| # |
Date |
Type |
Current Affairs |
No. Of Views |
Status |
Action |
| 21 |
05-12-2025 |
Odia |
-
1.ଭାରତରେ ପହଞ୍ଚିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ନୂଆଦିଲ୍ଲୀର ପାଲାମ ବିମାନବନ୍ଦରରେ ପୁଟିନ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସ୍ଵାଗତ କରିଥିଲେ।
-
2.ଓଡିଶା କଳାକାର ମାନସ କୁମାର ସାହୁ ଏକ ସୁନ୍ଦର ବାଲୁକା କଳା ସହିତ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସ୍ୱାଗତ କରିଛନ୍ତି ।
-
3.ଇସ୍ରାଏଲ ପୁଣି ଥରେ ଦକ୍ଷିଣ ଗାଜାରେ ଏକ ବଡ଼ ଆକ୍ରମଣ କରିଛି । ଗାଜା ଷ୍ଟ୍ରିପର ଦକ୍ଷିଣରେ ଖାନ ୟୁନିସର ପଶ୍ଚିମରେ କୁୱେତ ହସ୍ପିଟାଲ ନିକଟରେ ଥିବା ବିସ୍ଥାପିତ ଶିବିର ଉପରେରେ ଇସ୍ରାଏଲ ଯୁଦ୍ଧ ବିମାନ ଆକ୍ରମଣ କରିଥିବା ସୂଚନା ମିଳିଛି ।
-
4. ସଂସଦର ଶୀତ ଅଧିବେଶନର ତୃତୀୟ ଦିନରେ ଲୋକସଭାରେ କେନ୍ଦ୍ରୀୟ ଅବକାରୀ (ସଂଶୋଧନ) ବିଲ୍ ୨୦୨୫ ବାଚନିକ ଭୋଟରେ ଗୃହୀତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଏହି ବିଲ୍କୁ ଗୃହରେ ଆଗତ କରିଥିଲେ। ଏହି ବିଲ୍ ଅନୁଯାୟୀ ତମାଖୁ ଓ ଏ ସମ୍ପର୍କିତ ଉତ୍ପାଦ ଉପରେ ଟିକସ ଲାଗୁ କରାଯିବ।
-
5.ଓଡ଼ିଶାରେ ଏପର୍ଯ୍ୟନ୍ତ ୨.୧୯ ଲକ୍ଷରୁ ଅଧିକ ଇଲେକ୍ଟ୍ରିକ୍ ଯାନ (EV) ପଞ୍ଜୀକୃତ ହୋଇ ରାସ୍ତାରେ ଚାଲୁଛି। ଗୁରୁବାର ବିଧାନସଭାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି ସୂଚନା ଦେଇଛନ୍ତି।
-
6.ଆକସନ୍ ମୋଡରେ ପୁରୀ ପୁଲିସ। ନୀଳଚକ୍ର ନଗରରେ ନିଶା ମାଫିଆ ସୁକାନ୍ତ ପଣ୍ଡାଙ୍କ ଘରେ ବୁଲିଲା ବୁଲଡୋଜର୍। ବ୍ରାଉନସୁଗାର କାରବାରରେ ବହୁ ବାର ଜେଲ୍ ଯାଇଛନ୍ତି ସୁକାନ୍ତି ପଣ୍ଡା।
-
7.ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଏକ ବଡ଼ଧରଣର ଏନ୍କାଉଣ୍ଟର ଘଟଣା ଘଟିଛି। ଏହି ଗୁଳିମାଡ଼ରେ ପୁଣି ୩ଜଣ ମାଓବାଦୀ ନିପାତ ହୋଇଛନ୍ତି। ଏଥି ସହିତ ମାଓବାଦୀଙ୍କ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଛି।
-
8.ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସଙ୍କଟାପନ୍ନ ରହିଛି। ଦେଶର ତିନି ସଶସ୍ତ୍ର ବାହିନୀର ମୁଖ୍ୟମାନେ ତାଙ୍କୁ ହସ୍ପିଟାଲରେ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।
-
9.ଓଡ଼ିଶାର ସବୁଠାରୁ ଦୀର୍ଘତମ କଳିଙ୍ଗା ଘାଟିରେ ଭେଇକଲ ସେନ୍ସର୍ ଆଲର୍ଟ ଯନ୍ତ୍ର ଲାଗିଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି।
-
10.ସଂଗୀତ ମହାବିଦ୍ୟାଳୟର ଡ୍ରାମା ଅଧ୍ୟାପକ ଶତ୍ରୁଘ୍ନ ସାମଲ ଡ୍ରାମା ବିଭାଗର ଅଧ୍ୟାପକ ବହିଷ୍କୃତ ଓ ଗିରଫ ହୋଇଛନ୍ତି। ଛାତ୍ରୀମାନେ ଅଭିଯୋଗ ଆଣିଥିଲେ ଯେ, ଶତ୍ରୁଘ୍ନ ସାର ସେମାନଙ୍କୁ ନିର୍ଯାତନା ଦେଉଥିଲେ।
-
11.ତୃଣମୂଳ କଂଗ୍ରେସ ବିଧାୟକ ହୁମାୟୁନ କବୀରଙ୍କୁ ଦଳରୁ ନିଲମ୍ବିତ କରିଛି । ପଶ୍ଚିମବଙ୍ଗ ପରିବହନ ମନ୍ତ୍ରୀ ଫିରହାଦ ହାକିମ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି ।
-
12.ରାଜ୍ୟର ସାମ୍ବାଦିକମାନଙ୍କ ପାଇଁ ପେନସନ୍ ବ୍ୟବସ୍ଥା ଲାଗୁ କରିବା ପ୍ରସ୍ତାବ ଓଡ଼ିଶା ସରକାରଙ୍କ ବିଚାରାଧୀନ ରହିଛି ବୋଲି ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ସୂଚନା ଦେଇଛନ୍ତି।
-
13.ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ସପ୍ତମ ସଂସ୍କରଣ ଆସନ୍ତା ଡିସେମ୍ବର ୬ ତାରିଖରୁ ଭୁବନେଶ୍ୱର ୟୁନିଟ୍-୩ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇ ଡିସେମ୍ବର ୧୭, ୨୦୨୫ ପର୍ଯ୍ୟନ୍ତ ଚାଲିବ।
-
14.ପ୍ରାୟ ସାଢେ ୪ ମାସ ଧରି ବନ୍ଦ ପଡ଼ିଥିବା ବିମାନସେବା ଶୁକ୍ରବାର ଦିନଠାରୁ ପୁନର୍ବାର ଆରମ୍ଭ ହେବ। ଭୁବନେଶ୍ବର-ରାଉରକେଲା ମଧ୍ୟରେ ଇଣ୍ଡିଆୱାନ୍ ଏୟାର୍ ବିମାନସେବା ପରିଚାଳନା କରିବ।
-
15.ରାଜ୍ୟସଭାରେ ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ପି ଚନ୍ଦ୍ରଶେଖର ଦେଇଥିବା ତଥ୍ୟ ଅନୁସାରେ ଓଡ଼ିଶାରେ ୧୫୬୨ଟି ଗାଁରେ ମୋବାଇଲ୍ ଓ ଇଣ୍ଟରନେଟ୍ ସେବା ପହଞ୍ଚିନାହିଁ।
|
35 |
Y |
|
| 22 |
05-12-2025 |
English |
-
1.Prime Minister Narendra Modi Thursday warmly welcomed Russian President Vladimir Putin as he kick-started a nearly 27-hour visit to India.
-
2.As many as 18,822 Indian nationals have been deported by the United States since 2009, including 3,258 since January 2025, the government informed the Rajya Sabha.
-
3.India abstained in the UN General Assembly from a draft resolution that demanded that Russia ensure the immediate, safe and unconditional return of all Ukrainian children forcibly transferred or deported since the start of the war.
-
4.The Odisha government sanctioned Rs1 crore for Bargarh’s Dhanu Jatra, during which the town transforms into an open-air theatre with the life of Lord Krishna being enacted over 11 days.
-
5.The country’s largest airline IndiGo cancelled more than 550 domestic and international flight
-
6.Lightning strikes have claimed the lives of 92 people in Odisha this year, Revenue and Disaster Management Minister Suresh Pujari told the Assembly Thursday.
-
7.On the charge of sexually harassing a girl student, Satrughna Samal A guest lecturer of state government-run Utkal Sangeet Mahavidyalaya was arrested .
-
8.Chief Minister Mohan Charan Majhi said Odisha will soon get its rights over Mahanadi River waters through a legal and amicable solution to the dispute with neighbouring Chhattisgarh.
-
9.The Odisha Police has put in place elaborate security arrangements for the India–South Africa T20 International cricket match scheduled at Barabati Stadium in Cuttack December 9. Over 70 platoons of police force will be deployed as part of the extensive security plan.
-
10.Telecom Regulatory Authority of India (TRAI) Chairman Anil Kumar Lahoti said that India has achieved the fastest rollout of 5G services globally, supported by over 1.23 billion telecom subscribers and nearly 99 per cent 4G coverage.
-
11.Taking note of a plea alleging extreme work pressure faced by the booth level officers (BLOs) engaged in the time-bound special revision of the electoral rolls, the Supreme Court directed the states Thursday to consider deputing additional employees for reducing their working hours.
-
12.The Russian Education Agency, a joint initiative of Synergy Corporation and Innopraktika.India, announced Thursday the opening of its branch here to deepen cultural and educational ties between India and Russia and support Indian students seeking admission to Russian universities.
-
13.Madhya Pradesh Chief Minister Mohan Yadav Thursday released three cheetahs into the wild at the Kuno National Park (KNP) on the occasion of International Cheetah Day
-
14.Foreign investors have pulled out Rs13,121 crore ($1.46 billion) from Indian equities in the fi rst four days of December, taking the total outfl ow for 2025 to Rs1.56 lakh crore ($17.8 billion), data from NSDL showed Thursday.
-
15.India has found its youngest chess record-holder. Sarwagya Singh Kushwaha, just three years, seven months and 20 days old, has become the youngest player in world chess history to earn an official FIDE rating.
|
25 |
Y |
|
| 23 |
04-12-2025 |
Odia |
-
1.ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ବାର୍ଷିକ ପରୀକ୍ଷା ୨୦୨୬ ଫେବ୍ରୁଆରି ୧୮ ତାରିଖ ଠାରୁ ଆରମ୍ଭ ମାର୍ଚ୍ଚ ୨୧ ତାରିଖରେ ଶେଷ ହେବ।
-
2.ଭିତରକନିକା ଜାତୀୟ ଉଦ୍ୟାନ ଭିତରେ ୫୦ରୁ ଅଧିକ ହରିଣ ଶିଙ୍ଗ ପଡ଼ିରହିଛି । ଅଧିକାଂଶ ଶିଙ୍ଗ ହରିଣ ଦେହରୁ ଓପଡ଼ା ଯାଇଥିବା ଜଣାପଡ଼ୁଛି।
-
3.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଥିବାରୁ ଚିଙ୍ଗୁଡ଼ି ରପ୍ତାନି ଗୁରୁତର ବ୍ୟାହତ ହୋଇଛି।
-
4.ଆମେରିକା ଗତ ଜୁନ୍ ମାସରେ ଏହି ୧୯ଟି ଅଣ-ୟୁରୋପୀୟ ଦେଶର ଆଂଶିକ ଯାତ୍ରାରେ ପ୍ରତିବନ୍ଧକରେ ପକାଇଥିଲା । ଏହି ଦେଶଗୁଡ଼ିକ ମଧ୍ୟରେ ଆଫଗାନିସ୍ତାନ ଏବଂ ସୋମାଲିଆ ଅନ୍ତର୍ଭୁକ୍ତ ।
-
5.ଓଡିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର ଭାବେ ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ୨୦୨୫ରେ ନିଯୁକ୍ତି କରାଯାଇଛି। ଏହି ନିଯୁକ୍ତି ପାଇଁ ମାଧୁରୀଙ୍କୁ ରାଜ୍ୟ ରାଜକୋଷରୁ ୧ କୋଟି ୬୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ବିମାନ ସହ ରହିବା ଓ ଖାଇବା ଖର୍ଚ୍ଚ ଅଲଗା ନେଇଛନ୍ତି।
-
6.ଭାରତୀୟ ମୁଦ୍ରା “ଟଙ୍କା”ର ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଇଛି । ପ୍ରଥମ ଥର ପାଇଁ ଡଲାର ତୁଳନାରେ ୯୦ସ୍ତର ଅତିକ୍ରମ କରିଛି ଟଙ୍କା ।
-
7.ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଇ-କେଓ୍ବାଇସି ପ୍ରକ୍ରିୟା ଜାରି ରହିବ। ଏ ନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର। ଇ-କେଓ୍ବାଇସି ତର୍ଜମା ସମୟରେ ୬ ଲକ୍ଷ ୮୩ ହଜାର ୯୯୫ ମୃତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି।
-
8.ରାଜ୍ୟରେ ୩୫ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଅଛି। ୩୩ଟି ବେସରକାରୀ ଓ ୨ଟି ସରକାରୀ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ରହିଛି।
-
9.ଓଡିଶା ରାଜ୍ୟର ୫,୦୦୦ରୁ ଅଧିକ ରାଜସ୍ୱ ଏବଂ ଦୁର୍ଗମ ଗ୍ରାମରେ ଏପର୍ଯ୍ୟନ୍ତ ସବୁଦିନିଆ ରାସ୍ତା ସଂଯୋଗ ନାହିଁ।
-
10.ଏୟାରଲାଇନ୍ସ ମାସ ମଧ୍ୟରେ ୧୨୩୨ ଉଡ଼ାଣ ବାତିଲ କରିଛି ଏବଂ ବ୍ୟାପକ ବିଳମ୍ବ ସହିତ, ବିମାନ ଚଳାଚଳ ନିୟାମକକୁ ଏହାର କାର୍ଯ୍ୟକ୍ଷମତା ଉପରେ ସତର୍କ ଦୃଷ୍ଟି ରଖିବାକୁ ବାଧ୍ୟ କରିଛି।
-
11.ହିରୋ ମୋଟୋକର୍ପର ହାର୍ଲେ-ଡେଭିଡ୍ସନ୍ ଭାରତରେ ରୋଡ୍ଷ୍ଟାର୍ର ନୂଆ ଡିଜାଇନ୍ ନେଇ ‘ଏକ୍ସ୪୪୦ ଟି’ ଲଞ୍ଚ କରିବାକୁ ଯାଉଛି ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି। ଏହା ଭାରତ ଅଟୋମୋବାଇଲ୍ ଶିଳ୍ପରେ ସାମିଲ ହେବ।
-
12.ଭୁବନେଶ୍ଵରରେ ରେ ରୁପା ଦର କେଜି ପିଛା ଦାମ୍ ୫୦୦୦ ଟଙ୍କା ବଢ଼ିବାରୁ ମୋଟ୍ ଦର ୨,୦୧,୦୦୦ ଟଙ୍କା ହୋଇଛି। ଗତ ନଭେମ୍ବର ୨୫ରୁ ରୁପା ଦାମ୍ ଲଗାତାର ଭାବେ ବଢ଼ୁଛି।
-
13.ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଜୋରଦାର ଗୁଳି ବିନିମୟ ହୋଇଛି । ସୁରକ୍ଷା କର୍ମୀଙ୍କ ଗୁଳିରେ ୧୨ ଜଣ ମାଓବାଦୀ ନିହତ ହୋଇଛନ୍ତି । ଘଟଣାରେ ୩ ଜଣ ଡିଆରଜି ଜବାନ ସହିଦ ହୋଇଛନ୍ତି ।
-
14.୨୦୨୪-୨୫ ଶିକ୍ଷାବର୍ଷ ପାଇଁ ‘ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା’ର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର (SOP) ଜାରି କରିଛନ୍ତି ଓଡ଼ିଶା ସରକାର। ଏହି SOP ଅନୁଯାୟୀ, ଛାତ୍ରବୃତ୍ତି ରାଶି ହିତାଧିକାରୀଙ୍କୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (DBT) ମାଧ୍ୟମରେ ପ୍ରଦାନ କରାଯିବ।
-
15.ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମ୍ରେ ଭାରତ ଏବଂ ସାଉଥ୍ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହେବ। ଷ୍ଟାଡିୟମ ଭିତରକୁ ପାଣି ବୋତଲ, କଏନ, କଲମ ଏବଂ ଅନ୍ୟାନ୍ୟ ସାମଗ୍ରୀ ନେବାକୁ ବାରଣ କରାଯାଇଛି।
|
33 |
Y |
|
| 24 |
04-12-2025 |
English |
-
1.The Centre scrapped an order to smartphone makers Wednesday to preload a state-run cybersecurity app on all new devices after an outcry from politicians, privacy advocates and global tech companies over surveillance fears.
-
2.The Plus 2 annual theory examination conducted by the Council of Higher Secondary Education (CHSE), Odisha will be held from February 18 to March 21.
-
3.Twelve Naxalites, including a dreaded Maoist commander, and three personnel of the District Reserve Guard (DRG), a specialised unit of the state police, were killed in a fierce encounter in Chhattisgarh’s Bijapur district bordering Malkangiri district Wednesday, officials said.
-
4.The Odisha government has paid Rs1.6 crore to actress Madhuri Dixit Nene after making her the ambassador of state handlooms, a minister informed the state Assembly Wednesday.
-
5.The Odisha government has so far completed e-KYC verification of 96 per cent PDS beneficiaries.
-
6.Outstanding electricity dues totalling Rs6,957.57 crore remain unpaid by industrial, commercial and domestic consumers across Odisha, Deputy Chief Minister KV Singh Deo told the assembly Wednesday.
-
7.Pratidin Editor Sudhir Kumar Panda and Puri Lok Sabha MP Sambit Patra were among the nine persons nominated by the Centre as members to the Press Council of India (PCI).
-
8.Odisha received the national award for Best State/UT in Effective Implementation of the Rights of Persons with Disabilities Act, 2016, at the National Awards Ceremony held at Vigyan Bhawan, New Delhi.
-
9.Mating season of Olive Ridley turtles has begun near Rushikulya estuary in Ganjam. The season that started from mid-November, will extend till the end of February said environmentalist Rabindranath Sahu.
-
10.The Himachal Pradesh government will fight in the Supreme Court for 1,24,870 illegal occupant families to save them from eviction, Chief Minister Sukhwinder Singh Sukhu told the House Wednesday.
-
11.A division bench of the Calcutta High Court Wednesday set aside a single bench order that annulled appointments of 32,000 primary school teachers in West Bengal. Calcutta HC quashes order terminating 32,000 primary teachers.
-
12.Despite limited resources, challenging geographical location and difficult terrain, the Pahargaon police station in Andaman and Nicobar Islands has been adjudged the second best in the country by the Union Ministry of Home Affairs.
-
13.The Trump administration Tuesday said it paused all immigration applications, including green card and US citizenship processing, filed by immigrants from 19 non-European countries, citing concerns over national security and public safety.
-
14.Markets regulator Sebi has made it easier for low risk foreign investors to participate in the Indian securities market with the introduction of a single window access, a move aimed at simplifying compliance and enhancing the country's attractiveness as an investment destination.
-
15.The rupee breached the 90-a-dollar level for the first time to settle at a fresh all-time low of 90.15 Wednesday, down 19 paise from its previous close, amid sustained foreign fund outfl ows and higher crude oil prices.
|
19 |
Y |
|
| 25 |
03-12-2025 |
Odia |
-
1.ଆସନ୍ତାବର୍ଷ ଏପ୍ରିଲରୁ ୨୦୨୭ ଫେବୃଆରୀ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଦେଶବ୍ୟାପୀ ଜନଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୨୦୨୬ ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା କରାଯିବ। ୨୦୨୭ ଫେବୃଆରୀରୁ ଦ୍ୱିତୀୟପର୍ଯ୍ୟାୟ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବ।
-
2.ଆସନ୍ତା ଡିସେମ୍ବର ୯ ଦିନ ଏସଆଇଆର ଉପରେ ଲୋକସଭାରେ ଆଲୋଚନା କରାଯିବ। ମଧ୍ୟାହ୍ନ ୧୨ଟାରୁ ୧୦ଘଣ୍ଟା ଧରି ଏହି ପ୍ରସଙ୍ଗରେ ଆଲୋଚନା କରାଯିବ।
-
3.ସଞ୍ଚାର ସାଥୀ ଆପ୍ ସମ୍ପୂର୍ଣ୍ଣ ଇଚ୍ଛାଧୀନ ଓ ଯେକୌଣସି ସମୟରେ ଡିଲିଟ୍ କରିପାରିବେ। ନୂଆ ଫୋନ୍ରେ ପ୍ରି-ଇନ୍ଷ୍ଟଲ କରିବା କେବଳ ସଚେତନତା ପାଇଁ ଏବଂ ଏହାର ବ୍ୟବହାର ବାଧ୍ୟତାମୂଳକ ନୁହେଁ। ମନ୍ତ୍ରୀ କହିଛନ୍ତି, ଆପ୍ ରେଜିଷ୍ଟ୍ରେସନ ବିନା ନିଷ୍କ୍ରିୟ ରହେ ଏବଂ କୌଣସି ନଜର ରଖିବା ବା କଲ୍ ମନିଟରିଂ କରେନାହିଁ।
-
4.ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (ଏମ୍ସିଡି)ର ୧୨ଟି ୱାର୍ଡରେ ହୋଇଥିବା ଉପନିର୍ବାଚନର ଫଳାଫଳ ଭୋଟ ଗଣତି ପରେ ବୁଧବାର ଘୋଷଣା କରାଯିବ।
-
5.ଭାରତର ସର୍ବବୃହତ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ନଭେମ୍ବର ୩୦, ୨୦୨୫ରେ ଘୋଷଣା କରିଥିଲା ଯେ ଏହା ଏହାର m-Cash ସେବାକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବ। ଡିସେମ୍ବର ୧, ୨୦୨୫ରୁ, OnlineSBI ପ୍ଲାଟଫର୍ମ ଏବଂ YONO Lite ଆପ୍ ରେ mCASH ବ୍ୟବହାର କରି ଟଙ୍କା ପଠାଇବା ଆଉ ସମ୍ଭବ ହେଉନାହିଁ ।
-
6.ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ପିଏମଓର ନାଁ ନାମ ବଦଳିଲା । ଏବେ ଏହାକୁ ସେବାତୀର୍ଥ ନାମରେ ଜଣାଯିବ ।
-
7.ବିଶ୍ୱର ଶୀର୍ଷ ଧନୀ ତଥା ଏକ୍ସ-ଏଆଇ ପ୍ରତିଷ୍ଠାତା ଏଲନ ମସ୍କ କହିଛନ୍ତି, ଏକ ବିନାଶକାରୀ ଯୁଦ୍ଧ ଅନିବାର୍ଯ୍ୟ ଏବଂ ଏହା ପରମାଣୁ ଯୁଦ୍ଧ ହୋଇପାରେ। ଏହା ଆଗାମୀ ୫ ବର୍ଷ ଭିତରେ କିମ୍ବା ଅତି ବେଶିରେ ୧୦ ବର୍ଷ ମଧ୍ୟରେ ହେବ।
-
8.ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡିସେମ୍ବର ୪ ଓ ୫ ତାରିଖରେ ନୂଆଦିଲ୍ଲୀ ଗସ୍ତ କରିବା ପୂର୍ବରୁ ତାଙ୍କର କାର୍ଯ୍ୟସୂଚୀ ସ୍ପଷ୍ଟ କରିଛନ୍ତି। ଭାରତ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସାମରିକ ଚୁକ୍ତିକୁ ମଞ୍ଜୁରୀ ଦିଆଯାଇଛି। ରୁଷ ଭାରତକୁ ଏକ ବୁଡ଼ାଜାହାଜ ପରମାଣୁ ଚାଳିତ SSN (ଚକ୍ର-ଶ୍ରେଣୀ) ବୁଡ଼ାଜାହାଜ ଭଡ଼ା ଦେବ।
-
9.ଇମ୍ରାନଙ୍କ ଭଉଣୀ ଉଜମା ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜେଲରେ ଭେଟିବା ପାଇଁ ଯାଇଛନ୍ତି । ଜେଲରେ ଇମ୍ରାନଙ୍କୁ ଭେଟିବା ପରେ ସେ ସୁସ୍ଥ ଥିବା ଭଉଣୀ ସୂଚନା ଦେଇଛନ୍ତି।
-
10.ରାଜ୍ୟରେ ଜୁଆ ଖେଳିକି ଧରାପଡ଼ିଲେ ଆଉ ଜେଲ୍ ଯିବାକୁ ପଡ଼ିବନି। କେବଳ ଜରିମାନା ଦେଇଦେଲେ ସରକାର ଜୁଆ ଖେଳିବାଜନିତ ଅପରାଧକୁ ମାଫ୍ କରିଦେବେ। ଏଥିପାଇଁ ରାଜ୍ୟ ସରକାର ଓଡ଼ିଶା ଜନବିଶ୍ଵାସ ବିଲ୍, ୨୦୨୫ ଆଣିଛନ୍ତି। ପୂର୍ବରୁ ଜୁଆ ଖେଳିଲେ ଯେଉଁ ୧ମାସରୁ ୬ ମାସ ପର୍ଯ୍ୟନ୍ତ କାରାଦଣ୍ଡ ଥିଲା ତାହାକୁ ସଂପୂର୍ଣ୍ଣ ଭାବେ ଉଠାଇ ଦିଆଯାଇଛି।
-
11. ସରକାର ଏଥର ପ୍ରଥମଶ୍ରେଣୀରେ ନାମଲେଖା ପାଇଁ ଅନ୍ବେଷା ପୋର୍ଟାଲ ଖୋଲିଲେ ନାହିଁ। ୨୦୧୫ରୁ ଆରମ୍ଭ ହୋଇଥିବା ଏହି ଯୋଜନା ଚାଲିବ କି ଆଗକୁ ବନ୍ଦ ହୋଇଯିବ ସେ ନେଇ ବିରୋଧୀଦଳ ଆଶା-ଆଶଙ୍କାରେ ରହିଛନ୍ତି।
-
12.ଲୋକସେବା ଭବନରେ ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ଟ୍ରଷ୍ଟବୋର୍ଡ ବୈଠକ ଡକାଯାଇ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଡିଏମ୍ଏଫ୍ ଦ୍ୱାରା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ପ୍ରଭାବିତ ଗ୍ରାମଗୁଡ଼ିକୁ ଚିହ୍ନଟ କରାଯିବ। ଖଣି ଅଞ୍ଚଳର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଜନବସତି ଗୁଡିକରେ ହେଉଥିବା ପ୍ରଦୂଷଣକୁ ରୋକିବା ପାଇଁ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।
-
13.ଶ୍ରୀମନ୍ଦିର ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଲୋକପ୍ରିୟ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଶୁଭଙ୍କର ମିଶ୍ର ଶେଷରେ କ୍ଷମା ମାଗିଛନ୍ତି।
-
14.ବାଲେଶ୍ଵର ଜିଲା ସୋର ଅଞ୍ଚଳରେ ଥିବା ଖଞ୍ଜାମାହଳର ପଥର ଖାଦାନରେ ଜିଲାପ୍ରଶାସନ ତରଫରୁ ୧୬୩ ଧାରା ଲାଗୁ କରାଯାଇଛି । ବିଭିନ୍ନ ସମୟରେ ପଥରଖାଦାନରୁ ପଥର ଚୋରା ଚାଲାଣ ହେଉଥିବା ନେଇ ଅଭିଯୋଗ ହେଉଥିଲା।
-
15.ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ହଠାତ ଆଇପିଏଲ ନିଲାମରୁ ଓହରି ଯାଇଛନ୍ତି । ଆଇପିଏଲ ୨୦୨୬ ମିନି ନିଲାମ ପୂର୍ବରୁ ସେ ଏହି ନିଷ୍ପତି ନେଇଛନ୍ତି । ଡିସେମ୍ବର ୧୬ରେ ଆବୁଧାବିରେ ଏହି ନିଲାମ ପ୍ରକ୍ରିୟା ଆୟୋଜିତ ହେବ । ତାଙ୍କ ପୂର୍ବରୁ ଆନ୍ଦ୍ରେ ରସେଲ ଓ ଫାପ ଡୁ ପ୍ଳେସି ମଧ୍ୟ ଆଇପିଏଲ ନିଲାମରୁ ଓହରି ଯାଇଥିଲେ ।
|
44 |
Y |
|
| 26 |
03-12-2025 |
English |
-
1.Census 2027 will be conducted in two phases, the first between April and September 2026 and the second in February 2027.
-
2.The Lok Sabha will take up a debate on the 150th anniversary of National Song ‘Vande Mataram’ Monday and on electoral reforms Tuesday, Parliamentary Affairs Minister Kiren Rijiju said
-
3.The Tata Group donated Rs758 crore to the Bharatiya Janata Party (BJP) weeks after the Union government announced over Rs44,000 crore in subsidies to two of its semiconductor units, an investigation by Scroll it has revealed. The donations were made in April 2024, days before the general election.
-
4.A Parliamentary panel has asked the government to explore the feasibility of amending the penal provisions for publishing or telecasting fake news to include cancelling the accreditation of the journalist or the creator found guilty.
-
5.At least 16 stretches across major rivers in Odisha have been identified as polluted.
-
6.A total of 1,396 people and 5,609 animals lost their lives in man-animal conflicts in the state of Odisha in the last 10 years.
-
7.Only 25 of the 207 mega piped water supply projects have been completed between financial years 2020- 21 and 2025-26, Panchayati Raj and Drinking Water (PR&DW) Minister Rabi Narayan Naik told the Assembly .
-
8.The Opposition BJD asked the state government to intervene and ensure that Rs 7,145 crore ‘illegally’ collected from around one crore power consumers in the name of ‘minimum charges’ or ‘monthly minimum fixed charges’ be refunded with the interest amount.
-
9.Social media influencer Shubhankar Mishra, who has been booked for allegedly hurting the religious sentiments of Lord Jagannath devotees, tendered an apology for his controversial video on the 12th-century shrine.
-
10.It was revealed that Rs34,052 crore had been collected from 11 DMF districts by October this year, with around 55 per cent already utilised. The Chief Minister urged officials to expedite spending to ensure timely delivery of basic services to the public.
-
11.Pakistan’s former prime minister Imran Khan is alive but subjected to “mental torture in solitary confinement”, his sister Uzma Khan said.
-
12.In a bid to tackle dipping birth rates, the Chinese government has decided to impose value-added tax on contraceptives from January 2026.
-
13.The 14th edition of the Joint Military Exercise EKUVERIN between the Indian Army and the Maldives National Defence Force (MNDF) commenced in kochi. The exercise will be conducted from 2 to 15 December 2025.
-
14.Hong Kong’s leader said Tuesday a judge-led committee will investigate the cause of the city’s deadliest fire in decades and review oversight of building renovations blamed for fanning an inferno that killed at least 156 people.
-
15.The global green economy has surpassed USD 5 trillion and is projected to exceed USD 7 trillion in annual value by 2030. with India expected to clock the highest growth in renewable electricity capacity and generation.
|
29 |
Y |
|
| 27 |
02-12-2025 |
Odia |
-
1.ଦିଲ୍ଲୀରେ ଦେଖାଦେଉଥିବା ବାୟୁ ପ୍ରଦୂଷଣ ସମସ୍ୟାର ସମାଧାନ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ହେବା ଆବଶ୍ୟକ। ଏଥିପାଇଁ ଏକ ସ୍ପଷ୍ଟ ଏବଂ କାର୍ଯ୍ୟକାରୀ ହୋଇପାରୁଥିବା ରଣନୀତି ପ୍ରସ୍ତୁତ କରିବାକୁ ହେବ ବୋଲି ସୁପ୍ରିମକୋର୍ଟ ସୋମବାର ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (ସିଏକ୍ୟୁଏମ୍) ଏବଂ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍ସିଆର୍) କର୍ତ୍ତୃପକ୍ଷଙ୍କୁ କହିଛନ୍ତି।
-
2.‘ଡିଜିଟାଲ୍ ଆରେଷ୍ଟ’ ସ୍କାମ୍ ସହ ଜଡ଼ିତ ମାମଲାର ତଦନ୍ତ କରିବାକୁ ସୁପ୍ରିମ୍କୋର୍ଟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ନିର୍ଦ୍ଦେଶ ଦେଇଛନ୍ତି। କୃତ୍ରିମ ବୁଦ୍ଧିମତା (ଏଆଇ) ଓ ମେସିନ୍ ଲର୍ଣ୍ଣିଂ ଟୁଲ୍ସ ବ୍ୟବହାର କରି ଏଭଳି ଆକାଉଣ୍ଟକୁ ଚିହ୍ନଟ କରିବା ଓ ଅପରାଧର ଆୟକୁ ଫ୍ରିଜ୍ କରିବା ପାଇଁ ସୁପ୍ରିମ୍କୋର୍ଟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ସହାୟତା ମାଗିଛନ୍ତି।
-
3.ପୁରୀ ଓ ଭୁବନେଶ୍ବର ରାଜଭବନର ନାମ ବଦଳିଲା । ନୂଆ ନାଁ ହେଲା 'ଲୋକଭବନ'।
-
4.ଓଡିଶାରେ ରେ ଗତ ୧୬ ମାସରେ ୩୩ଟି ନୂଆ ସୂଚନା ପ୍ରଯୁକ୍ତି (ଆଇଟି) କମ୍ପାନି ସେମାନଙ୍କ ୟୁନିଟ୍ ସ୍ଥାପନ କରିଛନ୍ତି। ରାଜ୍ୟରେ ୨୦୧୬-୧୭ରେ ୩୪୦୦ କୋଟି ଟଙ୍କାର ସଫ୍ଟୱେର ରପ୍ତାନି ହୋଇଥିଲା। ତା’ପରଠାରୁ ଲଗାତାର ଭାବେ ସେଥିରେ ବୃଦ୍ଧି ହେଉଛି।
-
5.ଆମେରିକୀୟ ଡଲାରତୁଳନାରେ ଭାରତୀୟ ଟଙ୍କା ପୁଣି ଦୁର୍ବଳ ହେବାରେ ଲାଗିଛି। ସୋମବାର ଡଲାର ତୁଳନାରେ ଟଙ୍କା ମୂଲ୍ୟ ୯୦ ଟଙ୍କା ଆଡ଼କୁ ଅଗ୍ରସର ହୋଇଥିଲା।
-
6.ସଂସଦର ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଏହି ଅଧିବେଶନରେ ସଂସଦ ଦେଶ ବିଷୟରେ କ'ଣ ଭାବୁଛି, ଦେଶ ପାଇଁ କ'ଣ କରିବାକୁ ଚାହୁଁଛି ଏବଂ ଦେଶ ପାଇଁ କ'ଣ କରିବାକୁ ଯାଉଛି ତାହା ଉପରେ ଧ୍ୟାନ ଦିଆଯିବା ଉଚିତ।
-
7. କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କୁ ରାଜ୍ୟସଭାର ନୂତନ ଅଧ୍ୟକ୍ଷ ଭାବେ ସ୍ୱାଗତ କରିବା ସହ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଅପ୍ରତ୍ୟାଶିତ ବିଦାୟ ବିଷୟ ଉଲ୍ଲେଖ କରିଛନ୍ତି।
-
8.ଦେଶରେ ନିର୍ମିତ କିମ୍ବା ଆମଦାନି ହେଉଥିବା ପ୍ରତ୍ୟେକ ନୂତନ ସ୍ମାର୍ଟଫୋନରେ 'ସଞ୍ଚାର ସାଥୀ' ଆପ୍ ପ୍ରି-ଇନଷ୍ଟଲ କରିବା ବାଧ୍ୟତାମୂଳକ ହେବ। ଏହି ନିୟମ କାର୍ଯ୍ୟକାରୀ କରିବା ପାଇଁ କମ୍ପାନୀଗୁଡ଼ିକୁ ୯୦ ଦିନ ସମୟ ଦିଆଯାଇଛି।
-
9.ଜାପାନ କମ୍ପାନି ସାଇନ୍ସ ପ୍ରଥମ ମାନବ ୱାସିଂ ମେସିନ୍ ଲଞ୍ଚ କରିଛି। ଏହି ମେସିନରେ ମଣିଷ ଚିତ ହୋଇ ଶୋଇପଡ଼ିବା ପରେ ଆପଣାଛାଏଁ ଏକ ଢାଙ୍କୁଣୀ ଘୋଡ଼ାଇ ହୋଇଯାଇଥାଏ। ତା'ପରେ ମେସିନ୍ ସ୍ୱୟଂଚାଳିତ ଭାବରେ ପାଣି ପକାଇ, ଫେଣ କରି କୋମଳ ମସାଜ୍ ଭଳି କୌଶଳ ବ୍ୟବହାର କରି ଶରୀରକୁ ସଫା କରିଦେଇଥାଏ।
-
10.ପାକିସ୍ତାନ ସେନାର ଫିଲ୍ଡ ମାର୍ଶଲ ଅସିମ ମୁନିରଙ୍କୁ ଦେଶର ପ୍ରଥମ ସିଡିଏଫ ବା ଚିଫ ଅଫ ଡିପେନ୍ସ ଫୋର୍ସ କରିବା ଲାଗି ସମ୍ବିଧାନରେ ସଂଶୋଧନ କରାଯାଇଛି।
-
11.ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡିସେମ୍ବର ୪ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି। ଦୁଇ ଦିନିଆ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପୁଟିନ ବାହାରକୁ ଗଲେ ଯାହା ଖାଆନ୍ତି ତାହା ରୁଷରୁ ଅଣାଯାଇଥାଏ ।
-
12. ସଂଶୋଧିତ ଆଇନ ଅନୁସାରେ ଏଣିକି ଜଳ ପ୍ରଦୂଷଣ କ୍ଷେତ୍ରରେ ଶିଳ୍ପାନୁଷ୍ଠାନଗୁଡ଼ିକ ନାମରେ ମାମଲା ରୁଜୁ କରିବା ପରିବର୍ତ୍ତେ ୧୦ହଜାରରୁ ୧୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବ।
-
13.ମହାରାଷ୍ଟ୍ରରେ ସ୍ଥାନୀୟ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମଙ୍ଗଳବାର ଦିନ ଅନୁଷ୍ଠିତ ହେବ । ଏଥିରେ ୨୬୪ଟି ପୌର ପରିଷଦ ଏବଂ ନଗର ପଞ୍ଚାୟତ ପାଇଁ ମତଗ୍ରହଣ କରାଯିବ ।ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ନିର୍ବାଚନ ପ୍ରକ୍ରିୟା ଜାନୁଆରୀ ୩୧ ସୁଦ୍ଧା ସମାପ୍ତ ହେବାକୁ ଯାଉଛି।
-
14.୨୬ ବର୍ଷୀୟ ବଡି ବିଲ୍ଡର ତଥା ପାରା ଆଥଲେଟ୍ ରୋହିତ ଧନଖଡ଼ ହତ୍ୟାର ଶିକାର ହୋଇଛନ୍ତି ।୨୦ରୁ ଅଧିକ ଦୁର୍ବୃତ୍ତ ତାଙ୍କୁ ପିଟି ପିଟି ହତ୍ୟା କରିଛନ୍ତି।
-
15.ଭାରତୀୟ ମହିଳା ହକି ଦଳର ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ ବ୍ୟକ୍ତିଗତ କାରଣ ଯୋଗୁଁ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।
|
39 |
Y |
|
| 28 |
02-12-2025 |
English |
-
1.India achieved 48.7 per cent decline in annual new HIV infections and 81.4 per cent reduction in AIDS-related deaths between 2010 and 2024, according to government data.
-
2.The Supreme Court Monday came down heavily on the Reserve Bank of India (RBI) asking as to why it was not using Artificial Intelligence (AI) to find out and freeze bank accounts used by cyber criminals.
-
3.The Telecom Ministry has privately asked smartphone makers to pre-load all new devices with a state-owned cyber security app that cannot be deleted, a government order showed, a move likely to antagonise Apple and privacy advocates.
-
4.Odisha has renamed its official Raj Bhavans as Lok Bhavan. The capital’s Raj Bhavan will now be called Lok Bhavan, while the Puri Raj Bhavan has been renamed Lok Bhavan, Puri.
-
5.The state government has identified 51 Bangladeshi infiltrators in different districts and 49 of them were deported to their nation.
-
6.The coastal security system along the 480-kmlong Odisha coastline, the state government has deployed drones, all-terrain vehicles (ATVs), fast interceptor vessels besides releasing Rs26.149 crore budgetary allocations in the current fiscal.
-
7.Odisha IT Policy 2025, aligned with the state’s long-term vision for 2036 and 2047, aims at creating one million employment opportunities during the policy period.
-
8.The Odisha government approved the extension of enhanced state support under the Mahatma Gandhi National Rural Employment Guarantee Act (MGNREGA) until the financial year 2028–29.
-
9.The Odisha Cricket Association (OCA) has offered the first ticket for the upcoming T20 match between India and South Africa December 9 to Lord Jagannath.
-
10.The Bhubaneswar Excise Department on Monday arrested three individuals, including a woman, from the Mainshikhala Basti area and seized 340 grams of brown sugar worth Rs34 lakh.
-
11. Persistent drinking water shortages and groundwater depletion in Odisha were highlighted in the Rajya Sabha Monday, along with the measures underway to ensure safe and sustainable water supply across the state.
-
12. A man believed to have died 25 years ago unexpectedly returned home Sunday night, leaving his family and the entire Bhagia village under this block in Balasore district in disbelief.
-
13.Smrutirekha Nayak of Chhend area here has earned a place in the Asia Book of Records for creating a unique Pattachitra of Lord Jagannath using Odia letters. She has also been honoured with the title of Grand Master for her art.
-
14.Delhi’s air quality deteriorated again Monday as the Air Quality Index (AQI) moved closer to the “very poor” category.
-
15.The lord Ayyappa temple here has recorded a significant surge in revenue during the first 15 days of the ongoing annual mandala-makaravilakku pilgrimage season, with total collections touching Rs 92 crore.
|
34 |
Y |
|
| 29 |
01-12-2025 |
Odia |
- 1.ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ କହିଛନ୍ତି ,ମୋକଦ୍ଦମାର ଗରିବ ପକ୍ଷଙ୍କୁ ନ୍ୟାୟ ଦେବା ତାଙ୍କର ପ୍ରାଥମିକତା । ସେ ଗରିବଙ୍କୁ ନ୍ୟାୟ ଦେବା ନିମନ୍ତେ ରାତି ଅଧ ଯାଏ କୋର୍ଟରେ ବସିପାରିବେ।
-
2.ନିର୍ବାଚନ କମିଶନ ଶନିବାର ବୁଥ୍ସ୍ତରୀୟ ଅଫିସର (ବିଏଲ୍ଓ)ମାନଙ୍କ ପାରିଶ୍ରମିକକୁ ୬,୦୦୦ ଟଙ୍କାରୁ ୧୨,୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ସେହିପରି ବିଏଲ୍ଓ ସୁପରଭାଇଜରମାନଙ୍କ ପାରିଶ୍ରମିକ ୧୨,୦୦୦ ଟଙ୍କାରୁ ୧୮,୦୦୦ ଟଙ୍କାକୁ ବଢ଼ାଇ ଦିଆଯାଇଛି।
-
3.କେନ୍ଦ୍ର ସରକାର ଘର ଭଡ଼ା ନିୟମ 2025 କାର୍ଯ୍ୟକାରୀ କରିଛନ୍ତି। ଘର ମାଲିକ ଏବଂ ଭଡ଼ାଟିଆ ଉଭୟଙ୍କୁ ସେମାନଙ୍କର ଭଡ଼ା ଚୁକ୍ତିନାମା ଅନଲାଇନରେ ପଞ୍ଜୀକରଣ କରିବାକୁ ପଡ଼ିବ।
-
4.ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଗଭର୍ଣ୍ଣର ଡି. ସୁବାରାଓ କହିଛନ୍ତି ଯେ, ନୋଟ୍ ଦେଇ ଭୋଟ୍ ଜିତିବା ଦେଶର ଭବିଷ୍ୟତ କ'ଣ ହେବ ବୋଲି ସେ ଚିନ୍ତା ପ୍ରକଟ କରିଛନ୍ତି।
-
5.ନିର୍ବାଚନ କମିଶନ ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଥିବା ସ୍ଵତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ସମୟସୀମା ବୃଦ୍ଧି କରିଛନ୍ତି।
-
6.ପ୍ରବୀଣ କନ୍ନଡ ଅଭିନେତା ଉମେଶଙ୍କ ନଭେମ୍ବର ୩୦, ୨୦୨୫ରେ ୮୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ୩୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।
-
7.ଉଦ୍ୟୋଗୀ ତଥା ନିବେଶକ ନିଖିଲ କାମାଥଙ୍କ ‘People of WTF’ ପୋଡକାଷ୍ଟରେ କଥାବାର୍ତ୍ତା ବେଳେ ଟେସଲା ଏବଂ ସ୍ପେସ୍ ଏକ୍ସ ମୁଖ୍ୟ ଇଲନ୍ ମସ୍କ କହିଛନ୍ତି, “ମୁଁ ଯେକୌଣସି ବ୍ୟକ୍ତିଙ୍କର ବଡ଼ ପ୍ରଶଂସକ, ଯିଏ ବିଦ୍ରୋହୀ ହେବାକୁ ଚାହୁଁଛନ୍ତି। ତେଣୁ, ମୁଁ ଭାବୁଛି ଯିଏ ନିଏ ତାହା ଠାରୁ ଅଧିକ ଦିଏ, ସେମାନଙ୍କ ପାଇଁ ମୋର ସମ୍ମାନ ରହିଛି।”
-
8.ସରକାରୀ କର୍ମଚାରୀମାନେ ସମ୍ପତ୍ତି ତାଲିକା ନଦେଲେ ପଦୋନ୍ନତି ହେବନାହିଁ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ଚିଠି ଜାରି ହୋଇଛି ।
-
9.ପଞ୍ଚାୟତିରାଜ ବିଭାଗ ପକ୍ଷରୁ କୁହାଯାଇଛି ଯେ ବିଭିନ୍ନ ଜିଲ୍ଲାରୁ ଆସିଥିବା ତଥ୍ୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣରେ ୮୭୧ ଜଣ ଏବଂ ପିଏମ୍-ଜନମନରେ ୫୦ ଜଣ ହିତାଧିକାରୀ କେଉଁଠି ଘର କରିବେ ସେନେଇ ସେମାନଙ୍କୁ ଜମି ଚିହ୍ନଟ କରି ଦିଆଯାଇନି। ଏଥିପାଇଁ ଜିଲ୍ଲାପାଳ, ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀମାନେ ବିଡିଓ, ତହସିଲଦାରମାନଙ୍କ ସହ ପ୍ରତି ମାସର ପ୍ରଥମ ଶନିବାର ବୈଠକ କରି ସମସ୍ୟାର ସମାଧାନ କରନ୍ତୁ।
-
10.ସିଗାରେଟ୍, ପାନ ସମଲା ଓ ଗୁଟ୍ଖା ଭଳି ତମାଖୁ ଉପରେ ଚଢ଼ା ସେସ୍ ଲଗାଇବା ଲାଗି କେନ୍ଦ୍ର ସରକାର ପ୍ରସ୍ତୁତ ହୋଇଛନ୍ତି।
-
11.ଆମେରିକାର କାଲିଫର୍ନିଆର ଲୁସିଲ୍ ଆଭେନ୍ୟୁରେ ଏକ ଗୁଳିକାଣ୍ଡ ଘଟି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।
-
12.ବାରବାଟୀ ଷ୍ଟାଡ଼ିୟମରେ ଆସନ୍ତା ଡିସେମ୍ବର ୯ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ଖେଳାଯିବ। ଚଳିତଥର ୪୨ ହଜାର ଦର୍ଶକ ମ୍ୟାଚ ଦେଖିବେ। ତେବେ ୨୩ ହଜାର ଟିକେଟ ବିକ୍ରି କରାଯିବ। ୧୮ ହଜାର ୪୦୦ କମ୍ପ୍ଲିମେଣ୍ଟାରୀ ପାସ୍ ଦିଆଯିବ।
-
13.ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ରେଞ୍ଜରେ ୨୮ ଟିକିଆ ହାତୀପଲ ଘୂରି ବୁଲୁଥିବା ଦେଖିବାକୁ ମିଳିଛି। ହାତୀପଲଙ୍କୁ ଦେଖି ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି।
-
14.ଦେଶରେ ପ୍ରତିଦିନ ସୁନା ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ଗତ ସପ୍ତାହ ମଧ୍ୟରେ ୨୪କ୍ୟାରେଟ ସୁନା ମୂଲ୍ୟ ପ୍ରାୟ ୩,୯୮୦ଟଙ୍କା ବୃଦ୍ଧି ପାଇଥିବା ବେଳେ ୨୨କ୍ୟାରେଟ ସୁନା ମୂଲ୍ୟ ୩,୬୫୦ ମହଙ୍ଗା ହୋଇଛି ।
-
15.ନୟାଗଡ଼ରେ ଦେଶୀ ବନ୍ଧୁକ ତିଆରି କାରଖାନା ଠାବ ହୋଇଥିବାବେଳେ ୨ ଜଣଙ୍କୁ ଗିରଫ କରାଯାଇଛି। ଜିଲାର ଶରଣକୁଳ ଥାନା ଗୋଡ଼ିପଡ଼ାରେ ଏହି ବନ୍ଧୁକ ତିଆରି କାରଖାନା ଠାବ ହୋଇଛି।
-
16.ନିଖୋଜ ଶିଶୁମାନଙ୍କୁ ଉଦ୍ଧାର କରିବା କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ସ୍ଥିତି ଅତି ଖରାପ ରହିଛି। ନିଖୋଜ ହୋଇଥିବା ଶିଶୁମାନଙ୍କ ମଧ୍ୟରୁ ଓଡ଼ିଶା ୨୦୨୩ରେ ମାତ୍ର ୩୨.୫ ପ୍ରତିଶତ ଉଦ୍ଧାର କରିପାରିଛି।
-
17.ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ମୁଖ୍ୟ ମୋହନ ଭାଗବତ ଭାରତୀୟ ଭାଷା ଏବଂ ମାତୃଭାଷାର ହ୍ରାସ ପାଉଥିବାରୁ ଚିନ୍ତା ପ୍ରକାଶ କରିଛନ୍ତି।
-
18.କେନ୍ଦ୍ର ସରକାର ସାଇବର ଠକେଇର ମୁକାବିଲା କରିବା ଲକ୍ଷ୍ୟ ନେଇ ମେସେଜିଂ ଆପ୍ଗୁଡ଼ିକୁ ସିମ୍ ବାଇଣ୍ଡିଂ କରିବାକୁ କହିଛନ୍ତି। ୱେବ୍ ଆଧାରିତ ସେବାକୁ ପ୍ରତି ୬ ଘଣ୍ଟାରେ ଆପେ ଲଗ୍ଆଉଟ୍ କରିବା ପାଇଁ ବ୍ୟବସ୍ଥା କରିବାକୁ କମ୍ପାନିଗୁଡ଼ିକୁ କୁହାଯାଇଛି। ଟେଲିକମ୍ ବିଭାଗ ଜାରି କରିଥିବା ଏହି ନିର୍ଦ୍ଦେଶ ହ୍ବାଟସ୍ଆପ୍, ଟେଲିଗ୍ରାମ, ସିଗ୍ନାଲ୍, ଅରଟଇ, ସ୍ନାପ୍ଚାଟ୍, ସେୟାରଚାଟ୍ ଆଦିକୁ ପ୍ରଭାବିତ କରିବ।
-
19.ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ମ୍ୟାଚ୍ରେ ବିରାଟ କୋହଲିଙ୍କ ଶତକ ରାଞ୍ଚିରେ ବଡ଼ ଉପଲବ୍ଧି । ୧୦୨ଟି ବଲ୍ ଖେଳି ଶତକ ହାସଲ।
-
20. ଆଇପିଏଲରୁ ଅବସର ଘୋଷଣା କରିଛନ୍ତି ବିଶ୍ୱ କ୍ରିକେଟର ବିସ୍ଫୋରକ ଅଲରାଉଣ୍ଡର ଭାବେ ପରିଚିତ ୱେଷ୍ଟଇଣ୍ଡିଜର ଆନ୍ଦ୍ରେ ରସେଲ। ସେ କୋଲକାତା ନାଇଟ ରାଇଡର୍ସ ଟିମ ସହିତ ଜଡିତ ରହିବେ ।
|
51 |
Y |
|
| 30 |
01-12-2025 |
English |
-
1.Chief Justice of India (CJI) Surya Kant said that giving justice to the poor is his priority. He can sit in court till midnight to give justice to the poor.
-
2.The Election Commission on Saturday increased the salary of Booth Level Officers (BLOs) from Rs 6,000 to Rs 12,000. Similarly, the salary of BLO supervisors has been increased from Rs 12,000 to Rs 18,000.
-
3.The Union government has implemented the House Rent Rules 2025. Both the landlords and the tenants will have to register their tenancy agreements online.
-
4. Former Reserve Bank of India Governor D. Subbarao said that he is worried about the future of a country that wins votes by giving notes.
-
5. The Election Commission has extended the deadline for the Special Intensive Revision (SIR) process in 12 states and union territories.
-
6. Veteran Kannada actor Umesh passed away on November 30, 2025 at the age of 80. He acted in over 350 films.
-
7. The state government has asked its employees to submit their updated annual property statements for being considered for promotion.
-
8 The central government is ready to impose a cess on tobacco products like cigarettes, pan samla and gutkha.
-
9 The first match of the five-match Twenty20 series between India and South Africa will be played at the Barabati Stadium on December 9. This time, 42,000 spectators will watch the match. Of these, 23,000 tickets will be sold. 18,400 complimentary passes will be given.
-
10. 28 elephants have been seen roaming around in Kalyansinghpur range of Rayagada district.
-
11.Gold prices are increasing day by day in the country. In the last week, the price of 24-carat gold has increased by about Rs 3,980, while the price of 22-carat gold has become expensive by Rs 3,650.
-
12. A domestic gun manufacturing factory was raided in Nayagarh, and two people were arrested.
-
13. Odisha's performance in rescuing missing children is very poor. Odisha has rescued only 32.5 percent of the missing children in 2023.
-
14. Rashtriya Swayamsevak Sangh chief Mohan Bhagwat has expressed concern over the decline of Indian languages and mother tongues.
-
15. The central government has asked messaging apps to do SIM binding with an aim to combat cyber fraud This directive issued by the Department of Telecom will affect WhatsApp, Telegram, Signal, Arti, Snapchat, ShareChat etc.
-
16.The state government is seriously considering bringing a separate cow-protection law to shut down illegal slaughterhouses and cow smuggling.
-
17.Trouble mounted for social media (SM) influencer Subhankar Mishra after a senior servitor of Srimandir in Puri filed a police complaint Sunday, accusing him of hurting the sentiments of Lord Jagannath’s devotees.
-
18.Police Sunday busted a well-organised cyber fraud racket operating in Rourkela and nearby areas as they arrested four people, including three employees of private banks.
-
19.Delhi Police has filed an FIR against Congress leaders Sonia Gandhi and Rahul Gandhi and other accused in the National Herald case on a complaint by the ED .
-
20.Israeli Prime Minister Benjamin Netanyahu asked the country’s president Sunday for a pardon in his long-running corruption trial, arguing that criminal proceedings were hindering his ability to govern and a pardon would be good for Israel.
|
39 |
Y |
|