-
1.୨୦୨୫ରେ ବିଶ୍ୱର ସବୁଠାରୁ ସୁରକ୍ଷିତ ଦେଶର ମାନ୍ୟତା ପାଇଛି ଆଣ୍ଡୋରା। ଏହା ୟୁରୋପର ଗୋଟିଏ ଛୋଟିଆ ଦେଶ। ଫ୍ରାନ୍ସ ଓ ସ୍ପେନ ମଝିରେ ଥିବା ପୟରେନେସ ପାହାଡ଼ ମଧ୍ୟରେ ଆଣ୍ଡୋରା ରହିଛି। ଭାରତର ସ୍ଥାନ ଆଦୌ ସନ୍ତୋଷଜନକ ନୁହେଁ। ପାକିସ୍ତାନ ଓ ଶ୍ରୀଲଙ୍କା ଭଳି ଦେଶ ସୁରକ୍ଷିତ ତାଲିକାରେ ଭାରତ ଠାରୁ ଉପରେ ରହିଛନ୍ତି।
-
2.ସୁପ୍ରିମକୋର୍ଟ ସ୍ୱାମୀଙ୍କ ଠାରୁ ଅଲଗା ହେବା ପରେ ଭରଣପୋଷଣରେ ୧୨ କୋଟି ଟଙ୍କା, ଫ୍ଲାଟ ଓ ଗୋଟିଏ ବିଏମଡବ୍ଲ୍ୟୁ କାର ମାଗୁଥିବା ମହିଳାଙ୍କୁ ତେର୍ଚ୍ଛା ବାଣ ମାରିଛନ୍ତି । ନିଜର ଭରଣପୋଷଣ ପାଇଁ ଶିକ୍ଷିତ ମହିଳାମାନେ ସ୍ୱାମୀଙ୍କ ଟଙ୍କା ଉପରେ ନିର୍ଭର କରିବା ଅପେକ୍ଷା ନିଜେ ନିଜ ପାଇଁ ଆୟ କରିବା କଥା ବୋଲି ସୁପ୍ରିମକୋର୍ଟ କହିଛନ୍ତି।
-
3.ସମ୍ବିଧାନର ଧାରା ୬୮ର ଉପଧାରା ୨ ଅନୁଯାୟୀ ମୃତ୍ୟୁ, ଇସ୍ତଫା, ଅପସାରଣ କିମ୍ବା ଅନ୍ୟ କୌଣସି କାରଣରୁ ଉପରାଷ୍ଟ୍ରପତି ପଦ ଖାଲି ହେବା ପରେ ସେହି ପଦବୀ ପୂରଣ ପାଇଁ ଯଥାଶୀଘ୍ର ନିର୍ବାଚନ ହେବା ଜରୁରି।
-
4.କାମେରୁନର ୯୨ ବର୍ଷୀୟ ରାଷ୍ଟ୍ରପତି ପୁଣି ଥରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି।
-
5.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିଛନ୍ତି ।
-
6.ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି । ଜଗଦୀପ ଧନଖର ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାର ୨୪ ଘଣ୍ଟା ମଧ୍ୟରେ ରାଷ୍ଟ୍ରପତିଙ୍କ ସହ ତାଙ୍କର ସାକ୍ଷାତକୁ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି।
-
7. ଆମେରିକା ରୁଷରୁ ଶସ୍ତାରେ ତେଲ କିଣୁ ଥିବା ଚୀନ, ଭାରତ ଓ ବ୍ରାଜିଲକୁ ପୁଣି ଥରେ ଧମକ ଦେଇଛି । ଯଦି ଏହି ଦେଶଗୁଡ଼ିକ ରୁଷରୁ ଶସ୍ତା ତେଲ କିଣିବା ଜାରି ରଖନ୍ତି, ତେବେ ସେମାନଙ୍କର ଅର୍ଥନୀତିକୁ ବଡ଼ କ୍ଷତି ସହିବାକୁ ପଡ଼ିପାରେ ବୋଲି ଆମେରିକାର ଜଣେ ସିନେଟର ଧମକ ଦେଇଛନ୍ତି।
-
8. ଭାରତୀୟ ବାୟୁସେନା ଦୀର୍ଘ ୬୨ ବର୍ଷ ପରେ ପ୍ରତିଷ୍ଠିତ ଲଢ଼ୁଆ ବିମାନ ମିଗ୍-୨୧କୁ ଅବସର ଦେବାକୁ ଯାଉଛି। ଶେଷ ଜେଟ୍କୁ ସେପ୍ଟେମ୍ବର ୧୯ରେ ଚଣ୍ଡିଗଡ଼ ଏୟାରବେସରେ ୨୩ ସ୍କ୍ୱାଡ୍ରନ୍ (ପାନ୍ଥର୍ସ) ଦ୍ୱାରା ଏକ ଆନୁଷ୍ଠାନିକ ବିଦାୟ ଦିଆଯିବ।
-
9.ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ଯେ ବିହାରରେ ମୋଟ ୫୨ ଲକ୍ଷରୁ ଅଧିକ ଭୋଟରଙ୍କ ନାମ କଟିବ ଏବଂ ଆଗକୁ ଏହି ସଂଖ୍ୟା ଆହୁରି ବଢିପାରେ ।
-
10.ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଧନଖଡ଼ଙ୍କ ମୋଟ ସମ୍ପତ୍ତି ପ୍ରାୟ ୭.୮ କୋଟି ଟଙ୍କା ହେବ, ଯେଉଁଥିରେ ଉଭୟ ସ୍ଥାବର (୪.୫କୋଟିରୁ ଅଧିକ) ଏବଂ ଅସ୍ଥାବର(ପ୍ରାୟ ୩.୩କୋଟି) ସମ୍ପତ୍ତି ଅନ୍ତର୍ଭୁକ୍ତ। ଉପରାଷ୍ଟ୍ରପତି ଭାବେ ତାଙ୍କୁ ମାସକୁ ୪ଲକ୍ଷ ଦରମା ମିଳୁଥିଲା।
-
11.ଆସନ୍ତା ଅଗଷ୍ଟ ୯ ତାରିଖରେ ଓଡ଼ିଶାର ମହିଳା ପାଇବେ ସୁଭଦ୍ରା ତୃତୀୟ କିସ୍ତି। ଯେଉଁମାନେ ଦ୍ୱିତୀୟ କିସ୍ତି ପାଇନାହାନ୍ତି ଆସନ୍ତା ୨ ଦିନ ମଧ୍ୟରେ ସମ୍ପୃକ୍ତ ହିତାଧିକାରୀଙ୍କ ତାଲିକାକୁ ରିଭ୍ୟୁ କରାଯିବ। ବହୁ ଜଲଦି ଯୋଗ୍ୟ ହିତାଧିକାରୀ ପାଇବେ ସୁଭଦ୍ରାକ୍ର ସମସ୍ତ କିସ୍ତି।
-
12.କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ସରକାର ଆନୁଷ୍ଠାନିକ ଭାବରେ ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନ (8th CPC) ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
-
13.ବାପା କିମ୍ବା ଜେଜେ ବାପାଙ୍କ ନାଁରେ ଜମି ଥିଲେ ବି ପୁଅ ଚାଷୀ ପଞ୍ଜୀକରଣ କରିପାରିବେ। ଯିଏ ଯେଉଁ ଜମିରେ ଚାଷ କରୁଥିବେ ସେତିକିରେ ପଞ୍ଜୀକରଣ କରିପାରିବେ। ଯଦି ଜଣେ ଭାଇ ସବୁ ଜମି ଚାଷ କରୁଛି, ଅନ୍ୟ ଭାଇ ସ୍ବୀକୃତିନାମା ଦେବେ। ସ୍ବୀକୃତିନାମା ଦେଇ ସବୁ ଜମି ପାଇଁ ପଞ୍ଜୀକଣ କରିପାରିବେ।
-
14. ଇରାନର ପରମାଣୁ କାର୍ଯ୍ୟକ୍ରମ ଦଶନ୍ଧି ଧରି ଆନ୍ତର୍ଜାତୀୟ ବିବାଦର ବିଷୟ ହୋଇ ରହିଛି। ସମ୍ପ୍ରତି ଇସ୍ରାଏଲ ଓ ଆମେରିକାର ଆକ୍ରମଣ ସତ୍ତ୍ୱେ ଇରାନ ତା’ର ପରମାଣୁ କାର୍ଯ୍ୟକ୍ରମ ଜାରି ରଖିବାକୁ ନିଷ୍ପତ୍ତି ନେଇଛି।
-
15.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲ୍ଲା ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପୂର୍ବତନ ମେଡିକାଲ ଅଫିସର ଡାକ୍ତର କରୁଣାକର ରାଉତଙ୍କୁ ମଙ୍ଗଳବାର ଚାକିରିରୁ ବହିଷ୍କାର କରିଛନ୍ତି ।
-
16.ଜାତୀୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ (ଏନ୍ସିଇଆର୍ଟି)ର ନୂତନ ଅଷ୍ଟମ ଶ୍ରେଣୀ ସାମାଜିକ ପାଠ୍ୟପୁସ୍ତକରୁ ଓଡ଼ିଶାର ଐତିହାସିକ ପାଇକ ବିଦ୍ରୋହ ଅଧ୍ୟାୟ ଉଚ୍ଛେଦ ନେଇ ହେଉଥିବା ଅଭିଯୋଗକୁ ଆଜି ପରିଷଦ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଖଣ୍ଡନ କରାଯାଇଛି ।
-
17. ଭିଡିଓକନ୍ ଗ୍ରୁପ୍କୁ ୩୦୦ କୋଟି ଟଙ୍କାର ଋଣ ମଞ୍ଜୁର କରିବା ଲାଗି ଲାଞ୍ଚ ନେଇଥିବା ମାମଲାରେ ଦିଲ୍ଲୀର ଏକ ଟ୍ରିବ୍ୟୁନାଲ୍ଆ ଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମ୍ଡି ଓ ସିଇଓ ଚନ୍ଦା କୋଚ୍ଚରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
-
18.ରାଜ୍ୟ ସରକାର ଖୁବ୍ଶୀଘ୍ର ୨୨ଟି ଖଣି ନିଲାମ କରିବେ ବୋଲି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି।
-
19.ଇରାନର ଲୋକମାନଙ୍କୁ ପ୍ରତିଦିନ ୧୩୦ ଲିଟର ପାଣି ଦିଆଯିବ। ଯଦି ବ୍ୟକ୍ତି ଏହାଠାରୁ ଅଧିକ ପାଣି ବ୍ୟବହାର କରନ୍ତି, ତେବେ ତାଙ୍କୁ ଜରିମାନା ଦେବାକୁ ପଡିବ। ଦେଶର ଜଳଭଣ୍ଡାର ଶୁଖିଯିବା ଯୋଗୁ ଇରାନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
-
20.ଯାଜପୁର ଜିଲ୍ଲାର କଳିଙ୍ଗନଗରଠାରେ ଥିବା ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନକୁ ରାଉରକେଲାକୁ ଉଠାଇ ନେବାକୁ ଇସ୍ପାତ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି।