited to digital world. It is a matter of national security and the Modi government is committed to ensuring that the digital world is safe and secure for everyone," the home minister added.
  5. The Centre Tuesday extended the deadline for linking PAN and Aadhaar by three months to June 30, 2023, to provide some more time to taxpayers, an official statement said, adding that the earlier deadline was ending March 31.
  6. A complaint was filed against actress Taapsee Pannu for hurting sentiments after she donned a necklace with Goddess Lakshmi’s sculpture.
  7. The Centre might be emphasising on universal vaccination to save lives from dreadfulness of Covid-19, but Odisha has lost at least 50 lives due to Adverse Events Following Immunisation (AEFI) till March 15 this year, as per the Ministry of Health and Family Welfare (H&FW).
  8. The Employees’ Provident Fund Organisation (EPFO) Tuesday marginally raised interest rate on EPF deposits to 8.15 per cent for 2022-23 from a four-decade low of 8.10 per cent for its over six crore subscribers.
  9. An MPMLA court here Tuesday held gangster-politician Atiq Ahmed and two others guilty in the 2006 Umesh Pal kidnapping case, and sentenced the trio to life imprisonment.
  10. Drawing inspiration from the Prime Minister’s call to make ‘Jan Bhagidari’ a strong element of India’s G20 Presidency, month-long events are being rolled out in Odisha to ensure people’s participation from April 1 – celebrated as “Utkal Divas”
  11. The Bombay High Court recently dismissed a writ petition demanding a probe into the role of former Mumbai Police Commissioner Parambir Singh in the Antilia bomb scare and the related Mansukh Hiran murder case.
  12. Amid strains in the Maharashtra Vikas Aghadi alliance over Rahul Gandhi's strident criticism of V D Savarkar, NCP chief Sharad Pawar has stepped in to play the peacemaker by conveying Shiv Sena's concerns on the issue to the Congress leader.
  13. The Aam Aadmi Party will be displaying posters against Prime Minister Narendra Modi in 11 languages across the country on March 30, party's state convener Gopal Rai said on Tuesday.
  14. The Bombay Lawyers Association Tuesday moved the Supreme Court against a high court decision dismissing its PIL against Union Law Minister Kiren Rijiju and Vice President Jagdeep Dhankhar over their remarks on judiciary and the Collegium system for appointment of judges.
  15. In a watershed event for the AIADMK, the party Tuesday elevated Edappadi K Palaniswami (EPS) as its supreme leader, the general secretary, moments after deposed leader O Panneerselvam (OPS) lost one more legal battle against his expulsion from the party.
  16. Housing prices rose 8-10 per cent in this fiscal year and may further increase by 5 per cent in 2023-24, India Ratings and Research said Tuesday.
  17. Eleven companies, including Indosol, Reliance and First Solar, have bagged solar photovoltaic manufacturing projects of a total 39,600 MW capacity under the second tranche of the production-linked incentive scheme of the government.
  18. The Delhi High Court on Tuesday said that the speech of Sharjeel Imam at Jamia on December 13 in 2019 was "provocative" and shows that he was also a part of the mob which was instigating and provoking.
  19.  Public sector banks could recover only 14 per cent of the written-off loans worth Rs 7.34 lakh crore in the last five years ending March 2022, Parliament was informed Tuesday.
  20. Kylian Mbappe is captaining France to a comfortable start in qualifying for the European Championship though Serbia’s Dusan Vlahovic was the standout striker. India beat higher-ranked Kyrgyz Republic 2-0 to win the Tri-National International football tournament.
455 Y
1734 28-03-2023 Odia
  1. ଉତ୍ତର କୋରିଆ ପୂର୍ବ ଉପକୂଳ ସମୁଦ୍ରକୁ ୨ଟି ସ୍ବଳ୍ପ-ଦୂରଗାମୀ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଦକ୍ଷିଣ କୋରିଆ ସେନା କହିଛି। ନିଜ ସମୁଦ୍ର ଉପକୂଳବର୍ତ୍ତି ଅଞ୍ଚଳ ଏବଂ ଜାପାନ ସାଗରରୁ ଅଳ୍ପ ଦୂରରେ ଏହି ମିସାଇଲ୍ ପରୀକ୍ଷଣ ହୋଇଛି ।

  2. ପୁଣି ଥରେ ଉପରମୁହାଁ ହୋଇଛି କରୋନା ସଂକ୍ରମଣ । ୫ ମାସ ପରେ ପୁଣିଥରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ଶହ ଅତିକ୍ରମ କରିଛି । ରବିବାର ଦେଶରେ ୧୮୯୦ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାପରେ ଆକ୍ସନ୍ ମୋଡକୁ ଆସିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

  3. ରାହୁଲ ଦିଲ୍ଲୀର ୧୨ ତୁଗଲକ୍ ଲେନ୍ ସ୍ଥିତ ସରକାରୀ ବଙ୍ଗଳାରେ ରୁହନ୍ତି। ରାହୁଲ ଗାନ୍ଧୀଙ୍କୁ ୨୨ ଏପ୍ରିଲ ସୁଦ୍ଧା ସରକାରୀ ବାସଭବନ ଖାଲି କରିବାକୁ ପଡିବ। ଲୋକସଭାର ଗୃହ କମିଟି ନୋଟିସ୍ ଅନୁଯାୟୀ ଅଯୋଗ୍ୟ ହେବାର ଏକ ମାସ ମଧ୍ୟରେ ରାହୁଲ ଗାନ୍ଧୀଙ୍କୁ ତାଙ୍କ ସରକାରୀ ବଙ୍ଗଳା ଖାଲି କରିବାକୁ ପଡିବ।

  4.  ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟରୁ ୨୦ ଲକ୍ଷ ମେଟ୍ରିକ ଟନ୍ ବଳକା ଚାଉଳ କେନ୍ଦ୍ର ଉଠାଇବା ଦରକାର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  କେନ୍ଦ୍ର ମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ୨୦୨୨-୨୩ ଖରିଫ ମାର୍କେଟିଂ ଋତୁରେ ୧୭ ଲକ୍ଷ ମେଟ୍ରିକ ଟନ ଉଷୁନା ଓ ୩ ଲକ୍ଷ ମେଟ୍ରିକ ଟନ ଅରୁଆ ଚାଉଳ ବଳକା ରହିଛି।

  5. ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମ(ORHDC) ଦୁର୍ନୀତି ମାମଲାରେ ପୂର୍ବତନ ଆଇ.ଏ.ଏସ୍ ବିନୋଦ କୁମାରଙ୍କୁ ଷଷ୍ଠ ଥର ପାଇଁ ସଜା ଣୁଣାଇଛନ୍ତି ଭିଜିଲାନ୍ସ ସ୍ପେଶାଲ ଜଜ୍‌। ୩ ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡ ସହ ତାଙ୍କୁ ୫୦ ହଜାର ଟଙ୍କାର ଜରିମାନା କରାଯାଇଛି ।

  6. ମୋଟର ଆଇନ ୧୯-ଇ ଆଧାରରେ ନିୟମ ଉଲଙ୍ଘନକାରୀଙ୍କ ଉପରେ କଡା କାର୍ଯ୍ଯ ଅନୁଷ୍ଠାନ ହେବ। ୨୫ ହାଜର ଟଙ୍କା ପର୍ଯ୍ଯନ୍ତ ମଧ୍ୟ ଫାଇନ ଦେବାକୁ ପଡ଼ିବ। ଏହା ସହ ଗାଡି ମାଲିକ କିମ୍ବା ଅଭିଭାବକଙ୍କୁ ଜେଲ ଦଣ୍ଡଭୋଗିବାକୁ ମଧ୍ଯ ପଡିପାରେ। ଏଥିସହ ୨୫ ବର୍ଷ ପର୍ଯ୍ଯନ୍ତ ସମ୍ପୃକ୍ତ ନବାଳକଙ୍କୁ ମିଳିବନି ଗାଡି ଲାଇସେନ୍ସ ।

  7. ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ନ୍ୟାୟିକ ସଂସ୍କାର ବିଲକୁ ବିରୋଧ କରି ସମଗ୍ର  ଇସ୍ରାଏଲରେ ଆନ୍ଦୋଳନ ବ୍ୟାପିବାରେ ଲାଗିଛି ।

  8. ସାବରମତୀ ଜେଲରୁ ନୈନି ଜେଲ ପର୍ଯ୍ୟନ୍ତ ମାଫିଆ ଡନ ଅତୀକ ଅହମ୍ମଦର ୧୨୭୦ କିଲୋମିଟର ଦୀର୍ଘ ଯାତ୍ରା ଶେଷ ହୋଇଛି । ତେବେ ଏହି ଯାତ୍ରା  ସମୟରେ ସେ ଅତ୍ୟନ୍ତ ବିବ୍ରତ ଓ ଆତଙ୍କିତ ଅବସ୍ଥାରେ ଥିଲା ।

  9. ଉତ୍ତରପ୍ରଦେଶର ଆଗାମୀ ସହରାଞ୍ଚଳ ପୌର ନିର୍ବାଚନରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ସୁପ୍ରିମକୋର୍ଟ ସୋମବାର (ମାର୍ଚ୍ଚ 27, 2023) ଅନୁମତି ଦେଇଛନ୍ତି।

  10. ୨୦୦୨ର ଗୋଧ୍ରା ଦଙ୍ଗା ସମୟରେ ଗଣଦୁଷ୍କର୍ମର ଶିକାର ହୋଇଥିବା ବିଲକିସ୍‌ ବାନୋଙ୍କ ଦ୍ୱାରା ଦାୟର ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାର, ଗୁଜରାଟ ସରକାର ଏବଂ ଅନ୍ୟମାନଙ୍କୁ ଜବାବ ମାଗିଛନ୍ତି।

  11. ଗ୍ୟାଙ୍ଗ୍‌ଷ୍ଟର୍‌ରୁ ରାଜନେତା ହୋଇଥିବା ଆତିକ୍‌ ଅହମଦ୍‌ଙ୍କୁ ଉତ୍ତର ପ୍ରଦେଶର ପ୍ରୟାଗରାଜକୁ ନେଉଥିବା ଗାଡ଼ି ସଙ୍ଗରେ ଯାଉଥିବା ପୁଲିସ ଗାଡ଼ିମାନଙ୍କ ମଧ୍ୟରୁ ଗୋଟିଏ ଗାଡ଼ି ଆଜି ଶିବପୁରୀରେ ଏକ ଗାଈକୁ ଧକ୍କା ଦେଇ ମାରିଥିବା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

  12. ବରିଷ୍ଠ ବିଜେପି ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରାପ୍ପାଙ୍କ ଶିବମୋଗାର ଶିକାରୀପୁରସ୍ଥିତ ବାସଭବନ ଉପରେ ଟେକାପଥର ମାଡ଼ ହୋଇଛି । ସଂରକ୍ଷଣ ପ୍ରସଙ୍ଗକୁ ବିରୋଧ କରୁଥିବା ବଞ୍ଜାରା ସମ୍ପ୍ରଦାୟର ଲୋକେ ତାଙ୍କ ଘର ଉପରକୁ ପଥର ଫିଙ୍ଗିଥିଲେ।

  13. କର୍ଣ୍ଣାଟକ ସୋପ୍ସ ଆଣ୍ଡ ଡିଟରଜେଣ୍ଟସ୍‌ ଲିମିଟେଡ (କେଏସଡିଏଲ)ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ବିଜେପି ବିଧାୟକ ମଦଲ ବିରୁପାକ୍ଷପ୍ପାଙ୍କୁ ଲାଞ୍ଚ ମାମଲାରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶନାମା ବଳରେ ଗିରଫ କରାଯାଇଛି।

  14. ନୟାଗଡ ରିଜର୍ଭ ଅଫିସରେ ୨୦୧୫ରେ ହୋଇଥିବା ମାଓବାଦୀ ଆକ୍ରମଣ ମାମଲାର ସୋମବାର ରାୟ ପ୍ରକାଶ ପାଇଛି। ନୟାଗଡ଼ ଜିଲା ଓ ଦୌରାଜଜ ଏହି ମାମଲାର ବିଚାର କରି ସବ୍ୟସାଚୀ ପଣ୍ଡାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

  15. ସୁପ୍ରିମକୋର୍ଟ ସୋମବାର କହିଛନ୍ତି ଯେ କୌଣସି ଆକାଉଣ୍ଟଧାରୀଙ୍କୁ ଠକ ଘୋଷଣା କରିବା ପୂର୍ବରୁ ବ୍ୟାଙ୍କଗୁଡ଼ିକ ମଧ୍ୟ ସେମାନଙ୍କ ପକ୍ଷ ଶୁଣିବା ଉଚିତ। ଋଣ ନେଇଥିବା ବ୍ୟକ୍ତିଙ୍କ କଥା ମଧ୍ୟ ଶୁଣିବା ଆବଶ୍ୟକ।

  16. ଚାରିଟି ରାଜ୍ୟର ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକ ପାଇଁ ବିଚାରବିମର୍ଶ ଜାରିରହିଛି। ଏହାକୁ ଦୃଷ୍ଟିରେ ରଖି ପୋଲାଭରମ ପ୍ରକଳ୍ପ ମାମଲାରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରାଯାଇ ନାହିଁ। ତେଣୁ ମାମଲାର ଶୁଣାଣିକୁ ଆଉ ତିନିମାସ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ସୁପ୍ରିମକୋର୍ଟଙ୍କୁ ପତ୍ରଲେଖି ଅନୁରୋଧ କରିଛି ।

  17. ଓଡ଼ିଶାର ୫୧ ହଜାର ୧୭୬ ଗାଁ ମଧ୍ୟରୁ ୪୫ ହଜାର ୪୦୬ଟିରେ ମୋବାଇଲ୍‌ ସେବା (ନେଟୱାର୍କ) ଉପଲବ୍ଧ ଅଛି ।

  18. କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସଦସ୍ୟତା ରଦ୍ଦକୁ ବିରୋଧ କରି ଏବଂ ଆଦାନୀ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବି କରି ସୋମବାର ଦିନ ବି‌ରୋଧୀ ନେତାମାନେ ସଂସଦରେ ଗାନ୍ଧି ପ୍ରତିମୂର୍ତ୍ତି ନିକଟରେ ଆନ୍ଦୋଳନ କରିଛନ୍ତି।

  19. ଭୁବନେଶ୍ବର ବିମାନବନ୍ଦରକୁ ଲିଜ‌୍‌ରେ ଦିଆଯିବ। ନ୍ୟାସନାଲ ମନିଟାଇଜେସନ୍‌ ପାଇପ୍‌ଲାଇନ୍‌ (ଏମ୍‌ଏନ୍‌ପି) ଅନୁଯାୟୀ କେନ୍ଦ୍ର ସରକାର ଭୁବନେଶ୍ବର ବିମାନବନ୍ଦରକୁ ଲିଜ୍ ସୂତ୍ରରେ ପ୍ରଦାନ କରିବେ ବୋଲି ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ) ନିଷ୍ପତ୍ତି ନେଇଛି।

  20. କୋଲକାତା ନାଇଟରାଇଡର୍ସ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଚଳିତ ସଂସ୍କରଣ ପାଇଁ ନୂଆ ଅଧିନାୟକଙ୍କ ନାଁ ଘୋଷଣା କରିଦେଇଛି । ଦିଲ୍ଲୀର ବାମହାତୀ ବ୍ୟାଟ୍ସମ୍ୟାନ ନୀତିଶ ରାଣା ଚଳିତ ସିଜିନରେ ଦଳର ନେତୃତ୍ୱ ନେବେ ।

466 Y
1735 28-03-2023 English
  1. Disqualified Lok Sabha member Rahul Gandhi was Monday asked to vacate the government bungalow allotted to him by April 22, official sources said Monday.

  2. The Supreme Court Monday sought a response from the Centre, Gujarat government and others on a plea filed by Bilkis Bano, who was gangraped and seven members of her family were killed during the 2002 post-Godhra riots. Bano has challenged remission of sentence of 11 convicts in the case.

  3. A special team of Bolangir Police also seized around 5,000 fake certificates of 41 schools, colleges and universities in the country from the premises of Reliance Education Complex.

  4. Chief Minister Naveen Patnaik has urged Union Food and Public Distribution Minister Piyush Goyal for lifting of 20 lakh metric tonne (LMT) of surplus rice from Odisha.

  5.  The Union government has requested three months time from the Supreme Court to file status report with respect to the meetings convened by it to resolve dispute related to Polavaram project among Odisha, Andhra Pradesh, Telangana and Chhattisgarh with talks.

  6. At the 10th Governing Council Meeting of Mo School Monday, Mo School chairperson Susmita Bagchi informed that after successful work in high schools of the state, Mo School mission will revamp 10,000 elementary schools of the state with help of alumni and local CSRs.

  7. Banks should provide a reasonable opportunity of hearing and representation before classifying a borrower’s account as fraud, the Supreme Court said Monday.

  8.  The Lokayukta police arrested BJP MLA Madal Virupakshappa hours after the Karnataka High Court dismissed his bail petition in a bribery case relating to Karnataka Soaps and Detergents Limited (KSDL) Monday.

  9. The Supreme Court Monday refused to entertain a plea seeking a uniform minimum age of 21 years for marriage for both men and women, saying that it will amount to directing Parliament to make a law to fix the age.

  10. In a fresh development, Shiv Sena (UBT) President and former Chief Minister Uddhav Thackeray and Rahul Gandhi will soon meet personally to hammer out the Savarkar row, state Congress chief Nana Patole said here Monday.

  11. Assam Congress has refused to meet the Election Commission (EC) team that has been touring the state to take stock of the situation regarding the ongoing delimitation exercise of Parliamentary and Assembly constituencies.

  12. In a special campaign launched by the Rajasthan police in Jaipur and Kota and Churu 2,051 miscreants have been arrested.

  13.  New NCERT textbooks revised in accordance with the new National Education Policy (NEP) are likely to be introduced in schools from 2024-25 academic session, Education Ministry officials said Monday. The textbooks will be developed in accordance with the National Curriculum Framework (NCF).

  14. Israeli Prime Minister Benjamin Netanyahu announced Monday evening that he would temporarily freeze his government's controversial judicial overhaul plans following unprecedented demonstrations across the country and a general strike that paralysed the country.

  15. India has asked state-run lenders to adopt stricter monitoring of top corporate loan accounts and submit a plan to deal with business risks in key areas within two weeks, three banking sources said Monday.

  16. Stepping up the fight in fixed broadband segment, Jio Monday introduced its entry level broadband plan at a price as low as `198 per month. The plan, named Broadband Backup plan, will come with top internet speed of 10 megabit per second.

  17. Amid massive protest by the doctors in Rajasthan against the Right to Health (RTH) Bill, the state health minister Parsadi Lal Meena on Monday said that the government would not take back the bill at any cost.

  18. A case has been registered against a local BJP leader for selling a piece of land to police for the construction of the Police Lines for ₹ 2 crore with the help of forged documents, while he had already taken a loan of ₹ 78 lakh against it.

  19. The Supreme Court on Monday dismissed a petition filed by the Uttar Pradesh government challenging an order to relocate the family members of the Hathras rape victim and consider giving a job to one of her family members.

  20. To a specific question on whether India can build something equivalent to the conversational AI tool ChatGPT, the minister said "wait for a few weeks, there will be a big announcement".

480 Y
1736 27-03-2023 Odia
  1. ଇସ୍ରୋର ସବୁଠାରୁ ଭାରୀ ରକେଟ୍ ଏଲଭିଏମ୍ ଥ୍ରୀ -ଏମ୍ ଥ୍ରୀ ଦ୍ବାରା ୩୬ଟି ଉପଗ୍ରହର ସଫଳ ଉତ୍‌କ୍ଷେପଣ କରାଯାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସକାଳ ୯ଟାରେ ଏଲଭିଏମ୍ ଥ୍ରୀ -ଏମ୍ ଥ୍ରୀର ଉତକ୍ଷେପଣ କରାଯାଇଥିଲା।

  2. ରାହୁଲ ନିଜ ବାୟୋରେ ‘ଡିସକ୍ୱାଲିଫାଏ ଏମ୍ପି’ ବା ‘ଅଯୋଗ୍ୟ ସାଂସଦ’ ଲେଖିଛନ୍ତି । ଏଥି ସହିତ ଗତକାଲି ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ରାହୁଲ କହିଥିଲେ  ମୁଁ ଆଦୌ ଭୟଭୀତ ନୁହେଁ । ମୁଁ ସଂସଦରେ ରୁହେ କି ନ ରୁହେ ମୋତେ ଫରକ ପଡେନି । ହେଲେ ମୁଁ କ୍ଷମା ମାଗିବି ନାହିଁ । ମୁଁ ସାବରକର ନୁହେଁ, ମୁଁ ଗାନ୍ଧୀ ।

  3. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ଛତ୍ରପୁର, ହିଞ୍ଜିଳି, ଓ କବି ସୂର୍ଯ୍ଯ ନଗର ଆଦି ସ୍ଥାନରେ ୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଛତ୍ରପୁର ରେ ୧୦୦୦ କୋଟି, ହିଂଜିଲିରେ ୫୯୦ କୋଟି ଓ କବି ଶୂର୍ଯ୍ଯ ନଗରରେ ୩୧୬ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରା ଯାଇଥିଲା।

  4. ଛତ୍ରପୁର ବିକାଶ ପାଇଁ ଏକ ହଜାର କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଭିନ୍ନ ପ୍ରକଳ୍ପ କାର୍ଯ୍ଯ କରିବା ପାଇଁ ମଞ୍ଚରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

  5. ରାଜ୍ୟ ଅବକାରୀ କମିଶନର ଆଶିଷ କୁମାର ସିଂହ ଏବଂ ଏନଆଇସିର ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ନିହାର ରଞ୍ଜନ ବିଶ୍ୱାଳ ନୂଆଦିଲ୍ଲୀର ଶାହାବାଦଦୌଲତପୁର ସ୍ଥିତ ଦିଲ୍ଲୀ ବୈଷୟିକ ବିଶ୍ୱବିଦ୍ୟାଳୟର ଡକ୍ଟର ବି.ଆର.ଆମ୍ବେଦକର ସମ୍ମିଳନୀକକ୍ଷରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମାରୋହରେ ୨୦ତମ କମ୍ପ୍ୟୁଟର ସୋସାଇଟି ଅଫ୍‌ ଇଣ୍ଡିଆର ସ୍ୱତନ୍ତ୍ର ଆଗ୍ରହ ଗୋଷ୍ଠି ଦ୍ୱାରା ପ୍ରଦାନ କରାଯାଇଥିବା ସମ୍ମାନଜନକ ଇ-ଗଭର୍ଣ୍ଣାନ୍ସ ପୁରସ୍କାର ଗ୍ରହଣ କରିଛନ୍ତି ।

  6. କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ମଧ୍ୟ ମୋ ସ୍କୁଲ ଯୋଜନା ଭଳି ‘ବିଦ୍ୟାଞ୍ଜଳି’ ନାମକ ଏକ ପୋର୍ଟାଲ ବିକଶିତ କରିଛି। ଯେଉଁ ପୋର୍ଟାଲ ମାଧ୍ୟରେ ପୁରାତନ ଛାତ୍ରଛାତ୍ରୀ ଯୋଡ଼ି ହେଉଛନ୍ତି। ନିଜର ଶିକ୍ଷାନୁଷ୍ଠାନ ପାଇଁ ସହାୟତା ଓ ସେବା ପ୍ରଦାନ କରୁଛନ୍ତି।

  7. ଚଳିତ ଆର୍ଥିକ ବର୍ଷ ଜାନୁଆରୀ-୨୦୨୩ ସୁଦ୍ଧା ଡିଏମଏଫ ଏବଂ ଓମ୍ବାଡସୀ ଖର୍ଚ୍ଚ ହାରକୁ ଦେଖିଲେ ଏହା ଅନୁମେୟ। ରାଜ୍ୟ ସରକାର ଏବର୍ଷ ଡିଏମ୍‌ଏଫ୍‌ ଜରିଆରେ ୯୮% ଅର୍ଥ ଆଦାୟ କରିଥିବାବେଳେ ମାତ୍ର ୫୫.୯୨% ଟଙ୍କା ଖର୍ଚ୍ଚ କରିଛନ୍ତି।

  8.  ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବିଭିନ୍ନ ରାଜ୍ୟରେ ଦୈନିକ ମଜୁରିରେ ୭ ଟଙ୍କାରୁ ୨୬ ଟଙ୍କା‌ ପର୍ଯ୍ୟନ୍ତର ବୃଦ୍ଧି ହୋଇଛି। ନୂଆ ମଜୁରି ଏପ୍ରିଲ୍ ୧ରୁ ଲାଗୁ ହେବ। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଓଡ଼ିଶାର ଦୈନିକ ମଜୁରି ୨୨୨ ଟଙ୍କା ଥିଲା। ତାହା ୧୫ ଟଙ୍କା ବୃଦ୍ଧି ପାଇ ୨୩୭ ଟଙ୍କା ହୋଇଛି।

  9. ପୂର୍ବତନ ଏମ୍‌ପି ତଥା ଭେଟେରାନ ମାଲାୟାଲମ ଅଭିନେତା ଇନୋସେଣ୍ଟ ଭାରିଡ ଥାକେଥାଲାଙ୍କ ଦେହାନ୍ତ ହୋଇଛି। କେରଳର କୋଚିସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା।

  10. ସ୍ବର୍ଗତ ଭାଜପା ନେତା ସୁଷମା ସ୍ବରାଜଙ୍କ ଝିଅ ବାଂସୁରୀ ସ୍ବରାଜ ସକ୍ରିୟ ରାଜନୀତିରେ ପ୍ରବେଶ କରିଛନ୍ତି। ବାଂସୁରୀଙ୍କୁ ଭାଜପା ଏକ ବଡ଼ ଦାୟିତ୍ୱ ଦେଇଛି। ତାଙ୍କୁ ଭାଜପାର ଦିଲ୍ଲୀ ୟୁନିଟ୍‌ର ଲିଗାଲ ସେଲର ସହ-ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି।

  11. ଫୋର୍ବସ ବିଲିୟନେୟାର ତାଲିକାରେ ଆମେରିକାରେ କେବଳ ୯୨ ବିଲିୟନେୟାର ମହିଳା ଥିବାବେଳେ ଚାଇନାରେ ୪୬, ଜର୍ମାନୀରେ ୩୬, ଇଟାଲୀରେ ୧୬ ଏବଂ ଭାରତରେ ୯ ଜଣ ସାମିଲ ଅଛନ୍ତି।

  12. ଭାରତୀ ଏୟାରଟେଲ୍‌ ପକ୍ଷରୁ ଏୟାରଟେଲ ୫ଜି ପ୍ଲସର ଏକ ମେଗା ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଗୋଟିଏ ଦିନରେ ଦେଶର ୨୩୫ଟି ସହରରେ ଉକ୍ତ ସେବାର ଶୁଭାରମ୍ଭ ହୋଇଯାଇଛି।

  13. ଭାବା ଆଟମିକ ରିସର୍ଚ୍ଚ ସେଣ୍ଟର (ବିଏଆର୍‌ସି) ଏବଂ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌(ନାଲ୍‌କୋ)ର ମିଳିତ ସହଯୋଗରେ ଭାରତର ପ୍ରଥମ ବକ୍ସାଇଟ ସିଆର୍‌ଏମ୍‌ (ସାର୍ଟିଫାଏଡ୍‌ ରେଫରେନ୍ସ ମ୍ୟାଟେରିଆଲ) ‘ବିଏଆର୍‌ସି ବି୧୨୦୧’ର ପ୍ରସ୍ତୁତ କରାଯାଇଛି।

  14. ଚେନାବ ନଦୀ ଉପରେ ନିର୍ମାଣାଧୀନ ବିଶ୍ବର ଉଚ୍ଚତମ ରେଳପୋଲ ଉପରେ ଶୀଘ୍ର ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ବନ୍ଦେ ମେଟ୍ରୋ ରେଳ ଚାଲିବ। ଉଦ୍ଧମପୁର-ଶ୍ରୀନଗର-ବାରମୁଳ ରେଳଲାଇନ୍ ପୂରା କାର୍ଯ୍ୟକ୍ଷମ ହେଲେ ଉକ୍ତ ଟ୍ରେନ ଚାଲିବ ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି।

  15. ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ ଗତରାତିରେ ଏଠାକାର ଏକ ହୋଟେଲରେ ଆତ୍ମହତ୍ୟା କରିଛନ୍ତି। ୨୫ ବର୍ଷୀୟା ଅଭିନେତ୍ରୀ ହୋଟେଲ ରୁମ୍‌ରେ ମୃତ ଅବସ୍ଥାରେ ମିଳିଛନ୍ତି।

  16. ସ୍ପେନ୍‌ର ଏ ବର୍ଷର ପ୍ରଥମ ବୃହତ୍ ବନାଗ୍ନି ପୂର୍ବ ଭାଲେନ୍ସିଆ ଅଞ୍ଚଳରେ ଭୟଙ୍କର ରୂପ ନେଇଥିବା ଦେଖିବାକୁ ମିଳିଛି। ଏହି ଦାବାନଳରେ ୩୦୦୦ରୁ ଅଧିକ ହେକ୍ଟର (୭,୪୧୩ ଏକର) ଜଙ୍ଗଲ ପୋଡ଼ି ପାଉଁଶ ହୋଇଯାଇଛି।

  17. ହ୍ୟାରି ପୋର୍ଟର୍’ ଭାବେ ଜଣାଶୁଣା ଡାନିଏଲ୍ ରାଡ୍‌କ୍ଲିଫ୍ ଏ ବର୍ଷ ବାପା ହେବାକୁ ଯାଉଛନ୍ତି। ବିଶ୍ବ ପ୍ରସିଦ୍ଧ ‘ହ୍ୟାରି ପୋର୍ଟର୍’ ଉପନ୍ୟାସମାଳାକୁ ନେଇ ନିର୍ମିତ ଚଳଚ୍ଚିତ୍ରସମୂହରେ ମୁଖ୍ୟ ଚରିତ୍ର ରୂପେ ଅବତୀର୍ଣ୍ଣ ହୋଇ ଡାନିଏଲ୍ ରାଡକ୍ଲିଫ୍‌ ରାତାରାତି ବିଶ୍ବପ୍ରସିଦ୍ଧ ହୋଇଯାଇଥିଲେ।

  18. ‘ଓଡ଼ିଶା କୁଇନ୍’ରେ ୱିନର ହେଲେ ତ୍ରିହୀନା ଦାସ, ପ୍ରଥମ ରନର୍ସଅପ୍ ହେଲେ ସୋନମ୍‌ ଆଚାର୍ଯ୍ୟ ଏବଂ ଦ୍ବିତୀୟ ରନର୍ସଅପ୍ ହେଲେ ଅନିନ୍ଦିତା ଆଚାର୍ଯ୍ୟ। ୱିନର ୫୦ ହଜାର ଟଙ୍କା ପାଇଥିବା ବେଳେ ପ୍ରଥମ ରନର୍ସଅପ୍‌ଙ୍କୁ ୩୦ ହଜାର ଏବଂ ସେକେଣ୍ଡ ରନର୍ସଅପ୍‌ଙ୍କୁ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।

  19. ଚଳିତ ମହିଳା ବିଶ୍ବ ମୁଷ୍ଟିଯୁଦ୍ଧ ଚମ୍ପିଆନ୍‌ସିପରେ କ୍ରମାଗତ ୨ୟ ଦିନରେ ଭାରତକୁ ଡବଲ୍‌ ସ୍ବର୍ଣ୍ଣପଦକ ମିଳିଛି। ଶନିବାର ଦୁଇ ଭାରତୀୟ ନୀତୁ ଘାଙ୍ଘାସ୍‌ ଓ ସ୍ବିଟି ବୁରା ସ୍ବର୍ଣ୍ଣପଦକ ଜିତିଥିଲେ। ରବିବାର ଆଉ ୨ ଭାରତୀୟ ସ୍ବର୍ଣ୍ଣପଦକ ଜିତିଛନ୍ତି।

  20. ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ଖେଳାଯାଉଥିବା ମହିଳା ପ୍ରିମିୟର ଲିଗର ପ୍ରଥମ ସିଜନର ଫାଇନାଲ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୭ ଉଇକେଟରେ ବିଜୟୀ ହୋଇଛି। ଫଳରେ ପ୍ରିମିୟର ଲିଗର ପ୍ରଥମ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିୟନ ହୋଇଛି।

504 Y
1737 27-03-2023 English
  1. NATO criticises Vladimir Putin a day after the Russian President said he would station tactical nuclear weapons in Belarus.

  2. Chief Minister Naveen Patnaik Sunday said that Ganjam is a leading district in the state and sought the cooperation of all to make it the number one district in the country.

  3. National Green Tribunal (NGT) has directed the Bhubaneswar Municipal Corporation (BMC) to expedite the process of evicting encroachers from Nayapalli Haza lake within two months to ensure smooth flow of sewage and stormwater through natural Drainage Channel No-10.

  4. :Dhenkanal’s famous tourist spot Saptasajya is all set to get a facelift soon as the road map for the project has already been prepared. The matter came to the fore after a team of representatives led by Sub-Collector Snigdharani Dhal visited the spot recently.

  5. A police team from Uttar Pradesh came to the Sabarmati central jail in Ahmedabad Sunday and took gangster-turned-politician Atiq Ahmed to Prayagraj, where he will be produced before a court on March 28 when it passes an order in a kidnapping case in which he is an accused, officials said.

  6. Popular Bhojpuri actress Akanksha Dubey was found dead inside a hotel room here on Sunday with police suspecting it to be a case of suicide, officials said.

  7. The forest department has filed a case and issued a notice to an Uttar Pradesh man who rescued a Sarus crane and took care of it for a year, officials said.

  8. President Droupadi Murmu will be on a two-day tour of West Bengal from Monday, during which she will visit Santiniketan to grace the annual convocation of Visva-Bharati, according to a statement issued by the Rashtrapati Bhavan Sunday.

  9. The Indian Space Research Organisation's heaviest LVM3 rocket Sunday successfully placed 36 internet satellites of UK-based OneWeb group company into intended orbits.

  10. The Centre has notified a hike in wage rates under the rural job guarantee programme for the 2023-24 financial year with Haryana having the highest daily wage at Rs 357 per day and Madhya Pradesh and Chhattisgarh the lowest at Rs 221.

  11. Housing sales in India’s top seven cities are estimated to rise 14 per cent during January-March to over 1.13 lakh units on strong demand despite increase in prices by 6-9 per cent, according to Anarock.

  12. Five of the top 10 most valued firms together lost `86,447.12 crore in market valuation last week, with Infosys, Tata Consultancy Services and State Bank of India taking the biggest hit. Last week, the BSE benchmark fell 462.8 points or 0.79 per cent.

  13. Existing mutual fund investors have time till March 31 to nominate a beneficiary or opt out of it by submitting a declaration form, failing which their folios will be frozen, and they will not be able to redeem investment.

  14. Popular Malayalam film actor and former Lok Sabha MP, Innocent died on Sunday after being hospitalised earlier this month. He was 75 years old.

  15. The CBI has recovered approximately ₹ 1 crore from the premises of a senior Directorate General of Foreign Trade officer in Rajkot who jumped from fourth floor after being arrested by the agency for allegedly receiving a bribe of ₹ five lakh

  16. BJP leader Khushbu Sundar asserted today that she would not delete her 2018 tweet linking the "Modi surname with corruption" and called upon the Congress to dig up even more of her old tweets from when she was a spokesperson for the party.

  17. The Supreme Court is scheduled to hear on Monday a plea by K Kavitha, Bharat Rashtra Samithi leader and daughter of Telangana Chief Minister K Chandrasekhar Rao, seeking protection from arrest and challenging the summons by the ED.

  18. Days after launching a crackdown against radical preacher Amritpal Singh and his aides, the Punjab Police on Sunday said it has released 197 people out of the total 353 taken into preventive custody.

  19. Bansuri Swaraj, the daughter of late Sushma Swaraj, has been appointed as co-convener of the legal cell of Delhi BJP, paving her entry into active politics

  20. Nikhat Zareen continued to grow in stature as she added a second World title to her swelling trophy cabinet while Lovlina Borgohain broke her ‘bronze jinx’ to claim her maiden gold medal at the marquee event here Sunday.

486 Y
1738 26-03-2023 Odia
  1. କଟକ-ଅନୁଗୁଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ଉନ୍ନତି କାମରେ ଅହେତୁକ ବିଳମ୍ବ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। 

  2. ଖାନ୍‌ନଗର ଠାରେ ନିର୍ମାଣାଧୀନ ନେତାଜୀ ବସ ଟର୍ମିନାଲ ୧୫ ଏକର ପରିମିତ ଅଂଚଳରେ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ୨୦୨୧ ଜାନୁଆରୀ ୨୩ ରେ ଶୁଭ ଦେଇଥିଲେ। ଏଥିପାଇଁ ସତୁରୀ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି । ଏଥିରେ ୧୮୦ ଟି ବସ ରହିବା ପାଇଁ ତିନି ମହଲା ବିଲ୍ଡିଂ ସହିତ ଆହୁରି ଅନେକ ସୁବିଧାର ନିର୍ମାଣ କରାଯାଉଛି।

  3. ଯକ୍ଷ୍ମା ରୋଗ ନିରାକରଣରେ ଓଡ଼ିଶାକୁ ବଡ଼ ସଫଳତା । ଯକ୍ଷ୍ମା ରୋଗ ନିରାକରଣରେ ଦେଶର ପ୍ରମୁଖ ରାଜ୍ୟକୁ ପଛରେ ପକାଇ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି । ଏନେଇ ଇଣ୍ଡିଆ ଟିବି ରିପୋର୍ଟ ୨୦୨୩ରେ ପ୍ରକାଶ ପାଇଛି।

  4. ଶୈଳବାଳା ମହାବିଦ୍ୟାଳୟର ଭିତ୍ତିଭୂମି ଉନ୍ନତିକରଣ ନିମନ୍ତେ ରାଜ୍ୟ ସରକାର ବଦ୍ଧପରିକର । ଏହି ଅବସରରେ ୧୦ କୋଟି ଟଙ୍କା ବ୍ୟୟରେ ୪୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି ।

  5. ଏପ୍ରିଲ ପ୍ରଥମ ସପ୍ତାହରେ ଜାପାନରେ ନିବେଶକ ସମ୍ମିଳନୀ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ‘ମେକ୍‌‌ ଇନ୍‌‌ ଓଡ଼ିଶା’ର ତୃତୀୟ ସଂସ୍କରଣରେ ଓଡ଼ିଶାରେ ନିବେଶ ନିମନ୍ତେ ଦେଶ ବିଦେଶରୁ ଅନେକ ପ୍ରସ୍ତାବ ମିଳିଛି। ପ୍ରାୟ ୧୦ଲକ୍ଷ କୋଟିରୁ ଊର୍ଦ୍ଧ୍ବ ନିବେଶ ନିମନ୍ତେ ବିଭିନ୍ନ ନିବେଶକ ପ୍ରତିଶ୍ରୁତି ଦେଇଛନ୍ତି।

  6. ରାହୁଲ ତାଙ୍କ ବୟାନରେ କହିଛନ୍ତି କି, ଗାନ୍ଧୀ କେବେ କ୍ଷମା ମାଗେନାହିଁ । ମୁଁ ସବରକର ନୁହେଁ ଯେ କ୍ଷମା ମାଗିବି। ଏହାସହ ସେ କହିଛନ୍ତି କି, ମୋତେ ସମର୍ଥନ ଦେଇଥିବା ସମସ୍ତ ବିରୋଧୀ ଦଳଙ୍କୁ ଧନ୍ୟବାଦ ଜଣାଉଛି । ଆଗାମୀ ଦିନରେ ଆମେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବୁ ।

  7. ଯୁକ୍ତ ୩ ଓ ପିଜି ନାମଲେଖା ପ୍ରକ୍ରିୟାରେ ହୋଇଥିବା ତ୍ରୁଟିକୁ ସୁଧାରିବ ଉଚ୍ଚଶିକ୍ଷା ବିଭାଗ। ଆସନ୍ତା ଶିକ୍ଷା ବର୍ଷଠାରୁ (୨୦୨୩-୨୦୨୪) ସମସ୍ତ ଆସନ ପାଇଁ ଗୋଟିଏ ଥରରେ ହିଁ ମେଧା ତାଲିକା ପ୍ରକାଶ ପାଇବ। କିନ୍ତୁ ନାମଲେଖା ୬ଟି ପର୍ଯ୍ୟାୟରେ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

  8. ଶିଳ୍ପ ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ଓଡ଼ିଶା ଜାତୀୟ ହାରଠାରୁ ଆଗରେ ରହିଛି। ଅଦ୍ୟାବଧି ଏକକ ବାତାୟନ ପ୍ରଣାଳୀ ମାଧ୍ୟମରେ ଅନୁମୋଦନ ସହ ରାଜ୍ୟରେ ୧୫୬ଟି ବୃହତ୍ତ ଶିଳ୍ପ ପ୍ରକଳ୍ପ ସ୍ଥାପନ ହୋଇ ଆଂଶିକ ତଥା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିଛି।

  9. ମହାରାଷ୍ଟ୍ର ବିଧାନ ମଣ୍ଡଳକୁ ଚୋର ମଣ୍ଡଳ କହିବା ଅଭିଯୋଗରେ ସଞ୍ଜୟ ରାଉତଙ୍କ ବିରୋଧରେ ଗତ ମାସରେ ସ୍ବାଧିକାର ଭଙ୍ଗ ନୋଟିସ୍ ଜାରି ହୋଇଥିଲା । ବୟାନ ପରେ ସଞ୍ଜୟ ରାଉତ ତାଙ୍କ ସ୍ପଷ୍ଟୀକରଣରେ କହିଥିଲେ ଯେ ସେ କେବଳ ସିନ୍ଦେ ଗୋଷ୍ଠୀ ପାଇଁ ଏଭଳି ମନ୍ତବ୍ୟ ଦେଇଥିଲେ । କିନ୍ତୁ ମହାରାଷ୍ଟ୍ର ବିଧାମଣ୍ଡଳର ବିଧିକମିଟି ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ସ୍ବାଧିକାର ଉଲ୍ଲଂଘନ ପ୍ରସ୍ତାବରେ ଦୋଷୀ ସାବ୍ୟସ୍ତ କରିଛି ।

  10. ଓସ୍କାର ଜିତିବା ପରେ କହିବାକୁ ଦିଆନଯିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଗୁନିତ୍ ମୋଙ୍ଗା। ‘ଦି ଏଲିଫ୍ୟାଣ୍ଟ୍‌ ୱିସ୍ପରର୍‌ସ୍‌’ର ପ୍ରଯୋଜିକା ହେଉଛନ୍ତି ଗୁନିତ୍ ମୋଙ୍ଗା।

  11. ମୁକେଶ ଅମ୍ବାନିଙ୍କ ସଂପତ୍ତି ଗତ ୧୦ ବର୍ଷ ମଧ୍ୟରେ ୩୫୬ ପ୍ରତିଶତ ବୃଦ୍ଧି ଘଟିଛି। ୮୨ ବିଲିଅନ ଡଲାର ସଂପତ୍ତି ସହିତ ମୁକେଶ ଏକମାତ୍ର ଭାରତୀୟ ଭାବେ ୨୦୨୩ର ଧନୀ ତାଲିକାରେ ଶୀର୍ଷ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।

  12. ଚଳିତମାସ ୧୭ରେ ଶେଷ ହୋଇଥିବା ସପ୍ତାହରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାରରେ ୧୨.୭୯୮ ବିଲିଅନ ଡଲାରର ବୃଦ୍ଧି ହୋଇଛି। ଫଳରେ ବିଦେଶୀ ମୁଦ୍ରା ଭଣ୍ଡାର ୫୭୨.୮୦୧ ବିଲିଅନ ଡଲାରରେ ପହଞ୍ଚିଛି।

  13. ଆମେରିକୀୟ ସର୍ଟ ସେଲର ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟ ପ୍ରକାଶ ପରେ ‌ବ୍ଲକ୍ କମ୍ପାନିର ସେୟାର ମୂଲ୍ୟରେ ମାତ୍ରାଧିକ ହ୍ରାସ ପାଇଛି। ଏହାଫଳରେ ଏହାର ସହ ପ୍ରତିଷ୍ଠାତା ଜ୍ୟାକ ଡୋର୍ସିଙ୍କ ସଂପତ୍ତି ଦିନକରେ ୫୨୬ ନିୟୁତ ଡଲାର ହ୍ରାସ ପାଇଛି।

  14. ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟର ପ୍ରମୁଖ ସିପିଏସ୍‌ୟୁ ‘ପାୱାର ଗ୍ରୀଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ ନିକଟରେ ୬ଟି ପ୍ରକଳ୍ପର ସ୍ପେଶାଲ ପର୍ପୋଜ୍‌ ଭେଇକିଲ୍ସ (ଏସ୍‌ପିଭି) ଅର୍ଜନ କରିଥିବା ଜଣାପଡ଼ିଛି।

  15. ଦେଶର ପ୍ରମୁଖ ଫୁଟ୍‌ଓ୍ବେର ବ୍ରାଣ୍ଡ୍‌ ତଥା ଭିକେସି ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ଭିକେସି ରଜାକ୍‌ଙ୍କୁ ନିକଟରେ ସମ୍ମାନଜନକ ‘ବିଜ୍‌ନେସ୍‌ ଲିଡର ଅଫ୍‌ ଏସିଆ ଆଓ୍ବାର୍ଡ’ପ୍ରଦାନ କରାଯାଇଛି।

  16. ଆକ୍ସିସ ମ୍ୟୁଚୁଆଲ ଫଣ୍ଡର ନୂତନ ଉତ୍ପାଦ ‘ଆକ୍ସିସ ଏସ୍‌ ଆଣ୍ଡ ପି ୫୦୦ଇଟିଏଫ୍‌ ଫଣ୍ଡ ଅଫ୍‌ ଫଣ୍ଡ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି।

  17. ବିଜେପି ନେତୃତ୍ୱାଧୀନ କର୍ଣ୍ଣାଟକା ସରକାର ରାଜ୍ୟରେ ମୁସଲିମମାନଙ୍କୁ ମିଳୁଥିବା ୪% ସଂରକ୍ଷଣ ବ୍ୟବସ୍ଥାକୁ ଉଚ୍ଛେଦ କରି ଦେଇଛନ୍ତି।

  18. ଅଭିନେତା ରାଜକୁମାର ରାଓ ଏବଂ ଭୂମି ପେଡନେକର ଅଭିନୀତ ଫିଲ୍ମ‘ଭିଡ୍‌’ ମାର୍ଚ୍ଚ ୨୪ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି।

  19. ଭାରତକୁ ଗୌରବାନ୍ବିତ କଲେ ଦୁଇ ଝିଅ। ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ସ୍ୱର୍ଣ୍ଣ ପଦକ ସହ ବକ୍ସିଂର ବିଶ୍ୱ ଚାମ୍ପିଅନ୍ ହୋଇଛନ୍ତି ସ୍ୱିଟି ବୋରା ଓ ନିତୁ ଘନଘାସ।

  20. ଆଇପିଏଲ ଟିମ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତ ସଡ଼କ ଦୁର୍ଘଟଣା ପରେ ଏବେ ଧୀରେଧୀରେ ସୁସ୍ଥ ହେଉଛନ୍ତି। ଗତବର୍ଷ ଡିସେମ୍ବର ମାସରେ ଭୟଙ୍କର ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ପନ୍ତ ୨୦୨୩ ଆଇପିଏଲ ଖେଳିବେ ନାହିଁ। ତାଙ୍କ ବଦଳରେ ଦିଲ୍ଲୀର କମାଣ ଡାଭିଡ ୱାର୍ଣ୍ଣର ସମ୍ଭାଳିବେ।

470 Y
1739 26-03-2023 English
  1. World's highest railway bridge over the Chenab river in Jammu and Kashmir is soon.

  2. Union Home Minister Amit Shah would hoist a 103 ft high national flag and inaugurate the 'Gorata Shaheed Smarak' and memorial of Sardar Vallabhbhai Patel at Gorata ground in Bidar district on Sunday.

  3. Delhi saved 279 MW of electricity during 'Earth Hour' as electric appliances were switched off across the city from 8.30 pm to 9.30 pm on Saturday, discom officials said.

  4. Disqualified Lakshadweep MP Mohammed Faizal has moved the Supreme Court against the Lok Sabha Secretariat for not withdrawing a notification disqualifying him as a Member of Parliament upon his conviction and 10-year sentence.

  5. The CBI questioned Bihar Deputy Chief Minister Tejashwi Yadav at its headquarters for more than eight hours yesterday in an ongoing investigation concerning the land-for-jobs scam case, officials said.

  6. The Rajasthan government on Saturday announced a 4 per cent increase in the dearness allowance of the state employees and pensioners.

  7. The plea challenges the constitutional validity of Section 8(3) of the Representation of the People Act, 1951 which lays down the automatic disqualification of a legislator while terming it illegal.

  8. The project will help strengthen Assam's response to disasters through improved flood forecasting and accurate early warning systems, including mobile alerts.

  9. A senior official of the Directorate General of Foreign Trade (DGFT) died on Saturday morning after he allegedly jumped off his 4th-floor office here following his arrest in a bribery case, police said on Saturday.

  10. India recorded a single-day rise of 1,590 fresh coronavirus cases, the highest in 146 days, while the number of active cases of the infection climbed to 8,601, the health ministry said.

  11. The number of medical colleges in India has almost doubled since 2014, adding to the thrust on medical education in the country.

  12.  Odisha Chief Minister Naveen Patnaik has sought personal intervention of Union Minister for Road Transport and Highways, Nitin Gadkari for early completion of the CuttackAngul-Sambalpur section of NH-55. In the letter to Gadkari, the CM has expressed anguish due to the delay in completion of the project.

  13. The Odisha government has signed an MoU with Prashanti Medical Services & Research Foundation (PMSRF) for providing world class medical treatment free of cost to patients suffering from cardiac ailments. The agreement will continue February 2025, the government said in a release Saturday.

  14. Thousands of outsourcing employees under the banner of Odisha Government Outsourcing Employees’ Federation (OGOEF) Saturday held a massive demonstration at Mahatma Gandhi Marg demanding the fulfilment of their demands.

  15. A Delhi court Saturday adjourned till April 5 the hearing on the bail plea of AAP leader Manish Sisodia, who has been arrested by the ED in a moneylaundering case arising out of the excise policy matter.

  16. Delegates from G20 member countries, guest countries and international organisations have arrived in the Land of Dawn-lit Mountains, Arunachal Pradesh to participate in the G20 meeting at the state capital Saturday.

  17. Finance Minister Nirmala Sitharaman Saturday reviewed the performance of public sector banks (PSBs) on various financial health parameters and their resilience in the wake of the current global financial scenario emanating from the failure of some international banks in the US and Europe.

  18. Billionaire Mukesh Ambani’s Reliance Industries has appointed Srikanth Venkatachari as Chief Financial Officer effective June 1, according to a stock exchange filing.

  19. One97 Communications Limited (OCL), that owns leading payments and financial services company Paytm, Friday announced the launch of its new technology platform that is built with 100 per cent indigenous developed technology.

  20. Nitu Ghanghas (48kg) and the seasoned Saweety Boora (81kg) etched their names in history as they were crowned World Champions after notching contrasting wins at the marquee tournament here Saturday.

474 Y
1740 25-03-2023 Odia
  1. ଡା. ଦତ୍ତେଶ୍ବର ହୋତା ଓଡ଼ିଶା ସ୍ଵାଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି । ୧ ବର୍ଷ ପାଇଁ ତାଙ୍କୁ ନିଯୁକ୍ତ କରାଯାଇଛି।

  2. ପ୍ରଫେସର ଅମୀୟ କୁମାର ରଥ ବିଜୁ ପଟ୍ଟନାୟକ ଟେକ୍ନୋଲୋଜି ୟୁନିଭରସିଟି (BPUT)ର ନୂଆ ଭିସି  ଭାବରେ ୫ ବର୍ଷ ପାଇଁ ତାଙ୍କୁ ନିଯୁକ୍ତ କରାଯାଇଛି।

  3. ସୋସିଆଲ ଟକ୍ ନାମକ ଏକ ଫେସବୁକ ପେଜର ମାଲିକ ପ୍ରୀତିପ୍ରକାଶ ନାୟକ , ସାମାଜିକ ଗଣମାଧ୍ୟମରେ ମହିଳାଙ୍କ ପ୍ରତି ଅଶାଳୀଳ ମନ୍ତବ୍ୟ ଦେଇ ଗିରଫ ହୋଇଛନ୍ତି ।

  4. କେରଳର ୱାୟନାଡ ଲୋକସଭା ଆସନରୁ ସାଂସଦ ଥିବା ରାହୁଲ ଗାନ୍ଧୀଙ୍କ ସଦସ୍ୟତାକୁ ରଦ୍ଦ କରିଦିଆଯାଇଛି। ଗତକାଲି ମୋଦୀ ସରନେମ ମାମଲାରେ ସୁରଟର ଜିଲ୍ଲା କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦୁଇବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ।

  5. ଆସନ୍ତା ୭ ବର୍ଷ ମଧ୍ୟରେ ଓଡ଼ିଶା କେବଳ ଅକ୍ଷୟଶକ୍ତି ଉତ୍ସରୁ ୧୦୦୦୦ ମେଗା ୱାଟ୍‌‌ ବିଜୁଳି ଉତ୍ପାଦନ କରିବ। ଏହି ଲକ୍ଷ୍ୟ ପୂରଣ ପାଇଁ ଚଳିତ ବଜେଟରେ ୧୦୦ କୋଟି ଟଙ୍କା ଦିଆଯାଇଛି।

  6. ମଧ୍ୟପ୍ରଦେଶରେ ଭୂମିକମ୍ପରେ ଗ୍ବାଲିୟର ଓ ଏହାର ଆଖପାଖ ଅଞ୍ଚଳ ଥରିଥିଲା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୦ ରେକର୍ଡ କରାଯାଇଛି ।

  7. ପୁଞ୍ଜିନିବେଶରେ ଜାତୀୟ ହାର ଠାରୁ ଓଡ଼ିଶା ଅଧିକ। ଜାତୀୟ ହାର ୨୨ ପ୍ରତିଶତ ଥିବାବେଳେ ଓଡ଼ିଶାରେ ୪୫-୪୭% ରହିଛି।  ରାଜ୍ୟରେ ନୂତନ ଶିଳ୍ପ ନୀତି ୨୦୨୨ ଗତ ଡିସେମ୍ବରରୁ ପ୍ରାଣୟନ ହେଉଛି। 

  8. ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ୨୬ରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଆଦିରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

  9. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ବାରାଣସୀରେ ୧୭୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପ ମଧ୍ୟରେ  ଏକ ରୋପୱେ ବି ସାମିଲ ରହିଛି। ଏହି ରୋପୱେ ବାରାଣସୀ କ୍ୟାଣ୍ଟନମେଣ୍ଟ ଷ୍ଟେସନରୁ ଗୋଦାଲିଆ ପର୍ଯ୍ୟନ୍ତ ନିର୍ମାଣ ହେବ । ଏହି ପ୍ରକଳ୍ପର ଆକଳିତ ବ୍ୟୟ ପ୍ରାୟ ୬୪୫ କୋଟି ଟଙ୍କା ହେବ ବୋଲି କୁହାଯାଉଛି ।

  10. କେନ୍ଦ୍ର କ୍ୟାବିନେଟ ଶୁକ୍ରବାରଦିନ ମହଙ୍ଗାଭତ୍ତା ୪ ପ୍ରତିଶତ ବୃଦ୍ଧି କରିବା ପ୍ରସ୍ତାବକୁ ମଂଜୁରୀ ଦେଇଛି । ଅତିରିକ୍ତ କିସ୍ତି ଆକାରରେ ଏହା କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଧାରୀଙ୍କୁ ମିଳିବ ।

  11. ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ‘ଅପବ୍ୟବହାର’ ଅଭିଯୋଗ କରି ୧୪ ବିରୋଧୀ ଦଳ ଶୁକ୍ରବାର ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। ୧ ଏପ୍ରିଲରେ ଏହି ମାମଲାର ଶୁଣାଣି ହେବ।

  12. ବ୍ରାଜିଲର ରିଓ ଡି ଜେନେରିଓ ସହରରେ ପୋଲିସ ଏବଂ ଅଜଣା ଦୁର୍ବୃତ୍ତ ମଧ୍ୟରେ ହିଂସାକାଣ୍ଡ ଘଟିଛି। ଯେଉଁଥିରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି।

  13. ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଶୁକ୍ରବାର ରୌଜ୍‌ ଏଭେନ୍ୟୁ କୋର୍ଟ ସିବିଆଇ ଦ୍ୱାରା ଗିରଫଦାରୀ ଉପରେ ସିସୋଡିଆଙ୍କ ଜାମିନ ଆବେଦନର ଶୁଣାଣି କରିଛନ୍ତି। ତେବେ କୋର୍ଟ ଏହି ମାମଲାର ଶୁଣାଣି କରି କୋର୍ଟ ନିଜ ରାୟକୁ ସଂରକ୍ଷିତ ରଖିଛନ୍ତି।

  14. ଜଳବାୟୁ ପରିବର୍ତ୍ତନ ଫଳରେ ହିମବାହ ବା ବିଶାଳ ବରଫ ଖଣ୍ଡ ତରଳିବାରେ ଲାଗିଛି। ସେହିପରି ତାପମାତ୍ରା ବୃଦ୍ଧି କାରଣରୁ ହିମାଳୟ ଗିରିଶୃଙ୍ଗର ହିମବାହର ଆୟତନ କମିଛି, ଯାହାଫଳରେ ଆଗାମୀ ଦିନରେ ଏଥିରୁ ବାହାରିଥିବା ସିନ୍ଧୁ, ଗଙ୍ଗା ଏବଂ ବ୍ରହ୍ମପୁତ୍ର ନଦୀର ଜଳସ୍ରୋତ ହ୍ରାସ ପାଇବାକୁ ଥିବା ଜାତିସଂଘ (ୟୁଏନ୍‌) ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ଚେତାବନୀ ଦେଇଛନ୍ତ।

  15. ଆମେରିକା କାଲିଫର୍ନିଆର ଦକ୍ଷିଣାଞ୍ଚଳରେ ବୁଧବାର ଭୀଷଣ ଝଡ଼ ପ୍ରଭାବରେ ଅନେକ ଘରର ଛାତ ଉଡ଼ିଯାଇଛି। ଲସ୍‌ଏଞ୍ଜେଲ୍ସ ନିକଟରେ ଅବସ୍ଥିତ ମୋଣ୍ଟୋବେଲ୍ଲା ସହରରେ ଝଡ଼ର ଅଧିକ ପ୍ରଭାବ ଦେଖିବାକୁ ମିଳିଛି।

  16. କ୍ରମାଗତ ହଟ୍ଟଗୋଳ ଯୋଗୁ ଚାଲି ପାରିଲାନି ବଜେଟ ଅଧିବେଶନ। ମାର୍ଚ୍ଚ ୨୭ ଯାଏ ଲୋକସଭା ମୁଲତବି କଲେ ବାଚସ୍ପତି।

  17. ଚଳଚ୍ଚିତ୍ର ନିର୍ମାତା ପ୍ରଦୀପ ସରକାରଙ୍କ ୬୮ ବର୍ଷ ବୟସରେ ପରଲୋକ ହୋଇଛି । ସେ  ପରିଣିତା, ଲଗା ଚୁନରି ମେଁ ଦାଗ ଓ ମର୍ଦ୍ଦାନି ଭଳି ଚଳଚ୍ଚିତ୍ରର ନିର୍ମାତା ଥିଲେ।

  18. ଚଳିତ ବର୍ଷ ଗ୍ରୀଷ୍ମଋତୁ ପରିପ୍ରେକ୍ଷୀରେ ତଥା ଆଗାମୀ ଦିନରେ ଗ୍ରୀଷ୍ମ ଲହରକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲା ପ୍ରଶାସନ ତରଫରୁ ଏକ ନିୟନ୍ତ୍ରଣ କକ୍ଷ (ଦୂରଭାଷ ନମ୍ବର ୦୬୭୫୫-୨୨୦୦୦୨) ଖୋଲା ଯାଇଛି।

  19. ଗନ୍ଧମାର୍ଦ୍ଦନ ପର୍ବତକୁ ରାଜ୍ୟର ତୃତୀୟ ଜୈବ ବିବିଧ ଐତିହ୍ୟ ସ୍ଥଳ ଭାବେ ମାନ୍ୟତା ମିଳିଲା।  କନ୍ଧମାଳ ଜିଲ୍ଲାର ମଣ୍ଡାସୁରୁ ଜର୍ଜ ଏବଂ ଗଜପତି ଜିଲ୍ଲାର ମହେନ୍ଦ୍ର ତନୟାକୁ ମିଳିସାରିଛି ଜୈବ ବିବିଧ ଐତିହ୍ୟସ୍ଥଳ ମାନ୍ୟତା।

  20. ଚଳିତବର୍ଷ ଜାନୁୟାରୀ ୧୩ରୁ ୨୯ ପର୍ଯ୍ୟନ୍ତ ଓଡ଼ିଶାର ଦୁଇ ସହର ଭୁବନେଶ୍ବର ଓ ରାଉରକେଲାରେ ଏଫ୍‌ଆଇଏଚ୍‌ ପୁରଷ ହକି ବିଶ୍ବକପ୍‌ ଆୟୋଜନ ହୋଇଥିଲା। ଏହାକୁ ଯେକୌଣସି ହକି ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଆୟୋଜନ ବୋଲି ସ୍ବୀକୃତି ଦେଇଛି ଏସୀୟ ହକି ମହାସଂଘ (ଏଏଚ୍‌ଏଫ୍‌)। .

468 Y