# |
Date |
Type |
Current Affairs |
No. Of Views |
Status |
Action |
1871 |
18-01-2023 |
English |
- Defending champions Belgium found the equaliser with six minutes left in the match to play out a thrilling 2- 2 draw against Germany and keep themselves in the hunt for a direct quarterfinal qualification in the FIH Men’s World Cup here Tuesday.
- The Odisha government has made online medical certificates mandatory for those above 40 years of age applying for Driving Licence (DL) or its renewal from January 26, an official said Tuesday.
- The Central Bureau of Investigation (CBI) has unearthed 17 kilogram of gold and `1.57 crore in cash during searches on the premises of a retired railway principal chief commercial manager in Bhubaneswar, officials said Tuesday.
- Pakistan Prime Minister Shehbaz Sharif has sought ‘serious’ and ‘sincere’ talks with his Indian counterpart Narendra Modi for the resolution of the ‘burning’ issues, including on Kashmir, and said the UAE could play an important role in facilitating the resumption of dialogue between the two nucleararmed neighbours.
- Two minor girls were reportedly abducted and raped at Patia railway station here Monday night, an official said, Tuesday.
- China's population in 2022 -- 1.4118 billion -- fell by 850,000 from 2021, the National Bureau of Statistics (NBS) said. China’s demographic crisis deepened in 2022 as its population declined for the first time since 1961.
- BJP president JP Nadda’s tenure, set to end this month, has been extended till June 2024 in view of the upcoming Assembly elections this year and the Lok Sabha elections next year. Informing about the decision taken in the BJP National Executive meeting.
- Pakistan-based deputy leader of terror outfit Lashkare-Taiba (LeT) Abdul Rehman Makki has been designated as a global terrorist by the United Nations, subjecting him to an assets freeze, travel ban and arms embargo.
- Delhi Chief Minister Arvind Kejriwal Tuesday used the Hindi proverb "begaani shaadi mein Abdullah deewana" to hit out at LG VK Saxena, questioning his authority with a "he is not my headmaster" jibe.
- The Uttar Pradesh government, this year, will plant 35 crore trees as part of the annual plantation drive.
- Chief of Defence Staff General Anil Chauhan, visited the NCC Republic Day Camp 2023 at Delhi Cantt in New Delhi January 17. This is for the first time a CDS has visited NCC Republic Day Camp.
- Nepal Prime Minister Pushpakamal Dahal “Prachanda” Tuesday expanded his eight-member Cabinet to 23 with the induction of 12 ministers and three ministers of state, including six women ministers.
- The Reserve Bank has sounded a note of caution on reversion to the old pension scheme by some states, saying it poses a major risk on the ‘subnational fiscal horizon’ and would result in accumulation of unfunded liabilities in the coming years for them.
- As many as 68 people who consumed food from a hotel at Paravur in the Ernakulam district of Kerala sought treatment after suffering from diarrhoea and vomiting.
- Jammu and Kashmir Congress spokesperson Deepika Pushkar Nath resigned from the party, citing its decision to "allow" former minister Lal Singh to join the Rahul Gandhi-led Bharat Jodo Yatra which will enter the Union territory later this week.
- Asia's richest man Gautam Adani's group on Tuesday said it will deploy hydrogen fuel cell operated trucks for mining logistics and transportation as part of its decarbonisation plan.
- A sculpture created by eminent sand artist Sudarsan Pattnaik has been recognised as the 'world's largest sand hockey stick' by World Records India, a not-for-profit organisation.
- Retired director general of the Border Security Force (BSF) Pankaj Kumar Singh was on Monday appointed as deputy national security adviser.
- Indian employees are set for Asia's biggest pay increases this year, with top talent earning as much as 15%-30% more, according to a survey by Korn Ferry.
- The ruling Bharat Rashtra Samithi (BRS) in Telangana would organise a public meeting at Khammam town on Wednesday which would be attended by Delhi Chief Minister Arvind Kejriwal, his Punjab counterpart Bhagwant Mann, Kerala Chief Minister.
|
525 |
Y |
|
1872 |
17-01-2023 |
Odia |
- ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ(ଓପିଜିସି)ରୁ ପୁଞ୍ଜି ପ୍ରତ୍ୟାହାର କରିବେ ରାଜ୍ୟ ସରକାର। ସରକାର ତାଙ୍କର ୪୯ ଅଂଶଧନ ବିକ୍ରି କରିବାକୁ ଆଗ୍ରହୀ ବିଡରଙ୍କୁ ଆମନ୍ତ୍ରଣ କରିଛନ୍ତି।
- ଜମାକାରୀଙ୍କ କଷ୍ଟ ଉପାର୍ଜିତ ଟଙ୍କା କେମିତି ଫେରସ୍ତ ହୋଇପାରିବ ସେନେଇ କେନ୍ଦ୍ର ସରକାର, କୋର୍ଟମିତ୍ର ଏବଂ ଚିଟଫଣ୍ଡ ଠକେଇ ମାମଲାର ରିଟ୍ ଆବେଦନକାରୀଙ୍କ ଠାରୁ ଜାଣିବାକୁ ଚାହିଁଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।
- ଚଳିତମାସ ୨୦ରୁ ୩୧ ପର୍ଯ୍ୟନ୍ତ ବାଂଲାଦେଶରେ ସାଫ୍ ୧୭ ବର୍ଷରୁ କମ୍ ବାଳିକା ଫୁଟ୍ବଲ ଚମ୍ପିଆନ୍ସିପ ଆୟୋଜନ ହେବ। ଏହି ଚମ୍ପିଆନ୍ସିପ୍ରେ ଭାଗ ନେଉଥିବା ଭାରତୀୟ ୧୭ ବର୍ଷରୁ କମ୍ ବାଳିକା ଫୁଟ୍ବଲ ଦଳର ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି ଓଡ଼ିଶାର ଶ୍ରଦ୍ଧାଞ୍ଜଳି ସାମନ୍ତରାୟ।
- ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ(ଏମ୍ସିଡି) ମେୟର ନିର୍ବାଚନ ନେଇ ସୋମବାର ପୁଣି ତାରିଖ ଘୋଷଣା ହୋଇଛି। ଜାନୁଆରୀ ୨୪ରେ ମେୟର ନିର୍ବାଚନ ହେବା ନେଇ ସୂଚନା ଦିଆଯାଇଛି।
- ଜଳବାୟୁ ପର୍ଯ୍ୟବେକ୍ଷଣ ସାମର୍ଥ୍ୟ ବଢ଼ାଇବା ଲାଗି ଓଡ଼ିଶାରେ ଖୁବ୍ଶୀଘ୍ର ଆଉ ୨ଟି ଡପଲର ରାଡାର ସ୍ଥାପନ କରାଯିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) କହିଛି।
- ଆଗକୁ କର୍ନାଟକ ବିଧାନସଭା ନିର୍ବାଚନ ଥିବାବେଳେ କଂଗ୍ରେସ କ୍ଷମତାକୁ ଆସିଲେ ପ୍ରତି ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୨ ହଜାର ଟଙ୍କା ଲେଖାଏ ସହାୟତା ଯୋଗାଇଦେବ ବୋଲି ସୋମବାର ପ୍ରତିଶ୍ରୁତି ଦେଇଛି।
- ବିଚାରପତିମାନେ ବିଚାରପତିଙ୍କୁ ନିଯୁକ୍ତ କରିବା (କଲେଜିୟମ୍) ଭଳି ସୁପ୍ରିମ୍କୋର୍ଟ ଦ୍ବାରା ସୃଷ୍ଟ ୨୫ ବର୍ଷର ପୁରୁଣା ବ୍ୟବସ୍ଥାକୁ ସମାଲୋଚନା କରିଆସୁଥିବା କେନ୍ଦ୍ର ସରକାର ଏହି ବ୍ୟବସ୍ଥାକୁ ଅଧିକ ସ୍ବଚ୍ଛ ଓ ଉତ୍ତରଦାୟୀ କରିବା ନିମନ୍ତେ ସେଥିରେ ସରକାରୀ ପ୍ରତିନିଧିଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ପାଖକୁ ଚିଠି ଲେଖିଛନ୍ତି।
- ଯୋଶୀମଠରେ ମାଟି ଧସିବା ଘଟଣାକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଆବଶ୍ୟକ ହେଲେ ଆବେଦନକାରୀ ଏଥିପାଇଁ ଉତ୍ତରାଖଣ୍ଡ ହାଇକୋର୍ଟ ଯାଇପାରିବେ ବୋଲି କହିଛନ୍ତି।
- ନେପାଳର ୟେଟି ଏୟାରଲାଇନ୍ସର ପାଇଲଟ ଅଞ୍ଜୁ ଖଟିୱାଡ଼ାଙ୍କର ଗତକାଲି ମୃତ୍ୟୁ ହୋଇଛି। ୨୦୧୦ ମସିହାରେ ନେପାଳରେ ସେହି ୟେଟି ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାରେ ତାଙ୍କ ସ୍ବାମୀ ଦୀପକ ପୋଖରେଲଙ୍କର ମୃତ୍ୟୁ ହୋଇଥିଲା।
- ବିହାରରେ ଅଟକିଛି ଗଙ୍ଗା ବିଳାସ କ୍ରୁଜ୍। ଛାପ୍ରାରେ କମ୍ ଜଳ ଥିବାରୁ ୫୧ ଦିନିଆ ଯାତ୍ରାରେ ବାହାରିଥିବା ଗଙ୍ଗା ବିଳାସ କ୍ରୁଜ୍ ଅଟକିଛି।
- ଗତ କିଛି ମାସ ଭିତରେ ଦେଶର ଦରଦାମ୍ ସ୍ଥିତିରେ ବଡ଼ ଧରଣର ସୁଧାର ହୋଇଛି। ୨୦୨୨ ଡିସେମ୍ବରରେ ପାଇକାରୀ ମୁଦ୍ରାସ୍ଫୀତି ହ୍ରାର ୪.୯୫%କୁ ହ୍ରାସ ପାଇଛି। ଖାଦ୍ୟ ସାମଗ୍ରୀ ମୂଲ୍ୟରେ ହୋଇଥିବା ହ୍ରାସ ଯୋଗୁ ପାଇକାରୀ ମୁଦ୍ରାସ୍ଫୀତିରେ ଏହି ସୁଧାର ହୋଇଛି।
- ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୫ଟି ଗ୍ରୀଡ ସବଷ୍ଟେସନ ଲୋକାର୍ପିତ: ୨୫୦ କୋଟି ଖର୍ଚ୍ଚ, ୪ଟି ଜିଲ୍ଲାର ୨ ଲକ୍ଷ ଲୋକ ହେବେ ଉପକୃତ ।
- ପାକିସ୍ତାନର ଅବଦୁଲ ରେହମାନ ମାକ୍କିକୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ବିଶ୍ବ ଆତଙ୍କବାଦୀ ବୋଲି ସୋମବାର ଘୋଷଣା କରାଯାଇଛି। ମାକ୍କି ହେଉଛି ଲସ୍କର – ଇ – ତୋଇବାମୁଖ୍ୟ ତଥା ୨୬/୧୧ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ହାଫିଜ ସଇଦର ଶାଳକ।
- ପୁରୁଷ ହକି ବିଶ୍ଵ କପ୍ ୨୦୨୩: ଅଷ୍ଟ୍ରେଲିଆ ଏବଂ ଆର୍ଜେଣ୍ଟିନା ମଧ୍ୟରେ ମୁକାବିଲା ୩-୩ରେ ଡ୍ର ।
- ବିଶ୍ୱମଞ୍ଚରେ ଚମକିଲା ‘ଆରଆରଆର’: ମିଳିଲା ସର୍ବଶ୍ରେଷ୍ଠ ବିଦେଶୀ ଭାଷା ଫିଲ୍ମ ।
- ହକି ବିଶ୍ୱକପ: ମାଲେସିୟା ୩-୨ରେ ବିଜୟୀ, ପ୍ରଥମ ମ୍ୟାଚରେ ହାରିଲା ଚିଲି ।
- ହକି ବିଶ୍ୱକପରେ ନେଦରଲ୍ୟାଣ୍ଡ୍ସ ବିଜୟ ଅଭିଯାନ ଜାରି, ନ୍ୟୁଜିଲ୍ୟାଣ୍ଡକୁ ୪-୦ଗୋଲରେ ହରାଇଲା ନେଦରଲ୍ୟାଣ୍ଡ୍ସ।
- ଅଣ୍ଡର-୧୯ ମହିଳା ବିଶ୍ଵକପ: ଭାରତୀୟ ଖେଳାଳିଙ୍କ ଧୂଆଁଧାର ଇନିଂସ ଯୋଗୁଁ ୧୨୨ ରନରେ ହାରିଲା ୟୁଏଇ ଦଳ ।
- ପାକିସ୍ତାନର ମୁଖା ଖୋଲିଲେ ପାକ ହକି ଟିମର କୋଚ୍: କହିଲେ, ୯ ମାସ ହେବ ଦରମା ଦେଉନି ପାକିସ୍ତାନ ।
- ୯୫୧ କୋଟିରେ ମହିଳା ଆଇପିଏଲ ମିଡିଆ ରାଇଟ୍ ପାଇଲା ଭାୟକମ୍ ୧୮ ।
|
477 |
Y |
|
1873 |
16-01-2023 |
Odia |
- ଅକ୍ସଫାମର ରିପୋର୍ଟ ଅନୁଯାୟୀ, ଭାରତର ୨୧ ଧନ କୁବେରଙ୍କ ପାଖରେ ଗଦାଗଦା ଧନ ରହିଛି। ସେମାନଙ୍କ ପାଖରେ ଦେଶର ୭୦ କୋଟି ଲୋକଙ୍କ ତୁଳନାରେ ଅଧିକ ସମ୍ପତ୍ତି ଅଛି।
- କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ ଗତ ଆଠରୁ ନଅ ବର୍ଷ ମଧ୍ୟରେ ପାଣିପାଗ ବିଭାଗର ପୂର୍ବାନୁମାନର ସଠିକତା ପ୍ରାୟ ୪୦ ପ୍ରତିଶତ ବୃଦ୍ଧି ପାଇଛି।
- ମୋବାଇଲ ଗେମରଙ୍କ ସଂଖ୍ୟା ଓଡ଼ିଶାରେ ସର୍ବାଧିକ ୫୫ ପ୍ରତିଶତ ବୃଦ୍ଧି ପାଇଛି। କେବଳ ଭୁବନେଶ୍ୱରରେ ମୋବାଇଲ ଗେମରଙ୍କ ସଂଖ୍ୟା ୧,୬୫୨ ପ୍ରତିଶତ ବଢ଼ିଥିବା ଇଣ୍ଡିଆ ମୋବାଇଲ ଗେମିଂ ରିପୋର୍ଟ (ଆଇଏମ୍ଜିଆର୍) ୨୦୨୨ରେ କୁହାଯାଇଛି।
- ଭାରତୀୟ ଦଳ ଅନ୍ତର୍ଜାତୀୟ ଦିନିକିଆରେ ନୂତନ ବିଶ୍ଵ ରେକର୍ଡ ସ୍ଥାପନ କରିଛି। ଭାରତ ରନ ବ୍ୟବଧାନ ଦୃଷ୍ଟିରୁ ଦିନିକିଆରେ ବିଶାଳ ବିଜୟ ହାସଲ କରିଛି। ଭାରତ ତୃତୀୟ ଦିନିକିଆରେ ଭ୍ରମଣକାରୀ ଶ୍ରୀଲଙ୍କାକୁ ୩୧୭ ରନରେ ହରାଇଛି। ଏହି ଐତିହାସିକ ବିଜୟ ସହ ଭାରତ ଦିନିକିଆ ଶୃଙ୍ଖଳାକୁ ୩-୦ରେ କ୍ଲିନ୍ ସୁଇପ୍ କରି ନେଇଛି।
- ପୁଣି ମିଳିବ ପ୍ରଧାନମନ୍ତ୍ରୀ ଆବାସ ଘର । ଜାନୁଆରୀ ୧୬ରୁ ୨୪ ମଧ୍ୟରେ ପ୍ରଦର୍ଶିତ ହେବ ହିତାଧିକାରୀଙ୍କ ତାଲିକା।
- ଆମେରିକାର ଆର୍ ବୋନୀ ଗେବ୍ରିଏଲ୍ ମିସ୍ ୟୁନିଭର୍ସ ୨୦୨୨ ମୁକୁଟ ପିନ୍ଧିଲେ ।
- ସିକନ୍ଦରାବାଦ ଓ ବିଶାଖାପାଟଣାକୁ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ। ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
- ‘ଦମନ’ ପରେ ଚର୍ଚ୍ଚାରେ ‘ଚନ୍ଦ୍ରମା’, ସିନେ କ୍ରିଟିକ୍ ଟ୍ଵିଟ୍ କରି କଲେ ପ୍ରଶଂସା ।
- ଅନୁଗୋଳ ଏନଏଚ-୫୩ ସମ୍ପ୍ରସାରଣ ଲାଗି ୧୭୪ କୋଟି ଟଙ୍କା ମଞ୍ଜୁର ହୋଇଛି।
- ଆଉ ୧୨ଟି ଚିତା ଭାରତ ଆସିବେ, ସ୍ୱାଗତ ପାଇଁ ପ୍ରସ୍ତୁତ କୁନୋ ନ୍ୟାସନାଲ ପାର୍କ ।
- ହାଇଦ୍ରାବାଦର ଶେଷ ନିଜାମ ମୀର୍ ବରକତ ଅଲ୍ଲୀଙ୍କ ୯୦ ବର୍ଷ ବୟସରେ ପରଲୋକ ହୋଇଛି।
- ନେପାଳର ରାଜଧାନୀ କାଠମାଣ୍ଡରୁ ପୋଖରା ଯାତ୍ରା କରୁଥିବା ବିମାନ ଦୁର୍ଘଟଣାର ଶିକାର ହୋଇଛି। ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ୭୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବିମାନରେ ୬୮ ଯାତ୍ରୀ ଏବଂ ଚାଳକ ଦଳର ଚାରି ସଦସ୍ୟ ଥିଲେ।
- ପୁରୁଣା ଯାନବାହାନକୁ ଅଦରକାରୀ କରିବା ଲାଗି ପୁଞ୍ଜି ବିନିଯୋଗ ଯୋଜନା ପାଇଁ ସ୍ବତନ୍ତ୍ର ସହାୟତା ଅନ୍ତର୍ଗତରେ କେନ୍ଦ୍ର ସରକାର ୨ ହଜାର କୋଟି ଟଙ୍କା ପ୍ରୋତ୍ସାହନ ଦେବେ।
- ଦୁର୍ନୀତି ମାମଲାଗୁଡ଼ିକର ତଦନ୍ତରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ନିୟୋଜିତ ନ କରିବା ପାଇଁ କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗ (ସିଭିସି) ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ବୀମା କମ୍ପାନୀ ଏବଂ କେନ୍ଦ୍ର ସରକାରଙ୍କ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।
- ଜୋଷୀମଠର କେତେକ ଅଞ୍ଚଳ ପାଖାପାଖି ୨.୨ ଫୁଟ୍ ଦବିପାରେ ବୋଲି ଏକ ଗ୍ରାଉଣ୍ଡ ସର୍ଭେରୁ ଜଣାପଡ଼ିଛି। ଜାନୁୟାରୀ ଆରମ୍ଭରୁ ଜୋଷୀମଠ ସହରର ଭୂମି ଦବିବା ଆରମ୍ଭ ହୋଇଥିଲା।
- ମହାରାଷ୍ଟ୍ରର ପୁଣେଠାରେ ରବିବାର ଏକ କାର୍ଯ୍ୟକ୍ରମରେ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍ସିପି) ଏମ୍ପି ସୁପ୍ରିୟା ସୁଲେ ଯୋଗଦେଇଥିବାବେଳେ ତାଙ୍କ ଶାଢ଼ିରେ ନିଆଁ ଲାଗିଯାଇଥିଲା।
|
487 |
Y |
|
1874 |
14-01-2023 |
Odia |
- ନୂଆବର୍ଷ ରାତିରେ ରାଜଧାନୀ ଦିଲ୍ଲୀରେ ଜଣେ ୨୦ ବର୍ଷୀୟ ଯୁବତୀଙ୍କ ସହ ଘଟିଥିବା ହିଟ୍ ଆଣ୍ଡ ରନ୍ ମାମଲାରେ ୧୧ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଯେଉଁ ରୁଟରେ ଏହି ଘଟଣା ଘଟିଥିଲା ସେହି ସ୍ଥାନରେ ମୁତୟନ ପୋଲିସ କର୍ମଚାରୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
- ଜାନୁଆରି ୩୧ ତାରିଖରୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ । ଏହା ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୬ ଯାଏ ଚାଲିବ। ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିବେ । ବଜେଟ ଅଧିବେଶର ଦ୍ୱିତୀୟ ଦିନ ଅର୍ଥାତ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ।
- ଘୃଣା ମନ୍ତବ୍ୟକୁ ସୁପ୍ରିମକୋର୍ଟ ଏକ ‘ସମ୍ପୂର୍ଣ୍ଣ ଆତଙ୍କ’ ରୂପେ ଅଭିହିତ କରିବା ସହ ଏଥିପାଇଁ ଟିଭି ନ୍ୟୁଜ୍ କଣ୍ଟେଣ୍ଟ ଉପରେ ନିୟନ୍ତ୍ରଣର ଅଭାବକୁ ଦାୟୀ କରିଛନ୍ତି। ଭାରତୀୟ ଗଣମାଧ୍ୟମ ମୁକ୍ତ ଓ ସନ୍ତୁଳିତ ହେବା ଆବଶ୍ୟକ ବୋଲି ଜଷ୍ଟିସ୍ କେ.ଏମ୍. ଜୋସେଫ୍ ଏବଂ ବି.ଭି. ନାଗରନତ୍ କହିଛନ୍ତି।
- ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ କମ୍ପାନୀକୁ ଶୁକ୍ରବାର ଏକ ଅଦାଲତ ୧.୬ ନିୟୁତ ଡଲାର ଜରିମାନା ଆଦେଶ ଦେଇଛନ୍ତି।
- ଆମେରିକା ସଂସଦରେ ଭାରତୀୟ-ଆମେରିକୀୟ ସମ୍ପ୍ରଦାୟକୁ ପ୍ରଶଂସା କରାଯାଇଛି। ରିପବ୍ଲିକାନ କଂଗ୍ରେସ କର୍ମୀ ରିଚ୍ ମ୍ୟାକ୍କର୍ମିକ୍ ଗୃହରେ ଥିବା ତାଙ୍କର ସମସ୍ତ ସହକର୍ମୀଙ୍କୁ କହିଛନ୍ତି, ଆମେରିକାର ଭାରତୀୟ-ଆମେରିକୀୟଙ୍କ ମଧ୍ୟରୁ ୬ ପ୍ରତିଶତ ଟିକସ ଦିଅନ୍ତି।
- ପ୍ରିନ୍ସ ହ୍ୟାରିଙ୍କ ପୁସ୍ତକ ‘ସ୍ପେୟାର’ ବିକ୍ରୟରେ ନୂତନ ରେକର୍ଡ ସ୍ଥାପନ କରିବାରେ ଲାଗିଛି। ତାଙ୍କ ବିଷୟରେ ଜାଣିବାକୁ ଲୋକଙ୍କ ଆଗ୍ରହ କ୍ରମାଗତ ଭାବରେ ବଢୁଛି।
- ବହୁକୋଟି ଟଙ୍କାର ଚିଟ୍ଫଣ୍ଡ ଠକେଇ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ସହ କ୍ଷତିଗ୍ରସ୍ତ ଜମାକାରୀଙ୍କୁ କ୍ଷତିପୂରଣ ପ୍ରଦାନ ଦାବିରେ ଓଡ଼ିଶାର ପିନାକ ପାଣି ମହାନ୍ତି ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କରିଛନ୍ତି।
- ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏଲ୍ଜି ବିନୟ ସାକ୍ସେନାଙ୍କ ସହ ଏକ ବୈଠକ କରିଥିଲେ। ଏହି ବୈଠକ ଏଲ୍ଜି ସଚିବାଳୟରେ ଅନୁଷ୍ଠିତ ହୋଇଥିବା ବେଳେ ଏହା ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା। ଏହାପରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଦିଲ୍ଲୀର କାର୍ଯ୍ୟରେ ଏଲ୍ଜିଙ୍କ ହସ୍ତକ୍ଷେପ ବୃଦ୍ଧି ପାଉଛି। ଯେଉଁଥିପାଇଁ ଦିଲ୍ଲୀର କୌଣସି କାର୍ଯ୍ୟ ହୋଇପାରୁନାହିଁ।
- ହିମାଚଳ ପ୍ରଦେଶରେ ସୁଖବିନ୍ଦର ସିଂ ସୁଖୁ ସରକାର ଓଲଡ ପେନସନ ସ୍କିମ ଲାଗୁ କରିଛନ୍ତି । ହିମାଚଳ ପ୍ରଦେଶ କ୍ୟାବିନେଟର ପ୍ରଥମ ବୈଠକରେ କଂଗ୍ରେସ ସରକାର ପୁରୁଣା ପେନସନ ସ୍କିମକୁ ପୁଣିଥରେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି
- ହକି ବିଶ୍ୱକପ୍କୁ ଆଉଟିକେ ରଙ୍ଗାରଙ୍ଗ କରିବା ପାଇଁ ଆସନ୍ତା ୧୫ ତାରିଖରୁ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେଉଛି ଭୁବନେଶ୍ୱର ସିଟି ଫେଷ୍ଟିଭାଲ ‘ଡଟ୍ ଫେଷ୍ଟ’ର ୨ୟ ସଂସ୍କରଣ।
- ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ପ୍ରାକୃତିକ ଉପାୟରେ ବସବାସ କରୁଥିବା ବଉଳା କୁମ୍ଭୀରଙ୍କ ସଂଖ୍ୟା ଚଳିତବର୍ଷ ବୃଦ୍ଧି ପାଇଛି। ଗତବର୍ଷ ଭିତରକନିକା ମଧ୍ୟରେ ଓ ବାହାରେ ଥିବା ନଦୀ, ନାଳଗୁଡିକରେ ୧୭୮୪ଟି ବଉଳା କୁମ୍ଭୀର ଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୧୭୯୩କୁ ବୃଦ୍ଧି ପାଇଛି।
- ସହରାଞ୍ଚଳ ବନ ବିଭାଗ ପକ୍ଷରୁୁ ଶଙ୍କରପୁର ମୌଜା ଘାଟିକିଆ-କଳିଙ୍ଗ ବିହାର ଅଞ୍ଚଳରେ ପ୍ରକଳ୍ପ ‘ଆନନ୍ଦବନ’ ପ୍ରସ୍ତୁତ କରାଯାଉଛି। ପ୍ରାୟ ୯୦ ଏକର ଜମିରେ ଏହି ଆନନ୍ଦବନର ପରିକଳ୍ପନା କରାଯାଇଥିବାବେଳେ ଉକ୍ତ ଅଞ୍ଚଳରେ ଗଢ଼ିଉଠିଥିତ୍ବା ବେଆଇନ୍ ନିର୍ମାଣ ଏଥିରେ ବାଧକ ସାଜିଛି।
- ବୌଦ୍ଧିକ ଜ୍ଞାନ ହାସଲ କରି ଛାତ୍ରଛାତ୍ରୀମାନେ କିଭଳି ଚାପମୁକ୍ତ ଜୀବନ ଅତିବାହିତ କରିପାରିବେ ଏବଂ ସଫଳତାର ଅନ୍ତିମ ସୋପାନରେ ପହଞ୍ଚି ପାରିବେ ସେଥିପାଇଁ ଉତ୍କଳ ବିଶ୍ବବିଦ୍ୟାଳୟରେ ‘ପର୍ଫର୍ମିଂ ଆର୍ଟ’ ବା ପ୍ରଦର୍ଶନ କଳା ପାଠ୍ୟକ୍ରମ ପ୍ରଚଳନ କରାଯିବା ନେଇ ଯୋଜନା ପ୍ରସ୍ତୁତ କରାଯାଇଛି। ଆସନ୍ତା ଶିକ୍ଷା ବର୍ଷରୁ ଉତ୍କଳ ବିଶ୍ବବିଦ୍ୟାଳୟରେ ‘ପର୍ଫର୍ମିଂ ଆର୍ଟ’ ପାଠ୍ୟକ୍ରମ ଖୋଲାଯିବା ପାଇଁ ପଦକ୍ଷେପ ନିଆଯାଇଛି।
- ଏଫଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ ୨୦୨୩ର ଦ୍ବିତୀୟ ମ୍ୟାଚରେ ଦମ୍ଦାର ପଦର୍ଶନ କରି ବିଶାଳ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଫ୍ରାନ୍ସକୁ ୮ଟି ଗୋଲ୍ରେ ପରାସ୍ତ କରି ଅଷ୍ଟ୍ରେଲିଆ ଚଳିତ ବିଶ୍ବକପରେ ବିଜୟ ଅଭିଯାନ ଆରମ୍ଭ କରିଛି।
- ପୁରୁଷ ହକି ବିଶ୍ବକପ୍ ୨୦୨୩ରେ ବିଜୟ ସହ ବିଶ୍ବକପ୍ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ପ୍ରଥମ ଦିନର ଚତୁର୍ଥ ମ୍ୟାଚରେ ଆୟୋଜକ ଭାରତ ୨-୦ରେ ସ୍ପେନ୍କୁ ପରାସ୍ତ କରିଛି। ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମ୍ରେ ଭାରତୀୟ ଟିମ୍ରେ ଖେଳାଳିମାନେ ଆରମ୍ଭରୁ ସ୍ପେନ୍ ଉପରେ ଆଧିପତ୍ୟ ଜାରି ରଖିଥିଲେ।
|
509 |
Y |
|
1875 |
14-01-2023 |
English |
- Rajashree Swain, a 26-year-old woman cricketer of Odisha, was found hanging from a tree inside a dense forest in Cuttack district Friday, the police said. She was missing since January 11. Her scooter was found abandoned near the forest.
- The Indian government is allowing banks to verify individual transactions that exceed a certain annual limit using facial recognition and an iris scan in some cases, in a bid to reduce fraud and tax evasion, three sources told Reuters.
- Keeping its poll promise, the Himachal Pradesh’s Congress government led by Chief Minister Sukhvinder Singh Sukhu in its first Cabinet meeting Friday approved the restoration of the old pension scheme.
- Bibhuti Bhusan Biswal has been appointed the Vice Chancellor of Odisha University of Technology and Research (OUTR).
- World Skill Centre (WSC) Bhubaneswar sent 24 meritorious students for training at ITE Education Services (ITEES) Singapore Friday. ITEES is a subsidiary of Singapore's prestigious Institute of Technical Education (ITE)
- The Regional Plant Resource Centre (RPRC) under the Forest, Environment and Climate Change department is all set to organise the much-awaited Annual Flower Show 2023 on the premises of the RPRC botanical garden of Ekamrakanan Park at Nayapalli here January 14 and 15.
- The Central Bureau of Investigation has got the Centre’s sanction to prosecute former railways minister Lalu Prasad Yadav in connection with the land-for-jobs scam, officials said Friday.
- The AAP Friday staged a protest outside Delhi LG VK Saxena's residence over his alleged objections to the city government's proposal of sending teachers to Finland for training. Party leader Atishi, who led the protest, said Saxena should pass the file of approval immediately.
- Former IPL Chairman Lalit Modi Friday revealed that he is on 24x7 external oxygen after contracting Covid-19 twice in two weeks and deep pneumonia.
- Leading steelmaker Jindal Steel & Power has been awarded with the prestigious Golden Peacock Award 2022 for its excellence in corporate social responsibility activities in the steel sector.
- The National Company Law Tribunal (NCLT) n Friday approved the transfer of ownership of bankrupt-Jet Airways to the Jalan Kalrock consortium and gave the winning bidder more time to pay the dues to the creditors.
- Vedanta Limited, Lanjigarh, India’s premier producer of metallurgical grade alumina, bagged the Odisha CSR Forum Award in three categories: healthcare and hygiene; women empowerment and production of alumina and community development initiatives during Covid-19, for the year 2022.
- Jeremy Hayward and Tom Craig scored a hat-trick each, first of the tournament, to hand Australia a convincing 8-0 win over France in a Pool A match of the FIH men’s hockey World Cup here Friday.
- Hockey fever has gripped the country’s cradle of the sport with thousands of people turning up to witness the men’s World Cup match between England and Wales at the magnificent Birsa Munda stadium on the opening day Friday.
- Jeremy Hayward and Tom Craig scored a hat-trick each, first of the tournament, to hand Australia a convincing 8-0 win over France in a Pool A match of the FIH men’s hockey World Cup here Friday.
|
519 |
Y |
|
1876 |
13-01-2023 |
Odia |
- ଓବିସିରେ ସାମିଲ ପାଇଁ ୨୦ ଜାତିକୁ ଚିହ୍ନଟ କରାଯାଇଛି। ଏନେଇ ରାଜ୍ୟ ଓବିସି କମିଶନ ସଦସ୍ୟା ମିତାଲି ଚିନାରା ସୂଚନା ଦେଇଛନ୍ତି।
- ୨୧ ବର୍ଷ ପୁରୁଣା ଏକ ମାମଲାରେ ସୁଲତାନପୁରର ଏକ କୋର୍ଟ ଆମ ଆଦମୀ ପାର୍ଟି (ଏଏପି) ଏମ୍ପି ସଞ୍ଜୟ ସିଂ ଏବଂ ପୂର୍ବତନ ସମାଜବାଦୀ ପାର୍ଟିର ବିଧାୟକ ଅନୁପ ସାଣ୍ଡାଙ୍କ ସମେତ ଅନ୍ୟ ୫ ଜଣଙ୍କୁ ତିନି ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। କୋର୍ଟ ତାଙ୍କ ଉପରେ ୧୫୦୦ ଟଙ୍କା ଜୋରିମନା ମଧ୍ୟ ଦେଇଛନ୍ତି। ଏମ୍ପି-ବିଧାୟକ କୋର୍ଟ ଏକ ୨୧ ବର୍ଷ ପୁରୁଣା ମାମଲାରେ ଏହି ରାୟ ପ୍ରଦାନ କରିଛନ୍ତି।
- ଆମ ଆଦମୀ ପାର୍ଟି(ଏଏପି)କୁ କଥିତ ଭାବେ ସରକାରୀ ବିଜ୍ଞାପନକୁ ନେଇ ଏହାର ରାଜନୈତିକ ବିଜ୍ଞାପନକୁ ପ୍ରକାଶିତ କରିବାକୁ ନେଇ ୧୬୩.୬୨ କୋଟି ଟଙ୍କାର ରିକଭରି ନୋଟିସ ଜାରି କରାଯାଇଛି ।
- ଭ୍ରଷ୍ଟାଚାର ମାମଲାରେ ସିବିଆଇ ଗୁରୁବାର ପୂର୍ବତନ ଅର୍ଥ ସଚିବ ଅରବିନ୍ଦ ମାୟାରାମଙ୍କ ବାସଭବନ ଉପରେ ଚଢ଼ାଉ କରିଛି। ଦିଲ୍ଲୀ ଏବଂ ଜୟପୁରରେ ଗତ ୬ଘଣ୍ଟାରୁ ଏହି ଚଢ଼ାଉ ଜାରି ରହିଛି।
- ବହୁଚର୍ଚ୍ଚିତ ଲଖିମପୁର ଖେରି ମାମଲାର ବିଚାର ପାଇଁ ଲାଗିଯିବ ପ୍ରାୟ ୫ ବର୍ଷ। ନିମ୍ନ କୋର୍ଟର ବିଚାରପତିଙ୍କ ଠାରୁ ମିଳିଥିବା ରିପୋର୍ଟ ଆଧାରରେ ଏହା କହିଛନ୍ତି ସୁପ୍ରିମକୋର୍ଟ।
- ଶ୍ରୀଲଙ୍କା ବିପକ୍ଷରେ ୨ୟ ଦିନିକିଆ ମ୍ୟାଚ୍ ଜିତି ସିରିଜ କବଜା କଲା ଭାରତ। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଲାଯାଇଥିଲା। ଆଜିର ମ୍ୟାଚ୍ରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୩୯.୪ ଓଭରରେ ସମସ୍ତ ୱିକେଟ ହରାଇ ୨୧୫ ରନ କରିଥିଲା।
- କେନ୍ଦୁଝରରେ ୩୩୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିମନ୍ତେ ବିଭିନ୍ନ ବର୍ଗରେ ୨୦ ଟି ନୂଆ ପଦବୀ ସୃଷ୍ଟି କରାଯାଇଛି।
- କଳିଙ୍ଗ ଷ୍ଟାଡିୟମରେ ନିର୍ମାଣ ହୋଇଥିବା ଓଲି ଲ୍ୟାଣ୍ଡ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ଥିମ ସହିତ ଓ ଆଲୋକ ମାଳାରେ ସଜେଇ ହୋଇଛି ଷ୍ଟାଡିୟମ । ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ସଚିବ ମଧ୍ୟ ଓଲି ଲ୍ୟାଣ୍ଡ ବୁଲି ଦେଖିଛନ୍ତି।
- ଆସନ୍ତା ୧୩ ରୁ ୨୯ ପର୍ଯ୍ୟନ୍ତ ଶିଶିର ସରସ ମେଳା ବରମୁଣ୍ଡା ପଡିଆରେ ଅନୁଷ୍ଠିତ ହେବ। ମେଳାରେ ମୋଟ ୩୫୦ ଟି ଷ୍ଟଲରେ ହେବ ବ୍ୟବସାୟ । ୨ ଟି ରାଜ୍ୟର ହସ୍ତଶିଳ୍ପ , ହସ୍ତତନ୍ତ ଓ ଖାଦ୍ୟ ମସଲା ସାମଗ୍ରୀ ଆଦି ଷ୍ଟଲରେ ବିକ୍ରି ହେବ। ହକି ବିଶ୍ବକପ ପାଇଁ ରାଉରକେଲାରେ ମଧ୍ଯ ୧୫ ରୁ ୨୭ ଯାଏଁ ପଲ୍ଲଶ୍ରୀ ମେଳା ଆୟୋଜିତ ହେବ।
- ହକି ବିଶ୍ୱକପ ପ୍ରଥମ ମ୍ୟାଚ ପାଇଁ କଳିଙ୍ଗ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ପୁଲିସ କମିଶନର । ୮୧ ପ୍ଲାଟୁନ ପୁଲିସ ଫୋର୍ସ ବିଶ୍ୱକପ ପାଇଁ ନିୟୋଜିତ ହେବେ। ଡିସିପିଙ୍କ ନେତୃତ୍ୱରେ ୧୩ ଜଣ ଅତିରିକ୍ତ ଡିସିପି, ୩୩ ଜଣ ଏସିପି, ୬୨ ଇନ୍ସପେକ୍ଟର, ୩୩୬ ସବଇନ୍ସପେକ୍ଟର ମୁତୟନ ହେବେ।
- ଭାରତୀୟ କମ୍ପାନୀ ଦ୍ବାରା ପ୍ରସ୍ତୁତ ଦୁଇଟି ଔଷଧକୁ ବ୍ୟବହାର ପାଇଁ ମନାକଲା ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ। ନୋଏଡାରେ ଥିବା ମାରିଅନ୍ ବାୟୋଟେକ ଦ୍ବାରା ଏହି ଔଷଧ ପ୍ରସ୍ତୁତ କରାଯାଉଛି। ଉଜବେକିସ୍ତାନରେ ଔଷଧ ଖାଇ ଶିଶୁଙ୍କ ମୃତ୍ୟୁ ଘଟଣା ପରେ ସେଠାରେ ଏହି ଔଷଧକୁ ବ୍ୟବହାର ପାଇଁ ବାରଣ କରିଛି ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ।
- ଡିଜିଟାଲ ବ୍ୟାଙ୍କିଙ୍ଗର ପ୍ରୋତ୍ସାହନ ଲାଗି କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଭୀମ ୟୁପିଆଇରେ ଟ୍ରାଞ୍ଜାକ୍ସନରେ ଇନସେଣ୍ଟିଭକୁ ମଞ୍ଜୁର କରାଯାଇଛି। ଲୋ ଭାଲ୍ୟୁ ୟୁପିଆଇ ଟ୍ରାଞ୍ଜାକ୍ସନ ଲାଗି ସରକାର ୨,୬୦୦ କୋଟି ଟଙ୍କାର ଇନସେଣ୍ଟିଭକୁ ମଞ୍ଜୁର କରିଛନ୍ତି।
- ଟେସଲା ଏବଂ ସ୍ପେସ୍ ଏକ୍ସ ସିଇଓ ଏଲନ୍ ମସ୍କ ଏକ ନୂତନ ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ରେକର୍ଡ ଏପରି କିଛି ଯାହା ପାଇଁ ମସ୍କ ନିଜେ ମଧ୍ୟ ଲଜ୍ଜିତ ହେବେ। ବ୍ୟକ୍ତିଗତ ସମ୍ପତ୍ତି ହରାଇବାରେ ମସ୍କ ଗିନିଜ ୱାର୍ଲ୍ଡ ରେକର୍ଡ କରିଛନ୍ତି। ମାତ୍ର ବର୍ଷକରେ ଅର୍ଥାତ ନଭେମ୍ବର ୨୦୨୧ ପରଠାରୁ ଦୁନିଆର ଏହି ଜଣାଶୁଣା ବ୍ୟବସାୟୀ ବ୍ୟକ୍ତିଗତ ଭାବେ ୨୦୦ ବିଲିୟନ ଡଲାରର ସମ୍ପତ୍ତି ହରାଇଛନ୍ତି।
- ଆସନ୍ତା ମାର୍ଚ୍ଚ ମାସ ପହିଲାରୁ ରାଜ୍ୟରେ ଯୁକ୍ତଦୁଇ ଥିଓରି ପରୀକ୍ଷା ଆରମ୍ଭ ହେବ । ଏପ୍ରିଲ ମାସ ୫ ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଅନ୍ୟପକ୍ଷରେ ପ୍ରାକ୍ଟିକାଲ ପରୀକ୍ଷା ଫେବୃଆରୀ ମାସ ୧ରୁ ଆରମ୍ଭ ହୋଇ ୧୦ ତାରିଖରେ ସରିବ । ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ୩.୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି ।
- ଦେଶର ୬୫୧ଟି ଜିଲ୍ଲାରେ ନୂତନ ଜନଔଷଧି କେନ୍ଦ୍ର ଖୋଲିବ। ଏଥିପାଇଁ ଅନଲାଇନ୍ ଆବେଦନ ଆମନ୍ତ୍ରଣ କରାଯାଇଛି। ସମସ୍ତଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ଜେନେରିକ୍ ଔଷଧ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନା ଆରମ୍ଭ କରାଯାଇଥିଲା।
- ବିଶ୍ବର ଶ୍ରେଷ୍ଠ ୧୦ ଅରବପତି ତାଲିକାରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ଦୀର୍ଘ ଦିନ ଧରି ତୃତୀୟ ସ୍ଥାନରେ ରହିଥିବା ଭାରତୀୟ ଅରବପତି ଗୌତମ ଆଦାନୀ ଏବେ ଚତୁର୍ଥ ସ୍ଥାନକୁ ଖସି ଆସିଛନ୍ତି। ଆମାଜନର ଜେଫ୍ ବେଜୋସ୍ ତାଙ୍କୁ ପଛରେ ପକାଇ ବର୍ତ୍ତମାନ ଦୁନିଆର ତୃତୀୟ ସବୁଠାରୁ ଧନୀ ବ୍ୟକ୍ତି ପାଲଟିଛନ୍ତି
- ଆସନ୍ତା ୧୬ ତାରିଖରେ ଭୁବନେଶ୍ବରରେ ପହଞ୍ଚିବ ବିଜୁବାବୁଙ୍କ ଡାକୋଟା ବିମାନ.. ୧୪ ତାରିଖରେ କଲକାତାରୁ ବାହାରି ସଡ଼କ ପଥରେ ଆସିବ
- ହକି ପ୍ରେମୀଙ୍କ ପାଇଁ ଖୁସି ଖବର .. ୱାର୍ଲ୍ଡକପ୍ ହକି ଟୁର୍ଣ୍ଣାମେଣ୍ଟ ଦେଖିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କଲା ପୂର୍ବତଟ ରେଳପଥ .. ଯାତ୍ରୀଙ୍କ ପାଇଁ ଗଡ଼ିବ ଦୁଇଟି ହକି ସ୍ୱତନ୍ତ୍ର ନୂଆ ଟ୍ରେନ .. ବିଶ୍ୱକପ ହକି ସମୟରେ ଭୁବନେଶ୍ୱର ଓ ରାଉରକେଲା ମଧ୍ୟରେ କରିବ ଚଳାଚଳ..
- ଗତବର୍ଷ ଟେଲିଭିଜନ୍ ବିତର୍କରେ ପ୍ରଫେଟ୍ ମହମ୍ମଦ୍ଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ପ୍ରତିବାଦ ଓ ହିଂସା ଉଦ୍ରେକ କରାଇଥିବା ନିଲମ୍ବିତ ‘ବିଜେପି’ ମୁଖପାତ୍ରୀ ନୂପୁର ଶର୍ମାଙ୍କୁ ବନ୍ଧୁକ ରଖିବା ଲାଗି ଲାଇସେନ୍ସ୍ ମିଳିଛି
- ବଲାଙ୍ଗୀର ଜିଲ୍ଲା ପରିଷଦ ବୈଠକରେ କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଜିଲ୍ଲାପାଳ ଚଞ୍ଚଳ ରାଣା ମୁହାଁମୁହିଁ ହୋଇଥିବାର ଖବର ମିଳିଛି। ମନ୍ତ୍ରୀ ଟୁକୁନି ସାହୁଙ୍କ ଉପସ୍ଥିତିରେ ଉଭୟେ ମୁହାଁମୁହିଁ ହୋଇଛନ୍ତି।
|
709 |
Y |
|
1877 |
11-01-2023 |
Odia |
- ଶେଷରେ ବିଜୁ ବାବୁଙ୍କ ବିମାନ ଡାକୋଟା ଓଡ଼ିଶା ଆସିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଜୁବାବୁ ଉଡାଇଥିବା ଐତିହାସିକ ଡାକୋଟା ବିମାନ ଆସନ୍ତା ୧୬ ତାରିଖରେ ଭୁବନେଶ୍ୱର ଆସିବ। ଡାକୋଟା ବିମାନକୁ କୋଲକାତାରୁ ଭୁବନେଶ୍ୱର ବିମାନବନ୍ଦରକୁ ଅଣାଯାଉଛି । ବିମାନକୁ ଭୁବନେଶ୍ୱର ବିମାନବନ୍ଦର ଆଗରେ ରଖାଯିବ ।
- କଟକର ବାରବାଟୀ ଷ୍ଟାଡିୟମରେ ଉଦ୍ଘାଟନୀ ଉତ୍ସବ ଅପରାହ୍ଣ ୩ଟାରୁ ଆରମ୍ଭ ହୋଇ ରାତି ୯ଟା ଯାଏ ଚାଲିବ । ମନୋରଞ୍ଜନ ଓ କଳାର ମିଶ୍ର ପ୍ରଦର୍ଶନରେ ବିଶ୍ୱ ଦରବାରରେ ପ୍ରତିଫଳିତ ହେବ ଓଡ଼ିଶାର ପ୍ରତିଛବି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବଲିଉଡ଼୍ ଅଭିନେତା ରଣବୀର ସିଂହ ଓ ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ୍ ଆଜି ବାରବାଟୀରେ ଆସନ୍ତାକାଲି କାର୍ଯ୍ୟକ୍ରମର ପ୍ରସ୍ତୁତି ଓ ଅଭ୍ୟାସ କରିଛନ୍ତି ।
- ବାବା ଧବଳେଶ୍ବରଙ୍କ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ଦେଇଛନ୍ତି ଆଠଗଡ ଉପ ଜିଲ୍ଲାପାଳ । ମହାନଦୀ ମଧ୍ୟରେ ଅସ୍ଥାୟି ରାସ୍ତା ଦେଇ ମହାପ୍ରଭୁ ଶ୍ରୀ ଶ୍ରୀ ଧବଳେଶ୍ବରଙ୍କ ଦର୍ଶନ କରିପାରିବେ ଭକ୍ତ। ଝୁଲାପୋଲ ଅସୁରକ୍ଷିତ ଦର୍ଶାଇ ନଭେମ୍ବର ୧ ତାରିଖ ଠାରୁ ଧବଳେଶ୍ଵରଙ୍କ ପୀଠକୁ ୧୪୪ ଧାରା ଲଗାଇ ଶ୍ରଦ୍ଧାଳୁମାନଙ୍କୁ ବାରଣ କରାଯାଇଥିଲା।
- ହକି ବିଶ୍ୱକପ୍ ଉଦଘାଟନୀ ସମାରୋହ ପାଇଁ ବୁଧବାର ସାରା ରାଜ୍ୟରେ ଅପରାହ୍ଣ ୧ଟାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ହକି ବିଶ୍ୱକପ୍ର ଉଦଘାଟନୀ ସମାରୋହରେ ଛାତ୍ରଛାତ୍ରୀଙ୍କୁ ସାମିଲ୍ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ଗ୍ରହଣ କରିଛି ।
- ଚଳିତ ମାସ ୧୫ ତାରିଖରୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (ଏଚ୍ଏସ୍ଆରପି) ଧରପଗଡ଼ ଅଭିଯାନ ଆରମ୍ଭ ହେବ । ଯେଉଁ ଗାଡ଼ିର ଶେଷ ନମ୍ବର ୧,୨,୩,୪,୫ ଓ ୬ ଥିବା ସେହି ଗାଡ଼ି ଗୁଡିକୁ ଯାଞ୍ଚ କରାଯିବ । ଉପରୋକ୍ତ ସଂଖ୍ୟା ଯୁକ୍ତ ରେଜିଷ୍ଟ୍ରେସନ୍ ପ୍ଲେଟ୍ ପାଇଁ ଏଚ୍ଏସ୍ଆରପି ଆବେଦନ ସମୟସୀମା ଗତବର୍ଷ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ରହିଥିଲା । ତେଣୁ ଏବେ ଏସବୁ ଶେଷ ସଂଖ୍ୟା ଥିବା ଗାଡ଼ି ଗୁଡିକୁ ଯାଞ୍ଚ କରିବା ପାଇଁ ପରିବହନ ବିଭାଗ ନିଷ୍ପତ୍ତି ନେଇଛି ।
- ଜାନୁଆରୀ ୩୧ ତାରିଖ ମଧ୍ୟରେ ସମ୍ପତ୍ତି ତାଲିକା ଦାଖଲ ନ କଲେ ଫେବୃଆରୀ ମାସରୁ ଦରମା ବନ୍ଦ ନିମନ୍ତେ ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କୁ ଚରମବାଣୀ ଶୁଣାଇଛି କୃଷି ବିଭାଗ।
- ଇରାନର ପୂର୍ବତନ ରାଷ୍ଟ୍ରପତି ଆକବର ହାସେମି ରଫ୍ସାନ୍ଜାନିଙ୍କ ଝିଅ ଫାଏଜେ ହାସେମିଙ୍କୁ ୫ ବର୍ଷ ଜେଲଦଣ୍ଡ ହୋଇଛି।
- ନେପାଳ ସଂସଦରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଶକ୍ତି ପରୀକ୍ଷାର ସମ୍ମୁଖୀନ ହୋଇଥିଲେ। ହୋଇଥିବା ମତଦାନରେ ତାଙ୍କ ସମର୍ଥନରେ ୨୬୮ ଭୋଟ ମିଳିଥିଲା।
- ଆମେରିକୀୟ ଏରୋସ୍ପେସ ବିଶେଷଜ୍ଞ ତଥା ମୂଳ ଭାରତୀୟ ଏସି ଚାରଣିଆଙ୍କୁ ନାସା ଏହାର ମୁଖ୍ୟ ଟେକ୍ନୋଲୋଜିଷ୍ଟ ଭାବରେ ନିଯୁକ୍ତ କରିଛି।
- ବିଭିନ୍ନ ହାଇକୋର୍ଟରେ ବିଚାରପତି ନିଯୁକ୍ତି ଲାଗି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟ କଲେଜିୟମ ୯ ଜଣଙ୍କ ନାଁ ସୁପାରିସ୍ କରିଛନ୍ତି।
- କେରଳ ହାଇକୋର୍ଟ କହିଛନ୍ତି ଯେ କାର୍ଯ୍ୟରେ ଅସନ୍ତୋଷଜନକ ପ୍ରଦର୍ଶନ ଯୋଗୁ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ପୂର୍ବ ସୂଚନା ବିନା ଚାକରିରୁ ବାହାର କରାଯାଇପାରିବ ନାହିଁ। ବରଖାସ୍ତ ହେବା ପୂର୍ବରୁ କର୍ମଚାରୀଙ୍କୁ ନୋଟିସ ଦିଆଯିବା ଉଚିତ ବୋଲି କୋର୍ଟ କହିଛନ୍ତି।
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୯ ତାରିଖରେ ତେଲେଙ୍ଗାନା ଗସ୍ତ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ୭ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇବେ।
- ଓଡିଶା ଉପକୂଳ ଚାନ୍ଦିପୁର ସ୍ଥିତ ସମନ୍ଵିତ ପରୀକ୍ଷଣ ଘାଟୀର ୩ ନମ୍ବର ଲଞ୍ଚପ୍ୟାଡରୁ ଆଜି ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥ୍ୱୀ -୨ର ବ୍ୟାବହାରିକ ପରୀକ୍ଷଣ ସଫଳ ହୋଇଛି। ଏହି ପରୀକ୍ଷଣ ରାତି ସମୟରେ କରାଯାଇଛି। ଏକ ସୁ-ପ୍ରତିଷ୍ଠିତ ପ୍ରଣାଳୀ ଭାବେ ପୃଥ୍ୱୀ -୨ କ୍ଷେପଣାସ୍ତ୍ର ଭାରତର ଆଣବିକ ନିରାକରଣର ଏକ ପ୍ରମୁଖ ଅଂଶ ଅଟେ।
- ଉତ୍ତରାଖଣ୍ଡର ମହିଳା ସଂରକ୍ଷଣ ବିଧେୟକକୁ ମଙ୍ଗଳବାର ରାଜ୍ୟପାଳଙ୍କ ଅନୁମୋଦନ ମିଳିଛି। ରାଜ୍ୟପାଳଙ୍କ ଅନୁମୋଦନ ସହ ମହିଳା ପ୍ରାର୍ଥୀମାନେ ସରକାରୀ ଚାକିରି କ୍ଷେତ୍ରରେ ୩୦ ପ୍ରତିଶତ ସଂରକ୍ଷଣର ଆଇନଗତ ଅଧିକାର ପାଇଛନ୍ତି। ରାଜ୍ୟ ସରକାର ବିଧାନସଭାରେ ସର୍ବସମ୍ମତି କ୍ରମେ ଏହି ବିଧେୟକକୁ ପାରିତ କରି ରାଜଭବନ ପଠାଇଥିଲେ।
- ୨୦୨୩ର ପ୍ରଥମ ଦିନିକିଆରେ କମାଲ ଦେଖାଇଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ। ଆଜି ବିରାଟ କୋହଲିଙ୍କ ବ୍ୟାଟରୁ ରନ ବର୍ଷା ହୋଇଥିଲା। ବିରାଟଙ୍କ ଦମଦାର ଶତକ ବଳରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିଆରେ ଭାରତ ୭ ୱିକେଟ ହରାଇ ୩୭୩ ରନ କରିଛି।
|
489 |
Y |
|
1878 |
10-01-2023 |
Odia |
- ତାଇୱାନର ଏଭରଗ୍ରିନ୍ ମେରାଇନ୍ କର୍ପୋରେସନ୍ ଚଳିତ ବର୍ଷ ନିଜର କର୍ମଚାରୀଙ୍କୁ ତାରକା ବୋନସ୍ ପ୍ରଦାନ କରି ଏକ ଷ୍ଟାଣ୍ଡଆଉଟ୍ ବର୍ଷ ପାଳନ କରୁଛି। ତାଇପେ ସ୍ଥିତ ଏହି ସିପିଂ କମ୍ପାନି ହାରାହାରି ୫୦ ମାସର ଦରମା କିମ୍ବା ଚାରି ବର୍ଷରୁ ଅଧିକ ଦରମା ସହିତ ସମାନ ରାଶି ନିଜର କର୍ମଚାରୀଙ୍କୁ ବୋନସ୍ ଆକାରରେ ପ୍ରଦାନ କରୁଛି।
- କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅସନ୍ତୋଷ ପ୍ରକଟ କରିବା ସହ କେତେକ ପରାମର୍ଶ ଜାରି କରାଯାଇଛି । ଟେଲିଭିଜନ କାର୍ଯ୍ୟକ୍ରମଗୁଡ଼ିକରେ ହିଂସା, ହତ୍ୟାକାଣ୍ଡ, ରକ୍ତଭିଜା ମୃତଦେହ, ଶିଶୁ ଓ ମହିଳାମାନଙ୍କ ବିରୋଧରେ ହିଂସା ଆଦି ଦୃଶ୍ୟ ଦେଖାଇବା ବେଳେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।
- ସମାନ ନାଗରିକ ସଂହିତା (ୟୁସିସି) ଯାଞ୍ଚ କରିବାକୁ ବିଜେପି ଶାସିତ ଗୁଜରାଟ ଏବଂ ଉତ୍ତରାଖଣ୍ଡ ସରକାରଙ୍କ ଦ୍ୱାରା ଗଠିତ କମିଟିକୁ ସବୁଜ ସଙ୍କେତ ଦେଇଛନ୍ତି ସୁପ୍ରିମକୋର୍ଟ ।
- ଭାରତୀୟ ଜାତୀୟ କାର ରେସିଂ ଚାମ୍ପିଅନସିପରେ ଭେଟେରାନ କାର ରେସର କେଇ କୁମାରଙ୍କର କାର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାମିଲନାଡୁର ଇରଙ୍ଗାଟୁକୋଟାଇସ୍ଥିତ ମାଡ୍ରାସ ଇଣ୍ଟରନ୍ୟାସନାଲ ସର୍କିଟରେ ଅନୁଷ୍ଠିତ କାର ରେସିଂରେ ଏକ ବଡ଼ ଧରଣର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି ।
- ପୂର୍ବତନ ବ୍ରାଜିଲୀୟ ରାଷ୍ଟ୍ରପତି ଜାଇର୍ ବୋଲ୍ସୋନାରୋଙ୍କ ସମର୍ଥକମାନେ ରବିବାର ଦିନ ପୁଲିସ ବାରିକେଡ୍ ଭାଙ୍ଗି ଦେଶର କଂଗ୍ରେସ, ରାଷ୍ଟ୍ରପତିଙ୍କ ପ୍ରାସାଦ ଓ ସୁପ୍ରିମ୍ କୋର୍ଟ ମଧ୍ୟକୁ ବଳପୂର୍ବକ ପ୍ରବେଶ କରିଛନ୍ତି।
- ସବୁ ୱିଣ୍ଡୋ ପିସିରେ ଗୁଗୁଲ୍ କ୍ରୋମ ଆସନ୍ତା ସପ୍ତାହରୁ କାମ ଦେବନି। ବିଶେଷକରି ୱିଣ୍ଡୋଜ୍ ୭, ୱିଣ୍ଡୋଜ୍ ୮/୮.୧ରେ ଏହା କାମ ଦେବନାହିଁ। ଏଗୁଡ଼ିକରେ କ୍ରୋମ ୧୦୯ ଚାଲୁଛି। ଆସନ୍ତାମାସ ୭ ତାରିଖରେ ଗୁଗୁଲ୍ କ୍ରୋମ ୧୧୦ ଆରମ୍ଭ କରିବ।
- ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଚାଇନା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସଂଖ୍ୟା ଲୁଚାଇ ରଖିଥିବା ଅଭିଯୋଗ କରିଛି। ଏକ ମଣମାଧ୍ୟମ ସମ୍ମିଳନୀରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ ଘେବ୍ରେୟସସ କହିଛନ୍ତି
- ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିର୍ଓ୍ବାଲଙ୍କ ମଧ୍ୟରେ ଏମ୍ସିଡି ନିର୍ବାଚନରେ ଅସ୍ଥାୟୀ ବାଚସ୍ପତି ନିଯୁକ୍ତିକୁ ନେଇ ବିବାଦ ଶେଷ ହୋଇନାହିଁ। ଏହି ସମୟରେ ଭି.କେ ସାକ୍ସେନା ସୋମବାର କେଜିର୍ଓ୍ବାଲଙ୍କୁ ଚିଠି ଲେଖି ବୈଠକ ପାଇଁ ନିମନ୍ତ୍ରଣ କରିଛନ୍ତି। ଏହାପୂର୍ବରୁ କେଜିର୍ଓ୍ବାଲ ସାକ୍ସେନାଙ୍କୁ ଏକ ଚିଠି ଲେଖି କ୍ଷମତାର ଅପବ୍ୟବହାର କରିଥିବା ଅଭିଯୋଗ କରିଥିଲେ।
- ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ହରିୟାଣାର ଶାହାବାଦରେ ପହଞ୍ଚିଛି। ଏହି ସମୟରେ ଚାଷୀ ନେତା ରାକେଶ ଟିକାୟତ ଭାରତ ଯୋଡୋ ଯାତ୍ରା ସାମିଲ ହୋଇଛନ୍ତି।
- ଲାପ୍ରୋସ୍କୋପିକ୍ ସର୍ଜରିର ଜନକ ଭାବେ ଜଣାଯାଉଥିବା ଡା. ଟେହେମଟୋନ ଇ. ଉଦଗାଡିୟାଙ୍କ ଶନିବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ଅସୁସ୍ଥତା କାରଣରୁ ଟେହେମ୍ଟନ ମୁମ୍ବାଇସ୍ଥିତ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
- ରାଜ୍ୟରେ ଶିକ୍ଷକ ନିଯୁକ୍ତି ପାଇଁ ହେଉଥିବା ପରୀକ୍ଷା ଓଟିଇଟି (ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା)ର ଫଳ ପ୍ରକାଶ ପାଇଛି। ପରୀକ୍ଷାର ମୋଟ ପାସ ହାର ୪୯.୮୪ % ରହିଛି। ପେପର- ୧ ରେ ପାସ ହାର ୪୭.୯୭ % ରହିଛି। ପେପର -୨ ରେ ପାସ ହାର ୫୬% ରହିଛି।
- ନୟାଗଡ଼ କଣ୍ଟିଲୋ ନାରାୟଣୀ ପୀଠ ନିକଟରେ ବ୍ରାଉନସୁଗର ଡିଲ ବେଳେ ମାଡିବସିଲା STF। ୧କେଜି ୧୯୦ ଗ୍ରାମ ବ୍ରାଉନସୁଗର ସହ ଗୋଟିଏ ମଟର ସାଇକେଲ ଜବତ କରିଛି STF। ଘଟଣାରେ କ୍ରାଇମବ୍ରାଞ୍ଚ ଏସଟିଏଫ ଜଣଙ୍କୁ ଗିରଫ କରିଥିବାବେଳେ ଜୋରଦାର ତଦନ୍ତ କରୁଛି । ଶିବା ଓରଫ ହର ପ୍ରସାଦ ପୃଷ୍ଟିକୁ ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାମ ଶିବା ଓରଫ ହର ପ୍ରସାଦ ପୃଷ୍ଟି ବୋଲି ଜଣାପଡିଛି ।
- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନ କନ୍ଭେନ ସେଣ୍ଟରରୁ ମିଶନ ଶକ୍ତି ଗ୍ରୁପ ମାନଙ୍କୁ ୧୨୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ରାଜ୍ୟର ୩୦ଟି ଜିଲ୍ଲାର ୨.୫ ଲକ୍ଷ ମିଶନ ଶକ୍ତି ଗ୍ରୁପଙ୍କ ବ୍ୟାଙ୍କ ଖାତାକୁ ଏହି ସୁଧ ରିହାତି ପ୍ରଦାନ କରାଯାଇଛି ।
- ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଆଜି ୩ ଡିଗ୍ରିକୁ ଖସିଛି। ଆଜି ୧୦ ଡିଗ୍ରୀ ତଳେ ରାଜ୍ୟର ୨୧ ସହର। ୩.୭ ଡିଗ୍ରୀ ସହିତ କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା ହୋଇଛି ସବୁଠୁ ଥଣ୍ଡା ସହର ।
- ଓଡ଼ିଶାର ପୁଷ୍ଟିକର ଖାଦ୍ୟ ମିଲେଟ୍କୁ ସାମିଲ କରିବା ସହ ମିଲେଟ୍ର ପ୍ରଚାରପ୍ରସାର କରାଯିବ। ଏଥିପାଇଁ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଳି ଓ ଦର୍ଶକଙ୍କ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପରିଚାଳନାରେ ଆରମ୍ଭ ହେବ ‘ମିଲେଟ୍ ଶକ୍ତି ଆଉଟ୍ଲେଟ୍’। ହକି ବିଶ୍ୱକପ୍ର ପ୍ରଚାରପ୍ରସାର ପାଇଁ ଓଡ଼ିଶା ମିଲେଟ ମିଶନ ସହଯୋଗ କରୁଛି ।
- ଦେଶରେ ଚାଲିଥିବା ଧର୍ମାନ୍ତରୀକରଣ କାର୍ଯ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ତେଣୁ ଏହାକୁ ରାଜନୈତିକ ରୂପ ଦିଆଯିବା ଉଚିତ୍ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
- ତାମିଲନାଡୁ ବିଧାନସଭାରେ ସୋମବାର ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା। ବିଧାନସଭା ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ଗୃହରେ ଉଦ୍ବୋଧନ ଦେବା ବେଳେ ଶାସକ ଦଳଙ୍କ ସହ ତାଙ୍କର ମତଭେଦ ସୃଷ୍ଟି ହୋଇଥିଲା। ଏହାପରେ ରାଜ୍ୟପାଳ ଗୃହ ଛାଡ଼ି ଚାଲି ଯାଇଥିଲେ।
- ଜାନୁଆରୀ ୬ ତାରିଖରେ ଝାଡ଼ଖଣ୍ଡ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ସଚିବଙ୍କ ସ୍ବାକ୍ଷରିତ ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ବିଜ୍ଞପ୍ତି ନଂ ୦୨/୨୦୨୩ ରେ ସଂସ୍କୃତ, ବଙ୍ଗଳା, ଉର୍ଦ୍ଦୁ, ମୁଣ୍ଡାରୀ, ସାନ୍ତାଳୀ, ହୋ, ଖାଡ଼ିଆ, କୁଡୁଖ, ନାଗପୁରୀ, କୁଡୁମାଲି, ଖୋରଠା ଓ ପଞ୍ଚପରଗଣିଆ ଆଦି ଭାଷା ଗୁଡ଼ିକୁ ସାମିଲ କରାଯାଇଛି। ଏହିସବୁ ସ୍ବତନ୍ତ୍ର ଲିପି ଥିବା ବା ନଥିବା ଏପରିକି ସମ୍ବିଧାନ ସ୍ବୀକୃତି ମିଳିନଥିବା ଭାଷାରେ ଶିକ୍ଷା ପ୍ରଶିକ୍ଷଣ ପାଇଁ ପ୍ରାର୍ଥୀ ମନୋନୟନ ପରୀକ୍ଷା ତାରିଖ ୩ ଫେବୃଆରୀ ଧାର୍ଯ୍ୟ କରାଯାଇ ଏଥିରୁ ଦ୍ବିତୀୟ ରାଜଭାଷା ଓଡ଼ିଆକୁ ବାଦ୍ ଦିଆଯାଇଛି।
- ଚଳିତ ବର୍ଷ ଏପ୍ରିଲରୁ ଶିକ୍ଷାବର୍ଷ ଆରମ୍ଭ ହେବ। ଏନେଇ ସରକାରଙ୍କ ପକ୍ଷରୁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଛି।ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ସବୁ ପିଲାଙ୍କ ପାଖରେ ପାଠ୍ୟପୁସ୍ତକ ପହଞ୍ଚାଇବା ପାଇଁ ୬ ଜିଲାର ୧୫ଟି ବ୍ଲକକୁ ଟ୍ରକ୍ ଯୋଗେ ପାଠ୍ୟପୁସ୍ତକ ପଠାଯାଇଛି। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୋମବାର ଶୁଭାରମ୍ଭ କରିଛନ୍ତି।
- ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ତିନୋଟି ଇଲେକ୍ଟ୍ରୋନିକ୍ ଡିଭାଇସ୍ – ଡିଜିଟାଲ୍ ଟେଲିଭିଜନ ରିସିଭର, ୟୁଏସବି ଟାଇପ୍-ସି ଚାର୍ଜର ଏବଂ ଭିଡିଓ ସର୍ଭିଲାନ୍ସ ସିଷ୍ଟମ୍ (ଭିଏସଏସ୍) ପାଇଁ କ୍ୱାଲିଟି ଷ୍ଟାଣ୍ଡାର୍ଡ ଜାରି କରିଛି । ଉପଭୋକ୍ତା ମାମଲାରେ ମନ୍ତ୍ରଣାଳୟ କହିଛି ଯେ, ସାଟେଲାଇଟ୍ ଟ୍ୟୁନର୍ ସହିତ ଡିଜିଟାଲ୍ ଟେଲିଭିଜନ୍ ରିସିଭର୍ ପାଇଁ ଏହା ହେଉଛି ପ୍ରଥମ ଭାରତୀୟ ମାନକ ।
|
519 |
Y |
|
1879 |
10-01-2023 |
English |
- Supporters of former Brazilian President Jair Bolsonaro who refuse to accept his election defeat stormed Congress, the Supreme Court and presidential palace Sunday, a week after the inauguration of his leftist rival, President Luiz Inácio Lula da Silva.
- Around 3,700 dams in India will lose 26 per cent of their total storage by 2050 due to accumulation of sediments which can undermine water security, irrigation and power generation in future, warns a new study by the United Nations (UN)
- The Enforcement Directorate (ED) Monday filed a chargesheet in a court here against lady blackmailer Archana Nag and other accused involved in a high-profile sextortion racket. The ED has been investigating the illegal financial transactions angle in the sextortion racket.
- Cold wave conditions gripped the state Monday with the mercury dipping to as low as 3.7 degrees Celsius in Semiliguda in Koraput district, the weather office said.
- School and Mass Education Minister Samir Ranjan Dash Monday started the distribution of textbooks for 2023- 24 academic year. The minister directed the officials concerned to complete the distribution of textbooks by March 31 at all the schools in 314 blocks of the state.
- State Vigilance Monday arrested Bijayananda Sahoo, an engineer, after detecting disproportionate assets worth `3.13 crore, an official said.
- ‘The Odisha Development Leadership Summit’ was organised by Odisha CSR Forum to felicitate the corporate with ‘Odisha CSR Excellence Award 2022’ for their CSR work at Hotel Mayfair here recently. At least 17 industry head were given away the award.
- Eminent litterateur, critic and Kendra Sahitya Akademi Yuva Purashkar award winner Chandrasekhar Hota was awarded with the prestigious Mathkhai Samman-2023 at the Mathakhai Mahotsav and All India Multi-Lingual Drama festival organised by Bhumika in this town, officials said Monday .
- Brown sugar worth rupees one crore was seized Sunday in Nayagarh district, police said Monday. Acting on a tip-off, the Special Task Force (STF) of the state police conducted a raid at Narayani Pitha locality in Kantilo under Fategarh police station late Sunday night .
- The Supreme Court Monday asked the Union government to file its reply to a batch of PILs challenging the validity of certain provisions of a 1991 law which prohibit filing of a lawsuit to reclaim a place of worship or seek a change in its character from what prevailed on August 15, 1947.
- Tamil Nadu Governor RN Ravi Monday staged an unprecedented walkout from the state Assembly following a faceoff with Chief Minister MK Stalin over the former's customary address to members of the house in its first session of the year.
- Observing that religious conversion is a serious issue which should not be given a political colour, the Supreme Court Monday sought the assistance of Attorney General R Venkataramani on a plea seeking direction to the Centre and states to take stringent steps to control fraudulent religious conversions.
- Amid tight liquidity condition, banks have issued a record quantum of bonds, with gross issuances hitting an all-time high of ` 91,500 crore so far this fiscal, and are likely to close the financial year with around `1.4 lakh crore.
- Switzerland’s government will not receive a payout from the Swiss National Bank for 2022, as the central bank projects the biggest loss in its 116-year history, the media reported.
- India were left with a mixed feeling on the eve of their ODI series against Sri Lanka as on one hand they will have stalwarts Rohit Sharma and Virat Kohli returning to the side while on the other, unfit pace spearhead Jasprit Bumrah will yet again miss the action.
|
533 |
Y |
|
1880 |
09-01-2023 |
Odia |
ଅନ୍ତର୍ଜାତିକ
- ଚୀନ ସରକାରଙ୍କ କୋଭିଡ୍ ନୀତିକୁ ସମାଲୋଚନା କଲେ ବୋଲି ସସ୍ପେଣ୍ଡ ହେଲା ଏକ ହଜାର ସୋସିଆଲ୍ ମିଡିଆ ଆକାଉଣ୍ଟ ।
- ଟୁଇଟରରୁ ପୁଣି ବିଦା ହେଲେ ୧୨ଶହ କର୍ମଚାରୀ।
- ରକେଟ୍ ଆକ୍ରମଣରେ ୬ ଶହ ୟୁକ୍ରେନୀୟ ସୈନିକ ନିହତ କରିଛି ରୁଷ।
ଜାତୀୟ
- କେନ୍ଦ୍ର ସରକାରଙ୍କ ପାଖରେ ଯେଉଁ ଟୀକା ଉପଲବ୍ଧ, ତାହା ସବୁ ରାଜ୍ୟ ସରକାରଙ୍କୁ ଉପଲବ୍ଧ କରାଯାଇଛି। ଘରୋଇ ହସ୍ପିଟାଲକୁ ବି ଟୀକାକରଣ ଲାଗି ଅନୁମତି ଦିଆଯାଇଛି। ରାଜ୍ୟ ସରକାର ଯଦି ଟୀକା କିଣିବାକୁ ଚାହୁଁଛନ୍ତି, ତେବେ ଟୀକା କିଣି ଲୋକମାନଙ୍କୁ ଦେଇପାରିବେ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
- ଦିଲ୍ଲୀରେ ଜାନୁଆରୀ ୧୫ ଯାଏ ସବୁ ଘରୋଇ ସ୍କୁଲ ବନ୍ଦ, ଭୀଷଣ ଥଣ୍ଡା ଏବଂ ଶୀତ ଲହରକୁ ନଜରରେ ରଖି ନିଷ୍ପତ୍ତି ନେଇଛନ୍ତି ସରକାର ।
- ଏନସିପି, ଶିବସେନାର ଉଦ୍ଧବ ଠାକରେଙ୍କ ଦଳ ଏବଂ କଂଗ୍ରେସ ୨୦୨୪ରେ ମହାରାଷ୍ଟ୍ର ବିଧାନସଭା ଏବଂ ଲୋକ ସଭା ନିର୍ବାଚନରେ ଏକାଠି ଲଢିବାକୁ ପାଓ୍ବାର ସମର୍ଥନ କରିଛନ୍ତି।
- ଉତ୍ତରାଖଣ୍ଡର ଯୋଶୀମଠ ଧସିବାରେ ଲାଗିଛି। ଏହାଦ୍ୱାରା ସେଠାରେ ଥିବା ଘର ଓ ବିଲ୍ଡିଂରେ ଭୟଙ୍କର ଫାଟ ସୃଷ୍ଟି ହୋଇଛି। କେବଳ ସେତିକି ନୁହେଁ ଅନେକ ଘର ଭୁଶୁଡି ମଧ୍ୟ ପଡିଛି ।
- ଭୀଷଣ ଥଣ୍ଡାରେ ହୃଦଘାତ ଯୋଗୁଁ କାନପୁରରେ ପୁଣି ୧୪ ଜଣଙ୍କ ମୃତ୍ୟୁ ଘଟିଛି । ମାତ୍ର ୨୪ ଘଣ୍ଟା ମଧ୍ୟରେ ହିଁ ଏମାନେ ପ୍ରାଣ ହରାଇଛନ୍ତି । ଗତ ୩-୪ ଦିନ ମଧ୍ୟରେ ସହରରେ ହୃଦଘାତ ଏବଂ ମସ୍ତିଷ୍କାଘାତରେ ପୀଡ଼ିତ ୯୮ ଜଣଙ୍କର ମୃତ୍ୟୁ ଘଟିଛି।
- କେରଳ ଦେଶର ପ୍ରଥମ ସଂପୂର୍ଣ୍ଣ ଡିଜିଟାଲ ବ୍ୟାଙ୍କିଂ ରାଜ୍ୟ ହେଲା ।
- ଗ୍ରାହକ ବନ୍ଧକ ରଖିଥିବା କାଗଜପତ୍ର ହଜିଗଲେ SBI ଦେବ ଜରିମାନା: NCDRCଙ୍କ ବଡ଼ ନିଷ୍ପତ୍ତି ।
- ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ରବିବାର ତାଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂଙ୍କ ପୁଅ ବିକ୍ରମାଦିତ୍ୟ ସିଂ ଏବଂ ବରିଷ୍ଠ ବିଧାୟକ ଧାନିରାମ ଶାଣ୍ଡିଲଙ୍କ ସମେତ ୭ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।
- ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ବିହାରର ଜନସଂଖ୍ୟା ନିୟନ୍ତ୍ରଣକୁ ଆସିବ ନାହିଁ କାରଣ ରାଜ୍ୟରେ ମହିଳାମାନେ ଅଶିକ୍ଷିତ ଥିବାବେଳେ ପୁରୁଷମାନେ ଦାୟିତ୍ୱହୀନ।
- ଉତ୍ତରପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀଙ୍କ ୮୯ ବର୍ଷରେ ପରଲୋକ ଘଟିଛି।
- ଭାରତୀୟ ବଂଶୋଦ୍ଭବ ସୁରେନ୍ଦ୍ରନ୍ କେ. ପଟେଲ ନିକଟରେ ଆମେରିକା ଟେକ୍ସାସର ଡିଷ୍ଟ୍ରିକ୍ଟ ଜଜ୍ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୫୧ ବର୍ଷୀୟ ସୁରେନ୍ଦ୍ରନ୍ଙ୍କ ଘର କେରଳର କାସାରଗୋଡ଼ରେ ।
ରାଜ୍ୟ
- ଭିତରକନିକା ଅଭୟାରଣ୍ୟରେ ବଢିଲା ବିଦେଶୀ ପକ୍ଷୀଙ୍କ ସଂଖ୍ୟା, ଆସିଛନ୍ତି ଅଧିକ ୧୮୫୨ ପକ୍ଷୀ ।
- ବରିଷ୍ଠ ନାଗରିକଙ୍କ ପାଇଁ ସ୍ଥାୟୀ ଜମା ସୁଧହାର ୮ ପ୍ରତିଶତ ଛୁଇଁଲା
- ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍ ପ୍ରଫେସର ବିଧୂଭୂଷଣ ମିଶ୍ରଙ୍କୁ ଚାରି ବର୍ଷ ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ଭାବରେ ନିଯୁକ୍ତ କରିଛନ୍ତି ।
- ରାଜ୍ୟରେ ତଳମୁହାଁ ହେଉଛି ପାରଦ। ସେମିଳିଗୁଡ଼ାରେ ୨ଡିଗ୍ରୀ ତାପମାତ୍ରା । ସେପଟେ ୧୦ ଡିଗ୍ରୀ ତଳେ ରହିଛି ୨୧ ସହର । କୋରେଇରେ ୪.୪ ଡିଗ୍ରୀ ଓ ଜି. ଉଦୟଗିରିରେ ୪.୬ ଡିଗ୍ରୀ ତାପମାତ୍ରା ରେକର୍ଡ ରହିଛି ।
- ଓଡିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବିବାହ ପ୍ରତିଶ୍ରୁତି ଦେଇ ସହମତି ଭିତିରେ ଶାରୀରିକ ସଂପର୍କ, ସଂପର୍କ ନୁହେଁ ଦୁଷ୍କର୍ମ।
ଖେଳ
- ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ବାଂଲାଦେଶ ବିପକ୍ଷ ଦିନିକିଆ ଏବଂ ଟେଷ୍ଟ ସିରିଜ ପରେ ବିରାଟ କୋହଲି ବିଶ୍ରାମ ନେଉଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରୁ ଦଳକୁ ଫେରିବେ।
- ରାଜକୋଟରେ ଶ୍ରୀଲଙ୍କା ବିପକ୍ଷରେ ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ଇଂନିସ ଖେଳିଥିଲେ। ସେ ୫୧ ବଲରୁ ଅପରାଜିତ ୧୧୨ ରନ କରିଥିଲେ।
|
514 |
Y |
|