# |
Date |
Type |
Current Affairs |
No. Of Views |
Status |
Action |
2461 |
03-03-2022 |
Odia |
- ରୁଷ୍ ପଶ୍ଚିମ ରାଷ୍ଟ୍ରମାନଙ୍କର କୌଣସି ଚାପକୁ ଖାତିର ନକରି ଲଗାତାର ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରଖିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଜି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏନେଇ କଡ଼ା ଚେତାବନୀ ଦେଇଛନ୍ତି।
- ଏନ୍ସିପିସିଆର୍ ‘ବାଲ ସ୍ବରାଜ ପୋର୍ଟାଲ’ରେ ଏପ୍ରିଲ ୨୦୨୦ ରୁ ଫେବ୍ରୁଆରି ୧୫, ୨୦୨୨ ସୁଦ୍ଧା ପଞ୍ଜୀକୃତ ହୋଇଥିବା ଏକ ଲକ୍ଷ ୫୩ ହଜାର ୮୨୭ ଅନାଥ ଶିଶୁଙ୍କ ମଧ୍ୟରୁ ଓଡ଼ିଶାର ସଂଖ୍ୟା ହେଉଛି ୨୬ ହଜାର ୩୧୮।
- କରୋନା ମହାମାରୀ ଦ୍ବାରା ଓଡ଼ିଶାରେ ୨୬ ହଜାର ୩୧୮ ଶିଶୁ ଅନାଥ ହୋଇଛନ୍ତି। ସଂଖ୍ୟା ଦୃଷ୍ଟିରୁ ଓଡ଼ିଶା ସାରା ଦେଶରେ ପ୍ରଥମ ସ୍ଥାନରେ ରହିଛି।
- ଦିଲ୍ଲୀର ସ୍ବନାମଧନ୍ୟ ଲକ୍ଷ୍ମୀବାଇ କଲେଜରେ ଓଡ଼ିଆ ସମେତ ଆଠଟି ଆଂଚଳିକ ଭାଷାରେ ମୌଳିକ ଶିକ୍ଷା ଦିଆଯିବ। ଅନ୍ୟ ଆଞ୍ଚଳିକ ଭାଷାଗୁଡ଼ିକ ହେଲା, ଅସମୀୟା, ତାମିଲ, ବଙ୍ଗଳା, ପଂଜାବୀ, ମରାଠୀ, ସଂସ୍କୃତ ଓ ଉର୍ଦୁ। ଏଥି ପାଇଁ କଲେଜ ପକ୍ଷରୁ ଉପରୋକ୍ତ ଆଠଟି ଭାଷାରେ ଅନଲାଇନ ମଡ୍ୟୁଲ୍ ପ୍ରସ୍ତୁତ କରାଯାଇଛି।
- ପରିବେଶ ସମ୍ବେଦନଶୀଳ ଅଞ୍ଚଳରେ କୌଣସି ପ୍ରକାର ଖଣି ଖନନ ଅନୁମତି ଦେବା ପୂର୍ବରୁ ଜାତୀୟ ବନ୍ୟପ୍ରାଣୀ ପରିଷଦ (ଏନ୍ବିଡବ୍ଲ୍ୟୁଏଲ୍) ଷ୍ଟାଣ୍ଡିଂ କମିଟି ସୁପାରିସ ଆଧାରରେ ବିସ୍ତୃତ ବନ୍ୟପ୍ରାଣୀ ପରିଚାଳନା ଯୋଜନାକୁ କାର୍ଯ୍ୟକାରୀ କର।
- ମୁମ୍ବାଇରୁ ଭୁବନେଶ୍ୱର ଅଣାଯାଉଥିଲା ୧୬ କୋଟି ଟଙ୍କାର ସୁନା ଗହଣା ୩୨ କେଜିରୁ ଅଧିକ ସୁନା ଅଳଙ୍କାର ରାଜଧାନୀରୁ ଧରାପଡ଼ିଲା ।
- ପିଏମସି ବ୍ୟାଙ୍କ ସ୍କାମରେ ଫସିବେ ବିଜେପି ନେତା କିରଟ ସୋମେୟା ଓ ତାଙ୍କ ପୁଅ । ଆଗୁଆ ବେଲ ଆବେଦନ ହେଲା ଖାରଜ ।
- ବିସିସିଆଇ ତା’ର ପ୍ରତିଶ୍ରୁତି ରକ୍ଷାକରି କଟକର ବାରବାଟୀ ଷ୍ଟାଡିୟମ୍କୁ ଚଳିତ ଋତୁରେ ଏକ ଟ୍ବେଣ୍ଟି-୨୦ ମ୍ୟାଚ୍ ପ୍ରଦାନ କରିଛି। ଜୁନ୍ ୯ରେ ବାରବାଟୀରେ ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯିବ ବୋଲି ବୁଧବାର ବିସିସିଆଇ ଘୋଷଣା କରିଛି।
- ଇଞ୍ଜିନିୟରିଂ ବି.ଟେକ, ବି.ଆର୍କ ଓ ବି.ପ୍ଲାନ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଜାତୀୟ ସ୍ତରରେ ଅନୁଷ୍ଠିତ ହେଉଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମୁଖ୍ୟର ପ୍ରଥମ ଅଧିବେଶନ(ଏପ୍ରିଲ ସେସନ) ଆସନ୍ତା ଏପ୍ରିଲ ୧୬ରୁ ଆରମ୍ଭ ହେବ।
- ଅଶୋଧିତ ତୈଳ ଉପରେ ୟୁକ୍ରେନ ଏବଂ ଋଷର ଯୁଦ୍ଧ ପ୍ରଭାବରେ ଆସନ୍ତା ସପ୍ତାହରୁ ଦେଶରେ ବଢିବ ପେଟ୍ରୋଲ ଏବଂ ଡିଜେଲ ଦର ।
- ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ସପ୍ତମ ଦିନରେ ଭାରତୀୟ ଦୂତାବାସ ଏକ ନୂତନ ପରାମର୍ଶ ଜାରି କରାଯାଇଛି। ପରାମର୍ଶ ଅନୁଯାୟୀ, ଖାର୍କିବରେ ଉପସ୍ଥିତ ଥିବା ସମସ୍ତ ଭାରତୀୟ ନିଜ ସୁରକ୍ଷା ପାଇଁ ତୁରନ୍ତ ଖାର୍କିଭ ସହର ଛାଡନ୍ତୁ।
- ଚଳିତ ବର୍ଷ ଫେବ୍ରୁଆରିରେ ପେଟ୍ରୋଲିୟମ୍ ସାମଗ୍ରୀ ଓ ମଦ ବିକ୍ରିରୁ ସରକାର ୮୩୬.୮୨ କୋଟି ଟଙ୍କାର ମୂଲ୍ୟ ଯୁକ୍ତ ଟିକସ (ଭାଟ୍) ସଂଗ୍ରହ କରିଛନ୍ତି। ୨୦୨୧ ଫେବ୍ରୁଆରିରେ ହୋଇଥିବା ୮୩୩.୯୬ କୋଟି ଟଙ୍କା ତୁଳନାରେ ଏହା ନଗଣ୍ୟ ୦.୩୨% ଅଧିକ ରହିଛି।
- ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧର ଆଜି ସପ୍ତମ ଦିନ। ରୁଷ ଆକ୍ରମଣରେ ପରିସ୍ଥିତି ଖୁବ ଜଟିଳ ଆଡକୁ ଗତି କରୁଛି। ରୁଷର ସେନା ପକ୍ଷରୁ କିଭ୍ ସହହର ବାହାର ପାଶ୍ୱର୍ରେ ପ୍ରାୟ ୬୪ କିଲୋମିଟର ଅଞ୍ଚଳକୁ ଘେରାବନ୍ଦି କରାଯାଇଥିବା ନେଇ ସୂଚନା ମିଳିଛି।
- ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ବଡ ଦାବି କରିଛନ୍ତି। ତାଙ୍କ କହିବାନୁଯାୟୀ, ୟୁକ୍ରେନ ସେନା ଦ୍ୱାରା ଗତ ଛଅ ଦିନ ମଧ୍ୟରେ ଛଅ ହଜାରରୁ ଅଧିକ ରୁଷ ସୈନିକ ନିହତ ହୋଇଛନ୍ତି।
- ଶାହରୁଖ ଖାନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ବଲିଉଡ଼ କିଙ୍ଗ୍ ଖାନଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପଠାନ୍’ର ମୁକ୍ତିଲାଭ ତାରିଖ ଘୋଷଣା କରାଯାଇଛି। ଆସନ୍ତା ବର୍ଷ ଜାନୁଆରୀ ୨୫ ତାରିଖରେ ପ୍ରେକ୍ଷାଳୟକୁ ଆସିବ ‘ପଠାନ୍’।
- ଏହାରି ମଧ୍ୟରେ ବିଶ୍ୱବ୍ୟାପୀ ସଂକ୍ରମିତଙ୍କ ସଂଖ୍ୟା ୪୪ କୋଟି ଅତିକ୍ରମ କରିଛି । ସେହିଭଳି ମୃତକଙ୍କ ସଂଖ୍ୟା ୬୦ ଲକ୍ଷ ନିକଟତର ହୋଇଛି । ସଂକ୍ରମଣକୁ ବିନାଶ କରିବା ପାଇଁ ବିଶ୍ୱର ସମସ୍ତ ରାଷ୍ଟ୍ର ଉଦ୍ୟମ କରୁଛନ୍ତି ।
- ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ୨ୟ ପର୍ଯ୍ୟାୟରେ ଆଲୋଚନା ଗୁରୁବାର ହେବ । ପୂର୍ବରୁ ଏହି ଆଲୋଚନା ବୁଧବାର ହେବ ବୋଲି କୁହାଯାଉଥିଲା । କିନ୍ତୁ ଏହା ଗୋଟିଏ ଦିନ ପରେ ଅର୍ଥାତ ଗୁରୁବାର ୨ ରାଷ୍ଟ୍ର ମଧ୍ୟରେ ଆଲୋଚନା ହେଉଛି । କଥାବାର୍ତ୍ତା ପାଇଁ ରୁଷିଆର ପ୍ରତିନିଧି ମଣ୍ଡଳୀ ବେଲାରୁସ ପହଞ୍ଚି ସାରିଛି । ୟୁକ୍ରେନ୍ ପ୍ରତିନିଧି ମଣ୍ଡଳ ମଧ୍ୟ ଆଲୋଚନା ପାଇଁ ବାହାରିଛି ।
- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୫୪୮୭ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
- ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗରେ ମ୍ୟୁନିସିପାଲଟି ନିର୍ବାଚନରେ ୧୦୮ଟି ଆସନରୁ ୧୦୨ଟିରେ ବିଜୟ ହାସଲ କରିଛି। ବିଧାନସଭା ନିର୍ବାଚନରେ ପ୍ରଥମ ଥର ୭୭ ଆସନ ଜିତିଥିବା ବିଜେପି ଖାତା ମଧ୍ୟ ଖୋଲି ପାରି ନାହିଁ।
- ୟୁକ୍ରେନ୍ ଉପରେ ଳଗାତାର ଭାବେ ମିସାଇଲ ଏବଂ ଗୁଳିମାଡ ଜାରି ରଖିଛି ଋଷ । ଏହାରି ମଧ୍ୟରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟ୍ଟିନ୍ଙ୍କ ସହ ପୁଣି ଥରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୟୁକ୍ରେନ୍ରେ ଫସିଥିବା ଭାରତୀୟ ଛାତ୍ରଛାତ୍ରୀ ତଥା ନାଗରିକଙ୍କୁ ସୁରକ୍ଷିତ ଭାବେ ଭାରତ ଫେରାଇ ଆଣିବାକୁ ନେଇ ପୁଟ୍ଟିନ୍ଙ୍କ ସହ ଆଲୋଚନା କରିଛନ୍ତି ମୋଦି ।
|
584 |
Y |
|
2462 |
02-03-2022 |
Odia |
- ଦେଶର ପ୍ରଥମ ତଥା ଏକମାତ୍ର ରାଜ୍ୟ ଭାବେ ଓଡ଼ିଶାରେ ବ୍ୟାଟେରୀ ଯାନ କ୍ରୟ ଉପରେ ୫ହଜାରରୁ ୫୦ହଜାର ପର୍ଯ୍ୟନ୍ତ ରିହାତି ସୁବିଧା ରହିଛି । ବର୍ତ୍ତମାନ ଇ-ଯାନ ପାଇଁ ଚାର୍ଜିଂ ପଏଣ୍ଟ ସ୍ଥାପନ କରାଯିବା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ । ତେବେ ଭିତ୍ତିଭୂମିର ବିକାଶ ସହିତ ଅଧିକ ସଂଖ୍ୟକ ଇ-ଚାର୍ଜିଂ ପଏଣ୍ଟ ସ୍ଥାପନ କରାଯିବା ଜରୁରୀ । ସେପଟେ ଅଧିକ ୧୧ଟି ଇ-ଚାର୍ଜିଂ ପଏଣ୍ଟ ପାଇଁ ଅନୁମତି ମିଳିଥିବା ବେଳେ ଆଗକୁ ସୋଲାର ବ୍ୟବସ୍ଥା ପାଇଁ ମଧ୍ୟ ଯୋଜନା ରହିଛି ।
- ମାର୍ଚ୍ଚ ମାସ ଆରମ୍ଭରୁ ଗ୍ରାହକଙ୍କୁ ଲାଗିଛି ଝଟକା । ପୁଣି ବଢ଼ିଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦର । କମର୍ସିଆଲ ସିଲିଣ୍ଡର ମୂଲ୍ୟ ୧୦୫ ଟଙ୍କା ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ସିଲିଣ୍ଡର ପିଛା ୧୦୫ ଟଙ୍କା ବଢ଼ିଥିବା ବେଳେ କୋଲକାତାରେ ୧୦୮ ଟଙ୍କା ବଢ଼ିଛି । ବର୍ଦ୍ଧିତ ଦର ଲାଗୁ ହେବା ପରେ ଦିଲ୍ଲୀରେ ବ୍ୟବସାୟିକ କ୍ଷେତ୍ରରେ ବ୍ୟବହୃତ ୧୯ କେଜି ସିଲିଣ୍ଡରର ମୂଲ୍ୟ ୨ ହଜାର ପାର କରିଛି ।
- ଋଷ-ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ଭୟାବହ ହେବାରେ ଲାଗିଛି । ଋଷ ବଲିଷ୍ଟିକ ମିସାଇଲ ସାହାଯ୍ୟରେ ୟୁକ୍ରେନର ସେନା ମୁଖ୍ୟାଳୟ ଉପରେ ଆକ୍ରମଣ କରିଛି ।
- ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସତ୍ୟ ନାଡେଲାଙ୍କ ପୁଅ ଜୈନ ନାଡେଲାଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ଜୈନଙ୍କ ବୟସ ମାତ୍ର ୨୬ ବର୍ଷ ହୋଇଥିଲା । ସୂଚନା ଥାଉକି ଜୈନ ଜନ୍ମରୁ ହିଁ ସେରେବ୍ରାଲ ପାଲସି ରୋଗରେ ପୀଡିତ ଥିଲେ ।
- ୟୁକ୍ରେନରେ ଆତଙ୍କ ଖେଳାଉଛି ରୁଷ ସେନା । ଖାରକିଭ ସରକାରୀ ହେଡକ୍ୱାର୍ଟରରେ ମିସାଇଲ୍ ଆକ୍ରମଣ ।
- ଆସିଲା ପଞ୍ଚାୟତ ନିର୍ବାଚନର ପୂର୍ଣ୍ଣାଙ୍ଗ ରିପୋର୍ଟ: ୭୬୫ ଜିଲ୍ଲାପରିଷଦ ଆସନରେ ବିଜୟୀ ବିଜେଡି, ୪୨ରେ ବିଜେପି ଓ ୩୭ରେ କଂଗ୍ରେସ ସୀମିତ ।
- ଫ୍ୟାନଙ୍କ ଦାବି ଆଗରେ ନଇଁଲା ବିସିସିଆଇ, କୋହଲିଙ୍କ ୧୦୦ତମ ଟେଷ୍ଟ ଦେଖିବେ ଦର୍ଶକ ।
- ୟୁକ୍ରେନର ଯୁଦ୍ଧ ଭୂମିରେ ଫଶି ରହିଛନ୍ତି ବହୁ ସଂଖ୍ୟାରେ ଓଡ଼ିଆ । ବଙ୍କର ଭିତରେ ଅତି ବିପଦଜନକ ଅବସ୍ଥାରେ କାଟୁଛନ୍ତି ଦିନ ।
- ୟୁକ୍ରେନ ଉପରେ ଭୀଷଣ ଆକ୍ରମଣ କରିଥିବା ରୁଷକୁ ଦୁନିଆରେ ଏକ ଘରିଆ କରିବାକୁ ବିଶ୍ଵରେ ଉଦ୍ୟମ ଜାରି ରହିଛି।
- ଦେହଜୀବୀଙ୍କ ତାଲିକା ପୁନର୍ବାର ପ୍ରସ୍ତୁତ କର: ବିରକ୍ତି ପ୍ରକାଶ କରିବା ସହିତ ସମସ୍ତ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ।
- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତକାର କଲେ ପଦ୍ମଶ୍ରୀ କବିତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ୍ ଓ ପଦ୍ମଭୂଷଣ ଡ. ଏଲ୍ ସୁବ୍ରମଣ୍ୟମ୍।
- ମଙ୍ଗଳବାର ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା କହିଛନ୍ତି ରାଜ୍ୟରେ ୨୪ ହଜାରରୁ ଅଧିକ ମିଆଁମାର ନାଗରିକ ଶରଣ ନେଇଛନ୍ତି। ସେନା ଦ୍ୱାରା କ୍ଷମତା ଅଧିକାର କରାଯିବା ପରେ ପଡୋଶୀ ଦେଶର ନାଗରିକ ରାଜ୍ୟରେ ଶରଣ ନେଇଛନ୍ତି।
- ଫେସବୁକର ପାରେଣ୍ଟ କମ୍ପାନୀ ମେଟା ଓ ଗୁଗଲ୍ ମଧ୍ୟ ଋଷ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହାର ଜବାବରେ ଗତ ସପ୍ତାହରେ ଋଷ ଫେସବୁକର ବ୍ୟବହାରକୁ ସୀମିତ କରି ଦେଇଥିଲା । ଫେସବୁକ୍ ଋଷ ସରକାରଙ୍କ କଥା ନଶୁଣିବାରୁ ଏଭଳି ପଦକ୍ଷେପ ନିଆ ଯାଇଥିବା କୁହାଯାଉଛି ।
- ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଜୀବନର ୧୦୦ତମ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି । ଏହି ଟେଷ୍ଟମ୍ୟାଚ୍ ଶୁକ୍ରବାରଠାରୁ ଆରମ୍ଭ ହେବ। ଏହି ମ୍ୟାଚ୍ ଲାଗି ଦେଶର ସଫଳତମ ଅଧିନାୟକ କୋହଲି ପ୍ରସ୍ତୁତି ଓ ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି।
- ମାର୍ଚ୍ଚ ୪ରୁ ନ୍ୟୁଜିଲାଣ୍ଡରେ ଆରମ୍ଭ ହେଉଛି ଆଇସିସି ମହିଳା ଦିନିକିଆ କ୍ରିକେଟ୍ ବିଶ୍ବକପ୍ର ୧୨ଶ ସଂସ୍କରଣ । ୫ ବର୍ଷ ପରେ ଏହି ବିଶ୍ବକପ୍ ଆୟୋଜନ ହେଉଛି। ଏଥିରେ ମୋଟ ୮ଟି ଦଳ ଭାଗ ନେଉଛନ୍ତି। ଏହି ୮ଟି ଦଳ ହେଲେ ଆୟୋଜକ ନ୍ୟୁଜିଲାଣ୍ଡ, ଗତଥରର ଚମ୍ପିଆନ୍ ଇଂଲଣ୍ଡ, ଅଷ୍ଟ୍ରେଲିଆ, ଭାରତ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ୍।
- ୟୁକ୍ରେନର ଦ୍ବିତୀୟ ବୃହତ୍ତମ ସହର ଖାରକିଭରେ ଏବେ ରୁଷ୍ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି। ସାଧାରଣ ଜନବସତି ଅଞ୍ଚଳ ଏବଂ ଆଞ୍ଚଳିକ ପ୍ରଶାସନର କୋଠାଗୁଡ଼ିକୁ ଟାର୍ଗେଟ୍ କରି ରୁଷ୍ ଘନ ଘନ ରକେଟ୍ ମାଡ଼ କରୁଛି।
- ୟୁକ୍ରେନ ଉପରେ ଆକ୍ରମଣ କରିଥିବା ରୁଷିଆକୁ ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ପଦରୁ ହଟାଇବାକୁ ବିଚାର କରାଯାଉଛି ବୋଲି ବ୍ରିଟେନ କହିଛି । ଏହାଛଡ଼ା ଆହୁରି କେତେକ ବିକଳ୍ପ ଉପରେ ବିଚାର କରାଯାଉଛି ବୋଲି ବ୍ରିଟେନ କହିଛି ।
- ୟୁକ୍ରେନ ଉପରେ ରୁଷ୍ ଆକ୍ରମଣ ଆରମ୍ଭ କରିବା ପରେ ଏହାକୁ ବିରୋଧ କରି ଆମେରିକା, ୟୁରୋପ ସମେତ ବିଶ୍ବର ଅନେକ ଦେଶ ରୁଷ୍ ବିରୋଧରେ ଆର୍ଥିକ କଟକଣା ଲଗାଇ ଏହାକୁ ଘେରାବନ୍ଦୀ କରି ଦେଇଛନ୍ତି। ଏହାର ଗୁରୁତର ପ୍ରଭାବ ରୁଷ୍ ଅର୍ଥନୀତି ଉପରେ ପଡ଼ିବା ଆରମ୍ଭ ହୋଇଯାଇଛି। ରୁଷ୍ରେ ଲୋକମାନେ ବ୍ୟାଙ୍କ ଏବଂ ଏଟିଏମ୍ରୁ ଟଙ୍କା ଉଠାଇବା ପାଇଁ ଲମ୍ବା ଧାଡ଼ି ଲଗାଇଛନ୍ତି।
- ଫେବ୍ରୁଆରିରେ ରାଜ୍ୟରେ ୪ ହଜାର କୋଟି ଟଙ୍କାରୁ ଅଧିକ ଜିଏସ୍ଟି ସଂଗ୍ରହ କରାଯାଇଛି। ଆଲୋଚ୍ୟ ମାସରେ ୪,୧୦୧ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ ହୋଇଛି ଯାହା ୨୦୨୧ ଫେବ୍ରୁ୍ଆରିରେ ହୋଇଥିବା ୩,୩୪୧ କୋଟି ଟଙ୍କା ତୁଳନାରେ ୨୩% ଅଧିକ। ସର୍ବଭାରତୀୟ ସ୍ତରରେ ଫେବ୍ରୁଆରିରେ ୧,୩୩,୦୨୬ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ କରାଯାଇଛି।
- ଚଳିତ ଆର୍ଥିକ ବର୍ଷର ଅକ୍ଟୋବର-ଡିସେମ୍ବର ତ୍ରୟମାସରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୫.୪% ହୋଇଛି। ଏହାର ପୂର୍ବ ତିନି ମାସ (୨୦୨୧ ଜୁଲାଇ-ସେପ୍ଟେମ୍ବର)ରେ ହୋଇଥିବା ୮.୪% ଅଭିବୃଦ୍ଧି ତୁଳନାରେ ଏହା କମ୍ ରହିଛି।
|
562 |
Y |
|
2463 |
02-03-2022 |
English |
- India reported at least 6,915 new COVID-19 cases and 180 deaths on Tuesday. According to Union Health Ministry, India's total tally of COVID-19 cases rose to 4,29,24,130.
- The Indian embassy in Romania on Tuesday said that no visa is required for Indian students sheltered here to exit Bucharest by special flights.
- The Supreme Court has granted bail to one accused observing that his appeal is pending before the Allahabad High Court since 2012 and he has already undergone 14 years and 3 months of custody.
- Union Minister Pralhad Joshi has controversially claimed that "90 per cent of Indians who study medicine abroad fail to clear qualifying exams in India".
- The Delhi government has given its approval to withdraw 17 cases, including one involving the violence on Republic Day last year, registered in Delhi during the anti-farm law protests, a senior government official said on Tuesday.
- India has slipped three spots from last year's 117 to rank 120 on the 17 Sustainable Development Goals adopted as a part of the 2030 agenda by 192 United Nations member states in 2015, a new report said.
- The price of a 19-kg commercial cylinder has been hiked to `2,012 from `1,907, according to price notification from state-owned fuel retailers. This is the second-highest rate, after `2,101 per cylinder in December 2021.
- India is also ranked third in billionaire population globally in 2021. The US is at the top of the list with 748 billionaires, followed by Chinese mainland at 554 and India with 145.
- The collection of GST revenue in Odisha has increased by 23 percent in February 2022 as compared to February 2021, Ministry of Finance said
- Noted horticultural scientist Debi Prasad Ray has taken over as the Chancellor of Siksha ‘O’ Anusandhan (SOA) Deemed to be University here, an official said Tuesday
- Tech giant Microsoft Tuesday announced that its Chief Executive Officer Satya Nadella's son Zain Nadella, who was born with cerebral palsy, has died. He was 26.
- The consent of parents for attending offline classes or exams for students of Class 10 and 12 in the national capital will not be mandatory any more.
- Farmer leaders Tuesday welcomed the Delhi government's move to withdraw cases lodged against farmers during the anti-farm law stir and urged the Centre to fulfil other promises too, including the formation of a committee on MSP.
- Jet fuel prices Tuesday were increased by 3.3 per cent to all-time high levels across the country, in step with international oil prices surging to over seven-year-high.
- Russian athletes have been excluded from yet another sport that is extremely popular at home following the country’s invasion of Ukraine.
- The Higher Education department of the Odisha Government has asked all universities and colleges in the state to complete final exams of the UG and PG students by July 31 and publish results by August 15, this year.
- While releasing the Covid guidelines for the month of March, the Odisha government today stated ‘Holi’, the festival of colours, and related rituals could not be observed in public places throughout the state.
- The Ministry of External Affairs (MEA) had acknowledged as a “problem area”, has made some headway with close to 2,000 people, mainly students, crossing over by noon on Tuesday.
- The International Olympiad on Astronomy and Astrophysics (IOAA) has issued an open statement requesting for peace in Ukraine and in the world. The 15th IOAA, is scheduled to be held in Kyiv, Ukraine, in August 2022.
- President Joe Biden announced on Tuesday night that the US is banning Russian aircraft from its airspace in retaliation for the invasion of Ukraine. Biden made the announcement in his State of the Union speech.
|
615 |
Y |
|
2464 |
01-03-2022 |
English |
- India on Monday reported at least 8,013 new COVID-19 cases--22 per cent lower than yesterday's daily spike of over 10,000 cases. According to Union Health Ministry, India's total tally of COVID-19 cases rose to 4,29,24,130.
- The State Election Commission (SEC) today issued official notification for elections to 106 Urban Local Bodies (47 Municipalities and 59 NACs) and three municipal corporations in Odisha, which is scheduled to be held on March 24. The counting of votes and declaration of results will take place on March 26.
- Orissa Stevedores Limited (OSL) has been awarded as the “Best Logistic Company of the Year” for successful diversification in multiple logistics in the 7th Edition of ‘East Coast Maritime Forum 2022’ held in Kolkata on 24th February 2022, organized by the EXIM India Shipping Times.
- Retail inflation for industrial workers rose to 5.84 per cent in January over the same month a year ago mainly due to higher prices of certain food items, the labour ministry said Monday.
- Union Minister of State for Education Annapurna Devi presented the prestigious National Information and Communication Technology (ICT) Award to Omprakash Mishra of Odisha along with 49 teachers across the country.
- Tamil Nadu CM's autobiography, titled 'Ungalil Oruvan', was released by Rahul Gandhi Monday at a Chennai function attended by Pinarayi Vijayan, Tejashwi Yadav and Omar Abdullah
- The latest trend issued by the State Election Commission (SEC) showed the BJD had already won or was leading in 762 Zilla Parishad seats compared to BJP's 46 and Congress's 36 seats. Independents are leading in just three seats, other parties are ahead in four.
- The Delhi High Court Monday refused to entertain a plea seeking to modify the name of Akshay Kumar and Manushi Chillar starrer 'Prithviraj', produced by Yash Raj Films
- The price of 24-carat and 22-carat gold on Monday increased by Rs 720 and Rs 660 per 10 gram respectively.The price of 24-carat gold (10 grams) is now Rs 51,280 and 22-carat gold (10 grams) is Rs 47,000.
- Sharad Kumar Srivastava, an officer of Indian Railway Service of Signal Engineer (IRSSE) of 1986 batch has joined in East Coast Railway as Additional General Manager.
- Mahanadi Coalfields Limited (MCL) today crossed the figure of 150 million tonne (MT) in coal production, that too in a record time of 11 months.
- Chief Secretary-cum-Chairman, State Pollution Control Board Suresh Chandra Mahapatra released a book titled “A Pilot Study on Beach Litter Pollution: Paradeep 2019-20”, a publication of State Polution Control Board (SPCB)
- Popular dairy products brand Amul on Monday announced that it will hike the price of its milk by Rs 2 per litre. The prices will come into effect from March 1, 2022
- India’s export of electronic goods rose by almost 88% from USD 6600 Million in 2013-14 to USD 12,400 Million in 2021-22.
- Cooperative GCMMF, which markets milk and milk products under the Amul brand, has increased milk prices by ₹ 2 per litre with effect from Tuesday due to rise in input cost.
- The Karnataka govt on Monday decided to provide free bus travel to people, who land in the state's airports from war-torn Ukraine, to their destinations.
- Veteran Telugu Desam leader Yadlapati Venkata Rao passed away due to old age in Hyderabad early on Monday. He was 102 years old.
- India's GDP grows 5.4 pc in Q3; remains world's fastest growing major economy. India's economic growth slowed to 5.4 per cent in the third quarter of 2021-22 but higher than China's GDP expansion of 4 per cent during the same period and the country retained its position as the world's fastest growing major economy
- Ukrainian President Volodymyr Zelenskyy on Monday signed an application for Ukraine to join the European Union.
- FIFA and UEFA have suspended Russian teams from international football competitions "until further notice" amid its invasion of Ukraine. The FIFA World Cup was scheduled to be held in Qatar later this year.
|
562 |
Y |
|
2465 |
01-03-2022 |
Odia |
- ଭୋଟ ଗଣତିର ପ୍ରକ୍ରିୟା ପୂରା ଶେଷ ହୋଇ ନଥିଲେ ବି ଶେଷ ରିପୋର୍ଟ ପର୍ଯ୍ୟନ୍ତ ବିଜେଡି ୭୬୨, ବିଜେପି ୪୬ ଓ କଂଗ୍ରେସ ୩୬ଟି ଜିଲ୍ଲା ପରିଷଦ ଜୋନ୍ରେ ବିଜୟୀ ଅଥବା ଆଗୁଆ ରହିଛି । ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ସମସ୍ତ ଜିଲ୍ଲା ପରିଷଦ ଜୋନ୍ର ଫଳାଫଳ ଘୋଷଣା ହୋଇଯିବାର ଅନୁମାନ କରାଯାଉଛି ।
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଟ୍ରକ୍ ମାଲିକଙ୍କୁ ଫିଲ୍ମ ଷ୍ଟାଇଲରେ ମର୍ଡର । ମୃତକ ହେଲେ ତୋଟା ଗାଁର ଜିତେନ୍ଦ୍ର ଦଳେଇ । ବ୍ରହ୍ମପୁରରୁ ଘରକୁ ଫେରୁଥିବାବେଳେ ବଡ଼ଘାଟି ନିକଟରେ ଜିତେନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ ୫ ଦୁର୍ବୃତ୍ତ ।
- ଶିକ୍ଷକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜଗତସିଂହପୁର ଜିଲ୍ଲା ରାହାମା ଜବାହର ନବୋଦୟ ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରମିଳା ସାହୁଙ୍କୁ ମିଳିଛି ଜାତୀୟ ଆଇସିଟି ପୁରସ୍କାର ।
- ଲିଟର ପିଛା ୨ ଟଙ୍କା ଅମୂଲ କ୍ଷୀର ଦର ବଢ଼ାଇବା ଲାଗି ଘୋଷଣା କରିଛି କମ୍ପାନୀ । ଅମୂଲର ସମସ୍ତ ଭାରିଆଣ୍ଟ ଯଥା ଗୋଲ୍ଡ, ତାଜା, ଶକ୍ତି, ଟି-ସ୍ପେଶାଲ କ୍ଷୀର କ୍ଷେତ୍ରରେ ଏହି ବର୍ଦ୍ଧିତ ଦର ଲାଗୁ ହେବ । ଏନେଇ ସୂଚନା ଦେଇଛି ଗୁଜରାଟ କୋପରେଟିଭ ମିଲ୍କ ମାର୍କେଟିଂ ଫେଡେରେସନ ।
- ୟୁକ୍ରେନ ଉପରେ ସ୍ଥଳ, ଜଳ ଓ ଆକାଶ ମାର୍ଗରୁ ବୋମା ବର୍ଷଣ । ମାତ୍ର ୫ ଦିନରେ ଖଣ୍ଡର ପାଲଟି ଗଲାଣି ୟୁକ୍ରେନ ରାଜଧାନୀ କିଭ ସମେତ ପ୍ରାୟ ୩୦ ସହର । ଯେଉଁଠି ଯେଉଁଠି ଋଷର ବୋମା ବର୍ଷୁଛି, ସେହି ସ୍ଥାନ ନିମିଷକରେ ଭୂତ ଇଲାକାରେ ପରିଣତ ହୋଇଯାଉଛି ।
- ୧୨ ଘଣ୍ଟାରେ ୟୁକ୍ରେନ ଉପରେ କବଜା ପାଇଁ ପୁଟିନ କରିଥିଲେ ଯୋଜନା । କିନ୍ତୁ ଯୋଜନ କେବଳ ଯୋଜନା ହୋଇ ରହିଗଲା । ଯୁଦ୍ଧର ୪ ଦିନ ପରେ ବି ସମ୍ପୂର୍ଣ୍ଣ ୟୁକ୍ରେନ ଋଷ ସେନା ଅଧିକାରକୁ ଆସିପାରିନାହିଁ । ଋଷକୁ ଛାଡନ୍ତୁ ୟୁକ୍ରେନର ସମର୍ଥକ ମଧ୍ୟ ଭାବିଥିଲେ ୧୨ ଘଣ୍ଟା ନହେଲେ ବି ୨୪ ଘଣ୍ଟାରେ ରାଜଧାନୀ କିଭ୍ର ପତନ ଅବଶ୍ୟମ୍ଭାବୀ । କିନ୍ତୁ ସମସ୍ତଙ୍କୁ ଚକିତ କରି ଏବେ ମଧ୍ୟ କିଭ୍ ଛିଡାହୋଇଛି । କିଭ୍ର ମୋର୍ଚ୍ଚାବନ୍ଦୀ ଋଷସେନାକୁ ଅଡ଼ୁଆରେ ପକାଇଛି ।
- ଯୁଦ୍ଧ ବନ୍ଦ ପାଇଁ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଆଲୋଚନା ଶେଷ ହୋଇଛି । ତେବେ ଏହି ଆଲୋଚନାରେ ଉଭୟ ପକ୍ଷ ମଧ୍ୟରେ କୌଣସି ସହମତି ହୋଇପାରି ନାହିଁ । ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପୂର୍ବରୁ ନିଜ ନିଜ ସରକାରଙ୍କ ସହ ବିଚାରବିମର୍ଷ ପାଇଁ ଉଭୟ ଦେଶର ପ୍ରତିନିଧିମଣ୍ଡଳ ଫେରିଯାଇଛନ୍ତି ।
- ୟୁକ୍ରେନ ସଂକଟ ଉପରେ ମିଳିତ ଜାତିସଂଘ ସାଧାରଣ ପରିଷଦର ଏକ ଜରୁରୀକାଳୀନ ବୈଠକ ଆରମ୍ଭ ହୋଇଯାଇଛି । ଏହି ବୈଠକରେ ଜାତିସଂଘରେ ଅବସ୍ଥାପିତ ୟୁକ୍ରେନର ରାଷ୍ଟ୍ରଦୂତ କହିଛନ୍ତି ଯେ ଏହି ଯୁଦ୍ଧ ଯୋଗୁଁ ଉଭୟ ପକ୍ଷର ବ୍ୟାପକ କ୍ଷତି ହୋଇଛି । ରୁଷିଆର ହଜାର ହଜାର ସୈନ୍ୟ ମୃତ୍ୟୁବରଣ କରିଛନ୍ତି । ଏଣୁ ରୁଷିଆ ତୁରନ୍ତ ଯୁଦ୍ଧ ବନ୍ଦ କରୁ ଓ ନିଃସର୍ତ୍ତ ସୈନ୍ୟ ପ୍ରତ୍ୟାହାର କରୁ । ଏହା ସହିତ ଅନ୍ତର୍ଜାତୀୟ ମାନବ ଅଧିକାର ଆଇନର ପାଳନ କରୁ ।
- ୟୁରୋପୀୟ ସଂଘ ଋଷର କୌଣସି ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏହାର ଜବାବ ଦେବାକୁ ଯାଇ ଋଷ ଏବେ ୩୬ଟି ଦେଶ ଉପରେ ବିମାନ ଚଳାଚଳ ନେଇ କଟକଣା ଲଗାଇଛି।
- ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଦୁର୍ଘଟଣାର ଶିକାର ହୋଇ ଆହତ ହୋଇଥିବା ବ୍ୟକ୍ତିଙ୍କ କ୍ଷତିପୂରଣକୁ ୧୨୫୦୦ ରୁ ୫୦୦୦୦ ଟଙ୍କାକୁ ବୃଦ୍ଧି କରିଛି। ଏହା ବ୍ୟତୀତ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେଲେ କ୍ଷତିପୂରଣକୁ ୨୫୦୦୦ ଟଙ୍କାରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନିୟମ ଭାରତର ସମସ୍ତ ସଡ଼କ ଏବଂ ରାଜପଥରେ ୧ ଏପ୍ରିଲ ୨୦୨୨ ଠାରୁ ଲାଗୁ ହେବ।
- ଆଗାମୀ ଜୁନ୍ ମାସ ମଧ୍ୟ ଭାଗରୁ ଶେଷ ଭାଗ ସୁଦ୍ଧା ଭାରତରେ କୋଭିଡ୍ ସଂକ୍ରମଣର ୪ର୍ଥ ଲହର୍ ଆରମ୍ଭ ହେବାର ସମ୍ଭାବନା ଅଛି ଏବଂ ଏଥିଯୋଗୁଁ ପ୍ରାୟ ୪ ମାସ ଧରି ଦ୍ରୁତ ବେଗରେ ସଂକ୍ରମଣ ବୃଦ୍ଧି ପାଇବ ବୋଲି ‘ଆଇଆଇଟି-କାନପୁର’ର ବୈଜ୍ଞାନିକମାନେ ସତର୍କ କରାଇ ଦେଇଛନ୍ତି।
- ରୁଷ୍ ୟୁକ୍ରେନ୍ ଆକ୍ରମଣ କରିଥିବାରୁ କେତେକ ଆମେରିକୀୟ ପ୍ରଦେଶ ଏବଂ କାନାଡା ରୁଷୀୟ ନିର୍ମିତ ଏବଂ ରୁଷୀୟ କମ୍ପାନୀର ସ୍ପିରିଟ୍ (ମଦ) ବର୍ଜନ କରିବାରୁ ‘ଭୋଡ୍କା’ର (ପ୍ରଖ୍ୟାତ ରୁଷୀୟ ମଦ) କ୍ଷତି ହେଉଛି।
- ଅନେକ ବର୍ଗର ଭାରତୀୟ ଭିସା ଆବେଦନକାରୀ ଆମେରିକା ଯିବା ପାଇଁ ବ୍ୟକ୍ତିଗତ ସାକ୍ଷାତକାର ଆବଶ୍ୟକତାରୁ ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଛାଡ଼ ପାଇବେ। ଆମେରିକାର ଜଣେ ବରିଷ୍ଠ କୂଟନୀତିଜ୍ଞ ଏହି ସୂଚନା ଦେଇଛନ୍ତି।
- ଏଫଡିଆଇ ନୀତି ଅନୁଯାୟୀ, ସରକାରୀ ଅନୁମୋଦନ ମାଧ୍ୟମରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ୨୦ ପ୍ରତିଶତ ବିଦେଶୀ ପୁଞ୍ଜି ନିବେଶ ସୁଯୋଗ ରହିଛି। ତେଣୁ ଏଲଆଇସି ଓ ଏପ୍ରକାରର ଅନ୍ୟ କର୍ପୋରେଟ୍ ସଂସ୍ଥାରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ବିଦେଶୀ ପୁଞ୍ଜି ନିବେଶ ସୁଯୋଗକୁ ଅନୁମତି ଦିଆଯାଇଛି।
- କିଶୋର ବିୟାନୀଙ୍କ ମାଲିକାନାରେ ଥିବା ଫ୍ୟୁଚର ରିଟେଲ୍ର ଅତିକମ୍ରେ ୨୦୦ ଷ୍ଟୋରକୁ ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ନିଜ ନିୟନ୍ତ୍ରଣକୁ ନେଇଛି।
- ପ୍ରମୁଖ ମସଲା କମ୍ପାନି ରୁଚି ପକ୍ଷରୁ ଫେଷ୍ଟିଭାଲ ବୋନାଞ୍ଜା ଅଫର୍-୨୦୨୨ର ପୁରସ୍କାର ବିତରଣ ସମାରୋହ ଆଜି ହୋଟେଲ ସ୍ବସ୍ତି ପ୍ରିମିୟମ ଠାରେ ଅନୁଷ୍ଠିତ ହୋଇଯାଇଛି। ବମ୍ପର ପୁରସ୍କାର ଭାବେ ଲକି ଡ୍ର ମାଧ୍ୟମରେ ପାରାଦୀପର ରଂଜନ ପଟ୍ଟନାୟକ ୧୨ ଲକ୍ଷ ଟଙ୍କା ମୂଲ୍ୟର ଟାଟା ନେକ୍ସନ କାର ଜିତିଛନ୍ତି।
- ଭାରତରେ କ୍ରିପ୍ଟୋକରେନ୍ସିର ବ୍ୟବହାର ପ୍ରସଙ୍ଗରେ ମତ ସ୍ପଷ୍ଟ କରିବାକୁ ସୁପ୍ରିମ କୋର୍ଟ ଶୁକ୍ରବାର ଦିନ ସରକାରଙ୍କୁ କହିଛନ୍ତି। ଗେନ୍ବିଟ୍କଏନ୍ ନାମକ ଏକ ସ୍କାମର ଶୁଣାଣି ବେଳେ ସୁପ୍ରିମ କୋର୍ଟ ଏହା କହିଛନ୍ତି।
- ମଣିପୁର ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ସୋମବାର ହୋଇଥିବା ଭୋଟରେ ୭୮.୦୩% ମତଦାନ ହୋଇଛି । ଏହି ପର୍ଯ୍ୟାୟରେ ରାଜ୍ୟର ୫ଟି ଜିଲାର ୩୮ ଆସନ ପାଇଁ ଭୋଟ ଗ୍ରହଣ ହୋଇଛି।
- ଆମେରିକା ଓ କାନାଡ଼ାର ବହୁ ରାଜ୍ୟରେ ଭୋଡକାକୁ ବର୍ଜନ କରାଯାଇଛି। ଅନ୍ତର୍ଜାତୀୟ କ୍ରୋଧର ଶରବ୍ୟ ହୋଇଛି ଭୋଡକା। ଭୋଡକାକୁ ଲୋକମାନେ ଠିପି ଖୋଲି ନାଳରେ ଢାଳୁଥିବାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।
- ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଅନେକ କାହାଣୀ ସାମ୍ନାକୁ ଆସୁଛି | ଯୁଦ୍ଧ ଚାଲିଥିବାବେଳେ ଏବେ ୟୁକ୍ରେନର ସାଧାରଣ ନାଗରିକ ବନ୍ଧୁକ ଉଠାଇବାର ଭିଡିଓ ସାମ୍ନାକୁ ଆସିଛି | ଏହା ବାଦ ୟୁକ୍ରେନ ରାଷ୍ଟ୍ରପତିଙ୍କ ସାହସିକତା ବିଷୟରେ ମଧ୍ୟ ଆଲୋଚନା ଚାଲିଛି ।
|
558 |
Y |
|
2466 |
28-02-2022 |
English |
- With this, India’s daily positivity rate stands at 1.11 per cent. The total number of recoveries rose to more than 4.23 crore (4,23,07,686) after 16,765 Covid patients recovered on Sunday.
- The third and final day of vote counting has already started while Biju Janata Dal (BJD) continues to lead in the Odisha Panchayat Polls.
- As per the trends so far on the second day, BJD was highest at 553 followed by BJP at 31, congress with 29, and others with 07.
- For the first time in the poll history of Koraput district, an Independent woman candidate has emerged winner from a Zilla Parishad seat by defeating another Independent woman candidate backed by three major political parties.
- Ukraine has lodged a complaint against Russia at the International Court of Justice (ICJ) in The Hague to get it to halt its invasion, President Volodymyr Zelensky said on Sunday. "Russia must be held accountable for manipulating the notion of genocide to justify aggression," Zelensky declared in a tweet.
- Aam Aadmi Party accused the BJP-ruled MCD to have refused to make its annual audit reports public for the last four years to cover-up its corruption.
- The Delhi Police has installed a digital e-kiosk at the Parliament Street police station here to smoothen the public-police interface and facilitate citizens, officials said on Sunday.
- State-owned Bharat Broadband Nigam Ltd has cancelled a 19,000-crore tender that was floated for connecting villages across 16 States with an optical fibre-based high-speed broadband network, following the lack of participation of eligible bidders.
- The Centre has increased the compensation for hit and run accident victims with effect from April 1. The compensation has been increased from ₹12,500 to ₹50,000 for grievous hurt and from ₹25,000 to ₹2,00,000 in case of death. The new scheme will be applicable for all roads and highways across India
- Political strategist Prashant Kishor visited the Kaleshwaram project in Telangana's Jayashankar Bhupalpally district on Sunday. This comes amid speculations that the Telangana Rashtra Samithi (TRS) may have hired Kishor ahead of the 2023 state Legislative Assembly polls. Kishore, who was accompanied by actor Prakash Raj, also visited other reservoirs such as the Mallanna Sagar reservoir.
- France and Canada on Sunday became the latest countries to close their airspace to all Russian aircraft in response to the invasion of Ukraine. Germany, Austria, Italy, Poland, Estonia, Latvia and Lithuania are among the nations that have banned.
- The Biju Janata Dal (BJD) led by Chief Minister Naveen Patnaik is leading to a landslide victory in the panchayat polls for which counting is still underway. According to officials of the State Election Commission (SEC), counting for the 315 Zilla Parishad (ZP) zones started Saturday while counting for 305 ZP zones was underway Sunday. Counting of votes for the remaining zones will be taken up February 28.
- In a major move aimed to cripple Russia's economy, the US along with its key allies, including EU and the UK, have decided to disconnect key sanctioned Russian banks from the global financial system SWIFT and impose restrictive measures on its central bank in response to Moscow's invasion of Ukraine.
- Faced with a declining number of camels in Rajasthan, the state government has announced a ‘Camel Protection and Development Policy’ in its budget 2022-23.
- Maharashtra Congress' Nana Patole on Sunday demanded that the "role" of then Chief Minister Devendra Fadnavis, be investigated in the alleged illegal tapping of phones of select politicians after Pune police registered an FIR against Rashmi Shukla.
- The ruling BJD won 268 Zilla Parishad seats of the 300 declared so far with the counting for the panchayat polls continuing for the second day on Sunday, officials said.
- The court ruled that Bihar’s Lohar or Lohaar community is not the same as “Lohra or Lohra”, which are ST communities in several districts.
- EU countries will send "fighter jets" to Ukraine at Kyiv's request to help it counter the Russian air and land assault, the bloc's foreign policy chief Josep Borrell said Sunday.
- Leaders of the G7 on Sunday threatened fresh sanctions against Russia as the top US diplomat Antony Blinken said the group of wealthy nations was "fully aligned" against Moscow's invasion of Ukraine.
- Police detained more than 2,000 people at anti-war protests held in 48 cities across Russia on Sunday, a protest monitoring group said, as people defied the authorities to show their anger over Russia's invasion of Ukraine
|
552 |
Y |
|
2467 |
28-02-2022 |
Odia |
- ଦେଶରେ କମୁଛି ସଂକ୍ରମଣ। ମୃତ୍ୟୁସଂଖ୍ୟାରେ କିନ୍ତୁ ବ୍ରେକ୍ ଲାଗୁନି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୧୦ ହଜାର ତଳକୁ ଖସିଛି ।
- ପଶ୍ଚିମ ରାଷ୍ଟ୍ରମାନେ ରୁଷ୍ ବିରୋଧରେ ଲଗାତାର ଆର୍ଥିକ କଟକଣା ଲାଗୁ କରୁଥିବାରୁ ପୁଟିନ ଅତିମାତ୍ରାରେ କ୍ଷୁବ୍ଧ ହୋଇଛନ୍ତି। ପରମାଣୁ ଅସ୍ତ୍ର ହାଇଆଲର୍ଟରେ ରଖିବା ପାଇଁ ପୁନିଟ୍ଙ୍କ ପଦକ୍ଷେପ ୟୁରୋପ୍ରେ କୋକୁଆ ଭୟ ଖେଳାଇ ଦେଇଛି। ନାଟୋ ମୁଖ୍ୟ ଜେନିସ୍ ଷ୍ଟୋଲେନବର୍ଗ କହିଛନ୍ତି, ରୁଷ୍ର ଏଭଳି ପଦକ୍ଷେପ ଅତ୍ୟନ୍ତ ବିପଜ୍ଜନକ ଏବଂ ବେପରୁଆ।
- ୟୁକ୍ରେନ୍ ଏବଂ ରୁଷ୍ ମଧ୍ୟରେ ଲାଗିଥିବା ଯୁଦ୍ଧ ସଂକ୍ରାନ୍ତରେ ଆଲୋଚନା ପାଇଁ ସୋମବାର ଦିନ ୧୯୩ ସଦସ୍ୟବିଶିଷ୍ଟ ‘ଜାତିସଂଘ ସଂଯୁକ୍ତ ରାଷ୍ଟ୍ର ମହାସଭା’ର (ୟୁଏନ୍ଜିଏ) ଜରୁରୀକାଳୀନ ତଥା ବିରଳ ସ୍ବତନ୍ତ୍ର ଅଧିବେଶନ ଡକାଯାଇଛି। ରବିବାର ଦିନ ଏଥିପାଇଁ ପ୍ରକ୍ରିୟାତ୍ମକ ଭୋଟ୍ ଗ୍ରହଣ କରାଯାଇଥିଲା। କିନ୍ତୁ, ପୂର୍ବ ଭଳି ଭାରତ, ଚୀନ୍ ଏବଂ ସଂଯୁକ୍ତ ଆରବ ଏମିରେଟସ୍ ଭୋଟ୍ ଦାନରୁ ନିବୃତ୍ତ ରହିଥିଲେ।
- ଆଜିଠାରୁ କ୍ଲାସରୁମରେ ପାଠ ପଢିବେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା, ସ୍ଵତନ୍ତ୍ର ପୁସ୍ତିକା କୋର୍ସରେ ସାମିଲ କରିବାକୁ ଯୋଜନା ।
- ଆଶା ଅନୁସାରେ ବିଶ୍ବର ୧୦ନଂ ଦଳ ଶ୍ରୀଲଙ୍କା ବିପକ୍ଷରେ ୧ନଂ ଦଳ ଭାରତ ୩ ମ୍ୟାଚ୍ର ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୩-୦ରେ ପୋଛି ନେଇଛି। ୩ଟି ଯାକ ମ୍ୟାଚ୍କୁ ଭାରତ ସହଜରେ ଜିତିପାରିଛି। ରବିବାର ୩ୟ ତଥା ଅନ୍ତିମ ଟ୍ବେଣ୍ଟି-୨୦ ମ୍ୟାଚ୍ରେ ଶ୍ରୀଲଙ୍କାକୁ ୬ ୱିକେଟରେ ଭାରତ ପରାସ୍ତ କରିଛି ।
- ରୁଷିଆ ବିମାନ ପାଇଁ ୟୁରୋପିୟ ଦେଶ ଓ କାନାଡା ତାଙ୍କର ଏୟାରସ୍ପେସ୍ ବନ୍ଦ କରି ଦେଇଛନ୍ତି। ୟୁକ୍ରେନ ଉପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସାମରିକ କାର୍ଯ୍ୟାନୁଷ୍ଠାନକୁ ରୋକିବା ଲାଗି ଏଭଳି ଅପ୍ରତ୍ୟାଶିତ ପଦକ୍ଷେପ ନିଆଯାଇଛି।
- ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ରିକେଟ୍ ଖେଳାଳି ବିନୋଦ କାମ୍ବଲିଙ୍କୁ ମୁମ୍ବାଇ ପୋଲିସ ରବିବାର ଗିରଫ କରିଛି। ମୁମ୍ବାଇର ବାନ୍ଦ୍ରାରେ ବିନୋଦ କାମ୍ବଲି ନିଶାରେ ଗାଡି ଚଳାଇ ଏକ କାରକୁ ଧକ୍କା ଦେଇଛନ୍ତି। ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନସ୍ଵରୂପ କାମ୍ବଲିଙ୍କୁ ଗିରଫ କରିଛି। ତେବେ ପରବର୍ତ୍ତୀ ସମୟରେ କାମ୍ବଲିଙ୍କୁ ଜାମିନ ମିଳି ଯାଇଛି।
- ଏଫ୍ଆଇଏଚ୍ ମହିଳା ପ୍ରୋ ଲିଗ୍ ହକିରେ ପଦାର୍ପଣ କରିଥିବା ଭାରତ ପ୍ରଥମ ପରାଜୟ ବରଣ କରିଛି। କଳିଙ୍ଗ ଷ୍ଟାଡ଼ିୟମରେ ରବିବାର ଖେଳା ଯାଇଥିବା ମ୍ୟାଚରେ ଭାରତକୁ ୪-୩ ଗୋଲ୍ରେ ସ୍ପେନ୍ ପରାସ୍ତ କରିଛି।
- ଏଫ୍ଆଇଏଚ୍ ପ୍ରୋ ଲିଗ୍ ପୁରୁଷ ହକି ପ୍ରତିଯୋଗିତାରେ ଭାରତ ୨ୟ ପରାଜୟ ବରଣ କରିଥିବା ବେଳେ ସ୍ପେନ୍ ପ୍ରଥମ ବିଜୟ ହାସଲ କରିଛି। କଳିଙ୍ଗ ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଖେଳା ଯାଇଥିବା ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚରେ ସ୍ପେନ୍ ୫-୩ ଗୋଲରେ ଭାରତକୁ ପରାସ୍ତ କରିଛି ।
- ବିଗ୍ ବଜାରରେ କାରବାର ବନ୍ଦ: ନିଜ ଅକ୍ତିଆରକୁ ଆଣିବ ରିଲାଏନ୍ସ, ଲିଜ୍ ଷ୍ଟୋର୍ର ପେମେଣ୍ଟ୍ ଦେଇପାରୁନି ଫ୍ୟୁଚର ଗ୍ରୁପ୍ ।
- କରୋନା କାଳରେ ବିଶ୍ବ ସଚେତନତାର ବାର୍ତ୍ତାବହ ; ‘ ଦ ହିଲିଂ ଟଚ୍’ କୁ ୪୯ ଆନ୍ତର୍ଜାତିକ ପୁରସ୍କାର ।
- ପ୍ରସିଦ୍ଧ ଶୈବପୀଠ ଧବଳେଶ୍ଵରରେ ଫିକା ପଡିବ ଜାଗର ଯାତ୍ରା, ମାର୍ଚ୍ଚ ୧ ତାରିଖ ସକାଳ ୫ଟାରୁ ଲାଗିବ ୧୪୪ ଧାରା।
- ମୁମ୍ବାଇରେ ରବିବାର ସକାଳେ ଘଣ୍ଟାଏ ପର୍ଯ୍ୟନ୍ତ ବଡ଼ ଧରଣର ବିଜୁଳି ବିଭ୍ରାଟ ଦେଖିବାକୁ ମିଳିଛି। ଏଥିଯୋଗୁ ଲୋକାଲ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି। ୫୦ଟି ଟେନ୍ ବାତିଲ ହୋଇଥିବାବେଳେ ୧୪୦ଟି ଟ୍ରେନ ଚଳାଚଳ ବିଳମ୍ବ ହୋଇଛି।
- ପ୍ରତି ଅଧ ଘଣ୍ଟାରେ ଥରେ ଫୋନ୍ କରୁଛି ଝିଅ। କହିଲାଣି ଆଉ କେତେ ଦିନ ମେଟ୍ରୋ ତଳେ ରହିବୁ, ଖାଇବା ସରି ଆସିଲାଣି। ବୋମାମାଡ଼ ଲାଗି ରହୁଛି। ପ୍ରଧାନମନ୍ତ୍ରୀଙ୍କୁ ଟ୍ବିଟ୍ କର, ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କର କିନ୍ତୁ ଯେମିତି ହେଲେ ଆମକୁ ଉଦ୍ଧାର କର।
- ୪ଦିନ ଧରି ଲାଗି ରହିଥିବା ଯୁଦ୍ଧ ମଧ୍ୟରେ ଋଷ ସେନା ଖାର୍କିଭକୁ ଅକ୍ତିଆରକୁ ନେବା ପାଇଁ ଚେଷ୍ଟା କରୁଥିବା ବେଳେ ଆଜି ୟୁକ୍ରେନ ସେନା ଏହାକୁ ବିଫଳ କରିଦେଇଛନ୍ତି। ଖାର୍କିଭ୍ ରାଜ୍ୟପାଳ ଦାବି କରିଛନ୍ତି ଯେ ଋଷର ସୈନିକମାନେ ଟ୍ୟାଙ୍କର ଏବଂ ସେମାନଙ୍କ ଗାଡି ଛାଡି ପଳାୟନ କରିଛନ୍ତି।
- ୪ଦିନ ଧରି ଯୁଦ୍ଧ ଲାଗିରହିଥିବା ବେଳେ ଏବେ ୟୁକ୍ରେନର ନାଗରିକ ଋଷର ସେନା ବିରୋଧରେ ଅସ୍ତ୍ର ଉଠାଇଛନ୍ତି। ଦିନକୁ ଦିନ ଋଷ ସେନା ଆଗକୁ ବଢ଼ୁଥିବା ବେଳେ ଗୋଟେ ପରେ ଗୋଟେ ୟୁକ୍ରେନର ସହର ନିଜ ଅକ୍ତିଆରକୁ ନେବାରେ ଲାଗିଛି।
- ରୁଷର ୨୭ଟି ଯୁଦ୍ଧ ବିମାନ, ୨୬ ହେଲିକପ୍ଟର, ୧୪୬ ଟ୍ୟାଙ୍କ, ୭୦୬ ଯୁଦ୍ଧାସ୍ତ୍ର ବାହନ ନଷ୍ଟ ହୋଇଯାଇଛି । ଏହା ବାଦ୍ ରୁଷ ସେନାର ୪୯ଟି ଆର୍ଟିଲାରୀ ପିସେସ୍, ଗୋଟିଏ ଗ୍ରାଡ ସିଷ୍ଟମ, ୩୦ଟି ଭ୍ୟାନ୍, ୬୦ଟି ତୈଳ ଟ୍ୟାଙ୍କ, ୨ଟି ଡ୍ରୋନ ଏବଂ ୨ଟି ଜାହଜ ୟୁକ୍ରେନ ସେନା ନଷ୍ଟ କରିଦେଇଛନ୍ତି ।
- କେନ୍ଦ୍ର ସରକାର ହିଟ୍ ଆଣ୍ଡ ରନ ମାମଲାରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିଙ୍କ ପରିଜନଙ୍କୁ ଦିଆଯାଉଥିବା କ୍ଷତିପୂରଣ ରାଶିକୁ ଆଠ ଗୁଣା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପରେ ଏପ୍ରିଲ ୧ରୁ ହିଟ୍ ଆଣ୍ଡ ରନରେ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ପରିଜନକୁ କ୍ଷତିପୂରଣ ବାବଦକୁ ଦୁଇ ଲକ୍ଷ ଟଙ୍କା ଦିଆଯିବ ।
- କେନ୍ଦ୍ର ସରକାର ଆସନ୍ତା ବର୍ଷଠୁ ରୋଜଗାର ଗ୍ୟାରେଣ୍ଟି ଯୋଜନା ମନରେଗା ପାଇଁ ସେହି ରାଜ୍ୟଗୁଡିକୁ ରାଶି ଆବଣ୍ଟିତ କରିବେ ନାହିଁ, ଯେଉଁମାନେ ଯୋଜନା ଲାଗୁ କରି ମଧ୍ୟ ନିଜର ୮୦ ପ୍ରତିଶତ ଜିଲ୍ଲାରେ ଲୋକପାଳ ନିଯୁକ୍ତ କରି ନାହାନ୍ତି।
- ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି)ଙ୍କ ଦିଶାନିର୍ଦ୍ଦେଶାନୁସାରେ କେବଳ ଜାତୀୟ ରାଜଧାନୀରେ ପ୍ରତିବନ୍ଧିତ କ୍ଷେତ୍ରକୁ ବାଦ ଦେଇ ଦେଶର ଅନ୍ୟ ରାଜ୍ୟମାନଙ୍କର ଡି-ରେଜିଷ୍ଟାର୍ଡ ଡିଜେଲ ବାହନ ନିମନ୍ତେ ସଡକ ପରିବହନ ବିଭାଗ ଅନାପତି ପ୍ରମାଣପତ୍ର (ଏନଓସି) ଜାରି ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଜାରି ଗାଇଡଲାଇନରେ ପେଟ୍ରୋଲ ବାହନ ମଧ୍ୟ ସାମିଲ ଅଛି। ଉଲ୍ଲେଖଯୋଗ୍ୟ ଯେ ଏନଜିଟି ଜାତୀୟ ରାଜଧାନୀରେ ୧୦ ବର୍ଷରୁ ଊର୍ଦ୍ଧ୍ୱ ଡିଜେଲ ଓ ୧୫ ବର୍ଷରୁ ଊର୍ଦ୍ଧ୍ୱ ପେଟ୍ରୋଲ କାର ନିଷିଦ୍ଧ କରିଛନ୍ତି।
|
575 |
Y |
|
2468 |
27-02-2022 |
Odia |
- ୟୁକ୍ରେନ ଉପରେ ଋଷର ଆକ୍ରମଣ ୩ ଦିନ ଧରି ଚାଲିଛି। ଋଷ ଦାବି କରିଛି ଯେ ସେମାନେ ୮୦୦ ୟୁକ୍ରେନ ସେନାର ଆର୍ମୀ ବେସ ଧ୍ୱଂସ କରିଦେଇଛନ୍ତି। ଏଥିମଧ୍ୟରେ ୧୪ ଏୟାରଫିଲ୍ଡ, ୧୯ କମାଣ୍ଡ ପୋଷ୍ଟ, ୨୪ଟି S-300 ଆଣ୍ଟି-ଏୟାରକ୍ରାଫ୍ଟ ମିସାଇଲ ସିଷ୍ଟମ ଏବଂ ୪୮ଟି ରାଡାର ଷ୍ଟେସନ ସାମିଲ ।
- ଋଷ ମିଳିତ ଜାତିସଂଘର ସୁରକ୍ଷା ପରିଷଦର ପାଞ୍ଚ ଜଣ ସ୍ଥାୟୀ ସଦସ୍ୟ ମଧ୍ୟରେ ରହିଛି । ଯାହାଫଳରେ ଋଷ ମିଳିତ ଜାତିସଂଘର ସୁରକ୍ଷା ପରିଷଦର ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରିଛି । ତେବେ ମିଳିତ ଜାତିସଂଘରେ ହୋଇଥିବା ପ୍ରସ୍ତାବ ଉପରେ ଭାରତ ଭୋଟ ଦେଇନଥିଲା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।
- ଫ୍ରାନ୍ସ ୟୁକ୍ରେନର ଦାବିକୁ ଗ୍ରହଣ କରି ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଉପକରଣ ପଠାଇବ ବୋଲି କହିଛନ୍ତି ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଡିମାଇଟ୍ରୋ କୁଲେବା।
- ଆନନ୍ଦ ମହିନ୍ଦ୍ରା ଟୁଇଟରରେ ଲେଖିଛନ୍ତି, ଯେତେବେଳେ ଲୋକଙ୍କ ପାଖରେ ନିଜ ଦେଶକୁ ରକ୍ଷା କରିବା ପାଇଁ ଇଚ୍ଛାଶକ୍ତି ରହିଥାଏ, ତେବେ ଏହି ଶକ୍ତି ପରମାଣୁ ଅସ୍ତ୍ର ଠାରୁ ବି ଅଧିକ ଶକ୍ତିଶାଳୀ ହୋଇଥାଏ। ଏମିତି ଲୋକଙ୍କ ଉପରେ ଆକ୍ରମଣ କରାଯାଇପାରିବ, କିନ୍ତୁ ଅଧିପତ୍ୟ ବିସ୍ତାର କରାଯାଇ ପାରି ନଥାଏ।
- ଋଷ ଏବଂ ୟୁକ୍ରେନ ମଧ୍ୟରେ ତୃତୀୟ ଦିନ ଧରି ଯୁଦ୍ଧ ଚାଲୁଥିବାବେଳେ ଋଷର ସୈନିକମାନେ ଧୀରେ ଧୀରେ ଆଗକୁ ବଢୁଛନ୍ତି ଏବଂ ଦଖଲ କରୁଛନ୍ତି | ଅନ୍ୟ ପଟେ ୟୁକ୍ରେନ ହାର ମାନିବାକୁ ପ୍ରସ୍ତୁତ ନଥିବାବେଳେ ଏହାର ରାଷ୍ଟ୍ରପତି କହିଛନ୍ତି ଯେ ଶେଷ ପର୍ଯ୍ୟନ୍ତ ଲଢେଇ କରାଯିବ |
- ପ୍ରାୟ ପଚାଶଟି ରାଷ୍ଟ୍ର ଶନିବାର ଏକ ମିଳିତ ବିବୃତ୍ତି ଜାରି କରି କହିଛନ୍ତି ଯେ ସେମାନେ ୟୁକ୍ରେନରେ ଋଷର ସାମରିକ କାର୍ଯ୍ୟାନୁଷ୍ଠାନକୁ ଦୃଢ଼ ନିନ୍ଦା କରୁଛନ୍ତି। ଏଥିସହ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଂକଳ୍ପକୁ ଅବରୋଧ କରି ଋଷ ଏହାର ଭିଟୋ କ୍ଷମତାର ଅପବ୍ୟବହାର କରିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।
- ଆନ୍ଧ୍ରପ୍ରଦେଶରେ ଶନିବାର ଏକ ଏଭିଏସନ ଏକାଡେମିର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନ ଦୁର୍ଘଟଣାରେ ଜଣେ ପ୍ରଶିକ୍ଷଣ ପାଇଲଟଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ହୋଇଥିବା ପାଇଲଟଙ୍କ ନାମ ମହିମା, ସେ ତାମିଲନାଡୁରେ ବସବାସ କରୁଥିବା ଜଣାପଡ଼ିଛି।
- ଆକ୍ରମଣକାରୀ ରୁଷୀୟ ସେନା କିଏଭ୍ର ନିକଟତର ହୋଇ ଆସୁଥିବାରୁ ଦେଶରୁ ଖସି ପଳାଇବା ଲାଗି ଆମେରିକାର ପ୍ରସ୍ତାବିତ ସହାୟତାକୁ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କିୟି ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି।
- ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏବଂ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ଖଣ୍ଡପୀଠ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ବର୍ଯ୍ୟା ଭଟିଙ୍କୁ ସରକାରଙ୍କ ମତ ସ୍ପଷ୍ଟ କରିବାକୁ କହିଥିଲେ। ଏଥିସହିତ ଭାରତରେ ବିଟ୍କଏନ୍ ଆଇନସମ୍ମତ କିମ୍ବା ନୁହେଁ ସେ ନେଇ ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ତେବେ ଖଣ୍ଡପୀଠ ମୌଖିକ ଭାବେ ଏହି ପ୍ରଶ୍ନ ପଚାରିଥିଲେ।
- ବିଶ୍ବର ଦୁଇ ତୈଳ ଉତ୍ପାଦନକାରୀ ଦେଶ ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଥିବାରୁ ଅଶୋଧିତ ତୈଳର ବ୍ୟାରେଲ୍ ପିଛା ଦାମ୍ ୧୦୫ ଡଲାରରୁ ଅଧିକ ହୋଇଯାଇଛି। ୨୦୧୪ ପରେ ପ୍ରଥମ ଥର ଲାଗି ଅଶୋଧିତ ତୈଳ ଦର ଏଭଳି ସ୍ତରରେ ପହଞ୍ଚିଛି।
- ମଣିପୁରରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେଉଛି । ଆସନ୍ତା ୨୮ ତାରିଖରେ ମଣିପୁରର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହେବ । ମଣିପୁରର ୬ଟି ଜିଲ୍ଲାର ୩୮ଟି ଆସନରେ ଏହି ପର୍ଯ୍ୟାୟରେ ମତଦାନ ହେବ।
- ଆୟୁଷ୍ମାନ ଭାରତ ଡିଜିଟାଲ ମିଶନକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି । ଏହି ମିଶନ ଅଧୀନରେ ପାଞ୍ଚ ବର୍ଷ ପାଇଁ ୧୬୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।
- ଉତ୍ତରପ୍ରଦେଶର ପଞ୍ଚମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ରବିବାର(ଆସନ୍ତାକାଲି) ମତଦାନ ହେବ । ଏହି ପର୍ଯ୍ୟାୟରେ ୧୨ଟି ଜିଲ୍ଲାର ୬୧ଟି ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ କରାଯିବ । ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।
- ରୁଷ ଓ ୟୁକ୍ରେନକୁ ଯୁଦ୍ଧ ପ୍ରସଙ୍ଗକୁ ନେଇ ଭାରତ ତାର ବିବୃତି ରଖିଛି । ଭାରତ କହିଛି ୟୁକେନର ଏହି ବିନାଶକୁ ନେଇ ଭାରତ ଦୁଃଖିତ ଓ ଚିନ୍ତିତ ଅଛି । ଏହି ଶତ୍ରୁତାକୁ ତୁରନ୍ତ ଶେଷ କରାଯାଉବୋଲି ଭାରତ ଦୁଇ ଦେଶକୁ ଅପିଲ କରିଛି ।
- ଦିଲ୍ଲୀରେ ଏଣିକି ବ୍ୟକ୍ତିଗତ ୪ ଚକିଆରେ ଗାଡିରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ । ଦିଲ୍ଲୀ ସରକାର ଦ୍ୱାରା ଜାରି ଗାଇଡ ଲାଇନ ଅନୁସାରେ ନୂଆ ନିୟନ ଆସନ୍ତା ସୋମବାର ଠାରୁ ଲାଗୁ ହେବ ।
- ୟୁକ୍ରେନ୍ ଉପରେ ଆକ୍ରମଣ କରୁଥିବା ବେଳେ ଋଷିଆର ସ୍ପେସ୍ ପ୍ରୋଗ୍ରାମକୁ ୟୁରୋପିଆନ୍ ୟୁନିୟନ୍ ଅନୁମତି ପ୍ରଦାନ କରିଛି । ହେଲେ ଫ୍ରାନ୍ସ ଗୁଏନାରୁ ଲଞ୍ଚ ହେବାକୁ ଥିବା ଏହି ସ୍ପେସ୍ ପ୍ରୋଗ୍ରାମକୁ ବନ୍ଦ କରିଦେଇଛି ଋଷ୍ ।
- ଗୁଗୁଲ୍ ଚାଟ୍ ୨୨ ମାର୍ଚ୍ଚ ୨୦୨୨ ରୁ ଚାଲୁ ହେବ। ଏପରି ସ୍ଥିତିରେ, ଯେତେବେଳେ ଆପଣ ହ୍ୟାଙ୍ଗଆଉଟ୍ ଉପରେ କ୍ଲିକ୍ କରିବେ। ଠିକ୍ ସେତେବେଳେ ସେଠାରୁ ଗୁଗୁଲ୍ ଚାଟ୍ କୁ ସ୍ଥାନାନ୍ତରିତ ହୋଇଯିବେ। ଏହା ପରେ, ହ୍ୟାଙ୍ଗଆଉଟ୍ ର ଅପସନ୍ ବନ୍ଦ ହୋଇଯିବ।
- ଆରଏସ୍ଏସ୍ର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଇନ୍ଦ୍ରେଶ କୁମାର ‘ଭାରତ ଶାନ୍ତି ଚାହେଁ’ ଶୀର୍ଷକରେ ଏକ ବାର୍ତ୍ତା ଦେଇ କହିଛନ୍ତି ଅନ୍ୟ ଦେଶମାନଙ୍କ ସହିତ ଭାରତ ମିଶି ତୁରନ୍ତ ଯୁଦ୍ଧ ବନ୍ଦ କରିବା ଲାଗି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ଚାପ ପକାଇବା ଆବଶ୍ୟକ । ଯୁଦ୍ଧ କୌଣସି ସମସ୍ୟାର ସମାଧାନର ବାଟ ନୁହେଁ । ବରଂ ଯୁଦ୍ଧ ଯୋଗୁ ମାନବର ବହୁତ ବଡ କ୍ଷତି ଘଟିବ।
- ଆରମ୍ଭ ହେଲା ଏଫଆଇଏଚ୍ ପ୍ରୋ-ଲିଗ୍ ହକି । କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ପୁରୁଷ ଓ ମହିଳା ଟିମ୍ ସ୍ପେନକୁ ଭେଟିଛି । ପ୍ରଥମ ମ୍ୟାଚରୁ ବିଜୟ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ମହିଳା ମ୍ୟାଚ୍ ସଂଧ୍ୟା ୫ଟାରୁ ଆରମ୍ଭ ହୋଇଥିବାବେଳେ ଏବଂ ପୁରୁଷ ମ୍ୟାଚ୍ ରାତି ୭ଟା ୩୦ରେ ଆରମ୍ଭ ହେବ ।
- ହକି ଇଣ୍ଡିଆ ସଭାପତି ନରିନ୍ଦର ଧ୍ରୁବ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିୟାନଙ୍କୁ ଜୁନିଅର ପୁରୁଷ ହକି ବିଶ୍ୱକପ ଟ୍ରଫିର ପ୍ରତିକୃତି ପ୍ରଦାନ କରିଛନ୍ତି
|
591 |
Y |
|
2469 |
27-02-2022 |
English |
- With 11,499 people testing positive for coronavirus infection in a day, India's total tally of COVID-19 cases rose to 4,29,05,844, while the active cases further declined to 1,21,881, according to the Union Health Ministry data updated on Saturday.
- The PM Cares for Children Scheme has been extended by the Ministry of Women and Child Development of the Government of India till February 28, 2022. Previously, the scheme was applicable till December 31, 2021
- Y.S. Jagan Mohan Reddy has written separate letters to Prime Minister Narendra Modi, union civil aviation minister Jyotiraditya Scindia and defence minister Rajnath Singh seeking clearance and NOC for the international airport at Bhogapuram.
- Vice President M Venkaiah Naidu on Saturday said that "unnecessary controversies like the one in Karnataka shouldn't be encouraged". "In a school, all should be guided by the school uniform.
- Gangubai Kathiawadi performed well on its first day at the box office and earned ₹ 10.50 Cr India net. 2nd-day box office collection earned 14.00 Cr India net on its second day for all languages (early estimates).
- India on Friday abstained from voting on the United States-sponsored resolution that sought to deplore in the 'strongest terms' Russia's 'aggression' against Ukraine.
- The Ukrainian Health Minister says that 198 people have been killed and more than 1,000 others have been wounded in the Russian offensive.
- Indian men's hockey team defeated Spain 5-4 after being 1-4 down in FIH Pro Hockey League at Kalinga Stadium on Saturday.
- The Centre Saturday permitted up to 20 per cent foreign direct investment (FDI) under automatic route in IPObound LIC with an aim to facilitate disinvestment of the country's largest insurer, sources said.
- The Pune Police Saturday lodged an FIR against IPS officer and a former Pune Police Commissioner Rashmi Shukla in connection with the phone-tapping scandal that erupted last year, officials said here
- The Union Cabinet chaired by Prime Minister Narendra Modi on Saturday approved the national rollout of Central Sector Scheme, Ayushman Bharat Digital Mission (ABDM) of health ministry with a budget of `1,600 crore for five years. The National Health Authority.
- West Bengal Governor Jagdeep Dhankhar Saturday stuck to his stand that a cabinet recommendation is required for him to consider the change in the timing of the assembly session from 2 am to 2 pm on March 7.
- The World Bank’s India head Junaid Kamal Ahmad has been appointed as a Vice President of the international lending institution.
- Billionaire Mukesh Ambani’s Reliance Industries Ltd has taken over the operations of at least 200 stores of Future Retail and has offered jobs to its employees after the Kishore Biyani-led group failed to make lease payments to landlords, sources said Saturday
- The Mughal Gardens at the Rashtrapati Bhavan can accommodate 300 persons per slot till the time it remains open for general public (except Mondays) till March 16.
-
Odisha on Saturday won Gold in two categories under the 2nd National Taxation Awards for the year 2021. Coming out on top, Odisha clinched Gold in Reformist State Government and Tax Commissionerate (Zones) categories at the award show held in New Delhi.
- Union Health Minister Mansukh Mandaviya Saturday launched the National Polio Immunization Drive for 2022 by administering polio drops to children below five years of age at the health ministry.
- Amid rising tensions between Russia and Ukraine, Rajasthan Chief Minister Ashok Gehlot on Saturday said the ticket amount of Rajasthanis coming back to the homeland from Ukraine on their personal expenses will be reimbursed.
- Elon Musk said Saturday his company SpaceX's Starlink satellite broadband service had been activated in Ukraine, after a Kyiv official urged the tech titan to provide his embattled country with stations.
- Ukrainian President Volodymyr Zelensky welcomed proposals by Turkey and Azerbaijan to hold peace talks with Russia, and singled out his conversation with Italy's PM Mario Draghi as key to agreements for more international support to Ukraine.
|
551 |
Y |
|
2470 |
26-02-2022 |
Odia |
- ନାଟୋ । ନର୍ଥ ଆଣ୍ଟାଲାଟିକା ଟ୍ରିଟ ଅର୍ଗାନାଇଜେସନ । ନାଟୋ ହେଉଛି ଅନେକ ଦେଶର ସୌନିକ ସଂଗଠନ । ନାଟୋର ସଦସ୍ୟତା ରହିଛନ୍ତି ୩୦ ଦେଶ । ଏମାନଙ୍କ ଆଭିମୁଖ୍ୟ ହେଉଛି, ସବୁଠି ରହିବେ ନାଟୋ ସେନା । ଯଦି ଏହି ୩୦ ଦେଶ ଉପରେ କୌଣସି ମଧ୍ୟ ବାହ୍ୟ ରାଷ୍ଟ୍ର ଆକ୍ରମଣ କରେ, ତେବେ ମିଳିତ ଆକ୍ରମଣ କରିବେ ସଭିଏଁ । ୪ ଏପ୍ରିଲ ୧୯୪୯ରେ ନାଟୋର ଜନ୍ମ । ଆଉ ଏହାର ମୁଖ୍ୟାଳୟ ବେଲଜିୟମର ରାଜଧାନୀ ବ୍ରୁସେଲ୍ସରେ ରହିଛି ।
- ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅଫଲାଇନରେ ପରୀକ୍ଷା ହେବ । ସମସ୍ତ ସେମିଷ୍ଟାର ପରୀକ୍ଷା ଅଫଲାଇନରେ ହେବ । ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଚିଠି ଦିଆଯାଇଛି । କୋଭିଡ ସ୍ଥିତି ସୁଧିରିଥିବା ବେଳେ ଏବେ SRCଙ୍କ ପକ୍ଷରୁ କୌଣସି କଟକଣା ନାହିଁ । ଶିକ୍ଷାର ଗୁଣବତ୍ତା ରକ୍ଷା କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।
- ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଦେହାନ୍ତ । ଦୁଇଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବା କଂଗ୍ରେସ ଏହି ଟାଣୁଆ ନେତାଙ୍କର ଦେହାନ୍ତ ଘଟିିଛି । ପ୍ରଥମେ ସେ ୧୯୮୯ ମସିହା ଡିସେମ୍ବର ୭ ତାରିଖରୁ ୧୯୯୦ ମସିହା ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଏହାପରେ ସେ ୧୯୯୯ ମସିହା ଡିସେମ୍ବର ୬ରୁ ୨୦୦୦ ମସିହା ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ମଧ୍ୟ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ।
- ଯୁଦ୍ଧ ଆରମ୍ଭରୁ ବଢିଲା ଅଶୋଧିତ ତୈଳଦର । ତେଲର ଦାମ୍ ବ୍ୟାରେଲ ପିଛା ୧୦୭ ଡଲାରରେ ପହଞ୍ଚିଛି ।
- ନାଟୋ କି ଆମେରିକା କେହି ବି ସହଯୋଗ କଲେନି, ଆବଶ୍ୟକତା ବେଳେ ସମସ୍ତେ ହାତ ଛାଡି ଦେଲେ: ୟୁକ୍ରେନ ରାଷ୍ଟ୍ରପତି ।
- ଶିକ୍ଷାନୁଷ୍ଠାନରେ ହିଜାବ ଉପରେ ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରି କର୍ଣ୍ଣାଟକ ହାଇକୋର୍ଟରେ ଆଗତ ମାମଲା ଉପରେ ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ।
- ୨୮ ତାରିଖ ସୋମବାରଠାରୁ ଭୁବନେଶ୍ୱରରେ ସମସ୍ତ କୋଭିଡ୍ ଯତ୍ନ କେନ୍ଦ୍ର ବନ୍ଦ ହେବ । ରାଜ୍ୟରେ କୋଭିଡ୍ ସଂକ୍ରମଣ କମୁଥିବା ଓ ସ୍ଥିତିରେ ଉନ୍ନତି ଆସିଥିବାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଏଭଳି ନିଷ୍ପତ୍ତି ନେଇଛି ।
- ଭାରତ-ଶ୍ରୀଲଙ୍କା ମଧ୍ୟରେ କାଲିଠାରୁ ଆରମ୍ଭ ହୋଇଛି ଟି-୨୦ ସିରିଜ୍ । ଏହି ସିରିଜର ପ୍ରଥମ ମ୍ୟାଚ ଗତକାଲି ଲକ୍ଷ୍ନୌରେ ଖେଳାଯାଇଥିଲା ।
- ରୁଷ୍ର ୟୁକ୍ରେନ୍ ଆକ୍ରମଣକୁ ନିନ୍ଦା କରି ଶନିବାର ଦିନ ଜାତିସଂଘ ନିରାପତ୍ତା ପରିଷଦ୍ରେ ଆମେରିକାଦ୍ବାରା ପ୍ରାୟୋଜିତ ପ୍ରସ୍ତାବନାରେ ଭୋଟ୍ ଦେବାରୁ ଭାରତ ନିବୃତ୍ତ ରହିଛି। ବିନା ସର୍ତ୍ତରେ ତୁରନ୍ତ ୟୁକେ୍ରନ୍ରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ନିମନ୍ତେ ଉକ୍ତ ପ୍ରସ୍ତାବନାରେ ଦାବି କରାଯାଇଛି।
- ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଆଲ୍ବାନିଆଦ୍ବାରା ପ୍ରାୟୋଜିତ ଓ ପୋଲାଣ୍ଡ୍, ଇଟାଲି, ଜର୍ମାନି, ଏସ୍ତୋନିଆ, ଲକ୍ସେମ୍ବର୍ଗ ଏବଂ ନିଉଜିଲାଣ୍ଡ୍ ସମେତ ଅନ୍ୟ କେତେକ ଦେଶ ସମର୍ଥନ କରିଥିବା ଉକ୍ତ ପ୍ରସ୍ତାବନା ଚିଠାକୁ ଜାତିସଂଘ ନିରାପତ୍ତା ପରିଷଦ୍ ଭୋଟ୍ ଦେଇଥିଲା। ଉକ୍ତ ପ୍ରସ୍ତାବନା ସପକ୍ଷରେ ୧୧ଟି ଦେଶ ଭୋଟ୍ ଦେଇଥିବା ବେଳେ ଭାରତ ସମେତ ୩ଟି ଦେଶ (ଚୀନ୍, ଭାରତ ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସ୍) ଭୋଟ୍ ଦେବାରୁ ବିରତ ହୋଇଥିଲେ।
- ୟୁରୋପୀୟ ସଂଘ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ବିଦେଶ ମନ୍ତ୍ରୀ ସର୍ଗଇ ଲାବରବଙ୍କ ୟୁରୋପରେ ଥିବା ସମ୍ପତ୍ତିକୁ ଜବତ କରିବ । ୩ ଜଣ ୟୁରୋପୀୟ ଅଧିକାରୀ ଏବଂ ଜଣେ ୟୁରୋପୀୟ କୂଟନୀତିଜ୍ଞ ଏହା କହିଛନ୍ତି।
- ରୁଷ୍ର ୧୦୦୦ ସୈନିକଙ୍କୁ ନିପାତ କରାଯାଇଛି ବୋଲି ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରାଳୟ ଦାବି କରିଛି। ରୁଷ୍ ୩୦ ରୁ ଅଧିକ ଟ୍ୟାଙ୍କ୍ ଏବଂ ପାଖାପାଖି ୧୨ଟି ହେଲିକପ୍ଟର ଏବଂ ଯୁଦ୍ଧ ବିମାନ ଧ୍ବଂସ କରାଯାଇଛି ବୋଲି ୟୁକ୍ରେନ୍ ଉପ ପ୍ରତିରକ୍ଷା ମନ୍ତ୍ରୀ ହାନ୍ନା ମଲ୍ୟାର୍ ସୂଚନା
- କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଜଡ଼ିତ ଥିବା ୩୨ ବର୍ଷ ପୁରୁଣା ରାସ୍ତା ଦୁର୍ଘଟଣା ମାମଲାର ରାୟକୁ ସୁପ୍ରିମକୋର୍ଟ ସମୀକ୍ଷା କରିବେ। ସିଦ୍ଧୁଙ୍କୁ କଠୋର ଅଭିଯୋଗର ସମ୍ମୁଖୀନ ହେବାକୁ ପଡ଼ିବ କି ନାହିଁ ତାହା ତଦନ୍ତ କରିବେ ସର୍ବୋଚ୍ଚ ନ୍ୟାୟାଳୟ।
- ରାଜଧାନୀ ଦିଲ୍ଲୀରେ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ଏବେ ଆଉ ରାତ୍ରିକାଳୀନ କର୍ଫ୍ୟୁ ହେବ ନାହିଁ ଏବଂ ଏପ୍ରିଲ ୧ ତାରିଖରୁ ବିଦ୍ୟାଳୟଗୁଡ଼ିକ ଖୋଲାଯାଇପାରିବ |
- ଆଜିଠୁ ଆରମ୍ଭ ହୋଇଛି ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି । ୩ ଦିନ ଯାଏ ଅର୍ଥାତ ୨୬, ୨୭ ଓ ୨୮ ତାରିଖ ଯାଏ ଗଣାଯିବ ଭୋଟ୍ । ବ୍ଲକ ସ୍ତରରେ ଭୋଟ ଗଣାଯିବା ପରେ ଫଳାଫଳ ପ୍ରକାଶ କରାଯିବ ।
- ଦେଶରେ ସାର୍ବଜନୀନ ଟିକାକରଣ ୧୭୭ କୋଟି ଅତିକ୍ରମ କରିଛି। ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ଶୁକ୍ରବାର ସାଢେ ଚାରିଟା ସୁଦ୍ଧା ୧୭୭ କୋଟି ଏକ ଲକ୍ଷ ୮୦ ହଜାର ପାନରୁ ଅଧିକ ଟିକା ଦିଆଯାଇଛି।
- ବିଗତ ୨ ବର୍ଷ ମଧ୍ୟରେ ୧୮୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେହିପରି ୩୦୦ରୁ ଊର୍ଦ୍ଧ୍ୱ ଅସ୍ତ୍ର ଜବତ ହୋଇଛି । ଜମ୍ମୁ କଶ୍ମୀର ଡିଜିପି ଦିଲବାଗ ସିଂହ ଏହା କହିଛନ୍ତି । ଜମ୍ମୁ କଶ୍ମୀର ଡିଜିପି କହିଛନ୍ତି ଯେ, ପାକିସ୍ତାନ ଦ୍ୱାରା ଆତଙ୍କବାଦୀମାନଙ୍କୁ ଅସ୍ତ୍ର ଯୋଗାଇ ଦିଆଯାଉଛି ।
- ଇଣ୍ଡୋନେସିଆରେ ଆଜି ପୂର୍ବାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। ୟୁନାଇଟେଡ ଷ୍ଟେଟ ଜିଓଗ୍ରାଫିକାଲ ସର୍ଭେ ପକ୍ଷରୁ ଏହା କୁହାଯାଇଛି।
- ଏବେ ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରଖିଛି ଋଷ । ତେବେ କେବଳ ସାମରିକ ଯୁଦ୍ଧ ନୁହେଁ ୟୁକ୍ରେନ୍ ଉପରେ ସାଇବର ଆଟାକ୍ ମଧ୍ୟ କରୁଛି ଋଷ ।
- ରୁଷିଆର ଲଗାତାର ଆକ୍ରମଣ ଓ ରାଜଧାନୀ କିଭ୍କୁ ଘେରାଯିବା ପରେ ରାଷ୍ଟ୍ରପତି ଜେଲେନସ୍କି ନିଜ ଦେଶ ୟୁକ୍ରେନ୍ରେ ହିଁ ରହିଛନ୍ତି । ଶୁକ୍ରବାର ରାତିରେ ଏକ ଭିଡିଓ ମାଧ୍ୟମରେ ଏହା ସ୍ପଷ୍ଟ ହୋଇଛି । ସବୁଠାରୁ ବଡ଼ କଥା ହେଲା ଯେ, ଜେଲେନ୍ସ୍କି ଏହି ଭିଡିଓକୁ ଜାରି କରିଛନ୍ତି ।
|
572 |
Y |
|