-
1.ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ୧୨ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୬ ଜଣ ନିଖୋଜ ଅଛନ୍ତି ଏବଂ ୯୬ ଜଣ ଭାରତ ଫେରିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛି ।
-
2.୭ ଅକ୍ଟୋବର ୨୦୨୩ରେ ଇସ୍ରାଏଲରୁ ଅପହୃତ ବନ୍ଦୀମାନଙ୍କୁ ମୁକ୍ତ କରିବା ପାଇଁ ଏବେ ବାଟ ସଫା ହୋଇଛି। ଦୋହାରେ ଇସ୍ରାଏଲ ଓ ହମାସ ମଧ୍ୟରେ ବୁଝାମଣା ହେବା ପରେ ଏବେ ଇସ୍ରାଏଲ ସୁରକ୍ଷା କ୍ୟାବିନେଟ୍ ଏହି ଚୁକ୍ତିକୁ ଅନୁମୋଦନ କରିଛି।
-
3.ଆଦାନୀ ଗ୍ରୁପ୍ ବିରୋଧରେ ସଙ୍ଗିନ ଅଭିଯୋଗ ଆଣି ଭାରତରେ ଚର୍ଚିତ ହୋଇଥିବା ଆମେରିକାର ସର୍ଟ ସେଲିଂ ଫାର୍ମ ହିଣ୍ଡେନ୍ବର୍ଗ ରିସର୍ଚ ବନ୍ଦ କରିବାକୁ ଏହାର ପ୍ରତିଷ୍ଠାତା ନାଥନ୍ ଆଣ୍ଡରସନ୍ ଘୋଷଣା କରିଛନ୍ତି।
-
4.ସମଗ୍ର ବିଶ୍ବରେ ୪୦.୨ କୋଟି ଲୋକ କାମ କରିବାକୁ ଚାହୁଛନ୍ତି, କିନ୍ତୁ ସେମାନଙ୍କୁ କାମ ମିଳୁନାହିଁ। ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍ଓ) ରିପୋର୍ଟ ଅନୁସାରେ ୧୮.୬ କୋଟି ଲୋକ ସମ୍ପୂର୍ଣ୍ଣ ବେକାର ହୋଇ ବୁଲୁଥିବା ବେଳେ ୧୩.୭ କୋଟି ଲୋକ କାମ ପାଇଁ ନିଜକୁ ଉପଲବ୍ଧ କରିପାରିନାହାନ୍ତି।
-
5.ଦିଲ୍ଲୀ ନିର୍ବାଚନରେ ମଇଦାନକୁ ଓହ୍ଲାଇଛି ଏନସିପି। ଅଜିତ ପାଓ୍ବାରଙ୍କ ଦଳ ଏନସିପି ଦିଲ୍ଲୀରେ ଡେବ୍ୟୁ କରିଛି। ଏଥିସହ ବିଧାନସଭା ର୍ନିବାଚନ ପାଇଁ ୩୦ ଜଣ ପ୍ରାର୍ଥୀଙ୍କ ତାଲିକା ମଧ୍ୟ ଘୋଷଣା କରିଛି।
-
6.ଆଗାମୀ ୨ ଆର୍ଥତ୍କ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ହାର ବାର୍ଷିକ ୬.୭ ପ୍ରତିଶତ ରହିବ ବୋଲି ବିଶ୍ୱବ୍ୟାଙ୍କର ସଦ୍ୟତମ ଅଭିବୃଦ୍ଧି ଆକଳନରେ କୁହାଯାଇଛି।
-
7.ଭାରତ ସଞ୍ଚାର ନିଗମ ଲିମିଟେଡ 3G ସିମ ବ୍ୟବହାରକାରୀମାନେ ଡାଟା ଉପଭୋଗ କରିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ସେମାନଙ୍କର ସିମ ଅପଗ୍ରେଡ କରିବାକୁ ପଡିବ। BSNL ତାର ଗ୍ରାହକମାନଙ୍କୁ ବିନା ମୂଲ୍ୟରେ 3G ସିମ ବଦଳରେ 4G ସିମ ଯୋଗାଇ ଦେଉଛି। ଭବିଷ୍ୟତରେ, ଏହି ସିମ୍ରେ 5G ଉପଭୋଗ କରାଯାଇପାରିବ।
-
8.ସଂସଦର ବଜେଟ୍ ଅଧିବେଶନ ଜାନୁଆରି ୩୧ରୁ ଆରମ୍ଭ ହେବ। ପ୍ରଥମ ଦିନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ହେବ ଏବଂ ଫେବ୍ରୁଆରି ପହିଲାରେ ବଜେଟ୍ ଉପସ୍ଥାପନ ହେବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ ।
-
9.ତାମିଲନାଡୁର ବିଭିନ୍ନ ଜିଲ୍ଲାରେ ପୋଙ୍ଗଲ ଅବସରରେ ଆୟୋଜିତ ଜାଲିକାଟୁ ମହୋତ୍ସବରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଭିଡ଼ ଭିତରେ ଷଣ୍ଢ ଦୌଡ଼ିବାର ଏହି ଖେଳରେ ଗୋଟିଏ ଦିନରେ ୪୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।
-
10.ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଅରିନ୍ଦମ ସିହ୍ନାଙ୍କୁ ନିଯୁକ୍ତି ମିଳିଛି। ହାଇକୋର୍ଟର ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହ ଜାନୁଆରି ୧୯ରେ ଅବସର ଗ୍ରହଣ କରିବେ ।
-
11.ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି ୮୦୦ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା କରିଛନ୍ତି। ଭୁବନେଶ୍ବର ରେଳଷ୍ଟେସନ୍ରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପାରମ୍ପରିକ ପୂଜା ସହିତ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି।
-
12.ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ (ଆର୍ଆଇଏନ୍ଏଲ୍)ର ଭାଇଜାଗ୍ ଷ୍ଟିଲ୍ ପ୍ଲାଣ୍ଟ ପ୍ରତି ସରକାର ଦୃଷ୍ଟି ଦେବାକୁ ଚାହୁନଥିଲେ ତାହାର ପୁନରୁଦ୍ଧାର ଲାଗି ୧୧,୪୪୦ କୋଟି ଟଙ୍କାର ପ୍ୟାକେଜ୍ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।
-
13.ଏବେ ସୁଦ୍ଧା ରାଜ୍ୟ ସରକାର ୩୦ ହଜାର ଟନ୍ ଧାନ କିଣି ସାରିଥିବା ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ପ୍ରକାଶ କରିଛନ୍ତି।
-
14.ଭରତପୁର ଥାନା ଅଧୀନ ଘାଟିକିଆ ମୌଜାରେ ସରକାରୀ ଜମି ଉପରେ ଥିବା ଶ୍ରୀ ବୈକୁଣ୍ଠଧାମ ଆଶ୍ରମକୁ ଶୁକ୍ରବାର ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ବୁଲ୍ଡୋଜର ଲଗାଇ ଭାଙ୍ଗି ଦିଆଯାଇଛି।
-
15.ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତର ୧-୩ ଗୋଲରେ ପରାଜୟ ପରେ ବିସିସିଆଇ ବହୁତ ସକ୍ରିୟ ହୋଇ ଉଠିଛି।