# |
Date |
Type |
Current Affairs |
No. Of Views |
Status |
Action |
2121 |
24-08-2022 |
Odia |
- କେନ୍ଦୁଝର ଠାରେ ନିର୍ମାଣଧୀନ ସରକାରୀ ମେଡିକାଲ କଲେଜରେ ଚଳିତ ୨୦୨୨-୨୦୨୩ ବର୍ଷରୁ ନାମଲେଖା ନିମନ୍ତେ ନେସନାଲ ମେଡିକାଲ କମିଶନର ମେଡିକାଲ ଆସେଶମେଣ୍ଟ ଆଣ୍ଡ ରେଟିଙ୍ଗ ବୋର୍ଡ(ଏମ ଏ ଆର ବି) ଅଣ୍ଡର ଗ୍ରାଜୁଏଟ ବିଭାଗରୁ ମଙ୍ଗଳବାର ଅନୁମତି ପତ୍ର ଦିଆଯାଇଛି।
- ମୈତ୍ରୀବିହାରରେ ଆଇସିଆଇସିଆଇ ବ୍ୟାଙ୍କର ଷ୍ଟେଟ ଅଫ ଦ ଆର୍ଟ ଫୋନ ବ୍ୟାଙ୍କିଙ୍ଗ ସେଣ୍ଟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସେଣ୍ଟରରେ ୧୨୦୦ ଜଣଙ୍କୁ ନିଯୁକ୍ତି ମିଳିବ । ଏଥିରୁ ୬୦% ମହିଳା ରହିବେ । ଏହି ବ୍ୟାଙ୍କ କୃତ୍ରିମ ବୁଦ୍ଧିମତ୍ତା ଏବଂ ରୋବୋଟିକସରେ ପରିଚାଳିତ ହେବ । ସାରା ଦେଶର ଖୁଚୁରା ଗ୍ରାହକଙ୍କ ସହ କର୍ପୋରେଟ ହାଉସ ମଧ୍ୟ ଏଠାରୁ ବ୍ୟାଙ୍କି ସେବା ପାଇପାରିବେ ।
- ଯୁକ୍ତ ଦୁଇରେ ଗତ ବର୍ଷ ଭଳି ତ୍ରୈମାସିକ ବା କ୍ଵାଟର ଏଣ୍ଡ ପରୀକ୍ଷା ଅନୁଷ୍ଠିତ ହେବ। ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଥିଓରୀ ପାଇଁ ୨୦ ଓ ପ୍ରାକ୍ଟିକାଲ ପାଇଁ ୧୦ ମାର୍କ ର ପରୀକ୍ଷା ହେବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଖୁବ୍ ଶୀଘ୍ର CHSE ପରୀକ୍ଷା ଡେଟ ଘୋଷଣା କରିବ ବୋଲି ସୂଚନା ମିଳିଛି।
- ଓଡ଼ିଶା ତଟ ଚାନ୍ଦିପୁରରୁ ସର୍ଟ ରେଞ୍ଜ ମିସାଇଲ ସଫଳ ପରୀକ୍ଷଣ ହୋଇଛି। ସର୍ଟ ରେଞ୍ଜ ସରଫେସ୍ ଟୁ ଏୟାର ମିସାଇଲର ପରୀକ୍ଷଣ ସଫଳ ହୋଇଛି । ଡିଆରଡିଓ ଓ ଭାରତୀୟ ନୌସେନା ପକ୍ଷରୁ ପ୍ରସ୍ତୁତ ହୋଇଛି ଏହି ମିସାଇଲ୍ । ଭୁପୃଷ୍ଠରୁ ଆକାଶ ମାର୍ଗକୁ ହୋଇପାରିବ ଟାର୍ଗେଟ। ମିସାଇଲରେ ବିନା କୌଣସି ଦ୍ବିଧାରେ ସଫଳ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି ।
- ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତି ମିଆଁମାର ଉପକୂଳରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ବାୟୁମଣ୍ଡଳରେ ସମୁଦ୍ର ପତନ ଠାରୁ ୪.୫ ରୁ ୫.୮ କିମି ଉଚ୍ଚରେ ସକ୍ରିୟ ରହିଛି। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
- ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ କରୋନାରେ ସଂକ୍ରମିତ ହୋଇଛନ୍ତି । ଫଳରେ ଆଗାମୀ ଏସିଆ କପରେ ଭାରତୀୟ ଦଳ ସହ ରାହୁଲ ଦୁବାଇ ଗସ୍ତରେ ଯିବେ କି ନାହିଁ ତାହାକୁ ନେଇ ଏବେ ସସପେନ୍ସ ଦେଖାଦେଇଛି ।
- ୩ ସେନାଧିକାରୀଙ୍କୁ ବରଖାସ୍ତ କଲା ଭାରତୀୟ ବାୟୁସେନା। ଭାରତ ପକ୍ଷରୁ ଭୁଲରେ ପାକିସ୍ତାନକୁ କ୍ଷେପଣାସ୍ତ୍ର ମାଡ଼ ହେବା ଘଟଣାରେ ବାୟୁସେନା ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
- ଗୌତମ ଅଦାନୀ ଗ୍ରୁପର କମ୍ପାନୀ ଏଏମଜି ମିଡିଆ ନେଟଓ୍ଵର୍କ ଲିମିଟେଡ୍ ଦେଶର ପ୍ରମୁଖ ଗଣମାଧ୍ୟମ ସଂସ୍ଥା NDTVର ଅଂଶଧନ କିଣିବାକୁ ମଙ୍ଗଳବାର ଘୋଷଣା କରିଛି। ଅଦାନୀ ଗ୍ରୁପ୍ ଏନଡିଟିଭି ଅର୍ଥାତ ନୂଆଦିଲ୍ଲୀ ଟେଲିଭିଜନ ଲିମିଟେଡ୍ରେ ପରୋକ୍ଷ ଭାବେ ୨୯.୧୮ ପ୍ରତିଶତ ଅଂଶଧନ ଅଧିଗ୍ରହଣ କରିବ। ଅନ୍ୟପଟେ ଖୋଲା ପ୍ରସ୍ତାବ ଜରିଆରେ ଗ୍ରୁପ ଏନଡିଟିଭିର ଆଉ ୨୬ ପ୍ରତିଶତ ଅଂଶଧନ ନିଜ ପାଖରେ ରଖିବାକୁ ଯୋଜନା କରିଛି।
- ନିଜର ନିର୍ଭୀକ ବୟାନ ପାଇଁ ଚର୍ଚ୍ଚିତ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ପୁଣି ଥରେ ନିଜ ଅନ୍ଦାଜରେ ନିଜ ସରକାରଙ୍କୁ ପରୋକ୍ଷରେ ତୀର ମାରିଛନ୍ତି। ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ସରକାର ସଠିକ୍ ସମୟରେ ନିଷ୍ପତ୍ତି ନିଅନ୍ତି ନାହିଁ, ଯାହା ବହୁତ ବଡ ସମସ୍ୟା।
- ଆସାନସୋଲ ସିବିଆଇ କୋର୍ଟରେ ସ୍ୱତନ୍ତ୍ର ବିଚାରପତି ରାଜେଶ ଚକ୍ରବର୍ତ୍ତୀଙ୍କୁ ଏଭଳି ଧମକ ଆସିଛି। ତାଙ୍କ ପରିବାର ବିରୋଧରେ ଥିବା ଏକ ମିଥ୍ୟା NDPS(ନାର୍କୋଟିକ୍ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ସବଷ୍ଟାନ୍ସେସ୍ ଆକ୍ଟ) କେସ୍ରେ ଫସାଇ ଦିଆଯିବ। ଡ୍ରଗ୍ସର କମର୍ସିଆଲ୍ କ୍ୱାଣ୍ଟିଟି ବା ବଡ଼ ଧରଣର ଡ୍ରଗ୍ସ କାରବାର ଅଭିଯୋଗରେ ଫସାଇ ଦିଆଯିବ ବୋଲି ବାପା ଚାଟାର୍ଜୀ ନାମକ ବ୍ୟକ୍ତି ଏକ ଧମକପୂର୍ଣ୍ଣ ଚିଠି ଦେଇଥିବା ସିବିଆଇ ବିଚାରପତି ରାଜେଶ ଚକ୍ରବର୍ତ୍ତୀ କହିଛନ୍ତି।
- ମନି ଲଣ୍ଡରିଂ ମାମଲାରେ ଫସିଥିବା ଦିଲ୍ଲୀ ସ୍ୱାସ୍ଥ୍ୟାମନ୍ତ୍ରୀ ସତୈନ୍ଦ୍ର ଜୈନ୍ଙ୍କ ପତ୍ନୀ ପୁନମ ଜୈନଙ୍କୁ ବେଲ୍ ମିଳିଛି। ମଙ୍ଗଳବାର ଦିଲ୍ଲୀ ରାଉସ୍ ଏଭିନ୍ୟୁ କୋର୍ଟ ପୁନମ ଜୈନ୍ଙ୍କୁ ବେଲ୍ ଦେଇଛନ୍ତି।
- ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମୁଦ୍ରାସ୍ପିତି ତାର ଚରମ ସୀମାକୁ ଛୁଇଁ ସାରିଥିବା ଓ ଏବେ ଏହାକୁ ଧିରେ ଧିରେ ୪ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯିବ ବୋଲି କହିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ରୀୟ ବ୍ୟାଙ୍କ ଏବେ ପ୍ରତ୍ୟେକ ତଥ୍ୟ ଉପରେ ନଜର ରଖୁଛନ୍ତି, ଏଥିରେ ସାମାନ୍ୟ କୋହଳ ମଧ୍ୟ କରାଯିବନି।
- ଲୋନ୍ ଆପ୍ ଜରିଆରେ ଲକ୍ଷେ ଟଙ୍କା ଋଣ ଆଣି ଜଣେ ଶିକ୍ଷକ ବର୍ଷକ ମଧ୍ୟରେ ୩୭ ଲକ୍ଷ ଟଙ୍କା ସୁଝିବା ପରେ ଶେଷରେ ମାନସିକ ଭାରସାମ୍ୟ ହରାଇ ଏକ ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରି ଅଳ୍ପକେ ବଞ୍ଚି ଯାଇଛନ୍ତି । ଟ୍ରେନ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଶିକ୍ଷକ ଜଣକ ରକ୍ଷା ପାଇଯାଇଛନ୍ତି ।
- ଭାରତୀୟ ଷ୍ଟାର୍ ଟେନିସ ମହିଳା ଖେଳାଳି ସାନିଆ ମିର୍ଜା ନିଜ ପ୍ରଶଂସକଙ୍କୁ ଏକ ବଡ ଝଟକା ଦେଇଛନ୍ତି । ସେ ଆହତଜନିତ କାରଣରୁ ବର୍ଷର ଶେଷ ଗ୍ରାଣ୍ଡ୍ ସ୍ଲାମ୍ ଟୁର୍ଣ୍ଣାମେଣ୍ଟରୁ ନାଁ ଫେରସ୍ତ ନେଇଯାଇଛନ୍ତି । ସାନିଆ ନିଜେ ସୋସିଆଲ ମିଡିଆ ଜରିଆରେ ଏନେଇ ସୂଚନା ଦେଇଛନ୍ତି ।
- ବେନାମି କାରବାର (ନିଷିଦ୍ଧ) ସଂଶୋଧନ ନିୟମକୁ ପିଛିଲା ଭାବେ ଲାଗୁ କରାଯାଇପାରିବ ନାହିଁ ବୋଲି ସୁପ୍ରିମ୍କୋର୍ଟ ସ୍ପଷ୍ଟ କରିଛନ୍ତି। ଏଥି ସହିତ ନିୟମର ଧାରା (୩)(୨)କୁ ଅସାମ୍ବିଧାନିକ ବୋଲି କହିଛନ୍ତି। ଏହି ନିୟମକୁ ୨୦୧୬ ନଭେମ୍ବର ୧ରେ ଲାଗୁ କରାଯାଇଥିଲା।
- ବିଲ୍କିସ ବାନୋ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୧୧ ଦୋଷୀଙ୍କୁ ଜେଲ୍ରୁ ମୁକ୍ତ କରାଯିବା ଏବଂ ସେମାନଙ୍କୁ ଫୁଲମାଳ ପିନ୍ଧାଇ, ମିଠା ଖୁଆଇ ସ୍ବାଗତ କରାଯିବା ଆଦୌ ଠିକ୍ ନଥିଲା ବୋଲି କହିଛନ୍ତି ଏହି ମାମଲାର ଦଣ୍ଡାଦେଶ ଶୁଣାଇଥିବା ପୂର୍ବତନ ବିଚାରପତି ୟୁଡି ସାଲ୍ଭି।
- କର୍ଣ୍ଣାଟକରେ ବୀର ସବରକରଙ୍କ ପୋଷ୍ଟର ଲଗାଇବାପାଇଁ ଦକ୍ଷିଣପନ୍ଥୀ ଅନୁଷ୍ଠାନ ଗୁଡ଼ିକ ନିଷ୍ପତ୍ତି ନେଇଥିବା ବେଳେ ହିନ୍ଦୁ ସେନା ମୁଖ୍ୟ ପ୍ରମୋଦ ମୁଥାଲିକ ଆଜି ଏନେଇ ଏକ ଚେତାବନୀ ଦେଇଛନ୍ତି। ହିନ୍ଦୁ ସେନା ମୁଖ୍ୟ କହିଛନ୍ତି, ସବରକରଙ୍କ ପୋଷ୍ଟର୍ରେ ଯିଏ ହାତ ଲଗାଇବ ତା ହାତ କାଟି ଫୋପାଡ଼ିଦେବୁ।
- ନିର୍ବାଚନ ସମୟରେ ମାଗଣା ଘୋଷଣା ସଂସ୍କୃତି (ଫ୍ରିବି କଲ୍ଚର)କୁ ବନ୍ଦ କରିବା ପାଇଁ ହୋଇଥିବା ଆବେଦନ ଉପରେ ଶୁଣାଣି କରି ମଙ୍ଗଳବାର ସୁପ୍ରିମ୍କୋର୍ଟ କହିଲେ ଯେ ଦେଶର ମଙ୍ଗଳ ପାଇଁ ଏହା ଉପରେ ଏକ ବିତର୍କ ହେବା ଉଚିତ।
- ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ସଂରକ୍ଷଣ ଓ ମରାମତି ପ୍ରସଂଗରେ ହାଇକୋର୍ଟ ଶୁଣାଣି କରି ଆମିକସକ୍ୟୁରୀଙ୍କୁ ସାନି ସ୍ଥିତି ସଂପର୍କରେ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆମିକସକ୍ୟୁରୀ କୋଣାର୍କ ଗସ୍ତ କରିବେ।
- ୨୦୧୬ରୁ ଓଡ଼ିଶା ଅକ୍ଷୟ ଶକ୍ତି ନୀତି ପ୍ରଣୟନ ହେଲାଣି। ସରକାର ସେବେ ଲକ୍ଷ୍ୟ ରଖିଥିଲେ, ୨୦୨୨ ଶେଷ ସୁଦ୍ଧା ୨୭୫୦ ମେଗାୱାଟ୍ ବିଦ୍ୟୁତ୍ ଏହି କ୍ଷେତ୍ରରୁ ଉତ୍ପାଦନ କରିବେ। ଏନେଇ ପ୍ରସ୍ତୁତି ବି ଆରମ୍ଭ ହେଲା।
|
530 |
Y |
|
2122 |
24-08-2022 |
English |
- India on Tuesday reported 8,586 new coronavirus cases, taking the total number of Covid cases to 4,43,57,546.
- A day after JNU Vice Chancellor Santishree Dhulipudi Pandit's remarks that anthropologically Gods do not belong to the upper caste, she said it is to the credit of Hinduism that great dissenters from Gautam Buddha to BR Ambedkar are celebrated.
- Prime Minister Narendra Modi will address the National Conference of labour ministers of all states and union territories on August 25 at 4:30 pm via video conferencing.
- The BJP central leadership cautioned the party's national vice-president Dilip Ghosh over his recent remarks questioning CBI's impartiality and asked him to refrain from making such controversial remarks in future.
- All political parties including BJP are in favour of freebies and due to this a judicial attempt has been made to deal with it, said the Supreme Court on Tuesday while deliberating with a Public Interest litigation (PIL).
- Shiv Sena chief Uddhav Thackeray on Tuesday said the Maha Vikas Aghadi, his party's coalition with the Congress and NCP, continues despite being dethroned in Maharashtra.
- Railway Minister Ashwini Vaishnaw on Tuesday said that the Railways gives a concession of 55 per cent to its passengers and last year spent ₹ 62,000 crore on the subsidy.
- Chief justices of India will get rent-free accommodation for six months after demitting office while the top court judges will get round-the-clock security for one year upon superannuation, the government said Tuesday.
- Nationalist Congress Party chief Sharad Pawar on Tuesday urged opposition parties to keep aside differences and unite to take on the BJP in the 2024 Lok Sabha elections.
- Delhi Lieutenant Governor V K Saxena has sent a note to Chief Minister Arvind Kejriwal flagging that files without the latter's signature were being sent by the CMO for his opinion and approval, LG office sources said on Tuesday.
- Poonam Jain was out on interim bail, and Special Judge Geetanjali Goel on Saturday had ordered its continuation till the next date of hearing.
- Richest Indian Gautam Adani's group Tuesday said it will buy a majority stake in New Delhi Television Ltd, one of the nation's most popular news channels, as it looks to boost media investments as part of an ambitious expansion plan.
- Dozens of students of a private school in Ghatikia area here were allegedly confined in a room for hours by teachers, who claimed that the fees were not paid by the kids’ guardians.
- The Delhi High Court Tuesday observed that as per Mohammedan Law, a Muslim girl who has attained puberty can marry without her parents' consent and reside with her husband even if she is underage.
- The state government Tuesday decided to continue with the quarterly assessment of students at Plus II level for the academic session 2022-23.
- The TPCODL has also requested all its consumers to only connect to its dedicated 24X7 Toll Free customer care numbers 1912 / 18003457122 for any clarification related to power supply or disconnection.
- India successfully test fired Tuesday the ‘Vertical Launch Short Range Surface-to-Air Missile’ (VL-SRSAM) from the Integrated Test Range (ITR) in Chandipur off the Odisha coast, officials said
- The Supreme Court Tuesday referred to a constitution bench the petitions filed by the Shiv Sena and its rebel MLAs on constitutional issues of splits, merger, defection, and disqualification.
- The Central Bureau of Investigation (CBI) said Tuesday that its sleuths have arrested eight absconding accused in the carnage at Bogtui village in West Bengal's Birbhum district in which 10 persons were killed in the wee hours of March 21.
- Chief Minister Naveen Patnaik Tuesday inaugurated the ICICI Bank’s state-of-the-art phone banking centre in Bhubaneswar. The centre will provide direct employment to 1,200 individuals, most of them are from the state and 60 per cent of workforce are women.
|
534 |
Y |
|
2123 |
23-08-2022 |
Odia |
- ଗତ ଫେବ୍ରୁଆରି ମାସରୁ ଆରମ୍ଭ ହୋଇଥିବା ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ୟୁକ୍ରେନ୍ର ପ୍ରାୟ ୯୦୦୦ ସେନା କର୍ମଚାରୀଙ୍କ ମୃତ୍ୟୁ ହୋଇସାରିଲାଣି ବୋଲି ୟୁକ୍ରେନ୍ ସେନାମୁଖ୍ୟ ସୋମବାର କହିଛନ୍ତି।
- ରବିବାର ଜୟସିଂହପୁର ଖୋର ଅଞ୍ଚଳରେ ଥିବା ଏକ ରିସର୍ଟରେ ପୁଲିସ ଚଢ଼ଉ କରି ୧୩ ମହିଳାଙ୍କ ସମେତ ୮୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହରିୟାଣା, ପଞ୍ଜାବ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଇତ୍ୟାଦି ବିଭିନ୍ନ ରାଜ୍ୟର ବୋଲି ଜଣାପଡ଼ିଛି।
- ଦେଶବ୍ୟାପୀ ବିଭିନ୍ନ ରାଜ୍ୟରୁ ହଜାର ହଜାର ସଂଖ୍ୟାରେ କୃଷକ ଆଜି ଦିଲ୍ଲୀ ସ୍ଥିତ ଜନ୍ତର ମନ୍ତରରେ ପହଞ୍ଚି ‘ମହାପଞ୍ଚାୟତ’ କରିଛନ୍ତି। ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସକେଏମ୍) ପକ୍ଷରୁ ଏହି ‘ମହାପଞ୍ଚାୟତ’ ହୋଇଛି।
- ରାଜ୍ୟସ୍ତରୀୟ ୪୦ତମ ଚିତ୍ରକଳା ପ୍ରଦର୍ଶନୀ ଓ ପୁରସ୍କାର ମନୋନୟନ ପାଇଁ ଯେଉଁ ବିଚାରକମଣ୍ଡଳୀ ନିଯୁକ୍ତ ହୋଇଥିଲେ, ସେମାନଙ୍କ ଯୋଗ୍ୟତାକୁ ନେଇ ‘ଆର୍ଟିଷ୍ଟ ଗ୍ରୁପ୍ ଅଫ୍ ଓଡ଼ିଶା’ ପ୍ରଶ୍ନ ଉଠାଇଛି। ଶିଳ୍ପୀମାନଙ୍କ ସ୍ବାର୍ଥକୁ ନଜରରେ ରଖି ଏହାର ନିରପେକ୍ଷ ତଦନ୍ତ କରିବାକୁ ଏହି ଗ୍ରୁପ୍ ପକ୍ଷରୁ ସଂସ୍କୃତି ନିର୍ଦ୍ଦେଶକଙ୍କୁ ଲେଖାଯାଇଥିବା ଏକ ଚିଠି ଗତ ୨୦ ତାରିଖରୁ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି।
- କେନ୍ଦ୍ରୀୟ ଗୃହମନ୍ତ୍ରଣାଳୟ ସୋମାବାର ବିଳମ୍ୱିତ ସନ୍ଧ୍ୟାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତତ୍କାଳୀନ ଦିଲ୍ଲୀ ଅବକାରୀ ଆୟୁକ୍ତ ଆରବ ଗୋପି କୃଷ୍ଣା ଓ ଉପାୟୁକ୍ତ ଆନନ୍ଦ ତିୱାରିଙ୍କୁ କାର୍ଯ୍ୟରୁ ନିଲମ୍ୱିତ କରିଛନ୍ତି।
- ଭାରତ ମୋଟ ୩ ବିଲିୟନ ଡଲାର ବା ୨୪ ହଜାର କୋଟି ଟଙ୍କା ମୂଲ୍ୟର ୩୦ଟି ପ୍ରେଡେଟର ଡ୍ରୋନ କିଣିବ । ସେନା, ବାୟୁସେନା ଓ ନୌସେନାକୁ ୧୦ଟି ଲେଖାଏଁ ଡ୍ରୋନ ମିଳିବ ।
- ଜଣେ ସନ୍ଦିଗ୍ଧଙ୍କୁ ନିର୍ଦ୍ଦୟ ଭାବେ ମାଡ଼ ଦେଇ ତାଙ୍କୁ ଆଣ୍ଠୁରେ ମାଡ଼ି ବସୁଥିବା ଦୃଶ୍ୟସମ୍ବଳିତ ଭିଡିଓ ଭାଇରାଲ୍ ହେବା ପରେ ଆମେରିକାର ଆର୍କାନ୍ସାସ୍ ପ୍ରଦେଶରେ ୩ଜଣ ପୁଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି।
- ଶରଣାର୍ଥୀମାନଙ୍କୁ ନାଗରିକତ୍ବ ପ୍ରଦାନ କରାଯିବାରେ କଠୋର ସରକାରୀ ନୀତିନିୟମ ଥିବାରୁ ବହୁସଂଖ୍ୟକ ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀ ପାକିସ୍ତାନକୁ ଫେରିଯାଉଛନ୍ତି ବୋଲି ‘ସୀମନ୍ତ ଲୋକ ସଙ୍ଗଠନ’ କହିଛି।
- ମୁମ୍ବାଇର ‘ଚଲ୍’ ପୁନର୍ବିକାଶ ହୋଇଥିବା ଅନିୟମିତତା ସହିତ ଜଡ଼ିତ ‘ମନି ଲଣ୍ଡରିଙ୍ଗ୍’ ମାମଲାରେ ଆଜି ଏକ ସ୍ବତନ୍ତ୍ର ଅଦାଲତ ‘ଶିବସେନା’ ସାଂସଦ ସଞ୍ଜୟ ରାଉତଙ୍କ ବିଚାର ବିଭାଗୀୟ ହାଜତ ରହଣି ମିଆଦ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
- ଦୀର୍ଘ ୩୦ ଘଣ୍ଟା ଲଢ଼ିବା ପରେ ସୋମାଲିଆର ରାଜଧାନୀ ମୋଗାଦିଶୁରେ ‘ଅଲ୍-ଶବାବ୍’ ଆତଙ୍କବାଦୀମାନଙ୍କ କବଳରୁ ‘ହାୟାତ୍ ହେଟେଲ୍’କୁ ମୁକ୍ତ କରାଯାଇଥିବା କଥା ରବିବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।
- ୨୦୧୮ରୁ ୨୦୨୦ ମସିହା ମଧ୍ୟରେ ରାସ୍ତାରେ ଥିବା ଖାଲଖମା ଯୋଗୁଁ ହୋଇଥିବା ସଡକ ଦୁର୍ଘଟଣାରେ ମୋଟ ୫,୬୨୬ ଜଣଙ୍କ ଜୀବନ ଯାଇଛି । ସରକାରୀ ତଥ୍ୟରୁ ଏହି ସୂଚନା ମିଳିଛି । ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ୨୦୧୮ରେ ୨,୦୧୫ ଜଣ, 2୦୧୯ରେ ୨,୧୪୦ ଜଣ ଏବଂ ୨୦୨୦ରେ ୧,୪୭୧ ଜଣଙ୍କ ରାସ୍ତାରେ ଗାତ ଯୋଗୁଁ ଘଟିଥିବା ଦୁର୍ଘଟଣାରେ ମୃତ୍ୟୁ ହୋଇଛି।
- ରାଜଧାନୀ ଦିଲ୍ଲୀରେ ପ୍ରଶାସନିକ ସେବା ଉପରେ କାହାର ଅଧିକାର ରହିବ ରାଜ୍ୟ ନା କେନ୍ଦ୍ର ସରକାରଙ୍କର। ଏହାକୁ ନେଇ ଆମ୍ ଆଦମୀ ପାର୍ଟି ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଛି। ଏହି ମାମଲା ସଂପ୍ରତି ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି। ଏବେ ମାମଲାର ଶୁଣାଣି କରିବେ ପାଞ୍ଚ ଜଣିଆ ବୃହତ ଖଣ୍ଡପୀଠ।
- ସେପ୍ଟେମ୍ବର ୧୫ ଗୃହ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ ପଦ୍ମ ପୁରସ୍କାର ପାଇଁ ନାମାଙ୍କନ ଏବଂ ପ୍ରସ୍ତାବ ଦେବାର ଶେଷ ତାରିଖ ହେଉଛି ।
- ୨୦୧୮ ମସିହାରେ ଏକ କଥିତ ଦୁଷ୍କର୍ମ ମାମଲାରେ ଏଫଆଇଆର ରୁଜୁ କରାଇବା ନେଇ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । ଜଷ୍ଟିସ ୟୁୟୁ ଲଲିତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାରେ ନୋଟିସ ଜାରି କରିଛନ୍ତି । ମାମଲାରେ ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ୱରର ତୃତୀୟ ସପ୍ତାହରେ ହେବ।
- ଭିଜିଲାନ୍ସ ଜାଲରେ ବିଏମସିର ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଧରାପଡ଼ିଥିବା ୨ ଟ୍ଯାକ୍ସ କଲେକ୍ଟର ହେଲେ ୨୩ ନମ୍ବର ୱାର୍ଡର ଟ୍ଯାକ୍ସ କଲେକ୍ଟର ହେମନ୍ତ ସାହୁ ଓ ବିଏମସିର ପୂର୍ବତନ ଟ୍ଯାକ୍ସ କଲେକ୍ଟର ଯୋଗେନ୍ଦ୍ର ପ୍ରଧାନ।
- ସରକାର ସେମି ହାଇ ସ୍ପିଡ୍ ଟ୍ରେନ୍ ‘ବନ୍ଦେ ଭାରତ’ ଏକ୍ସପ୍ରେସ ଚଳାଇବେ। ‘ବନ୍ଦେ ଭାରତ’ ଟ୍ରେନର ବେଗ ଘଣ୍ଟା ପ୍ରତି ୧୬୦ରୁ ୨୪୦ କି.ମି. ରହିବ। ଏ ନେଇ ରେଳପକ୍ଷ ପକ୍ଷରୁ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଇଛି।
- ୟୁପିଆଇ ଏକ ଡିଜିଟାଲ ପବ୍ଲିକ୍ ଗୁଡ୍। ତାହା ସହ ୟୁପିଆଇ ସେବା ପାଇଁ କୌଣସି ଶୁଳ୍କ ଆଦାୟ କରାଯିବା ନେଇ ବିଚାର କରାଯାଇନାହଁ ବୋଲି କହିଛି ଅର୍ଥ ମନ୍ତ୍ରଣାଳୟ।
- ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି ଏହି ପ୍ରକ୍ରିୟା ସ୍ଵେଚ୍ଛାକୃତ।ଗୁଜବ ପ୍ରଚାରିତ ହୋଇଛି ଯେ, ଭୋଟର କାର୍ଡକୁ ଆଧାର ସହ ସଂଯୋଗ ନକଲେ ମତଦାତା ତାଲିକାରୁ ନାଁ କଟିଯିବ। ଏହି ଗୁଜବକୁ ନିର୍ବାଚନ ଆୟୋଗ ଖଣ୍ଡନ କରିଛନ୍ତି।
- ଦୁର୍ଗା ପୂଜା ଉତ୍ସବ ସେପ୍ଟେମ୍ବର ୧ରୁ ମଧ୍ୟ କୋଲକାତାରେ ଏକ ମେଗା ରାଲି ସହ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଦୁର୍ଗା ପୂଜାର ଆୟୋଜନ କରୁଥିବା ପ୍ରତ୍ୟେକ କମିଟିକୁ ଦିଆଯାଉଥିବା ଦାନ ରାଶିରେ ଗତ ବର୍ଷ ତୂଳନାରେ ୧୦ ହଜାର ଟଙ୍କା ବୃଦ୍ଧି କରିଛନ୍ତି।
- ଗୃହ ଋଣ ବଜାରର ପ୍ରମୁଖ କମ୍ପାନୀ ଏଲ୍ଆଇସି ହାଉସିଂଫାଇନାନ୍ସ ଏବଂ ବଜାଜ୍ ହାଉସିଂଫାଇନାନ୍ସ ସୋମବାର ସେମାନଙ୍କର ଗୃହ ଋଣ ସଧହାରରେ ବୃଦ୍ଧି ଘଟାଇଛନ୍ତି । ଦୁଇ କମ୍ପାନୀ ଋଣ ସୁଧହାରରେ ୦.୫୦ ପ୍ରତିଶତ ବୃଦ୍ଧ ଘଟାଇଛନ୍ତି ।
|
541 |
Y |
|
2124 |
23-08-2022 |
English |
- The flood situation in several northern districts was alarming Monday, as the swollen Subarnekha river inundated lowlying areas and left people in over 100 villages marooned, officials said.
- In deference to a direction from Chief Minister Naveen Patnaik, Secretary to CM (5T) VK Pandian Monday visited the new BMC building at Satya Nagar by Deloitte and O-Hub building by IBM in Infocity to review the progress of the projects and ensure their timely completion.
- Vigilance sleuths Monday arrested tax collector-cum-ward officer of Bhubaneswar Municipal Corporation (BMC) and his assistant for receiving bribe of `15,000 from a person to reduce the holding tax on the latter’s house.
- With only a few months left for the Hockey Men’s World Cup, 2023, the state government is moving into top gear to set global benchmarks by successfully hosting the mega sporting event.
- Jindal Steel & Power (JSP) has been selected for the prestigious National CSR Award 2020 in two categories by the Ministry of Corporate Affairs, Government of India.
- Officials of the Enforcement Directorate (ED) raided Monday the office of the Thakurani Iron Ore Mines at B-block here belonging to Sarada Mines Private Ltd under Barbil police limits and Joda mining circle in Keonjhar district. The raids were conducted on alleged charges of illegal mining and money laundering.
- Prime Minister Narendra Modi will visit Haryana and Punjab August 24 to inaugurate and dedicate two important healthcare initiatives.
- China Monday announced plans to issue visas to hundreds of Indian students stranded at home for over two years due to Beijing's strict COVID restrictions, besides various categories of travel permits for Indians including business visas.
- Universities and higher education institutions will soon be able to hire distinguished experts as faculty members under a new category for which formal academic qualification and publication requirements will not be mandatory.
- India's first commercial space situational awareness observatory, to track objects as small as 10 cm in size orbiting the earth, will be set up in the Garhwal region of Uttarakhand by Digantara, a space sector start-up.
- Chief Justice N V Ramana Monday said he has set up a five-judge Constitution bench to hear the legal issue concerning the scope of legislative and executive powers of the Centre and National Capital Territory government over control of services in Delh.
- The Aam Aadmi Party (AAP) today showed a video that it claimed reveals the BJP's attempt to lure its MLAs with Rs 5 crore and topple the Arvind Kejriwal government.
- The Supreme Court today referred the case relating to the claim over Shiv Sena to a Constitutional bench. It framed eight questions for the larger bench to decide in the battle between Eknath Shinde and Uddhav Thackeray.
- Prime Minister Narendra Modi will visit his home state Gujarat for two days this weekend, sources said. He will participate in the Khadi festival being organised at the Sabarmati River Front at 5.30 pm on Saturday.
- The Supreme Court on Tuesday criticisedyoga guru Baba Ramdev for his disparaging remarks on modern medicine systemslike allopathy.
- T Raja Singh, BJP MLA from Goshamahal in Telangana was arrested on Tuesday for his alleged derogatory comments against the Prophet Muhammad.
- The Supreme Court today agreed to list the challenge to the remission of 11 convicts in the Bilkis Bano case for hearing "in due course".
- BJP leader Sonali Phogat died of a heart attack last night in Goa. She was 43.
- India logged 8,586 new coronavirus infections taking total tally of cases to 4,43,57,546 while the active cases have declined to 96,506, according to the Union health ministry data updated today.
- Delhi Chief Minister Arvind Kejriwal and deputy Manish Sisodia will today interact with the youth in Gujarat's Bhavnagar on the issues of education and employment on the second day of their visit to the state where elections are due later this year.
|
512 |
Y |
|
2125 |
22-08-2022 |
Odia |
- ଆସନ୍ତା ମାସରେ ଉଜବେକିସ୍ତାନରେ ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ)ର ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ସମ୍ଭାବନା ରହିଛି।
- ରାଜସ୍ଥାନ ରାମଗଡ଼ ବିଧାନସଭା ମଣ୍ଡଳୀର ଜଣେ ପୂର୍ବତନ ବିଜେପି ବିଧାୟକଙ୍କର ଏକ ଭାଇରାଲ ଭିଡ଼ିଓ ଏବେ ତାଙ୍କ ପାଇଁ କାଳ ହୋଇଛି। ମୋ ସମର୍ଥକମାନେ ଗାଈ ଚୋରା ଚାଲାଣ କରୁଥିବା ୫ ଜଣଙ୍କୁ ମାରିଛନ୍ତି ବୋଲି ପୂର୍ବତନ ବିଧାୟକ କ୍ୟାମେରା ଆଗରେ ସ୍ବୀକାର କରିବା ପରେ ଅଲୱାର ପୁଲିସ ତାଙ୍କୁ ଗିରଫ କରିଛି।
- ବିଧାନସଭା ନିର୍ବାଚନ ପୂର୍ବରୁ ବଡ ଅଭିଯୋଗ ଆଣିଲା କଂଗ୍ରେସ | ଗୁଜୁରାଟର ବରିଷ୍ଠ କଂଗ୍ରେସ ନେତାମାନେ ଅଭିଯୋଗ କରିଛନ୍ତି ଯେ ରାଜ୍ୟର ନିର୍ବାଚନ ତାଲିକାରେ ଅତି କମରେ ୧୮ ରୁ ୨୦ ଲକ୍ଷ ନକଲି ଭୋଟର ଅଛନ୍ତି।
- ସ୍ବାସ୍ଥ୍ୟ ମନ୍ତ୍ରାଳୟର ପ୍ରସ୍ତାବ ଅନୁଯାୟୀ, ଏମ୍ସଗୁଡ଼ିକର ନାମ ସ୍ଥାନୀୟ ଅଞ୍ଚଳର ଖ୍ୟାତିସମ୍ପନ୍ନ ବ୍ୟକ୍ତି, ସ୍ବାଧୀନତା ସଂଗ୍ରାମୀଙ୍କ ନାମରେ କିମ୍ବା ଐତିହାସିକ ଘଟଣା କିମ୍ବା ସ୍ମାରକୀ ନାମରେ ନାମିତ କରାଯିବ। ୨୩ଟି ଏମ୍ସ ମଧ୍ୟରୁ ଅଧିକାଂଶ ଏମ୍ସ ନୂଆ ନାମ ସଂକ୍ରାନ୍ତ ତାଲିକା ଦାଖଲ କରିସାରିଛନ୍ତି। ଅଧିକାଂଶ ୩ରୁ ୪ଟି ଲେଖାଏଁ ନାମ ପ୍ରସ୍ତାବରେ ଦେଇଛନ୍ତି।
- ଅବକାରୀ ନୀତିରେ କଥିତ ଘୋଟାଲାର ତଦନ୍ତ ପରେ ଏବେ ସିବିଆଇ ଦିଲ୍ଲୀ ପରିବହନ ନିଗମ(ଡିଟିସି) ଦ୍ୱାରା ୧୦୦୦ ଲୋ ଫ୍ଲୋର ବସ କିଣାରେ କଥିତ ଭ୍ରଷ୍ଟାଚାର ଅଭିଯୋଗର ଏକ ଏଫଆଇଆର ରୁଜୁ କରି ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଛି ।ଅଧିକାରୀମାନେ ରବିବାର ଏ ବାବଦରେ ସୂଚନା ଦେଇଛନ୍ତି ।
- ୟୁପିଆଇ କାରବାରରେ ଚାର୍ଜ ଲାଗିବନି, ସ୍ପଷ୍ଟ କଲା ଅର୍ଥ ମନ୍ତ୍ରାଳୟ ।
- ବିହାରରେ ଜଣେ ଦିନ ମଜୁରିଆକୁ ଆୟକର ବିଭାଗ ସାଢ଼େ ୩୭ ଲକ୍ଷ ଟଙ୍କାର ନୋଟିସ ପଠାଇଛି।
- ସୀମା ବିବାଦ ଉପରେ ବିଦେଶ ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ- ଚୁକ୍ତିର ପାଳନ କରୁନି ଚୀନ ।
- ଗଡକରୀ କହିଛନ୍ତି, ସେ ଆଶା ରଖିଛନ୍ତି ମୁମ୍ବାଇର ନରିମମ ପଏଣ୍ଟରୁ ଦିଲ୍ଲୀ ପର୍ଯ୍ୟନ୍ତ ଏକ୍ସପ୍ରେସ୍ ଓ୍ଵେରେ ଯାତ୍ରା କରିବା ପାଇଁ ଆବଶ୍ୟକ ସମୟ ସୀମାକୁ ହ୍ରାସ କରି କେବଳ ୧୨ ଘଣ୍ଟା କରି ଦିଆଯିବ । ୧୨ ଘଣ୍ଟାରେ ନାଗରିକଙ୍କୁ ନରିମମ ପଏଣ୍ଟରୁ ଦିଲ୍ଲୀ ପହଞ୍ଚାଇବା ମୋର ସ୍ଵପ୍ନ। ୨୦୨୩ ମାର୍ଚ୍ଚ ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ଓ୍ଵେର ଉପଯୋଗ କରାଯାଇ ପାରିବ।
- କେନ୍ଦ୍ର ସରକାର ଦେଶର ପ୍ରଥମ ସରକାରୀ ପଞ୍ଚତାରକା ‘ଅଶୋକ ହୋଟେଲ’କୁ ଘରୋଇ ହାତକୁ ଟେକି ଦେବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ଏଥିଲାଗି ପ୍ରସ୍ତୁତ ପ୍ରସ୍ତାବରେ ସରକାର ଏହି ହୋଟେଲକୁ ୬୦ ବର୍ଷ ଲାଗି ଅପରେଟ, ମେଣ୍ଟେନ ଡେଭଲପ (ଓଏମଡି) ମଡେଲ ଭାବେ ପଟ୍ଟାରେ ପ୍ରଦାନ କରିବେ।
- ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଖାନଙ୍କ ବଢିଲା ଅଡୁଆ, ଆଣ୍ଟି ଟେରରିଜିମ ଆକ୍ଟରେ ମାମଲା ରୁଜୁ।
- ମହାନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଟିକରପଡ଼ା ସାତକୋଶିଆ ଗଣ୍ଡ ବଳଦମରା ଘାଟରେ ଥିବା ୩୨ଟି ଘଡ଼ିଆଳ ଛୁଆ କୁମ୍ଭୀର ଭାସିଆସିଥିବା ସୂଚନା ମିଳିଛି।
- ଚୀନ୍ର ମୁକାବିଲା ପାଇଁ ଜାପାନର ବିଶାଳ ପ୍ରସ୍ତୁତି, ୧ ହଜାର ଦୂରଗାମୀ କ୍ଷେପଣାସ୍ତ୍ର ମୁତୟନ କରିବ ।
- କୋଲକାତା ବିମାନ ବନ୍ଦରରେ ଅଭାବନୀୟ ଘଟଣା: ୯୦ ମିନିଟ୍ ଧରି ୧୧ଟି ବିମାନ ଅବତରଣ କରିପାରିଲାନି।
- ଭୟଙ୍କର ହେଉଛି ସୁବର୍ଣ୍ଣ ରେଖା, ବିପଦ ସଂକେତ ଟପିଲା ବୈତରଣୀ ଓ ଜଳକା।ବାଲେଶ୍ବର ଜିଲ୍ଲାପାଳଙ୍କୁ ଦିଆଯାଇଛି ସ୍ବତନ୍ତ୍ର ରିଲିଫ କମିଶନରଙ୍କ କ୍ଷମତା। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବ ହେଲିକପ୍ଟର।
- ୯ମ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ଛାୟା ଜାତିସଂଘ ଉଦ୍ଘାଟନ କଲେ ରାଜ୍ୟପାଳ ଗଣେଶୀ ଲାଲ।
- ଆସନ୍ତା ବର୍ଷ ଜାନୁଆରୀରେ ଇନ୍ଦୋରରେ ହେବ ୧୭ତମ ପ୍ରବାସୀ ଭାରତୀୟ ଦିବସ ୨୦୨୩।
- ବିହାର ଖାଗରିଆ ଜିଲାର ଜଣେ ଦିନ ମଜୁରିଆକୁ ୩୭.୫ ଲକ୍ଷ ଟଙ୍କାର ଆୟକର ନୋଟିସ ମିଳିଛି, ପୁଲିସ ତଦନ୍ତ ଜାରି।
- ଲକ୍ଷିମପୁର ଖେରିରୁ ଦିଲ୍ଲୀକୁ ଆସୁଥିବା କୃଷକନେତା ରାକେଶ ଟିକାୟତଙ୍କୁ ପୋଲିସ ହେପାଜତରେ ନେଇଛି। ଏନେଇ ରାକେଶ ଟିକାୟତ ଟୁଇଟ୍ କରି ସୂଚନା ଦେଇଛନ୍ତି। ସରକାରଙ୍କ ଇଶାରାରେ କାମ କରୁଥିବା ଦିଲ୍ଲୀ ପୋଲିସ କୃଷକଙ୍କ ସ୍ୱରକୁ ଦବେଇପାରିବ ନାହିଁ ବୋଲି ରାକେଶ କହିଛନ୍ତି।
- ମଦ୍ୟପ ଅବସ୍ଥାରେ ସାଙ୍ଗ ମାନେ ଜଣେ ୪୫ବର୍ଷୀୟ ଯୁବକଙ୍କ ମଳଦ୍ୱାରରେ ଷ୍ଟିଲ୍ ଗ୍ଲାସ୍ ପୁରାଇ ଦେଇଛନ୍ତି । ୮ ଦିନ ଧରି ଗ୍ଲାସ୍ ମଳଦ୍ୱାରରେ ରହିବା ପରେ ପେଟକୁ ପଳାଇଥିଲା । ଏମ୍କେସିଜିରେ ସଂପୃକ୍ତ ଯୁବକଙ୍କ ଅସ୍ତ୍ରୋପଚାର କରାଯାଇ ଷ୍ଟିଲ୍ ଗ୍ଲାସ୍ ପେଟରୁ ବାହାର କରାଯାଇଛି । ବର୍ତ୍ତମାନ ସେ ସୁସ୍ଥ ଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଛି ।
|
502 |
Y |
|
2126 |
22-08-2022 |
English |
- India on Sunday recorded 11,539 fresh coronavirus infections that pushed its tally to 4,43,39,429, while the number of active cases came down to 99,879, according to Union health ministry data.
- Union Minister Nitin Gadkari on Sunday said mistakes in detailed project reports (DPRs) prepared by consultants were to blame for road accidents that kill more than 1.50 lakh people annually across the country.
- A woman PhD student from CSIR-National Chemical Laboratory in Pune on Sunday flagged the lack of a proper sanitary pad disposal mechanism at CSIR institutes in an interaction with Union minister Jitendra Singh.
- Authorities in Balasore and Mayurbhanj districts have launched a massive evacuation drive in low-lying areas, officials said Sunday, as water in Subarnarekha and Baitarani – the two major rivers flowing through the region – breached the danger mark at many places
- Universities and higher education institutions across the country will now be allowed to create up to 25 per cent supernumerary seats for foreign students in their undergraduate (UG) and postgraduate (PG) programmes, UGC chairman Jagadesh Kumar has told PTI.
- Mobile internet services across 25 districts of Assam were suspended for four hours Sunday to prevent possible malpractices as the state government conducted written examinations for Grade IV posts in its various departments.
- With less than five months left for the FIH Men’s Hockey World Cup 2023 to commence, hockey lovers across the world are excitedly looking towards Odisha, which will host the mega sporting event.
- Not just adults, children who suffered from Covid19 are also at an increased risk of cognitive deficit, insomnia, ischaemic stroke, nerve/psychotic disorders and epilepsy or seizures even months after they were infected, a large-scale observational study of over 1.25 million patient health records has revealed.
- A boy from Odisha, Aryan Bramhin, has been selected to the Indian team for the forthcoming 9th Asian Men’s Youth Handball Championship 2022 to be held from August 20 to 31 in Manama, Bahrain.
- Veteran politician and former Gujarat Chief Minister Shankersinh Vaghela Sunday floated a new party, Praja Shakti Democratic Party. His party will contest the upcoming Assembly elections in Gujarat.
- Facing the heat in the excise policy "corruption" case, Delhi's Deputy Chief Minister Manish Sisodia Sunday claimed the CBI issued a Look Out Circular against him, but agency officials denied it and said the LOCs were only against eight ''private'' persons named in the FIR.
- Bihar Chief Minister Nitish Kumar could emerge as a "strong candidate" for Prime Minister in 2024 if opposition parties agreed to consider him for the job, RJD leader Tejashwi Yadav said Sunday.
- The government has firmed up a proposal to give specific names to all the AIIMS, including that in Delhi, based on regional heroes, freedom fighters, historical events or monuments of the area or their distinct geographical identity.
- The government has no plans to import wheat as it has sufficient stocks to meet the country’s requirements, official sources said. The Food Corporation of India (FCI) has enough stock for public distribution, they added.
- Five of the top-10 valued firms together lost `30,737.51 crore in market valuation last week, with Reliance Industries Limited taking the biggest hit. In the holiday-shortened week, the Sensex advanced 183.37 points or 0.30 per cent.
- Freebies are never ‘free’ and when political parties offer such schemes, they must be required to make the financing and trade-offs clear to voters, RBI Monetary Policy Committee (MPC) Member Ashima Goyal said Sunday, adding this would reduce the temptation towards “competitive populism”.
- Delhi Police on Monday heightened the security at the Singhu and Ghazipur borders on the Delhi-Meerut expressway ahead of a farmers' protest at Jantar Mantar against unemployment.
- The Finance Ministry on Sunday said United Payments Interface (UPI) is a digital public good and there is no consideration in the government to levy any charges on this.
- Litigation is like a bleeding wound and the more it is allowed to bleed, the more will the man suffer, Chief Justice of India-designate Justice Uday Umesh Lalit said on Sunday.
- Bollywood actor Ranveer Singh has sought more time to join the investigation in the case of the nude photographs registered against him, police said on Sunday.
|
519 |
Y |
|
2127 |
21-08-2022 |
Odia |
- ଚଣ୍ଡିଗଡ଼ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରର ନାଁ ସହୀଦ ଭଗତ ସିଂହଙ୍କ ନାଁରେ ନାମିତ ହେବ। ଏହା ଉପରେ ଉଭୟ ପଞ୍ଜାବ ଓ ହରିଆଣା ସରକାର ସହମତି ପ୍ରକାଶ କରିଛନ୍ତି।
- ୟୁରୋପୀୟ ୟୁନିୟନ ଦେଶ ହେଉ କି ଚୀନ ଏଠାରେ ବୟସ୍କ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଆଗକୁ ବିଶ୍ୱ ସ୍ତରରେ ଏହି ସମସ୍ୟା ଦେଖାଦେବ। ୨୦୫୦ ବେଳକୁ ୬୫ ବର୍ଷୀୟ ଲୋକଙ୍କ ସଂକ୍ୟା ଦୁଇଗଣ ହୋଇଯିବ ବୋଲି ଆକଳନରୁ କୁହାଯାଇଛି।
- ବିଦେଶୀ ମୁଦ୍ରା ପରିମାଣ ଅତି ନିମ୍ନସ୍ତରକୁ ଖସିଯାଇଛି। ଫଳରେ ଭୁଟାନ ସରକାର ୟୁଟିଲିଟି ଯାନ, ହେଭି ଆର୍ଥମୁଭିଂ ମେସିନ ଏବଂ କୃଷି ଯନ୍ତ୍ରପାତିକୁ ଛାଡ଼ିଦେଲେ ଅନ୍ୟ ସବୁପ୍ରକାର ଗାଡ଼ି ଆମଦାନିକୁ ନିଷିଦ୍ଧ କରିଛନ୍ତି।
- ଅଗଷ୍ଟ ୨୦, ୨୦୨୨ ଦିନ ପ୍ରକାଶିତ ତଥ୍ୟ ଅନୁସାରେ ଜୁନ, ୨୦୨୨ରେ ଇପିଏଫ୍ଓରେ ୧୮.୩୬ ଲକ୍ଷ ସଦସ୍ୟ ଯୋଡି ହୋଇଛନ୍ତି। ଗତବର୍ଷ ମେ ୨୦୨୨ ହିସାବକୁ ଦେଖିଲେ ଯୋଡି ହୋଇଥିବା ମୋଟ ସଦସ୍ୟଙ୍କ ସଂଖ୍ୟା ଜୁନ, ୨୦୨୨ରେ ଶତକଡା ୯.୨୧ ଭାଗ ବୃଦ୍ଧି ପାଇଛି। ଏପ୍ରିଲ ୨୦୨୨ଠାରୁ ନୂତନ ସଭ୍ୟ ଯୋଗ ଦେବା ଧାରାରେ ବୃଦ୍ଧି ପରିଲକ୍ଷିତ ହୋଇଛି।
- ଜାପାନର ଜାତୀୟ ଟିକସ ଏଜେନ୍ସି (ଏନ୍ଟିଏ) ପକ୍ଷରୁ ଏକ ଅଭିନବ ‘ସେକ୍ ଭିଭା’ ଅଭିଯାନ ଘୋଷଣା କରାଯାଇଛି। ଏନ୍ଟିଏର ଏହି ଯୋଜନା ଅନୁସାରେ ଯୁବବର୍ଗଙ୍କୁ ଅଧିକ ମଦ୍ୟପାନ ପାଇଁ ପ୍ରୋତ୍ସାହିତ କରାଯାଉଛି। ଏହା ଏକ ବ୍ୟବସାୟିକ ପ୍ରତିଯୋଗିତା।
- ଜାପାନରେ ‘ସେକ୍ ଭିଭା’ ଅଭିଯାନରେ ୨୦ରୁ ୩୯ ବର୍ଷ ବୟସ-ବର୍ଗର ଲୋକଙ୍କୁ ଏହି ଯୋଜନାରେ ସାମିଲ ହେବା ପାଇଁ ଆହ୍ବାନ ଦିଆଯାଇଛି। ଯୁବବର୍ଗ ଅଧିକ ମଦ ପିଇବା ଦ୍ବାରା ରାଜସ୍ବ ବୃଦ୍ଧି ପାଇବା ସହ ପ୍ରଜନନ ହାର ମଧ୍ୟ ବୃଦ୍ଧି ପାଇବ ବୋଲି ସରକାର ଆଶା କରୁଛନ୍ତି।
- କୋର୍ଟଗୁଡ଼ିକରେ ପଡ଼ିରହିଥିବା ମାମଲାଗୁଡ଼ିକର ସଂଖ୍ୟା ୫ କୋଟି ଛୁଇଁବାକୁ ବସିଥିବା ବେଳେ ଆଇନ ମନ୍ତ୍ରୀ କିରଣ ରିଜିଜୁ ଆଜି କହିଛନ୍ତି ଯେ ଜଣେ ବିଚାରପତି ୫୦ଟି ମାମଲା ଫଏସଲା କଲାବେଳେ ୧୦୦ଟି ନୂଆ ମାମଲା ରୁଜୁ ହୋଇଯାଉଛି।
- ଗତ ଦୁଇମାସର ତଦନ୍ତ ଓ ଅନୁସନ୍ଧାନ ପରେ ଦିଲ୍ଲୀ ପୁଲିସ ୫୦୦ କୋଟିରୁ ଅଧିକ ରାଶିର ଇନଷ୍ଟାଣ୍ଟ ଲୋନ୍ କମ୍ ଏକ୍ସଟୋର୍ସନ ରୢାକେଟ୍କୁ ଧରିଛି। ଦେଶର ବିଭିନ୍ନ ସ୍ଥାନରୁ ୨୨ ଜଣଙ୍କୁ ଗିରଫ କରିଛି।
- ଭାରତୀୟ ସେନାରେ ଭର୍ତ୍ତି ହେବା ପାଇଁ ଆଗ୍ରହୀ ଥିବା ମହିଳାଙ୍କ ସକାଶେ ଏକ ବଡ଼ ଖବର। ଅଗ୍ନିପଥ ଯୋଜନା ମାଧ୍ୟମରେ ମହିଳା ଅଗ୍ନିବୀରମାନଙ୍କ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।
- ଦୁନିଆର ଦ୍ୱିତୀୟ ସବୁଠୁ ବଡ ସିନେମା ଅପରେଟର ସିନେୱାର୍ଲଡ ଆମେରିକାରେ ନିଜକୁ ଦେବାଳିଆ ଘୋଷଣା କରିବା ପାଇଁ ଆବେଦନ କରିବାକୁ ଯୋଜନା କରୁଛି । ୱାଲ ଷ୍ଟ୍ରିଟ ଜର୍ଣ୍ଣାଲର ରିପୋର୍ଟ ଅନୁସାରେ, କାମ୍ପାନି ଆମେରିକା ଏବଂ ବ୍ରିଟେନରେ ବ୍ୟାଙ୍କରପ୍ସୀ ପ୍ରୋସେସ ଉପରେ ପରାମର୍ଶ ଦେବା ପାଇଁ କିର୍କଲ୍ୟାଣ୍ଡ ଏବଂ ଏଲିସ ଏଲଏଲପିର ଆଇନଜୀବୀ ଏବଂ ଏଲିସ୍କାପାର୍ଟର୍ସଙ୍କୁ ପରାମର୍ଶଦାତା ନିଯୁକ୍ତ କରିଛି । ଏହି ଖବର ସାମନାକୁ ଆସିବା ପରେ ଶୁକ୍ରବାର ସିନେୱାର୍ଲଡ ଗ୍ରୁପର କମ୍ପାନି ପିଏଲସିର ସେୟାରରେ ୮୨ ପ୍ରତିଶତ ଯାଏଁ ହ୍ରାସ ଦେଖିବାକୁ ମିଳିଥିଲା।
- ବନ୍ୟାରେ ଭାଙ୍ଗିଲା ରାଜ୍ୟର ୧୮୬୬ ଘର । ୧୩ ଜିଲ୍ଲାର ୬୦୭ ପଞ୍ଚାୟତ ପ୍ରଭାବିତ । ଏବେ ବି ଜଳବନ୍ଦୀ ଅବସ୍ଥାରେ ୪ ଲକ୍ଷ ୭୨ ହଜାର ଲୋକ ।
- ଏଏସ୍ଓ ପଦବି ପାଇଁ ଲିଖିତ ପରୀକ୍ଷା ଅଗଷ୍ଟ ୨୭ରେ ହେବ ବୋଲି ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ସୂଚନା ଦିଆଯାଇଛି।
- ବନ୍ୟା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଲେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । କହିଲେ, ରାଜ୍ୟରେ ବନ୍ୟା ସ୍ଥିତି ନିୟନ୍ତ୍ରଣ ଭିତରେ ।
- ୧୦ ଲକ୍ଷ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ବାଲିଯାତ୍ରା ଆୟୋଜନ ପାଇଁ ଅଣ୍ଟା ଭିଡିଲା ପ୍ରଶାସନ ।
- ଏକ ମାନହାନୀ ମକଦ୍ଦମା ମାମଲାରେ ଆପ ନେତାଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ଦିଲ୍ଲୀର ରାଉସ ଏଭିନ୍ୟୁ କୋର୍ଟ। ଶନିବାର ମାଜିଷ୍ଟ୍ରେଟ୍ ବିଧି ଗୁପ୍ତା ମାମଲାର ଶୁଣାଣି କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍, ମନୀଷ ସିସୋଦିଆ, ଯୋଗେନ୍ଦ୍ର ଯାଦବଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି। ଏହି ନେତମାନଙ୍କ ବିରୋଧରେ ଅପରାଧିକ ଅପରାଧିକ ମାନହାନୀ ମାମଲା ହୋଇଥିଲା।
- ଆତତାୟୀର ଛୁରାମାଡରେ ଗୁରୁତର ହୋଇଥିବା ଲେଖକ ସଲମାନ ରସଦିଙ୍କ ଚିକିତ୍ସା ଜାରି ରହିଛି । ଏବେବି ସେ ବିପଦରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ ହୋଇନାହାଁନ୍ତି । ଶୁକ୍ରବାର ନ୍ୟୁୟର୍କରେ ଥିବା ଏକ ସାଧାରଣ ଲାଇବ୍ରେରୀ ସାମ୍ନାରେ ଶହଶହ ଲୋକେ ଏକାଠି ହୋଇ ରସଦିଙ୍କ ସପକ୍ଷରେ ବୟାନବାଜି କରିଥିଲେ ।
- ଦେଶରେ ୫-ଜି ଲଞ୍ଚ ପାଇଁ ଯଥାଶୀଘ୍ର ପ୍ରସ୍ତୁତ ହେବାକୁ ଟେଲିକମ୍ କମ୍ପାନୀଗୁଡ଼ିକୁ ସୂଚନା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ନିର୍ଦେଶ ଦେଇଛନ୍ତି । ପ୍ରଥମ ପଦକ୍ଷେପ ସ୍ବରୂପ ସେ ସ୍ପେକ୍ଟ୍ରମ ଅଧିଗ୍ରହଣ ଚିଠି କରିଥିଲେ । ଟେଲିକମ୍ କମ୍ପାନୀଗୁଡ଼ିକ ଠାରୁ ସରକାର ୧୭,୮୭୬ କୋଟି ଟଙ୍କା ଅର୍ଥ ପାଇଛନ୍ତି ।
- ଭୁବନେଶ୍ୱରର ଏମ୍ସରେ ଘଟିଛି ଦୁଃଖଦ ଘଟଣା। ୫ ମହଲାରୁ ଡେଇଁ ଜୀବନ ହାରିଛନ୍ତି ରୋଗୀ । ସ୍ତ୍ରୀଙ୍କ ଆଗରେ ସ୍ବାମୀ ଜୀବନ ହାରିଛନ୍ତି ସ୍ବାମୀ । ଏମ୍ସର ପ୍ଲାଷ୍ଟିକ ସର୍ଜରୀ ଓ୍ବାର୍ଡରେ ଚିକିତ୍ସିତ ହେଉଥିଲେ ପୁରୀ ଅଞ୍ଚଳର ମହେନ୍ଦ୍ର ସ୍ବାଇଁ ।
- ଚନା ଅନୁଯାୟୀ, ଯୁକ୍ତ ୨ ପ୍ରଥମ ପ୍ରର୍ଯ୍ଯାୟ ନାମଲେଖା ତାରିଖ ଅଗଷ୍ଟ ୧୯କୁ ୨୫ ତାରିଖ ସ୍ଥିର କରାଯାଇଥିବା ବେଳେ ଏହା ଅଗଷ୍ଟ ୩୦ ତାରିଖକୁ ବୃଦ୍ଧି କରାଯାଇଛି। ସେହିପରି ଦ୍ବିତୀୟ ପର୍ଯ୍ଯାୟ ନାମଲେଖା ଅବଧି ସେପ୍ଟେମ୍ବର ୫ରୁ ୭ ତାରିଖ ଥିବାବେଳେ ତାହା ସେପ୍ଟେମ୍ବର ୮ରୁ ୧୦ ତାରିଖ ପର୍ଯ୍ଯନ୍ତ ଘୁଞ୍ଚାଇ ଦିଆଯାଇଛି। ତତକାଳ ନାମଲେଖା ( ସ୍ପଟ୍ ସିଲେକସନ) ର ଅବଧି ସେପ୍ଟେମ୍ବର ୧୫ ଓ ୧୬ ତାରିଖ ରଖାଯାଇଥିଲା।
- ସୁନ୍ଦରଗଡ଼ ସହରର ଶଙ୍କରାଠାରେ ନିର୍ମିତ ନୂତନ ସରକାରୀ ମେଡିକାଲ କଲେଜରେ ଏମବିବିଏସ୍ ପାଠପଢ଼ା ଲାଗି ନାସନାଲ ମେଡିକାଲ କମିଶନ ବିଧିବଦ୍ଧ ଅନୁମତି ଦେଇଛନ୍ତି। ୧୦୦ଟି ସିଟ୍ ଲାଗି ଏହି ମଞ୍ଜୁରୀ ମିଳିଛି। ୨୦୨୨-୨୩ ଶିକ୍ଷାବର୍ଷରୁ ପାଠପଢ଼ା ପାଇଁ କମିଶନ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଅନୁମତି ପ୍ରଦାନ କରିଛନ୍ତି।
|
511 |
Y |
|
2128 |
21-08-2022 |
English |
- Chief Justice of India (CJI) NV Ramana Saturday said that if people lose faith and trust in the judiciary, the very survival of democracy will be at stake.
- The movement of pilgrims to Mata Vaishno Devi Shrine in Katra town in the Reasi district of Jammu and Kashmir will resume on Sunday morning after a temporary suspension due to inclement weather conditions on Saturday.
- India recorded a total of 13,272 new coronavirus cases in the last 24 hours, taking the total number of Covid cases to 4,43,27,890,
- Jharkhand Chief Minister Hemant Soren on Saturday approved the formation of a panel, which will suggest his government on the issues related to reservation for scheduled castes(SCs), scheduled tribes (STs) and other backward classes(OBCs).
- Uttar Pradesh Higher Education Minister Yogendra Upadhyay had to return without attending an exhibition as the entrance gate of Agra College here wasn't opened for him on Saturday.
- The Delhi government will soon release a phone number that will facilitate the city residents to select whether or not they want to keep availing the free electricity scheme from October 1.
- Chief Justice of India Justice N V Ramana on Saturday stressed on developing a model of education that teaches students how to face real-life challenges.
- The Punjab and Haryana governments have agreed to rename Chandigarh's international airport after Shaheed Bhagat Singh, Punjab Chief Minister Bhagwant Mann said on Saturday after a meeting between the two governments.
- The Delhi Excise Policy 2021-22 was the "best" of its kind and would have earned ₹ 10,000 crore every year had the former lieutenant governor not been "asked" to change his decision at the last minute, Deputy Chief Minister Manish Sisodia said.
- The examination for the post of assistant section officer (ASO), which was postponed in view of the dislocation caused by heavy rainfall and flood, will be conducted August 27, the Odisha Public Service Commission (OPSC) said Saturday.
- A 39- year-old patient Saturday committed suicide by jumping off the fifth floor of the All India Institute of Medical Sciences (AIIMS) at Patrapada under Khandagiri police limits here
- All households in Berhampur Municipal Corporation (BeMC) will be provided 24-hour water supply by the year 2023. A decision to this effect was taken at a review meeting of officials of Ganjam, Kandhamal and Gajapati districts here Saturday
- : A farmers’ agitation seeking the removal of Union Minister Ajay Kumar Mishra and a law guaranteeing Minimum Support Price among other demands was called off Saturday after top district officials met the protesters, farmer leader Rakesh Tikait said.
- Married women prisoners will soon be able to wear a ‘mangalsutra’ and observe festivals like Karva Chauth and Teej in Uttar Pradesh jails, according to provisions of the new jail manual, which will replace the colonial-era rules in the state.
- The Railway Protection Force Saturday rescued 67 live turtles from a coach of Ajmer-Kishanganj Garib Nawaz Express at Kishanganj station.
- With the number of pending cases nearing the 5-crore mark, Law Minister Kiren Rijiju Saturday said if a judge disposes of 50 cases, 100 new litigations are filed as people are more aware now and approach courts to settle disputes.
- Bihar Deputy Chief Minister Tejashwi Prasad Yadav Saturday came out with a list of directives for cabinet colleagues belonging to the RJD, in an obvious attempt at image makeover for his party.
- Bhutan will ban the import of all vehicles except utility vehicles, heavy earthmoving machines and agriculture machinery to save dwindling foreign exchange reserves, the government said in a notice seen by Reuters Friday
- As many as 113 revellers were injured in“Dahi-handi”-related incidents in Mumbai and neighbouring Thane, as mishaps marred the Krishna Janmashtami celebrations in the metropolis and neighbouring Thane districts on Friday.
- Telangana, Tamil Nadu, Odisha, Uttar Pradesh and Himachal Pradesh have become top five performing States with the highest number of open defecation free (ODF) villages in the country having sustainable waste management facilities under Swachh Bharat Mission Gramin (SBM-G), the central flagship.
|
573 |
Y |
|
2129 |
20-08-2022 |
Odia |
- ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ଆଜି ଉପମୁଖ୍ୟମନ୍ତ୍ରୀ ସିସୋଦିଆ ଏବଂ ଅନ୍ୟ ୩ ସରକାରୀ ଅଧିକାରୀଙ୍କ ବିଭିନ୍ନ ଠିକଣାରେ ଚଢ଼ଉ କରିଛି।
- ପୁଣିଥରେ ଆମେରିକାର ନ୍ୟୁୟର୍କରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ ଦୁର୍ବୃତ୍ତମାନେ ଭାଙ୍ଗିଲେ । ଦୁଇ ସପ୍ତାହ ମଧ୍ୟରେ ଏହା ଦ୍ୱିତୀୟ ଘଟଣା।
- ଉତ୍ତର ପ୍ରଦେଶରେ ପ୍ରତିଷ୍ଠା ହୋଇଥିବା ଦେଶର ଦ୍ବିତୀୟ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ କରିଡରରେ ଅତ୍ୟାଧୁନିକ ପାରାସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ବ୍ରହ୍ମୋସ୍ ଆସନ୍ତା ୩ ବର୍ଷ ଅର୍ଥାତ୍ ୨୦୨୫ ସୁଦ୍ଧା ନିର୍ମାଣ ହେବ। ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
- ହାଇକୋର୍ଟମାନଙ୍କରେ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନ୍ଭି ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ ୨୫୦ଟି ନାମ ସୁପାରିସ କରିଥିଲେ। ପ୍ରାୟ ସମସ୍ତ ସୁପାରିସକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି।
- ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନ୍ଡିଏ ଛାଡ଼ି ଆର୍ଜେଡି ସହ ହାତ ମିଳାଇବା ପରେ ତାଙ୍କ ୨୦୨୪ ଲକ୍ଷ୍ୟକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ନୀତୀଶ ୨୦୨୪ରେ ବିରୋଧୀ ଦଳଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି।
- ବଙ୍ଗୋପ ସାଗରରେ ଶୁକ୍ରବାର ଦିନ ଏକ ଟ୍ରଲର ବୁଡ଼ି ଯିବାଫଳରେ ୧୮ ଜଣ ଧୀବର ନିଖୋଜ ହୋଇ ଯାଇଛନ୍ତି। ଦକ୍ଷିଣ ୨୪ ପ୍ରଗଣାର କାକଦ୍ବୀପ ଅଞ୍ଚଳରେ ଆଜି ଏହି ଦୁର୍ଘଟଣା ଘଟିଛି।
- କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲାଙ୍କ କାର୍ଯ୍ୟକାଳ ଆଉ ଏକ ବର୍ଷ ପାଇଁ ବୃଦ୍ଧି କରିଛନ୍ତି। ତୃତୀୟ ଥର ପାଇଁ ସରକାର ଭଲ୍ଲାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି। ୨୦୨୩, ଅଗଷ୍ଟ ୨୨ ପର୍ଯ୍ୟନ୍ତ ଭଲ୍ଲାଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି।
- ଭାରତ ସହ ଶାନ୍ତିପୂର୍ଣ୍ଣ ସଂପର୍କ ରଖିବାକୁ ଚାହୁଁଛୁ, ଯାହାକି ସମାନତା, ନ୍ୟାୟ, ପାରସ୍ପରିକ ସମ୍ମାନ ଉପରେ ପର୍ଯ୍ୟବେଶିତ ହୋଇଥିବ ବୋଲି କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ।
- ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ହକିରେ ଭାରତ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ଶୋଚନୀୟ ପରାଜୟ ବରଣ କରିଥିଲେ ମଧ୍ୟ ରୌପ୍ୟ ପଦକ ଜିତିବା କିଛି କମ ବଡ଼ ଉପଲବ୍ଧି ନଥିଲା।
- ନିଜର ବିମାନ ଉଡାଣ ପାଇଁ ଅନେକ ବିଶ୍ୱ ରେକର୍ଡର ଅଧିକାରୀ ଭାରତୀୟ ପାଇଲଟ ଜୋୟା ଅଗ୍ରୱାଲଙ୍କୁ ଏସଏଫଓ ବିମାନ ସଂଗ୍ରହାଳୟ (ମ୍ୟୁଜିୟମ)ରେ ସ୍ଥାନ ମିଳିଛି । କ୍ୟାପ୍ଟେନ ଜୋୟା ଏୟାର ଇଣ୍ଡିଆର ବିମାନ ବୋଇଙ୍ଗ-୭୭୭ର ବରିଷ୍ଠ ପାଇଲଟ । ତାଙ୍କ ନିକଟରେ ୧୦ ବର୍ଷରୁ ଅଧିକ ବିମାନ ଉଡାଇବାର ଅଭିଜ୍ଞତା ରହିଛି ।
- ମଙ୍କିପକ୍ସ ନମୂନା ପରୀକ୍ଷଣ ପାଇଁ ଦେଶର ପ୍ରଥମ ସ୍ୱଦେଶୀ ନିର୍ମିତ ଆରଟିପିସିଆର କିଟ୍ ଆନ୍ଧ୍ର ପ୍ରଦେଶର ମେଡଟେକ ଜୋନରେ ଶୁଭାରମ୍ଭ କରାଯାଇଛି । ଏହି କିଟକୁ ଟ୍ରାନ୍ସ ଏସିଆ ବାୟୋ ମେଡିକାଲ୍ସ ପକ୍ଷରୁ ବିକଶିତ କରାଯାଇଥିବା ଏହି କିଟକୁ କେନ୍ଦ୍ର ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଅଜୟ କୁମାର ସୁଦ ଲଞ୍ଚ କରିଛନ୍ତି ।
- ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହି ସର୍ଭେରେ ୧.୧ ଲକ୍ଷ ମହିଳା ଏବଂ ଏକ ଲକ୍ଷ ପୁରୁଷଙ୍କୁ ସାମିଲ୍ କରାଯାଇଛି। ସର୍ଭେରୁ ଜଣା ପଡିଛି ଯେ, ଅନେକ ରାଜ୍ୟରେ ପୁରୁଷଙ୍କ ତୂଳନାରେ ମହିଳାଙ୍କ ଅଧିକ ସେକ୍ସ ପାର୍ଟନର ଅଛନ୍ତି।
- ଏହି ରାଜ୍ୟଗୁଡିକ ହେଉଛି ରାଜସ୍ଥାନ, ହରିୟାଣା, ଚଣ୍ଡିଗଡ, ଜାମ୍ମୁ-କାଶ୍ମୀର, ଲଦାଖ, ମଧ୍ୟ ପ୍ରଦେଶ, ଆସାମ, କେରଳ, ଲାକ୍ଷାଦ୍ଵୀପ, ପୁଡୁଚେରୀ ଏବଂ ତାମିଲନାଡୁ। ରାଜ୍ୟ ତାଲିକାରେ ରାଜସ୍ଥାନ ଶୀର୍ଷରେ ରହିଛି। ଯେଉଁଠି ମହିଳାଙ୍କ ହାରାହାରି ୩.୧ ପାର୍ଟନର ଥିବା ବେଳେ ପୁରୁଷଙ୍କ ହାରାହାରି ୧.୮ ପାର୍ଟନର ଅଛନ୍ତି।
- ଦିଲ୍ଲୀ ଶିକ୍ଷା ମଡେଲ୍ ବିଷୟରେ ବିଦେଶୀ ଗଣମାଧ୍ୟମକୁ ପଇସା ଦେଇ କେଜରିୱାଲଙ୍କ ସରକାର ବିଜ୍ଞାପନ ବାହାର କରିଥିବା ବିଜେପିର ଅଭିଯୋଗ ଆଣିଥିଲା। ଏବେ ଏହା ଉପରେ ପ୍ରତିକ୍ରିୟା ରଖି ବିଜେପିର ମୁହଁ ବନ୍ଦ କରି ଦେଇଛି ଆମେରିକାର ପ୍ରତିଷ୍ଠିତ ଖବର କାଗଜ ନ୍ୟୁୟର୍କ ଟାଇମ୍ସ ବା NYT। ବିଜେପି ଅଭିଯୋଗକୁ ଖଣ୍ଡନ କରି NYT କହିଛି ଆମ ରିପୋର୍ଟ ସମ୍ପୂର୍ଣ୍ଣ ନିରପେକ୍ଷ। ଗ୍ରାଉଣ୍ଡ ରିପୋର୍ଟକୁ ନେଇ ଆମେ ଖବର କରୁ।
- ନ୍ଦାବନର ବାଙ୍କବିହାରୀ ମନ୍ଦିରରେ ବଡ଼ ଧରଣର ଅଘଟଣ ଘଟିଛି । ଜନ୍ମାଷ୍ଟମୀରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ନିକଟରେ ଆଳତି ହେବା ବେଳେ ୨ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ, ୬ଜଣ ଆହତ ହୋଇଛନ୍ତି ।
- ୨୦୨୨-୨୩ ଶିକ୍ଷାବର୍ଷରେ ନାମଲେଖା ନେଇ ଉଚ୍ଚଶିକ୍ଷା ବିଭାଗର କଟକଣା ହଟିଲା । ଏଣିକି ବେସରକାରୀ ମହାବିଦ୍ୟାଳୟର ଅନୁଷ୍ଠାନଗୁଡିକ ଚଳିତ ଶିକ୍ଷାବର୍ଷ ଲାଗି ନାମଲେଖା ପାଇଁ ଆବେଦନ ପତ୍ର ଗ୍ରହଣ କରିପାରିବେ।
- ପ୍ରଥମ ଥର ପାଇଁ ଆଟଲାଣ୍ଟିକ୍ ମହାସାଗର ତଳେ ମିଳିଲା ୪୦୦ ମିଟର ଗଭୀରତାରେ ୮.୫ କିମି ର ଦୀର୍ଘ ବିଶାଳ ଗର୍ତ୍ତର ସନ୍ଧାନ । ପ୍ରାୟ ୬୬ ନିୟୁତ ବର୍ଷ ପୂର୍ବେ ପୃଥିବୀରେ ମାଡ଼ ହୋଇଥିବା ଏକ ଧୂମକେତୁର ପ୍ରଭାବରୁ ଏହି ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିବା ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ।
- ଭାରତୀୟ ଫୁଟବଲ ସଂଘକୁ ବିଶ୍ବ ଫୁଟବଲର ସର୍ବୋଚ୍ଚ ପରିଚାଳନା ସଂସ୍ଥା (ଫିଫା) ନିଲମ୍ବିତ କରିବା ପରେ କେନ୍ଦ୍ର ସରକାରଙ୍କ ନିଦ ହଜି ଯାଇଛି। ଫିଫା ଭାରତ ନିକଟରୁ ୧୭ ବର୍ଷରୁ କମ୍ ଫିଫା ମହିଳା ଫୁଟବଲ ବିଶ୍ବକପ ଆୟୋଜନ ଅଧିକାର ପ୍ରତ୍ୟାହାର କରିନେଇଛି।
- ବରିଷ୍ଠ ଆଇଏଏସ୍ ଅଫିସର ରାଜେଶ ବର୍ମାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ୧୯୮୭ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ଙ୍କ ନିଯୁକ୍ତିକୁ କ୍ୟାବିନେଟ କମିଟି (ନିଯୁକ୍ତି ବ୍ୟାପାର) ଅନୁମୋଦନ କରିଛି । ଶ୍ରୀ ବର୍ମା ଏବେ କେନ୍ଦ୍ର ସରକାରଙ୍କ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।
- ଲଘୁଚାପ ନେଇ ରାଜ୍ୟବାସୀଙ୍କୁ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୟଭୀତ ନ ହୋଇ ନିଜ ପରିବାର ସହିତ ସୁରକ୍ଷିତ ରହିବାକୁ ୪ ଜିଲ୍ଲା (କେନ୍ଦୁଝର, ମୟୁରଭଂଜ, ଭଦ୍ରକ, ବାଲେଶ୍ୱର) ବାସୀଙ୍କୁ କଲେ ଅପିଲ ।
|
601 |
Y |
|
2130 |
20-08-2022 |
English |
- The Supreme Court has said that high courts are required to give notice to the accused before enhancing sentences so that they get an opportunity to defend their case.
- The Kerala High Court Friday refused to quash the conspiracy case registered against Swapna Suresh, the prime accused in the gold smuggling case
- The Indian Council of Medical Research may conduct a sero-survey among contacts of monkeypox patients to check for the presence of antibodies and find out how many of them were asymptomatic, official sources said Friday.
- At least 10 students were critically injured after lightning struck a school in Deogarh district Friday afternoon. The incident took place at Kuturapasi Upper Primary School under Tileibani block. Reports said lightning struck when students of Classes IV and V were attending classes in a common room. Ten students sustained injuries.
- The depression formed in the Bay of Bengal intensified into a deep depression bringing rainfall to north Odisha districts, the India Meteorological Department (IMD) said Friday.
- RBI Governor Shaktikanta Das said the retail inflation is “unacceptably and uncomfortably” high and proposed the 50 basis points hike in repo rate at the recent monetary policy review meeting.
- After Lokayukta detected embezzlement of fund sanctioned for a road project under Mahatma Gandhi National Rural Employment Guarantee Scheme (MGNREGS) in Gangadharpur panchayat under Dhamashala block of Jajpur, three engineers, one GRS and a former sarpanch were served notices for recovery of the fund.
- Women on average have more sex partners than men in 11 states and Union Territories (UTs) but the percentage of men who had sexual intercourse with someone who was neither their spouse or lived with stood at 4 per cent, much higher than that of women at 0.5 per cent, according to the National Family Health Survey (NFHS) data
- These states and UTs are: Rajasthan, Haryana, Chandigarh, Jammu and Kashmir, Ladakh, Madhya Pradesh, Assam, Kerala, Lakshadweep, Puducherry and Tamil Nadu. Rajasthan had the highest number of women who had on an average 3.1 sex partners as against 1.8 for men
- Many areas of Sundarpada were flooded since Wednesday and people have been without electricity since then after the power supply was cut off due to the risks of short circuits
- The Orissa High Court (HC) has held that Public Interest Litigation (PIL) cannot be entertained in disputes relating to service matters, an official said Friday.
- The Odisha Staff Selection Commission (OSSC) Friday published the final result of Junior Engineer-(Civil) 2019 for Water Resources department and Directorate of Fisheries on its website— www.ossc.gov.in. A total of 260 candidates (Water Resources department 257 and Directorate of Fisheries -3) found place in the list.
- Smoking, alcohol use, high body mass index (BMI), and other known risk factors were responsible for nearly 4.45 million global cancer deaths in 2019, according to study published in The Lancet journal Friday. The findings can help policy.
- Paradip Port has been at the forefront in successfully completing several public-private partnerships (PPP) projects worth over `3,000 crore recently, said Shantanu Thakur, MoS for Ports, Shipping and Waterways.
- India’s gold imports, which have a bearing on the country’s Current Account Deficit (CAD), rose 6.4 per cent to $12.9 billion during April-July this fiscal due to healthy demand, according to government data
- Delhi Lieutenant Governor Vinai Kumar Saxena ordered the transfer of 12 IAS officers last evening following the raids on Delhi's Deputy Chief Minister Manish Sisodia over allegations of corruption in the liquor policy.
- India reported a total of 15,754 new coronavirus cases in the last 24 hours, taking the total number of Covid cases to 4,43,14,618,
- Four Sukhoi-30 MKI fighter jets and two C-17 heavy-lift aircraft of the Indian Air Force on Friday joined a 17-nation air combat exercise in Australia.
- Assam Police arrested two persons in Karimganj district on Friday for allegedly posing as CBI officers in order to extort money.
- The New York Times story on Delhi's education system was based on "an impartial and on-the-ground reporting", the American newspaper said on Friday, rejecting the paid news charge.
|
526 |
Y |
|