# |
Date |
Type |
Current Affairs |
No. Of Views |
Status |
Action |
2351 |
24-04-2022 |
Odia |
- ଗୋଟିଏ କମ୍ପାନୀର ପାଇଖାନା ଆକାରର ଅଫିସ ଘରୁ ଜବତ ହୋଇଛି କୋଟି କୋଟି ଟଙ୍କା । ଏହି କମ୍ପାନୀ ବାର୍ଷିକ ୧୭୬୪ କୋଟି ଟଙ୍କର ବ୍ୟବସାୟ କରୁଥିଲା । ମାତ୍ର ୩୫ ବର୍ଗ ଫୁଟର ଘରୁ ଜିଏସଟିର ରେଡ ବେଳେ ନଗଦ ୧୦ କୋଟି ଟଙ୍କା ଜବତ କରିଛି ମହାରାଷ୍ଟ୍ରର ଜିଏଟି ବିଭାଗ ।
- ବିହାର ଅମିତ ଶାହଙ୍କ ଉପସ୍ଥିତିରେ ୭୭ ହଜାର ୭ ଶହ ତ୍ରିରଙ୍ଗ. ଉଡ଼ାଇ ପାକିସ୍ତାନର ରେକର୍ଡ଼ ଭାଙ୍ଗିଛି । ସ୍ୱାଧୀନତା ସଂଗ୍ରାମର ମହାନାୟକ ବାବୁ ବୀର କୁମ୍ବର ସିଂ ବିଜଉ ଉତ୍ସବରେ ଭୋଜପୁରର ଜଗଦୀଶପୁରରେ ଏହି ରେକର୍ଡ଼ କରିଛନ୍ତି ।
- ୟୁଜିସି ବା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଏବଂ ଏଆଇସିଟିଇ ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଏକ ବଡ଼ ଚେତାବନୀ ଦେଇଛନ୍ତି । ଭାରତୀୟ ଛାତ୍ରଛାତ୍ରୀମାନେ ପାକିସ୍ତାନର କୌଣସି କଲେଜ କିମ୍ବା ଶିକ୍ଷାନୁଷ୍ଠାନରେ ଆଡମିଶନ କରନ୍ତୁ ନାହିଁ। ଏହା କଲେ ସେମାନେ ଭାରତରେ ଚାକିରି ସହ ଦେଶରେ ଉଚ୍ଚଶିକ୍ଷା କରିବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ।
- ପୁଟିନ୍ ଆଜବଷ୍ଟଲ୍ ଷ୍ଟିଲ୍ ପ୍ଲାଣ୍ଟ୍ ଉପରେ ହୋଇଥିବା ଆକ୍ରମଣ ଯୋଜନା ବନ୍ଦ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆଜବଷ୍ଟଲ୍ ଷ୍ଟିଲ୍ ପ୍ଲାଣ୍ଟ୍ ଉପରେ ଆଜି ପୁଣି ଆକ୍ରମଣ ଆରମ୍ଭ ହୋଇଛି। ରୁଷ୍ ଆଜବଷ୍ଟଲ୍ ଷ୍ଟିଲ୍ ପ୍ଲାଣ୍ଟ୍ ଉପରେ ବିମାନ ଆକ୍ରମଣ କରିଛି ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କିଙ୍କ ପରାମର୍ଶଦାତା କହିଛନ୍ତି।
- ପ୍ରଥମ ଥର ପାଇଁ ରୁଷ୍ ସ୍ବୀକାର କରିଛି ଯେ ମସ୍କୋଭା ବୁଡ଼ିବା ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୭ ଜଣ ପରିଚାଳକ ଦଳ ନିଖୋଜ ଅଛନ୍ତି। ଏହି ଯୁଦ୍ଧପୋତରେ ଥିବା ୩୮୬ ସଦସ୍ୟଙ୍କୁ ଉଦ୍ଧାର କରାଯାଇଥିବା ରୁଷ୍ କହିଛି।
- ରୁଷ୍ ଏଠାରେ ୪୨ରୁ ଅଧିକ ସହର ନିଜ ଦଖଲକୁ ନେଇ ସାରିଛି। ୟୁକ୍ରେନ୍ ଅଧିକାରୀମାନେ ଏହା ସ୍ବୀକାର କରିଛନ୍ତି। ମେ’ ୯ ତାରିଖରେ ରୁଷ୍ ୟୁକ୍ରେନ୍ ଯୁଦ୍ଧରେ ବିଜୟ ଘୋଷଣା କରିବାପାଇଁ ଯୋଜନା କରୁଥିବା କୁହାଯାଉଛି।
- ୟୁକ୍ରେନ ଯୁଦ୍ଧ ଯୋଗୁଁ ବିଶ୍ବରେ ଖାଇବା ତେଲର ମୂଲ୍ୟ ବଢିଚାଲିଥିବାବେଳେ ସାଧାରଣ ଖାଉଟିଙ୍କ ପାଇଁ ଆଉ ଏକ ଖରାପ ଖବର ଆସିଛି । ବିଶ୍ବର ନଂ.୧ ତାଳ ତେଲ ବା ପାମ ଅଏଲ ରପ୍ତାନିକାରୀ ଦେଶ ଇଣ୍ଡୋନେସିଆ ଏପ୍ରିଲ ୨୮ରୁ ଏହି ଖାଇବା ତେଲ ରପ୍ତାନି ଉପରେ କଟକଣା ଲଗାଇଛି ।
- ଗତ ୨ ବର୍ଷ ମଧ୍ୟରେ ଉତ୍ତରପ୍ରଦେଶ ରାଜ୍ୟ ସରକାର ଏକ ସ୍ବତନ୍ତ୍ର ଅଭିଯାନ ମାଧ୍ୟମରେ ମାଫିଆ ଓ ଗ୍ୟାଙ୍ଗଷ୍ଟରମାନଙ୍କ ପ୍ରାୟ ୨୬୮ କୋଟି ଟଙ୍କାର ସଂପତ୍ତି ଜବତ କରିଛନ୍ତି ।
- ରୁଷ-ୟୁକ୍ରେନ ଯୁଦ୍ଧ, ଜାହାଙ୍ଗୀରପୁରୀ ବିବାଦ ଏବଂ ଲାଉଡସ୍ପିକର ଉପରେ ଚାଲିଥିବା ବିତର୍କକୁ ନେଇ ଯେଉଁଭଳି ଭାବେ ଖବର ପ୍ରକାଶିତ ବା ପ୍ରସାରଣ କରାଯାଉଛି, ଏହାକୁ ନେଇ ଆପତ୍ତି ଉଠାଇଛି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ।
- ଦୁବାଇର ‘ମୋଷ୍ଟ୍ ନୋବଲ୍ ନମ୍ବର୍ସ’ ଦାତବ୍ୟ ନିଲାମରେ ବିଶ୍ବର ତୃତୀୟ ବ୍ୟୟବହୁଳ ‘ନମ୍ବର ପ୍ଲେଟ୍’ ୭୦ କୋଟି ଟଙ୍କାରେ ବିକ୍ରୟ ହୋଇଯାଇଛି। ଏକ ଅଙ୍କବିଶିଷ୍ଟ ନମ୍ବର ପ୍ଲେଟ୍ ‘ଏଏ୮’ ନିଲାମରୁ ଭାରତୀୟ ମୁଦ୍ରା ହିସାବରେ ୭୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଆୟ ହୋଇଛି।
- ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜର ଠିକଣା ବଦଳାଉଛନ୍ତି। ନୀତିଶ ଯେଉଁ ବାସଭବନକୁ ସ୍ଥାନାନ୍ତର ହେଉଛନ୍ତି ସେଠାରେ ସେ ପୂର୍ବରୁ ରହି ସାରିଛନ୍ତି।
- ବୁଧବାର ତେଲେଙ୍ଗାନାର ଏକ ଈ-ସ୍କୁଟର ବିସ୍ଫୋରଣ ଘଟଣା ସାମ୍ନା ଆସିଥିଲା। ଯାହାକୁ ନେଇ କେନ୍ଦ୍ର ମନ୍ତ୍ରୀ କମ୍ପାନୀମାନଙ୍କୁ ଚେତାବନୀ ବି ଦେଇଥିଲେ। ଆଜି ପୁଣି ଅନ୍ଧ୍ର ପ୍ରଦେଶର ବିଜୟୱାଡ଼ାରେ ବି ଏମିତି ଏକ ଘଟଣା ଘଟିଛି। ଇ-ସ୍କୁଟର ବିସ୍ଫୋରଣ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି।
- କେନ୍ଦ୍ରକୁ ଭୁଲ୍ ଆର୍ଥିକ ସୂଚନା ଦେଉଛନ୍ତି ରାଜ୍ୟ ସରକାର। ଋଣ ନେବା ଚକ୍କରେ ଜାଣିଶୁଣି ଭୁଲ୍ ତଥ୍ୟ ଦିଆଯାଉଛି ନହେଲେ ବେପରୁଆ ଭାବେ ତଥ୍ୟ ସଂଗ୍ରହଣ କରାଯାଉଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରାଳୟ କହିଛି। ଯେଉଁ IAS IPS ଅଫିସର ଓ ପ୍ରଶାସନିକ ଅଧିକାରୀମାନେ ରାଜ୍ୟକୁ ଡେପୁଟେସନ୍ରେ ଯାଉଛନ୍ତି ଓ ଏହି ପ୍ରକ୍ରିୟାରେ ସାମିଲ୍ ହେଉଛନ୍ତି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରାଳୟ ଚେତାବନୀ ଦେଇଛି।
- ଅମରାବତୀ ସାଂସଦ ନବନୀତ ରାଣା ଏବଂ ତାଙ୍କ ସ୍ୱାମୀ ବିଧାୟକ ରବି ରାଣାଙ୍କୁ ମୁମ୍ୱାଇ ପୋଲିସ ଗିରଫ କରିଛି । ପୋଲିସ ଦୁହିଁଙ୍କୁ ଖାର ପୋଲିସ ଷ୍ଟେସନ ନେଇ ଯାଇଥିବା ଜଣାପଡିଛି।
- ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ ଇସ୍ତଫା ଦେବା ନେଇ ଆଲୋଚନା ହେଉଥିବା ବେଳେ ଏନେଇ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମୋ ଇସ୍ତଫା ପତ୍ର ସବୁବେଳେ ସୋନିଆ ଗାନ୍ଧୀଙ୍କ ପାଖରେ ରହିଛି ବୋଲି କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ।
- ଫ୍ୟୁଚର ଗ୍ରୁପ ସହ ନିଜର ଚୁକ୍ତି ରଦ୍ଦ କରିବା ନେଇ ଶନିବାର ଘୋଷଣା କରିଛି ରିଲାଏନ୍ସ ଗ୍ରୁପ୍ । ଫ୍ୟୁଚର ଗ୍ରୁପର ସୁରକ୍ଷିତ ଋଣଦାତା(secured creditors ) ଚୁକ୍ତିକୁ ମଞ୍ଜୁରୀ ନଦେବା ପରେ ଏହାକୁ କାର୍ଯ୍ୟକାରୀ କରାଯାଇ ପାରିବ ନାହିଁ ବୋଲି ରିଲାଏନ୍ସ କହିଛି ।
- ଆଇଆଇଟି ମାଡ୍ରାସ କରୋନା ରିପ୍ରଡକ୍ସନ ଭାଲ୍ୟୁ ( ଆର-ଭାଲ୍ୟୁ) ଏବେ ଦିଲ୍ଲୀରେ ୨.୧କୁ ପହଞ୍ଚିଥିବା ସୂଚିତ କରିଛନ୍ତି। ଅର୍ଥାତ ଜାତୀୟ ରାଜଧାନୀରେ ପ୍ରତି ସଂକ୍ରମିତଙ୍କଠାରୁ ଏବେ ୨ ଜଣ ସଂକ୍ରମିତ ହେଉଥିବାର ଏହି ସୂଚନା ଏବେ ଆତଙ୍କ ସୃଷ୍ଟି କରିଛି।
- ବିକଶିତ ରାଷ୍ଟ୍ର ଆମେରିକାରେ ଏବେ ନଗ୍ନତା ବିଷୟରେ ଶିକ୍ଷାଦିଆଯିବ। ଆମେରିକାର ଏକ କଲେଜ୍ରେ ଛାତ୍ରଛାତ୍ରୀମାନଙ୍କୁ ନଗ୍ନତାର କୋର୍ସ ଶିକ୍ଷାଯିବ। ୨୦୨୨-୨୦୨୩ ଶିକ୍ଷା ବର୍ଷ ପାଇଁ ୱେଷ୍ଟମିନିଷ୍ଟର କଲେଜ୍ରେ ପର୍ଣ୍ଣୋଗ୍ରାଫି ବିଷୟରେ ଶିକ୍ଷା ଦିଆଯିବ।
- ଦେଶବ୍ୟାପୀ ଅଦାଲତରେ ମୃତ୍ୟୁ ଦଣ୍ଡାଦେଶ ଦେବା ପାଇଁ ଅବଲମ୍ବନ କରାଯାଉଥିବା ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟ ଗାଇଡ୍ଲାଇନ୍ ପ୍ରସ୍ତୁତ କରିବେ । ଜଷ୍ଟିସ୍ ୟୁୟୁ ଲଲିତ, ଜଷ୍ଟିସ୍ ଏସ୍ ରବୀନ୍ଦ୍ର ଭଟ୍ଟ ଏବଂ ଜଷ୍ଟିସ୍ ପି ଏସ ନରସିଂହାଙ୍କ ଖଣ୍ଡପୀଠ ଏହି ଦିଗରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି ମାମଲାରେ ସହାୟତା କରିବା ପାଇଁ ଆଟର୍ଣ୍ଣି ଜେନେରାଲ କେ କେ ଭେନୁଗୋପାଳଙ୍କୁ କହିଛନ୍ତି ।
- ପ୍ରୟାଗରାଜ ଗଙ୍ଗାପାର ଅଞ୍ଚଳରେ ପୁଣି ଥରେ ଗଣ ହତ୍ୟାକାଣ୍ଡ ଘଟିଛି । ଗୋଟିଏ ପରିବାରର ୫ଜଣଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
|
596 |
Y |
|
2352 |
24-04-2022 |
English |
- The CBSE has dropped chapters about the Non-Aligned Movement, the Cold War era, the rise of Islamic empires in Afro-Asian territories, the chronicles of Mughal courts and the industrial revolution from the history and political science syllabi of Class XI and XII.
- PM Modi will attend the Master Deenanath Mangeshkar Awards Ceremony in Mumbai, where he will also receive the 1st Lata Deenanath Mangeshkar Award.
- Uttar Pradesh government is thinking seriously in the direction of the implementation of the Uniform Civil Code in the state, deputy Chief Minister Keshav Prasad Maurya said on Saturday.
- Trinamool Congress supremo Mamata Banerjee has appointed former Assam Pradesh Congress Committee chief Ripun Bora as the president of the state unit of the TMC, now named the Assam Trinamool Congress.
- The Central Board of Secondary Education (CBSE) has removed chapters dealing with the rise of Islamic empires in Afro-Asian territories, chronicles of Mughal courts, the Cold War and the industrial revolution from the History and Political Science syllabus of classes 11 and 12, a section of teachers has said.
- Country registers nearly 6% growth in steel production with 31.9 million tonnes during January to March this year.
- The Union Ministry of Information and Broadcasting issues advisory to private news channels to refrain from making false claims and using scandalous headlines
- India and China have so far held 15 rounds of military talks on the eastern Ladakh standoff including the last one being held on March 11.
- India has agreed to extend an additional $500 million credit line to help Sri Lanka import fuel, SL Finance Minister Ali Sabry said, amid delays in chalking out a bailout package with the IMF to mitigate the dire financial crisis facing the island nation.
- The discussion revolved around India-Germany's collaboration to scale up power generation through renewable sources to 500 GW by 2030 and to reach 'Climate Neutrality' by 2070.
- Dismissing UK Labour MP Naz Shah's remarks on human rights in India, Indian scholar Maulana Shahabuddin Razvi Bareilvi said that Muslims here live in peace and any interference by a foreign nation in India's internal matter is unwarranted. Confronting the UK MP's comments, Razvi, Director of Islamic Research Centre, said.
- Two rockets were fired from the Gaza Strip toward Israel on Friday night, with no damage or injury reported, the Israel Defence Forces (IDF) said.
- UN Chief Antonio Guterres to meet President Volodymyr Zelensky in Ukraine next week.
- Reliance Industries Saturday said its `24,713- crore deal with the Future Group cannot go ahead as secured creditors of the latter have voted against it.
- In a strong advisory to private television channels, the Union government Saturday said certain debates on the coverage of the Ukraine-Russia conflict and the Delhi riots had provocative and socially unacceptable language, and it took exception to headlines such as ‘Parmanu (nuclear) Putin’ and ‘Ali, Bali aur Khalbali (unrest)’ .
- Biju Janata Dal (BJD) president and Chief Minister Naveen Patnaik has asked party’s district observers to submit reports on BJD’s performance in recently concluded panchayat and urban local body (ULB) polls along with recommendations to further strengthen the party at the grassroots level .
- Chief Minister Naveen Patnaik Saturday inaugurated the annual culturecum-trade fair Adivasi Mela, which will be observed at IDCO ground from till May 2.
- Delhi's Rvalue, which indicates the spread of COVID-19, was recorded at 2.1 this week, implying that every infected person is infecting two others in the national capital, according to an analysis by IIT-Madras.
- Agra Police has registered an FIR against three named and 150 unknown persons for offering 'taravih namaz' on a public road, police here said Saturday.
- Nearly 78,000 people simultaneously waved the national flag at a function attended by Home Minister Amit Shah here Sunday, in an attempt to break a previous world record set in Pakistan 18 years ago.
|
580 |
Y |
|
2353 |
23-04-2022 |
Odia |
- କଟକ ବାରବାଟୀକୁ ଫେରିବ କ୍ରିକେଟ ଫିଭର । ବାରବାଟୀରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍ । ଜୁନ ୧୨ରେ ବାରବାଟୀରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ସିରିଜର ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ । ଖୁବଶୀଘ୍ର ଏନେଇ ବିଧିବଦ୍ଧ ଘୋଷଣା କରିବ ବିସିସିଆଇ ।
- ଓଡ଼ିଶାରେ ହାତୀଙ୍କ ଚଳପ୍ରଚଳ ପାଇଁ ହେବ ରେଲୱେ ଓଭର ପାସ୍ । ବନ ବିଭାଗ ଓ ରେଳବାଇର ମିଳିତ ଉଦ୍ୟମରେ ରାଜ ଆଠଗଡ଼ ଅଭୟାରଣ୍ୟରେ ରେଲୱେ ଲାଇନ୍ ଉପରେ ହେବ ୧୦୦ ମିଟରର ଓଭର ପାସ୍ । ଓଡ଼ିଶାର ପ୍ରଥମ ଓଭର ପାସ୍ ପ୍ରସ୍ତାବକୁ ଜାତୀୟ ବନ୍ୟଜନ୍ତୁ ବୋର୍ଡ ଅନୁମୋଦନ କରିଛି ।
- ଚଳିତ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ବେଳେ ମୁତୟନ ହେବେ ସେଣ୍ଟର ଅଫିସର । ପ୍ରତି ସେଣ୍ଟର ଓ ନୋଡାଲ ସେଣ୍ଟର ପାଇଁ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯିବ । ସବୁ ଜିଲ୍ଲାର ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏଭଳି ଲୋକଙ୍କୁ ଠାବ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।
- ସ୍ୱାଧିନତା ପରେ ଭାରତ ମାଟିରେ ପାଦ ଥାପିଛନ୍ତି ପ୍ରଥମ ବ୍ରିଟେନ ପ୍ରଧାନମନ୍ତ୍ରୀ । ସେପଟେ ଭାରତର ଆତିଥ୍ୟତାରେ ଅଭିଭୁତ ହୋଇଛନ୍ତି ବୋରିସ ଜନସନ୍ । ଜନସନ କହିଛନ୍ତି , ଯେଉଁଭଳି ଭାବେ ମୋତେ ଭାରତ ମାଟିରେ ଲୋକେ ସ୍ୱାଗତ କଲେ, ଲାଗୁଛି ମୁଁ ସଚିନ ତେନ୍ଦୁଲକର । ମୋର ଯେତିକି ହୋଡ଼ିଂ ଲାଗିଛି ନିଜକୁ ଅମିତାଭ ବଚ୍ଚନ ପରି ଫିଲ ହେଉଛି । ଭାରତର ଅତିଥି ଦେବ ଭବଃ ମନ୍ତ୍ରରେ ଅଭିମନ୍ତ୍ରିତ ବୋରିସ ଜନସନ ।
- ଆନ୍ଧ୍ରପ୍ରଦେଶର ଧର୍ମାବରମର ଜଣେ ବୁଣାକାର ୧୩ଟି ଭାରତୀୟ ଭାଷାରେ ୬୦ଟି ମିଟରର ଏକ ରେଶମ ଶାଢ଼ୀ ବୁଣି ତା ଉପରେ ୩୨ ହଜାର ୨ ଶହ ଥର ଜୟ ଶ୍ରୀରାମ ଲେଖିଛନ୍ତି । ଯେଉଁଥିରେ ତାଙ୍କର ଭଗବାନ ରାମଙ୍କ ପ୍ରତି ଥିବା ଭକ୍ତି ଏବଂ ପ୍ରେମ ନଜର ଆସିଛି ।
- ରାଜସ୍ଥାନର ଅଲବର ଜିଲ୍ଲାରେ ଥିବା ଏକ ୩ ଶହ ବର୍ଷ ପୁରୁଣା ଶିବ ମନ୍ଦିରକୁ ବୁଲଡୋଜର ଚଢ଼ାଇ ମାଟିରେ ମିଶାଇ ଦିଆଯାଇଛି । ଶିବ ମନ୍ଦିରକୁ ଜୋତା ପିନ୍ଧି ମୂର୍ତ୍ତି ଉପରେ ମେସିନ୍ ଚଲାଇବା ଦ୍ୱାରା ହିନ୍ଦୁବାଦୀ ସଙ୍ଗଠନକୁ ଗଭୀର ଆଘାତ ପହଞ୍ଚିଛି ।
- ଋଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢ଼େଇ । ଯୁଦ୍ଧ ଥମିବ ବୋଲି ଜଣାପଡ଼ୁନାହିଁ । ଏହି ଯୁଦ୍ଧ ୨୦୨୩ ଶେଷ ପର୍ଯ୍ୟନ୍ତ ଜାରି ରହିପାରେ । ତାଙ୍କ କହିବା ହେଉଛି ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ଏକ ବିପଦପୂର୍ଣ୍ଣ ଜାଲ ବିଛାଇଛନ୍ତି ।ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।
- ସାଟେଲାଇଟ ଇମେଜରେ ଗଣ ଜନସମାଧିର ସତ । ପୋର୍ଟସିଟିରେ ଗଣହତ୍ୟାକାଣ୍ଡ ଲୁଚାଇବା ପାଇଁ ଋଷ ସୈନ୍ୟ ପ୍ରାୟ ୯ ହଜାର ସାଧାରଣ ନାଗରିକଙ୍କୁ ଗଣ କବର ଦେଇଥିବା ସାଟେଲାଇଟ ଇମେଜରୁ ଜଣାପଡ଼ିଛି । ମାରିୟୁପୋଲରେ ୨ ଶହରୁ ଅଧିକ ଗଣ କବର ଦିଆଯାଇଥିବା ମକ୍ସର ଟେକ୍ନୋଲୋଜି ଜାରି କରିଥିବା ସାଟେଲାଇଟ ଇମେଜରୁ ଜଣାପଡ଼ିଛି ।
- ପାଞ୍ଚ ବର୍ଷ ପୂର୍ବେ ନିତି ଆୟୋଗ ଉପାଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଥିବା ରାଜୀବ କୁମାର ଇସ୍ତଫା ହଠାତ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସରକାର ତାଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି। ତାଙ୍କ ସ୍ଥାନରେ ବିଶିଷ୍ଟ ଅର୍ଥନୀତିଜ୍ଞ ସୁମନ ବେରିଙ୍କୁ ନିତି ଆୟୋଗର ନୂଆ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି।
- ଷ୍ଟାନଫୋର୍ଡ ୟୁନିଭରସିଟିର ଏକ ସମାରୋହରେ ଭାଷଣ ଦେଇ ଓବାମା ବର୍ତ୍ତମାନକୁ ଇତିହାସର ଅନ୍ୟ ଏକ ବିପଜ୍ଜନକ ମୁହୂର୍ତ୍ତ ବୋଲି କହିଛନ୍ତି। ଭୁଲ ତଥ୍ୟ ଆମ ଗଣତନ୍ତ୍ର ପାଇଁ ଏକ ବଡ ବିପଦ, ଆମେ ଏହାର ସମାଧାନ ପାଇଁ ମିଳିତ ଭାବେ କାର୍ଯ୍ୟ ନକରିବା ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ସେ କହିଛନ୍ତି।
- କଂଗ୍ରେସ ଏବେ ୨.୬ କୋଟିରୁ ଅଧିକ ସଦସ୍ୟଙ୍କୁ ଡିଜିଟାଲ୍ ଢଙ୍ଗରେ ଦଳରେ ସାମିଲ କରାଇଛି | ଦେଶର ସର୍ବପୁରାତନ ଦଳର ଇତିହାସରେ ଏହା ପ୍ରଥମ ଘଟଣା ଯେ ପାରମ୍ପରିକ ସଦସ୍ୟତା ବ୍ୟତୀତ ଡିଜିଟାଲ ଢଙ୍ଗରେ କଂଗ୍ରେସ ଏତେ ସଂଖ୍ୟାରେ ସଦସ୍ୟଙ୍କୁ ସାମିଲ କରାଇଛି |
- ଚାକିରି ପାଇଁ ବିଦେଶ ଯାଇଥିବା ୪୦୦୦ ରୁ ଅଧିକ ଭାରତୀୟ ଗତ ୮ ବର୍ଷ ମଧ୍ୟରେ ଆତ୍ମହତ୍ୟା କରିଛନ୍ତି। କିଛି ଏଭଳି ସଙ୍ଗୀନ ତଥ୍ୟ ଏବେ ସାମ୍ନାକୁ ଆସିଛି | ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୪ ପରଠାରୁ ଅନ୍ୟ ଦେଶରେ ଭାରତୀୟଙ୍କ ଆତ୍ମହତ୍ୟା ମାମଲା ୪୦୦୫ ରହିଛି |
- କେନ୍ଦ୍ର ରେଳବାଇ, ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମାଲକାନଗିରି – ଭଦ୍ରାଚଳମ୍ ରେଳ ଲାଇନ୍ ପ୍ରକଳ୍ପ ଅଗ୍ରଗତି ସମ୍ବନ୍ଧରେ ସମୀକ୍ଷା କରିଛନ୍ତି। ୧୭୩.୪୧୬ କିଲୋମିଟର ଲମ୍ବା ମାଲକାନଗିରି – ଭଦ୍ରାଚଳମ ପ୍ରସ୍ତାବିତ ରେଳ ଲାଇନ ପ୍ରକଳ୍ପକୁ ଗତ ୨୦୨୧ ସେପ୍ଟେମ୍ବର ୨୧ରେ ରେଳବାଇ ବୋର୍ଡ ଦ୍ୱାରା ସ୍ୱୀକୃତି ଦିଆଯାଇଛି, ଯାହାର ଆନୁମାନିକ ମୂଲ୍ୟ ୨୮୦୦ କୋଟି ଟଙ୍କା। ଏହି ପ୍ରକଳ୍ପରେ ୪୮ଟି ଗୁରୁତ୍ୱପୂର୍ଣ୍ଣ ଏବଂ ୧୬୫ଟି ଛୋଟ ବ୍ରିଜ୍ ସହିତ ୨୧୩ଟି ସେତୁ ରହିବ।
- ଫେବ୍ରୁଆରୀ ୨୪ରୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ଆସନ୍ତା ସପ୍ତାହରେ ରୁଷିଆ ଓ ୟୁକ୍ରେନ୍ ଗସ୍ତରେ ଯିବେ ଜାତିସଂଘ ମୁଖ୍ୟ । ଆସନ୍ତା ୨୬ ତରିଖ ଦିନ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ ରୁଷିଆ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି
- ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଓ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ) ପାକିସ୍ତାନରେ ଉଚ୍ଚଶିକ୍ଷା ନେଇ ସତର୍କତା ଜାରି କରିଛନ୍ତି। ଯଦି କେହି ଏପରି ଯୋଜନା କରୁଛନ୍ତି କି କରିଛନ୍ତି ତେବେ ତୁରନ୍ତ ଏଥିରୁ ନିବୃତ୍ତ ହେବାକୁ କୁହାଯାଇଛି।
- ହାଇକୋର୍ଟ ଶୁଣାଣି କରି ହେମନ୍ତ ସୋରେନ, ବସନ୍ତ ସୋରେନ, ରବି କେଜ୍ରିୱାଲ ଏବଂ ଅମିତ ଅଗ୍ରୱାଲଙ୍କ ସହ ମୋଟ ୧୩ ଜଣଙ୍କ ସମ୍ପତ୍ତିର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ଝାଡଖଣ୍ଡ ହାଇକୋର୍ଟ ।
- ଅଧିକାଂଶ ସମୟରେ ବ୍ୟାଙ୍କ ଲକରରୁ ଚୋରି ହେବାର ଅଭିଯୋଗ ଆସିଥାଏ । ଏବେ ବ୍ୟାଙ୍କ ଲକରରୁ କିଛି ବି ଚୋରି ହେଲେ ବ୍ୟାଙ୍କ ତରଫରୁ ଗ୍ରାହକଙ୍କୁ ଲକର ଭଡାର ୧୦୦ଗୁଣ କ୍ଷତିପୂରଣ ଦିଆଯିବ । ବ୍ୟାଙ୍କ ଲକରରୁ ଚୋରି ହେଲେ ବ୍ୟାଙ୍କ ସଫାସଫା କହିଦେଉଥିଲା ଯେ, ବ୍ୟାଙ୍କ ସେଥିପାଇଁ ଦାୟୀ ନୁହେଁ ବୋଲି ।
- ଦିଲ୍ଲୀରେ ବେରୋଜଗାରଙ୍କୁ ମିଳିବ ଭତ୍ତା । ଗ୍ରାଜୁଏଟଙ୍କୁ ୫ହଜାର ଓ ପୋଷ୍ଟ ଗ୍ରାଜୁଏଟଙ୍କୁ ମାସିକ ସାଢେ ୭ହଜାର ଟଙ୍କା ଭତ୍ତା ଦେବାକୁ ଯୋଜନା ।
- କଂଗ୍ରେସକୁ ପାୱାରକୁ ଆଣିବ କି ପିକେଙ୍କ ଫର୍ମୁଲା? ଗାନ୍ଧୀ ପରିବାର ବାହାରୁ ଜଣଙ୍କୁ ଅଧ୍ୟକ୍ଷ କରିବାକୁ ପ୍ରସ୍ତାବ ଦେଇଥିବା ସୂଚନା, କଂଗ୍ରେସ ନେତାଙ୍କ ମନରେ ବଢିଲା ନୂଆ ଆଶା ।
- କଲ ରେକର୍ଡିଂ ଉପରେ ଗୁଗୁଲ କଟକଣା ଲଗାଇବାକୁ ଘୋଷଣା କରିଛି । ଆସନ୍ତା ୧୧ ମେ’ ଠାରୁ ଗୁଗୁଲର ନୂଆ ପଲିସି ଲାଗୁ ହେବ । ଆଉ ଏହାଦ୍ୱାରା ଏଣ୍ଟ୍ରୟଡ ସ୍ମାର୍ଟଫୋନରେ ଏଣିକି ତୃତୀୟ ପକ୍ଷ ଆପ ଦ୍ୱାରା କଲ ରେକର୍ଡିଂ ସୁବିଧା ମିଳିବ ନାହିଁ ।
|
549 |
Y |
|
2354 |
23-04-2022 |
English |
- India reported 2,451 new coronavirus infections yesterday as its active tally increased to 12,241, according to the Union health ministry. Besides, 54 new deaths increased the death count to 5,22,116.
- NITI Aayog Vice Chairman Rajiv Kumar has stepped down, sources said.
- Agricultural and Processed Food Products Export Development Authority (APEDA) has signed a Memorandum of Understanding (MoU) with National Research Development Corporation (NRDC) with a view to giving a boost to the export value chain.
- Enforcement Directorate has attached assets worth ₹6.28 crore of Saradha Group of Companies in Assam under provisions of Prevention of Money Laundering Act, the agency said. According to ED, the Saradha Group of Companies ran illegal ponzi schemes by befooling people.
- Former Chief Minister of Bihar, Lalu Prasad Yadav, convicted in a multi-crore fodder scam has been granted bail by Jharkhand High Court on a surety of Rs 10 lakh.
- Delhi Police Commissioner Rakesh Asthana said, 14 police teams are investigating the Jahangirpuri violence case from different angles.
- After MP Navneet Rana and her husband MLA Ravi Rana said they plan to recite Hanuman Chalisa outside the residence of Chief Minister Uddhav Thackeray, they were sent a notice by the Mumbai Police.
- A 300-year-old Shiva temple was demolished in Rajasthan's Alwar on Friday, with a video of the demolition being widely shared online, triggering a political row. DM Shivprasad Nakate said the demolition was done to remove illegal encroachments and the temple's idols were shifted to another place by priests.
- Kalahandi Police on Friday solemnised the marriage of surrendered Maoists - Ramdas and Kalamdei - who has laid down their arms in 2020. The marriage took place at a temple on Reserve Police premises of Bhawanipatna.
- the Barabati Stadium here will host a T20I match between India and South Africa on June 12, informed Odisha Cricket Association (OCA) Secretary Sanjay Behera
- The Tamil Nadu Generation and Distribution Company (Tangedco) has floated tenders for the transportation of coal from Odisha to tide over the power shortage in the state.
- A gold businessman was allegedly robbed of jewellery worth Rs 5 lakh at gunpoint on a busy route in the state capital Bhubaneswar.
- The Supreme Court Friday expressed its displeasure over a Delhi Police affidavit which said “no hate speech was made” during an event held here by a rightwing outfit, and wondered whether the officer who filed the document had applied his mind or merely reproduced the inquiry report.
- Chief Secretary Suresh Chandra Mahapatra Friday asked the superintendents of police (SPs) to take stern action against those sharing fake question papers of Class X and XII board examinations on social media.
- Five states -- Uttar Pradesh, Rajasthan, Bihar, Madhya Pradesh, and Kerala -- account for 49 per cent of the overall extraction of groundwater in the entire country while the rest of the country accounts for 50 per cent, government data between 2004 and 2020 has shown.
|
513 |
Y |
|
2355 |
22-04-2022 |
Odia |
- ୫ରୁ୧୨ ବର୍ଷ ବୟସ ପିଲାମାନଙ୍କୁ କୋର୍ବେଭାକ୍ସ ଟିକା ଦେବା ପାଇଁ ଏସଇସି ପକ୍ଷରୁ ସୁପାରିଶ କରାଯାଇଛି।
- ମେ’ ୨୭ରେ ନିର୍ବାଚନ ସ୍ଥଗିତ ଥିବା ସ୍ଥାନରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। ଏପ୍ରିଲ ୨୬ରେ ଏ ନେଇ ନିର୍ବାଚନ ଅଧିକାରୀଙ୍କ ଦ୍ବାରା ବିଜ୍ଞପ୍ତି ପ୍ରକାଶ ପାଇବ।
- ସୁପ୍ରିମକୋର୍ଟ ଦିଲ୍ଲୀ ଜାହାଙ୍ଗୀରପୁରୀ ଜବରଦଖଲ ଉଚ୍ଛେଦ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ସପ୍ତାହ ପରେ କୋର୍ଟ ଏହି ମାମଲା ଉପରେ ଶୁଣାଣି କରିବାକୁ ସମୟ ଧାର୍ଯ୍ୟ କରିଛନ୍ତି।
- ସାଧାରଣ ପ୍ରଶାସନ କ୍ଷେତ୍ରରେ ‘ପ୍ରଧାନମନ୍ତ୍ରୀଙ୍କ ଉତ୍କର୍ଷ ପୁରସ୍କାର’ ପ୍ରଦାନ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଭଳି ଏକ ଗଣତାନ୍ତ୍ରିକ ଦେଶରେ ପ୍ରଶାସନିକ ସେବା ଅଫିସରଙ୍କ ପ୍ରମୁଖ କର୍ତ୍ତବ୍ୟ ସାଧାରଣ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ।
- ରାଜ୍ୟ ପୁଲିସରେ ୨୮ଟି ସ୍ଥାୟୀ ପୁଲିସ ଆଉଟପୋଷ୍ଟ ପାଇଁ ୨୮ଟି ସବ୍ଇନ୍ସପେକ୍ଟର ଓ ୧୬୮ଟି କନଷ୍ଟେବଳ ପଦବୀ ମଞ୍ଜୁର କରିଛନ୍ତି। ପୁଲିସ ବିଭାଗର ଅନ୍ୟାନ୍ୟ ପଦବୀଗୁଡିକର ପୁନଃ-ବଣ୍ଟନ ଦ୍ବାରା ଏହି ପଦବୀଗୁଡିକ ସୃଷ୍ଟି କରାଯାଇଛି। ଏହାଦ୍ବାରା ସମୁଦାୟ ୧୯୬ଟି ନୂତନ ପଦବୀ ସୃଷ୍ଟି ହୋଇଛି।
- କଟକ ମେୟର ହେବା ପରେ ସୁବାସ ସିଂ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟସଭାରେ ଓଡ଼ିଶାର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବାକୁ ସେ ଉଦ୍ୟମ କରିଥିଲେ ।
- ୫-ଟି ସଚିବ ଭି-କେ ପାଣ୍ଡିଆନ୍ କଟକ ଗସ୍ତରେ ଯାଇ ସେଠାରେ ମା’ କଟକଚଣ୍ଡୀଙ୍କ ଦର୍ଶନ କରିଥିଲେ । ଦର୍ଶନ ସାରିବା ପରେ ମନ୍ଦିରର ମୁଖ୍ୟ ପୁଜାରୀଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସହ ମନ୍ଦିରର ବଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ମଧ୍ୟ କରିଥିଲେ ।
- ମହାରାଷ୍ଟ୍ରର ମନ୍ତ୍ରୀ ନୱାବ ମଲିକଙ୍କ ବିରୁଦ୍ଧରେ ଗୁରୁବାର ଚାର୍ଜସିଟ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ୫୦୦ ପୃଷ୍ଠାର ମନି ଲଣ୍ଡ୍ରିଂ ଅଭିଯୋଗ ପତ୍ର ଦାଖଲ କରିଛି। ୫୦ରୁ ଅଧିକ ଲୋକଙ୍କ ବୟାନକୁ ଏହି ଚାର୍ଜସିଟରେ ରେକର୍ଡ କରାଯାଇଛି।
- ନାଟୋ ପଟୁ ଥିବା ବିପଦ ଦୂର କରିବା ଓ ନାଟୋ ନିୟନ୍ତ୍ରଣରୁ ୟୁକ୍ରେନକୁ ମୁକ୍ତ କରିବା ପରେ ହିଁ ସାମରିକ ଅଭିଯାନ ଶେଷ କରାଯିବ । ଏପର୍ଯ୍ୟନ୍ତ ଏହି ସାମରିକ ଅଭିଯାନର ଅଗ୍ରଗତି ସନ୍ତୋଷଜନକ ରହିଛି ବୋଲି ରୁଷ କହିଛି ।
- ପ୍ରଶଂସକମାନେ ତୀବ୍ର ସମାଲୋଚନା କରିବାରୁ ଗୋଟାଏ ପାନ ମସଲା କମ୍ପାନିର ବିଜ୍ଞାପନରୁ ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଓହରି ଯାଇଛନ୍ତି।
- ଗତ ଆର୍ଥିକ ବର୍ଷ (୨୦୨୧-୨୨)ରେ ଡିଜିଜିଆଇ ଗୁଇନ୍ଦା ସଂସ୍ଥା ପକ୍ଷରୁ ୭୫୦୦ କୋଟି ଟଙ୍କା ମୂଲ୍ୟର ଜିଏସ୍ଟି ଚୋରିକୁ ଧରାଯାଇଛି ଯାହା ୨୦୨୦-୨୧ ତୁଳନାରେ ୪୦୦ ପ୍ରତିଶତ ଅଧିକ।
- ପଙ୍କଜ କୁମାର ନାୟକ ଓଡିଶା ରାଜ୍ୟ ପାଇଁ ରିଜର୍ଭ ବ୍ୟାଙ୍କ ଲୋକପାଳ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ଗତ ତିନି ବର୍ଷ ହେଲା ଉତ୍ତର ପ୍ରଦେଶ ପାଇଁ ରିଜର୍ଭ ବ୍ୟାଙ୍କ ଲୋକପାଳ ଭାବେ କାର୍ଯ୍ୟ କରୁଥିଲେ।
- ରିଲାଏନ୍ସ ରିଟେଲ୍ ପକ୍ଷରୁ “ହ୍ୟାଣ୍ଡ୍ମେଡ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମର ଘୋଷଣା କରାଯାଇଛି । ଏହା ଜରିଆରେ ଅସଲି ହାତ ତିଆରି ଉତ୍ପାଦକୁ ପ୍ରଦର୍ଶିତ କରିବା ଏବଂ ବିଶ୍ୱ ସ୍ତରରେ ସମୃଦ୍ଧ ଭାରତୀୟ କଳାକୁ ଆଗକୁ ବଢ଼ାଇବା ପାଇଁ ରିଲାଏନ୍ସ ରିଟେଲ୍ ପକ୍ଷରୁ “ସ୍ୱଦେଶ’ ନାମରେ ରିଟେଲ୍ ଷ୍ଟୋର ସମୂହ ଖୋଲାଯିବ ।
- ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଆସି ଅହମ୍ମଦାବାଦ ବିମାନ ବନ୍ଦରରେ ପହଞ୍ଚିବା ପରେ ଜନସନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିମାନ ବନ୍ଦରରୁ ବାହାରି ଅହମ୍ମଦାବାଦସ୍ଥିତ ସାବରବତି ଆଶ୍ରମରେ ପହଞ୍ଚିଥିଲେ । ସେଠାରେ ଗାନ୍ଧିଜୀଙ୍କ ଅରଟ ଚଲାଇ ସୂତା କାଟିଥିଲେ ।
- ଆସନ୍ତା ୨୩ ତାରିଖରୁ ରାଜ୍ୟ ସ୍ତରୀୟ ଆଦିବାସୀ ମେଳା ଆରମ୍ଭ ହୋଇ ମେ ୨ରେ ସରିବ । ଖାରବେଳ ନଗର ପ୍ରଦର୍ଶନୀ ପଡିଆରେ ୧୦ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଆଦିବାସୀ ମେଳା ଅପରାହ୍ନ ୩:୩୦ ରୁ ୯:୩୦ ପର୍ଯ୍ୟନ୍ତ ଖୋଲା ରହିବ ।
- ଚଳିତ ଖରାଦିନେ ୩୦୦ମେଗାୱାଟ୍ ଜଳ ବିଦ୍ୟୁତ ଉତ୍ପାଦନ କମ୍ ହେଉଛି। ସେଥିପାଇଁ ଅସ୍ଥାୟୀ ଭାବେ ଦିନକୁ ରାଜ୍ୟର କେତେକ ଅଞ୍ଚଳରେ ଅଧଘଣ୍ଟାରୁ ୪୫ ମିନିଟ୍ ପର୍ଯ୍ୟନ୍ତ ପାୱାର କଟ୍ ହେବ । ଏନେଇ ଟିପିସିଓଡିଏଲ୍ ସିଇଓ ସ୍ପଷ୍ଟ କରିଛନ୍ତି।
- ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୨୦୧୮-୧୯ ବର୍ଷ ପାଇଁ ୧,୪୦,୨୭,୧୦୩ ଟଙ୍କା ଲାଭାଂଶ ବାବଦରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଓଡିଶା କ୍ଷଦ୍ରଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁ ଏହି ପରିମାଣର ଚେକ୍ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ପ୍ରଦାନ କରିଥିଲେ।
- ରାଜ୍ୟରେ ଥିବା ୬୭୯୪ ପଞ୍ଚାୟତ ମଧ୍ୟରୁ ଏବେବି ୪୫୦୦ରୁ ଊର୍ଦ୍ଧ୍ବ ପଞ୍ଚାୟତରେ ବ୍ୟାଙ୍କ ସେବା ପହଞ୍ଚି ପାରିନ ଥିବା ଅର୍ଥବିଭାଗ ତଥ୍ୟରୁ ଜଣାଯାଇଛି।
- ଦେଶରେ କୋଭିଡ-୧୯ ମାମଲା ବୃଦ୍ଧି ହେତୁ ପଞ୍ଜାବ ସରକାର ଆଜି ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଘୋଷଣା କରିଛନ୍ତି।
- ସ୍ନାନକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ବହୁତ ଶୀଘ୍ର କମନ୍ ୟୁନିଭର୍ସିଟି ପ୍ରବେଶିକା ପରୀକ୍ଷା (ସିୟୁଇଟି) ହେବ ବୋଲି ୟୁନିଭର୍ସିଟି ଗ୍ରାଣ୍ଟ କମିଶନ(ୟୁଜିସି)ର ଅଧ୍ୟକ୍ଷ ଜଗଦେଶ କୁମାର ଗୁରୁବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି । ସିୟୁସିଇଟି ପରୀକ୍ଷା ବର୍ଷକୁ ଦୁଇ ଥର ଅନୁଷ୍ଠିତ ହେବାନେଇ ବିଚାରବିମର୍ଶ କରାଯାଉଛି ବୋଲି ଜଗଦେଶ କୁମାର କହିଛନ୍ତି।
|
536 |
Y |
|
2356 |
22-04-2022 |
English |
- India on Thursday said it has delivered one more consignment of 40,000 MT of diesel to Sri Lanka under the Indian credit line to help ease the acute power crisis in the island nation.
- The CBI has filed its charge sheet against former NSE MD and CEO Chitra Ramkrishna and ex-Group Operating Officer Anand Subramanian in connection with its probe into a co-location scam case, officials said Thursday.
- Hemant Soren, the Chief Minister of Jharkhand, faces huge trouble and a threat to his job with the Election Commission investigating allegations of corruption that could potentially get him disqualified as an MLA.
- Noting that several incidents involving electric scooters have taken place over the last two months, Transport Minister Nitin Gadkari on Thursday said an expert committee will look into the matter and also talked about heavy fines.
- Projecting itself as the lone alternative to the BJP, the AAP on Thursday launched a nationwide survey seeking people's opinion on the two parties.
- PM Modi confers Awards for Excellence in Public Administration 2021 on Civil Services Day; Says civil servant needs to lead India to newer heights.
- Assam govt has decided to submit an interlocutory application to the Supreme Court to pave way for issuance of Aadhaar cards to nearly 28 lakh people of the state
- Union Minister for Road Transport and Highways Nitin Gadkari on 21 Apr laid foundation stones and also dedicated new roads involving 1017-kilometre long stretches of 33 different projects being developed at a cost of 9,240 crore rupees in Chhattisgarh.
- Lieutenant Governor of Delhi Anil Baijal on Thursday administered the oath of the office to retired IAS officer Vijay Kumar Dev as new Election Commissioner of the State Election Commission of the National Capital Territory of Delhi.
- JD(S) leader and former CM HD Kumaraswamy asked Karnataka CM Basavaraj Bommai to call a meeting of religious leaders of all communities of the state amid recent communal tensions
- Cabinet approves revision of fares of buses, taxis, auto-rickshaws, and state carriages.
- Uttar Pradesh CM Yogi Adityanath has ordered the construction of new jails and more barracks in old jails to solve the issue of overcrowding.
- Boris Johnson spent his first day in India in Gujarat with dancers and giant billboards lining his paths from the airport and back.
- A speech at an Hindu Yuva Vahini event in Delhi that called for a "Hindu Rashtra (Hindu nation)" at all costs was "not hate speech", the Delhi Police had told the Supreme Court last week. The Supreme Court today expressed dissatisfaction at the Delhi Police statement and called for a "better affidavit".
- The Orissa High Court granted Thursday two more weeks to the Archaeological Survey of India (ASI) to file a report in connection with a PIL claiming ‘illegal’ constructions close to the Srimandir complex in Puri have affected the health of the 12th century shrine.
- The Cuttack Chandi Temple in the Silver City is set for a makeover with the state government deciding to prepare a master plan for development of the shrine within a week. The master plan would be submitted to the Chief Minister for his approval, said an official.
- Chairperson and members of Odisha Lokayukta met Governor Ganeshi Lal Thursday and presented the Annual Report for the year 2021.
- The Transport department Thursday slapped a penalty of over Rs 2.33 lakh on a school bus for flouting a host of norms under the amended Motor Vehicles Act 2019.
- Chief Minister Naveen Patnaik Thursday met two-and-a-half-year-old child prodigy Anvi Agrawal. At this age, she has received much recognition for her paintings including one from Book of Records, London
- The mystical Chandipur beach in Balasore district will soon be upgraded into a model beach with the state government sanctioning `30 crore for its development, a report said Thursday.
|
522 |
Y |
|
2357 |
21-04-2022 |
Odia |
- ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ତାତିନେନି ରାମା ରାଓଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଧରି ଅସୁସ୍ଥ ଥିଲେ ।ତାଙ୍କ ଫିଲ୍ମଗୁଡିକ ମଧ୍ୟରେ ‘ନବରାତ୍ରୀ’, ‘ବ୍ରହ୍ମଚାରୀ’, ‘ଇଲାଲୁ’, ‘ପାଣ୍ଡାନି ଜୀବିତମ୍’, ‘ଅନ୍ଧା କାନୁନ’, ‘ନାଚେ ମୟୁରୀ’ ଏବଂ ‘ମୁକାବଲା’ ବେଶ୍ ଲୋକପ୍ରିୟ।
- ଟାଟା ଷ୍ଟିଲ୍ର ଋଷ୍ରେ କୌଣସି ପରିଚାଳନା ନାହିଁ । କି ସେଠାରେ ତାଙ୍କର କର୍ମଚାରୀ ମଧ୍ୟ ନାହାନ୍ତି । ଆମେ ଋଷ୍ ସହିତ କାରବାର ବନ୍ଦ କରିବା ପାଇଁ ନିଷ୍ପତ୍ତି ବୁଝି ବିଚାରି ନେଇଛୁ । କମ୍ପାନୀ କହିଛି କାରବାରରେ ନିରନ୍ତରତା ପାଇଁ କମ୍ପାନୀର ଭାରତ, ବ୍ରିଟେନ୍ ଏବଂ ନେଦରଲ୍ୟାଣ୍ଡର ସମସ୍ତ ଇସ୍ପାତ କାରଖାନାରେ କଞ୍ଚାମାଲ୍ର ବିକଳ୍ପର ବ୍ୟବସ୍ଥା କରିଛି ।
- ରୁଷ ନିଜର ନୂତନ ଇଣ୍ଟରକଣ୍ଟିନେଣ୍ଟାଲ ବାଲେଷ୍ଟିକ ମିସାଇଲ ସରମତର ସଫଳ ପରୀକ୍ଷଣ କରିଛି। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାର ସୂଚନା ଦେଇଛି। ମନ୍ତ୍ରଣାଳୟ କହିଛି, କାସ୍ମୋଡ୍ରୋମରେ ଏହି ମିସାଇଲର ପରୀକ୍ଷଣ କରାଯାଇଛି ।
- ଭାରତ ନିକଟରେ ୩୦ ଦିନରୁ ଅଧିକ ଆବଶ୍ୟକତା ପୂରଣ କରିବା ପାଇଁ ପର୍ଯ୍ୟାପ୍ତ କୋଇଲା ଗଚ୍ଛିତ ରହିଛି । ସରକାରୀ ସୂତ୍ରରୁ ଅଧାର କରି ଏହି ସୂଚନା ଦେଇଛି ସମ୍ୱାଦ ସରବହାର ସଂସ୍ଥା ଏଏନଆଇ । ସୂଚନା ଅନୁସାରେ କୋଲ ଇଣ୍ଡିଆ ନିକଟରେ ୭୨.୫ ମିଲିୟନ ଟନ କୋଇଲା ଗଚ୍ଛିତ ରହିଛି।
- ପ୍ରଫେସର ଅଜୟ କୁମାର ସୁଦଙ୍କୁ ଦେଶର ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତାଙ୍କ ନିଯୁକ୍ତି ଉପରେ ମୋହର ମାରିଛି କେନ୍ଦ୍ରୀୟ କ୍ୟାବିନେଟର ନିଯୁକ୍ତି କମିଟି। ଏହି ନିଯୁକ୍ତି ପରେ ଅଜୟ କୁମାର ସୁଦ ଆସନ୍ତା ତିନି ବର୍ଷ ଯାଏଁ ଏହି ପଦରେ ରହିବେ।
- ଦେଶର ସବୁଠୁ ବଡ଼ ଇଞ୍ଜିନିୟର କମ୍ପାନୀ ଲାର୍ସନ ଆଣ୍ଡ ଟୁବ୍ରୋ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। କମ୍ପାନୀର ଇଞ୍ଜିନିୟରମାନେ କେବଳ ୨୬ ଦିନରେ ପାହାଡକୁ ଚିରି ଏକ କିଲୋମିଟରରୁ ଅଧିକ ଲମ୍ୱା ସୁଡଙ୍ଗ ନିର୍ମାଣ କରିଛନ୍ତି । ଏହି ସୁଡଙ୍ଗ ଉତ୍ତରାଖଣ୍ଡର ଋଷିକେଶ-କର୍ଣ୍ଣ ପ୍ରୟାଗ ରେଳ ମାର୍ଗରେ ତିଆରି କରାଯାଇଛି।
- ସୁପ୍ରିମକୋର୍ଟ ମିଡିଆ ଏବଂ ପୋଲିସକୁ ଚେତାବନୀ ଦେଇ କହିଛନ୍ତି, ଏହା କର୍ତ୍ତବ୍ୟର ଉଲ୍ଲଂଘନ ଅଟେ ଏବଂ ଏହି ପରି ମାମଲା ଗୁଡିକୁ ଗ୍ରହଣ କରାଯିବ ନାହିଁ। ୧୯୯୯ ମସିହାରେ କର୍ଣ୍ଣାଟକରେ ଏକ ଡକାୟତି ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହି ଟିପ୍ପଣୀ କରିଛନ୍ତି।
- ଆସନ୍ତା ଏକ ଦଶନ୍ଧିରେ ପଶ୍ଚିମବଙ୍ଗରେ ୧୦ ହଜାର କୋଟି ଟଙ୍କା ନିବେଶ କରିବ ଆଦାନୀ ଗ୍ରୁପ । ବୁଧବାର ଏଠାରେ ଆୟୋଜିତ ବେଙ୍ଗଲ ଗ୍ଲୋବାଲ ଟ୍ରେଡ୍ ସମ୍ମିଳନୀ-୨୦୨୨ର ଉଦଘାଟନୀ ସମାରୋହରେ ଏହି ଘୋଷଣା କରିଛନ୍ତି ଗ୍ରୁପର ମୁଖ୍ୟ ଗୌତମ ଆଦାନୀ।
- ୟୁକ୍ରେନ୍ରୁ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଏବଂ ମାନବୀୟ ସହଯୋଗ ପଠାଇବା ପାଇଁ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗଟର୍ସ ୪ ଦିନ ଯୁଦ୍ଧବିରତି ପାଇଁ କହିଥିଲେ। କିନ୍ତୁ ରୁଷ୍ ଜାତିସଂଘ ମୁଖ୍ୟଙ୍କ ଏହି ଯୁଦ୍ଧବିରତି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି।
- ଯେଉଁ ବିଦେଶୀମାନେ ପାରମ୍ପରିକ ଚିକିତ୍ସା ପାଇଁ ଭାରତ ଆସିବାକୁ ଚାହାନ୍ତି ସେମାନଙ୍କ ଲାଗି ଭାରତ ଏକ ସ୍ବତନ୍ତ୍ର ଆୟୁଷ୍ ଭିସା ପ୍ରଚଳିନ କରିବାକୁ ନିଷ୍ପତ୍ତି ନେଇଛି।
- ଭାରତୀୟ ଇସ୍ପାତ ପ୍ରାଧିକରଣ ଲିମିଟେଡ୍ (ସେଲ୍)କୁ ଖଣି ଖନନ ପାଇଁ ଆଜି ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି।
- ଗଛ ଲଗାଇବେ ବୋଲି ସର୍ତ୍ତ ରଖି ନରହତ୍ୟା ଉଦ୍ୟମ କରିଥିବା ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ପ୍ରଦେଶ ହାଇକୋର୍ଟଙ୍କ ଗ୍ବାଲିୟର୍ ବେଞ୍ଚ୍ ଜାମିନ ମଞ୍ଜୁର କରିଛନ୍ତି। ଗତ ସପ୍ତାହରେ ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ବିଚାରପତି ଆନନ୍ଦ ପାଠକ ଅଭିଯୁକ୍ତ ରିଙ୍କୁ ଶର୍ମାଙ୍କୁ ଉପରୋକ୍ତ ଜାମିନ ମଞ୍ଜୁର କରିଛନ୍ତି। ଫଳଗଛ ହେଉ, ନିମଗଛ ହେଉ କି, ଅଶ୍ବସ୍ତଗଛ ହେଉ- ୧୦ଟି ଚାରା ଲଗାଇ ତା’ର ଦେଖାଶୁଣା କରିବା ଲାଗି ଏପ୍ରିଲ୍ ୧୩ ତାରିଖ ଦିନ ଜାରି ଆଦେଶନାମାରେ ହାଇକୋର୍ଟ ଶର୍ମାଙ୍କୁ ନିର୍ଦେଶ ଦେଇଛନ୍ତି।
- ରୁଷ୍-ୟୁକ୍ରେନ ଯୁଦ୍ଧ ପ୍ରଭାବରେ ସିମେଣ୍ଟ୍ ଶିଳ୍ପରେ ବ୍ୟବହାର ହେଉଥିବା ଅନେକ ଗୁରୁତ୍ବପୂର୍ଣ୍ଣ କଞ୍ଚାମାଲ ଯଥା ଆମଦାନି ହେଉଥିବା କୋଇଲା, ପେଟ୍ କୋକ୍ ଓ ଅଶୋଧିତ ତୈଳ ମହଙ୍ଗା ହୋଇଛି। ତେଣୁ ସିମେଣ୍ଟ୍ ବସ୍ତା ପିଛା ଉତ୍ପାଦନ ଖର୍ଚ୍ଚ ୭୦-୭୫ ଟଙ୍କା ବଢ଼ିଗଲାଣି।
- ଜଣାଶୁଣା କମ୍ପାନି ନେଟଫ୍ଲିକ୍ସ ଏବେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ପ୍ରାୟ ୧୦୦ଦିନ ମଧ୍ୟରେ ନେଟଫ୍ଲିକ୍ସ ନିଜର ୨ଲକ୍ଷ ଗ୍ରାହକଙ୍କୁ ହରାଇଛି। ଏହାର ଅର୍ଥ ହେଉଛି କମ୍ପାନି ଏକ ଚତୁର୍ଥାଂଶ ଅଂଶ ହରାଇଛି।
- ଗତ ଆର୍ଥିକ ବର୍ଷ (୨୦୨୧-୨୨)ରେ ଓଡ଼ିଶାରେ ମୋଟ ୪୪,୩୩୪.୬୭ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ସଂଗ୍ରହ ହୋଇଛି ଯାହା ୨୦୨୦-୨୧ରେ ହୋଇଥିବା ୨୯,୮୫୨.୭୬ କୋଟି ଟଙ୍କା ତୁଳନାରେ ୪୯% ଅଧିକ।
- ଆଜିଠୁ ଓମଫେଡ କ୍ଷୀରର ନୂଆ ଦର ଲାଗୁ । ଲିଟର ପିଛା ୨ ଟଙ୍କା ବଢ଼ିଛି ଓମଫେଡ କ୍ଷୀର ।
- ବିଶିଷ୍ଟ ନାଟ୍ୟକାର ତଥା କଥାକାର ରବୀନ୍ଦ୍ରନାଥ ଦାସଙ୍କ ପରଲୋକ । ରାଜଧାନୀ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ରବୀନ୍ଦ୍ରନାଥ ଦାସଙ୍କ ଦେହାନ୍ତ ହୋଇଥିବା ଜଣା ପଡ଼ିଛି । ସ୍ୱର୍ଗତ ଦାସ ଜଣେ ଉଚ୍ଚକୋଟୀର ଗାଳ୍ପିକ ଭାବେ ବେଶ୍ ଜଣାଶୁଣା ଥିଲେ । ତାଙ୍କ ଲିଖିତ ବିଷର୍ଣ୍ଣ ପୃଥିବା ପାଇଁ ରବିନ୍ଦ୍ରନାଥଙ୍କ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ପୁରସ୍କୃତ କରାଯାଇଛି ।
- ଶୀଲା ଟାଓ୍ୱାରର ଜଣେ କର୍ମଚାରୀ ୩୯ ଲକ୍ଷ ଟଙ୍କା ଚୋରି କରି ଦେବଗଡ ଜିଲ୍ଲାକୁ ନେଇ ପଳାଇଥିବା ସୂଚନା ମିଳିଛି ।ସେପଟେ ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ପୋଲିସ ତଦନ୍ତ କରି ୩୨ ଲକ୍ଷ ୧୦ ହଜାର ଟଙ୍କା ଜବତ କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସିସିଟିଭି ଫୁଟେଜ୍ ଆଧାରରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସମ୍ୱଲପୁର ପୋଲିସ ଏହି ଘଟଣାରେ ସଫଳ ହୋଇଛି ।
- ଦିଲ୍ଲୀ ଜାହାଙ୍ଗୀରପୁରୀରେ ପ୍ରଶାସନ ଦ୍ୱାରା ଅବୈଧ ଘର ଭାଙ୍ଗିବା ଘଟଣା: ରୋକ୍ ଲଗାଇଲେ ସୁପ୍ରିମକୋର୍ଟ ।
- ଗୁରୁବାର ନୂଆଦିଲ୍ଲୀର ଲାଲ କିଲ୍ଲାରେ ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କର ୪୦୦ ତମ ପ୍ରକାଶ ପର୍ବ ଉତ୍ସବରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
|
546 |
Y |
|
2358 |
21-04-2022 |
English |
- India on Wednesday recorded at least 2,067 new Covid cases - a 65 per cent jump from yesterday. According to the Union Ministry of Health and Family Welfare, the country's active caseload stood at 12,340.
- British Prime Minister Boris Johnson's two-day visit to India from Thursday is aimed at ramping up the overall ties between the two countries, especially in the areas of defence and security and trade.
- The Supreme Court Wednesday allowed the Steel Authority of India Ltd (SAIL) to resume mining operations in Odish
- 400th Prakash Guruparab Utsav of Guru Tegh Bahadur ji to begin at Red Fort. PM Modi will participate in the event today and will address the gathering. He will also release a commemorative coin and postage stamp on the occasion.
- PM Modi will confer Awards for Excellence in Public Administration 2021 on Civil Services Day today. The awards has been instituted with a view to recognize the extraordinary and innovative work done by districts and organizations of the Central and State governments for the welfare of the people.
- The Supreme Court ordered a status quo on the demolition drive in the north Delhi's Jahangirpuri. The North Delhi Municipal Corporation conducted an anti-encroachment drive in Jahangirpuri area.
- PM Modi inaugurates development projects worth Rs 22,000 crore at Adijati Maha Sammelan in Dahod, Gujarat on 20 Apr. This includes the manufacturing project of 9,000 HP Electric Locomotives at the Railway Production Unit in Dahod.
- Punjab Police has summoned Congress leader Alka Lamba in connection with her alleged derogatory statements against Delhi Chief Minister Arvind Kejriwal before the Punjab state elections. After she received the summons, Lamba tweeted, saying she was not afraid of threats from AAP government in Punjab. This comes after former AAP leader Kumar Vishwas was booked by Punjab Police.
- Adani Group Chairman and Founder Gautam Adani has announced that the company will invest around ₹10,000 crore in West Bengal in the next few years to create 25,000 jobs.
- Well-known physicist Ajay Kumar Sood was appointed as the Principal Scientific Advisor (PSA) to the government.
- Lieutenant General Manoj Kumar Katiyar has been appointed as the next Director General of Military Operations (DGMO). He will be taking over the new office on May 1.
- Gujarat MLA Jignesh Mevani, who had extended support to the Congress in September 2021, was arrested by Assam Police from a Circuit House in Gujarat's Palanpur late last night. He was taken to Ahmedabad last night and shall be taken to Assam.
- Odisha clocked the highest temperature of the season for the second consecutive day as the sweltering heat drove the mercury to 40 degrees Celsius or above in at least 19 places Wednesday, the MeT office said.
- Noted writer, playwright and former Odisha Sahitya Akademi Secretary Rabindranath Das passed away at a private hospital here Wednesday. He was 80. He had won the Odisha Sahitya Academy Award for his book ‘Bistirna Pruthibi’.
- Women and Child Development (W&CD) Minister Tukuni Sahu Wednesday launched ‘Advika’ mobile app, an initiative of the state government for the development and empowerment of adolescent girls and boys, at Lok Seva Bhawan here.
- India's effective reproduction number (R) for Covid, an indicator of how quickly the infection is spreading, has increased to over one for the first time since January, estimates a researcher from Chennai's Institute of Mathematical Sciences
- The Punjab Police Wednesday visited homes of former AAP leader Kumar Vishwas and Alka Lamba of the Congress in connection with a case registered over “inflammatory statements” against Delhi CM Arvind Kejriwal. Both leaders have been booked and summoned for questioning April 26.
- West Bengal Chief Minister Mamata Banerjee urging Governor Jagdeep Dhankar to ensure that industrialists are not disturbed by central agencies created political ripples in the state Wednesday
- The Yogi Adityanath government in Uttar Pradesh will bring further refinement to Khadi which is a symbol of self-reliance, self-respect and self-employment and offers promises, possibilities and potential.
- The Mazagon Dock Shipbuilders here on Wednesday launched INS Vagsheer, the last of the six submarines under Project 75
|
593 |
Y |
|
2359 |
20-04-2022 |
English |
- Eminent laureate Prof Dr. Prafulla Kumar Mohanty has been nominated to receive the prestigious Sarala Samman for the year 2021. He will be receiving the award during the 41st anniversary of Sarala Sahitya Sansad to be celebrated at Cuttack April 23.
- IPL match between DC and PBKS was shifted to Mumbai from Pune following a virus outbreak in the DC camp.
- The International Monetary Fund (IMF) Tuesday slashed India's gross domestic product (GDP) forecast by 80 percentage points to 8.2 per cent for financial year 2022-23.
- The intelligence agencies have reported a cyber-security breach in the military and a high-level probe has been ordered, sources said here Tuesday. According to the sources, some military officials involved in this breach are suspected to have links with the enemy countries.
- As per NHRC guidelines, the Investigating Officer SK Behera has been transferred Tuesday in connection with the alleged custodial death of a man at Badagada police station here in the Capital City.
- Odisha simmered Tuesday recording the highest temperature of the season as unbearable hot weather and intense humidity continued and Subarnapur in the western part of the state became the hottest place in the state at 44.4 degrees Celsius, the Bhubaneswar meteorological centre said.
- Amid incidents of violence during festivals in some states, Uttar Pradesh Chief Minister Yogi Adityanath has directed that no religious procession should be taken out without permission and that usage of loudspeakers should not inconvenience others.
- The Delhi High Court Tuesday expressed serious concern over the condition of an ashram, a spiritual place in north Delhi’s Rohini run by an absconding self-styled godman who was allegedly holding a number of girls captive in animal-like conditions.
- Covid-19 cases are rising in more than half of all US states due to the new coronavirus subvariant, said a report of the US business magazine Forbes.
- Luxury car maker Volvo Cars India Tuesday said it has increased the prices of its entire model range. The prices have been increased in the range of `1 lakh to `3 lakh.
- India on Tuesday reported 1,247 new Covid cases - a 43 per cent decline from yesterday. According to the Union Ministry of Health and Family Welfare, the country's active caseload stood at 11,860.
- The Calcutta High Court on Tuesday directed the West Bengal government to produce before it progress reports and case diaries of five recent cases of rape, gang rape and attempts to rape in different parts of the state.
- Senior IAS officer Naresh Kumar has been appointed as the chief secretary of Delhi, a home ministry order issued on Tuesday said.
- The "bane of live-in relationship", a "byproduct" of rights conferred under Article 21 of the Constitution, is leading to a rise in sexual offences and promiscuity, the Madhya Pradesh High Court has said.
- Whether poll strategist Prashant Kishor will join the Congress and what his role will be in the 2024 national election will be decided by party chief Sonia Gandhi, top leaders said.
- Bihar Govt decides to give free booster dose to state people aged above 18 years.
- PM Modi laid the foundation stone of WHO Global Centre for Traditional Medicine (GCTM) in Jamnagar Gujarat. PM of Mauritius Pravind Kumar Jugnauth and Director-General of World Health Organisation Dr. Tedros Ghebreyesus were also present on this occasion.
- World's highest tunnel connecting Ladakh and Himachal Pradesh to be built by BRO. The tunnel will be built by Border Road Organisation at a height of 16,580 feet. It is expected to be operational for commute by 2025.
- The University Grants Commission (UGC) has allowed academic collaboration between the Indian and foreign colleges to offer three different types of degree programmes — dual, joint and twinning degree programmes — to students from India and abroad.
- Russia is seeking more medical equipment from India after sanctions and logistical logjams following President Vladimir Putin’s invasion of Ukraine have sharply reduced imports from Europe and China.
|
553 |
Y |
|
2360 |
20-04-2022 |
Odia |
- ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍ (ପିଏମ୍ଜିକେପି) : କୋଭିଡ-୧୯ ମୁକାବିଲା କରୁଥିବା ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ବୀମା ଯୋଜନା’ ଅବଧି ୧୯ ଏପ୍ରିଲ ୨୦୨୨ ଠାରୁ ଆଗାମୀ ୧୮୦ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
- ୨୦୨୩ ଏପ୍ରିଲ ପହିଲାରୁ ୧୫ ବର୍ଷ ପୂରଣ କରିଥିବା ବ୍ୟବସାୟିକ ବଡ଼ ଯାନବାହନକୁ ଆଉ ନବୀକରଣ ପାଇଁ ଅନୁମତି ମିଳିବ ନାହିଁ। ସେହି ଯାନଗୁଡ଼ିକୁ ୪ ମାସ ପାଇଁ ଅସ୍ଥାୟୀ ଅନୁମତି( ଟେମ୍ପରାରି ପର୍ମିଟ) ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
- ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଅଧ୍ୟକ୍ଷ ପ୍ରବୀଣ ତୋଗଡ଼ିଆଙ୍କ ଲାଉଡସ୍ପିକରକୁ ନେଇ ଦେଇଥିବା ବୟାନ ସାମ୍ନାକୁ ଆସିଛି। ସେ ବିଜେପିକୁ ପରାମର୍ଶ ଦେଇ କହିଛନ୍ତି ସେମାନେ ଯେଉଁ ରାଜ୍ୟରେ କ୍ଷମତାରେ ଅଛନ୍ତି ସେହି ରାଜ୍ୟରେ ପ୍ରଥମେ ଲାଉଡସ୍ପିକର ବ୍ୟବହାର ବନ୍ଦ କରନ୍ତୁ।
- ସୁପ୍ରିମକୋର୍ଟଙ୍କ ରିଟାୟାର୍ଡ ଜଷ୍ଟିସ୍ ରୋହିଂଟନ ଫଲୀ ନରିମନଏକ ଅଧିକାରୀକ ୟୁଟ୍ୟୁବ୍ ଚାନେଲ ଆରମ୍ଭ କରିଛନ୍ତି। ‘ଜଷ୍ଟିସ୍ ନରିମନ ଅଫିସିଆଲ’ ନାମକ ଏହି ଚାନେଲ ଆଇନ, ଇତିହାସ ଓ ଧର୍ମ ସମ୍ପର୍କିତ ବିଷୟ ଉପରେ ଆଧାରିତ।
- ପାନ ମସଲା ବିଜ୍ଞାପନ କରିବା ମୋର ବ୍ୟକ୍ତିଗତ ନିଷ୍ପତ୍ତି, ଏତେ ଖରାପ ହୋଇଥିଲେ ବିକ୍ରି ହୁଅନ୍ତାନି: ଅଜୟ ଦେବଗନ ।
- ଜାହାଙ୍ଗିରପୁରୀ ସାମ୍ପ୍ରଦାୟିକ ହିଂସାର ଖୋଲୁଛି ଗୁମର: ପୋଲିସ ହାତରେ ଲାଗିଲା ଦଙ୍ଗା ପୂର୍ବ ରାତିର ସିସିଟିଭି ଫୁଟେଜ୍ ।
- ଭାରତଠାରୁ ଅତିରିକ୍ତ ମେଡିକାଲ ସହାୟତା ମାଗିଲା ରୁଷ: କଟକଣା ପାଇଁ ଦେଶରେ ମିଳୁନି ଆବଶ୍ୟକୀୟ ମେଡିକାଲ ଉପକରଣ।
- ସାରା ରାଜ୍ୟରେ ସୋନପୁର ସବୁଠାରୁ ଉତ୍ତପ୍ତ ସହର ହୋଇଛି । ଏଠାରେ ତାପମାତ୍ରା ୪୪.୪ ଡିଗ୍ରୀ ରହିଛି । ଏହାଛଡ଼ା ଆଜି ରାଜ୍ୟର ୨୦ଟି ସହରରେ ୪୦ ଡିଗ୍ରୀ ଡେଇଁଛି ତାପମାତ୍ରା । ବଲାଙ୍ଗୀରରେ ମଧ୍ୟ ୪୪.୩ ଡିଗ୍ରୀ ତାପମାତ୍ରା ରହିଛି । ଟିଟିଲାଗଡ଼ରେ ୪୩.୫, ଅନୁଗୋଳରେ ୪୩.୧, ବୌଦ୍ଧରେ ୪୩, ଝାରସୁଗୁଡ଼ା ୪୨.୮, ସୁନ୍ଦରଗଡ଼ରେ ୪୨.୫, ସମ୍ୱଲପୁରରେ ୪୨.୪, ଭବାନୀପାଟଣାରେ ୪୨ ଡିଗ୍ରୀ ତାପମାତ୍ରା ରହିଛି ।
- ସୁପ୍ରିମକୋର୍ଟଙ୍କ ରିଟାୟାର୍ଡ ଜଷ୍ଟିସ୍ ରୋହିଂଟନ ଫଲୀ ନରିମନଏକ ଅଧିକାରୀକ ୟୁଟ୍ୟୁବ୍ ଚାନେଲ ଆରମ୍ଭ କରିଛନ୍ତି। ‘ଜଷ୍ଟିସ୍ ନରିମନ ଅଫିସିଆଲ’ ନାମକ ଏହି ଚାନେଲ ଆଇନ, ଇତିହାସ ଓ ଧର୍ମ ସମ୍ପର୍କିତ ବିଷୟ ଉପରେ ଆଧାରିତ। ଗତ ଏପ୍ରିଲ ୧୬ ତାରିଖରେ ଆରମ୍ଭ ହୋଇଥିବା ଏହି ୟୁଟ୍ୟୁବ ଚାନେଲର ୩ ହଜାର ସବସ୍କ୍ରାଇବର ହୋଇସାରିଲେଣି।
- ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦଣ୍ଡ ପ୍ରକ୍ରିୟା ଚିହ୍ନଟ ବିଧେୟକକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏଥିରେ କୌଣସି ଅପରାଧିକ ମାମଲାରେ ଗିରଫ ବ୍ୟକ୍ତି ଏବଂ ଦୋଷୀଙ୍କ ଅପରାଧ ରେକର୍ଡ ରଖିବା ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ ଉପଯୋଗକୁ ଅନୁମତି ଦେବାର ପ୍ରାବଧାନ ରହିଛି।
- ରାଜ୍ୟରେ ନିୟନ୍ତ୍ରଣରେ ରହିଛି କରୋନା ସଂକ୍ରମଣ । ଦୈନିକ ମାତ୍ର ୧୦ରୁ ୨୦ ଜଣ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ସମସ୍ତେ କୋଭିଡ ନିୟମ ପାଳନ କଲେ ରାଜ୍ୟରେ ସ୍ଥିତି ନିୟନ୍ତ୍ରଣରେ ରହିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସେହିପରି ମାସ୍କ ପିନ୍ଧିବା କଟକଣା ରାଜ୍ୟରୁ ହଟିନାହିଁ । ଏବେ ବି ମାସ୍କ ପିନ୍ଧିବା ପାଇଁ ସମସ୍ତଙ୍କୁ କୁହାଯାଉଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।
- ୨୦୧୯ରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସ୍ବାକ୍ଷରିତ ରାଜିନାମାର ଏକ ଅଂଶ ଭାବେ ଆସନ୍ତା ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ପ୍ୟାରିସର ବିଶ୍ବ ପୁସ୍ତକ ମେଳାରେ ସମ୍ମାନିତ ଅତିଥି ରାଷ୍ଟ୍ରଭାବେ ଭାରତ ଯୋଗ ଦେଉଛି। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବିଭିନ୍ନ ଭାରତୀୟ ଭାଷାରୁ ୨୦ଜଣ ଲେଖକ ଲେଖିକା ଆଜି ପ୍ୟାରିସ ଗସ୍ତ କରିଛନ୍ତି। ଓଡ଼ିଶାରୁ ଏହି ଲେଖକ ପ୍ରତିନିଧି ଦଳରେ ବିଶିଷ୍ଟ କଥାକାର ଏବଂ ‘ସମ୍ବାଦ’ର ଫିଚର୍ ସଂପାଦକ ଡ. ଗୌରହରି ଦାସ ଭାଗ ନେଇଛନ୍ତି।
- ଆଭିଯାନିକ ପ୍ରସ୍ତୁତି ପ୍ରଦର୍ଶନ କରିବା ଲାଗି ମଙ୍ଗଳବାର ଦିନ ଭାରତୀୟ ବାୟୁସେନା ପୂର୍ବାଞ୍ଚଳ ସମୁଦ୍ରରେ ସୁଖୋଇ ଲଢୁଆ ବିମାନରୁ ‘ବ୍ରହ୍ମୋସ୍’ ସୁପର୍ସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରିଛି।
- ଚଳିତମାସ ୨୧ରେ ଦେଶର ୭୦୦ରୁ ଅଧିକ ସ୍ଥାନରେ ଦିନିକିଆ ଜାତୀୟ ଆପ୍ରେଣ୍ଟିସିପ୍ (ଶିକ୍ଷାନବୀସ) ମେଳା ଆୟୋଜିତ ହେବ । ସ୍କିଲ ଇଣ୍ଡିଆ ଏହି କାର୍ଯ୍ୟକ୍ରମକୁ ଡାଇରେକ୍ଟୋରେଟ ଜେନେରାଲ ଅଫ ଟ୍ରେନିଂ (ଡିଜିଟି) ସହଯୋଗରେ ଆୟୋଜନ କରୁଛି।
- ମଙ୍ଗଳବାର ଗୁଜରାଟର ଜାମନଗରଠାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ର ଗ୍ଲୋବାଲ ସେଣ୍ଟର ଫର୍ ଟ୍ରାଡିସନାଲ ମେଡିସିନ (ଜିସିଟିଏମ୍)ର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଯାଇଛି। ପାରମ୍ପରିକ ଔଷଧ ପାଇଁ ସାରା ବିଶ୍ବରେ ଏହା ହେବ ହୁ’ର ପ୍ରଥମ ଏବଂ ଏକମାତ୍ର କେନ୍ଦ୍ର।
- ସୁପ୍ରିମକୋର୍ଟରେ ଓଡ଼ିଶା ସଂପର୍କିତ ତିନି ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି ହେବ। ଏହା ମଧ୍ୟରେ ରହିଛି ବଂଶଧାରା ଜଳ ବିବାଦ, ଖନନ ପରେ ପଡ଼ିରହିଥିବା ଖଣିଜ ସାମଗ୍ରୀ ଉଠାଣ ଓ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲା।
- ପୋଖରୀ ପୁନରୁଦ୍ଧାର କାର୍ଯ୍ୟକ୍ରମରେ ଦେଶର ୬ଟି ପ୍ରକଳ୍ପ ମଧ୍ୟରୁ ଭୁବନେଶ୍ୱର ସ୍ମାର୍ଟ ସିଟି ପ୍ରକଳ୍ପ ପ୍ରଥମ ସ୍ଥାନ ଅଧିକାର କରିଛି । ମାଆ ମଙ୍ଗଳା ବସ୍ତିରେ ଥିବା ଏକ ପୋଖରୀକୁ ମାତ୍ର ୭୫ ଘଣ୍ଟା ମଧ୍ୟରେ ପୁନରୁଦ୍ଧାର କରାଯାଇଛି । ଏଥି ସହିତ ବସ୍ତିରେ ଅବ୍ୟବହୃତ ହୋଇ ପଡ଼ି ରହିଥିବା ଏକ ଖୋଲାସ୍ଥାନକୁ ସର୍ବସାଧାରଣଙ୍କ ବ୍ୟବହାର ଉପଯୋଗୀ କରାଯାଇଛି ।
- ୟୁକ୍ରେନର ଡୋନବାସ୍ ଅଞ୍ଚଳ ଉପରେ କବଜା ପାଇଁ ଋଷ ତୀବ୍ର କରିଛି ଯୁଦ୍ଧ ଅଭିଯାନ । ଡୋନବାସ ସହ ୟୁକ୍ରେନର ସଂପୂର୍ଣ୍ଣ ଇଷ୍ଟର୍ଣ୍ଣ ଫ୍ରଣ୍ଟଲାଇନ୍ ଦଖଲ କରିବାକୁ ଋଷ ଉଦ୍ୟମ ଆରମ୍ଭ କରିଦେଇଛି ବୋଲି ରାଷ୍ଟ୍ରପତି ଭ୍ଲୋଦିମିର ଜେଲେନ୍ସକି କହିଛନ୍ତି । ରାଜଧାନୀ କିଭ୍ ଦଖଲ କରିବାରେ ବିଫଳ ହେଲା ପରେ ୟୁକ୍ରେନର ପ୍ରମୁଖ ସହରଗୁଡ଼ିକୁ ଅକ୍ତିଆର କରିବା ଅଭିଯାନ ଜୋରଦାର କରିଛି ପୁଟିନ ବାହିନୀ ।
- ଭାରତୀୟ ବଂଶୋଦ୍ଭବ ଶାନ୍ତି ସେଠୀ ଆମେରିକାର ଉପାରଷ୍ଟ୍ରପତି କମଳା ହାରିସ୍ଙ୍କର ପ୍ରତିରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି । କମଳା ହାରିସ୍ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେ କାର୍ଯ୍ୟନିର୍ବାହୀ ସଚିବ ଭାବେ ନିଯୁକ୍ତି ପାଇଥିବା ସୂଚନା ଦିଆଯାଇଛି ।
- ବଲିଉଡ଼ ଅଭିନେତା ରଣବୀର ସିଂହଙ୍କ ଆଗାମୀ ଚଳଚ୍ଚିତ୍ର ‘ଜୟେଶଭାଇ ଜୋରଦାର’ର ଟ୍ରେଲର ମଙ୍ଗଳବାର ରିଲିଜ୍ ହୋଇଛି। ଏଥିରେ ରଣବୀରଙ୍କ ଭିନ୍ନ ଅନ୍ଦାଜ୍ ଦେଖିବାକୁ ମିଳିଛି। ଫିଲ୍ମରେ ସେ ଜଣେ ଗୁଜରାଟୀ ବ୍ୟକ୍ତି ଭୂମିକାରେ ଅଭିନୟ କରିଛନ୍ତି।
|
545 |
Y |
|