# |
Date |
Type |
Current Affairs |
No. Of Views |
Status |
Action |
2151 |
09-08-2022 |
Odia |
- ଚଳିତ ଶିକ୍ଷା ବର୍ଷର(୨୦୨୨-୨୩) +୩ ନାମଲେଖା ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । SAMS ଅଧୀନରେ ଆବେଦନକାରୀଙ୍କୁ ନାମଲେଖା ପାଇଁ ସାଧାରଣ ଆବେଦନ ଫର୍ମ (CAF) ପୂରଣ କରିବାକୁ ବିଜ୍ଞପ୍ତିରେ କୁହାଯାଇଛି । ଅଗଷ୍ଟ ୧୧ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଅଗଷ୍ଟ ୨୫ ତାରିଖ ଯାଏଁ ଆବେଦନ ପ୍ରକ୍ରିୟା ଚାଲିବ । ଏହାପରେ ଅଗଷ୍ଟ ୩୧ ତାରିଖରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ସେପ୍ଟେମ୍ବର ୨ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ ।
- ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ। ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶିତ ହୋଇଛି। ଚଳିତ ବର୍ଷ ଯୁକ୍ତ ଦୁଇ କଳାରେ ୨ ଲକ୍ଷ ୮ ହଜାର ୬୩୧ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥର ପାସ୍ ହାର ୮୨.୧୦ ପ୍ରତିଶତ ରହିଛି। ସେହିପରି ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ପରୀକ୍ଷା ଦେଇଥିଲେ। ଏଥିରେ ୭୦.୩୫ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି।
- ଏସିଆ କପ୍ ପାଇଁ ଘୋଷଣା କରାଯାଇଛି ଭାରତୀୟ କ୍ରିକେଟ ଦଳ। ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଆହତ ସମସ୍ୟା ପାଇଁ ଦ୍ରୁତ ବୋଲର ଜଶପ୍ରୀତ ବୁମରା ଓ ହର୍ଷଲ ପଟେଲଙ୍କୁଦଳରୁ ବାଦ୍ ଦିଆଯାଇଥିବା ବେଳେ ବିରାଟ କୋହଲି ଏବଂ କେଏଲ ରାହୁଲଙ୍କର ଦଳକୁ ପ୍ରତ୍ୟାବର୍ତ୍ତନ ଘଟିଛି।
- ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଫାଇନାଲରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛି ଭାରତୀୟ ହକି ଦଳ।
- ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶେଷ ଦିନରେ ଭାରତକୁ ସ୍ୱର୍ଣ୍ଣ ବର୍ଷା ହେଉଛି। ଶେଷ ଦିନରେ କମାଲ କରିଛନ୍ତି ଭାରତୀୟ ଖେଳାଳି। ଦେଶ ପାଇଁ ଭାରତୀୟ ଖେଳାଳି ଜିତିଛନ୍ତି ୪ଟି ସ୍ୱର୍ଣ୍ଣ ପଦକ। ସେଥିରୁ କେବଳ ୩ଟି ଆସିଛି ବ୍ୟାଡ଼ମିଣ୍ଟନରୁ। ପ୍ରଥମେ ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସରେ ପିଭି ସିନ୍ଧୁ ସ୍ୱର୍ଣ୍ଣ ପଦକ ଜିତିଲେ। ତାଙ୍କ ପରେ ପୁରୁଷ ସିଙ୍ଗିଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ଲକ୍ଷ୍ୟ ସେନ୍।
- ଭାରତରେ ଚାଇନାର ମୋବାଇଲ୍ କମ୍ପାନୀଗୁଡିକ ଉପରେ ବଡ କାର୍ଯ୍ୟାନୁଷ୍ଠାନ ହେବାକୁ ଯାଉଛି। ମିଳିଥିବା ସୂଚନା ଅନୁସାରେ ଭାରତ ସରକାର ୧୨ ହଜାର ଟଙ୍କାରୁ କମ୍ ମୂଲ୍ୟର ଚାଇନିଜ୍ ଫୋନ୍ ଗୁଡିକୁ ବ୍ୟାନ୍ କରିବେ। ବ୍ଲୁମବର୍ଗର ଏକ ରିପୋର୍ଟରେ କୁହାଯାଇଛି ଯେ ଲାଭା, ମାଇକ୍ରୋମାକ୍ସ ଭଳି ଘରୋଇ କମ୍ପାନୀକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି.
- ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଆଉ ଏକ ସ୍ବର୍ଣ୍ଣ ପଦକ ହାସଲ କରିଛି। ମହିଳା ବ୍ଯାଡମିଣ୍ଟନ ସିଙ୍ଗିଲ୍ସ ଫାଇନାଲରେ କାନାଡାକୁ ହରାଇ ଭାରତର ପିଭି ସିନ୍ଧୁ ଏହି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। କାନାଡାର ମିଚେଳ ଲିଙ୍କୁ ୨୧-୧୫ ଓ ୨୧ -୧୩ ହରାଇଛି ଭାରାତ ।
- ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଜେ। ଟ୍ରମ୍ପଙ୍କ ବାସଭବନରେ ଚଢ଼ାଉ କରାଯାଇଥିବାର ସୂଚନା ମିଳିଛି। ସୋମବାର ଟ୍ରମ୍ପ କହିଛନ୍ତି ଯେ ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ଫ୍ଲୋରିଡାସ୍ଥିତ ତାଙ୍କ ପାମ ବିଚ୍ ଘରେ ଚଢ଼ାଉ କରିଛି।
- ଆମେରିକା ସଂସଦ ଅଧ୍ୟକ୍ଷ ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ପରେ ଆକ୍ରମଣାତ୍ମକ ହୋଇଉଠିଛି ଚୀନ୍। ସ୍ବୟଂଶାସିତ ଦ୍ବୀପଦେଶ ଚାରିପଟେ ଏହା ସମରାଭ୍ୟାସ କରିବା ସହ ତାଇୱାନକୁ ଡରାଇବାକୁ ଚେଷ୍ଟା କରୁଛି।
- କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ଲାଗି ଅଷ୍ଟମ ବେତନ ଆୟୋଗ ଗଠନ କରିବାର କୌଣସି ପ୍ରସ୍ତାବ ନାହିଁ ବୋଲି କେନ୍ଦ୍ର ସରକାର ଆଜି ସ୍ପଷ୍ଟ କରିଛନ୍ତି।
- ୬.୨୩ କୋଟି ଟଙ୍କା ବ୍ୟୟ ସତ୍ତ୍ବେ ଗହିରମଥା ଅଭୟାରଣ୍ୟରେ ପ୍ରଭାବୀ ସାମୁଦ୍ରିକ ପାଟ୍ରୋଲିଂ ଉଦ୍ଦେଶ୍ୟ ହାସଲ ହୋଇ ପାରିନାହିଁ। ସୋମବାର ଦିନ ସଂସଦରେ ଉପସ୍ଥାପିତ ସିଏଜିଙ୍କ ଉପକୂଳ ଜୈବମଣ୍ଡଳ ସଂରକ୍ଷଣ ରିପୋର୍ଟରେ ଏହାର ଉଲ୍ଲେଖ କରାଯାଇଛି।
- ଅସ୍ତ୍ର ଆଇନ ମାମଲାରେ ଉତ୍ତରପ୍ରଦେଶ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଖଦି ବିଭାଗ ମନ୍ତ୍ରୀ ରାକେଶ ସଚାନ ଆଜି ସ୍ଥାନୀୟ କୋର୍ଟ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୧୯୯୧ ମସିହାରେ ହୋଇଥିବା ଏହି ଅସ୍ତ୍ରଶସ୍ତ୍ର ମାମଲାରେ ଅଦାଲତ ତାଙ୍କୁ ୧,୫୦୦ ଟଙ୍କା ଜରିମାନା କରିଛନ୍ତି।
- ମାସକ ଭିତରେ ଦେଶରେ ୫ଜି ମୋବାଇଲ୍ ସେବା ଆରମ୍ଭ ହେବ ବୋଲି ଟେଲିକମ୍ ରାଷ୍ଟ୍ରମନ୍ତ୍ରୀ ଦେବୁସିଂହ ଚୌହ୍ବାନ କହିଛନ୍ତି। ଏକ ୬ଜି ପ୍ରଯୁକ୍ତି ନବସୃଜନ ଗ୍ରୁପ୍ ମଧ୍ୟ ସ୍ଥାପନ କରାଯାଇଛି ଯାହା ସ୍ବଦେଶୀ ୬ଜି ଷ୍ଟାକ୍ ପ୍ରସ୍ତୁତ କରିବା ଦିଗରେ କାମ କରିବ ବୋଲି ସେ କହିଛନ୍ତି।
- ସର୍ଚ୍ଚ ଇଞ୍ଜିନ୍ ଗୁଗଲରେ ସମସ୍ୟା । ଅନେକ ୟୁଜରଙ୍କ ଫୋନ୍ ଓ କମ୍ପ୍ୟୁଟରରେ ଗୁଗଲ କାମ କରୁନି । ଡାଉନଡିଟେକ୍ଟର.କମ୍ ଓ୍ୱେବସାଇଟ୍ ଅନୁସାରେ, ସାରା ବିଶ୍ୱର ହଜାର ହଜାର ୟୁଜରଙ୍କ ଗୁଗଲରେ ସମସ୍ୟା ଦେଖାଦେଇଛି । ୪୦ ହଜାରରୁ ଅଧିକ ଲୋକେ ଏନେଇ ଅଭିଯୋଗ କରିଛନ୍ତି ।
- ଅଗଷ୍ଟ ୧୨, ୧୩ ଏବଂ ୧୪ ତାରିଖରେ ହେବାକୁ ଥିବା ପ୍ରସ୍ତାବିତ ୟୁଜିସି ନେଟ୍ ପରୀକ୍ଷା ସ୍ଥଗିତ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଅଧ୍ୟକ୍ଷ ଏନ ଜଗଦୀଶ କୁମାର ଏହି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଦ୍ୱିତୀୟ ଫେଜର ୟୁଜିସି ନେଟ ପରୀକ୍ଷା ୨୦୨୨ ଏବେ ସେପ୍ଟେମ୍ୱର ୨୦ରୁ ୩୦ ଯାଏଁ ଆୟୋଜିତ ହେବ ।
|
495 |
Y |
|
2152 |
09-08-2022 |
English |
- The Council of Higher Secondary Education (CHSE) Monday declared the much awaited Plus II Arts stream results. The results were announced at the CHSE office in City. This year’s pass percentage in Plus II Arts stream is 82.10 per cent. Last year the pass percentage was 89.49 per cent.
- Indian children have been the target of racist cyberbullying, strikingly 14% higher than the rest of the world at 28%: McAfee Cyberbullying Report. Young girls in India also saw some of the highest rates of sexual harrasment internationally, with girls 10 to 14 at 32% and girls 15 to 16 at 34%.
- Chief Secretary Suresh Chandra Mahapatra has directed the Works and Rural Development departments to complete at least 300 bridgecum-check dams during the current financial year
- The Biju Janata Dal (BJD) Monday supported the Central Universities (Amendment) Bill, 2022 in the Rajya Sabha and urged the Union government to consider setting up more central universities in Odisha
- Twentyfour candidates have got the perfect score in the engineering entrance exam JEE-Main, results of which were announced Monday, according to the National Testing Agency.
- China’s military announced fresh military drills Monday in the seas and airspace around Taiwan - a day after the scheduled end of its largest ever exercises to protest against last week’s visit to Taipei by US House Speaker Nancy Pelosi.
- Tata Motors has inked a pact to acquire Ford India’s Sanand-based manufacturing plant for `725.7 crore, as it aims to bolster its passenger vehicle production capacity
- The longawaited high-speed 5G services are expected to be rolled out in about a month, Minister of State for Telecom Devusinh Chauhan said Monday
- Five MLAs from the BJP and four from the Shiv Sena faction led by Eknath Shinde will be sworn in at the much awaited cabinet expansion in Maharashtra today, according to sources.
- India recorded a total of 16,167 new COVID-19 cases in 24 hours, taking the total number of infections to 4,41,61,899, according to the Ministry of Health and Family Welfare.
- Shiv Sena president Uddhav Thackeray has not formally resigned as a member of the Maharashtra Legislative Council even after 40 days when he announced this decision while stepping down as the chief minister.
- A bill to amend the Electricity Act to allow non-discriminatory open access to distribution networks of power suppliers was introduced in Lok Sabha on Monday amid protests by the opposition.
- A special court in Mumbai today sent Shiv Sena leader Sanjay Raut to judicial custody for 14 days in an alleged land scam case. He will now stay in Enforcement Directorate's custody till August 22.
- Bharatiya Janata Party leader Gnanendra Prasad was found dead at his residence, officials said on Monday. Mr Prasad was found hanging from a fan when police officials reached the spot.
- The Congress has taken a page out of Aam Aadmi Party's book and promised free electricity to every household in Himachal Pradesh ahead of assembly elections in the state.
|
512 |
Y |
|
2153 |
08-08-2022 |
Odia |
- ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଲା ତୃତୀୟ ସ୍ୱର୍ଣ୍ଣ ପଦକ। ନିଖତ ଜରିନ ୫୦ କେଜି (ଲାଇଟ୍ ଫ୍ଲାଇୱେଟ)ରେ ଜିତିଲେ ସ୍ୱର୍ଣ୍ଣ। ଉତ୍ତର ଆୟର୍ଲାଣ୍ଡର କାର୍ଲି ମ୍ୟାକନାଉଲ୍ଙ୍କୁ ହରାଇ ସେ ଏହି ପଦକ ହାସଲ କରିଛନ୍ତି। ପୂର୍ବରୁ ନିତୁ ଘନ୍ଘାସ ଓ ଅମିତ ପଙ୍ଗଲ ସ୍ୱର୍ଣ୍ଣ ଜିତିଥିଲେ।
- ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୧୦ମ ଦିନରେ ଭାରତର ମେଡାଲ ବର୍ଷା ଦେଖିବାକୁ ମିଳିଛି । ଟ୍ରିପଲ ଜମ୍ପରେ ଭାରତକୁ ଦୁଇଟି ପଦକ ମିଳଛି । ଟ୍ରିପଲ ଜମ୍ପରେ ଭାରତୀୟ ପ୍ରଥମ ଥର ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହି ପଦକ ହାତେଇଛି । ଭାରତର ଏଲଡୋସ ପଲ ୧୭.୦୩ ମିଟର ଜମ୍ପ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେହିପରି ଅବଦୁଲା ଅବୁବକାର ୧୭.୦୨ ମିଟର ଜମ୍ପ କରି ରୌପ୍ୟ ପଦକ ହାସଲ କରିଛନ୍ତି ।
- ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଜି ଡବଲ ସ୍ବର୍ଣ୍ଣ ପଦକ ମିଳିଛି। ଉଭୟ ପୁରୁଷ ଓ ମହିଳା ବକ୍ସିଂରେ ଏହି ସଫଳତା ହସଲ କରିଛି ଭାରତ । ୪୮ କେଜି ବର୍ଗର ମହିଳା ବକ୍ସିଂରେ ନିତୁ ଘଂଘାସ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ପୁରୁଷ ୫୧ କିଗ୍ରା ବର୍ଗରେ ଅମିତ ପଙ୍ଘଲ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।
- ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ହକିରେ ଭାରତ ବ୍ରୋଞ୍ଜ ପଦକ ହାସଲ କରିଛି। ନ୍ୟୁଜିଲାଣ୍ଡକୁ ହରାଇ ଭାରତୀୟ ମହିଳା ଏହି ବ୍ରୋଞ୍ଜ ପଦକ ହାସଲ କରିଛି। ପେନାଲ୍ଟି ସୁଟ୍ ଆଉଟରେ ନ୍ୟୁଜିଲାଣ୍ଡକୁ ହରାଇଛି ଭାରତ। ଫଳରେ ଭାରତ ୨-୧ରେ ବିଜୟୀ ହୋଇଛି ।
- ସମ୍ବଲପୁର ବୁର୍ଲା ଝାଙ୍କରାଣୀ ମନ୍ଦିର ସ୍ଥିତ ଜିରୋ ପଏଣ୍ଟରେ ଅଘଟଣ । ୩ ଜଣ ଏମସିଏଲ କର୍ମଚାରୀ ବୁଡ଼ିଯାଇଥିବା ଜଣାପଡ଼ିଛି। ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ବେଳେ ଦୁଇ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି ।
- ଆମେରିକା ନୌସେନାର ଜାହାଜ ପ୍ରଥମ ଥର ପାଇଁ ଭାରତର କୌଣସି ବନ୍ଦରେ ପହଞ୍ଚି ମରାମତି ପାଇଁ ଅଟକିଛି । ଏହା ଭାରତ ଏବଂ ଆମେରିକା ମଧ୍ୟରେ ପ୍ରତିରକ୍ଷା ବୁଝାମଣାର ଏକ ଅଂଶ । ଚେନ୍ନାଇର କଟ୍ଟୁପଲ୍ଲୀ ଶିପୟାର୍ଡରେ ରବିବାର ଆମେରିକାର ଏହି ଜାହଜ ପହଞ୍ଚିଛି ।
- ଗୁପ୍ତଚର ଜାହାଜ ନ ପଠାଇବା ପାଇଁ ଚୀନକୁ ଶ୍ରୀଲଙ୍କାର ନିବେଦନ ପରେ ଡ୍ରାଗନର ଯୋଜନା ପଣ୍ଡ ହୋଇଛି । ଭାରତ ପକ୍ଷରୁ ଚୀନର ଏହି ଜାହାଜକୁ ନେଇ ଆପତ୍ତି ଉଠାଯାଇଥିଲା ।
- ଅଗଷ୍ଟ ପ୍ରଥମ ସପ୍ତାହରେ ଏଫପିଆଇ ୧୪,୦୦୦ କୋଟି ଟଙ୍କାରୁ ଅଧିକ ନିବେଶ କରିଛନ୍ତି । ଜୁଲାଇ ମାସରେ ବିଦେଶୀ ନିବେଶକ ପ୍ରାୟ ୫,୦୦୦ କୋଟି ଟଙ୍କାର ନିବେଶ କରିଥିଲେ । ଏହିପରି ଅଗଷ୍ଟର ପ୍ରଥମ ସପ୍ତାହ ଏଫପିଆଇର ମୋଟ ନିବେଶ ଜୁଲାଇ ମାସର ପୂରା ନିବେଶରୁ ଅଧିକ ରହିଛି ।
- ବରିଷ୍ଠ ବୈଜ୍ଞାନିକ ନଲ୍ଲାଥମ୍ୱି କଲାଇସେଲଭି ସିଏସଆଇଆରର ପ୍ରଥମ ମହିଳା ମହାନିର୍ଦ୍ଦେଶକ ହୋଇଛନ୍ତି । ସିଏସଆଇଆର ସାରା ଦେଶରେ ୩୮ଟି ଗବେଷଣା ସଂସ୍ଥାର ଏକ ସଂଘ ଅଟେ ।
- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଇସ୍ରୋ ଦ୍ଵାରା ଉତକ୍ଷେପଣ ସାଟେଲାଇଟ୍ରେ ଭାରତ ହାତରେ ନିରାଶ ଲାଗିଛି। ସ୍ମଲ ସାଟେଲାଇଟ୍ ଲଞ୍ଚ ଭେଇକିଲ୍ SSLV-D1 ଏବେ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। କାରଣ ଏହା ପୃଥିବୀର ସର୍କୁଲାର ଅର୍ବିଟ୍ ସ୍ଥାନରେ ଅପଟିକାଲ ଅର୍ବିଟରେ ସ୍ଥାପିତ ହୋଇ ଯାଇଛି।
- ରେଲୱେର ପ୍ରତ୍ୟେକ କର୍ମଚାରୀ ନିଜ ଘରେ ଜାତୀୟ ପତାକା ଉଡାଇବେ । ଏଥିପାଇଁ ରେଲୱେ ନିଜର ପ୍ରତ୍ୟେକ କର୍ମଚାରୀଙ୍କୁ ଘରେ ଉଡାଇବା ପାଇଁ ତ୍ରିରଙ୍ଗା ଦେବ । ତେବେ ଏଥିପାଇଁ କର୍ମଚାରୀଙ୍କ ଦରମାରୁ ପତାକା ପିଛା ୩୮ ଟଙ୍କା କଟାଯିବ । ତେବେ ରେଲୱେର ଏହି ନିର୍ଦ୍ଦେଶକୁ ୟୁନିୟନର ନେତା ବିରୋଧ କରିଛନ୍ତି ।
- ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସ୍ଇ) ପରିଚାଳିତ ଯୁକ୍ତଦୁଇ (+୨) କଳା ଓ ଧନ୍ଦାମୂଳକ ଶିକ୍ଷା ଫଳ ଆଜି ପ୍ରକାଶ ପାଇବ। ଛାତ୍ରଛାତ୍ରୀ ୱେବସାଇଟ୍ (www.odisharesults.nic.in)କୁ ଲଗ୍ଇନ୍ କରି ଫଳ ଦେଖିପାରିବେ। ଏନେଇ ସିଏଚଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି । ଅପରାହ୍ଣ ୪ଟାରେ ଛାତ୍ରଛାତ୍ରୀମାନେ ରେଜଲ୍ଟ ଦେଖିପାରିବେ ବୋଲି କୁହାଯାଇଛି।
- ନିତି ଆୟୋଗ ପରିଚାଳନା ପରିଷଦ ସପ୍ତମ ବୈଠକର ସଦସ୍ୟଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଭାରତ କୃଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଏବଂ ବିଶ୍ୱସ୍ତରରେ ନେତୃତ୍ୱ ନେବାପାଇଁ ଆଧୁନିକ କୃଷି, ପଶୁପାଳନ ଓ ଖାଦ୍ୟ ପ୍ରକ୍ରିୟାକରଣକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି।
- ଅବିବାହିତ ମହିଳାଙ୍କୁ ଗର୍ଭପାତ ଆଇନ (ମେଡିକାଲ ଟର୍ମିନେସନ ଅଫ ପ୍ରେଗନେନ୍ସି ଆକ୍ଟ)ରୁ ବାଦ୍ ଦିଆଯିବା ଦ୍ବାରା ସେମାନଙ୍କ ବ୍ୟକ୍ତିଗତ ସ୍ବାଧୀନତା କ୍ଷୁଣ୍ଣ ହେଉଛି। ସୁପ୍ରିମକୋର୍ଟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଓ ଜେବି ପର୍ଡିୱାଲଙ୍କୁ ନେଇ ଗଠିତ ପୀଠ ଅବିବାହିତ ମହିଳାଙ୍କୁ ଗର୍ଭପାତ ଆଇନ ପରିସରଭୁକ୍ତ କରିବା ସପକ୍ଷରେ ମତ ଦେବା ପୂର୍ବକ ଏହା କହିଛନ୍ତି।
- ମଣିପୁରରେ ବିଷ୍ଣୁପୁରରେ ତିନିରୁ ଚାରି ଜଣ ଯୁବକ ଏକ ଭ୍ୟାନରେ ନିଆଁ ଲଗାଇବା ଘଟଣା ପରେ ରାଜ୍ୟରେ ଉତ୍ତେଜନାମୂଳକ ପରିସ୍ଥିତ ସୃଷ୍ଟି ହୋଇଛି। ଦେଖାଦେଇଥିଲା। ଏହାପରେ ରାଜ୍ୟ ସରକାର ସମଗ୍ର ରାଜ୍ୟରେ ପାଞ୍ଚ ଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରି ଦେଇଛନ୍ତି।
- ଭାରତକୁ ପ୍ରବେଶ କରିଥିବା ପାକିସ୍ତାନୀ ନୌସେନାର ଯୁଦ୍ଧ ଜାହାଜକୁ ସୀମା ବାହାରକୁ ପଠାଇଲା ଡର୍ନିୟର ବିମାନ
- ତାଇୱାନକୁ ଚାରିପଟୁ ଘେରିଲା ଚୀନ୍; କ୍ଷେପଣାସ୍ତ୍ର, ଯୁଦ୍ଧ ଜାହାଜ ପରେ ସାମରିକ ଡ୍ରିଲରେ ସାମିଲ କଲା ଡ୍ରୋନ୍ସ ।
- ସ୍ୱତନ୍ତ୍ର ଫୋକସ୍ ରାଜ୍ୟର ମାନ୍ୟତା ଦିଅ, ନିତି ଆୟୋଗ ବୈଠକରେ ଦାବି ଦୋହରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
- ମାତୃମୃତ୍ୟୁ ହାରକୁ ରୋକିବା ପାଇଁ ସରକାରଙ୍କ ନୂଆ ପଦକ୍ଷେପ, ଏଣିକି ଗର୍ଭବତୀଙ୍କ ୩ ଥର ଅଲଟ୍ରାସାଉଣ୍ଡ ମାଗଣାରେ କରାଯିବ ।
- ଟାଟା ମୋଟର୍ସର ସହାୟକ କମ୍ପାନି ଟାଟା ପାସେଞ୍ଜର ଇଲେକ୍ଟ୍ରିକ ମୋବିଲିଟି ଲିମିଟେଡ (ଟିପିଇଏମଏଲ) ଫୋର୍ଡ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ (ଏଫଆଇପିଏଲ)ର ଗୁଜରାଟସ୍ଥିତ ସନନ୍ଦ ପ୍ଲାଣ୍ଟ କିଣିବ।
|
486 |
Y |
|
2154 |
08-08-2022 |
English |
- The Prime Minister Narendra Modi asked the states to focus on promoting 3Ts -- Trade, Tourism, Technology -- with a view to reducing imports and increasing exports at the seventh meeting of the Governing Council of the NITI Aayog.
- Indian Space Research Organisation’s tryst with history suffered a setback Sunday, as the maiden Small Satellite Launch Vehicle (SSLV) suffered ‘data loss’ at the terminal stage, although three stages ‘performed and separated’ as planned and the scientists were currently analysing the data to ascertain the cause behind it
- The indomitable Nikhat Zareen added a Commonwealth Games light flyweight (50kg) title to her bulging trophy cabinet, while Amit Panghal (51kg) began his redemption journey with a much-needed gold winning show, here Sunday.
- The National Human Rights Commission (NHRC) Sunday asked the state Chief Secretary to take every possible step for the implementation of Prevention of WitchHunting Act, 2013।
- On the occasion of Friendship Day, State Transport Authority Sunday asked commuters to wear helmet while riding two-wheelers and seatbelt while driving cars.
- Maharashtra Chief Minister Eknath Shinde is likely to expand his cabinet this week by inducting at least 15 ministers and deputy chief minister Devendra Fadnavis is expected to keep the crucial Home portfolio, sources said Sunday
- Vice President and Rajya Sabha Chairman M Venkaiah Naidu will be accorded a farewell in the House on Monday. His successor Jagdeep Dhankhar will take the oath of office on August 11.
- City mayor, a local BJP MLA and a former party legislator are among the 40 people whom the Ayodhya Development Authority has accused of illegally trading plots and building infrastructure in such land.
- Aam Aadmi Party national convener Arvind Kejriwal Sunday promised implementation of the Constitution’s Fifth Schedule and the Panchayat (Extension to Scheduled Areas) Act in tribal regions of Gujarat if the AAP is voted to power in the state.
- Interpreters and special desks at 10 airports, a multi-lingual portal and simplified visa norms are going to be the highlights of the government's 'Heal in India' initiative to boost medical tourism.
- Senior scientist Nallathamby Kalaiselvi has been appointed as the first woman Director General of the Council of Scientific and Industrial Research (CSIR), a consortium of 38 research institutes across the country.
- After turning net buyers last month, foreign investors continued their positive stance on Indian equities and invested over Rs 14,000 crore in the first week of August amid softening of the dollar index.
- Sebi has given its nod to 28 companies to raise funds totalling Rs 45,000 crore through initial public offerings (IPOs) in April-July period of 2022- 23 which has already seen 11 debutantes raising over Rs 33,000 crore.
- Skipper Savita Punia led from the front with a spectacular display as the Indian women’s hockey team overcame the stopwatch controversy to beat New Zealand 2-1 in shootout and win the bronze medal at the Commonwealth Games (CWG) here Sunday.
- A Guwahati-based businessman will be questioned today in in connection with a case where three Jharkhand Congress MLAs with ₹ 48 lakh in cash were arrested in Bengal's Howrah.
- With 18,738 new coronavirus infections being reported in a day, India's tally of COVID-19 cases has risen to 4,41,45,732 while the active cases have increased to 1,34,933, according to the Union Health Ministry data updated on Sunday.
- In a leg-up to the Indo-US strategic partnership, US navy ship Charles Drew on Sunday arrived at Larsen and Toubro shipyard at Kattupalli in Tamil Nadu for undergoing repairs and allied services.
- Meghalaya BJP vice president Bernard N Marak, who was arrested last month on the charge of running a sex racket at his farmhouse in the North-eastern state, is not cooperating with the investigation, police said.
- The Bharati Bhavan Library, which often served as the meeting place for several leaders during India's freedom struggle, has been served a house tax notice of ₹ 2.87 lakh by the Prayagraj Nagar Nigam.
- Shiv Sena president Uddhav Thackeray on Sunday sacked the party's Nanded district chief Umesh Munde for indulging in "anti-party activities".
|
524 |
Y |
|
2155 |
07-08-2022 |
Odia |
- ଏନ୍ଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ ଦେଶର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ବିରୋଧୀ ଦଳମାନଙ୍କର ମିଳିତ ପ୍ରାର୍ଥୀ ତଥା କଂଗ୍ରେସର ବରିଷ୍ଠ ନେତ୍ରୀ ମାର୍ଗାରେଟ ଆଲ୍ଭାଙ୍କୁ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଧନଖଡ଼ ୩୪୬ ଭୋଟ୍ରେ ପରାଜିତ କରିଛନ୍ତି।
- ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା କୁସ୍ତି ଆଖଡ଼ାରେ ଶନିବାର ନବମ ଦିନରେ ଏହି ପାରମ୍ପରିକ କ୍ରୀଡ଼ାରୁ ତିନିଟି ଲେଖାଏଁ ସ୍ବର୍ଣ୍ଣ ଓ କାଂସ୍ୟ ଜିତିଛି ଭାରତ। ତା’ ସହ କେବଳ କୁସ୍ତିରୁ ଏଥର ଭାରତର ପଦକ ସଂଖ୍ୟାକୁ ୧୨କୁ ବଢ଼ିଛି। ଶୁକ୍ରବାର ମଧ୍ୟ ଭାରତୀୟ କୁସ୍ତିଯୋଦ୍ଧା ୩ ସ୍ବର୍ଣ୍ଣ, ୧ ରୌପ୍ୟ ଏବଂ ୨ କାଂସ୍ୟ ଜିତିଥିଲେ। ଦୁଇ ଦିନକୁ ମିଶାଇ କୁସ୍ତିରୁ ମୋଟ ୬ ସ୍ବର୍ଣ୍ଣ, ୧ ରୌପ୍ୟ ଏବଂ ୫ କାଂସ୍ୟ ପଦକ ଜିତିଛି ଭାରତ।
- ରାଜ୍ୟର ସରକାରୀ ଡିଗ୍ରୀ କଲେଜରେ ନିଯୁକ୍ତି ପାଇବେ ଅତିଥି ଅଧ୍ୟାପକ, ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜ ଅଧ୍ୟକ୍ଷଙ୍କୁ ଚିଠି ।
- ଆଜାଦୀର ଅମୃତ ମହୋତ୍ସବରେ ଲଞ୍ଚ୍ ହେବ ଇସ୍ରୋ ଆଜାଦୀ ସାଟେଲାଇଟ । ସ୍କୁଲ ପିଲାଙ୍କ ଦ୍ୱାରା କରାଯାଇଛି ପ୍ରସ୍ତୁତ ।
- ତାଇୱାନ ପ୍ରତିରକ୍ଷା ମନ୍ତ୍ରାଳୟ ଏକ ବିବୃତିରେ କହିଛି ଯେ, ଚୀନ୍ର ଅନେକ ଯୁଦ୍ଧ ବିମାନ ଓ ଜାହାଜ ତାଇୱାନ ପ୍ରଣାଳୀରେ ମେଡିଆନ ଲାଇନ୍ ଅତିକ୍ରମ କରିବା ଦେଖାଯାଉଛି।
- ଆକାଶ ଏୟାରର ପ୍ରଥମ ବାଣିଜ୍ୟିକ ବିମାନର ଉଡ଼ାଣ ରବିବାର ଆରମ୍ଭ ହେବ। ପ୍ରଥମ ବିମାନଟି ମୁମ୍ବାଇରୁ ଅହମଦାବାଦକୁ ଯାତ୍ରା କରିବ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଉକ୍ତ ବିମାନ ଉଡ଼ାଣର ଶୁଭାରମ୍ଭ କରିବେ।
- ଚୀନ୍ର ଋଣଭାରରେ ବୁଡ଼ି ରହିଥିବା ଶ୍ରୀଲଙ୍କା ଏବେ ଭାରତର ଦାବିକୁ ସମ୍ମାନ ଜଣାଇ ଚୀନ୍ର ଏକ ଗୁଇନ୍ଦା ଜାହାଜକୁ ଅଟକାଇଛି। ଶ୍ରୀଲଙ୍କାର ହମ୍ବନତୋଟା ବନ୍ଦରରେ ଚୀନ୍ର ଗୁଇନ୍ଦା ଜାହାଜ ଲାଗିବାର ଥିଲା।
- ଅବକାରୀ ନୀତି ୨୦୨୧-୨୨ କାର୍ଯ୍ୟକାରୀ ହେବାରେ ସାଂଘାତିକ ତ୍ରୁଟି ହୋଇଛି। ଏହି ତ୍ରୁଟି ପାଇଁ ଦିଲ୍ଲୀ ଉପରାଜ୍ୟପାଳ ଭି କେ ସାକ୍ସେନା ୧୧ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। ତତ୍କାଳୀନ ଦିଲ୍ଲୀ ଅବକାରୀ କମିସନର ଆରବ ଗୋପି କ୍ରୀଷ୍ଣ ଏବଂ ଉପ ଅବକାରୀ କମିସନର ଆନନ୍ଦ କୁମାର ତିୱାରୀଙ୍କ ସମେତ ୧୧ ଜଣ ନିଲମ୍ବନ ହୋଇଛନ୍ତି।
- ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ (କେସିଆର୍) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ନିତି ଆୟୋଗ ବୈଠକରେ ଯୋଗ ଦେବେନି।
- କୋଲକାତା ମ୍ୟୁଜିୟମ୍ରେ ସୁରକ୍ଷା ପାଇଁ ନିୟୋଜିତ ଥିବା ଜଣେ ଓଡ଼ିଆ ସିଆଇଏସ୍ଏଫ୍ ଯବାନଙ୍କ ଆଖିବୁଜା ଗୁଳିମାଡ଼ରେ ଅନ୍ୟ ଜଣେ ଓଡ଼ିଆ ଯବାନଙ୍କର ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି।
- ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ରେ ଦେଶରେ ୧୨୫୩ଟି ରେଳ ଷ୍ଟେସନର ବିକାଶ ପାଇଁ ଚିହ୍ନଟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏଥିରୁ ୧୨୧୫ଟି ଷ୍ଟେସନର ବିକାଶ କାର୍ଯ୍ୟ ହୋଇସାରିଛି ଏବଂ ଅବଶିଷ୍ଟ ଷ୍ଟେସନ ଗୁଡ଼ିକର ବିକାଶ କାର୍ଯ୍ୟ କରାଯିବ।
- ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଦିନେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଖାସ କୁହାଯାଉଥିବା ଆରସିପି ସିଂ ଜେଡିୟୁରୁ ଇସ୍ତଫା ଦେଇଛନ୍ତି। ନିକଟରେ ଜେଡିୟୁର କିଛି କାର୍ଯ୍ୟକର୍ତ୍ତା ଆରସିପି ସିଂଙ୍କର ଅନେକ ସ୍ଥାନରେ ସମ୍ପତ୍ତି ଥିବାର ଅଭିଯୋଗ ଆଣିଥିଲେ |
- କନଷ୍ଟେବଳଙ୍କ ଉପରେ ଗାଡ଼ି ଚଢ଼ାଇ ମାରି ଦେଲେ ସଲମାନଙ୍କ ବିରୋଧରେ କୃଷ୍ଣସାର ମୃଗ ମାମଲା ଲଢ଼ୁଥିବା ଓକିଲ। ରାଜସ୍ଥାନର ଯୋଧପୁରରେ ଏହି ଘଟଣା ଘଟିଥିବା ବେଳେ ଡ୍ୟୁଟିରେ ଥିବା ପୁଲିସ କନଷ୍ଟେବଳଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
- ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କୁସ୍ତିରେ ଭାରତକୁ ମିଳିଛି ଆଉ ଗୋଟିଏ ସ୍ବର୍ଣ୍ଣ। ୫୩ କେଜି ବର୍ଗ ମହିଳା କୁସ୍ତିରେ ଭିନେଶ ଫୋଗଟଙ୍କୁ ସ୍ବର୍ଣ୍ଣ। ମିଳିଛି ଏବଂ ୧୧ ସ୍ବର୍ଣ୍ଣ ସହ ଭାରତର ପଦକ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି। ୫୩ କେଜି ଫ୍ରିଷ୍ଟାଇଲ କୁସ୍ତିରେ ଭାରତର ଭିନେଶ ଫୋଗଟ ସ୍ବର୍ଣ୍ଣ ପଦକ ଜିତିଛନ୍ତି।
- ଅନୁଷ୍ଠିତ ଉପରାଷ୍ଟ୍ରପତି ନିର୍ବାଚନରେ ୯୩% ମତଦାନ ହୋଇଥିବା ସୂଚନା ମିଳିଛି। ପ୍ରାୟ ୫୦ରୁ ଅଧିକ ସାଂସଦ ଏହି ନିର୍ବାଚନରେ ମତଦାନ କରିନଥିବା ଜଣାପଡିଛି। ମୋଟ ୭୮୦ ଜଣ ସାଂସଦଙ୍କ ମଧ୍ୟରୁ ସନ୍ଧ୍ୟା ୫ଟା ସୁଦ୍ଧା ୭୨୫ ଜଣ ସାଂସଦ ମତଦାନ କରିଛନ୍ତି।
- ୮ ତାରିଖରେ ପ୍ରକାଶ ପାଇବ +୨ କଳା ରେଜଲ୍ଟ । କଳା ସହ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ସୂଚନା ଦିଆଯାଇଛି । ସୋମବାର ଅପରାହ୍ଣ ୪ଟାରେ ପରୀକ୍ଷାଫଳ ପ୍ରକାଶ ପାଇବା ସହ ପରୀକ୍ଷାର୍ଥୀ ମାନେ ନିଜର ରେଜଲ୍ଟ ଦେଖିପାରିବେ । www.odisharesults.nic.inରେ ରେଜଲ୍ଟ ଉପଲବ୍ଧ ହେବ ବୋଲି କୁହାଯାଇଛି ।
- ଚୀନର ଟେକ୍ କମ୍ପାନି ଅଲିବାବା ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିଛି । ଦେଶରେ ଧିମେଇ ଯାଇଥିବା ଅର୍ଥବ୍ୟବସ୍ଥା ମଧ୍ୟରେ ଖର୍ଚ୍ଚ କାଟ କରିବା ପାଇଁ ଜ୍ୟାକ ମାଙ୍କ କମ୍ପାନି ଏହି ନିଷ୍ପତ୍ତି ନେଇଛି । ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ ଅନୁସାରେ, କମ୍ପାନି ନିଜର ମୋଟ କର୍ମଚାରୀଙ୍କ ସଂଖ୍ୟାକୁ ହ୍ରାସ କରି ୨,୪୫,୭୦୦ କରିଛି ।
- ଝାଡ଼ଖଣ୍ଡ ଧାନବାଦରେ ବିଚାରପତିଙ୍କ ହତ୍ୟା ଘଟଣାରେ ଦୋଷୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ। ଶନିବାର ମାମଲାର ଶୁଣାଣି କରି ଦୋଷୀ ଆଜୀବନ ଜେଲ୍ ସଜା ଦେଇଛନ୍ତି ସିବିଆଇ କୋର୍ଟ।
- ପଶ୍ଚିମବଙ୍ଗର ରାଜଧାନୀ କେଲକାତାର ଐତିହାସିକ ଇଣ୍ଡିଆନ ମ୍ୟୁଜିୟମରେ ଅଘଟଣ। ସେଠାରେ ସୁରକ୍ଷା ପାଇଁ ମୁତୟନ ଥିବା ଜଣେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ(ସିଆଇଏସଏଫ) ଯବାନ ହଠାତ ଗୁଳି ଚଳାଇବାରୁ ଜଣେ ବ୍ୟକ୍ତି ନିହତ ହେବା ସହ ଆଉ କିଛି ଲୋକ ଆହତ ହୋଇଛନ୍ତି ।
- ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ, ଷ୍ଟାଫ୍ ସିଲେକ୍ସନ୍ କମିଶନ, ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ, ପୁଲିସ ରିକ୍ରୁଟ୍ମେଣ୍ଟ ବୋର୍ଡ ଆଦିଙ୍କୁ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।
|
476 |
Y |
|
2156 |
07-08-2022 |
English |
- NDA candidate Jagdeep Dhankhar was elected as the 14th Vice President of India Saturday as he defeated joint Opposition candidate Margaret Alva. Dhankhar, a former Governor of West Bengal, secured 528 votes while 80-year-old Alva got 182.
- Telangana Chief Minister K Chandrashekar Rao Saturday told Prime Minister Narendra Modi that he would be boycotting the 7th Governing Council meeting of NITI Aayog scheduled to be held on August 7, as a mark of strong protest against the present 'discriminating' trend of the Centre towards States.
- Putting aside the mental and physical struggles that pegged her back, an intimidating Vinesh Phogat pounced on her rivals to complete a hat-trick of CWG gold medals while Ravi Dahiya too went unchallenged in his gold-winning show, here Saturday. Similarly, wrestler Naveen won the gold medal in the men's 74kg freestyle wrestling with a thumping victory over Pakistan's Muhammad Sharif Tahir in the final at the Coventry Stadium and Arena, here Saturday.
- India reported 19,406 new coronavirus cases in the last 24 hours, increasing the country's overall Covid tally to 4,41,26,994.
- Prime Minister Narendra Modi on Saturday lauded wrestlers Vinesh Phogat and Ravi Dahiya for winning gold medals at the Commonwealth Games.
- Delhi Lieutenant Governor V K Saxena has suspended 11 officials for "serious lapses" in the implementation of Excise Policy 2021-22, even as AAP government accused his predecessor Anil Baijal of extending "special favours" to a few private players.
- Jailed Shiv Sena MP Sanjay Raut's wife Varsha Raut left the Enforcement Directorate's (ED) office on Saturday night after recording her statement in connection with the alleged Patra Chawl redevelopment scam for more than nine hours.
- Being accepting and tolerant of others' opinions does not mean one should also accept hate speech, Supreme Court judge Justice DY Chandrachud said here on Saturday.
- The Samyukt Kisan Morcha (SKM), an umbrella organisation of over 40 farm unions, will launch a nationwide campaign against the centre's Agnipath scheme for military recruitment on Sunday.
- To facilitate the sales and distribution of national flags under Har Ghar Tiranga campaign, all post offices across the country will function on holidays, falling before Independence Day 2022, informed the Ministry of Communications on Saturday.
- The National Medical Commission (NMC) has opened the doors for persecuted minorities from Pakistan, who fled the country and entered India on or before December 31, 2014, to practise medicine here.
- A Central Industrial Security Force (CISF) jawan allegedly shot dead a senior colleague and injured another officer in a fratricidal incident inside their barrack attached to the Indian Museum in Kolkata Saturday evening, officials said
- The Indian Space Research Organisation (ISRO) is on the cusp of making history as the space agency is all set to embark on its maiden Small Satellite Launch Vehicle mission, ferrying an earth observation satellite and a student satellite from the spaceport in Sriharikota, about 135 kms from here Sunday.
- Delhi Minister Satyendar Kumar Jain's wife Poonam Jain was Saturday granted interim bail by a court here in money laundering case in which he was arrested over two months ago
- The CBI has arrested Charchit Mishra, the younger son of noted industrialist and Orissa Stevedores Ltd MD Mahimananda Mishra, in connection with the alleged payment of Rs 25 lakh bribe to an official of the Paradip Port Trust, agency officials said Saturday.
|
501 |
Y |
|
2157 |
06-08-2022 |
Odia |
- ଶିବସେନାର ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ‘ସାମନା’ର ସମ୍ପାଦକ ସଞ୍ଜୟ ରାଉତ ଜେଲ ଯିବା ପରେ ଉଦ୍ଧବ ଠାକରେ ପୁଣି ଥରେ ଶିବସେନା ମୁଖପତ୍ର ‘ସାମନା’ର ମୁଖ୍ୟ ସମ୍ପାଦକ ପଦ ଗ୍ରହଣ କରିଛନ୍ତି।
- ସ୍କୁଲ ସର୍ଭିସ କମିଶନ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ତୃଣମୂଳ କଂଗ୍ରେସ ନେତା ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ୧୪ ଦିନ ପାଇଁ ଜେଲ ପଠାଯାଇଛି।
- ଭାରତୀୟ ନୌସେନା ପାଇଁ ପୁଣେର ଏକ ଷ୍ଟାର୍ଟଅପ ସାଗର ଡିଫେନ୍ସ ଇଂଜିନିୟରିଂ କମ୍ପାନି ନିର୍ମାଣ କରିଛି ଦେଶର ପ୍ରଥମ ଯାତ୍ରୀବାହୀ ଡ୍ରୋନ ବରୁଣ । ଏହାର ବିଶେଷତା ହେଉଛି ଏଥିରେ ଜଣେ ଯାତ୍ରୀ ବସି ପାରିବେ, କିନ୍ତୁ କେହି ପାଇଲଟ ରହିବେ ନାହିଁ ।
- ପୁଟିନ ଉତ୍ତର କୋରିଆର ଶାସକ କିମ୍ ଜଙ୍ଗ୍ଙ୍କଠାରୁ ଭଡ଼ାରେ ଲକ୍ଷେ ସୈନିକ ଆଣିବେ ବୋଲି ଜଣ ଯାଇଛି ।
- ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ଟିଆରଏସ ସମର୍ଥନ କରିବ ବୋଲି ଘୋଷଣା କରିଛି ।
- ଉଦ୍ୟାନବିତ୍ ତଥା ଆମ୍ବ ବିଶେଷଜ୍ଞ ହାଜି କଲିମୁଲ୍ଲା ଖାଁ ବିକଶିତ କରିଥିବା ଦୁଇଟି ନୂଆ ସଙ୍କର କିସମ ଆମ୍ବର ନାମ ‘ସୁଶ୍ମିତା ସେନ୍’ ଓ ‘ଅମିତ ଶାହ’ଙ୍କ ନାମାନୁସାରେ ନାମିତ କରିଛନ୍ତି।
- ୨୦୩୦ ସୁଦ୍ଧା ଚନ୍ଦ୍ରରେ ଭବିଷ୍ୟତ ପାଇଁ ଅବତରଣସ୍ଥଳୀ ଖୋଜି ପାଇବା ପାଇଁ ମହାକାଶ ଯୋଜନା ଉପରେ ଗୁରୁତ୍ବାରୋପ କରିଥିବା ଦକ୍ଷିଣ କୋରିଆ ଆଜି ତା’ର ପ୍ରଥମ ଚନ୍ଦ୍ର ଅଭିଯାନ ଆରମ୍ଭ କରିଛି।
- ରାଜ୍ୟ ସରକାରଙ୍କ ଅଧିନ ବିଭିନ୍ନ କ୍ୟାଡରରେ ଖାଲିଥିବା ପଦବି ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
- ବିଜୁ ଜନତା ଦଳ ଯୁବ ସମାଜସେବୀ ମିହିର ରାୟଙ୍କୁ “ଓଡ଼ିଶା ମୋ ପରିବାର”ର ନୂତନ ରାଜ୍ୟ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି।
- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଥମଥର ପାଇଁ ‘ମନୋଜ ଦାସ ଜାତୀୟ ସାହିତ୍ୟ ପୁରସ୍କାର’ ନିମନ୍ତେ ଦରଖାସ୍ତ ଆହ୍ବାନ କରାଯାଇଛି। ଅତି କମ୍ରେ ୧୦ଟି ଇଂରାଜୀ ମୌଳିକ ପୁସ୍ତକ ବା ସଂକଳନ ପ୍ରକାଶ ପାଇଥିବା ଯେ କୌଣସି ଭାରତୀୟ ଭାଷାର ଲେଖକମାନେ ଏହି ପୁରସ୍କାର ପାଇଁ ଆବେଦନ କରିପାରିବେ। ରଚନାର ମୌଳିକତା, ସୃଜନାତ୍ମକତା ଓ କଳାତ୍ମକତା ବହୁଳ ଭାବେ ବିଶ୍ଳେଷିତ ହୋଇଥିବା ଦରକାର।
- ତାଇଓ୍ବାନ ପକ୍ଷରୁ ଶୁକ୍ରବାର କୁହାଯାଇଛି ଯେ, ଚୀନର ୬୮ଟି ଚୀନ ଯୁଦ୍ଧବିମାନ ଓ ୧୩ଟି ଯୁଦ୍ଧ ଜାହାଜ ତାଇଓ୍ବାନ ପ୍ରଣାଳୀ ( ଚୀନ ଓ ତାଇଓ୍ବାନ ମଧ୍ୟରେ ଥିବା ସାମୁଦ୍ରିକ ଅଂଚଳ)ର ମଧ୍ୟରେଖା ଅତିକ୍ରମ କରିଛନ୍ତି । ଚୀନର ଏହି କାର୍ଯ୍ୟକୁ ତାଇଓ୍ବାନ ନିନ୍ଦା କରିଛି ।
- ଆସାମର ବିଖ୍ୟାତ ନୃତ୍ୟଶିଳ୍ପୀ ଏବଂ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନିତ ଗରିମା ହଜାରିକାଙ୍କ ଶୁକ୍ରବାର ପରଲୋକ ଘଟିଛି। ମୃତ୍ୟୁ ବେଳେକୁ ତାଙ୍କୁ ୮୩ ବର୍ଷ ହୋଇଥିଲା।
- କେନ୍ଦ୍ର ସକାର ସଂସଦରେ ସୂଚନା ଦେଇ କହିଛନ୍ତି, ଗତ ଆଠ ବର୍ଷ ଅର୍ଥାତ ୨୦୧୪ରୁ ଆଜି ଯାଏଁ ରେଲୱେ ମୋଟ ୩,୫୦,୦୦୦ ନିଯୁକ୍ତି ଦେଇଛି । ଏହାସହ ଦେଢ ଲକ୍ଷ ନୂଆ ନିଯୁକ୍ତି ଦେବା ପାଇଁ ପ୍ରସ୍ତୁତି ଚାଲିଛି, ଏହାର ଭର୍ତ୍ତି ପ୍ରକ୍ରିୟା ଜାରି ରହିଛି ।
- କଂଗ୍ରେସର ଟାଣୁଆ ନେତା ତଥା ଦୀର୍ଘଦିନ ଧରି ଦଳର କୋଷାଧ୍ୟକ୍ଷ ଥିବା ମୋତିଲାଲ୍ ଭୋରାଙ୍କର ୨୦୨୦ରେ ବିୟୋଗ ହୋଇଥିଲା। ନ୍ୟାସ୍ନାଲ ହେରାଲ୍ଡ ମାମଲାରେ ଦୁର୍ନୀତି ହୋଇଥିବା ବେଳେ ଶ୍ରୀ ଭୋରା ଆର୍ଥିକ ନିଷ୍ପତ୍ତି ନେଉଥିଲେ ବୋଲି ରାହୁଲ ଗାନ୍ଧୀ ଇଡିକୁ ସୂଚନା ଦେଇଥିବା ଶୁଣିବାକୁ ମିଳିଥିଲା। ଯାହାକୁ ନେଇ ଇଡି ଭୋରାଙ୍କ ସମ୍ପୃକ୍ତି ନେଇ ତଦନ୍ତ ଆରମ୍ଭ କରିଥିଲା।
- ଥାଇଲ୍ୟାଣ୍ଡର ଏକ ମ୍ୟୁଜିକ ପବରେ ଶୁକ୍ରବାର ପ୍ରତ୍ୟୁଷରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ପୋଡି ହୋଇ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁନ୍ୟ ୩୫ରୁ ଅଧିକ ଲୋକେ ଆହତ ହୋଇଛନ୍ତି।
- ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ, ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ସଂସଦ ଭବନ ମଧ୍ୟରେ ଭୋଟ୍ ଗ୍ରହଣ ହେବ।
- ଗଞ୍ଜାମ ଜୟନ୍ତୀପୁର ଦିବ୍ୟସିଂହ ବିଦ୍ୟାପୀଠ ଖେଳ ଶିକ୍ଷକ ଦନାର୍ଦ୍ଦନ ସାହୁଙ୍କ ଅମାପ ସମ୍ପତ୍ତି ଠାବ କଲା ଭିଜିଲାନ୍ସ, ଦନାର୍ଦ୍ଦନଙ୍କ ୬ଟି କୋଠା, ବିପୁଳ ସୁନାଗହଣା ଓ ଗାଡ଼ି ଠାବ।
- ପାଟଣାଗଡ଼ ସହରର ମୁଖ୍ୟ ରାସ୍ତା ତଥା ଜନଗହଳି ପୂର୍ଣ୍ଣ ସ୍ଥାନରେ ଥିବା ଅମୃତ କଳସ ନାମକ ଏକ ସୁନଗହଣା ଦୋକାନରେ ୬ ଜଣ ବନ୍ଧୁକଧାରୀ ଦୁର୍ବୃତ୍ତ ଦୋକାନ ମାଲିକ ମୁକେଶ ଜୈନଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଦେଢ କିଲୋ ଓଜନର ସୁନାଗହଣା, ୪୦ ହଜାର ନଗଦ ଟଙ୍କା, ଦୋକାନ ମଧ୍ୟରେ ଲାଗିଥିବା
- ଆରବିଆଇର ନିଷ୍ପତ୍ତି ପରେ ରେପୋରେଟ୍ ୪.୯ ପ୍ରତିଶତରୁ ୫.୪୦ ପ୍ରତିଶତରେ ପହଞ୍ଚିଛି। ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ପକ୍ଷରୁ ଏନେଇ ସୂଚନା ମିଳିଛି। ପ୍ରାୟ ୫୦ ବେସିସ୍ ପଏଣ୍ଟ ରେପୋରେଟ୍ ବଢାଇଲା ରିଜର୍ଭ ବ୍ୟାଙ୍କ।
- ଭାରତୀୟ ନୌସେନାର ୫ଜଣିଆ ମହିଳା ପାଇଲଟ୍ଙ୍କ ଟିମ୍ ଡୋର୍ନିଅର୍ -୨୨୮ ବିମାନରେ ଉତ୍ତର ଆରବ ସାଗରରେ ନିରୀକ୍ଷଣ ଓ ସାମରିକ ସର୍ବେକ୍ଷଣ ମିସନ ସଫଳତାର ସହ ସଂପାଦନ କରିଥିବା ଭାରତୀୟ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି।
|
508 |
Y |
|
2158 |
06-08-2022 |
English |
- Members of Parliament will vote Saturday to elect the next Vice President of India in an election where NDA candidate Jagdeep Dhankhar is pitted against Opposition pick Margaret Alva.
- Home, auto and other loan EMIs are set to rise further after RBI Friday raised the key interest rate by 50 basis points, the third straight increase since May in an effort to cool stubbornly high inflation.
- Holding a high-level meeting with senior officials, Chief Secretary Suresh Chandra Mahapatra directed the departments to expedite the recruitment process for regular posting in vacant positions
- The Supreme Court Friday reiterated that prisoners, especially from the weaker economic social milieu, who have been languishing in jail for 10 years, should be released on bail, and since the country is celebrating 75 years of Independence, some action in this direction should be taken by both Central and state governments.
- Reiterating its longstanding demand, the Biju Janata Dal (BJD) Friday urged the Centre and all political parties to pass the Women’s Reservation Bill, which seeks to reserve 33 per cent seats in state assemblies and Parliament for women.
- A review meeting of all Electoral Registration Officer (ERO) cum Sub-Collectors from across the state was held Friday here at Madhusudan Das Regional Academy of Financial Management, under the Chairmanship of Sushil Kumar Lohani, Chief Electoral Officer, Odisha
- The CBI has arrested four people, including a Deputy General Manager (DGM) of Orissa Stevedores Limited, in a Rs 25 lakh bribery case involving a Chief Mechanical Engineer of the Paradip Port Trust, officials said Friday.
- A special Public Money Laundering Act court (PMLA) Friday sent former state minister Partha Chatterjee and his aide Arpita Mukherjee to 14 days judicial custody in connection with the multi-crore West Bengal School Service Commission (WBSSC) recruitment scam.
- Prevalence of anaemia among children aged six months to five years has increased by more than nine per cent in about five years, the Centre told the Lok Sabha Friday quoting NFHS-5, conducted during 2019-21.
- The strength of undertrials in Uttar Pradesh prisons is three times more than that of convicts, which explains why the jails are overcrowded. The undertrials constitute nearly 76 per cent of the total jail population.
- Fourteen people were killed and dozens badly injured when a fire broke out early Friday at a crowded music pub in eastern Thailand, police and rescue workers said. At least a dozen survivors were in critical condition.
- Friday turned out to be a splendid day for Indian wrestlers at the Commonwealth Games (CWG) as Bajrang Punia, Deepak Punia and Sakhsi Malik clinched gold medals, while Anshu Malik grabbed silver in her maiden appearance at the showpiece event.
- India on Friday reported a total of 20,551 new Covid cases, bringing the country's Covid tally to 4,41,07,588.
- The Special Court for Exclusive Trial under the Scheduled Castes and Scheduled Tribes (Prevention Act) sentenced 27 people to life imprisonment in connection with the murder of three Dalits in Tamil Nadu's Sivagangai district in 2018.
- Kyiv and Moscow accused each other of striking Europe's largest nuclear site on Friday, causing a reactor stoppage as three grain ships departed Ukraine under a deal to avert food shortages.
|
504 |
Y |
|
2159 |
05-08-2022 |
Odia |
- ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ୍ ଭି ରମନ୍ନା ଆସନ୍ତା ୨୬ ତାରିଖରେ ତାଙ୍କ ପଦରୁ ଅବସର ଗ୍ରହଣ କରିବାକୁ ଥିବା ବେଳେ ସେ ଜଷ୍ଟିସ ଉଦୟ ଉମେଶ ଲଲିତ (ୟୁୟୁ ଲଲିତ)ଙ୍କୁ ତାଙ୍କର ଉତ୍ତରାଧିକାରୀ ଭାବେ ଚୟନ କରିଛନ୍ତି। ତେଣୁ, ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି ଜଷ୍ଟିସ ୟୁ ୟୁ ଲଲିତ। ଦେଶର ପ୍ରଧାନ ବିଚାରପତି ପଦରେ ଜଷ୍ଟିସ ଉଦୟ ଉମେଶ ଲଲିତଙ୍କ କାର୍ଯ୍ୟକାଳ ମାତ୍ର ୭୪ ଦିନର ହେବ। କାରଣ, ଚଳିତ ବର୍ଷ ନଭେମ୍ବର ୮ରେ ସେ ଅବସର ଗ୍ରହଣ କରିବେ।
- ବଲିଉଡ଼ର ବର୍ଷିୟାନ୍ ଅଭିନେତା ମିଥିଲେଶ ଚତୁର୍ବେଦୀଙ୍କ ପରଲୋକ ଘଟିଛି। ବୁଧବାର ରାତିରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିବା ସୂଚନା ମିଳିଛି। ହୃଦ୍ ରୋଗରେ ପୀଡ଼ିତ ଥିଲେ ୬୮ ବର୍ଷୀୟ ମିଥିଲେଶ..
- ଆମ ପାଖରେ ଟଙ୍କାର ଅଭାବ ନାହିଁ, ୨ବର୍ଷ ଭିିତରେ ଆମେରିକା ଭଳି ରାସ୍ତା ତିଆରି କରିଦେବୁ। ଗୁରୁବାର ରାଜ୍ୟସଭାରେ ପ୍ରଶ୍ନକାଳ ସମୟରେ ଏଭଳି କହି ସମସ୍ତଙ୍କୁ ଚମକାଇ ଦେଇଥିଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ।
- ପାତ୍ରା ଚଉଲ୍ ଜମି ଦୁର୍ନୀତି ଓ ବେଆଇନ ଅର୍ଥକାରବାର ମାମଲାରେ ଇଡି ଦ୍ବାରା ଗିରଫ ହୋଇଥିବା ବରିଷ୍ଠ ଶିବସେନା ନେତା ସଂଜୟ ରାଉତ କୋର୍ଟଙ୍କୁ କହିଛନ୍ତି ଯେ, ତାଙ୍କୁ ଇଡି ପକ୍ଷରୁ ଏକ ଝରକା ନଥିବା ଓ ବାୟୁଚଳାଚଳ କରୁନଥିବା ଘରେ ରଖାଯାଇଛି ।
- ଗୁରୁବାରଦିନ ଲକ୍ଷ୍ନୌର ଚୌଧୁରୀ ଚରଣ ସିଂ ଅନ୍ତର୍ଜାତୀୟ ଏୟାରପୋର୍ଟର ଏକ ଡଷ୍ଟବିନରୁ ୬ଟି ସୁନା ଇଟା ମିଳିଛି ।
- ତାଇଓ୍ବାନକୁ ଆମେରିକା ପ୍ରତିନିଧି ସଭା ବାଚସ୍ପତି ନାନସି ପେଲୋସିଙ୍କ ଗସ୍ତ ପରେ ଚୀନ ପକ୍ଷରୁ ଗୁରୁବାରଠାରୁ ଏକ ବଡ଼ ଧରଣର ଯୁଦ୍ଧାଭ୍ୟାସ ଆରମ୍ଭ କରାଯାଇଛି । ତାଇଓ୍ବାନର ଚାରିପଟେ ଗଭୀର ସମୁଦ୍ରରେ ଥିବା ୬ଟି ଜୋନରେ ଏହି ଯୁଦ୍ଧାଭ୍ୟାସ କରାଯାଉଛି ।
- ଭାରତୀୟ ଜନତା ପାର୍ଟିରେ ହରିୟାଣା କଂଗ୍ରେସର ବରିଷ୍ଠ ନେତା କୁଲଦୀପ ବିଷ୍ଣୋଇ ଯୋଗ ଦେଇଛନ୍ତି। ଗତ କିଛି ଦିନ ଧରି ସେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ସେ ଗୁରୁବାର ଦିନ ବିଜେପିରେ ଯୋଗ ଦେଇଛନ୍ତି।
- ପରବର୍ତ୍ତୀ ଶୁଣାଣି ନ ହେବା ପର୍ଯ୍ୟନ୍ତ ସିନ୍ଦେ ଅଥବା ଠାକ୍ରେଙ୍କ ମଧ୍ୟରୁ କିଏ ମୂଳ ‘ଶିବସେନା’ର ପ୍ରତିନିଧିତ୍ବ କରୁଛନ୍ତି ସେ ସଙ୍କ୍ରାନ୍ତରେ ନିଷ୍ପତ୍ତି ଗ୍ରହଣ ନ କରିବାକୁ ଆଜି ସୁପ୍ରିମ୍ କୋର୍ଟ ନିର୍ବାଚନ କମିସନ୍କୁ କହିଛନ୍ତି।
- ସୁପ୍ରିମ୍ କୋର୍ଟ ଆହୁରି ମଧ୍ୟ କହିଛନ୍ତି, ମହାରାଷ୍ଟ୍ର ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ଘଟଣାରେ ଉଠିଥିବା ସାମ୍ବିଧାନିକ ସମସ୍ୟାଜନିତ ମାମଲାକୁ ୫ଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠକୁ ରେଫର୍ କରାଯିବ କି, ନାହିଁ, ତାହା ଗୁରୁବାର ଦିନ ସ୍ଥିର କରାଯିବ।
- ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଟିମ୍ ବାହାରି ଯାଇଛି। ଚଢ଼ଉ ପରେ ସିବିଆଇର ଅଧିକାରୀମାନେ ମହିମା ମିଶ୍ରଙ୍କ ବଡ଼ପୁଅ ଚନ୍ଦନ ମିଶ୍ରଙ୍କୁ କଟକ ଓଡ଼ିଆ ବଜାରସ୍ଥିତ ଘରୁ ସାଥିରେ ନେଇ ଯାଇଛନ୍ତି।
- ରାଜ୍ୟ ସରକାର ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟି ବୈଠକରେ ଆଜି ୧୧ଟି ପ୍ରକଳ୍ପକୁ ମଂଜୁରୀ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧୧ ପ୍ରକଳ୍ପ ପାଇଁ ମୋଟ ୨୨୫୩.୧୫ କୋଟି ଟଙ୍କା ନିବେଶ ହେବ ବୋଲି ସ୍ଥିର କରାଯାଇଛି।
- ବର୍ତ୍ତମାନ ସୁଦ୍ଧା ରାଜ୍ୟର ୮୭ ପ୍ରତିଶତ ଲୋକେ ନେଇ ନାହାନ୍ତି ବୁଷ୍ଟର ଡୋଜ। ଅର୍ଥାତ ରାଜ୍ୟର ୨ କୋଟି ୮୨ ଲକ୍ଷ ଲୋକେ ନେଇ ନାହାନ୍ତି ବୁଷ୍ଟର ଡୋଜ । ବର୍ତ୍ତମାନ ସୁଦ୍ଧା କେବଳ ୪୨ ଲକ୍ଷ ୭୦ ହଜାର ୪୮୭ ଲୋକେ ବୁଷ୍ଟର ଡୋଜ ନେଇଛନ୍ତି।
- ନୂଆଦିଲ୍ଲୀସ୍ଥିତ ଲୋକସଭା ସଚିବାଳୟଠାରେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ବିକ୍ରମ କେଶରୀ ଆରୁଖ ମାନ୍ୟବର ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।
- ନୂଆ ହ୍ବାଟ୍ସଆପ୍ ଫିଚର ଜରିଆରେ ଗ୍ରୁପ୍ ଆଡ୍ମିନ୍ ଗ୍ରୁପରେ ଆସୁଥିବା ଯେକୌଣସି ମେସେଜକୁ ସମସ୍ତ ୟୁଜରଙ୍କ ପାଇଁ ଡିଲିଟ୍ କରିପାରିବେ। ଏବେ ଆଡ୍ମିନ୍ କେବଳ ନିଜ ପାଇଁ ହିଁ ମେସେଜ୍ ଡିଲିଟ୍ କରି ପାରୁଛନ୍ତି। ଏବେ ନୂଆ ଫିଚର ଆସିବା ପରେ କୌଣସି ଭୁଲ୍ ସୂଚନା, ମେସେଜ୍ ହେଉ କିମ୍ବା ଫଟୋ-ଭିଡିଓ, ଏସବୁକୁ ରୋକିବାକୁ ଆଡ଼୍ମିନ୍ ଡିଲିଟ୍ କରିପାରିବେ।
- ପ୍ରମୋଦ ଘୁମଶର ବିଜେପିର ଯୁବ ସଭାପତି ଭାବେ ଦୁଇ ବର୍ଷ ଧରି କାମ କରୁଥିଲେ। ଆଜି ଶତାଧିକ ସମର୍ଥକଙ୍କ ସହ ସେ ବିଜେଡିରେ ଯୋଗ ଦେଇଛନ୍ତି। ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି।
- ନଭେମ୍ବର ୨୦ରେ ହୋଇପାରେ ନେପାଳ ସାଧାରଣ ନିର୍ବାଚନ । ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବାଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଗୋଟିଏ ପର୍ଯ୍ୟାୟରେ ଏହି ନିର୍ବାଚନ ହେବ।
- ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ ସ୍ନାତକ ସ୍ତରରେ ରାଷ୍ଟ୍ରୀୟ ଶିକ୍ଷାନୀତି (ଏନଇପି) ୨୦୨୦ ଲାଗୁ କରିଛନ୍ତି। ଏଣୁ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ମହାବିଦ୍ୟାଳୟ ମାନଙ୍କରେ ବିଏ, ବିକମ ଓ ବିଏସସି ପରୀକ୍ଷାର ପ୍ରଥମ ସିମେଷ୍ଟରରେ କାହାରିକୁ ଫେଲ କରାଯିବ ନାହିଁ।
- ଦେଶ ଏବଂ ଦୁନିଆ ଡିଜିଟାଲକରଣ ଦିଗରେ ଆଗକୁ ବଢୁଛି । ଲୋକେ ଏଥିରୁ ସୁବିଧା ପାଇବା ସହ ଆର୍ଥିକ ଠକାମୀର ଶିକାର ମଧ୍ୟ ହେଉଛନ୍ତି । ଏହିପରି ମାମଲା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ଗତ ତିନି ବର୍ଷରେ ୪୨ ପ୍ରତିଶତ ଗ୍ରାହକ କୌଣସି ନାଁ କୌଣସି ପ୍ରକାରେ ଆର୍ଥିକ ଠକାମୀର ଶିକାର ହୋଇଛନ୍ତି । ତେବେ ଏଥିରୁ ୭୪ ପ୍ରତିଶତ ମାମଲାରେ ଟଙ୍କା ଫେରସ୍ତ ହୋଇପାରି ନାହିଁ ।
- ଆମେରିକା ବାଚସ୍ପତି ନାନସୀ ପେଲୋସିଙ୍କ ତାଇୱାନ୍ ଗସ୍ତକୁ ନେଇ ଖପ୍ପା ହୋଇଛି ଚୀନ୍ । ଏହାର ରାଗ ସୁଝାଇବା ପାଇଁ ଚୀନ୍ ସେନା ତାଇୱାନ୍ ସୀମାରେ ମିଶାଇଲ୍ ମାଡ଼ କରିଛି । ସୈନ୍ୟ ଅଭ୍ୟାସ ସମୟରେ ତାଇୱାନ୍ର ପାଖାପାଖି ପାଣିରେ ମିଶାଇଲ୍ ପଡ଼ିଥିଲା । ତାଇପେର ରକ୍ଷା ମନ୍ତ୍ରାଳୟ ଏହା ଅଯୌକ୍ତିକ କହିବା ସହିତ କ୍ଷେତ୍ରୀୟ ଶାନ୍ତିକୁ ଭଙ୍ଗ କରୁଥିବା କହିଛି ।
- ପ୍ରଧାନ ବିଚାରପତି ଏନଭି ରମନ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ସିନ୍ଦେ ଗୋଷ୍ଠୀଙ୍କୁ ଓକିଲଙ୍କୁ ନିଷ୍ପତ୍ତି ଆସିବା ପୂର୍ବରୁ ସରକାର ଗଠନ ପ୍ରସଙ୍ଗରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଖଣ୍ଡପୀଠ ସିନ୍ଦେ ଗୋଷ୍ଠୀଙ୍କୁ ସବୁ ସ୍ପଷ୍ଟ କରିବା ପରେ ଦ୍ୱିତୀୟ ଥର ଡ୍ରାଫ୍ଟ୍ କରିବାକୁ କହିଥିଲେ ।
|
525 |
Y |
|
2160 |
04-08-2022 |
Odia |
- ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ୨୦୨୨-୨୩ ଚିନି ଋତୁ (ଅକ୍ଟୋବର-ସେପ୍ଟେମ୍ବର) ପାଇଁ ଆଖୁର ଉଚିତ୍ ଏବଂ ଲାଭକାରୀ ମୂଲ୍ୟ (ଏଫ୍ଆର୍ପି)କୁ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନିଆଯାଇଛି । ୧୦.୨୫%ର ମୂଳ ଅସୁଲୀ ଦର ପାଇଁ ଏହି ମୂଲ୍ୟକୁ କୁଇଣ୍ଟାଲ ପ୍ରତି ୩୦୫ ଟଙ୍କା ନିର୍ଦ୍ଧାରଣ କରାଯାଇଛି ।
- ରାଜ୍ୟସଭାରେ ବୁଧବାର ଦିନ ଜାତୀୟ ଆଣ୍ଟି-ଡୋପିଂ ବିଲ୍, ୨୦୨୨ ପାସ୍ ହୋଇଛି ।
- ତାଇୱାନକୁ ନେଇ ଦୁଇ ମହାଶକ୍ତି ଚୀନ୍ ଓ ଆମେରିକା ମଧ୍ୟରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି। ତାଇୱାନର ସ୍ବାଧୀନତା ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଆମେରିକା ବଦ୍ଧପରିକର ବୋଲି ଆଜି ପୁଣି ଘୋଷଣା କରିବା ପରେ ଦକ୍ଷିଣ ଚୀନ୍ ସାଗରରେ ଯୁଦ୍ଧ ଆଶଙ୍କା ବଢ଼ିଯାଇଛି।
- ମମତାଙ୍କ ମନ୍ତ୍ରିମଣ୍ଡଳରେ ୯ ନୂଆ ମନ୍ତ୍ରୀ ସାମିଲ ହୋଇଛନ୍ତି। ସାମିଲ ହୋଇଥିବା ନୂଆ ମନ୍ତ୍ରୀମାନେ ହେଉଛନ୍ତି ବାବୁଲ ସୁପ୍ରିୟ, ସ୍ନେହାଶିଷ ଚକ୍ରବର୍ତ୍ତୀ, ପାର୍ଥ ଭୌମିକ, ଉଦୟନ ଗୁହା, ପ୍ରଦୀପ ମଜୁମଦାର, ତାଜମୁଲ ହୋସେନ, ସତ୍ୟଜିତ ବର୍ମଣ, ବୀରବହ ହାଂସଦା ଏବଂ ବିପ୍ଳବ ରାୟ ଚୌଧୁରୀ।
- ଗତ ତିନିବର୍ଷରେ ଏବଂ ଚଳିତବର୍ଷ ୨୦୧୯-୨୦ରୁ ୨୦୨୨-୨୩ (ଜୁନ୍ ୩୦ ପର୍ଯ୍ୟନ୍ତ) ସମୟ ମଧ୍ୟରେ ସମୁଦାୟ ୩୧,୦୯୪ ବୁଣାକାରଙ୍କୁ ଦେଶରେ ତନ୍ତ ଏବଂ ସହାୟକ ଉପକରଣ ଯୋଗାଇ ଦିଆଯାଇଛି। ଓଡିଶାକୁ ଗତ ତିନିବର୍ଷ ଏବଂ ଚଳିତ ବର୍ଷର ଜୁନ୍ ଶେଷ ସୁଦ୍ଧା ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମ ଅଧୀନରେ ୧୦୦୯.୮୩ ଲକ୍ଷ ଟଙ୍କାର ବିତ୍ତୀୟ ସହାୟତା ପ୍ରଦାନ କରାଯାଇଛି।
- ଭାରତୀୟ ରେଳ ଜୁଲାଇ ମାସରେ ୧୨୨.୧୪ ମେଟ୍ରିକ୍ ଟନ୍ ମାଲ୍ ପରିବହନ କରି ରେକର୍ଡ କରିଛି। ଜୁଲାଇ ମାସରେ ବର୍ଦ୍ଧିତ ମାଲ୍ ପରିବହନ ୯.୩ ମେଟ୍ରିକ୍ ଟନ୍ ରହିଛି।
- କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ, ଖାଉଟି ବ୍ୟାପାର, ଖାଦ୍ୟ, ସାଧାରଣ ବଂଟନ ଓ ବୟନ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ଭାରତରେ ଅଦ୍ୟାବଧି ୭୫ ହଜାରରୁ ଅଧିକ ଷ୍ଟାର୍ଟଅପ୍କୁ ମାନ୍ୟତା ମିଳିଛି।
- କେନ୍ଦ୍ର ସରକାର ଆଜି ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍, ୨୦୧୯ ପ୍ରତ୍ୟାହାର କରିନେଇଛନ୍ତି। ଏହି ବିଲ୍ ୨୦୧୯ରେ ଆଗତ ହୋଇଥିଲା। କିନ୍ତୁ ବିରୋଧୀ ଦଳଗୁଡ଼ିକ ଏହି ବିଲ୍କୁ ବିରୋଧ କରିଥିଲେ। ଏହା ନାଗରିକଙ୍କ ମୌଳିକ ଅଧିକାର ଉଲ୍ଲଂଘନ କରୁଛି ବୋଲି ବିରୋଧୀ ଦଳ ଗୁଡ଼ିକ ଦାବି କରିଥିଲେ।
- ଦେଶର ସୁରକ୍ଷା ପ୍ରତି ବିପଦ ଆଶଙ୍କା ସୃଷ୍ଟି କରିଥିବା ୩୪୮ ଆପ୍ ଉପରେ କେନ୍ଦ୍ର ସରକାର କଟକଣା ଲଗାଇଛନ୍ତି। ଏହିସବୁ ଆପ୍ ଚୀନ ଏବଂ ଅନ୍ୟ ଦେଶ ଦ୍ଵାରା ବିକଶିତ କରାଯାଇଛି। ଏହି ସବୁ ଆପ୍ ଜରିଆରେ ସୂଚନା ଏକତ୍ର କରାଯାଇ ଦେଶ ବାହାରେ ଥିବା ସର୍ଭରକୁ ପଠାଯାଉଥିଲା।
- କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ଗତ ଦୁଇ ବର୍ଷରେ ୮୧ ଜଣ ଚୀନ ନାଗରିକଙ୍କୁ ଭାରତ ଛାଡିବା ପାଇଁ ନୋଟିସ ଜାରି କରାଯାଇଛି । ଚୀନର ଅନ୍ୟ ୧୧୭ ଜଣ ନାଗରିକଙ୍କୁ ୨୦୧୯ ଏବଂ ୨୦୨୧ରେ ମଧ୍ୟରେ ଭିସା ସର୍ତ୍ତ ଏବଂ ଅନ୍ୟ ବେଆଇନ କାମ ପାଇଁ ଡିପୋର୍ଟ କରାଯାଇଛି ।
- ବିଷ୍ଣୁପଦ ସେଠୀଙ୍କୁ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଦାୟିତ୍ବ ମିଳିଛି। ଏଥିସହ ତାଙ୍କୁ ପରିବହନ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି। କେନ୍ଦ୍ରୀୟ ଡେପୁଟେସରୁ ଅରବିନ୍ଦ ପାଢୀ ଫେରିଛନ୍ତି। ତାଙ୍କୁ କୃଷି ବିଭାଗର ପ୍ରମୁଖ ସଚିବ ଦାୟିତ୍ବ ମିଳିଥିବା ବେଳେ ମତ୍ସ ଓ ପ୍ରାଣୀସମ୍ପଦ ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ ମିଳିଛି।
- ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୂଆଁଖାଇ ପର୍ବ ପାଇଁ ଲଗ୍ନ ଧାର୍ଯ୍ଯ ହୋଇଯାଇଛି। ପାଟଣା ମହାରାଜାଙ୍କ ହାଉସ୍ ହୋଲ୍ଡ ଅଫିସ ପକ୍ଷରୁ ବିଧିବଦ୍ଧ ଭାବେ ଏହି ସୂଚନା ଦିଆଯାଇଛି। ଏହି ନବାନ୍ନ ଲାଗି ନୀତିକାନ୍ତି ଆସନ୍ତା ସେପ୍ଟେମ୍ବର ୧ ତାରିଖ ତଥା ଗୁରୁବାର ସକାଳ ୧୦ଟା ୫୪ମି.ରୁ ଦିନ ୧୧ ଟା ୦୮ମି. ମଧ୍ୟରେ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି।
- ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତକୁ ଆଉ ଏକ କାଂସ୍ୟ ପଦକ ମିଳିଛି। ଭାରୋତ୍ତୋଳନକାରୀ ଲଭପ୍ରୀତ ସିଂହ ଆଜି ୧୦୯ କିଲୋଗ୍ରାମ ବର୍ଗରେ କାଂସ୍ୟ ପଦକ ଜିତିଛନ୍ତି। ଏଥି ସହ ଭାରତର ବର୍ତ୍ତମାନ ସୁଦ୍ଧା ମୋଟ ପଦକ ସଂଖ୍ଯା ୧୪କୁ ବୃଦ୍ଧି ପାଇଛି। ଏଥିରେ ୪ କାଂସ୍ୟ ପଦକ ରହିଛି।
- ସବୁ ବିଶ୍ବ ବିଦ୍ଯାଳୟ ଓ ଡିଗ୍ରୀ କଲେଜ କର୍ତ୍ତୃପକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ସଚିବ ଚିଠି ଲିଖିଛନ୍ତି। ଆଡମିଶନ୍ କରୁଥିବା ପିଲାଙ୍କୁ ଆଣ୍ଟି ରାଗିଂ ବିଷୟରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନଲାଇନ/ଅଫଲାଇନାଆ ଛାତ୍ର ଓ ଅଭିଭାବକଙ୍କ ଅଣ୍ଡରଟେକିଂ ବାଧ୍ୟତାମୂଳକ କରାଯାଇଛି।
- ସମ୍ବଲପୁରର କୁଚିଣ୍ଡା ଓ ବଲାଙ୍ଗୀରର ପାଟଣାଗଡ ଠାରେ ଦୁଇଟି ନୂତନ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ITI) ଖୋଲାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।
- ବାଲିପାଟଣା ଥାନା ଏଏସ୍ଆଇ ପୁଷ୍ପଲତା ପାଇକରାୟ ୨୦୨୦ର ଏକ ମାମଲାର ଚାର୍ଜସିଟ ଦେବା ପାଇଁ ୫ ହଜାର ଲାଞ୍ଚ ନେଉଥିଲେ । ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଛି।
- ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ବିଧାୟକ ଦଳ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଇସିନା ହିଲ୍ସରେ ଭେଟି ଅଭିନନ୍ଦନ ଜଣାଇଛନ୍ତି ।
- ରାଜଧାନୀରେ ଆଉ ୫୦ଟି ମିନିପାର୍କ କରାଯିବ। ସହରାଞ୍ଚଳରେ ସବୁଜିମା ପରିବେଶ ବୃଦ୍ଧି ସହିତ ସହରବାସୀଙ୍କ ଅବସର ବିନୋଦନ ପାଇଁ ଏହି ପାର୍କ ନିର୍ମାଣ କରାଯିବ। ରାଜ୍ୟ ସରକାରଙ୍କ ‘ମୁକ୍ତା’ ଯୋଜନାରେ ଏହି ପାର୍କଗୁଡ଼ିକୁ ନିର୍ମାଣ ହେବ ।
- ରାଜ୍ୟ ସରକାରଙ୍କ ପକ୍ଷରୁ ଓଟିଏମ ଅଧିଗ୍ରହଣ ପାଇଁ ୧୫୦ କୋଟି ଟଙ୍କା ପଇଠ କରାଯିବ ବୋଲି ସତ୍ୟପାଠ ଦିଆଯାଇଛି। ଅନ୍ୟପଟରେ ଓଟିଏମ ମାମଲାରେ ନିଯୁକ୍ତ ଅଫିସିଆଲ ଲିକ୍ୟୁଡେଟରଙ୍କ ପକ୍ଷରୁ କର୍ମଚାରୀଙ୍କ ବକେୟା ପ୍ରାପ୍ୟ ହିସାବ ପାଇଁ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ନିଯୁକ୍ତ କରିବା ପାଇଁ ଅଦାଲତଙ୍କୁ ଅନୁରୋଧ କରାଯାଇଥିଲା।
- ଭୁବନେଶ୍ୱରରେ ଇଏସ୍ଆଇ ମେଡିକାଲ କଲେଜ ଓ ହସ୍ପିଟାଲ, ରାଉରକେଲା ଆଇଜିଏଚ୍ରେ ମେଡିକାଲ କଲେଜ ସ୍ଥାପନ ନିମନ୍ତେ ପ୍ରତିଶ୍ରୁତିରୁ କେନ୍ଦ୍ର ସରକାର ଓହରି ଯାଇଥିବାବେଳେ ସୁନ୍ଦରଗଡ଼ରେ ରାଜ୍ୟର ଦ୍ୱିତୀୟ ଏମ୍ସ ସ୍ଥାପନ ପ୍ରସଙ୍ଗରେ ହାତ ଟେକି ଦେଇଛନ୍ତି କେନ୍ଦ୍ର ସରକାର।
|
528 |
Y |
|