Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
1251 01-12-2023 Odia
  1. ଆସନ୍ତାବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରାୟ ୫.୪ ନିୟୁତ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀଙ୍କ ନିମନ୍ତେ ଅଷ୍ଟମ ବେତନ କମିସନ ଗଠନ କରିବାକୁ ସରକାର ଯୋଜନା କରି ନ ଥିବା କଥା ଗୁରୁବାର ଦିନ ଅର୍ଥ ସଚିବ ଟି. ଭି. ସୋମନାଥନ କହିଛନ୍ତି।
  2. କେନ୍ଦ୍ର ସରକାର ଆଜି ଜାରି କରିଥିବା ଅର୍ଥନୈତିକ ଅଭିବୃଦ୍ଧି ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି ଯେ ଏହି ତିନି ମାସରେ କୃଷି କ୍ଷେତ୍ରର ଅଭିବୃଦ୍ଧି ମାତ୍ର ୧.୨ ପ୍ରତିଶତ ରହିଛି ଯାହା ତାହାର ତିନି ମାସ ପୂର୍ବରୁ ଅର୍ଥାତ୍‌ ଜାନୁଆରିରୁ ମାର୍ଚ୍ଚ ଭିତରେ ୩.୫ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ଥିଲା।
  3. ବଲିଉଡ଼ ଅଭିନେତ୍ରୀ ରଶ୍ମିକା ମନ୍ଦାନା, କ୍ୟାଟ୍ରିନା କୈଫ, କାଜଲ, ଆଲିଆ ଭଟ୍ଟ ଆଦି ଅଭିନେତ୍ରୀଙ୍କ ଡିପଫେକ୍‌ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଏହାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଛି।
  4. ଆମେରିକାର ପୂର୍ବତନ ବିଦେଶ ସଚିବ, ବିଶିଷ୍ଟ କୂଟନୀତିଜ୍ଞ ତଥା ନୋବେଲ ଶାନ୍ତି ପୁରସ୍କାର ବିଜେତା ହେନରି କିସିଞ୍ଜରଙ୍କ ଆଜି ‌ପରଲୋକ ହୋଇଛି। ତାଙ୍କୁ ୧୦୦ ବର୍ଷ ହୋଇଥିଲା।
  5. ୩୪ତମ ବିଶ୍ବ ଐତିହ୍ୟ ପର୍ଯ୍ୟଟନସ୍ଥଳୀ କୋଣାର୍କ ମହୋତ୍ସବ ଆରମ୍ଭ ହେବ l ଏହାସହ ବିଶିଷ୍ଟ ବାଲୁକା ଶିଳ୍ପୀମାନଙ୍କୁ ନେଇ ୧୩ତମ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ମଧ୍ୟ ଆୟୋଜନ ହେବ।
  6. ସିମକାର୍ଡ କ୍ରୟ ବିକ୍ରୟ ପାଇଁ ଆଜିଠୁ ଲାଗିଲା ନୂଆ ନିୟମ । ଏଣିକି ସିମ୍ ଡିଲର କରିବେ ପୋଲିସ ଓ ବାୟୋମେଟ୍ରିକ ଯାଞ୍ଚ ଓ ପଞ୍ଜିକରଣ ।
  7. ୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା l ୪ ସକାଳେ ଉପକୂଳ ଛୁଇଁପାରେ l ଉତ୍ତର ତାମିଲନାଡୁ-ଦକ୍ଷିଣ ଆନ୍ଧ୍ର ଉପକୂଳ ପାଖାପାଖି ପହଞ୍ଚିବା ସମ୍ଭାବନା l
  8. ମାନବ ସମାଜ ଇତିହାସରେ ୨୦୨୩ ହେବ ସବୁଠୁ ଉତ୍ତପ୍ତ ବର୍ଷ, ଜଳବାୟୁ ପରିବର୍ତ୍ତନ ନେଇ ଚେତାବନୀ ଦେଲେ ଜାତିସଂଘ ମୁଖ୍ୟ l
  9. ନାକ୍ ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ମିଳିଲା A+ ମାନ୍ୟତା l ଉତ୍କଳ ବିଶ୍ୱବିଦ୍ୟାଳୟ ଦେଶର ୧୦୦ ଭିତରେ ୪ ବର୍ଷ ହେଲାଣି ରହି ଆସିଛି ।
  10. ଆଜି ରିଲିଜ ହେବ ୨ଟି ଚର୍ଚ୍ଚିତ ହିନ୍ଦୀ ଫିଲ୍ମ, ‘ଆନିମଲ’ ଏବଂ ‘ସାମ୍‌ ବାହାଦୁର’। ଏ ଫିଲ୍ମ ଦୁଇଟି ରିଲିଜ୍‌ ହେବା ପୂର୍ବରୁ ଏଗୁଡ଼ିକର ଟ୍ରେଲର ଓ ଗୀତକୁ କୋଟି କୋଟି ଦର୍ଶକ ଦେଖି ସାରିଛନ୍ତି।
  11. ପୁଣି ବଢିଲା ଗ୍ୟାସ୍‌ ଦର, ୧୯ କିଲୋଗ୍ରାମ ବାଣିଜି୍ୟକ ଗ୍ୟାସ ସିଲିଣ୍ଡରରେ ୨୧ ଟଙ୍କା ହେଲା ବୃଦ୍ଧି । ଆଜିଠାରୁ ଏହି ଦର ହେବ ଲାଗୁ।
  12. ସବୁଠାରୁ ଲମ୍ବା କେଶ ପାଇଁ ଗିନିଜ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇଲେ ଉତ୍ତରପ୍ରଦେଶର ବାସିନ୍ଦା ୪୬ ବର୍ଷୀୟ ସ୍ମିତା ଶ୍ରୀବାସ୍ତବ l ସେ୧୪ ବର୍ଷ ବୟସରୁ କେଶ ବଢାଉଛନ୍ତି ଏବଂ ସେବେଠାରୁ ଏହାର ଲମ୍ବ ୭ଫୁଟ ୯ ଇଞ୍ଚରେ ପହଞ୍ଚିଛି।
  13. ଯୁଦ୍ଧ ବିରତି ମଧ୍ୟରେ ଇସ୍ରାଏଲର ନୂଆ ପଦକ୍ଷେପ । ଗାଜା ପଟିରେ ପଶି ଔଫିର କଲୋନୀର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ l
  14. ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ବଡ଼ ନିଷ୍ପତି, ୯୭ଟି ତେଜସ ଯୁଦ୍ଧ ବିମାନ ଓ ୧୫୬ ପ୍ରଚଣ୍ଡ ହେଲିକ୍ପଟର କ୍ରୟକୁ  ମଂଜୁରୀ ମିଳିଲା l
  15. ବାରାଣସୀରେ ଦୁଇ ଭଉଣୀ ଗତ ଏକ ବର୍ଷ ହେବ ନିଜ ମା’ଙ୍କ ମୃତଦେହ ସହ ରହୁଥିବା ଦେଖିବାକୁ ମିଳିଛି। ବୁଧବାର ଲଙ୍କା ଥାନାର ଏକ ଟିମ୍ ଘରେ ପଶି ପଲ୍ଲବୀ (୨୭) ଓ ତାଙ୍କ ଭଉଣୀ ବୈଶ୍ବିକୀ (୧୮)ଙ୍କୁ ସେମାନଙ୍କ ମା’ ଉଷା ତିୱାରୀ(୫୨)ଙ୍କ ମୃତଦେହ ସହ ପାଇଥିଲେ।
  16. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଆଜି ପାଖାପାଖି ୫୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଏହି ପ୍ରାର୍ଥୀମାନଙ୍କୁ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗରେ ନିଯୁକ୍ତି ମିଳିଛି।
  17. ଅଦାନି ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ପୁଣି ଥରେ ବିଶ୍ୱର ୨୦ ଜଣ ଧନୀ ବ୍ୟକ୍ତିଙ୍କ ତାଲିକାରେ ସାମିଲ ହୋଇଛନ୍ତି । ଆଦାନୀ ଗ୍ରୁପ୍ ସେୟାରରେ ଜବରଦସ୍ତ ବୃଦ୍ଧି ପରେ ଗୌତମ ଆଦାନୀଙ୍କ ସମ୍ପତ୍ତି ୬.୫ ବିଲିୟନ ଡଲାର ବୃଦ୍ଧି ପାଇଛି।
  18. ଆଇଡିଏଫ୍‌ସି ଓ ହୁରୁନ ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତ ଏହି ତାଲିକାରେ ଓଡ଼ିଶାରେ ଜନ୍ମ ହୋଇଥିବା ଦୁଇ ଜଣ ଉଦ୍ୟୋଗୀଙ୍କ ନାମ ରହିଛି। ସେମାନେ ହେଉଛନ୍ତି ଅଫ୍‌ବିଜନେ୍‌ସ ଓ ଅକ୍ସିଜୋର ସହ ପ୍ରତିଷ୍ଠାତା ଆଶିଷ ମହାପାତ୍ର ଏବଂ ଓୟୋର ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ୍‌।
  19. ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିଶୀଳ ହୋଇ ଡିସେମ୍ବର ୨ ତାରିଖ ସୁଦ୍ଧା ତୀବ୍ର ଅବପାତ ପାଲଟି ଡିସେମ୍ବର ୩ ତାରିଖ ବେଳକୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଉପରେ ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ଅଛି।ଏହାପରେ, ଉକ୍ତ ସାମୁଦ୍ରିକ ଝଡ଼ ଉତ୍ତରପଶ୍ଚିମ ପ୍ରାନ୍ତକୁ ଗତି କରି ଡିସେମ୍ବର ୪ ତାରିଖ ସନ୍ଧ୍ୟା ଆଡ଼କୁ ଚେନ୍ନାଇ ଓ ମଛିଲପଟନମ୍‌ ବାଟେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ତତ୍‌ସଂଲଗ୍ନ ଉତ୍ତର ତାମିଲ୍‌ନାଡୁ ଉପକୂଳ ଅତିକ୍ରମ କରିବ।
  20. ଭାରତୀୟ କ୍ରିକେଟ ଦଳ ଡିସେମ୍ବର-ଜାନୁଆରୀରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ । ଏହି ଗସ୍ତରେ ଭାରତ ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଟି-୨୦, ଦିନିକିଆ ଓ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବ। ୩ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଡିସେମ୍ବର ୧୦ରୁ ୧୪ ପର୍ଯ୍ୟନ୍ତ ଖେଳାଯିବ l
379 Y
1252 01-12-2023 English
  1. In a historic decision at the beginning of the 2023 United Nations Climate Change Conference in the United Arab Emirates, nearly 200 nations reached an agreement to establish a fund to assist countries grappling with the effects of global warming.
  2. Israel and Hamas agree to extend their ceasefire in Gaza by another day.
  3. The AIIMS-Rishikesh on Thursday declared all 41 workers who were evacuated from Silkyara tunnel after a 17-day ordeal fit to return home..
  4. India and China on Thursday held "constructive" diplomatic talks on proposals to resolve the remaining issues and achieve complete disengagement in eastern Ladakh.
  5. India Thursday accorded an initial approval to defence acquisition projects worth `2.23 lakh crore that included procurement of 97 Tejas light combat aircraft and 156 Prachand combat helicopters, in a major move to significantly enhance the combat capabilities of the armed force
  6. Chief Minister Naveen Patnaik today inaugurated at least 103 health infra projects built at a total cost of Rs 140 crore and laid the foundation stones for as many as 372 more projects with a total estimated cost of Rs 1,000 crore in several districts of Odisha.
  7. Chief Minister Naveen Patnaik Thursday laid the foundation stone for 372 healthcare projects worth Rs 1,000 crore and inaugurated 103 healthcare projects built at a cost of Rs 140 crore.
  8. In a celebration of culinary excellence, Jhol, the acclaimed Michelin- guide restaurant, has been ranked ninth at Bangkok’s prestigious Top Tables 2023 award by BK Magazine, November.
  9. The All Odisha Private Bus Owners’ Association has withdrawn its proposed indefinite strike from December 1 after getting assurance from the state government regarding its demands.
  10. The Odisha state government has decided to provide free online NEET and JEE coaching to Class XI and XII students of various higher secondary schools (HSSs) in Odisha.
  11. Utkal University in Odisha capital here has been awarded A+ grade by the National Assessment and Accreditation Council (NAAC) of the University Grants Commission (UGC) recently.
  12. Mo College Abhijan Parichalana Sangathan (MCAPS) scrutiny committee recently added ten colleges to its list of colleges and universities earmarked for infrastructure and academic development. The committee approved a grant of RS 68,37,948 towards various projects worth Rs 1,04,31,904 at these ten institutions.
  13.  The All India Football Federation announced on Wednesday that the Kalinga Super Cup will be organised in Odisha starting from January 9, 2024.
  14. India’s young bowling unit, which has been under the pump, will look to better its death overs performance while utilising Glenn Maxwell’s absence to its advantage in the fourth T20I against Australia here Friday
  15. Though the India Meteorological Department (IMD) Thursday issued a forecast stating that a cyclonic storm is likely form over the southwest Bay of Bengal around December 3, it did not indicate on its possible impact on Odisha.
  16. The Centre Thursday approved a `1658.17 crore recovery and reconstruction plan for Joshimath in Uttarakhand which was affected by landslide and ground subsidence earlier this year.
  17. Kerala Governor Arif Mohammed Khan Thursday said he was not a ‘rubber stamp’ or a ‘yes man’ who would give his assent to bills passed by the state Assembly without applying his mind.
  18.  In a major setback to Kerala Chief Minister Pinarayi Vijayan, the Supreme Court Thursday cancelled the reappointment of Kannur ViceChancellor Gopinath Ravindran.
  19.  The Varanasi district court Thursday gave 10 more days to the Archaeological Survey of India to complete and submit a scientific survey report of the Gyanvapi mosque complex here.
  20.  The Indian team made a resounding start to their FIH Women’s Junior Hockey World Cup campaign by securing a commanding 12-0 victory over Canada here.
381 Y
1253 30-11-2023 Odia
  1. ଓଡିଆ ଝିଅ ମନୀଷା ପାଢୀ ଦେଶର ପ୍ରଥମ ମହିଳା ଏଡିସି(Aide-De-Camp) ଭାବେ ନିଯୁକ୍ତି ପାଇଛନ୍ତି । ମିଜୋରାମ ରାଜ୍ୟପାଳ ଡ.ହରିବାବୁ କାମଭାମପତିଙ୍କର ଏଡିସି ଭାବେ ତାଙ୍କୁ ନିଯୁକ୍ତି ମିଳିଛି।

  2. ହାଭାର୍ଡ ବିଶ୍ବବିଦ୍ୟାଳୟ ତରଫରୁ ‘ଟେଲର ସ୍ବିଫ୍‌ଟ ଆଣ୍ଡ୍‌ ହର ୱାର୍ଲଡ୍‌’ ନାମରେ ଏକ ନୂଆ ପାଠ୍ୟକ୍ରମ ପ୍ରଚଳିତ ହେବାକୁ ଯାଉଛି, ଯେଉଁଥିରେ ପ୍ରଖ୍ୟାତ ପପ୍‌ ଗାୟିକା ଟେଲର ସ୍ବିଫ୍‌ଟଙ୍କ ସମେତ ଆରେଥା ଫ୍ରାଙ୍କଲିନ୍‌, ବିଲି ହଲିଡେ ଓ ଡଲି ପାର୍ଟନଙ୍କ ପରି ମହିଳା ଆଇକନ୍‌ଙ୍କ ସଂଗୀତ, ସେମାନଙ୍କ ଦ୍ବାରା ରଚିତ ଗୀତ ଓ ସାଂସ୍କୃତିକ ପ୍ରଭାବ ବିଷୟରେ ଅନୁଧ୍ୟାନ କରାଯିବ।

  3. ଦିଲ୍ଲୀ ଓ ମୁମ୍ବାଇରେ ଉତ୍କଟ ବାୟୁ ପ୍ରଦୂଷଣ ଏବେ ଲୋକଙ୍କୁ ଅତିଷ୍ଠ କରୁଛି। ଏଭଳି ସ୍ଥିତିରେ ଉଭୟ ସହରରେ ରହୁଥିବା ୬୦ ପ୍ରତିଶତ ଲୋକ ବାୟୁ ପ୍ରଦୂଷଣର ଅବନତି କାରଣରୁ ସ୍ଥାନାନ୍ତର ହେବାକୁ ଚିନ୍ତା କରୁଛନ୍ତି ବୋଲି ଏକ ସର୍ଭେରୁ ଜଣାପଡ଼ିଛି।

  4. ପାକିସ୍ତାନରେ ପ୍ରେମୀ ନସରୁଲ୍ଲାଙ୍କ ପାଇଁ ଧର୍ମ ପରିବର୍ତ୍ତନ କରି ଫାତିମା ନାମ‌ରେ ପରିଚିତ ହୋଇଥିବା ଅଞ୍ଜୁ ପ୍ରାୟ ୫ ମାସ ଧରି ସେଠାରେ ଥିଲେ। ଭାରତରେ ପ୍ରବେଶ କରିବା ପରେ ତାଙ୍କୁ ପ୍ରଥମେ ବିଏସ୍‌ଏଫ୍‌ କ୍ୟାମ୍ପ୍‌କୁ ନିଆଯାଇଥିଲା ଏବଂ ସେଠାରେ ଦୀର୍ଘ ସମୟ ଧରି ପଚରାଉଚରା କରାଯାଇଥିଲା।

  5. ନ୍ୟୁଜର୍ସିର ଆପାର୍ଟମେଣ୍ଟ ଭିତରେ ଜେଜେବାପା, ଜେଜେମାଆ ଓ କକାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଜଣେ ୨୩ ବର୍ଷୀୟ ଭାରତୀୟ ଛାତ୍ରକୁ ଗିରଫ କରାଯାଇଛି।

  6. ଉତ୍ତରାଖଣ୍ଡର ସୁଡ଼ଙ୍ଗ ଭିତରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ୧୭ ଦିନର ଅପରେସନ ପରେ ଉଦ୍ଧାର କରାଯିବା ପରେ ଟନେଲ ବିଶେଷଜ୍ଞ ଆର୍ନୋଲ୍ଡ ଡିକ୍ସ କହିଛନ୍ତି ଯେ ସୁଡ଼ଙ୍ଗ ବାହାରେ ଅସ୍ଥାୟୀ ମନ୍ଦିରରେ ଥିବା ଦେବାତାଙ୍କ ଆଶୀର୍ବାଦ ଯୋଗୁ ଉଦ୍ଧାର କାର୍ଯ୍ୟ ସଫଳ ହୋଇଛି।

  7. ନେପାଳ ଦକ୍ଷିଣ ଏସିଆର ପ୍ରଥମ ଦେଶ ଭାବେ ଆନୁଷ୍ଠାନିକ ଭାବେ ସମଲିଙ୍ଗୀ ବିବାହ ପଞ୍ଜୀକରଣ କରିଛି। ୨୦୧୫ରେ ନେପାଳରେ ଗୃହୀତ ହୋଇଥିବା ସମ୍ବିଧାନରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଯୌନ ଆଭିମୁଖ୍ୟ ଆଧାରରେ କୌଣସି ଭେଦଭାବ କରାଯାଇପାରିବ ନାହିଁ।

  8. କଳାହାଣ୍ଡି ଓ ମୟୁରଭଞ୍ଜ ଜିଲାରେ ୨ଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ୮୬.୨୫ କୋଟି ଟଙ୍କା ମଞ୍ଜୁର।

  9. ସ୍ଵାସ୍ଥ୍ୟ ସେବାରେ ଯୋଗ ଦେଲେ ୩୭୩୨ ନର୍ସିଂ ଅଫିସର, ରୋଗୀଙ୍କ ଭିତରେ ଭରସା ସୃଷ୍ଟି କରନ୍ତୁ କହିଲେ ମୁଖ୍ୟମନ୍ତ୍ରୀ।

  10. ଭୁବନେଶ୍ୱର ଝାରପଡାର ଜଗନ୍ନାଥ ନଗର:ସୁଯୋଗ ଦେଖି ଘରେ କଳାକନା ବୁଲାଇଲା କାମବାଲି, ଆଲମିରା ଖୋଲି ଲୁଟି ନେଲା ଲକ୍ଷେ ଟଙ୍କା।

  11. ଯୁକ୍ତ ଦୁଇ ପିଲାମାନଙ୍କୁ ମିଳିବ ମାଗଣାରେ NEET, JEE MAIN କୋଚିଙ୍ଗ୍। ଉପକୃତ ହେବେ୬୭ ହଜାର ଛାତ୍ରଛାତ୍ରୀ।

  12. ଡିସେମ୍ବରରୁ କଏନ ସହ ଚିରାଫଟା ନୋଟ୍ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ଆରମ୍ଭ ହେଉଛି ।

  13. ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆଉ ୫ ବର୍ଷ ବଢିଲା ।ଏହାଦ୍ଵାରା ୮୧ କୋଟି ଲୋକ ଉପକୃତ ହେବେ ।

  14. ଡିସେମ୍ବର ପହିଲାରୁ ବଦଳିବ ସିମ କାର୍ଡ କ୍ରୟ ଓ ବିକ୍ରୟ ପାଇଁ ନିୟମ । ସିମ୍ ଡିଲର କରିବେ ପୋଲିସ ଓ ବାୟୋମେଟ୍ରିକ ଯାଂଚ ଓ ପଂଜୀକରଣ।

  15. ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୁଦୃଶ୍ୟ ହେଲା ଲଘୁଚାପ କ୍ଷେତ୍ର । ନେଇପାରେ ଅବପାତର ରୂପ, ଡିସେମ୍ବର ୨ରେ ବାତ୍ୟା ଆଶଙ୍କା।

  16. ଚୀନର ମୁକାବିଲା ପାଇଁ ସମୁଦ୍ରରେ ନିଜର ଶକ୍ତି ବଢ଼ାଉଛି ଭାରତ। ଏବେ ଭାରତୀୟ ନୌସେନାକୁ ଆଉ ଏକ ବିମାନବାହୀ ଯୁଦ୍ଧପୋତ ଦେବା ପାଇଁ ପ୍ରସ୍ତୁତି ଚାଲିଛି।

  17. ଦେଶରେ ଯୌନ ଅପରାଧ ସମ୍ପର୍କିତ ମାମଲାଗୁଡ଼ିକର ତ୍ୱରିତ ଫଇସଲା ପାଇଁ ଗଠିତ ଫାଷ୍ଟ ଟ୍ରାକ୍‌ ସ୍ବତନ୍ତ୍ର ଅଦାଲତଗୁଡ଼ିକର ଅବଧିକୁ ଆଉ ୩ ବର୍ଷ ପାଇଁ ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ମିଳିଛି।

  18. ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ସ୍ଥିତ ହ୍ୟୁମାନ୍‌ ସ୍ପେସ୍‌ଫ୍ଲାଇଟ୍‌ ପ୍ରୋଗ୍ରାମ୍‌ ଡିରେକ୍ଟୋରେଟ୍‌ର ପୂର୍ବତନ ନିର୍ଦ୍ଦେଶିକା ଭି.ଆର୍‌. ଲଲିଥାମ୍ବିକାଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ବେସାମରିକ ସମ୍ମାନ ଦି ଲେଜିଅନ୍‌ ଅଫ୍‌ ଅନର ପ୍ରଦାନ କରାଯାଇଛି।

  19. ଘୃଣା ସୃଷ୍ଟି କରୁଥିବା ଭାଷଣ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବା ଜରୁରୀ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଘୃଣାର ଭାଷଣ ପ୍ରସଙ୍ଗରେ ଦାଖଲ ହୋଇଥିବା ଏକ ଆବେଦନ ଶୁଣାଣି ବେଳେ ବୁଧବାର କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି।

  20. ବୁଧବାର ଚେନ୍ନାଇ ଏବଂ ପଲିଟାନା ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନରେ ୯୦ ରୁ ଅଧିକ ଯାତ୍ରୀ ଖାଦ୍ୟ ବିଷାକ୍ତ ଖାଇ ଅସୁସ୍ଥ ହୋଇପଡିଥିବା ରେଳ ଅଧିକାରୀ କହିଛନ୍ତି।

418 Y
1254 30-11-2023 English
  1. The School and Mass Education (S&ME) department has decided to live stream the Plus II board exams conducted by the Council of Higher Secondary Education (CHSE) from next year to bring in more transparency.

  2. With general elections scheduled for April-May next year, the government Wednesday extended the the Pradhan Mantri Garib Kalyan Anna Yojana (PMGKAY) scheme to provide five kilograms of free foodgrains per month to 81.35 crore poor for another five years that would cost the exchequer about `11.80 lakh crore.

  3. Dignitaries including Odia Language, Literature and Culture Commissioner-cum-Secretary Sujata R Karthikeyan, Director Dilip Routrai and Odisha Lalit Kala Akademi President Sudarsan Pattnaik flag off a mobile art exhibition van in Bhubaneswar.

  4. A rare melanistic leopard has been spotted during the ongoing camera trap tiger census in Odisha’s forest areas.

  5. Keeping in view the passengers’ demand, the East Coast Railway (ECoR) has decided to increase the services of special trains currently running under its jurisdiction.

  6. Biju Janata Dal (BJD) Wednesday dubbed the Centre’s decision to extend Pradhan Mantri Garib Kalyan Anna Yojana (PMGKAY) for five more years as a ‘poll gimmick’

  7. The Archaeological Survey of India (ASI) concluded the laser scanning of the outer walls of the Srimandir Ratnabhandar in Puri, Wednesday. The central agency has taken pictures of 49 points – 37 Tuesday and 12 Wednesday – on the outer wall of the temple treasury.

  8. The Reserve Bank of India (RBI) will organise block-level camps to enable people to exchange coins and soiled notes.

  9. Around 2.5 lakh tribal people belonging to 13 Particularly Vulnerable Tribal Groups (PVTGs) in Odisha will benefit from the Pradhan Mantri Janjati Adivasi Nyaya Maha Abhiyan (PM-JANMAN) that was approved by the Union Cabinet Tuesday.

  10. Promotion of millets in Odisha got a shot in the arm as Odisha Millets Mission (OMM) received the award for ‘Global Model on Millet Promotion’ at International Nutri-Cereal Convention (INCC) 5.0 organised by Indian Institute of Millets Research in Hyderabad from November 27 to 28.

  11.  A local court in Keonjhar district Wednesday sentenced three persons to life imprisonment for raping a 14- year-old girl in March 2022.

  12. An additional 129 teachers in this district have again come under scanner on charge of submitting fake educational certificates while joining service, a report said Wednesday.

  13. Congress MP Rahul Gandhi Wednesday hailed Kerala’s healthcare and palliative care sector as one of the best in the country, and said he was pleased with the level of community participation in Kerala when it comes to healthcare and education.

  14. The Union Cabinet has approved a central scheme to provide drones to 15,000 progressive women Self Help Groups (SHGs) with an outlay of Rs 1,261 crore for two years beginning 2024-25

  15. Anju, an Indian mother of two children who travelled to Pakistan to marry her Facebook friend, returned to India through the Wagah-Attari border Wednesday, officials said.

  16. The Union Cabinet has given its nod for continuing fast track special courts for another three years for delivering swift justice in cases involving sexual offences.

  17. India experienced extreme weather events almost every day in the first nine months of this year which led to nearly 3,000 deaths, according to a report released Wednesday.

  18. Coal and Mines Minister Pralhad Joshi Wednesday launched the auction of 20 critical minerals worth Rs 45,000 crore.

  19. India’s finished steel imports from China touched a four-year high in the first seven months of the fiscal year that began in April, according to provisional government data reviewed by Reuters Wednesday.

  20. Odisha batters had a disappointing outing in their Vijay Hazare Trophy match against Saurashtra as they suffered a four-wicket loss in their Group A tie in Bangalore, Wednesday.

403 Y
1255 29-11-2023 Odia
  1. ୨୦୨୪ରେ ଆଉ ଜଣେ ଭାରତୀୟ ନାଗରିକଙ୍କୁ ମହାକାଶକୁ ପ୍ରେରଣ କରାଯିବ ବୋଲି ମଙ୍ଗଳବାର ଦିନ ଆମେରିକୀୟ ମହାକାଶ ସଂସ୍ଥାନ ‘ନାସା’ର ମୁଖ୍ୟ କହିଛନ୍ତି। ଏହାର ୪୦ ବର୍ଷ ପରେ ଅର୍ଥାତ୍‌ ୨୦୨୪ ଶେଷସୁଦ୍ଧା ଆଉ ଜଣେ ଭାରତୀୟ ନାଗରିକଙ୍କୁ ‘ଆନ୍ତର୍ଜାତିକ ମହାକାଶ ଷ୍ଟେସନ୍‌’କୁ ପଠାଯିବ ବୋଲି ‘ନ୍ୟାସ୍‌ନାଲ୍‌ ଏରେନଟିକ୍‌ସ୍‌ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ର (ନାସା) ପ୍ରଶାସକ ବିଲ୍‌ ନେଲ୍‌ସନ୍‌ କହିଛନ୍ତି।

  2. ନାସା ଏବଂ ମହାକାଶ ପାଣିପାଗ ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି ଯେ ନଭେମ୍ବର ୩୦ରେ ଏକ ସୌର ଝଡ଼ ପୃଥିବୀକୁ ଧକ୍କା ଦେଇପାରେ, ଯାହା ଫଳରେ ରେଡିଓ ଏବଂ ଜିପିଏସ୍ ସିଗ୍‌ନାଲ ସାମାନ୍ୟ ବ୍ଲାକ୍ ଆଉଟ୍ ହୋଇପାରେ।

  3. ପାକିସ୍ତାନର କଳାକାରମାନଙ୍କୁ ଭାରତରେ କଳା ପରିବେଷଣ କରିବା କିମ୍ବା କାମ କରିବାର ସୁଯୋଗ ନ ଦେବା ପାଇଁ ଅନୁରୋଧ କରିବା ସହ ଏହା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲଗାଇବା ପାଇଁ ହୋଇଥିବା ଆବେଦନକୁ ମଙ୍ଗଳବାର ସୁପ୍ରିମ୍‌କୋର୍ଟ ଖାରଜ କରିଛନ୍ତି।

  4. ଔରଙ୍ଗାବାଦ ଜିଲ୍ଲାରେ ଦୁଇ ଭଉଣୀଙ୍କ ସମେତ ୧୮ରୁ ୨୦ ବର୍ଷ ବୟସର ୪ ଝିଅ ବିଷାକ୍ତ ପଦାର୍ଥ ଖାଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୟାର ଏକ ଡାକ୍ତରଖାନାରେ ଜୀବନ ସହ ସଂଗ୍ରାମ କରୁଛନ୍ତି।

  5. ଆମେରିକା ନିର୍ମିତ ଅଗର ଡ୍ରିଲିଂ ମେସିନ୍, ତାହା ରୢ।ଟ୍ ହୋଲ୍ ମାଇନର୍ସଙ୍କ ଯୋଗୁଁ ସମ୍ଭବ ହୋଇପାରିଲା। ଦୀର୍ଘ ୧୭ ଦିନ ଧରି ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିବା ୪୧ ଜଣ ଶ୍ରମିକଙ୍କୁ ମିଳିଲା ନୂଆ ଜୀବନ।

  6. ପ୍ରତିଦିନ ସାଇବର ଅପରାଧୀମାନେ ଫୋନ୍ କଲ୍ ଓ ମେସେଜିଂ ଜରିଆରେ ଲୋକଙ୍କୁ ଠକିବା ପାଇଁ ନୂଆ ନୂଆ ଉପାୟ ଆପଣାଉଛନ୍ତି। ଡିଜିଟାଲ ଠକେଇକୁ ରୋକିବା ପାଇଁ ସରକାର ସନ୍ଦେହଜନକ କାରବାରରେ ସମ୍ପୃକ୍ତ ୭୦ ଲକ୍ଷ ମୋବାଇଲ ନମ୍ବରକୁ ନିଲମ୍ବିତ କରିଛନ୍ତି ବୋଲି ଆର୍ଥିକ ସେବା ସଚିବ ବିବେକ ଯୋଶୀ ମଙ୍ଗଳବାର କହିଛନ୍ତି।

  7. କେରଳର ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟ ସୋମବାର ଯୌନ ଅପରାଧରୁ ଶିଶୁ ସୁରକ୍ଷା ଆଇନ (ପୋକ୍ସୋ) ଅନୁଯାୟୀ ଜଣେ ମହିଳାଙ୍କୁ ୪୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି।

  8. ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ହେବାକୁ ଥିବାରୁ କେନ୍ଦ୍ର ସରକାର ସାର, ଏଲ୍‌ପିଜି ଓ ଖାଦ୍ୟଶସ୍ୟ ଉପରେ ଅଧିକ ସବ୍‌ସିଡି ଦେବା ଉପରେ ବିଚାର କରୁଛନ୍ତି। ଏହାର ପ୍ରଭାବରେ ୨୦୨୩-୨୪ ଆର୍ଥିକ ବର୍ଷର ସବ୍‌ସିଡି ବିଲ୍‌ରେ ୫୦,୦୦୦ କୋଟି ଟଙ୍କା ବୃଦ୍ଧି ହେବ।

  9. ମିଆଁମାରରେ ଚାଲିଥିବା ସଂଘର୍ଷ ମଧ୍ୟରେ ମଙ୍ଗଳବାର ପୁଣି ଥରେ ମ୍ୟାମାର ସେନାର ୩୦ ଜଣ ଯବାନ ନିଜ ନିଜର ଅସ୍ତ୍ରଶସ୍ତ୍ର ସହ ଭାରତୀୟ ସୀମା ଅତିକ୍ରମ କରି ମିଜୋରାମରେ ପ୍ରବେଶ କରିଛନ୍ତି ।

  10. ବିହାର ଶିକ୍ଷା ବିଭାଗର ଏକ ନିଷ୍ପତ୍ତିକୁ ନେଇ ରାଜନୀତି ସରଗରମ ହୋଇଉଠିଛି। ବିହାର ସରକାର ଶୁକ୍ରବାର ଦିନ ଉର୍ଦ୍ଦୁ ବିଦ୍ୟାଳୟଗୁଡ଼ିକରେ ସାପ୍ତାହିକ ଛୁଟି ଘୋଷଣା କରିଛନ୍ତି।

  11. ସଫ୍ଟୱେର ଟେକ୍ନୋଲୋଜି ପାର୍କ ଅଫ୍‌ ଇଣ୍ଡିଆ (ଏସ୍‌ଟିପିଆଇ) ପକ୍ଷରୁ ଭୁବନେଶ୍ବରରେ ଏକ ଇନୋଭେସନ ‌ଟାୱାର ସ୍ଥାପନ କରାଯିବ। ଫର୍ଚୁନ ଟାୱାରଠାରୁ ୨୦୦ ମିଟର ଦୂରରେ ଏହି ୧୨ ମହଲା କୋଠା ନିର୍ମାଣ କରାଯିବ ବୋଲି ଏସ୍‌ଟିପିଆଇର ନିର୍ଦ୍ଦେଶକ (ଓଡ଼ିଶା) ସୂର୍ଯ୍ୟ କୁମାର ପଟ୍ଟନାୟକ କହିଛନ୍ତି।

  12. ଡିଜିଟାଲ ଠକେଇକୁ ରୋକିବା ପାଇଁ କେନ୍ଦ୍ର ସରକାର ୭୦ ଲକ୍ଷ ମୋବାଇଲ ଫୋନ ନମ୍ବରକୁ ବନ୍ଦ କରିଦେଇଛନ୍ତି। ଏସବୁ ମୋବାଇଲ ନମ୍ବର ସଂଯୋଗ ଥିବା ଆକାଉଣ୍ଟରେ ସନ୍ଦିଗ୍ଧ ଆର୍ଥିକ କାରବାର ହୋଇଛି।

  13. ଏନ୍‌ଇଏଫ୍‌ଟି ଢାଞ୍ଚାରେ ୟୁପିଆଇ ପେମେଣ୍ଟ ଉପରେ କଟକଣା ଲାଗିବ। ଲୋକମାନେ ୟୁପିଆଇ ଆକାଉଣ୍ଟ ଖୋଲିବା ପରେ ଗ୍ରୋସରି ଆଦି ଜିନିଷ କିଣିବା ବେଳେ ଯେଭଳି କୌଣସି ଅସୁବିଧା ସାମ୍ନା କରିବେ ନାହିଁ ତାହାକୁ ସୁନିଶ୍ଚିତ କରିବା ଲାଗି ୨୦୦୦ ଟଙ୍କା ପର୍ଯ୍ୟନ୍ତର ସୀମା ଧାର୍ଯ୍ୟ କରାଯାଇଛି।

  14. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଦିଲ୍ଲୀ ଠିକଣା ଥିବା ନୂଆ ଭୋଟର କାର୍ଡ ପାଇଛନ୍ତି। ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ପି. କ୍ରିଷ୍ଣମୂର୍ତ୍ତି ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତିଙ୍କୁ ନୂଆ ଭୋଟର କାର୍ଡ ଦେଇଥିଲେ।

  15. ହରିୟାଣାର ଜିନ୍ଦରେ ଶିକ୍ଷା ମନ୍ଦିରକୁ ବଦନାମ କରିଥିବା ପ୍ରିନ୍ସପଲ ଶେଷରେ ନିଜର କୁକର୍ମର ଫଳ ପାଇଛନ୍ତି। ଏହି ମାମଲାର ସ୍କୁଲ ଛାତ୍ରୀଙ୍କ ଯୌନ ଶୋଷଣ ବିଷୟରେ ପୋଲିସ ପ୍ରାୟ ୪୫୦ ଛାତ୍ରୀଙ୍କ ବୟାନ ରେକର୍ଡ କରିଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ ପ୍ରିନ୍ସପଲଙ୍କୁ ନିଲମ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

  16. ବମ୍ବେ ହାଇକୋର୍ଟ କହିଛନ୍ତି ସୋସିଆଲ ମିଡିଆରୁ ସଂଗୃହିତ ତଥ୍ୟ ଜନସ୍ବାର୍ଥ ମାମଲା(ପିଆଇଏଲ)ଯୁକ୍ତିର ଅଂଶ ହୋଇପାରିବ ନାହିଁ। ମଙ୍ଗଳବାର ଏକ ଆବେଦନ ଶୁଣାଣି ବେଳେ ହାଇକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି।

  17. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫୧ ହଜାରରୁ ଅଧିକ ଯୁବକଙ୍କୁ ନିଯୁକ୍ତି ମେଳା ମାଧ୍ୟମରେ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନବ ନିଯୁକ୍ତଙ୍କୁ ମଧ୍ୟ ସମ୍ବୋଧିନ କରିବେ।

  18. ତାମିଲନାଡୁରେ ବେଆଇନ ବାଲି ଖନନ ଅଭିଯୋଗରେ ଅର୍ଥ ହେରଫେର ନେଇ ଯାଞ୍ଚ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଜାରି ସମନ ଉପରେ ମାଡ୍ରାସ ଉଚ୍ଚ ନ୍ୟାୟାଳୟ ରୋକ ଲଗାଇଛନ୍ତି। ଇଡି ଏହି ଘଟଣାରେ ପାଞ୍ଚ ଜଣ ଜିଲ୍ଲାପାଳଙ୍କୁ ହାଜର ହେବାକୁ ସମନ ଜାରି କରିଥିଲା।

  19. ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ମଙ୍ଗଳବାର ସନ୍ଧ୍ୟାରେ ଶେଷ ହୋଇଛି। ନଭେମ୍ବର ୩୦ ଗୁରୁବାର ଦିନ ରାଜ୍ୟର ୧୧୯ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ।

  20. ଉତ୍ତରାଖଣ୍ଡର ନିର୍ମାଣାଧୀନ ସୁଡ଼ଙ୍ଗ ଭୁଶୁଡିବା ଘଟଣାରେ ତାର ନିରାପତ୍ତା ଆକଳନ କରାଯିବ ବୋଲି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି।

387 Y
1256 29-11-2023 English
  1. Sahitya Akademi President Madhav Kaushik has approved the Sahitya Akademi Yuva Puraskar, 2023 in Odia for the book ‘Senrra’ (short-stories) by Dileswar Rana. The author will be given a casket containing an engraved copper-plaque and a cheque of Rs 50,000 at a special event to be held at a later date.

  2. WFI’s election date likely to be announced today after the SC set aside the stay imposed by Punjab and Haryana HC

  3. Israeli forces and Hamas fighters abide by a truce for a fifth morning Tuesday, after a 4-day ceasefire was extended.

  4. Vigilance sleuths Tuesday arrested Koraput’s Boipariguda inspector in-charge (IIC) Susanta Satpathy after recovering Rs 37.27 lakh in unaccounted cash from his possession, an official said.

  5. Chief Minister Naveen Patnaik Tuesday launched ‘Ama Bank’, an ambitious initiative of the state government for providing 15 banking services through CSP (customer service point) Plus outlets in over 4,373 unbanked gram panchayats of Odisha.

  6. Aimed at boosting the tourism sector, Indian tourists – the largest inbound group – to Sri Lanka, would receive free tourist visas with immediate effect, the Department of Immigration and Emigration has announced here.

  7. The Archaeological Survey of India (ASI) Tuesday began the laser scanning of the outer walls of Srimandir Ratnabhandar in Puri and documented 37 spots of the temple treasury.

  8. The Supreme Court Tuesday dismissed a plea seeking a complete ban on artistes from Pakistan to perform or work in India, and asked the petitioner not to be ‘so narrow-minded’.

  9. In what is being perceived as a minority appeasement strategy ahead of the Assembly and the Lok Sabha polls, the Mahagathbandhan government of Bihar has reduced the holidays on Hindu festivals while increasing the same for Muslim festivals.

  10. The state government Tuesday asked its employees to ensure updating their Aadhaar and Aadhaarlinked mobile number in Human Resource Management System (HRMS) of Centre for Modernizing Government Initiative (CMGI) by January 15, 2024 as it would help in expeditious processing and disposal of pension cases online.

  11. Celebrations broke out Odisha Tuesday evening after all 41 workers including five from the state who were trapped inside an under-construction tunnel in Uttarakhand, were rescued.

  12. A total of 25,032 persons succumbed to the Covid-19 pandemic in Odisha since its outbreak. It has been close to two years since the virus attack subsided. However, 3,857 families of the deceased are yet to get compensation as they did not apply for it, RTI activist Hemant Kumar Panda stated here Tuesday .

  13. A 25-year-old man, identified as Chandan Singh was sentenced to 20 years in jail by a court here Tuesday after convicting him of raping a teenage girl. Special POCSO (Protection of Children from Sexual Offences) court judge Sumita Jena also slapped a fine of `13,000 on the convict.

  14. To check digital frauds, the government has suspended 70 lakh mobile numbers on account of suspicious transactions, Financial Services Secretary Vivek Joshi said Tuesday.

  15. Glenn Maxwell pulled off another stunning one-man Houdini Act during a brutal unbeaten hundred that carried Australia to a fivewicket win over India in the third T20I here Tuesday.

  16. Australian Prime Minister Anthony Albanese hailed the Indian authorities for successfully carrying out the rescue operation to evacuate 41 workers who were trapped inside the Silkyara-Barkot tunnel in Uttarakhand.

  17. Prime Minister Narendra Modi is learnt to have asked Union ministers to actively participate in the Viksit Bharat Sankalp Yatra, a mega outreach campaign aimed at highlighting central schemes.

  18. President Droupadi Murmu on Tuesday said the "cost" and the use of English language in the higher judiciary are among the hindrances in the way of equal access to justice, and emphasised on their removal.

  19. President Droupadi Murmu on Tuesday said the "cost" and the use of English language in the higher judiciary are among the hindrances in the way of equal access to justice, and emphasised on their removal.

  20. The Indian Air Force has already ordered 83 LCA Mark 1A fighter planes, and their deliveries are expected to start in February-March 2024.

508 Y
1257 28-11-2023 Odia

 

  1. ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୪ରୁ ଆରମ୍ଭ ହୋଇ ୨୨ତାରିଖ ପର୍ଯ୍ୟନ୍ତ ଚାଲିବ ଏଥି ପାଇଁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଡିସେମ୍ବର ୨ରେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି।
  2. ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନ ଦ୍ଵାରା ୪୨ତମ ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ରାଜ୍ୟମାନଙ୍କର ପାଭିଲିୟନ ମଧ୍ୟରୁ ଶ୍ରେଷ୍ଠ ପାଭିଲିୟନ ଭାବେ ଓଡିଶା ପାଭିଲିୟନକୁ ସ୍ଵର୍ଣ୍ଣ ପୁରସ୍କାରରେ ପୁରସ୍କୃତ କରାଯାଇଛି।
  3. ୪ ଦିନିଆ ଅସ୍ତ୍ରବିରତି ଚୁକ୍ତିର ତୃତୀୟ ଦିନରେ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ଇସ୍ରାଏଲୀ-ଆମେରିକୀୟ ଯୁବତୀଙ୍କ ସମେତ ଆଉ ୧୭ ଜଣ ବନ୍ଧକଙ୍କୁ ମୁକ୍ତ କରିବା ପରେ ହମାସ୍‌ ରବିବାର ଯୁଦ୍ଧବିରତିର ଅବଧି ବଢ଼ାଇବାକୁ ଚାହୁଛି ବୋଲି କହିଛି।
  4. ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ୪ ଦିନିଆ ଅସ୍ତ୍ରବିରତି ଶେଷ ହେବା ପରେ ଏହି ଅସ୍ତ୍ରବିରତିକୁ ଦୁଇ ଦିନ ପାଇଁ ବୃଦ୍ଧି କରିବାକୁ ସହମତି ହୋଇଥିବା କତର କହିଛି ।
  5. ଉପରାଷ୍ଟ୍ରପତି ଜଗଦୀପ ଧନଖର ମହାତ୍ମା ଗାନ୍ଧୀଙ୍କୁ ଗତ ଶତାବ୍ଦୀର ଜଣେ ମହାନ ବ୍ୟକ୍ତି ବୋଲି ବର୍ଣ୍ଣନା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ଶତାବ୍ଦୀର ଯୁଗପୁରୁଷ ବୋଲି ବର୍ଣ୍ଣନା କରିଛନ୍ତି।
  6. ବିନା ଅନୁମତିରେ ତେଲେଙ୍ଗାନାରେ ସରକାରୀ ବିଜ୍ଞାପନ ପ୍ରକାଶ କରି  ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ କର୍ଣ୍ଣାଟକର କଂଗ୍ରେସ ସରକାରଙ୍କୁ ନିର୍ବାଚନ କମିସନ ନୋଟିସ ଜାରି କରାଯାଇଛି।
  7. ଜମ୍ମୁ-କଶ୍ମୀର ଓ ଲଦାଖରେ ପ୍ରବଳ ଶୀତ ଆରମ୍ଭ ହେବା ମାତ୍ରେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ପାଇଁ ଭାରତୀୟ ସେନା ଜୋଜିଲା ପାସ୍ ନିକଟରେ ୧୧,୫୦୦ ଫୁଟ ଉଚ୍ଚତାରେ 'ଫୋର୍ଜ ଥଣ୍ଡରଷ୍ଟୋର୍ମ' ତୋପ ମୁତୟନ  କରିଛି।
  8. ଗୁଜୁରାଟର ମୋର୍ବି ସହରରୁ ଗତ ନଭେମ୍ବର ୨୩ ତାରିଖରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା। ଦଳିତ କର୍ମଚାରୀ ନୀଳେଶ ଦଲସାନିଆଙ୍କୁ ମହିଳାବ୍ୟବସାୟୀ ବିଭୂତି ପଟେଲ ଜୋତାଚଟାଇବା ସହିତ କ୍ଷମା ମାଗିବାକୁ ବାଧ୍ୟ କରିଥିଲେ।
  9. ସାମାଜିକ ଗଣମାଧ୍ୟମ ‘ଫେସ୍‌ବୁକ୍‌’ର ମୂଳ କମ୍ପାନି ‘ମେଟା’ର ମୁଖପାତ୍ର ଆଣ୍ଡି ଷ୍ଟୋନ୍‌ଙ୍କୁ ରବିବାର ଦିନ ରୁଷ୍‌ ‘ୱାଣ୍ଟେଡ୍‌’ ତାଲିକାଭୁକ୍ତ କରିଥିବା କଥା ରୁଷ୍‌ ସରକାରଙ୍କ ଅନ୍‌ଲାଇନ୍‌ ଡାଟାବେସ୍‌ରୁ ଜଣାପଡ଼ିଛି।
  10. ରବି ଫସଲ ନିମନ୍ତେ ‘ରାୟତୁ ବନ୍ଧୁ’ ଯୋଜନାରେ କୃଷକମାନଙ୍କୁ ମିଳୁଥିବା ଆର୍ଥିକ ସହାୟତା ନିମନ୍ତେ ଦେଇଥିବା ଅନୁମତିକୁ ନିର୍ବାଚନ କମିସନ୍‌ ପ୍ରତ୍ୟାହାର କରି ନେଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।
  11. ଗ୍ରୀକ୍‌ର ଲେସ୍‌ବୋଜ୍‌ ଦ୍ବୀପ ଅନ୍ତର୍ଗତ ତୋଫାନ ଉଠିଥିବା ସମୁଦ୍ରରେ ଲୁଣ ନେଇ ଯାଉଥିବା ଏକ ଜାହାଜ ବୁଡ଼ିଯିବାରୁ ନିଖୋଜ ହୋଇଯାଇଥିବା ୧୨ଜଣ କର୍ମଚାରୀଙ୍କ ମଧ୍ୟରେ ୪ଜଣ ଭାରତୀୟ ଥିବା କଥା ଗ୍ରୀକ୍‌ ତଟରକ୍ଷୀ କହିଛି।
  12. ରବିବାର ରାତିରେ କର୍ଣ୍ଣାଟକ ତୁମକୁରୁ ସହରର ସଦାଶିବନଗର ଅଞ୍ଚଳରେ ଥିବା ଏକ ଘରୁ ଏକ ଦମ୍ପତି ଓ ସେମାନଙ୍କର ତିନି ପିଲାଙ୍କ ମୃତଦେହ ମିଳିଛି। ଆତ୍ମହତ୍ୟା କରିଥିବା ମୃତକମାନେ ହେଲେ ଗରୀବ ସାବ, ତାଙ୍କ ପତ୍ନୀ ସୁମୈୟା, ଝିଅ ହାଜିରା ଏବଂ ପୁଅ ମହମ୍ମଦ ଶଭନ ଓ ମହମ୍ମଦ ମୁନୀର।
  13. ତିନି ବର୍ଷ ମଧ୍ୟରେ ୯୦୦ ବେଆଇନ ଗର୍ଭପାତ କରାଇଥିବା ଜଣେ ଡାକ୍ତର ଏବଂ ତାଙ୍କ ଲ୍ୟାବ ଟେକ୍ନିସିଆନଙ୍କୁ ବେଙ୍ଗାଲୁରୁ ପୋଲିସ ଗିରଫ କରିଛି।
  14. ଉତ୍ତରକାଶୀର ସିଲ୍‌କ୍ୟାରା ସୁଡ଼ଙ୍ଗରେ ୧୬ ଦିନ ହେଲା ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର ପାଇଁ ସୋମବାର ହାତ ମେଶିନ୍‌ରେ ଖନନ ଆରମ୍ଭ ହୋଇଛି।
  15. ମଧ୍ୟପ୍ରଦେଶର ଇନ୍ଦୋରରେ ସୋମବାର ସ୍କୁଲ ପିଲାମାନଙ୍କର ଝଗଡ଼ାରୁ ଏକ ବଡ଼ ଘଟଣା ଘଟିଯାଇଛି। ତିନି ଚତୁର୍ଥ ଶ୍ରେଣୀର ଛାତ୍ର ମିଶି ସେମାନଙ୍କର ଜଣେ ସହପାଠୀଙ୍କୁ କମ୍ପାସରେ ୧୦୮ ଥର ଆକ୍ରମଣ କରିଛନ୍ତି।
  16. ଗତ ୧୫ ବର୍ଷ ଧରି ଭାରତରେ ସିଗାରେଟ ଟାଣୁଥିବା ଲୋକଙ୍କ ପାଇଁ ସିଗାରେଟ ମୂଲ୍ୟ ପ୍ରାୟ ୨୫୦ ପ୍ରତିଶତ ବୃଦ୍ଧି ପାଇଛି। କିନ୍ତୁ ଡାକ୍ତର ଏବଂ ଅର୍ଥନୀତିଜ୍ଞ କହିଛନ୍ତି ସିଗାରେଟର ମୂଲ୍ୟ ଆହୁରି ବୃଦ୍ଧି ହେବା ଉଚିତ।.
  17. ସମ୍ପତ୍ତି ଟାଇଟଲ ହସ୍ତାନ୍ତର ସମ୍ପର୍କରେ ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ଦେଇଛନ୍ତି। ଏକ ମାମଲାର ଶୁଣାଣି ବେଳେ କୋର୍ଟ କହିଛନ୍ତି ସମ୍ପତ୍ତିର ଟାଇଟଲ ସ୍ଥାନାନ୍ତର କରିବା ପାଇଁ ଏକ ପଞ୍ଜୀକୃତ ଡକ୍ୟୁମେଣ୍ଟ ରହିବା ଆବଶ୍ୟକ।
  18. ଲଘୁଚାପ ଆସନ୍ତା ଡିସେମ୍ବର ୧ ତାରିଖରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ।
  19. ଆସନ୍ତା ଜୁନ୍‌ରେ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଟି-୨୦ ବିଶ୍ବକପ୍‌ ଆୟୋଜିତ ହେବାକୁ ଥିବା ବେଳେ ଏହି ବିଶ୍ବକପ୍‌ ଜିତିବାକୁ ଭାରତ ପ୍ରମୁଖ ଦାବିବାର ବୋଲି କହିଛନ୍ତି ପୂର୍ବତନ କ୍ରିକେଟର୍‌ ରବି ଶାସ୍ତ୍ରୀ।
  20. ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ୩ୟ ମ୍ୟାଚ ମଙ୍ଗଳବାର ଗୁଆହାଟୀରେ ଖେଳାଯିବ। ଭାରତ ପ୍ରଥମ ଦୁଇ ମ୍ୟାଚ ଜିତି ୨-୦ରେ ଆଗୁଆ ରହିଥିବାବେଳେ ଶୃଙ୍ଖଳା ବିଜୟ ନେଇ ଉଦ୍ୟମ କରିବ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଉକ୍ତ ମ୍ୟାଚକୁ ଜିତି ଶୃଙ୍ଖଳା ବଞ୍ଚାଇ ରଖିବା ନେଇ ପ୍ରୟାସ କରିବ।
389 Y
1258 28-11-2023 English
  1. Odisha Pavilion bagged the first position for ‘Excellence in Display’ and received gold medal at India International Trade Fair (IITF) that was being held at Pragati Maidan in New Delhi. The trade fair that began November 14 concluded Monday.
  2. The historic Baliyatra got off to a colourful start in Cuttack Monday evening.
  3. After formally joining the ruling BJD Monday, former bureaucrat VK Pandian visited Maa Tara Tarini temple, one of the famous Shakti shrines in Ganjam district, and performed a puja.
  4. Israel and Hamas agreed to extend their cease-fire for two more days past Monday, the Qatari government said, bringing the prospect of a longer halt to their deadliest and most destructive war and further exchanges of militant-held hostages for Palestinians imprisoned by Israel.
  5. Miscreants allegedly decamped with cash worth `20 lakh from an ATM kiosk by cutting the machine with gas cutters at Bahanaga Bazaar locality around 100 metres from National Highway-16 under Soro police limits in Balasore district late Sunday night.
  6. Twenty seven people have been killed in lightning strikes in the last 24 hours in different parts of Gujarat during widespread unseasonal rainfall in the state, an official said here Monday.
  7. Odisha Chief Minister Naveen Patnaik’s close aide and former IAS officer V Karthikeyan Pandian formally joined Monday the ruling Biju Janata Dal (BJD).
  8. The Archeological Survey of India (ASI) is all set to carry out the proposed laser scanning of Ratnabhandar at the Shree Jagannath temple here from Tuesday.
  9. The Madhya Pradesh Congress has accused the administration officials in Balaghat of opening postal ballots ahead of counting, due on December 3. State Congress chief Kamal Nath posted on X, formerly Twitter, that a video of postal ballots being opened before counting has surfaced in the Balaghat district. 
  10. Congress leader Rahul Gandhi has been summoned by MP/MLA court on December 16 in connection with a 2018 case over using derogatory remarks against Union Home Minister Amit Shah in a Bengaluru conference.
  11. Communications are on between the West Bengal government and the Adani Group over the Tajpur deep-sea port project in the state, state minister Shashi Panja said on Sunday.
  12. Two persons were apprehended on Monday after arms and ammunition were recovered in the Kupwara district, according to an official statement issued by the Indian Army.
  13. Vice President Jagdeep Dhankhar on Monday described Mahatma Gandhi as the mahapurush' of the last century, and termed Prime Minister Narendra Modi as the yugpurush' of this century.
  14. The Aam Aadmi Party government in Punjab on Monday launched a free pilgrimage scheme in the state on the lines of the programme which has been running in Delhi since 2019.
  15. Maharashtra assembly speaker Rahul Narwekar on Monday said the Eknath Shinde-led government is stable and enjoys the majority support in the Lower House of the state legislature.
  16. Vigilance sleuths Monday arrested a government doctor in Subarnapur on charges of demanding and receiving `5,500 bribe to perform a cataract surgery.
  17. Fear over return of `81.78 crore sanctioned for construction of a flyover bridge on Jajpur-Keonjhar Road railway station has deepened as the project has remained a nonstarter despite sanction of funds.
  18. The Election Commission Monday withdrew the permission to the Telangana government on disbursement of financial aid to farmers under the Rythu Bandhu scheme, triggering a blame-game between the Congress and the ruling BRS ahead of the November 30 elections.
  19. Jannik Sinner capped his perfect week by leading Italy to its first Davis Cup title in nearly five decades.
  20. Gujarat Titans Monday appointed Shubman Gill as their captain for the 2024 season of the Indian Premier League (IPL) following Hardik Pandya’s decision to move back to Mumbai Indians.
418 Y
1259 27-11-2023 Odia
  1. ସମ୍ବିଧାନ ଦିବସ ପାଳନ ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ପରିସରରେ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଥିଲେ ଯେ ସୁପ୍ରିମ୍‌କୋର୍ଟ ଏବେ ଲୋକ ଅଦାଲତ ଭଳି କାର୍ଯ୍ୟ କରୁଛି ଏବଂ ନାଗରିକମାନେ କୋର୍ଟ ଆସିବାକୁ ଡରିବା ଉଚିତ ନୁହେଁ।

  2. କେନ୍ଦ୍ର ସରକାର ଚାଷୀ ସଂଗଠନଗୁଡ଼ିକର ଦାବି ପୂରଣ କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଏହାର ପ୍ରତିବାଦରେ ଆଜିଠାରୁ ଚଣ୍ଡିଗଡ଼ରେ ବଡ଼ ଧରଣର ଚାଷୀ ଆନ୍ଦୋଳନ ଆରମ୍ଭ ହୋଇଛି।

  3. ଗତ ଅକ୍ଟୋବର ୭ ତାରିଖରେ ହମାସ ଦ୍ଵାରା ଆକ୍ରମଣରେ ପ୍ରାଣ ହରାଇଛି ବୋଲି ବିଶ୍ଵାସ କରାଯାଉଥିବା ଜଣେ ୯ ବର୍ଷୀୟ ଆଇରିଶ-ଇସ୍ରାଏଲୀ ଝିଅ ୪ ଦିନିଆ ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ ଶନିବାର ୧୭ ଜଣ ବନ୍ଧକଙ୍କ ସହ ମୁକ୍ତ ହୋଇଛି।

  4. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତବର୍ଷ ପଞ୍ଜାବ ଗସ୍ତରେ ଯାଇଥିବା ସମୟରେ ତାଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି ଦେଖିବାକୁ ମିଳିଥିଲା। ଏହି ଘଟଣାରେ ଫିରୋଜପୁର ଏସ୍‌ପିଙ୍କ ସହିତ ଦୁଇ ଜଣ ଡିଏସ୍‌ପି ପାହ୍ୟା ଅଧିକାରୀଙ୍କୁ ମିଶାଇ ମୋଟ ୭ ଜଣ ପୁଲିସ ଅଧିକାରୀ ନିଲମ୍ବିତ ହୋଇଛନ୍ତି ।

  5. ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ଗତ ୧୫ ଦିନ ଧରି ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ଲାଗି ସେନାର ସହାୟତା ନିଆଯାଇଛି।

  6. ଅଯୋଧ୍ୟାରେ ଥିବା ରାମ ମନ୍ଦିର ଭଳି ଇନ୍ଦୋରର ବିଶ୍ରାମ ବାଗରେ ୨୧ ଟନ୍ ଲୁହା ସ୍କ୍ରାପରୁ ରାମ ମନ୍ଦିରର ପ୍ରତିକୃତି ପ୍ରସ୍ତୁତ କରାଯାଇଛି।

  7. ୪ ଯୁବତୀ ଲୁଣ ଭାବି ପିଜୁଳି ସହ ବିଷ ଖାଇଦେଲେ | ଆଉ ବିଷକ୍ରିୟା ଯୋଗୁଁ ଏବେ ସେମାନେ ଗୁରୁତର ହୋଇପଡିଛନ୍ତି | ବିହାରର ଔରଙ୍ଗାବାଦ ଜିଲ୍ଲାର କୁଟୁମ୍ବା ପୁଲିସ ଷ୍ଟେସନ ଅଞ୍ଚଳର ଏକ ଗାଁରେ ଏହି ଘଟଣା ଘଟିଛି |

  8. ୨୦୨୨-୨୩ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ ହେଉଛି ରେଳବାଇର ସର୍ବାଧିକ ଲାଭ କରୁଥିବା ରେଳ ଜୋନ୍‌ ଭାବରେ  ୧୧,୭୦୩ କୋଟି ଟଙ୍କା ଲାଭ କରିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି।

  9. ଇଲେକ୍ଟ୍ରିକ୍ ଯାନ (ଇଭି) କ୍ଷେତ୍ରରେ ଆଗକୁ ବହୁତ ବଡ଼ ବିପ୍ଳବ ଆସିବାର ସମ୍ଭାବନା ରହିଛି। ସାରା ବିଶ୍ଵରେ ବିରଳ ଥିବା ଲିଥିଅମ୍‌କୁ ଏବେ ବ୍ୟାଟେରି ତିଆରିରେ ବ୍ୟବହାର କରାଯାଉଛି। ତାହାର ବିକଳ୍ପ ଭାବେ ସୋଡିୟମ୍‌କୁ ବ୍ୟବହାର କରିବା ଲାଗି ପରୀକ୍ଷାନିରୀକ୍ଷା ଆରମ୍ଭ ହୋଇଛି।

  10. ରିପୋର୍ଟ ଅନୁସାରେ ଓଡ଼ିଶାରେ ଗତ ଅଗଷ୍ଟ ୩୧ ସୁଦ୍ଧା ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ୩.୩୬ କୋଟିରେ ପହଞ୍ଚିଛି।

  11. ତମାଖୁଜାତୀୟ ବିଭିନ୍ନ ପ୍ରକାର ସାମଗ୍ରୀ ଯଥା ସିଗାରେଟ, ବିଡି ଏବଂ ଧୂମବିହୀନ ତମାଖୁ ଉପରେ ବଜେଟରେ ଟିକସ ବଢ଼ାଇବା ପାଇଁ ବିଶେଷଜ୍ଞମାନେ ଅର୍ଥ ମନ୍ତ୍ରାଳୟକୁ ପରାମର୍ଶ ଦେଇଛନ୍ତି।

  12. ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ର ପ୍ରତିଷ୍ଠା ଦିବସରେ ଦଳର ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ଦିଲ୍ଲୀର ପୂର୍ବତନ ଉମମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ମନେ ପକାଇଛନ୍ତି।

  13. ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ରବିବାର ଜାପାନରେ ପହଞ୍ଚିଛନ୍ତି। ଟୋକିଓ ବିମାନବନ୍ଦରରେ ପଟେଲଙ୍କୁ ଜାପାନରେ ଭାରତୀୟ ରାଷ୍ଟ୍ରଦୂତ ସିବି ଜର୍ଜ ସ୍ବାଗତ କରିଥିଲେ।

  14. କେରଳ ହାଇକୋର୍ଟ କହିଛନ୍ତି ରାଜ୍ୟର ଆଇନ ଏବଂ ନିୟମ ଇଂଲିଶ୍‌ ଭାଷାରେ ପ୍ରକାଶିତ ହେବା ଉଚିତ ।  ଯଦି ଆଞ୍ଚଳିକ ଭାଷାରେ ଏକ ଆଇନ ପ୍ରସ୍ତୁତ କରାଯାଏ, ତେବେ ଆଇନର ଇଂଲିଶ୍‌ ଅନୁବାଦ ଉପଲବ୍ଧ ହେବା ଉଚିତ।.

  15. ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶରେ ଏମପି ତଥା ବିଧାୟକଙ୍କ ବିରୋଧରେ ବିଚାରାଧୀନ ଥିବା ମୃତ୍ୟୁଦଣ୍ଡ, ଆଜୀବନ କାରାଦଣ୍ଡ ଏବଂ ପାଞ୍ଚ ବର୍ଷରୁ ଅଧିକ ଦଣ୍ଡ ସହ ଜଡିତ ଅପରାଧିକ ମାମଲାର ଶୀଘ୍ର ନିଷ୍ପତ୍ତି ନେବାକୁ ଏଭଳି ମାମଲା ବିଚାର କରୁଥିବା ରାଜ୍ୟର ସମସ୍ତ ସ୍ଵତନ୍ତ୍ର କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

  16. ଐତିହାସିକ ବାଲିଯାତ୍ରାରେ ଗତବର୍ଷ ପରି ଚଳିତବର୍ଷ ୪ଦିନ ବଲିଉଡ କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ବଲିଉଡର ପ୍ରସିଦ୍ଧ ସଙ୍ଗୀତ ନିର୍ଦେଶକ ତଥା କଣ୍ଠଶିଳ୍ପୀ ଅନୁ ମଲ୍ଲିକ ଓ ସଚିନ ଦୁବେ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

  17. କରୋନା ପରେ ଏବେ ଚୀନରେ ନିମୋନିଆ ଭୟ। କରୋନା ଭଳି ନିମୋନିଆ ଯେପରି ମାରାତ୍ମକ ନହେବ ସେଥିପ୍ରତି କେନ୍ଦ୍ର ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଏନେଇ ଭୟଭୀତ ନହେବା ସହିତ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ ରହିବା ଓ ହସ୍ପିଟାଲର ସ୍ଥିତି ସମୀକ୍ଷା କରିବାକୁ କହିଛନ୍ତି।

  18. ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଏସିଆନ କ୍ରିକେଟ କାଉନ୍‌ସିଲ (ଏସିସି) ୧୯ ବର୍ଷରୁ କମ୍‌ ପୁରୁଷ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟ ଡିସେମ୍ବର ୮ରୁ ଖେଳାଯିବ। ଉଦୀୟମାନ ବ୍ୟାଟର ଉଦୟ ସାହାରନଙ୍କୁ ଗତଥରର ଚାମ୍ପିୟନ ଭାରତୀୟ ଦଳର ଅଧିନାୟକ ମନୋନୀତ କରାଯାଇଛି। ପଞ୍ଜାବର ଜଣେ ୧୯ ବର୍ଷୀୟ କ୍ରିକେଟର ସାହାରନ ହେଉଛନ୍ତି ।

  19. ଖେଲୋ ଇଣ୍ଡିଆ- ପାରା ଗେମ୍ସ ୨୦୨୩ର ଅଫିସିଆଲ୍ ମାସ୍କଟ୍ ଭାବେ ଘର ଚଟିଆ- ‘ଉଜ୍ଜ୍ୱଳା’କୁ ଉନ୍ମୋଚନ କରାଯାଇଛି। ଛୋଟ ଘର ଚଟିଆ ଦିଲ୍ଲୀର ଗୌରବର ପ୍ରତୀକ ଏବଂ ଏହାର ଭିନ୍ନତା ସଂକଳ୍ପ ଏବଂ ସହାନୁଭୂତିକୁ ଦର୍ଶାଏ । ଖେଲୋ ଇଣ୍ଡିଆ – ପାରା ଗେମ୍ସ ୨୦୨୩ର ମାସ୍କଟ୍ ଭାବରେ ଉଜ୍ଜ୍ୱଳା ସ୍ମରଣ କରାଇ ଦେଉଛି ଯେ ଶକ୍ତି ଅନେକ ରୂପରେ ଆସିଥାଏ ଏବଂ ମାନବିକ ଭାବନା ଅତୁଟ ରହିଥାଏ ।

  20. ଋତୁରାଜ ଗାଏକ୍ବାର୍ଡ, ଈଶାନ କିଷନ ଓ ଯଶସ୍ବୀ ଜୟସୱାଲଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ଶୃଙ୍ଖଳା​ରେ‌ ଭାରତ କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରିଛି । ରବିବାର ତିରୁଅନନ୍ତପୁରରେ ଆୟୋଜିତ ମ୍ୟାଚରେ ଭାରତ ୪୪ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି ।

388 Y
1260 27-11-2023 English
  1. Rescuers began drilling vertically Sunday from the top of a mountain under which 41 workers got trapped two weeks ago while working on a highway tunnel in the Himalayas, officials said. If it does not face any hurdle, it will take nearly 100 hours to reach the trapped workers from the top of the hill above the tunnel.

  2. The Union Health Ministry has advised states to immediately review public health preparedness in view of recent reports indicating a surge in respiratory illness in children in northern China.

  3. Baliyatra, one of Asia’s biggest open air trade fairs, will kick off on Mahanadi riverbank here on the occasion of Kartika Purnima, Monday. The district administration and Cuttack Municipal Corporation (CMC) have made elaborate arrangements to ensure smooth conduct of the annual fair, which celebrates the glorious maritime history of Odisha.

  4. Chief Minister Naveen Patnaik Sunday congratulated students, faculty members and staff of Ravenshaw University in Cuttack as the varsity was accorded the highest A++ grade by the National Assessment and Accreditation Council (NAAC).

  5. Milk production in the state has increased threefold in the last two decades, informed Chief Minister Naveen Patnaik during National Milk Day celebration here at Lokaseva Bhavan, Sunday.

  6. Kalinga Institute of Social Sciences (KISS) Deemed to be University celebrated its third annual convocation here, Saturday. In the event, 302 students including five Ph.D. scholars received their degrees.

  7. Union Education Minister Dharmendra Pradhan Sunday said that the Centre has advised IITs and IIMs to become multi-disciplinary to venture beyond their respective areas of specialisation.

  8. Rourkela has found itself among the top 10 cities in the country in ‘Nurturing Neighbourhoods Challenge’. Following this, the Smart City Limited and Rourkela Municipal Corporation (RMC) have undertaken several developmental projects to create childfriendly environment in the city.

  9. Churches in Mizoram held prayers to seek divine intervention to change the date of counting of votes for state assembly polls held November 7, a church leader said Sunday.

  10. The Supreme Court is slated to hear Tuesday a plea filed by the Andhra Pradesh government challenging grant of regular bail to TDP supremo and former Chief Minister Chandrababu Naidu in connection with the alleged Skill Development Corporation scam case.

  11. The National Investigation Agency (NIA) Sunday conducted raids in several states in the Pakistanbacked Ghazwa-e-Hind terror module case, an official said.

  12. The fragile cease-fire between Israel and Hamas was back on track Sunday as the militants freed 17 more hostages, including 14 Israelis, in a third set of releases under a four-day cease-fire deal.

  13. Hamas announced the death of Ahmed al-Ghandour, who was in charge of northern Gaza and a member of its top military council. He is the highest-ranking militant known to have been killed in the fighting.

  14. The Agricultural and Processed Food Products Development Authority (APEDA), an organisation under the Ministry of Commerce, played an instrumental role in flagging off cashew nut shipments to the US, Bangladesh, Qatar and Malaysia to mark National Cashew Day November 23.

  15. India’s milk production rose by 4 per cent to 230.58 million tonne in 2022-23 while egg output increased by 7 per cent to 138.38 billion, the government said Sunday.

  16. India’s initial public offer (IPO) market ended on a euphoric note with investors pouring an unprecedented `2.6 lakh crore into five issues that aimed to collect `7,380 crore.

  17. The Election Commission on Monday withdrew permission given to the Telangana government for disbursements of financial aid to farmers for rabi crops under the Rythu Bandhu Scheme after a state minister violated the provisions of the model code.

  18. Malaysia will grant visa-free entry to citizens of China and India for stays of up to 30 days starting on Dec. 1, according to Prime Minister Anwar Ibrahim.

  19. Hardik Pandya Sunday returned to his “spiritual home” Mumbai Indians after an all-cash deal trade-off with Gujarat Titans was formally completed following 72 hours of intense drama.

  20. Odisha FC will have deal with a Mohun Bagan Super Giant (MBSG) team who would be keen to return to winning ways and keep their qualifying hopes alive in the AFC Cup penultimate round group D clash here Monday.

443 Y