Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
2341 03-05-2022 Odia
  1.  କରୋନା କଟକଣା କୋହଳ ହେବାରୁ ପ୍ରାୟ ୨ବର୍ଷ ପରେ ଏକାଠି ହେବେ ମୁସଲିମ୍‌ ଭାଇ ଭଉଣୀମାନେ । ମସ୍‌ଜିଦ୍‌ ଯାଇ ନମାଜ ପାଠ କରିବା ସହିତ ଘରେ ପ୍ରସ୍ତୁତ କରିବେ ସୁସ୍ୱାଦୁ ବ୍ୟଞ୍ଜନ । ରଙ୍ଗ ବେରଙ୍ଗର ପୋଷାକ ସହ ଗହଳିରେ ବାରି ହୋଇପଡ଼ିବ ଅତରର ବାସ୍ନା । ରାସ୍ତାଘାଟରେ ଦେଖିବାକୁ ମିଳିବ ମୁସଲିମ୍‌ ଭାଇଙ୍କ ଆଲିଙ୍ଗନର ଦୃଶ୍ୟ ।
  2. ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ପୁଣି ଥରେ ନିଜ ପୂର୍ବତନ ପତ୍ନୀ ମେଲିଣ୍ଡା ଗେଟ୍‌ସଙ୍କୁ ବିବାହ କରିବାକୁ ଚାହୁଛନ୍ତି। ଦୀର୍ଘ ୩୦ ବର୍ଷର ଦାମ୍ପତ୍ୟ ଜୀବନ ବିତାଇବା ପରେ ଗତବର୍ଷ ମେ’ରେ ମେଲିଣ୍ଡାଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା।
  3. ୟୁକ୍ରେନର ମାରିୟୁପୋଲ୍‌ ସ୍ଥିତ ଆଜବଷ୍ଟଲ୍‌ ଷ୍ଟିଲ୍‌ ପ୍ଲାଣ୍ଟ୍‌ର ବଙ୍କର ମଧ୍ୟରେ ଦୀର୍ଘ ୨ ମାସ ଧରି ଫସି ରହିଥିବା ନାଗରିକଙ୍କୁ ଉଦ୍ଧାର କରାଯାଉଛି। ରବିବାର ଦିନ ମାରିୟୁପୋଲ୍‌ ଷ୍ଟିଲ୍‌ ପ୍ଲାଣ୍ଟ୍‌ରୁ ବୟସ୍କ, ମହିଳା ଏବଂ ଶିଶୁଙ୍କ ସମେତ ୧୦୦ରୁ ଅଧିକ ନାଗରିକ ଉଦ୍ଧାର ହୋଇଛନ୍ତି।
  4. ଅହମଦାବାଦରୁ ମୁମ୍ବାଇକୁ ବୁଲେଟ ଟ୍ରେନ ଚଳାଚଳ କରିବା ନେଇ ଯୋଜନା ହୋଇଛି। ୫୦୮ କିମି ବିଶି‌ଷ୍ଟ ଭାରତର ଏହି ପ୍ରଥମ ବୁଲେଟ ଟ୍ରେନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଗୁଜରାଟ ପଟେ ଆରମ୍ଭ ହୋଇ ସାରିଛି।
  5. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତ୍ରିଦିବସୀୟ ୟୁରୋପ ଗସ୍ତ ଅବସରରେ ସୋମବାର ଜର୍ମାନୀରେ ଚାନ୍ସେଲର ଓଲାଫ ସ୍କଲ୍‌ଜଙ୍କ ସହ ସବୁଜ ଓ ଦୀର୍ଘସ୍ଥାୟୀ ବିକାଶ ଭାଗିଦାରୀ ଉପରେ ରାଜିନାମା ହୋଇଥିଲା।
  6. କେରଳ ମୁଖ୍ୟ ଶାସନ ସଚିବ ଭିପି ଜୟଙ୍କ ନେତୃତ୍ବାଧୀନ ଏକ ସରକାରୀ ପ୍ରତିନିଧି ଦଳ ଗୁରୁବାର ଗୁଜରାଟ ସୁଶାସନର ରହସ୍ୟ ଜାଣିବା ପାଇଁ ଅହମଦାବାଦ ଗସ୍ତ କରିଥିଲେ। ଏହି ଅବସରରେ ମୁଖ୍ୟ ସଚିବ ଜୟ ଗୁଜରାଟ ସରକାରଙ୍କ ‘ସିଏମ୍ ଡ୍ୟାସ୍‌ବୋର୍ଡ’ ବ୍ୟବସ୍ଥାକୁ ଖୁବ୍ ପ୍ରଶଂସା କରିଥିଲେ।
  7. ରୁଷ୍‌ର ୨ଟି ପାଟ୍ରୋଲ୍‌ ବୋଟ୍‌କୁ ୟୁକ୍ରେନ୍‌ କୃଷ୍ଣ ସାଗରର ସ୍ନେକ୍‌ ଆଇଲାଣ୍ଡ୍‌ରେ ବୁଡ଼ାଇ ଦେଇଛି। ୟୁକ୍ରେନ୍‌ ଡ୍ରୋନ୍‌ ରୁଷ୍‌ର ୨ଟି ରାପ୍ଟର ବୋଟ୍‌ ଧ୍ବଂସ କରିଦେଇଛି ବୋଲି ୟୁକ୍ରେନ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
  8. ସୋସିଆଲ ମିଡ଼ିଆ ଟ୍ୱିଟରର ନୂଆ ମାଲିକ ହୋଇଛନ୍ତି ଟେସଲା ସିଇଓ ଏଲୋନ୍ ମସ୍କ। ଏଲୋନ୍ ମସ୍କ ଟ୍ୱିଟରକୁ ସେୟାର ପିଛା ୫୪.୨୦ ଡଲାରରେ କିଣିବାକୁ ଅଫର୍ ଦେଇଥିଲେ, ଯାହାକୁ ଟ୍ୱିଟର ବୋର୍ଡ ଗ୍ରହଣ କରିଥିଲା ।
  9. ଖାକି ବର୍ଦିରେ ଲାଗିଲା କଳା ଦାଗ। ୟୁପି ପୁଲିସ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଚନ୍ଦୌଲିରେ ମୃତ୍ୟୁବରଣ କରିଥିବା ପୀଡ଼ିତାର ଭଉଣୀ। ଚିତ୍କାର ବନ୍ଦ ହେବା ପର୍ଯ୍ୟନ୍ତ ମାଡ଼ ମାରିଲେ, ମୃତ୍ୟୁ ହେବା ପରେ ମୋ ଭଉଣୀକୁ ପଙ୍ଖାରେ ଝୁଲାଇ ଦେଲା ୟୁପି ପୁଲିସ ବୋଲି ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ଭଉଣୀ।
  10. କରୋନାଭାଇରସ୍‌ ଟିକା ନେବା ପାଇଁ କାହାକୁ ବାଧ୍ୟ କରାଯାଇ ପାରିବ ନାହିଁ, କିନ୍ତୁ ସର୍ବସାଧରଣଙ୍କ କଲ୍ୟାଣ ଏବଂ ସ୍ବାସ୍ଥ୍ୟ ନିମନ୍ତେ ସରକାର ନୀତି ଗଠନ କରିବା ସହିତ କିଛି ସର୍ତ୍ତାବଳି ଲାଗୁ କରିପାରନ୍ତି ବୋଲି ଆଜି ସୁପ୍ରିମ୍‌ କୋର୍ଟ କହିଛନ୍ତି।
  11. ୩ ତାରିଖରୁ ୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବ ବୋଲି ମଧ୍ୟ ପାଣିପାଗ ବିଭାଗ ଆକଳନ କରିଛି । ଏଥିପାଇଁ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଉପକୂଳ ଓଡ଼ିଶା, ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ବୁଲେଟିନ୍‌ ଜାରି କରିଛି ।
  12. ୟୁକ୍ରେନ ଓ ଋଷ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ଏହାମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ଋଷ ଗଣମାଧ୍ୟମ ଅନୁସାରେ, ବେଲଗୋରୋଡରେ ଦୁଇଟି ଭୟଙ୍କର ବିସ୍ଫୋରଣ ହୋଇଛି । 
  13. ଭାରତୀୟ ଅର୍ଥନୀତି ପରିଚାଳନା ସଂସ୍ଥା(CMIE)ର ସୂଚନା ଅନୁସାରେ, ଏପ୍ରିଲ ମାସରେ ଦେଶରେ ବେରୋଜଗାରୀ ଦର ୭.୮୩କୁ ବୃଦ୍ଧି ପାଇଛି। ଯାହା ମାର୍ଚ୍ଚରେ ୭.୬୦ ପ୍ରତିଶତ ଥିଲା। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ସହରାଞ୍ଚଳରେ ବେକାରୀ ଦର ୯.୨୨ ପ୍ରତିଶତ ବଢ଼ିଛି। ଯାହା ମାର୍ଚ୍ଚ ମାସରେ ୮.୨୮ ପ୍ରତିଶତ ଥିଲା। ସୋମବାର CMIE ଏହି ତଥ୍ୟ ଦେଇଛି।
  14. କ୍ୟାବିନେଟ୍ ନିଯୁକ୍ତ କମିଟି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ତରୁଣ  କପୁରଙ୍କ ନିଯୁକ୍ତକୁ ମଞ୍ଜୁରୀ ଦେଇଛନ୍ତି। ସେ ଭାରତ ସରକାରଙ୍କ ସଚିବ ଭାବେ ପିଏମଓରେ କାର୍ଯ୍ୟ କରିବେ। ତାଙ୍କର କାର୍ଯ୍ୟକାଳ ଦୁଇ ବର୍ଷ ରହିବ।
  15. ୟୁକ୍ରେନ୍‌ରୁ କେତେକ ଲୋକଙ୍କୁ ରୁଷ୍‌କୁ ସ୍ଥାନାନ୍ତରଣ କରିଛି ବୋଲି ରୁଷ୍‌ କହୁଥିବା ବେଳେ ପ୍ରାୟ ୨ ଲକ୍ଷ ପିଲାଙ୍କୁ ବଳପୂର୍ବକ ରୁଷ୍‌କୁ ନିଆଯାଇଥିବା କଥା ଏକ ରିପୋର୍ଟରେ ପ୍ରକାଶ ପାଇଛି।
  16. ଦେଶରେ ଆଜି ୩,୧୫୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୨୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୮୨,୩୪୫ ଏବଂ କରୋନା ମୃତ୍ୟୁସଂଖ୍ୟା ୫,୨୩,୮୬୯ରେ ପହଞ୍ଚିଛି। ଦେଶରେ ସକ୍ରିୟ ମାମଲା ଏବେ ୧୯,୫୦୦ ଏବଂ ପଜିଟିଭ୍‌ ହାର ୧.୦୭ ପ୍ରତିଶତ ରହିଛି। 
  17. ଚଳିତ ମେ’ ୩୧ ତାରିଖରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଭୋଟଗ୍ରହଣ ହେବ। ସୋମବାର ଦିନ ଭାରତୀୟ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି। ଜୁନ୍ ୩ ତାରିଖରେ ଭୋଟ ଫଳାଫଳ ପ୍ରକାଶ ପାଇବ।
  18. ଉତ୍ତର ୨୪ ପ୍ରଗଣା ଜିଲ୍ଲାର ବାରାସାତରୁ ରାଜ୍ୟ କମିଟିର ସଦସ୍ୟ ସମେତ ମୋଟ ୧୫ଜଣ ଦଳୀୟ ନେତା ରବିବାର ଇସ୍ତଫା ଦେଇଛନ୍ତି । ସଦ୍ୟ ସମାପ୍ତ ମ୍ୟୁନସିପାଲଟି ନିର୍ବାଚନରେ ଜିଲ୍ଲା ସଭାପତି ତାପସ ମିତ୍ର ପ୍ରାର୍ଥୀ କରିବାକୁ ଟଙ୍କା ନେଇଥିବା ଅଭିଯୋଗାରେ ସେମାନେ ଇସ୍ତଫା ଦେଇଛନ୍ତି ।
  19. ଭାରତ ଓ ଚୀନ ମଧ୍ୟରେ ବ୍ୟବସାୟ କାରବାରରେ ରେକର୍ଡ। ୨୦୨୧ରେ ଦୁଇ ଦେଶ ମଧ୍ୟରେ ୧୨୫ ବିଲିୟନ ଡଲାରର ବ୍ୟବସାୟ ହୋଇଛି।
  20. ଶ୍ରୀଲଙ୍କା ସଂକଟ ଅପରିବର୍ତ୍ତିତ ଥିବାବେଳେ ଆସନ୍ତା ବୁଧବାର ଠାରୁ ଆରମ୍ଭ ହେବ ସଂସଦ ଅଧିବେଶନ। ତେବେ ଏହି ଅଧିବେଶନରେ ଆର୍ଥିକ ସଂକଟକୁ ଦୂରେଇବା ନେଇ ଆଲୋଚନା ବଦଳରେ ରାଜନୈତିକ ଝଡ଼ ଉଠିବାର ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେବା ନେଇ ସୂଚନା ମିଳିଛି ।
532 Y
2342 03-05-2022 English
  1. Akshaya Tritiya’ -Agrarian festival was celebrated across Odisha with farmers performing ‘Akhi Muthi Anukula’, the ceremonial act of sowing seeds in their paddy fields after ploughing. The occasion marks the commencement of agricultural works.
  2. Odisha government on Monday issued a fresh circular for wide use of Odia language in government offices and private organisations.Department of Odia language, Literature & Culture issued notifications in this connection, in view of implementing it everywhere across the state for a comprehensive governance.
  3. In the second phase of the same, 19 higher education facilities in the state have been granted projects worth Rs 2.4 crore.  State Government’s Mo College Abhijan is a flagship programme which aims to connect alumni with the Alma Mater for allround development of various colleges and universities across the state. 
  4. The bypoll for Brajarajnagar assembly constituency will be held on May 31. A notification in this regard was today published by the Election Commission of India (ECI).
  5. Coimbatore-based sugar major Sakthi Sugars Ltd has decided to sell its sugar and distillery units in Odisha and the soya factory in Tamil Nadu.
  6. National Open Access Registry (NOAR) has successfully gone live from May 1.
  7.  Govt to provide 50% subsidy to SC-ST, small and marginal, women and farmers of northeastern states to buy drones, says Agriculture Minister.
  8. The Central Bureau of Investigation filed a fresh case against fugitive diamond trader Mehul Choksi, Gitanjali Gems Limited, Surajmal Lallu Bhai & Company and others for allegedly defaulting on a loan of 25 crore rupees taken from Industrial Finance Corporation of India.
  9. Election Commission announced the schedule for bye-election in three Assembly Constituencies including one each of Odisha, Kerala and Uttarakhand.The bye-election will be held for Brajarajnagar Assembly Constituency in Odisha, Thrikkakara Assembly Constituency in Kerala and Champawat Assembly Constituency in Uttarakhand. The Election Commission said, polling will be held on the 31st of this month and the counting of votes will be taken up on 3rd of next month.
  10. The National Highways Authority of India (NHAI) yesterday opened the double-lane stretch of the four-lane Bajaura bridge over the Beas in Kullu for traffic from the Jhiri to Bhuntar road and the Kullu bypass. Now, vehicles going from the Mandi side to Manali or Manikaran and vice-versa could take this route to avoid Bhuntar and Kullu towns.
  11. Krishi Bhushan Awards for the years 2017, 2018 and 2019 were distributed in Nashik on 02 May. Governor Bhagat Singh Koshyari, Deputy Chief Minister Ajit Pawar and Revenue Minister Balasaheb Thorat were present on this occasion.
  12. Three newly-elected Rajya Sabha Members from Punjab took the oath. They are Aam Aadmi Party leaders Sanjeev Arora, Raghav Chadha and Dr. Ashok Kumar Mittal. Rajya Sabha Chairman M. Venkaiah Naidu administered the oath to them.
  13. India reported at least 3,157 new COVID-19 cases in the last 24 hours, taking the coronavirus tally to 4,30,82,345. The country also recorded 26 new covid-related fatalies, bring the total number of deaths to 523,869.
  14. Delhi Airport was the world's second busiest airport in March in terms of domestic and international flights handled, said Official Airline Guide (OAG), a global travel data provider, in its recent report.
  15. The state government has planned to construct at least 1,000 bridge-cumweirs (low dams) to function as sources of irrigation and drinking water across the state in three years, according to senior officials.
  16. The Odisha government has decided to establish 34 courts in different districts of the state, Law Minister Pratap Jena said Monday.
  17. Chief Minister Naveen Patnaik Monday held a review meeting with the Resident Commissioner and other officials at his residence here on state proposals pending with the Centre.
  18. Chief Minister Naveen Patnaik will distribute financial assistance of `2,000 each to about 40 lakh farmers under the Krushak Assistance for Livelihood and Income Augmentation (Kalia) scheme on the occasion of Akshay Tritiya, Tuesday.
  19. Political strategist Prashant Kishor Monday caused ripples in Bihar politics, indicating his turn towards active politics in his home state with a cryptic tweet that it is time for him to go to the people to better understand their issues and the path of "Jan Suraj" (people's good governance).
  20. Rajasthan Chief Minister Ashok Gehlot Monday urged people to cut down on electricity consumption, saying the demand for it has shot up by 35 per cent and no additional power is available with the Indian Energy Exchange.
624 Y
2343 02-05-2022 Odia
  1. ଫେମିନା ମିସ୍ ଇଣ୍ଡିଆରେ ଚମକିବେ ଓଡ଼ିଆ ଝିଅ ତନିଷ୍କ ସିଂ । ୧୯ ବର୍ଷିୟା ତନିଷ୍କ ବେଙ୍ଗାଲୁରୁରେ ଟପ୍ ଟେନ୍ ଫାଇନାଲିଷ୍ଟ ଭାବେ ଫେମିନା ମିସ୍ ଇଣ୍ଡିଆ ୨୦୨୨ରୁ ଯାଇଛନ୍ତି । ୩୧ ତମ ଫାଇନାଲିଷ୍ଟ ଭାବେ ସେ ଏହି କୃତିତ୍ବ ହାସଲ କରିଛନ୍ତି । ଫେମିନା ମିସ୍ ଇଣ୍ଡିଆ ବ୍ୟୁଟି ପିଜାଣ୍ଟ ୨୦୨୨ରେ ଓଡ଼ିଶାରୁ ପ୍ରତିନିଧିତ୍ବ କରିବେ ।
  2. ମାରିୟୁପୋଲର ଆଜୋଭସ୍ତଲ ଷ୍ଟିଲ ପ୍ଲାଣ୍ଟରେ ରହିଥିବା ୟୁକ୍ରେନୀୟ ସୈନ୍ୟମାନେ ଋଷ ସୈନ୍ୟଙ୍କୁ କଡା ଟକ୍କର ଦେଉଛନ୍ତି । ମାରିୟୁପୋଲରେ ଫସିଥିବା ହଜାର ହଜାର ଲୋକଙ୍କୁ ଉଦ୍ଧାର କରିବା ପ୍ରକ୍ରିୟାରେ ନିୟୋଜିତ ହୋଇଛି ଜାତିସଂଘର ସ୍ବତନ୍ତ୍ର ଟିମ୍ ।
  3. ପୁଣି ବଢ଼ିଲା ସିଏନଜି ମୂଲ୍ୟ । କିଲୋଗ୍ରାମ ପିଛା ୨ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି । ଦର ବୃଦ୍ଧି ପରେ ଭୁବନେଶ୍ୱରରେ ସିଏନଜି କେଜି ପିଛା ୮୬ ଟଙ୍କା ୧୩ ପଇସାରୁ ୮୮ ଟଙ୍କା ୬୩ ପଇସାକୁ ବୃଦ୍ଧି ପାଇଛି । ମାସକରେ ସିଏନଜି ୩ ଥରରେ ୧୦ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି । ଏପ୍ରିଲ ପହିଲାରେ ୩ ଟଙ୍କା ବୃଦ୍ଧି ପାଇଥିବାବେଳେ ୧୬ ତାରିଖରେ ୫ ଟଙ୍କା ଓ ପୁଣି କିଲୋ ପିଛା ୨ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି ।
  4. ତିଲେଇବଣିର ବିଡିଓଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ଦେବଗଡର ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଜିଲ୍ଲା ଦୌରାଜଜ୍‌ଙ୍କ ଅଦାଲତରେ ହାଜର କରାଯିବା ପରେ ଜାମିନ୍‌ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
  5. ଢେଙ୍କାନାଳରୁ ୧୯ ହଜାର ୬୪୧ଟି ପ୍ରି ଆକ୍ଟିଭେଟ ସିମ୍‌ ଜବତ କରିଛି କ୍ରାଇମବ୍ରାଞ୍ଚ। ଏହାସହ ୪୮ଟି ମୋବାଇଲ ମଧ୍ୟ ଜବତ କରାଯାଇଛି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ୩ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୧୪ ଲକ୍ଷ ୩୨ ହଜାରରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି।
  6. ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଥମିବାର ନାଁ ଧରୁନଥିବାବେଳେ ବିଭିନ୍ନ ୟୁରୋପୀୟ ରାଷ୍ଟ୍ରଙ୍କ ତରଫରୁ ୟୁକ୍ରେନ୍‌କୁ ସାମରିକ ସହାୟତା ପ୍ରଦାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ସ୍ପେନର ରାଣୀ ଲେଟିସିଆ ୟୁକ୍ରେନ୍‌ଙ୍କୁ ଏକ ଜାହାଜ ଭର୍ତ୍ତି ବିସ୍ଫୋରକ (ଗ୍ରେନେଡ୍‌) ଉପହାର ସ୍ବରୂପ ପଠାଇଛନ୍ତି।
  7. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ’ ୨ ତାରିଖରୁ ୩ଦିନିଆ ୟୁରୋପ ଗସ୍ତରେ ଯାଉଛନ୍ତି। ଡେନମାର୍କରେ ଆୟୋଜିତ ଦ୍ବିତୀୟ ଇଣ୍ଡିଆ-ନୋର୍ଡିକ ସମ୍ମିଳନୀ ଅବସରରେ ମୋଦୀ ମୋଟ୍‌ ୬୫ ଘଣ୍ଟା ବିତାଇବେ। ଏହି ସମୟରେ ସେ ୨୫ଟି ବୈଠକରେ ଯୋଗଦେବା ସହ ଜର୍ମାନୀ ଓ ଫ୍ରାନ୍ସ ରାଷ୍ଟ୍ରମୁଖ୍ୟଙ୍କ ସହିତ ମୋଟ ୮ ରାଷ୍ଟ୍ରମୁଖ୍ୟଙ୍କ ସହ ସାକ୍ଷାତ ଆଲୋଚନା କରିବେ।
  8. ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ନାମଫଳକ ଓଡ଼ିଆ‌ ଭାଷାରେ ଲେଖିବା ନେଇ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଉନ୍ନୟନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଏବଂ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି।
  9. ଚର୍ମ ରୋଗ ବିଭାଗର ପ୍ରଫେସର ଡା. ପ୍ରସେନ୍‌ଜିତ ମହାନ୍ତି ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି।
  10. ଦୁଇଟି ଅଲିମ୍ପିକ୍‌ସ ପଦକ ବିଜୟିନୀ ପି.ଭି ସିନ୍ଧୁ ମାନିଲା (ଫିଲିପାଇନ୍‌ସ)ରେ ଚାଲିଥିବା ବ୍ୟାଡମିଣ୍ଟନ ଏସିଆନ ଚମ୍ପିଆନସିପରେ କାଂସ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି।
  11. ଚଳିତ ଆଇପିଏଲ୍‌ରେ ବାକିଥିବା ମ୍ୟାଚ୍‌ରେ ମହେନ୍ଦ୍ର ସିଂହ ଧୋନି ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ଦଳର ନେତୃତ୍ବ ନେବେ। ଶନିବାର ସିଏସ୍‌କେ ଦଳ ପକ୍ଷରୁ ଜାରି କରା ଯାଇଥିବା ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି-
  12. ରମ୍‌ଜାନ୍‌ ମାସ ପୁରା ହେବା ପରେ ମୁସଲମାନ ମାନଙ୍କର ସବୁଠାରୁ ବଡ଼ ପର୍ବ ଇିଦ୍‌-ଉଲ୍-ଫିତର୍‌ ମଙ୍ଗଳବାର ପାଳନ କରାଯିବ। ରବିବାର ଇଦ୍‌ର ଚାନ୍ଦ ନଦେଖାଯିବାରୁ ଆସନ୍ତା ମେ ୩ ତାରିଖ ଇଦ୍‌ ପାଳନ କରାଯିବ।
  13. ନିଜର ମୂଳ ସ୍ଥାନରୁ ବିସ୍ଥାପିତ ହୋଇ ଦେଶର ଅନ୍ୟ ସ୍ଥାନରେ ଆଶ୍ରୟ ନେଇଥିବା କଶ୍ମୀର ପଣ୍ଡିତଙ୍କ ପିଲାଙ୍କୁ ମାଗଣାରେ ଶିକ୍ଷା ଦିଆଯିବ। ଦକ୍ଷିଣ କନ୍ନଡ ଜିଲ୍ଲାର ଅମ୍ୱିକା ମହାବିଦ୍ୟାଳୟ ଏହି ପ୍ରସ୍ତାବ ଦେଇଛି। ସଂସ୍ଥାର ମୁଖ୍ୟ ସୁବ୍ରମଣ୍ୟ ନଟ୍ଟୋଜ ଏହି ଘୋଷଣା କରିଛନ୍ତି।
  14. ଉତ୍ତର ପ୍ରଦେଶରେ ଅପରାଧୀଙ୍କ ବେଆଇନ ସଂପତ୍ତି ବିରୋଧରେ  ବୁଲଡୋଜର ବ୍ୟବହାର ସ୍ଵର ଏବେ ବ୍ରିଟେନରେ ଗୁଞ୍ଜି ଉଠିଛି। ନର୍ଟିଂଘମ ଇଷ୍ଟରୁ ସାଂସଦ ସେଠାକାର ସଂସଦରେ ବୁଲଡୋର ପ୍ରସଙ୍ଗ ଉଠାଇ ଭାରତରେ ମୋଦୀ ସରକାର ମୁସଲମାନଙ୍କ ଘର ଏବଂ ଦୋକାନ ଭାଙ୍ଗିବା ପାଇଁ ଜେସିବି ମେସିନ ବ୍ୟବହାର କରୁଥିବା କହିଛନ୍ତି।
  15. ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଙ୍ଗଠନ( ଇସ୍ରୋ) ଦେଶ ଲାଗି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରିଛନ୍ତି। ଏୟାର ପୋର୍ଟ ଅଥରିଟି ଅଫ ଇଣ୍ଡିଆ(ଏଏଆଇ)ଙ୍କ ସହଯୋଗରେ ଇସ୍ରୋ ବିମାନ ଅବତରଣରେ ନୂଆ ଜ୍ଞାନ କୌଶଳର ସଫଳ ପରୀକ୍ଷଣ କରିଛନ୍ତି। ଏହି ପରୀକ୍ଷଣର ଫଳାଫଳ ଏବେ ଦୂର ଦୂରାନ୍ତର ଛୋଟଛୋଟ ବିମାନ ବନ୍ଦରରେ ଖରାପ ପାଗ ସତ୍ତ୍ୱେ ବିମାନର ସୁରକ୍ଷିତ ଅବତରଣ ସୁନିଶ୍ଚିତ କରାଯାଇପାରିବ। 
  16. ଆସନ୍ତା ୫ ତାରିଖରେ ଜଣେ ସାଧୁ  ତାଜମହଲରେ ଧର୍ମ ସଂସଦ କରିବେ ବୋଲି ଘୋଷଣା କରିଛନ୍ତି । ଏହାସହ ସମ୍ବିଧାନକୁ ଅନୁପାଳନ କରି ସେ ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରିବା ସହ ଶିବଙ୍କ ପ୍ରତିମା ପ୍ରତିଷ୍ଠା କରିବେ ବୋଲି କହିଛନ୍ତି ।
  17. ରବିବାର, ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି ହୋଇଛି। ୧୯ କେଜି କମର୍ସିଆଲ୍ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ୧୦୨.୫୦ ପଇସା ବଢ଼ିଛି। ମୂଲ୍ୟ ବୃଦ୍ଧି ହେବା ପରେ ବର୍ତ୍ତମାନ ଏହି ସିଲିଣ୍ଡର ମୂଲ୍ୟ ୨୩୫୫.୫୦ ହୋଇଛି। ପୂର୍ବରୁ ଏହାର ମୂଲ୍ୟ ୨୨୫୨ ଟଙ୍କା ଥିଲା। ସେହିପରି ୫ କେଜିଆ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟରେ ମଧ୍ୟ ବୃଦ୍ଧି କରିଛି କମ୍ପାନୀ। ବର୍ତ୍ତମାନ ୫ କେଜି ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ୬୫୫ ଟଙ୍କା ହୋଇଛି।
  18. ଜଣେ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି ବିଶ୍ବର ସବୁଠାରୁ ଶକ୍ତିଶାଳୀ ଗୁଇନ୍ଦା ଏଜେନ୍ସି ସିଆଇଏର  ପ୍ରଥମ ମୁଖ୍ୟ ପ୍ରଯୁକ୍ତି ଅଧିକାରୀ ନିଯୁକ୍ତ ହୋଇଛନ୍ତି । ସେ ହେଉଛନ୍ତି ନନ୍ଦ ମୁଲଚନ୍ଦାନି ।
  19. ୨୦୨୨ ଏପ୍ରିଲ ମାସରେ ଜିଏସଟି ସଂଗ୍ରହ ସର୍ବକାଳୀନ ରେକର୍ଡ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଦେଶରେ ଏପ୍ରିଲ ୨୦୨୨ରେ ମୋଟ୍‌ ୧ ଲକ୍ଷ ୬୭ ହଜାର ୫୪୦ କୋଟି ଟଙ୍କାର ଜିଏସଟି ରାଜସ୍ବ ସଂଗ୍ରହ ହୋଇଛି ।
  20. ମାତୃଭାଷା ଶିକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ । ଏନେଇ ସେ କହିଛନ୍ତି ପିଲାଙ୍କ ପ୍ରାଥମିକ ଶିକ୍ଷା ମାତୃଭାଷାରେ ହେବା ଉଚିତ୍ । 

 

602 Y
2344 02-05-2022 English
  1. All schools in Odisha, which remained closed from April 26 to 30 in view of the heat wave conditions, reopened today with commencement of morning classes.
  2. India on Sunday reported 3,324 new COVID-19 cases, taking the total number of infections in the country to 4,30,79,188.
  3. UK MP Neil Parish resigns after admitting that he twice viewed pornography on his phone in the Parliament.
  4. The Centre has apparently lobbed the ball into the state government’s court for the establishment of benches of Orissa High Court in western and southern Odisha.
  5. The Shree Jagannath Temple Administration (SJTA) and the Puri district administration are all set to organise the Chandan Yatra of Srimandir presiding deities at Narendra pond here.
  6. Chief Minister Naveen Patnaik Friday hinted that the Biju Janata Dal (BJD) would clear its stand on presidential election after the announcement of nominees looking at the candidate.
  7. A woman died at the Shree Jagannath Temple in Odisha’s Puri as she jumped off the Gumuta of the temple.She sustained critical injuries after falling off the Gumuta and was rescued by police. She was rushed to the Puri District Headquarters Hospital, where doctor declared her dead.
  8. Deogarh MLA Subash Chandra Panigrahi and his two associates were arrested on charges of assaulting Tileibani BDO, informed Deogarh SDPO.
  9. ITI student Sagarika Bakli emerged as Odisha topper in All India Non-traditional (Electrician) Trade Test here in the district. Sagarika Bakli, the student of ITI Hirakud, Sambalpur, topped the national-level trade test in women category with 98 percent.
  10. The Bhitarkanika National Park in Odisha’s Kendrapara district will remain closed from May 1 to July 31 in view of the mating and nesting season of saltwater crocodiles.Tourists will not be allowed to visit the national park during the breeding season of the crocodiles.
  11. Chief Justice of India (CJI) N.V. Ramana on Saturday said it is only the judicial process that is adversarial, and not the judges or their judgments, and also pointed out that 20 judges per 10 lakh population was alarmingly low.
  12. The Uttarakhand government has capped the daily limit on the number of pilgrims visiting the famous Himalayan shrines in the state, especially Gangotri, Yamunotri, Kedarnath and Badrinath during the Char Dham Yatra.
  13. Union Power Minister R K Singh has said the Delhi government is misleading the public with incorrect information about the electricity situation in the national capital.
  14.  Odisha government has filed an affidavit with the Mahanadi water Tribunal on Sunday.The Counsel on behalf of Odisha filed the 150-page affidavit of the first eyewitness, Dr. Dayakar Nayak who is a noted agriculture scientist.
  15.  Senior Congress MLA Taraprasad Bahinipati on Sunday confirmed that he has resigned as chief whip in the Odisha Assembly.He has resigned as party chief whip due to personal reasons.

 

613 Y
2345 01-05-2022 Odia
  1. ସୂର୍ଯ୍ୟକୁମାର ଯାଦବଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ଚଳିତ ଆଇପିଏଲ୍‌ରେ ତା’ର ୯ମ ମ୍ୟାଚ୍‌ରେ ପ୍ରଥମ ବିଜୟ ହାସଲ କରିଛି ମୁମ୍ବଇ ଇଣ୍ଡିଆନ୍‌ସ। ଶନିବାର ରାଜସ୍ଥାନ ରୟାଲ୍‌ସକୁ ୫ ୱିକେଟରେ ପରାସ୍ତକରି ତା’ର ଅଧିନାୟକ ମୁମ୍ବଇ ଇଣ୍ଡିଆନ୍‌ସ ରୋହିତ ଶର୍ମାଙ୍କୁ ୩୫ତମ ଜନ୍ମଦିନର ଉପହାର ଦେଇଛି।
  2. ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଭାରତୀୟ ସେନାବାହିନୀର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବତନ ସେନାବାହିନୀ ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେଙ୍କୁ ଆଜି ସାଉଥ୍‍ ବ୍ଲକଠାରେ ସାମରିକ ଅଭିବାଦନ ଦିଆଯାଇଛି ।
  3. ସକାଳୁଆ ସ୍କୁଲ ସମୟରେ ପରିବର୍ତ୍ତନ କଲେ ରାଜ୍ୟ ସରକାର। ମେ’ ୨ ତାରିଖରୁ ସକାଳ ୬ରୁ୯ଟା ପର୍ଯ୍ୟନ୍ତ ହେବ ସ୍କୁଲ। ତୃତୀୟରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ସକାଳ ୬ରୁ ସ୍କୁଲ ଆସିବେ। 
  4. ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ନିର୍ଦ୍ଦେଶାଳୟ ଜ୍ୟାକଲିନ୍‌ଙ୍କ ୭.୨୭ କୋଟିର ସମ୍ପତ୍ତି ଜବତ କରିଛି । 
  5. ଦକ୍ଷିଣ ଆଣ୍ଡାମାନ ସାଗର ଓ ନିକଟ ପୂର୍ବ ବଙ୍ଗୋପସାଗରରେ ଆସନ୍ତା ମେ ୬ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ମେ ମାସରେ ଲଘୁଚାପ ହେଲେ ତୀବ୍ରତା ବଢିବାର ସମ୍ଭାବନା ଅଧିକ ଥାଏ। ତେଣୁ ୬ ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ଅଧିକ ତୀବ୍ର ହୋଇପାରେ। 
  6. ଶନିବାର ନୂଆଦିଲ୍ଲୀରେ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀ ଓ ଉଚ୍ଚନ୍ୟାୟାଳୟଙ୍କ ମୁଖ୍ୟନ୍ୟାୟାଧୀଶମାନଙ୍କ ସମ୍ମିଳନୀରେ ଯୋଗଦେବାକୁ ଆସିଥିବା ବେଳେ ଧରିୱାଲ ଗଣମାଧ୍ୟମ ସହ ଆଲୋଚନା କାଳରେ ରାଜସ୍ଥାନର ଜନତା, କଂଗ୍ରେସର ବିଧାୟକ ଓ ପାର୍ଟିର ହାଇକମାଣ୍ଡ ମଧ୍ୟ ଏଇଆ ଚାହାନ୍ତି ଯେ ଗହଲୋତ ମୁଖ୍ୟମନ୍ତ୍ରୀ ରହନ୍ତୁ ବୋଲି ସେ କହିଛନ୍ତି।
  7. ଡାକ୍ତର ଓ ସ୍ୱାସ୍ଥ୍ୟ ସେବାକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଡାକ୍ତର ଓ ସ୍ୱାସ୍ଥ୍ୟ ସେବା ଉପଭୋକ୍ତା ସଂରକ୍ଷଣ ଅଧିନିୟମ ୨୦୧୯ ପରିସରରୁ ବାହାରେ ନାହିଁ। ଏ ନେଇ ବମ୍ବେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ କାୟମ ରଖିଥିବା ବେଳେ ମେଡିକୋ ଲିଗାଲ ଆକ୍ସନ ଗ୍ରୁପଙ୍କ ପିଟିସନକୁ ନକାଚ କରିଦେଇଛନ୍ତି।
  8. କେନ୍ଦ୍ର ରାଜପଥ ଓ ପରିବହନ ମନ୍ତ୍ରାଳୟ ୧ ମେରୁ ପୂର୍ବାଞ୍ଚଳ ଏକ୍ସପ୍ରେସ୍ ୱେରେ ଟୋଲ ଟ୍ୟାକ୍ସ ଅସୁଲ ଆରମ୍ଭ  ହେବ। ଏହି ଏକ୍ସପ୍ରେସ ୱେ ୩୪୦ କିଲୋମିଟର ଦୀର୍ଘ। ଏପର୍ଯ୍ୟନ୍ତ ଏଥିରେ ଯିବାକୁ ହେଲେ ବାହନଙ୍କୁ ଗୋଟିଏ ବି ପଇସା ଶୁଳ୍କ ଦେବାକୁ ପଡୁ ନଥିଲା। ଏବେ ଏହି ଏକ୍ସପ୍ରେସ ୱେ ଦେଇ ଗଲେ ପଇସା ଦେବାକୁ ପଡିବ। ଏଣୁ ଲୋକଙ୍କ ଯାତ୍ରା ମହଙ୍ଗା ହେବ। ଏଠାରେ କିଲୋମିଟର ପିଛା ୨ଟଙ୍କା ୪୫ ପଇସା ହାରରେ ଟୋଲ ଟ୍ୟାକ୍ସ ଅସୁଲ ହୋଇପାରେ।
  9. ଯଦି ୟୁପିଆଇ ମାଧ୍ୟମରେ ଆଇପିଓ କିଣୁଥାନ୍ତି ତେବେ ପୂର୍ବରୁ ଏଥିଲାଗି ଥିବା ଧାର୍ଯ୍ୟ ସୀମା ବଢିବ। ଏପର୍ଯ୍ୟନ୍ତ ଆପଣ ୟୁପିଆଇ ମାଧ୍ୟମରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିପାରୁଥିଲେ। ତେବେ ମେ ୧ ତାରିଖରୁ ଏହାର ଲିମିଟ ବଢି ୫ ଲକ୍ଷ ଟଙ୍କା ହୋଇଯାଇଛି।
  10. ବର୍ତ୍ତମାନ ଋଷ ଆଇସଲ୍ୟାଣ୍ଡ, ଗ୍ରୀନଲ୍ୟାଣ୍ଡ, ଫାରୋ ଆଇସଲ୍ୟାଣ୍ଡ ଏବଂ ନରୱେର ୩୧ ଜଣଙ୍କୁ ଋଷରେ ପ୍ରବେଶ ଉପରେ ବ୍ୟାନ୍ ଲଗାଇଦେଇଛି । ଏହି ଦେଶର ଲୋକଙ୍କୁ ଭିସା ନଦେବାକୁ ଋଷ ତାର ଦୂତାବାସକୁ ନିର୍ଦ୍ଦେଶ ଦେଇଛି ।
  11. ଶନିବାର ଚୀନ କମ୍ପାନୀ ସାଓମୀ ଟେକ୍ନୋଲଜି ଇଣ୍ଡିଆ ଲିମିଟେଡର ୫,୫୫୧.୨୭ କୋଟି ଟଙ୍କାର ସମ୍ପତ୍ତିକୁ ସିଜ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ବିଦେଶୀ ମୁଦ୍ରା ପରିଚାଳନା ଆକ୍ଟ ୧୯୯୯ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କେନ୍ଦ୍ରୀୟ ସଂସ୍ଥା କହିଛି । 
  12. ବାଲେଶ୍ବରରେ ପ୍ରତିଷ୍ଠା ହେବ ରିଜର୍ଭ ବ୍ୟାଙ୍କର ଟଙ୍କା ଛାପା କାରଖାନା । ଏହି ପ୍ରକଳ୍ପ ପ୍ରତିଷ୍ଠା ହେଲେ ବାଲେଶ୍ୱର ଜିଲ୍ଲାରେ ଟଙ୍କା ତିଆରି ହେବା ସହିତ ସ୍ଥାନୀୟ ଲୋକଙ୍କୁ ମିଳିବ ନିଯୁକ୍ତ ସୁଯୋଗ । ପ୍ରକଳ୍ପ ପାଇଁ ଆବଶ୍ୟକ ଶହେ ଏକରରୁ ଅଧିକ ଜମି ଓ ସ୍ଥାନ ନିରୂପଣ ପାଇଁ ରିଜର୍ଭ ବ୍ୟାଙ୍କର ଏକ ପ୍ରତିନିଧି ଦଳ ବାଲେଶ୍ୱର ଜିଲ୍ଲା ଗସ୍ତ କରିଛନ୍ତି
  13. ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଜିତିବା ପାଇଁ ୧.୨ ପ୍ରତିଶତ ଭୋଟ୍ ଅଭାବ ରହିଛି । ସଂସଦର ଉଭୟ ଗୃହରେ ବିଜେଡିର ୨୧ ସାଂସଦ ଅଛନ୍ତି । ଯାହାର ଭୋଟ୍ ସେୟାର ୩.୨୨ ପ୍ରତିଶତ । ଯଦି ବିଜେଡି ଜୁଲାଇରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ଦିଏ ତ ବିଜେପି ପ୍ରାର୍ଥୀ ସହଜରେ ବିଜୟୀ ହେବେ ।
  14. ଆରବିଆଇ ୨୦୨୧-୨୦୨୨ ପାଇଁ ମୁଦ୍ରା ଏବଂ ଫାଇନାନ୍ସ (RCF) ଉପରେ ରିପୋର୍ଟ ପ୍ରକାଶ କରିଥିଲା । ସେହିଭଳି ରିପୋର୍ଟରେ କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ କରୋନା ମହାମାରୀ ଯୋଗୁଁ ଅର୍ଥନୀତିରେ ହୋଇଥିବା କ୍ଷୟକ୍ଷତିର ପୁନରୁଦ୍ଧାର ପାଇଁ ୧୫ ବର୍ଷ ଲାଗିବ। ଆଉ ଏହି ରିପୋର୍ଟରେ ଭାରତୀୟ ଅର୍ଥନୀତିର ଏକ ସାଙ୍ଘାତି ଚିତ୍ର ଉପସ୍ଥାପିତ ହୋଇଛି।
  15. ବର୍ଷା ପବନରେ ଉଡ଼ିଗଲା ୧୭୧୦ କୋଟି ଟଙ୍କାରେ ନିର୍ମାଣାଧୀନ ପୋଲ। ପବନରେ ଉଡ଼ିଗଲା ନିର୍ମାଣ ପାଇଁ ତିଆରି ହୋଇଥିବା ସ୍ୱତନ୍ତ୍ର ଢ଼ାଞ୍ଚା । ଏମିତି ଏକ ଘଟଣା ଘଟିଛି ବିହାରର ଭାଗଲପୁରରେ। ବିହାରରେ ଭାଗଲପୁର ଏବଂ ଖଗଡ଼ିଆକୁ ଯୋଡ଼ିବା ପାଇଁ ଗଙ୍ଗାନଦୀ ଉପରେ ତିଆରି ହେଉଛି ବିରାଟ ପୋଲ।
550 Y
2346 01-05-2022 English
  1. India has reported 3,688 new COVID-19 cases in the last 24 hours, taking the total tally of infections in the country since the pandemic started to 4,30,75,864.
  2. Maharashtra Day commemorates the formation of the state in 1960. On May 1, 1960, the Bombay Reorganisation Act came into effect, creating Maharashtra, following many protests and demonstrations in support of the new state.
  3. Gujarat Day is observed on May 1 to mark the creation of Gujarat as a separate state. In 1960, two states - Gujarat and Maharashtra - were carved out of Bombay State. Since then, May 1 is celebrated in both the states with great zeal and enthusiasm. 
  4. Union Minister Ashwini Kumar Choubey on Saturday claimed that 'Hindu' is a geographical identity and all people living in the land between the Himalayas and the Indian Ocean are Hindus.
  5. A freight train carrying coal towards Delhi got derailed on the dedicated freight corridor Track between Barthana and Ekdil stations in Uttar Pradesh on Saturday, officials said.
  6. Nearly 46,000 unauthorised loudspeakers were removed from religious places and the volume of another 59,000 was set to permissible limits across Uttar Pradesh following a government order, a senior police official said on Saturday.
  7. The Supreme Court on Friday stated that doctors and healthcare services are not excluded from the ambit of the Consumer Protection Act 2019.
  8. General Manoj Pande took over as the new Army Chief on Saturday.He took over the charges of the Indian Army from the outgoing Army Chief, Gen MM Narvane in the afternoon.
  9. After careful consideration, Odisha government has decided to reschedule the timing of teaching hours in all schools from 6.00 a.m. to 9.00 a.m from May 2.
  10. Unlike other states, Odisha is not facing shortage of coal, said Chief Secretary Suresh Mahapatra 
  11. The Centre has apparently lobbed the ball into the state government’s court for the establishment of benches of Orissa High Court in western and southern Odisha
  12. Two brothers were arrested with 107 kg ganja in Ganjam district, police said Saturday. The Special Task Force (STF) of Odisha Police arrested the duo from Raghunathsahi village in Buguda police station area, sources said.
  13. On the lines of Urban Meteorological Services for Delhi-NCR, the India Meteorological Department (IMD) Saturday announced to start similar services for 50 cities in a year's time.
  14. Amid Twitter’s $44 billion deal saga, tech billionaire Elon Musk has gained approximately 6 million followers on the platform. The Tesla CEO likely had around 83 million followers before the Twitter deal. However, as of now, he has over 89 million followers on the microblogging site
  15. Amidst a single day rise of 3,688 new coronavirus infections taking the active cases to 18,684, Union Health Minister Mansukh Mandaviya on Saturday said that over 60 per cent of youngsters between the 12-14 age group have received the 1st dose of Covid-19 vaccine.
522 Y
2347 30-04-2022 English
  1. As many as 65 top super specialty hospitals in 15 states other than Odisha have been empanelled under the Biju Swasthya Kalyan Yojana (BSKY), National Health Mission (NHM) Director Shalini Pandit said in a governing body meeting of State Health Assurance Society (SHAS) here Friday.
  2. The Higher Education department Friday issued a notification inviting applications for the appointment of Vice Chancellor for Shri Jagannath Sanskrit Vishvavidyalaya (SJSV) in Puri.
  3. The state government has sanctioned a whopping `38.14 crore in the first phase for land acquisition under the ambitious development and beautification project of Maa Biraja Temple in Jajpur district, an official said Friday.
  4. Attorney General K.K. Venugopal, citing the pendency of 40 million cases in trial courts and several million cases in the high courts, Friday said that a "pall of gloom settles" and it is a "hopeless situation"
  5. The Ministry of Fisheries, Animal Husbandry and Dairying has organized the week-long 'Kisan Bhagidari-Prathmikta Hamari' campaign from 25th to 30th of this month.
  6. PM Modi will participate in the inaugural session of the Joint Conference of Chief Ministers of the States and Chief Justices of High Courts @ 10 AM . He will also address the gathering on the occasion.
  7. Andhra pradesh court has awarded death sentence to a man who was found guilty of murdering a B. Tech student last year.Court found the accused Kunchala Sasikrishna guilty of murdering Nallapu Ramya, a B.Tech student who was stabbed to death on August 15, 2021.
  8. Punjab CM Bhagwant Mann ordered an immediate inquiry into the Patiala clashes and directed the police department's top brass that none of the culprits be spared. Tension prevailed after Shiv Sena members and pro-Khalistani activists clashed.
  9. Tamilnadu  CM MK Stalin on Friday urged PM Modi to accord permission to facilitate the early movement of food, essential goods and lifesaving medicines to the people of Sri Lanka.
  10. Union Minister for Road Transport and Highways Nitin Gadkari on Friday inaugurated 12 National Highway projects worth Rs 8,000 crores and seven CRIF projects in Hyderabad.
  11. Lieutenant General Baggavalli Somashekar Raju will take over as the Vice Chief of the Army Staff on 01 May (Sunday). An alumnus of Sainik School Bijapur and National Defence Academy, he was commissioned in the JAT Regiment on 15th December 1984.
  12. The Indian Navy undertakes several deployments titled Mission SAGAR to assist friendly countries. Since May 2020, the Indian Navy has successfully concluded eight such missions, deploying ten ships to 18 Friendly Foreign Countries.
  13. Japan's planned development aid for India's Andaman and Nicobar Islands carries a "geostrategic overtone," with some security experts saying it is part of initiatives to keep an increasingly assertive China in check.
  14. The Commissionerate Police Friday arrested a female staff of a private university in Janla area for allegedly misappropriating around `97.54 lakh of varsity funds collected from students and transferring the amount to her boyfriend’s account.
  15. AAP MLA Atishi has taken the "Kejriwal model of governance" to the United Nations as she addressed the UN General Assembly, where she emphasised that Delhi can be an example for all cities when it comes to ensuring growth, equity, ecological sustainability and fiscal prudence, according to an official statement issued Friday.
  16. A court in Assam has severely criticised the state police for trying to implicate Gujarat MLA Jignesh Mevani in a "manufactured case" of assault on a woman constable. The Barpeta sessions court in its order granting bail to Mr Mevani requested the Gauhati High Court to take up a petition on its own against recent police excesses in the state.
  17. IT company Wipro Friday posted a 4 per cent rise in consolidated profit at Rs 3,092.5 crore in the fourth quarter ended March 2022
  18. In a major political development ahead of next year's Assembly polls in Nagaland, 21 of the 25 MLAs of the Naga People's Front (NPF) on Friday joined the Nationalist Democratic Progressive Party (NDPP).
  19. India has reported 3,377 new COVID-19 cases in the last 24 hours, taking the total tally of infections in the country since the pandemic startedto 4,30,72,176.
  20. Delhi Chief Minister Arvind Kejriwal and his West Bengal counterpart Mamata Banerjee held a meeting in the national capital today, the first after their parties contested the assembly elections in Goa recently.
607 Y
2348 30-04-2022 Odia
  1. ବିଜ୍ଞାନ ଭବନରେ ଆୟୋଜିତ ଏହି ସମ୍ମିଳନୀକୁ ଉଦଘାଟନ୍ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମ୍ମିଳନୀରେ କୋର୍ଟର ଭିତ୍ତିଭୂମିର ବିକାଶ ଲାଗି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣା ପ୍ରସ୍ତାବ ଦେବେ ବୋଲି ସୂଚନା ମିଳିଛି । ଏହା ସହ ବିଚାର ବିଭାଗରେ ଖାଲିଥିବା ପଦବୀର ପୂରଣ, ପଡ଼ି ରହିଥିବା ମାମଲାର ବିଚାର, ଇ-କୋର୍ଟ, ଆଇନ ସେବାକୁ ତ୍ୱରିତ କରିବା ଆଦି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।
  2. ମିସେସ୍‍ ଇଣ୍ଡିଆ -୨୦୨୨ର ଟାଇଟଲ୍‍ ଜିତିଛନ୍ତି ଓଡ଼ିଆ ମହିଳା ରୂପ୍‍ସା ନାୟକ । ଏହାକୁ ନେଇ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି ।
  3. ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ବାହାର ରାଜ୍ୟରେ ମାସକୁ ହାରାହାରି ୪୦ ହଜାର ରୋଗୀ ଘରୋଇ ମେଡିକାଲରେ ଚିକିତ୍ସା ସୁବିଧା ପାଉଛନ୍ତି । ୨୦୨୧-୨୨ରେ ପ୍ରାୟ ୨ ଲକ୍ଷ କ୍ଲେମର ସମାଧାନ ହୋଇଛି । ଏଥିପାଇଁ ରାଜ୍ୟ ସରକାର ୩୮୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ଆଜି ଯୋଜନାର ସମୀକ୍ଷା କରି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।
  4. ପଞ୍ଜାବ ପଟିଆଲାରେ ଗୋଷ୍ଠୀ ସଂଘର୍ଷ ମାମଲା । ଘଟଣାରେ ଶିବସେନା ନେତା ହରିଶ ସିଙ୍ଗଲା ଗିରଫ ହୋଇଛନ୍ତି । ତେଣେ ଶିବସେନା ପଞ୍ଜାବ ଶାଖା କାର୍ଯ୍ୟକାରୀ ସଭାପତି ପଦରୁ ତାଙ୍କୁ କରାଯାଇଛି ବହିଷ୍କାର । ଖଲିସ୍ତାନୀ ସଂଗଠନ ବିରୋଧରେ ଶିବସେନା (ବାଲଠାକରେ) ଗୋଷ୍ଠୀର ଏକ ଶୋଭାଯାତ୍ରା ବାହାରିବା ପରେ ଗତକାଲି କେତେକ ଶିଖ ସଂଠଗନ ପକ୍ଷରୁ କରାଯାଇଥିଲା ପ୍ରତିବାଦ ।
  5. ଜେଲରେ ଥିବା ଅମରାବତୀ ସ୍ୱାଧୀନ ଏମପି ନବନୀତ ରାଣା ଓ ସ୍ୱାମୀ ତଥା ବିଧାୟକ ରବି ରାଣାଙ୍କ ଆବେଦନ ଖାରଜ । ଜେଲରେ ଥିବାବେଳେ ଘରେ ପ୍ରସ୍ତୁତ ଖାଦ୍ୟ ଲାଗି ଅନୁମତି ଦେବା ସକାଶେ ସେମାନେ କରିଥିବା ଆବେଦନକୁ ଖାରଜ କରିଛନ୍ତି ମୁମ୍ବାଇର ଏକ ମାଜିଷ୍ଟ୍ରେଟଙ୍କ କୋର୍ଟ ।
  6.  କିଭ୍‌ ଅଭିମୁଖେ ମାଡ଼ି ଆସୁଥିବା ଋଷିଆ ସୈନ୍ୟଙ୍କୁ ଅଟକାଇବାକୁ ଜୋରଦାର ଉଦ୍ୟମ କରିଛନ୍ତି ୟୁକ୍ରେନବାସୀ । ୟୁକ୍ରେନ୍‌ବାସୀ ଜାଣିଶୁଣି ନିଜେ ରହୁଥିବା ଗାଁ ମାନଙ୍କରେ ସୃଷ୍ଟି କରିଛନ୍ତି କୃତ୍ରିମ ବନ୍ୟା ।
  7. ୟୁକ୍ରେନ୍‌ରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନଙ୍କ କ୍ରୂରତା କଥା କହିବା ବେଳେ ଶୁକ୍ରବାର ଦିନ ପେଣ୍ଟାଗନ୍‌ର ମୁଖପାତ୍ର ଜନ୍‌ କିର୍ବି ଭାବବିହ୍ବଳ ହୋଇ କାନ୍ଦି ପକାଇଥିଲେ। ସେ ପଚାରିଥିଲେ, ତାଙ୍କ ପରି ଜଣେ ନୈତିକତାବାଦୀ ବ୍ୟକ୍ତି କିଭଳି ଡାକ୍ତରଖାନା ଉପରେ କରାଯାଉଥିବା ବ‌ୋମା ବିସ୍ଫୋରଣକୁ ସମର୍ଥନ କରୁଛନ୍ତି ଏବଂ ‌କେତେ ନିରୀହ ଜନତା ମଲେ ତା’ର ସମୀକ୍ଷା କରୁଛନ୍ତି?
  8. ଅଘୋଷିତ ବିଦ୍ୟୁତ କାଟ୍: ଚାଷୀ ଆଗରେ ପାଣି ନ ପାଇ ସବୁ ଧାନ ଯାଉଛି ମରି ,ଅନ୍ଧାରରେ ଡାକ୍ତରଖାନା, ହନ୍ତସନ୍ତ ରୋଗୀ, କର୍ତ୍ତୃପକ୍ଷ ନିଦାବିଷ୍ଣୁ ।
  9. ରାଜଧାନୀର ଘରୋଇ ଇଞ୍ଜିନିୟରିଂ କଲେଜରେ ଅଭାବନୀୟ ଘଟଣା । ବୟଫ୍ରେଣ୍ଡର ଆକାଉଣ୍ଟକୁ ପ୍ରେମିକା ପଠାଇଲେ ୯୭ ଲକ୍ଷ ଟଙ୍କା ।
  10. ଜାମିନ ପାଇ ଜେଲରୁ ମୁକୁଳିଲେ ବିଧାୟକ ଜିଗ୍ନେଶ ମେୱାନୀ, ଅଧିକାରୀଙ୍କୁ ମାରପିଟ ଅଭିଯୋଗରେ ହୋଇଥିଲେ ଗିରଫ।
  11. କୋଇଲା ପାଇଁ ପାସେଞ୍ଜର ଟ୍ରେନ୍ ବାତିଲ: ୬୫୭ ଟ୍ରେନ୍ ବାତିଲ କରାଯିବ।
  12. ନଦିଆ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୁଣି ୨ ଗିରଫ; ମୁଖ୍ୟ ଅଭିଯୁକ୍ତର ବାପାକୁ ଗିରଫ କଲା ସିବିଆଇ ।
  13. ସମଗ୍ର ଉତ୍ତରପଶ୍ଚିମ ଭାରତରେ ଅସହ୍ୟ ଗ୍ରୀଷ୍ମଲହରି ହେତୁ ଲୋକ ସନ୍ତୁଳି ହେଉଛନ୍ତି। ପ୍ରତିଦିନ ତାପମାତ୍ରା ରେକର୍ଡ ଭାଙ୍ଗୁଛି। ଗତକାଲି ଗୁରୁଗ୍ରାମରେ ତାପମାତ୍ରା ୪୫ ଡିଗ୍ରି ଟପିଥିବା ବେଳେ ଆଜି ଦିଲ୍ଲୀରେ ସର୍ବାଧିକ ତାପମାତ୍ର ୪୬ ଡିଗ୍ରି ରହିଛି।
  14. ନ୍ୟାସନାଲ୍ ଟେକନିକାଲ୍ ଆଡଭାଇଜରି ଗ୍ରୁପ ଅନ୍ ଇମ୍ୟୁନାଇଜେସନ୍ (ଏନଟିଏଜିଆଇ) ୧୨-୧୭ ବର୍ଷର ପିଲାଙ୍କ ଟିକାକରଣ ଲାଗି ସେରମ୍ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କୋଭୋଭାକ୍ସ ଟିକାକୁ ଅନୁମୋଦନ ପ୍ରଦାନ କରିଛି।
  15. ବିଧାୟକ ଓ ସରକାରୀ ଅଧିକାରୀଙ୍କ ରହିବା ପାଇଁ ଭୁବନେଶ୍ବର ୟୁନିଟ-୪ ଅଞ୍ଚଳରେ ନୂଆ ଆପର୍ଟମେଣ୍ଟ ନିର୍ମାଣ ଯୋଜନା କାର୍ଯ୍ୟକାରୀ ପାଇଁ ବାଟ ଫିଟିଛି। ୟୁନିଟ ୪ରେ ନିର୍ଦ୍ଦିଷ୍ଟ ସରକାରୀ କ୍ବାର୍ଟର ତୁରନ୍ତ ଖାଲି କରିବାକୁ ଦିଆଯାଇଥିବା ନୋଟିସକୁ ଚାଲେଞ୍ଜ କରି ଦାୟର ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।
  16. ଆଫଗାନିସ୍ତାନର ଖବରକାଗଜ ‘ଆଫଗାନିସ୍ତାନ ଡେଲି’ର ରିପୋର୍ଟ ଅନୁସାରେ, ତାଲିବାନ ମଜାର-ଇ- ସରିଫ୍‌ରେ ଥିବା ବଲ୍‌ଖ ବିଶ୍ୱବିଦ୍ୟାଳୟର ୫୦ ଯୋଗ୍ୟ ପ୍ରଫେସରଙ୍କୁ ଛଟେଇ କରିଦେଇଛି। ଏବଂ ଖୁବ୍‌ଶୀଘ୍ର ସେହିସବୁ ପଦ ପୂରଣ ପାଇଁ ଧର୍ମଗୁରୁମାନଙ୍କୁ ନିଯୁକ୍ତି ଦେବ ବୋଲି ସୂଚନା ମିଳିଛି। ତାଲିବାନର ସଦସ୍ୟ ଓ ଧର୍ମଗୁରୁମାନେ ଏହି ପ୍ରଫେସରଙ୍କ ସ୍ଥାନ ନେବେ। 
  17. ଦେଶରେ ବଢୁଥିବା ଚେକ୍ ବାଉନ୍‌ସ ମାମଲାକୁ ଦେଖି ସୁପ୍ରିମକୋର୍ଟ ଏକ ଏକ୍ସପର୍ଟ କମିଟି ଗଠନ କରିଥିଲେ। ଏହି କମିଟିଙ୍କ ପରାମର୍ଶ ଆଧାରରେ ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ହାଇକୋର୍ଟଙ୍କ ପରାମର୍ଶ ଲୋଡିଛନ୍ତି।
  18. ରାଜ୍ୟ ସରକାର ଆଜି କଟକ ଏସସିବିରେ ବହିର୍ବିଭାଗ ରୋଗୀ ସେବା ବା OPD ପାଇଁ ଅନଲାଇନ ବୁକିଂ ବ୍ୟବସ୍ଥା ଘୋଷଣା କରିଛନ୍ତି। ଏହି ବ୍ୟବସ୍ଥା ଆସନ୍ତା ମେ ମାସ ୯ ତାରିଖରୁ ଆରମ୍ଭ ହେବ। ମେ ୧୦ରୁ ଅନ୍‌ଲାଇନ୍‌ ଟିକେଟ୍‌ର ପ୍ରିଣ୍ଟ ଧରି ରୋଗୀ ଓପିଡିରେ ଡାକ୍ତରଙ୍କୁ ଦେଖାଇପାରିବେ।
  19. ୧୯୮୮ ବ୍ୟାଚର ଆଇପିଏସ୍ ଡକ୍ଟର ମନୋଜ ଛାବ୍ରାଙ୍କୁ ଜେଲ୍ ବିଭାଗ ମହାନିର୍ଦେଶକ କରାଯାଇଛି । ସେହିପରି ଜେଲ୍ ବିଭାଗ ମହାନିର୍ଦେଶକ ଥିବା ୧୯୮୮ ବ୍ୟାଚର ଆଇପିଏସ୍ ସନ୍ତୋଷ ଉପାଧ୍ୟାୟ ହୋଇଛନ୍ତି ଅଗ୍ନିଶମ ବାହିନୀର ମହାନିର୍ଦେଶକ।
  20. ଗ୍ରୀଷ୍ମ ପ୍ରବାହ ବୃଦ୍ଧିକୁ ଦୃଷ୍ଟିରେ ରଖି ଆଇଏମଡି ଓଡ଼ିଶା, ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଓ ଉତ୍ତରପ୍ରଦେଶ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ମେ ୨ ତାରିଖ ପରେ ଉତ୍ତର-ପଶ୍ଚିମ ଭାରତରେ ବର୍ଷା ହେବାର ସମ୍ଭାବନା ରହିଛି। ଆଇଏମଡି କହିବା ଅନୁଯାୟୀ ୨୦୨୨ ମାର୍ଚ୍ଚ ମାସର ଖରା ୧୨୨ ବର୍ଷର ରେକର୍ଡ ଭାଙ୍ଗିଛି। ୨୦୨୨ ମାର୍ଚ୍ଚ ମାସରେ ଦେଶର ହାରହାରି ତାପମାତ୍ରା ୩୩.୧ ଡିଗ୍ରୀ ସେଲସିୟସ୍ ରହିଥିଲା।
521 Y
2349 29-04-2022 Odia

 

  1. ଆଜି ଓ ଆସନ୍ତାକାଲି ଆହୁରି କଲବଲ କରିବ ତାତି । ଅଧିକାଂଶ ଜିଲ୍ଲାରେ ୪୦ରୁ ୪୫ ଡିଗ୍ରୀ ମଧ୍ୟରେ ରହିବ ତାପମାତ୍ରା । ୨୪ ଘଣ୍ଟା ମଧ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ଦେବଗଡ, ଅନୁଗୁଳ, ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ବୌଦ୍ଧ ଏବଂ ବଲାଙ୍ଗିରକୁ ସତର୍କତା ଜାରି କରାଯାଇଛି ।
  2. ଇସ୍ପାତ କାରଖାନା ସବ ଲିଜରେ ଦେଇଥିବା ଜମି ସମସ୍ୟା, ମନ୍ଦିରା ଡ୍ୟାମ ବିସ୍ଥାପିତଙ୍କ ସମସ୍ୟା ସହିତ ରେଲଓ୍ବେ ବିସ୍ଥାପିତଙ୍କ ସମସ୍ୟା ଖୁବଶୀଘ୍ର ସମାଧାନ ହେବ । ଏଥିପାଇଁ ପାଇଁ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ଯୁଗ୍ମ ସଚିବ ଅମୀୟ କୁମାର ସାହୁ ରାଉରକେଲା ଗସ୍ତ କରି ମହାନଗର ନିଗମ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ବିଭାଗୀୟ ପ୍ରଶାସନିକ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ।
  3. ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ପବିତ୍ର ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରଠାରେ ‘ଉତ୍କଳ ଗୌରବ ମଧୁସୁଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର’ ଲୋକାର୍ପିତ କରିଛନ୍ତି । କେନ୍ଦ୍ର ଲୋକାର୍ପଣ କରିବା ସହ କହିଲେ- ମଧୁ ବାବୁ ଓଡ଼ିଆ ସ୍ବାଭିମାନର ପ୍ରତୀକ, ତାଙ୍କ ଜୀବନୀ ହେଉଛି ଓଡ଼ିଆ ସ୍ବାଭିମାନର ଗୌରବମୟ ଗାଥା ।
  4. ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ମିଳିଛି ଏକ ବଡ଼ ସଫଳତା ।  NCB ଡ୍ରଗ୍ସ ଚୋରା ଚାଲାଣର ଏକ ବଡ଼ ସିଣ୍ଡିକେଟର ପର୍ଦ୍ଦାଫାଶ କରିଛି, ଯେଉଁଥିରେ ଆଫଗାନ, ପାକିସ୍ତାନ୍‌ ଏବଂ ଭାରତର ମାଫିଆ ସାମିଲ ଅଛନ୍ତି ।  ଏହା ହେଉଛି ଏକ ଇଣ୍ଡୋ-ଆଫଗାନ୍‌ ସିଣ୍ଡିକେଟ୍‌ ।  ସୂଚନା ଅନୁସାରେ ଏନସିବି ପ୍ରାୟ ୩୫୦ କୋଟିର ହେରୋଇନ୍‌ ଜବତ କରିଛି ।
  5. ଆଭିଏସନ କ୍ଷେତ୍ରରେ ସେବାକୁ ଆହୁରି ବଢ଼ାଇବାକୁ ପ୍ରୟାସ ଆରମ୍ଭ କରିଛି ଟାଟା ଗ୍ରୁପ । ଗତ ଡିସେମ୍ବରରେ ଏୟାର ଇଣ୍ଡିଆକୁ ଅଧିଗ୍ରହଣ କରିବା ପରେ ଏବେ ଏୟାର ଏସିଆର ଶହେ ପ୍ରତିଶତ ଅଂଶଧନ କିଣିବାକୁ କମ୍ପାନୀ ପ୍ରସ୍ତାବ ଦେଇଛି । ଏ ନେଇ କମ୍ପାନୀ କମ୍ପିଟିସନ କମିସନ ଅଫ୍ ଇଣ୍ଡିଆ ବା CCIର ଅନୁମୋଦନ ଲୋଡ଼ିଛି ।
  6. କୋଲକାତା ହାତରୁ ମ୍ୟାଚ୍ ଛଡ଼ାଇ ନେଲେ ପାୱେଲ; ୧୯ ଓଭରରେ ଲକ୍ଷ୍ୟ ହାସଲ କଲା ଦିଲ୍ଲୀ କ୍ୟାପିଟାଲ ।
  7. ଆଗକୁ ବଢ଼ିପାରେ ରାଜ୍ୟର କରୋନା ସଂକ୍ରମଣ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଆଗାମୀ ୩ରୁ ୪ ସପ୍ତାହ ଗୁରୁତ୍ୱପୂର୍ଣ୍ଣ।
  8. ଜୁନରେ 5G ସ୍ପେକ୍ଟ୍ରମ ନିଲାମୀ, ସରକାର ଦେଲେ ସଂକେତ, TRAIର ରହିଛି ମେଗା ପ୍ଲାନ ।
  9. ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ସମେଟିଭ୍‍ ଆସେସ୍‍ମେଣ୍ଟ-୨ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ପ୍ରତିଦିନ ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ୬ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଚଳିତବର୍ଷ ୫,୭୧,୯୦୯ ଜଣ ପରୀକ୍ଷାର୍ଥୀ ମୋଟ ୩୨୦୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ।
  10. ରିଲିଜ୍ ପୂର୍ବରୁ ୧୨୫କୋଟି ଟଙ୍କାରେ ବିକ୍ରି ହେଲା ଐଶ୍ବର୍ଯ୍ୟା ରାୟଙ୍କ ଫିଲ୍ମ ‘ପୋନ୍ନିୟିନ୍ ସେଲଭନ’ ।
  11. ୬୪ ଦିନରେ ପହଞ୍ଚିଲା ରୁଷ ଓ ୟୁକ୍ରେନ ଯୁଦ୍ଧ । ୟୁକ୍ରେନକୁ ସାହାଯ୍ୟ କରୁଥିବା ଦେଶଗୁଡିକ ଉପରେ ରୁଷିଆ ଲଗାଇଲା କଟକଣା ।
  12. ଲୁଚକାଳି ଖେଳୁ ଖେଳୁ ଘଟିଗଲା ଦୁର୍ଘଟଣା । ସୂଚନା ଅନୁସାରେ ମଇଶୁରରେ ନଞ୍ଜନଗୁଡ଼ ଥାନା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । କାବ୍ୟା ନାୟକ ଏବଂ ଭାଗ୍ୟା ନାୟକ ନାମକ ଦୁଇ ପିଲା ଚିରଦିନ ଆଖି ବୁଜିଛନ୍ତି । ଜଣକ ବୟସ ୫ ବର୍ଷ ଏବଂ ଅନ୍ୟ ଜଣଙ୍କର ୧୧ ବର୍ଷ ।
  13. ଉତ୍କଳଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ : ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସତ୍ୟଭାମାପୁରରେ ଉତ୍କଳ ଗୌରବ ମଧସୂଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର ଲୋକାର୍ପିତ ।
  14. ଜଳବାୟୁ ପରିବର୍ତ୍ତନ ପ୍ରଭାବ: ଦୈନିକ କ୍ଷତି ୨୦୨ ନିୟୁତ ଡଲାର, ମରୁଛନ୍ତି ୧୧୫।
  15. ୟୁକ୍ରେନ୍‌କୁ ଆମେରିକାର ହୃଦୟ ଖୋଲା ସମର୍ଥନ । ଋଷର ଆକ୍ରମଣ ପରେ ୟୁକ୍ରେନ ନିଜକୁ କେମିତି ସଶକ୍ତ କରିବ ସେଥିପାଇଁ ଆମେରିକା ସବୁବେଳେ ସହଯୋଗ କରିଆସୁଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ୟୁକ୍ରେନ୍‌କୁ ୩୩ ବିଲିୟନ ଡଲାରର ସହାୟତା ଘୋଷଣା କରିଛନ୍ତି ।
  16. ସର୍ଭେ ରିପୋର୍ଟ ଅନୁସାରେ ପାଖାପାଖି ୩୪ ପ୍ରତିଶତ ଭାରତୀୟ ସ୍ୱୀକାର କରିଛନ୍ତି ଯେ ଦେଶରେ କରୋନାର ଚତୁର୍ଥ ଲହର ଏପ୍ରିଲ ମାସରୁ ଆରମ୍ଭ ହୋଇଛି। ଏଥିରୁ ସ୍ପଷ୍ଟ ହୋଇଛିଯେ ୩ଜଣରୁ ଜଣେ ଭାରତୀୟ କହିଛନ୍ତିଯେ ଚତୁର୍ଥ ଲହର ଆସି ସାରିଛି।
  17. ପାମ ଅଏଲ ରପ୍ତାନୀ ଉପରେ ଇଣ୍ଡୋନେସିଆ କଟକଣା ଲଗାଇବା ପରେ ଖାଇବା ତେଲ ବଜାରରେ ସଙ୍କଟ ଉପୁଜିବା ଆଶଙ୍କା ଦେଖା ଦେଲାଣି । ଖାଇବା ତେଲର ଅଭାବ ଦେଖି କଳାବଜାରୀ ସକ୍ରିୟ ହୋଇଗଲେଣି । ସ୍ଥିତି ନିୟନ୍ତ୍ରଣରେ ରଖିବା ପାଇଁ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ ପଦକ୍ଷେପ ନେଇଛି ।
  18. ମଧ୍ୟ ପ୍ରଦେଶର ୨୫ ବର୍ଷିୟ ବଂଶିତା । ନିଜର ପ୍ରଥମ ପ୍ରୟାସରେ ହିଁ ବଂଶିତା ସିଭିଲ ଜଜ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ରୋଚକ କଥା ହେଉଛି, ବଂଶିତାଙ୍କ ବାପା ମଧ୍ୟ ପ୍ରଦେଶର ନୀମଚ ଜିଲ୍ଲାରେ ଜଣେ ଜଜଙ୍କ ଗାଡି ଡ୍ରାଇଭର। 
  19. ସରକାରୀ ସଂଖ୍ୟା ଅନୁସାରେ, ୨୦୨୧ ଡିସେମ୍ୱର ତ୍ରୟମାସିକରେ ୯ ପ୍ରମୁଖ ସଂଗଠିତ କ୍ଷେତ୍ର ୪ ଲକ୍ଷ ନୂଆ ନିଯୁକ୍ତି ଦେଇଛନ୍ତି । କେନ୍ଦ୍ର ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଗୁରୁବାର ତ୍ରୟମାସିକ ସର୍ଭେ ରିପୋର୍ଟ ଜାରି କରି ଏହି ସୂଚନା ଦେଇଛି ।
  20.  ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁ‌ଟେରେସ୍‌ ଆଜି କିବ୍‌ ଗସ୍ତ କରିଛନ୍ତି। ଗୁ‌ଟେରେସ୍‌ ଏବଂ ତାଙ୍କ ଟିମ୍‌ ଆଜି ଯୁଦ୍ଧ ପ୍ରବଣ ବୁସା ଏବଂ ବୋରଡିଆଙ୍କା ବୁଲିଛନ୍ତି। ବୁସାରେ ଗଣ କବର୍‌ ନିକଟରେ ଗୁଟେରେସ୍‌ କହିଛନ୍ତି, ଯୁଦ୍ଧ ହେଉଛି ସବୁଠୁ ବଡ଼ ଅପରାଧ। ଗୁଟେରେସ୍‌ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଏବଂ ବିଦେଶ ମନ୍ତ୍ରୀ ଡିମିଟ୍ରୋ କୁଲେବାଙ୍କ ସହ ବିସ୍ତୃତ ଆଲୋଚନା କାର୍ଯ୍ୟକ୍ରମ ରହିଛି। 
530 Y
2350 29-04-2022 English
  1. India has reported 3,377 new COVID-19 cases in the last 24 hours, taking the total number of infections to 4,30,72,176. According to the Union Health Ministry, the active cases increased to 17,801, with 821 new active cases in a 24-hour time span.
  2. High Certificate Examination (HSC), State Open School Certificate Examination and Madhyama (Sanskrit) Exam–began at 8 am .While duration of the exams is 8 am-10 am, timing of some of examinations is less than two hours and will be completed by 9 am or 9.30 am. Only Mathematics paper will continue till 10.15 am.
  3. The State’s Chief Minister Naveen Patnaik is scheduled to leave for New Delhi on a five-day trip. Patnaik will return to Bhubaneswar on May 3. Official sources said Patnaik will leave for the National Capital in a special flight in the afternoon on May 29.
  4. Heat wave warning has been issued in 11 districts of Odisha – Sambalpur, Subarnapur, Sundargarh, Jharsuguda, Deogarh, Bargarh, Boudh, Balangir, Keonjhar, Mayurbhanj and Angul.
  5. On the occasion of the 174th birth anniversary of Madhusudan Das, Chief Minister Naveen Patnaik on Thursday inaugurated Utkal Gaurav Madhusudan Museum and Interpretation Centre at the birthplace of the legend.
  6. Odisha’s first privately -run veterinary hospital for domestic and stray animals and birds was inaugurated here on Thursday.The hospital, which has been set up by the Institute of Veterinary Sciences and Animal Husbandry of Siksha ‘O’ Anusandhan (SOA) at Shanpur on the outskirts of Bhubaneswar, 
  7. Trinamool Congress (TMC)’s former Goa chief Kiran Kandolkar has accused political strategist Prashant Kishor of using the party’s entry into the state’s electoral politics to blackmail the Congress leadership and causing a split in the vote that helped the Bharatiya Janata Party (BJP) to return to power last month.
  8. Indian Railways Ministry has signed a MoU with Centre for Development of Telematics (C-DOT) to establish a robust collaborative working partnership for coordination and resource sharing with respect to provision of Telecommunication facilities in the delivery and implementation of C-DOT’s Telecom Solutions and services in Railways.
  9. J&K Police have arrested three terrorists' associates involved in cross Line of Control smuggling and transportation of arms and ammunition in Kupwara.
  10. Bombay High Court today extended the interim anticipatory bail relief to Bharatiya Janata Party (BJP) leader Kirit Somaiya and his son Neil in the INS Vikrant fraud case. The relief has been extended till 14th of June.
  11. Google began building its largest campus outside of its US headquarters in Hyderabad's Gachibowli. The 3 million-square- foot building will have a capacity to employ 14,000 people and is located on a 7.3-acre site. Google had acquired the land in 2019 after an agreement was signed between Google and Telangana's IT Minister KT Rama Rao in 2015.
  12. CM Mamata Banerjee announced on Thursday that her government will accommodate students who returned from Ukraine in state colleges
  13. US GDP contracted 1.4% in the January-March 2022 quarter, the Department of Commerce said  
  14. India's first indigenous aircraft carrier (IAC) Vikrant being built by the Cochin Shipyard Ltd will be handed over to the Indian Navy by1 August this year.
  15. PM Modi on Thursday said the Centre is making efforts to remove the entire northeast from the ambit of the Armed Forces (Special Powers) Act (AFSPA), which provides sweeping powers and immunity from criminal prosecution. PM said at a public meeting at Loringthepi in Assam's Karbi Anglong district.
  16. AAP leader Atishi Marlena’s address at the United Nations General Assembly on Thursday drew praise from Delhi chief minister Arvind Kejriwal as she presented the AAP government’s governance model on a world stage.
  17. The Supreme Court on Thursday reserved its verdict on the Centre’s plea to refer the issue of control over bureaucracy in the national capital to a five-judge Constitution Bench.
  18. The government has accepted IAS officer Shah Faesal’s application for withdrawing his resignation and reinstated him in service and his next posting would be announced soon, Home Ministry officials said here on Thursday.
  19. Chief Justice of India NV Ramana and Chief Justices of all 25 high courts will brainstorm on issues confronting the judiciary here on Friday in the 39th Chief Justices’ Conference, which is taking place after a gap of six years.
  20. Senior advocate Vikas Singh has been re-elected president of the Supreme Court Bar Association (SCBA).

 

584 Y