# |
Date |
Type |
Current Affairs |
No. Of Views |
Status |
Action |
1901 |
29-12-2022 |
Odia |
- ହକି ବିଶ୍ୱକପ ପାଇଁ ନିମନ୍ତ୍ରଣ: ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିମନ୍ତ୍ରଣ କଲେ ରାଜ୍ୟର ମନ୍ତ୍ରୀମାନେ।
- ଜଗତସିଂହପୁର ଡେପୁଟି କଲେକ୍ଟର, ଆୟର ୧୯୧ ପ୍ରତିଶତ ସମ୍ପତ୍ତି କରିଛନ୍ତି ଠୁଳ କରି ଗିରଫ ହୋଇଛନ୍ତି।
- ନୂଆ ରୂପରେ ନୂଆ ବର୍ଷରେ ଘୁରି ବୁଲିବେ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ।ଜବରଦଖଲ, ସୌନ୍ଦର୍ଯ୍ୟକରଣ, ପାର୍କିଂ ସମସ୍ୟା ଆଦିକୁ ଏହି ସ୍କ୍ୱାର୍ଡ ଅନୁଧ୍ୟାନ କରିବେ।
- ଓଡିଶାରେ ଖାଲିପଡିଛି ୩୪୮୧ ମେଡିକାଲ ଅଫିସର ପଦବୀ, ଡିଗ୍ରୀ କରିଥିଲେ ତୁରନ୍ତ ଆବେଦନ କରନ୍ତୁ
- ପନିପରିବା, ଆଳୁ, ପିଆଜ,ମସଲା ଉତ୍ପାଦନରେ ଓଡ଼ିଶା ହେବ ଆତ୍ମନିର୍ଭରଶୀଳ : ୪ ବର୍ଷରେ ୧୧୮୩ କୋଟି ଟଙ୍କା ପ୍ରୋତ୍ସାହନ ରାଶିର ହୋଇଛି ବ୍ୟବସ୍ଥା।
- ବୁଷ୍ଟର ଡୋଜ୍ ନେଇଥିବା ଲୋକେ ନେଇ ପାରିବେନି ନାଜାଲ୍ ଭ୍ୟାକ୍ସିନ।
- ଫୋନ୍ରୁ ଆରମ୍ଭ କରି ଲ୍ୟାପ୍ଟପ୍ ପର୍ଯ୍ୟନ୍ତ ବ୍ୟବହାର ହେବ ଗୋଟିଏ ପ୍ରକାର ଚାର୍ଜର, ସରକାରଙ୍କ ନୂଆ ନିୟମ।
- ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ରେଳଷ୍ଟେସନ ପୁନଃବିକାଶ ପାଇଁ ଆଜି (ଗୁରୁବାର) ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ରେଳ ଯାତ୍ରୀଙ୍କୁ ବିଶ୍ୱସ୍ତରୀୟ ସେବା ଯୋଗାଇବା ଲକ୍ଷ୍ୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ୩୦୮ କୋଟିର ବ୍ୟୟବରାଦ କରାଯାଇଛି, ଯାହାକି ୨୪ ମାସ ମଧ୍ୟରେ ସରିବ।
- ପୁଣି ଥରେ ଖେରସନ ସହ ହରାଇଥିବା ସହରକୁ ଅକ୍ତିଆର କରିବାକୁ କ୍ରେମଲିନ ଜୋରଦାର କଲା ଆକ୍ରମଣ । ଦୁଇ ଦେଶ ମଧ୍ୟରେ ମିଳିତ ଜାତିସଂଘ ଆୟୋଜନ କରିପାରେ ଶାନ୍ତି ବୈଠକ ।
- ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଆଇସିସି ମହିଳା ଟି -୨୦ ବିଶ୍ୱକପ ଏବଂ ଦକ୍ଷିଣ ଆଫ୍ରିକାରେ ଟ୍ରାଇ-ସିରିଜ ପାଇଁ ବୁଧବାର ହରମନପ୍ରୀତ କୌରଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ ।
- ମୁକେଶ ଅମ୍ବାନିଙ୍କ ନେତୃତ୍ୱରେ ୨୦ ବର୍ଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଲାଭ ୨୦ ଗୁଣା ବୃଦ୍ଧି ।
- ଘାତକ ଭୂତାଣୁ ବିଛାଇଛି ମୃତ୍ୟୁର ଜାଲ । ପାର୍କିଂ ସ୍ଥାନ ପାଲଟିଛି ଶବ ଗୃହ, କାର ସାଜିଛି ହସ୍ପିଟାଲ ବେଡ୍ ।
- ନିଜକୁ ଆହୁରି ମଜଭୁତ କରିବ ଉତ୍ତର କୋରିଆ, ୨୦୨୩ ଲାଗି ସେନା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କଲେ କିମ୍ ଜୋଙ୍ଗ ଉନ୍ ।
- ବଲାଙ୍ଗୀର ଗସ୍ତରେ ମହାମହିମ ରାଜ୍ୟପାଳ, ସର୍କିଟ ହାଉସରେ ଜିଲ୍ଲା ପ୍ରଶାସନ ସହ କଲେ ଆଲୋଚନା, ଉଡାନ ମିଟ୍ର କଲେ ଉଦଘାଟନ ।
- ରେଳବାଇର ଘରୋଇକରଣ ଯୋଜନା ନାହିଁ : ଅଶ୍ୱିନୀ ବୈଷ୍ଣବ ।
- ବଦଳିବ ଗାଡ଼ି କିଣାବିକା ନିୟମ: ଗାଡ଼ି ଚୋରି ଉପରେ ଲାଗିବ ରୋକ, କେନ୍ଦ୍ର ସଡ଼କ ମନ୍ତ୍ରଣାଳୟ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି।
- କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର ବୁଧବାର ଦିନ ୨୦୨୩ ମସିହା ନିମନ୍ତେ ଭାରତ ସରକାରଙ୍କ ସରକାରୀ କ୍ୟାଲେଣ୍ଡର ଉନ୍ମୋଚନ କରିଛନ୍ତି।
- ଭାରତୀୟ ଦଳ ପାଇଁ ହକି ଇଣ୍ଡିଆର ପୁରସ୍କାର ଘୋଷଣା: ସ୍ବର୍ଣ୍ଣ ଜିତିଲେ ଖେଳାଳି ପିଛା ୨୫ଲକ୍ଷ ଲେଖାଏଁ ପୁରସ୍କାର ମିଳିବ।
- ଚନ୍ଦ୍ରବାବୁ ନାଇଡୁଙ୍କ ସଭା ବେଳେ ଦଳାଚକଟା: ୮ ଟିଡିପି କର୍ମୀ ମୃତ ।
|
404 |
Y |
|
1902 |
29-12-2022 |
English |
- Bharat Biotech has said that its nasal vaccine against Covid-19, iNCOVACC, would be available to the public from the fourth week of January.
- Union Minister Ashwini Vaishnaw launches G-20 Digital Innovation Alliance and Stay Safe Online Campaign.
- Electronics and Information Technology Ministry said that: Telecom operator BSNL to launch 5G services in the country within a span of 24 to 36 months.
- Central Drugs Standard Control Organisation (CDSCO) has started conducting joint inspections of identified Drug Manufacturing Units along with State Drugs Control Administration as per a risk-based approach.
- Union Minister Kiren Rijiju says people should include millet food in regular diet.
- Maharashtra legislative assembly passes Lokayukta Bill.
- The Director-General of National Achieves of India has recently stated that the agency does not have records of 1962, 1965, and 1971 wars or even the Green Revolution.
- Union Minister of Power and New & Renewable Energy RK Singh said, a world-class Kayaking-Canoeing Academy is to be set up at Tehri in Uttarakhand.
- Central Board of Secondary Education (CBSE) has announced its schedule for the Class 10 and 12 practical exams on its offical website cbse.gov.in.
- National Education Society for Tribal Students (NESTS) under Tribal Affairs Ministry will organise a two-day capacity-building programme for Eklavya Model Residential Schools teachers in Delhi.
- Reserve Bank of India (RBI) has approved the reappointment of Baskar Babu Ramachandran as the MD & CEO of Suryoday Small Finance bank for three years.
- The Insurance Regulatory and Development Authority of India (IRDAI) will soon introduce “Bima Vahaks” in each gram panchayat. It would be tasked to sell and service simple parametric bundled insurance products, Bima Vistar, covering health, property, life and personal accident.
- MNS leader Ameya Khopkar took to Twitter and wrote that they will not allow the release of the Pakistani film 'The Legend of Maula Jatt' in the state of Maharashtra on 30 Dec.
- Lieutenant General Arvind Walia has been appointed as the next Engineer-in-Chief of the Indian Army. He would be succeeding Lt Gen Harpal Singh who is superannuating on December 31.
- India - Australia Economic Cooperation and Trade Agreement will come into force today; Indian goods to get preferential zero-duty market access in Australia.
|
509 |
Y |
|
1903 |
28-12-2022 |
Odia |
- ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଉତ୍ତରପ୍ରଦେଶ ପୌରପରିଷଦ ନିର୍ବାଚନ ସମ୍ପର୍କରେ ଏକ ବଡ ଫିଇସଲା ନେଇ ଅଦାଲତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଏଥର ବିନା ସଂରକ୍ଷଣରେ ପୌର ପରିଷଦ ନିର୍ବାଚନ କରାଯାଉ। କୋର୍ଟ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ଟ୍ରିପଲ ପରୀକ୍ଷା ନହେବା ପର୍ଯ୍ୟନ୍ତ ସଂରକ୍ଷଣ କାର୍ଯ୍ୟକାରୀ କରାଯିବା ଉଚିତ ନୁହେଁ। ୨୦୧୭ ର ଓବିସି ରାପିଡ ସର୍ଭେକୁ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି।
- ସରକାର ଭାରତ ବାୟୋଟେକର ନାଜାଲ ଭାକ୍ସିନ ଇନକୋଭାକକୁ ଅନୁମୋଦନ କରିଥିଲେ। ସୂଚନା ଅନୁଯାୟୀ ନାସାଲ ଭାକ୍ସିନ ମୂଲ୍ୟ ଏକ ହଜାର ଟଙ୍କା ହୋଇପାରେ। ଏଥିରେ ଟିକାର ମୂଲ୍ୟ ୮୦୦ ଟଙ୍କା ହେବ। ଏଥି ସହିତ ଜିଏସ୍ଟି ଏବଂ ହସ୍ପିଟାଲ ଚାର୍ଜ ସମେତ ଏହା ୧୦୦୦ ଟଙ୍କା ମୂଲ୍ୟରେ ଉପଲବ୍ଧ ହେବ।
- ଆନ୍ଧ୍ରପ୍ରଦେଶର ଆନାକାପାଲରେ ଅବସ୍ଥିତ ଏକ ଫାର୍ମାସ୍ୟୁଟିକାଲ କମ୍ପାନୀରେ ଅଗ୍ନିକାଣ୍ଡ ଘଟି ଅଗ୍ନିକାଣ୍ଡରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।
- ଜଗତ୍ସିଂହପୁର ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ ଚାଲିଛି। ଭୁବନେଶ୍ବର ଓ ବାଲେଶ୍ବରରେ ଜଗତ୍ସିଂହପୁର ଡେପୁଟି କଲେକ୍ଟର ପିଲ୍ଲାଙ୍କ ୪ଟି ଫ୍ଲାଟ ରହିଥିବା
- ରାଜ୍ୟକୁ ଫେରିବାରେ କରୋନା କଟକଣା। ଅଧିଂକାଶ ରାଜ୍ୟରେ ମାସ୍କ ବାଧ୍ୟତାମୂଳକ ହେବା ପରେ ରାଜ୍ୟରେ ଏହି ନିୟମ ଆସିପାରେ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।
- ୧୦ ବର୍ଷରୁ ଅଧିକ ପୁରୁଣା ଆଧାରକାର୍ଡର ଅପଡେଟ୍ କରିବା ଲାଗି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଜାରି କରି କୁହାଯାଇଛି। ଜଣଙ୍କର ଡାଟାବେସ୍ରେ ଦିଆଯାଇଥିବା ସୂଚନାର ସଠିକତା ଏବଂ ସର୍ବଶେଷ ତଥ୍ୟ ଉଲ୍ଲେଖ କରିବା ଉଦ୍ଦେଶ୍ୟରେ ଏହାକୁ ଅପଡେଟ୍ କରାଯିବା ଦରକାର ବୋଲି ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ପରାମର୍ଶ ଦେଇଛନ୍ତି।
- ବରଫର ଆସ୍ତରଣ ଭିତରେ ଲୁଚି ଯାଇଛି ଉତ୍ତର ଓ ପଶ୍ଚିମ ଆମେରିକା । ଏହି ଝଡ଼ ଯୋଗୁଁ ଆମେରିକାରେ ଏଯାବତ୍ ୩୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ନ୍ୟୁୟର୍କ ରାଜ୍ୟର ବଫାଲୋ ସହର ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଜଣାପଡିଛି ।
- ୨୦୨୩ଠାରୁ ମଧ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ନିୟମ ବଦଳିବାକୁ ଯାଉଛି। ଏଥିରେ କ୍ରେଡିଟ୍ କାର୍ଡ, ବ୍ୟାଙ୍କ ଲକର, ଜିଏସ୍ଟି ଇ-ଇନ୍ଭଏସ୍, ପେଟ୍ରୋଲ-ଡିଜେଲ ଏବଂ ଏଲପିଜି ମୂଲ୍ୟ କ୍ଷେତ୍ରରେ କିଛି ପରିବର୍ତ୍ତନ ଅନ୍ତର୍ଭୁକ୍ତ।
- ଜାପାନର ଉତ୍ତରାଞ୍ଚଳରେ ପ୍ରବଳ ତୁଷାରପାତ ଯୋଗୁଁ ୧୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯୦ଜଣ ଆହତ ହୋଇଛନ୍ତି। ତୁଷାରପାତ ଯୋଗୁଁ ଶହଶହ ଲୋକ ବିଦ୍ୟୁତ୍ ଯୋଗାଣରୁ ବଞ୍ଚିତ ହୋଇଛନ୍ତି।
- ପୂର୍ବତନ ମାଓବାଦୀ ନେତା ପୁଷ୍ପ କମଲ ଦହଲ ଓରଫ ପ୍ରଚଣ୍ଡ ତୃତୀୟ ଥର ପାଇଁ ନେପାଳର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ନେପାଳ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ସୋମବାର ପ୍ରଚଣ୍ଡଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଶପଥ ପାଠ କରାଇଛନ୍ତି।
- ବିଶ୍ବର ପ୍ରାୟ ୪୦କୋଟି ଟ୍ବିଟର ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହୋଇଛି । ଜଣେ ହ୍ୟାକର ଏହିସବୁ ତଥ୍ୟ ବିକ୍ରି ଉଦ୍ଦେଶ୍ୟରେ ଚୋରି କରିନେଇଛନ୍ତି। ତଥ୍ୟ ଚୋରି ହୋଇଥିବା ଟ୍ବିଟର ବ୍ୟବହାରକାରୀଙ୍କ ମଧ୍ୟରେ ଅଛନ୍ତି ଗୁଗଲ ସିଇଓ ସୁନ୍ଦର ପିଚାଇ, ବଲିଉଡ ଅଭିନେତା ସଲମାନ ଖାଁ, ଭାରତ ସୂଚନା ପ୍ରସାରଣ ମନ୍ତ୍ରଣାଳୟ, ଡୋନାଲ୍ଡ ଟ୍ରମ୍ପ ଜୁନିୟର, ସ୍ପେସ୍ ଏକ୍ସ, ଡୋଜା କାଟ୍, ଚାର୍ଲେ ପୁଥ, ନାସାର ଜେଡବ୍ଲ୍ୟୁଏସ୍ ଆକାଉଣ୍ଟ, ଏନବିଏ ପ୍ରମୁଖ।
- ଗୁଜୁରାଟର ଦାହୋଡରେ ଗୋଟିଏ ବିଦ୍ୟାଳୟର ମୁଖ୍ୟ ଦ୍ୱାର ଖସି ପଡି ୮ ବର୍ଷର ଛାତ୍ରୀ ମୃତ । ଛାତ୍ରୀ ଟି ବିଦ୍ୟାଳୟର ବିରାଟ ଗେଟ୍ ନିକଟରେ ଛିଡା ହୋଇଥିବା ବେଳେ ଏହା ଖସି ପଡିଥିଲା ।
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାନ ଭାଇ ପ୍ରହଲ୍ଲାଦ ମୋଦୀ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା କର୍ଣ୍ଣାଟକର ମୈସୁରରେ ହୋଇଥିଲା । ଏହି ସମୟରେ କାର୍ରେ ତାଙ୍କ ପରିବାର ସଦସ୍ୟ ମଧ୍ୟ ଥିଲେ ।
- ଶ୍ରୀମନ୍ଦିର ପ୍ରବେଶ ଲାଗି ଏଣିକି ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ଧାଡିରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିବନି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପ୍ରବେଶ ଲାଗି ସ୍ୱତନ୍ତ୍ର ଧାଡି ବ୍ୟବସ୍ଥା କରାଯାଇଛି । ସେମାନେ ସ୍ୱତନ୍ତ୍ର ଧାଡିରେ ସିଂହଦ୍ୱାର ବାଟେ ବାଇଶୀ ପାହାଚ ଦେଇ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି ।
- ଗାନ୍ଧି ଫେଲୋଶିପ ୨୦୨୩ର ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଶାୟୀମାନେ ଅଫିସିଆଲ ୱେବସାଇଟ୍ gandhifellowship.orgକୁ ଯାଇ ସବିଶେଷ ବିବରଣୀ ପାଇ ପାରିବେ । ଛାତ୍ରଛାତ୍ରୀଙ୍କୁ ୱେବସାଇଟକୁ ଯାଇ ପ୍ରଥମେ ଲାଟେଷ୍ଟ ନୋଟିଫିକେସନସ ଉପରେ କ୍ଲିକ କରିବାକୁ ପଡ଼ିବ ।
- ହକି ବିଶ୍ୱକପ୍ ପାଇଁ ଭାରତୀୟ ହକି ଦଳ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ଫଳରେ ସେଠାରେ ତାଙ୍କୁ ଭଗ୍ୟ ସ୍ୱାଗତ କରାଯାଇଛି । ତେବେ ହର୍ରମନପ୍ରୀତ ସିଂହଙ୍କ ନେତୃତ୍ୱରେ ହକି ଖେଳାଳି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏଠାରୁ ଆଜି ସଂନ୍ଧ୍ୟାରେ ସେମାନେ ରାଉଲକେଲାରେ ପହଞ୍ଚିବେ । ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ତା କରାଯାଇଛି ।
- ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍.କେ.ଷ୍ଟାଲିନ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଆସନ୍ତା ମାସରେ ପୋଙ୍ଗଲ ଅବସରରେ ସେ ରାସନ କାର୍ଡଧାରୀଙ୍କୁ ୧୦୦୦-୧୦୦୦ ଟଙ୍କା ଦିଆଯିବ । ପୋଙ୍ଗଲ ଅବସରରେ ରାଜ୍ୟ ସରକାର ପ୍ରତିବର୍ଷ ଗରିବ ଲୋକଙ୍କୁ କିଛି ପରିମାଣର ଟଙ୍କା ଦିଅନ୍ତି । ଏହା ସହିତ ଚାଉଳ, ଚିନି ପରି ଜିନିଷ ମଧ୍ୟ ଉପହାର ଭାବରେ ଦିଆଯାଏ ।
- ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ସ୍ଥିର ରହଛି । ଆନ୍ତର୍ଜାତୀୟ ବଜାରରେ ୨୭ ତାରିଖରେ ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୪,୦୦୦ ଟଙ୍କା ରହିଛି ।
|
508 |
Y |
|
1904 |
28-12-2022 |
English |
- The Indian Men’s Hockey Team today reached Odisha ahead of the ‘FIH Odisha Hockey Men’s World Cup 2023 Bhubaneswar-Rourkela’.The team arrived at the Biju Patnaik International Airport in Bhubaneswar this morning and received a grand welcome.
- Odisha Vigilance officials today raided multiple places in connection with allegation against Chittaranjan Pilla, Deputy Collector, Jagatsinghpur regarding possession of assets disproportionate to his known sources of income.
- The Election Commission today said it has initiated the delimitation of assembly and parliamentary constituencies in Assam and will use the 2001 census figures for the readjustment of seats.
- Uttar Pradesh Chief Minister Yogi Adityanath reiterated that the state will give reservations to Other Backward Classes in the local bodies and would hold a survey following Supreme Court guidelines.
- Hospitals in Delhi, Bengaluru and Hyderabad, among other cities, are carrying out Covid-19 drills on Tuesday in light of the increased caution over the virus globally.
- Prime Minister Narendra Modi's brother Prahlad Modi was injured after his car met with an accident near Mysuru this afternoon
- The Union Home Ministry has given its consent to change the names of two places in Uttar Pradesh following recommendations from the state government, officials said on Tuesday.The 'no-objection' certificates were issued by the ministry for changing the name of municipal council 'Mundera Baazar' in Gorakhpur district to 'Chauri-Chaura' and that of 'Telia Afghan' village in Deoria district to 'Telia Shukla', an official said
- The BJP today decided to field its Shalimar Bagh councillor Rekha Gupta as its Delhi Mayor candidate to challenge AAP's Shelly Oberoi in the January 6 elections
- Bharat Biotech's nasal vaccine will cost ₹ 800 plus taxes at private hospitals and slots can now be booked on the CoWin's portal, the pharmaceutical major has announced
- Indian drugmaker Laurus Labs said on Tuesday that four of its employees died following a flash fire in a room in a manufacturing block of its plant in Visakhapatnam, Andhra Pradesh.
- Congress general secretary in-charge communications Jairam Ramesh alleged that the BJP was trying to snoop on the yatris. The Congress has also registered a complaint at a police station in Haryana's Sohna in this regard.
- Governor Anusuiya Uikey has refused to sign the amendment Bills that provide a quota of 32% for STs, 27% for OBCs,13% for SCs and 4% for EWS.
- The unmanned aerial vehicle was intercepted and fired upon by the troops around 7:40 pm on Sunday in an area falling under the territorial limits of Rajatal village in Amritsar.
- The President will address the students and faculty members of Keshav Memorial Educational Society in Hyderabad on Tuesday, and visit Sardar Vallabhbhai Patel National Police Academy to address the Officer Trainees of Indian Police Service.
- Hundreds of tribals observed the annual ‘Sulia Jatra’ at Khairguda village in Odisha’s Balangir district by sacrificing animals.
|
503 |
Y |
|
1905 |
27-12-2022 |
Odia |
- ଚୀନ୍ ବିଶ୍ଵ ପାଇଁ କରୋନା ଦେଇ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଥିବା ଚୀନ୍ରେ କରୋନା ଭୂତାଣୁ ଜଟିଳ ସ୍ଥିତି ସୃଷ୍ଟି କରିଛି। ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଅହେତୁକ ବୃଦ୍ଧି ପାଇଛି।
- ଚାଇନାରେ କରୋନା ସଂକ୍ରମଣ ଭୟଙ୍କର ରୂପ ନେଇଥିବା ବେଳେ ୨୩.୮ ନିୟୁତ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବର୍ତ୍ତମାନ ସୁଦ୍ଧା ଟିକା ନେଇ ନ ଥିବା ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।
- ଗୁଜରାଟର ଆତଙ୍କବାଦ ନିରୋଧ ସ୍କ୍ୱାଡ(ଏଟିଏସ) ର ସୂଚନା ଆଧାରରେ ଭାରତୀୟ ତଟରକ୍ଷୀ ବାହିନୀ ଗୁଜରାଟ ଉପକୂଳ ଆରବ ସାଗରରୁ ଏକ ପାକିସ୍ତାନୀ ଡ଼ଙ୍ଗା ଜବତ କରି ପ୍ରାୟ ୩୦୦ କୋଟି ଟଙ୍କା ମୂଲ୍ୟର ୪୦ କିଲୋଗ୍ରାମ ନିଶାଦ୍ରବ୍ୟ ଓ ବିପୁଳ ପରିମାଣ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଏହା ସହିତ ଡଙ୍ଗାରେ ଥିବା ୧୦ ଜଣ ପାକିସ୍ତାନୀଙ୍କୁ ମଧ୍ୟ ସୁରକ୍ଷାକର୍ମୀମାନେ ଗିରଫ କରିଛନ୍ତି।
- ଭାରତ ଯୋଡ ଯାତ୍ରା ଆରମ୍ଭ ସମୟରେ ରାହୁଲ ଗାନ୍ଧୀ ପିନ୍ଧିଥିବା ଟି-ସାର୍ଟର ଦାମକୁ ନେଇ ବିଜେପି ପ୍ରଶ୍ନ ଉଠାଇଥିବା ବେଳେ ଏବେ ପୁଣି ରାହୁଲ ଗାନ୍ଧୀଙ୍କ ଟି-ସାର୍ଟକୁ ନେଇ ମଧ୍ୟ ପ୍ରଶ୍ନ କରିଛି। ଦେଶରେ ହାଡ଼ଭଙ୍ଗା ଶୀତର ପ୍ରକୋପ ରହିଥିବା ବେଳେ ରାହୁଲ କେବଳ ଏକ ଟି-ସାର୍ଟ ପିନ୍ଧି ବୁଲିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
- ଗତ ଅକ୍ଟୋବର ୩୧ରେ ଦୀର୍ଘ ୩୫ବର୍ଷ ପରେ ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ଜୟପୁରରୁ ଭୁବନେଶ୍ୱରକୁ ବିମାନ ସେବା ସ୍ୱପ୍ନ ସାକାର ହୋଇଥିବା ବେଳେ ଏବେ ଆଉ ଗୋଟିଏ ବିମାନ ମଧ୍ୟ ଏହି ରୁଟ୍ରେ ସେବା ପ୍ରଦାନ କରିବ। ଏନେଇ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଟୁଇଟ ମାଧ୍ୟମରେ ସୂଚନା ଦେଇଛନ୍ତି।୧୯୬୨ରେ ସୁନାବେଡ଼ାରେ ହିନ୍ଦୁସ୍ଥାନ ଏରୋନେଟିକସ୍ ଲିମିଟେଡ୍ (ହାଲ୍) ପ୍ରତିଷ୍ଠା ସମୟରେ ୬୦ ଏକର ଜମିରେ ଜୟପୁରରେ ଏୟାରଷ୍ଟ୍ରିପ୍ ନିର୍ମାଣ ହୋଇଥିଲା ।
- ଚୀନ୍ ସହିତ ଚାଲିଥିବା ତିକ୍ତତା ମଧ୍ୟରେ ଭାରତୀୟ ସେନା ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରଳୟ ସୀମାରେ ମୁତୟନ କରିବାକୁ ଚାହୁଁଛି। ଏଥିପାଇଁ ପ୍ରତିରକ୍ଷା ବିଭାଗ ପକ୍ଷରୁ ୧୨୦ଟି ପ୍ରଳୟ ମିସାଇଲ କିଣାଯିବ। ଡିଆରଡିଓ ଏହି ମିସାଇଲ ତିଆରି କରୁଛି।
- ୨୦୨୨ ମସିହା ଥିଲା ଏସ୍ଟିଏଫ୍ର ସଫଳତାର ବର୍ଷ । ଏବର୍ଷ ଏସ୍ଟିଏଫ୍ ୭୫ଟି ମାମଲା ରୁଜୁ କରି ୧୩୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଥିରେ ଓଡ଼ିଶା ସମେତ ୭ ରାଜ୍ୟର ୧୪ କୁଖ୍ୟତ ଅପରାଧି ରହିଛନ୍ତି । ପଶ୍ଚିମବଙ୍ଗରୁ ୩ଜଣ, ରାଜସ୍ଥାନ, ଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ବିହାରରୁ ୨ଜଣ ଲେଖାଏଁ ହୋଇଥିବା ବେଳେ ଉତ୍ତରପ୍ରଦେଶରୁ ଜଣେ ମୋଷ୍ଟୱାଣ୍ଟେଡ୍ ଏସ୍ଟିଏଫ୍ ପଞ୍ଝାରେ ଫସିଛନ୍ତି ।
- ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଦୋଗନ ଏବଂ ତାଙ୍କ ମନ୍ତ୍ରୀମାନେ ନାଟୋ ସହଯୋଗୀ ଗ୍ରୀସ ଏବଂ ସାଇପ୍ରସ ରିପବ୍ଲିକ ବିରୋଧରେ ଆକ୍ରମଣାତ୍ମକ ବିବୃତ୍ତି ଦେଇଛନ୍ତି।
- ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ, ବିଏସ୍ପି ସୁପ୍ରିମୋ ମାୟାବତୀ ଏବଂ ଆର୍ଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀଙ୍କ ସମେତ ଅଣ-ଭାଜପା ଦଳର ନେତାଙ୍କୁ ଭାରତ ଯୋଡୋ ଯାତ୍ରାରେ ସାମିଲ ହେବାକୁ କଂଗ୍ରେସ ପକ୍ଷରୁ ନିମନ୍ତ୍ରଣ କରାଯାଇଛି। ଏଥିସହ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମାଙ୍କୁ ମଧ୍ୟ ଏହି ଯାତ୍ରାରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଥିବା ଜଣାପଡିଛି।
- ପୁଣିଥରେ ଦିଲ୍ଲୀ-ଏନ୍ସିଆରରେ ବଢିଲା କ୍ଷୀର ଦର। ମଙ୍ଗଳବାରଠାରୁ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିବାକୁ ମଦର ଡାଏରୀ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ମଦର ଡାଏରୀ ଚଳିତ ବର୍ଷ ୫ମ ଥର ପାଇଁ ଏଭରି ଦର ବୃଦ୍ଧି କରିଛି।
- ଖ୍ରୀଷ୍ଟମାସ ଅବସରରେ ବରିଷ୍ଠ ଖ୍ରୀଷ୍ଟିଆନ ଧର୍ମଗୁରୁ ପୋପ ଫ୍ରାନ୍ସିସ ନିବେଦନ କରିଛନ୍ତି ଯେ ୟୁକ୍ରେନରେ ଚାଲିଥିବା ଯୁଦ୍ଧକୁ ଯଥାଶୀଘ୍ର ବନ୍ଦ କରାଯାଉ। ଖ୍ରୀଷ୍ଟମାସ ଅବସରରେ ପ୍ରକାଶିତ ବାର୍ତ୍ତାରେ ସେ କହିଛନ୍ତି ଯେ ୟୁକ୍ରେନରେ ନିରୀହ ଲୋକଙ୍କ ଜୀବନ ଯାଉଛି। ଏହି ଯୁଦ୍ଧ ଅର୍ଥହୀନ।
- କର୍ଣ୍ଣାଟକ ସରକାର ନୂଆବର୍ଷର ଉତ୍ସବ ପାଳନ ପାଇଁ ସୋମବାର ନିୟମାବଳୀ ଲାଗୁ କରିଛନ୍ତି। ସରକାର ସିନେମା ହଲ୍, ଥିଏଟର, ବିଦ୍ୟାଳୟ ଓ କଲେଜରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ସେହିପରି ରେସ୍ତୋରାଁ, କ୍ଲବ ଆଦି ସ୍ଥାନରେ ନୂଆବର୍ଷ ପାଳନ ପାଇଁ ମାସ୍କ ବାଧ୍ୟତାମୂଳକ କରିଛନ୍ତି।
- ବିଜୁ ଜନତା ଦଳ ଆଜି ପାଳନ କରୁଛି ୨୬ତମ ପ୍ରତିଷ୍ଠା ଦିବସ। ପୁରୀରେ ସମାରୋହରେ ଦଳର ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ପ୍ରାୟ ୪୦ରୁ ୫୦ ହଜାର କର୍ମୀ ଓ ନେତାଙ୍କ ସମାଗମ ହୋଇଛି। ଲୋକମାନଙ୍କ ପାଇଁ ଭଲ କାମ କରିବାକୁ ଶ୍ରୀକ୍ଷେତ୍ରରୁ ଦଳୀୟ କର୍ମୀଙ୍କୁ ମନ୍ତ୍ର ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
- ଆଇଏଏସ୍ ସ୍ତରରେ ଅଦଳବଦଳ। ବରିଷ୍ଠ ଆଇଏଏସ୍ ଅଧିକାରୀ (ଅମଲାତନ୍ତ୍ର) ସନ୍ତୋଷ କୁମାର ଯାଦବଙ୍କୁ ସୋମବାର ଦିନ ଜାତୀୟ ରାଜପଥ ପ୍ରାଧିକରଣ (NHAI) ର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ ଦିଆଯାଇଛି। ଉତ୍ତରପ୍ରଦେଶ କ୍ୟାଡରର ୧୯୯୫-ବ୍ୟାଚ୍ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ଯାଦବ ବର୍ତ୍ତମାନ ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗରେ ଅତିରିକ୍ତ ସଚିବ ଅଛନ୍ତି।
- ଭାରତ ଜି-୨୦ କଥାବସ୍ତୁକୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିବା ପାଇଁ ଶିକ୍ଷାନୁଷ୍ଠାନ, ସାମାଜିକ ସଂଗଠନ ସମେତ ବିଭିନ୍ନ ଅନୁଷ୍ଠାନକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଭାରତର ଜି -୨୦ ଅଧ୍ୟକ୍ଷତାକୁ ନେଇ ଓଡ଼ିଶାର ଗ୍ରାମାଞ୍ଚଳରେ ଉତ୍ସାହ ଦେଖି ଆନନ୍ଦିତ ।
- କୋଭିଡ ଗାଇଡଲାଇନ୍ ଅନୁଯାୟୀ ୧୦ମ ଓ ଦ୍ୱାଦଶ ପରୀକ୍ଷା ହେବ । ଅନ୍ୟ ଦେଶରେ କୋଭିଡ ବଢ଼ୁଥିବାରୁ ନିୟମ ମାନିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟ ଦେଶରେ କୋଭିଡ ବ୍ୟାପୁଥିବାରୁ ପିଲାମାନେ ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତା ରକ୍ଷା କରନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକ ମାନିବାକୁ ସେ ପରାମର୍ଶ ଦେଇଛନ୍ତି ।
- ଓଡିଶା ହେଲଥ୍ ଆସୁରାନ୍ସ ସୋସାଇଟିର ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡାକ୍ତର ବୃନ୍ଦା ଡ଼ି. କହିଥିଲେ ଯେ ଚଳିତ ବର୍ଷ ଜାନୁଆରୀ ୧ ତାରିଖରୁ ଡ଼ିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ପ୍ରାୟ ୬.୩୧ ଲକ୍ଷ ଲୋକ ବିଭିନ୍ନ ଘରୋଇ ହସ୍ପିଟାଲରେ ଉଚ୍ଚମାନର ଦେୟମୁକ୍ତ ଚିକିତ୍ସା ପାଇଛନ୍ତି । ସେମାନଙ୍କର ଚିକିତ୍ସା ବାବଦରେ ରାଜ୍ୟ ସରକାର ଘରୋଇ ହସ୍ପିଟାଲମାନଙ୍କୁ ପ୍ରାୟ ୧୩୮୯ କୋଟି ଟଙ୍କାର ବିଲ୍ ପୈଠ କରିଛନ୍ତି ।
- ଅଲ ଇଣ୍ଡିଆ କାଉନସିଲ୍ ଫର ଟେକ୍ନିକାଲ୍ ଏଜୁକେସନ୍ (AICTE) ପୋଷ୍ଟ ଗ୍ରାଜୁଏଟ୍ ସ୍କଲାରସିପ୍ ସ୍କିମ୍ ତାରିଖକୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛି । ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ବର୍ତ୍ତମାନ ଡିସେମ୍ବର ୩୧ ପର୍ଯ୍ୟନ୍ତ ଅଫିସିଆଲ୍ ୱେବସାଇଟ୍ pgscholarship.aicte-india.org କୁ ଯାଇ ଆବେଦନ କରିପାରିବେ। ଯେଉଁ ଛାତ୍ରମାନେ GATE, GPAT କିମ୍ବା CEED ଯୋଗ୍ୟତା ହାସଲ କରିଛନ୍ତି ଏବଂ AICTE ଅନୁମୋଦିତ ଅନୁଷ୍ଠାନ କିମ୍ବା ପ୍ରୋଗ୍ରାମରେ ଅଛନ୍ତି ସେମାନେ ଛାତ୍ରବୃତ୍ତି ପାଇଁ ଆବେଦନ କରିପାରିବେ।
- ଦିଲ୍ଲୀର ସୁବାଷ ନଗର ଅଞ୍ଚଳରେ ଘଟିଛି ଏଭଳି ଘଟଣା। ରାତିରେ ସମସ୍ତେ ଶୋଇଥିବା ବେଳେ ଅଭିଯୁକ୍ତ ଆସି ପାର୍କ ହୋଇଥିବା କାରରେ ନିଆଁ ଲଗାଇଥିଲେ। ହେଲେ ତାଙ୍କୁ ଜଣାନଥିଲା ଯେ ୨୦ଟି କାର ଜଳି ପାଉଁଶ ହୋଇଯିବ। ଏହି ଘଟଣା ପରେ ପୁଲିସ ଅଭିଯୁକ୍ତ ୟଶ ଆରୋରା(୨୩)କୁ ଗିରଫ କରିଛି।
- ପ୍ରବଳ ଥଣ୍ଡା ଓ ବରଫ ପାତ ଯୋଗୁଁ ଆମେରିକା, ୟୁରୋପ ଓ ଜାପାନରେ ଜୀବନଯାତ୍ରା ପ୍ରଭାବିତ ହୋଇଛି । ବରଫ ଝଡ଼ ଯୋଗୁଁ ଆମେରିକାରେ ଏପର୍ଯ୍ୟନ୍ତ ୩୨ ଜଣ ଲୋକ ପ୍ରାଣ ହରାଇଥିବାବେଳେ ଜାପାନରେ ୧୭ ଜଣ ମୃତ୍ୟୁବରଣ କରିଛନ୍ତି ।
|
530 |
Y |
|
1906 |
27-12-2022 |
English |
- At least six girl students were hospitalised after being injured in a stampede-like situation at Srimandir here Monday said.
- The state government has spent around `1,389 crore towards cashless treatment of 6.31 lakh people under its flagship health assurance scheme Biju Swasthy Kalyan Yojana (BSKY) during the current calendar year.
- In sixth consecutive conviction, a Vigilance court here Monday awarded three years rigorous imprisonment (RI) to former IAS officer, Vinod Kumar along with five others after finding them guilty of providing illegal loans to a real estate firm by abusing their official positions. The court also asked the convicts to pay a fine of `1 lakh each.
- The Central government has included the Utkela airstrip in Kalahandi district under its ambitious UDAN (Ude Desh ka Aam Nagrik) scheme. However, delay in land acquisition for the airstrip has held back the implementation of the UDAN scheme at the airstrip.
- Nearly 90 sheep and eight vultures were killed on Sunday after being hit by two trains in Uttar Pradesh's Balrampur district. The incident took place in the Pachperwa police station area, near the Saryu bridge.
- Ukrainian President Volodymyr Zelenskyy on Monday said he held a telephonic conversation with Prime Minister Narendra Modi and that he counted on India's participation for the implementation of his peace formula.
- Former Congress president Rahul Gandhi visited the memorials of Mahatma Gandhi and several former prime ministers, including Atal Bihari Vajpayee, and paid tributes to them here Monday. Wearing a white T-shirt on a chilling December morning.
- Until the apex court takes decision in the matter, the areas of Belagavi (Belgaum), Karwar, Nippani should be declared as a UT. This point must be included in the resolution that is passed in the legislature said Uddhav Thackeray.
- Twenty cars were gutted at a multi-level parking facility in west Delhi’s Subhash Nagar Monday morning following a blaze that started allegedly after a 23-year-old man set afire one of the vehicles to take revenge on its owner, police said.
- The Russian military reported Monday that it shot down a Ukrainian drone approaching an airbase deep inside Russia, the second time the airbase has been targeted this month, raising questions about the effectiveness of Russia's air defenses if drones can fly that far into the country.
- The Reserve Bank of India failed to deliver on its contracted inflation target for the first time, started fiat digital currency pilot and finally saw its efforts to improve bank balance sheets see fruition in 2022, making it a mixed year for the central bank.
- Union Health Minister Mansukh Mandaviya on Monday stressed on the importance of preventing an infodemic and sharing only authentic and verified information on COVID-19.
- Three fresh criminal cases, including one under the stringent Gangsters Act, were registered against jailed Samajwadi Party MLA Irfan Solanki on Monday, a police officer said.
- A Border Security Force personnel was beaten to death in Gujarat's Nadiad after he protested against the circulation of an obscene video of his daughter.
- The Rajasthan government has approved a revised financial proposal of ₹ 4,279.70 crore for the construction of 16 state highways.
- In an apparent dig at the opposition ahead of the 2024 assembly polls and general election, Odisha Chief Minister Naveen Patnaik on Monday said development of the state is "not in focus" of national parties.
- The Telangana High Court today transferred the 'poachgate' case -- involving four MLAs of the ruling Bharat Rashtra Samithi and some individuals accused of being linked to the BJP -- to the Central Bureau of Investigation.
- Biju Swasthy Kalyan Yojana (BSKY), the unique universal health programme of Odisha Government strides success with noticeable progress during the current calendar year. This was known from a performance review meeting taken by Secretary of Health and Family Welfare Smt Shalini Pandit recently.
- The Matric Summative-I and Plus Two examinations will be held with adherence to COVID guidelines in Odisha, said School & Mass Education Minister Samir Ranjan Dash on Monday.
- The Karnataka government has made face masks mandatory in schools, colleges, movie theatres, pubs, restaurants, and bars. The New Year’s celebrations have been also limited only until 1 a.m. This comes amid the surge of Covid-19 cases in other countries with the apprehension of a fourth wave.
|
497 |
Y |
|
1907 |
26-12-2022 |
Odia |
୨୬।୧୨।୨୨( ସୋମବାର)
- ଆଇଆଇଟି କାନପୁରର ବୈଜ୍ଞାନିକ ଏବଂ ହୃଦରୋଗ ବିଶେଷଜ୍ଞମାନେ ବର୍ତ୍ତମାନ ହୃଦୟ ରୋଗୀଙ୍କ ପାଇଁ ଏକ କୃତ୍ରିମ ହାର୍ଟ ବିକଶିତ କରିଛନ୍ତି, ଯାହା ମାଧ୍ୟମରେ ହାର୍ଟ ପ୍ରତିରୋପଣ କରାଯାଇପାରିବ। ଆଇଆଇଟି କାନପୁର ନିର୍ଦ୍ଦେଶକ ପ୍ରଫେସର ଅଭୟ କରନ୍ଦିକର କହିଛନ୍ତି ଯେ ୨୦୨୩ ରେ ପରୀକ୍ଷା ପରେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ମନୁଷ୍ୟଠାରେ କୃତ୍ରିମ ହାର୍ଟ ପ୍ରତିରୋପଣ କରାଯାଇପାରିବ।
- ପୁଷ୍ପ କମଲ ଦହଲ ଓରଫ ପ୍ରଚଣ୍ଡ ନେପାଳର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି।ସୋମବାର ଅପରାହ୍ନ ୪ଠାରେ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ପ୍ରଚଣ୍ଡ ଶପଥ ନେବେ ବୋଲି ଜଣାପଡିଛି।
- ଶନିବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ରାଜଧାନୀରେ ଥିବା ‘ସେକ୍ରଡ୍ ହାର୍ଟ କ୍ୟାଥିଡ୍ରଲ୍’ ଗୀର୍ଜାକୁ ଯାଇ ବଡ଼ଦିନ ଅବ୍ୟବହିତ ପୂର୍ବରୁ ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
- ସାଇବେରିଆର କେମରୋଭୋ ସହରରେ ଥିବା ଏକ ଅଣ-ପଞ୍ଜୀକୃତ ଜରାନିବାସରେ ଅଗ୍ନିକାଣ୍ଡ ଘଟି ଶନିବାର ଅତି କମ୍ରେ ୨୦ ଜଣ ବରିଷ୍ଠ ନାଗରିକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଉକ୍ତ କୋଠାର ଦ୍ବିତୀୟ ମହଲା ସମ୍ପୂର୍ଣ୍ଣ ପୋଡ଼ିଯାଇଛି।
- ଚାଇନା ନ୍ୟାସନାଲ ହେଲଥ କମିସନ(ଏନଏଚସି) ତଥ୍ୟ ଏବଂ ବ୍ଳୁମ୍ବର୍ଗ ରିପୋର୍ଟ ଅନୁସାରେ ଦୈନିକ ୧୦ ଲକ୍ଷ ଲୋକ ସଂକ୍ରମିତ ହେବାରେ ଲାଗିଛନ୍ତି। ସେହିପରି ଚଳିତ ମାସ ୨୦ ତାରିଖ ସୁଦ୍ଧା ମୋଟ ଜନସଂଖ୍ୟାର ୧୮ ପ୍ରତିଶତ ବା ୨୪୮ ନିୟୁତ ଲୋକ କରୋନା କବଳିତ ହୋଇଛନ୍ତି।
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ଷର ଶେଷ ତଥା ୯୬ତମ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ସମ୍ବୋଧିତ କର କହିଛନ୍ତି ଯେ, ୨୦୨୨ରେ ଦେଶ ଗତିଶୀଳ ହୋଇଛି। ଦେଶର ବହୁ ଲୋକ ଇତିହାସ ରଚିଛନ୍ତି।
- ଜେଲରେ ଥିବା ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଆସନ୍ତା ୧୫ ଦିନ ପାଇଁ ପରିଦର୍ଶକଙ୍କୁ ଭେଟି ପାରିବେ ନାହିଁ। ଟେବୁଲ ଏବଂ ଚେୟାର ପରି ସୁବିଧା ଜେଲରେ ଥିବା ତାଙ୍କ କୋଠରୀରୁ ହଟାଇ ଦିଆଯାଇଛି।
- ଆସାମରେ ନ୍ୟାଶନାଲ ରେଜିଷ୍ଟର ଅଫ ସିଟିଜେନ୍ସ (ଏନଆରସି) କୁ ଅପଡେଟ କରିବା ପ୍ରକ୍ରିୟାରେ କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ ଅଫ ଇଣ୍ଡିଆ (ସିଏଜି) ବହୁତ ତ୍ରୁଟି ହୋଇଥିବା ଜାଣିବାକୁ ପାଇଛନ୍ତି। ଏନଆରସି ତଥ୍ୟ ଅଦଳବଦଳ ଅଭିଯୋଗ ହୋଇଛି।
- ଆମେରିକାରେ ଭାରତୀୟ ମୂଳ ବାସିନ୍ଦା ପଞ୍ଜାବି ମିକି ହୋଥିଙ୍କୁ ସର୍ବସମ୍ମତି କ୍ରମେ ଉତ୍ତର କାଲିଫର୍ନିଆ ଲୋଦି ସହରର ମେୟର ନିର୍ବାଚିତ କରାଯାଇଛନ୍ତି । ଏହା ସହ ମିକି ହୋଥି, ଯାହାଙ୍କୁ ସବୁଠାରୁ ଉଚ୍ଚ ସ୍ଥାନ ମିଳିବା ସହ ସେ ପ୍ରଥମ ଶିଖ ଭାବେ ଏହି ଗୌରବ ହାସଲ କରିଛନ୍ତି ।
- ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ (ଏମ୍ଏସ୍ଆଇଏଲ୍)ର ସମସ୍ତ ଯାନ (କାର୍)ର ଦର ବୃଦ୍ଧି ନେଇ ଘୋଷଣା କରାଯାଇଛି। ଏପରିକି ୨୦୨୩ ଜାନୁୟାରୀରୁ କମ୍ପାନୀ ତା’ର ସମସ୍ତ ଯାନର ଦର ବଢ଼ାଇବା ସମ୍ପର୍କରେ ଯୋଜନା କରୁଥିବା ଜଣାପଡ଼ିଛି।
- ଚାଇନାର ଜିନଜିଆଙ୍ଗ ପ୍ରଦେଶରେ ରବିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ସୁନା ଖଣି ଧସି ପଡିଛି। ଫଳରେ କାମ କରୁଥିବା ୧୮ଜଣ କର୍ମଚାରୀ ମାଟି ତଳେ ଫସି ରହିଛନ୍ତି। ଅଧିକାରୀ କହିଛନ୍ତି ଯେ ଘଟଣା ସମୟରେ ମୋଟ ୪୦ ଜଣ କର୍ମଚାରୀ ଖଣି ଭିତରେ ଥିଲେ। ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
- ଦେଶର ପ୍ରମୁଖ ଡିଜିଟାଲ ପେମେଣ୍ଟ ସଂସ୍ଥା ଫୋନ୍ପେ ତା’ର ମାଲିକାନା ସଂସ୍ଥା ଫ୍ଲିପ୍କାର୍ଟଠାରୁ ଅଲଗା ହୋଇଯାଇଥିବା ଜଣାପଡ଼ିଛି। ବିଶେଷକରି ଏକ ସ୍ବାଧୀନ କମ୍ପାନୀ ଭାବେ ଏହା ପରିଚାଳିତ ହେବ ବୋଲି ସୂଚନା ମିଳିଛି।
- ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଟିମ ଇଣ୍ଡିଆ ବାଂଲାଦେଶକୁ ୨-୦ରେ ପରାସ୍ତ କରିଛି। ଭାରତ ପାଇଁ ଏହି ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ଏବଂ ଶ୍ରେୟସ ଆୟର ବିଜୟର ହିରୋ ଥିଲେ। ଉଭୟ ଏହି ମ୍ୟାଚରେ ୭୧ ରନର ଏକ ମ୍ୟାଚ ବିଜୟୀ ଭାଗିଦାରୀ କରିଥିଲେ।
- କ୍ୟାନ୍ସର ରୋଗ ସହ ଲଢୁଥିବା ବ୍ରାଜିଲର ଫୁଟବଲ ମହାନ ଖେଳାଳି ପେଲେଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସୁନାହିଁ। ସେ ସାଓ ପାଉଲୋରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟକୁ ଦେଖି ସମ୍ପର୍କୀୟମାନେ ଡାକ୍ତରଖାନାରେ ପହଞ୍ଚିବା ଆରମ୍ଭ କରିଛନ୍ତି। ପେଲେଙ୍କ ସ୍ବାସ୍ଥ୍ୟ କ୍ରମାଗତ ଭାବେ ଅବନତି ଘଟୁଛି। ଡାକ୍ତରଖାନା ଅନୁଯାୟୀ, ୮୨ ବର୍ଷୀୟ ଫୁଟବଲର୍ଙ୍କୁ ବିଶେଷ ଯତ୍ନରେ ଚିକିତ୍ସା କରାଯାଉଛି। ତାଙ୍କର କିଡନୀ ପ୍ରଭାବିତ ହୋଇଛି।
- ଦୁଇଟିକିଆ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ବାଂଲାଦେଶକୁ ତିନି ୱିକେଟରେ ପରାସ୍ତ କରିଛି। ମ୍ୟାଚର ଚତୁର୍ଥ ଦିନରେ ରବିବାର ୭ ୱିକେଟ ହରାଇବା ସହିତ ଭାରତ ୧୪୫ ରନର ଲକ୍ଷ୍ୟ ହାସଲ କରିଥିଲା।
- ପବିତ୍ର ବଡ଼ଦିନ ତଥା ୨୦୨୨ ମସିହାର ଶେଷ ରବିବାର ଦିନ ଭୁବନେଶ୍ବରସ୍ଥିତ ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ୫୧ ହଜାର ୫୦୬ ଜଣ ପର୍ଯ୍ୟଟକ ବୁଲିଛନ୍ତି। ପର୍ଯ୍ୟଟକମାନଙ୍କ ମଧ୍ୟରୁ ହଜାର ହଜାର ଲୋକ ଭୋଜିଭାତରେ ଦିନ ବିତାଇଛନ୍ତି।
- ରାଉରକେଲାରେ ନିଜ ଘରେ ପହଞ୍ଚିଲେ ମୁକ୍ତିକାନ୍ତ ବିଶ୍ୱାଳ। ଭୁବନେଶ୍ୱର ପୁଲିସ ମୁକ୍ତିକାନ୍ତଙ୍କୁ ରାଉରକେଲା ସେକ୍ଟର ୨ ଅନ୍ତର୍ଗତ ଖରିଆବାହାଲ ବସ୍ତିରେ ତାଙ୍କ ବାପା ମାଙ୍କୁ ଜିମା ଦେଇଛନ୍ତି।
- ଲୋକପ୍ରିୟ ତେଲୁଗୁ ଅଭିନେତା ଚଲପତି ରାଓଙ୍କ ପରଲୋକ ଘଟିଛି। ହୃଦଘାତ କାରଣରୁ ରବିବାର ସକାଳେ ୭୮ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ହାଇଦ୍ରାବାଦ ସ୍ଥିତ ତାଙ୍କ ଘରେ ସେ ହୃଦଘାତର ଶିକାର ହୋଇଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିିଥିଲା।
- ରାଜଧାନୀରେ ପୁଣି ଥରେ ପଥୋତ୍ସବ ଅନୁଷ୍ଠିତ ହୋଇଛି। ରବିବାର ସକାଳ ସାଢ଼େ ୬ଟାରୁ ଆରମ୍ଭ ହୋଇ ସକାଳ ସାଢ଼େ ୯ଟା ପର୍ଯ୍ୟନ୍ତ ଜନପଥରେ ପଥୋତ୍ସବ ଚାଲିଥିଲ। ଏହି ଅବସରରେ ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମରେ ଝୁମିଥିଲେ ରାଜଧାନୀବାସୀ। ଏଥିରେ ଯୋଗ, ନାଚ, ଗୀତ, କ୍ରୀଡ଼ା, ଚିତ୍ରାଙ୍କନ ଓ ମାଗଣା ସ୍ବସ୍ଥ୍ୟ ଶିବିର ଆଦି କାର୍ଯ୍ୟକ୍ରମ ହୋଇଥିଲା।
- ଓଡ଼ିଶାକୁ ଫେରିଛି ବିଶ୍ୱକପ୍ ହକି ଟ୍ରଫି । ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ବୁଲି ସାରିବା ପରେ ବିଶ୍ୱକପ୍ ହକି ଟ୍ରଫିକୁ ଓଡ଼ିଶା ଅଣାଯାଇଛି । ପରେ ପରେ ଭୁବନେଶ୍ୱର ମହାନଗର ନିଗମକୁ ବିଶ୍ୱକପ୍ ଟ୍ରଫି ହସ୍ତାନ୍ତର କରାଯାଇଛି ।
|
509 |
Y |
|
1908 |
26-12-2022 |
English |
- At least 23 people die in the US winter storm as bone-chilling cold continues to grip the country.
- A 40-year-old man, who returned from China two days back, has tested positive for COVID-19 following which he has been isolated at his home here, officials said Sunday.
- After travelling across 13 states and a Union territory, the men’s Hockey World Cup trophy made its way back to Odisha, as it is gearing up to host the sporting extravaganza next month.
- CPN-Maoist Centre chairman Pushpa Kamal Dahal Prachanda was Sunday appointed Nepal’s new Prime Minister, after the former guerrilla leader dramatically broke away from the fiveparty ruling alliance led by the Nepali Congress, ending the political uncertainty after last month’s general elections failed to produce a clear winner.
- Popular street festival Patha Utsav made a grand comeback on the smart Janpath after around two years of hiatus, Sunday.
- Rajasthan Police have arrested 55 people including the mastermind in connection with the paper leak of the Rajasthan Public Service Commission (RPSC) teachers' recruitment examination.
- As the clock nears the FIH Odisha Hockey Men’s World Cup 2023 Bhubaneswar-Rourkela, the excitement and enthusiasm among hockey fans around the world have already reached beyond its peak.The tournament, which is set to begin on January 13, 2023, will see 16 elite hockey teams from around the world in action.
- At least 16 people were killed and 64 others were wounded in Russian strikes in Ukraine’s Kherson Oblast.
- Veteran Telugu actor Tammareddy Chalapathi Rao died of cardiac arrest here on Sunday. He was 78.
- The new draft of the Four Year Undergraduate Programme (FYUP) will help students who aspire to pursue higher education abroad.The craze among Indian students to study abroad was increasing every year.
- Noted sand artist Sudarsan Pattnaik has created world’s biggest tomato-sand Santa Claus at Gopalpur beach in Odisha on the occasion of Christmas.The sand art was sculpted with the use of 1.5 tonnes of tomatoes. The sculpture is 27 ft high and 60 ft wide.
- The Delhi Public Works Department (PWD) will install elephant statues at various locations on the stretch from Dhaula Kuan to Indira Gandhi International (IGI) Airport as part of the beautification process ahead of the G-20 summit next year.
|
580 |
Y |
|
1909 |
25-12-2022 |
Odia |
୨୫।୧୨।୨୨( ରବିବାର)
- ଡିସେମ୍ବର ୨୫ ତାରିଖକୁ ସାରା ବିଶ୍ୱ ଖ୍ରୀଷ୍ଟମାସ ବା ବଡ଼ଦିନ ଭାବେ ପାଳନ କରିଥାଏ। ଶାନ୍ତି, ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ ୨୪ ତାରିଖ ମଧ୍ୟରାତ୍ରୀରେ ଧରାବତରଣ କରିଥାନ୍ତି ପ୍ରଭୁ ଯୀଶୁ। ଧରାପୃଷ୍ଠରେ ପ୍ରଭୁଙ୍କ ସ୍ୱାଗତ ଲାଗି ଚର୍ଚ୍ଚଗୁଡ଼ିକ ଆଲୋକମାଳାରେ ସଜ୍ଜାଯିବା ସହ ସାରା ବିଶ୍ୱ ଆଜି ଉତ୍ସବମୁଖର ହୋଇଉଠେ ।
- ଲେଖିକା କମଳା ଶତପଥୀ ଓଡ଼ିଆ ଅନୁବାଦ ପାଇଁ ୨୦୨୨ର କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ ପାଇବେ । ସୟଦ ସଲିମଙ୍କ ତେଲୁଗୁ ଉପନ୍ୟାସ ‘ଭେନ୍ଦି ମେଘମ୍’ ପୁସ୍ତକର ଓଡ଼ିଆ ଅନୁବାଦ ‘ସୁନେଲି ବାଦଲ’ ପାଇଁ କମଳା ଶତପଥୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ମୂଳ ତେଲଗୁ ପୁସ୍ତକର ରଚୟିତା ହେଉଛନ୍ତି ସୟଦ ସଲିମ । ଆସନ୍ତା ବର୍ଷ ଏକ ସ୍ଵତନ୍ତ୍ର ଉତ୍ସବରେ ତାଙ୍କୁ ୫୦ ହଜାର ଟଙ୍କା ଓ ଏକ ତାମ୍ର ଫଳକ ପୁରସ୍କାର ବାବଦରେ ପ୍ରଦାନ କରାଯିବ ।
- ଲୋକପ୍ରିୟ ମରାଠି ଅଭିନେତ୍ରୀ ତୁନିଶା ଶର୍ମା ମାତ୍ର ୨୦ ବର୍ଷ ବୟସରେ ଆତ୍ମହତ୍ୟା କରିଛନ୍ତି ସୁଟିଂ ସେଟରେ ମେକଅପ ରୁମରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।
- ଉତ୍ତର ପ୍ରଦେଶର ମଥୁରାରେ ଥିବା ଶ୍ରୀକୃଷ୍ଣ ଜନ୍ମଭୂମି ଓ ଶାହୀ ମସଜିଦ ବିବାଦ ସହ ଜଡିତ ଆବେଦନର ଶୁଣାଣି କରିଛନ୍ତି ସ୍ଥାନୀୟ କୋର୍ଟ । ଏହି ମାମଲାରେ ବିବାଦିତ ଜମିକୁ ସର୍ଭେ କରିବାକୁ ନର୍ଦ୍ଦେଶ ଦେଇଛନ୍ତି ମଥୁରା କୋର୍ଟ ।
- ଓଡ଼ିଶାର ପ୍ରମୂଖ ଶକ୍ତି ପୀଠ ଭାବରେ ମା ମଙ୍ଗଳା ପୀଠ ଓଡ଼ିଶାର ଘରେ ଘରେ ପରିଚିତ । ପ୍ରତିଦିନ ହଜାର ହଜାର ଭକ୍ତ ମା ଙ୍କ ଦର୍ଶନ ପାଇଁ କାକଟପୁର ଆସିଥାନ୍ତି। ତେଣୁ 5T ଉପକ୍ରମରେ ଏ ପୀଠର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
- ବିହାରର ମୋତିହାରୀରେ ଏକ ଇଟାଭାଟିରେ ବିସ୍ଫୋରଣ ଘଟି ୭ ଜଣଙ୍କର ମୃତ୍ୟୁ ହୋଇଛି। ରାମଗଢବାର ନରିଲଗିରିରେ ଏହି ଅଘଟଣ ଘଟିଛି ।
- ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଲଗାତାର ୧୦ମ ଥରପାଇଁ ଶନିବାର ଆଓ୍ବାମି ଲିଗ୍ର ଅଧ୍ୟକ୍ଷା ଭାବେ ସଦସ୍ୟଙ୍କ ଦ୍ୱାରା ଚୟନ ହୋଇଛନ୍ତି।
- ଚୀନ୍ରେ ଏବେ ହୁ ହୁ ହୋଇ ସଂକ୍ରମଣ ବଢୁଥିବାରୁ ଏହି ଦେଶ ସମେତ ଅନ୍ୟ ରାଷ୍ଟ୍ରମାନଙ୍କ ପାଇଁ ବିପଦ ବଢିଛି ବୋଲି ଗଭୀର ଚିନ୍ତାପ୍ରକଟ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)। ଏପରିକି ଏଠି ଚତୁର୍ଥ ଲହର ଆସିବା ସହ ୩ ମାସ ମଧ୍ୟରେ ୮୦ କୋଟି ଲୋକ ସଂକ୍ରମିତ ହେବା ଏବଂ ପ୍ରାୟ ୧୦ ଲକ୍ଷରୁ ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ହେବା ସମ୍ପର୍କିିତ ରିପୋର୍ଟ ସାରା ବିଶ୍ବସମାଜକୁ ଚିନ୍ତିତ କରିଛି।
- ଡିସେମ୍ବର ୧୬ରେ ଅବତାର ୨’ ରିଲିଜ ହୋଇଥିଲା।ରିଲିଜ ପରେ ଫିଲ୍ମଟି ଭଲ ବ୍ୟବସାୟ କରିବା ଆରମ୍ଭ କରିଥିବା ସହ ଏବେ କେବଳ ଭାରତରେ ହିଁ ଫିଲ୍ମଟି ୨୦୦କୋଟି ଆୟ କରିସାରିଥିବା ଜଣାପଡ଼ିଛି।
- ଦେଶବ୍ୟାପୀ ଭାରତ ଯୋଡ଼ ଯାତ୍ରା ପାଇଁ ବର୍ତ୍ତମାନ ଚର୍ଚ୍ଚା ପାଲଟିଥିବା କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଆଗାମୀ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋର୍ସୋର୍ ଚଳାଇଛନ୍ତି।
- ଶନିବାର ଦିନ ମୁମ୍ବାଇର ସ୍ୱତନ୍ତ୍ର କୋର୍ଟ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚ୍ଚରଙ୍କୁ ୩ଦିନିଆ ସେଣ୍ଟ୍ରାଲ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ) ହେପାଜତକୁ ପଠାଇଛନ୍ତି।
- ନୂତନ ଜାତୀୟ ଶିକ୍ଷା ନୀତି ଜରିଆରେ ପ୍ରଥମ ଥର ପାଇଁ ଦେଶରେ ପ୍ରଗତିଶୀଳ ଏବଂ ଉଗ୍ର-ଆଧୁନିକ ଶିକ୍ଷା ବ୍ୟବସ୍ଥା ସୃଷ୍ଟି କରାଯାଉଛି ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
- ଦୁବାଇରେ ରହୁଥିବା ଜଣେ ଭାରତୀୟ ଡ୍ରାଇଭର୍ ଅଜୟ ଓଗୁଲା ‘ଏମିରେଟସ୍ ଡ୍ର’ ଲଟେରିରେ ୧୫ ନିୟୁତ ଦିରମ୍ ବା ଭାରତୀୟ ମୁଦ୍ରାରେ ୩୩ କୋଟି ଟଙ୍କା ଜିଣିଛନ୍ତି। ‘ସଂଯୁକ୍ତ ଆରବ ଏମିରେଟ୍ସ୍’ର ଦୈନିକ ସମ୍ବାଦପତ୍ର ‘ଖଲିଜ୍ ଟାଇମ୍ସ୍’ ରିପୋର୍ଟ କରିଛି।
- ପରୀକ୍ଷାରେ କପି କରୁଥିବା ଶିକ୍ଷାର୍ଥୀ କେବେ ମଧ୍ୟ ଦେଶ ଗଠନ କରିପାରିବେ ନାହିଁ। ଏଭଳି କାର୍ଯ୍ୟ ବିରୋଧରେ କଡ଼ା ଅନୁଶାସନ ଜରୁରୀ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି।
- ବର୍ତ୍ତମାନ ଆଧାର କାର୍ଡରେ ରଖାଯାଇଥିବା ଡକ୍ୟୁମେଣ୍ଟଗୁଡ଼ିକର ତଥ୍ୟ ରେକର୍ଡକୁ ୧୦ ବର୍ଷ ପରେ ଅପଡେଟ କରିବାକୁ ପଡିବ।
- ୟୁକ୍ରେନ ପାଇଁ ଆମେରିକା୪୫ ବିଲିୟନ ଡଲାର ସହାୟତା ପ୍ୟାକେଜକୁ ଅନୁମୋଦନ କରିଛି।
- ଟେଲିଭିଜନ ତଥା ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ ରଜିତା କୋଚର। ୭୦ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି।
- ମିଶନ ଡ୍ରିମ ପକ୍ଷରୁ ଓଡ଼ିଆ ଝିଅ କେ.ଆର ସନ୍ତୋଷିନୀ ହୋଇଛନ୍ତି ମିସ୍ ଇଣ୍ଡିଆ। କଲକାତାରେ ମିଶନ ଡ୍ରିମ ପକ୍ଷରୁ ଆୟୋଜିତ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଦେଶର ୫୦ଜଣ ପ୍ରତିଦ୍ବନ୍ଦ୍ବୀଙ୍କୁ ପଛରେ ପକାଇ ସେ ଏହି ବିଜୟ ମକୁଟ ପିନ୍ଧିଛନ୍ତି।
- ବେଙ୍ଗାଲୁର- ବିଦ୍ୟାଳୟରେ ମାସ୍କ ପିନ୍ଧିବା ବାଧ୍ୟ । ବେଙ୍ଗାଲୁରରେ ଏପରି ନିୟମ କରାଯାଇଛି । ଏବେ କରୋନା ମାମଲା ବୃଦ୍ଧି ପାଇଥିବାରୁ ବେଙ୍ଗାଲୁର ପ୍ରଶାସନ ପକ୍ଷରୁ ଏପରି ନିୟମ କରାଯାଇଛି । ବେସରକାରୀ ବିଦ୍ୟାଳୟମାନଙ୍କରେ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାସ୍କ ପରିଧାନ ପାଇଁ ବାଧ୍ୟତାମୂଳକ କରାଯାଇଛି ।
- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ବାର୍ତ୍ତାରେ କହିଛନ୍ତି, ଏହି ପର୍ବ ସମଗ୍ର ମାନବ ଜାତି ପାଇଁ ଶାନ୍ତି ଏବଂ ଭାଇଚାରାର ପ୍ରତୀକ । ସେ କହିଛନ୍ତି, ଏହି ଦିନ ଆମେ ଯୀଶୁଖ୍ରୀଷ୍ଟଙ୍କ ଦୟା ଏବଂ ବଳିଦାନର ବାର୍ତ୍ତାକୁ ମନେ ପକାଇଥାଉ। ଏହି ପର୍ବ ଲୋକମାନଙ୍କ ମଧ୍ୟରେ ଦୟା ଏବଂ ପ୍ରେମ ଭାବ ଜାଗ୍ରତ ପାଇଁ ପ୍ରେରିତ କରିଥାଏ।
|
515 |
Y |
|
1910 |
25-12-2022 |
English |
- The Supreme Court has sought response from the Centre and others on a plea seeking directions for a castebased census for Other Backward Classes (OBCs) in the upcoming Census.
- The Income Tax (I-T) department, like many times earlier, Saturday issued an advisory that those permanent account numbers (PANs) which are not linked with Aadhaar by the end of March next year will be rendered “inoperative”
- According to a recently released CAG report, 114 urban local bodies (ULBs) in the state generate around 8,08,139 tonne waste per annum. Of this, 45,339.40 tonne is plastic waste. Smart city alone generated around 15,292 tonne plastic waste in 2018-19. The figure went northward in 2019-20 when the City produced 17,520 tonne of plastic waste.
- Union Health Minister Mansukh Mandaviya Saturday said RTPCR test for detection of Covid19 would be made mandatory for passengers from China, Japan, South Korea, Singapore and Thailand for their travel to India.
- The Special Task Force (STF) has seized brown sugar weighing over 22 kg during the year 2022. Meanwhile, the state police have managed to seize a total of 47 kgs of brown sugar including seizure by STF.
- Telangana’s first KG to PG institution has come up in Rajanna Sircilla district. The state government has built an integrated campus from Kindergarten to Post Graduation and has come up at Gambhiraopet to provide free education to all.
- Uttarakhand Governor Lt Gen (Retd) Gurmit Singh has given his assent to the Freedom of Religion (Amendment) Bill, 2022, making unlawful conversions a cognizable and non-bailable offence punishable with a prison term of up to 10 years
- TV actress Tunisha Sharma, 20-year-old actress who was on the cast of ‘Ali Baba: Dastaan-E-Kabul’, is no more. She was found dead on the sets of a TV serial in Vasai, Mumbai, Saturday.
- From its humble beginning in December 2002 with a corridor of just 8.2 km spanning six stations on the Red Line, the Delhi Metro has grown into a network of over 390 km in 2022, completing an eventful journey of 20 years of operations.
- A fire on Saturday at a private shelter in the Siberian city of Kemerovo that was operating illegally killed 22 people, Russian officials said
- Byju’s has announced that the company will check the affordability of its potential customers in order to not sell its courses or provide loans for courses to families with an income of less than 25,000. The National Commission for Protection of Child Rights (NCPCR) issued the summons following revelations in a two-part reference to Byju’s workplace culture and customer service processes.
- The Union Cabinet Friday approved minimum support prices (MSPs) for copra for 2023 season, fixing it at Rs 10,860 per quintal for fair average quality of milling copra and at `11,750 per quintal for ball copra. This is an increase of `270 per quintal for milling copra and `750 per quintal for ball copra over the previous season.
- Indian Railways has issued the Letter of Award (LoA) for Manufacturing and Maintenance of 9000 HP Electric Freight Locomotives to Siemens, India. The estimated value of the contract is about Rs 26,000 crore ($3.2 billion), excluding taxes and price variation.
- The 18-year-old NEET aspirant who ended his life by hanging himself has blamed the breakup with his girlfriend and mounting pressure of studies for taking the extreme step in his suicide note, police said on Saturday.
- The railways is planning to modernise 1,000 small yet important stations under the new "Amrit Bharat Station Scheme".
- Union Finance and Corporate Affairs Minister Nirmala Sitharaman on Saturday observed that medical education in Tamil Nadu should be taught in Tamil language.
- Congress MP Rahul Gandhi on Saturday attacked the BJP government for allegedly spreading hate using religious differences as a weapon. He took the swipe during a speech at the Red Fort after the Bharat Jodo Yatra reached the monument.
- Continuing his perform or perish drive and zero tolerance for corruption, telecom minister Ashwini Vaishnaw has approved force retirement for 10 senior DoT officials, including a joint secretary, an official source said on Saturday.
- The Aam Aadmi Party Saturday claimed the BJP will support an Independent candidate for Delhi mayor and challenged it to field its own candidate for the top MCD post.
- The Bharatiya Janata Party in Madhya Pradesh has refuted allegations by Congress MLA Jitu Patwari that the state government had spent crores of public money to arrange food for ruling party functionaries between 2014 and 2018.
|
537 |
Y |
|