# |
Date |
Type |
Current Affairs |
No. Of Views |
Status |
Action |
3371 |
21-11-2020 |
Odia |
- ରାଜ୍ୟର ୧ ନମ୍ବର ଟସର ଖୋସା ସୁନ୍ଦରଗଡ ଜିଲ୍ଲା଼ରୁ ଉତ୍ପାଦିତ ହେଉଛି । ଖୁଣ୍ଟଗାଁରେ ୫ ଏକର ଜମିରେ ଏକ ‘ଟସର ସିଲ୍କ ପାର୍କ ପ୍ରକଳ୍ପର ପରିକଳ୍ପନା କରାଯାଇଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପାଣ୍ଠିରୁ ଏଥିପାଇଁ ୨୪ କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯିବ ଏବଂ ୨୦୨୧ ସୁଦ୍ଧା ସୁନ୍ଦରଗଡ଼ରେ ପୂର୍ଣ୍ଣାଙ୍ଗ ‘ଟସର ସିଲ୍କ ପାର୍କ’ କାର୍ଯ୍ୟକ୍ଷମ ହେବ।
- ବିଧାନସଭାରେ ୨୦୨୦-୨୧ ବର୍ଷ ପାଇଁ ୧୧ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପିତ କରିଛନ୍ତି।
- ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା ସତତ୍ କାର୍ଯ୍ୟକ୍ରମ ଅଧୀନରେ ୨୦୨୩-୨୪ ସୁଦ୍ଧା ଦେଶରେ ୫ ହଜାର ସିବିଜି ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ।
- ୨୦୨୧ ବର୍ଷ ଲାଗି ଇଂଲଣ୍ଡ ଏଣ୍ଡ୍ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ତା’ର ଘରୋଇ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ କାର୍ଯ୍ୟକ୍ରମ ଘୋଷଣା କରିଛି। ଆସନ୍ତାବର୍ଷ ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡ ଗସ୍ତରେ ଯାଇ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଏହି ସିରିଜ୍ରେ ପ୍ରଥମ ଟେଷ୍ଟମ୍ୟାଚ୍ ଅଗଷ୍ଟ ୪ରୁ ଆରମ୍ଭହେବ।
- ‘ପ୍ରମେୟ’ଓଡ଼ିଆ ଖବର କାଗଜ କନ୍ଧମାଳ ଜିଲା ପ୍ରତିନିଧି ସ୍ବର୍ଗତ ତାରିଣୀଚନ୍ଦ୍ର ପାଢ଼ୀଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି।
- ପାକିସ୍ତାନୀ ଏବଂ ଇଟାଲୀୟ ପ୍ରତ୍ନତତ୍ତ୍ୱ ବିଶେଷଜ୍ଞ ଇସଲାମାବାଦର ଉତ୍ତର ପଶ୍ଚିମ ପାକିସ୍ତାନରେ ୧୩୦୦ ବର୍ଷ ପୁରୁଣା ହିନ୍ଦୁ ମନ୍ଦିରକୁ ଖୋଜି ବାହାର କରିଛନ୍ତି। ଏହି ମନ୍ଦିର ସ୍ବାତ ଜିଲ୍ଲାର ଏକ ପର୍ବତରେ ରହିଛି।
- ଦେଶର ସିଏଜି(ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ) ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଆନ୍ତ-ସଂସଦୀୟ ୟୁନିଅନ(ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନ୍),ଜେନେଭାର ବାହ୍ୟ ଅଡିଟର ଭାବରେ ଚୟନ କରାଯାଇଛି | ତାଙ୍କର କାର୍ଯ୍ୟକାଳ ତିନି ବର୍ଷ ରହିବ ।
- ଫାଇଜର୍’ ଏବଂ ‘ବାୟୋଏନ୍ଟେକ୍’ଦ୍ବାରା ମିଳିତ ଭାବେ ବିକଶିତ ଟିକା କୋଭିଡ୍-୧୯ ସଂକ୍ରମଣ ପ୍ରତିରୋଧ କରିବାରେ ୯୫% ଫଳପ୍ରଦ ହୋଇଥିବା କଥା ଅନ୍ତିମ ପର୍ଯ୍ୟାୟ ପରୀକ୍ଷାରୁ ଜଣାପଡ଼ିଥିଲା।
- ଦ୍ୱିତୀୟ ଥର ପାଇଁ ମା ହେଉଥିବା ମହିଳାମାନଙ୍କୁ ୬ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି । ଅଶୋକ ଗେହେଲଟ କହିଛନ୍ତି ସିଧାସଳଖ ହିତାଧିକାରୀ ମହିଳାଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଏହି ରାଶି ଦିଆଯିବ ।
- ଇକୋନୋମିକ୍ ଇଣ୍ଟେଲିଜେନ୍ସ ୟୁନିଟ୍ -୨୦୨୦ ଦ୍ବାରା ଜାରି କରାଯାଇଥିବା ସୂଚୀରେ ସବୁଠୁ ଧନୀ ସହର ଲିଷ୍ଟରେ ହଙ୍କ କଙ୍ଗ, ପ୍ୟାରିସ୍ ଭଳି ସହର ସ୍ଥାନ ପାଇଥିବା ବେଳେ ସବୁଠୁ ଶସ୍ତା ସହର ମଧ୍ୟରେ ଭାରତର ବେଙ୍ଗାଲୁରୁ ଓ ଚେନ୍ନାଇ ସ୍ଥାନ ପାଇଛି।
- ପତ୍ନୀ ସୂଚନା ଅଧିକାର ଆଇନ ଆଦାରରେ ନିଜ ପତିଙ୍କ ଆୟ ବାବଦରେ ଜାଣିପାରିବେ ବୋଲି ଆୟୋଗ କହିଛନ୍ତି ।
- ମଧ୍ୟପ୍ରଦେଶରେ ବହୁ ଚର୍ଚ୍ଚିତ ଶିଶୁ ଦୁଷ୍କର୍ମ ଘଟଣା ଅମରଓ୍ବାଡା ଥାନା ଅଞ୍ଚଳରେ ଜମୁନିୟା ଗାଁରେ ୩ ବର୍ଷର ଶିଶୁ ସହ ଘଟିଥିଲା । ୫ ମାସ ମଧ୍ୟରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ ।
- ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ନଭେମ୍ବର ୨୭ରୁ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି ।
- ଗତ ଅଢ଼େଇ ବର୍ଷରେ ପାଞ୍ଚଟି ଆର୍ଥିକ ସଂସ୍ଥା - ବଡ଼ ଧରଣର ବ୍ୟାଙ୍କ ହେଉଛି ଆଇଏଲ୍ ଆଣ୍ଡ୍ ଏଫ୍ଏସ୍, ଡିଏଚ୍ଏଫ୍ଏଲ୍, ୟେସ୍ ବ୍ୟାଙ୍କ, ପିଏମ୍ସି ବ୍ୟାଙ୍କ ଓ ଲକ୍ଷ୍ମୀ ବିଳାସ ବ୍ୟାଙ୍କ।
- ଛତିଶଗଡରେ କେବଳ ମହିଳାଙ୍କ ଲାଗି ସ୍ୱତନ୍ତ୍ର ମୋବାଇଲ୍ ମେଡିକାଲ୍ ସୁବିଧା ‘ଦାଏ-ଦିଦି(ମା’-ଭଉଣୀ) କ୍ଲିନିକ୍’ ଆରମ୍ଭ କରିଛି। ଦେଶରେ ପ୍ରଥମ ସର୍ବମହିଳା ମୋବାଇଲ୍ କ୍ଲିନିକ୍ ରାଜ୍ୟର ରାୟପୁର, ବିଲାସପୁର ଏବଂ ଭିଲାଇର ମ୍ୟୁନିସିପାଲିଟି ଅଂଚଳରେ ମାଗଣା ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଇବ।
|
648 |
Y |
|
3372 |
21-11-2020 |
English |
1.China Occupies Part of Bhutan, Sets up Village Close to Doklam Clash Site
2. The third phase human trial of Covid-19 vaccine candidate ‘Covaxin’ began at the Institute of Medical Sciences and SUM Hospital here, said an official on Friday.This is the only institute in Odisha chosen by the Indian Council for Medical Research (ICMR) for the human trial of the vaccine.
3. Odisha-born and Comptroller & Auditor General (CAG) of India Girish Chandra Murmu has been elected as External Auditor of Inter Parliamentary Union (IPU), Geneva for a three-year term.
4.Odisha’s renowned nephrologist Dr. Chittaranjan Kar passed away at a hospital in Chennai this evening. He was 57.
5.Odisha Finance Minister Niranjan Pujari today presented the Supplementary budget of Rs 11,200 Crore for the financial year 2020-21 in the State Assembly.
6.Sundargarh leads Tasar Silk production in Odisha with high quality cocoon cultivated in different parts of the district. To take sericulture to the next level and achieve ‘Soil to Silk’ ecosystem, the district administration plans to build a modern Tasar Silk Park at Khuntgaon under Lahunipara block.
7.With cold wave conditions started prevailing in various parts of the state, Odisha State Commission for Protection of Child Rights (OSCPCR) has directed all district Collectors to ensure that no child sleeps under open sky in chilling temperature.
8.Haryana government Friday ordered that all private and government schools across the state shall remain shut till November 30.
9.Under the Centre's 'Har Ghar Nal Yojana', the state government will start drinking water supply through pipes in 1,606 villages of the Mirzapur region.
10. Delhi's air quality was recorded in the “poor” category on Friday morning, while central government agencies said it is likely to improve marginally due to favourable wind speed.The city's air quality index was 292 at 10 am. Its 24-hour average AQI was 283 on Thursday, 211 on Wednesday and 171 on Tuesday.
11.The Prime Ministers of India and the Grand Duchy of Luxembourg have held the first-ever India-Luxembourg Virtual Summit.
12.The (RBI) has decided to impose a 30-day moratorium on Chennai-based Lakshmi Vilas Bank Ltd (LVB).
13.India’s Artificial Intelligence (AI) supercomputer Param Siddhi ranked 63rd among top 500 most powerful non-distributed computer systems in the world.
14 A 500-million dollar loan agreement was signed between the Union government, the Ministry of Housing and Urban Affairs, National Capital Region (NCR) Transport Corporation Limited and the New Development Bank (NDB) for the Delhi-Ghaziabad-Meerut Regional Rapid Transit System (RRTS).
15 Union Housing and Urban Affairs Minister Hardeep Singh Puri on Thursday launched the ‘Safaimitra Suraksha Challenge’ across 243 cities in the country, a move that aims to mechanise all sewer and septic tank cleaning operations by April 30 next year. |
873 |
Y |
|
3373 |
20-11-2020 |
English |
- The Chinese People's Liberation Army, the report said, recently provoked skirmishes along its disputed border with India, which killed dozens on both sides, and remains in a tense standoff with India's military.
- Renu Devi breached the proverbial glass ceiling by becoming the first woman Deputy Chief Minister of Bihar
- Bihar Education Minister Mewa Lal Chaudhary,whose appointment to the post had triggered a controversy on account of a corruption taint, tendered his resignation, barely three days after being sworn in.
- China rapidly building infrastructure for its military along LAC.
- Prison authorities urge Orissa high court to prevent crowding of jails.
- Odisha renews MoU with PMSRF for free cardiac treatment to poor children.
- PM to inaugurate green energy meet on Nov 26
- India is at 77th position with a score of 45 in a global list that measures business bribery risks of 2020.The list by TRACE, an anti-bribery standard setting organisation, measures business bribery risk in 194 countries, territories, and autonomous and semi-autonomous regions.
- A female police constable from Delhi's Samaypur Badli police station became the first police personnel to get an "out-of-turn promotion" for rescuing 76 children, as a part of an incentive mechanism announced by the Police.
- Pakistani anti-terrorism court sentences 26/11 mastermind Hafiz Saeed to 10 years in jail in two terror cases
- Oxford vaccine to cost Rs 500-600, available by April 2021: Serum Institute of India (SII)CEO
- Dr Maheshi Ramasamy, an Investigator at the Oxford Vaccine Group, said, “Older adults are a priority group for Covid-19 vaccination, because they are at increased risk of severe disease, but we know that they tend to have poorer vaccine responses.
- The Railway ministry received 120 applications from 16 firms at the Request for Proposal (RFP) stage out of which 102 applications were found eligible for the RFP stage.
- Madhya Pradesh announces 200 days of MGNREGA work in Maoist-hit dist
- Despite calls for restraint, Pak forces providing support to infiltrators: India
|
679 |
Y |
|
3374 |
20-11-2020 |
Odia |
- କୋଭିଡ଼-୧୯ ମହାମାରୀ ମଧ୍ୟରେ ଭାରତରେ ପ୍ରଥମ ବଡ଼ କ୍ରୀଡ଼ା ପ୍ରତିଯୋଗିତା ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ)ର ୭ମ ସଂସ୍କରଣ ଗୋଆରେ ଶୁକ୍ରବାରଠାରୁ ଖେଳାଯିବ। ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫ୍ଏଫ୍) ଓ ରିଲାଏନ୍ସ ଫୁଟବଲ ଡେଭଲପମେଣ୍ଟର ମିଳିତ ସହଯୋଗରେ ଆୟୋଜିତ ଟୁର୍ଣ୍ଣାମେଣ୍ଟ ଜୈବ ନିରାପତ୍ତା ପରିବେଶ ମଧ୍ୟରେ ଗୋଆର ୩ଟି ଷ୍ଟାଡ଼ିୟମ ଜିଏମ୍ସି ଆଥ୍ଲେଟିକ୍ ଷ୍ଟାଡ଼ିୟମ ବାମ୍ବୋଲିନ୍, ତିଳକ ମଇଦାନ ଓ ଫାଟ୍ରୋଡାରେ ଖେଳାଯିବ।
- ରାଜ୍ୟ ସରକାର ବିଜୁଳି ଶୁଳ୍କ ବଢ଼ାଇଛନ୍ତି; ମାତ୍ର ବିଜୁଳି ଶୁଳ୍କ ବୃଦ୍ଧି ସହ ଶୁଳ୍କର ସାରଣୀରେ ରହିଥିବା ବିଚ୍ୟୁତି ରାଜ୍ୟର ବିଜୁଳି ଉପଭୋକ୍ତାଙ୍କ ପାଇଁ ଶିରପୀଡ଼ା ହୋଇଛି। ସ୍ବଳ୍ପ ଆୟ କରୁଥିବା ଓ ଅଳ୍ପ ବିଜୁଳି ବ୍ୟବହାର କରୁଥିବା ଉପଭୋକ୍ତାଙ୍କୁ ଉଚ୍ଚ ଆୟସମ୍ପନ୍ନ ଓ ଅଧିକ ବିଜୁଳି ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ସହ ସମାନ କରିଦିଆଯାଇ ଥିବାରୁ ସାଧାରଣ ଖାଉଟି କ୍ଷତିଗ୍ରସ୍ତ ହେଉଛି।
- ଚଳିତମାସ ୩୦ରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ହେବ। ଏହି ଚନ୍ଦ୍ରଗ୍ରହଣ ଏକ ଉପଚ୍ଛାୟା ଗ୍ରହଣ ରୂପରେ ଦେଖାଯିବ ।
- ମୁଖ୍ୟମନ୍ତ୍ରୀ କେଜରିୱାଲ କହିଛନ୍ତି ଯେ ପୂର୍ବରୁ ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ୁଥିଲା, ମାତ୍ର ଏବେ ତାହାକୁ ୨୦୦୦ ଟଙ୍କା କରାଯାଇଛି । ଏହା ସହ ଏହି ସମୟରେ କରୋନାକୁ ନେଇ ରାଜନୀତି ନ କରିବା ଓ ଘରେ ଛଟ୍ ପର୍ବ ପାଳନ କରିବାକୁ ସେ ଅନୁରୋଧ କରିଛନ୍ତି ।
- ଆଜିଠୁ ଶୀତ ଅଧିବେଶନ : ଶାସକ-ବିରୋଧୀ ସମସ୍ତେ ପ୍ରସ୍ତୁତ,ଏଥର ସରକାର ୧୦ଟି ବିଧେୟକ ଗୃହରେ ଉପସ୍ଥାପିତ କରିବାକୁ ଯାଉଥିବାବେଳେ ବିରୋଧୀ ବିଜେପି ଓ କଂଗ୍ରେସ ଦଳ ୯ଟି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି।
- ବଦଳିଲା ବୈଷୟିକ ଶିକ୍ଷାବର୍ଷ : ଡିସେମ୍ବର ପହିଲାରୁ ପ୍ରଥମ ବର୍ଷ ପାଠପଢ଼ା, ଡିସେମ୍ବର ୫ ପର୍ଯ୍ୟନ୍ତ ଖାଲି ସିଟ୍ରେ ନାମଲେଖା
- ଦୁର୍ଘଟଣା ରୋକିବା ପାଇଁ କଠୋର ହେଲେ ସରକାର : ଏଣିକି ବିନା ହେଲ୍ମେଟ୍ରେ ଗାଡ଼ି ଚଳାଇଲେ ଲାଇସେନ୍ସ ବାତିଲ୍
- ଛୋଟ ହେଉ ବା ବଡ଼ କୌଣସି ବ୍ୟବସାୟୀ ବିନା ଟ୍ରେଡ୍ ଲାଇସେନ୍ସ(ବ୍ୟବସାୟ ଅନୁମିତ)ରେ ବ୍ୟବସାୟ କରୁଥିଲେ ଏଣିକି ମହଙ୍ଗା ପଡ଼ିବ। ନିର୍ଦ୍ଧାରିତ ସମୟରେ ଅନୁମତିପତ୍ର ହାସଲ ନ କଲେ ଆଉ ବ୍ୟବସାୟ କରିପାରିବେ ନାହିଁ।
- ଗୁଣସୂତ୍ର ସଂଶୋଧନ ପ୍ରଯୁକ୍ତିବିଦ୍ୟା ‘କ୍ରିସ୍ପର୍’ ଆଧାରିତ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ କରୋନାଭାଇରସ୍ ଟେଷ୍ଟ୍ କିଟ୍ ‘ଫେଲୁଦା’ ଦେଶର ଆଠଟି ମେଟ୍ରୋ ସହରରେ ଥିବା ଆପୋଲୋ ହସ୍ପିଟାଲ୍ରେ ଉପଲବ୍ଧ ହେବ ବୋଲି କୁହାଯାଉଛି।
- ଗତ ୨୪ ଘଣ୍ଟା ମଧ୍ୟରେ ୪୫ ହଜାର ୫୭୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୫୮୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ କରୋନା ମୃତ୍ୟୁ ୧ ଲକ୍ଷ ୩୧ ହଜାର ୫୭୮ ପହଞ୍ଚିଛି। ଲଗାତାର ୯ ଦିନ ଧରି ଦେଶରେ ସକ୍ରିୟ ମାମଲା ୫ ଲକ୍ଷରୁ କମ୍ ରହିଛି। ତେବେ ୨ ଦିନରେ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ୫୦ ପ୍ରତିଶତ ବୃଦ୍ଧି ହୋଇଛି।
- ଇଣ୍ଡିଆ ଟିଭି ର ରଜତ ଶର୍ମା ହେଲେ ନ୍ୟୁଜ ବ୍ରଡକାଷ୍ଟର ଆସୋସିଏସନର ପୁଣି ସଭାପତି ନିର୍ବାଚିତ ।
- ଆଗାମୀ ୩ ବର୍ଷ ମଧ୍ୟରେ ଦେଶର ପ୍ରମୁଖ ରାଜପଥ, ଶିଳ୍ପ କୋରିଡର ଏବଂ ଖଣି ଅଞ୍ଚଳ ମାନଙ୍କରେ ୧ହଜାର ଏଲ୍ଏନ୍ଜି ଇନ୍ଧନ ଷ୍ଟେସନ ପ୍ରତିଷ୍ଠା କରାଯିବାର ଯୋଜନା ପ୍ରସ୍ତୁତି : ଧର୍ମେନ୍ଦ୍ର ପ୍ରଧାନ ।
- ପିଓକେରେ ଭାରତୀୟ ସେନାର ‘ପିନ୍-ପଏଣ୍ଟ’ ଅପରେସନ; ଆତଙ୍କବାଦୀ ଶିବିର ଧ୍ବଂସ ।
- ଖଣି ନିଲାମକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ଧରଣର ଯୋଜନା ପ୍ରସ୍ତୁତ କରିଛନ୍ତି। ଆସନ୍ତା ଦୁଇ ବର୍ଷରେ ପ୍ରାୟ ୧୯୦ ଖଣି ନିଲାମ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ଦୁଇ ବର୍ଷରେ ନିଲାମ କରାଯିବାକୁ ଥିବା ଖଣିଗୁଡ଼ିକ ମଧ୍ୟରେ ରହିଛି ୫୯ଟି ଚୁନପଥର, ୫୫ ଲୁହା ପଥର, ୩୧ ବକ୍ସାଇଟ୍ ଓ ଗୋଟିଏ ସୁନା ଖଣି। ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ପାଖରେ ଥିବା ୧୫୦ରୁ ଅଧିକ ନିସ୍କ୍ରିୟ ଖଣିକୁ ସକ୍ରିୟ କରିବା ଉପରେ ମଧ୍ୟ ଖଣି ମନ୍ତ୍ରଣାଳୟ ଜୋର ଦେଉଛି।
- ଭାରତୀୟ ଯୋଗ କ୍ରୀଡ଼ା ସଂଘ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ଭର୍ଚୁଆଲ ଯୋଗାସନ ପ୍ରତିଯୋଗିତାରେ କିଟ୍ ବିଶ୍ବବିଦ୍ୟାଳୟ ଯୋଗ ସ୍କୁଲର ମମତା ଭୂଏ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।
|
625 |
Y |
|
3375 |
19-11-2020 |
Odia |
- ଗୋଆର ପୂର୍ବତନ ରାଜ୍ୟପାଳ ମୃଦୁଳା ସିହ୍ନାଙ୍କର ୭୮ ବର୍ଷ ବୟସରେ ବୁଧବାର ପରଲୋକ ଘଟିଛି। ସେ ବିହାରର ମୁଜାଫରନଗର ଛପରା ଗାଁରେ ୨୭ ନଭେମ୍ବର ୧୯୪୨ରେ ଜନ୍ମ ଗ୍ରହଣ କରିଥିଲେ। ସାହିତ୍ୟ ଜଗତ ଜୀବନ କାଳରେ ସେ ୪୬ ବହି ଲେଖିଥିଲେ ।
- ଭାରତରେ ଆୟୋଜିତ ହେବାକୁ ଥିବ। ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ୱକପ୍ ପ୍ରତିଯୋଗିତାକୁ ଫିଫା ଦ୍ୱାରା ବାତିଲ କରାଯାଇ ୨୦୨୨ ସଂସ୍କରଣର ଆୟୋଜକ ଭାବେ ଦାୟିତ୍ୱ ଭାରତକୁ ମିଳିଛି।
- ୩ ବର୍ଷରୁ କମ୍ ବୟସର ଶିଶୁମାନଙ୍କ ଯତ୍ନ ଓ ଉଦ୍ଦୀପନାକୁ ଆଧାର କରି ସେମାନଙ୍କ ଶୈଶବର ବିକାଶ ପାଇଁ ମହିଳା ଓ ଶିଶୁବିକାଶ ଓ ମିସନ ଶକ୍ତି ବିଭାଗ ପକ୍ଷରୁ ‘ବାତ୍ସଲ୍ୟ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।
- କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ସମଗ୍ର କୋଟିଆ ପଞ୍ଚାୟତକୁ ସାଂସଦ ଆଦର୍ଶ ଗ୍ରାମ ଯୋଜନାରେ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କଲେ ।
- କର୍ଣ୍ଣାଟକ କିସ୍କିନ୍ଦାରେ ତିଆରି ହେବ ଦେଶର ସବୁଠାରୁ ଉଚ୍ଚତମ ହନୁମାନ ମୂର୍ତ୍ତି ୨୧୫ ମିଟର ।
- ରାଜ୍ୟରେ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ୨୦୨୧ ଜାନୁଆରି ୧ ସୁଦ୍ଧା ୧୮ ବର୍ଷ ହେଉଥିଲେ କରିହେବ ଆବେଦନ ।
- ଲଦାଖରେ ଚୀନକୁ ମାତ୍ ଦେବାକୁ ଭାରତର ପ୍ରସ୍ତୁତ କରୁଛି ଆଧୁନିକ ବେଡ୍ ସହ ଉଷ୍ମ ଘର ନିର୍ମାଣ
- ଚଳିତ ଶିକ୍ଷାବର୍ଷରେ ସର୍ବନିମ୍ନ ୩ମାସ ପାଠପଢା ହେବ, ପରେ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ହେବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ।
- ଡିସେମ୍ବର ୮ରୁ ଆରମ୍ଭ ହେବାକୁ ଯାଉଛି ସମ୍ବଲପୁର ହୀରାକୁଦ ଇକୋ ରିଟ୍ରିଟ୍ ଫେଷ୍ଟିଭାଲ୍।
- ଦେଶରେ ବ୍ୟାଙ୍କିଙ୍ଗ ଠକେଇ ମାମଲା ଦିନକୁ ଦିନ ବଢିବାରେ ଲାଗିଛି। SBI ୪୨ କୋଟି ଗ୍ରାହକଙ୍କୁ ଜାରି କଲେ ସତର୍କତା!
- ବିଶ୍ୱସ୍ତରରେ କିଟ୍ ବିଶ୍ୱବିଦ୍ୟାଳୟକୁ ମିଳିଲା “Awards Asia ୨୦୨୦” ସମ୍ମାନଜନକ ପୁରସ୍କାର ।
- ମାଲକାନଗିରି ସ୍ବାଭିମାନ ଅଞ୍ଚଳର ବିକାଶ ପାଇଁ ୨୧୫ କୋଟି ମଞ୍ଜୁର। ସବୁ ପରିବାରକୁ ମିଳିବ ସ୍ମାର୍ଟ ଫୋନ। ନିର୍ମାଣ ହେବ ୭ଟି ସେତୁ।
- କିନ୍ନରମାନେ ମଧୁବାବୁ ପେନ୍ସନ୍ ଯୋଜନାରେ ହେଲେ ସାମିଲ ମିଳିବ ସମସ୍ତ ସରକାରୀ ସୁବିଧା, ।
- ବରଗଡ ଜିଲାର ଏକ ଲକ୍ଷ ବୁଣାକାର ପରିବାର କେବଳ ହସ୍ତତନ୍ତରେ ବୁଣା କାମକୁ ଆଶ୍ରା କରି ରୋଜଗାର କରୁଥିବାବେଳେ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ସେମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା। ଏବେ କରୋନା କଟକଣା ସାମାନ୍ୟ କୋହଳ ହେବା ସହ ବିଶ୍ବର ସର୍ବବୃହତ୍ ଖୋଲା କପଡ଼ା ବ୍ୟବସାୟ କେନ୍ଦ୍ର ବାଲିଜୁରି (ବେହେରା) ବଜାର ପୁଣିଥରେ ଖୋଲିଲା
- ହରିୟାଣା ରାଜ୍ୟର ରେଓ୍ଵାଡିର ୧୨ଟି ସ୍କୁଲରେ ସର୍ଭେ କରାଯିବାରୁ ଏଥିରେ ୭୨ ଛାତ୍ର-ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
|
630 |
Y |
|
3376 |
19-11-2020 |
English |
- First Solar Powered Textile mill in Asia to come up in Parbhani district, Maharashtra
- Telangana announces 50% rebate in property tax, 13L owners to benefit in Hyderabad The rebate will be applicable to those who pay tax of up to Rs 15,000 a year in the Greater Hyderabad Municipal Corporation (GHMC) are and up to Rs 10,000 in other municipalities.
- Kris Gopalakrishnan, the former co-chairman and co-founder of Infosys was appointed as the first Chairperson of Reserve Bank Innovation Hub.
- The new INS Vikrant which is yet to be commissioned will be India's first-ever Indigenous Aircraft Carrier in Jan 2021
- China used ‘microwave weapon’ against Indian soldiers deployed on 2 strategic hilltops in Ladakh
- Former President of the United States Barack Obama published a memoir called “A Promised Land”. It is the first of the two volumes that Obama had written during his tenure as President of United States which is between 2009 and 2017.
- The World Health Organization is to celebrate Antimicrobial Awareness Week between November 18, 2020 and November 24, 2020 .
- Under-17 World Cup which was to be held in India, but was postponed to 2021 due to pandemic, was cancelled by FIFA and the country was handed hosting rights of the 2022 edition.
- Railways to provide coaches with 800 beds in Delhi's Shakur Basti station for COVID-19 treatment
- The Delhi High Court Wednesday refused to interfere with Delhi government's decision to ban Chhath Puja celebrations at public places like ponds and riverbanks due to the COVID-19 pandemic. The high court dismissed a petition challenging the order of chairman of Delhi Disaster Management Authority (DDMA) not to allow any gathering in public places for Chhath Puja on November 20.
- Kohli would donate all profit earned from Vize products to charity organisation Raah Foundation to help feed 10,000 underprivileged malnourished children in Maharashtra, the statement said.
- Amid a spike in the number of COVID-19 cases in Delhi, the AAP on Wednesday said despite promising, the Centre is yet to provide 250 ICU beds for the citizens of the national capital.
- Under the leadership of Delhi Chief Minister Shri Arvind Kejriwal, the Delhi government will set up a high-tech business park at Rani Khera in 150-acre land, which will be just 15 minutes away from the IGI airport.
- Sudarshan TV allowed to telecast remaining episodes of ‘Bindas Bol’ but with modifications
- Prime Minister Narendra Modi would inaugurate Karnataka’s flagship annual technology event - Bengaluru Tech Summit 2020 (BTS2020) - on Thursday via video-conferencing.The event is to take place from November 19 to 21.
|
704 |
Y |
|
3377 |
18-11-2020 |
Odia |
- ଜାନୁଆରୀ ପହିଲାରୁ ନୂଆ ଭୋଟର ପଞ୍ଜିକରଣ ଆରମ୍ଭ ହେବ।୧୮ ବର୍ଷ ହୋଇଥିଲେ ଭୋଟ ପାଇଁ ପଞ୍ଜିକରଣ କରିପାରିବେ। ଫର୍ମ-୬ରେ ଆବେଦନ କରିବାକୁ ପରାମର୍ଶ କରିପାରିବେ।ଏଥିସହ ଭୋଟର ପରିଚୟ ପତ୍ରରେ ହୋଇପାରିବ ସଂଶୋଧନ। ଏନେଇ ସବୁ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ CEO।
- ଭାରତର ପ୍ରଥମ ଘରୋଇ ଟ୍ରେନ୍ର ସ୍ପିଡ୍ରେ ଲାଗିବାକୁ ଯାଉଛି ବ୍ରେକ୍। ଖୁବଶୀଘ୍ର ଟ୍ରେନ୍ ସେବା ବନ୍ଦ କରିପାରେ। ଦୁଇଟି ରୁଟ୍ରେ ଏହି ଟ୍ରେନ୍ ଚଳାଚଳ ବନ୍ଦ କରିବାକୁ ରେଳ ବିଭାଗ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ହିନ୍ଦୁସ୍ତାନ ଟାଇମ୍ସର ଏକ ରିପୋର୍ଟ ଅନୁସାରେ ନୁଆଦିଲ୍ଲୀ- ଲକ୍ଷ୍ନୌ ରୁଟ୍ରେ ଦୌଡ଼ୁଥିବା ତେଜସ୍ ଏକ୍ସପ୍ରେସ୍ ନଭେମ୍ବର ୨୩ରେ ବନ୍ଦ ହେବାକୁ ଥିବା ବେଳେ ୨୪ ନଭେମ୍ବରରେ ଅମହମଦାବାଦ-ମୁମ୍ବାଇ ଏକ୍ସପ୍ରେସ୍ ଯାତ୍ରା ବନ୍ଦ କରିବ।
- ଭାରତରେ ତିଆରି ହେବାକୁ ଯାଉଛି ଉଚ୍ଚତମ ହନୁମାନ ମୂର୍ତ୍ତି । କର୍ଣ୍ଣାଟକର କିସ୍କିନ୍ଦାରେ ତିଆରି ହେବ ଦେଶର ସବୁଠାରୁ ଉଚ୍ଚତମ ହନୁମାନ ମୂର୍ତ୍ତି । ହାମ୍ପି ଟ୍ରଷ୍ଟ ଦ୍ବାରା ତିଆରି ହେବାକୁ ଥିବା ଏହି ମୂର୍ତ୍ତିର ଉଚ୍ଚତା ରହିବ ୨୧୫ ମିଟର । କର୍ଣ୍ଣାଟକର ବଲ୍ଲାରୀ ଜିଲ୍ଲାରେ ଅବସ୍ଥିତ ପୂରାଣ ପ୍ରସିଦ୍ଧ କିସ୍କିନ୍ଦା ଅଞ୍ଚଳ ।
- ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଉପରେ ନଭେମ୍ଵର ୧୬ରୁ କଟକଣା ଲାଗୁ କରାଯାଇଛି। ଏଥିସହ ଖାତାଧାରୀ ବର୍ତ୍ତମାନ ଉକ୍ତ ବ୍ୟାଙ୍କରୁ ୨୫ ହଜାରରୁ ଅଧିକ ଟଙ୍କା କାଢି ପାରିବେ ନାହିଁ। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଏହାର ସୂଚନା ଦିଆଯାଇଛି। ଏହା ପୂର୍ବରୁ ୟସ୍ ବ୍ୟାଙ୍କ ଓ ପିଏମସି ବ୍ୟାଙ୍କ ମାମଲାରେ ମଧ୍ୟ ଏହି ପରି ପଦକ୍ଷେପ ନିଆଯାଇଥିଲା।
- ତବଲିଗି ଜମାତ ସମ୍ପର୍କରେ ଗଣମାଧ୍ୟମ ରିପୋର୍ଟ ସହ ଜଡିତ ଏକ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ପ୍ରତିକ୍ରିୟାରେ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ମଙ୍ଗଳବାର ଦିନ ସୁପ୍ରିମକୋର୍ଟ କେନ୍ଦ୍ରକୁ କଡା ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ଟିଭି ଏବଂ ଅନ୍ୟାନ୍ୟ ମାଧ୍ୟମଗୁଡ଼ିକର ବିଷୟବସ୍ତୁ ଉପରେ ଧ୍ୟାନ ଦେବା ପାଇଁ କେନ୍ଦ୍ର ସରକାର ଏକ ବ୍ୟବସ୍ଥା ସୃଷ୍ଟି କରନ୍ତୁ, ଯଦି ଏହା ନକରନ୍ତି, ତେବେ ବାହ୍ୟ ସଂସ୍ଥାକୁ ଦାୟିତ୍ୱ ଦିଆଯିବ।
- ପଞ୍ଚଦଶ ଅର୍ଥ ଆୟୋଗ ଆଜି ଏହାର ଚୂଡାନ୍ତ ରିପୋର୍ଟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପ୍ରଦାନ କରିଛନ୍ତି। ‘କୋଭିଡ ସମୟରେ ଅର୍ଥ ଆୟୋଗ’ ଶୀର୍ଷକ ରିପୋର୍ଟରେ ଆସନ୍ତା ୫ ବର୍ଷ ଯାଏଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟ୍ୟାକ୍ସ ବଣ୍ଟନ ବିଷୟ ଉଲ୍ଲେଖ ରହିଛି। ପଞ୍ଚଦଶ ଅର୍ଥ କମିସନ ଚେୟାରମ୍ୟାନ୍ ଓ ସଦସ୍ୟବୃନ୍ଦ ପଞ୍ଚଦଶ ଅର୍ଥ କମିସନ ରିପୋର୍ଟ ର ଏକ ନକଲକୁ ପ୍ରଧାନମନ୍ତ୍ରୀଙ୍କୁ ଗତକାଲି ହସ୍ତାନ୍ତର କରିଛନ୍ତି। ୨୦୨୧-୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତ ଅର୍ଥ କମିସନ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଗତ ୪ ତାରିଖରେ କମିସନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରିପୋର୍ଟ ହସ୍ତାନ୍ତର କରିଥିଲେ।
- ମହାରାଷ୍ଟ୍ର ବିଜେପିକୁ ଲାଗିଛି ଆଜି (ମଙ୍ଗଳବାର) ଏକ ଶକ୍ତ ଝଟ୍କା। ବିଜେପିର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟସିଂରାଓ ଗାଇକୱାଡ ଆଜି ଦଳରୁ ଇସ୍ତଫା ଦେଇଛନ୍ତି।
- କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍ଓ) ଇପିଏସ୍ ପେନ୍ସନଭୋଗୀମାନଙ୍କ ଦ୍ୱାରା ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ (ଡିଏଲ୍ସି) ଦାଖଲ ପାଇଁ ଏକାଧିକ ବିକଳ୍ପ ସୃଷ୍ଟି କରିଛି। ଇପିଏଫଓର ଏହି ପଦକ୍ଷେପ ଫଳରେ କୋଭିଡ୍-୧୯ ସଙ୍କଟ କାଳରେ ଇପିଏସ୍ ପେନ୍ସନଭୋଗୀ ସେମାନଙ୍କ ଡିଏଲସି ଦାଖଲ କରିବାକୁ, ସେମାନଙ୍କ ଘର ନିକଟରେ କିମ୍ବା ଦ୍ୱାର ସମ୍ମୁଖରେ ଏକାଧିକ ବିକଳ୍ପକୁ ସୁଗମ କରାଯାଇଛି।
- ୱାରେନ୍ ବଫେଟଙ୍କ ବର୍କଶାୟର୍ ହାଥୱେ ଇଙ୍କ୍ ଚାରିଟି ବଡ ଡ୍ରଗ୍ ନିର୍ମାତାଙ୍କ ଷ୍ଟକରେ ପୁଞ୍ଜି ବିନିଯୋଗ କରିବା ଆରମ୍ଭ କରିଛି । ତେଣୁ ଏଭଳି ଉଦ୍ୟୋଗରେ ନିବେଶ କରିବା ଦ୍ବାରା ସାରା ବିଶ୍ବକୁ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ବେଶ ସହାୟକ ହେବ । ଷ୍ଟକ୍ ହୋଲଡର ମାନଙ୍କର ବିସ୍ତୃତ ବିବରଣୀ ଅନୁଯାୟୀ ବର୍କଶାୟର୍ ମୋଟ ୫.୭ ବିଲିୟନ ଡଲାର ନିବେଶ କରିଛି । ଯେଉଁଥିରେ ଏଓ୍ବିବି ଇଙ୍କ, ବ୍ରିଷ୍ଟଲ୍-ମାୟର୍ସ ସ୍କ୍ୱିବ୍ କୋ ଏବଂ ମର୍କ୍କ ଆଣ୍ଡ କୋରେ ୧.୮ ବିଲିୟନ ଡଲାର ନିବେଶ କରିଥିବା ବେଳେ ଫାଇଜରରେ ୧୩୬ ମିଲିୟନ ଡଲାର ନିବେଶ କରିଛି ୱାରେନ୍ ବଫେଟଙ୍କ ବର୍କଶାୟର୍ ହାଥୱେ ଇଙ୍କ୍ ।
- ଚଳିତବର୍ଷଠାରୁ ଅଙ୍ଗନବାଡ଼ିରେ ପ୍ରାକ୍ ବିଦ୍ୟାଳୟ ଶିକ୍ଷାଲାଭ କରୁଥିବା ୩ରୁ ୬ ବର୍ଷ ବୟସର ଶିଶୁଙ୍କ ନିମନ୍ତେ ମାଳତୀଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନାରେ ନୂଆ ଜୋତା, ମୋଜା ଏବଂ ସ୍ବେଟର ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି।
- ଚାନ୍ଦିପୁର ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ମଙ୍ଗଳବାର ଅତ୍ୟାଧୁନିକ କ୍ଷେପଣାସ୍ତ୍ର ‘କ୍ୟୁଆରସାମ’ (କୁଇକ ରିଆକ୍ସନ ସର୍ଫେସ ଟୁ ଏୟାର ମିସାଇଲ)ର ସଫଳ ପରୀକ୍ଷା କରାଯାଇଛି। ଚାନ୍ଦିପୁର ୩ ନମ୍ବର ଉତକ୍ଷେପଣ କେନ୍ଦ୍ରରୁ କାନିଷ୍ଟରରୁ ଅପରାହ୍ଣ ପ୍ରାୟ ୩.୪୨ ମିନିଟ ସମୟରେ ଉତକ୍ଷେପଣ କରାଯାଇଥିଲା। ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ର ୩୦ କିଲୋମିଟର ଭିତରେ ଥିବା ମାନବବିହୀନ ଯାନ ବଂଶୀ ଟାର୍ଗେଟକୁ ଲକ୍ଷ୍ୟଭେଦ କରିଥିଲା।
- ଏମ୍ପିଏଲ୍ ସ୍ପୋର୍ଟସ୍ ଆସନ୍ତା ୨୦୨୩ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍ ଦଳର ପୋଷାକ ଓ କ୍ରୀଡ଼ା ସରଞ୍ଜାମର ପ୍ରାୟୋଜକ ରହିବ ବୋଲି ମଙ୍ଗଳବାର ବିସିସିଆଇ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ନାଇକି ସ୍ଥାନରେ ମୋବାଇଲ୍ ଗେମ୍ କମ୍ପାନୀ ଏମ୍ପିଏଲ୍ ଭାରତୀୟ ପୁରୁଷ, ମହିଳା ଓ ୧୯ ବର୍ଷରୁ କମ୍ ଦଳର ପୋଷାକ ପ୍ରାୟୋଜକ ଭାବେ ରହିବ।
- ତବଲିଗି ଜମାତ ସମ୍ପର୍କରେ ଗଣମାଧ୍ୟମ ରିପୋର୍ଟ ସହ ଜଡିତ ଏକ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ପ୍ରତିକ୍ରିୟାରେ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ମଙ୍ଗଳବାର ଦିନ ସୁପ୍ରିମକୋର୍ଟ କେନ୍ଦ୍ରକୁ କଡା ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ଟିଭି ଏବଂ ଅନ୍ୟାନ୍ୟ ମାଧ୍ୟମଗୁଡ଼ିକର ବିଷୟବସ୍ତୁ ଉପରେ ଧ୍ୟାନ ଦେବା ପାଇଁ କେନ୍ଦ୍ର ସରକାର ଏକ ବ୍ୟବସ୍ଥା ସୃଷ୍ଟି କରନ୍ତୁ, ଯଦି ଏହା ନକରନ୍ତି, ତେବେ ବାହ୍ୟ ସଂସ୍ଥାକୁ ଦାୟିତ୍ୱ ଦିଆଯିବ।
- ୨୦୧୩ ନଭେମ୍ବର ୧୭ରେ ସମସ୍ତ ପ୍ରକାର କ୍ରିକେଟ୍ରୁ ଅବସର ଘୋଷଣା କରିଥିଲେ ଆନ୍ତର୍ଜାତିକ କ୍ରିକେଟ୍ରେ ସର୍ବାଧିକ ରନ୍ ଓ ଶତକ ହାସଲ କରିଥିବା ସଚିନ ତେନ୍ଦୁଲକର। କ୍ରିକେଟ୍ପ୍ରେମୀଙ୍କ ପାଇଁ ଈଶ୍ବରଙ୍କ ମର୍ଯ୍ୟାଦା ପାଇଥିବା ସଚିନ ଠିକ୍ ୭ ବର୍ଷ ତଳେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୱାଙ୍ଖେଡ଼େ ଷ୍ଟାଡିୟମ୍ରେ ତାଙ୍କର ଅନ୍ତିମ ଟେଷ୍ଟମ୍ୟାଚ୍ ଖେଳିଥିଲେ। ଏହି ମ୍ୟାଚ୍ରେ ସଚିନ ୭୪ ରନ୍ କରିଥିବା ବେଳେ ଭାରତ ଏହି ମ୍ୟାଚ୍ ଜିତିଥିଲା। ମ୍ୟାଚ୍ ପରେ ସଚିନ ଦେଇଥିବା ବିଦାୟୀ ସମ୍ଭାଷଣ ବିଶ୍ବର କ୍ରିକେଟ୍ପ୍ରେମୀଙ୍କୁ ଭାବବିହ୍ବଳ କରିଥିଲା।
- ମଙ୍ଗଳବାରଠାରୁ ଦ୍ବିତୀୟ ପର୍ଯ୍ୟାୟ ମାଲବାର ସମରାଭ୍ୟାସ ଆରମ୍ଭ ହୋଇଛି। ଭାରତ ସହିତ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆକୁ ନେଇ ଆରବ ସାଗରରେ ଏହି ସମରାଭ୍ୟାସ ଆରମ୍ଭ ହୋଇଛି। ଏହି ସମରାଭ୍ୟାସରେ ଭାରତ ନୌସେନାର ଯୁଦ୍ଧବିମାନ ବହନକାରୀ ଯୁଦ୍ଧଜାହାଜ ଆଇଏନଏସ୍ ବିକ୍ରମାଦିତ୍ୟ ସାମିଲ ହୋଇଛି। ଏହା ସହିତ ଆମେରିକାର ଯୁଦ୍ଧବିମାନ ବହନକାରୀ ଯୁଦ୍ଧଜାହାଜ ୟୁଏସଏସ୍ ନିମିଜ୍, ଅଷ୍ଟ୍ରେଲିଆ ନୌସେନାର ହାମସ୍ ବାଲାରାଟ ଓ ଜାପାନର ଜେଏସ୍ ମୁରାସାମେ ସାମିଲ ହୋଇଛି।
|
633 |
Y |
|
3378 |
18-11-2020 |
English |
- Prime Minister Narendra Modi's monthly radio show has helped the state-owned radio broadcaster generate Rs. 30.28 crore, a Right to Information (RTI) query has found.
- The Srimandir temple management committee today approved an annual budget of Rs 154 crore for 2020-21 financial year, informed temple Chief Administrator Krishan Kumar today.
- Residential colonies will be developed for the poor and middle class in rural areas of Haryana on the pattern of urban areas
- A second consecutive successful trial of the indigenously developed Quick Reaction Surface to Air Missile (QRSAM) was conducted by the DRDO, this time proving the performance parameters of the missile warhead.
- The Russian Direct Investment Fund has reached agreements with its Brazilian and Indian partners on conducting clinical trials of the Sputnik V vaccine, it has also reached an agreement with pharmaceutical companies in China and India to launch production of the vaccine," Putin said.
- The UP government's strategic response to COVID-19 by stepping up contact tracing efforts is exemplary and can serve as a good example for other states," Roderico Ofrin, WHO Country Representative, said in a statement issued here by the state government.
- Mohita Sharma became the second contestant to win Rs 1 crore on Kaun Banega Crorepati 12
- 1,000 kms of Metro Rail by 2022 to 100 smart cities: PM Modi's pitch to investors
- Covaxin has so far been evaluated in 1,000 participants in Phase 1 and 2 clinical trials, with the company saying that the results showed promising safety and immunogencity data
- Due to the outbreak of covid-19, operation of Tejas trains were temporarily suspended from 19 March, less than a year after it was launched as India’s first corporate train
- The AAP-led government has also written to the LG to reduce the total number of people allowed to be present at weddings from 200 to 50
- Jammu and Kashmir Lieutenant Governor Manoj Sinha on Tuesday announced sanction of over 10,000 loan cases for the union territory's budding entrepreneurs under various programmes.
- In a step towards further empowerment of women, the Amarinder Singh government on Wednesday approved 33 per cent reservation for women in direct recruitment for the Punjab civil services, boards and corporations.
- Odisha CM Announces Free Smartphones For All Households Of Swabhiman Anchala
- Sugar production rose sharply in the ongoing sugar season 2020-21 which started from October 1, as more than 270 sugar mills were in operation till November 15.The sugar mills operating in the current season produced 14.1 lakh tonne sugar till November 15, 2020 as against 4.84 lakh tonne during the same period last year, as per the official data released by the India Sugar Mills Association (ISMA), an apex industry body.
|
721 |
Y |
|
3379 |
17-11-2020 |
English |
- Nitish Kumar was on Monday sworn in as Chief Minister of Bihar for his fourth successive term.Governor Phagu Chauhan administered the oath to Kumar at the ceremony at Raj Bhavan.
- Hunger is an outrage in a world of plenty,” UN Secretary-General Antonio Guterres told the Executive Board of the World Food Programme (WFP), highlighting the important role of food security in cementing peace.
- The Central government on Monday requested media entities having foreign investment below 26 per cent to furnish an intimation within one month.
- A panchatatva park based on therapeutic concept was opened on Sunday at Indira Park in Hyderabad while 17 such parks are being developed in other part of the city.
- Former Himachal Pradesh assembly speaker and senior BJP leader Tulsi Ram passed away at Palampur following a prolonged illness, a party spokesman said on Tuesday. He was 78.
- A joint forum statement said that in addition to workers, people from all walks of life and all sections of the society, viz, students, youth, women, peasants have been coming forward extending their whole-hearted support to the call of general strike on November 26.
- The Tejashwi Yadav-lead RJD was the single largest party with 75 seats. Other Mahagathbandhan constituents' tallies were as follows: Congress (19), CPI (2), CPM (2), CPI M-L (12).
- Prime Minister Narendra Modi on Thursday congratulated Aung San Suu Kyi for her party's win in Myanmar's general elections and said that he looks forward to continuing to work with her to strengthen traditional ties of friendship between the two countries.
- Chief Minister Nitish Kumar will keep the Home department while his two deputies from the BJP — four-time Katihar MLA Tarkishore Prasad and four-time Bettiah MLA Renu Devi — have been given the charge of finance, urban development and panchayati raj, backward cast upliftment and industry portfolios respectively. Besides Home, Kumar has also kept the general administration and vigilance portfolio.
- The Vikramaditya Carrier Battle Group of the Indian Navy and the Nimitz Carrier Strike Group of the US Navy are leading the second phase of the Malabar exercise
- Authorities in Madhya Pradesh's Indore district on Tuesday razed illegal structures built by an associate of self-styled godman Namdeo Das Tyagi on 15,000 sq ft area, a senior official said.
- Former Union minister and senior BJP leader Jaysingrao Gaikwad Patil resigned from the party on Tuesday.
- In its first meeting on Tuesday, the new cabinet headed by Chief Minister Nitish Kumar gave its nod to a five-day session of the bicameral Bihar legislature from November 23.
- Delhi Chief Minister Arvind Kejriwal today said that his government has sought the Centre's go-ahead to allow it to shut for a few days markets that may emerge as COVID-19 hotspots amid a COVID-19 surge in the national capital.
- Former US President Barack Obama said that he has always held a special place for India due to his childhood years spent in Indonesia listening to the epic Hindu tales of the Ramayana and the Mahabharata.
|
752 |
Y |
|
3380 |
17-11-2020 |
Odia |
- ସୋମବାର ସନ୍ଧ୍ୟାରେ ଜନତା ଦଳ-ୟୁନାଇଟେଡର ଅଧ୍ୟକ୍ଷ ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହାକୁ ମିଶାଇ ଜେଡିୟୁ କ୍ରମାଗତ ଚତୁର୍ଥ ପାଳି କ୍ଷମତାକୁ ଆସିଥିବା ବେଳେ ନୀତୀଶ କୁମାର ସପ୍ତମ ଥର ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।ତାରାକିଶୋର ଓ ରେଣୁ ଦେବୀ ହେଲେ ଉପ ମୁଖ୍ୟମନ୍ତ୍ରୀ
- ଭିଏତନାମ୍ର ହାନୋଇଠାରେ ଆଜି ବିଶ୍ବର ସର୍ବବୃହତ୍ ମୁଖ୍ୟ ବାଣିଜ୍ୟ ଅଞ୍ଚଳ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଚୀନର ନେତୃତ୍ବରେ ସ୍ବାକ୍ଷରିତ ଏହି ରାଜିନାମାର ନାମ ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ସହଯୋଗିତା (ଆର୍ସିଇପି) ରହିଛି। ଏଥିରେ ଦକ୍ଷିଣ ପୂର୍ବ ଏସିଆର ୧୦ଟି ଦେଶ ସମେତ ଚୀନ, ଜାପାନ, ଦକ୍ଷିଣ କୋରିଆ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ସାମିଲ ହୋଇଛନ୍ତି।
- ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ବରାକ ଓବାମାଙ୍କ ଦ୍ବାରା ଲିଖିତ ଓ ସଦ୍ୟ ପ୍ରକାଶିତ ପୁସ୍ତକ ‘ଏ ପ୍ରୋମିଜ୍ଡ ଲ୍ୟାଣ୍ଡ’ର ଯେତିକି ପୃଷ୍ଠା ଓଲଟାଯାଉଛି ସେତିକି ବିଷୟ ଚର୍ଚ୍ଚାକୁ ଆସୁଛି। ଏଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ନକାରାତ୍ମକ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଚାଲିଥିଲାବେଳେ ଏବେ ଶାସକ ବିଜେପି ସମ୍ପର୍କରେ ଉଲ୍ଲିଖିତ କିଛି କଥା ସାମ୍ନାକୁ ଆସିଛି। ବିଜେପି ଦେଶରେ ବିଭାଜନକାରୀ ଜାତୀୟତାବାଦର ପ୍ରଚାର ଚଳାଉଛି ବୋଲି ଓବାମା ଏଥିରେ ଉଲ୍ଲେଖ କରିଛନ୍ତି।
- ବିଶେଷଜ୍ଞଙ୍କ ଚିନ୍ତା ଟିକା ସଂରକ୍ଷଣ ବ୍ୟବସ୍ଥା : ଭାରତ ଲାଗି ଉପଯୋଗୀ ହେବନି ବିଦେଶୀ କରୋନା ଟିକାସଂରକ୍ଷଣ ପାଇଁ ଲୋଡ଼ା ବିଯୁକ୍ତ ୭୦ରୁ -୮୦ ଡିଗ୍ରୀ ସେଲସିୟସ୍ ତାପମାତ୍ରା
- ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗପକ୍ଷରୁ ବୈଦ୍ୟୁତିକ ଦ୍ଧତି କଳାକୃତି ଓ ଉତ୍ପାଦନ (ଇଏସଡିଏମ)-୨୦୨୦ ନାମକ ଏକ ଚିଠା ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି। ଏହି ଚିଠା ପ୍ରସ୍ତାବରେ ଆଗାମୀ ୨୦୨୫ ସୁଦ୍ଧା ରାଜ୍ୟରେ କେବଳ ଆଇଟି ଶିଳ୍ପରେ ୨ଗୁଣା ପୁଞ୍ଜିନିବେଶ ହେବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ନିଯୁକ୍ତି କ୍ଷେତ୍ରରେ ୩ଗୁଣା ସୁଯୋଗ ପାଇଁ ସରକାର ଆଶା ରଖିଛନ୍ତି।
- : ଜଳ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ଝାଡ଼ଖଣ୍ଡର ଦେଓଘରସ୍ଥିତ ସତସଙ୍ଗ ଆଶ୍ରମକୁ ଜାତୀୟ ଜଳ ପୁରସ୍କାର ପ୍ରଦାନ କରାଯାଇଛି। କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ପ୍ରତି ବର୍ଷ ପ୍ରଦାନ କରାଯାଉଥିବା ଏହି ପୁରସ୍କାରର ଧାର୍ମିକ ଅନୁଷ୍ଠାନ ବର୍ଗରେ ସ୍ବପରିସରରେ ଶ୍ରେଷ୍ଠ ଜଳ ସଂରକ୍ଷଣ ଓ ପରିଚାଳନା ଲାଗି ଚଳିତ ବର୍ଷ ସତସଙ୍ଗ ଆଶ୍ରମ ପ୍ରଥମ ପୁରସ୍କାର ଲାଭ କରିଛି ।
- ରାଜ୍ୟର ସାଢ଼େ ୧୪ ହଜାର ସରକାରୀ ବିଦ୍ୟାଳୟ ବନ୍ଦ ହେବ। କେଉଁଠି ଗୋଟିଏ ସ୍କୁଲ ନିକଟସ୍ଥ ସ୍କୁଲରେ ମିଶିବ ତ ଆଉ କେଉଁଠି ତାଲା ଝୁଲିବ। ପିଲା ହେଉ ନ ଥିବାରୁ ସ୍କୁଲ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେବା ପରେ ବିରୋଧ ବଢ଼ିବାରେ ଲାଗିଛି।
- କରୋନା କାଳରେ ମହଙ୍ଗା ଦର ଅସମ୍ଭାଳ ସ୍ଥିତି ଆଡ଼କୁ ଗତି କରୁଛି। ୮ ମାସରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ପାଇକାରୀ ମୁଦ୍ରାସ୍ଫୀତି। ଅକ୍ଟୋବର ୨୦୨୦ ପାଇଁ ହୋଲସେଲ୍ ପ୍ରାଇସ୍ ଇଣ୍ଡେକ୍ସ(WPI) ସୂଚକାଙ୍କ ଜାରି ହୋଇଛି। ସେପ୍ଟେମ୍ବରର ୧.୩୨ରୁ ବଢ଼ି ପାଇକାରୀ ମୂଲ୍ୟ ଭିତ୍ତିକ ମୁଦ୍ରାସ୍ଫୀତି ୧.୪୮ ପ୍ରତିଶତରେ ପହଞ୍ଚିଛି।
- ୨୬%ରୁ ଅଧିକ ବିଦେଶୀ ପୁଞ୍ଜି ବିନିଯୋଗ କରିଥିବା ଡିଜିଟାଲ୍ ମିଡିଆ କମ୍ପାନିମାନେ ୨୦୨୧ ଅକ୍ଟୋବର ସୁଦ୍ଧା ତାହାକୁ ହ୍ରାସ କରିବା ଲାଗି ସୋମବାର ଦିନ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଆଦେଶ ଜାରି କରିଛନ୍ତି।
- ବିଶ୍ବ ଏବେ କେବଳ କରୋନା ମହାମାରୀ ଜନିତ ଅସୁବିଧା ଦେଇ ଗତି କରୁନାହିଁ। ଏହି ମହାମାରୀ ପାଇଁ ବିଶ୍ବରେ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୧ରେ ଗୁରୁତର ଦୁର୍ଭିକ୍ଷ ଦେଖାଦେବାର ଆଶଙ୍କା ମଧ୍ୟ ରହିଛି। ଏଭଳି ପୂର୍ବାନୁମାନ କରିଛି ବିଶ୍ବ ଖାଦ୍ୟ ସଂଗଠନ। ଚଳିତବର୍ଷ ଏହି ସଂଗଠନକୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ଏହି ସଂସ୍ଥା ମୁଖ୍ୟ ଡେଭିଡ୍ ବିସ୍ଲିଙ୍କ ଦ୍ବାରା କରାଯାଇଥିବା ଏଭଳି ଆକଳନ ଏବେ ଗଭୀର ଚିନ୍ତାର ବିଷୟ ପାଲଟିଛି।
- ଓଡ଼ିଶାର ପ୍ରାକୃତିକ ପରିବେଶରେ ରହି ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଦେଶ ବିଦେଶର ପର୍ଯ୍ୟଟକମାନେ ଆଗ୍ରହୀ। ଏଣିକି ଇକୋ ଟୁରିଜିମ୍ କିମ୍ବା ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀରେ ଯେଉଁଠି କି ହୋଟେଲ ସୁବିଧା ନାହିଁ ସେଠାରେ ପର୍ଯ୍ୟଟକମାନଙ୍କୁ ଗାଁ ପରିବେଶରେ ରହିବା ପାଇଁ ସୁବିଧା ମିଳିବ। ଖାଲିସେତିକି ନୁହେଁ, ପର୍ଯ୍ୟଟନସ୍ଥଳୀ ଆଖପାଖ ଅଞ୍ଚଳରେ ଥିବା ସ୍ଥାନୀୟବାସିନ୍ଦାଙ୍କ ଅର୍ଥନୈତିକ ବିକାଶ ପାଇଁ ପର୍ଯ୍ୟଟକମାନଙ୍କୁ ହୋମ୍ ଷ୍ଟେ ସୁବିଧା ଯୋଗାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।
- ଦିଲ୍ଲୀର ନଭେମ୍ବର ସଂକ୍ରମଣ କେବଳ ଭାରତ ପାଇଁ ଚିନ୍ତାଜନକ ନୁହେଁ ସମଗ୍ର ବିଶ୍ବରେ ଅନ୍ୟ କୌଣସି ସହରରେ ଏଭଳି ଦ୍ରୁତ ସଂକ୍ରମଣ ଦେଖିବାକୁ ମିଳିନାହିଁ। ତଥ୍ୟ ଅନୁଯାୟୀ କେବଳ ଅଗଷ୍ଟରେ ବ୍ରାଜିଲ୍ର ସାଓପଲୋରେ ସର୍ବାଧିକ ସଂକ୍ରମଣ ଏବଂ ଏପ୍ରିଲରେ ନ୍ୟୁୟର୍କ ସଂକ୍ରମଣ ଅଧିକ ରହିଥିଲା। କିନ୍ତୁ ଦୁଇଟି ଯାକ ସହରରେ ସଂକ୍ରମଣ ମାମଲା ସେ ସମୟରେ ୫ ହଜାରରୁ ଅଧିକ ଥିଲା। କିନ୍ତୁ ଦିଲ୍ଲୀ ସଂକ୍ରମଣ ନଭେମ୍ବର ୯ରେ ୮,୫୯୩, ନଭେମ୍ବର ୧୦ରେ ୭,୮୩୦, ନଭେମ୍ବର ୧୩ ରେ ୭,୮୦୨ ଏବଂ ନଭେମ୍ବର ୮ରେ ୭,୭୪୫ ଥିଲା।
- ଆଜି ଋଷ୍ ଦ୍ବାରା ଆୟୋଜିତ ୧୨ତମ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ଭର୍ଚୁଆଲ୍ ଶିଖର ସମ୍ମିଳନୀରେ ଯୋଗଦେବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
- ବିଧାନସଭାର ଶୀତ ଅଧିବେଶନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କରୋନା କଟକଣା ମଧ୍ୟରେ ଏହି ଅଧିବେଶନ ବସିବ । ତେବେ ଅଧିବେଶନ ପୂର୍ବରୁ ମଙ୍ଗଳବାରଠାରୁ ସମସ୍ତ ବିଧାୟକ, ମନ୍ତ୍ରୀ, ବିଧାନସଭା କର୍ମଚାରୀ, ସୁରକ୍ଷା କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ କରୋନା ଟେଷ୍ଟ କରାଯିବ ।
- ବର୍ଷ କେନ୍ଦ୍ରୀୟ ପ୍ରତ୍ୟକ୍ଷ ବୋର୍ଡ କରୋନା ପାଇଁ ଆୟକର ସମୟ ସୀମା ବଢାଇ ଦେଇଛନ୍ତି । ଏହାର ସମୟ ସୀମା ୩୧ ଡିସେମ୍ଭର ୨୦୨୦ ଯାଏଁ ବୃଦ୍ଧି ପାଇଛି । ତେବେ ଆୟକର ରିଟର୍ନ ଦାଖଲ କରିବାକୁ ଭୁଲନ୍ତ ନାହିଁ, ନହେଲେ ଏଥିପାଇଁ ଆପଣଙ୍କୁ ଜରିମାନା ଦେବାକୁ ପଡିପାରେ।
|
623 |
Y |
|