-
1.ୱାକଫ୍ ବିଲ୍ ଗୁରୁବାର ପ୍ରାରମ୍ଭରେ ଲୋକସଭା ୨୮୮-୨୩୨ ଭୋଟରେ ପାରିତ ହୋଇଥିଲା। ୨୪ ଘଣ୍ଟା ପରେ ରାଜ୍ୟସଭାରେ ବିଲ୍ ପାରିତ ହୋଇଛି । ବିଲ୍ ସପକ୍ଷରେ ୧୨୮ ଏବଂ ବିପକ୍ଷରେ ୯୫ ଭୋଟ ପଡ଼ିଥିଲା।
-
2.ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତା-ନିର୍ମାତା-ନିର୍ଦ୍ଦେଶକ ମନୋଜ କୁମାର ଆଉ ନାହାନ୍ତି। ଶୁକ୍ରବାର ସକାଳ ସାଢ଼େ ୪ଟା ସମୟରେ କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ୮୭ ବର୍ଷ ବୟସରେ କିମ୍ବଦନ୍ତୀ ଅଭିନେତା ଏବଂ ନିର୍ଦ୍ଦେଶକ ମନୋଜ କୁମାରଙ୍କ ପରଲୋକ ଘଟିଛି।
-
3.ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାରକୁ ବଡ଼ ଝଟକା ଦେଇ ସୁପ୍ରିମ୍କୋର୍ଟ ରାଜ୍ୟ ସ୍କୁଲ ସେବା ଆୟୋଗ ଅଧୀନରେ ନିଯୁକ୍ତି ପାଇଥିବା ୨୫ ହଜାରରୁ ଅଧିକ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତି ରଦ୍ଦ କରିଛନ୍ତି।
-
4.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ କରିବା ପରଠାରୁ ଗୋଟିଏ ପରେ ଗୋଟିଏ ନୂଆ ନିର୍ଦ୍ଦେଶନାମା ଜାରି କରୁଛନ୍ତି। ଏବେ ଆଉ ଏକ ନୂଆ ନିର୍ଦ୍ଦେଶନାମାରେ ଆମେରିକାର ସରକାରୀ କର୍ମଚାରୀମାନେ ଚୀନ୍ ସରକାରୀ କର୍ମଚାରୀ କିମ୍ବା ଚୀନ୍ ନାଗରିକଙ୍କ ସହ ରୋମାନ୍ସ କରିବା ଏବଂ ଯୌନ ସମ୍ପର୍କ ରଖିବା ଉପରେ ପ୍ରତିବନ୍ଧକ ଲଗାଯାଇଛି।
-
5.ନ୍ୟାୟିକ ସ୍ୱଚ୍ଛତା ବୃଦ୍ଧି ଉଦ୍ଦେଶ୍ୟରେ ସୁପ୍ରିମ୍କୋର୍ଟର ୩୦ ଜଣ ବିଚାରପତି ସେମାନଙ୍କ ସମ୍ପତ୍ତି ବିବରଣୀ ଅଦାଲତର ଅଫିସିଆଲ୍ ୱେବ୍ସାଇଟ୍ରେ ପ୍ରକାଶ କରିବାକୁ ରାଜି ହୋଇଛନ୍ତି। ଏପ୍ରିଲ ପହିଲାରେ ଏକ ପୂର୍ଣ୍ଣ ଅଦାଲତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
-
6.କେଦାରନାଥ ଯାତ୍ରା ପୂର୍ବରୁ ସଂକ୍ରମିତ ହେଲେ ଘୋଡ଼ା । ଦେବଭୂମି କୁହାଯାଉଥିବା ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ କେଦାରନାଥଧାମ ଯାତ୍ରା ପୂର୍ବରୁ ୧୨ଟି ଖଚ୍ଚର (ଘୋଡ଼ା) ଠାରେ H3N8 ଇନଫ୍ଲୁଏଞ୍ଜା ଭାଇରସ୍ ମିଳିଛି।
-
7.ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) କହିଛି ଯେ ୧ ଟଙ୍କା ମୁଦ୍ରା ତିଆରି ପାଇଁ ହାରାହାରି ୧.୧୧ ଟଙ୍କା ଖର୍ଚ୍ଚ ହୋଇଥାଏ। ୧୯୨୨ରୁ ତିଆରି ହେଉଥିବା ଏକ ୧ ଟଙ୍କା ମୁଦ୍ରା ଷ୍ଟିଲ୍ରେ ପ୍ରସ୍ତୁତ ହୋଇଥାଏ।
-
8.ବେତନଟୀ ଅଞ୍ଚଳର ବୋହୂ ଡ. ପୁନମ ଗୁପ୍ତା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍ବିଆଇ)ର ଡେପୁଟି ଗଭର୍ଣ୍ଣର ପଦବିରେ ନିଯୁକ୍ତି ପାଇଛନ୍ତି। ପୂର୍ବତନ ଓଡ଼ିଆ ଡେପୁଟି ଗଭର୍ଣ୍ଣର ମାଇକେଲ ଦେବବ୍ରତ ପାତ୍ରଙ୍କ ସ୍ଥାନରେ ଶ୍ରୀମତୀ ଗୁପ୍ତାଙ୍କୁ ନିଯୁକ୍ତି ମିଳିଛି। ସେ ୩ ବର୍ଷ ଲାଗି ଏହି ପଦରେ କାର୍ଯ୍ୟ କରିବେ।
-
9. ନିତି ଆୟୋଗ ପକ୍ଷରୁ ଜାରି ଆର୍ଥିକ ସ୍ବାସ୍ଥ୍ୟ ସୂଚୀରେ ଓଡ଼ିଶା ୬୭.୮ ସ୍କୋର ସହ ଏକ ନମ୍ବର ସ୍ଥାନରେ ରହିଛି। ଏହା ପଛକୁ ପ୍ରଥମ ପାଞ୍ଚଟି ସ୍ଥାନରେ ଛତିଶଗଡ଼, ଗୋଆ, ଝାଡ଼ଖଣ୍ଡ ଓ ଗୁଜରାଟ ରହିଛନ୍ତି।
-
10.ଖୋର୍ଦ୍ଧା ଜିଲାରେ ଗୁରୁବାର ୧୩ ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହିତ ଗୋଟିଏର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ୧୪ଟି ଶିଳ୍ପରେ ପ୍ରାୟ ୬ ହଜାର କୋଟି ଟଙ୍କା ବିନିଯୋଗ କରାଯାଉଛି। ଉଦ୍ୟୋଗଗୁଡ଼ିକ ପୂର୍ଣ୍ଣକ୍ଷମ ହେଲେ ୩୭ ହଜାରରୁ ଅଧିକ ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ସୁଯୋଗ ମିଳିବ।
-
11.ଆମ ରାଜ୍ୟରେ ପ୍ରଥମ ଥର ପାଇଁ ଏପ୍ରିଲ ୧ ତାରିଖ ଠାରୁ ନେଇ ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି।
-
12.ରାଜଧାନୀ ଭୁବନେଶ୍ୱରରେ ଡବଲ୍ ଏନକାଉଣ୍ଟର । ଦୁଇ ଅନ୍ତଃରାଜ୍ୟ ଲୁଟେରାଙ୍କୁ ଏନ୍କାଉଣ୍ଟର୍ କରି ଘାଇଲା କରିଛି ପୁଲିସ୍। ସେମାନେ ହେଲେ, ବିହାରର ମନୀଷ କୁମାର ଯାଦବ ଏବଂ ସୋନୁ କୁମାର ଯାଦବ।
-
13.ସାମାଜିକ ଗଣମାଧ୍ୟମରେ ମିଥ୍ୟା ପରିଚୟ ଦେଇ ନାବାଳିକାଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ଏବଂ ସେମାନଙ୍କୁ ଯୌନ ଶୋଷଣ କରିବା ମାମଲାରେ ଆମେରିକାର ଏକ ଜିଲା କୋର୍ଟ ସାଇ କୁମାର କୁରେମୁଲା ନାମକ ଏହି ଭାରତୀୟଙ୍କୁ ୩୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।
-
14.ଦୀପରୁ ନିଆଁ ଲାଗି ଗୁରୁତର ଆହତ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତ୍ରୀ ଗିରିଜା ବ୍ୟାସ। ଗୁରୁତର ଅବସ୍ଥାରେ ତାଙ୍କୁ ଅହମ୍ମଦାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
-
15.ଗୁରୁବାର ମୋହସିନ୍ ନକଭିଙ୍କୁ ଏସୀୟ କ୍ରିକେଟ୍ ପରିଷଦ (ACC)ର ସଭାପତି ଭାବରେ ନିଯୁକ୍ତ କରାଯାଇଛି.